Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ସଭାପର୍ବ - (ପ୍ରଥମ ଖଣ୍ଡ)

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ଗଣେଶଙ୍କ ବନ୍ଦନା

୨।

ବଳରାମଙ୍କ ନିକଟରେ ଶ୍ରୀକୃଷ୍ଣଙ୍କର ଯମପୁର ଦର୍ଶନ ବର୍ଣ୍ଣନ ଓ ନାରଦଙ୍କ ଠାରୁ ଯୁଧିଷ୍ଟିରଙ୍କର ପାଣ୍ଡୁରାଜାଙ୍କ ଦୁର୍ଦ୍ଦଶା ଶ୍ରବଣ

୩।

ଅର୍ଜୁନ ଦ୍ୱାରକାରୁ ଶ୍ରୀକୃଷ୍ଣଙ୍କୁ ଆନୟନ ଓ ରାଜସୂୟ ଯଜ୍ଞର ପରାମର୍ଶ

୪।

ଶ୍ରୀକୃଷ୍ଣଙ୍କ ସହିତ ଭୀମାର୍ଜୁନଙ୍କର ମଗଧ ଦେଶେ ଗମନ

୫।

ଭେରୀର ପୂର୍ବ ଚରିତ ବର୍ଣ୍ଣନ

୬।

ଶିମୂଳୀ ବୃଷର ବୃତ୍ତାନ୍ତ

୭।

ଗଧର ଚରିତ , ଜରାସନ୍ଧ ସହ କୃଷ୍ଣଙ୍କର କଥୋପକଥନ ଓ ଜରାସନ୍ଧର ମୃତ୍ୟୁ

୮।

ଜରାସନ୍ଧର ବଧ ଶୁଣି ସହଦେବର କୋପ ଓ ଶ୍ରୀକୃଷ୍ଣଙ୍କୁ ସ୍ତବ କରିବା ଏବଂ ମଗଧରେ ରାଜା ହେବା

୯।

ଦୁର୍ଯ୍ୟୋଧନର କପଟ ମନ୍ତ୍ରଣା ଓ ଯୁଧିଷ୍ଠିରଙ୍କର ଶୋକ , କୃଷ୍ଣଙ୍କ ସହ ଭୀମାର୍ଜୁନ ହସ୍ତିନାରେ ପ୍ରବେଶ

୧୦।

ଜରାସନ୍ଧର ଜନ୍ମ ଚରିତ

୧୧।

ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗମନ , ପଥମଧ୍ୟେ ଯଜ୍ଞୋପକରଣମାନ ସଂଗ୍ରହ , ବଳ-ଦେବଙ୍କ ସହିତ ସାକ୍ଷାତ ଓ ଦ୍ୱାରକାରେ ମହୋତ୍ସବ

୧୨।

ରାଜାମାନଙ୍କୁ ନିମନ୍ତ୍ରଣାର୍ଥେ ଭୀମ , ଅର୍ଜୁନ , ନକୁଳ , ସହଦେବ ଚାରି ଭାଇଙ୍କୁ ଚାରିଦିଗକୁ ଯିବାକୁ ଶ୍ରୀକୃଷ୍ଣଙ୍କର ଆଦେଶ

୧୩।

ରାଜସୂୟ ଯଜ୍ଞ , ଯଜ୍ଞଶାଳା ଓ ସଭାଗୃହ , ରାଜାମାନଙ୍କର ସହ ସନ୍ୟ ଗଜ ଅଶ୍ୱଙ୍କର ଗୃହନିର୍ମାଣ ଓ ରାଜସୂୟ ଯଜ୍ଞର ଆୟୋଜନ

୧୪।

ପଶ୍ଚିମ ଦିଗ ରାଜା ନିମନ୍ତ୍ରଣ କାରଣେ ଭୀମଙ୍କର ଗମନ

୧୫।

ନୈଋତସେନ ରାଜା ନିମନ୍ତ୍ରଣ ଓ ଜରାସନ୍ଧ ପୁତ୍ର ସହଦେବ ସହ ଯୁଦ୍ଧ

୧୬।

ମରୁତ ରାଜା ନିମନ୍ତ୍ରଣ ଓ ବୀରବାହୁ ସହ ଯୁଦ୍ଧ

୧୭।

କାଶୀ ରାଜାଙ୍କୁ ନିମନ୍ତ୍ରଣ ଓ ପଞ୍ଚଧାରା ତୀର୍ଥର ମାହାତ୍ମ୍ୟ

୧୮।

ବିରାଟ ରାଜାଙ୍କ ନିକଟକୁ ଭୀମସେନଙ୍କର ପତ୍ର ପ୍ରେରଣ

୧୯।

ଶ୍ରୀମୁଖ ଲେଖନ

୨୦।

ମଦନସେନ ରାଜାଙ୍କୁ ନିମନ୍ତ୍ରଣ , କନ୍ଦର୍ପସେନ ସହିତ ଯୁଦ୍ଧ ଓ ତାହାର ମୃତ୍ୟୁ

୨୧।

ଭୀମଙ୍କର ସୁଜାଣେଶ୍ୱର ରାଜାଙ୍କୁ ନିମନ୍ତ୍ରଣ ଓ ଅଶ୍ୱିନୀକୁମାରଙ୍କ ଜନ୍ମ

୨୨।

ବିରାଟ ରାଜ୍ୟରେ ଭୀମଙ୍କ ଦୂତର ଅପମାନ

୨୩।

ଚକ୍ରସେନ ରାଜାଙ୍କ ଆମନ୍ତ୍ରଣ , କଣୟବିନ୍ଦୁ ରାଜାଙ୍କର ସୂର୍ଯ୍ୟଙ୍କ ପ୍ରତି ସ୍ତବ ଓ ଲଗ୍ନାଜିତ ରାଜାଙ୍କୁ ଆମନ୍ତ୍ରଣ

୨୪।

କର୍ଣ୍ଣକେଶରୀ ଓ ରାମଚନ୍ଦ୍ର ରାଜାଙ୍କ ନିମନ୍ତ୍ରଣ

୨୫।

ଭୀମଙ୍କର କିରାତ ଓ କାମପାଳ ସଙ୍ଗେ ଯୁଦ୍ଧ ଏବଂ ଜୟଲାଭ ଓ ନିମନ୍ତ୍ରଣ

୨୬।

ଶିବ ରାଜା ଓ ଅମ୍ବର ରାଜାଙ୍କୁ ନିମନ୍ତ୍ରଣ

୨୭।

ଭୀମଙ୍କର ପୁଣ୍ଡରୀକ ବାସୁଦେବ ରାଜା ସହ ଯୁଦ୍ଧ ଓ ତାହାର ବନ୍ଧନ

୨୮।

ଗଣପତି ଓ ରୁଦ୍ରଦେବ ରାଜାଙ୍କୁ ନିମନ୍ତ୍ରଣ

୨୯।

ଶବରୀ ନାରାୟଣଙ୍କୁ ନିମନ୍ତ୍ରଣ

୩୦।

ଶ୍ରୀକୃଷ୍ଣଙ୍କ ସ୍ୱର୍ଗରୁ ସୁଧର୍ମା ସଭା ଆନୟନ

୩୧।

ଉତ୍ତର ଦିଗ ରାଜାଗଣ ନିମନ୍ତ୍ରଣେ ପାର୍ଥଙ୍କ ଗମନ

୩୨।

ମଙ୍ଗଳସେନ ରାଜା ସହ ଅର୍ଜୁନଙ୍କ ଯୁଦ୍ଧ

୩୩।

ଅର୍ଜୁନର କ୍ଷେତ୍ରପାଳ ନୃପତିଙ୍କୁ ନିମନ୍ତ୍ରଣ ଓ ମାହେଶ୍ୱର ରାଜା ସହ ଯୁଦ୍ଧ

୩୪।

ଅର୍ଜୁନଙ୍କର ବରୁଣ , ଜଳନ୍ଧର , ବ୍ୟୋମକେଶ ରାଜାଙ୍କୁ ନିମନ୍ତ୍ରଣ ଓ ମନ୍ମଥ ରାଜାଙ୍କ ସହ ଯୁଦ୍ଧ ଓ ଜୟ

୩୫।

ବୈଲୋଚନ ସହିତ ଅର୍ଜୁନଙ୍କର ଯୁଦ୍ଧ ଓ ନିମନ୍ତ୍ରଣ

୩୬।

ଅର୍ଜୁନଙ୍କର ବର୍ଣ୍ଣାନିକ ରାଜା , ବିଷ୍ଣୁକର ପଣ୍ଡା ବେଦଶ୍ରବଣ , ଅଙ୍ଗାରପନ୍ନଗ ଓ ଦ୍ରୁପଦ ରାଜାଙ୍କୁ ନିମନ୍ତ୍ରଣ

୩୭।

ଅର୍ଜୁନଙ୍କର ଦରଦସେନ ରାଜା ଓ ଜମାଗୋଷ୍ଠ ରାଜାଙ୍କ ସହିତ ଯୁଦ୍ଧ ଓ ଜୟ ଏବଂ ଜମାଗୋଷ୍ଠ ରାଜାର ବନ୍ଧନ

୩୮।

ଅର୍ଜୁନଙ୍କର ମୃତ ସୈନ୍ୟ ଜୀବିତ ଓ ସଂକଳ୍ପ , ଭୈରବ , ଉଦୟଗିରି , ଉତ୍ତର କୋଶଳ ଏବଂ ନନ୍ଦିଗ୍ରାମ ରାଜାମାନଙ୍କୁ ନିମନ୍ତ୍ରଣ ଓ କଳ୍ପରାଜା ସହିତ ଯୁଦ୍ଧ

୩୯।

ରୁଦ୍ରପୁର , ନିଶ୍ଟଳପୁର , ସିନ୍ଧୁମହାଦେଶ ପ୍ରଭୃତି ରାଜାମାନଙ୍କୁ ନିମନ୍ତ୍ରଣ ଏବଂ ପଶୁପାଳ ରାଜ୍ୟେ ଅର୍ଜୁନଙ୍କର ଶିବ ଦର୍ଶନ

୪୦।

ପଶୁପତି ରାଜାର ସୈନ୍ୟମାନଙ୍କର ପୁନର୍ଜୀବନ ଓ ରଣସ୍ତମ୍ଭ ରାଜ୍ୟରେ ବୀରବର ରାଜା ସହିତ ଯୁଦ୍ଧ , ଅର୍ଜୁନଙ୍କର ହିଙ୍ଗୁଳାଙ୍କଠାରୁ ବରପ୍ରାପ୍ତି

୪୧।

ସଭାଗୃହ ନିର୍ମାଣ ଓ ଦୁର୍ଯ୍ୟୋଧନର ମନ ଦୁଃଖ

୪୨।

ନକୁଳଙ୍କର ଦକ୍ଷିଣ କୋଶଳ ରାଜାମାନଙ୍କୁ ନିମନ୍ତ୍ରଣ ନିମନ୍ତେ ଗମନ , କଳିଙ୍ଗସେନ , ଯମନିକ ରାଜା ପ୍ରଭୃତିଙ୍କ ସହିତ ଖଣ୍ଡଯୁଦ୍ଧ

୪୩ ।

ଶ୍ରୀଗିରି ପର୍ବତରେ ତ୍ରେତୟା ଯୁଗର ସୁଷେଣଙ୍କ ବିବରଣ , ନକୁଳର ଇଚ୍ଛାପୁର ରାଜା ସହିତ ଯୁଦ୍ଧ , ତାହାର ପଳାୟନ ଏବଂ ଅନ୍ୟାନ୍ୟ ରାଜାଙ୍କୁ ନିମନ୍ତ୍ରଣ

 

ଗଣେଶଙ୍କ ବନ୍ଦନା

ଜୟ ତୁ ଅମୃତାକ୍ଷ ଜୟ ତୁ ଗଣପତି

ପ୍ରଳୟ ଉଦ୍ଧାରଣ ନାଥ ବିଶ୍ୱମ୍ଭର ମୂରତି ।୧।

ପରଶୁ ପାଶ ଅଂକୁଶ ଅମୃତ ଲଡୁଭୋଜୀ

କଣୟ ସୁଧାରସ ହରଷେଣ ଭୁଂଜି ।୨।

ବିଘ୍ନ ନିବାରଣ ନାଥ ବିଘ୍ନଂକ ଅଇରି

ପ୍ରସନ୍ନେ ପରମବନ୍ଧୁ ଜୟ ତୁ ଦିଗାମ୍ବରୀ ।୩।

ପ୍ରଳୟ ଉଦ୍ଧାରଣ ତୁ ନାଥ ବିଶ୍ୱବାସୀ

ଦ୍ରଶନେ ସର୍ବସିଦ୍ଧି ଅପାଦ ଦୁଖ ଧ୍ୱଂସି ।୪।

ୟେ ଶରୀରକୁ ଆପାଦ ଯେ ଅଟଇ ମହାବିଘ୍ନ

ବିଘ୍ନରାଜ ବିହୁନେ ନାହିଂନା ମନ ଆନ ।୫।

ନାଶଗଲା ପ୍ରାଣୀକି କୃତାନ୍ତେକ ଦିଅଇ ଶାସ୍ତି

ସେ କୃତାନ୍ତକ ଧ୍ୱଂସନକୁ ଅଭୟେ ଗଣପତି ।୬।

ମରଣକଇ ମୂଳ ଯେ ଅଟଇ ଯେଉଂ ବିଘ୍ନମାନ

ତେଣୁକରି ଯମର ଦର୍ପ ଗଂଜିଲୁ ଗଜାନନ ।୭।

ଯମକଇ ଗଂଜିଲୁ ନାଥ ଯେ ସଂସାର ଦୁଖ ଦେଖି

ନାଶିତ ବୁଦ୍ଧି କଲୁ ତୋହୋର ଦୟା ଯେ ଉପେଖି ।୮।

ବିକଳେ ନାଶକର ପଳାଇଲା ଗୋପ୍ୟେ

ବିବରେ ପଶିଲା ଯାଇଂ ଇନ୍ଦୂର ସରୂପେ ।୯।

କାଳଫାସି ଲଗାଇ ତାକୁ କଲୁସି ବନ୍ଧନ

ତ୍ରାସେଣ ଶରଣ ତୋତେ ପଶିଲା ଜନ୍ତୁରାଣ ।୧୦।

ଶରଣ ଉଦ୍ଧାରଣ ତୁ ଅଟୁ ହୋ ବିଶ୍ୱବାସୀ

ଶରଣ ରକ୍ଷାକଲୁ ଦେବ ତାହି ପ୍ରାଣେ ନ ନାଶି ।୧୧।

ଭଗତଜନ ମତ୍ସଳ ତୁ ଦେବ ଗଜାନନ

ସେ ଯମ ଇନ୍ଦୁରକଇଂ ଦେବ କଲୁସି ବାହାନ ।୧୨।

ମହାଭାରା ରୂପ ତୋର କହିତ କେ ପାରି

ଯମ ଯେ ଇନ୍ଦୂର ରୂପେ ବାହାନ ତୋହରି ।୧୩।

ବିଘ୍ନମାନଂଙ୍କ ରାଜା ରାଜ୍ୟେ ଅଟେ ମୂଳ

ଅତି ଦୁଷ୍ଟପଣ ଦେଖି ତାକୁ ଥୋଇଲୁ ଜାନୁତଳ ।୧୪।

ମହାମନ୍ଦ ଆଚାରୀ ସେ ଅଟଇ ଦେବ ଜରା

ସଂସାର ନାଶକଲା ଯେ ଅମୃତାକ୍ଷ ଅସୁରା ।୧୫।

ଯମ ବୋଇଲା ଦେବ ମୋତେ କୋପକଲୁ

ଜରା ଯେ ବଡ଼ ମନ୍ଦ ତୁ ୟେହାକୁ ରଖିଲୁ ।୧୬।

ପ୍ରାଣୀକୁ ନାଶ କରିବାକୁ ଜ୍ୱର ମୋହୋର ଦଣ୍ଡ

ଶତେ ଶତେ ରୋଗ ୟେ ଅଟଇ ତ ଦୁର୍ଦ୍ଦଣ୍ଡ ।୧୭।

ପ୍ରଥମ ସେନାପତି ଯେ ଅଟଇ ମୋହରି

ୟେହାକୁଇଂ ଘେନି ସେ ମୁଂ ପ୍ରାଣୀଂକର ଦର୍ପ ହରି ।୧୮।

ଯମର ବଚନେ ଦେବ ଧଇଲୁ ଦୁଷ୍ଟ ଜରା

ପାଦେଣ ମାଡ଼ିଲୁ କଠାଉ ଚୂରଣ ମହାଭାରା ।୧୯।

ୟେ କଳିକାଳେ ହୋଅନ୍ତା ଅନେକ ଅନୀତି

ଜାଣିଣ ସର୍ବଗ୍ୟଂ ନାଥ ଯେ ସବୁନ୍ତି ନିବର୍ତ୍ତି ।୨୦।

ଜୟତୁ ଜୟ ତୁ ଦେବ ନିଶାକର ମଉଳି

ଜୟ ତୁ ଜୟ ଦେବ ପ୍ରସନ୍ନେ କପାଳୀ ।୨୧।

ଜୟ ତୁ ଜୟ ଦେବ ଅନ୍ଧକ ଦର୍ପଧ୍ୱଂସା

ଜୟ ତୁ ଜୟ ଦେବ ଦିଗ ବସନ କଷା ।୨୨।

ଜୟ ତୁ ଜୟ ଦେବ ଅଭୟେ ବରଦାତା

ଜୟ ତୁ ଜୟ ଦେବ ଶାସ୍ରରେ ନିର୍ଜ୍ଜିତା ।୨୩।

ଜୟ ତୁ ଜୟ ଦେବ ପ୍ରସନ୍ନ ଗଣପତି

ଜୟ ତୁ ଜୟ ଦେବ ସୁଦୟା ଶୁଦ୍ଧ ଶାନ୍ତି ।୨୪।

ଜୟ ତୁ ଜୟ ଦେବ ପ୍ରସନ୍ନ ୟେକଦନ୍ତ

ଜୟ ତୁ ଜୟ ଦେବ ଭୋଜନ ଅମୃତ ।୨୫।

ଜୟ ତୁ ଜୟ ଦେବ ପଦ୍ମ ଆସନ ମୂର୍ତ୍ତି

ଜୟ ତୁ ଜୟ ଦେବ ସୁଗ୍ୟାନୀ ମହାଯତି ।୨୬।

ଜୟ ତୁ ଜୟ ଦେବ ପରଂବ୍ରହ୍ମ ଦେବତା

ଜୟ ତୁ ଜୟ ଦେବ ପ୍ରସନ୍ନେ ବରଦାତା ।୨୭।

ଜୟ ତୁ ଜୟ ଦେବ ପ୍ରସନ୍ନ ଗଣପତି

ଜୟ ତୁ ଜୟ ଦେବ ନୀଳ ଉତ୍ପଳ ମୂରତି ।୨୮।

ଜୟ ତୁ ଜୟ ଦେବ ଶରଣ ପଂଜର

ଜୟ ତୁ ଜୟ ଦେବ ଦୁରତି ନାଶ କର ।୨୯।

ଜୟ ତୁ ଜୟ ଦେବ ପ୍ରସନ୍ନେ ବ୍ରହ୍ମଋଷି

ଜୟ ତୁ ଜୟ ଦେବ ନିରାକାର ଗୋପ୍ୟବାସୀ ।୩୦।

ଜୟ ତୁ ଜୟ ଦେବ ତ୍ରିପୁର ଦର୍ପ ଗଂଜା

ଜୟ ତୁ ଜୟ ଦେବ ନାଶକର ଦର୍ପ ଭଂଜା ।୩୧।

ଜୟ ତୁ ଜୟ ଦେବ ପ୍ରସନ୍ନେ ଅଭୟା

ଜୟ ତୁ ଜୟ ଦେବ ସାଧୁ ଶୁଦ୍ଧ କାୟା ।୩୨।

ଜୟ ତୁ ଜୟ ଦେବ ମହା ବିନାୟକ

ଜୟ ତୁ ଜୟ ଦେବ ମହା ବରଦାୟକ ।୩୩।

ଜୟ ତୁ ଜୟ ଦେବ ପର ଦୁଖେ ଦୁଖୀ

ଜୟ ତୁ ଜୟ ଦେବ ପ୍ରାପତ ସର୍ବ ସୁଖୀ ।୩୪।

ମନ ବଚନ କର୍ତ୍ତବ୍ୟ ଯେ ବାଞ୍ଛା ସଂକଳ୍ପେ

ତବ ଦ୍ରଶନେ ନାଥ ଧ୍ୱଂସ ନ ହୋନ୍ତି ଚିର ପାପେ ।୩୫।

ନିରାଲମ୍ବ ପୁରୁଷ ବଚନେ ସର୍ବକଳ୍ପି

କଳିକାଳ ଧ୍ୱଂସି ନାଥ ରକ୍ଷଣ ସର୍ବତପୀ ।୩୬।

ଶ୍ରୀ ତୁଳୁସାର ବଲ୍ଲଭ ଚରଣ ଧରି ଶିରେ

ସର୍ବପାପ ହରୁ ନାଥ ବିନାୟକ ଅବତାରେ ।୩୭।

ଦୟାକଇଂ କାରଣ ତୁ କାରଣକଇଂ ସାଧୁ

ମମ ପାତକ ବିଧ୍ୱଂସନ୍ତା ଜଗତ ଜନ ବନ୍ଧୁ ।୩୮।

ମୁହିଂତ ମୂର୍ଖ ଦେବ ଅଟଇ ଅଗ୍ୟାନ

ତବ ଲୟେ ଗ୍ୟାନ ମୋତେ ହୋଇବା ପ୍ରସନ୍ନ ।୩୯।

ଶ୍ରୀ ବିଘ୍ନରାଜଂକ ଚରଣେ ଶତେ ସହସ୍ର ଦଣ୍ଡ ପ୍ରଣମ୍ୟ

ତେଣୁକରି ଶୂଦ୍ରମୁନି ସାରୋଳ ଦାସ ମୋର ନାମ ।୪୦।

ଜଙ୍ଖେରପୁର ବାସୀ ଯେ ଅଭୟେ ଅପର୍ଣ୍ଣା

ସେ ମୋହୋର ଶରୀରକୁ ଅଟଇ ବଜ୍ରସେନ୍‌ହା ।୪୧।

କୃପାଜଳ ନନ୍ଦିନୀ ଚରଣେ ସର୍ବଦା ଚିତ୍ତ

ତବ ପ୍ରସନ୍ନେ କହିବି ଗୋ ଶ୍ରୀ ମହାଭାରଥ ।୪୨।

ତୃତୀୟଖଣ୍ଡ ଆଖ୍ୟାନ ୟେ ସଭାପର୍ବ ରୀତି ବାଣୀ

ତୋହୋର ପ୍ରସନ୍ନେ ଗୋ କହିବି ଠାକୁରାଣୀ ।୪୩।

ହୁଅସି ପ୍ରସନ୍ନ ମୋତେ ଅଭୟେ ହିଙ୍ଗୁଳା

ପ୍ରସନ୍ନେ ବଞ୍ଚାଇଲେ ଯାହା ସେ ସିଦ୍ଧ ସାରୋଳା ।୪୪।

କୁମ୍ଭଋଷି ନନ୍ଦନ ଯେ ଅଗସ୍ତିଂକ ପାଦତଳେ

ତହିଂ ମୋର ଚିତ୍ତ ଯେ ଥାଉ ସର୍ବ କାଳେ ।୪୫।

ଯେଉଂଣ ମୁନି ବିନୋଦ କଲେ ବାଳଲୀଳେ

କ୍ଷୀରୋଦ୍ର ଗଣ୍ଡୂଷ କଲେ ଖେଡ଼ର କୂତୋହୋଳେ ।୪୬।

ସେ ମୁନି ପାଦପଦ୍ମେ ସର୍ବଦା ମୁହିଂ ଦାସର ଦାସ

ବଦନ୍ତି ସାରୋଳ ଦାସ ଜନ୍ମେ ଅଭ୍ୟାସ ।୪୭।

 

ବଳରାମଙ୍କ ନିକଟରେ ଶ୍ରୀକୃଷ୍ଣଙ୍କର ଯମପୁର ଦର୍ଶନ ବର୍ଣ୍ଣନ ଓ ନାରଦଙ୍କ ଠାରୁ ଯୁଧିଷ୍ଟିରଙ୍କର ପାଣ୍ଡୁରାଜାଙ୍କ ଦୁର୍ଦ୍ଦଶା ଶ୍ରବଣ

ବିଲଂକ ଦେଶର ରାଜା ବଇବସୁତ ମନୁ

ପାଦ୍ୟ ଅର୍ଘ୍ୟ ଦେଇ ପୂଜାକଲା ସେ ଘଟଋଷିର ତନୁ ।୧।

ବସନ କୁଣ୍ଡଳ ରତ୍ନମାଳ ଧୂପଦୀପ ନଇବିଦ୍ୟ

ପଞ୍ଚୁଲକ୍ଷ୍ୟ ହିରଣ୍ୟ ଦେଇଣ ପୂଜିଲା ମୁନିଂକ ପଦ୍ମପାଦ ।୨।

ଭୋ ବ୍ରହ୍ମଋଷି ତବ ଚରଣେ ମୋର ସେବା

ୟେ ସଭାପର୍ବ କଥା ମୋତେ ବିଶେଷି କହିବା ।୩।

ବୋଇଲା ଯେ ଆଦିପର୍ବେ ପଣ୍ଡୁରାଜା କୟେ ବ୍ରହ୍ମହତ୍ୟା

କେମନ୍ତେ ପଣ୍ଡୁ ବ୍ରହ୍ମହତ୍ୟା ଧ୍ୱଂସନ ଗଲା ବ୍ରହ୍ମବେତ୍ତା ।୪।

ୟେହା ମହାତମା ମୋତେ କହିବା ଅଗିସ୍ତିୟେ

ବଂଶେ ବ୍ରହ୍ମହତ୍ୟା ଥିଲେ କେମନ୍ତେ ନିଭ୍ରାନ୍ତି ହୋଇବ ମୁନିହେ ।୫।

ବଦନ୍ତି ଅଗସ୍ତି କଳପି ମହାତମା

ପ୍ରତକ୍ଷେ ନାରାୟଣ ସେ ଅନାଦି ସିଦ୍ଧବ୍ରହ୍ମା ।୬।

ତୁଳମାସ ଶୁକଳ ପକ୍ଷ ଦଶମୀ ଗୁରୁବାର

ଧନିଷ୍ଠା ନାମେ ନକ୍ଷତ୍ର ଅଟଇ ସେ ଦିନର ।୭।

ତଇତିଳ ନାମେ କରଣ ବୃଦ୍ଧି ନାମେ ଯୋଗ

ତୁଳ ସଂକରାନ୍ତିକି ପାଞ୍ଚଦିନ ଭୋଗ ।୮।

ବିଜୟେ ନାରାୟଣ ଦେବ ନୀଳାମ୍ବରେ

କାମପାଳେ ପୁଚ୍ଛାକଲେ ଗୋବିନ୍ଦଂକ ଛାମୁରେ ।୯।

ଭାବେଣ କଥାୟେ ପୁଚ୍ଛାକଲେ ଦେବରାଜେ

ଯମର ସଂଜୀବନୀ ପୁରକୁ ହରି କରିଥିଲୁ ବିଜେ ।୧୦।

ଗୁରୁ ପଞ୍ଚପୁତ୍ରନ୍ତ କଲୁଟି କେମନ୍ତ

ଖୋଜି ପାଇଲୁନା ହୋ କହ ଦେବ ଜଗଭୂତ ।୧୧।

ବଦନ୍ତି ଜଗନ୍ନାଥେ ଶୁଣିମା ଦେବ କାମପାଳେ

ଯମର ସଭାକୁ ମୁଂ ଗଲି ଯେତେବେଳେ ।୧୨।

ଦେଖିଣ ଅନେକ ପାପୀ ହୋଇଲେ ମୁକତ

ନାଶକର ଅନେକ ଶାସ୍ତି ଯେ ଦେଉଥିଲେ ମନୁଷ୍ୟନ୍ତ ।୧୩।

ମୋହୋର ଦ୍ରଶନେ ଅନେକ ପାପୀଜନେ

ପାଇଲେ ପରମ ଗତି ଯେ ବସିଲେ ସ୍ୱର୍ଗସ୍ଥାନେ ।୧୪।

ଗୁରୁଂକ ପଞ୍ଚପୁତ୍ର ମୁଂ ଯାଉଥିଲି ଲୋଡି

ଯମଗଣେ ମାରୁଥିଲେ ଅନେକ ପାପୀଂକି ବିହଡି ।୧୫।

ମୋତେ ଦେଖିକରି ଭୟେ ପଳାଇଲେ ତାହାନ୍ତ ଛାଡି

ବହୁତ ପାତେକୀମାନେ ନର୍କକୁଣ୍ଡେ ଥିଲେ ପଡି ।୧୬।

ମମ ଦ୍ରଶନେ କରି ପାରିଲେ ମୋକ୍ଷଗତି

ଦେଖିଣ ତ୍ରାସିଲା କୃତାନ୍ତକ ଆଧିପତି ।୧୭।

ସୁବର୍ଣ୍ଣ ଥାଳିରେ ଦୁର୍ବାକ୍ଷତ ଅର୍ଘ୍ୟ ଘେନି

ମମ ପାଦ ପୂଜାକଲେ ଯେ ନାଥ ସଂଜୀବନୀ ।୧୮।

ଅନେକ ତ୍ରାସେଣ ସେ ବହୁତ ବିନୟେ

ପ୍ରଣପତ୍ୟ କରି ସେ ବସାଇଲେ ସଭାୟେ ।୧୯।

ଛାମୁରେ କରପତ୍ର ଯୋଡିଣ ନାଶକର

ନିସ୍ତରିଲି ସ୍ୱାମୀ ଆଜ ଅନେକ ଭାଗ୍ୟ ମୋହୋର ।୨୦।

ୟେ ସଂଜୀବନୀ ପୁରେ ପଡିଲା ୟେ ତୋହୋର ପାଦରଜ

ବହୁତ ଅପ୍ରାଧୀ ପାପୀ ତ୍ରାହିକଲୁ ଦେବରାଜ ।୨୧।

ମୋତେ ଅନୁଗ୍ରହ କି ତବ କାର୍ଯ୍ୟ ଅର୍ଥେ

ନାଶକର ପୁରକୁ ସ୍ୱାମୀ ହେ ବିଜୟେ କି ନିମନ୍ତେ ।୨୨।

ବୋଲନ୍ତି କେଶବ ତୁମ୍ଭେ ଶୁଣ ହୋ ଜନ୍ତୁପତି

ଅଳପ କାର୍ଯ୍ୟେ ଆମ୍ଭେ ଅଇଲୁ ତୋହୋର ୟେଥି ।୨୩।

ଶାନ୍ତିପନୀ ପଣ୍ଡା ଯେ ଆମ୍ଭର ବିଦ୍ୟାଗୁରୁ

ତାହାଂକର ପୁତ୍ରକୁ ତୁ କିମ୍ପାଇ ହାଦେ ହରୁ ।୨୪।

ଆମ୍ଭଂକୁ ଦକ୍ଷିଣା ସେ ମାଗିଲେ ହାଦେ ଗୁରୁ

ଗ୍ୟାନ ପାଇଲେ ସେ ଆମ୍ଭର ଶାସ୍ର ପଢ଼ୁ ।୨୫।

ମୃତ ପଞ୍ଚୁପୁତ୍ର ମାଗିଲେ ବହୁତ କଟାଳେ

ତଦ ଅର୍ଥେ ଅଇଲୁଂ ତୋର ସଂଜୀବନୀ ମଣ୍ଡଳେ ।୨୬।

ସେ ଗୁରୁପୁତ୍ରମାନେ ଅଟନ୍ତି ମୋର ଧର୍ମଭ୍ରାଥ

ତାହାନ୍ତ ଦିଲେ ଆମ୍ଭନ୍ତୁ ବିଦ୍ୟା ହୋଇବ ପ୍ରାପତ ।୨୭।

ସ୍ୱାମୀ ଅନେକ ତ୍ରାସ ମୋତେ କରିଥିଲା ଜନ୍ତୁରାୟେ

ୟେ କଥା ଶୁଣିଣ ଥୋକାୟେ ହୋଇଲା ନିର୍ଭୟେ ।୨୮।

ଯମ ପଚାରିଲା ଚିତ୍ରଗୁପତକଇଂ ହକାରି

ଆହୋ ଶାନ୍ତିପନୀ ବ୍ରାହ୍ମଣର ପୁତ୍ରେ ଅଛନ୍ତି କେଉଣ ଯେ ପୁରୀ ।୨୯।

ଯମର ବଚନେ ଚିତ୍ରଗୁପତେ ପରିଣାମି

ପଛିମ କୋଶଳେ ଯେ କଶୀଦେଶ ଅଛି ସ୍ୱାମୀ ।୩୦।

ଶିବ ପାଦ ଗଙ୍ଗା ଉତ୍ତରାଂକୁର ନଦୀକୁଳେ

ଦତ୍ତାତ୍ରିକ ନାମେ ଲିଙ୍ଗ ଅଛି କଉଶିକ ବଟତଳେ ।୩୧।

ସେ ନଗ୍ରେ ପଞ୍ଚୁପୁତ୍ରେ ହୋଇଛନ୍ତି ଜନ୍ମ

ବ୍ରତନ୍ତି ହେତୁରେ ଯେ ତାହାଂକର ଚଉର୍ଯ୍ୟପଣ ।୩୨।

ଅନେକ ଦ୍ରବ୍ୟନ୍ତ ସେ ଆଣନ୍ତି ବାଟପଡି

ସେ ଦ୍ରବ୍ୟ ବାଣ୍ଟନ୍ତି ସେ ବେନିଭାଗ କରି ।୩୩।

ରୁଦ୍ର ଦେବତାଙ୍କୁ ସେ ଦିଅନ୍ତି ଅଧେ ଧନ

ଅର୍ଦ୍ଧେକ ଧନ ଘେନି ବଞ୍ଚନ୍ତି ପଞ୍ଚୁଜନ ।୩୪।

ଶୁଣିଣ ଆଗ୍ୟାଂଦିଲା ଯେ ଜନ୍ତୁ ଅଧିକାରୀ

ପାପପୁଣ୍ୟ ତାହାଂକର ଅଟଇ ଅଇରି ସରି ।୩୫।

ଚିତ୍ରଗୁପ୍ତଂକ ବଚନେ ନାଶକର ଆଖଣ୍ଡଳ

ସନ୍ନିଧ୍ୟେ ହକରାଇଲେ କାଳ ଯେ ବିକାଳ ।୩୬।

କାଳ ବିକାଳଂକୁ ବୋଇଲା ଜନ୍ତୁପତି

କୋଶଳ ଦେଶକୁ ତୁମ୍ଭେ ଯିବରେ ତଡିତି ।୩୭।

ଶାନ୍ତିପନୀ ବ୍ରାହ୍ମଣର ପଞ୍ଚୁ ଯେ ନନ୍ଦନ

ତାହାନ୍ତ ଯାଇଂରେ ବହନ କରି ଆଣ ।୩୮।

ଆଗ୍ୟାଂ ପ୍ରମାଣେ ଯେ ଗଲେ ବେନି ଦୁଷ୍ଟେ

ଚଉର୍ଯ୍ୟ କୁମାରନ୍ତ ହୋଇଲେ ଯାଇଂ ଭେଟେ ।୩୯।

ପ୍ରାତସ୍ରାନ କରନ୍ତେ ପାଞ୍ଚହେଂ ରୁଦ୍ର ପାଦଗଙ୍ଗା ଜଳେ

ଧାତିକାରେ ଗଭୀରେ ବୁଡାଇଲେ କାଳ ଯେ ବିକାଳେ ।୪୦।

ନାଶକର ବୋଇଲା ତୁମ୍ଭେ ଶୁଣିମା ମଧୁହାରୀ

ଭ୍ରାଥମାନେ ହୋଇଲେନି ତୋହର ଜଳ ଯେ ଅନ୍ଧାରି ।୪୧।

କାଳେ ଜଳେ ବୁଡ଼ିମଲେ ଜଳେ ହୋଇଲେ ଜାତ

ଗୁରୁଂକୁ ନେଇ ସମର୍ପଣ କର ହୋ ଜଗନ୍ନାଥ ।୪୨।

ନାଶକର ବଚନେ ମୁଂ ନେଇଣ ସମର୍ପିଲି ।୪୩।

ଦେଖିଣ ବେନିଜନେ ହୋଇଲେ ସନ୍ତୋଷ

ତଦନ୍ତରେ ମୁଂହି ଯେ ଅଇଲି ନିଜ ବାସ ।୪୪।

କହନ୍ତି ବାସୁଦେବ ଶୁଣିମା କାମପାଳେ

ପଣ୍ଡୁଂକୁ ଦେଖିଲି ଦେବ ଯମର ସଭାତଳେ ।୪୫।

ଯହିଂ ସେ କୃତାନ୍ତେକର ପଡଇ ପାଦରଜ

ତହିଂ ତିନିପାବଚ୍ଛର ତଳେ ଦେଖିଲି ଉଭା ପଣ୍ଡୁ ମହାରାଜ ।୪୬।

ସ୍ୱାମୀ ୟେକସ୍ତରି ବରଷ ଗଲାନି ପଣ୍ଡୁ ପ୍ରାଣତ୍ୟାଜ ହୋଇଲା

ଆସ୍ତାନ ତଳେ ଉଭା ହୋଇଛି ଯମ ବସ ବୋଲିନ ବୋଇଲା ।୪୭।

ପୁଣ୍ୟଲୋକମାନେ ବସନ୍ତି ଯେ ଆସ୍ତାନ ଉପରେ

ତାହାଂକର ପାଦରଜ ପଡଇ ପଣ୍ଡୁରାଜାର ମଥାରେ ।୪୮।

ଜଗନ୍ନାଥଂକ ମୁଖରୁ ୟେସନିକ ବାକ୍ୟ ଶୁଣି

ଥମ୍ବୀଭୂତ ପ୍ରାୟେ ହୋଇ ବସିଲେ ହଳପାଣି ।୪୯।

ବଦନ୍ତି କାମପାଳେ ଶୁଣ ହୋ ଶ୍ରୀବତ୍ସି

କେଉଣ ଦୋଷେ କୃତାନ୍ତେକ ପଣ୍ଡୁଂକୁ ୟେଡେ ଶାସ୍ତି ଦେଉଅଛି ।୫୦।

ଜଗନ୍ନାଥେ ବୋଇଲେ ପଣ୍ଡୁ ବ୍ରହ୍ମହତ୍ୟା କଲା

ଅଗ୍ନିକା ମହାଋଷିଂକି ସେ ନାରାଜେ ମାଇଲା ।୫୧।

ପଣ୍ଡୁ ଶାସ୍ତି ପାଉଅଛି ଯେବଣ ଦୋଷ କରି

ସେ ହତ୍ୟା ଦୋଷ ତାଂକୁ ନୋହିଲା ଅପହାରି ।୫୨।

ବଳରାମେ ହସିଲେ ଯେ ଜଗନ୍ନାଥଂକେ ବଚନେ

ତୁ ସେ ବୋଇଲୁ ନା ମୋତେ ଦେଖି ମୋକ୍ଷ ହୋଇଲେ ଅନେକ ପାପୀଜନେ ।୫୩।

ହରି ନାନା ପାତେକ ମୋଚନ ହୋଇଲା ତୋତେ ଦେଖି

ପଣ୍ଡୁର କଥାକୁ ହରି ନୋହିଲୁ କିଂପେ ସାଖୀ ।୫୪।

ଗୋବିନ୍ଦେ ବୋଇଲେ ସ୍ୱାମୀ ଅପାର ପାତେକ

ବ୍ରହ୍ମହତ୍ୟା ପାତେକ ଦେବ ବଡାଇ ଦୁରାନ୍ତେକ ।୫୫।

ବଳରାମେ ବୋଇଲେ ହରି ଯୁଝେଷ୍ଠିଂକି ତୋର ମାୟା

ୟେବେ ସେ ଜାଣିଲି ବାବୁରେ ପାଣ୍ଡେବଂକୁ ନାହିଂ ତୋର ଦୟା ।୫୬।

ଯଥାର୍ଥ ହୋଇଣ ଯେବେ ତୋହୋର ଚିତ୍ତରେ ଶୁଦ୍ଧ ଥାନ୍ତା

ଯମର ଦର୍ପରେ କାହିଂ ପଣ୍ଡୁଂକୁ ୟେଡେ ଶାସ୍ତି ଦିଅନ୍ତା ।୫୭।

କରପତ୍ର ଯୋଡିଣ ଜଗନ୍ନାଥେ ବୋଇଲେ

ଈଶ୍ୱର ଦେବତା ପୂର୍ବେ ବ୍ରହ୍ମହତ୍ୟା କଲେ ।୫୮।

ସେହି ଅନେକ କଷ୍ଠୋରେ ପାରକରି ନୁଆରିଲେ

ବ୍ରହ୍ମାର କପାଳ ଘେନି ତ୍ରଇଲୋକ୍ୟ ବୁଲିଲେ ।୫୯।

ବ୍ରହ୍ମହତ୍ୟା ଦୋଷରେ ସେ ପାତାଳେ ପଶିଲେ

ପାତାଳେ ହଟକେଶ୍ୱର ରୂପରେ ରହିଲେ ।୬୦।

ମୁଂ କି ସାମରଥ ପଣ୍ଡୁର ହତ୍ୟାଦୋଷ ମୋଚନ କରିବାକୁ

ୟେ ହତ୍ୟାଦୋଷ ପାର ନ ଗଲା ଈଶ୍ୱରଦେବତାଂକୁ ।୬୧।

ବଳରାମେ ବୋଇଲେ ଯେବେ ତୁ ଦେଖିଲୁ ଦେବହରି

ଯୁଝେଷ୍ଠିଂକର ଛାମୁରେ ୟେହା କହିବୁ ନା ନିର୍ଣ୍ଣେକରି ।୬୨।

ଭାଗୀରଥୀ ବୋଲି ପୁତ୍ରେକ ସୂର୍ଯ୍ୟବଂଶେ ଥିଲା

ସଗର ରାଜାର ଷାଠିୟେ ସହସ୍ର ପୁତ୍ରନ୍ତ ମୁକତ କଲା ।୬୩।

ଦିଗପାଳ ସମାନେ ପଣ୍ଡୁର ଅଛନ୍ତି ପଞ୍ଚପୁତ୍ରେ

ପିତାର ପାତକ ସେ ଖଣ୍ଡରୁ ଜଗନ୍ନାଥେ ।୬୪।

କରପତ୍ର ଯୋଡିଣ ଯେ ବୋଲନ୍ତି ଦେବରାୟେ

ୟେ କଥା ଯୁଝେଷ୍ଠିଂକି କହିତେ କରଇ ମୁହିଂ ମହାଭୟେ ।୬୫।

ବଳରାମେ ବୋଇଲେ ତୁ ଯେବେ ନ କହିବୁ ତାହାଂକୁ

ଆନ କେ ବାରତ ଦେବ ଯୁଝେଷ୍ଠି ଦେବଂକୁ ।୬୬।

ୟେମନ୍ତେ ତ ଜଗନ୍ନାଥ ପଣ୍ଡୁ ନାଶଗଲା

ଯୁଝେଷ୍ଠି ପରାୟେ ପୁତ୍ର ଥାଉଂ ପଣ୍ଡୁ ନର୍କଗତି ପାଇଲା ।୬୭।

ବଳରାମଂକୁ ତୁଲେ କଥା ହୁଅନ୍ତେଣ ଦେବହରି

ୟୋଗଲୟ କରି ଦେବ ନାରଦେ ସୁମରି ।୬୮।

ବଦରିକା ଆଶ୍ରମେ ଯେଥିଲେ ମୁନିବର

ଯୋଗବଳେ ଜାଣିଲେ ମୋତେ ଚିନ୍ତିଲେ ଜଗତ ଈଶ୍ୱର ।୬୯।

ତକ୍ଷଣେ ବ୍ରହ୍ମା ନନ୍ଦନ ମନଦଣ୍ଡକୁ ଆରୋହି

ଦ୍ୱାରକା ଭୁବନ ମୁନି ପ୍ରବେଶ ହୋଇଲେ ହାଦେ ଯାଇଂ ।୭୦।

ଦେବର୍ଷିଂକି ଦେଖି ଜଗନ୍ନାଥେ କଲେ ପୂଜା

ଜଗନ୍ନାଥେ ବୋଇଲେ ୟେହିକ୍ଷଣି ନାରଦ ତୁମ୍ଭେ ହସ୍ତିନାକୁ ଯାଅ ଯା ।୭୧।

ଆସ୍ତାନର ମଧ୍ୟେ ଯାଇଂ ତୁମ୍ଭେ ବିଜୟେ କରିବ

ଯୁଝେଷ୍ଟି ପଚାରିଲେ ସଂଜୀବନି ପୁରେ ଥିଲୁ ବୋଲିଣ କହିବ ।୭୨।

ଯୁଝେଷ୍ଠି ଦେବେ ପଚାରିବେ ଯେବେ ପିତାର ବାରତା

ଆମ୍ଭର ପାଇଂ ମୁନି ହେ କହିବ ତୁମ୍ଭେ ମିଥ୍ୟା ।୭୩।

ବିଚାରି କହିବ ତୁମ୍ଭେ ଯୁଝେଷ୍ଠି ଦେବଂକୁ

ଯମର ତିନି ପାବଚ୍ଛ ତଳେ ଦେଖିଲୁ ତୋ ପିତା ପଣ୍ଡୁଂକୁ ।୭୪।

ସେ ପଚାରିବେ ମୁନିହେ ପିତା ମୋର କଲେ କେଉଂଣ ପାପ

ବ୍ରହ୍ମହତ୍ୟା ଦୋଷ ବୋଲି କହିବ ସରୂପ ।୭୫।

ଆନ କଥା କିଛି ନ କହିବ ଯୁଝେଷ୍ଠି ଦେବଂକୁ

ନାରାୟଣ ଆଗ୍ୟାଂ ଦିଲେ ମହଋଷି ନାରଦଂକୁ ।୭୬।

ଆଗ୍ୟାଂ ପ୍ରମାଣେ ସେ ଚଳିଲେ ମହଋଷି

ହସ୍ତିନା ପୁରେଣ ସେ ମିଳିଲେ ବେଗେ ଆସି ।୭୭।

ଛତଉତ୍ତର ଶତେଭ୍ରାଥ ବିଜୟେ ଆସ୍ଥାନେ

ସଭାରେ ଧାତିକରେ ବିଜୟେ ମହାମୁନ୍ୟେ ।୭୮।

ନାରଦଂକୁ ଦେଖିଣ ସର୍ବେ ଉଠିଲେ ଧାତିକାରେ

ଯୁଝେଷ୍ଠି ପ୍ରଣପତ୍ୟ ନାରଦଂକ ପୟରେ ।୭୯।

ଶ୍ରୀହସ୍ତରେ ଅର୍ଘ୍ୟେକ ଘେନିଣ ଯେ ଦେବରାଜା

ମୁନିଂକ ପୟର ତଳେ କଲେ ଦିବ୍ୟ ପୂଜା ।୮୦।

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଦିଲେ ଯେ ମାନଗୋବିନ୍ଦ ।୮୧।

ପ୍ରଣପତ୍ୟ ହୋଇ ଶୁତିଲେ ଛଡଉତ୍ତର ଶତେ ଭାଇ

କନେକ ସିଂଘାସନେ ମୁନିଂକି ବସାଇଲେ ନେଇ ।୮୨।

କୁଶହାଥ ହୋଇଣ ବଦନ୍ତି ଦେବଋଷି

ଆରୋଗ୍ୟ ଆପାଦମାନ ଖଣ୍ଡଣହୋଉ ବାବୁ ପରମ କଲ୍ୟାଣ
ହୋଅସି ।୮୩।

ନାରଦେ ବୋଇଲେ ବାବୁ ଅଛନା ସର୍ବେ କ୍ଷମେ

ଶତ୍ରୁ ଉପଦ୍ରବ ତୁମ୍ଭନ୍ତ ନାହିଂନା ସାଂଗ୍ରାମେ ।୮୪।

ପୁତ୍ର ପଉତ୍ରୀ ସୋଦର ଆବର କୁଟୁମ୍ବ ଭାରିଯା

ସମସ୍ତେ କୁଶଳେକ୍ଷମେ ଅଛନ୍ତିନା ହୋ ମହାରାଜା ।୮୫।

ତପୀଜନେ ଉପଦ୍ରପ ନ କରନ୍ତିନା କଉଣୋପେ

ପୂର୍ବ ବିଧାନେ ଖଟିଛନ୍ତିନା ପାରିଦଣ୍ଡ ସର୍ବ ନୃପେ ।୮୬।

ଦଇତ ଦାନବ ଉପଦ୍ରବ ନାହିଂନା ତପବନେ

ହବିର୍ଭାଗେ ଅଛନ୍ତିନା ତପୋଧନମାନେ ।୮୭।

ସୁବିଧାନେ ମେଘମାନେ କରନ୍ତିନା ବୃଷ୍ଟି

ଶସ୍ୟ ଫଳ ସର୍ବଦା ଦେଉଛନ୍ତିନା ସୃଷ୍ଟି ।୮୮।

ସୋଦରେ ଅନ୍ୟୋଅନ୍ୱି ନାହିଂନା ତୁମ୍ଭର ଦ୍ୱନ୍ଦ

ରାଜ୍ୟେ ଜନମାନେ ହୋଇଅଛନ୍ତି ନା ପରମ ସାନନ୍ଦ ।୮୯।

ସକଳ ସୁବିଧାନେ ବ୍ରତିଅଛୁନା ମହାରାଜା

କୁଶଳେ ବ୍ରତନ୍ତିଟି କି ତୁମ୍ଭର ଜନପ୍ରଜା ।୯୦।

ଅନକୂଳେ କାର୍ଯ୍ୟ ତୋର ହେଉଛିନା ସିଦ୍ଧି

କୃଷିକାରୀମାନନ୍ତ ନାହିଂନା ଅବିଧି ।୯୧।

ଦେଶାଉରେ ବାରତା ତୋତେ କହନ୍ତିଟି କି ଭଲେ

ଧାର୍ମିକ ଦେଖି ବରଗିବୁ ଦଣ୍ଡ ପରରାଷ୍ଟ୍ର ପଡିଲେ ।୯୨।

ଦ୍ରିଯୋଧନ ବୋଇଲା ସର୍ବ କୁଶଳ ମହାମୁନ୍ୟେ

ସକଳ ସୁବିଧାନ ମୁନି ତୋହର ପରସନ୍ନେ ।୯୩।

ଭୋ ମହାମୁନି ତୁମ୍ଭେ କେଉଂଣ ପୁରେ ଥିଲ

କେଉଣ ଭୁବନେ କେଉଣ ଉପାଧି ଦେଖିଲ ।୯୪।

ନାରଦ ବୋଇଲେ ତୁମ୍ଭେ ଶୁଣ ହୋ ଧୃତିରାଷ୍ଟି

ସଂଜୀବନୀପୁରେ ଥିଲୁ ୟେହିକ୍ଷଣି ନିକଟି ।୯୫।

ଯୁଝେଷ୍ଟି ବୋଇଲେ ଥିଲ ଯେବେ ସଂଜୀବନୀ ପୁରୀ

ପିତା ପଣ୍ଡଂକୁ ମୋର ଦେଖିଲ କି ବ୍ରହ୍ମଚାରୀ ।୯୬।

ଯୁଝେଷ୍ଟିଙ୍କ ବଚନେ ଯେ‌ ନାରଦେ ବୋଇଲେ

ପିତା ପ୍ରାଣତ୍ୟାଜ ତୋହୋର ୟେକସ୍ତରି ବରଷ ହୋଇଲେ ।୯୭।

ଯହିଂ ଯମରାଜର ପଡଇ ପାଦରଜ

ତହିଂତଳେ ଦେଖିଲୁ ତୋର ପିତା ପଣ୍ଡୁରାଜ ।୯୮।

ଯୁଝେଷ୍ଟିଂ ପଚାରିଲେ ଶୁଣିମା ତପୋଧନି

ଯମ ୟେତେ ଶାସ୍ତିଦିଲା ପିତାଂକୁ ମୋହୋର କେଉଣ
ଦୋଷ ଘେନି ।୯୯।

ନାରଦେ ବୋଇଲେ ପୂର୍ବେ ପିତା ତୋହୋର ବ୍ରହ୍ମହତ୍ୟା ଦୋଷ କଲା

ଅଗ୍ନିକା ମହାଋଷିଂକି ସେ ନାରାଜେ ମାଇଲା ।୧୦୦।

ସେ ଦୋଷ ବିଚାରି ଶାସ୍ତି ବିହିଲା ଜନ୍ତୁନାଶ

ମହା ଦୁରାନ୍ତେକ ୟେ ବ୍ରହ୍ମହତ୍ୟା ପାପ ଦୋଷ ।୧୦୧।

କର୍ଣ୍ଣବୀର ହସିଲା ଯେ କରତାଳ ଦେଇ

ଦ୍ରିଯୋଧନ ଉପହାସ୍ୟ କଲା ଛିଦ୍ର କଥା ପାଇ ।୧୦୨।

ୟେକେ ଗୋଳକୁଣ୍ଡା ଦିଜେ ୟେ ଜାର ଜାତକ

ଆବର ବିଶେଷେ କଲେ ପିତା ବ୍ରହ୍ମହତ୍ୟା ପାତେକ

ୟେହାଂକର ମୁଖ ଆବର ଚାହିଂବା କେମନ୍ତେ

ଉପହାସ୍ୟ କରି ଆସ୍ତାନୁ ଉଠିଲା କୁରୁନାଥେ ।୧୦୪।

ଯୁଝେଷ୍ଠି ମୃଚ୍ଛାଗତ ନାରଦଂକ ବଚନ ଶୁଣି

ଅର୍ଜୁନକୁ ରାଇ ଆଗ୍ୟାଂ ଦିଲେକ ନୃପମଣି ।୧୦୫।

ୟେହିକ୍ଷଣି ଯାଅସି ବାବୁ ଦ୍ୱାରକା ଭୁବନକୁ

ବହନ ଘେନିଣ ଆସ ଶ୍ରୀ ଜଗନ୍ନାଥ ଦେବଂକୁ ।୧୦୬।

ପରମାନନ୍ଦ ନାଥ ସେହି ସେ ମୋତେ ସାହା

ବିଚାର କରିବା ହରି ଆଗ୍ୟାଂ ଦେବେ ଯାହା ।୧୦୭।

 

ଅର୍ଜୁନ ଦ୍ୱାରକାରୁ ଶ୍ରୀକୃଷ୍ଣଙ୍କୁ ଆନୟନ ଓ
ରାଜସୂୟ ଯଗ୍ୟଂର ପରାମର୍ଶ

ଯୁଝେଷ୍ଠିଂକ ବଚନ ଶୁଣିଣ ଫାଲଗୁନି

ଚଳଇ ବାସବି ଯେ କରେ ଧନୁଶସ୍ର ଘେନି ।୧।

ପବନଗତି ହୋଇ ଚଳଇ ରାତ୍ର ଯେ ଦିବସ

କ୍ଷୁଧା ତୃଷା ନାହିଂ ତାର ମନରେ ବିରସ ।୨।

ତେରଶତ ଯୋଜନା ସେ ରାତ୍ର ଦିବସକେ ଗମି

ଦ୍ୱାରକାୟେ ପ୍ରବେଶ ହୋଇଲା ବୀର ଫାଲଗୁନି ।୩।

ଦ୍ୱାରପାଳେ ଦେଖି ଦ୍ୱାର ଛାଡିଲେ ପାଥକୁ

ଚଳଇ ବାସେବି ଯେ ନବର ଭିତରକୁ ।୪।

ଚଉବିଂଶଦ୍ୱାର ଜିଣିଣ ଗଲାକ ଧନୁର୍ଜୟେ

ସତ୍ୟଭାମା ପୁରେ ଯେ ବିଜୟେ ଦେବରାୟେ ।୫।

ଶକ୍ରାବତୀକି ଘେନିଣ ଯେ ବିଜୟ ଦେବ ବନମାଳୀ

ବିନୋଦେଶ ଜଗନ୍ନାଥ ପଶାକ୍ରୀଡା କୁତୂହୋଳୀ ।୬।

ବାସୁଦେବ ସତ୍ୟଭାମା ଯେ ଖେଡର ସମୟେ

ଦ୍ୱାରେଣ ପ୍ରବେଶ ଯାଇଂ ହୋଇଲା ଧନୁର୍ଜୟେ ।୭।

ସତ୍ୟଭାମାକୁ ଦେଖିଣ ପାଣ୍ଡବ ସର୍ବସାଚୀ

ସଂକୋଚ ଭିତରେ ନ ପଶି ଦ୍ୱାରେ ଉଭା ହୋଇଅଛି ।୮।

ଦାନ ବାହାନ୍ତେ ଶକ୍ରାବତୀ ଦେଖିଲେ ଅର୍ଜୁନର ବଦନ

ପ୍ରତକ୍ଷେ ନାରାୟଣ ସରୂପ ବର୍ଣ୍ଣ ଚିହ୍ନ ।୯।

ପଶାକାଠି ଘେନି କରେ ବୋଇଲେ ଶକ୍ରାବତୀ

ମାୟା ଉପାୟେ କିମ୍ପେ ରଚିଲ ଶିରୀପତି ।୧୦।

ମୂର୍ତ୍ତିକେ ପଶା ଖେଡ ମୋହୋର ସଙ୍ଗତରେ

ଆରେକ ମୁର୍ତ୍ତିକେ ଧନୁଧରି ଉଭା ହୋଇଅଛି ଦ୍ୱାରେ ।୧୧।

ମୟାଧର ମୂରତି ତୁମ୍ଭେ କେହୁ ଅନ୍ତକରୁ

କ୍ଷଣେ କ୍ଷଣେ ମାୟାରୂପ ଅନୁମାନ ଧରୁ ।୧୨।

ବଦନ ତୋଳି ଲେଉଟି ଚାହିଂଲେ ବନମାଳୀ

ଅର୍ଜୁନର ବଦନ ଦେଖିଲେ ଦେବହରି ।୧୩।

ଦେଖିଣ ପରମସାନନ୍ଦ ହୋଇଲେ ଦେବ ଜଗଭୂତ

ଗୋବିନ୍ଦର ପଦ୍ମପାଦେ ଅରଜୁନ ପ୍ରଣପତ୍ୟ ।୧୪।

ବାବୁ ଭିତରକୁ ଆସ ପ୍ରାଣର ସଂଘାତ ମୋର ଧନୁର୍ଜୟେ

ସତ୍ୟଭାମାକଇଂ ଦେଖି ତୋର କିମ୍ପେ ୟେତେ ଭୟେ ।୧୫।

ତୁ ମୋର ପ୍ରାଣବନ୍ଧୁ ଅଭେଦ ପଞ୍ଚୁଭୂତ

ହୃଦୟର ବଲ୍ଲଭ ତୁ ମୋର ପ୍ରାଣର ସଂଘାତ ।୧୬।

ଉଠିଣ ମାଧବ ଯାଇ ଆନନ୍ଦେ ଅର୍ଜୁନକୁ କୋଳ କରି

ମୁଖରେ ଚୁମ୍ବନ ଦେଇ ବେନିଭୁଜେ ପାଥକୁ ଭିଡ଼ି ।୧୭।

ସିଂଘାସନ ଉପରେ ବସାଇ ଦେବ ହୃଷୀକେଶି

ପୁଣ ପୁଣ ଶ୍ରୀକରେ ଅର୍ଜୁନର ଶରୀର ଆଉଂସି ।୧୮।

ଗୋବିନ୍ଦେ ଆଗ୍ୟାଂ ଦିଲେ ଶକ୍ରାବତୀଂକି ରାଇ

ରୁକ୍ମଣୀର ଅଗ୍ରତେ କହ ତୁମ୍ଭେ ବେଗେ ଯାଇଂ ।୧୯।

ବେଗକରି ପାକ ସେ କରନ୍ତୁ ରଞ୍ଚନ

ବୋଲ ଆମ୍ଭ ପୁରକୁ ବିଜେ କୋଇନ୍ତାଂକ ନନ୍ଦନ ।୨୦।

ସ୍ୱାମୀଂକର ଆଗ୍ୟାଂୟେ ଚଳିଲେ ସତ୍ୟଭାମା

ରୁକ୍ମିଣୀଂକି କହିଲେ ଯେ ନାରାୟଣଂକ ବାମା ।୨୧।

ଅର୍ଜୁନର ଆଗତ ବାରତା ଦେବୀ ଶୁଣି

ଅନେକ ସାନନ୍ଦ ସେ ଯେ ହୋଇଲେ ଗୋସାମଣୀ ।୨୨।

ଆପଣେ ଉଠିଣ ତହୁଂ ଦେବ ଜଗନ୍ନାଥ

ତିଳ ଅୟେଂଳା ଲେପନ କଲେ ଅର୍ଜୁନର ମାଥ ।୨୩।

ଜମ୍ବୁବତୀ ସତ୍ୟଭାମା ରତ୍ନଘଟେ ଦିଅନ୍ତି ପାଣି ତୋଳି

ଆପଣେ ଶ୍ରୀକରେ ସ୍ୱାମୀ ଅର୍ଜୁନର କେଶ ଯେ ପଖାଳି ।୨୪।

ସ୍ରାହାନ ସାରିଣ ସେ ଦେବ ପଖାଳନ ବସ୍ର ଘେନି

ଅର୍ଜୁନର କେଶ ଯେ ପୋଛନ୍ତି ଚକ୍ରପାଣି ।୨୫।

ଜମ୍ବୁବତୀ ସତ୍ୟଭାମା ଆଲଟା ଚାମର ଘେନି ଢାଳି

ଶ୍ରୀକରେ ବାସୁଦେବ ଅର୍ଜୁନର କେଶ ଯେ କୁରୁଳି ।୨୬।

କେଶ ଶୁଖାଇଣ ପୁଣ ଯଦୁକୁଳ ନାଥେ

ଅପୂର୍ବ କୁସୁମ ସାଂଜୋଇଲେ ନେଇ ଜଗନ୍ନାଥ ଅର୍ଜୁନର ମାଥେ ।୨୭।

ଅନେକ ଅପୂର୍ବ ରତ୍ନ ଆଭରଣ କଲେ

ସୁବର୍ଣ୍ଣର ସିଂଘାସନେ ନେଇଣ ଅର୍ଜୁନକୁ ବସାଇଲେ ।୨୮।

ଆପଣେ ସ୍ରାହାନ ତହୁଂ ସାରିଣ ଦେବହରି

ଅର୍ଜୁନକୁ ଘେନିଣ ଦେବ ମୁଣୋହିରେ ବିଜେକରି ।୨୯।

ପାଦ ଶଉଚ କରି ଦେବ ବସିଲେ ଦିବ୍ୟସ୍ଥାନେ

କୃଷ୍ଣ ଅର୍ଜୁନ ବସିଲେ ସୁବର୍ଣ୍ଣ ଆସନେ ।୩୦।

ସତ୍ୟଭାମା ରତ୍ନଝରୀରେ ଘେନିଣ ସୁବାସିତ ପାଣି

ହେମଝରୀରେ ପାଣି ଭରି ଦେବୀ ବସାଇଲେ ଆଣି ।୩୧।

କାଳିନ୍ଦୀ ସତ୍ୟଭାମା ଦୁହେଂ ଚାମର ଢାଳନ୍ତି

ସୁବର୍ଣ୍ଣ ପଇଲମେ ରୁକ୍ମଣୀ ଦେବୀ ଅନ୍ନ ପରଶନ୍ତି ।୩୨।

ଷଡରସ ମେଞ୍ଜନ ଅମିୟ ରସ ପାଗ

ପରଶନ୍ତି ଗୋସାମଣୀ ଯେ କଉତୁକେ ଦେବ କରନ୍ତି ଭୋଗ୍ୟ ।୩୩।

ଭୋଜନ ସାରିଣ ଦୁହେଂ ଆଂଚୋବନ କଲେ

କନକ ହାନ୍ଦୋଳାରେ ହରି ଅର୍ଜୁନକୁ ଘେନି ବାହୁଡିଲେ ।୩୪।

କାଳିନ୍ଦୀ ସତ୍ୟଭାମା ହାନ୍ଦୋଳା ପଞ୍ଛାବନ୍ତି

ଜମ୍ବୋବତୀ ତୁଳୁସା ଯେ ତାମ୍ବୋଳ ଭୁଞ୍ଜାନ୍ତି ।୩୫।

ଆଗରେ ବିଳାସୁଣୀୟେ କରନ୍ତି ନୃତ୍ୟଗୀତ

କୁସୁମ ବୃଷ୍ଟି ହୋଉଅଛି ହରି ଅର୍ଜୁନଂଙ୍କ ମାଥ ।୩୬।

ଗୋବିନ୍ଦେ ପଚାରନ୍ତି ତୁମ୍ଭେ ଶୁଣ ଫାଲଗୁନି

ମୋତେ ଅନୁଗ୍ରହ କି ଅଇଲୁ କେଉଣ ଆଗ୍ୟାଂ ଘେନି ।୩୭।

ପୁତ୍ର ପଉତ୍ରୀ ମୋହର କୁଟୁମ୍ବ ଦେଖିବା ନିମନ୍ତେ

ଅନୁଗ୍ରହ କରି ବାବୁ ବିଜୟେ କଲୁ କି ୟେଥେ ।୩୮।

କିସ ଆଗ୍ୟାଂ ଠାକୁରଂକର ତୁମ୍ଭର କିସ କାର୍ଯ୍ୟ

ପୁଣ ପୁଣ ପୁରସରି ପୁଚ୍ଛନ୍ତି ଦେବରାଜ ।୩୯।

ଅର୍ଜୁନ ବୋଇଲା ପୁଣ ହାନ୍ଦୋଳାରୁ ଓହ୍ଲାଇ

ସ୍ୱାମୀ ଯିସ ଅର୍ଥେ ଅଇଲି ଶୁଣ ସାବଧାନ ହୋଇ ।୪୦।

ନାରଦ ମହଋଷି ବିଜୟେ ଆମ୍ଭ ପୁରେ

କୁଶଳ ବାରତା ପୁଚ୍ଛିଲେ ଯୁଝେଷ୍ଟି ଦେବ ଠାକୁରେ ।୪୧।

ନାରଦେ କହିଲେ ଯେ ସଂଜୀବନୀପୁର କଥା

ଆମ୍ଭର ପିତାଂକୁ ଯମ ଦେଉଅଛି ଅନେକ ଅବସ୍ତା ।୪୨।

ତାହା ଶୁଣି ଯୁଝେଷ୍ଠି ଯେ ହୋଇଲେ ଆରତ

ଉପହାସ୍ୟ କଲା ଶୁଣି ଧୃତିରାଷ୍ଟ୍ରର ସୁତ ।୪୩।

ଠାକୁରଂକ ଆଗ୍ୟାଂୟେ ମୁଂ ଅଇଲି ବହନ

ବେଗ ହୋଇ ଯିବା ସ୍ଵାମୀ ଜଗତ ମୋହନ |୪୪|

ଶୁଣିଣ ବାସୁଦେବ ପରମ ସାନନ୍ଦେ

ହସ୍ତିନାପୁରକୁ ସଜ ହୋଇଲେ ଗୋବିନ୍ଦେ |୪୫|

ବଇନେତ୍ର ସୁମରଣା କଲେ ଦେବ ଯେ ଅଚ୍ୟୁତ

ରମ୍ୟେକ ଦୀପୁଂ ଆସି ପ୍ରବେଶ ବିନତାର ସୁତ |୪୬|

କୋଳକରି ଧରି ବିଜେ କଲେ ପାଣ୍ଡବ କିରୀଟୀ

ବିଜୟେ ଜଗନ୍ନାଥ ଖଗେଶ୍ଵର ପିଠି|୪୭|

ଆକାଶେ କ୍ଷେପଇ ଯେ ପଚ୍ଛୀ ମହାବଳୀ

ରାତ୍ରକେ ବିଜୟେ ଦେବ ହସ୍ତିନାୟେ ଯାଇଂ ମିଳି |୪୮|

ଆସ୍ତାଲେ ବିଜୟେ କରିଛନ୍ତି ଦେବ ଧର୍ମରାୟେ

ଗରୁଡ ପିଠି ତେଜ୍ୟା କଲେ ଶ୍ରୀକୃଷ୍ଣ ଧନୁର୍ଜୟେ |୪୯|

ଯେତେ ଧୂରୁହୁଂ ଦିଶିଲା ଯୁଝେଷ୍ଠି ଦେବଂକ ଆସ୍ତାନ

ଦଣ୍ଡଲାଇ ଶୁତିଲେ କୃଷ୍ଣ ଅରଜୁନ |୫୦|

ଯୁଝେଷ୍ଠି କଲ୍ୟାଣ କଲେ ବାସୁଦେବଂକ ବଦନ ଚାହିଂ

ପାୟେ ଯାଇଂ ନିଉଛାଳି କରନ୍ତି ଯଦୁସାଇଂ ।୫୧।

ସନ୍ନିଧେ ଉଭା ହୋଇଣ ଅନେକ ସ୍ତୁତି ବୋଲି

ସାଷ୍ଟାଙ୍ଗେ ଜଗନ୍ନାଥେ ଶୁତିଲେ ଗଡଘାଲି ।୫୨।

ଯୁଝେଷ୍ଟି ଆଜ୍ଞା ଦିଲେ ଯାଅସିରେ ନକୁଳ

କୋଳାଗ୍ରତ କରି ବାବୁ ନାରାୟଣଂକୁ ବେଗେ ତୋଳ ।୫୩।

ମାଦ୍ରୀର ନନ୍ଦନ ସେ ଆଗ୍ୟାଂ ପରମାଣେ

ଶ୍ରୀକୃଷ୍ଣକଇ କୋଳକରି ତୋଳଇ ତତକ୍ଷଣେ ।୫୪।

ଠାକୁରଂକ ଆଗ୍ୟାଂ ହୋଇଲା ଉଠ ହୋ ଦେବହରି

ଉଠି ଉଭା ହୋଇ ପୁରୁଷୋତ୍ତମ ରହିଲେ ଅପସରି ।୫୫।

କରପତ୍ର ଯୋଡି ପୁଚ୍ଛା କରନ୍ତି ଜଗନ୍ନାଥେ

ସ୍ୱାମୀ ମୋତେ ଆଗ୍ୟାଂ ହୋଇଲା କେବଣ କାର୍ଯ୍ୟ ଅର୍ଥେ ।୫୬।

ଯୁଝେଷ୍ଟି ବୋଇଲେ ଶୁଣିମା ହୋ ଦାମୋଦର

ମୋହୋର ଚରିତ ଦେବ ନାରଦଂକୁ ପଚାର ।୫୭।

ଶ୍ରୀହରି ବୋଇଲେ ମହଋଷିଂକ ବଦନ ଚାହିଂ

କଳହ ପ୍ରିୟ ମୁନି ହେ କେବଣ ଅଛ ଯେ ଭିଆଇ ।୫୮।

ନାରଦେ ବୋଇଲେ ଦେବ ଶୁଣିମା ନାରାୟଣ

ସମସ୍ତ କୁତୂହୋଳ ହରି ତୋହୋର ଭିଆଣ ।୫୯।

ସ୍ୱାମୀ ସଂଜୀବନୀ ପୁରକଇଂ ମୁଂ ଯେ ହାଦେ ଯାଇଥିଲି

ତହିଂ ୟେହାଂକରି ପିତା ପଣ୍ଡୁ ରାଜାଂକୁ ଦେଖିଲି ।୬୦।

ବ୍ରହ୍ମହତ୍ୟା ଦୋଷେ ନାଶକର ଜନ୍ତୁପତି

ପଣ୍ଡୁରାଜାଂକୁ ଦେଉଅଛି ଅନେକ ଯେ ଶାସ୍ତି ।୬୧।

ଶୁଣି ଅସାଷ୍ଟମ ହୋଇଣ ପଡିଲେ ଯୁଝେଷ୍ଠି

ନିର୍ଘାତ ହୋଇଣ ଯେ ପଡିଲେ ମହୀଲୋଟି ।୬୨।

କୋଳ କରି ଧଇଲେ ସେ ଦେବ ଜଗନ୍ନାଥେ

କାହିଂକି ଅସାଷ୍ଟମ ଦେବ କେବଣ କାର୍ଯ୍ୟ ଅର୍ଥେ ।୬୩।

ଯୁଝେଷ୍ଠି ବୋଇଲେ ଆମ୍ଭେ ଜମ୍ବୁଦୀପେ ଆଧିପତି

ଆବର ବିଶେଷ ଯାହାକୁ ସଂପକ୍ଷେ ଦାଶରଥି ।୬୪।

ଇନ୍ଦ୍ରର ସମାନେ ଆମ୍ଭେ ପଞ୍ଚୁପୁତ୍ରେ ଥାଇଂ

ଆମ୍ଭର ପିତାକୁ ଯମ ବହୁତ ଶାସ୍ତି ଦେଇଂ ।୬୫।

ମୋହର ପିତାର ବ୍ରହ୍ମହତ୍ୟା କେମନ୍ତ ହୋଇବ ପାର

ହୋଇବି ତୀର୍ଥବାସୀ ମୁଂ କରିବି ଦେଶାନ୍ତର ।୬୬।

ଗଙ୍ଗା ଗୟା ଗୋଦାବରୀ ପାପ ହରଣୀ ବଇତରଣୀ

କେଦାର ଭାଗୀରଥୀ ନର୍ମଦା ପ୍ରାଗବେଣୀ ।୬୭।

ଫଲୁକି ସୁବର୍ଣ୍ଣଭଦ୍ରା ମଣିଭଦ୍ରା ବାଞ୍ଛାବଟି ମଣିକର୍ଣ୍ଣିକା ତୀର୍ଥେ

ଗମିବି ସକଳ ତୀର୍ଥେ ପିତାର ପାତକ ଖଣ୍ଡନ ନିମନ୍ତେ ।୬୮।

ତୁ ଜଗମୋହନ ନାଥ ମୋତେ କରସି ଉଦ୍ଧାରଣ

ଗାନ୍ଧାରୀ ପୁଅନ୍ତ ତୋତେଟି କଲି ସମର୍ପଣ ।୬୯।

ଦ୍ରିଯୋଧନକୁ ସୁଦୟା କରିଥାଅ ସର୍ବଦାୟେ

ମୁହିଂ ଯାଉଅଛି ପିତାର ପାତେକ କରିବଇଂ କ୍ଷୟେ ।୭୦।

ଶ୍ରୀହରି ପଚାରରିଲେ ନାରଦଂକୁ ହକାରି

ବ୍ରହ୍ମହତ୍ୟା ପାତେକ କେମନ୍ତ ଖଣ୍ଡନ କରି ।୭୧।

ନାରଦେ ବୋଇଲେ ହୋ ଅଛି ଚାରି ପ୍ରତି

ୟେଥିରେ ଚରିତ ତୋତେ କହିବା ହୋ ଶ୍ରୀପତି ।୭୨।

ଅନ୍ନଦାନ ଯେବେ ଦେଇପାରଇ ଅବିଚ୍ଛନ୍ନେ

ତେଣୁ ସେ ମହାପାତକ ହୋଅଇ ଦହନେ ।୭୩।

ନଉଚେତ ଯେବେ ସାଧି ପାରଇ ବ୍ରହ୍ମଗ୍ୟାନ

ତେବେ ସେ ସର୍ବ ପାତେକ ଯେ ହୋଅଇ ଖଣ୍ଡନ ।୭୪।

ନୋହିଲେ ପାରି ଯେବେ ଧାରାତୀର୍ଥ କରି

ଓହୋବଳ ସାଂଗ୍ରାମେ ଯେବେ ଝାସିବ କରେ ଶସ୍ର ଧରି ।୭୫।

ସେ ରଣଯୋଗେ ପଡ଼ିଲେ ସର୍ବପାପ ହୋୟେ ଧ୍ୱଂସ

ସାଂଗ୍ରାମେ ଝାସିଲେ ସମସ୍ତ ପାତେକ ହୋୟେ ନାଶ।୭୬।

ନୋହିଲେ ପ୍ରୟାଗ ଯେବେ ଝାସିତେ ପାରଇ

ତେଣୁ ସେ ବ୍ରହ୍ମହତ୍ୟା ଦୋଷ କ୍ଷୟେ ଯାଇ ।୭୭।

ନାରଦେ ବୋଇଲେ ଦେବ ଶୁଣିମା ଶ୍ରୀପତି

ପାତେକ ଦହନକୁ ଦେବ ଅଛଇ ୟେ ଚାରିପ୍ରତି ।୭୮।

ଯୁଝେଷ୍ଠି ବୋଇଲେ ନାରଦେ ଯେ କହିଲେ ଚାରିକଥା

ମୋହୋର ବେଳେ କରି ୟେ ନୋହଇ ସର୍ବଥା ।୭୯।

କାହିଂ ଧାରାତୀର୍ଥ ମୁଂ କରିବି ଦେବହରି

ମୋହୋର ତୁଲେ କେହୁ ଅଛଇ ଶସ୍ରଧାରୀ ।୮୦।

ବ୍ରହ୍ମଗ୍ୟାନ ସାଧିବାକୁ ଶକ୍ୟ କାହାର ଅଛି

ଦେବତାଆଦି ଯାହା ନୁଆରିଲେ ଇଚ୍ଛି ।୮୧।

ପ୍ରୟାଗେ ଝାସନ୍ତି ଅବା ପିତାର ନିମନ୍ତେ

ଆତ୍ମଘାତ ଦୋଷ ଲାଗିବ ହରି ମୋତେ।୮୨।

ଅନ୍ନଦାନ ଦେବାକୁ ତ ଶକ୍ୟ ମୋର ନାହିଂ

ଧୃତିରାଷ୍ଟି ପୋଷୁଛନ୍ତି ଅନ୍ନ ବସ୍ର ଦେଇ।୮୩।

ୟେମନ୍ତେ ଅନ୍ନଦାନ ମୁଂ ଦେବଇଂ କେମନ୍ତେ

ୟେ ଚାରିକଥା ହରି ହେ ପ୍ରାପତ ନୋହୋଇ ମୋତେ।୮୪।

ପଞ୍ଚତୀର୍ଥ ଆମ୍ଭେହେଂ କରିବୁ ପାଞ୍ଚଭାଇ

ଯେତେକାଳ ପିତାର ବ୍ରହ୍ମହତ୍ୟା ପାତେକ କ୍ଷୟପାଇ ।୮୫।

ଧୃତିରାଷ୍ଟ ପୁଅଂକୁ ମୁଂ ଦେବଇଂ ରାଜ୍ୟ ଭାର

ତାହାନ୍ତ ସୁଦୟା କରିଥିବୁଟି ଦାମୋଦର ।୮୬।

ଗୋବିନ୍ଦେ ବୋଇଲେ ସ୍ୱାମୀ ବୁଦ୍ଧିୟେ ମୋର ଅଛି

ଅନ୍ମଦାନ ଦେବା ହାଦେ ବଦନ୍ତି ଶ୍ରୀବତ୍ସି ।୮୭।

ନାରଦେ ବୋଇଲେ ଯେବେ ଅନ୍ନଦାନକୁ ବିଚାରି

ରାଜୁସ ଯଗ୍ୟଂ ଯେବେ କରିତେ ହରି ପାରି ।୮୮।

ନାରଦଂକୁ ବଚନେ ପୁଚ୍ଛନ୍ତି ଜନାର୍ଦ୍ଦନ

ରାଜସୁ ଯଗ୍ୟଂ ଦେବ କେଉଂଣହିଂ ବିଧାନ ।୮୯।

ନାରଦେ ବୋଇଲେ ତୁମ୍ଭେ ଶୁଣ ହୋ ଶିରୀପତି

ଲକ୍ଷେ ରାଜାନ୍ତହିଂ ଯେବେ ଆଣିବ ନିମନ୍ତ୍ରି ।୯୦।

ସମସ୍ତ ରାଜାୟେ ଆସିବେ ଥାଠ ଯେ ପଲାଣି

ବାଳଖିଳା ଆଦିକର ଆସିବେ ସର୍ବମୁନି।୯୧।

ଷୋଳଦିନ ପରିଯନ୍ତେ ହୋଇବ ଆହୂତି

ରାନ୍ଧଣା ହୋଉଥିବ ଗଉରୀ ସଉରୀ ନଳବିଧି ତିନିପ୍ରତି ।୯୨।

ଯେ ଯିସ ମାଗିବ ଅବିଚ୍ଛନ୍ନେ ଦେବ ଦାନ

ଶତ୍ରୁ ମଇତ୍ର ହୋଇବ ସେ ୟେକଇ ସମାନ ।୯୩।

ଯୁଝେଷ୍ଟି ବୋଇଲେ ଦେବ ଶୁଣିମା ମଧୁହାରୀ

ୟେଡେକ ସମ୍ପଦକୁ ଶକ୍ୟ ଅଛଇ କାହାରି ।୯୪।

ଧନବନ୍ତ ଲୋକ ମୁହିଂତ ନୋହୋଇ ଅଚ୍ୟୁତ

ଅବିଚ୍ଛନ୍ନେ ଦାନ ଦେବାକଇଂ କାହିଂ ହୋଇମି ସାମରଥ ।୯୫।

ମୋହୋରେ ନୋହି ଦେବ ରାଜୁସି ଯଗ୍ୟଂ ସଭା

ତୀର୍ଥହିଂ ସେ କରିବା ୟେ ଆଗ୍ୟାଂ ମୋତେ ଦେବା ।୯୬।

ଗୋବିନ୍ଦ ବୋଇଲେ ସ୍ୱାମୀ ନୋହୋଇ ୟେମନ୍ତ

ୟେଥେ ଥାଇଂ ଯେବେ ସେ ପାତକ ହୋଇ ହତ ।୯୭।

କିଂପାଇଂ ଯିବା ସ୍ୱାମୀ ବହୁତ ଦୂର ପଥକୁ

ନାରଦେ ବୋଇଲେ ତୁ ଚିନ୍ତା ନ କର ଧନକୁ ।୯୮।

ଯାହାକଇଂ ସପକ୍ଷ ଯେ ଦେବାଧିଦେବ ରାଜା

ପରମଲକ୍ଷ୍ମୀ ଦେବୀ ଯେ ଜଗନ୍ନାଥଂକର ଭାରିଯା ।୯୯।

ସେ ଜଗନ୍ନାଥ ଯାହାକଇଂ ଭୃତ୍ୟପଣେ ଖଟନ୍ତା

ଧନ ଭୋଜନକୁ ଆର କିସ ତୋର ଚିନ୍ତା ।୧୦୦।

ଯଗ୍ୟଂ ଆରୋପଣ ତୁ କରସି ଯୁଗତେ

ସ୍ୱର୍ଗରୁ ଆସିବେ ହାଦେ ଦେବଗଣ ଇନ୍ଦ୍ରଂକ ସହିତେ ।୧୦୧।

ଅନେକ ପୁଣ୍ୟ ତୁହୋ ଅରଜିବୁ ଯୁଝେଷ୍ଠି

ଖଣ୍ଡିବୁ ପାତେକ ଶାନ୍ତି ହୋଇବ ଅରିଷ୍ଟି।୧୦୨।

ନାରାୟଣ ବୋଇଲେ ଦେବ ଧନକୁ ନ ଭାଳ କିଛି

କୁବେର ଆଣି ଦେଉଥିବ ଯେତେକ ଧନ ଇଚ୍ଛି ।୧୦୩।

ନାରଦଂକୁ ଚାହିଂଣ ପୁଚ୍ଛିଲେ ଧର୍ମରାୟେ ଯୁଝେଷ୍ଠି

ଲକ୍ଷେରାଜା ଗୋସାଇଂ ଅଛନ୍ତିଟି କି ପୃଥୀ ।୧୦୪।

ବଦୟନ୍ତି ବାସୁଦେବ ଶୁଣିମା ଧର୍ମସୁତ

ନାରଦେ କହିଲେ ଲକ୍ଷେ ରାଜାର ବାରତ ।୧୦୫।

ବଦନ୍ତି ବ୍ରହ୍ମାସୁତ ଶୁଣ ହେ ବାସୁଦେବ

ଚାରିଉଣା ଲକ୍ଷେ ରାଜା ପୃଥୀରେ ହୋଇବ ।୧୦୬।

ଦୁଇଉଣା ପଚାଶସହସ୍ର ରାଜାଅଛନ୍ତି ପଛିମ ଦିଗେ

ୟେକଉଣା ଚାଳିଶସହସ୍ର ରାଜା ଉତ୍ତର ଦିଗଭାଗେ ।୧୦୭।

ୟେକଉଣା ସାତସହସ୍ର ରାଜା ଦକ୍ଷିଣ କୋଶଳେ

ତିନି ସହସ୍ର ରାଜା ବସନ୍ତି ପୂର୍ବ ଯେ ମଣ୍ଡଳେ ।୧୦୮।

ୟେମନ୍ତେ ଚାରିଉଣା ଲକ୍ଷେ ରାଜା ବିଧାତାର ଭିଆଣ

ମହା ମହା ଦୁଷ୍ଟ ଯେ ଅଛନ୍ତି ରାଜାଗଣ।୧୦୯।

ଯୁଗତେ ଚାରିଊଣା ଲକ୍ଷେରାଜା ହୋଇଲେ

ଯଗ୍ୟଂ ହୋଇବଟି କି ଯୁଝେଷ୍ଟି ଦେବ ବୋଇଲେ ।୧୧୦।

ନାରଦେ ବୋଇଲେ ଯେବେ ୟେକଊଣା ହୋଇ

ରାଜୁସି ଯଗ୍ୟଂ ନୋହୋଇ ଧର୍ମ ପ୍ରାପତ ନୋହି ।୧୧୧।

ଗୋବିନ୍ଦେ ବୋଇଲେ ଦେବ କଥାୟେ କରିବା

ସୁବର୍ଣ୍ଣରେ ଚାରିରାଜା ନିର୍ବାଣ କରାଇବା ।୧୧୨।

ଯୁଝେଷ୍ଟି ବୋଇଲେ ଯାହା କହିଲେ ଶିରୀରଙ୍ଗ

ମୋହର ବେଳେ ବାସୁଦେବ ନୋହୋଇ ୟେହୁ ମହାଯଗ୍ୟଂ।୧୧୩।

ଦ୍ୱାପରଯୁଗେ ମନୁଷ୍ୟ ସାତହାଥ ଉଚ୍ଛର୍ଗ

ଚାରିଗୋଟି ପିତୂଳାକୁ ଧନ ହୋଇବ କି ମଧ୍ୟସ୍ୱର୍ଗ ।୧୧୪।

ନାରଦେ ବୋଇଲେ ବାବୁ ଶୁଣ ଧର୍ମସାଇଂ

ୟେକା ଜଣକେ ରାଜା ସୁବର୍ଣ୍ଣରେ ହେବ କାହିଂ ।୧୧୫।

ସୁବର୍ଣ୍ଣର ସହସ୍ରେକ ରଥ ବେନି ସହସ୍ର ହାଥୀ

ଚାରି ସହସ୍ର ଅଶ୍ୱ ସାଗରେକ ପାଦାନ୍ତି ।୧୧୬।

ଛତ୍ର ବାଦ୍ୟ ଆଦିକର ସୁବର୍ଣ୍ଣରେ ନିର୍ବାଣି

ୟେତେ ସରୂପେ ରାଜାୟେକ ବୋଲି ଗଣି ।୧୧୭।

ଯୁଝେଷ୍ଟି ବୋଇଲେ ମୋହୋରେ ନୋହୋଇ ୟେଡେବ ଯଗ୍ୟଂ

ୟେ ମହାଭରା ଶୁଣି ମୋର ପ୍ରାଣ ହୋଉଅଛି ତ୍ୟାଗ।୧୧୮।

ନାରଦେ ବୋଇଲେ କିଛିହିଂ ଚିନ୍ତା ତୁ ନ କର

ଲକ୍ଷେ ରାଜା ସୁବର୍ଣ୍ଣରେ କରି ପାରଇ ୟେହି ଦାମୋଦର।୧୧୯।

ଯୁଝେଷ୍ଟି ତ୍ରିପୁତି ହୋଇଲେ ନାରଦଂକ ବଚନ ଶୁଣି

ଲକ୍ଷେ ରାଜାନ୍ତ କେ ସାଧ୍ୟ କରିପାରିବଟି ଚକ୍ରପାଣି ।୧୨୦।

ନାରଦେ ବୋଇଲେ ବାବୁ ଶୁଣ ଧର୍ମରାୟେ

ଶୁଣ ବାବୁ ଯୁଝେଷ୍ଟି ଆବର ଅପୂର୍ବ କଥାୟେ ।୧୨୧।

ଚାରିଉଣା ଲକ୍ଷେ ରାଜାନ୍ତ ଭାଳୁଛ ଗୋବିନ୍ଦି

ଛୟାଣୋଇ ସହସ୍ରେ ରାଜାୟେ ଜରାସନ୍ଧ ଘରେ ଛନ୍ତି ବନ୍ଦୀ ।୧୨୨।

ପଅରିଦିନ ହୋଇବ ପୂର୍ଣ୍ଣ ଯେ ଆହୂତି

ରାଜାନ୍ତ ମାରି ଯଗ୍ୟଂକୁଣ୍ଢେ ପକାଇବ ସବୁନ୍ତି ।୧୨୩।

ଯୁଝେଷ୍ଠିଦେବ ଆଶ୍ରିଜ ହୋଇଲେ ତାହା ଶୁଣି

ୟେଥକୁ କିସ ଉପାୟ କରିବୁ ହୋ ଚକ୍ରପାଣି ।୧୨୪।

ଗୋବିନ୍ଦେ ବୋଇଲେ ବାବୁ ଶୁଣିମା ଯୁଝେଷ୍ଠି

ଜରାସନ୍ଧରାଜା ରୁଣ୍ଡକଲା ତୋତେ ଭଲ ସେଟି ।୧୨୫।

ଜରାସନ୍ଧକୁ ମାରି ଆମ୍ଭେ ରାଜାନ୍ତ ନିମନ୍ତିବା

ଲୋଡିଯାନ୍ତୁ ଅବା ୟେବେ ସବୁନ୍ତି ୟେକଠାବରେ ପାଇବା।୧୨୬।

ଯୁଝେଷ୍ଟି ବୋଇଲେ ହରି ତୋହର ବଚନ ଶୁଣି

ଆଶ୍ରିଜ ହୋଇଲି ମୁଂ ଦେବ ଚକ୍ରପାଣି ।୧୨୭।

ଜରାସନ୍ଧ ଜୁଆଇଂ ତୁମ୍ଭେ ନାଶକଲ କଂସ

ସେ ରାଗେ ଘେନିଲା ତୁମ୍ଭ ମଥୁରାପୁର ଦେଶ ।୧୨୮।

ମଧୁପୁର ଛାଡି ତୁମ୍ଭେ ପଳାଇଲ ଡରେ

ଦୁଇଭାଇ ଲୁଚିଲା ପରା ଗୋମତ ପର୍ବତରେ ।୧୨୯।

ଖଣା ଖୋଳାଇକରି ପର୍ବତ ବେଢାଇଲା

ତୁମ୍ଭର ପ୍ରମାଦେ ତହିଂ ଅନେକ ଜନ୍ତୁ ନାଶଗଲା ।୧୩୦।

ଧର୍ମେଣ ଉତୁରି ତହୁଂ ଗଲ ବେନିଭାଇ

ମଧିୁବନ କଟକେ ଯେ ରହିଲ ପୁଣ ଯାଇଂ ।୧୩୧।

କାଳଦମନ ରଜା ତହିଂକି ଧାଡିଦେଲା

ସେ ମଧୁବନ ଭାଂଜିଣ ଅନେକ ଜୂର କଲା ।୧୩୨।

ଭୟେ ପଶିଲ ଯାଇଂ କାଳେବର ବନେ

ତହିଂକି ଧାଡିଦିଲା ଜାରା ଅତିୟ କୋପମନେ ।୧୩୩।

କାଳେବର ବନ ଭାଙ୍ଗି କଲା ଭଗନସ୍ତ

ପଳାଇ ପଶିଲ ଯାଇଂ ହିରଣ୍ୟଗର୍ଭ ପର୍ବତ ।୧୩୪।

ଅଷ୍ଟାଦଶ ବେଳ ଯେ ତହିଂ ଦିଲା ଧାଡି

ଭାଂଜିଣ ଚୂରକଲା କଣୟ କୋଶ ଗିରି।୧୩୫।

ତହୁଂ ପଳାଇଲ ତୁମ୍ଭେ ଜରାସନ୍ଧର ଡରେ

କୁଟୁମ୍ବ ଘେନି ପଶିଲ ପରା ସାହେର ଭିତରେ ।୧୩୬।

କୁଶସ୍ଥଳୀ ଦ୍ୱାରିକା ବୋଲି ତହିଂର ନାମ ହେଲା

ସେ ସାହେର ବୋଲିଣ ସିନା ତୁମ୍ଭନ୍ତ ଠାବ ଦିଲା ।୧୩୭।

ବଳରାମଂକ ମୂଷଳେ ନାଶ ନ ଗଲା ପୁଣ ଜାରା

ଦୃଭାର ବଳବନ୍ତା ସେ ଅଟଇ ମହାବୀରା ।୧୩୮।

ଗତକଥା ମାନ ହରି ମନରେ ନ ବିଚାରୁ

କେମନ୍ତେ ଜରାସନ୍ଧ ପୁରକୁ ଯାଇଂ ଲୋଡୁ ।୧୩୯।

ଗୋବିନ୍ଦେ ବୋଇଲେ ଦେବ ତବ କାର୍ଯ୍ୟ ଇଚ୍ଛି

ତେଣୁ ସେ ଜାରାକୁ ନ ମାରି ପ୍ରାଣେ ରଖିଅଛି ।୧୪୦।

ଭୀମ ଅର୍ଜୁନକୁ ସ୍ୱାମୀ ୟେବେ ମୋହର ସଙ୍ଗତେ ଦେବା

ମାରିବି ଜରାସନ୍ଧ ଦେବ କିଛି ଭ୍ରାନ୍ତିହିଂ ନ କରିବା ।୧୪୧।

ଯୁଝେଷ୍ଠି ଦେବ ଚାହିଂଲେ ସହଦେବର ବଦନ

ବାବୁ ଜାରାକୁ ବଧକରି ପାରିବେ କି ଦେବ ଜନାର୍ଦ୍ଦନ।୧୪୨।

ସହଦେବ ବୋଇଲେ ସ୍ୱାମୀ ଯାଆନ୍ତୁ ଜଗନ୍ନାଥେ

ଜାରା ମୃତୁଭେଦ ଅଛି ଭୀମସେନ ଠାକୁରଂକ ହାଥେ।୧୪୩।

ସହଦେବ ବଚନେ ଯେ ଛାଡିଲେ ମନଭ୍ରାନ୍ତି

ଜରାସନ୍ଧ ପୁରକୁ ସଜ ହୋଇଲେ ଶିରୀପତି ।୧୪୪।

ଭୀମ ଅର୍ଜୁନକଇଂ ଘେନିଣ ଦେବ ତୁଲେ

ଯୁଝେଷ୍ଠିଂକ ପଦ୍ମପାଦେ ପ୍ରଳମ୍ବିତ ହୋଇଲେ ।୧୪୫।

କଲ୍ୟାଣ ବାଞ୍ଛା ତହିଂ କରନ୍ତି ଦେବ ଧର୍ମସୁତ

ସର୍ବକାର୍ଯ୍ୟ ସିଦ୍ଧହୋଉ ଚିରଆଷ୍ୟ ହୋଇ ବ୍ରତ ।୧୪୬।

ତୁ ଦେବ କରୁଣାମତ୍ସଳ ପୀତବାସ

ରିପୁମରଦନ ନାଥ ତୋତେ ମୋର ଆଶ ।୧୪୭।

ତୁ ଦେବ ଯୋଗେଶ୍ୱର ପ୍ରସନ୍ନେ କରତା

ଦୁଖୀଜନ ଉଦ୍ଧାରନ୍ତା ଅଭୟ ବରଦାତା।୧୪୮।

ଯେ ତୋତେ ଆରାଧନା କରଇ ମନ ବଚନ କର୍ତ୍ତବ୍ୟେ

ତୁ ସୟଳ ଚିନ୍ତାମଣି ନାଥ ଅଟୁ ହୋ ବାସୁଦେବ ।୧୪୯।

କ୍ଷତ୍ରୀର ଜନ୍ମ ଯେ ଦୃଭାର ବଡକଷ୍ଟ

ତୋହୋର ପ୍ରସାଦେ ଫିଟଇ ଦେବ ସକଳ ସଂକଟ ।୧୫୦।

ମୁହିଂ ଅନାଥ ତୁହି ଯେ ଅନାଥଜନ ବନ୍ଧୁ

ଭଗତଜନମଚ୍ଛଳ ନାଥ ତୁ କୃପାଜଳ ସିନ୍ଧୁ ।୧୫୧।

ଅପାର ମହିମା ଦେବ ନ ସରଇ କହନ୍ତେ

ମୁଂ ତୋର ଶରଣ ଦେବ ଉଦ୍ଧରି ଧର ମୋତେ ।୧୫୨।

ଦଧି ମୀନ ଆଗମେ ଯାତ୍ରା ଅନକୂଳେ

ସର୍ବଶୁଭ ହୋଉ ସ୍ୱାମୀ ଯାତ୍ରାର ମଙ୍ଗଳେ ।୧୫୩।

 

Unknown

ଶ୍ରୀକୃଷ୍ଣଙ୍କ ସହିତ ଭୀମାର୍ଜୁନଙ୍କର ମଗଧ ଦେଶେ ଗମନ

ମକର ମାସ ଶୁକଳପକ୍ଷ ପଞ୍ଚମୀ ଗୁରୁବାର

ରେବତୀ ନକ୍ଷତ୍ର ଭୋଗ୍ୟ ଅଟେ ସେ ଦିନର ।୧।

ତଇତିଳ ନାମେ କରଣ ସିଦ୍ଧିନାମେ ଯୋଗ

ପଛିମ ଦିଗରେ ବିଜୟେ କରିଲେ ଶ୍ରୀରଙ୍ଗ ।୨।

ଅଢାଇ ପ୍ରହର ଯେ ହୋଇଅଛି ବେଳ

ରୋହିଣୀ ଚନ୍ଦ୍ରକୁ ଭୋଗ୍ୟ ପଛିମହୁଂ ଅନକୂଳ ।୩।

ଅମୃତାକ୍ଷ ନାମେ କାଳ ଉତ୍ତର ଦିଗେ ଥିତି

ବାମ ପାରୁଶରେ ଯୋଗ୍ନି ମହାମାୟା ମୂରତି ।୪।

ତାରବାର ନକ୍ଷତ୍ର ଯେ ଶୁଭଯୋଗ ଘେନି

ଗମିଲେ ପଛିମେ କୃଷ୍ଣ ଭୀମ ଫାଲଗୁନି।୫।

ପ୍ରଥମ ଦିବସେ ଯେ ଚଳିଲେ ଦେବ ଜଗନ୍ନାଥେ

ଦୁତୀୟ ଦିବସେ ପ୍ରବେଶ ପଚ୍ଛିମ ସୋମନାଥେ ।୬।

କାଶୀ କୁଣ୍ଡ ମଧ୍ୟେ ସ୍ରାହାନ ଦେବ ସାରି

ସୋମେଶ୍ୱର ଦେବତାନ୍ତ ବିନୟ ଭାବ କରି ।୭।

ଜୟ ତୁ ବିଶ୍ୱନାଥ ଚନ୍ଦ୍ର ଯେ ମଉଳି

ପ୍ରସନ୍ନେ ବରଦାତା ଜୟ ତୁ ଦେବ ଶୂଳୀ।୮।

ଅନ୍ଧକ ବିଦାରଣ ତୁ ତ୍ରଇଲୋକ୍ୟ ଜନହିତେ

କାଳକୂଟ ବିଷ ବହିଲୁ ଦେବ ସଂସାର ନିମନ୍ତେ ।୯।

ତ୍ରିପୁର ଧଂସନ ନାଥ ବ୍ରହ୍ମାଶିର ମୋଡୁ

ପତ୍ନିର ନିମନ୍ତେ ଦକ୍ଷଯଗ୍ୟଂ ବିଧ୍ୱଂସନ କଲୁ ।୧୦।

ଆପଣେ ଦୁଃଖ ପଡି ପରଲୋକଇଂ ଉଦ୍ଧରି

ଭଗତମଚ୍ଛଳ ନାଥ ଶରଣ ରକ୍ଷାକରି ।୧୧।

ବହୁତ ସ୍ତୁତି ସେ କଲେ ଯେ ରୁଦ୍ର ଦେବତାଂକୁ

ଶତସହସ୍ରେ ପ୍ରଳମ୍ବିତ କଲେ ସଦାଶିବ ଦେବଂକୁ ।୧୨।

ନାରାୟଣଂକ ବିନୟ ଦେଖିଣ ଦେବ ବିଶ୍ୱବାସୀ

ବୃଷଭ ଆରୋହିଣ ବିଜୟେ ଦେବ କାଶୀ ।୧୩।

ଧବଳ ଶରୀର ପଞ୍ଚୁବଦନ ଯେ ଦେବ

ପଞ୍ଚୁଦୋଷ ନେତ୍ର ବିକାଶିତ ସଦାଶିବ ।୧୪।

ଭୀମ ଅର୍ଜୁନକୁ ଦେଖି ହସିଲେ କପାଳୀ

ଜାରାର ଭୁବନକୁ ବିଜୟ କଲୁ କି ବନମାଳୀ ।୧୫।

କରପତ୍ର ଯୋଡିଣ ବୋଲନ୍ତି ନାରାୟଣ

ରାଜୁସି ଯାଗ କରିବେ ଯୁଝେଷ୍ଠି ଦେବ ରାଣ ।୧୬।

ନାରଦେ କହିଲେ ଯାଇଂ ଯୁଝେଷ୍ଠି ଦେବଂକୁ

ଜରାସନ୍ଧ ବନ୍ଦୀ କରିଅଛି ରାଜାଗଣମାନଂକୁ ।୧୭।

ଭୀମ ଅର୍ଜୁନକଇଂ ଆଉର ଆଗ୍ୟାଂ ଦିଲେ ମୋତେ

ମଗଧ ଦେଶକୁ ଯାଉଅଛୁଂ ଜାରା ବଧର ନିମନ୍ତେ ।୧୮।

ସଦାଶିବ ବୋଇଲେ ତାର ଜାଣଟି କି ମୃତୁଭେଦ

ଭୀମସେନେ ଅପହାର ହୋଇବ ଜରାସନ୍ଧ ।୧୯।

ଜଗନ୍ନାଥ ଅର୍ଜୁନ ନ ପଶିବଟି ତୁମ୍ଭେ ଯୁଦ୍ଧେ

ଭୀମସେନକୁଇଂ ପେଶିବ ଜରାସନ୍ଧର ସନ୍ନିଧେ ।୨୦।

ମହାବଳୀ ବିଭୂତି ଲେପିଲେ ଭୀମସେନ କାୟେ

ୟେ ବିଭୂତି ଲାଗିଥିଲେ ତୋତେ ନାହିଂଟି ଅପଚୟେ।୨୧।

ଜାରାର ମୃତୁଭେଦ ତୋତେ କହିବଇଂ ମହାବଳ

ଆଦି ସଞ୍ଚାଉଂ ଜାରାସନ୍ଧ ଅଟଇ ଶକତି ବେନିଫାଳ ।୨୨।

ଖଡଗ ନ କାଟଇ ଶକତି ହୋଅଇ ଚୂର

ଜଳ ଅନେଳେ ଜାରା ଯେ ନୋହୋଇ ଅପହାର ।୨୩।

ୟେହା ତଦନ୍ତ କରି ଭୀମସେନ ତୁ ଜାଣିଥିବୁ

ଦୁଇଫାଳ କରି ଜାରାକୁ ଚିରି ପକାଇବୁ ।୨୪।

ତେବେଟି ବଧ ହାଦେ ହୋଇବ ଜରାସନ୍ଧ

ଭୀମକଇଂ କହିଲେ ପ୍ରଭୁ ସଦାନନ୍ଦ ।୨୫।

ଭଲା ଯଗ୍ୟଂ ଗୋଟାୟେ କରିବେ ଯୁଝେଷ୍ଠି

ବାବୁ ଆମ୍ଭନ୍ତୁ ନିମନ୍ତିକରି ଆସିବୁଟି କିରୀଟୀ ।୨୬।

କହିଣ ସଦାଶିବେ ଗଲେ ଅନ୍ତର୍ଦ୍ଧାନେ

ତହୁଂ ଚଳିଗଲେ ସ୍ୱାମୀ ନିରାକୂଳ ବନେ।୨୭।

ସେ ବନ ଜିଣିଗଲେ ଯୋଜନ ଦ୍ୱାଦଶ

ପଦ୍ମଦଳ ଦେଶେ ଯାଇଂ ହୋଇଲେ ପରବେଶ ।୨୮।

ସେ ପଦ୍ମଦଳ କଟକେ ରାଜା ପଦ୍ମକେଶରୀ

ତାହାକଇଂ କରାସନ୍ଧ ନେଇଅଛି ବନ୍ଦୀ କର।୨୯।

ସେ ଦେଶର ଜନ ପ୍ରଜା ହୋଉଛନ୍ତି ମହାକ୍ରୋଧୀ

ରାଜାର ଗୁଣ ସୁମରି ସମସ୍ତ ଜନେ କାନ୍ଦି।୩୦।

ଜଗନ୍ନାଥେ ପୁଚ୍ଛାକଲେ ଜନନ୍ତ ହକାରି

ୟେଡେ ବଡ ରାଜା ରାଜ୍ୟେ କ୍ରୋଧ କିମ୍ପେ କରି ।୩୧।

ସେ ବୋଇଲେ ଆମ୍ଭରାଜାର ନୀମ ଅଟେ ପଦ୍ମକେଶରୀ

ଜରାସନ୍ଧ ରାଜା ତାକୁ ନେଇଅଛି ଧରି।୩୨।

ଗୋବିନ୍ଦେ ଚାହିଂଲେ ଭୀମସେନର ବଦନ

ତୋହୋରେ ରକ୍ଷା ହୋଇବ ୟେ ସଂସାର କ୍ରୋଧମାନ।୩୩।

ୟେତେବୋଲି ଦେବ ସେ ରାଜ୍ୟ ଜିଣିଗଲେ

ମାନଭଙ୍ଗ ରାଜ୍ୟେ ଯାଇଂ ପ୍ରବେଶ ହୋଇଲେ ।୩୪।

ମାନ ଅର୍ଜୁନ ବୋଲି ତହିଂର ଦଣ୍ଡଧାରୀ

ତାହାକଇଂ ଜରାସନ୍ଧ ନେଇଅଛି ବନ୍ଦୀକରି।୩୫।

ଅନେକ ରୋବନ୍ତି ଯେ ତହିଂର ପ୍ରଜାମାନେ

ରହିଣ ପୁଚ୍ଛାକଲେ ସେ କୃଷ୍ଣ ଫାଲଗୁନ୍ୟେ।୩୬।

ୟେଡେ ବଡ ରାଜ୍ୟେ ବଇକୁଲ କେବଣ ଅର୍ଥେ

ବୋଇଲେ ଆମ୍ଭ ରାଜାକଇଂ ବନ୍ଦୀ କରି ନେଇଛି ମଗଧ ଦେଶ ନାଥେ ।୩୭।

ୟେମନ୍ତେ ଜଗବନ୍ଧୁ ସେ ରାଜ୍ୟେ ଜିଣିଗଲେ

ନିରସ୍ତକ ଦେଶେ ଯାଇଂ ପ୍ରବେଶ ହୋଇଲେ ।୩୮।

ମାଧବସେନ ବୋଲି ତହିଂର ଚକ୍ରବ୍ରତୀ

ତାହାକଇଂ ଧରି ନେଇଅଛି ମଗଧ ଦେଶର ଆଧିପତି।୩୯।

ଅନେକ ବିକଳ ତହିଂ ହୋଉଅଛନ୍ତି ରାଜ୍ୟେ ଲୋକ

କୁଷ୍ଣକଇଂ ସମସ୍ୟା ଦେଇ ନୁଆରନ୍ତି ମହାଶୋକେ ।୪୦।

ତାହାଂକ ବିକଳ ଦେଖି ମଧୁରିପୁ ପଚାରନ୍ତି

ଅତି କାକୁସ୍ଥ ବଚନେ ନାରାୟଣଂକୁ ବିନୋୟୀ ହୁଅନ୍ତି।୪୧।

ସେ ଦେଶ ଜିଣି ଦେବ ଗଲେକ ବହନ

ପ୍ରବେଶ ହୋଇଲେ ଯାଇଂ ହର ଉଦ୍ୟାନ ନାମେ ବନ।୪୨।

ତହିଂର ରାଜା ହୋୟେ ଭୀମସେନ ଚକ୍ରବତୀ

ତାହାକୁ ଧରି ନେଇଅଛି ମଗଧ ଆଧିପତି।୪୩।

ଅନେକ ବିକଳ ତହିଂ ହୋଉଛନ୍ତି ନଗ୍ର ଲୋକ

କେହି ସମସ୍ୟା କରି ଯେ ନୁଆରନ୍ତି ଶୋକ ।୪୪।

ଆମ୍ଭର ରାଜାକଇଂ ଜରାସନ୍ଧ ନେଇଅଛି ଧରି

କାଲି ରାତ୍ରରେ ଯେ ପକାଇବ ଆହୁତିରେ ମାରି ।୪୫।

ଗୋବିନ୍ଦେ ଚାହିଂଲେ ଯେ ତହିଂ ଭୀମସେନର ମୁଖ

ତୋହୋରେ ସେ ପାରଯିବ ୟେହାଂକର ଦୁଖ ।୪୬।

ସାଧୁ ସାଧୁ ମାରୁତି ହୋ ଜୀବନ ତୋର ଧନି

କେଉଣ ପୁଣ୍ୟେଣ ଜାତ ତୋତେ କଲେଜ ଜନନୀ ।୪୭।

ଭୀମସେନ ବୋଇଲା ଦେବ ସରିଲାକ ଦିନ

ପୂର୍ଣ୍ଣ ଆହୁତି କାଲି ରାତ୍ରେଣ ବିଦ୍ୟମାନ।୪୮।

ୟେଥକୁ ମଘଦେଶ ଅଛଇ କେତେ ଦୂର

ଲୋକେ ବୋଇଲେ ଅଛଇ ଯୋଜନା ପନ୍ଦର ।୪୯।

ଭୀମସେନ ବୋଇଲା ଦେବ ନୋହିବାକ କିଛି କାର୍ଯ୍ୟ

ହସ୍ତିନା ପୁରକୁ ଚାଲ ଯିବା ବାହୁଡି ଦେବରାଜ ।୫୦।

ଶୁଣିଣ ସାନନ୍ଦ ଯେ ଦେବ ଦାମୋଦର

ବନିତା ନନ୍ଦନକୁ ସୁମରିଲେ ଦେବ ଚକ୍ରଧର ।୫୧।

ଖଗେଶ୍ୱର ରହିଥିଲା ରମ୍ୟେକ ନାମ ଦ୍ୱୀପେ

ତକ୍ଷଣେ ପ୍ରବେଶ ହୋଇଲା ଗୋବିନ୍ଦଂକ ସମୀପେ ।୫୨।

ଗୋବିନ୍ଦେ ବୋଇଲେ ବାବୁ ପିଠିରେ ଘେନିମା ଆମ୍ଭଂକୁ

ୟେହିକ୍ଷଣି ଚଳିଯାଅ ମଗଧ ଦେଶକୁ ।୫୩।

ନାରାୟଣଂକ ବଚନେ ତିନିଂକି ଘେନିଣ ଆକାଶେ

ରାତ୍ର ଅର୍ଦ୍ଧମାନ ଯାଇଂ ମିଳଇ ମଗଧ ଦେଶେ ।୫୪।

ମେଳେଛ ପର୍ବତ ତଳେ କାବେରୀ ନାମେ ନଦୀ

ସରସ୍ୱତୀ ତ୍ରିବେଣୀ ଈଶାନ୍ୟ ଭାଗେ ଭେଦୀ ।୫୫।

ସେ ନଦୀର କୂଳେଣ ମଗଧ ପର୍ବତ

ରାତ୍ରକାଳେ ପ୍ରବେଶ ତହିଂ ହୋଇଲେ ବିନତାର ସୁତ।୫୬।

ଗୁରୁତ କହଇ ସ୍ୱାମୀ ଏହି ସେ ମଗଧ ଦେଶ

ସେ ରାଜ୍ୟର ଯଗ୍ୟଂଶାଳ ୟେଠାକୁ ଯୋଜନ ଦଶ ।୫୭।

ଗୋବିନ୍ଦେ ବୋଇଲେ ତୁ ହୋ ଥାଅସି ଅନ୍ତର୍ଦ୍ଧାନେ

ରୟଣୀର ପ୍ରଭାତେ ବୁଝିବା ଆହୁତି ବିଧାନେ ।୫୮।

ଭୀମ ଅର୍ଜୁନ ବିଜୟେ ଖଗେଶ୍ୱର ପିଠି

ନାରାୟଣେ ଧରିଲେ ଖୃପ ବ୍ରାହ୍ମଣ ରୂପ ଗୋଟି ।୫୯।

ରୟଣୀ ପ୍ରଭାତ ଯହୁଂ ହୋଇଲା ସେହିଠାବେ

ପକ୍ଷୀରାଜ ପିଠିରୁ ଉତୁରିଲେ ବାସୁଦେବ।୬୦।

କାବେରୀ ଗଙ୍ଗାରେ ସ୍ରାହାନ ସାରି ଦେବହରି

ପଥୁକୀ ବ୍ରାହ୍ମଣମାନନ୍ତ ଦେଖିଲେ ବାରତା ପଚାରି ।୬୧।

ଆହୋ ମଗଧେଶ୍ୱର ରାଜ ବିଜେ କରିଅଛି କାହିଂ

ବ୍ରାହ୍ମଣେ ବୋଇଲେ ଯଗ୍ୟଂଶାଳେ ଅଛନ୍ତି ଆରୋହୀ।୬୨।

ଆଜ ରାତ୍ର ହୋଇଲେ ହୋଇବ ପୁର୍ଣ୍ଣ ଯେ ଆହୁତି

ରାଜାମାନନ୍ତ ବଳିଦେବ ମଗଧେଶ୍ୱର ନୃପତି ।୬୩।

ଗରୁଡ ପିଠିରୁ ଉତୁରିଲେ ଭୀମ ଯେ ଅର୍ଜୁନ

କାବେରୀ ନଦୀରେ ସାରି ନିତ୍ୟକର୍ମ ବିଧାନ ।୬୪।

ଜପମନ୍ତ୍ରେ ବସିଛନ୍ତି ସେ ନଦୀର ଭିତରେ

ଆଗ୍ୟାଂ ମାଗି ତୋଷକଲେ ଦେବ କରତାରେ ।୬୫।

ଦାନ ମାଗି ବ୍ରାହ୍ମଣେ ଆସୁଛନ୍ତି ଗହଳେ

ତାହାଂକୁ ଚାହିଂ ପଚାରିଲେ ଦେବକୀର ବାଳେ ।୬୬।

ଆହୋ ବ୍ରାହ୍ମଣେ ଜରାସନ୍ଧ ରାଜା ଯେ ବସିଛନ୍ତି ଆହୁତି

ଆମ୍ଭେ ଯିବାକଇଂ ଅଛି କି ଭୟେ ଭ୍ରାନ୍ତି ।୬୭।

ବ୍ରାହ୍ମଣେ ବୋଇଲେ ତୁମ୍ଭେ ଶୁଣିମା ଦ୍ୱିଜବର

ପ୍ରଥମ ଦ୍ୱାରେ ରହିଛନ୍ତି ରାଜାଂକ କୁମର।୬୮।

ଶୋଧା ଘେନଇ ସେ ଅନେକହିଂ ବିଶ୍ୱାସେ

ଶହସ୍ର ଥିଲେ ବ୍ରାହ୍ଣଣଙ୍କ କରଇ ପ୍ରାଣ ନାଶେ ।୬୯।

ଦିଜ ଦ୍ୱାରେଣ ହାଦେ ତାର ଭେରୀ ୟେକ ଥାଇ

ଶତ୍ରୁ ଉପଗତ ହୋଇଲେ ସେହୁ ରାବେକ ଛାଡଇ ।୭୦।

ଶବଦ ଶୁଣିଲେ ଶହସ୍ର ଧରଇ ଜରାସନ୍ଧ

ଯାଗଶାଳୁଂ ବାହାର ହୋଇଲେ ସେ ଅବଶ୍ୟ କରଇ ଦ୍ୱନ୍ଦ।୭୧।

ତିଜ ଦ୍ୱାରେଣ ତାର ଶିମୁଳୀ ବୃକ୍ଷେକ ଅଛି

ସେ ବୃକ୍ଷରେ ପତ୍ର ଫୁଲ ଫଳ ନ ଥାଇ ଯେ କିଛି ।୭୨।

ଶତ୍ରୁ ଉପଗତ ଯେ ହୋଅଇ ଯେତେବେଳେ

ଅଦଭୁତେ ପତ୍ର ଫୁଲ ଫଳ ହୁଅଇ ତହିଂରେ ।୭୩।

ଜାଣଇଂ ଜରାସନ୍ଧ ଶତ୍ରୁର ଉପଗତ

ଶହସ୍ର ଧଇଲେ ତାକୁ ଜିଣନ୍ତା ନାହିଂଟି ତିନି ଜଗତ ।୭୪।

ଚତୁର୍ଥ ଦ୍ୱାରେ ତାର ଗଧ ଗୋଟାୟେକ ଥାଇଂ

ମହାଯାଗେ ବସିଲେ ମଗଧେଶ୍ୱର ଯାଇଂ।୭୫।

ଶତ୍ରୁ ଉପଗତ ହୋଇଲେ ଗଧ ଦିଅଇ ରାବ

ଜାଣିଣ ସହସ୍ର ଧରି ଆସଇ ମଗଧେଶ୍ୱର ଦେବ ।୭୬।

ଯଦ୍ୟପି ରୁଦ୍ର ବ୍ରହ୍ମା ଇନ୍ଦ୍ର ଆସିବେ ଚକ୍ରଧାରୀ

ହସ୍ତେ ଶହସ୍ର ଥିଲେ ଜାରାକୁ କେହି ନୋହେ ସରି ।୭୭।

ପଥୁକିଂକ ମୁଖୁ ୟେସନେକ ବାକ୍ୟ ଶୁଣି

ଖଗେଶ୍ୱର ହକାରିଲେ ଦେବ ଚକ୍ରପାଣି।୭୮।

ସମସ୍ତ ଶହସ୍ରମାନ ଥୋଇଲେ ଗରୁଡ ଉପରେ

ଆମ୍ଭର ସଳଖରେ ତୁ ଉଡୁଥିବୁଟି ଉପରେ।୭୯।

ଯେତେବେଳେ ଯେଉଂ ଶହସ୍ରେ ହୋଇବ ଆମ୍ଭ କାର୍ଯ୍ୟ

ତତକ୍ଷଣେ ଆମ୍ଭଂକୁ ଆଣିଦେବୁ ପକ୍ଷୀରାଜ ।୮୦।

ଛତ୍ରୀରୂପ ଛାଡିଲେ ଭୀମ କୃଷ୍ଣ ଫାଲଗୁନି

ବ୍ରାହ୍ଣଣ ସ୍ୱରୁପ ସେହୁ ଧଇଲେ ଜଣ ତିନି ।୮୧।

ନିତ୍ୟ କର୍ମ ବିଧାନେ ଦ୍ୱାଦଶ ଚିତା ଶ୍ରୀବତ୍ସ

ଉତ୍ତରି ପଇତା ଶୋଭାବନା ଶରୀରେ ଋଦ୍ରାକ୍ଷ।୮୨।

ଲମ୍ବିତା ଜୁଡା କଟିରେ ତ୍ରିକଚ୍ଛ ବସନ

ବେଦମନ୍ତ୍ର ପୋଥି କାଖେ ଧରଣ ଆଧ୍ୟାନ ।୮୩।

ଶ୍ରୀହସ୍ତେ କୁଶବଟୁ କାଖେ ବେଦ କରାଣ୍ଡି

ସୁସଞ୍ଚ ତମ୍ବାପାତ୍ରୀ ଗଡୁ ଆସନ ଯୋଗ ପିଢ଼ି ।୮୪।

କଣ୍ଠେଣ ତୁଳସୀମାଳ ଗୋପ୍ୟାନ ଦୋହରା

ଶ୍ରୀକରେ ଜପମାଳୀ ପ୍ରୋକ୍ଷଣୀ ପାବକ ସୋରା ।୮୫।

କଷା ବସନ ଯେ ପିଙ୍ଗଳ ବର୍ଣ୍ଣ ତାଂକ କାୟେ

ସରୂପ ବିକାଶନ୍ତି ନିର୍ଧୂମ ଅଗ୍ନି ପ୍ରାୟେ।୮୬।

ରୁଦ୍ର ମନ୍ତ୍ର ଜପ ଛଦ୍ରମେ ବେଦ ଚାରି

ରାଜାଂକୁ ଭେଟିବା ଯାଇଂ ବେଳ ସାତ ଘଡି ।୮୭।

ୟେମନ୍ତ ପ୍ରଥମ ଦ୍ୱାରେ ଯାଇଂ ହୋଇଲେ ପ୍ରବେଶ

ଜାରାପୁତ୍ର ସହଦେବଂକୁ ବାଞ୍ଛା କଲେକ ଆଶିଷ ।୮୮।

ପିଢାମାଡି ବିପ୍ରେ ଯାଇଂ ବସିଲେ ଆସନେ

ସହଦେବନ୍ତ କଲ୍ୟାଣ କଲେ ବେଦ ଆଧ୍ୟାନେ ।୮୯।

ମନ୍ତ୍ର ଆଧ୍ୟାନ ଦେବ ସେ ପ୍ରତକ୍ଷେ ବାସୁଦେବ

ବେଦମନ୍ତ୍ର ପଢନ୍ତେ ବ୍ରହ୍ମା ତାହାଂକୁ କି , କ୍ଷମ ହୋଇବ।୯୦।

ଜାରାର ନନ୍ଦନ ସହଦେବ ତହିଂ ବେଦଧୁନି ଶୁଣି

ଆତ୍ମା ବିଘଂସିଲା ତାର ସୁରଭି ପୁଷ୍ୟ ଜାଣି ।୯୧।

ସାଧୁ ସାଧୁ ବିପ୍ରେ ହୋ ତୁମ୍ଭର ଜୀବତି

ମାନବ ଜନ ପ୍ରାୟେ ନ ଦିଶ ମୋତେ ତିନିମୂର୍ତ୍ତି ।୯୨।

ପିତା ମୋର ସଞ୍ଚିଲାତ ଅତି ଉତ୍ତମ କର୍ମ ଯାଗ

ତ୍ରିପୁତି ଭଜି ଧାତା ଅବା କଲାକ ଅନୁରାଗ।୯୩।

ପଞ୍ଚୁଦଶ ଦିବସ ହେଲା ମୁଂ ଅଛଇ ୟେହି ଦ୍ୱାରେ

ବେଦ ପରୀକ୍ଷା ଘେନିଲି ମୁଂ ତିନିଲକ୍ଷ ଦ୍ୱିଜବରେ ।୯୪।

ୟେସନେକ ବେଦଗ୍ୟାଂ ବ୍ରାହ୍ମଣ ଦେଖିଲାତ ମୋର ନାହିଂ

ପ୍ରଶଂସି ଧାତିକାରେ କୁମରମଣି ଉଠିଲା ବେଗ ହୋଇଂ।୯୫।

ରତ୍ନଝରୀ ୟେକ ଘେନି ଜରାସନ୍ଧର ଆତ୍ମଜା

ବ୍ରାହ୍ମଣଂକ ପାଦ ପଖାଳି କଲାକ ଦିବ୍ୟ ପୂଜା ।୯୬।

ଧନି ଧନି ବ୍ରାହ୍ମଣେ ହୋ ତୁମ୍ଭେ ମନ୍ତ୍ରେଣ ମହାଭିଗ୍ୟଂ

ଦାନ ବେଳ ନ ଜାଣିଲ ୟେଡେକ ସର୍ବଗ୍ୟଂ ।୯୭।

ଦାନର ବେଳ ହାଦେ ସରିଲାନି ହୋ ଦ୍ୱିଜବରେ

ଆଜକ ବିଶ୍ରାମି ଥିବା ୟେ ମୋହର ସଙ୍ଗତରେ ।୯୮।

ଭୋଜନ ଯୋଗାତେ ଆଜ କରାଇବି ସନ୍ତୁଷ୍ଟ

କାଲି ପ୍ରଭାତରେ ଧର୍ମବେଳେ ମଗଧେଶ୍ୱରଙ୍କ ଭେଟ।୯୯।

ଦାନବେଳ ସରିଲାନି ଆହାର୍ଣ୍ଣିକ ବେଳ

ଯଦ୍ୟପି ଛାମୁକୁ ଯିବ କାର୍ଯ୍ୟ ହୋଇବ ନିଷ୍ଫଳ ।୧୦୦।

ବ୍ରାହ୍ମଣଂକୁ ଅନେକ ପ୍ରଶଂସା ବୋଲ ବୋଲି

ଚରଣେ କୁମର ମଣି ଶୁତିଲା ଗଡଘାଲି।୧୦୧।

କରତଳ ପ୍ରସାରି ଯେ ବୋଲନ୍ତି ନାରାୟଣ

ୟେ ମଗଧ ଦେଶେ ଠାକୁର ହୁଅତୁ ଆମ୍ଭର କଲ୍ୟାଣ।୧୦୨।

ଆମ୍ଭେ ତ ଆସିଅଛୁ ଅପାର ଦୂରୁ ଗମି

ରାଜାକୁ ଭେଟିବୁ ବାବୁ ଦ୍ୱାର ଛାଡ ତୁମି।୧୦୩।

ଧାର୍ମିକ ବିବେକୀ ତୁ ଯେ ମହତ ପୁଣ୍ୟଜନ

ଜରାସନ୍ଧକୁ ନ ଭେଟିଲେ ଆମ୍ଭର ନାହିଂନା ଭୋଜନ ।୧୦୪।

ଯଦ୍ୟପି ଆମ୍ଭନ୍ତୁ ବାବୁ ଦ୍ୱାର ନ ଛାଡିବୁ

ରାଜାକୁ ନ ଦେଖିଲେ ଆମ୍ଭେ ଭୋଜନ ନ କରିବୁ ।୧୦୫।

ଆମ୍ଭେ ବିଭୋଖିତ ବାବୁ ଅଟୁ ମହା କ୍ଷୁଧାଆର୍ତ୍ତି

ଧର୍ମନାଶ ଯିବଟି ଯେବେ ଆମ୍ଭନ୍ତୁ ନ ବର୍ତ୍ତି।୧୦୬।

ୟେତେକ ସଂକଳ୍ପ ଆମ୍ଭେ କରିଅଛୁ ବ୍ରତ

ରାଜାର ମୁଖ ଦେଖିଲେ ଆମ୍ଭର ଭୋଜନ ଯୁଗତ ।୧୦୭।

ସହଦେବ ବୋଇଲା ଠାକୁରଂକର ଆଗ୍ୟାଂ ଯେନ୍‌ହେ ମୁକୁ

ମହାଭୟେ କରଇ ଗୋସାଇଂ ତୁମ୍ଭଂକୁ ବୋଲିବାକୁ ।୧୦୮।

ନାରାୟଣେ ବୋଇଲେ ତୋତେ ଯେସନେକ ଆଗ୍ୟାଂ

ମହାଗୁରୁ ବଚନ ତୁ କି କରିବୂ ଅବଗ୍ୟାଂ।୧୦୯।

ଶ୍ରୀକୃଷ୍ଣ ବୋଇଲେ ତୋ ଯହିଂକି ମନବାଧା

ତୁ ଅବା ସଂକୋଚ କରୁ ବାବୁ ଦେବୁ ଆମ୍ଭେ ଶୋଧା ।୧୧୦।

ବାବୁ , ବ୍ରହ୍ମକର୍ମମାନ ନେଇ ପାରିବୁ କି ଭିତରକୁ

ଶହସ୍ର ଥିଲେ ତୁ ବିରୋଧ କରନ୍ତୁ ଆମ୍ଭଂକୁ ।୧୧୧।

ବସ୍ର ଫେଡିଣ ଦେବ ଦିଲକ ତହିଂ ଝାଡି

ଦେଖିଣ କୁମର ଯେ ମନରୁ ଭ୍ରାନ୍ତି ଛାଡି।୧୧୨।

ଦଧିବାବନ ସୁମରି ଯାଅ ଯା ପଣ୍ଡାୟେ

ଅମୃତ ଦୃଷ୍ଟିରେ ଚାହୁଂ ତୁମ୍ଭନ୍ତ ମଗଧେଶ୍ୱର ରାୟେ ।୧୧୩।

ପ୍ରଥମ ଦ୍ୱାରରୁ ଦୁଜ ଦ୍ୱାର ଯୋଜନେକ ଅନ୍ତର

ଗୋବିନ୍ଦେ ପୁଚ୍ଛାକଲେ ଭୀମ ଅର୍ଜୁନ ଆଗର ।୧୧୪।

ପ୍ରଥମେଣ ଭେରୀ ଦୁତୀୟେଣ ଶିମୂଳୀ ତିଜେଣ ଗର୍ଦଭ

କେ କେବଣ ଦ୍ୱାରେ ହୋ ନିବର୍ତ୍ତ କରିବ।୧୧୫।

ଭୀମସେନ କହିଲା ଶ୍ରୀଜଗନ୍ନାଥଂକର ଆଗେ

ପ୍ରଥମ ଦ୍ୱାର ଭେରୀ ହୋଇଲା ମୋର ଭାଗେ ।୧୧୬।

ଅର୍ଜୁନ ବୋଇଲେ ଦେବ ଶୁଣିମା ବନମାଳୀ

ଦୁଜ ଦ୍ୱାର ମୋର ଭାଗ ବୋଇଲା ଶିମୂଳୀ ।୧୧୭।

ଦୁହେଂ ତୁଷ୍ଟ ହୋଇଲେ ଦୁଇ ଦ୍ୱାର ବାଛି

ଆମ୍ଭର ଭାଗେ ଗର୍ଦଭ ହୋଇଲା ବୋଇଲେ ଶ୍ରୀବଚ୍ଛି।୧୧୮।

ଚଳନ୍ତି ତିନିବୀରେ ପବନୁଂ ବେଗ ହୋଇ

ଦୁଜ ଦ୍ୱାରେ ଭେରୀ ଭେଟିଲେକ ଯାଇଂ।୧୧୯।

ଭୀମସେନର ବଦନ ଚାହିଂଲେକ ଅଚ୍ୟୁତ

ଭେରୀ ବାଦ୍ୟ କରିବଟି ୟେହା ନିବର୍ତ୍ତ କର ତୁରିତ ।୧୨୦।

ଶତ୍ରୁ ଉପଗତ ଦେଖିଣ ମହାଭେରୀ

ଗହ ଗହ ଶବଦ ଯେ କରି ବିକାଶୁଚି ରଡି ।୧୨୧।

ପବନହୁଂ ବେଗେଣ ଭୀମସେନ କ୍ଷେପି

ଧାତିକାରେ ମୁଥେକ ମାଇଲା ଭୀଷ୍ମରୂପି।୧୨୨।

ଭାଜିଣ ଭେରୀ ତହିଂ ହୋଇଲା ମସୀଗୁଣ୍ଡ

ମୁକତି ଗତି ପାଇଲା ଭେରୀ ଭେଦିଲା ବ୍ରହ୍ମାଣ୍ଡ ।୧୨୩।

 

ଭେରୀର ପୂର୍ବ ଚରିତ ବର୍ଣ୍ଣନା

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

ଅମୃତ ମିଶ୍ରିତ ମୁନି ହେ କହିଲ ତୁମ୍ଭେ ବାକି ।୧।

ୟେ ଭେରୀର ଚରିତ ଯେ ବଡାଇ ଦୁର୍ଲ୍ଲଭ

ଅଜୀବ ହୋଇ କିମ୍ପେ ଅଦଭୁତେ ଦିଅଇ ରାବ ।୨।

ୟେ ଅସମ୍ଭବ ବାଦ୍ୟ ୟେ ଅପର ହାଥେ ବାଜି

ଭବିଷ୍ୟ ଗ୍ୟାଂତା ହୋଇ କିମ୍ପେ ଅଦଭୁତେ ଗଳଗାଜି।୩।

ଇତିଶ୍ରୀ ବିଷ୍ଣୁ ପୁରାଣ ୟେ ମହାଭାରଥ ବାଣୀ

ନିନ୍ଦାକରି ନାଶଯାନ୍ତି ଅଗ୍ୟାନ ମୂଢ ପ୍ରାଣୀ ।୪।

ଅଗସ୍ତି ବୋଇଲେ ହୋ ଶୁଣିମା ଯୋଗେଶ୍ୱର

ତହିଂର ଚରିତ ଶୁଣି ପାତେକ ଧ୍ୱଂସ କର ।୫।

ବଦୟନ୍ତି ଅଗସ୍ତି ଯେ ପଣ୍ଡିତ ମହାଗ୍ୟାଂତା

ଶୁଣ ହୋ ସାବଧାନେ ଭେରୀର ଆଦିଜନ୍ମ କଥା ।୬।

ୟେହି ତ୍ରେତୟା ଯୁଗେ ହିରଣ୍ୟଗର୍ଭ ପୁରେ

ମଦନିକା ଅପକ୍ଷରୀ ଥାଇ ସେ ସ୍ୱର୍ଗରେ।୭।

ଅତିୟ ସୁନ୍ଦରୀ ସେ ରମ୍ଭା ତୁଲ୍ୟ ଜାଣି

ଯୁବାକାଳେ ତାକୁ ଯେ ଭଜିଲେ ବଜ୍ରପାଣି ।୮।

ବାସେବ ଦେବତା ତାହାକୁ ବଢାଇ ବଡ ପ୍ରୀତି

ଭୟେଣ ବିଦ୍ୟାଧରେ ଯାଇ ନୁଆରନ୍ତି ତାର କତି ।୯।

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ସଉରି ବାସର

ବିଶାଖା ନାମେ ନକ୍ଷତ୍ର ଅଟେ ସେ ଦିନର ।୧୦।

ବାଣିଜ୍ୟ ନାମେ କରଣ ସିଦ୍ଧି ନାମେ ଯୋଗ

ତ୍ରିଦଶ ଲୋକ ବସିଲେ ସ୍ୱର୍ଗ ମଧ୍ୟଭାଗ।୧୧।

ଦିବ୍ୟ ଅଳଂକାର ହୋଇ ସେଦିନ ମଦନିକା

ଆକାଶ ଗଂଗାକୁ ସ୍ରାହାନ କରିଗଲା ୟେକା ।୧୨।

ସ୍ରାହାନ ସାରି ତହୁଂ ନଳ ଯେ କୁବେର

କଣୟ ଗିରି ତଳେ ତାକୁ ଭେଟିଲେ ବାଟର ।୧୩।

ଦେଖିଲେ ଜନ ମନୁଷ୍ୟ ନାହିଂତ କେହି ପାଶେ

ସେ କନ୍ୟାକୁ ଓଗାଳିଲେ ସୁରତ ପରିହାସେ ।୧୪।

ସେ କନ୍ୟା ନଳକୁବେରଂକ ଅନୀତି ବଚନ ଶୁଣି

ଆଡେ ହୋଇ ସ୍ରାହାନକୁ ଗଲାକ ତରୁଣୀ ।୧୫।

ନିର୍ଜନ ଦେଖିଣ ତହୁଂ ସେ ନଳକୂବେର

କୋଳକରି ଧଇଲେ ତାକୁ ମଦନ ଆତୁରେ ।୧୬।

କୋପେଣ ସୁନ୍ଦରୀର ବଢିଲା ବଇରାଗ

ବୋବି ୟେକ ଛାଡିଲା କମ୍ପିଲା ଅମର ସ୍ୱର୍ଗ ।୧୭।

ଭୟେଣ ଛାଡିଲେ ସେ ଯେ କୁବେରର ପୁତ

ରାଗେଣ ଶାପ୍ୟ ଦିଲେ କୋପ କରିଣ ବହୁତ ।୧୮।

ତୁମ୍ଭେ ଯେ ବେଶ୍ୟା ଲୋ ଅଟ ନୀଚ ସ୍ତିରୀ

ଯାଚକୀ ଚଂଚଳା ତୁମ୍ଭେ ସମସ୍ତଂକୁ ଆଶ୍ରେ କରି ।୧୯।

ନ ବିଚାରି ରାବେକ ତୁ ଦେଲୁ ଅପ୍ରମିତେ

ଭେରୀ ବାଦ୍ୟ ପ୍ରାୟେକ କମ୍ପିଲା ୟେ ତିନି ଜଗତେ ।୨୦।

ମଞ୍ଚେ ଜାତହୋଅ ତୁ ଲୋ ଭେରୀ ରୂପ ହୋଇ

ମଗଧଦେଶ ରାଜା ଜରାସନ୍ଧ ଦ୍ୱାରେ ଥିବୁ ରହି ।୨୧।

ଶତ୍ରୁ ପ୍ରାୟେ ବୁଝି ଅଦଭୁତେ ଦେବୁ ରାବ

ଶତ୍ରୁ ଦୃଶ୍ୟ ହୋଇଲେ ତୋତେ ହୋଉ ୟେମନ୍ତ ସ୍ୱଭାବ ।୨୨।

ଶୁଣିଣ ବିଷାଦ ଯେ ହୋଇଲା ଅପକ୍ଷରୀ

ନଳକୁବେରଂକୁ ବୋଇଲା ବିନୟ ଭାବ କରି ।୨୩।

ଅଦୋଷ ଶାପ୍ୟ ମୋତେ ବିହିଲ ଅନମିତେ

ମୋକ୍ଷକଇଂ କାରଣ ଯେ କହିବାକ ମୋତେ ।୨୪।

ବିକଳ ଦେଖି ଦୟା କଲେକ ନଳକୁବେର

ଦ୍ୱାପର ଯୁଗରେ ଥିବୁ ତୁ ଜରାସନ୍ଧର ଦ୍ୱାରେ ।୨୫।

ପାଣ୍ଡବନ୍ତ ଘେନି ବିଜେ କରିବେ ଦେବ ଚକ୍ରଧାରୀ

ଗୋପ୍ୟେଣ ଯାଉଥିବେ ଜରାସନ୍ଧକଇଂ ଅପହରି ।୨୬।

ସୋ ତୋତେ ଦୃଶ୍ୟ ହୋଇବେ ବଇରିତା ପଣେ

ଶତ୍ରୁ ଦେଖି ତୁହି ରାବ କରିବୁଟି ଅକାରଣେ ।୨୭।

ବିକ୍ରୋଦର ପ୍ରହାର କରିବାକ ତୋତେ ବଜ୍ରମୁଥେ

ହୋଇବୁ ଶତେଚୂର ତାହାର ମୁଥଘାତେ।୨୮।

ଶାପ୍ୟକୁ କାରଣ ତୋତେ କରିବେ ଜଗତ ପତି

ପ୍ରତକ୍ଷେ ଦୃଶ୍ୟ ତୋତେ ହୋଇବେ ନାରାୟଣ ମୂରତି।୨୯।

ଶାପ୍ୟରୁ ମୁକତ ତୁ ହୋଇବୁ ତେତେବେଳେ

ୟେହି ରୂପ ଧରି ଆସିବୁ ଅମର ମଣ୍ଡଳେ ।୩୦।

ନଳକୁବେର ଶାପେ ଅସୁର ପୁରେ ଥିଲା

ନାରାୟଣଂକ ଦ୍ରଶନେ ସେ ମୁକତି ଲଭିଲା ।୩୧।

ଅମର ସ୍ୱର୍ଗେ ପ୍ରବେଶ ହୋଇଲା ଅପକ୍ଷରୀ

ପୁଣିହିଂ ସେ ହୋଇଲା ବାସବ ମନୋହାରୀ ।୩୨।

 

ଶିମୂଳୀ ବୃକ୍ଷର ବୃତ୍ତାନ୍ତ

ୟେଥୁ ଅନନ୍ତର ବ୍ୟଗ୍ରେ ଚଳନ୍ତି ବିପ୍ର ତିନି

ଦ୍ୱିଜଦ୍ୱାରୁ ଜିଣିଗଲେ କୃଷ୍ଣ ଭୀମ ଫାଲଗୁନି ।୧।

ଯୋଜନେକ ଅନ୍ତରେ ଆଉର ଯେଉଂ ଦ୍ୱାର

ଶିମୂଳୀକୁ ଦେଖିଲେ ଅତ୍ୟନ୍ତ ବିସ୍ତାର।୨।

ମୃତୁ ଶାଖା ପ୍ରାୟେକ ସେ ବୃକ୍ଷ ହୋଇଥିଲା

ଶତ୍ରୁ ଉପଗତ ଦେଖି ଫଳ ପୁଷ୍ପ୍ୟ ବିଘଂସିଲା ।୩।

ଗୋବିନ୍ଦେ ସେ ଚାହିଂ ଆଗ୍ୟାଂ ଦିଲେ ଅର୍ଜୁନଙ୍କୁ

ଦେଖ ହୋ ଧନୁର୍ଜୟେ ଶିମୂଳୀ ବୃକ୍ଷକୁ ।୪।

ଧ୍ୟାନେଣ ଆକାଶକୁ ଯେ ଚାହିଂଲା ଫାଲଗୁନି

ଗରୁଡ ପ୍ରବେଶ ହୋଇଲା ସର୍ବଶସ୍ର ଘେନି ।୫।

ଗାଣ୍ଡିମ ଧନୁ ଧରି ବୀର ଯେ ଅର୍ଜୁନ

ବାବଲ ଶରେକ ପାଥ ବିନ୍ଧିଲେ ବହନ।୬।

ନାରାଜ ପଡିଲା ଯାଇଂ ଯେ ଶିମୂଳୀ ବୃକ୍ଷ ମୂଳେ

ବୃକ୍ଷକଇଂ ଉପାଡି ନେଇ ପକାଇଲା ମହାବଳେ ।୭।

ପବନ ଅସ୍ର ପେଷିଲେ ନେଲାକ ଉଡାଇ

ସମୋଦ୍ର ଭିତରେ ତାହା ପକାଇଲା ନେଇ ।୮।

ୟେହା ଶୁଣି ପୁଚ୍ଛାକଲେ ମନୁ ମହାରାଜା

ଅଗସ୍ତିଂକ ପାଦପଦ୍ମେ କଲାକ ଦିବ୍ୟପୂଜା ।୯।

ସେ ଶିମୂଳୀର ବାରତା କେମନ୍ତେ ଅଟଇ ମୁନି ହେ

ୟେ କଥା ଲାଗିଲା ମୋତେ ବଡାଇ ସନ୍ଦେହେ ।୧୦।

ଶିମୂଳୀ ବୃକ୍ଷ ତ ମୃତୁପିଣ୍ଡ ହୋଇଥିଲା

ଶତ୍ରୁ ଦେଖିଣ କେନ୍‌ହେ ସେ ଜୀବନ ପାଇଲା ।୧୧।

ୟେହିତ ମୁନି ହେ ବଡାଇ ଆଶ୍ରିଜର କଥା

ବିସ୍ତାରି କହିବା ମୋତେ ୟେଥିର ବ୍ୟବସ୍ତା ।୧୨।

ଶୁଣ ହୋ ମନୁ ପୁରୁଷ ବଦନ୍ତି ଅଗସ୍ତି

ସେ ଶିମୂଳୀ ବୃକ୍ଷର ଯେ ୟେସନେକ ରୀତି ।୧୩।

ଆହୋ ସତ୍ୟଯୁଗେ ଅବନ୍ତୀ ଭୁବନେ ବଇଧୃତି ନାମେଣ ଗନ୍ଧର୍ବ

ତାହାର ପୁତ୍ରର ନାମ ଅଟଇ ସଦାଶିବ।୧୪।

ଅନ୍ଧେକ ନାମେଣ ଯେ ୟେକଇ ଋଷିୟେ

ତାହାରତହିଂ ଥିଲା କାମଧେନୁ ଯେ ଗୋଟିୟେ ।୧୫।

ସେ ସଦାଶିବ ଗନ୍ଧର୍ବ ଯେ ଦେଖିଲା ସେହୁ ଗାଈ

ବନସ୍ତୁଂ ଚୋରାଇ ନେଲାକ ସ୍ନେହ ବହି।୧୬।

ଗାଈ ନେଇ ଚୋରାଇ ରଖିଲା ନିଜ ପୁରେ

ଲୋଡି ନ ପାଇଲେ ମୁନି ସାତ ବରଷରେ ।୧୭।

ଗାଈ ନ ପାଇଣ ମୁନି କୋପେଣ ଶପ୍ୟଦିଲା

ଯେ ଗାଈକି ମୋହୋର ଚଉର୍ଯ୍ୟ କରିନେଲା ।୧୮।

ମୋହର ଶାପ୍ୟହିଂ ହାଦେ ପ୍ରତକ୍ଷେ ତାକୁ ହୋଉ

ଯମ ଦେବତାହିଂ ତାକୁ ଅନେକ ଶାସ୍ତି ଦେଉ ।୧୯।

ଋଷିର ଶାପ୍ୟେ ସେହୁ ହୋଇଲା ଅବସାନ

ଯମ ଦେବତା ଦେଖି ତାକୁ କଲାକ କୋପମନ ।୨୦।

କାଳ ବିକାଳନ୍ତ ରାଇ ବୋଇଲା ଯମବୀର

ମୋହୋର ଛାମୁକୁ ନ ଆଣରେ ମୋଢା ଗୋରୁଚୋର।୨୧।

ଗାଈକି ବାନ୍ଧିଣ ୟେ ଯେ ଆଣିଲା ଛାଟ ମାରି

ୟେହାକୁ ଛାଟ ମାରି ଶିମୂଳୀ ବୃକ୍ଷ କୋଳକରି ।୨୨।

ନାଶକର ଆଗ୍ୟାଂୟେ ଯେ ଚଣ୍ଡ ଯେ ପ୍ରଚଣ୍ଡ

ଶିମୂଳୀ ବୃକ୍ଷ କୋଳ କରାଇଲେ ତାର ପିଣ୍ଡେ ।୨୩।

ଛାଟ ମାରନ୍ତେଣ ବିଦାରି ହୋଇଲା ତାର ପିଠି

ରୋଧିର ବାହାର ହୋଇଲା ଯେ କଣ୍ଟମାନ ଫୁଟି ।୨୪।

ବିକଳରେ ରାବେକ ସେ ଦିଲାକ ବିଦ୍ୱାଧର

ଶିମୂଳୀ ବୃକ୍ଷକୁ ଶାପ ଦିଲାକ କୋପଭର ।୨୫।

ଆରେ ଆକାଶର ବୃକ୍ଷ ହୋଇ ତୋର ୟେତେକ ଅହନ୍ତା

ମୋହୋର ଶାପ୍ୟରେ ତୁହି ଆକାଶ ପୁରେ ନ ଥା ।୨୬।

ଦେବପୁର କଥା କି ହୋଇବ ୟେମନ୍ତ

ଅସୁର ପୁରେ ଥାଅସି ହୋଇଣ ମୃତୁଗତ ।୨୭।

ଯେତେଦୂର ପରିଯନ୍ତେ ଦିଶଇ ତୋର ଶିଖ

ୟେହି ଦୋଷ ବାଛି ତୋତେ କାଟନ୍ତୁରେ ବୃକ୍ଷ ।୨୮।

ଯେ ଅବା ତୋତେ ଦେଖି ରେ ନ କାଟନ୍ତି ଜନେ

ମୋହୋର ଅବସ୍ଥା ତାକୁ ହୋଉ ସଂଜୀବନୀ ଭୁବନେ।୨୯।

ଯାଅ ଯା ବୃକ୍ଷ ରେ ଆକାଶ ନ ଥାଅସି

ମଘଦେଶେ ଜରାସନ୍ଧ ଦ୍ୱାରେ ଦ୍ୱାରପାଳ ହୋଅସି ।୩୦।

ଶୁଣି ଶିମୂଳୀ ବୃକ୍ଷ ଯେ କମ୍ପଇ ଥରହର

ଶାପ୍ୟକୁ ଅନୁଗ୍ରହ କରସି ପ୍ରତିକାର।୩୧।

ତୁହି ଯେ ଅକାରଣେ ଶାପ୍ୟ ଦିଲୁ ମୋତେ

ମୋକ୍ଷକଇଂ ପ୍ରତିକାର କହସି ନାଥ ମୋତେ ।୩୨।

ଶୁଣିଣ ଗନ୍ଧର୍ବର ବସିଲାକ ଦୟା

ମୃତୁ ପରେ ଜାତ ହୋଉ ୟେ ତୋହର କାୟା ।୩୩।

ସତ୍ୟ ତ୍ରେତୟା ଯୁଗେ ତୁ ସେହି ରୂପେ ଥିବୁ

ଦ୍ୱାପର ଯୁଗେ ତୁ ମୁକୁତ ହୋଇବୁ ।୩୪।

ରାଜୁସି ଯାଗ ଯୁଝେଷ୍ଠିଦେବ କରିବା ନିମନ୍ତେ

ଭୀମ ଅର୍ଜୁନକଇଂ ଘେନି ଆସିବେ ଜଗନ୍ନାଥେ ।୩୫।

ଦୁହିନ୍ତି ଘେନି ହରି ବେଗେ ଚଳିଯିବେ

ଜରାସନ୍ଧ କଟକେ ପ୍ରବେଶ ହୋଇବେ।୩୬।

ପ୍ରଥମ ଦ୍ୱାରେ ଭୀମ ଭେରୀକି ନିବାରି

ଭେରୀ ମୁକତ ହୋଇବ କୃଷ୍ଣଂକୁ ଦ୍ରଶନ କରି ।୩୭।

ଦୁଜ ଦ୍ୱାରେଣ ଯେ ଭେଟିବେ ତୋତେ ଯାଇଂ

ମୂର୍ତ୍ତିବନ୍ତ ହୋଇବୁ ତୁ ସେହିଦ୍ୱାରେ ଥାଇଂ ।୩୮।

ଶୁଷ୍କତରୁ ପ୍ରାୟେ ହୋଇ ତୁହି ରହିଥିବୁ

ଶତ୍ରୁ ଉପଗତ ଦେଖି ତୁ ପୁଷ୍ୟ ବିଘଂସିବୁ ।୩୯।

ହରି ବାଜେ କରିବେ ଜରାସନ୍ଧ ବଧ ନିମନ୍ତେ

ତହିଂ ତୁ ପୁଷ୍ୟ ବିଘଂସିବୁ ତୋଷ ଚିତ୍ତେ।୪୦।

ତୋହୋର ପୁଷ୍ୟ ଦେଖି ଅର୍ଜୁନ ବିନ୍ଧିବ ନାରାଜ

ମୁକତ ହୋଇବୁ ତୁ ଦେଖିଣ ଦେବରାଜ।୪୧।

ଶ୍ରୀହରିଂକ ଦ୍ରଶନେ ମୁକତ ପାଇବୁ

ଦେବପୁରକଇଂ ବହନ ଆସିବୁ।୪୨।

ୟେସନେକ ଶାପ୍ୟ ସେ ପାଇଥିଲା ପୂର୍ବେ

ମୁକତ ହୋଇଲା ଆସି ଦ୍ୱାପର ଯୁଗେ ୟେବେ ।୪୩।

ବିଦ୍ୱାଧର ଶାପ୍ୟେ ସେ ଅସୁର ପୁରେ ଥିଲା

ମୁକତିର ନିମନ୍ତେ ସେ ଫଳ ପୁଷ୍ୟ ବିଘଂସିଲା ।୪୪।

ଅର୍ଜୁନର ନାରାଜେ ସେ ହୋଇଲା ମୋକ୍ଷଗତି

ବଇବସୁତ ମନୁକୁ ଯେ କହିଲେ ଅଗସ୍ତି।୪୫।

ଶୁଣିଣ ସାନନ୍ଦ ଯେ ମନୁ ମହାରାଜା

ଅଗସ୍ତିଂକ ଚରଣେ କଲା ପାଦ୍ୟ ଅର୍ଘ୍ୟେ ପୂଜା- ।୪୬।

 

Unknown

ଗଧର ଚରିତ , ଜରାସନ୍ଧ ସହ କୃଷ୍ଣଙ୍କର
କଥୋପକଥନ ଓ ଜରାସନ୍ଧର ମୃତ୍ୟୁ

ତିଜଦ୍ୱାର ଜୟ କରିଣ ଚକ୍ରପାଣି

ତହୁଂ କେଶବ କେଉଂଣ କୃତ୍ୟ କଲେ ଯେ ପୁଣି ।୧।

ଶୁଣ ହୋ ମନୁରାଜା ବଦୟନ୍ତି ଅଗସ୍ତି

ଚଳିଲେ ଜଗନ୍ନଥେ ବ୍ରାହ୍ମଣ ରୂପେ ଭୀମ ଫାଲଗୁନ୍ୟେ ଘେତି।୨।

ଯୋଜନେକ ଥାଉଂ ସେ ଦେଖିଲା ଗର୍ଦ୍ଦଭ

ଶତ୍ରୁ ଉପଗତ ବୋଲି ଗାଢେଣ ଦିଲା ରାବ ।୩।

ଅର୍ଜୁନ ବୋଇଲେ ସ୍ୱାମୀ ସମ୍ଭାଳ ଚକ୍ରପାଣି

ଦକ୍ଷିଣ ଭୁଜ ବଢାଇ ଦିଲେ ଶାରଙ୍ଗପାଣି।୪।

ଯୋଜନେକ ପରିଯନ୍ତେ ଭୁଜ ଗଲା ବଢ଼ି

ଦେବଦତ୍ତ ଶଙ୍ଖ ଦିଲେ ଗଧ ମୁଖେ ଭରି।୫।

ଅତିୟ ଗାଢକରି ଗଧ ରାବ ଦିଲା

ଶଙ୍ଖଧୁନି ପ୍ରାୟେକ ସେ ଶବଦ ଶୁଭିଲା।୬।

ପୁଣି ବିସ୍ତାରିଲା ଦେବ ବାମ ଭୁଜ ଗୋଟି

ଆକ୍ରେଷି ଧଇଲେ ଦେବ ଗଧର ନିଜ ତୋଟି ।୭।

ଗଧ ବିଚାରଇ ପ୍ରଲମ୍ବ ଭୁଜ ଦେଖି

ନିଚୟେ ଜାଣିଲି ୟେ ପ୍ରତକ୍ଷେ ପଦ୍ମ ଆଖି ।୮।

ବିଚାରିଣ ବୋଇଲା ସେ ସରୂପ ଉପଲେଖି

କୃଷ୍ଣର ସରୂପ ୟେ ମୋହୋର ଭାଗ୍ୟେ ଦେଖି ।୯।

ବିନୟ ଭାବ ହୋଇ ବୋଲଇ ଗର୍ଦ୍ଧଭ

ପ୍ରତକ୍ଷେ ବିଜୟେ କି କହ ବାସୁଦେବ ।୧୦।

ଅଷ୍ଟାଦଶ ବେଳ ତୋତେ ଜରାସନ୍ଧ ଦିଲା ଧାଡି

କି କାର୍ଯ୍ୟେ ସହିଲୁ ଦେବ ପ୍ରାଣେ ତାକୁ ନ ମାରି ।୧୧।

ଗୋବିନ୍ଦେ ବୋଇଲେ ମୁହିଂ ବଧ କରିବି ଜାରା

ତୁ ହୋ ରାଗ ସମ୍ବରଣ କରସି ଗଧ ବାପୁଡା ।୧୨।

ନାରାୟଣଂକ ବଚନେ ବିନୟ ଭାବ ହୋଇ ବୋଲଇ ଗର୍ଦ୍ଧଭ

ତୋହୋର ଆଗ୍ୟାଂ ପ୍ରମାଣେ ନ ଦେବି ମୁହିଂ ରାବ।୧୩।

ଇଚ୍ଛାୟେ ବଧ ତୁ ଯେ କରସି ଜରାସନ୍ଧ

ୟେକା ତୋହୋର ଶ୍ରୀକରେ ଛୁଅଂ ମୋହର ପାଦ ।୧୪।

ଗୋବିନ୍ଦେ ତୁଷ୍ଟି ହୋଇଲେ ଗର୍ଦ୍ଧବ ବଚନେ

କରପତ୍ର ଯୋଡି ସେ ବୋଲଇ ଭୀମସେନେ ।୧୫।

ତୁ ତ ଜଗମୋହନ ବ୍ରହ୍ମାଣ୍ଡ ଶିରୋମଣି

ୟେ ଛାର ପାଦ କିଂକେ ଛୁଇଂବ ଚକ୍ରପାଣି ।୧୬।

ଗୋବିନ୍ଦେ ବୋଇଲେ ହୋ ପୂର୍ବେ ୟେମନ୍ତେ ବେଭାର ଅଛି

ଯହିଂ କାର୍ଯ୍ୟ ସାଧ୍ୟହୋଇ ତହିଂ ଦୋଷ ନାହିଂ କିଛି ।୧୭।

ୟେସନେକ ବିଚାରିଲେ ଦେବ ଦାମୋଦର

ଗର୍ଦ୍ଧଭ ଚରଣ ଦେବ ଛୁଇଂଲେ ବାମକର ।୧୮।

ଶ୍ରୀକର ବଢାଇ ଦେଇ ଲଗାଇଲେ ଆଙ୍ଗୁଠି

ପଡିଲା ଗର୍ଦ୍ଧଭ ସେ ମୂର୍ଦ୍ଧନା ଗଲା ଫାଟି।୧୯।

ଅନ୍ତରୀକ୍ଷୁ ଲାଗେ ଆସି ପୁଷ୍ପେକ ବିମାନ

ଚଳିଲାକ ଗର୍ଦ୍ଧଭ ସେ ଅମର ସ୍ୱର୍ଗସ୍ତାନ।୨୦।

ୟେହା ଶୁଣି ପୁଚ୍ଛାକଲେ ବଇବସୁତ ମନୁ

ଗର୍ଦ୍ଧଭ ଚରିତ ମୋତେ ବିସ୍ତାରି କହିବା କୁମ୍ଭଋଷି ତନୁ।୨୧।

ଗଧର ପାଦ କିଂପେ ଛୁଇଂଲେ ନାରାୟଣ

କେବଣ ସେ ମହାତମା ପୂର୍ବେଣ କେଡେ ବଡ ଜାଣ।୨୨।

କାହାର ଶାପ୍ୟେ ସେ ଯେ ହୋଇଲା ୟେମନ୍ତ

ୟେହା ମୋତେ ସଞ୍ଚପି କହିବା ଭଗବନ୍ତ ।୨୩।

ଅଗସ୍ତି ବୋଇଲେ ସେ ହୋ ସତ୍ୟ ଯୁଗର କଥା

ଅପାର କାଳର ୟେ ଗର୍ଦ୍ଧଭରା ବାରତା।୨୪।

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ସଉରିବାର

ବିଶାଖା ନାମେ ନକ୍ଷତ୍ର ଭୋଗ୍ୟ ସେ ଦିନର ।୨୫।

ବାଣିଜ୍ୟ ନାମେ କରଣ ସିଦ୍ଧି ନାମେ ଯୋଗ

ତ୍ରିଦଶ ଦେବତାୟେ ଯାଇ ବସିଲେ ମେରୁସ୍ୱର୍ଗ ।୨୬।

ବୃଦ୍ଧଶ୍ରବା ବୋଲିଣ ଯେ ୟେକଇ ଗନ୍ଧର୍ଭ

ହରଭରଷେ ଖଟଇ ନୃତ୍ୟ ଗୀତ ତାଣ୍ଡବ।୨୭।

ଦେଖିଣ ସାନନ୍ଦ ସେ ହୋଇଲେ ସୁରପତି

ବହୁତ ଅଳଂକାର ଦେଇ କଲାକ ତ୍ରିପୁତି।୨୮।

କାମସେଣୀ ବୋଲିକରି ୟେକଇ ଅପକ୍ଷରୀ

ବୃଦ୍ଧଶ୍ରବା ତୁଲେ ସେ ନୃତ୍ୟ ଗୀତ କରି।୨୯।

ଦେଖିଣ ଅନେକ ହରଷ ହୋଇଲେ ପୁରନ୍ଦର

ଜୟମାଳା ୟେକ ନେଇ ଦିଲେ ଅପକ୍ଷରୀ ଗଳାର ।୩୦।

ବିଶ୍ୱାବସୁ ଆଗ୍ୟାଂ ଦିଲେ ବୃଦ୍ଧଶ୍ରବାନ୍ତ ରାଇ

ୟେ କାମସେଣୀ ଅପକ୍ଷରୀକି ନେମୁଂ ତୁ ମୋହୋର ତହିଂ।୩୧।

ବଧାଇ ଦେଇଣ ତାକୁ ଚଳିଲେ ବିଶ୍ୱାବସୁ

ବୃଦ୍ଧଶ୍ରବା ଗୋଚର ଦିଲେ ତୀଖ ପ୍ରଶୁ।୩୨।

ଦେଇଣ ଗନ୍ଧର୍ବ ଯେ ଚଳିଲେ ନିଜ ସ୍ଥାନ

ରାତ୍ରକାଳେ ଅପକ୍ଷରୀକୁ କରାଇଲେ ବୋଶ ଯେ ବଶନ।୩୩।

ରାତ୍ର ପ୍ରହରକେ ଗଲେ ବିବାନ ଆରୋହି

କାମସେଣୀକୁ ଘେନି ଗନ୍ଧର୍ବ ଅନ୍ତରୀକ୍ଷେ ଚଳଇ ।୩୪।

କାମେ ଅସାଷ୍ଟମ ସେ ହୋଇଣ ବୃଦ୍ଧଶ୍ରବା

କାମସେଣୀକୁ ବୋଇଲା ସଖୀ ଶୃଙ୍ଗାର ମୋତେ ଦେବା।୩୫।

ଭରହରଷ ନାୟକ ସେ ଅଟଇ ଗନ୍ଧର୍ବ

ଅପକ୍ଷରୀ ମାତ୍ରକେ କେ ତାର ବଚନ ମେଣ୍ଟିବ ।୩୬।

ବିଦ୍ୟାଧରେ ବିଦ୍ୟାଧରୀ ବଢ଼ିଲା ପୀରତି

ହାସ୍ୟ ଲାସ୍ୟ ଶୃଙ୍ଗାର ଯେ ଅନେକ ରସେ ପ୍ରୀତି ।୩୭।

ଶୃଙ୍ଗାର ସାରିଣ ଯେ ଚଳିଗଲେ ତହୁଂ ବେନି

ବିଶ୍ୱାବସୁ ପୁରେ ପ୍ରବେଶ ହୋଇଲେ ପାଞ୍ଚଘଡି ରୟେଣୀ।୩୮।

ବୃଦ୍ଧଶ୍ରବା ସମର୍ପିଲା ନେଇ କାମସେଣା ଅପକ୍ଷରୀ

ବିଶ୍ୱାବସୁ ତୁଲେ ସେ ହୋଇଲା ମନୋହାରୀ ।୩୯।

ଶୃଙ୍ଗାରକାଳେ ତହୁଂ ଉପୁଜିଲା ଅଭାବ

ରତିଶାସ୍ରେ ନ ଚଳିଲା ଅଚଳ କାମଦେବ ।୪୦।

ବିଶ୍ୱାବସୁ ପୁଚ୍ଛାକଲେ କାମସେଣୀ ଅପକ୍ଷରୀକି

କାମେ ଅଚଳ କିମ୍ପେ ହୋଇଲୁ ରେ ସଖୀ ।୪୧।

କାହାରେ ପୀରତି ବଢାଇଲୁ ରେ ସୁନ୍ଦରୀ

ତାହା ସଂଘାତୁଣୀ ମୋତେ କହିବା ତଥ୍ୟ କରି ।୪୨।

ତୁ ଯେବେ ସତ୍ୟକରି ନ କହିବୁ ମୋହର ଅଗ୍ରତେ

ୟେହିକ୍ଷଣୀ ସୁନ୍ଦରୀ ରେ ଶାପ୍ୟ ଦେବି ତୋତେ ।୪୩।

ବୋଲଇ ବିଦ୍ୟାଧରୀ ତୁମ୍ଭେ ଶୁଣ ବିଶ୍ୱାବସୁ

ବୃଦ୍ଧଶ୍ରବା ଶୃଙ୍ଗାର କଲା ମୋତେ ବାଟେ ଆସୁ ଆସୁ।୪୪।

କୋପେଣ ଶାପ୍ୟ ଦିଲାକ ହୋଇଣ କୋପମୂର୍ତ୍ତି

ମୋହର ରମଣୀକୁ ତୁ କଲୁ ରେ ଅନୀତି।୪୫।

ଶିଷ୍ୟପୁତ୍ର ହୋଇଣ କଲୁ ମୋତେ ଯେ ଅଭାବ

ଯାଅ ରେ ବିଦ୍ୟାଧର ତୁ ହୁଅସି ଗର୍ଦ୍ଧଭ।୪୬।

ରାଗେଣ ଶାପ୍ୟ ସେ ଯେ ଦିଲେକ ଦକ୍ଷେଶ୍ୱର

ବିଶ୍ୱାବସୁଂକ ଛାମୁରେ ଉଭା ହୋଇଲା ବିଦ୍ୟାଧର ।୪୭।

ସ୍ୱାମୀ ଅକାରଣେ କିଂପେ କଲୁ ମୋତେ କୋପ

ଗୁରୁଶାଳା ହୋଇ ଦେଲୁ ମୋତେ ଦୁରାପଦ ଶାପ ।୪୮।

ଶାପ୍ୟକୁ ଅନୁଗୃହ ମୋତେ କରିବା ଦେବରାୟେ

କେମନ୍ତେ ମୁକତି ହୋଇବି ମୋତେ କହିବା ଉପାୟେ।୪୯।

ବିଶ୍ୱାବସୁ ବୋଇଲେ ଅବଶ୍ୟ ତୁ ଗଧ ହୋଇଥିବୁ

ୟେ ମୋହର ଶାପ୍ୟେ ତୁ ଅପାର ଦୁଃଖ ପାଇବୁ ।୫୦।

ତ୍ରେତୟାଯୁଗେ ଥିବୁ ରାବଣ ଦକ୍ଷିଣ ଦ୍ୱାରେ

ଜରାସନ୍ଧ ଦ୍ୱାରପାଳ ହୋଇବୁ ଦ୍ୱାପରେ ।୫୧।

ପ୍ରତକ୍ଷେ ଦେଖିବୁ ତୁ ଶଙ୍ଖ ଚକ୍ରଧାରୀ

ଜଗନ୍ନାଥେ ତୋର ପାଦେ ଧରିବେ କାର୍ଯ୍ୟ ହେତୁ କରି।୫୨।

ସତ୍ୟଯୁଗ ସତର ଲକ୍ଷ ଅଠାଇଶ ସହସ୍ର ବରଷ

ତ୍ରେତୟାଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୫୩।

ଦ୍ୱାପର ଯୁଗ ଆଠଲକ୍ଷ ବରଷ ଉତ୍ତାରେ

ମୁକତି ପାଇବୁ ତୁ ରଜାସନ୍ଧର ଚତୁର୍ଥ ଦ୍ୱାରେ ।୫୪।

ବିଶ୍ୱବାସୁ ଶାପେ ସେ ଗନ୍ଧର୍ବ ଗଧ ହୋଇ ଥିଲା

ୟେବେ ଜଗନ୍ନାଥ ଦ୍ରଶନେ ସେ ମୁକତି ହୋଇଲା ।୫୫।

ଅଗସ୍ତି ବୋଇଲେ ଶୁଣ ହୋ ଯୋଗେଶ୍ୱର

ବୃଦ୍ଧଶ୍ରବା ଗନ୍ଧର୍ବ ସେ ଅଟଇ ପୂର୍ବର।୫୬।

ବଇବସୁତ ମନୁ ଅଗସ୍ତିଂକି କଲେ ପୂଜା

ଜରାସନ୍ଧ ବଧ ମୋତେ କହିବା ବ୍ରହ୍ମଦ୍ୱିଜା ।୫୭।

ଚତୁର୍ଥଦ୍ୱାରେ ଜୟେକରି ଗଲେ ଦେବହରି

ଯାଗଶାଳେ ବିଜେ ଦେବ ବିପ୍ରରୂପ ଧରି।୫୮।

ଆହୋ ଯାଗଶାଳେ ବସିଛନ୍ତି ଉଦ୍ଦାକାଳେ ବାମଦେବ

ଭାରଦ୍ୱାଦଶ ବିଶ୍ୱାମିତ୍ର ସୁମନ୍ତେକ ଯେ ସୁଦେବ ।୫୯।

ବାଲମିକ ତୁଲେ ପରାଶର ଲୋମଶେକ

ଜନକ ସନକ ଗଉତମ ବିଭାଣ୍ଡେକ।୬୦।

ଦେଖିଲେ ଯେ ନାରାୟଣ ମୁନି ଶଉନକ

ଆବର ରହିଛନ୍ତି ମୁନି ଯେ ଅନେକ।୬୧।

ନିର୍ଧୂମ ଅଗ୍ନି ଜାଣି ବିରାଜଇ ତିନିଂକର ତେଜ

ଗୋପ୍ୟାନ ରୂପ ଧରିଅଛନ୍ତି ଦେବରାଜ।୬୨।

କର ପସାରିଣ ଦେବ କରନ୍ତି ବେଦଧୁନି

ମହାମନ୍ତ୍ର ଶବଦେ କମ୍ପିଲା ମେଦିନୀ।୬୩।

ଦେଖି ବିଚାରନ୍ତି ସେ ଋଷିଗଣମାନେ

ଅପୂର୍ବ ବ୍ରାହ୍ମଣ କେବଣ ଦେଶୁଂ ଆଗମନେ ।୬୪।

ୟେକମୁଖରେ ବେଦ କରନ୍ତି ତିନିଧୁନି

ଗହ ଗହ ଶବଦେ ଯେ କମ୍ପିଲା ମେଦିନୀ ।୬୫।

ଦେଖିଣ ଆଶ୍ରିଜ ବଡ ଜାରାସନ୍ଧ ହୋଇଲା

ୟେ ବ୍ରାହ୍ମଣଂକର ସରୂପ ମୋତେ ଗୋଚର ନୋହିଲା।୬୬।

ପଞ୍ଚଦଶ ଦିବସ ମୁହିଂ କଲାଇ ଆହୂତି

କେହୁଣସି ଦିନେ ଦେଖିଲାତ ନାହିଂ ୟେ ତିନିଂକ ପ୍ରାୟେ ମୂରତି ୬୭।

କି ୟେ ପିତାମହ ୟେ ଅବା ଅଟନ୍ତି ଦିଗପାଳ

କି ୟେ ରୁଦ୍ର ଦେବତା କି ଅବା ଆଖଣ୍ଡଳ।୬୮।

ବେଦ ଆଧ୍ୟାନ ଶବଦେ କମ୍ପଇ ତିନିପୁର

ଆସ୍ତାନ ତେଜି ଉଠିଲା ରାଜା ମଗଧେଶ୍ୱର।୬୯।

ଶ୍ରୀହସ୍ତେ ରତ୍ନଝରୀ ଘେନି ନୃପମଣି

ବ୍ରାହ୍ମଣ ତିନିଂକି ପାଦ ପଖାଳିଲା ଗଙ୍ଗାଜଳ ଘେନି।୭୦।

ଲକ୍ଷେ ସୁବର୍ଣ୍ଣ ଦେଇ କଲାକ ପାଦପୂଜା

ପାଦ ଉଦକ ଶିରେ ଘେନିଲା ବୃହଧ୍ୱଜାର ଆତ୍ମଜା।୭୧।

କରପତ୍ର ଯୋଡିକରି ଜରାସନ୍ଧ ପଚାରି

କେଉଂଣ ଦେଶୁଂ ଆଗମନ କଲ ୟେ ଆମ୍ଭର ପୁରୀ ।୭୨।

କେଉଣ କୁଳେ ଜାତ କିସ ତୁମ୍ଭର ନାମ

ସରୂପ କହନ୍ତେ ସେ ଉଦିତ ହୋଇବ ଧର୍ମ।୭୩।

ଗୋବିନ୍ଦେ ବୋଇଲେ ହୋ ଶୁଣ ମଗଧେଶ୍ୱର ଆଧିପତି

ପଛିମ ସୋମରାଷ୍ଟେ ହସ୍ତିନାୟେ ଆମ୍ଭ ଥିତି।୭୪।

ଯଦୁ ଦେବର ନନ୍ଦନ ମନ୍ତ୍ରେଣ ଯଜୁର୍ବେଦୀ

ବିଷ୍ଣୁଦାସ ଆମ୍ଭ ନାମ ୟେ ପଣ୍ଡା ଜାମ୍ବୁଭେଦୀ।୭୫।

ଭୀମସେନକୁ ଦେଖାଇ ବୋଇଲେ ୟେହାଂକ ନାମ କୋନ୍ତେ

ଆଦିହୁଂ ଉତପତି ଆମ୍ଭେ ପାଠଋଷିଂକର ଗୋତ୍ରେ।୭୬।

ଋକ ସାମ ଯଜୁ ଅର୍ଥବ ବେଦ ଚାରି

ଧର୍ମେଣ ପଢିଲୁ ଆମ୍ଭେ ସୁରାର୍ଥେ ଅବତରି।୭୭।

ଜରାସନ୍ଧ ବୋଇଲା ୟେ ବ୍ରାହ୍ମଣ ମହାଭିଗ୍ୟଂ

ବେଦ ଶାହାସ୍ରେ ନିର୍ଜିତ ଯେ ଅଟନ୍ତି ସର୍ବଗ୍ୟଂ।୭୮।

ଦାନର ବେଳ ୟେତ ନୋହୋଇ ବିପ୍ରବର

ମୋତେ ଯେବେ ଭେଟିଲେ କାର୍ଯ୍ୟ ସିଦ୍ଧି ହୋଇଲା ତୁମ୍ଭର ।୭୯।

ଆଜକ ଅନ୍ନଭୁଂଜି ମୋହୋର ପୁରେ ଥିବା

କାଲି ପ୍ରଭାତେ ମୋତେ ଦାନ ଯେ ପ୍ରାର୍ଥିବ।୮୦।

ଚବିଶ ଭଣ୍ଡାର ଦାନଦେଲି ସର୍ବ ତୁଚ୍ଛା

ସମସ୍ତ ଦାନ ଦେବି ଯେ କାଲି ପୂରିବ ମନବାଞ୍ଛା।୮୧।

ମୋହୋର ପରାୟେ ରାଜା ଯେ ଦାନ ଦେବି ତୋତେ

ତୋହୋର ପରା ବ୍ରାହ୍ମଣ ଘେନି ମୁଂ ତଳ ହାଥେ।୮୨।

ଆଉର ବେଳେ ଦାନ ନ ମାଗିବୁ ଆନକୁ

ଦରିଦ୍ର ଅପହାର ଯେ କରିବି ତୁମ୍ଭକୁଂ ।୮୩।

ଅନେକ ଦୂରୁ ଆଶ କରି ଆସିଲ ଦିଜବର

ବଂଶେ କି ଦରିଦ୍ର ହୋ ଥୋଇବି ତୋହୋର।୮୪।

ଗୋବିନ୍ଦେ ବୋଇଲେ ହୋ ବଚନ ତୋର ଧନି

ୟେ ମୃତୁ ମଣ୍ଡଳେ ଜାତ ତୁ ଅଟୁ ମହାଗ୍ୟାଂନି ।୮୫।

ଯେବଣ ଯାଗ ଆରୋପଣ କରୁଛୁ ମହୀସ୍ତଳେ

ଶୁଣିଲା ନାହିଂ ଯାହା ଦେଖିଲୁ ବେନି ଡୋଳେ।୮୬।

ୟେ ତିନି ଭୁବନେ ମଧ୍ୟେ ସାଧୁ ତୋହୋର ମହିଂମା

ମାହେଶ୍ୱରୀ କଳା ତୁ ପ୍ରତକ୍ଷେ ମହାତମା ।୮୭।

ଆମ୍ଭେ ଅପାର ଦୂରୁଂ ଆଗମ ଦୁଖବାସୀ

କିଞ୍ଚିତ ଦାନେ ତୁ ଆମ୍ଭନ୍ତ ପାରିବୁ କି ତୋଷି।୮୮।

ତୁ ଯେ ଧନ ଦେବାକୁ ବୋଇଲୁ ମଗଧେଶ୍ୱର ରାୟେ

ବହୁତ ଦାନ ଘେନିଲେ ଆଷ୍ୟ ହୋୟେ କ୍ଷୟେ।୮୯।

କଣକଳ୍ପ ମାତ୍ର ଆମ୍ଭର ଅଟଇ ବ୍ରତହେତୁ

ନାହିଂ ପିରୋଜଧନ ଧାନ୍ୟ ତୋଟା ବାସ୍ତୁ।୯୦।

ଜରାସନ୍ଧ ବୋଇଲା ତୁମ୍ଭର ଧନେ ନାହିଂ କାର୍ଯ୍ୟ

କଷଣ ପ୍ରାୟେତ ମୋତେ ଦିଶୁଛ ତିନି ଦ୍ୱିଜ।୯୧।

ଶ୍ରୀହରି ବୋଇଲେ ଆମ୍ଭେ ଖୃପ ଯେ ବ୍ରାହ୍ମଣ

ତୁ ମହାରାଜା ତୋତେ କିସ କରିବୁଂ କଷଣ।୯୨।

ୟେତେ ବୋଲି ଦେବ କଲେଜ ବେଦଧୁନି

ଲୋକପାଳେ କମ୍ପିଲେ ଯେ ମହାମନ୍ତ୍ର ଶୁଣି।୯୩।

ଜରାସନ୍ଧ ବୋଇଲା ହୋ ରହ ରହ ପଣ୍ଡାୟେ

ତୁମ୍ଭର ବେଦ ଆଧ୍ୟାନ ଶୁଣି କମ୍ପଇ ମୋର କାୟେ।୯୪।

ଯେଣେ ତୁମ୍ଭର କାର୍ଯ୍ୟ ମାଗ ହୋ ଦ୍ୱିଜବର

ତୋହୋ ଭଳି ଧନ କି ନାହିଂ ମୋ ଭଣ୍ଡାର ।୯୫।

ଭଣ୍ଡାର ତୁଚ୍ଛା ବୋଲି କି ମୋତେ କରୁ କଷଣ

ୟେତେ ଧନ ମାଗିବ ହୋ ଦେବି ୟେହିକ୍ଷଣ।୯୬।

ୟେକ କଥାୟେକ ଛାଡି ଯାହା ପାର ମାଗ

ୟେକା ମାତ୍ର ମୋହୋର ଆହୁତି ପରିତ୍ୟାଗ।୯୭।

ଧନ ଧାନ୍ୟ ଗୋଧନ ଯେ ପୃଥୀ ଆଦି କରି

ଦେବଇଂ ମୋହୋର ସତ୍ୟ , ସତ୍ୟ ମାଗସି ବ୍ରହ୍ମଚାରୀ ।୯୮।

ଗୋବିନ୍ଦେ ବୋଇଲେ ତୋହୋର ଦୁଖେ ଅରଜିଲା ତପ

ଆହୁତି କେହେନେକ ମାଗିବୁୟେ ନୋହଇ ସରୂପ।୯୯।

ଡାହାଣବ୍ରତେକ ଶଙ୍ଖେ ଜଳତିଳ ପୂରୋଇ

ଜରାସନ୍ଧ ହାଥରେ ଦିଲେକ ଯଦୁସାଇଂ ।୧୦୦।

ମହାମନ୍ତ୍ର ବାକ୍ୟ ଯେ କରାଇ ଅଚ୍ୟୁତ

ଆପଣେ ଶ୍ରୀହରି ଯେ ପାତିଲେତଳହାଥ ।୧୦୧।

ଉପର ହାଥ କରି ଜରାସନ୍ଧ ଯେ ଦେଉଅଛି ଦାନ

ସତ୍ୟ ସତ୍ୟ ବାକ୍ୟ ଯେ କରଇ ମଗଧେଶ୍ୱର ରାଜନ ।୧୦୨।

ହାଥେ ପାଣି ଦିଅନ୍ତେ ବଦୟନ୍ତି ଶ୍ରୀଜଗନ୍ନାଥେ

ସାକ୍ଷୀ ହୋଇଥାଅ ୟେଥେ ସକଳ ଦଇବତେ।୧୦୩।

ବିଶ୍ୱଦେବା ସନକ ଲୋକପାଳ ଚାରିମେଘେ

ଚାରିଯୁଗ ସାକ୍ଷୀହୁଅ ଆବର ଚାରିଦିଗେ ।୧୦୪।

ଯାଗକାରୀ ବିପ୍ରମାନେ ତୁମ୍ଭେ ସାକ୍ଷୀ ହୋଇଥିବା

ଆହୋ ରାଜାଗଣମାନେ ତୁମ୍ଭେ ୟେ କଥାକୁ ସାବଧାନ ହେବା ।୧୦୫।

ମୁହିଂ ତଳ ହାଥ କରି ଘେନୁଅଛି ଦାନ

ଦେଉଛି ସତ୍ୟକଲି ଉଚ୍ଚାରି , ମଗଧେଶ୍ୱର ରାଜନ।୧୦୬।

ହାଥେ ଜଳ ପଡନ୍ତେ ବୋଇଲେ ପୁରୁଷଂକ ଉତ୍ତମ

ଆନେ ପ୍ରିୟୋଜନ ନାହିଂ ଦିଅ ହୋ ସାଂଗ୍ରାମ।୧୦୭।

ଜରାସନ୍ଧ ଆଶ୍ରିଜ ହୋଇଲା ତାହା ଶୁଣି

ବିରସ ହୋଇ ରାଜା ଛାଡିଲା ଶଙ୍ଖୁ ପାଣି।୧୦୮।

କିସ ବୋଇଲ ତୁମ୍ଭେ ହୋ ଅଗ୍ୟାନ ଦ୍ୱିଜବର

ମତିଭ୍ରମ ପଣ୍ଡାୟେ କି ହୋଇଲା ତୁମ୍ଭର ।୧୦୯।

ବ୍ରାହ୍ମଣ ଜନ୍ମ ତୁମ୍ଭର ମନ୍ତ୍ର କୁଶ କାଶ

ଭିକ୍ଷାଶୀ ବ୍ରାହ୍ମଣ ହୋଇ କିଂପା ସାଂଗ୍ରାମକୁ ଆଶ।୧୧୦।

ଗୋବିନ୍ଦେ ବୋଇଲେ ଯିସ ଯାହାର ପ୍ରକୃତି

ତୋହୋର ବୋଇଲେ କି ସେ କଥା ହୋଇବାକ ନିବୃତି ।୧୧୧।

ପାରୁ ଯେବେ ରାଜା ତୁ ସାଂଗ୍ରାମ ହାଦେ ଦେବୁ

ନୋହିଲେ ୟେହିକ୍ଷଣୀ ତୋହୋର ଆହୁତି ବିଧଂସିବୁ ।୧୧୨।

ଆହୋ ଜୀବନଯାକ ଆମ୍ଭର ୟେସନିକ ପ୍ରକୃତି

ସାଂଗ୍ରାମ ନ ପାଇଲେ ଆମ୍ଭେ ନୋହୁନା ତ୍ରିପୁତି।୧୧୩।

ଯେବଣ ଦିନ ଆମ୍ଭେ ସାଂଗ୍ରାମ ନ ପାଉଂ

ମହାକଷ୍ଟି ହୋଇ ସେ ଦିନ ନେଉଥାଉଂ ।୧୧୪।

ଶୁଣିଣ କୋପାନଳ ମଗଧ ଆଧିପତି

ତୁମ୍ଭେ ନାଶ ଯିବ ମୋତେ ସଂସାରେ ଅପଛାତି।୧୧୫।

ଈଶ୍ୱର ଦେବତା ପୂର୍ବେ ବ୍ରହ୍ମହତ୍ୟା ଦୋଷ କଲା

ପରମ ଯୋଗେଶ୍ୱର ସେ ପାତେକ ଯେ ଖଣ୍ଡନ ନ ଗଲା ।୧୧୬।

ମୋହୋର ମହିମାଂ ତୋହୋର ଶୁଣିଲା ନାହିଂ ଦ୍ୱିଜ

ଆଷ୍ୟ ଥାଉଂ ମରଣ ହୋ ଲୋଡୁଛି ଆଶ୍ରିଜ।୧୧୭।

ମୋହୋର ଦୋହିତା ହାଦେ ହେତି ଯେ ପ୍ରହେତି

ତାହାଂକର ବଲ୍ଲଭ ଯେ କଂସାସୁର ନୃପତି।୧୧୮।

କାହ୍ନୁ ସଂକ୍ରିଷେଣ ନନ୍ଦ ଗଉଡର ସୁତ

ତାହାକଇଂ ନାଶକଲେ ଅଗ୍ୟାନ ବେନିଭ୍ରାଥ।୧୧୯।

ଦୋହିତାୟେ କାନ୍ଦି ଯେ ଆସି କହିଲେ ମୋର ଆଗେ

ମଥୁରାକୁ ଧାଡିଦିଲି ଜୁଆଇଂର ରାଗେ ।୧୨୦।

ସେ ମଥୁରାଭୁବନ ଛାଡି ପଳାଇଲେ ଭାଇ ବେନି଼

ଉନ୍ମତଦେଶେ ଲୁଚିଲେ ବନ୍ଧୁ ବର୍ଗନ୍ତ ଘେନି।୧୨୧।

ଧନଭଣ୍ଡାର ଆଦି ସମସ୍ତ କଲି ଜୁର

ଅନେକ ଗୋଧନପଲ ଆଣିଲି ତାହାଂକର ।୧୨୨।

ଉନ୍ମତ୍ତଦେଶକୁ ପୁଣିହିଂ ଦିଲି ଧାଡି

ବିକଳେ ପଶିଲେ ଯାଇଂ ଗୋମତ ନାମେ ଗିରି।୧୨୩।

ଶତେକ ଯୋଜନା ଯେ ଗୋମତ ପର୍ବତର ସ୍ଥଳୀ

ସାତତାଳ ଗଭୀର କରି ବେଢାଇ ଖଣା ଖୋଳି।୧୨୪।

ପର୍ବତ ନବଦିନ ଯେ ବେଢିଲି ଶତେପୁର କରି

ତାଂକର ରାଗେ ମୁଂ ଯେ ପର୍ବତ ଦିଲି ପୋଦି।୧୨୫।

ଆହୋ ତହୁଂ ପଳାଇଣ ଗଲେ ବେନିଭାଇ

ମଧୁବନ କଟକେ ଲୁଚିଲେ କୁଟୁମ୍ବ ଘେନି ଯାଇଂ।୧୨୬।

କାଳଦମନ ରାଜାକଇଂ ରାଇଣ ଆଗ୍ୟାଂ ଦିଲି

ଭାଂଜିଣ ମଧୁବନ ଧ୍ୱଂସ କରାଇଲି ।୧୨୭।

ତହୁଂ ପଳାଇଣ ଗଲେ ସେହୁ ଅନେକ ଦୂର

ଅଷ୍ଟାଦଶବାର ଧାଡି ଦିଲାଇଂ ସମର ।୧୨୮।

ରହି ନୁଆରିଲେ ମୋହୋର ତୁଲେ ଜମ୍ବୁଦୀପେ

ସମୋଦ୍ର ଭିତରେ ରହିଲେ ଯାଇଂ ଗୋପ୍ୟେ।୧୨୯।

ମୋ ତହୁଂ ବଳବନ୍ତା ଯେ ବୋଲାଇବ ରଣେ

ନିଚୟେ ପାଂଜି ତାର ପୋଛିବ ଜନ୍ତୁରାଣେ।୧୩୦।

ୟେବେ ପ୍ରତକ୍ଷେ ଦେଖ ହାଦେ ମୋହୋର ମହିମା

ୟେ ମହାରଜାମାନଂକର ଲଂଘନ୍ତା ନାଂହି ମୋର ସୀମା ।୧୩୧।

ଛୟାଣୋଇ ସହସ୍ର ରାଜା ଦେବ ଦାନବେ ନୃପତି

ୟେକା ଧାଡିକେ ଗୋଡାଇ ମୁଂ ବାନ୍ଧିଲି ସବୁନ୍ତି।୧୩୨।

ଯତନେ ଥୋଇଅଛି ନିଅଳ ପିନ୍ଧାଇ

ପୂର୍ଣ୍ଣ ଆହୁତି ମୋହୋର ଦେଖ ଆଜ ରହି ।୧୩୩।

ମାର୍ଜଣା କରାଇଅଛି ସମସ୍ତ ନରପତି

ସବୁନ୍ତି ପକାଇବି ଆଜ ପୂର୍ଣ୍ଣ ଯେ ଆହୁତି ।୧୩୪।

ତୋଷେ ପ୍ରସନ୍ନ ମୋତେ ହୋଇବେ ବଶ୍ୟାନର

ଇନ୍ଦ୍ରପଦ ଘେନି ମୁଂ ବସିବି ଅମର ସ୍ୱର୍ଗପୁର।୧୩୫।

ବ୍ରାହ୍ମଣଜନ ହୋଇ ତୁମ୍ଭର ପ୍ରକୃତ ବଡ ନଘୁ

ଶିରୀ ସମ୍ପଦ ବୁଡାଇ ଆସି ସାଂଗ୍ରାମ ମୋତେ ମାଗୁ ।୧୩୬।

ନୁହ ନୁହ ଦ୍ୱିଜ ତୁମ୍ଭେ ମହାବେଦୀ ବ୍ରାହ୍ମଣ

କପଟରୂପ ଧରି ସାଂଗ୍ରାମ ମାଗ ପୁଣ ।୧୩୭।

ଦେବ କି ଦାନବ ତୁମ୍ଭେ କପଟ ରୂପ ଧରି

ନିଚୟେ ଅଇଲ ତୁମ୍ଭେ ମରଣ ଇଛା କରି।୧୩୮।

ଧର୍ମକୁ କଷଣ ତୁମ୍ଭେ କରୁଅଛ ଦ୍ୱିଜ

ଋଷିମାନନ୍ତ ସାକ୍ଷୀ କରଇ ମହାରାଜା ।୧୩୯।

ମୋର ହୋ ଦୋଷନାହିଂ ତୁମ୍ଭେ ଆପଣେ ମରିବ

ବ୍ରହ୍ମହତ୍ୟା ଦୋଷ ଯେ କାହାତହିଂ ଲାଗିବ।୧୪୦।

ଭୀମସେନ ବୋଇଲା ହୋ ଶୁଣ ଜରାସନ୍ଧ

ସାଂଗ୍ରାମ କଲେ ଗୋରୁ ବ୍ରାହ୍ମଣ ଶିରଚ୍ଛେଦ।୧୪୧।

ଓହୋବଳ ସାଂଗ୍ରାମରେ ହତ୍ୟାଦୋଷ ନାହିଂ

ୟେହା ନ ବୁଝିଣ କିଂପେ କହୁ ତୁ ତ୍ରାହି , ତ୍ରାହି।୧୪୨।

ଗୋବିନ୍ଦେ ବୋଇଲେ ତୁ ଯେତେ ପ୍ରତଗ୍ୟାଂ କରି

ଆପଣା ବଡିମା କହିଲେ ଆପଣା ଘାତକ ଦୋଷ ସରି ।୧୪୩।

ପାରୁ ଯେବେ ଜାରା ହୋ ସାଂଗ୍ରାମ ଆମ୍ଭନ୍ତୁ ଦିଅ

ଆହେ ଯାଗନିକମାନେ ତୁମ୍ଭେ ଆହୁତି ରୁହାଅ ।୧୪୪।

ଗୋବିନ୍ଦେ ଆଗ୍ୟାଂ ଦିଲେ କଟାକ୍ଷ ନୟନେ

ତ୍ରାସେ ଆହୁତି ନ ଦିଲେ ଯାଗନିକଗଣେ ।୧୪୫।

ରାଜା ବୋଇଲା କିଂପେ ଛାଡିଲା ହର୍ବିଭାଗ

ଅଗ୍ନିକି ଆହୁତି ଦେଉଥାଅ ବେଗ ବେଗ ।୧୪୬।

ପ୍ରୋହିତେ ବୋଇଲେ ହୋ ଅତିଥି ବସିଥିଲେ

ଧର୍ମପ୍ରାପତ ନୋହି ଅତିଥି ତ୍ରିପୁତି ନ କଲେ।୧୪୭।

ଜରାସନ୍ଧ କୋପକଲା ପ୍ରୋହିତଂକ ବଚନ ଶୁଣି

ରାଗେ ମହାବୀର ଯେ ଉଠିଲା ଶିରଝୁଣି ।୧୪୮।

ତ୍ରିକଚ୍ଛ ବସନ ତୋଳି ପିନ୍ଧିଲା ମାଲ କାଛ

ଲମ୍ବିତ ଜୁଡା ଫେଡି ବେଣୀ ପାଡିଲା ପ୍ରତକ୍ଷ।୧୪୯।

କନ୍ଧରୁ ପଇତା କାଢି ବାନ୍ଧିଲା ବାମକରେ

ଭୂମିଠାଣ କରି ରାଜା ପହିଜ କୋପଭରେ।୧୫୦।

ଆହୋ ଯେସନେକେ ରାହୁ ବିସ୍ତାର କରଇ ତୁଣ୍ଡ

ଜରାସନ୍ଧ ଗରଜନ୍ତେ କମ୍ପିଲା ବ୍ରହ୍ମାଣ୍ଡ ।୧୫୧।

ସାଧୁ ସାଧୁ ଜରାସନ୍ଧ ବୋଲି ବୋଲନ୍ତି ଆକାଶେ

ପ୍ରତଗ୍ୟାଂ ଦୁଗୁଣ ରାଜା ପଞ୍ଚଦଶ ଦିବସ ଉପବାସେ ।୧୫୨।

ବାହାନାଦ କରିଣ ସେହୁ ରଡିୟେକ ଦିଲା

ଆକାଶ ମଞ୍ଚ ପାତାଳ ଯେ କମ୍ପିଣ ଉଠିଲା।୧୫୩।

କୋପାନଳ ହୋଇଣ ଅଧରେ ଦନ୍ତଚାପି

ବାହାନାଦ କରି ଯେ ହାକଇ କାମରୂପି ।୧୫୪।

ମନେ ମନେ ବିଚାର କରଇ ଡରାଇବି ୟେହାଂକୁ

ଭୟେଣ ବ୍ରାହ୍ମଣେ ନ ଆସନ୍ତୁ ସାଂଗ୍ରାମକୁ।୧୫୫।

ଅଧର ପୁଷ୍ଟ କରି କୋପେଣ ରଡିୟେକ ଦିଲା

ଆରେ ତିନିହେଂ ସଜହୋଇ ଆସ ବୋଲି ମଗଧେଶ୍ୱର ବୋଇଲା ।୧୫୬।

ଜଗନ୍ନାଥେ ବୋଇଲେ ହୋ ହୋଇବନା ଅର୍ଧମ

ୟେକା ଜଣକୁ କାହିଂ ତିନିଜଣେ ସାଂଗ୍ରାମ ।୧୫୭।

ଜରାସନ୍ଧ ବୋଇଲା ଯେବେ କରିବା ସାଂଗ୍ରାମ

ଦ୍ୱନ୍ଦ ଯେବେ କରିବା ତହିଂ କିସ ବା ଅଧର୍ମ।୧୫୮।

ଯେ ପାର ତିନିଜଣୁଂ ଜଣେ ଆସ ସଜ ହୋଇ

ନାରାୟଣେ ବୋଇଲେ ଆମ୍ଭର ଇଚ୍ଛା ନାହିଂ।୧୫୯।

ତୋହୋର ଯାହାକଇଂ ସାଂଗ୍ରାମେ ହୋଇବ ଇଚ୍ଛା

ତିନିଜଣରୁ ଜଣେ ରାଅ ପୂରୁ ତୋର ମନବାଞ୍ଛା।୧୬୦।

ସରସ୍ୱତୀକି ଧ୍ୟାୟେ କଲେ ଚକ୍ରଧାରୀ

ଆସନ କମ୍ପିଲା ଦେବୀ ଥିଲେ ଦ୍ୱାରକା ପୁରୀ।୧୬୧।

ମନ ବଚନେ ଦେବୀ ଜାଣିଲେ ଯୋଗଧ୍ୟାନେ

ବିଜେ ମହାସ୍ୱତୀ ଯେ ବିଚ୍ଛେକ ବାହାନେ ।୧୬୨।

ଦ୍ୱାରକାଉଂ ଗମିଲେ ଦେବୀ ଛଡସହସ୍ର ଯୋଜନ

ପ୍ରବେଶ ହୋଇଲେ ଆସି ବାସୁଦେବଂକ ସନ୍ନିଧ୍ୟାନ।୧୬୩।

ସ୍ୱାମୀର ପଦ୍ମପାଦେ ପ୍ରଣମ୍ୟ କରନ୍ତି

କରପତ୍ର ଯୋଡି ଦେବୀ ବଚନ ବୋଲନ୍ତି ।୧୬୪।

ସରସ୍ୱତୀ ବୋଇଲେ ଦେବ ଶୁଣ ମଧୁରିପୁ

କେବଣ କାର୍ଯ୍ୟ ସୁମରିଲ ଜଗତ ଆଧିପୁ।୧୬୫।

ସରସ୍ୱତୀ ବଚନେ ବୋଲନ୍ତି ନାରାୟଣ

ଯୁଝେଷ୍ଠି ଦେବ ରାଜୁସିଯାଗ କରିବେ ଆରୋପଣ।୧୬୬।

ନାରଦେ କହିଲେ ଯାଇଂ ଯୁଝେଷ୍ଠିଂକର ଆଗେ

ଜରାସନ୍ଧ ରାଜାନ୍ତ ବନ୍ଦୀ କରିଛି ମହାରାଗେ।୧୬୭।

ମୋତେ ରାଇ ଆଗ୍ୟାଂ ଦିଲେକ ଯୁଝେଷ୍ଠି

ସାଙ୍ଗେଣ ବେନି ଭାଇ ଭୀମ ଯେ କିରଟି ।୧୬୮।

ବଳଦେବ ହାତେ ବଧ ନୋହଇ ବ୍ରହ୍ମା କହିଲେ

ସହଦେବ କରସ୍ଥଳୀ ଚାହିଂ ମୋତେ ଯେ ବୋଇଲେ ।୧୬୯।

ଭୀମସେନ ହାଥେ ଜାରା ମରିବ ବୋଲି ମୋତେ କହିଲେ

ଜରାସନ୍ଧ ମୃତୁ ଗୋ ଦଇବ ବିହିଲେ ।୧୭୦।

ବିଜେକର ଦେବୀ ଜରାସନ୍ଧର କଣ୍ଠେ

ଭୀମସେନକୁ ରାଉ ବୋଇଲେ ଦେବକୀର ଚାଟେ।୧୭୧।

ଅଷ୍ଟାଦଶ ବେଳ ଆମ୍ଭନ୍ତ ଦିଲା ଧାଡି

ସମୋଦ୍ରେ ଯେ ରହି ପାରିଲୁ ବଦୟନ୍ତି ବନମାଳୀ।୧୭୨।

ଯେତେ ଦୁଃଖ ମୋତେ ଦିଲା ଜରାସନ୍ଧ

ତୁମ୍ଭେ କି ନ ଜାଣ ଗୋ ବଦୟନ୍ତି ଗୋବିନ୍ଦ।୧୭୩।

ମୋତେ ଅର୍ଜୁନକୁ ଦୁହିନ୍ତି କରୁ ନାସ୍ତି

ଭୀମସେନକୁ ରାଉ ସେ ବୋଲନ୍ତି ଶ୍ରୀପତି।୧୭୪।

ହରି ପାଟବଂଶୀ ସେ ଅଟନ୍ତି ମହାସ୍ୱତୀ

ଜରାସନ୍ଧର କଣ୍ଠେ ବିଜୟ କଲେକ ସରସ୍ୱତୀ।୧୭୫।।

ଯହୁଂ ବିଜେକଲେ ଦେବୀ ଜରାସନ୍ଧର କଣ୍ଠେ

ଶରୀର ମୋହିତ ସେ ହୋଇଲା ମହାହୃଷ୍ଟେ।୧୭୬।

ଜରାସନ୍ଧ ବୋଇଲା ଜଗନ୍ନାଥଂକର ମୁଖ ଚାହିଂ

ଖୃପ ବ୍ରାହ୍ମଣ ଗୋଟି ତୋହୋର କିଛି କାର୍ଯ୍ୟ ନାହିଂ।୧୭୭।

ଅର୍ଜୁନକୁ ବୋଇଲା ତୁ ଅଟୁ କ୍ଷୀଣ ବପୁ

ତୋହୋର ସାଂଗ୍ରାମେ କିସ ହୋଇବ ପୁଣ ମୁକୁ।୧୭୮।

ମଧ୍ୟରେ ଅଛଇ ଯେହୁ ଧୁର୍ମୁଷା ବ୍ରାହ୍ମଣ

କୋଳକରି ଧଇଲେ ଲାଗିବ କାଖେଣ ।୧୭୯।

ପାରୁ ନ ପାରୁ ୟେହାର ଶରୀର ଦୁର୍ମୋଟା

ବାହାର ହୋଇ ଆସ ହୋ ସାଂଗ୍ରାମେ ବିପ୍ର ଗୋଟା ।୧୮୦।

ଗୋବିନ୍ଦେ ଚାହିଂଲେ ତହିଂ ଭୀମସେନର ବଦନ

ଯାଅ ହୋ ପଣ୍ଡାୟେ ରାଜାର ତୁମ୍ଭଂକୁ ହୋଇଲା ମନ ।୧୮୧।

ନାରାୟଣଂକ ମୁଖରୁ ୟେସନେକ ଅମୃତ ବଚନ ଶୁଣି

ବାହାର ପାବେନି ଯେ କୋପେଣ ଶିର ଝୁଣି।୧୮୨।

ତ୍ରିକଛ ବସନ ଫେଡି ମାଲକଛ ପିନ୍ଧି

ଲମ୍ବିତ ଜୁଡା ଯେ ନାଗବନ୍ଧ କରି ବାନ୍ଧି ।୧୮୩।

ପବିତ୍ର ଉତୁରି ଯେ ବାନ୍ଧିଲା ବାମକରେ

ପ୍ରତଗ୍ୟାଂ କରି ଉଭା ହୋଇଲା ବ୍ରିକୋଦରେ।୧୮୪।

ଭୂମି ଠାଣ କରି ଘେନିଲାକ ବୀର ଧୂଳି

ବାହାସ୍ଫୋଟ ଦେଇ ଉଭା ହୋଇଲା ମହାବଳୀ।୧୮୫।

ଆକ୍ରଷଣ କରି ଯହୁଂ ହୋଇଲା ଠିଆଠାଣ

ଜରାସନ୍ଧ ବୋଇଲା ୟେତ ନୋହୋଇ ବ୍ରାହ୍ମଣ ।୧୮୬।

ଦେବ କି ଦାନେବ ତୁମ୍ଭେ କପଟ ରୂପ ଧରି

ନିଚୟେ ଅଇଲା ହୋ ମରଣ ଇଚ୍ଛା କରି ।୧୮୭।

ଧର୍ମକୁ କଷଣ ମୋତେ କରୁଅଛଟି କି ଦ୍ୱିଜ

ଋଷିମାନନ୍ତ ତହିଂ ସାକ୍ଷ କରଇ ମହାରାଜ।୧୮୮।

ମୋହୋର ଦୋଷ ନାହିଂଟି ତୁମ୍ଭେ ଆପଣେ ମରିବ

ବ୍ରହ୍ମହତ୍ୟା ଦୋଷ ପୁଣ କାହାତହିଂ ପଡିବ।୧୮୯।

ଭୀମସେନ ବୋଇଲା ହୋ ଶୁଣ ଜରାସନ୍ଧ

ସାଂଗ୍ରାମେ ଗୋ ବ୍ରାହ୍ମଣ ହୋଇଲେ ଶିରଚ୍ଛେଦ।୧୯୦।

ଓହୋବଳ ସାଂଗ୍ରାମରେ ହତ୍ୟାଦୋଷ ନାହିଂ

ଜରାସନ୍ଧ ଧାଇଂଲା ମାରୁତି ବଚନ ପାଇଂ।୧୯୧।

ରେ ରେ କାର କରିଣ ସେ ଶବଦେକ କଲା

ମହାଭଇରୋବ ମୂର୍ତ୍ତି ଧରି ଭୀମସେନ ଆକ୍ରେଷିଲା ।୧୯୨।

ବୋଇଲା ଖଡଗ ଫଳା ଧନୁ ଯେ ବିନ୍ଧାଣ

ପଟ୍ଟା ଶକତି ଗୁରୁଜ ଗଦା କିସ ଯୁଦ୍ଧ ଜାଣ।୧୯୩।

ଭୀମସେନ ବୋଇଲା ହୋ ଆମ୍ଭେ ଦ୍ୱିଜ ଜାତି

ଆମ୍ଭେ କେହ୍ନେ ଜାଣିବୁ ହୋ ତୋର ଧନୁ ଫଳାର ଗତି ।୧୯୪।

ଭୀମସେନ ବୋଇଲା ମୁଂ କିଛି ନ ଜାଣଇଂ

ଗଡୁ , ଗଡୁ , ପଡୁ , ପଡୁ , ପଛେ ହେବ ଯେଉଣ ମାନଇଂ ।୧୯୫।

ଜରାସନ୍ଧ ବୋଇଲା ୟେ ମାଲ ବିନ୍ଧାଣର କଥା

ଶୁଣ ଆହେ ଦ୍ୱିଜବର ଯୁଦ୍ଧର ବାରତା ।୧୯୬।

ଭୁଜେ ଭୁଜେ ପଡ଼ିତାଳ ପାଦେ ପାଦ ଛନ୍ଦି

ଶିରେ ଶିର ପଡ଼ିତାଳ ହୃଦେ ହୃଦ ବାନ୍ଧି ।୧୯୭।

ତାଡ଼ଣ ମାଡ଼ଣ ଭିଡ଼ଣ ଆବର ବିକଟ

ଘୋର ପ୍ରହାର ସେ ଯେ ହୋ ବଡ଼ାଇ ସଂକଟ।୧୯୮।

ଧରଣ ଧାରଣ ହରଣ ଘୋରରୂପା

ରକ୍ଷଣ ଦେଖଣ ଆକ୍ରଷଣ ବିକଟ ସରୂପା।୧୯୯।

ମାରଣ ତାରଣ ମେଣ୍ଟଣ ଉଦ୍ଧାରଣ

ବିଡମ୍ବଣ ମାଲବିଦ୍ୟା ଚଉରାଶି ବିନ୍ଧାଣ ।୨୦୦।

ଭାରା କଉତୁକ ଛତିଶ ପାରିବନ୍ଧ ଗାଢ ଛନ୍ଦ

ୟେମନ୍ତ ବିଧାନରେ ହୋଇଲା ମାଲବନ୍ଧ ।୨୦୧।

ଆକ୍ରେଷିଣ ମାଲଯୁଦ୍ଧ କରନ୍ତେଣ ବଢି

କିରଟି କିରଟି ବୋଇଲେଣ ସାଂଗ୍ରାମ ପୁଣ ଛାଡି।୨୦୨।

ରାଜାର ବଚନେ ବୋଲଇ ମରୁତର ସୁତ

ତୁ ଯାହା ବୋଇଲୁ ସେ ମୋହୋର ସନମତ ।୨୦୩।

ଦନ୍ତେଣ ଅଧର ଚାପି ବୋଲଇ ମହାବୀରା

ଭୀମକୁ ଆକ୍ରେଷିଣ ଯେ ଧଇଲା ବୀର ଜାରା।୨୦୪।

ଭୁଜେଣ ଭୁଜ ଭିଡି ମୁଥେଣ ମୁଥ ମାରି

ହୁଂକାର ଶବଦେଣ ହୁଅନ୍ତି କୋଡା କୋଡ଼ି।୨୦୫।

ବାହା ଛନ୍ଦା ଛନ୍ଦି ହୋଇଲେ ଧରା ଧରି

କେହି କାହାକୁ ଯେ ନୁଆରନ୍ତି ବଳେ ପାଡ଼ି।୨୦୬।

ପାଦେଶ ଭୀମସେନକୁ ଛନ୍ଦିଲା ଜରାସନ୍ଧ

ଆକ୍ରେଷି ଭୀମସେନକୁ ସେ ଯେ ପାଡ଼ିଲା ମାଲବନ୍ଧ ।୨୦୭।

ମାଡିଣ ଜରାସନ୍ଧ ଯେ ବସିଲା ଉପରେ

ପ୍ରତିଗ୍ୟାଂ କରଇ ସେ ଅତିୟ କୋପଭରେ।୨୦୮।

ଆରେ ଜୀଉଂ ଜୀଉଂ ନାଶକର ରେ ପୋଛିଲା ତୋର ପାଂଜି

ବ୍ରାହ୍ମଣ ହୋଇ ତୁ ରେ ହୋଇଲୁ ବଡ଼ ଗଂଜି।୨୦୯।

ସୁମର ବ୍ରାହ୍ମଣ ରେ ତୋ ଇଷ୍ଟଦେବତା

ସୁମର ଦ୍ୱିଜବର ରେ ତୋହୋର ମାତା ପିତା।୨୧୦।

ହୁଂକାର ଶବଦେକ ଯେ କଲାକ ମାରୁତି

ଜାରାକୁ ଲେଉଟାଇ ପକାଇଲା ତତକ୍ଷଣାନ୍ତି।୨୧୧।

ମାଡିଣ ବସିଲା ସେ ଜରାସନ୍ଧର ବକ୍ଷସ୍ଥଳେ

ପ୍ରତଗ୍ୟାଂ କରଇ ବୀର ଅତିୟ ମତ୍ତଭରେ।୨୧୨।

ପୁଣୁହିଂ ଲେଉଟାଇ ପାଡିଲା ଜରାସନ୍ଧ

ଭୀମର ବକ୍ଷସ୍ଥଳେ ମାତି ବସିଲାକ ମାଲବନ୍ଧ।୨୧୩।

ପୁଣି ଲେଉଟାଇ ମାଡ଼ି ବସିଲା ମାରୁତି

ଜାରା ବକ୍ଷସ୍ଥଳେ ମାଡ଼ି ବସିଲା ତତକ୍ଷଣାନ୍ତି।୨୧୪।

ଧରାଧରି ଗଡ଼ାଗଡ଼ି ହୁଅନ୍ତି ମରାମରି

ପାଦଭରେ ହେଳ ଯେ ଘେନଇ ବସୁନ୍ଧରୀ।୨୧୫।

ମୁଥେ ମୁଥ ପଡିତାଳ ହୁଅନ୍ତେଣ ବେନି

ଗଗନେ କମ୍ପିଲେ ଯେ ନାଥ ସଂଜୀବନୀ ।୨୧୬।

ତର୍ଜନ୍ତି ଗର୍ଜନ୍ତି ସେ ଉଠନ୍ତି ଲୋଟନ୍ତି

ମୁଖରାବ ଶବଦେ ଯେ ଦିଗପାଳ ତ୍ରାସନ୍ତି।୨୧୭।

ମହାଯୁଦ୍ଧ ଦେଖି ଯେ ଯାଗନିକେ ବିଚାରନ୍ତି

ପାଉଂଶ କୁଢ ପକାଇ ଯେ ପୋତିଲେ ଆହୁତି।୨୧୮।

ଭାରଦ୍ୱାଦଶେ ବୋଇଲେ ଶୁଣ ହୋ ସୁଦେବ

ସାଂଗ୍ରାମ କରନ୍ତା ୟେ ବୀର କେ କେଟି କହିବା ପ୍ରସ୍ତାବ ।୨୧୯।

ସୁଦେବ ବୋଇଲେ ଜରାସନ୍ଧ ଉତକର୍ମ ତପେ

ଭୀମ ଅର୍ଜୁନକଇଂ ଘେନି ହରି ବିଜେକଲେ ଗୋପ୍ୟେ ।୨୨୦।

ବଢିଲା ରଣରଙ୍ଗ ଯେ ବିକୋଦର ମହାବୀରା

ୟେହିକ୍ଷଣୀ ମାରିବ ଭୀମସେନ , ବଧ ହୋଇବଟି ଜାରା ।୨୨୧।

ଆହୋ ଭୀମ ଜରାସନ୍ଧର ଯେ ସମର ଗୁରୁତର

ଯାଗଶାଳ ଆଦିକରି ଭାଂଜି ହୋଇଲା ସର୍ବଚୂର।୨୨୨।

ମେଢ ମଣ୍ଡୋପ ଯେ ଦେଉଳ ଜଗତୀ

ସମସ୍ତ ଭାଂଜିଣ ଯେ ପଡିଲାକ କ୍ଷିତି ।୨୨୩।

ଦୁସହ ସାଂଗ୍ରାମ ହୋ କହିତେ କି ପାରି

ରୋଧିର ବୃଷ୍ଟି ହୋଇଲା ବେନି ଶରୀର ଜର ଜରି।୨୨୪।

ବେନିଷଣ୍ଢ ଯେସନେକେ ହୋଅନ୍ତି ପଡିତାଳ

ସତ୍ୟଯୁଗେ ଯୁଦ୍ଧ ଯେସନେକେ କେତୁ ଯେ ମଙ୍ଗଳ।୨୨୫।

ସାଂଗ୍ରାମେ ଅନିର୍ବାରଣ ସେ ବୃହଧ୍ୱଜର ବଳା

ବଳେଣ ବଳବନ୍ତା ସେ ତେଜେଣ ଅନର୍ଗଳା।୨୨୬।

ଭୀମସେନକୁ ମାଡି ବସିଲା ହୃଦଗତେ

ବକ୍ଷସ୍ଥଳ ଚାପିଣ ସେ ମାଇଲା ବଜ୍ରମୁଥେ।୨୨୭।

ରାଜାମାନେ ଅଛନ୍ତି ଯେ ନିଆଳ ହାଦେ ପିନ୍ଧି

ଧ୍ୟାୟେ କରି ସୁମରନ୍ତି ସେ ଅନାଦି ସର୍ବସିଦ୍ଧି।୨୨୮।

ନମସ୍ତେ ଅନାଦି ଗୋ ଶକତି ମାହେଶ୍ୱରୀ

ଆଦିସମ୍ଭୁତ ହୋଇଲୁ ମହା ଅନଳ ବିଦାରି।୨୨୯।

ଅଗ୍ନିହୁଂ ଅଧିକ ଗୋ ବିରାଜିତ ତୋର ତେଜ

ୟେକଇ ବଦନକୁ ତୋ ଶୋହଇ ସହସ୍ରେକ ଭୁଜ ।୨୩୦।

ସମସ୍ତ ଦେବତାୟେ ତୋତେ ଦେଖି କଲେ ସ୍ତୁତି

ଶ୍ରୀଭୁଜେ ଆଣି ଦିଲେ ଧନୁ ତ୍ରୋଣ ଶକତି।୨୩୧।

ପରିଘ କୋନ୍ତ ନାରାଜ ପଟ୍ଟିସ ଯେ କୁଣ୍ଡଳୀ

ଗୁରୁଜ କମାୟେଣ ବିଜେକର୍ଣ୍ଣକଟାରୀ ମୂଷଳୀ।୨୩୨।

ସକଳ ଦେବତାୟେ କଲେ ଅନେକ ତୁସ୍ତି

ସମସ୍ତ ଶସ୍ରମାନ ଦିଲେକ ବେଦପତି ।୨୩୩।

କାଳପାଶୀ ଜଳପାଶୀ ନାଗପାଶୀ ଶର

ବ୍ରହ୍ମଶକ୍ତି ଶୂଳଶକ୍ତି ବଜ୍ରଶକ୍ତି ମୁଦୁଗର ।୨୩୪।

ସମ୍ଭନ ମୋହନ ବଶ ଉଚ୍ଚାଟନ ବିଦ୍ୟା

ଗୁଟିକା ଅଂଜନ ଧରଣ ଧାରଣ ସର୍ବସିଦ୍ଧା ।୨୩୫।

ତାରଣ ମାରଣ ଆରଣ ସିଦ୍ଧି ସାଧକ ମନ୍ତ୍ର

ସାଧନ ଶୋଧନ ବୋଧନ ସିଦ୍ଧି ସର୍ବ ଯନ୍ତ୍ର।୨୩୬।

ଉଲ୍ଲକପଦ ମନ୍ତ୍ର ସାଧନେ ତୁ ପରମ ଯୋଗେଶ୍ୱରୀ

ବାହାନେ ବିଜେକଲୁ ଗୋ ପିଠି ଯେ କେଶରୀ।୨୩୭।

ଦେବତାଂକର କଷ୍ଟ ମାଗୋ ଉଦ୍ଧାରିବା ନିମନ୍ତେ

ବିଜୟେ ମହାମାୟା ଗୋ କଣୟଗିରି ପର୍ବତେ।୨୩୮।

ଅସୁରବଳ ଦେଖି ଗୋ ଶରୀର କଲୁ ଗୋପ୍ୟ

ବାରିତ ନ ଗଲା ମାଗୋ ୟେ ତୋହୋର ସରୂପ।୨୩୯।

ଦତ୍ୟନ୍ତ ମୋହିଲୁ ମାଗୋ ମୋହୀନି କାମସେଣା

ମଦନେ ବଶକଲୁ ଅସୁରନ୍ତ କଲୁ ବଣା ।୨୪୦।

ଚଣ୍ଡ ମୁଣ୍ଡ ବଧିଲୁ ଗୋ ଶୁମ୍ଭ ଯେ ନିଶମ୍ଭୁ

ମାୟା ମୋହିନୀ ରୂପେ ଯେ ବଶ କଲୁ ସବୁ।୨୪୧।

ଶୁମ୍ଭ ନିଶୁମ୍ଭ ନାଶ କଲୁ ଗୋ ଭରହରଷ ନାଟେ

ବିଡାଳାକ୍ଷ କାନ୍ତିମାଳା ଗୋ ବଧିଲୁ ଦେବୀ କୂଟେ।୨୪୨।

ରକ୍ତବୀର୍ଯ୍ୟ ବଧିଲୁ ମୋଗୋ ଡାଂକେଣୀବୃନ୍ଦ ପେଷି

ଭଇରୋବୀ ବାସେଳୀ ଖେଚରୀ ରୂପ ଯେ ପ୍ରକାଶି।୨୪୩।

ଚାମୁଣ୍ଡା ଚର୍ଚିକା ଯେ ଅଭୟେ ବାସେଳୀ

କାମାକ୍ଷୀ ତ୍ରିପୁରା କଂକାଳୀ ବେତାଳୀ ।୨୪୪।

ଅଭୟେ ଅପର୍ଣ୍ଣା ଗୋ ମୋହିନୀ କାମସେଣା

ବ୍ରହ୍ମାୟେଣୀ , ରୁଦ୍ରାୟେଣୀ , ଇନ୍ଦ୍ରାୟେଣୀ , ମହାମାୟା ସର୍ବଜିଣା ।୨୪୫।

ଚଣ୍ଡିକା ଚନ୍ଦ୍ରଚୂଡା ବେତାଳୀ ଡାକେଶ୍ୱରୀ

ମହାବିଶ୍ୱରୂପିଣୀ ଗୋ ଘୋଟିଲୁ ସର୍ବପୁରୀ।୨୪୬।

ଧାଆଂରେ ମାର ରେ କଉତୁକେ ଦ୍ୟନ୍ତି ବୋବି

ଶ୍ରୋଣେହା ପିଚାଶୁଣୀ ଡାକେଣୀ ଭଇରୋବୀ।୨୪୭।

ଅନନ୍ତା ବିଜୟା ଗୋ କାଳିକା କାଳରାତ୍ରି

ଅନେକ ମୂରତି ୟେକ ଶରୀରୁଂ ଉତପତ୍ତି।୨୪୮।

ରକତବୀର୍ଯ୍ୟ ମାରି ମଧୁ ମାଂୟେସେ ଖେଡି

ଅନ୍ତରୀକ୍ଷେ ବୁଲାଇ ଅସୁରନ୍ତ ପର୍ବତେ କଚାଡି।୨୪୯।

ଚାମର ବେମାଳ ଦତ୍ୟ ମରାଇଲୁ ଭଇରୋବୀର ହାଥେ

ବୀରଘଣ୍ଟ ବଧ କରାଇଲୁ ତ୍ରୁପୁରାନ୍ତେ ୟେକାନ୍ତେ।୨୫୦।

ରକତବୀର୍ଯ୍ୟ ନାଶଗଲା ନାରାୟଣୀଂକର ହାଥେ

କାମରୂପେ ଯୁଦ୍ଧକଲେ କାଳିକା ସହିତେ ।୨୫୧।

ବେତାଳୀ ନାଶଗଲା ରାକ୍ଷାସ ଯମଘଣ୍ଟ

ମାୟାମୋହେ ମୋହିଲୁ ବଧିଲୁ ସର୍ବଦୁଷ୍ଟ ।୨୫୨।

ମୟେଂଷାସୁର ବଧକଲୁଗୋ ହୋଇଲୁ ଉଲଗ୍ନଶାୟୀ

ମୋହନ କାମଗତେ ମୃଚ୍ଛାଗଲା ଚାହିଂ ଚାହିଂ।୨୫୩।

ଶୂକେଳ ମାରି ମାଡି ବସିଲୁ ବକ୍ଷସ୍ଥଳେ

ତୁହି ସେ ଅସୁର ବଳ ଧ୍ୱଂସ ସର୍ବକାଳେ ।୨୫୪।

ଜୟ ତୁ ନାରାୟଣୀ ଗୋ ଅନାଦି ଶକତି

ତୁହି ସେ ସଂସାର ଜନଂକରଫେଡୁ ଗୋ ଦୁର୍ଗତି।୨୫୫।

ଲୋଭ ମୋହ ଅହଂକାର ହିଂସା ଅପବାଦୁଂ

ୟେଥୁ ମୁକତି ହୋଇବୁ ମା ଗୋ ତୋହୋର ପରସାଦୁଂ ।୨୫୬।

ଯୋଗେ ଯୋଗେଶ୍ୱରୀ ଗୋ ଅପାଦ ଦୁଖ ଖଣ୍ଡି

ହୁଅସି ପ୍ରସନ୍ନ ଗୋ ଅଭୟେ ମଙ୍ଗଳଚଣ୍ଡୀ।୨୫୭।

ସୁର ସିଦ୍ଧମୁନି ଗୋ ଯାହା ଚରଣେ ବନ୍ଦେ

ଅତିୟ ଗୁଣବନ୍ତୀ ଗୋ ସଦାଶିବର ବିନୋଦେ।୨୫୮।

ଆନନ୍ଦନନ୍ଦିନୀ ଗୋ ସମସ୍ତ ଦୁଖ ନାଶି

ୟେ ଭବ ସାଗରୁ ମୋତେ ଉଦ୍ଧରି ଧର ଝଙ୍ଗେରପୁର ବାସୀ ।୨୫୯।

ଭଗତି ମୁକତି ମାଗୋ ତୋହୋର ପ୍ରସନ୍ନେ

ପାଇଲି ପରମଗତି ସିଦ୍ଧସାରୋଳା ଦ୍ରଶନେ।୨୬୦।

ମୁହିଂ ଜନ୍ମେ ଜନ୍ମେ ମୂର୍ଖ ଗୋ ଗ୍ୟାନ ମୋର କିସ

ତବ ଆଗ୍ୟାଂ ପ୍ରମାଣେ ମୋତେ ଭବିଷ୍ୟ ହୋଇଲା ଦୃଶ ।୨୬୧।

ନର୍ମଦା ସରସ୍ୱତୀର ମୁଂ ଭଣ୍ଡାର ବିଧ୍ୱସିଂ

ଶୂଦ୍ରମୁନି ସାରୋଳା ଦାସକୁ ମୁକତି ଗତି ଦେସି।୨୬୨।

ଆହୋ ଦୁର୍ଗାଂକୁ ତୁସ୍ତି ଯେ କଲେ ବନ୍ଦୀରାଜାମାନେ

ୟେ ଦୁର୍ଗତିରୁ ତରିବୁଂ ଗୋ ତୋହୋର ପରସନ୍ନେ।୨୬୩।

ମାଗୋ କନ୍ୟାମାସ ଶୁକଳ ପକ୍ଷ ଅଷ୍ଟମୀର ତିଥି

ଶରଦ ଉଚ୍ଛବ କରି ତୋତେ ହୋଇଥିବୁ ଭଗତି।୨୬୪।

ଅନେକ ସମ୍ଭର ଭରି ମାଗୋ ମହାନିଶାୟେ ତୋତେ ପୂଜି

ଚାରି ଚାରି ଜଣ ନରବଳି ତୋତେ ଦେଉଥିବୁ ଭୋଜି ।୨୬୫।

ମଇଂଷି ମେଷ ଛାଗଳ ରୋଧିର ମାଂସେ ପୂଜା

ଦୁର୍ଗାଂକୁ ତଲୟେ କରି ସୁମରଣା କରନ୍ତି ସର୍ବରାଜା ।୨୬୬।

ଜରାସନ୍ଧ ବଧ ଯାଉ ୟେ ବ୍ରାହ୍ମଣଂକ ହାଥେ

ଯଦ୍ୟପି ଭଗତମତ୍ସଳୀ ମାଗୋ ତୁ ଅଟୁ ଜଗତମାତେ ।୨୬୭।

ସୁମରନ୍ତେ ଗୋସାମଣୀଅଭୟେ ହିଙ୍ଗୁଳା

ରାଜାନ୍ତ ପ୍ରସନ୍ନ ହୋଇଲେ ଦେବୀ ଯେ ସର୍ବ ମଙ୍ଗଳା ।୨୬୮।

ଛାଡ ହୋ ମନଭ୍ରାନ୍ତି ତୁମ୍ଭେ ସକଳ ରାଜାମାନ

ୟେହିକ୍ଷଣୀ ଜରାସନ୍ଧ ହୋଇବ ନିଧନ ।୨୬୯।

ରାଜାଂକୁ ବର ଦେଇ ଭୀମାଂକୁ କଲେ ଦୟା

ମାରୁତି ଅଙ୍ଗେ ବିଜେ କଲେ ମହାମାୟା ।୨୭୦।

ସାଂଗ୍ରାମେ ଅପଚୟେ ପାଉଥିଲା ଭୀମ

ମହାବଳନ୍ତ ହୋଇଣ ପାଇଲା ସାଷ୍ଟାମ ।୨୭୧।

ଜରାସନ୍ଧକୁ ସେ ଯେ ପାଡ଼ିଲା ଲେଉଟାଇ

ମାଡିଣ ହୃଦଗତେ ବସିଲା ବୀର ଯାଇ ।୨୭୨।

ମନ୍ଦର ମାଡ଼ି ଯେହ୍ନେ ବସଇ ମହାମେରୁ

ସେହି ସାନ୍ଦ୍ରିଶେ ଭୀମସେନ ଜରାସନ୍ଧକୁ ହେଲା ମହାଗୁରୁ ।୨୭୩।

ଆକ୍ରେଷି ମାଡ଼ି ବସିଲା ଯେ ଜାରାର ବକ୍ଷସ୍ଥଳେ

ନେଇ ବାମକରେ ଚାପେ ହୃଦୟେ ମଣ୍ଡଳେ।୨୭୪।

ବେନି ପାଦେ ମାଡ଼ି ବସିଲା କଟି ମେଖଳା ଜାନୁ

ଅପାର ପ୍ରତଗ୍ୟାଂ କରଇ ପବନର ତନୁ ।୨୭୫।

ରେ ରେ ଜାରା ସୁମର ତୋର ଇଷ୍ଟ ଯେ ଦେବତା

ରେ ରେ ଜାରା ସୁମର ତୋର ପିତା ମାତା।୨୭୬।

ରେ ରେ ଜାରା ତୋର ବୁଡିଲା ଆଜ ଜୀବ

ରେ ରେ ଜାରା ତୋର ପାଞ୍ଜି ପୋଛିଲା ଯମଦେବ।୨୭୭।

ରେ ରେ ଜାରା ତୁହି ତ ପ୍ରତଗ୍ୟାଂ ଉପଲେଖୁ

ରେ ରେ ଜାରା ତ୍ରଇଲୋକ୍ୟ କେ ପାରୁ ତୋତେ ରଖୁ ।୨୭୮।

ଯଦ୍ୟପି ବ୍ରହ୍ମା ରୁଦ୍ର କୁବେର ବଜ୍ରଧାରୀ

ରେ ରେ ଜାରା ତୋତେ କେ ପାରେ ରକ୍ଷାକରି।୨୭୯।

ଅନେକ ପ୍ରତଗ୍ୟାଂ କରି ପବନର ସୁତେ

ଗର୍ଜନ ନାଦ କରି ମାଇଲା ବଜ୍ର ମୁଥେ ।୨୮୦।

ସାଧୁ ମହିମା ତୋର ରେ ମଗଧେଶ୍ୱର ନୃପତି

ଭୀମସେନ ମୁଥଘାତେ ନୋହିଲା ନିବୃତ୍ତି ।୨୮୧।

ପୁଣିହିଂ ପ୍ରହାର ସେ କଲା ବଜ୍ରଦଣ୍ଡ

ବେନିମୁଥ ମାଇଲା ନେଇ ଜରାସନ୍ଧର ମୁଣ୍ଡ।୨୮୨।

ତଦ୍ୟାପି ଅଚେତ ନୋହିଲା ମଗଧେଶ୍ୱର ବୀର

ଭୀମସେନ ମୁଥ ଘାତେ ବାହାର ହୋଇଲା ରୋଧିର ।୨୮୩।

ଗଡ଼ଇ ପଡ଼ଇ ତ୍ରିପଣ୍ଡ ଶରୀରୁ ମହାଘୃମ

ଦଶନହେ ଜାରା ବକ୍ଷସ୍ଥଳ ବିଦାରଇ ଭୀମ।୨୮୪।

ରେ ରେ କାର କରିଣ ଜାରା ବୋଲି ଅଧରେ ଦନ୍ତ ଚାପି

ଚନ୍ଦ୍ର ଦେଖିଣ ଯେହ୍ନେ ରାହୁର ତେଜ ବ୍ୟାପି।୨୮୫।

କଳାନ୍ତକ ରୁଦ୍ର ରୂପ ବିକଶିଲା ମାରୁତି

ରଡି ଘାୟେ କମ୍ପିଲେ ଦିଗପାଳେ ସୁରପତି।୨୮୬।

ସମରେ ଜରାସନ୍ଧ ଯହୁଂ ନୋହିଲା ନିଚେତ

ଭୀମ ପ୍ରଶଂସା କଲା ସାଧୁରେ ମଗଧେଶ୍ୱର ନାଥ।୨୮୭।

ମହାଶ୍ରମ ପାଇ ସେ ପବନର ବଳା

ଶତଶିଂଗ ପର୍ବତକଇଂ ବୀର ସୁମରଣା କଲା।୨୮୮।

ୟେକଉତ୍ତର ଶତଶିଂଗର ହୋଇଲା ପ୍ରାକର୍ମ

ବିକ୍ରୋଦର ମୂରତି ତହୁଂ ପ୍ରକାଶିଲା ଭୀମ ।୨୮୯।

ଦେଖିଣ ତ୍ରାସିଲେ ସକଳ ପୁରଜନେ

ନବତାଳ ଉଚ୍ଛର୍ଗ ସେ ହୋଇଲା ବାର ଭୀମସେନେ ।୨୯୦।

ମଂଚକୁ ଅଶକ୍ୟଭୀମସେନ ଭୀଷ୍ମରୂପୀ

ଜରାସନ୍ଧ ପ୍ରାଣତ୍ୟାଜ ନୋହିଲା ତଥାପି ।୨୯୧।

ସାଂଗ୍ରାମେ ବିମୁଖ ଯହୁଂ ହେଲା ବିକ୍ରୋଦର

ବିଚାରଇ ଛାଡିବି ୟେ ହୋଇଥାଉ ଅଜରାମ୍ବର ।୨୯୨।

ସାଂଗ୍ରାମେ ନିସତେ ଆଡେ ଚାହିଂଲା ପାବେନି

ୟେହାକୁ ନ ମାରି ପାରିବି ଠାରଇ ଚକ୍ଷୁ ଘେନି ।୨୯୩।

ୟା ଦେଖି ଅର୍ଜୁନ ବୋଇଲା ଦେବ ଶୁଣିମା ନାରାୟଣ

ଜନ୍ମେ ଜନ୍ମେ ହରି ଆମ୍ଭେ ତୋହୋରେ ଶରଣ ।୨୯୪।

ୟେସନେକ ସୁଲଭ ଦେବ ଶୁଭ ଜଗତେ

ପାଣ୍ଡବେ ବ୍ରତନ୍ତି ସିନା ବିଷ୍ଣୁଂକ ଆଶ୍ରିତେ ।୨୯୫।

ସାଂଗ୍ରାମେ ମାରୁତି ଯେ ପାଇଲାନି ଅନେକ ଦୁଖ

ବଧକଇ କାରଣ କହୁକିନା ଶିରିବତ୍ସ ।୨୯୬।

ନ ପୁଣ ଭୀମସେନ ଛାଡଇ ଜାରାକୁ

କେଡେ ଅଷ୍ଟାଙ୍ଗେ ଦେବ ପାଡିଲା ଅଛଇ ତାହାକୁ।୨୯୭।

ଗୋବିନ୍ଦେ ବୋଇଲା ଯାହା କହିଲେ ବିଶ୍ୱନାଥେ

ମାରୁତି ୟେବେ ତାହା ପାସୋରିଲେ କେମନ୍ତେ।୨୯୮।

ଅର୍ଜୁନ ବୋଇଲା ସେ ସମରେ ମହାରାଗୀ

ମୂର୍ଖ ଅପଣ୍ଡିତ ସେ ସମସ୍ତ ପରିତ୍ୟାଗୀ ।୨୯୯।

ମତ୍ତଭୋଳେ ପାସୋରିଲା ପବନର ନାନ

ତୁ ତାକୁ ଚେତାଇ ଦେବା ପୁରୁଷ ଉତ୍ତମ ।୩୦୦।

ଅର୍ଜୁନର ବଚନ ଶୁଣିଣ ଦେବ ଶିରିପତି

କରତାଳି ମାରିଣ ହସିଲେ ତୋଷମତି ।୩୦୧।

କରତାଳ ଶୁଣି ବିକ୍ରୋଦର ଦିଲା ଦୁଷ୍ଟି

ଶ୍ରୀ ଜଗନ୍ନାଥଂକ ବଦନକୁ ଚାହିଂଲା ଲେଉଟି।୩୦୨।

ଧୋତି ଗୋଟିୟେକ ଦେବ ଧଇଲେ ଶ୍ରୀଭୁଜେ

ଲେଉଟାଇ ବେନିଫାଳେ ଚିରିଲେ ଦେବରାଜେ।୩୦୩।

ବିଶ୍ୱନାଥଂକ ବଚନ ପାସୋରିଣ ଥିଲା

ନାରାୟଣଂକ ଠାରନ୍ତେ ଗ୍ୟାନ ସେ ପାଇଲା।୩୦୪।

ବାହାନାଦ କରି ଭୀମ ଜାରାର ଧଇଲା ବେନିପାଦ

ଦେଖିଣ ବିସ୍ମୟ ଯେ ହୋଇଲା ଜରାସନ୍ଧ।୩୦୫।

ମଗଧେଶ୍ୱର ବିଚାରଇ ବଇକୁଲ ଚିତ୍ତେ

ଗୁପତ ରୂପେ ବିଜୟେ କଲୁକି ଦେବ ଜଗନ୍ନାଥେ।୩୦୬।

ଅଷ୍ଟାଦଶବେଳ ପରିଯନ୍ତେସହିଲୁ ମୋର ଧାଡି

ତୋ ଚକ୍ରଘାତକୁ ଆଶେ କରିଥିଲି ଦେବହରି।୩୦୭।

ଆପଣେ ନ ମାରି ମରାଉଛୁ ପରହାଥେ

ଚକ୍ରେ ବଧ ମୋତେ କର ହୋ ଜଗନ୍ନାଥେ।୩୦୮।

ମୋକ୍ଷକଇଂ ଗତି ମୋତେ ଦେବା ହେ ଶିରିପତି

ନାଶକର ଦଣ୍ଡେ ମୋତେ ନ ଦିଆଅ ଶାସ୍ତି।୩୦୯।

ବିକଳେ ଜରାସନ୍ଧ ଯେ ଅନେକ ବିନୋୟୀ

ଅନେକ ନିସତେ କହଇ କାର୍ପୁଣ୍ୟ ଭାବ ହୋଇ।୩୧୦।

ଗୋବିନ୍ଦେ ବୋଇଲେ ଭୀମ ଆବର କିସ ଉପଲେଖୁ

ମାରି ପକାଅ ୟେ ଦୁଷ୍ଟକୁ ଆବର କିଂପେ ରଖୁ।୩୧୧।

ହରି ଆଗ୍ୟାଂ ପ୍ରମାଣେ ବେନି ଚରଣ ଭୀମ ଧରି

ଚରଣେ ମାଡି ଚରଣେ ଧରିଣ ଉଡୁଛି ।୩୧୨।

କୋପେଣ ଗର୍ଜଇ ଭୀମସେନ ନରସିଂଘ ମୂର୍ତ୍ତି ପ୍ରାୟେ

ବ୍ରହ୍ମାଣ୍ଡ କମ୍ପଇ ଘୋର ଶବଦ ରଡି ଘାୟେ।୩୧୩।

ଆକ୍ରେଷିଣ ଧଇଲା ପବନର ବାଳ

ବିଶ୍ୱରୂପେ ଉଛୁଡିଣ କଲା ବେନିଫାଳ ।୩୧୪।

ପବନ ଆଘାତେଣ ତହିଂ ଖଣ୍ଡେକ ବୁଲାଇ

ଦଷିଣ ସମୁଦ୍ରକୁ ବୋଲି ଦିଲାକ ଫୋପାଡଇ ।୩୧୫।

ଅଗାଦ ଜଳେ ପଡିଲା ଜରାସନ୍ଧର ଅର୍ଦ୍ଧଖଣ୍ଡ

ଜଳଭୁବନ କମ୍ପିଲା ଉଛୁଳିଲା ବ୍ରହ୍ମାଣ୍ଡ ।୩୧୬।

ଆରେକ ଖଣ୍ଡ ଯେ ଭୀମ ବୁଲାଇ ଫିଙ୍ଗିଲା ମହାକୋପେ

ଆକାଶ ମଣ୍ଡଳେ ଖେପିଲା ସେ ଗୁରୁତାପେ।୩୧୭।

ଶୂନ୍ୟେ ଅଦୃଶ୍ୟ ହୋଇଲା ସେ ଭୀମସେନ ଡରେ

ଭୂଅଚର ହୋଇଣ ରହିଲା ଶୂନ୍ୟ ପୁରେ ।୩୧୮।

 

ଜରାସନ୍ଧର ବଧ ଶୁଣି ସହଦେବର କୋପ ଓ ଶ୍ରୀକୃଷ୍ଣଙ୍କୁ ସ୍ତବ କରିବା ଏବଂ ମଗଧରେ ରାଜା ହେବା

ଚାରଗଣେ କହିଲେ ଯେ ସହଦେବର ଆଗେ

ସ୍ୱାମୀ ଜରାସନ୍ଧ ବଧ କଲେ ତିନି ବ୍ରାହ୍ମଣେ ବଇରାଗେ ।୧।

ଶୁଣିଣ କୋପକଲା ସେ ସହଦେବ କୁମର

ଦଣ୍ଡସାଜି ପଶିଲା ସେ ନବର ଭିତର ।୨।

ପାତ୍ର ଅମନାତ୍ୟ ମୁକୁଟ ବନ୍ଧା ଯୋଦ୍ଧାନ୍ତ ଘେନି

ବ୍ରାହ୍ମଣନ୍ତ ମାର ବୋଲି ଶୁଭିଲା ଉଚ୍ଚେ ଧୁନି।୩।

ତର୍ଜନ ଗର୍ଜନ କରି ଉଠିଲେ ସଇନି

ଧାମନ୍ତି ଯେ ଯୋଦ୍ଧାମାନେ କରେ ଶସ୍ର ଘେନି।୪।

ଅନେକ ବିରତ୍ୱର କଳିତ ନୁଆରି

ସମସ୍ତ ଯୋଦ୍ଧାମାନେ କରେ ଶସ୍ର ଧରି ।୫।

ତେଇଶି କ୍ଷଉଣୀ ଜରାସନ୍ଧର ଅଙ୍ଗବଳ

ବାଦ୍ୟନାଦ ଶବଦେ ସେ ସମୁଦ୍ର ଉଲ୍ଲୋକ।୬।

ଦଣ୍ଡ ଦେଖି କୋପ ତହିଂ କଲାକ ପାବେନି

ଧାମଇଂ ମାରୁତି ଯେ କରେଣ ଶାଳ ଶିଳ ଘେନି।୭।

ଗର୍ଜନ ନାଦେଣ ଯେ ପ୍ରତଗ୍ୟାଂ ସାମରଥ଼

ଆକାଶ ମଣ୍ଡଳେ ଲାଗିଲା ଭୀମସେନର ମଥା।୮।

କୋପେଣ ପାଣ୍ଡବ ଯେ ଧାଇଂଲା ଗଳଗାଜି

ମଗଧ ଦେଶ ସଇନି ପଳାଇଲେ ଭାଜି ।୯।

ରଥେଣ ରଥ ଧରି ପ୍ରହାର କରଇ ଭୀମ

ଗଜେ ଗଜ ତୋଳି କଚାଡଇ ହୋଇଣ ମହାତମ।୧୦।

ଦୁଇ ଦୁଇ ତିନି ତିନି ଅଶ୍ୱମାନନ୍ତ ଧରି ପିଟି

ତ୍ରାସେଣ ମଗଧ ବଳପଡିଲେ ମହୀଲୋଟି।୧୧।

ରକତେ କର୍ଦ୍ଦନଯେ ହୋଇଲା ମହୀଆଳୀ

ଶୋଣିତେ ବ୍ରିକୋଦର ଯେ କରଇ ରଙ୍ଗକେଳି।୧୨।

ସଇନି ପଳାବନ୍ତେ ଯେ ଧାମଇଂ କୋପଭରେ

ମୁଥେକ ମାଇଲା ନେଇ ସହଦେବ ରଥରେ।୧୩।

ଭାଜିଣ ରଥଗୋଟି ଶତେ ଚୂର ହୋଇଲା

ସହଦେବର କେଶ ଭୀମ ଆକ୍ରେଷି ଧଇଲା।୧୪।

ଆରେକ ହାଥେ ନେଇ ମାରନ୍ତେ ବଜ୍ରମୁଥେ

ପଛେଣ କୋଳଧରି ଧଇଲେ ଜଗନ୍ନାଥେ।୧୫।

ରହ ରହ ଭୀମସେନ ତୋତେ ଆମ୍ଭର ଶପଥ

ସହଦେବକୁ ନାଶିଲେ ଆମ୍ଭର କାର୍ଯ୍ୟନାଶ ହେବଟି ବହୁତ ।୧୬।

ଜାରାକୁ ବଧ କଲାଇଂ ଆମ୍ଭେ ତାହାର ଦୁଷ୍ଟପଣେ

ଲକ୍ଷେକୁ ଚାରିଉଣା ନ ଅଣ୍ଟଇ ନିମନ୍ତ୍ରଣେ।୧୭।

ଜାରାର ପାଲକୁ ୟେହାକୁ କରିବା ଆଧିପତି

କାର୍ଯ୍ୟ କାରଣକଇଂ ୟେହାକୁ ରଖ ହୋ ମାରୁତି।୧୮।

ଯଦ୍ୟପି ୟେଥି ୟେହାକୁ ଠାକୁର ନ କରିବା

ସୁବର୍ଣ୍ଣର ୟେଡେ ରାଜା ୟେତେକ ସନ୍ୟ କାହୁଂ ଭିଆଇବା ।୧୯।

ନାରାୟଣଂକ ବଚନେ କୋପ ଛାଡିଲା ବ୍ରିକୋଦର

ସହଦେବକୁ ଅର୍ଜୁନ ଆଣି ବସାଇଲେ କୋଳର।୨୦।

ଦେଖଇ ସହଦେବ ଶଙ୍ଖ ଚକ୍ର ଗଦା ସାରଙ୍ଗ ଚତୁର୍ଭୁଜ

ଦେଖଇ ନାରାୟଣ ଦେବାଧି ଦେବରାଜ ।୨୧।

ଉଠିଣ ସହଦେବ ଶତ ସହସ୍ର ଦଣ୍ଡ ପରିଣାମି

ଶରଣପଞ୍ଜର ନାଥ ମୋତେ ରକ୍ଷାକର ଦେବ ସ୍ୱାମୀ ।୨୨।

ଶରଣପଞ୍ଜର କଇଚ୍ଛା ଜଗଜେଠୀ

ପୁଣ ପୁଣ ସହଦେବ ଯେ ହରି ଚରଣ ତଳେ ଲୋଟି ।୨୩।

ତୁ ଦେବ ଜଗତଜନ ସୋଦର ଜଗବନ୍ଧୁ

ତିମିର ବିଦାରଣ ନାଥ ପବିତ୍ର ପୂର୍ଣ୍ଣ ଇନ୍ଦୁ ।୨୪।

ଅନେକ ଦ୍ରୋହ ତୋତେ କଲାକ ଜରାସନ୍ଧ

କାଳେ ନାଶକଲୁ ତାହାକଇଂ ତୁ ପାତିଣ କୂଟଛନ୍ଦ।୨୫।

ଜୟ ତୁ ପରମେଶ୍ୱର ଯେ କରୁଣାମତ୍ସଳ

ଜୟ ତୁ ପରମେଶ୍ୱର ତାରନ୍ତା ସୟଳ ।୨୬।

ଜୟ ତୁ ପରମେଶ୍ୱର ଦୃଭାର ବଳଗଞ୍ଜା

ଜୟ ତୁ ପରମେଶ୍ୱର ଦେବାଧି ଦେବରାଜା।୨୭।

ଜୟ ତୁ ପରମେଶ୍ୱର ଯାମଳା ବୃକ୍ଷଭଞ୍ଜା

ଜୟ ତୁ ପରମେଶ୍ୱର କାଳୀୟ ଦର୍ପଗଞ୍ଜା ।୨୮।

ଜୟ ତୁ ପରମେଶ୍ୱର ଭାରତୀ ବଲ୍ଲଭ

ଜୟ ତୁ ପରମେଶ୍ୱର ସୟଳ ପଦ୍ମନାଭ ।୨୯।

ଜୟ ତୁ ପରମେଶ୍ୱର ଜଗତମୋହନ

ଜୟ ତୁ ପରମେଶ୍ୱର ଦେବ ଜନାର୍ଦ୍ଦନ ।୩୦।

ଜୟ ତୁ ପରମେଶ୍ୱର ଭଗତି ମୁକତି ଦ୍ୟନ୍ତା

ଜୟ ତୁ ପରମେଶ୍ୱର କରନ୍ତା ସର୍ବଚିନ୍ତା ।୩୧।

ଜୟ ତୁ ପରମେଶ୍ୱର କେଶୀ ଦର୍ପଗଞ୍ଜା

ଜୟ ତୁ ପରମେଶ୍ୱର ଧେନୁକା ଗର୍ବଭଞ୍ଜା।୩୨।

ଜୟ ତୁ ପରମେଶ୍ୱର ଚାଣୁର ମୁଷ୍ଟିକ ଦର୍ପ ନାଶ

ଜୟ ତୁ ପରମେଶ୍ୱର ଦ୍ରଶନେ ନାଶ କଂଶ।୩୩।

ଜୟ ତୁ ପରମେଶ୍ୱର ସୁଦାମା ପ୍ରାଣଗୁରୁ

ଜୟ ତୁ ପରମେଶ୍ୱର ଶକଟ ଚୂରକରୁ ।୩୪।

ଜୟ ତୁ ପରମେଶ୍ୱର ନିର୍ଜିତ ଯୁଗଗଣ୍ଡା

ଜୟ ତୁ ପରମେଶ୍ୱର ବିଦାରଣ କଲୁ ଷଣ୍ଢା।୩୫।

ଜୟ ତୁ ପରମେଶ୍ୱର ପ୍ରଲମ୍ବା କଦମ୍ବା ଅଇରି

ଜୟ ତୁ ପରମେଶ୍ୱର ପ୍ରୋହିଣୀ ପ୍ରାଣହାରୀ।୩୬।

ଜୟ ତୁ ପରମେଶ୍ୱର ଅଗତି ଗତି ଦ୍ୟନ୍ତା

ଜୟ ତୁ ପରମେଶ୍ୱର ଭଗତଜନ ଉନ୍ଧରନ୍ତା।୩୭।

ଜୟ ତୁ ପରମେଶ୍ୱର ମଧୁପୁର ବାସୀ

ଜୟ ତୁ ପରମେଶ୍ୱର ଗୋପୀବୃନ୍ଦ ବିଳାସୀ।୩୮।

ଜୟ ତୁ ପରମେଶ୍ୱରଅକାରଣକଇଂ କାରଣ

ଜୟ ତୁ ପରମେଶ୍ୱର ନରଂକୁ ଉଦ୍ଧାରଣ ।୩୯।

ଜୟ ତୁ ପରମେଶ୍ୱର କମଳାବିଳାସ

ଜୟ ତୁ ପରମେଶ୍ୱର ମୋହନ ପୀତବାସ।୪୦।

ଜୟ ତୁ ପରମେଶ୍ୱର ନିଳେନ୍ଦୀ ପୁଷ୍ୟ ଓଳି

ଜୟ ତୁ ପରମେଶ୍ୱର ନାମ ତୋ ବନମାଳୀ।୪୧।

ଜୟ ତୁ ପରମେଶ୍ୱର ଅନନ୍ତ ଯେ ଚକ୍ରପାଣି

ଜୟ ତୁ ପରମେଶ୍ୱର ପ୍ରଳୟ ଅନ୍ତ ନ ଗଣି।୪୨।

ଜୟ ତୁ ପରମେଶ୍ୱର ସଦାୟେ ଆନନ୍ଦ

ଜୟ ତୁ ପରମେଶ୍ୱର ଗୋପାଳ ଗୋବିନ୍ଦ।୪୩।

ଜୟ ତୁ ପରମେଶ୍ୱର ଦନ୍ତବକ୍ର ନିବାରଣ

ଜୟ ତୁ ପରମେଶ୍ୱର ଦୁଖୀଜନ କାରଣ ।୪୪।

ଜୟ ତୁ ପରମେଶ୍ୱର ଭଗତଜନ ବନ୍ଧୁ

ଜୟ ତୁ ପରମେଶ୍ୱର ପୂର୍ଣ୍ଣିମାର ଇନ୍ଦୁ ।୪୫।

ଜୟ ତୁ ପରମେଶ୍ୱର କୃଷ୍ଣ ନାମ ଗୋଟି

ଜୟ ତୁ ପରମେଶ୍ୱର ରାଜୀବଲୋଚନ ଦୃଷ୍ଟି।୪୬।

ଜୟ ତୁ ପରମେଶ୍ୱର ଦଧିବାବନ ରୂପ ହୋଇଲୁ

ଜୟ ତୁ ପରମେଶ୍ୱର ବାରାନିଧି ଚଳୁକଲୁ।୪୭।

ଜୟ ତୁ ପରମେଶ୍ୱର ମତ୍ସରୂପ ଧରି

ଜୟ ତୁ ପରମେଶ୍ୱର ବେଦ ଯେ ଉଦ୍ଧରି ।୪୮।

ଜୟ ତୁ ପରମେଶ୍ୱର ପିତାମହକଇଂ କାରଣ

ଜୟ ତୁ ପରମେଶ୍ୱର ଶଙ୍ଖାସୁର ନିବାରଣ।୪୯।

ଜୟ ତୁ ପରମେଶ୍ୱର କୂର୍ମରୂପ ଗୋଟି

ଜୟ ତୁ ପରମେଶ୍ୱର ସପତ ବ୍ରହ୍ମାଣ୍ଡ ତୋ ପିଠି।୫୦।

ଜୟ ତୁ ପରମେଶ୍ୱର ବରେହା ରୂପ ଧରି

ଜୟ ତୁ ପରମେଶ୍ୱର ଦାଢେ ପୃଥୀ ଧରି ।୫୧।

ଜୟ ତୁ ପରମେଶ୍ୱର ବାମନ ରୂପେ ନାରାୟଣ

ଜୟ ତୁ ପରମେଶ୍ୱର ବଳିକି ନିବାରଣ ।୫୨।

ଜୟ ତୁ ପରମେଶ୍ୱର ନରସିଘଂ ରୂପ

ଜୟ ତୁ ପରମେଶ୍ୱର ନାଶିଲୁ ହିରଣ୍ୟକଶିପ।୫୩।

ଜୟ ତୁ ପରମେଶ୍ୱର ମାଳତୀ ରୂପ କାୟେ

ଜୟ ତୁ ପରମେଶ୍ୱର ନାଶିଲୁ ବଇଲୋଚନ ରାୟେ।୫୪।

ଜୟ ତୁ ପରମେଶ୍ୱର ଜମଦଅଗ୍ନି ବଳା

ଜୟ ତୁ ପରମେଶ୍ୱର ପ୍ରଶୁଧର ମହାଖଳା।୫୫।

ଜୟ ତୁ ପରମେଶ୍ୱର ରାଜାନ୍ତ ନିସୋଧି

ଜୟ ତୁ ପରମେଶ୍ୱର ୟେକୋଇଶ ବାର କ୍ଷତ୍ରୀମାନନ୍ତ ସାଧି ।୫୬।

ଜୟ ତୁ ପରମେଶ୍ୱର ଅମଳାନ ସୂର୍ଯ୍ୟବଂଶୀ

ଜୟ ତୁ ପରମେଶ୍ୱର ରାଜାମାନନ୍ତ ତୋଷି।୫୭।

ଜୟ ତୁ ପରମେଶ୍ୱର ଶ୍ରୀରାମ ଅବତାର

ଜୟ ତୁ ପରମେଶ୍ୱର ଛେଦିଲୁ ଦଶଶିର ।୫୮।

ଜୟ ତୁ ପରମେଶ୍ୱର ନୀଳେନ୍ଦି ଦଳ ରୁଚି

ଜୟ ତୁ ପରମେଶ୍ୱର ସର୍ବଗ୍ୟଂ ସର୍ବସଞ୍ଚି ।୫୯।

ଜୟ ତୁ ପରମେଶ୍ୱର ଜପେଣ ସହସ୍ର ନାମ

ଜୟ ତୁ ପରମେଶ୍ୱର ଧର୍ମ ଅର୍ଥ ମୋକ୍ଷ କାମ।୬୦।

ଜୟ ତୁ ପରମେଶ୍ୱର ପ୍ରାଗତୀର୍ଥେ ବାସ

ଜୟ ତୁ ପରମେଶ୍ୱର କଳପବଟ ଯାହାର ଆଦେଶ ।୬୧।

ଜୟ ତୁ ପରମେଶ୍ୱର ପୁରୁଷଂକର ଉତ୍ତମ

ଜୟ ତୁ ପରମେଶ୍ୱର ସାରୋଳା ଦାସ ତୋର ପାଦତଳେ ଶତ ସହସ୍ର ଦଣ୍ଡ ପରିଣାମ ।୬୨।

ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ଅଗସ୍ତି

ଜାରାପୁତ୍ର ସହଦେବ କଲାକ ଅନେକ ତୁସ୍ତି।୬୩।

ଅନ୍ତେଣ ବୋଇଲା ସ୍ୱାମୀ ଜୟ ତୁ କେଶବ

ଜାରା ନିବାରଣ ସ୍ୱାମୀ କଲୁ ତୁ ବାସୁଦେବ।୬୪।

ସହଦେବର ତହୁଂ ୟେସନେକ ବାକ୍ୟ ଶୁଣି

ଭୁଜେଧରି କୋଳେ ବସାଇଲେ ଚକ୍ରପାଣି।୬୫।

ଆପଣେ ଗ୍ୟାନବନ୍ତ ତୁ ଅଟୁ ହୋ ସହଦେବ

ପ୍ରତକ୍ଷେ ଜାଣୁ ତ ବାବୁ ଜରାସନ୍ଧର ମତ୍ତଗର୍ବ।୬୬।

ଯେତେକ କଟାଳକଲା ମୋତେ କଂସର ପ୍ରସ୍ତାବେ

ଗୋମତ ଯୁଦ୍ଧେ ତାକୁ ନାଶ କରୁଥିଲେ ବଳଦେବେ।୬୭।

ବ୍ରହ୍ମାୟେ ବୋଇଲେ ୟେହାକୁ ନାଶ ନ କର ବଳଦେବ

ୟେହାରେ ଯୁଝେଷ୍ଠି ଦେବ ରାଜୁସି ଯାଗ ଯେ କରିବ ।୬୮।

ରାଜୁସି ଯଗ୍ୟଂ ପୁଣ କରିବେ ଧର୍ମସୁତ

ୟେକ ରୁଣ୍ଡ କରିଥିବ ୟେ ରାଜାନ୍ତ ସମସ୍ତ।୬୯।

ପିତାମହ ବଚନେ ଛାଡିଲେ ବଳରାମେ

ଯୁଝେଷ୍ଠି ଦେବଂକର କାର୍ଯ୍ୟେ ୟେବେ ନାଶକଲା ଭୀମସେନେ ।୭୦।

ୟେସନେକ ବଚନ ଯହୁଂ କହିଲେ ଦେବ ଚକ୍ରଧାରୀ

ସେ କଥାକୁ ଶୋଚନା ନ କର ତୁ ମଗଧ ଅଧିକାରୀ ।୭୧।

ପିତାକଇଂ ତୋହୋର ଆମ୍ଭେ ନାଶକଲୁ ରେ ବାବୁ

ତାହାକଇଂ ମାତ୍ର ତୋତେ ୟେକା ଦେଇ ନୁଆରିବୁ।୭୨।

କରପତ୍ର ଯୋଡିଣ ତହିଂ କହଇ ସହଦେବ

ତୁ ସେ ମୋହୋର ପିତା ଅଟୁ ହୋ ଶ୍ରୀବାସୁଦେବ।୭୩।

ଜରାସନ୍ଧ ସିନା ତୋହୋର ବଇରି

ବିଷ୍ଣୁର ଦୋରେହା ସେ ସଂସାରକୁ ଅଇରି।୭୪।

ସ୍ୱାମୀ ତୋହୋର ତୁଲେ ବିବାଦୀ ହୋଇଲା ଯେତେବେଳେ

ନାଶକର ପାଞ୍ଜି ତାର ପୋଛିଲା ଅଳ୍ପକାଳେ।୭୫।

ତହିଂକି ଶୋଚନା ମୋର ନାହିଂନା ଦେବରାଜ

ୟେ ତୋହୋର ଦ୍ରଶନେ ମୋହୋର ସର୍ବକାର୍ଯ୍ୟ।୭୬।

ସହଦେବକୁ ବୋଇଲା ପ୍ରେତକ୍ରିୟା ସାର ହୋ କୁମର

ତେବେ ସେ ମଘଦେଶେ ତୋତେ କରିବୁଂ ଦଣ୍ଡଧର ।୭୭।

ସହଦେବ ପ୍ରୋହିତେ ହକରାଇ କୁଶ ପ୍ରତିମା ଭିଆଇ

ଶମସାନ ଭୂମିରେ ଜାରାକୁ ନେଇ ଦହନ କରାଇ।୭୮।

କରେ କୁଶ ଘୃତ ଯବ ତିଳ ଚାଉଳ ଘେନି

ସହଦେବ ଦିଲା ଯାଇ କୁଶ ପିତୁଳାକୁ ମୁଖା ଅଗ୍ନି।୭୯।

ୟେକାଦଶ ଦିବସେ ପ୍ରେତକାର୍ଯ୍ୟ ସାରି

ପ୍ରୋହିତଂକ ମନ୍ତ୍ରେ ଅଗ୍ନି ଘୃତ ପାରଣା କରି ।୮୦।

ଅନେକ ଧନ ବସ୍ର ଗୋଧନ ଦିଲା ଦାନ

ପ୍ରେତକାର୍ଯ୍ୟ ସାରି ଶୁଦ୍ଧ ହୋଇଲା ଜରାସନ୍ଧର ନନ୍ଦନ ।୮୧।

ଅବିଷେକ ବିଧାନ କରନ୍ତି ଦେବହରି

ମଗଧ ଦେଶ ରାଜ୍ୟେ ଶୁଭ ଅବଧାରୀ ।୮୨।

ରାଜ୍ୟେ ଉତ୍ସବ ଯେ କଲାକ ସହଦେବ

ସୁବର୍ଣ୍ଣର କଳସ ବସାନ୍ତି ଭୁବନେଶ ସର୍ବ ।୮୩।

ନେତର ପାତାଙ୍ଗ ଯେ ଉଡଇ ଫରହର

କଦଳୀ ତ୍ରୋଣମାନ ଉଭାରିଲେ ଦ୍ୱାର ଦ୍ୱାର ।୮୪।

ସହଦେବର ଅଭିଷେକ ଶୁଣିଣ ବିଧାନ

ସ୍ୱର୍ଗରୁ ଓହ୍ଲାଇ ଅଇଲେ ଦେବ ଋଷିମାନ ।୮୫।

ପ୍ରବେଶ ହୋଇଲେ ଯାଇଂ ମଗଧେଶ୍ୱର ରାଜ୍ୟେ

ଦେଖିଣ ପୂଜାକଲେ ସ୍ୱାମୀ ଦେବରାଜେ ।୮୬।

ଜଗନ୍ନାଥେ ତିଆରିଲେ ସହଦେବକୁ ରାଇ

ଉଚ୍ଛବକାଳେ ବାବୁ ବନ୍ଦୀ ମୁକୁଳାଇ ।୮୭।

ଅମଙ୍ଗଳ ଜନେ ବାବୁ ନ ଥାନ୍ତୁ ତୋର ପୁରେ

ବନ୍ଦୀ ମୁକୁଳ କର ହୋ ମଗଧେଶ୍ୱର ବୀରେ।୮୮।

ନାରାୟଣଂକ ବଚନେ ଚଳିଲା ସହଦେବ

ବନ୍ଦୀ ରାଜାନ୍ତ ମୁକଳ କଲା କରି ସଦିଭାବ।୮୯।

ନିଆଳମାନନ୍ତ ସବୁ ପକାଇଲା ଫେଡି

ରାଜାନ୍ତ ଆଣିଲା ସେ ସବୁନ୍ତି ମୁକୁଳ କରି ତଡବଡି।୯୦।

କାବେରୀ ଗଙ୍ଗାରେ ଯାଇଂ କଲେକ ସ୍ରାହାନ

ଜଗନ୍ନାଥଂକ ଶ୍ରୀଚରଣେ ପ୍ରଲମ୍ବ ସମସ୍ତ ରାଜାମାନ ।୯୧।

ଗୋବିନ୍ଦେ ବୋଇଲେ ଆମ୍ଭନ୍ତ କିଂପେ ପୂଜାକର

ଭୀମସେନ ଅଟନ୍ତି ଆମ୍ଭ ସବୁନ୍ତି ଠାକୁର ।୯୨।

ଆହୋ ଶୁଣିଲ ନାହିଂକି ଜରାସନ୍ଧ ଯେତେ ପ୍ରତଗ୍ୟାଂ କଲା

ଅଷ୍ଟାଦଶ ବେଳ ପରିଯନ୍ତେ ଆମ୍ଭନ୍ତ ଧାଡିଦିଲା।୯୩।

ଯାହାର ଭୟେ ଆମ୍ଭେ ଜମ୍ବୁ ଦୀପ କଲୁ ତେଜ୍ୟା

ସୋମୋଦ୍ର ଭିତରେ ରହିଲୁ ବୋଇଲେ ଦେବରାଜା ।୯୪।

ତୁମ୍ଭନ୍ତ ବନ୍ଦୀ ମୁକଳ କଲା ପବନ ତନୟେ

ଜରାସନ୍ଧକୁ ମାଇଲା ଭୀମ ଆମ୍ଭେ ହୋଇଲୁ ନିର୍ଭୟେ ।୯୫।

କଲା ଉପୁଗାରମାନ ପାସୋରିତେ କି ପାରି

ତେନ୍ୟାୟୁଂ ବ୍ରିକୋଦର ଆମ୍ଭ ସବୁନ୍ତି ଅଧିକାରୀ।୯୬।

ଶ୍ରୀ ଜଗନ୍ନାଥଂକ ବଚନେ ସକଳ ନୃପତି

ଭୀମସେନ ପାଦତଳେ ପାଦାର୍ଘ୍ୟ ଦିଅନ୍ତି ।୯୭।

ଶତସହସ୍ର ଦଣ୍ଡ ଯେ ହୋଇଲେ ପ୍ରଣପତ୍ୟ

ଭୀମସେନକୁ ତୁସ୍ତିକରି ବିନୋୟୀ ବହୁତ ।୯୮।

ଜୟ ତୁ ବ୍ରିକୋଦର ସୋମବଂଶ ଅଧିପତି

ଜୟ ତୁ ବ୍ରିକୋଦର ଭାରୋଇମଲ୍ଲ ଯାହାର ମୂରତି।୯୯।

ଜୟ ତୁ ବ୍ରିକୋଦର ଶତଶିଂଗ ଭଞ୍ଜା

ଜୟ ତୁ ବ୍ରିକୋଦର ନାଗେଣୀ ଦର୍ପଗଞ୍ଜା ।୧୦୦।

ଜୟ ତୁ ବ୍ରିକୋଦର ଯମ ଦର୍ପହରା

ଜୟ ତୁ ବ୍ରିକୋଦର ବିଷଲତୁ ପାରକରା ।୧୦୧।

ଜୟ ତୁ ବ୍ରିକୋଦର ଜତୁର ଘରୁ ଉତ୍ତୁରନ୍ତା

ଜୟ ତୁ ବ୍ରିକୋଦର ଦଇତ ନିବାରନ୍ତା ।୧୦୨।

ଜୟ ତୁ ବ୍ରିକୋଦର କିନ୍ନରୀ ବିଦାରନ୍ତା

ଜୟ ତୁ ବ୍ରିକୋଦର ହିଡିମ୍ବେକ ନିବାରନ୍ତା।୧୦୩।

ଜୟ ତୁ ବ୍ରିକୋଦର ହିଡିମ୍ବିକୀର ବଲ୍ଲଭ

ଜୟ ତୁ ବ୍ରିକୋଦର କୁମ୍ଭୀରୀ ହରିଲୁ ଜଳଠାବ।୧୦୪।

ଜୟ ତୁ ବ୍ରିକୋଦର ଶିବପୁର ଉଦ୍ଧାରୀ

ଜୟ ତୁ ବ୍ରିକୋଦର ଜାରାର ଦର୍ପହାରୀ ।୧୦୫।

ଜୟ ତୁ ବ୍ରିକୋଦର ଦେବପୁର ଧ୍ୱଂସୀ

ଜୟ ତୁ ବ୍ରିକୋଦର ଫେଡିଲୁ ମୃତ୍ୟୁଫାଶି ।୧୦୬।

ଜୟ ତୁ ବ୍ରିକୋଦର କଉରୋବବଳ ଶଂକା

ଜୟ ତୁ ବ୍ରିକୋଦର ଅଭୟେ ରଣରଂକା ।୧୦୭।

ଜୟ ତୁ ବ୍ରିକୋଦର ଦୁର୍ଗତିରୁ ଉଦ୍ଧରୁ

ଜୟ ତୁ ବ୍ରିକୋଦର ପ୍ରତଗ୍ୟାଂ ସାଚା ଗୁରୁ।୧୦୮।

ଜୟ ତୁ ବ୍ରିକୋଦର ଦେବ କାଳିଞ୍ଜନ ତୋଷି

ଜୟ ତୁ ବ୍ରିକୋଦର ସର୍ବଗ୍ୟଂ ଗୁଣରାଶି ।୧୦୯।

ଜୟ ତୁ ବ୍ରିକୋଦର ରାଜାମାନଂକ ଦର୍ପ ଧ୍ୱଂସୀ

ପାଞ୍ଚାଳଦେଶ ମଣ୍ଡନ ଅଭୟେ ବିଶ୍ୱବାସୀ।୧୧୦।

ଜୟ ତୁ ବ୍ରିକୋଦର ବକ ରାକ୍ଷାସକୁ ଧ୍ୱଂସୀ ।୧୧୧।

ଜୟ ତୁ ବ୍ରିକୋଦର କାଳଦଣ୍ଡ ହସ୍ତା

ଜୟ ତୁ ବ୍ରିକୋଦର ଶରଣ ଉଦ୍ଧରନ୍ତା ।୧୧୨।

ଜୟ ତୁ ବିକ୍ରୋଦର ପ୍ରତଗ୍ୟାଂ ସାର ଭୀମ

ଜୟ ତୁ ବିକ୍ରୋଦର ଯମ ପରେ ଦୁତୀ ଯମ।୧୧୩।

ଜୟ ତୁ ବିକ୍ରୋଦର କୁମ୍ଭେକ ଦର୍ପ ଧ୍ୱଂସା

ଜୟ ତୁ ବିକ୍ରୋଦର ପୂରାଅ ମନୋବାଞ୍ଛା ।୧୧୪।

ଜୟ ତୁ ବିକ୍ରୋଦର ଜାରା ନିଶୋଧନ

ଜୟ ତୁ ବିକ୍ରୋଦର ଆକାଶେ ପୁଣ୍ୟମାନ।୧୧୫।

ଜୟ ତୁ ବିକ୍ରୋଦର ବନ୍ଦୀ ଉଦ୍ଧାରଣ

ଜୟ ତୁ ବିକ୍ରୋଦର ଶରଣ ରକ୍ଷଣ ।୧୧୬।

ଜୟ ତୁ ବିକ୍ରୋଦର ସହଦେବ ପ୍ରାଣଗୁରୁ

ଜୟ ତୁ ବିକ୍ରୋଦର ଶରଣ ଉଦ୍ଧରୁ ।୧୧୭।

ଜୟ ତୁ ବିକ୍ରୋଦର ପାଣ୍ଡବାସୁର ନାଶୀ

ଜୟ ତୁ ବିକ୍ରୋଦର କାଳବଳ ଧ୍ୱସିଂ ।୧୧୮।

ଜୟ ତୁ ବିକ୍ରୋଦର କୁନ୍ତୀଦେବୀର ସୂନୁ

ଜୟ ତୁ ବିକ୍ରୋଦର ରାଜାନ୍ତ ଉଦ୍ଧରିଲୁ ବନ୍ଧନୁ।୧୧୯।

ଆହୋ ରାଜାଗଣମାନେ ୟେମନ୍ତେ ତୁସ୍ତି ବୋଲି

ଭୀମସେନର ଚରଣ ତଳେ ଶୁତିଲେ ଗଡଘାଲି।୧୨୦।

ତୁ ଦେବ ଶରଣପଞ୍ଜର ନାଥ ଅଟୁ ହୋ ଜଗତଉତ୍ତମା

ଦଶଦୋଷ ଅପ୍ରାଧ ଆମ୍ଭର କରିବାକ କ୍ଷମା।୧୨୧।

ରାଜାଂକର ବଚନେ ଯେ ବିକ୍ରୋଦର ଶାନ୍ତି ଭଜି

ମଧୁର ବଚନେ ରାଜାମାନନ୍ତ ସମାର୍ଜି ।୧୨୨।

ତୁମ୍ଭର ଧର୍ମ ପୂର୍ବେ ଅନେକ ଅଛି କଲା

ଧର୍ମଦେବତା ତୁମ୍ଭନ୍ତ ସଂପକ୍ଷ ହୋଇଲା ।୧୨୩।

ରାଜାୟେ ବୋଇଲେ ସ୍ୱାମୀ ତୁ ଜାରା ନିବାରନ୍ତା

ତୁହୁ ସେ ଆମ୍ଭନ୍ତୁ ଅଟୁ ଧର୍ମ ଯେ ଦେବତା।୧୨୪।

ଅନେକ ପୁରୁଷାର୍ଥ କରାଇଲେ ରାଜାଗଣମାନନ୍ତ

ଅବିଷେକ ବିଧାନ କରନ୍ତି ସହଦେବ କୁମାରନ୍ତ।୧୨୫।

ଅନେକ ସମ୍ଭର୍ବ କରି ଦେବ ଯେ ମୁରାରି

ଜାରାର ପୁତ୍ର ସହଦେବନ୍ତ ଶୁଭ ଅବଧାରି।୧୨୬।

ପୁଷ୍କରକୁ ଧ୍ୟାୟେକଲେ ଦେବ ଯେ ଅଚ୍ୟୁତ

ବିଜୟେ କୋଟିୟେ ତୀର୍ଥ ଘେନିଣ ପୁଷ୍କର ଦଇବତ ।୧୨୭।

ସକଳ ତୀର୍ଥଜଳମାନ ରତ୍ନ ଭାଣ୍ଡେଣ ପୂରୋଇ

ସହଦେବର ଶିରେ ଅବିଷେକ କରି ନିଉଡିଲେ ନେଇ ।୧୨୮।

ଶିରେଣ ପାଟ ତାହାର ନେଇ ବାନ୍ଧିଲେ ଦେବ ହରି

ମଙ୍ଗଳ ଧୁନି ଫୁରଇ ଯେ ମଗଧ ଦେଶ ପୁରୀ।୧୨୯।

ଅନେକ ଦାନ ଦିଲେ ବହୁତ ବଧାଇ

ଦେବଗଣମାନନ୍ତ ବହୁତ ଶୀତଳ ମୁଣୋହି।୧୩୦।

ଶିରେ ମଣି ମୁକୁଟ ହୃଦରେ ବନମାଳ

ତାଡ ତୋଢର ବାହୁଟି ସରଳ କୁଣ୍ଡଳ ।୧୩୧।

ବିଜୟେ ସହଦେବ ଯେ ମହାନାଗର ପିଠି

କରେ କାମାୟଣ ନାରାଜ , କୋନ୍ତ , ଖଡଗ ଯେ ଯାଠି ।୧୩୨।

ବିଜୟେ କୁମର ଯାଇଂ ଜଗତୀ ଉପରେ

ପାତ୍ର ଅମାନାତ୍ୟମାନନ୍ତ ଶାଢୀ ଦିଲା ଯଥା ଅଧିକାରେ ।୧୩୩।

ସାହାଣି ସାମଲ ମୂଳେ ଅନେକ ନିଯୋଗି

ସମସ୍ତ ଅମାନ୍ୟତେ ଅଇଲେ ବେଗି ବେଗି ।୧୩୪।

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ଘେନିଣ ସୁଲଭ କାମେନୀ

ସୁବର୍ଣ୍ଣଉତ୍ତରୀ ପବିତ୍ରା ଦିଲେକ ସର୍ବମୁନି ।୧୩୫।

ବିଳସଇ କୁମର ଯେ ଭଣ୍ଡାର ଅନେକ

ଯାଗେଣ ହବିର୍ଭାବ ଦିଅନ୍ତି ଯାଗନିକ ।୧୩୬।

ବ୍ରିକୋଦର ଆଗ୍ୟାଂ ଦିଲା ରାଜାମାନନ୍ତ ରାଇ

ସହଦେବର ଆସ୍ତାନେ ଖଟ ସର୍ବେ ଯାଇ ।୧୩୭।

ଆଗେ ଯେ ଯେବଣ ଭାବେ ଖଟିଥିଲ ଜରାସନ୍ଧକୁ

ତହିଂ ଅଧିକ ଖଟ ହୋ ସହଦେବ ରାଜାକୁ।୧୩୮।

ଯେ ଅବା ବାଳୁତ ବୋଲି ହୋଇବ ଅସାଧି

ୟେ ମୋହୋର ସତ୍ୟ ତାର ଶିର ପକାଇବି ଛେଦୀ ।୧୩୯।

ଅନେକ ପ୍ରତଗ୍ୟାଂ କରି ବୋଲଇ ଭୀମସେନ

ସମସ୍ତ ରାୟେ ଖଟିଲେ ଯାଇଂ ସହଦେବର ଆସ୍ତାନ ।୧୪୦।

ଶ୍ରୀହସ୍ତେ ଅକ୍ଷତ ଗୁଆ ଘେନିଣ ଫାଲଗୁନି

ରାଜାମାନନ୍ତ ନିମନ୍ତ୍ରଣ କଲେକ ଅର୍ଘ୍ୟ ଘେନି।୧୪୧।

ଆହୋ ରାଜାମାନେ ମହା ରାଜୁସି ଯାଗ କରିବେ ଠାକୁର ଯୁଝେଷ୍ଟି

ରାଜାଗଣମାନେ ତୁମ୍ଭେ ସମସ୍ତେ ଯିବଟି ।୧୪୨।

ଶୁଣି ସମସ୍ତ ରାୟେ ହୋଇଲେ ପ୍ରଣପତ୍ୟ

ୟେକାଜଣେ ଦେବ ପଠିଆଇବ ଦୂତ ।୧୪୩।

ୟେ ଜୀବନଗୋଟି ଦେବ ଯାହାର ସଞ୍ଚିଲା

ଜଗନ୍ନାଥେ ବୋଇଲେ ଯେ ଭୀମ ଆମ୍ଭର ଗୁରୁ

ତାହାଂକ ବଚନ ଦେବ କେହୁ ମେଣ୍ଟିପାରୁ।୧୪୫।

 

ଦୁର୍ଯ୍ୟୋଧନର କପଟ ମନ୍ତ୍ରଣା ଓ ଯୁଧିଷ୍ଠିରଙ୍କର ଶୋକ,
କୃଷ୍ଣଙ୍କ ସହ ଭୀମାର୍ଜୁନ ହସ୍ତିନାରେ ପ୍ରବେଶ

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ଯେବଣ ଦିନୁଂ ନାରାୟଣେ ହୋଇଲେ ପଚ୍ଛିମ ମୂରତି ।୧।

ଦ୍ରିଯୋଧନ ଭାଳଇ ୟେକାନ୍ତେ ରାଇଣ ଶକୁନି

ଶ୍ରୀହରିଯାଇଛନ୍ତି ଜରାସନ୍ଧ ତହିଂକି ସଙ୍ଗେ ଭୀମ ଅର୍ଜୁନନ୍ତ ଘେନି।୨।

କେବଣ ଚରିତ ତହିଂ କରନ୍ତି ଦେବ ହରି

ଜାରାଭୟେ ପଳାଇ ସେ ପଶିଲେ ସିନ୍ଧୁପୁରୀ।୩।

ଶକୁନି ବୋଇଲା ୟେବେ ଯେ ବୁଦ୍ଧିୟେ କରିବା

ଗୁପତ କରିଣ ଆମ୍ଭେ ଦୂତ ବରଗିବା ।୪।

ୟେସନେକ ଯହୁଂ ବୋଇଲା ଶକୁନି ମହାମନ୍ତ୍ରୀ

ଗୁପତ କରିଣ ରାଜା ଚାର ଚାରିଜଣ ପେଷନ୍ତି।୫।

ଚାରିହେଂ ତୁମ୍ଭେ ମଗଧ ଦେଶକୁ ହାଦେ ଯିବ

ଜରାସନ୍ଧ ତୁଲେ କିସ କରଇ ବାସୁଦେବ ।୬।

ସେ କଥାମାନନ୍ତ ଜାଣି ଆସିବ ଧାତିକାରେ

ସନ୍ଦେଶ କହିବ ଆସି ମୋହୋର ଛାମୁରେ।୭।

ଆହୋ ରାଜାର ଆଗ୍ୟାଂରେ ଯେ ଗଲେକ ଚାରିଦୂତେ

ମଗଧ ଦେଶେ ଯାଇଂ ଥିଲେକ ଗୁପତେ ।୮।

ଭୀମ ଜରାସନ୍ଧର ଯେତେବେଳେ ହୋଇଲା ସମର

ମାଲବନ୍ଧେ ଜରାସନ୍ଧ ମାଡି ବସିଲା ଭୀମସେନ ହିଆର ।୯।

ବ୍ରାହ୍ମଣ ମଲା ବୋଲି ରାଜ୍ୟେ ଶୁଭିଲାକ ଧୁନି

ଚଳିଲେ ଦ୍ରିଯୋଧନର ଡଗର ସେ ବାରତମାନନ୍ତ ଘେନି ।୧୦।

ଆସ୍ତାନେ ବିଜୟେ କରି ଅଛନ୍ତି କୁରୁସାଇଂ

ଯୁଝେଷ୍ଠି ନକୁଳ ସହଦେବ ଅଛନ୍ତି ତିନିଭାଇ।୧୧।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ କୃତ ଯେ ବାଲ୍‌ହିକ

ଭୁରିଶ୍ରବା ଅଶସ୍ତମା ତୁଲେ ଅଛନ୍ତି ସଇନି ଅନେକ।୧୨।

ଅନେକ ପାରିଦଣ୍ଡ ରାଜାୟେ ଅଛନ୍ତି ପଟୋଆରୀ

ପଛିମ ଦେଶ ଦେଶାଉର ଦ୍ରଶନ ଯାଇଂ କରି।୧୩।

ୟେକାନ୍ତେ ଶକୁନି ସେ ଚାରଗଣନ୍ତ ରାଇ

ବୋଲିବଟି ମଲେ ବାସୁଦେବ ପାଣ୍ଡବ ବେନିଭାଇ ।୧୪।

ଦ୍ରିଯୋଧନ ବୋଇଲା ରେ କହିବ ୟେମନ୍ତ

ୟେହାଂକର ହତହେବା ଶୁଣି ଯୁଝେଷ୍ଠି ହୋଉ ପ୍ରାଣେ ହତ ।୧୫।

ସେ ଦେଶାଉରେ ଘେନି ରାଜା ୟେକାନ୍ତେ କୁରୁପତି

କହନ୍ତେଣ ଶେଷ ଯେ ହୋଇଲାକ ରାତି ।୧୬।

ଆରେକ ଦିନେ ରାୟେ ବସିଅଛନ୍ତି ଆସ୍ତାନେ

ପାଣ୍ଡବ ଆଦିକରି ଅଛନ୍ତି ସକଳ ସନ୍ୟମାନେ ।୧୭।

ଦ୍ୱାରେ ଉଭା ହୋଇଯାଇଂ ଅଛନ୍ତି ମୁନେହିଂ

ପଛିମଦିଗର ବାରତା ଦେଶାଉର କହି ।୧୮।

ଆମ୍ଭେମାନେ ଗଲୁଂ ଯେପଛିମ ପରଦେଶେ

ବେନିଦିନ ରହିଲୁଂ ମଗଧ ରାଜ୍ୟ ଦେଶେ।୧୯।

ଶକୁନି ବୋଇଲେ ହୋ ଆମ୍ଭେ ପାଇବା ବାରତା

ଜାରା ଜଗନ୍ନାଥେ ହୋଇଲା କେଉଂଣ ହାଦେ କଥା ।୨୦।

ମୁନେହିଂ ବୋଇଲେ ଦେବ ପ୍ରଥମ ଦିନ ଗଲେ

ବ୍ରାହ୍ମଣ ରୂପ ଧରି ରାଜାକୁ ଦ୍ରଶନ ଯାଇଂ କଲେ।୨୧।

ବେଦ ଆଧ୍ୟାନ କଲେ ଦେବ ଜରାସନ୍ଧର ଆଗର

ଦାନ ଘେନୁଂ ବୋଇଲେ ଆମ୍ଭନ୍ତ ଦେବୁ ଯେ ସମର ।୨୨।

ଭୀମସେନ ଜରାସନ୍ଧର ହୋଇଲା ମାଲଯୁଦ୍ଧ

ପ୍ରଥମଦିନର ଯୁଦ୍ଧେ ଭୀମସେନ ହୋଇଲା ପ୍ରାଣବଧ ।୨୩।

ଦ୍ୱୀତିୟଦିନ ଯୁଦ୍ଧରେ ଦେବ ଅର୍ଜୁନ ପଡିଲା

ତୃତୀୟଦିନ ଯୁଦ୍ଧରେ ବାସୁଦେବ ନାଶଗଲା।୨୪।

ୟେସନେକ ବାରତା ଯେ ଶୁଣିଣ କୁରୁପତି

ଆସ୍ତାନରୁ ଢଳିପଡିଲା ମାନ ଚକ୍ରବତୀ ।୨୫।

ମୃଚ୍ଛାଗତ ହୋଇଣ ରାଜା ଧୃତିରାଷ୍ଟି

ମନରେ ସଂଶୟ କଲେ ଧର୍ମ ଯେ ଯୁଝେଷ୍ଠି।୨୬।

ନକୁଳ ଅସାଷ୍ଟମେ କରଇ ରୋଦନ

ଆହା ଭ୍ରାଥ ବୋଲି ମୋହେ ପଡିଲେ କର୍ଣ୍ଣ ଦୁଶାସନ ।୨୭।

ଭୀଷ୍ମ ଦ୍ରୋଣ ଶଇଲ ଆବର ବାଲ୍‌ହିକେ

ଅଶସ୍ତମା କୃପା ଆଚାର୍ଯ୍ୟେ କ୍ରୋଧ ଯେ ଅନେକ।୨୮।

କପଟେଣ ବହୁ କ୍ରୋଧ ଯେ କରଇ କୁରୁପତି

ଅତି କପଟେ କ୍ରୋଧ କରଇ ଶକୁନି ମହାମନ୍ତ୍ରୀ।୨୯।

ଆଉରମାନେ ସରୂପେଣ ମୃଚ୍ଛାଗତ ପଡି

ଯୁଝେଷ୍ଠିଦେବଂକୁ ସହଦେବ ଧଇଲେ କୋଳକରି।୩୦।

କର୍ଣ୍ଣ ଦୁଶାସନ ହୋଇଲେ ଯେ ଧରାଧରି

ଆସ୍ତାନର ତଳେ ଯାଇଂ ହୋଉଛନ୍ତି ଗଡାଗଡି।୩୧।

ହା ହା ବ୍ରିକୋଦର ବୋଲି ରୋବନ୍ତି ଦ୍ରିଯୋଧନ

ବାବୁ ପାଣ୍ଡବାସୁର ମାରି ଆମ୍ଭନ୍ତ ଦିଲୁ ଜୀବଦାନ।୩୨।

ତୋହୋର ପରା ବଳବନ୍ତା ସୋଦର ହରାଇ

ଆବର କାହା ମୁଖ ଚାହିଂ ଜୀଇଥାଇଂ ମୁହିଂ।୩୩।

ଆହୋ ଯୁଝେଷ୍ଠିଂକ ରୋଦନ ଯେ କହିତେ କି ପାରି

ରୋବଇ ଧୃତିରାଷ୍ଟି ଯେ ଅର୍ଜୁନ ନାମ ଧରି।୩୪।

ଆରେ ଆରେ ମୋହୋର ସୋଦର ଫାଲଗୁନି

ୟେକା ଜଣକେ ବାହୁ ସାଧ୍ୟ କଲୁ ୟେ ସପତଦୀପା ମେଦିନୀ ।୩୫।

ବାବୁ ତ୍ରଇଲୋକ୍ୟେ ସୁନ୍ଦର ତୋହୋର ନାମ ଗୋଟି

ନିର୍ଲଜ ଆତ୍ମା ମୋହୋର ନ ଯାଇଂ କିଂକେ ଫାଟି।୩୬।

ଆରେ ଜଗତ ସୁନ୍ଦର ବାବୁରେ କେଉଂଣ କତି ଗଲୁ

ଗଭୀର ସମୋଦ୍ରେ ମୋର ଭେଳା ବୁଡାଇଲୁ।୩୭।

ଅଦଭୁତ ଯୁଦ୍ଧରେ ହୋଇଲୁ କିଂପେ ନାଶ

ୟେହା ସେ କଲା ମୋତେ ଦେବ ହୃଷୀକେଶ।୩୮।

ଦ୍ରିଯୋଧନ ବୋଇଲା ଶୁଶସି ଯୁଝେଷ୍ଠି

ତୋହୋର ବୁଦ୍ଧିବଳେ ହୋଇଲା ୟେସନେକ ଅରିଷ୍ଟି ।୩୯।

କାନ୍‌ହୁଆ ଗଉଡର ବୋଲେ ଚଳିଲୁ ଅନୁବ୍ରତେ

କାଳେଣ ନାଶଗଲୁ ଆବର ବ୍ରତିବୁ କେମନ୍ତେ।୪୦।

କୂଟବୁଦ୍ଧି ୟେବେ ତୋତେ କଲାକ ନାରାୟଣ

ବୁଝିତ ନୁଆରିଲୁ ତାହାର ମାୟାର ଚରିତ ମାନ।୪୧।

ଅର୍ଜୁନ ଯେଉଂଣ ଦିନ ଗଲା ଦ୍ୱାରକାକୁ

ବଳତ୍କାରେ ହାରିଲା ଯେ ତାର ବହେଣୀ ସୁଭଦ୍ରାକୁ।୪୨।

ସେ ରାଗଖଣ୍ଡି ହରି ହୃଦେ ଧରିଥିଲା

ଆପଣେ ନ ମାରି ପରହାଥେ ମରାଇଲା।୪୩।

ଜାଣିତ ନୁଆରିଲୁ କାନ୍‌ହୁଆ ଗଉଡର କୂଟକୂଟି

ସମ୍ପ୍ରଧି ହରାଇ ନାଶଗଲୁ ହୋ ଯୁଝେଷ୍ଠି ।୪୪।

ନାଶନ୍ତକାଳକୁ କଲୁ ବିପରୀତ ବୁଦ୍ଧି

ଅଦଭୁତେ ହରାଇଲୁ ଅରଜିଲା ସମ୍ପ୍ରଧି ।୪୫।

ଭୀମସେନ ପ୍ରାୟେକ ସୋଦର ନାଶଗଲା

ଅର୍ଜୁନ ପ୍ରାୟେକ ଭାଇ ସୋଦର ନାଶଗଲା

ଅର୍ଜୁନ ପ୍ରାୟେକ ଭାଇ ଅଦଭୁତେ ପ୍ରାଣ ଦିଲା।୪୬।

ୟେହାନ୍ତ ମରାଇ ସେ ପଳାଇଲା ଆପଣେ

କାନ୍‌ହୁଆ ଗଇଡ ସଙ୍ଗତେ କାଳକୁ କଲୁ ବନ୍ଧୁ ପଣେ ।୪୭।

ଥାଅ ୟେବେ ବସି ତୁହି ବୃଦ୍ଧ କାକ ପ୍ରାୟେ

ହୀନ ଜୀବନ ତୋର ଆଉର କିସ ଉପାୟେ ।୪୮।

ତ୍ରଇଲୋକ୍ୟ ଜିଣନ୍ତା ଯେ ଅଟଇ ଜରାସନ୍ଧ

ଇହଲୋକ ନୃପତି କେ କରୁ ତାର ତୁଲେ ଦ୍ୱନ୍ଦ।୪୯।

ଅଷ୍ଟାଦଶ ବାର ପରିଯନ୍ତେ ସମରେ ଦିଲା ଧାଡି

ସମୋଦ୍ର ଭିତରେ ଲୁଚିଲେ ସେ ତାହାକଇଂ ଭୟେ କରି ।୫୦।

କୋଟି କୋଟି ସିଂଘର ପରାକ୍ରମ ଯେବଣ ବଳରାମ

ସେ ପୁଣି ଜାରାକୁ ସରି ନୋହିଲେ ସାଂଗ୍ରାମ।୫୧।

ଶକୁନି ବୋଇଲା ତୁମ୍ଭେ ନ ଜାଣ ହୋ କିଛି କଥା

ମୁହିଂ ସେ ଜାଣଇ ତହିଂର ତଦନ୍ତ ବାରତା।୫୨।

ଶତଧନୁର ଯୁଦ୍ଧେ ଅର୍ଜୁନ ହରିଂକି ଝିଂଘାସି

ତେଣୁ ୟେହାନ୍ତ କୂଟେ ମରାଇଲେ ହୃଷୀକେଷି।୫୩।

ତାହା ଶୁଣି ବୋଇଲା ରାଜା ମାନଗୋବିନ୍ଦ

ତାହାର କିସ ଦୋଷ ଆମ୍ଭର କର୍ମ ମନ୍ଦ ।୫୪।

ଭୀମ ଅର୍ଜୁନ ପରାୟେ ଭାଇନ୍ତ ମରାଇ

ଥାଅସି ବସି ୟେବେ ବିଧବା ରୂପ ହୋଇ।୫୫।

ଅନେକ ମତେ ଝିଘାଂସି ବୋଲଇ କୁରୁପତି

ସଭାରୁ ଉଠିଗଲା ଯେ ମାନଚକ୍ରବର୍ତ୍ତୀ ।୫୬।

ଆସ୍ତାନ ମଉଳନ୍ତେ ଯେ ଚଳିଲେ ସର୍ବବୀରେ

ମହାକ୍ରୋଧ ଯୁଧେଷ୍ଠି ଚଳିଲେ ନିଜପୁରେ।୫୭।

ଧୂଶାସନ ବୋଇଲା ହୋ ପ୍ରେତକାର୍ଯ୍ୟ କରିବା

ଭୀଷ୍ମେ ବୋଇଲେ ଆଉ ବାରତାୟେ ଜାଣିବା।୫୮।

ଦ୍ରିଯୋଧନ ବୋଇଲା ତୁମ୍ଭେ ହୋଇଲକି ବାଇ

ଯେ ସେ ନାଶଗଲା ସେକି ଜୀବନ୍ତେ ଆସଇ।୫୯।

ଆସ୍ତାନେଣ ବସି ଭାଳନ୍ତି ଯୁଝେଷ୍ଟି ରାଜଦେବ

ଦଶଦିଶ ଅନ୍ଧାର ମୁଂ ଯିବି କେଉଣ ଠାବ ।୬୦।

ଆରେ ସହଦେବ ମୋତେ ୟେମନ୍ତ କୃତ୍ୟ କଲୁ

ଭୀମ ହାଥେଣ ଜାରା ମରିବ ବୋଲିଣ ବୋଇଲୁ।୬୧।

ତୋହୋର ବଚନେ ମୁଂ ଗଲି ପ୍ରତିଆଶେ

ସୋଦରେ ବଧ ଗଲେ ବାବୁ ତୋହୋର ବିଶ୍ୱାସେ।୬୨।

ତୁ ଯେବେ ବୋଲନ୍ତୁ ଜାରା ନୋହିବ ନିଧନ

କିଂପେ ପଠିଥାନ୍ତି ମୁହିଂ ଭୀମ ଅରଜୁନ ।୬୩।

ତୋହୋର ଚିତ୍ତ ମୋତେ ଅଭିନ୍ନ ଆତ୍ମା ବୋଲି

ଚିତ୍ତେ ତୋର ମାୟାବୋଲି ୟେବେ ସେ ଜାଣିଲି।୬୪।

ସାବତମାତାର ପୁତ୍ର ଅଟସୁ ସହଦେବ

ତହିଂର ମାନକଲୁ ମୋତେ ୟେସନେକ ସଭାବ।୬୫।

କର୍ମକଇଂ ଆଦରିଣ ଧର୍ମରାଜା ଯୁଝେଷ୍ଠି

ଅସାଷ୍ଟମ ହୋଇଣ ଦେବ ପଡିଲେ ମହୀଲୋଟି ।୬୬।

ଯୁଝେଷ୍ଠିଂକ ବଚନ ଶୁଣି ମାଦ୍ରୀଦେବୀର ନନ୍ଦନ

ହସିଣ ଉଠିଲା ସେ ସାନନ୍ଦ ପଞ୍ଚୁମନ ।୬୭।

ନକୁଳ ବୋଇଲା ଆରେ ହସିଲୁ କିସ ଅର୍ଥେ

ଆମ୍ଭେ କି ବ୍ରତିବାରେ ଭୀମ ଅର୍ଜୁନେ ନ ଦେଖନ୍ତେ।୬୮।

ସହଦେବ ବୋଇଲା ସ୍ୱାମୀ ଶୁଣିମା ସାବଧାନେ

ଶକୁନିର କୂଟ କୁପଟ କିଂପା ତୁମ୍ଭେ ନ ବୁଝିଲ ମନେ ।୬୯।

ଜରାସନ୍ଧର ପୁରକୁ ଯେ ଗଲେ ଦେବହରି

ମଗଧ ଦେଶେ ପଶିଲେ ବ୍ରାହ୍ମଣ ରୂପ ଧରି।୭୦।

ଜାରାର ନନ୍ଦନ ସହଦେବକୁ ପରୀକ୍ଷା ଦିଲେ

ଦିଜଦ୍ୱାରେ ଭୀମ ଠାକୁରେ ଭେରୀକି ନାଶ କଲେ।୭୧।

ତିଜଦ୍ୱାରେ ଅର୍ଜୁନ ଠାକୁରେ ଛେଦିଲେ ଶିମୂଳି

ଚତୁର୍ଥଦ୍ୱାରେ ଗଧକୁ କଚାଡିଲେ ବନମାଳୀ।୭୨।

ତଦନ୍ତରେ ପ୍ରବେଶ ହୋଇଲେ ଜରାସନ୍ଧର ଯାଗଶାଳେ

ଦାନ ମାଗିଲେ ଦେବ ସାଂଗ୍ରାମ କୂତୋହୋଳେ।୭୩।

ମହାଯୁଦ୍ଧ କଲେ ଦେବ ଜରାସନ୍ଧର ତୁଲେ

ଭୀମସେନ ଠାକୁରେ ଜାରାକୁ ନାଶକଲେ।୭୪।

ନାରାୟଣଂକ ବଚନେ ଭୀମସେନ କୋପାନଳ

ଧରିଣ ଜାରାକୁ ଚିରି କଲେ ବେନିଫାଳ ।୭୫।

ଜରାସନ୍ଧର ପୁତ୍ର ଯେ ସହଦେବ କୁମର

ମଗଧ ଦେଶରେ ତାକୁ କଲେଜ ଠାକୁର ।୭୬।

ଛାୟାଣୋଇଂ ସହସ୍ର ରାଜା ବନ୍ଦୀ ହୋଇଥିଲେ

ସମସ୍ତ ରାଜାମାନନ୍ତ ବନ୍ଦୀରୁ ମୁକତ କଲେ।୭୭।

ସମସ୍ତ ନୃପତିଂକୁ କଲେ ନିମନ୍ତ୍ରଣ

ମଗଧ ଦେଶୁଂ ବାହାର ହୋଇଲେ ନାରାୟଣ ।୭୮।

ରାଜା ସହଦେବକୁ ବାହୁଡାଇ ଦିଲେ ଯୋଜନା ପଞ୍ଚଦଶେ

ୟେବେ ବିଜେ କରିଛନ୍ତି ଦେବ କାଶୀଶ୍ୱର ଦେଶେ।୭୯।

କୂଟ କପଟ ମନ୍ତ୍ରୀ ଭିଆଇଲେ ୟେମନ୍ତ

ତାହାର ବଚନେ କପଟେ ପଶିଲା କୁରୁନାଥ।୮୦।

ସହଦେବକଇଂ କୋଳଧରି ଧଇଲେ ଯୁଝେଷ୍ଠି

ସତସରୂପ ହୋଇବକି ବାବୁ ତୋହୋର ବାକ୍ୟଗୋଟି ।୮୧।

ସହଦେବ ବୋଇଲା ବାବୁ ଚାରିଦିନର ମଧ୍ୟେ

ହସ୍ତିନାୟେ ପ୍ରବେଶ ହୋଇବେ ଦେବ କହିଲଇଂ ମୁହିଂ ସାଧ୍ୟେ।୮୨।

ସହଦେବର ବଚନେ ସ୍ୱାମୀ ଛାଡିଲେ ମନୁଂ ଭ୍ରାନ୍ତି

ଲୋକିତେ କର୍ମେ ପୁଣ ସମ୍ପ୍ରତେ ନ ଯାନ୍ତି ।୮୩।

ପ୍ରବେଶ ହୋଇଲେ ଯାଇଂ ନିଜ ଯେ ଭୁବନେ

ବ୍ୟଥା ନ ଫିଟାଇ ଯଦି ନ ଦେଖାଇ ନୟନେ।୮୪।

ପୁରେଣ ରୋବନ୍ତି ଯେ କୋଇନ୍ତା ଦ୍ରୋପତୀ

ଆଉର ତିରୀମାନେ ବେଢି ଯେ ରୋଦନ କରନ୍ତି।୮୫।

ସନ୍ନିଧେ ପ୍ରବେଶ ଯାଇଂ ହୋଇଲେ ଧର୍ମସୁତ

ଯୁଝେଷ୍ଠି ଦେବ ବୋଇଲେ କ୍ରୋଧ ଛାଡସି ଗୋ ମାତ ।୮୬।

ସହଦେବ କହିଲା ଗୋ ଅସମ୍ଭବ କଥା

ଜରାସନ୍ଧକୁ ବଧ କଲା ଗୋ ଭୀମ ବଳବନ୍ତା।୮୭।

ସହଦେବ ବଚନେ ହୋଇଲେ ପରମ ଶାନ୍ତି

ଛାଡିଲେ ବିକଳ ଦେବୀ ଫିଟିଲା ମହାଭ୍ରାନ୍ତି।୮୮।

ଆରଦିନ ମାନ ଗୋବିନ୍ଦ ବିଜୟେ ଆସ୍ତାନେ

ପରରାଷ୍ଟ ବାରତା ଯେ କହନ୍ତି ଚାରଗଣେ।୮୯।

ଶୁଣିମା ସାବଧାନେ ଦେବ ମଗଧ ଦେଶର ବାରତା

ଜାରାକୁ ବଧକଲା ଦେବ ଭୀମସେନ ବଳବନ୍ତା।୯୦।

ବନ୍ଦୀ ମୁକୁଳ କଲେ ରାଜାଗଣମାନଂକୁ

ଅବଧାନେ ପାଟଦିଲେ ସହଦେବ କୁମରକୁ ।୯୧।

କାଶୀଦେଶେ ପ୍ରବେଶ ହୋଇଲେ ସେହୁ ଆସି

ପୁରେ ପୁରେ ଉଚ୍ଛବ କରନ୍ତି ହୃଷିକେଶି ।୯୨।

ଶୁଣିଣ ସାନନ୍ଦ ଯେ ହୋଇଲେ ଭୀଷ୍ମ ଦ୍ରୋଣେ

ପୁରେ ପୁରେ ଉଚ୍ଛବ ଯେ କରାଅ ୟେହିକ୍ଷଣେ।୯୩।

ଶୁଣିଣ ଦ୍ରିଯୋଧନ ଯେ ଲୋକିତେ ସାନନ୍ଦ

ହୃଦଗତେ ବିଚାରଇ ରାଜା ମାନଗୋବିନ୍ଦ।୯୪।

ପୁଣିହିଂ ବାରତାୟେ ଆସି ହୋଇଲା ଆରଦିନ

ସୁଲଭ ବାରତା ଯେ କହନ୍ତି ଘନ ଘନ ।୯୫।

ସହଦେବକୁ ରାଜ୍ୟ ଦେଇ ରାଜାନ୍ତ ନିମନ୍ତି

ମଗଧ ରାଜ୍ୟ କଲେ ସହଦେବ ନୃପତି ।୯୬।

ଗୋବିନ୍ଦେ ବୋଇଲେ ଥାଅସି ନିଚିନ୍ତେ

ପଛିମଦିଗ ରାଜାନ୍ତ ଘେନି ଯିବୁଟି ଦୂତ ଆସନ୍ତେ।୯୭।

କୁମ୍ଭମାସ କୃଷ୍ଣପକ୍ଷ ଚଉଠିର ଦିନ

ଚନ୍ଦ୍ରବାର ନକ୍ଷତ୍ର ଅଟଇ ଉତ୍ତର ଭୋଦୁ ମୀନ।୯୮।

ତଇତିଳ ନାମେ କରଣ ସାଧ୍ୟ ନାମେ ଯୋଗ

ରୋହିଣୀ ବୃଷକୁ ଚନ୍ଦ୍ର ଦଶମରେ ଭୋଗ।୯୯।

ତିଥିବାର ନକ୍ଷତ୍ର ଯୋଗ ଲଗ୍ନ ବିଚାରି

ମଘଦେଶୁଂ ବାହାର ମଙ୍ଗଳ ସୀଉକରି ।୧୦୦।

ଅମୃତ ବେଳେ ଯେ ଯୋଗଲଗ୍ନ ଘେନି

ମଗଧ ଦେଶୁଂ ବାହାର ହୋଇଲେ କୃଷ୍ଣ ଭୀମ ଫାଲଗୁନି ।୧୦୧।

ସମଦଣ୍ଡ ଘେନିଣ ନୃପତି ସହଦେବ

ସୁବର୍ଣ୍ଣ ରଥେ ବିଜୟେ କଲେ ବାସୁଦେବ ।୧୦୨।

ଭୀମ ଅର୍ଜୁନ ଯେ କନେକ ରଥ ଆରୋହୀ

ତିନି ସହସ୍ର ପାଟଛତ୍ର ସନ୍ନିଧ୍ୟେ ଉଭାଇ ।୧୦୩।

ତିନି ସହସ୍ର ରଥ ପାଞ୍ଚସହସ୍ର ହାଥୀ

ପାଞ୍ଚଲକ୍ଷ ତୁରଙ୍ଗମ ଯେ ତିନିକ୍ଷଉଣୀ ପାଦାନ୍ତି।୧୦୪।

ୟେତେକ ସନ୍ୟ ଦିଲେ ଯେ ସହଦେବ ନୃପତି

ପଞ୍ଚଦଶ ଯୋଜନୁଂ ବାହୁଡାଇ ଦିଲେକ ଶ୍ରୀପତି।୧୦୫।

ରାଜାମାନେ ଗୋଡାଇ ଅଛନ୍ତି ସମସ୍ତେ

ଲେଉଟି ଚାହିଂଲେ ପ୍ରଭୁ ଦେବ ଜଗନ୍ନାଥେ।୧୦୬।

ଯେ ଯାହା ରାଜ୍ୟେ ରୁହାଇଲେ ରାଜାମାନଂକୁ

ଅନେକ ଦେଖା ଦରଶନି ଦିଲେ ଭୀମସେନ ଠାକୁରଂକୁ ।୧୦୭।

ଦେଖା ଦରଶନି ଯେ ବହୁ ପାଣିଦ୍ରବ୍ୟମାନ

ତିନିଲକ୍ଷେ ରଥେ ଧନ ପୂରୋଇଲେ ହୋଇଲା ସମ୍ପୁର୍ଣ୍ଣ ।୧୦୮।

ମୁଣୋହି ଯୋଗାତମାନନ୍ତ କରନ୍ତି ରାଜାମାନେ

ଆସନ୍ତି ଶ୍ରୀଜଗମୋହନ ଉତ୍ସବ ବିଧାନେ।୧୦୯।

ଅନେକ ସମ୍ଭର୍ବ ତହିଂ କହିତେକି ପାରି

ପଛିମ ସୋମନାଥେ ବିଜୟେ ଦେବହରି ।୧୧୦।

ନିତ୍ୟକର୍ମ ସାରିଣ ବିଜୟେ ଶିବଆଳେ

କରନ୍ତି ସ୍ତୁତି ଦେବ ପ୍ରଭାତର କାଳେ ।୧୧୧।

ବୃଷଭ ପିଠିରେ ଯେ ବିଜୟେ ସଦାନନ୍ଦ

ପ୍ରଣପତ୍ୟ ହୋଇଣ ଯେ ଶୁତିଲେ ଗୋବିନ୍ଦ।୧୧୨।

ଭୀମ ଅର୍ଜୁନ ଦୁହେଂ ଯେ ବିନୟ ଭଗତ

ଦେଖିଣ ସାନନ୍ଦ ସ୍ୱାମୀ ହୋଇଲେ ବିଶ୍ୱନାଥ।୧୧୩।

ବ୍ରିକୋଦର ଶରୀର ସଦାଶିବ ଆଉଂସି

ଅନେକ ରତ୍ନ ଆଭରଣ କଲେକ ଦେବ କାଶୀ।୧୧୪।

ଭୀମସେନକୁ ପୁରୁଷାର୍ଥ ଦେବ କରନ୍ତି ଅନେକ

ସାଧୁ ସାଧୁ ମାରୁତି ତୁହି ସେ କ୍ଷତ୍ରୀ ୟେକ।୧୧୫।

ଅନେକ ଭୁବନ ଧଂସିଲା ପୋତିଲା ଅନେକ ତୀର୍ଥ

ତପୀଜନମାନନ୍ତ ନାଶ କଲା ସମସ୍ତ ।୧୧୬।

ତୁ ସେ ଉଶ୍ୱାସିଲୁ ମେଦିନୀର ଭାରା

ଧନ୍ୟ ଧନ୍ୟ ମାରୁତି ରେ କ୍ଷତ୍ରୀ ମହାବୀରା।୧୧୭।

ରାଜୁସିଯାଗ ଯେ ୟେବେ କରାଅ ଦେବହରି

ଉତ୍ତର ଆକାଶ ଦିଗେ ଅର୍ଜୁନ ନିମନ୍ତ୍ରଣ କରି।୧୧୮।

ଅର୍ଜୁନ ନିମନ୍ତ୍ରଣ କରିବଟି ଆକାଶ ପୁରୀ ।୧୧୯।

ଆମ୍ଭେହେଂ ଯିବୁଟି ରାଜୁସି ଯାଗକୁ

ବ୍ରହ୍ମାଇନ୍ଦ୍ର ଆଦିକରି ଆସିବେ ହସ୍ତିନାକୁ ।୧୨୦।

ଯେତେ ଧନ ଲାଗଇଟି ରାଜୁସି ଯାଗକୁ

ଦେବ ଭଣ୍ଡାର ଫେଡିବାକୁ ଆମ୍ଭେ କହିଂବୁ କୁବେରକୁ ।୧୨୧।

ଅନେକ ପ୍ରସଂସା କଲେଟି ବିଶ୍ୱେଶ୍ୱର

ଅର୍ଜୁନ ବୋଇଲା ସ୍ୱାମୀ ତୋହୋର ପ୍ରସାଦେ ନାଶିଲୁ ମଗଧେଶ୍ୱର ।୧୨୨।

ଅନେକ ସୁଲଭ ଯେ କରନ୍ତି ପରମଯୋଗୀ

ଶୁଣିଣ ସାନନ୍ଦ ଦେବ ଯେ ଶ୍ରୀରଙ୍ଗୀ ।୧୨୩।

ତହୁଂ ଚଳିଗଲେ ହରଷେ ଦେବ ଯେ ମୁରାରି

ପାରିଦଣ୍ଡ ରାଜାମାନେ ସେଠାରୁ ସମସ୍ତେ ବାହୁଡି ।୧୨୪।

ତେଣେ ସହଦେବ ଯୁଝେଷ୍ଠିଂକି ବୋଇଲା ଦେବ ଶୁଣିମା ସାବଧାନେ

ପଛିମ ସୋମନାଥେ ବିଜୟେ ଦେବ ଜନାର୍ଦ୍ଦନ ।୧୨୫।

ଅନେକ ସମ୍ଭର୍ବେ ଦେବ ଆସନ୍ତି ତିନିଜଣ

ରାଜୁସିଯାଗ ସରିକି ଦେବ ଆଣୁଛନ୍ତି ଧନ।୧୨୬।

ଶୁଣିଣ ସାନନ୍ଦ ହେଲେ ଧର୍ମରାଜ ଯୁଝେଷ୍ଠି

ନକୁଳ ସହଦେବ ରେ ତୁମ୍ଭେ ଯାଅସି ପାଛୋଟି।୧୨୭।

ସମଦଣ୍ଡ ଘେନିଣ ବିଜୟେ କୁରୁପତି

ପୁରେ ପୁରେ ଉଚ୍ଛବ କରାନ୍ତି ସେ ମାନଚକ୍ରବର୍ତ୍ତୀ।୧୨୮।

ଆହୋ ମନୁରାୟେ ଭୀମ ଅରଜୁନଂକୁ ସଙ୍ଗେ ଘେନିଣ ଦେବ ଜଗଭୂତ

ହସ୍ତିନା ସନ୍ନଧ୍ୟେ ଆସି ବିଜେ ବରୁଣାବନ୍ତ ଯେ ପର୍ବତ ।୧୨୯।

ଅନେକ ସମ୍ଭର ହୋଇ ରାଜା ଧୃତରାଷ୍ଟି

ସମଦଣ୍ଡ ଘେନି ରାୟେ ଆସଇ ପାଛୋଟି ।୧୩୦।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

କହସି ମହାତମା ମୋତେ ଅମୃତ ରସ ବାକି।୧୩୧।

ଯୁଦ୍ଧରେ ଅପ୍ରମିତ ହୋଇଲା ଭୀମସେନ ମହାବୀରା

ପଚାରନ୍ତି କୁରୁବୀରେ କାହାର ହାଥେ ବଧ ହେଲା ଜାରା ।୧୩୨।

ଓହୋବଳ ଥାଠ ଯହୁଂ ହୋଇଲେ ୟେକ ଭେଟ

ଭୀଷ୍ମ ଦ୍ରୋଣ ପ୍ରବେଶିଲେ ବାସୁଦେବଂକ ନିକଟ।୧୩୩।

ରଥରୁ ଓହ୍ଲାଇ ଦ୍ରୋଣ କୃପ ଗାଙ୍ଗବେ

ନାରାୟଣଂକ ପଦ୍ମପାଦେ ବିନୟ ଭଗତିଭାବେ।୧୩୪।

ଭୀମ ଅର୍ଜୁନ ଭୀଷ୍ମ ଦ୍ରୋଣଂକୁ ନମସ୍କାର କରି

କୁଶଳ ବାରତା ଯେ ପୁଛନ୍ତି ଅନୁସରି ।୧୩୫।

ସଂଜୟେ କହିଲେ ହୋ ଶୁଣିମା ଧୃତରାଷ୍ଟେ

ଭୀମ ଅର୍ଜୁନକୁ ଘେନି ହରି ବିଜୟ କଲେନି ନିକଟେ ।୧୩୬।

ୟେ ମର୍ତ୍ତ୍ୟ ଭୁବନକୁ ଅଗୋଚର ଭୀମସେନର ମହିମା

ପ୍ରତକ୍ଷେ ବିଜେକଲେ କି ରୁଦ୍ର ଇନ୍ଦ୍ର ବ୍ରହ୍ମା ।୧୩୭।

କ୍ଷୀରୋଦ୍ର ମଛନେ ଯେହ୍ନେ ଦିଗପାଳ ତିନି

ତେହ୍ନେକ ସରୂପ ଦିଶନ୍ତି କୃଷ୍ଣ ଭୀମ ଫାଲଗୁନି।୧୩୮।

ଜାରାକୁ ବଧ କରି ଆଣିଲେ ଅନେକ ଧନ

ରାଜୁସିଯାଗ ସରିକି ହୋଇବାକ ସମ୍ପୂର୍ଣ୍ଣ ।୧୩୯।

ଧୃତରାଷ୍ଟ ବୋଇଲେ ୟେ ବଡ ଅସଂକ୍ଷେପ କଥା

ଜରାସନ୍ଧ ବୋଲି ଦେବ ବଡାଇ ବଳବନ୍ତା।୧୪୦।

ଭୀମ ଅର୍ଜୁନ ପ୍ରବେଶ ଧୃତରାଷ୍ଟଂକର ଅଗ୍ରତେ

ସନ୍ନଧ୍ୟେ ପ୍ରଣିପତ୍ୟ ହୋଇଲେ ବେନିଭ୍ରାଥେ ।୧୪୧।

ଧୃତରାଷ୍ଟ କୋଳକଲେ ବେନି ଯେ ପୁତ୍ରଂକୁ

ଜାନୁ ଉପରେ ଆଣି ବସାଇଲେ ଭୀମ ଅର୍ଜୁନକୁ।୧୪୨।

ବାବୁ ଅହିବ୍ରତେ ସିଂଘାର ଯାହାର ପରାକ୍ରମ

ତୁ ତାହାକୁ କେସନକେ ନାଶ କଲୁ ଭୀମ।୧୪୩।

ଭୀମସେନ ବୋଇଲା ଦେବ ଆରୋପିଥିଲି ଯଗ୍ୟଂ

ପଞ୍ଚଦେଶ ଦିବସ ଉପବାସ ଅନ୍ନ ପରିତ୍ୟାଗ ।୧୪୪।

ଶରୀର କ୍ଷୀଣ ତାର କିସ ଯୁଦ୍ଧକରି

ବେନିଫାଳ କରି ଦେବ ପକାଇଲି ଚିରି ।୧୪୫।

ବ୍ୟାସନ୍ତ ପଚାରିଲେ ନୃପତି ଧୃତରାଷ୍ଟେ

ଜାରାସନ୍ଧକୁ ସାଂଗ୍ରାମେ କିଂପେ ଘୁଞ୍ଚିଲେ ରାମକୃଷ୍ଣେ ।୧୪୬।

ଭୀମ ତ ଚିରିଲା ତାକୁ ବେନିଫାଳ କରି

ଶୁଣିଣ ବଡ ଆଶ୍ରିଜ ମୁଂ ହୋଇଲି ବ୍ରହ୍ମଚାରୀ।୧୪୭।

 

Unknown

ଜରାସନ୍ଧର ଜନ୍ମଚରିତ

ବ୍ୟାସେ ବୋଇଲେ ବାବୁ ଶୁଣ ହୋ କୁରୁପତି

ୟେହି ଦ୍ୱାପର ଯୁଗେ ବୃହଦ୍ଧ୍ୱଜ ନାମେଣ ନୃପତି।୧।

ୟେହାର ନନ୍ଦନ ଯେ ଭୋପାଳସେନ ରାୟେ

ପୁତ୍ର ବିହୁନେ ସେହି ଅନେକ କଷ୍ଟ ପାୟେ।୨।

ବହୁ ତୀର୍ଥରେ ସେ ଅନେକ ତପ କଲା

ତଥାପି ସେ ରାଜାକୁ ପୁତ୍ର ପ୍ରାପତ ନୋହିଲା।୩।

ଅଷ୍ଟଉତ୍ତର ଶତ କନ୍ୟା ହୋଇଲା ପ୍ରଦାନ

ତଥାପି ରାଜାର ନୋହିଲା ସନ୍ତାନ ।୪।

ପୁତ୍ରହୀନେ ବ୍ରତିଲା ସେ ନବସହସ୍ର ବର୍ଷ ପରିଯନ୍ତେ

ଅନେକ ବିସ୍ମୟେ ରାଜା ପଶିଲା ପ୍ରାଗତୀର୍ଥେ।୫।

ପ୍ରାଗବେଣୀ ଜ୍ୟୋତିପୁରେ ଯାଇଂ ରହିଲା ନୃପମଣି

ସେ ପ୍ରାଗତୀର୍ଥରେ ସେ ବଞ୍ଚିଲା ରୟେଣୀ।୬।

ରୟଣୀ ପ୍ରଭାତେ ତହୁଂ କରଇ ପୟାଣ

ପ୍ରବେଶ ହୋଇଲା ଯାଇଂ ପ୍ରାଗତୀର୍ଥରେଣ।୭।

ଆହୋ ନନ୍ଦଭୂପାଳର ସେ ୟେକର ହଡପକାରୀ

ପ୍ରାଗବେଣୀକୁ ଯାଇଥିଲା ହଡପ ଯେ ଲୋଡି।୮।

ସେ ଜ୍ୟୋତିପୁରେ ଯାଇଂ ହୋଇଲା ପରବେଶ

ସେ ନଗ୍ରଲୋକ ରୁଣ୍ଡ ହୋଇ ବିଚାରନ୍ତି ଦୋଷ।୯।

ଯେବଣ ଠାବରେ ରାଜା ବସିଥିଲା ଆସ୍ତାନେ

ଚାଣ୍ଡାଳର ହାଥେ ଖୋଳାଇ ନିଅନ୍ତି ମାଟିମାନେ।୧୦।

ସେ ହଡପକାରୀ ନଗ୍ର ଜନନ୍ତ ପୁଚ୍ଛଇ

ୟେହାର ବସିବା ଥାନଗୋଟି ଖୋଳିଲେ କାହିଂପାଇଂ ।୧୧।

ନଗ୍ରଲୋକ ବୋଇଲେ ତୁକି ନ ଜାଣୁ ୟେହା

ୟେ ଥାନେ ବସିଥିଲା ନନ୍ଦ ଭୂପାଳ ନରନାହା।୧୨।

ଅପୁତ୍ରିକ ରାଜା ସେ ପୁତ୍ର ତାର ନାହିଂ

ରାଜା ଅପୁତ୍ରିକ ହୋଇଲେ ମୁକତି ଗତି କାହିଂ।୧୩।

ରାଜା ହୋଇକରି ଅପୁତ୍ରିକ ହୋଇଲେ

ଇନ୍ଦ୍ର ଦେବତା ତାର ରାଜ୍ୟ ନ ପାଳଇ ଭଲେ।୧୪।

ଭଲେ ଫଳ ଦାୟକ ଯେ ନୋହୋଇ ପୃଥୀ

ଜନ ପ୍ରଜାମାନେ ସୁଖେଣ ନ ବ୍ରତନ୍ତି ।୧୫।

ରାଜା ହୋଇକରି ଯେ ଅପୁତ୍ରିକ ହୋଇଲେ

ଅଗ୍ନି ଦେବତାୟେ ହବିର୍ଭାଗ ନ ପାବନ୍ତି ଭଲେ।୧୬।

ଅପୁତ୍ରିକ ହୋଇଥାଇ ଯେବଣ ଦେଶ ରାଜା

ତପଧନ ନ ରହଇ ଦୁଖିତ ହ୍ୱନ୍ତି ପ୍ରଜା ।୧୭।

ସେ ରାଜା ସଭାରେ ବସିଲେ ତିଳେକ ନ ସହଇ ପୃଥୀ

ଅପୁତ୍ରିକ ବସିଲେଟି ଅପ୍ରତିଷ୍ଠା ହୁଅଇ ବସୁମତୀ।୧୮।

ଅପୁତ୍ରିକ ଜନ୍ମହୋଇ ଯେବଣ ଗ୍ରାମେ ଥାଇ

ପ୍ରଭାତ କାଳେ ତାର ମୁଖଇଂ ନ ଚାହିଂ ।୧୯।

ମେରୁ ସମାନେହେଂ କଣୟ ଦିଲେ ଦାନ

ତେଣେ ସେ ଚାହିଂଲା ପାତେକ ହୋଇବ ଦହନ ।୨୦।

ତାଳେକ ଗହୀର କରି ଖୋଳିବ ଚାଣ୍ଡାଳେ

ଆନ ମୃତ୍ତିକା ଭରି ୟେଣେ ତୋଳାଇବ ଯାଗଶାଳେ ।୨୧।

ଶତଦିନେ ପରିଯନ୍ତେ ୟେଥେ ଦେବାକ ଆହୁତି

ତେବେ ସେ ଶୁଦ୍ଧା ସିନା ହୋଅଇ ବସୁମତୀ।୨୨।

ଶୁଣି ହଡପକାରୀ ବିସ୍ମୟେ ହୋଇଲା

ଅପୁତ୍ରିକ ଲୋକଂକ ପାତକ କହଣା ନ ଗଲା।୨୩।

ଆମ୍ଭେ ନନ୍ଦଭୋପାଳକୁ ସେବାକରୁ ନିତିଦିନ

କେମନ୍ତେ ପାର ହେବ ରାଜାର ୟେଡେ ପାପ କର୍ମ ।୨୪।

ୟେତେ ବିଚାର ତହୁଂ ଚଳିଲା ହଡପକାରୀ

ପ୍ରୟାଗତୀର୍ଥେ ଯାଇଂ ଭେଟିଲେ ଦଣ୍ଡଧାରୀ।୨୫।

ତାମ୍ବୋଳ ଭୁଞ୍ଜାଇ ରାଜାଂକୁ ନ ଚାହିଂଲା ନୟନେ

ନନ୍ଦଭୋପାଳ ବୋଇଲେ ଆଜି ବିକୃତ କିଂପେ ତୋର ମନେ ।୨୬।

ଦେବ କଥାୟେ ଅଛଇ ଯେ କହିବାକୁ କରଇ ଭୟେ

ନନ୍ଦଭୋପାଳ ବୋଇଲା କିଛି ଶଂକା ନ କର କହସି ନିର୍ଭୟେ ।୨୭।

ଜ୍ୟୋତିପୁରେ ତୁମ୍ଭେ ଯେ ବସିଲ ଯେଉଂଣ ଆସ୍ତାନେ

ତାଳେକ ଗଭୀରମାଟି ଖୋଳୁଛନ୍ତି ତହିଂର ହାଦେ ଜନେ ।୨୮।

ବୋଇଲେ ଅପୁତ୍ରିକ ରାଜା ନନ୍ଦଭୋପାଳ ୟେଥି ବସିଥିଲା

ତେଣୁକରି ଭୂମିଖଣ୍ଡି ମହାପାତକୀ ହୋଇଲା।୨୯।

ଆନମୃତ୍ତିକା ପୂରାଇ ୟେଥି କରିବୁଂ ଆହୁତି

ତେବେ ସେ ପ୍ରତିଷ୍ଠା ହୋଇବ ୟେହି ପୃଥୀ।୩୦।

ଶୁଣିଣ ବିରସ ଯେ ମଗଧେଶ୍ୱର ରାୟେ

ଧିକ ଧିକ ଜୀବନ ମୋର ନାହିଂ ଯେ ତନୟେ ।୩୧।

ପୁତ୍ରର ଅଭାବେଣ ବ୍ରତନ୍ତିଯେଉଂଣ ପ୍ରାଣୀ

ଜୀବନ ଅକାରଣ ତାହାର ପୁରୁଷ ମଧ୍ୟେ ନ ଗଣି।୩୨।

ମନ୍ତ୍ରୀକି ହକରାଇ ତହିଂ ବୋଇଲା ନୃପତି

ଇହଲୋକ ଅକାରଣ ପରଲୋକ ଅଗତି ।୩୩।

ଭୋ ମନ୍ତ୍ରୀ ତୁ ମୋହୋର ରାଜ୍ୟଭାର ସମ୍ଭାଳ

ମୁହିଂ ତପ କରିବି ପୁତ୍ର ହୋଇବ ଯେତେ କାଳ।୩୪।

ମନ୍ତ୍ରୀକଇଂ ରାଜ୍ୟ ସମର୍ପିଲା ନରପତି

ବଦରିକା ଆଶ୍ରମେ ସେ ରଞ୍ଚିଲା ଆହୁତି ।୩୫।

ଦୁତୀ ଈଶ୍ୱର ସେ ଦୁର୍ଭାସା ମହଋଷି

ତାହାନ୍ତ ଧ୍ୟାୟେ କରି ରାଜା ଯୋଗଲୟେ ବସି।୩୬।

ଛାଡିଲା ମୟାମୋହ କୁଟୁମ୍ବ ମୁହାଂସ

ସନ୍ତାନ ନିମନ୍ତେ ଦୁର୍ଭାସାଂକୁ ବଢାଇଲା ମନାସ।୩୭।

କାଳ କାମ ନିଦ୍ରା କ୍ଷୁଧା ରାଜା ସମସ୍ତ ଉପେକ୍ଷି

ସନ୍ତତି ନିମନ୍ତେ ରାଜା ଅଜପା ଲୟେ ବାଚି।୩୮।

ମହାତପେ ନିର୍ଜିତ ରାଜା ହୋଇଲା ଦିବାରାତ୍ରେ

ବସିଲା ନନ୍ଦଭୋପାଳ ନିରାଶ ଉପବାସ ପଞ୍ଚୁଭୂତେ ।୩୯।

ୟେମନ୍ତେ ତପ କଲା ରାଜା ଦ୍ୱାଦଶ ବରଷ

ନିରାଶ ଦେଖିଣ ଦୁର୍ଭାସା ମିଳିଲେ ତାର ପାଶ।୪୦।

ନିରାଶେ ନିଚେଷ୍ଟେ ପଡିଅଛି ନୃପମଣି

ଉପରେ ସିଞ୍ଚିଲେ ମୁନି ଜୀବନ୍ୟସ ମନ୍ତ୍ରପାଣି।୪୧।

ନଖ ମୁଖ ନାସିକା ଚାରୁ ଚରଣ ବିକାଶି

ସାଷ୍ଟମ ହୋଇଣ ରାଜା ବିନୟ ପରକାଶି।୪୨।

ସ୍ୱାମୀ କେଉଂଣ ଦେଶର ତୁମ୍ଭେ ଅଟ ତପୋଧନ

ଦୁଖେ ଅରଜିଲା ତପ କିମ୍ପାଇଂ କଲୁ ଯେ ନାଶନ ।୪୩।

ଆହୋ ରାଜା ତୋର ଯେଉଂଣ ମନୀଷା

ମୁହିଂ ସେହି ମହାତ୍ମା ହୋ ଅଟଇ ଦୁର୍ଭାସା।୪୪।

ନନ୍ଦଭୋପାଳ ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି

ଦୁର୍ଗତି ବଞ୍ଚିଲି ନାଥ କାର୍ଯ୍ୟକୁ କାରଣ ଲଭିଲି।୪୫।

ମୁକୁଇଂ ଅନଗୃହ କରିବା ମୁନି ଯେବେ

ମୁହିଂ ତପ କଲି ହାଦେ ସନ୍ତାନ ଅଭାବେ।୪୬।

ପୁତ୍ର ଗୋଟିୟେ ମୋତେ ଦେବାକ ତପୋନିଷ୍ଠି

ସଂସାର ରଂଚନାକୁ ମୁଂ ହୋଇଲି ବଡ କଷ୍ଟି।୪୭।

ପଛିମ କୋଶଳ ମୁଂ ଅଟଇ ଅଧିକାରୀ

ମହାସଂପଦ ରାଜ୍ୟ ମୋର ମଗଧ ନାମେ ପୁରୀ।୪୮।

ମୋହୋର ଅଭାବେ ୟେବେ ରାଜ୍ୟ ଗଲା ନଷ୍ଟ

ବୁଡିଲା ବଂଶ ମୋହୋର ରଖ ହୋ ତପୋନିଷ୍ଠ।୪୯।

ଦୁର୍ଭାସାୟେ ବୋଇଲେ ତୁ ଉଠ ହୋ ମହାରାୟେ

ୟେ ହର ଉଦ୍ୟାନେ ପଶି ଆଣ ହୋ ଫଳ ଗୋଟିୟେ ।୫୦।

ଯେଉଂଣ ଫଳ ପାଅ ଯେ ଘେନିଆସ ନୃପତି

ପାଇବୁ କାରଣ ତୋର ହୋଇବ ସନ୍ତତି ।୫୧।

ଚଳଇ ନନ୍ଦଭୋପାଳ ଋଷିଂକ ବଚନେ

ପ୍ରବେଶ ହୋଇଲା ଯାଇଂ ହର ଉଦ୍ୟାନ ନାମେ ବନେ ।୫୨।

ବୁଲଇ ନିରନ୍ତରେଘୋର ବନେ ଗହନ ଅଟବ୍ୟା

ଚୂତଫଳ ଗୋଟାୟେ ପାଇଲା ରାଜଦେବା।୫୩।

ଘେନିଣ ଦୁର୍ଭାସାଂକ ସନ୍ନିଧ୍ୟେ ମିଳିଲାକ ଆସି

ଦୁର୍ଭାସାୟେ ବୋଇଲେ ତୋର ପ୍ରିୟବତୀ ଭାରିଯାକୁ ଦିଅସି ।୫୪।

ଦୁର୍ଭାସାଂକ ବଚନେ ଯେ ଚଳଇ ଭାନୁବତୀର ନାତି

ବେନି ପାଟରାଣୀ ଯେ ତାହାର ସୁମତି ଚାରୁମତି।୫୫।

ୟେକାନ୍ତେ ହକରାଇଲା ରାଜା ସୁମତି ପାଟରାଣୀ

ଚୂତଫଳ ଗୋଟି ତାର କରେ ଦିଲା ନୃପମଣି।୫୬।

ୟେ ଚୂତଫଳ ଗୋଟି ସୁନ୍ଦରୀ ରେ ଶଉଚବନ୍ତ ହୋଇ ଭକ୍ଷ

ଦୁର୍ଭାସାଂକ ବଚନେ ପୁତ୍ର ହୋଇବ ପ୍ରତ୍ୟକ୍ଷ।୫୭।

ଦେଇଣ ନୃପତି ଯେ ଗଲାକ ଆସ୍ତାନେ

ଚାରୁମତି ମିଳିଲା ଆସି ସୁମତିର ସନ୍ନିଧ୍ୟାନେ।୫୮।

ଦେଖିଣ ବିଚାରଇ ସୁମତି ପାଟରାଣୀ

କେମନ୍ତେ ଭକ୍ଷିବି ନ ଦେଇ ପ୍ରିୟବନ୍ତୀ ସଂଘାତୁଣୀ।୫୯।

ଚୂତଫଳ ଗୋଟିକ ବେନିଫାଳ କରି କାଟ

ଦୁଇ ସପତଣୀ ଯେ ଭୁଞ୍ଜିଲେ ତାହା ବାଣ୍ଟି।୬୦।

ଋଷିଂକ ମହାମନ୍ତ୍ର ତ ନୋହୋଇ ବିନାଶ

ବେନି ସପତଣୀ ଯେ ହୋଇଲେ ଗର୍ଭବାସ।୬୧।

ବେନି ଭାରିଯା ରାଜାର ହୋଇଲେ ଗର୍ଭବତୀ

ଦେଖିଣ ସାନନ୍ଦ ନନ୍ଦଭୋପାଳ ନରପତି ।୬୨।

ଉତ୍ସବ ବିଧାନ ଯେ କରାଇଲେ ନରସାଇଂ

ୟେମନ୍ତେ ନବମାସ ଯାଆନ୍ତେ ଦଶମାସ ପ୍ରବେଶ ହୋଅଇ ।୬୩।

ଆହୋ ତୁଳାମାସ କୃଷ୍ଣପକ୍ଷ ଚଉଠି ଶଉରିବାର

ଆର୍ଦ୍ରାନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୬୪।

ବ୍ୟତିପାତ ନାମେ ଯୋଗ କୌଳବ କରଣ

ତୁଳ ସଂକ୍ରାନ୍ତିକି ଯେ ଭୋଗ ପାଞ୍ଚଦିନ ।୬୫।

ରାତ୍ର ପାଞ୍ଚ ଘଡିରେ ସେ ବେନି ଯେ ଯୁବତୀ

ୟେକାବେଳେ ପ୍ରସବିଲେ ସୁମତି ଚାରୁମତି।୬୬।

ବେନି ଯୁବତୀ ଯେ ପ୍ରସବ କଲେକ

ବେନି ପୁତ୍ର ଉପୁଜିଲେ ହୋଇ ଅର୍ଧେକ ଅର୍ଧେକ।୬୭।

ଶିର ଅର୍ଧେକ ଚକ୍ଷୁ ନାଶିକା ପୁଡାୟେକ

ଭୁଜୟେକ ବକ୍ଷସ୍ଥଳ ଅର୍ଧ ଅର୍ଧ ଯେ ପାଦକ।୬୮।

ୟେକଇ ଶରୀର ଯେ ଉତପତି ବେନିଖଣ୍ଡ

ପଡିଲେ କୁମାର ଯେ ଅର୍ଧେ ଅର୍ଧେ ପିଣ୍ଡ ।୬୯।

ନୃପତିର ଅଗ୍ରତେ ଜଣାଇଲେ ପଢିଆରୀ

ବେନିପୁତ୍ରେ ଉତପତି ହୋଇଲେ ଅନ୍ତପୁରୀ।୭୦।

ଶୁଣିଣ ଭଣ୍ଡାର ଦାନ ଦିଲା ମହାରାଜେ

ହାଟ ପେଣ୍ଠ ତୁଠ ଜୂର ମଗଧଦେଶ ରାଜ୍ୟେ।୭୧।

ବାବୁ ସେ ମହାତ୍ମା ଅଟେ ଧାର୍ମିକ ତପୀଷ୍ଠ

ଦୁର୍ଭାସାଂକ ପ୍ରସାଦେ ଗଲା ମୋର ପୁତ୍ର କଷ୍ଟ।୭୨।

ୟେମନ୍ତ ସମୟେ ଯେ ଗଲାକ ମୁଦୁସୁଲୀ

ରାଜାର ଅଗ୍ରତେ ଜଣାଇ କହିଲେ ପୋଇଲି ।୭୩।

ଦେବ ସୁନ୍ଦର ସୁକୁମାର ହୋଇଲା ପୁତ୍ର ସୁସଞ୍ଚ

ଅର୍ଦ୍ଧ ଅର୍ଦ୍ଧ କାୟେ ଉପୁଜିଲେ ପରପଞ୍ଚ ।୭୪।

ମୁଦୁସୁଲୀ ବଚନ ଶୁଣିଣ ନୃପମଣି

ବିଷାଦ ନନ୍ଦଭୋପାଳ ଶୁଣିଣ ଅମଙ୍ଗଳ ବାଣୀ।୭୫।

ପଟୋଆର ହକରାଇ ବୋଇଲେ ନରପତି

ଆରେ ଶମଶାନ ଭୂମିରେ ନେଇ ପକାଅ ଦୁହିନ୍ତି।୭୬।

ଜାରକୀ ରାକ୍ଷସୀ ଧରିଣ ତାହାନ୍ତ ଭକ୍ଷୁ

ଦୁର୍ଭାସାଂକ ବଚନ ଯେ ୟେସନେକ ସାରିକ୍ଷୁ।୭୭।

ରାଜାର ବଚନେ ତହୁଂ ଚଳିଲେ ଦୋସାଧୁ

ବେନି ପୁତ୍ର ଧରି ଆଣିଲେକ ଅନ୍ତପୁର ମଧ୍ୟୁ।୭୮।

ଶମଶାନ ଭୂଇଂରେ ନେଇ ପକାଇଲେ ବେନିଖଣ୍ଡ

ରୋବନ୍ତି ନନ୍ଦନେ ସେ ଗର୍ଜଇ ଯେନ୍‌ହେ ଷଣ୍ଢ।୭୯।

ରାତ୍ର ଅର୍ଦ୍ଧମାନେ ଶମଶାନେ ଅଇଲା ଜାରକୀ

ଆକ୍ରେଷି ଧଇଲା ସେ ମହୁମାଂସ ଦେଖି ।୮୦।

ମହାଭୀଷ୍ମରୂପ ସେ ଶମଶାନ କ୍ଷେପୁଣୀ

ଦୁହିନ୍ତି ଗିଳିଲା ଯେନ୍‌ହେ ଜଳପ୍ରଭା ଜାଣି।୮୧।

ବଇବସୁତମନୁ ପୁଚ୍ଛା କଲେ ଅଗସ୍ତିତପୋବନ୍ତେ

ବେନିଫାଳ ହୋଇ ସେ ଉତପତ୍ତି ହୋଇଲେ କେମନ୍ତେ ।୮୨।

ଅଗସ୍ତି ବୋଇଲେ ହୋ ୟେକଇ ଆମ୍ଭଗୋଟି

ନ ଜାଣି ସୁମତି ତାହା ବେନିଫାଳ କରି କାଟି ।୮୩।

ୟେକଫଳଗୋଟି ଯହୁଂ କଲା ବେନିଫାଳ

ଦୁଇଖଣ୍ଡ ହୋଇ ଉପୁଜିଲା ୟେକଇ ଦୁଲାଳ ।୮୪।

ଫଳଗୋଟିକ ଯାକ ଯେବେ ସୁମତି ଭକ୍ଷନ୍ତା

ମହାବଳବନ୍ତା ହୋଇ ପୁତ୍ରେକ ଉପୁଜନ୍ତା ।୮୫।

ଆଦ୍ୟହୁଂ ବେନିଫାଳ କଲେକ ବେନିରାଣୀ

ତେଣୁ ସେ ଉପୁଜିଲା ଅର୍ଦ୍ଧ ଅର୍ଦ୍ଧ ଅଙ୍ଗ ଘେନି।୮୬।

ବଇବସୁତମନୁ ପଚାରିଲେ ପରସ୍ତାବେ

ସେ ବନିଖଣ୍ଡ ରହିଲା ରାକ୍ଷସୀ ଜାରକୀର ଗର୍ଭେ।୮୭।

ସେ ପୁଣି କେମନ୍ତେ ହୋଇଲେ କହିବା ମୁନି ହେ

ୟେହା ସଞ୍ଚପିଣ ମୋତେ କହିବା ସନ୍ଦେହେ।୮୮।

ଅଗସ୍ତି ବୋଇଲେ ତୁ ହୋ ଶୁଣ ଯୋଗେଶ୍ୱର

ସେ ବେନିଖଣ୍ଡ ରହିଲା ଜାରକୀ ଗର୍ଭରେ।୮୯।

ଗର୍ଭର ଭିତରେ ସେହୁ ମୁଥେକ ପ୍ରହାରି

ବାହାର ହୋଇଲା କୁମର ପାଞ୍ଜରା ବିଦାରି।୯୦।

ଜାରକୀର ଗର୍ଭେ ପଶିଲେ ମହାବଳବନ୍ତା

ସଂଘରଣ ନ ଗଲା ସେ ରାକ୍ଷସୀ ଗର୍ଭବତା।୯୧।

ଗର୍ଭର ଭିତରେ ସେହୁ ମୁଥେକ ପ୍ରହାରି

ବାହାର ହୋଇଲା କୁମର ପାଞ୍ଜରା ବିଦାରି।୯୨।

ପୁତ୍ର ଉତପତ୍ତି ହୋଅନ୍ତେ ଜାରକୀ ନାଶ ଗଲା

ରୋଦନ କରନ୍ତେ ପୁତ୍ର ପୃଥିବୀ କଂପିଲା ।୯୩।

ତିମିର ବିନାଶ ଯହୁଂ ହୋଇଲା ଶେଷରାତି

ବିଜୟେ ନନ୍ଦଭୋପାଳ ବାହାର ଜଗତୀ ।୯୪।

ଶୁଭଇ କୁମାରର ମହାରୋଦନ ବାଣୀ

କଟୁଆଳ ହକାରୀ ଆଗ୍ୟାଂ ଦିଲାକ ନୃପମଣି।୯୫।

ଆହୋ ଯାଅସି ରେ ଦୋସାଧୁ ଶମଶାନ ଭୂମିକି

କାହିଂର ରୋଦନ ସେ ଆସନି ଯାଇଂ ଦେଖି।୯୬।

ଦୋସାଧୁ ପ୍ରବେଶ ହୋଇଲା ଶମଶାନ ଭୂମି

ରାଜାକୁ ଜଣାଇଲା ବଡାଇ ଦୁର୍ଲ୍ଲଭ ସ୍ୱାମୀ।୯୭।

ବେନିଖଣ୍ଡି ଶରୀର ଯେ ହୋଇଲାକ ଦେବ ଜଡିକରି

କୁମାର ସମ୍ଭୁତ ହୋଇଲା ଜାରକୀ ବିଦାରି।୯୮।

ଶୁଣିଣ ନନ୍ଦଭୋପାଳ ବିଜୟେ କଲେ ଆପଣେ

କୁମାର ରୋଦନ କରନ୍ତେ ସେ ଶୁଭଇ ଗଗନେ।୯୯।

କୋଳେଣ ଧଇଲା ତାହା ନନ୍ଦଭୋପାଳ ରାୟେ

ଜାରକୀ ମାରି କୁମର ମହାଘୋର ରୋଦନ କୟେ।୧୦୦।

ଅନେକ ସାନନ୍ଦ ହେଲା ରାଜା ନନ୍ଦଭୋପାଳ

ଜରାସନ୍ଧ ନାମ ଦିଲା ଯେ କୁମାର ମହାବଳ।୧୦୧।

ଘେନିଣ କୁମରକୁ ନୃପତି ବେଗେ ଚଳି

ଅତି ଯତ୍ନ କରି ସେ କୁମାରେ ପ୍ରତିପାଳ ।୧୦୨।

ମହାବଳବନ୍ତା ସେ ହୋଇଲା କୁମରମଣି

ୟେସନେକ ଭେଦ ତାର କେହି ଯେ ନ ଜାଣି।୧୦୩।

ଈଶ୍ୱରେ ଜାଣନ୍ତି ତାର ଜନ୍ମ କାଳର କଥା

ଶ୍ମଶାନବାସୀ ରୁଦ୍ର ଅଟନ୍ତି ସର୍ବଥା ।୧୦୪।

ଶମଶାନ ବାରତା ଜାଣନ୍ତି ବିଶ୍ୱବାସୀ

ତେଣୁକରି ଭୀମସେନକୁ କହିଲେ ବିଶେଷି।୧୦୫।

ଆନର ବେଳେ ବଧ ନୋହୋଇ ସେ ଜାରା

ବେନିଫାଳ କରି ଚିରିଲା ଭୀମସେନ ମହାବୀରା।୧୦୬।

ଅଗସ୍ତିୟେ କହିଲେ ଯେ ବଇବସୁତ ମନୁକୁ

ଜରାସନ୍ଧ ପ୍ରସ୍ତାବ ୟେ କହିଲି ଜାଣ ତୁକୁ ।୧୦୭।

ୟେସନେକ ଭେଦ ଜାଣିଣ ଦଇତାରି

କୂଟେଣ ନାଶ ତାକୁ କଲେକ ମଧୁହାରୀ ।୧୦୮।

ବଦୟନ୍ତି ମହାତମା ଯେ ଘଟଋଷିର ତନୁ

ତୁ ଯାହା ପୁଚ୍ଛା କଲୁ ହୋ ବଇବ ସୁତ ମନୁ ।୧୦୯।

ପାଣ୍ଡବ ସୋହୋଡ ଯେ ବ୍ରିକୋଦର ପରଚଣ୍ଡ

ଜାରା ବିଦାରିଣ ସେ କଲେକ ବେନିଖଣ୍ଡ।୧୧୦।

ୟେସନେକ ସମାର୍ଜନ ରଜାସନ୍ଧର କଥା

ପ୍ରସ୍ତାପ ବାକ୍ୟେ ମହାତ୍ମା ଯେ କହିଲେ ବ୍ରହ୍ମବେତ୍ତା।୧୧୧।

ଆହୋ ଦ୍ରିଯୋଧନ ସହିତେ ଆସନ୍ତି ଥାଠ ଘେନି

ଯେ ଯାହା ଅନରୂପେ ଭଗତିଭାବ ମାନି ।୧୧୨।

ଭୀମ ଅର୍ଜୁନ ଘେନି ଦେବ ଯେ ଅନନ୍ତ

ଧୃତରାଷ୍ଟ ଗାନ୍ଧାରୀର ଚରଣେ ପ୍ରଣପତ୍ୟ।୧୧୩।

ସକଳ ଚରିତ ଯେ କହନ୍ତି ମଧୁହାରୀ

ବଡଦୁଷ୍ଟ ଜରାସନ୍ଧକୁ ଦେବ ଅଇଲୁ ନିବାରି।୧୧୪।

ଶୁଣିଣ ସାନନ୍ଦ ଯେ ରାଜା ଧୃତରାଷ୍ଟ

ଆଝୁଂ ନିବର୍ତ୍ତ ହୋଇଲା ରାଜାମାନଂକର କଷ୍ଟ।୧୧୫।

ହରି ହେ ଅଦଭୁତ ବାରତା ଶୁଣି ହୋଇଲୁଂ ବିଷାଦ

ବୋଇଲେ ଭୀମ ଅର୍ଜୁନ ହରିଂକୁ ନାଶିଲା ଜରାସନ୍ଧ ।୧୧୬।

ବିଷାଦ ହୋଇଲୁଂ ଶୁଣି ଦେବ ଦୁର୍ଭର ବଚନେ

ବହୁତ ଅପଛାତି ଦିଲୁ ତୁମ୍ଭନ୍ତ ଅଗ୍ୟାନେ ।୧୧୭।

ତୁ ଦେବ କରୁଣାମତ୍ସଳ ପୀତବାସ

ସକଳ ଭୁବନେ ହରି ତୋହୋର ତେଜ ଯେ ପ୍ରକାଶ ।୧୧୮।

ଶ୍ରୀହରି ବୋଇଲେ ତାତ ମୁଂ ଜାଣଇନି ସମସ୍ତ

ଶକୁନିର ଭିଆଣ ଯେ ୟେମନ୍ତ ଚରିତ ।୧୧୯।

ତୁମ୍ଭେ ଗାନ୍ଧାରୀ ଜାଣ ହାଦେ ଶକୁନି କୁଳକ୍ଷୟେ ମନ୍ତ୍ରୀ

ସେହି ସିନା ନାଶ କରାଇବ ତୋହୋର ସନ୍ତତି।୧୨୦।

ପୋୟେ ତୋର ଅବା ବାଳୁତ କାଳହୁଂ ଅତିଦୁଷ୍ଟ

ତୁ ତାହାନ୍ତ ସମାର୍ଜନା କର ହୋ ଧୃତରାଷ୍ଟ।୧୨୧।

ଅନେକ ବାଗେ ଯେ କୁରୁପତିଂକି ତିଆରି

ଭୋତାତ ତ୍ରଇଲୋକ୍ୟେ ଜିଣନ୍ତା ହୋଇଲେ ପାଣ୍ଡବ ଭ୍ରାଥ ଚାରି।୧୨୨।

ଧୃତରାଷ୍ଟେ ବୋଇଲେ ତୁ ଜଗୁ ଜୀବନ ପୁରୁଷଉତ୍ତମା

ଦୁଷ୍ଟଂକର ଦୋଷ ସ୍ୱାମୀ ତୁ କରିବୁ ନା କ୍ଷମା।୧୨୩।

ଅନେକ ଦ୍ରୋହ ନାଥକଲାକ ତୋତେ ଜାରା

ସାଷ୍ଟାଙ୍ଗେ ନାଶିଲୁ ତୁ ଦୁର୍ଭାର ମହାବୀରା।୧୨୪।

ଅନେକ ବିନୋୟୀ ଯେ କହିଲା କୁରୁବଇ

ସାନନ୍ଦେ ଚଳିଲେ ସ୍ୱାମୀ ଜଗତ ଗୋସାଇଂ ।୧୨୫।

ପ୍ରବେଶ ହୋଇଲେ ଯାଇଂ ଧର୍ମରାୟେଂକର ପାଶ

ବିନୟ ଭାବେ ସ୍ୱାମୀ କହନ୍ତି ପୀତବାସ ।୧୨୬।

ମୁହିଂ ଯାଉଅଛି ସ୍ୱାମୀ ଦ୍ୱାରକାଭୁବନକୁ

ଶୁଭ ବାରତା କହିବି ବଳରାମ ଠାକୁରଂକୁ ।୧୨୭।

ଜାରାର ଭୟେ ଦେବ ବହୁତ ମୋତେ କଥା

ତାହାରେ ପାଇଲୁ ଆମ୍ଭେ ଅନେକ ଅବସ୍ତା।୧୨୮।

ଭୋ ଦେବ ଧନୁ ଉତ୍ସବ ବୋଲି ଯାତ୍ରାୟେକ କଲା କଂସ

ନନ୍ଦକୁ ଶ୍ରୀମୁଖ ନିଆଇଲା ଗଉଦବଂଶ ।୧୨୯।

ଗୋପାଳକଂର ତୁଲେ ଆମ୍ଭେ ଗଲୁ ବେନିଭ୍ରାଥେ

ଧନୁ ଉତ୍ସବ ଯାତ୍ରା ଯେ ଦେଖିବା ନିମନ୍ତେ ।୧୩୦।

ଅନେକ ରଙ୍ଗ ଯେ ଯାତ୍ରାର ବିଧାନ

ବିହଡନ୍ତି ରଙ୍ଗେ ସମସ୍ତ ଗୋପାଳ ପୁଅମାନେ।୧୩୧।

ଆମ୍ଭନ୍ତୁ ଦେଖି ଦେବ କଂସ ଯେ ନାଶ ଗଲା

କିଞ୍ଚିତ ମାତ୍ରକେ ତାର ଅଷ୍ଟମଲ୍ଲଯାକ ମଲା।୧୩୨।

ତହୁଂଣ ଗୋପାଳେ ଯେ ନିଭ୍ରାନ୍ତି ମନ ହେଇ

ଅନେକ ଧନରତ୍ନ ଆଣିଲେ ସୁଖେ ବହି ।୧୩୩।

କଂସର ଭାରିଯା ଯେ ହେତୀ ପରହେତୀ

ତାହାଂକର ପିଅର ଯେ ମଗଧେଶ୍ୱର ନୃପତି।୧୩୪।

ବିଧବା ଅବସ୍ତା ହୋଇ ଜରାସନ୍ଧକୁ କଲେକ ଗୁହାରି

ଗୋପପୁରକୁ ଦେବ ଜରାସନ୍ଧ ଦିଲା ଧାଡି।୧୩୫।

ପାଠ ପଢୁଥିଲୁଂ ଆମ୍ଭେ ଶାନ୍ତିପନି ପଣ୍ଡା ଘରେ

ଗୋପପୁର ଲୋକେ ବିକଳେ ପଳାଉଛନ୍ତି ଜରାସନ୍ଧର ଡରେ ।୧୩୬।

ଜାରାର ଭୟେ ତହୁଂ ଅଇଲୁ ଆମ୍ଭେ ଅପସରି

ଅନେକ ଧନରତ୍ନ ଗୋଧାନ ନେଲା ଜୁର କରି।୧୩୭।

ପ୍ରଥମ ଧାଡିରେ ଦେବ ଯେ ଛାଡିଲୁ ଗୋପଦେଶ

ଯମୁନା ପାରି ହୋଇ ମଥୁରାୟେ କଲୁଂ ବାସ।୧୩୮।

ପୁଣି ସମୟେକେ ମଥୁରାକୁ ଦିଲା ଧାଡି

କୁଟୁମ୍ବନ୍ତ ଘେନି ବେନିଭାଇ ଅଇଲୁ ଅପସରି।୧୩୯।

ମଥୁରାକୁ ବେଢିଲା ଦେବ ଘେନି ସନ୍ୟବଳ

ରାଜ୍ୟ ତେଜି ପଳାଇଲୁ ସକଳ ଗୋପାଳ।୧୪୦।

ସ୍ୱାମୀ ମଥୁରା ପୁର ରାଜ୍ୟ ସବୁ ଭାଂଜିଣ କଲା ଜୁର

ଧନଭଣ୍ଡାର ଆଦିକରି ପୋଡିଲା ନବର ।୧୪୧।

ପଳାଇ ଅଇଲୁ ଦେବ ଅନୁସର ବନେ

ତହିଂ ସମୟେକେ ଯେ ବ୍ରତିଲୁ ସର୍ବଜନେ।୧୪୨।

ପୁଣିହିଂ ତହିଂକି ଯେ ବାହିଲା ଜରାସନ୍ଧ

ଅନୁବ୍ରତେ ଲୋଡୁଥାଇ ଶ୍ରୀରାମ ଗୋବିନ୍ଦ।୧୪୩।

ବନ୍ଧୁବର୍ଗ ଘେନି ତହୁଂ ଗଲୁଂ ଅପସରି

ଅନୁସର ବଣକୁ ସେ ପୁଣିହିଂ ଦିଲା ପୋଡି।୧୪୪।

ଗୋମନ୍ତ ପର୍ବତେ ଯେ ବଞ୍ଚିଲୁ ସମୟେ

ତହିଂକି ଧାଡିଦିଲା ଚଉଦବରଷ ଯାୟେ ।୧୪୫।

ତହୁଂ ଅପସରିଣ ଯେ ଆଇଲୁଂ ସର୍ବଜନେ

ସମୟେକେ ବିଶ୍ରାମିଲୁ ଦେବ କଟକ ମଧୁବନେ।୧୪୬।

ଯଦୁ ଋଷିଂକର ସେହୁ ଅଟଇ ଅରଜିଲା ଭୂମି

ତହିଂରେ ସମୟେକେ ବଞ୍ଚିଲୁ ଦେବ ସ୍ୱାମୀ ।୧୪୭।

ତହିଂକି ଦଣ୍ଡ ସାଜିଲା ଯେ କାଳ ଦମନକୁ ଘେନି

ସମଦଣ୍ଡ ଘେନି ତହୁଂ ଘୁଞ୍ଚିଗଲୁ ପୁଣି ।୧୪୮।

ସମୋଦ୍ର ଭିତରେ ଦେବ ରଞ୍ଚିଲୁ ଦ୍ୱାରିକା

ତହିଂରେ ରହିଲୁ ଦେବ ହୋଇଣ ନିଶଂକା।୧୪୯।

ଜାରାର ଭୟେ ଦେବ ଯଦୁବୀରମାନେ

କେହି ବାହାର ନୋହନ୍ତି ମଧ୍ୟ ଯେ ଭୁବନେ।୧୫୦।

ତୋହୋର ପ୍ରସନ୍ନେ ଦେବ ନାଶଗଲା ତେଡେ ରିପୁ

ୟେବେ ସେ ଯାଦବଂକର ବିକାଶିଲା ବପୁ।୧୫୧।

ଅନେକ ସାନନ୍ଦ ଦେବ ହୋଇବେ ବଳଦେବ

ଦ୍ୱାରିକାରେ ହୋଇବ ଦେବ ଅନେକ ଉତ୍ସବ।୧୫୨।

ଅନେକ ସାନନ୍ଦ ଯେ ହୋଇବେ ଭୋଜ ସାତବଂଶ

ଭୀମସେନଂକୁ ଅନେକ ହୋଇବ ଦେବ ଯଶ।୧୫୩।

ଭୀମସେନର ପ୍ରସାଦେ ଅନେକ ସୁସ୍ତ ପାଇଲୁ ସର୍ବସ୍ଥାପି

ସାଧୁ ସାଧୁ ବଚନ ଗୋଟି ଉପୁଜିବ ଅଦ୍ୟାପି।୧୫୪।

ଯୁଝେଷ୍ଠିଦେବଂକୁ ବୁଝାଇଣ ଦେବ ରାଜା

ଆଗ୍ୟାଂ ହେଲା ହରି ଦ୍ୱାରକାପୁରକଇ ବେଗେ ଯା ଯା ।୧୫୫।

ଭୀମ ଅର୍ଜୁନକଇଂ ସଙ୍ଗେ ଘେନିଣ ଜଗନ୍ନାଥେ

ବାରୁଣବନ୍ତେ ଥାଇଣ ସୁମରିଲେ ବଇନେତ୍ରେ।୧୫୬।

ଚଇତ୍ର କୃଷ୍ଣ ପ୍ରତିପଦା ଦିନ ଜରାସନ୍ଧ ନାଶଗଲା

ଇତ୍ର ଶୁକ୍ଲ ଷଷ୍ଠୀଦିନ ହସ୍ତିନାୟେ ଉତ୍ସବ ହୋଇଲା।୧୫୭।

ଚଇତ୍ର ଶୁକ୍ଲ ସପ୍ତମୀ ଆଉର ଗୁରୁବାରେ

ମୃଗଶିର ରୁକ୍ଷବେଳ ଅଢାଇ ପ୍ରହରେ ।୧୫୮।

ଭୀମ ଅର୍ଜୁନେ ସମାର୍ଜି ଚଳନ୍ତି ବନମାଳୀ

ଦ୍ୱାରିକାପୁରକୁ ଦେବ ଗରୁଡ ପିଠିରେ ଗବନ କରି।୧୫୯।

 

ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗମନ , ପଥମଧ୍ୟେ ଯଜ୍ଞୋପକରଣମାନ ସଂଗ୍ରହ , ବଳଦେବଙ୍କ ସହିତ ସାକ୍ଷାତ ଓ ଦ୍ୱାରକାରେ ମହୋତ୍ସବ

ଆହୋ କିରାତ ରାଜା ନାମ ଅଟଇ ଅଜପତି

ଶ୍ରୀହସ୍ତେ ଆପଣେ ତାକୁ ଶାଢୀ ଦିଲେକ ଶ୍ରୀପତି।୧।

ଆହୋ ଅଜପତି ତୋର ଯେତେକ ବନଚରମାନ

ସମସ୍ତେହେଂ ଶୁଣ ହୋଇଣ ସାବଧାନ ।୨।

ତେରଲକ୍ଷ ତେଷଠୀ ସହସ୍ର ତୋର ବୀରେ

ଶୁଖିଲା ତରୁନ୍ତ ଯେ ରୁଣ୍ଡ କରିବେ ବନସ୍ତରେ।୩।

ଜୀବଥିବା ବୃକ୍ଷକଇଂ ନ କାଟିବ ଯତନେ

ଜୀବନାଶ ବୃକ୍ଷନ୍ତ ରୁଣ୍ଡ କରିବ ପଶି ବନେ।୪।

ଆହୋ ଯୁଝେଷ୍ଠି ଦେବ କରିବେ ରାଜୁସି ଯଗ୍ୟଂ ସଭା

ଗଜ ଅଶ୍ୱ ଛତ୍ରଶାଳମାନନ୍ତ ତୋଳାଇବା ।୫।

ତେରଲକ୍ଷ ତେତିଶି ସହସ୍ର ଶବରା

ସବୁନ୍ତି ହରି ଦିଲେ ଅଷ୍ଟରତ୍ନେ ଚଉରସା ।୬।

ଦେବାଙ୍ଗ ବସ୍ରମାନ ଯେ ଦିଲେକ ବହୁତ

ପାଇଣ ଶବରାୟେ ହୋଇଲେ ତୋଷଚିତ୍ତ ।୭।

ଆହୋ ଝିମାଣୀଶାଳ ମହାରଣାମାନେ ଅଛନ୍ତି ବାରୁଣାବନ୍ତେ

ତାହାନ୍ତ ଶାଢୀ ଦିଆଇଲେ ଭୀମସେନର ହାଥେ।୮।

କୋଦାଳ କୋଠାର କଟାଇ ଶାବେଳି ମୂଷଳୀ

ଲୋହକର୍ମମାନନ୍ତ ନିର୍ବାଣ କର ବଦନ୍ତି ବନମାଳୀ।୯।

କମିଲା ବିନ୍ଧାଣୀମାନେ କୁନ୍ଦନ୍ତି କାମ କାଠ

ତାହାନ୍ତ ଶାଢୀ ଦିଆଇଲେ ନାବ ତୁମ୍ଭେ ଖଟ।୧୦।

ଆଠଲକ୍ଷ ନାବ ବାବୁ ତୁମ୍ଭେ ଦେବ ସାଜି

ଉଡନ୍ତା ନାବ ହେବ ପବନହୁଂ ବେଗ ତେଜି।୧୧।

ଧାନ ଚାଉଳ ବିରି ମୁଗ ପରିବା ଶାକମାନ

ନାବେ ପୂରୋଇ ଆସୁଥିବ ହର ଉଦ୍ୟାନ ବନ।୧୨।

ମେଢ ମଣ୍ଡୋପ ପୁର ଜଗତୀ ଅଟାଳୀ

ୟେମାନ ସର୍ଜନା କରିବ ଆଗ୍ୟାଂ ପ୍ରତିପାଳି ।୧୩।

ବିଶ୍ୱକର୍ମା ମୂଳେ ଥିବେ ଯେତେକ ବିନ୍ଧାଣୀ

ଦଶଲକ୍ଷ ବରତନିୟା ଖଟାଇଥିବୁ ଆଣି ।୧୪।

ୟେମାନନ୍ତ ଆଗ୍ୟାଂ ଦେଇ ଗଲେ ଜଗନ୍ନାଥେ

କୋଲହାଣ ନୃପତିକି ଭେଟିଲେ ଯମପ୍ରଶସ୍ତେ।୧୫।

ଭାସୁକ ନାମେଣ ସେ ଅଟଇ ନରପତି

ତାହାକଇଂ ଶାଢୀ ଦିଲେ ଆପଣେ ଶିରୀପତି।୧୬।

ତାଡଝୁମ୍ପା ବାହୁଟି ସରଳ ଜଗଦଳା

ହୃଦେଣ ଭୂଷଣ କର୍ଣ୍ଣାଞ୍ଚଳ ସିମଛିନୀ ରତ୍ନମାଳା।୧୭।

ଆହୋ ଯୁଝେଷ୍ଠି ଦେବ କରିବେ ରାଜୁସି ଯାଗ ସଭା

ଋଷିଗଣମାନ ସମସ୍ତ ଆସିବେ ସର୍ବଦେବା।୧୮।

ବେନିଲକ୍ଷ ଦେବୁ ତୁ କୃଷ୍ଣାଞ୍ଜୀନ ଛଉରୀ

ଗଣ୍ଡା ହରିଣମାନନ୍ତ ଜୀବନ୍ତା ଆଣି ଥୋଇବୁ ଧରି।୧୯।

ମୃଗମାଂସ ଭୋଜନ କରିବେ ସର୍ବଋଷି

ବନ ବରେହା ମାଂୟେସ ମାନବ ମନ ତୋଷି।୨୦।

ୟେମାନ ଯେତେ ଲାଗଇ ଷୋଳ ଦିବସ ପରିଯନ୍ତେ

ତିନିକ୍ଷଉଣୀ ପାଦାନ୍ତି ବଳ ଘେନି ଦେଉଥିବୁ ବାରୁଣାବନ୍ତେ ।୨୧।

କୋଲହାଣ ନୃପତିକି ଆଗ୍ୟାଂ ଦିଲେକ ଗୋବିନ୍ଦେ

ହରଷେ ସନମତ କଲା ମନର ଆନନ୍ଦେ ।୨୨।

ୟେସନେକ ଆଗ୍ୟାଂ ତାକୁ ଦେଇଣ ଦେବରାଜେ

ଚଳନ୍ତି ଜଗନ୍ନଥେ ବଇନେତ୍ର ପିଠିରେ କରି ବିଜେ।୨୩।

ମଲ୍‌ହାର ଦେଶର ରାଜା ନାମ ଋତୁପତି

ମଲ୍‌ହାର ଦେଶେରେ ସେ ଅଟଇ ଆଧିପତି।୨୪।

ଜାନ୍‌ହବୀ ନଦୀ ତୀରେ ଅଟଇ ତାର ବାସ

ତାହାର ପଲ୍ଲୀରେ ଦେବ ହୋଇଲେ ପରବେଶ।୨୫।

କେଶବଂକୁ ଦେଖିଣ ସେ ମହ୍ଲାର ଦେଶ ରାଜା

ଶ୍ରୀକୃଷ୍ଣ ପଦ୍ମପାଦେ କଲାକ ଦିବ୍ୟପୂଜା ।୨୬।

ଶ୍ରୀହସ୍ତେ ନାରାୟଣ ଦିଲେକ ତାକୁ ଶାଢୀ

ଆହୋ ବନଚର ତୁହୋ ଅରଣ୍ୟେ ଅଧିକାରୀ।୨୭।

ଅନେକ ରତ୍ନ ଅଳଂକାରମାନ ତାକୁ ଦେଇ

ଆଗ୍ୟାଂ ଦିଲେ ତାକୁ ପୁଣ ଜଗତଭୂତ ସାଇଂ।୨୮।

ଆହୋ ଯୁଝେଷ୍ଠିଦେବ କରିବେ ରାଜୁସି ଯାଗ ସଭା

ଲକ୍ଷେକ ନୃପତି ତହିଂ ବସିବେ ରାଜଦେବା।୨୯।

ଅଗର ଚନ୍ଦନ ଯେ ବୃକ୍ଷମାନ କାଟି

ଗଙ୍ଗାକୂଳେ ଆଣିଣ ତୁ କରିଥିବୁ ପଇଠି ।୩୦।

ଲକ୍ଷେକ ରାଜାଂକୁ ଯେ ଲକ୍ଷେକ ନବର

ଖମ୍ବ ଶେଣୀ ରୁଅ ଯେ ବତା ହୋଇବ ଅଗର ଚନ୍ଦନର ।୩୧।

ଛତ୍ରଶାଳକଇଂ ଦେବୁ ଜାଳ ଆଦି କରି

ଚନ୍ଦନ ଅଗରେ ପାକ ଫକୁ ଯେନ୍‌ହେ କରି।୩୨।

ଷୋଳ ଦିବସକଇଂ ଯେତେକ କାଠ ଲାଗି

ନାବେ ପୂରୋଇଂ ଗଙ୍ଗାରେ ମେଲି ଦେଉଂଥିବୁଟି ବେଗି ବେଗି ।୩୩।

ଆହେ ମନୋହର ଦେଶେ ରାଜା ତ୍ରିୟବଳେଶ୍ୱର

ସେ ରାଜାଇ ଅଟଇ ସେ ବନର ବେଣ୍ଟିକାର।୩୪।

କାଶୀନଦୀ ତୀରେ ସେ ରାଜାର ନିଜ ବାସ

ସେ ବନେ ଗଉରା ରୁଦ୍ରଂକୁ ତପ ଦାହିଲେ ଦଶସହସ୍ର ବରଷ ।୩୫।

ନାନା ଗନ୍ଧ ଚନ୍ଦନ ଯେ ମିଶ୍ରିତ ଦେବୀ କରି

ବାଲୁଂକା ଲିଙ୍ଗ ଉପରେ ଯେ ନିଉଡନ୍ତି ଶାକାମ୍ଭେରୀ ।୩୬।

ସେ ଉଦେକ ପିଇଲେ ଯେତେକ ଜୀବମାନେ

ସେହି ବୋଲାଇବେଟି କସ୍ତୁରୀ ଜୀବ ବନେ।୩୭।

ତାହାଂକର ଉବୁରା ଯେ ପିଇଲେ ଜଳ ଚିନ୍‌ହି

ସେ ଜୀବ ବୋଲାଇଲେ ଶାଳେହା ପତନି।୩୮।

ତାହାଂକର ଉବୁରା ଯେ ପିଇଲେ ଜଳ ଚିନ୍‌ହି

ସେ ଜୀବ ବୋଲାଇଲେ ଶାଳେହା ପତନି।୩୯।

ଆହୋ କୁଣ୍ଡଳୀ ତୁ ଆରେ ୟେହି ଜୀବ ଧରି

ରାଜୁସି ଯାଗକୁ ନେମୁଂ ପଂଜରୀରେ ଭରି।୪୦।

ଯେତେକ ପଦାର୍ଥମାନ ତୁ ଅପୁର୍ବ ପାଇବୁ

ଷୋଳଦିନ ପରିଯନ୍ତେ ରାଜୁସି ସଭାକୁ ଦେଉଥିବୁ।୪୧।

ଯେହୁ ଅବା ଅନ୍ୟସ୍ତା କରିବ ମୋହର ବାଣୀ

ଅବଶ୍ୟ ଚକ୍ରରେ ତାକୁ ପକାଇବି ହାଣି ।୪୨।

ଅନେକ ସାନନ୍ଦ ଯେ ମନୋହର ଚକ୍ରବ୍ରତୀ

ଶ୍ରୀକୃଷ୍ଣ ଦ୍ରଶନେ ତାର ଅନେକ ତୋଷ ମତି।୪୩।

ୟେସନେକ ଆଗ୍ୟାଂ ଦେଇଣ ସର୍ବ ପାଇଟି

ବିଜୟେ ନାରାୟେଣ ବଇନେତ୍ର ପିଠି ।୪୪।

ଆହୋ ନିଷାଦ ପୁରେ କଇବ୍ରତ ନିଷାଦ

ଗୋମତୀ ନଦୀ ତୀରେ ତାହାର ରାଜ୍ୟ ସମ୍ପଦ ।୪୫।

ଅଶି ସହସ୍ର ନାବ ଯେ ତୁ ଚଳାଇବୁ ନୃପମଣି

ବାଞ୍ଛାବଟ ତଳେ ତାର କଟକ ମିରିମାଣି ।୪୬।

ସେ ବଟର ତଳେ ଯାଇଂ ବିଜୟେ ଦେବରାଜା

ଦେଖିଣ ନିଷାଦ ସ୍ୱାମୀଂକି କଲା ପାଦପୂଜା।୪୭।

ଶିରରେ ରତ୍ନ ମୁକୁଟ ଲଲାଟେ ସୀମନ୍ଥିନୀ

ନିଷାଦ ହୃଦେ ରତ୍ନମାଳା ଲମ୍ବାଇଲେ ନେଇ ଦେବ ଚକ୍ରପାଣି ।୪୮।

ରାଜୁସି ଯଗ୍ୟଂ କରିବେ ଯୁଝେଷ୍ଠି ରାଜଦେବ

ଲକ୍ଷେକ ନୃପତି ଆସି ମିଳିବେ ସମ୍ଭର୍ବ ।୪୯।

ୟେ ମଧୁବନ ରାଜ୍ୟେ ଆମ୍ଭେ ରହିଥିଲୁଂ ପୂର୍ବେ

ୟେ ରାଜ୍ୟ ତେଜିଲୁ ଆମ୍ଭେ କାଳଦମନ ପ୍ରସ୍ତାବେ।୫୦।

ଆହୋ ମଧୁମତିର ବଲ୍ଲଭ ୟେଥି ସମସ୍ତ ଥିଲା ସଞ୍ଚି

ତ୍ରେତୟା ଯୁଗରୁ ୟେଥି ତଣ୍ଡୁଳମାନ ଅଛି ।୫୧।

ସୁବର୍ଣ୍ଣ ନିର୍ବାଣ ଯେ ୟେଥେ ଅଛଇ ଶତ ଶତ କୋଠି

ତଣ୍ଡୁଳ ପୂରିଣ ଅଛି ଭରଣ ତିନିକୋଟି ।୫୨।

ଶ୍ରୀହସ୍ତେ ଶାଢୀ ତାକୁ ଦିଲେକ ଶ୍ରୀପତି

ଅଶି ଖର୍ବ ନାବ ଘେନି ବାହୁଥିବୁ ଦିବାରାତି।୫୩।

କାତ କେରୁଆଳ ଆଦି ନାବମାନ ସବୁ

ଯତନ କରିଣ ୟେମାନ ସିଞ୍ଛି ରଖିଥିବୁ ।୫୪।

ୟେ ଯେ ମଧୁବନ ଚଉରାଶି ଯୋଜନା ତୋଟା

ସମସ୍ତ ବୃକ୍ଷ ଫଳମାନ ଅମୃତ ରସ ମିଠା।୫୫।

କଦଳୀ ନଟୀକାଳ ଆମ୍ବ ପଣସ ବଦରୀ

ଟଭା ଲେମ୍ବାଉ ଜମ୍ବିଳ ଦାରାକ୍ଷ ଖଜୁରୀ ।୫୬।

ୟେମାନ ସମସ୍ତ ଯେ ପୂରୋଇକରି ନାବେ

ବାରୁଣାବନ୍ତେ ପ୍ରବେଶ କରାଇବୁ ସମ୍ଭର୍ବେ।୫୭।

ଆରେ ମଧୁବନ ତୋଟା ରକ୍ଷକ ପାଞ୍ଚଖର୍ବ

ଅନୁବ୍ରତେ ତୁମ୍ଭେ ନାବ ପାରି କରୁଥିବ ।୫୮।

ୟେସନେକ ଆଗ୍ୟାଂ ଦିଲେକ ପରମଯୋଗୀ

ଖଗେବର ପିଠିରେ ବିଜୟେ କଲେ ବେଗି।୫୯।

ମଧୁବନେ ଆଗ୍ୟାଂ ଦିଲେ ସ୍ୱାମୀ ବଇନେତ୍ରକୁ

ବହନ ହୋଇ ଯିବା ଚାଲ କୋବେର ଅଳକା ଭୁବନକୁ ।୬୦।

ନାରାୟେଣଂକ ଆଗ୍ୟାଂ ଯେ ନିବେଶିତ ଶିରେ

ବାରାସ୍ୱତୀ ଭୁବନେ ଯାଇଂ ବିଜୟେ ଖଗେଶ୍ୱର ।୬୧।

ଅଳକାନାଥ ଦେଖିଲା ନାରାୟେଣଂକ ବିଜେ

ପାଦ୍ୟ ଅର୍ଘ୍ୟ ଦେଇ ପୂଜା କରଇ ଦେବରାଜେ।୬୨।

ବଇନେତ୍ର ବାହାନୁଂ ଉତୁରି ଅନ୍ତର୍ଯ୍ୟାମୀ

ଦେଖିଣ ସାନନ୍ଦ ଅଳକାନାଥ ସ୍ୱାମୀ ।୬୩।

ଗୋବିନ୍ଦେ କହନ୍ତି ଯେ ଅଳକାନାଥର ଆଗ

ଯୁଝେଷ୍ଠିଦେବ ଠାକୁରେ କରିବେ ରାଜୁସି ମହାଯାଗ ।୬୪।

ଆହୋ ସପତ ନିଧି ଭଣ୍ଡାର ଫେଇଥିବୁ ଅନୁବ୍ରତେ

ଯେତେକ ରତ୍ନ ଲାଗିବ ଦେବୁ ଷୋଳଦିନ ପରିଯନ୍ତେ ।୬୫।

କମିଲା ଘଟଣ ହକାରିଲେ ବିଶ୍ୱକର୍ମା

ଅମରପୁରେ ଯେସନେକେ ଶୋଭାପାୟେ ସୁଧର୍ମା।୬୬।

ତହୁଂ ଅତିଅନ୍ତ ଯେ ହୋଇବ ସୁସଞ୍ଚ

ଆକାଶୁଂ ଓହ୍ଲାଇ କରି ମୋହିବୁ ଭୁବନ ମଞ୍ଚ।୬୭।

ଆହୋ ଦ୍ୱାଦଶ ଯୋଜନ ହୋଇବ ସଭାର ଆୟତନ

ଲକ୍ଷେକ ଖମ୍ବ ହୋଇବ ସବୁ ସୁବର୍ଣ୍ଣେ ନିର୍ବାଣ ।୬୮।

ଅଷ୍ଟାଦଶ ଦଣ୍ଡ ଯେ ହୋଇବ ନଳକାଠୀ

ହାଥକେ ମାଡିବସିବ ଖମ୍ବ ଚାରିଗୋଟି ।୬୯।

ୟେମନ୍ତେ ବାସ୍ତରି ହାଥ ହୋଇବ ଆୟେତନ

ଉପରକୁ ଉଚ୍ଛର୍ଗ ହୋଇବ ଚଉବିଂଶ ଯୋଜନ।୭୦।

ଚଇବିଂଶ ଅଂଶା ହୋଇବ ୟେକ ଖମ୍ବଗୋଟି

ୟେକ ଅଂଶାକେ ଲାଗିଥିବ ହୀରା ନବକୋଟି।୭୧।

ମାଣିକ୍ୟ ପାଞ୍ଚକୋଟି ହୀରା ପାବଚ୍ଛେ ଖଞ୍ଜିତା

ସହସ୍ରେକ ପନ୍ତିଥିବି ଗଜ ଯେ ମୁକୁତା ।୭୨।

ନୀଳାର ଫେରରେ ବଇଡୁର୍ଯ୍ୟ ଥିବ ଜଡି

ପ୍ରବାଳର ଖଞ୍ଜଣୀ ଯେ ନିରନ୍ତରେ ପାୟେଡା ଗୁଜ କରି ।୭୩।

ଯେଉଂଣ ରାଜା ଯେଉଂଣ ଖମ୍ବରେ ବସିଥିବ

ସେ ଖମ୍ବକୁ ବାହୁନିବାକୁ ଦିନ ନ ଅଣ୍ଟିବ ।୭୪।

ସେ ରାଜାର ଶତେକ ଭଣ୍ଡାର ସେ ସ୍ତମ୍ଭକୁ ନୋହିବ ସରି

ଦେଖନ୍ତେଣ ବସିଥିବ କ୍ଷୁଧା ପିପାସା ପାସୋରି।୭୫।

ଆପଣେ ଶ୍ରୀ ଜଗନ୍ନାଥେ ଶ୍ରୀହସ୍ତେ ଚିତ୍ରପଟେ କାଟି

ୟେହି ସରୂପେ ହୋଇବଟି ଲକ୍ଷେ ସ୍ତମ୍ଭଗୋଟି।୭୬।

ସେ ସ୍ତମ୍ଭର ତଳେ ଆସ୍ତାନ ଗୋଟିୟେ ହୋଇବ ନିର୍ମିତ

ବେନିକାଠି ଉଚ୍ଛର୍ଗ ହୋଇବ ସ୍ଥଳୀ ଯେ ସପ୍ତହସ୍ତ।୭୭।

ସୁବର୍ଣ୍ଣର ଦ୍ୱାଦଶ ଗୋଟି ଯେ ହୋଇବ ପାବଚ୍ଛ

ଲକ୍ଷେକ ଥମ୍ବ ହୋଇବ ଆସ୍ତାନ ହେବ ଲକ୍ଷ।୭୮।

ଚିତ୍ରପଟ ଗୋଟିକ ଦିଲେ ହରି ବିଶ୍ୱକର୍ମା ଗୋଚରେ

ଅଷ୍ଟରତ୍ନେ ଛାୟେଣୀ ହୋଇବ ତହିଂର ଉପରେ।୭୯।

ଅନେକ ସୁସଞ୍ଚ ଯେ ହୋଇବ ଅପୂର୍ବ

ଲକ୍ଷେ ନୃପତିଂକି ବସିବାକୁ ହୋଇବାକ ଠାବ।୮୦।

ମୁକୁତା ମାଳମାନ ଲମ୍ବିଥିବ ମାଣିକ୍ୟର ଝରା

ନନ୍ଦାବ୍ରତେକ ଲେଖନ ନେତର ଚନ୍ଦ୍ରାତପ ଅଷ୍ଟରତ୍ନେ ଚଉସରା।୮୧।

ୟେସନେକ ସମ୍ପଦ ସେ ଛାୟାମଣ୍ଡୋପର ସ୍ଥଳୀ

କୁତୂହୋଳେ ରାଜାମାନେ ଦେଖିବେ ଉଭାରି।୮୨।

ୟେସନେକ ଆଗ୍ୟାଂ ତାକୁ ଦେଇଣ ଜଗନ୍ନାଥେ

କୁବେରକୁ ବୋଇଲେ ଧନ ଦେବୁ ଯାଗକୁ ଲାଗଇ ଯେତେ ।୮୩।

ଆହୋ ନାରାୟଣ ସଂଚିତ ସମସ୍ତେ ଆଗ୍ୟାଂବ୍ରତୀ

ମନ୍ଦର ପର୍ବତ ଉପରେ ଆସ୍ତାନ ସଞ୍ଚା ପାତି।୮୪।

ଦଶମେବଚ୍ଛ ଚାରଗଣ ଅଳକାର ସଇନି

ଭଣ୍ଡାରୁ ଧନମାନ ଭାର ଭାର କରି ଆଣି ।୮୫।

ତହୁଂଣ ବଇନେତ୍ର ଆରୋହି ଚକ୍ରହାଥେ

ଚଳନ୍ତି କେଶବ ଯେ ଦ୍ୱାରକା ପ୍ରଶସ୍ତେ ।୮୬।

ବରୁଣ ଭୁବନ ଯାଇଂ ବିଜୟେ ଜଗବନ୍ଧୁ

ଦେଖିଣ ପୂଜାକଲେ ବାରାନିଧି ନାଥ ସାଧୁ।୮୭।

ରତ୍ନାକର ଦେଖିଲା ଯହୁଂ ଶ୍ରୀ ଜଗନ୍ନାଥେ

ଭୋ ଦେବରାଜ ବିଜୟେ କେଉଣ ଅର୍ଥେ ୟେଥେ।୮୮।

କନକ ସିଂଘାସନେ ବସାଇଂ ବାରାନିଧି

ଅନେକ ପୂଜାକଲେ ସେ ଯେସନେକ ବିଧି।୮୯।

ଅନେକ ହରଷ ଯେ ହୋଇଲା ଜଳପତି

ନାରାୟଣ ଦ୍ରଶନେ ମୋର ଫିଟିଲା ଦୁର୍ଗତି।୯୦।

ରତ୍ନାକର ସନ୍ନିଧ୍ୟେ ଯେ ବଦନ୍ତି କେଶବ

ରାଜୁସିଯାଗ କରିବେ ଯୁଝେଷ୍ଠି ରାଜଦେବ।୯୧।

ଆହୋ ବାରାନିଧି ଭଣ୍ଡାର ଫେଇଥିବୁ ଯାଗ ସରିବା ପରିଯନ୍ତେ

ପଇଲମ ଯୋଗାଡ ଦେଉଥିବୁ ଲାଗଇ ଯେତେ ଯେତେ ।୯୨।

ତାରକା ଦିଗବିଜୟ କାଳେ ଆକାଶେ ଦେବରାୟେ

ରତ୍ନ ଯୋଗାଡ ଲୁଚାଇଛନ୍ତି ତୋହୋର ପୁରେ ସମସ୍ତ ଦେବତାୟେ ।୯୩।

ତ୍ରେତୟାଯୁଗେ ଯହୁଂ ତାରକା ନାଶଗଲା

କାର୍ତ୍ତିକ କୁମାର ହାଥେ ଯେ ଦଇତ ପ୍ରାଣ ଦିଲା।୯୪।

ପୁଣ ଉପତ୍ତି କାଳେ ସେ ହେଇଲା ରାବଣ

ସେହୁ ଧାଡି ଦିଲା ପଳାଇଲେ ଦେବଗଣ।୯୫।

ସେ ରତ୍ନ ଯୋଗାଡମାନ ଅଛଇ ତୋର ପୁରେ

ସେ ପଇଲମ ଯୋଗାଡମାନ ମାଗିଲେ ସ୍ୱାମୀ ଦାମୋଦରେ ।୯୬।

ରତ୍ନାକର ବୋଇଲା କରପତ୍ର ଯୋଡି

ତୋହୋର ଭଣ୍ଡାରେ ସିନା ନାଥ ମୁହିଂ ସେ ଅଧିକାରୀ ।୯୭।

ଜଳଚର ପଂକଚର ବେନି ଅସୁର ହୋଇଲେ ଦୃଭାର

ଜଳ ଭୁବନ ମଛନ କଲେ ସେ ମୋହୋର ।୯୮।

ୟେ ବାରାନିଧିଉଂ ମୋର ଭଣ୍ଡାର ଜୁର କରି

ଦେବତାଂକର ବଚନେ ତାହାନ୍ତ ନାଶିଲୁ ଦେବହରି।୯୯।

ଆଣି ସେ ଭଣ୍ଡାର ପୁଣ ଥୋଇଲୁ ମୋର ତହିଂ

ଆପଣେ ଥୋଇଲା ଦ୍ରବ୍ୟ କାହାକୁ ମାଗୁ ହୋ ଗୋସାଇଂ ।୧୦୦।

ଯେତେକ ତୋହୋର ଦେବ ହୋଇବାକ କାର୍ଯ୍ୟ

ତେତେକ ଯୋଗାଡ ମୁଂ ଦେବଇଂ ଦେବରାଜ।୧୦୧।

ଲକ୍ଷେକ ରାଜାଂକୁହିଂ ଯେତେକ ପଇଲମ ଝରୀ

ଜଳଚରମାନେ ବହି ଦେଉଥିବେ ଦେବହରି ।୧୦୨।

ରତ୍ନାକରଂକୁ ଆଗ୍ୟାଂ ଦେଇଣ ଅନନ୍ତ

ଦ୍ୱାରିକା ସଭାୟେ ହେ ବିଜୟେ ଜଗନ୍ନାଥ।୧୦୩।

ଦ୍ୱାରିକା ସଭାୟେ ହେ ବିଜୟେ ଉଗ୍ରସେନ

ଆସ୍ତାନେ ବିଜୟେ ଯାଇଂ ଦେବ ଜନାର୍ଦ୍ଦନ ।୧୦୪।

ନାରାୟଣଂକ ଆଗତ ଶୁଣିଣ ଦେବ କାମପାଳେ

ବିଜୟେ କାମପାଳ ସଭା ନିବର୍ତ୍ତ ବେଳେ ।୧୦୫।

ଆସ୍ତାନ ତେଜିଣ ଉଠିଲେ ଯାଦବ ସମସ୍ତ

ନୀଳାମ୍ବରଂକ ପଦ୍ମପାଦେ ପ୍ରଳମ୍ବ ଶ୍ରୀଜଗନ୍ନାଥ।୧୦୬।

ଅନେକ ବିନୋୟୀ ହୋଇଣ ଦେବସ୍ୱାମୀ

ବଳରାମଂକ ପାଦତଳେ ଶତ ସହସ୍ର ଦଣ୍ଡ ପରିଣାମି ।୧୦୭।

ନାରାୟଣଂକୁ ଦେଖି ଧଇଲେ ଦେବ କୋଳେ

କୁଶଳ ବାରତା ଯେ ପୁଚ୍ଛନ୍ତି କାମପାଳେ ।୧୦୮।

ବାବୁ ଦ୍ୱାରିକା ଛାଡିଣ ତ ତୁ ଗଲୁ ଅପାର ଦିନ

ପଥ ନିରୋପଇ ଦିନ ନ ସରଇ ଜନାର୍ଦ୍ଦନ।୧୦୯।

ଜରାସନ୍ଧ ଦୁଷ୍ଟ ସେ ଥିବା ପରିଯନ୍ତେ

ମନକଇଂ ବିକୃତ ମୃଚ୍ଛି ନୋହୋଇ କଦାଶ୍ଚିତେ।୧୧୦।

ବାବୁ ଗୋମତ ଯୁଦ୍ଧକାଳେ ମୁଂ ପିଟିଲି ବଜ୍ରହଳ

ସାଂଗ୍ରାମେ ଜରାସନ୍ଧ ଯେ ପାତିଲା ବକ୍ଷସ୍ଥଳ।୧୧୧।

ଆରବେଳ ବୁଲାଇ ମୁଂ ପିଟିନ୍ତେଣ ହଳେ

ଦେବତାୟେ ଡାକିଲେ ଥାଇଣ ସ୍ୱର୍ଗଆଳେ।୧୧୨।

ୟେ ବିଘାତେ ନାଶ ଗଲା ଜାରା

ପ୍ରତ୍ୟକ୍ଷେ ଦେଖିଲି ସେ ଅମର ମହାବୀରା।୧୧୩।

ପ୍ରଥମ ଧାଡିରେ ସେ ଗୋପପୁରକୁ ବେଢିଲା

ତାହାର ହେତ୍ତୁ ଆମ୍ଭନ୍ତ ପୟେଡ ପଡିଲା ।୧୧୪।

ଗୋପପୁର ତେଜିଣ ରହିଲୁ ମଥୁରା

ତହିଂକି ପୁଣ ଧାଡି ଦିଲାକ ବୀର ଜାରା ।୧୧୫।

ତହୁଂ ପୁଣ ସାଂଗ୍ରାମେ ଜିଣିତ ନୁଆରି

ଅବନ୍ତୀପୁରକୁ ଗଲୁ କହନ୍ତି ହଳଧାରୀ ।୧୧୬।

ତହିଂକି ପୁଣ ଧାଡି ଦିଲାକ ଜରାସନ୍ଧ

ତହୁଂ ପୁଣ ଅପସରି ଆମ୍ଭେ ଅଇଲୁଂ ଗୋବିନ୍ଦ।୧୧୭।

ଗୋପ୍ୟାନ ହୋଇ ରହିଲାଇଂ ଗୁପତେ

ତହିଂ ଅନେକ ଯୁଦ୍ଧ ହୋଇଲା ଅପ୍ରମିତେ।୧୧୮।

ପର୍ବତେ ରହି ଯେ ନୁଆରିଲା ତାହାର ଡରେ

ମଧୁବନେ ତହୁଂ ଯାଇଂ ରହିଲୁ ଦାମୋଦରେ।୧୧୯।

ଅଷ୍ଟାଦଶବାର ତହିଂକି ଦିଲା ଧାଡି

ବଜ୍ରହଳ ମୂଷେଳ ନୋହିଲା ଅପହାରି ।୧୨୦।

ବିଧାତା ବୋଇଲେ ରାମ ନିଧନ ନ କର ୟେହାକୁ ତୁ

ତୋହୋର ହାଥରେ ଜାରାକୁ ନାହିଂ ହାଦେ ମୃତୁ।୧୨୧।

ଧାତାର ବଚନେ ମୁଂ ଅଇଲି ଅପସରି

ତେଣୁ ସେ ଜରାସନ୍ଧକୁ ଥାଉଂ ତ୍ରାସ କରି ।୧୨୨।

ହରି ହେ ସମୁଦ୍ର ଭିତରେ ରଞ୍ଚିଲୁ ଦ୍ୱାରିକା

ତେଣୁ କରି ଜରାସନ୍ଧକୁ ସବୁରି ମନେ ଶଂକା ।୧୨୩।

ଦ୍ୱାରିକାଉଂ କେହି ବାହାର ନୋହନ୍ତି ତାର ଡରେ

ଜରାସନ୍ଧ ନାଶଯିବା ଯାୟେଂ ତୁ ଯିବୁ ନିର୍ଭରେ।୧୨୪।

ଜାରା ନାଶ ଯିବାକୁ କେମନ୍ତେ କରିବାକ ବୁଦ୍ଧି

ତେବେ ସେ ହୋଇବନା ସକଳ କାର୍ଯ୍ୟ ସିଦ୍ଧି।୧୨୫।

ଦ୍ରହସିତ ହୋଇଣ ସେ ବଦନ୍ତି ନାରାୟଣ

ଦ୍ୱାରିକାୟେ ଉଚ୍ଛବ ତୁମ୍ଭେ କରାଅ ସଂକ୍ରିଷେଣ।୧୨୬।

ବଳରାମେ ବୋଇଲେ ହେ ଉଚ୍ଛବ କାହିଂକି

ଜରାସନ୍ଧ ବଧ ହେଲା ଅଇଲୁକି ଦେଖି ।୧୨୭।

କରପତ୍ର ଯୋଡିଣ ସେ ବଦନ୍ତି ହୃଷିକେଶି

ଭୋ ଦେବ କାମପାଳ ଜରାସନ୍ଧ ହୋଇଲା ବିନାଶି।୧୨୮।

ଅନେକ ସାନନ୍ଦେ ଯେ ବୋଲନ୍ତି ହଳହସ୍ତେ

ଜରାସନ୍ଧ ବଧ କରାଇଲୁ ହରି ତୁ କାହାର ହାଥେ।୧୨୯।

ଗୋବିନ୍ଦ ବୋଇଲେ ଯେ ଶୁଣିମା ଦେବରାଜେ

ମଗଧ ଦେଶେ ଗଲୁ ଯୁଝେଷ୍ଠି ଦେବଂକର କାର୍ଯ୍ୟେ।୧୩୦।

ଭୀମ ଅର୍ଜୁନକଇଂ ନେଲୁଂ ଦେବ ତୁଲେ

ଜାରାକୁ ଯାଗରେ ଭେଟିଲୁ ଦେବ ଆହୁତିର ବେଳେ ।୧୩୧।

ବେଦ ଆଧ୍ୟାନ କରି ଯେ ମାଗିଲୁଂ ତାହାକଇଂ ଦାନ

ସାଂଗ୍ରାମ ମାଗିଲୁ ତାକୁ ସେ ଦିଲାକ ତୋଷମନ।୧୩୨।

ଜରାସନ୍ଧ ତୁଲେ ଦେବ ସାଂଗ୍ରାମ କଲା ବୀର ଭୀମେ

ଜରାସନ୍ଧକୁ ଭୀମ ଯେ ଧଇଲା ସାଂଗ୍ରାମେ।୧୩୩।

ଜନ୍ମକାଳହୁଂ ଜାରା ଦେବ ଅଟଇ ବେନିଫାଳ

ଧରିଣ ଚିରି ପକାଇଲା ତାକୁ ପବନର ବାଳ।୧୩୪।

ବଡବା ଅନଳେ ଦେବ ପକାଇଲା ଖଣ୍ଡେକ

ଭୂଚର ହୋଇଣ ଦେବ ରହିଲା ଅର୍ଦ୍ଧଅଙ୍ଗ ୟେକ।୧୩୫।

ଛୟାଣୋଇଂ ସସ୍ର ରାଜା କାଳଦମନର ତୁଲେ ଥିଲେ

ମଧୁବନ ସାଂଗ୍ରାମେଣ ସମସ୍ତେ ସେମାନେ ପଳାଇଲେ ।୧୩୬।

କାଳଦମନ ନିଧନେ ଜାରା ସେ ରାଜାମାନନ୍ତ ନେଲା ଧରି

ଛୟାଣୋଇଂ ସସ୍ର ରାଜା ସମସ୍ତ ରଖିଲା ସେ ବନ୍ଦୀକରି ।୧୩୭।

ଯତନେ ଥୋଇଲା ନେଇ ସେ ଯେ ନିଅଳ ପିନ୍ଧାଇ

ଆହୁତିୟେ ପାତିଲା ଋଷିମାନନ୍ତ ହକରାଇ।୧୩୮।

ସ୍ୱାମୀ ଆମ୍ଭେ ପ୍ରବେଶ ହୋଇଲୁ ଯେବଣ ଦିନର

ସେହି ଦିବସେ ରାଜାନ୍ତ ମାରି ଦିଅନ୍ତା ଆହୁତିର।୧୩୯।

ଜାରାକୁ ମାରି ଦେବ ରାଜାନ୍ତ ଉଦ୍ଧାରି

ଜାରାର ପୁତ୍ର ସହଦେବକୁ କଲୁ ମଘଦେଶର ଅଧିକାରୀ ।୧୪୦।

ରାଜାମାନନ୍ତ ସେହିଠାବରେ କଲୁ ନିମନ୍ତ୍ରଣ

ଶୁଣି ଅନେକ ସାନନ୍ଦ ଦେବ ସଂକ୍ରିଷେଣ ।୧୪୧।

ବାବୁ ଅନେକ ସାନନ୍ଦ ହୋଇଲି ଜାରାସନ୍ଧ ନାଶଗଲେ

ଭୀମସେନକୁ କିଂପେ ହରି ନ ଆଣିଲୁ ତୋହୋର ତୁଲେ ।୧୪୨।

ଉତ୍ସବ କର ବାବୁ ଭୁବନ ଦ୍ୱାରିକା

ମହାଭୟରୁ ଭୀମସେନ କଲାକ ନିଶଂକା।୧୪୩।

ଭୀମସେନ ଉଚ୍ଛବ କର ବୋଲି ୟେଥେ ଦିଅ ଧୁନି

ଦେଖନ୍ତୁ ଜାଣନ୍ତୁ ହରି ୟେଥିର କାମେନୀ।୧୪୪।

ପୁଣ ପୁଣ ବଳଦେବ କହନ୍ତି ବହୁ ପୁରସରି

ଭୀମସେନର ନାମେ ହାଦେ ବହୁ ପ୍ରଶଂସା ସେ କରି ।୧୪୫।

ଜଗନ୍ନାଥେ ବୋଇଲେ ବଡ ମହିଂମା ହୋଇବ

ଯୁଝେଷ୍ଠି ଦେବ କରିବେ ରାଜୁସି ଯଗ୍ୟଂ ଉତ୍ସବ।୧୪୬।

ଲକ୍ଷେକ ନୃପତିଂକି ଆଣିବେ ଦେବ ସାଧି

ୟେକୁଂ ୟେକେ ପାଣ୍ଡବେ ଅଟନ୍ତି ମହାଯୋଧୀ।୧୪୭।

ରାଜୁସି ଯାଗ ଦେବ ହୋଇବ ମହାସଭା

ସଜ ହୋଇଥାଅ ଆମ୍ଭେ ସମସ୍ତେହେଂ ଯିବା।୧୪୮।

ଶୁଣି ବଳରାମେ ହେଲେ ପରମ ସାନନ୍ଦ

ଦେଖିବା ଯୁଝେଷ୍ଠିଂକର ଉଚ୍ଛବ ସମ୍ପଦ ।୧୪୯।

ହରି ଲକ୍ଷେକ ନୃପତି ଆସିବେ କାହାର ବୋଲେ

ମହା ମହା ବଳବନ୍ତା ଅଛନ୍ତି ସନ୍ୟ ତାହାଂକର ତୁଲେ ।୧୫୦।

ଗୋବିନ୍ଦେ ବୋଇଲେ ଦେବ ରାଜାୟେ କେତେ ମାତ୍ର

ବିଭୀଷଣ ସହିତେ ଯେ ଆସିବେ ସମସ୍ତ ।୧୫୧।

ଭୋ ସ୍ୱାମୀ , ପାତାଳ ସ୍ୱର୍ଗୁଂ ଆସିବେ ବାସୁକି ନାଗରାଜା

ନାଗବଳନ୍ତ ଘେନି ସେ କରିବେ ପାଦ ପୂଜା।୧୫୨।

ଆକାଶୁଂ ଆସିବେ ଦେବ ସମସ୍ତ ଦିଗପାଳମାନେ

ବ୍ରହ୍ମାରୁଦ୍ର ଆଦି କରି ଆସିବେ ମଘବାନେ।୧୫୩।

ମେଘ ପବନ ଆଦିକରି ସମସ୍ତେହେଂ ଥିବେ ଖଟି

ୟେମନ୍ତ ସମ୍ପଦ ଦେବ ଅର୍ଜିବେ ଯୁଝେଷ୍ଠି ।୧୫୪।

ବଳରାମେ ବୋଇଲେ ହରି ବହନ ଚାଲ ଯିବା

କାହିଂ ହୋଇବ ୟେଡ଼େ ସମ୍ପଦ ସରୂପ ଦେଖିବା।୧୫୫।

ମାନଧାତା ଯଗ୍ୟଂକଲା ଶୁଣିଥିଲୁଂ ପୂର୍ବେ

ଯୁଝେଷ୍ଠି ରାଜୁସିଯଗ୍ୟଂ ବାବୁ ଦେଖିବାକ ୟେବେ।୧୫୬।

ଗୋବିନ୍ଦେ ବୋଇଲେ ସ୍ୱାମୀ ଚତୁର୍ମାସ୍ୟା ଅନ୍ତରେ

ସାତବଂଶ ସଂଗେ ଘେନି ବିଜେ କରିବା ବଳେବରେ ।୧୫୭।

ଅନେକ ମହିମାଂ ଦେବ ବଳରାମଂକର ଆଗେ କହି

ଦ୍ୱାରିକା ମହାରଣାନ୍ତ ସନ୍ନିଧ୍ୟେ ହକରାଇ ।୧୫୮।

ଦଶଲକ୍ଷ ସୁବର୍ଣ୍ଣର ନଉତ୍ତି ଦଶଲକ୍ଷ ତେଲାଉଣୀ

ଦଶଲକ୍ଷ ସୁବର୍ଣ୍ଣ କୋଡୋଇ ଦେବ ଆଣି।୧୫୯।

ଭଣ୍ଡାରୁ ପ୍ରସନ୍ନାଜିତ ଧନ ଦେଉଥିବ ଆଣି

ନିରନ୍ତରେ ନିର୍ବାଣ କରିବ ତୁମ୍ଭେ ପୁଣି ।୧୬୦।

ଦଶଲକ୍ଷ ମାଠିଆ ଯେ ଦଶଲକ୍ଷ ଗରିୟା

ରାଜାନ୍ତ ସ୍ରାହାନକୁ ହୋଇବ ବଦନ୍ତି ଜଗୁନାହା।୧୬୧।

ଦଶଲକ୍ଷ ସୁବର୍ଣ୍ଣର ନାଳୁଆ ଦଶଲକ୍ଷ ଝରୀ

ୟେ ଚତୁର୍ମାସ୍ୟା ଭିତରେ ସବୁନ୍ତି ଥିବ ହୋ ନିବାଡି।୧୬୨।

ସୁବର୍ଣ୍ଣର ଦେଉଡି ଦେବ ଶତେକ ମର୍ଭୁତ

ସୁବର୍ଣ୍ଣର ଦୀପ ଦେବ ଅଶି ଅହିବ୍ରତ ।୧୬୩।

ଅଶିଲକ୍ଷ ଦେବ ହୋ ସୁବର୍ଣ୍ଣର କୋପରା

ସୁବର୍ଣ୍ଣ ଦୀପକୁ ରୂଖା ହୋଇବ ଅଶି ଯେ ସାଗରା।୧୬୪।

ଅକ୍ରୂର ଅନାଧୃଷ୍ଟ ଉଦ୍ଧବ ଯେ ସାତ୍ତୁକୀ

ସେ ଘଟଣ ଯୋଗାଡମାନନ୍ତ ସବୁ ସେମାନେ ଥିବେ ରଖି ।୧୬୫।

ୟେକ ପଦାର୍ଥ ୟେଥୁଂ ଅନ୍ତର ହୋଇଲେ

ପ୍ରାଣେ କେହି ନ ବ୍ରତିବଟି ଯୁଝେଷ୍ଠି ଦେବଂକର କୋପକଲେ ।୧୬୬।

ଦ୍ୱାରିକାପୁରେ ଯେ ଅଛନ୍ତି ଗନ୍ଧକାରୀ

ଗନ୍ଧ ଜୁଆଦ ଦେବ କର୍ପୂର କସ୍ତୁରୀ ।୧୬୭।

ରାଜାକେ ତହିଂ ଶତେ ମାଢ ନିର୍ବାଣ କରିବ

ଷୋଳ ଦିବସକୁ ଷୋଳ ସଜ ଗୋଟିକେ ଦେବ।୧୬୮।

ୟେହିମତି କରି ଲକ୍ଷେ ରାଜାଂକୁ ଭିଆଇବ ।୧୬୯।

ସାତ୍ତୁକୀ ମୂଳେ ଗନ୍ଧ ଦେଉଥିବ ତୋଳାଇ

ଚିନାୟେକ ଊଣା ହୋଇଲେ ଯୁଝେଷ୍ଠିଂକର କୋପ ହୋଇ ।୧୭୦।

ଯଦି ଚିନାୟେକ ବାବୁ ତୁମ୍ଭେ ଊଣା ଯେ କରିବ

ଯୁଝେଷ୍ଠିଂକର କୋପେ ତୁମ୍ଭେ ସମସ୍ତେ ନାଶ ଯିବ।୧୭୧।

ଦ୍ୱାରିକାୟେ ଅଛନ୍ତି ଯେଉଂ ପାଟ ହାଥୀ ତନ୍ତୀ

ତାହାନ୍ତ ରାଇ ଆଗ୍ୟାଂ ଦିଅନ୍ତି ଶ୍ରୀପତି ।୧୭୨।

ପାଟ ପିତାମ୍ବରମାନ ଦେବ ରାଜାଗଣମାନଂକୁ

ଯେତେକ ଲାଗଇ ଷୋଳ ଦିବସକୁ ।୧୭୩।

ରାଜାଂକୁ ଦିନକରେ ଦେଉଥିବେ ଯାହାକୁ ଯେତେ ଲାଗି

ଭଣ୍ଡାରୁ ଧନ ମୋହୋର ଘେନିଯାଅ ଲେଖି ବେଗି।୧୭୪।

ଉଦ୍ଧବର ମୂଳେ ପାଟ ଲେଖି ଦେଉଥିବେ।୧୭୫।

ଯତ୍ନକରି ଦେବ ୟେହା ଚତୁର୍ମାସ୍ୟା ଭିତରେ

ନୋହିଲେ କୋପିବେଟି ଯୁଝେଷ୍ଠି ଠାକୁରେ।୧୭୬।

ତାହାନ୍ତ ଶାଢୀ ଦେଇ କହିଲେ ନାରାୟଣ

ଭଣ୍ଡାରୁ ଧନ ଲେଖି ଦେବାକୁ ଆଗ୍ୟାଂ ହୋଇଲା ଉଗ୍ରେସେନ ।୧୭୭।

ଦ୍ୱାରିକାରେ ଛନ୍ତି ଯେତେକ ହାଟୁଆ

ସମସ୍ତ ଭିଆଣକୁ ଆଗ୍ୟାଂଦିଲେ ଜଗୁନାହା।୧୭୮।

ରାଜୁସି ଯାଗକୁ ଯାହା ଯାହା ଲାଗିବ

ଜଣେ ଜଣେ ଆଗ୍ୟାଂ ଦିଅନ୍ତି ପଦ୍ମଲାଭ ।୧୭୯।

ସମସ୍ତ ସଞ୍ଚିତ ଭିଆଇବାକୁ ଦେବହରି

ରାତ୍ରେ ନିଦ୍ରା ନାହିଂ ଦେବ କ୍ଷୁଧା ତେଜ୍ୟା କରି।୧୮୦।

ମନେ ମନେ ଦେବ ଧାବନ୍ତି ଅତି ଖରେ

ଯେଉଂଠାରେ ଯାହା ଲୋଡା ଆଗ୍ୟାଂ ଦିଅନ୍ତି ଚକ୍ରଧରେ ।୧୮୧।

ଧନ୍ୟ ସେ ରାଜୁସି ଯଗ୍ୟଂ ଧନ୍ୟ ଧର୍ମରାୟେ

ଆପେ ଜଗନ୍ନାଥ ସଂଚିତ ଯାହା କୟେ ।୧୮୨।

ନାମ ଯୁଝେଷ୍ଠିଂକର ଭିଆଣ ଜଗନ୍ନାଥ

ତିନି ଭୁବନେ ନାହିଂ ରାଜୁସି ଯାଗ ଉଦିତ।୧୮୩।

ଦ୍ୱାରିକା ଭୁବନେ ଦେବ ୟେମାନେ ବେଗେ ସଞ୍ଚି

ଖଗେଶ୍ୱର ପିଠିରେ ବିଜୟେ ଶିରୀବତ୍ସି ।୧୮୪।

ତହୁଂ ବିଜୟେ କଲେ ଦେବ ଜନାର୍ଦ୍ଦନେ

ଘୃତ ସମୋଦ୍ରେ ଯାଇଂ ମିଳିଲେ ବହନେ ।୧୮୫।

ଘୃତ ଅଧିପତି ଯେ ଅଟଇ ଅମୃତାକ୍ଷ

ତାହାକଇଂ ରାଇ ଆଗ୍ୟାଂ ଦିଲେକ ଶ୍ରୀବତ୍ସ।୧୮୬।

ଅଶି ପଦ୍ମ ସେନାଂକୁ ସେ ଘେନିଣ ମେଘ ଦ୍ରୋଣ

ତୋ ତହୁଂ ଘୃତ ନେଉଥିବ ରାଜୁସି ଯାଗେଣ।୧୮୭।

ଶୁଣିଣ ପରମ ସାନନ୍ଦ ହୋଇଲା ବାରାନିଧି

ରାଜୁସି ଯଗ୍ୟେଂ ଖଟିଲେ ଆମ୍ଭର କାର୍ଯ୍ୟ ହୋଇବ ସିଦ୍ଧି ।୧୮୮।

ଘୃତ ସମୋଦ୍ରକୁ ଅକ୍ଷତ ଦିଲେ ଦେବରାଜେ

ତକ୍ଷଣେ ଜଗନ୍ନାଥେ ବଇନେତ୍ର ପିଠିରେ କଲେ ବିଜେ ।୧୮୯।

ରତ୍ନାକର ଭୁବନେ ବିଜୟେ ହୃଶିକେଶି

ଜଳଅନ୍ଧାର ପୁରେ ଦେବ ଯାଉଛନ୍ତି ପଶି ।୧୯୦।

ଦେଖିଲା ରତ୍ନାକର ଯେ ବଇନେତ୍ର ବାହାନେ

ଶ୍ରୀହସ୍ତେ ଅର୍ଘ୍ୟଘେନି ଆସି କଲାକ ଦ୍ରଶନେ।୧୯୧।

ଅନେକ ବିନୋୟୀ ଜଳାଧିବ ରାଜା

ଶ୍ରୀଜଗନ୍ନାଥଂକ ଚରଣେ କଲାକ ଦିବ୍ୟପୂଜା।୧୯୨।

ଗୋବିନ୍ଦେ ଆଗ୍ୟାଂଦିଲେ ଶୁଣସି ରତ୍ନାକର

ସୁବର୍ଣ୍ଣ ଯୋଗାଡମାନ କରତୁ ସମ୍ଭାର ।୧୯୩।

ୟେସନେକ ବଚନ ଶୁଣି ଦେବ ଜଳନିଧି

ତକ୍ଷଣେ ଫେଡିଲା ସେ ଭଣ୍ଡାର ବାରାନିଧି।୧୯୪।

ସତ୍ୟଯୁଗେ ଦେବତାୟେ ତାରକାର ଭୟେ

ବରୁଣ ତହିଂ ସୁବର୍ଣ୍ଣ ଯୋଗାଡମାନ ଥୋଇଲେ ଦେବତାୟେ ।୧୯୫।

ରତ୍ନାକର ସନ୍ନିଧ୍ୟେଣ କହନ୍ତି ବନମାଳୀ

ୟେ ରତ୍ନ ଯୋଗାଡ଼ମାନ କର ହୋ ହାଦେ ଝଳି।୧୯୬।

ଅନେକ ସାନନ୍ଦ ହୋଇ ଦେବ ଜଳାଧି ଜଳପତି

ଜଳଚରନ୍ତ ଘେନିଣ ସେ ନିର୍ମାଣ କରନ୍ତି ।୧୯୭।

ଗୋବିନ୍ଦେ ବୋଇଲେ ଚର୍ତୁମାସ୍ୟା ମହାଯଗ୍ୟଂ

ଦିନକୁ ଦିନ ରତ୍ନ ଯୋଗାଡ଼ ଦେଉଥିବି ସର୍ବ।୧୯୮।

ବାରାନିଧି ବୋଇଲା ପରମ ଭାଗ୍ୟ ଆମ୍ଭର

ରାଜୁସି ଯଗ୍ୟଂକୁ ଦେଉଥିବୁ ନିତ୍ୟେହେଂ ଯୋଗାଡ଼।୧୯୯।

ଅତ୍ୟନ୍ତ ପୁଣ୍ୟ ଯେହୁ ପୂର୍ବେ ଥିବ ଅର୍ଜି

ସେହି ସେ ଯୁଝେଷ୍ଠିଦେବଂକ ପାଦପଦ୍ମ ପୂଜି।୨୦୦।

ନାରାୟଣଂକ ଆଗ୍ୟାଂୟେ ଦେବ ରତ୍ନାକର

ନିର୍ବାଣ ଝଳି କରଇ ସେ ରତ୍ନ ଯୋଗାଡ଼ ।୨୦୧।

ତହୁଂ ବଇନେତ୍ର ପିଠିରେ ବିଜୟେ ଦେବହରି

ଚଳିଲେ ହୃଷିକେଶ ପାତାଳ ସ୍ୱର୍ଗପୁରୀ ।୨୦୨।

ହଟକେଶ୍ୱର ଭୁବନେ ଥାଇଂ ମୟ ଦାନବ

ତାହାର ପୁରେ ବିଜୟେ କଲେକ ବାସୁଦେବ।୨୦୩।

ବାରତା ପାଇଣ ସେ ବିଦ୍ୟା କେତୁର ନାତି

ସଙ୍ଗେ ଘେନିଲା ସେ ପଞ୍ଚବିଂଶ ପଦ୍ମ ରଥୀ।୨୦୪।

ଲକ୍ଷେ ଭାର ସୁବର୍ଣ୍ଣ ପାଣିଦ୍ରବ୍ୟ ଘେନିଣ ସେ ରାୟେ

ଶତ ସହସ୍ର ପ୍ରଣପତ୍ୟ ଜଗନ୍ନାଥଂକ ପଦ୍ମପାୟେ।୨୦୫।

ଆହୋ ମୟ ଦାନବ ରାଜୁସି ଯାଗ କରିବେ ଧର୍ମ ଯେ ଯୁଝେଷ୍ଠି

ରାଜୁସି ଯାଗକୁ ତୁ ଦେବୁ ମାୟାସଭା ଗୋଟି।୨୦୬।

ଅବାଡେ ଚିତ୍ରମାନ ଯେ ହୋଇବ ଲେଖନ

ଜଳେ ସ୍ଫଟିକ ହୋଇଥିବ ୟେକବର୍ଣ୍ଣ ।୨୦୭।

ଜଳରେ ସ୍ଥଳ ହୋଇବ ସ୍ଥଳେଣ ହୋଇବ ଜଳ

ଶୂନ୍ୟେଣ ଖମ୍ବ ହୋଇବ ଶୂନ୍ୟେଣ ହୋଇବ ଚାଳ।୨୦୮।

ଶତ୍ରୁ ଖଳ କଣ୍ଟକ ହୋଇବ ସଭାର ନାମ

ଶୂନ୍ୟେଣ ତେର ପାବଚ୍ଛ ହୋଇବ ଉତକର୍ମ।୨୦୯।

ଯୁଝେଷ୍ଠିଦେବ ଠାକୁରଂକୁ ଯେ ହୋଇବ ଭଗତା

ସେହି ସେ ସଭାରେ ବସିବାକୁ ହୋଇବ ମହାଗ୍ୟାଂତା ।୨୧୦।

ଯୁଝେଷ୍ଠି ଦେବଂକୁ ଯେ ହୋଇବାକ ରିପୁ

ତାହାଂକୁ ଅଦୃଶ୍ୟ ହୋଇବ ସଭାର ବପୁ ।୨୧୧।

ୟେସନେକ କୂଟ ଯେ କହିଲେ ବାସୁଦେବ

ଶୁଣିଣ ସନମତ ଯେ କଲା ମୟେ ଦାନେବ।୨୧୨।

ତୋହୋର ବଚନ ଦେବ ଅଟଇ ଅଲଂଘିତ

ଶତ୍ରୁ ଖଳ କଣ୍ଟକ ସଭା ମୁଂ କରିବଇଂ ଜାତ।୨୧୩।

ମୟ ଦାନବକୁ ସନମତ କରାଇଣ ନାରାୟଣ

ଲକ୍ଷେ ରାଜାଂକୁ ଦେବୁ ତୁ ରତ୍ନ ଆବରଣ।୨୧୪।

ତାତ ଝୁମ୍ପା ସରଳ ବାହୁଟି ଜଗଦଳା

ଶିରକୁ ସୀମଛିନୀ ହୃଦକୁ ରତ୍ନମାଳା |୨୧୫|

ରତ୍ନ ଆଭରଣ ଦେବୁ ରାଜାଗଣମାନଂକୁ

ଯେତେକ ଲାଗଇ ଦେବୁ ରାଜୁସିଯାଗ ସଭାକୁ|୨୧୬|

ୟେସନେକ ଆଗ୍ୟାଂ ତାକୁ ଦିଲେ ଦେବହରି

ଶୁଣି ମୟ ଦାନବ ତା ସନମତ କରି |୨୧୭|

ପାତାଳେ ଅଛନ୍ତି ତୋର ଯେତେକ ସଇନି

ସଭା ସରିତେ ଯିବୁ ରତ୍ନମାନ ଘେନି |୨୧୮|

ଅକ୍ଷତ ଗୁଆ ତାକୁ ଘେନାଇ ଦାମୋଦର

ବିଜୟେ ଜଗୁମୋହନ ବଇନେତ୍ର ପିଠିର |୨୧୯|

ପାତାଳୁଂ ବାହାର ହୋଇ ଦେବ ଯେ ଅନନ୍ତ

ଆକାଶେ ବିଜୟେ ଯାଇଂ କଲେ ଜଗନ୍ନାଥ|୨୨୦|

ଆସିଣ ଦ୍ରଶନ କଲାକ ବିଶ୍ଵକର୍ମା

ସଭାୟେକ ଦେଖାଇଲା ତାକୁଲ୍ୟ ସୁଧର୍ମା|୧୨୧|

ଦ୍ଵାଦଶଯୋଜନ ସେ ଆୟେତନ ସ୍ଥଳୀ

ସୁବର୍ଣ୍ଣ କମ ଉପରେ ଅଷ୍ଟରତ୍ନମଣି ଝଳି |୨୨୨|

ତିମିର ବିଦାରଣ ବିରଜଇ ରତ୍ନମଣି

ଆଦିତ୍ୟ ଉଦୟ ପ୍ରାୟେ ଦିଶଇ ରୟେଣୀ|୨୨୩|

ଚାରି ଦିବକଇଂ ସେ କମ ଦିଶଇ ଆଶ୍ରିଜ

ଦେଖିଣ ସାନନ୍ଦ ଯେ ହୋଇଲେ ଦେବରାଜ|୨୨୪|

ସୁବର୍ଣ୍ଣର ସ୍ତମ୍ଭ ଆଉ ସୁବର୍ଣ୍ଣର ଶେଣୀ

ସୁବର୍ଣ୍ଣର ଓରା ଅଷ୍ଟରତ୍ନେ ଖଞ୍ଜଣୀ |୨୨୫|

ଲକ୍ଷେକ କୋଟି ଯେ ଅଛଇ ନନ୍ଦାବର୍ତ୍ତ

ବ୍ରହ୍ମାଣ୍ଡ ଝଲକଇ ଜାଣି ତେଜ ଯେ ଆଦିତ୍ୟ|୨୨୬|

ଯେବଣ ଆଗ୍ୟାଂ ଦେଇଛନ୍ତି ଦେବହରି

ଦେବଂକୁ ଅସମ୍ଭବ ସେ ସଭା ନିର୍ମାଣ କରି|୨୨୭|

ସାତପଦ୍ମ ବିନ୍ଧାଣି ଲାଗି ଅଛନ୍ତି ଅନୁବ୍ରତେ

ପୀଢ ଘଟଣ କରିଅଛନ୍ତି ଯଏ ଅନେକ ଭଷତେ|୨୨୮|

ତିନିକାଠି ଉତ୍ସର୍ଗ ଯେ ଦ୍ଵାଦଶଯୋଜନ ସ୍ଥଳୀ

ସ୍ପଟିକର ପାବଚ୍ଛ ମର୍କତ ଶୁଦ୍ଧଶାଳୀ |୨୨୯|

ଚଉବିଂଶ ପାବଚ୍ଛ ଯେ ନୀଳାୟେ ନିର୍ମିତ

ଦେଖିଣ ହରଷ ଯେ ହୋଇଲେ ପ୍ରଭୁ ଜଗନ୍ନାଥ|୨୩୦|

ଆପଣେ ବିଶ୍ଵକର୍ମା ରୂପ ଧରିଣ ଦେବହରି

କମିଲା ପଟଳ ଘେନିଣ ଦେବ ନିର୍ମାଣ ସେ କରି|୨୩୧|

ଯେବଣ ଠାବରେ କମ ମନକୁ ନ ମିଳି

ଆପଣେ ଲେଖନ କଲେ ଦେବ ବନମାଳୀ|୨୩୨|

ୟେସନେକ ନିର୍ମାଣ ଯଏ କଲେ ବିଶ୍ଵକର୍ମା

ୟେ ସଭା ଦେଖି ପ୍ରଶଂସା କରିବେ ବେଦବ୍ରହ୍ମା|୨୩୩|

କୁବେରକୁ ହକାରି ଯେ ବଦୟନ୍ତି ଅଚ୍ୟୁତ

ଧନକୁ ବିକୃତ କିଛି ନ ଧରିବୁ ଚିତ୍ତ |୨୩୪|

ଯେତକ ଧନ ଲାଗଇ ରାଜୁସି ଯାଗ ସଭାକୁ

ସଂଚେପ କରି ଦେବୁ ଯେ ବିଶ୍ଵକର୍ମାକୁ |୨୩୫|

ନାରାୟଣଂକ ବଚନେ ବୋଲଇ ଧନପତି

ତୋହୋର ଭଣ୍ଡାର ସିନା ସଂଚିତ ଶ୍ରୀପତି|୨୩୬|

ଅଳକା ଭୁବନୁ ବିଜେକଲେ ଲକ୍ଷ୍ମୀପତି

ଅମର ଭୁବନେ ଦେବ ବିଜେ କଲେକ ତିଡିତି|୨୩୭|

ଆସ୍ତାନ ତେଜିଣ ଯେ ଉଠିଲେ ଦେବରାଜା

ଶ୍ରୀ ଜଗନ୍ନାଥଂକ ପାଦପଦ୍ମ କଲେକ ଦିବ୍ୟପୂଜା|୨୩୮|

ନାରାୟଣ ବୋଇଲେ ଶୁଣ ହୋ ମଘବାନ

ଯୁଝେଷ୍ଠିଦେବ କରିବେ ରାଜୁସି ଯାଗ ବିଧାନ|୨୩୯|

ଯେ ତୋହୋର ଅମରାବତୀ ଯେ ସ୍ଵର୍ଗ ଭୁବନୁଂ

ମେଞ୍ଜନ ଯୋଗାଡ ଦେଉଥିବୁ ତୋଟା ନନ୍ଦନ ବନୁଂ |୨୪୦|

ଆମ୍ବ ପଣସ ଆଉ କଦଳୀ ନଟୀକାଳ

ଟଭା ନେମ୍ବାଉ ଜମ୍ବିଳ ମଧୁର କଣ୍ଟାହୁଳ ଫଳ।୨୪୧।

ଦାରକ୍ଷ କଇଥ ନାନା ଅପୂର୍ବ ଯେ ଦ୍ରବ୍ୟ

ଯତ୍ନ କରି ସଞ୍ଚିତ ୟେହା କରାଅ ବାସିବ ।୨୪୨।

ତୋହୋର ତୋଟାଳନ୍ତ ଯେ ତିଆରି ଦୃଢ଼ କରି

ଆଜହୁଂ ଫଳମାନନ୍ତ ତୁ ନ କରିବୁ ଉଜାଡି।୨୪୩।

ଆକାଶ ଗଙ୍ଗାୟେ ଯେ ଲାଗିଥିବ ନାବ

ନାବେ ପୁରେଇଂ ତୁ ଦେଉଥିବୁ ବାସେବ ।୨୪୪।

ସେ ଗଙ୍ଗା ଅଛନ୍ତି ଇନ୍ଦ୍ର ପ୍ରଶସ୍ତେ ଯେ ଲାଗି

ପୂରୋଇଂ ଦେଉଥିଲେ ନାବ ଲାଗିବ ଯାଇଂ ବେଗି ବେଗି ।୨୪୫।

ତୋହୋର ନନ୍ଦନ ବନର ଫଳ ଫୁଲୁରି ଯେ ମାନ

ତେବେ ଅଣ୍ଟିବ ନା ସକଳ ଥାଠ ସନ୍ୟ ।୨୪୬।

ଆହୋ ତୋହୋର ଅର୍ଜିଲା ସେ ଅଟନ୍ତି ପାଣ୍ଡବ

ତୋତେହେଂ ତହିଂ ଅନେକ ଧର୍ମହିଂ ହୋଇବ।୨୪୭।

ଇନ୍ଦ୍ର ଦେବତା ବୋଇଲା ହରି ଯେ ତୋହୋର ଆଗ୍ୟାଂ

କାହାର ବେଳେ ତାହା କରି ପାରିବ ଅବଗ୍ୟାଂ।୨୪୮।

ବିଦ୍ୟାଧରମାନେ ମୋର ଅଛନ୍ତି ଛପନ ଯେ କୋଟି

ସମସ୍ତ ଘେନିଥିବି ରାଜୁସି ଯାଗେ ଖଟି ।୨୪୯।

ଆଗ୍ୟାଂ ଦେଇଣ ସେ ବିଜୟେ ବାସୁଦେବ

ପଛେଣ ପୁଷ୍ୟେକ ଚଢି ଗୋଡାନ୍ତି ବାସବ।୨୫୦।

ଇନ୍ଦ୍ର ଗୋବିନ୍ଦ ଯେ ତହୁଂ ଚଳନ୍ତି ତୋଷମାନେ

ପ୍ରବେଶ ହୋଇଲେ ଯାଇଂ ନନ୍ଦନ ନାମେ ବନେ।୨୫୧।

ଦେଖନ୍ତି ତୋଟା ଯେ ମେରୁ ସମାନେ ସ୍ଥଳୀ

ଶତେ ତିରିଶ ଯୋଜନା ଅଟଇ ଉଗୁଳି ।୨୫୨।

ସୁବର୍ଣ୍ଣର ପାଚେରୀ ଯେ ଷାଠିୟେ ତାଳ ଉଚ୍ଚ

ତିରିଶ ତାଳ ଓସ୍ତାର ବିସ୍ତାର ସୁସଞ୍ଚ ।୨୫୩।

ଗଗନ ଶିଖରେ ଲାଗିଅଛି ବୃକ୍ଷ ଶିଖ

ଫଳଭରେ ଭୂମିରେ ଲାଗୁଅଛି ବୃକ୍ଷଂକର ଶାଖ।୨୫୪।

ପାଚିଣ ଫକୁଫଳ ପଡୁଛନ୍ତି ଭୂମି

ଦେଖି ପ୍ରଶଂସା କରନ୍ତି ଇନ୍ଦ୍ର ଗୋବିନ୍ଦ ବେନି ସ୍ୱାମୀ।୨୫୫।

ଇନ୍ଦ୍ର ବିଚାରଇ ଯେ ନନ୍ଦନ ବନ ଦେଖି

ଯୁଝେଷ୍ଠିଦେବଂକ ଯାଗକୁ ହୋ ୟେହା ସଞ୍ଚିଥିଲି ରଖି ।୨୫୬।

ଜୟ ତୁ ଭଗବାନ ୟେ ତୋହୋର ଚରିତ

ଅତି ମାୟାୟେଣ ତୁ ମାୟାଧର ଚକ୍ରହସ୍ତ ।୨୫୭।

ତୁ ସେ ସଚରାଚର ପାଳନ୍ତା ଶ୍ରୀବତ୍ସି

ଗତ ଆଗତ ଦେବ ଯେ ସବୁ ଅଛୁ ସଞ୍ଚି ।୨୫୮।

ଆପଣେ ଶ୍ରୀହସ୍ତରେ ଦେବ ଯେ ରତ୍ନମାଳା ଧରି

ତୋଟାଳିୟାନ୍ତ ଦେବ ଶ୍ରୀକରେ ଦିଲେ ଶାଢୀ।୨୫୯।

ସମସ୍ତ ଫଳ ସୁବିଧାନେ କରସି ରକ୍ଷା

ରାଜୁସି ଯାଗ ସରିଲେ ପୂରୋଇବି ତୁମ ମନବାଞ୍ଛା।୨୬୦।

ନାରାୟଣଂକ ବଚନେ ସକଳ ଗନ୍ଧର୍ବେ

ଅନେକ ପୂଜା ସେହୁ କରନ୍ତି ବାସୁଦେବ ।୨୬୧।

ଇନ୍ଦ୍ର ଗୋବିନ୍ଦ ତୁମ୍ଭେ ତିନିଲୋକ ଆଧିପତି

ଆମ୍ଭେମାନେ ସମସ୍ତେ ତୁମ୍ଭର ବଶ୍ୟବୃତ୍ତି ।୨୬୨।

ଯେତେକ ଫଳ ପୁଷ୍ୟ ଯୋଗାଡ ଲାଗଇ ରାଜୁସି ଯାଗ ସଭାକୁ

ନାବମାତ୍ର ସ୍ୱାମୀ ପଠିଆଇବା ୟେହି ନନ୍ଦନ ବନକୁ ।୨୬୩।

ନାରାୟଣ ବୋଇଲେ ହେ କଇବର୍ତ୍ତ ନିଷାଦ ଆଧିପତି

ସାତପଦ୍ମ ନାବ ଘେନି ବାହୁଥିବେ ଦିବାରାତି।୨୬୪।

ନିରାଧାର ଆଗ୍ୟାଂ ସ୍ୱାମୀ ଦିଲେ ଜନାର୍ଦ୍ଦନ

ବିଜୟେ ଜଗମୋହନ ଖଗେଶ୍ୱର ବାହନ।୨୬୫।

ଇନ୍ଦ୍ର ଦେବତାନ୍ତ ବଦନ୍ତି ଦେବରାଜ

ଦେବାଙ୍ଗ ବସ୍ର ଦେବୁ ଯେମନ୍ତେ ହୋଇବ କାର୍ଯ୍ୟ।୨୬୬।

ସୁବର୍ଣ୍ଣ ଯୋଗାଡନ୍ତ ଯେତେ ଲାଗଇ ଦେବରାୟେ

ଚିତ୍ରସେନ ଦେଉଥିବ ରାଜୁସି ଯାଗ ସଭାୟେ।୨୬୭।

ସୁରେଶ୍ୱରେ ନିମନ୍ତ୍ରଣ କରି ଦେବ ଅଚ୍ୟୁତ

ନିଷାଦ ରାଜ୍ୟେ ଯାଇଂ ବିଜୟେ ଜଗନ୍ନାଥ।୨୬୮।

କଇବ୍ରତ ନୃପତି ଦେଖି କଲାକ ଅନେକ ପୂଜା

କିସ ଅର୍ଥେ ବିଜେ ସ୍ୱାମୀ ଦେବାଧି ଦେବରାଜା।୨୬୯।

ବଦୟନ୍ତି ଜନାର୍ଦ୍ଦନ ଶୁଣ କଇବ୍ରତ ରାୟେ ଶ୍ରେଶ୍ଠ

ରାଜୁସି ଯାଗ ସଭା ଆସି ହୋଇଲାନି ନିକଟ।୨୭୦।

ନାବମାନ ସଞ୍ଚିତ କଲୁକି ହୋ କଇବ୍ରତ

ନନ୍ଦନ ବନ ହାଦେ ଦିଲାକ ପୁରୁହୂତ ।୨୭୧।

ନିଷାଦ ବୋଇଲା ସ୍ୱାମୀ ଦେଖ ବନମାଳୀ

ପଞ୍ଚବିଂଶ ମର୍ଭୁତ ନାବ ମୁଂ ଅଛଇ ବଟାଳି।୨୭୨।

ଆହୁରି କେତେ ନାବ କରିବି ନିରିମାଣ

ରାଜୁସି ଯାଗ ସଭାକୁ ଯେତେ ଅଣ୍ଟଇ ସେ ଜାଣ।୨୭୩।

ଦିବାରାତ୍ରେ ବାହୁଥିବୁ ନନ୍ଦନ ବନକୁ

ଧାତିକାରେ ଲାଗୁଥିବ ଇନ୍ଦ୍ରପଶସ୍ତ ଭୁବନକୁ।୨୭୪।

ନିଷାଦକୁ ଆଗ୍ୟାଂଦେଇ ଚଳିଲେ ହୃଷୀକେଶ

ବାରୁଣାବନ୍ତେ ଯାଇଂ ହୋଇଲେ ପ୍ରବେଶ।୨୭୫।

ଦେଖିଲେ କିରାତ ରାଜା ବନର ନୃପମଣି

ଅନେକ ପୂଜାବିଧି କଲାକ ଦେବ ଚକ୍ରପାଣି।୨୭୬।

ବଦୟନ୍ତି କେଶବ ତୁ ଶୁଣହୋ କିରାତ

ବନକାଠମାନ ଚାଲ ଦେଖିବା ସମସ୍ତ ।୨୭୭।

କମିଲା ଲାଗିଛନ୍ତି ଅନେକ ବିନ୍ଧାଣୀ

ଅଶ୍ୱଶାଳ ଗଜଶାଳ ଦେଖିଲେ ଚକ୍ରପାଣି ।୨୭୮।

ତାଡ ତୋଢର ଯେ ସରଳ ରତ୍ନମାଳା

ଶ୍ରୀହସ୍ତେ ଶାଢୀ ଦିଲେ ଦେବକୀର ବଳା ।୨୭୯।

 

ରାଜାମାନଙ୍କୁ ନିମନ୍ତ୍ରଣାର୍ଥେ ଭୀମ , ଅର୍ଜୁନ , ନକୁଳ , ସହଦେବ ଚାରି ଭାଇଙ୍କୁ ଚାରି ଦିଗକୁ ଯିବାକୁ ଶ୍ରୀକୃଷ୍ଣଙ୍କର ଆଦେଶ

ତହୁଂ ବିଜେକରି ଦେବ ଶିରୀପତି

ହସ୍ତିନା ଭୁବନେ ଯାଇଂ ବିଜୟେ ତତକ୍ଷଣାନ୍ତି।୧।

ଆସ୍ତାନେ ବିଜୟେ କରିଛନ୍ତି କୁରୁପତି

ଭୀଷ୍ମ ଦ୍ରୋଣ କୃପା ଶଲ୍ୟ କର୍ଣ୍ଣ ମହାରଥୀ।୨।

ବିଜୟେ ଧର୍ମସୁତ ଭୀମ ଅର୍ଜୁନ ନକୁଳ ସହଦେବ

ଆସ୍ତାନରେ ବିଜୟେ ଯେ ଋଷିମାନ ସର୍ବ।୩।

ଜଗନ୍ନାଥଂକୁ ଦେଖି ଆସ୍ତାନୁ ଉଠିଲେ ସର୍ବରାଜା

ନାରାୟଣଂକୁ ପଦ୍ମପାଦେ କଲେ ସର୍ବ ପୂଜା।୪।

ଆସ୍ତାନେ ବିଜୟେ ଯାଇଂ ଦେବ ଦଇତାରି

କୁଶଳ ବାରତା ଯେ ପଚାରନ୍ତି ଶ୍ରୀହରି ।୫।

ଯୁଝେଷ୍ଠିଦେବେ ବୋଇଲେ ଶୁଣ ହୋ ଶ୍ରୀବତ୍ସ

ପିତାଂକ ବ୍ରହ୍ମହତ୍ୟା ଦୋଷ ନାରଦେ କହିଲେ ପ୍ରତକ୍ଷ ।୬।

ରାଜୁସି ଯାଗ ହରି କରିବା ନିମନ୍ତେ

ଜରାସନ୍ଧ ବଧ କରାଇଲୁ ଯେବଣ କାର୍ଯ୍ୟ ଅର୍ଥେ।୭।

ତହିଂକି କେବଣ ଚରିତ କଲୁ ଯେ ଭିଆଣ

ୟେ ମୋହୋର ବଚନ ହରି ସାବଧାନେ ଶୁଣ।୮।

ସ୍ୱାମୀ ପ୍ରାଗେ ଝାସ ଦେବି ମୁଂ ପିତାର ନିମନ୍ତେ

ନୋହିଲେ ଭାଇନ୍ତ ଘେନି ମୁଂ ଗମିବି ସର୍ବ ତୀର୍ଥେ।୯।

ଗୋବିନ୍ଦେ ବୋଇଲେ ଦେବ ରାଜୁସି ଯାଗ କରିବା

କିସ ନିମନ୍ତେ ଯାଗ ଛାଡି କରିବ ତୀର୍ଥକଇଂ ସେବା ।୧୦।

ଯୁଝେଷ୍ଠି ବୋଇଲେ ତୁ ନିଚିନ୍ତ ହୋଇଲୁ ଶ୍ରୀବତ୍ସି

ମହାଯାଗ ସଭାକୁ ଦେବ କିଛିହିଂ ନ ସଞ୍ଚି।୧୧।

ଜଗନ୍ନାଥେ ବୋଇଲେ ଦେବ ସେ କଥାକୁ ନକର ଚିନ୍ତା

ମୁହିଂ ସେ ସକଳ ଦେବ ଭିଆଣ କରନ୍ତା ।୧୨।

ଯାହାର ଆଗ୍ୟାଂୟେ ଦେବ ସଚରାଚର ବ୍ରତି

ମୁହିଂ କିଞ୍ଚିତ ପ୍ରାୟେ ମଣଇ ରାଜୁସିଯାଗ ପ୍ରତି।୧୩।

ଚାରି ଦିଗକଇଂ ୟେବେ ଦୂତ ବରଗାଇ

ରାଜାଗଣମାନନ୍ତ ଆଣିମା ନିମନ୍ତାଇ ।୧୪।

ଚାରି ଦିଗକୁ ଦେବ ବରଗିବା ଦୂତ

ଧାର୍ମିକ ଦେଖି ଚାରିଜଣ କରିବା ସଞ୍ଚିତ ।୧୫।

ଯୁଝେଷ୍ଠିଦେବେ ବୋଇଲେ ଶୁଣିମା ଚକ୍ରଧାରୀ

ବିଚାର କରି ଦେବ ପେଷ ଯେ ଜଣ ଚାରି।୧୬।

ନାରାୟଣେ ବୋଇଲେ ହୋ ତୋହୋର ସହୋଦରେ

ତାହାଂକର ଗଲେ ରାଜାମାନେ ସାଧ୍ୟ ହୋଇବେ ସର୍ବପୁରେ ।୧୭।

ପଛିମ ଦିଗକୁ ସ୍ୱମୀ ଭୀମସେନ ଯାନ୍ତୁ

ଉତ୍ତରେ ଅର୍ଜୁନ ଯାଇଂ ରାଜାମାନନ୍ତ ନିମନ୍ତୁ।୧୮।

ଦକ୍ଷିଣେ ନକୁଳ ଯାଉ ପୂର୍ବେ ସହଦେବ

ୟେହାଂକର ଗଲେ ଯେ ଚାରିଦିଗ ସାଧ୍ୟ ହୋଇବ।୧୯।

ଯୁଝେଷ୍ଠି ବୋଇଲେ ତୁ ବିଚାର ଅଚ୍ୟୁତ

ମୋହୋର ବିଚାରକୁ ନ ଯୋଗାଇ ୟେମନ୍ତ।୨୦।

ଭୀମ ଅର୍ଜୁନ ଯାଆନ୍ତୁ ଦେଶ ନିମନ୍ତ୍ରିଣ

ନକୁଳ ସହଦେବ ଅଟନ୍ତି ଦେବ ସାନ ।୨୧।

ତାହାଂକର ବୋଲେ କି ସାଧ୍ୟ ହୋଇବେ ରାଜାମାନେ

ୟେହୁ ନ ଯିବେ ବୋଲନ୍ତି ଯୁଝେଷ୍ଠି ରାଜନେ।୨୨।

ସ୍ୱାମୀ ଯେଉଂଣ ଦିନେ ମାଦ୍ରୀଦେବୀ ପ୍ରାଣତ୍ୟାଜ ହୋଇଲେ

ବାଳୁତ ପୁତ୍ର ଦୁଇଗୋଟି ମୋତେ ସମର୍ପିଲେ।୨୩।

କେମନ୍ତେ ଦୂରାନ୍ତରେ ପଠିଆଇବି ଦେଖନ୍ତେ

ସୁକୁମାର ବାଳୁତ ସେ ଅଟନ୍ତି ବେନି ଭ୍ରାଥେ।୨୪।

ରାଜୁସି ଯାଗ ହରି ନୋହୁ ମୋର ପଛେ

ତାହାନ୍ତ ପଠିଆଇ ମୁହିଂ ନୁଆରିବି ଶ୍ରୀବତ୍ସେ ।୨୫।

ଜଗନ୍ନାଥେ ବୋଇଲେ ସାଧୁ ସାଧୁ ତୋହୋର ଧର୍ମ

କେବଣ ସାଧବୀ ତୋତେ କଲାକ ଜନମ।୨୬।

ଅନେକ ପ୍ରଶଂସା ଯେ କରନ୍ତି ଦେବହରି

ଆପଣାର ସୋଦରନ୍ତ ଉପେକ୍ଷା ଦେବ କରି।୨୭।

ସାବତ ଭ୍ରାଥନ୍ତ ସୋଦ୍ରିମାପଣ ତୋର ଗୁଣ

ଅନାସ୍ତ ବନ୍ଧୁ ଦେବ ଅକାରଣକଇଂ କାରଣ ।୨୮।

ପଚ୍ଛିମେ ବସନ୍ତି ଦେବ ଦୁଷ୍ଟ ରାଜାମାନେ

ତାହାନ୍ତ ସାଧ୍ୟ କରିବ ପବନର ନାନେ ।୨୯।

ଉତ୍ତରେ ବସନ୍ତି ରାଜା ମହା ମହା ପ୍ରତାପୀ

ଅର୍ଜୁନର ନାମେ ସେ ଶଂକା କରିବେ ସର୍ବସ୍ଥାପି।୩୦।

ସ୍ୱାମୀ ପୂର୍ବେ ଦିଗେ ବସନ୍ତି ଯେତେକ ନୃପତି

ଧାର୍ମିକ ବିବେକ ସେ ଦୃଭାର ନୁହନ୍ତି ।୩୧।

ସହଦେବ ବୋଲେ ସେ ସମସ୍ତେ ହେବେ ସାଧି

ଯେ ଦୁଷ୍ଟ ହୋଇବ ତାହାନ୍ତ ଚକ୍ରେ ମୁଂ ପକାଇବି ଛେଦି ।୩୨।

ଦକ୍ଷିଣେ ବସନ୍ତି ଦେବ ଯେତେକ ନୃପତି

ଦେବତା ବ୍ରାହ୍ମଣେ ପୂଜା ଦୁଷ୍ଟ ସେ ନୋହନ୍ତି।୩୩।

ସ୍ୱାମୀ ଯେ ଅବା ସାଧ୍ୟ ନୋହଇ ନକୁଳ କୁମାରକୁ

ଅବଶ୍ୟ ପ୍ରାଣେ ମୁଂ ନାଶ କରିବଇଂ ତାହାକୁ।୩୪।

ଆପଣେ ଶ୍ରୀହସ୍ତେ ଶାଢୀ ଦିଲେକ ଭୀମସେନକୁ

ତୁମ୍ଭେ ବିଜେକରି ଯାଅ ପଛିମ ଦିଗକୁ ।୩୫।

ଦୁଇଊଣା ପଞ୍ଚାଶ ସହସ୍ର ରାଜା ବସନ୍ତି ପଛିମ ଦିଗେ

ବିନା ସାଂଗ୍ରାମେ ସେ ସାଧ୍ୟ ନୋହନ୍ତି କେଉଂଣ ବାଗେ ।୩୬।

ଯେଉଂଣ ରାଜା ହାଦେ ହୋଇବ ଅସାଧି

ସନ୍ୟ ନାଶକରି ଆଣି ମୁଂ ତାହାକଇଂ ବାନ୍ଧି।୩୭।

ଅନେକ ଦୋଷକଲେ ନାଶ ନ କରିବୁ ନୃପତି

ୟେମନ୍ତ ଚାରିଊଣା ଲକ୍ଷେକ ରାଜା ଅଛନ୍ତି ନା ପୃଥୀ ।୩୮।

ଯେବଣ ନୃପତି ଅବା ମାରିବୁ ସମର

ଥାଠ ସନ୍ୟ ଆଦିକରି ହୋଇବ ସୁବର୍ଣ୍ଣର ।୩୯।

ଦୃଭାର ଦୁଷ୍ଟ ପ୍ରକୃତି ଅଟୁ ତୁ ରେ ଭୀମା

ରାଜାୟେ ଅନେକ ଦୋଷ କଲେ କରିବୁଟି କ୍ଷମା।୪୦।

ଆହୋ ଆଶ୍ୱୀନ ଶୁକଳପକ୍ଷ ଦଶମୀର ଦିନ

ଚନ୍ଦ୍ରବାର ଶ୍ରବଣା ନକ୍ଷତ୍ର ବିଦ୍ୟମାନ ।୪୧।

ଧୃତି ନାମେ ଯୋଗ ତତୁଲ୍ୟ ନାମେ କରଣ

ତାର ଚନ୍ଦ୍ର ଅମୃତ ଯୋଗରେ ଘଟଣ ।୪୨।

ସପତମେ ଶନୋଇଶ୍ଚର ୟେକାଦଶେ ବୃହସ୍ପତି

ସ୍ୱାତୀ ତୁଳ ରାଶିକି ସୁବିଧାନେ ଯୋଗ ପ୍ରୀତି।୪୩।

ଦିଗ ଅନକୂଳେ ଯେ ମାହେନ୍ଦ୍ର ଯୋଗ ଲଗ୍ନେ

ଈଶାନେ ମହାଲକ୍ଷ୍ମୀ ଯେ ମଗର ବାହନେ।୪୪।

ମାହେନ୍ଦ୍ର ଯୋଗବେଳେ ଯେ କଲେକ ଅନକୂଳ

ପଛିମ ଦିଗେ ମାରୁତି ଚଳଇ ସର୍ବ ମଙ୍ଗଳ।୪୫।

ସୁବିଧାନେ ଯାତ୍ରା ଯେ ଶୁଭ ତିଥିର ଲଗ୍ନେ

ଇନ୍ଦ୍ରପ୍ରଶସ୍ତରୁ ଭୀମସେନ ବାହାର ପରସ୍ତାନେ।୪୬।

ଜୟଶଙ୍ଖ ଧୁନି ଯେ ବିପ୍ରେ ବେଦଧୁନି

ଗ୍ରହ ପୁତ୍ରେ ଯେ ମଙ୍ଗଳ ଅଷ୍ଟକ ବଖାଣି ।୪୭।

ସହସ୍ରେକ ରଥ ଚାରି ସହସ୍ରେ ମତ୍ତହାଥୀ

ଅହିବ୍ରତେକ ଅଶ୍ୱ ଦଶଲକ୍ଷ ପାଦାନ୍ତି ।୪୮।

ଅହିବ୍ରତେକ ବୀରତୂର ବୀରକାହାଳୀ ବୀରଦାଉଣ୍ଡି

ଅଷ୍ଟରତ୍ନେ ଆଭରଣ ରଥ ଗଜ ଅଶ୍ୱ ମଣ୍ଡି।୪୯।

ପାଟଛତ୍ର ଆଲମ୍ବ ମୟୂର ଝାଲି ଛତା

ତିନିକୋଶ ମାଡି ଚଳଂଇ ନ ଯାଇ ଗଣିତା।୫୦।

ଯମୁନା ନଦୀ ପାର ହୋଇଲେ ସୁବିଧାନେ

ଗୋଡାଇ ତିଆରନ୍ତି ହରି ବଇନେତ୍ର ବାହନେ।୫୧।

ଆହୋ ଭୀମସେନ ରାଜ୍ୟକୁ ନ ପଶି ଆଗେ ବରଗିବୁ ଦେଶାଉର

ରାଜାମାନନ୍ତ ବାରତା କରିବେ ପଛିମେ ବିଜୟେ ବ୍ରିକୋଦର ।୫୨।

ଜରାସନ୍ଧକୁ ବଧହିଂ କଲୁ ପଛିମ ଦିଗେ

ରାଜାମାନେ ତୋତେ ଜାଣି ଅଛନ୍ତି ଭୂଅଭାଗେ।୫୩।

ନଉ ଦିବସକୁ ତୁମ୍ଭର ସମସ୍ତ କରିବ ବରଣ

ପଞ୍ଚାଶସହସ୍ର ରାଜା ସାଧ୍ୟକରି ବେଗେ ଆଣ।୫୪।

ମକର ମାସ ଶୁକଳ ପକ୍ଷ ଅର୍କବାର ରେବତୀ

ସେଦିନ ଯାଗ ହେବଟି ପ୍ରଥମ ଆହୁତି ।୫୫।

ରାଜାନ୍ତ ଘେନି ଆସିବୁଂ ନଉ ଯେ ଦିବସେ

ନୋହିଲେ ଚକ୍ରମାରି ଶିର ଛେଦିବି ଯୁଝେଷ୍ଠିଦେବଂକ ଆଦେଶେ ।୫୬।

ଆହୋ ଭୀମ ଦୁଇଗୁଣା ପାଞ୍ଚସହସ୍ର ନୃପତି

ୟେହାନ୍ତ ସଭାରେ ଗଣିତା ଆଣି ଦେବୁଟି ସବୁନ୍ତି।୫୭।

ଭୀମସେନକଇଂ ଆଗ୍ୟାଂ ଦେଇଣ ଅଚ୍ୟୁତ

ହସ୍ତିନାପୁରେ ଯାଇଂ ବିଜୟେ ଦାବ ଜଗନ୍ନାଥ।୫୮।

ଇନ୍ଦ୍ର ପ୍ରଶସ୍ତେ ଯେ ବିଜୟେ ଦେବ ଦଇତାରି

ଅର୍ଜୁନକୁ ସନ୍ନିଧ୍ୟେ ହକାରି ବଚନ ଅବଧାରି।୫୯।

ଆହୋ ଉତ୍ତର ଦିଗେ ଚାଳିଶ ସହସ୍ର ରାୟେ

ଦଣ୍ଡଘେନି ଉତ୍ତରକୁ ବିଜୟେ କର ଧନୁର୍ଜୟେ।୬୦।

ରାଜାନ୍ତ ନିମନ୍ତ୍ରଣ କର ହୋ କିରୀଟୀ

ୟେହେନେକ ଆଗ୍ୟାଂ ଦିଲେ ଧର୍ମରାଜା ଯୁଝେଷ୍ଠି।୬୧।

ରାଜାମାନକଂର ଯେତେକ ସଇନି

ସମ୍ଭରେ ଆସିବେ ଦେଖା ଦରଶନି ଧନ ଘେନି।୬୨।

ଯଦ୍ୟପି ରାଜାୟେ ତୋତେ ହୋଇବେ ଦୋଷକାରୀ

କାର୍ଯ୍ୟର ନିମନ୍ତେ ତାହାନ୍ତ ଦୋଷ ଯେ ନ ଧରି।୬୩।

ଅନେକ ଦୋଷ ଯେବେ କରିବେ ନରପତି

ସନ୍ୟସେନା ମାରିବ ରାଜାନ୍ତ ଆଣିବ ନିମନ୍ତି।୬୪।

ଅହିବ୍ରତେକ ରଥ ବେନି ଅହିବ୍ରତ ହାଥୀ

ପାଞ୍ଚ ଅହିବ୍ରତ ଅଶ୍ୱ ବେନିକୋଟି ପାଦାନ୍ତି।୬୫।

ସହସ୍ରେକ ପାଟଛତ୍ର ଆଲମ୍ବ ବେନିଲକ୍ଷ

ଉଦଣ୍ଡ ଲକ୍ଷେକ ମୟୁର ଝାଲି ବେନିଲକ୍ଷ ।୬୬।

ବେନିଲକ୍ଷ ଶଙ୍ଖ ବୀରତୂର ବିଜିଘୋଷ ଦାଉଣ୍ଡି

ଅଷ୍ଟରତ୍ନ ଆଭରଣ ରଥ ଗଜ ଅଶ୍ୱନ୍ତ ମଣ୍ଡି।୬୭।

ଦଧିବାବନ ସୁମରି ଚଳ ହୋ ଧନୁର୍ଜୟେ

ସର୍ବ ମଙ୍ଗଳ ମାତାଙ୍ଗୀ ହୃଦରେ କର ଲୟେ।୬୮।

ଆହୋ ନଉ ଦିବସକୁ କଣ୍ଟଟି ସବୁନ୍ତି

ମହାଯୋଗ ହୋଇବ ମକର ଶୁକଳ ପକ୍ଷ ଦଶମୀ ଅର୍କବାର ନକ୍ଷତ୍ର ରେବତୀ ।୬୯।

ସେଦିନ ରାଜାମାନନ୍ତ କରାଇବୁ ଦ୍ରଶନ

କ୍ଷତ୍ରିୟ ଜଗଜ୍ଜିତା ତୁ ପାର୍ଥିବ ଫାଲଗୁନ୍ୟ ।୭୦।

କାର୍ତ୍ତିକ ଶୁକଳ ପକ୍ଷ ପଣ୍ଡିତବାର ଚଉଠୀ

ମୂଳା ନକ୍ଷତ୍ର ଅନକୂଳ କଲାକ କିରୀଟୀ ।୭୧।

ଆହୋ ଉତ୍ତର କୋଶଳ ରାୟେ ଅଛନ୍ତି ଟି ବଡ ଦୁଷ୍ଟ

ସେ ରାଜାର ନାମ ଯେ ଅଟଇ ଯମାଗୋଷ୍ଠ।୭୨।

ଯମର ବୋଲେ ସେ ଯେ ପୃଥୀକି ଅଟଇ ଅଧିକାରୀ

ତପରେ ତୋଷିଲା ସେ ଗଗନ ବେହାରୀ।୭୩।

ଲିହିଣ ପୋଛଇ ସେ ଯେତେକ ନାମଧରି

ବେନିଖଣ୍ଡେ ଛିଡଇ ଯେହ୍ନେ ଅସିଧାରେ ଛେଦନ କରି ।୭୪।

କେମନ୍ତ କରି ପଶିବୁ ବାବୁ ତାହାର ଭୁବନେ

ତାହାକଇଂ ଜିଣିଲେ ସାଧ୍ୟ ହୋଇବ ଆଉର ରାଜାମାନେ ।୭୫।

କ୍ଷତ୍ରିୟ ପଣେ ତୁ ଯେ ଅଟୁ ଜଗତ ଜନେ ଜିତା

ମୁହିଂ ଅର୍ଜୁନ ତୋତେ ହୋ କିସ ତିଆରନ୍ତା।୭୬।

ବିଘ୍ନରାଜ ସୁମରି ତୁ ହୋ କର ଅନୁକୂଳ

ଚଳ ହୋ ଧନୁର୍ଜୟେ ମାହେନ୍ଦ୍ର ଲଗ୍ନ ବେଳ।୭୭।

ନାରାୟଣଂକ ଆଗ୍ୟାଂୟେ ଶୁଭଯୋଗ ଘେନି

ଚଳଇ ପାଣ୍ଡବ ଯେ ଅଭୟେ ଫାଲଗୁନି ।୭୮।

ସହସ୍ରେକ ବୀରତୂର ମୃଦଙ୍ଗ ଟମକ ଭେରୀ ବାଜେ

ଉତ୍ତର ଦିଗ ପ୍ରଶସ୍ତେ ଅର୍ଜୁନ ଦିଗବିଜେ ।୭୯।

ନନ୍ଦିଘୋଷ ରଥ ଜଗନ୍ନାଥ ସ୍ୱାମୀ ସାଜି

ବାଛିଣ ଅଶ୍ୱ ଯେ ଯୋଚିଲା ଚାରିବାଜୀ ।୮୦।

ଖେପନ୍ତି ଅଶ୍ୱ ଯେହ୍ନେ ଗଗନେ ଖଗଇନ୍ଦ୍ର

ଆକାଶେ ଥାଇ ଦେଖିଲେ ଯେ ଦେବ ଅସକନ୍ଦ।୮୧।

ମାତଳିକ ରାଇଣ ବୋଇଲେ ସହସ୍ରାକ୍ଷ

ବସନ୍ତ ସାରଥି ଯେ ଅଟଇ ତୋର ବତ୍ସ ।୮୨।

ତାହାକଇଂ ରାଇ ଆଗ୍ୟାଂ ଦିଅ ତୁ ହୋ ପୁଣି

ସେହୁ ରଥେ ଯାଇଂ ବାହୁ ବୀର ଫାଲଗୁନି।୮୩।

ତାହାକଇଂ ରାଇ ଆଗ୍ୟାଂ ଦିଲାକ ସୁରପତି

ଦେବରାଜା ବଚନେ ସେ ବାସବର ନାତି।୮୪।

ଆଗ୍ୟାଂ ଘେନି ଚଳିଲା ସେ ବସନ୍ତ ସାରଥି

ଅନେକ ହରଷ ଯେ ହୋଇଲା ତାର ମତି।୮୫।

ମକରନ୍ଦ ବନେ ଯେ ତ୍ରିବେଣୀ ବଟ ତଳେ

ଅର୍ଜୁନକୁ ଭେଟିଲା ସେ ମାତଳିର ବାଳେ ।୮୬।

ଦେଖିଲା ଧନୁର୍ଜୟେ ଯେ ବସନ୍ତ ସାରଥି

ରଥ ତେଜି ପୂଜାକଲା ବିଚିତ୍ରବୀର୍ଯ୍ୟର ନାତି।୮୭।

ବାବୁ ବାହା ତୁ ରହୁବର ପବନ ଆଘାତେ

ନଉ ଦିବସେ ଚାଳିଶ ସହସ୍ର ରାଜା ସାଧ୍ୟ ହୋଇବେ ଯେମନ୍ତେ ।୮୮।

ଯୁଝେଷ୍ଠି ସନ୍ନିଧ୍ୟେ ପ୍ରବେଶ ନନ୍ଦବାଳ

ସନ୍ନିଧ୍ୟେ ହକାରି ଆଗ୍ୟାଂ ଦିଲେକ ନକୁଳ।୮୯।

ତୁ ହୋ ନକୁଳ ଯାଅସି ଦକ୍ଷିଣ ଦିଗେ

ୟେକଊଣା ସାତ ସହସ୍ର ରାଜାନ୍ତ ନିମନ୍ତି ଘେନି ଆସିବୁ ବେଗେ ।୯୦।

ରାଜାନ୍ତ ଅଣାଇବୁ ନଉ ଦିବସର ମଧ୍ୟେ

ରାଜାନ୍ତ ନ ମାରିବୁ ତୁ ସନ୍ୟ ମାରିବୁ ଯୁଦ୍ଧେ।୯୧।

ଯେ ଅବା ଦୃଭାର ତୋତେ ହୋଇବ ଦଣ୍ଡଧାରୀ

ସନ୍ୟ ବଧ କରି ସେ ରାଜାନ୍ତ ଆଣିବୁ ବନ୍ଦୀ କରି।୯୨।

ଯଦ୍ୟପି ବଧ କରିବୁ ଯେଉଂଣ ରାଜାକୁ

ରାଜୁସି ଯାଗ ନୋହିବଟି ନିରାଧାର କହିଲଇଂ ତୁକୁ ।୯୩।

ଦକ୍ଷିଣ କୋଷଳ ରାଜା ଭୂମନୁ ଚକ୍ରବ୍ରତୀ

ଦ୍ରିଯୋଧନର ଶ୍ୱଶୁର ସେ ତାହାର ଦୋହିତା ନାମ ଭାନୁବତୀ ।୯୪।

ପ୍ରଥମେ ପ୍ରବେଶ ହୋଇବୁ ତାହାର ଭୁବନେ

ତାହାକଇଂ ନିମନ୍ତିଲେ ଆସନ୍ତିଟି ସମସ୍ତ ରାଜାମାନେ ।୯୫।

ଅହିବ୍ରତେକ ରଥ ପାଞ୍ଚ ଅହିବ୍ରତ ହାଥୀ

ଦଶ ଅହିବ୍ରତ ଅଶ୍ୱ ତେରଲକ୍ଷ ପାଦାନ୍ତି ।୯୬।

ଲକ୍ଷେକ ପାଟଛତ୍ର ଯେ ଲକ୍ଷେକ ବାଦ୍ୟକାର

ମାହେନ୍ଦ୍ର ବେଳେ ନକୁଳ ଦକ୍ଷିଣକୁ ବାହାର।୯୭।

ମାଦ୍ରୀର ତନୟ ତହୁଂ ଚଳଇ ହରଷେ

ମକର ଶୁକଳ ପକ୍ଷ ତ୍ରୟୋଦଶୀର ଦିବସେ।୯୮।

ସେଦିନ ପ୍ରବେଶ ଆସି ହୋଇଲା ଯାଗସ୍ତାନେ

ସମ୍ଭରେ ଆସିବେଟି ଦକ୍ଷିଣ ଦିଗ ରାଜାମାନେ।୯୯।

ମୋହୋର ମହିଂମା ତୁ ଜାଣିଅଛୁଂ ନା ଭଲେ

ଚକ୍ରଘାତେ ନାଶ ଯିବୁଟି ନଉ ଦିବସେ ନଇଲେ।୧୦୦।

ଆପଣେ ଶ୍ରୀ ଜଗନ୍ନାଥେ ରଥେକ ଦିଲେ ସାଜି

ବାଛିଣ ଯୋଚିଲେ ଯେ ବାରିଣ ଚାରି ବାଜୀ।୧୦୧।

କାର୍ତ୍ତିକ ମାସ ଶୁକଳ ପକ୍ଷ ତ୍ରୟୋଦଶୀ ଚନ୍ଦ୍ରବାର

ଅଶ୍ୱିନୀ ନକ୍ଷତ୍ର ବେଳ ଯେ ଦେଢ ପ୍ରହର ।୧୦୨।

ବାଣିଜ୍ୟ ନାମେ କରଣ ବରିୟାନ ନାମେ ଯୋଗ

ଶୁଭ ଅନୁକୂଳେ ବିଜୟେ ନକୁଳ ଦକ୍ଷିଣ ଦିଗଭାଗ।୧୦୩।

ଅନେକ ବ୍ରାହ୍ମଣ ତହିଂ କରନ୍ତି ବେଦଧୁନି

ମଙ୍ଗଳ ହୁଳହୁଳି ଦିଅନ୍ତି ଯେ ସକଳ ସୁଲଭ କାମେନୀ ।୧୦୪।

ମାଦ୍ରୀର ନନ୍ଦନ ଯେ ଦକ୍ଷିଣ ଦିଗେ ବିଜେ

ବାରୁଣାବନ୍ତ ଯାୟେ ଆସନ୍ତି ଦେବରାଜେ।୧୦୫।

ସକଳ ସୁବିଧାନେ ନକୁଳକୁ ତିଆରି

ଖଗେଶ୍ୱର ବାହାନେ ବାହୁଡନ୍ତି ଦେବହରି।୧୦୬।

ସହଦେବକଇଂ ସନ୍ନିଧ୍ୟେ ବସାଇ ଅଚ୍ୟୁତ

ପୂର୍ବଦିଗକଇଂ ଶାଢୀ ଦିଲେକ ଜଗନ୍ନାଥ ।୧୦୭।

ମନ୍ତ୍ରୀଚୂଡ଼ାମଣି ସକଳ ଗୁଣେ କୁଶଳ

ମାହେନ୍ଦ୍ର ବେଳ ଘେନି ତୁ ଅଇଶାନ୍ୟ ଭାଗେ ଚଳ।୧୦୮।

ସହସ୍ରେକ ରଥ ଯେ ଦୁଇସହସ୍ର ମତ୍ତ ନାଗ

ସାତଲକ୍ଷ ପାଦାନ୍ତି ଯେ ଲକ୍ଷେକ ତୁରଙ୍ଗ ।୧୦୯।

ଟମକ ନିଶାଣ ଆଦି ବହୁତ ବୀରତୂର ବାଜେ

ଶୁଭଯୋଗ ସହଦେବ ପୂର୍ବଦିଗକଇଂ ବିଜେ।୧୧୦।

ଜଗନ୍ନାଥେ ବୋଇଲେ ଶୁଣ ହୋ ସହଦେବ ମହାମନ୍ତ୍ରୀ

ୟେକଊଣା ତିନିସହସ୍ର ପୂର୍ବ ଦିଗେଣ ନୃପତି।୧୧୧।

ଧାର୍ମିକ ବିବେକ ସେ ପଣ୍ଡିତ ସର୍ବରାଜା

ତୋତେ ଦେଖି ସମସ୍ତେହେଂ କରିବେ ପାଦପୂଜା।୧୧୨।

ରାଜାମାନେ ଆସନ୍ତି ଯେତେକେ ବୁଦ୍ଧିବଳେ

ପ୍ରୀତଭାବ ଉପୁଜାଇ ଆଣିବୁଂ କୁତୂହୋଳେ।୧୧୩।

ଚଳଇ ସହଦେବ ନାରାୟଣଂକ ବଚନେ

ପୂର୍ବଦିଗକଇଂ ବିଜେ ରାଜାନ୍ତ ନିମନ୍ତ୍ରଣେ ।୧୧୪।

ଚାରିଦିଗକଇଂ ଚାରି ପାଣ୍ଡବନ୍ତ ପଠିଆଇ

ଅନେକ ସାନନ୍ଦ ଯେ ହୋଇଲେ ଯଦୁସାଇଂ।୧୧୫।

ଯୁଝେଷ୍ଠିଂକ ଛାମୁରେ ଯେ କହନ୍ତି ଜନାର୍ଦ୍ଦନ

ନଉଦିବସେ ଆସିବେ ସମସ୍ତ ରାଜାଗଣ ।୧୧୬।

ଯୁଝେଷ୍ଠି ବୋଇଲେ ବାବୁ ଶୁଣିମା ଅନନ୍ତ

ରାଜାନ୍ତ ବିଶ୍ରାମିବାକୁ ଠାବ ହୋଇବ କେମନ୍ତ ।୧୧୭।

ଖରା କାକର କୁହୁଡି ଶୀତ ଯେ ଖାଇଲେ

ପିତାର ପାତକ ଯିବ କି ଅପଖ୍ୟାତି ଉପୁଜିଲେ।୧୧୮।

ଯୁଝେଷ୍ଠିଦେବଂକୁ ସେ ଘେନିଣ ଦେବରାଜେ

ଦ୍ରିଯୋଧନ ସହିତେ ଇନ୍ଦ୍ରପ୍ରଶସ୍ତେ କଲେ ବିଜେ।୧୧୯।

ପ୍ରବେଶ ନାରାୟଣ ଯମୁନା ନଦୀ କୂଳେ

ଘଟଣ ଭୁବନମାନ ସ୍ୱାମୀ ସେ ଦେଖାଇଲେ କୁତୂହୋଳେ ।୧୨୦।

ଘଟଣ ବିନ୍ଧାଣୀମାନେ ଲକ୍ଷ ଲକ୍ଷ ହୋଇଛନ୍ତି ଲାଗି

ଦିବାରାତ୍ରେ ଅପସର ନାହିଂ ଆରୋପନ୍ତି ବେଗି ବେଗି ।୧୨୧।

କଇବ୍ରତ ନୃପତି ଯେ ନାବେ ଦାରୁନ୍ତ ପୂରୋଇ

ପାଷାଣ ସହିତେ ଯମୁନା କୂଳେ ଉଭାରୁଛନ୍ତି ନେଇ ।୧୨୨।

ଅଶିଲକ୍ଷ ଯୋଦ୍ଧା ଘେନି କିରାତ ଆଧିପତି

ବାରୁଣବନ୍ତ ଭୁବନେ ଆଣି ବହିଣ ପକାନ୍ତି।୧୨୩।

ସାତଲକ୍ଷ ପନ୍ଦର ମେବଚ୍ଛ ବିନ୍ଧାଣୀ

ନବର ସଞ୍ଚାମାନ ଘଟଣ ନିର୍ବାଣି ।୧୨୪।

ଦେଖିଣ ଆଶ୍ରିଜ ହେଲା ରାଜା ମାନଗୋବିନ୍ଦ

ଯୁଝେଷ୍ଠିଦେବ ଦେଖିଣ ପରମ ସାନନ୍ଦ ।୧୨୫।

କର୍ଣ୍ଣ ଶଲ୍ୟ ଶକୁନିଂକି ଦେଖି ନ ଫୁରଇ କିଛି

ଦେବଂକୁ ଅଶକ୍ୟ ୟେତ ଭିଆଣ ହୋଇଅଛି।୧୨୬।

ତିରିଶ ମେବଚ୍ଛ ସୂପକାର ଦିଜ ବିଦ୍ୟମାନ

ସେ ଘଟଣାକାରୀମାନନ୍ତ ରାନ୍ଧି ଦିଅନ୍ତି ଭୋଜନ।୧୨୭।

ଭୀଷ୍ମେ ବିଚାର ଯେ କରନ୍ତି ତାହା ଚାହିଂ

ୟେଥକୁ ତଣ୍ଡୋଳ ମେଞ୍ଜନ ହରି ସଂଚିଥିଲୁ କାହିଂ ।୧୨୮।

ଜୟତୁ ଜଗମୋହନ ସାତୁକ୍ୟ ସିଦ୍ଧବୁଦ୍ଧି

ଜୟତୁ ଜଗମୋହନ ଉପାୟ ବାରାନିଧି ।୧୨୯।

ଜୟତୁ ଜଗମୋହନ ସୟଳ ଜନ ଚିନ୍ତା

ଜୟତୁ ଜଗମୋହନ ସଂସାର ଉଦ୍ଧାରନ୍ତା ।୧୩୦।

ଜୟତୁ ଜଗମୋହନ ସର୍ବ ସିଦ୍ଧି ଯୋଗୀ

ଜୟତୁ ଜଗମୋହନ ତ୍ରଇଲୋକ ଜନ ଭାବି।୧୩୧।

ଜୟତୁ ଜଗମୋହନ ସକଳ ଜନ ଭାବେ

ଜୟତୁ ଜଗମୋହନ ଉପାୟ ସର୍ବଠାବେ ।୧୩୨।

ଜୟତୁ ପରମେଶ୍ୱର ନିରାକୁଳ ନିରଞ୍ଜନ

ଜୟତୁ ପରମେଶ୍ୱର ଅଭୟେ କୁଳଶୂନ୍ୟ ।୧୩୩।

ଜୟତୁ ପରମେଶ୍ୱର କୃତାନ୍ତେକ ଦର୍ପ ଧ୍ୱଂସା

ଜୟତୁ ପରମେଶ୍ୱର ଜଗତ ଜନ ଚିନ୍ତା ମନୀଷା।୧୩୪।

ଜୟତୁ ପରମେଶ୍ୱର ପର ଦୁଖେ ଦୁଖୀ

ଜୟତୁ ପରମେଶ୍ୱର ଆଦିଅନ୍ତ ମଧ୍ୟ ସାକ୍ଷୀ।୧୩୫।

ଜୟତୁ ପରମେଶ୍ୱର ଯୋଗୀଜନ ହୃଦେ

ଜୟତୁ ପରମେଶ୍ୱର ପରମ ସାନନ୍ଦେ ।୧୩୬।

ଜୟତୁ ପରମେଶ୍ୱର କେଶବ ମୂରତି

ସର୍ବଜନ ଚିନ୍ତାମଣି ନାଥ ଫେଡ ମୋହୋର ଦୁର୍ଗତି।୧୩୭।

ଯାହାକଇଂ ପ୍ରସନ୍ନ ସ୍ୱାମୀ ଫେଡୁ ସର୍ବ ଚିନ୍ତା

ଅନାଥ ଜନକୁ ନାଥ ଗତି ଦିଅନ୍ତା ।୧୩୮।

କିଞ୍ଚିତ ପ୍ରସନ୍ନ ସ୍ୱାମୀ ହୋଉ ତୁ ଯାହାକୁ

ଅଭଗତେ ଠାବଦିଲୁ ସ୍ୱାମୀ ତୁ ମାନଧାତାକୁ।୧୩୯।

ତୁ ଦେବ ତ୍ରଇଲୋକ୍ୟ ଭୁବନକୁ ଚିନ୍ତାମଣି

ନାଶକର ଦଣ୍ଡ ଦେବ ଖଣ୍ଡ ଚକ୍ରପାଣି ।୧୪୦।

ଅସୁର ଦର୍ପ ନିଶୋଧନ ଜୟ ତୁ ହୃଷିକେଶି

ଶୂଦ୍ରମୂନି ସାରୋଳା ଦାସକୁ ମୁକତି ଗତି ଦେସି।୧୪୧।

 

Unknown

ରାଜସୂୟ ଯଜ୍ଞ , ଯଜ୍ଞଶାଳା ଓ ସଭାଗୃହ ଯଜ୍ଞଶାଳା ଓ ସଭାଗୃହ , ରାଜାମାନଙ୍କ ସହ ସୈନ୍ୟ ଗଜ ଅଶ୍ୱଙ୍କର ଗୃହନିର୍ମାଣ ଓ ରାଜସୂୟ ଯଜ୍ଞର ଆୟୋଜନ

ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ବ୍ରହ୍ମବେତ୍ତା

ନାରାୟଣଂକ ବଚନେ ସେ ସକଳ ନିର୍ମିତା।୧।

ଗଙ୍ଗା ଯମୁନା ଦୁଇ ନଦୀର ମଧ୍ୟସ୍ତାନେ

ମହାକ୍ଷେତ୍ର ଭୂମି ହୋୟେ ଦ୍ୱାଦଶ ଯୋଜନେ।୨।

ୟେଥିର ଚାରିଦିଗେ ବେଢି ଚାରିଆଡେ

ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣାବନ୍ତ କଛାଡେ ।୩।

ଇନ୍ଦ୍ରପ୍ରଶସ୍ତ ରାଜ୍ୟେ ଦୁର୍ଗମି ଗିରି ବସି

ଯୁଝେଷ୍ଠି ଦେବ ସୁମରିଲେ ବ୍ୟାସ ମହାଋଷି।୪।

ଧ୍ୟାନେଣ ଜାଣିଲେ ସେ ପଣ୍ଡିତ ଭିଗ୍ୟଂବାସୀ

ମନରେ ଉଦବେଗ ହୋଇଲେ ବ୍ୟାସ ମହଋଷି।୫।

ପରାଶଂରକ ନନ୍ଦନ ଜାଣିଲେ ତଲୟେ

ଷାଠିୟେ ସସ୍ର ଶିଷ୍ୟନ୍ତ ଘେନି ପ୍ରବେଶ ସତ୍ୟବତୀର ତନୟେ ।୬।

ଜଇମିନି ଶୁକମୁନି ବଇଶମ୍ପାୟନ

ଅଙ୍ଗିରା ବାଲମୀକ ଉଦ୍ଦାଳକ ତପୋଧନ।୭।

ୟେହାଂକର ମୂଳେ ଯେ ଷାଠିୟେ ସହସ୍ର ଶିଷି

ତାହାନ୍ତ ଘେନି ପ୍ରବେଶ ହୋଇଲେ ବ୍ୟାସ ମହଋଷି ।୮।

ଇନ୍ଦ୍ରପ୍ରଶସ୍ତେ ବିଜୟେ ପାଣ୍ଡବେ କଉରୋବେ

ଆସ୍ତାନେ ଦ୍ରୋଣ କର୍ଣ୍ଣ ବିଦୁର ଶକୁନି ଗାଙ୍ଗବେ।୯।

ମହା ସମ୍ଭର୍ବେ ସେ ଆସ୍ତାନ ଗହଳ

ପ୍ରବେଶ ହୋଇଲେ ଆସି ସତ୍ୟବତୀର ବାଳ।୧୦।

ୟେହେନେକ ସମୟେ ବିଜୟେ ବ୍ରହ୍ମବେତ୍ତା

ଆସ୍ତାନ ତେଜ୍ୟା କରି ଉଠିଲେ ଧର୍ମପୁତା।୧୧।

ଶ୍ରୀକରେ ରତ୍ନଝରୀ ଘେନିଣ ଧର୍ମରାଜା

ବ୍ୟାସଂକର ପଦ୍ମପାଦେ କଲେ ଦିବ୍ୟପୂଜା।୧୨।

ସମସ୍ତ କୁଶଳ ପୁଚ୍ଛା କରନ୍ତି ତପୋନିଷ୍ଠି

ସର୍ବ କୁଶଳ ବୋଲି ବୋଲନ୍ତି ଧର୍ମରାଜା ଯୁଝେଷ୍ଠି।୧୩।

ପଚାରନ୍ତି ଧର୍ମସୁତ ଶୁଣିମା ବ୍ରହ୍ମଋଷି

ମମ ପିତା ପଣ୍ଡୁ ହୋଇଲେ ବ୍ରହ୍ମହତ୍ୟା ଦୋଷୀ।୧୪।

ରାଜୁସି ଯଗ୍ୟଂକୁ ଆଗ୍ୟାଂ ଦିଲେକ ଶ୍ରୀପତି

ଭାଇନ୍ତ ଘେନିଣ ମୁଂ ଯେ ତୀର୍ଥ କରି ଯାନ୍ତି।୧୫।

ରାଜୁସି ଯଗ୍ୟଂ ବୋଲି ସଭା ଯେ କେମନ୍ତ

ମୋତେ ଅଶକ୍ୟ ଅଟଇ ୟେ ଅଶ୍ରୁତି ଅଦୃଷ୍ଟି ଯୁଗତ ।୧୬।

ବ୍ୟାସେ ବୋଇଲେ ଯାହାକଇଂ ସଂପକ୍ଷ ପରମେଶ୍ୱର

ବାବୁ ରାଜୁସି ଯଗ୍ୟଂ ତୋତେ କେତେକ ମାତର।୧୭।

ଆହୋ ବାବୁ ଯେତେବେଳୁଂ ବଧ୍ୟ ଗଲା ଜାରା

ଲକ୍ଷେକ ନୃପତି ତୋତେ ହୋଇଲେ ଭୃତ୍ୟ ପରା।୧୮।

ଦେବତାମାନଂକକୁ ତୁ ସୁମରିବୁ ଯେତେବେଳେ

ଆସି ପ୍ରବେଶ ହୋଇବେ ସମସ୍ତ ଦିଗପାଳେ।୧୯।

ଖାଣ୍ଡେବ ବନୁଂ ଖାଇଣ ସମସ୍ତ ମଉଷଧି

ଅଗ୍ନିଦେବତାର ଅର୍ଜୁନ ଖଣ୍ଡିଲା ଲୁଦୁବୁଦୁ ବ୍ୟାଧି।୨୦।

ତେଣୁ ଅଗ୍ନି ଦେବତାୟେ ହୋଇଛନ୍ତି ପ୍ରସନ୍ନ

ପୁଷ୍କରଦେବତା ତୋତେ ହୋଇଛନ୍ତି ସଂପକ୍ଷ ବିଦ୍ୟମାନ ।୨୧।

ଆବର ଯାହାକୁ ସଂପକ୍ଷଟି ଦେବ ନାରାୟଣ

ରାଜୁସି ଯଗ୍ୟଂ ତୁ ହୋ କରସି ଆରୋପଣ।୨୨।

ଯଗ୍ୟଂଶାଳ ଭୂମି ନେଇ ଦେଖାଇଲେ ଦେବ ହରି

ମକର ତିଳ ବୁଣାଇଲେ ଶୂଳେ ଭୂମି ଚିରି ।୨୩।

ଯଗ୍ୟଂକୁ ସଞ୍ଚା ଯେ କରନ୍ତି ତହିଂ ବ୍ରହ୍ମବେତ୍ତା

ସମିଧ ଘୃତ ଯବ ତିଳ କରନ୍ତି ନିର୍ମିତା ।୨୪।

ରାଜାମାନଂକୁ ନବର ଯେ ଅଶ୍ୱଶାଳ ଗଜଶାଳ

ଭାଗ ଭାଗ କରି ନେଇ ପାତିଲେ ତହିଂ ନଳ।୨୫।

ୟେକବିଂଶ ଦଣ୍ଡେ ପାତିଲେ ନଳକାଠି

ପାଞ୍ଚନଳ ଆୟତନ ୟେକ ବଖରା ଗୋଟି।୨୬।

ବିଶାଶତେ ବଖରାୟେ ଘରେକ ନିର୍ବାଣି

କାନ୍ଥଚାଳ ଆଦିକରି ସବୁ ପାଷାଣେ ଘଟଣ ଜାଣି।୨୭।

ଯମୁନା ନଦୀର ଯେ ଦକ୍ଷିଣ ଭାଗ କୂଳେ

ୟେତେକ ଆୟେତନ ଉଠିଲା ଯାଗଶାଳେ।୨୮।

ୟେମନ୍ତେ ଅଶିପଦ୍ମ ନଉସାଗର ବିଶାଶତେ ମର୍ଭୁତ

ୟେତେକ ଯଗ୍ୟଂଶାଳ ହୋଇଲା ନିର୍ମିତ ।୨୯।

ଅଞ୍ଜନ ନାମେଣ ମଧୁବନର ବିଶ୍ୱକର୍ମା

ତାହାର ଉପର ବଂଶେ ଗଞ୍ଜିଲେ ସଭା ସୁଧର୍ମା।୩୦।

ତାହାନ୍ତ ଆଗ୍ୟାଂ ଯେ ଦିଲେ ବ୍ୟାସ ମହାଯତି

ତୋହୋର ଉପର ବଂଶେ ଯେ ଚାରି ଯୁଗେ ସଭା ନିର୍ମିତି ।୩୧।

ଆହୋ ୟେ ଆସ୍ତାନ ବିଜେ ଲକ୍ଷେକ ରାୟେ

ସୁଧର୍ମା ସଭା ସାରିକ୍ଷେ ଘଟଣ କରିବୁ ଛାୟା ମଣ୍ଡୋପ ଗୋଟାୟେ।୩୨।

ଅଞ୍ଜନ ବୋଇଲା ମୋତେ ଆଗ୍ୟାଂ ଦିଲେନି ଚକ୍ରପାଣି

ଅଳକା ଭୁବନ ସାଦ୍ରିଶେ ଛାୟା ମଣ୍ଡୋପ ନିର୍ବାଣି।୩୩।

ନବରମାନ ଘଟଣ କରିବଇଂ ୟେ ସ୍ତାନେ

ଦୁତୀ ଅମର ଜାଣି ଦେଖିବେ ରାଜାମାନେ।୩୪।

ଆଗ୍ୟାଂ ପ୍ରମାଣେ ତହିଂ ଲାଗିଲା ଅଞ୍ଜନ

କାଠ ପାଷାଣ ଆଦିକରି ଯେ କରନ୍ତି ସର୍ଜନ।୩୫।

ଆହୋ ଚଉଷଠୀ କାଠିୟେ ଯେ ବଖରାୟେ କରି

ୟେମନ୍ତେ ୟେକଶାଳ ଗୋଟି ବଖରା ସହସ୍ର ଚାରି।୩୬।

ୟେମନ୍ତେ ସହସ୍ରେ ପାରାର୍ଦ୍ଧ ଘର ଉଠିଲା ବାରୁଣାବନ୍ତେ

ସହସ୍ରେ ପରାୟୁଧ ଘର ରଂଚିଲା ଇନ୍ଦ୍ର ପ୍ରଶସ୍ତେ।୩୭।

ବିଶାଶତେ ସାଗର ଘର ଯମପ୍ରଶସ୍ତ ଭୁବନେ

ଅଶ୍ୱଶାଳ ଗଜଶାଳ ମାପିଦିଲେ ଜନାର୍ଦ୍ଦନେ।୩୮।

ପାଟହାଥୀ ପାଟଘୋଡାକୁ ସୁବର୍ଣ୍ଣ ରସାଣ ଶାଳ ସଞ୍ଚି

ଚାରିଲକ୍ଷ ଘର ଲେଖନ ଶକୁନିର ପାଞ୍ଜି ।୩୯।

ଆହୋ ଉଟ ଅଶ୍ୱ ବରାଳ ମର୍ଦ୍ଦନ ବାଦ୍ୟକାର

ଗଙ୍ଗାକୂଳେ ଉଠିଅଛି ଅଶି ସାଗର ଘର ।୪୦।

ଆହୋ ୟେକୋଇଶ କାଠି ବଖରା ୟେକ ବୋଲି

ୟେକ ବଖରାକେ ତହିଂ ବସଇ ୟେକ ଚୁଲୀ।୪୧।

ୟେକା ଚୁଲିକରେ ଅଷ୍ଟ ଉତ୍ତର ଶତେ ପଖା

ଲକ୍ଷେ ରାଜାର ସନ୍ୟ ଆସିବେ କେ କରିବ ଲେଖା।୪୨।

ଆହୋ ୟେକୋଇଶ ଦଣ୍ଡେ ହୁୟେ ଯେ କାଠିୟେ

ୟେକୋଇଶ କାଠିରେ ୟେକ ବଖରାୟେ।୪୩।

ୟେକ ଘରକେ ଉଠଇ ତହିଂ ବଖରା ଶୟେ

ଅନେକ ଘର ନିର୍ବାଣ ଯେ ହୋଇଲା ସେହିଠାୟେ।୪୪।

ୟେମନ୍ତେ ନଉପଦ୍ମ ଅଶିସାଗର ଉଠଇ ଛତ୍ରଶାଳ

ଛତ୍ରଶାଳମାନ ହୋଇଲା ଯମୁନା ନଦୀକୂଳେ।୪୫।

ୟେମନ୍ତେ ବତିଶି ଲକ୍ଷ ଉଠିଲା ଯେ କୁରାଳଶାଳମାନ

ମୃତ୍ତିକା ହାଣ୍ଡିମାନ ତହିଂ କରିବେ ଘଟଣ ।୪୬।

କଣୟଭାଗୀ ବୋଲି ୟେକଇ ନଦୀଗୋଟି

ମେଖଳା ଗଙ୍ଗାଉଂ ସେ ଦେଖିଣ ଭାବେ ଫିଟି।୪୭।

ସେ ନଦୀର ତୀରେ ବିଶାଶତେ ମେବଚ୍ଛ ଛତ୍ରଶାଳ

ବ୍ରାହ୍ମଣମାନଙ୍କୁ ସେହି ବଡାଇ ବୃଷାଳ ।୪୮।

ସହସ୍ରେ ଅହିବ୍ରତ ଘର ବାରୁଣାବନ୍ତେ ନିର୍ବାଣି

ୟେତେଶାଳ କରିବେ ତାମ୍ବରା ବିନ୍ଧାଣୀ ।୪୯।

ତମ୍ବାର ଯୋଗାଡମାନ କରିବେ ନିର୍ମିତ

ୟେ ବିନ୍ଧାଣୀମାନେ ଯେ ଲାଗିଛନ୍ତି ପଞ୍ଚାଶ ମର୍ଭୁତ।୫୦।

ପାଞ୍ଚଲକ୍ଷ ଘର ତହିଂ ଉଠଇ ଝିମାଣିଶାଳ

ଲୁହା କର୍ମମାନ ଘଟଣ କରିବେ ସକଳ ।୫୧।

ଅସିପତ୍ର ଧରା ତହିଂ ତେରଲକ୍ଷ ଘର

ବୁଲାନ୍ତି ଶାଣ ଯେ ଅସି କରନ୍ତି ତୀଖଧାର।୫୨।

ଚଉରାଣୋଇଂ ସହସ୍ର ଘର ଅଛଇ କମକାରୀଂକି

ସୁବର୍ଣ୍ଣର କମମାନ ଯେ ଅଷ୍ଟରତ୍ନେ ଲେଖି।୫୩।

ତାଡତୋଢର ଝୁମ୍ପା ସରଳ ବାହୁଟି କଂକଣ

ନେପୂର କର୍ଣାଞ୍ଚଳ ହୃଦରେ ଭୂଷଣ ।୫୪।

ମୁକୁଟ କୁଣ୍ଡଳ ତାଡ ବିଦ ମୁଦି ଗଢି

ଅଷ୍ଟରତ୍ନେ ଖଞ୍ଜିଲେ ୟେମାନେ ସର୍ବ ଜଡି।୫୫।

ପଇଲମ ତାଟିଆ ରତ୍ନଝରୀ ଆଦିକରି

ପୀଢା ସିଂହାସନ ଖଟୁଳି କାମ କରି ।୫୬।

ସୁବର୍ଣ୍ଣର ନଉତି ଘଟଣ ନିର୍ବାଣ

ୟେହା ସର୍ଜନା କରନ୍ତି ବଇଶ୍ୟ ଜାତିମାନ।୫୭।

ଚାଳିଶ ସାଗର ବସଇ ସୁପୁଟି ସୂଚୀକର୍ମ ବିନ୍ଧାଣି

ୟେମାନଂକୁ ଅଶିସାଗର ଘର ନିର୍ବାଣ କଲେ ଦେବ ସ୍ୱାମୀ ।୫୮।

ଶେଯ ମୁଚୁଳି ହଂସୁଲିତୁଳି ସୁପାତି ଶେଯ

ୟେମାନ ଭିଆଣ ଯେ କରିଲେ ଦେବରାଜ।୫୯।

ନାନା ଅଷ୍ଟରତ୍ନେ ଖଞ୍ଜଣି ରତ୍ନକର୍ମହିଂ

ପରିହରଣ ବସ୍ର ସୁଠାମ କଲେକ ଖଞ୍ଜାଇ।୬୦।

ବ୍ୟାସନ୍ତ ଘେନିଣ ସେ ଦେବ ଚକ୍ରପାଣି

ଆଗ୍ୟାଂ ପରମାଣେ ସେ ସମସ୍ତ ନିରିବାଣି।୬୧।

ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ବାରୁଣା ଜଇନ୍ତା ପଞ୍ଚୁକଟକ ମାଡି

ଉଠିଲେ ଶାଳମାନେ ନଦୀ ପର୍ବତ ଛାଡି ।୬୨।

ଘଟଣ କମମାନ କଳନା ନ ଯାଇ ଲେଖା

ରାଜାମାନେ ଆସି ନିହାଇ ଦିଅନ୍ତି ଦେଖା।୬୩।

କାର୍ତ୍ତିକେ ବୁଣିଲେ ତିଳ ଫୁଟି ପଡଇ ତଳେ

ଆପଣେ ଥାଇ ବ୍ୟାସେ ତୋଳାଇଲେ ଯାଗଶାଳେ।୬୪।

ପଞ୍ଚୁ ରାଜ୍ୟରେ ହୋୟେ ଯେତେକ ଧାନ ସଞ୍ଜା

ତଣ୍ଡୁଳ କରିଣ ତାହା ସଞ୍ଚିଲେ ପରିଜା ।୬୫।

ଦ୍ୱାପରେ ନିର୍ବାଣ କଲେ ମାଢକେ ୟେକବାଟି

ବାଟିକେ ତଣ୍ଡୁଳ ଦେବ ୟେକ ଯେ ପଉଟି।୬୬।

ୟେସନକ କରି ଭିଆଇଲା ମନ୍ତ୍ରୀ ଶକୁନି

ସାଧୁ ମନ୍ତ୍ରୀ ବୋଲିକରି ପଞ୍ଚୁରାଜ୍ୟେ ଉଠିଲାକ ଧୁନି ।୬୭।

ଅଶିସହସ୍ର ମାପୁଣିଆ ଘେନି ମନ୍ତ୍ରୀ ଶକୁନି

ଇନ୍ଦ୍ରପ୍ରଶସ୍ତେ ମାପି ବସିଲେ ତଣ୍ଡୁଳମାନ ଘେନି।୬୮।

ଆଟୁକାମ କଲେକ ଦଶ ସହସ୍ର ଘର

ତଣ୍ଡୁଳ ତହିଂ ପୂରାବନ୍ତି ନିରନ୍ତର ।୬୯।

ଯେତେକ ସଇନ ଲାଗିଛନ୍ତି ବିନ୍ଧାଣିକାରୀ

ରାନ୍ଧଣା ବିଧାନେ ସବୁନ୍ତିହି ତ୍ରିପୁତି କରି ।୭୦।

ବାହାର ରୋଷଘରେ ରାନ୍ଧଣା ନିରିବାଣି

ପଦ୍ମେ ସାଗରେ ମର୍ଭୁତେ ଭୁଞ୍ଜନ୍ତି ବିନ୍ଧାଣି ।୭୧।

ଉଠାବନ୍ତି ଘର ମାନ ଅନେକ ରତ୍ନେ କମି

ଦେଖିଣ ସାନନ୍ଦ ଯେ ଜଗନ୍ନାଥଦେବ ସ୍ୱାମୀ।୭୨।

ଅନେକ ବିନ୍ଧାଣି ମୂଳେ ଅଞ୍ଜନ ବିଶ୍ୱକର୍ମା

ଦିବାରାତ୍ରେ ଲାଗିଲେ ସେ କମକାରୀ ମହାତମା।୭୩।

ଅନେକ ମହାରଣା ତାହାଂକ ତୁଲେ ଛନ୍ତି ଲାଗି

ଆହାର ନିଦ୍ରା ତେଜିଣ ଗଢନ୍ତି ବେଗି ବେଗି।୭୪।

ଆହୋ ବଇବସୁତ ମନୁ ଦେଖ ଜଗନ୍ନାଥଂକର ମାୟା

ଆହାର ନ ରୁଚଇ ବିନ୍ଧାଣିମାନଂକର ପୁଲକିତ କାୟା ।୭୫।

ଆହାର ନିଦ୍ରା ମଇଥୁନ ତେଜନ୍ତି ସମସ୍ତ ରଣା

ସବୁହିଂ ସୁବର୍ଣ୍ଣର ନିର୍ବାଣ ପାଣିଦ୍ରବ୍ୟ ଘଟଣା।୭୬।

ଗଜଶାଳ ଅଶ୍ୱଶାଳ ଗୋଶାଳ ଆଦିକରି଼

ରୂପାରପତ୍ର ଛାୟେଣି ଝିଂକର ଓହାଡ କରି।୭୭।

ହାଥୀଦନ୍ତ କମମାନଂକୁ ଦଶଲକ୍ଷ ଶିଂଗରା

ସ୍ଥୂଳ କର୍ମମାନ ନିବାଡନ୍ତି ଶତେଲକ୍ଷ କୁନ୍ଦୁରା।୭୮।

ରୂପାପାତ୍ରମାନ ଯେ ଉପରେ ଛାୟେଣି

ବଖରାକେ ସୁବର୍ଣ୍ଣର କଳସ ନିରିବାଣି ।୭୯।

ଆଡ ଦୀର୍ଘେ ପଞ୍ଚାଶ ପଞ୍ଚାଶ ଯୋଜନା ପ୍ରତି

ନିରନ୍ତରେ ଭୁବନ ଯେହ୍ନେ ଅମର ବାରସ୍ୱତୀ।୮୦।

କନେକର ରୁଅ ଶେଣି ବତା ଆଦିକରି

ସଷ୍ଟିକର ପୀଢ ଆଣି ମୟେଦାନବ ଉହାରି।୮୧।

ଆପଣେ ନିର୍ବାଣ କରିଣଛନ୍ତି ଜଗନ୍ନାଥଦେବ ସ୍ୱାମୀ

ଯାଗଶାଳମାନ ଉଠିଅଛି ଯେ ମଧ୍ୟସ୍ତାନ ଭୂମି।୮୨।

ପୂର୍ବଦ୍ୱାରେ ଅଛି ବଟ ପଛିମ ଦ୍ୱାରେ ଶମୀ

ଉତ୍ତରେଣ ଜଟୀବଟ ଦକ୍ଷିଣରେ ଗନ୍ଧ ଆମି।୮୩।

ତିନିଶାଖା ତିନିପୁରେ ବିଶାଶତେ ତାଳ ଉଞ୍ଚ

କୋଶେକ ଆୟେତନ ଯାଗଶାଳ ସୁସଞ୍ଚ ।୮୪।

ଜଟୀ ବଟୀ ହଟୀ ଯେ ଆବର ସାଂପୁଟୀ

ୟେ ଚାରି ସମିଧେ ଯଗ୍ୟଂଶାଳ ଖଟି ।୮୫।

ପଚ୍ଛିମ ସୋମନାଥେ ନଡପ ଶାଳମାନ

ସତୁରିପଦ୍ମ ଘଣା ବୁଲଇ ପ୍ରତିଦିନ ।୮୬।

କୁନ୍ଧାଣ ଦେଶର ରାଜା ନାମ ଋଷିକେଶି

ନାବେ ପୂରୋଇ ଆଣି ଦେଉଅଛି ସର୍ବରାଶି।୮୭।

ପଞ୍ଚଷଠି ପଦ୍ମ ଚାରି ସାଗର ଦିହୁଡି

ଶତେ ବୃନ୍ଦହୁଳା ଦୀପ ସାଗର ଚାରି ।୮୮।

ୟେମନ୍ତେଣ ପଞ୍ଚାଶ ସହସ୍ର ଯୋଜନା ଦିଶଇ ଆଲୋଅମୟେ

ମହାରଣାମାନ ଘଟଣ କରୁଛନ୍ତି ରାତ୍ର ଯେ ଦିବସ ପ୍ରାୟେ ।୮୯।

ଦବାରାତ୍ରେ କାହାକଇଂ ନାହିଂ ଅବସାନ

ଖଟନ୍ତି ବେପାରୀୟେ ଯେ ଯାହାର ନିଯୋଗମାନ।୯୦।

ଆପଣେ ଜଗନ୍ନାଥେ ଅନୁବ୍ରତେ ବିଜେକରି

ସମସ୍ତ ବିନ୍ଧାଣିମାନଂକୁ ଶ୍ରୀହାଥେ ଦିଲେ ଶାଢୀ।୯୧।

ଅନେକ ରତନେଣ ବାହୁଟି ଜଗଦଳା

ଲଲାଟେ ସୀମଛିନୀ ତାଡ ତୋଢର ହୃଦେ ରତ୍ନମାଳା |୯୨|

ଆହୋ ନଉ ଦିବସ ମଧ୍ୟେ ସମସ୍ତ କର ନିର୍ବାଣ

ଯେତେ ରତ୍ନ ଅଣ୍ଟଇ ଆମ୍ଭେ ଦେଉଥିବୁ ଆଣି|୯୩|

ମୋହୋର ଆଗ୍ୟାଂ ଭ୍ରଷ୍ଟ କରିବ ଯେଉଂଣ ଜନ

ଚକ୍ରେ ଶିର ଛେଦିବି ଯୁଝେଷ୍ଠିଦେବଂକ ଆନ|୯୪|

ଜୀବନକଇଂ କାରଣ ୟେହୁ ରାଜୁସିଯଗ୍ୟଂ ସଭା

ସମସ୍ତ ପାତକ ୟେଥି ଦହନ କରିବା |୯୫|

ଜନ୍ମେ ଜନ୍ମେ ସୁଫଳ ଯାହାର ସୁଭାଗି

ୟେ ମହାଯଗ୍ୟଂ କାର୍ଯ୍ୟ ସୁବିଧାନେ ଥିବ ଲାଗି|୯୬|

ଜଣ ଜଣକେ ଆଗ୍ୟାଂ ଦେଉଅଛନ୍ତି ଶ୍ରୀପତି

ଆପଣେ ଚରଚା ସ୍ଵାମୀ କରନ୍ତି ଦିବାରାତି|୯୭|

ବଇନେତ୍ର ଆରୋହି ଦେବ ମଧୁହାରୀ

ପ୍ରବେଶ ହୋଇଲେ ଯାଇଂ ଅମର ସ୍ଵର୍ଗ ପୁରୀ|୯୮|

ଛାୟା ମଣ୍ଡୋପ ଯାଇଂ ଦେଖିଲେ ଅନେକେ

ସଭା ପଟାନ୍ତର କରିବାକୁ ନାହିଂ ତ୍ରିୟଲୋକେ|୯୯|

ଦେଖିଣ ସାନନ୍ଦ ଯେ ହୋଇଲେ ଦେବରାଜା

ଅଇରାବ୍ରତ ଆରୋହି ବିଜୟେ ବିଡୋଜା|୧୦୦|

ଇନ୍ଦ୍ର ଗୋବିନ୍ଦ ବସି ବିଶ୍ଵକର୍ମାକଇଂ ହକାରି

ଶ୍ରୀହାଥେ ନାରାୟଣେ ଯେ ଆପଣେ ଦିଲେ ରତ୍ନଶାଢୀ |୧୦୧|

ସୁଧର୍ମା ସଭା ଯେ ଅତିଅ ସୁସଞ୍ଚ

ମାନବ ମାତ୍ରକେ କାହିଂ ଦେଖିବାକ ମଞ୍ଚ |୧୦୨|

କ୍ଷୁଧା ତୃଷ୍ଣା ନ ନାଗଇ ଯେଉଂଣ ସଭାୟେ ଥିଲେ

ରାତ୍ର ଦିବସେ ତହିଂ ଚନ୍ଦ୍ର ଉଦୟେ ପରକାଶି|୧୦୩|

ସଭା ଦେଖିଣ ସେ ଅନେକ ସାନନ୍ଦେ

ଅନେକ ପ୍ରଶଂସା ଯେ କରନ୍ତି ଇନ୍ଦ୍ର ଯେ ଗୋବିନ୍ଦେ|୧୦୪|

ବତିଶ ଲକ୍ଷ ବିନ୍ଧାଣି ବିଶ୍ଵକର୍ମା ମୂଳେ

ସଭା ଆୟେତନ କରିଛନ୍ତି ମେରୁ ମେଖଳେ|୧୦୫|

କରପତ୍ର ଯୋଡିଣ କହଇ ବିଶ୍ଵକର୍ମା

ସଭାକୁ ଅନେକ ପ୍ରଶଂସା କରନ୍ତି ବେଦବ୍ରହ୍ମା|୧୦୬|

ନାରାୟଣ ବୋଇଲେ ତୁ ଅନାଦି ବିଶ୍ଵରୂପୀ

ସିଦ୍ଧ ସାଧକ ହେତୁ ତୁହି ଅଟୁ ସର୍ବବ୍ୟାପୀ|୧୦୭|

ତ୍ରଇଲୋକ୍ୟର ମଧ୍ୟେ ୟେ ତୋହୋର ସଭା ଦେଖି

ଫିଟିବ ଦୁଷୁକୃତ ଅନେକ ପାତେକ ଉପେକ୍ଷି|୧୦୮|

ତିମିର ବିଦାରଣେ ଯେ ଅନର୍ଘ୍ୟ ମଞ୍ଚମଣି

ଘଟଣକରି ତୁଲେ ତାହା ଥିବୁ ତ ନିର୍ବାଣି |୧୦୯|

ୟେସନେ ଆଗ୍ୟାଂ ଦେଇଣ ଦେବରାଜେ

ଇନ୍ଦ୍ର ଗୋବିନ୍ଦ ଦୁହେଂ ନନ୍ଦନବନେ କଲେ ବିଜେ|୧୧୦|

ଦେଖନ୍ତି ତୋଟା ଯେ ସଦାଇ ବସନ୍ତ

ଫଳଭାରେ ଶାଖାୟେ ଲୋଟନ୍ତି ଭୂମିଗତ|୧୧୧|

ତୋଟାଳମାନନ୍ତ ତହିଂ ଆଗ୍ୟାଂ ଅବଧାରୀ

ସୁବିଧାନେ ଥାଅ ତୋଟା ଯତ୍ନେ ରକ୍ଷା କରି ।୧୧୨।

ରାଜୁସି ଯଗ୍ୟଂ ଆସି ହୋଇଲା ସନ୍ନିଧାନ

ସର୍ବେ ଅଛଇଂପୁଣ ପଞ୍ଚବିଂଶ ଦିନ ।୧୧୩।

ତୋଟାଳେ ବୋଇଲେ ହରି ତୋହୋର ଆଗ୍ୟାଂ

ଦେବତା ଗନ୍ଧର୍ବ କେ ଅବା କରିବ ଅବଗ୍ୟାଂ ।୧୧୪।

ନାରାୟଣକଇଂ ବିନୋୟୀ କହିଲେ ମଘବାନ

ତୋହୋର ପ୍ରସନ୍ନେ ମୋହୋର ଉଦିତ ହୋଇଲା ଧର୍ମ ।୧୧୫।

ଯେବଣ ବିଧାନ ଦେବ କରିଅଛ ଆରୋପଣ

ୟେ ସର୍ବସମ୍ପଦ ତୋହୋର ନାରାୟଣ ।୧୧୬।

ଗୋବିନ୍ଦେ ବୋଇଲେ ବହୁତ ଭାରାୟେ ହୋ ପଶିଲୁ ଦେବରାୟେ

ତୁ ସେ ସୁରେଶ୍ୱର ୟେଥକୁ କରିଥିବୁ ସଦୟେ ।୧୧୭।

ୟେସନେକ ଆଗ୍ୟାଂ ଦେଇଣ ଦେବହରି

ବିଜୟେ ଜଗମୋହନ ହସ୍ତିନା ରାଜ୍ୟପୁରୀ ।୧୧୮-୧୮୦୩।

 

ପଶ୍ଚିମ ଦିଗ ରାଜା ନିମନ୍ତ୍ରଣ କାରଣେ ଭୀମଙ୍କର ଗମନ

ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ

ଛଡ଼ଅର୍ଘ୍ୟେ ପୂଜାକଲା କୁମ୍ଭଋଷିର ତନୁ ।୧।

ଜୟ ତୁ ବ୍ରହ୍ମବେତ୍ତା ପଣ୍ଡିତ ଅଗସ୍ତି

ଅମୃତଦୃଷ୍ଟି ମତେ କରାଇଲୁ ବ୍ରହ୍ମଯତି ।୨।

କଳିକାଳ ତରିବାକୁ ମୁଂ ବଳାଇଲି ଇଚ୍ଛା

ତୋହୋର ପ୍ରସାଦେ ମୋର ପୂରିବ ମନବାଞ୍ଛା ।୩।

ଯେହେନେକ ଆଗ୍ୟାଂ ଦିଲେ ପ୍ରଭୁ ଦେବରାଜେ

ଭୀମସେନ କଲା ଯେ ପଚ୍ଛିମ ଦିଗେ ବିଜେ ।୪।

ରାଜାନ୍ତ ନିମନ୍ତ୍ରଣ ସେ କଲାକ କେମନ୍ତେ

ୟେହା ସଞ୍ଚପିଣ ମୁନି କହିବା ସ୍ୱାମୀ ମୋତେ ।୫।

ବଦନ୍ତି ଯୋଗେଶ୍ୱର ମହା ବ୍ରହ୍ମବେତ୍ତା

ଶୁଣ ସାବଧାନେ ତୁ ଧାର୍ମିକ ବଳବନ୍ତା ।୬।

ତୁଳମାସ କୃଷ୍ଣପକ୍ଷ ଦଶମୀର ତିଥି

ଚନ୍ଦ୍ରବାର ପୁଷ୍ୟା କକଡ଼ାରେ ଚନ୍ଦ୍ର ଥିତି ।୭।

ବାଣିଜ୍ୟ ନାମେ କରଣ ସାଧ୍ୟ ନାମେ ଯୋଗ

ତୁଳ ସଂକ୍ରାନ୍ତି ଠାରୁ ତିନିଦିନ ଭୋଗ ।୮।

ସମଦଣ୍ଡ ଘେନିଣ ଯେ ପବନ ଆତ୍ମଜେ

ପଚ୍ଛିମ ସୋମନାଥେ ଭୀମସେନ କଲା ଦିଗବିଜେ ।୯।

ଆପଣେ ରଥୀ ସେ ଆପଣେ ରଥ ବାହି

ପବନ ଦେବତା ଦେଖିଲେ ସାରଥି ରଥେ ନାହିଂ ।୧୦।

ମରୁତ ନାମେ ସାରଥିକି ହକାରିଲେ ଚଞ୍ଚଳ

ପବନୁଂ ବେଗି ଚାରିଅଶ୍ୱ ଯେ ଦିଲେକ ମହାବଳ ।୧୧।

ୟେ ଚାରିଅଶ୍ୱ ନେଇ ଯୋଚ ଭୀମସେନର ରଥେ

ତୁହି ରଥେ ସାରଥି ହୋଇ ବାହିବୁ ଅନୁବ୍ରତେ ।୧୨।

ପବନର ବଚନେ ସେ ମରୁତ ସାରଥି

ଚାରିଅଶ୍ୱ ଘେନିଆସି ପ୍ରବେଶ ତଡ଼ତି ।୧୩।

ପଚ୍ଛିମ ସୋମନାଥେ ବିଜୟେ ପାବେନି

ମରୁତ ସାରଥି ପ୍ରବେଶ ହେଲା ଚାରିଅଶ୍ୱନ୍ତ ଘେନି ।୧୪।

ଶ୍ରୀକରଣେ ଘେନିଅଛି ଜୟରତ୍ନ ମାଳା

ହୃଦରେ ଲମ୍ବାଇଲା ନେଇ ପବନର ବଳା ।୧୫।

ରତ୍ନ ମଣି ମୁକୁଟ ଯେ ଦିବ୍ୟ ଅଳଙ୍କାର

ହୃଦରେ ଆଭରଣ କଲା ପାଣ୍ଡବ ସୁନ୍ଦର ।୧୬।

ଭୀମସେନ ବୋଇଲା ତୁ ଅଇଲୁ କାହାର କତି

ୟେ ମର୍ତ୍ତ୍ୟସ୍ୱର୍ଗର ନୋହୁ ତୁ ମାନବ ଜାତି ।୧୭।

ଅତିଅନ୍ତ ସୁନ୍ଦର ସୁକୁମାର ତୋହୋର କାୟେ

ପ୍ରତକ୍ଷେ ଦିଶୁଅଛି ଅମରାଧିନାଥ ପ୍ରାୟେ ।୧୮।

ବୋଲଇ ମରୁତ ତୁ ହୋ ଶୁଣ ଭୀମସେନ

ମୋତେ ପେଷିଲେ ତୋହୋର ପିତା ଯେ ପବନ ।୧୯।

ୟେ ତୋହୋର ରଥରେ ମୁଂ ହୋଇବି ସାରଥି

ବାହିବି ତୁରଙ୍ଗମ ମୁଂ ପଚ୍ଛିମ ମୂରତି ।୨୦।

ରାଜାଗଣମାନନ୍ତ କରିବୁ ସର୍ବ ସାଧି

ମୁହି ମହାପଣ୍ଡିତ ତାରଣ ଭିଗ୍ୟଂ ବୁଦ୍ଧି ।୨୧।

କେମନ୍ତେ ଯୁଦ୍ଧ କରିବୁ ତୁ ସାରଥି ବିହୁନେ

ଅନେକ ଦୃଭାର ଦୁଷ୍ଟ ଯେ ଅଛନ୍ତି ରାଜାମାନେ ।୨୨।

ପବନ ଦେବତାର ମୁଂ ଅଟଇ ସାରଥି

ମନୁ ଅନ୍ତର କରାଇ ମୁଂ ଅନେକ କାଳବ୍ରତି ।୨୩।

ଭୀମସେନ ବିଚାରଇ ୟେତ ବଡ଼ାଇ ଅଗୋଚର

କଷଣ ନିମନ୍ତେ ଅଇଲା ଅବା ୟେ କେଉଂଣ ଅସୁର ।୨୪।

କାମରୂପୀ ହୋଇଥାଆନ୍ତାଟି ନିଶାଚର

କପଟେ ନାଶ କରିବ ୟେ ଅବା ରହିଣ ରଥର ।୨୫।

ବିଚାରି ମାରୁତି ଯେ ତାକୁ କରଇ ଅପ୍ରତେ

ବୋଇଲା ଅପରଚେ ସଙ୍ଗେ ବିଶ୍ୱାସ ମୁଂ କରିବି କେମନ୍ତେ ।୨୬।

ବୋଲଇ ସାରଥି ବାବୁ ନ ଜାଣିକି ମୋତେ

ମୁହିଂ ଜାଣଇ ତୋହୋର ପିତାର ଜନମ ସହିତେ ।୨୭।

ତୋହୋର ଜ୍ୟୋଷ୍ଠଭ୍ରାଥ ବୀର ହନୁମନ୍ତ

ତାହାର ଜନ୍ମ ମୁଂ ଯେ ଜାଣଇ ଯଥାର୍ଥ ।୨୮।

ପବନର ମାତା ଯେ ଅଟଇ ହାଦେ ଦିତି

କଶ୍ୟପ ତୋଷିଲେ ସେ ଯେ କଳ୍ପେ କଳ୍ପେ ବ୍ରତି ।୨୯।

ଅନେକ ପ୍ରଳୟର ମୁଂ ଜାଣଇଂ ବାରତା

କାଳେହେଂ ନୋହିଲା ତାର ପୁତ୍ର ଯେ ଦୋହିତା ।୩୦।

ଆକାଶଗଙ୍ଗା କୂଳେ ତୋଷିଲା ନିରାକାର

ପ୍ରସନ୍ନେ ଧବଳାଙ୍ଗୀକୁ ଯାଚିଦିଲେ ଅଭୟେ ବର ।୩୧।

ମହାବଳବନ୍ତା ତୋର ହୋଇବ କୁମର

ୟେମନ୍ତ ବୋଲି ତାକୁ କଶ୍ୟପ ଦିଲେ ବର ।୩୨।

ଗର୍ଭରେ ବହନ୍ତେ ସେ ପବନ ବଳବନ୍ତା

ଅଣଚାଷଖଣ୍ଡ କରି ତାହା କାଟିଲା ଇନ୍ଦ୍ର ଯେ ଦେବତା ।୩୩।

ବାସବ ଛେଦିଲା ତାହା ତିରଣ ଆକାରେ

ତେଣୁ ଅଣଚାଷଖଣ୍ଡ ଯେ ହୋଇଲା ଶୁନ୍ୟରେ ।୩୪।

ବହୁତ ମନୁର ୟେ ଅପାର କାଳର କଥା

ସଞ୍ଚପି କହିତେ କେହୁ ହୋଇବ ସାମରଥା ।୩୫।

ତୋହୋର ବଡଂକର ଚରିତ ଶୁଣିମା ବ୍ରିକୋଦର

କୋଇନ୍ତାୟେ ପ୍ରସନ୍ନ ହୋଇଲେ ପବନ ଅଣାକାର ।୩୬।

ତିନିମନୁ ତପେ ଜପିଣ ସେ ଅପୂର୍ଣ୍ଣା ଅଞ୍ଜନୀ

ତାହାର ଚିହ୍ନ ବର୍ଣ୍ଣ ସେ ନୁଆରିଲାକ ଘେନି ।୩୭।

ସାଧୁ ସାଧୁ ସାଧେବୀ ସେ କଇନ୍ତା ମାହେଶ୍ୱରୀ

ପବନର ବୀର୍ଯ୍ୟେ ସେ ନୋହିଲା ମହାଭାରୀ ।୩୮।

ପ୍ରତକ୍ଷେ ଅଣାକାର ଯେ ଗର୍ଭେ ଦିଲା ତତ୍ତୁ

ସେ ବ୍ରହ୍ମଭେଦୀ ଗର୍ଭେ ଛନ୍ଦିଲା ମହାଧାତୁ ।୩୯।

ଭୀମସେନ ଆଶ୍ରିଜ ହୋଇଲା ମରୁତ ସାରଥିର ବଚନ ଶୁଣି

ୟେମନ୍ତ ସମୟେ ଶୁଭିଲା ଆକାଶରୁ ବାଣୀ ।୪୦।

ୟେଥକୁ ଭ୍ରାନ୍ତି ତୁ ନ କର ଆନ ଚିତ୍ତ

ପବନ ବୋଇଲେ ୟେ ମୋହୋର ସାରଥି ମରୁତ ।୪୧।

ୟେ ତୋହୋର ରଣେ ୟେବେ ହୋଇବ ସାରଥି

ବାହିବ ତୁରଙ୍ଗମ ସେ ପବନୁଂ ବେଗ ଗତି ।୪୨।

ଅଦଭୁତ ବଚନେ ସେ ହୋଇଲା ମନ ତୋଷ

ସାରଥିକି ପୂଜାକଲା ଅନେକ ହରଷ ।୪୩।

ପିତାର ଆଗ୍ୟାଂ ପ୍ରମାଣେ ସେ କରି

ହୋଇଲୁ ସାରଥି ରଥ ବାହାସି ମୋହୋରି ।୪୪।

ଅନେକ ଆୟେ ରତ୍ନେ ସେ ମଣ୍ଡିଲାକ ବେଗେ ରଥ

ପୁଷ୍ୟକ ବିବାନ ଜାଣି ଦିଶଇ ସଂଜାତ ।୪୫।

ଶିବସାହେର ତୀର୍ଥେ ଭୀମସେନ ସ୍ରାହାନ ଯେ ସାରି

ଶ୍ରୀ ସୋମନାଥ ସ୍ୱାମୀଂକି ଅନେକ ତୁସ୍ତି କରି ।୪୬।

ଜୟତୁ ବିଶ୍ୱନାଥ ଅନ୍ଧେକ ବିଦାରଣ ପରମଯୋଗୀ

ଜୟତୁ ବିଶ୍ୱନାଥ ଜଗୁ ସୋଦର ଶରଣ ସର୍ବଭୋଗୀ ।୪୭।

ଜୟତୁ ବିଶ୍ୱନାଥ ଅସୁର ବିଦାରଣ ତ୍ରିପୁରା

ଜୟତୁ ବିଶ୍ୱନାଥ କାମାଙ୍ଗ ନାଶନ ପଞ୍ଚୁଶିରା ।୪୮।

ଜୟତୁ ସୟଳ ଜନ ବୋଧନ ଶୁକଳାଙ୍ଗ

ଡାକି ଘୋର ଶବଦେଣ ବିଘଂସିତ ଖଟ୍ୱାଙ୍ଗ ।୪୯।

ଜୟ ତୁ ଅନଙ୍ଗ ବିଦାରଣ ସିଦ୍ଧବେତ୍ତା

ଜୟତୁ ଜଗତ ବନ୍ଧୁ ସଂସାର ଉଦ୍ଧାରନ୍ତା ।୫୦।

ଗିରିଜାର ବଲ୍ଲଭ କୁମାର ସମ୍ଭବେ

ବାଞ୍ଛା ପ୍ରାପତ ତୁ ଯେ କରିବା ମହାଦେବେ ।୫୧।

ଜୟତୁ ସୋଢଳ ନାଥ ତାଣ୍ଡବ ରସ ଖେଡେ

ମାଇଲୁ ପ୍ରଜାପତି ତୁ କଥାର ସଂପୋଡେ ।୫୨।

ଭଗତମଚ୍ଛଳ ନାଥ ଶରଣ ପଞ୍ଜର ସ୍ୱାମୀ

ଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ ପରିଣାମି ।୫୩।

ଭୀମସେନ ମୁଖୁଂ ୟେସନେକ ସ୍ତୁତି ଶୁଣି

ବିଜୟେ ବିଶ୍ୱନାଥଦେବ ଶୂଳପାଣି ।୫୪।

ବୃଷଭ ଆରୋଢେ ବିଜୟେ ଦେବକାଶୀ

ପଞ୍ଚବଦନେ ପଞ୍ଚଦଶ ଲୋଚନ ପ୍ରକାଶି ।୫୫।

ଗଙ୍ଗା ଯମୁନା ସରସ୍ୱତୀ ଧବଳାଙ୍ଗୀ

ବହଇ ଜାହ୍ନବୀ ନଦୀ ଅଭୟେ ବରଦାଙ୍ଗୀ ।୫୬।

ନବଲକ୍ଷ ଡମ୍ବରୁ ଯେ ଅନ୍ତରୀକ୍ଷେ ବାଜି

ହୃଦେ ପିବିତ୍ରା ଦେବ ବାସୁକି ସର୍ପରାଜି ।୫୭।

ପବନ ନନ୍ଦନ ଦଣ୍ଡ ପ୍ରଳଂବ ଶତ ସହସ୍ରେ

ସ୍ୱାମୀ ପଚ୍ଛିମ ଦିଗେ ମୋତେ ପେଷିଲେ ଠାକୁରେ ।୫୮।

ସ୍ୱାମୀ ପଞ୍ଚାଶ ସହସ୍ର ନୃପତି କରିବି ନିମନ୍ତ୍ରଣ

ନଉଦିବସ ମଧ୍ୟେ ସାଧିବି ସକଳ ରାଜାଗଣ ।୫୯।

ସ୍ୱାମୀ ଅନୁବ୍ରତେ ମୋତେ ତଲେ କରିଥିବା

ଶିବଗଣନ୍ତ ଘେନି ଦେବ ରାଜୁସି ଯଗ୍ୟେଂ ଯିବା ।୬୦।

ବଦନ୍ତି ବିଶ୍ୱନାଥ ପଞ୍ଚୁବଦନ ଦେବ

ଆହୋ ପଚ୍ଛିମଦିଗ ରାଜାନ୍ତ ତୁ ନିମନ୍ତ୍ରିବୁ ସର୍ବ ।୬୧।

ୟେକ ରାଜାୟେ ଅଛଇଟି ବଡ଼ାଇ ପ୍ରତାପୀ

ମେଖଳଦେଶର ନୃପତି ସେ ଅଟଇ ମହାକୋପୀ ।୬୨।

ଅନେକ ସାଂଗ୍ରାମ କଲା ମଗଧେଶ୍ୱର ବୀରା

ସାଂଗ୍ରାମେ ହାରି ପଳାଇଲା ବୀରା ଜାରା ।୬୩।

ଭୀମସେନ ବୋଇଲା ସେ ଅଟଇ କେଉଂଣ ବଂଶୀ

କାହର ପୁତ୍ର ହୋଇଲା ୟେଡେକ ତେଜରାଶି ।୬୪।

ଉମାର ବଲ୍ଲଭ ବୋଲନ୍ତି ଆଦିଦେବ

ଭୀମସେନକଇଂ କହନ୍ତି କଥାର ପ୍ରସ୍ତାବେ ।୬୫।

ସତ୍ୟଯୁଗେ ବନ ଗହନେ ଗମନ୍ତେ ମୁନି ବ୍ୟାସେ

ବଇଶାଖ ଶୁକଳ ତ୍ରୟୋଦଶୀ ଦିବସେ ।୬୬।

ପୁଷ୍ୟା ନକ୍ଷତ୍ର ଯେ ବାଣିଜ୍ୟ ନାମେ କରଣ

ଧୃତି ନାମେ ଯୋଗ କକଡା ଚନ୍ଦ୍ର ଘଟଣ ।୬୭।

ସେ ଦିନେ ବ୍ୟାସେ ଯେ ଭ୍ରମନ୍ତି ବିପୁନ୍ୟେ

ବଜାଇ ମହାପଣ୍ଡିତ କୁତୂହୋଳେ ମନେ ।୬୮।

ନାନାରୂପେ ସେ ଯେ ବୁଲନ୍ତି ବନେ ଭ୍ରମି

ସମସ୍ତ ଜୀବକଇଂ ଇଚ୍ଛନ୍ତି ସେହୁ କାମୀ ।୬୯।

କୁତୂହୋଳେ କ୍ଷଣେ କ୍ଷଣେ ହୋଅଇ ଆନରୂପୀ

ଶୃଙ୍ଗାର କଉତୁକେ ବଢ଼ିଲା ରସକ୍ଷେପି ।୭୦।

ଆହୋ ହରିଣୀ ପଲେକ ଯେ ଦେଖିଲେ ବ୍ରହ୍ମଯତି

ହରିଣେକ ହୋଇ ସେ ହରିଣୀକି କଲେ ରତି ।୭୧।

ସେ ରସେ ମହାତମାର ବୀର୍ଯ୍ୟ ଯେ ପଡିଲା

ହରିନାଥ ବୋଲି ତହୁଂ ପୁତ୍ରେକ ଉପୁଜିଲା ।୭୨।

ମହାଭିଗ୍ୟଂ ପଣ୍ଡିତ ସେ ଅଟଇ ନରପତି

ଇସ୍‌କିନ୍ଧା ଠାକୁର ସେ ଅଭୟେ ଚକ୍ରବ୍ରତୀ ।୭୩।

ଶ୍ରୀରାମଂକୁ ସେବା ସେ କଲା ତ୍ରେତୟା ଯୁଗେ

ସେତୁବନ୍ଧ ବାନ୍ଧଲା ସେ ବାରାନିଧି ସତ୍‌ସଙ୍ଗେ ।୭୪।

ପୁଣିହିଂ ବିହଡନ୍ତି ମୁନି ୟେକଇଂ ସମୟେ

କୃଷ୍ଣଭଦ୍ରା ନଦୀତୀରେ ଦେଖିଲେ ମୃଗୁଣୀ ପଲ ଗୋଟିୟେ ।୭୫।

ଆହୋ ଭୀମସେନ ଯମନିକା ନାମେଣ ଯେ ୟେକଇ ମୃଗୁଣୀ

ଆତଙ୍ଗ କାମରେ ସେ ହୋଇଅଛଇ ବିରହିଣୀ ।୭୬।

ମୃଗ ରୂପ ଧରିଣ ସେ ବ୍ୟାସ ତପୋଧନୀ

ବନେ କ୍ରୀଡା କଲେ ସେ ଯମନିକା ମୃଗୁଣୀକି ଘେନି ।୭୭।

ବିଭଳିତ ଶୃଙ୍ଗାରେ ଛାଡିଲେ ବିନ୍ଦୁଗୋଟି

ପୁତ୍ରେକ ଉପିଜିଲା ମଣିଷ ଶରୀର ମୃଗ ମୁଣ୍ଡଗୋଟି ।୭୮।

ମୃଗସେନ ନାମ ତାର ଜଗତେ ବିଛାତି

ମେରୁ ଦକ୍ଷିଣ କୋଶଳେ ସେ ଅଟଇ ଆଧିପତି ।୭୯।

ପଞ୍ଚାଶ ପଦ୍ମ ତାର ଖଟନ୍ତି ରାଉତ

ସବୁଂକରି ବାହାନ ସେ ଚଢ଼ନ୍ତି ମୃଗନ୍ତ ।୮୦।

ଆହୋ ଭୀମସେନ ସେ ସହସ୍ରାଅର୍ଜୁନ ତୁଲେ ଅନେକ ଯୁଦ୍ଧ କଲା

ସତ୍ୟଯୁଗେ ମାନଧାତା ତାକୁ ଜିଣି ତ ନୁଆରିଲା ।୮୧।

ତାହାକୁ ସାଂଗ୍ରାମେ ତୁ ଜିଣି ନୁଆରିବୁ ଭୀମ

ବ୍ୟାସଂକୁ ସୁମରିବୁ ଯେବେ କଷ୍ଠୋର ପଡିବ ସାଂଗ୍ରାମ ।୮୨।

ସେ ବ୍ୟାସେ ଯାଇଂ ତୋତେ ହୋଇବେ ପ୍ରସନ୍ନ

ତେବେ ସେ ସାଧ୍ୟ ତୋତେ ହୋଇବ ନୃପତି ମୃଗସେନ ।୮୩।

ବହୁତ କଟାଳ ତୋତେ ନାହିଂନା ଆନ ଠାବ

ସମସ୍ତ ସାଧ୍ୟ ହୋଇବ ତୋତେ ବଦୟନ୍ତି ମହାଦେବ ।୮୪।

ରାଜାମାନନ୍ତ ଘେନିକରି ଆସ ସର୍ବ ସାଧି

ଯାଆରେ ପାଣ୍ଡବ ତୋର କାର୍ଯ୍ୟ ହୋଉ ସିଦ୍ଧି ।୮୫।

ୟେ ଶହସ୍ରମାନ ତୋତେ ଦେଉଛି ଭୀମସେନ

ଜଗଜ୍ଜିତା ନାରାଜମାନେ ତୋତେ ହୋଇବେ ପ୍ରସନ୍ନ ।୮୬।

ଯେବଣ ଶହସ୍ର ଘେନି ଜିଣିଲୁଂ ତ୍ରିପୁରା

ସେ ନାରାଜ ତୋତେ ଦେଲି ତା ନାମ ପଞ୍ଚଶିରା ।୮୭।

ଅମୋହ ଶକତି ହାଦେ ଶୂଳ ଯେ ଶକତି

ବଜ୍ର ମୁଦୁଗର ଭୀମକୁ ଦିଲେକ ପଶୁପତି ।୮୮।

ବିଜୟ ଡମ୍ବରୁ ଦିଲେ ଘୋଷଣ ଯେ ବାଦ୍ୟ

କୁତୂହଳୀ ପୁରୁଷ ଭୀମକୁ ଦିଲେକ ବଜ୍ର ସିଂହନାଦ ।୮୯।

ଆବରେ ଦିଲେ ସ୍ୱାମୀ ମହାକାଳ ବାଣ

ୟେଣୁକରି ସକଳ ରାଜାନ୍ତ ତୁ ଜିଣ ।୯୦।

ପ୍ରସନ୍ନେ ଅନେକ ଶହସ୍ର ଦିଲେକ ପଶୁପତି

ଯାଅ ଯା ଭୀମ ତ୍ରିୟଲୋକେ ତୋତେ ନ ପଡୁ ଦୁର୍ଗତି ।୯୧।

ୟେସନେକ ଆଗ୍ୟାଂ ତାକୁ ଦିଲେକ ପଞ୍ଚୁମୁଖେ

ତହୁଂଣ ବିଶ୍ୱେଶ୍ୱର ନାଥ ଗଲେକ ଅନ୍ତରୀଚ୍ଛେ ।୯୨।

ୟେସନେକ ପଚ୍ଛିମ ସୋମନାଥ ଜିଣିଣ ଚଳଇ ମହାବୀର

ପଚ୍ଛିମ ଦିଗକଇଂ ଗମଇ ବ୍ରିକୋଦର ।୯୩।

ସମ୍ଭର୍ବେଣ ଥାଠ ଘେନିଣ ପାଣ୍ଡବ

ପଚ୍ଛିମ ଦିଗ ରାଜା ବରଣେ ଚଳଇ ବେଗୁଂ ବେଗ ।୯୪।

ମାନଭଙ୍ଗ ବୋଲି ୟେକଇ ପର୍ବତେ

ମାନେ ବସିଲେ ତହିଂ ଗଉରା ନଉଯୁଗ ପରିଯନ୍ତେ ।୯୫।

ସେ ପର୍ବତେ ପ୍ରବେଶ ହୋଇଲା ପାବେନି

ଆକାଶ କମ୍ପୁଅଛି ଯେ ବୀରତୂର ଧୁନି ।୯୬।

ମାନସାନନ୍ଦ ବୋଲିଣ ୟେକ ଦେଶଗୋଟି

ମାନଅର୍ଜୁନ ବୋଲି ତହିଂରେ ଅଟଇ ରାୟେଟି ।୯୭।

ବିଷ୍ଣୁପ୍ରସାଦ ବୋଲି ୟେକଇ ନଦୀଗୋଟି

ତ୍ରିବେଣୀ ବାହିନୀ ସେ ସାଗରେ ଅଛି ଫୁଟି ।୯୮।

ସେ ନଦୀର କୂଳେ ରାଇଜ ତାହାରି

ବଡାଇ ଧାର୍ମିକ ସେ ଅଟଇ ଦଣ୍ଡଧାରୀ ।୯୯।

ଭୀମସେନ ପରବେଶ ସେ ମାନଭଙ୍ଗ ପରବତେ

ରାଜ୍ୟଗୋଟି କମ୍ପେ ତାର ବୀର ତୂର ଘାତେ ।୧୦୦।

ଆସ୍ତାନେ ବିଜେକରି ବୋଲଇ ନରପତି

କାର ବୀର ତୂର ଶବଦେ କମ୍ପିଲା ମୋର ପୃଥ୍ୱୀ ।୧୦୧।

ରାଜାର ବଚନେ ଚଳିଲେ ଦେଶାଉରେ

ଧାତିକାରେ ରାଜ୍ୟୁଂ ବେଗେ ହୋଇଲେ ବାହାରେ ।୧୦୨।

ପର୍ବତୁଂ ଓହ୍ଲାବନ୍ତି ଆଗିଆଣି ଥାଠ

ମୁନେହିଂ ପଚାରନ୍ତି ତୁମ୍ଭେ କେଉଣ ଦେଶୀ ଅଟ ।୧୦୩।

ଅଦଭୁତେ କିମ୍ପେ ରାଜ୍ୟେ ପଶିଲ ଆମ୍ଭର

ପରରାଜ୍ୟେ ପଶିବାକୁ କିସ ଶକ୍ୟ ଯେ ତୁମ୍ଭର ।୧୦୪।

ବୋଲନ୍ତି ଭୀମସେନ ଚାରଗଣନ୍ତ ବଚନେ

ବାରତା କହ ଯାଇଂ ତୁମ୍ଭ ରାଜାର ସନ୍ନିଧ୍ୟାନେ ।୧୦୫।

ରାଜାକୁ ଯାଇଂ କହ ହୋ ଜାରା ନିବାରଣ

ରାଜୁସି ଯଗ୍ୟଂକୁ ପଚ୍ଛିମ ଦିଗ ରାଜାନ୍ତ ବରଣ ।୧୦୬।

ରାଜାନ୍ତ ନିମନ୍ତ୍ରଣ କରିବେ ପଚ୍ଛିମ ଦିଗେ

ସମଦଣ୍ଡ ଘେନିଣ ରାଜାୟେ ଯିବେ ବେଗେ ।୧୦୭।

ତହୁଂ ବାରତା ଯହୁଂ ଶୁଣିଲେକ ସନ୍ଦେଶ

ମାନଅର୍ଜୁନର ଆଗେ ଯାଇଂ କହିଲେ ସନ୍ଦେଶ ଆଦେଶ ।୧୦୮।

ସ୍ୱାମୀ ରାଜୁସି ଯାଗ ଯେ କରିବା ନିମନ୍ତେ

ଜରାସନ୍ଧ ନିବାରଣ ହୋଇଲା ଯାହାର ହାଥେ ।୧୦୯।

ସ୍ୱାମୀ ସୋହୋଡ ସୁନ୍ଦର ସେ ପବନର ବଚ୍ଛି

ପଚ୍ଛିମ ଦିଗକଇଂ ସେ ରାଜାନ୍ତ ନିମନ୍ତ୍ରଣେ ବିଜେ କରିଅଛି ।୧୧୦।

କୋଇନ୍ତାଂକର ନନ୍ଦନ ସେ ବ୍ୟାସଂକର ନାତି

ଭୀମସେନ ଠାକୁର ସେ ପ୍ରତକ୍ଷେ ଅଟନ୍ତି ।୧୧୧।

ସନ୍ଦେଶ ବାରତା ଯହୁଂ ପାଇଲା ନୃପବର

ଜଗତୀ ଛାଡି ରାଜା ଉଠିଲା ଧାତିକାର ।୧୧୨।

ଶତେକ ଭାର ସେହୁ ଘେନିଣ ପାଣି ଦ୍ରବ୍ୟ

ରାଜ୍ୟରେ ପାୟେଡା ପାଡି ସେ କରଇ ଉତ୍ସବ ।୧୧୩।

ଶ୍ରୀକରେ କନକ ଆଞ୍ଜୁଳିୟେ ଘେନି ରାୟେ

ଭୀମସେନ ଛାମୁରେ ନେଇ କନେକ ବୃଷ୍ଟି କୟେ ।୧୧୪।

ସନ୍ନିଧ୍ୟେ ପ୍ରବେଶ ହୋଇଣ ମହାବଳୀ

ପାୟେ ଯାଇଂ ନୃପତି କରଇ ନିଉଛାଳି ।୧୧୫।

କରପତ୍ର ଯୋଡିଣ ସେ ଅନେକ ତୁସ୍ତି ବୋଲି

ଛାମୁରେ ମାନଅର୍ଜୁନ ଶୁତିଲା ଗଡଘାଲି ।୧୧୬।

ପୁଣ ପୁଣ ନୃପତି ହୋଅଇ ପରିଣାମି

ଦଶ ଦୋଷ ଅପ୍ରାଧ ଷମା କରିବା ଦେବ ସ୍ୱାମୀ ।୧୧୭।

ଦେଶାଉର ମୁଖେ ମୁଂ ବାରତା ନ ପାଇଲି

ସ୍ୱାମୀକି ଭଗତି ନିମନ୍ତେ ଥୋକାୟେ ଦୂର ପାଛୋଟି ନୂଆରିଲି ।୧୧୮।

ଆନନ୍ଦେ ଅଶ୍ରୁଜଳ ବହଇ ନେତ୍ର ବେନି

ଛାମୁରେ ନୃପତି ଯାଇଂ କରଇ ଦୟିନୀ ।୧୧୯।

ଶରଣ ଶରଣ ବୋଲି ଫୁକାରଇ ବହୁତ କ୍ରୋଧେ

ସ୍ୱାମୀ ତୁମେ ମହତ ଉପେକ୍ଷା କରିବା ଅଗ୍ୟାନର ଅପ୍ରାଧେ ।୧୨୦।

ରଥର ଉପରେ ଥାଇ ବୋଇଲାକ ପାବେନି

ମାନଅର୍ଜୁନେ ନିମନ୍ତ୍ରିଲେ ଅକ୍ଷତଗୁଆ ଘେନି ।୧୨୧।

ତୋହୋର ଥାଠ ସଇନ୍ୟ ଯେତେକ ଅଛି ବାବୁ

ସମଦଣ୍ଡ ଘେନି ମକର ମାସେ ରାଜୁସି ଯଗ୍ୟଂକୁ ଯିବୁ ।୧୨୨।

ବିନୟେ ଭାବ ବୋଲଇ ମାନଅର୍ଜୁନ ଚକ୍ରବତୀ

ସ୍ୱାମୀ ମୋହୋର ପୁରେ ମୁଣୋହି କରିବା ମାରୁତି ।୧୨୩।

ସ୍ୱାମୀ ଅତିଅନ୍ତ ମହାଭାଗ୍ୟ ମୁଂ ଦେଖିଲି ନୟନେ

ପିତୃଲୋକେ ମୁକତି ମୋହୋର ଦରଶନେ ।୧୨୪।

ଭୀମସେନ ବୋଇଲା ମୁଂ ନୁଆରଇ ରହି

ରାଜ୍ୟକେ ମୁଣୋହିଂ ମୋତେ ହୋଉଥିବ କାହିଂ ।୧୨୫।

ପଞ୍ଚାଶ ସହସ୍ର ରାଜା ସାଧିବି ନଉଦିବସର ମଧ୍ୟେ

ସାଧ୍ୟ ଅସାଧ୍ୟ ରାଜାୟେ ଅଛନ୍ତି ମୁଂ ଜିଣିମଇଂ ଯୁଦ୍ଧେ ।୧୨୬।

ନଉଦିବସେ ରାଜାୟେ ଯେବେ ପ୍ରବେଶ ନୋହିବେ

ଚକ୍ରେଣ ଶିର ମୋର ଛେଦିବେ ବାସୁଦେବ ।୧୨୭।

ରାଜ୍ୟେକ ମୁହିଂ ମୁଣୋହିଂ କରୁଥିଲେ ଭଲେ

ପଞ୍ଚାଶ ସହସ୍ର ରାଜା ସାଧିବି କେମନ୍ତେ ମୁଂ ସୁଖଭୋଗ
ଇଚ୍ଛିଲେ ।୧୨୮।

ମାନଅର୍ଜୁନ ରାଜାକୁ ଭୀମସେନ ନିମନ୍ତି

ମାନଭଙ୍ଗ ଦେଶରୁ ଭୀମ ବାହାର ତତକ୍ଷଣାନ୍ତି ।୧୨୯।

ବୀରତୂର ଶବଦେ ଥାଠ ଯେ ଚଳାଇ

ବନ ପର୍ବତ କନ୍ଦର ଜିଣି ଅନେକ ଦୂର ଯାଇ ।୧୩୦।

କରତାର ନାମ ବୋଲିଣ ୟେକଇ ପରବତେ

ଶରଣଭଦ୍ରା ବୋଲିଣ ବହଇ ୟେକତୀର୍ଥେ ।୧୩୧।

କାର୍ତ୍ତିକ ମାସ ଶୁକଳପକ୍ଷ ଯେ ପଉର୍ଣ୍ଣମୀ

କୃତ୍ତିକା ଅନ୍ତେ ନକ୍ଷତ୍ରେ ଭୀମସେନ ଜଳଗାମୀ ।୧୩୨।

ଆ କା ମା ବ ଇ ଯେ ଅଟଇ ସେ ଦିନର

ତୀର୍ଥେ ସ୍ରାହାନ ସାରି ଦାନ ଦିଲାକ ବ୍ରିକୋଦର ।୧୩୩।

ମନୋହର ଦେଶର ସେ ସୁବାହୁ ଦଣ୍ଡଧାରୀ

ଚାରିଶତ ପାରିଦଣ୍ଡ ଘେନି ସେ ଅଇଲେ ତାର୍ଥକରି ।୧୩୪।

ରାଜାର ଅଗ୍ରତେ ତହିଂ ଜମାଇେଲେ ମୁନେହି

ଭୀମସେନ ଠାକୁରେ ଅଛନ୍ତି ଶରଣଭଦ୍ରା କୂଳେ ରହି ।୧୩୫।

ପଞ୍ଚାଶ ସହସ୍ର ରାଜା ସେ କରିବେ ନିମନ୍ତ୍ରଣ

ଯୁଝେଷ୍ଠିଦେବଙ୍କ ଆଗ୍ୟାଂୟେ ପଚ୍ଛିମ ଦିଗକଇଂ ବରଣ ।୧୩୬।

ଶୁଣି ପରମ ସାନନ୍ଦ ଯେ ସୁବାହୁ ନୃପତି

ତୁଲେଣ ଅଛଇ ତାହାର ପଞ୍ଚଖର୍ବ ହାଥୀ ।୧୩୭।

ଭୀମସେନ ଆଗତ ବୋଲି ରାଜାମାନେ ଶୁଣିଲେ

ହାଥୀମାନେ ତେଜ୍ୟାକରି ସମସ୍ତେ ବିଶହସ୍ର ହୋଇଲେ ।୧୩୮।

ଆହୋ ସ୍ୱାମୀ ବ୍ରିକୋଦର ତ୍ରାହି ତ୍ରାହି ବୋଲି

ଦନ୍ତେ ତିରଣ ଘେନି ଶୁତିଲେ ଗଡଘାଲି ।୧୩୯।

ସୁବର୍ଣ୍ଣଚୂଡ ପର୍ବତେ ବିଜୟେ ପାବେନି

ରାଜାମାନେ ଦ୍ରଶନ କରନ୍ତି ଦେଖା ଦରଶନି ଧନ ଘେନି ।୧୪୦।

କାଳିଅଞ୍ଜ ପଢିହାରୀ କାଳଧ୍ୱଂସନ ଡଗର

ବିନୟେ ବାରତା ଜଣାଇଲେ ଭୀମସେନ ଛାମୁର ।୧୪୧।

ମନୋହର ଦେଶର ରାଜା ସୁବାହୁ ନୃପମଣି

ଚାରିଶତ ପାରିଦଣ୍ଡ ତୁଲେ ବଳ ସାତ ଯେ କ୍ଷଉଣୀ ।୧୪୨।

ତ୍ରାହି ତ୍ରାହି ବୋଲିକରି ବିନୟେ ପରିଣାମି

ସୁବାହୁ ନୃପତି ଦ୍ରଶନ କରଇ ଦେବସ୍ୱାମୀ ।୧୪୩।

ଆହୋ ନାମ ସଂକେତ ଲୟେ ଯେ ପବନର ବଳା

କିଞ୍ଜିତେ ପାଣ୍ଡବ ସୁନ୍ଦର ସୁବାହୁ ନୃପତିକି ଦେଖିଲା ।୧୪୪।

ଶ୍ରୀଭୁଜ ତୋଳି ବୋଇଲେ ତାକୁ ପବନ ଆତ୍ମଜା

ଥାଠ ସଇନି ଘେନି ରାଜୁସି ଯାଗକୁ ଯା ୟା ।୧୪୫।

ଯେତେକ ସଇନ ତୋହୋର ଗଜ ଅଶ୍ୱ ରଥ

ସମଦଣ୍ଡ ଘେନି ପ୍ରବେଶ ହୋଇବୁ ଇନ୍ଦ୍ର ଯେ ପ୍ରଶସ୍ତ ।୧୪୬।

ମକର ମାସର ମଧ୍ୟେ ହୋଇବ ମହାଯଗ୍ୟଂ

ଦେଖା ଦରଶନି ଘେନି ଯାଅ ଯା ବେଗ ବେଗ ।୧୪୭।

ଶୁଣିଣ ସାନନ୍ଦ ହୋଇଲେ ସକଳ ରାଜାମାନେ

ସ୍ୱାମୀ ଶ୍ରବଣେ ଯାହା ଶୁଣିଥିଲୁ ତାହା ଦେଖିଲୁ ନୟନେ ।୧୪୮।

ତୁମ୍ଭେ ସେ ମାରୁତି ଅଟ ପାଣ୍ଡବ ସୁନ୍ଦର

ଜାରା ନିବାରଣ ସ୍ୱାମୀ ତୁ ପ୍ରଚଣ୍ଡ ବ୍ରିକୋଦର ।୧୪୯।

ସ୍ୱାମୀ ବକ ହିଡିମ୍ବେକ ଯେ କୁମ୍ଭିରୀ କିନ୍ନରୀ

ଯାହାର ବିଘାତେ ୟେ ପଡିଲେ ଦତ୍ୟଚାରି ।୧୫୦।

ସ୍ୱାମୀ ତୁହି ସେ ବିଷଲଡୁ ଖାଇ ପାରକଲୁ

ନାଗେଣୀ ବଳ ଗଞ୍ଜି ବେଲାବଳୀ ଆଣିଲୁ ।୧୫୧।

ପାଣ୍ଡବାସୁରକୁ ମାରି ଉଦ୍ଧରିଲୁ କଉରୋବ

ଯାହାର କୋପକୁ ଶଂକା କରନ୍ତି ବଳଦେବ ।୧୫୨।

ତୁ ଦେବ ଦୁଷ୍ଟଂକର ପ୍ରକୃତି ଦର୍ପ ଧ୍ୱଂସା

ଭଗତ ଜନ ମତ୍ସଳ ସ୍ୱାମୀ ହୋ ପୂରାଅ ମନୀଷା ।୧୫୩।

ଦୁଷ୍ଟନ୍ତି ନାଶି ଶରଣ ପଞ୍ଜର ବୀର ଭୀମ

ଅନେକ ଦୋଷ କରିଥିଲେ ସ୍ୱାମୀ କରିବାକ କ୍ଷମ ।୧୫୪।

ଜରାସନ୍ଧ ବଧି ଦେବ ରାଜାନ୍ତ ଉଦ୍ଧରିଲୁ

ଛୟାଣୋଇ ସହସ୍ର ରାଜାନ୍ତ ତୁ ବନ୍ଦୀ ମୁକୁଳ କଲୁ ।୧୫୫।

ରାଜୁସି ଯଗ୍ୟଂ ସଭା ଦେଖିବୁ ତୋହୋର ପ୍ରସନ୍ନେ

ହରିବୁ ଅନେକ ପାତକ ତରିବୁ ପିତୃଜନେ ।୧୫୬।

ଅକ୍ଷତ ଗୁଆ ଘେନିଲେ ଯେ ସୁବାହୁ ନୃପତି

ଚାରିଶତ ପାରିଦଣ୍ଡ ଘେନି ଅନକୂଳ କଲା ତତକ୍ଷଣାନ୍ତି ।୧୫୭।

ତହୁଂଣ ଭୀମସେନ ଚଳଇ ତୋଷମନେ

ଦଣ୍ଡଘେନି ବିଜୟେ କୁଣ୍ଡଳୀ ନାମେ ବନେ ।୧୫୮।

କୁଣ୍ଡୀନଗ୍ର ବୋଲି ୟେକ ଦେଶଗୋଟି

ଭୀଷ୍ମେକ ବୋଲିଣ ତହିଂର ୟେକଇଂ ନୃପତି ।୧୫୯।

ରୁକ୍ମ ରୁକ୍ଣଣ ରୁକ୍ଣବାହୁ କରି ତାର ୟେ ତିନି ଯେ ତନୟେ

ରୁକ୍ଣିଣୀ ବୋଲିଣ କରି ତାହାର ତନୁଜାୟେ ।୧୬୦।

ରୁକ୍ମଣ ବୋଲିକରି ଯେ ତାହାଂକର ଜ୍ୟେଷ୍ଠବଳା

ଦୁଷ୍ଟଂକର ସଙ୍ଗେ ତାହାର ଅନୁବ୍ରତେ ମେଳା ।୧୬୧।

ଜଗନ୍ନାଥଂକୁ ଭଙ୍ଗାଇ ରୁକ୍ମିଣୀ ବିଭାକାଳେ

ଦୁଷ୍ଟ ପ୍ରକୃତିରେ ସେ କରଇ ଶିଶୁପାଳେ ।୧୬୨।

ରୁକ୍ମଣୀଂକି ହରିଣ ଜଗନ୍ନାଥେ

ବହୁତ ସାଗ୍ରାଂମ କଲା ରୁକ୍ମଣ ମନ୍ଦକୃତ୍ୟେ ।୧୬୩।

ରାଗେଣ ହରି ଛେଦୁଥିଲେ ତାହାର ମୁଣ୍ଡଗୋଟି

ରୁକ୍ମିଣୀର ବିକଳେ ତାକୁ କଲେ ସାତବେଣ୍ଟି ।୧୬୪।

ଲାଜେଣ ନ ଗଲା ସେହୁ ଆଉ କୁଣ୍ଡୀନଗ୍ରକୁ

ହରଉଦ୍ୟାନ ବନେ ସେ ଖଟିଲା ରୁଦ୍ର ଦେବତାଂକୁ ।୧୬୫।

ଭଗତେ ପ୍ରସନ୍ନ ତାଂକୁ ହୋଇଲେ ବିଶ୍ୱନାଥେ

ପିନାକ ସେମାନେ ଧନୁୟେ ଦିଲେ ତାର ହାଥେ ।୧୬୬।

ରୁଦ୍ର ପ୍ରସନ୍ନେ ସେ ଖଟଇ ମହାବଳୀ

ରାଜ୍ୟେ ପ୍ରବେଶ ହୁଅନ୍ତେ ଭୀମସେନକୁ ଓଗାଳି ।୧୬୭।

କାହିଂର ମାନବ ରେ ୟେଡେ ଦର୍ପ କିଂପା

ମୃତୁ ଆଶ୍ରେ କଲୁରେ ପାମର ମନ୍ଦଦର୍ପା ।୧୬୮।

ରେ ରେ କାର କରି ଯେ ଧାମଇ କୁମାର

ଭୀମସେନକୁ ଓଗାଳିଲା ସେ କଟକ ବାହାର ।୧୬୯।

ରୁକ୍ମଣ ଆଗ୍ୟାଂ ଦିଲା ଆପଣା ସଇନିକି

ବିନ୍ଧ ଶିରେ ନାରାଜ ଚାହୁଂଛ କାହିଂକି ।୧୭୦।

ଆହୋ ରୁକ୍ଣଣ ଆଗ୍ୟାଂୟେ ସେ ଧାଇଂଲେ ସଇନି

ବିନ୍ଧନ୍ତି ନାରାଜନ୍ତ ଅବିଚ୍ଛନ୍ନ ବାଣ ଘେନି ।୧୭୧।

ରେ ରେ କାର ଶବଦେ ବିନ୍ଧନ୍ତି ବୀର ଡାକେ

ଯେସନେକ ବରଷାକାଳେ କ୍ଷେପନ୍ତି ବଳାହକେ ।୧୭୨।

ଭୀମସେନ ଯାଉଥିଲା ଅତିବେଗେ

ଆରେ ରହ ରହ ବୋଲି ଆସି ଓଗାଳିଲା ଆଗେ ।୧୭୩।

କରେଣ ଶହସ୍ର ଧରି ବେନିବଳେ ବେଗେ ଉଠି

ବାଣ ଜାଳାବଳୀରେ ହୋଇଲା ଶର ବୃଷ୍ଟି ।୧୭୪।

ଶରେଣ ଶର ଯେ ପଡିତାଳ ବେନି

ଝଲକନ୍ତି ଅସିପତ୍ରେ ଯେହ୍ନେ ପ୍ରଦୋଷ ବହନି ।୧୭୫।

ଭୀମସେନର ଥାଠ ଯେ ଉଠିଲେ ଗଳଗାଜି

ରୁକ୍ଣଣର ଥାଠ ଯେ ପଳାଇଲେ ଭାଜି ।୧୭୬।

ରୁକ୍ମଣ କୋପକଲା ଯେ ଥାଠଭଗ୍ନ ଦେଖି

ଆପଣେ ଉଠିଲା ବେଗେ ଉପ୍ରୋଧ ଉପେକ୍ଷି ।୧୭୭।

ଆବାରଣ ମୁକୁଟବନ୍ଧା ସଙ୍ଗେ ଲକ୍ଷେକ ଯେ ଯୋଧୀ

ୟେକମୁଖ ହୋଇଣ ସେ ଆକ୍ରେଷି ବାଣ ବିନ୍ଧି ।୧୭୮।

ଭୀମସେନର ସଇନି ନ ଘୁଞ୍ଚନ୍ତି ଅଛନ୍ତି ସର୍ବେ ଲାଗି

ଅନିର୍ବାରଣ ଶରେ ବିନ୍ଧନ୍ତି ବେଗି ବେଗି ।୧୭୯।

ଆପଣେ ଯହୁଂ ରୁକ୍ଣଣ ଉଠିଲା ଥାଠ ଘେନି

ଘାୟେଣ ଭାଜିଲେ ଯେ ପାଣ୍ଡବ ସଇନି ।୧୮୦।

ଯୁଝନ୍ତି ଭାଜନ୍ତି ପାଲଟନ୍ତି ଯହୁଂ ଦଣ୍ଡ

ଦେଖିଣ ମାରୁତି ଯେ କୋପେଣ ପରଚଣ୍ଡ ।୧୮୧।

ରୁକ୍ଣଣ ନାରାଜମାନ କରୁଅଛି ବୃଷ୍ଟି

ତୁଷାର ଆକାରେ ଯେ ପଡଇ ଶର ଘୋଟି ।୧୮୨।

ଦୁସହ ସମର ଦେଖିଣ ବୀର ଭୀମ

କମ୍ପଇ ଅଧର ବସିଲା ଅଙ୍ଗେ ତମ ।୧୮୩।

ବାହଇ ତୁରଙ୍ଗମ ଯେ ମାରୁତ ସାରଥି

ଆକାଶେ ରଥ ନେଲା ସେ ପବନର ଗତି ।୧୮୪।

ମାରୁତିର ହାଥେ କୃତାନ୍ତେକ ଗଦା ଦେଖି

ଭୟେ ପଳାଇଲେ ସଇନି ସାଂଗ୍ରାମ ଉପେକ୍ଷି ।୧୮୫।

ଦଣ୍ଡଭଗ୍ନ ଦେଖିଣ ସେ ଉଠିଲା ଆପଣ

ନବନିଶିକୋନ୍ତେ ଘେନି ଯେ ବୁଲାଇ ଧାଇଂଲା ରୁକ୍ଣଣ ।୧୮୬।

ମିଥୁନ ମେଘେ ଯେହ୍ନେ ଗର୍ଜଇ ନିର୍ଘାତ

ବୁଲାନ୍ତେଣ ମହାକୁନ୍ତ ଶୁଭଇ ସେହିମତ ।୧୮୭।

ରୁକ୍ମଣର ତୁଲେ ସେ ଯେ ଉଠିଲେ ରାଉତେ

ମାଇଲେ ଲାଂକିଆ ଧରି ପବନ ଆପାତେ ।୧୮୮।

ମୂର୍ତ୍ତି ଦେଖିକରି ସହି ନୁଆରିଲେ ପାବେନି

ଆପଣେ ଉଠିଲା ସେ କାରଣେ ଗଦାବର ଘେନି ।୧୮୯।

ରଥରୁ ଉତ୍ତୁରିଣ ଧାମଇଂ ବୀର କୋପେ

ମେଦିନୀ ଦଲଦଲିତ ପାଣ୍ଡବ ପରତାପେ ।୧୯୦।

ରଥେକ ଆରୋହିଣ ଯେ ଧାମଇଂ ରୁକ୍ଣଣ

ଲକ୍ଷେ କୋନ୍ତ ମାଇଲା ଭୀମସେନର ଉପରେଣ ।୧୯୧।

ଗଦା ବୁଲାଇଣ ଭୀମ ପିଟିଲା ଗଳଗାଜି

ସମସ୍ତ କୋନ୍ତାମାନ ସେ ପକାଇଲା ଭାଞ୍ଜି ।୧୯୨।

କାଳେବର ଗଦା ବେଗେ ବୁଲାଇଣ ବୀର ପିଟି

ଭାଞ୍ଜିଣ ରଥମାନ ପଡ଼ିଲା ମହୀଲୋଟି ।୧୯୩।

ହାଥୀଂକର ଉପରେ ଆରୋହିଲେ ରୁକ୍ଣଣର ସର୍ବସେନା

ବ୍ରିକୋଦର ଉପରକୁ ବିନ୍ଧିଲେ ତୀଖମୁନା ।୧୯୪।

ମରୁତ ଦେବତା ଯାହାକୁ ବରଦାୟେ

ସେ କି ଘୁଞ୍ଚଇ ହୋ ଛତ୍ରୀଂକର ଶର ଘାୟେ ।୧୯୫।

କୋପେଣ ବୁଲାଇଲା କାଳେବର ଗଦାବରେ

ପିଟିଲା ଭୀମସେନ ହାଥୀଂକର ଉପେର ।୧୯୬।

ବ୍ରିକୋଦର ପ୍ରହାରେ ଭାଜିଲା ହାଥୀଂକ କୁମ୍ଭସ୍ଥଳ

ଯୋଦ୍ଧା ମାହୁନ୍ତ ଆଦିକରି ପଡ଼ିଲେ ଅସମ୍ଭାଳ ।୧୯୭।

କୋପେଣ ହାଥୀଂକର ଧଇଲା ଥୋରହସ୍ତେ

ବୁଲାଇଲା ମାରୁତି ସେ ପବନ ଆପାତେ ।୧୯୮।

ୟେକଇ ହାଥୀ ଉପରେ ଆରେକ ହାଥୀ ନେଇ ପିଟି

ଗଳଗାଜି ମହାନଗେ ପଡିଲେ ମହୀଲୋଟି ।୧୯୯।

ପୁଣିହିଂ ଉଠନ୍ତି ବୀରେ କରେ ଧରିଣ ଚାବ

ବରଷନ୍ତି ତୀକ୍ଷମୁନା ନାରାଜ ଅସମ୍ଭବ ।୨୦୦।

ନାରାଜେଣ ପାଣ୍ଡବ ଯେ ଅଟନ୍ତି ଅଭୟେ

ଶତଶୃଙ୍ଗ ପ୍ରସନ୍ନେ ପାଷାଣ ଯାର କାୟେ ।୨୦୧।

ପୁଣି ପୁଣି ମାରୁତି ଉଠିଲା ମହାରାଗେ

ଗଜେ ଗଜ ଅଶ୍ୱେ ଅଶ୍ୱ କଚାଡଇ ପରିତାଗ୍ୟେଂ ।୨୦୨।

ଆହୋ ଅସମ୍ଭବ ସେନାୟେ ପଡିଲେ ମହୀଲୋଟି

ମହାବାଡେ ଯେହ୍ନେ ପଂକୁ ଫଳ ହୋୟେ ବୃଷ୍ଟି ।୨୦୩।

ଦଣ୍ଡ ଅପଚୟେ ଯହୁଂ ତାର ଦେଖିଲା ରୁକ୍ଣଣ

ପରିଘେକ ବୁଲାଇ ସେ ଧାମଇଂ ଆପଣ ।୨୦୪।

ଦିବ୍ୟ ଶହସ୍ରେକ ବୁଲାଇ ଅସିପତ୍ର

ଭୀମସେନ ଉପରକୁ ମାଇଲା ଯେସେନେକ ନିର୍ଘାତ ।୨୦୫।

ଦେଖିଣ ମାରୁତି ଯେ ପାତିଲା ଗଦାବର

ବେନିଖଣ୍ଡ ହୋଇଲା ରୁକ୍ଣଣ ଅସିବର ।୨୦୬।

ପୁଣିହିଂ ପଟିଲା ଯେ ପବନ ଆତ୍ମଜେ

ରୁକ୍ଣଣ ଉପରେ ନେଇ ପ୍ରହାର କଲା ଗୁରୁଜେ ।୨୦୭।

ଶରୀରୁ ରୁଧୀର ବାହାର ହୋଇ ଫୁଟି

ନିଚେଷ୍ଟେ ରୁକ୍ଣଣ ଯେ ପଡିଲା ମହୀଲୋଟି ।୨୦୮।

କୋପେଣ କ୍ଷେପିଲା ସେ ପାଣ୍ଡବ ଅଚାର୍ଗଳ

ଆକ୍ରୋଷି ଧଇଲା ଯାଇଂ ରୁକ୍ଣଣର ବାଳ ।୨୦୯।

ରକତ କୁମୁଦ ଜାଣି ବେନିଚଛୁ ଅଧରେ ଦନ୍ତ ଚାପି

ବାମ କରେ କେଶ ଡାହାଣ କରେ ଖଡଗ ଧରି କୋପୀ ।୨୧୦।

ରାଗେଣ ଛେଦିବ ସେ ରୁକ୍ଣଣର ମାଥ

ମରୁତ ସାରଥି ଯାଇଂ ଧଇଲା ଭୀମସେନର ହାଥ ।୨୧୧।

ବାବୁ ରାଜାନ୍ତ ନିମନ୍ତ୍ରେଣ ଅଇଲୁ ଧର୍ମେ ଅର୍ଥେ

ୟେଡ଼େବଡ଼ ରାଜାକୁ ନାଶ କରିବୁ କେଉଂଣ ମନ୍ତ୍ରେ ।୨୧୨।

ସାରଥି ବଚନେ ଭୀମ ସଂହରିଲା ଅସିବର

ରୁକ୍ଣଣ ବୋଇଲା ସ୍ୱାମୀ ତୁ କେବଣ ଦୋଶର ଦଣ୍ଡଧର ।୨୧୩।

ମୁହିଂ ଯେ ଯୁଦ୍ଧ କଲାଇଂ କୃଷ୍ଣ ବଳରାମେ

ଅଷ୍ଟାଙ୍ଗ ସେ ବଳଦେବ ମୋତେ ଜିଣିଲେ ସାଂଗ୍ରାମେ ।୨୧୪।

ଭୀମସେନ ବୋଇଲେ ତୁ କିଂପାଇଂ ରାମକୃଷ୍ଣେ ବଇରି

କେଉଂଣ କୃତ୍ୟେ ତୁ ତାହାନ୍ତ ଦ୍ୱନ୍ଦକାରୀ ।୨୧୫।

ରୁକ୍ଣଣ ବୋଇଲା ତୁ ଶୁଣ ହୋ ବୀରମଣି

ରୁକ୍ଣଣୀଦେବୀ ଅଟନ୍ତି ସେ ମୋହୋର ଭୟେଣୀ ।୨୧୬।

ମାତା ପିତାୟେ ବରିଲେ ଯେ ଜଗନ୍ନାଥଂକୁ

ମୁହିଂ ବଳାତ୍କାରେ ବରିଲି ଶିଶୁପାଳକୁ ।୨୧୭।

ତହିଂର ନିମନ୍ତେଣ ହୋଇଲା ବଡ଼ ଦ୍ୱନ୍ଦ

ତେଣୁ କରି ଅପମାନ ମୋତେ କଲେକ ଗୋବିନ୍ଦ ।୨୧୮।

ରୁକ୍ଣଣ ବଚନ ଶୁଣି ଆଶ୍ରିଜ ପାଣ୍ଡବ ଅଚାର୍ଗଳ

ଧାତିକାରେ ଛାଡିଲା ସେ ରୁକ୍ମଣର ବାଳ ।୨୧୯।

ଭୁଜେ ଭିଡି ରୁକ୍ଣଣକୁ କରଇ କୋଳାଗ୍ରତ

ତୁ ର ସୋଦର ମୋହୋର ପ୍ରାଣର ସଂଘାତ ।୨୨୦।

ଆହୋ ରୁକ୍ଣଣ ହରି ବଳରାମେ ଆମ୍ଭର ଶଳା

ତୁ ତ ରୁକ୍ଣଣୀର ସୋଦର ପଦ୍ମନର ମଉଳା ।୨୨୧।

ତୋହୋର ଆମ୍ଭର ତ ଅନେକ ପୀରତି

ନ ଜାଣିଣ ରୁକ୍ଣଣ ତୋତେ କଲାଇଂ ଅନେକ ଦୁର୍ଗତି ।୨୨୨।

ଆହୋ ରୁକ୍ଣଣ ତୋତେ ନ ଜାଣି ଦ୍ରୋହ କଲୁ

ସମର ପରିଘାଇ ତୋତେ ଅନେକ ବୋଇଲୁଂ ।୨୨୩।

ତୁ ଆମ୍ଭର ସୋଦର ଯେ ଅଟୁ ଇଷ୍ଟବନ୍ଧୁ

ଧର୍ମେଣ ତୋର ଶିର ନ ଛେଦିଲି କନ୍ଧୁଂ ।୨୨୪।

ଶୁଣିଣ ରୁକ୍ଣଣ ଯେ ଶତ ସହସ୍ର ପରିଣାମି

ସାଧୁ ବ୍ରିକୋଦର ମୋତେ ରକ୍ଷାକଲ ସ୍ୱାମୀ ।୨୨୫।

ଶୂରବର ସୁନ୍ଦର ତୁ ବ୍ରିକୋଦର ଜେନା

ମୋହୋର କିସ ଦର୍ପ ମୁଂ କିଞ୍ଚିତ ଜନ ସିନା ।୨୨୬।

ସୁବିଧାନେ ନାଥ ମୁଂ ତୋତେ ଭେଟିଲି ପ୍ରତକ୍ଷେ

ମୁକତକଇଂ କାରଣ ଦେବ ମୁଂ ପାଇଲି ସାରିକ୍ଷେ ।୨୨୭।

ଜାରା ନିବାରଣ ତୁ ଯେ ପ୍ରତକ୍ଷେ କଲୁ ଭୀମା

ତୁହି ସେ ରଖିଲୁ ନାଥ ପଛିମ ଦିଗର ଗାରିମା ।୨୨୮।

ମୁହିଂ ମୂର୍ଖଜନ ଯେ ଅଟଇ ସର୍ବଦା ଅଗ୍ୟାନ

ଶରଣମତ୍ସଳ ନାଥ ମୋତେ ତ୍ରାହିକର ଭୀମସେନ ।୨୨୯।

ବ୍ରିକୋଦର ବୋଇଲେ ତୁ ମୋହୋର ପ୍ରାଣସାହା

ସମଦଣ୍ଡ ଘେନି ୟେବେ ରାଜୁସିଯାଗକୁ ଯା ଯା ।୨୩୦।

ଧନୁମାସ ଶୁକଳପକ୍ଷ ପଉର୍ଣ୍ଣମୀର ତିଥି

ପୁଷ୍ୟା ନକ୍ଷତ୍ରେ ଯାଇଂ ପ୍ରବେଶ ହୋଇବୁ ଧାତି ।୨୩୧।

ରୁକ୍ମଣ ବୋଇଲା ସ୍ୱାମୀ ସଦୟେ ଯେବେ ଚିତ୍ତେ

ମୋହୋର ପୁରେ ମୁଣୋହି କଲେ ତେବେ ସେ ଯାଇଂ ପ୍ରତେ ।୨୩୨।

ଭୀମସେନ ବୋଇଲା ତୋହୋର ମାଇଲି ଅନେକ ସଇନି

ଅନେକ କ୍ରୋଧ ତୋର ରାଜ୍ୟେ ଶୁଭଇ ଧୁନି ।୨୩୩।

ଆହୋ ରୁକ୍ଣଣ ମୁଂ ତୋତେ କଲଇ ଅନେକ ଅପରାଂଜୟେ

ବାରତାପାଇ ବେଗେ ଅଇଲେ ଭୀଷ୍ମେକ ମହାରାୟେ ।୨୩୪।

ନଗ୍ରେଣ ପାୟେଡା ପାଡିଣ ନରପତି

ବେଳେ ଦ୍ରଶନ ଯାଇଂ କଲାକ ମାରୁତି ।୨୩୫।

ଛାମୁରେ ଥୋଇଲା ନେଇ ପାଦାଅର୍ଘ୍ୟସ୍ଥାଳୀ

ଭୀମସେନ ଅଗ୍ରତେ କରଇ ନିଉଛାଳି ।୨୩୬।

ଆନନ୍ଦେ ଅଶ୍ରୁଜଳ ବହଇ ଚଛୁବେନି

ଭୀଷ୍ମକ ପୂଜାକଲା ଅନେକ ରତ୍ନ ଘେନି ।୨୩୭।

ଅନେକ ବିନୋୟୀ କହଇ ଭୀଷ୍ମକ ନୃପବର

ତୁ ସେ ପଛିମ ଦିଗର ଠାକୁର ବ୍ରିକୋଦର ।୨୩୮।

ସ୍ୱାମୀ ଶାସ୍ତି ଦିଲେହେଂ ତୁହି, ନାଶିଲେ ହୋ ତୁହି

ଶରଣ ରକ୍ଷଣ ଦେବ ତୋ ତହୁଂ ଆନ ନାହିଂ ।୨୩୯।

ମୁହିଂ ନ ଜାଣି ମରାଇଲି ଅନେକ ସଇନି

ମୁହିଂ ସେ ହାରିଲି ତୋହୋର କିସ ଅପମାନି ।୨୪୦।

ମୋହୋର ଭୁବନକଇଂ ଯିବା ହେ ଦେବେ ୟେବେ

ସର୍ବ ପାତକ ନାଶିବି ଯାହା ଅର୍ଜି ଅଛି ପୂର୍ବେ ।୨୪୧।

ସ୍ୱାମୀ ମୋହୋର ରାଜ୍ୟେ ତୋହୋର ପଡିଲେ ପାଦରଜ

କୁଣ୍ଡୀନଗ୍ରୀ ମୋହୋର ହୋଇବ ଅଇଶୁର୍ଯ୍ୟ ।୨୪୨।

ତୋହୋର ସ୍ରାହାନ ଉଦକ ପଡିଲେ ମୋହୋର ରାଜ୍ୟର

ସୁବିଧାନେ ବୃଷ୍ଟି ଯେ କରିବେ ସୁରେଶ୍ୱର ।୨୪୩।

ଆଜହୁଂ ନିକଣ୍ଟକ ହୋଇବି ମୁହିଂ ରାଜା

ଆଝୁଂ ସୁଖୀ ହୋଇବେ ମୋହୋର ସକଳ ଜନପ୍ରଜା ।୨୪୪।

ଆଜହୁଂ ସୁଲଭ ହୋଇବେ ମୋହୋର ପିତା ମାତା

ତୁହି ସେ ବ୍ରିକୋଦର ମୋହୋର ଇଷ୍ଟ ଯେ ଦେବତା ।୨୪୫।

ଅନେକ ତୁସ୍ତି କରି ଭୀଷ୍ମେକ ନୃପବର

ଭୀମସେନ ଠାକୁରଂକୁ ଘେନି ପ୍ରବେଶ କଟକ ଭିତର ।୨୪୬।

ଆହୋ ବୃନ୍ଦାଅର୍କେ ଦେଖି ଯେହ୍ନେ ଧାମନ୍ତି ମନୁଷ୍ୟେ

କ୍ରୋଧ ଚିନ୍ତା ଛାଡିକରି ଧାମନ୍ତି ହରଷେ ।୨୪୭।

ତିନିପୁତ୍ରନ୍ତ ଘେନି ରାଜା ଯେ ଭୀଷ୍ମେକ

ଚାମର ଢାଳୁଛନ୍ତି ଭୀମସେନର ବେନିପାଖ ।୨୪୮।

ଇନ୍ଦ୍ର ଦେବତାଂକୁ ଦେଖି ଯେହ୍ନେ ସାନନ୍ଦ ହେମବନ୍ତ

କୁଣ୍ଡୀନଗ୍ର ଦେଶ ଲୋକେ ଅନେକ କୃତ କୃତ ।୨୪୯।

ସୁବର୍ଣ୍ଣ କଲଶେ ନେତପାତଙ୍ଗ ଉଡନ୍ତି

ଉଭା ସଡା ତ୍ରୋଣା ଉଭାରିଲେ ଚଉକତି ।୨୫୦।

ଅନେକ ଆଲମ୍ବ ପାଟଛତ୍ର ଗହନେ

ଛାମୁରେ ନୃତ୍ୟ ଗୀତ କରନ୍ତି ଭରହରଷ ନାୟେକାମାନେ ।୨୫୧।

ସୁବର୍ଣ୍ଣର ଜଗତୀ ମଣ୍ଡିଲେ ପରିମଳେ

ବିଜୟେ ପାଣ୍ଡବ ଯାଇଂ ମାହୀନ୍ଦ୍ର ଯୋଗବେଳେ ।୨୫୨।

ରାଜ୍ୟେଣ ଉତ୍ସବ ଯେ କରାଇଲେ ଭୀଷ୍ମେକ ନୃପବର

ଅନେକ କୃତ କୃତ କୁଣ୍ଡୀନଗ୍ର ପୁର ।୨୫୩।

ଯହୁଂ ସେ ପ୍ରସନ୍ନ ମୋତେ ପାଣ୍ଡବ ପାଞ୍ଚାଳ

ଆବର କାହାକୁହିଂ ଭୟେ ନାହିଂ ମୋର ସର୍ବକାଳ ।୨୫୪।

ଅହିବ୍ରତେକ ସୂପକାର ହକାରି ନୃପମଣି

ରାନ୍ଧଣା ଯୋଗାଡ ଛାମୁକୁ ବେଗେ ଆଣି ।୨୫୫।

ଭୀମସେନ ଛାମୁରେ ଦିଲେ ନଡ଼ପ ଯୋଗାଡ

ସୁପଂକୁ ଅନ୍ନମାନ ମେଞ୍ଜନ ଅପାର ।୨୫୬।

ଆପଣାର ସୂପକାର କରନ୍ତି ରନ୍ଧନ

ବିଳମ୍ବ ଦେଖି ଆପଣେ ପଶଇ ଭୀମସେନ ।୨୫୭।

ଗଉରୀ ଶଉରୀ ନଳ ବିଧି ରାନ୍ଧଣା ତିନିପ୍ରତି

ବାଳକାଳେ ଦୋହୋରାୟେ ପ୍ରସନ୍ନେ ଦେଇଛନ୍ତି ।୨୫୮।

ଦୋହୋରା ସୁମରି ଯେବଣ ପାକ ବୀର କରଇ ଲାଗି

ତତକ୍ଷଣେ ରନ୍ଧନ ହୋଅଇ ବେଗି ବେଗି ।୨୫୯।

ଶତେ ପଉଟି ତଣ୍ଡୋଳ ପ୍ରହରେକ ପଚି

ହାଥ ଲାଗନ୍ତେ ସେ ଅମୃତ ପାକ ହୋଉଅଛି ।୨୬୦।

ପାଞ୍ଚଘଡିର ମଧ୍ୟେ ହୋଇଣ ରାନ୍ଧଣା

ସ୍ରାହାନସାରି ମୁଣୋହିରେ ବିଜେ ପବନ ଦୁଲଣା ।୨୬୧।

ରାତ୍ର ହୋଇଅଛି ସେ ସଂପୂର୍ଣ୍ଣ ସାତଘଡି

ଷାଠିୟେପଉଟି ଅନ୍ନ ଭୋଜନ ବୀର କରି ।୨୬୨।

ଆବର ଅନ୍ନ ଯେ ଚାଳିଶପଉଟି

ଯୋଦ୍ଧା ରାଉତ ସଇନି ସବୁଂକୁହିଂ ଅଣ୍ଟି ।୨୬୩।

ଭୋଜନେ ଅତ୍ରିପୁତ୍ରି ଯେ ସାଂଗ୍ରାମେ ଅତ୍ରିପୁତି

ନିଦ୍ରାରେ ଅତ୍ରିପୁତି ଯେ ମଇଥୁନେ ଅତ୍ରିପୁତି ।୨୬୪।

ଗମେନ ଅତ୍ରିପୁତ୍ରି ସେ ଶହସ୍ରେ ଶାହାସ୍ରେ ଅତ୍ରିପୁତି

ଭରହର ବାଦ୍ୟେ ଅତ୍ରିପୁତ୍ରି ଯନ୍ତ୍ରବାଦ୍ୟେ ଅତ୍ରିପୁତି ।୨୬୫।

ଭୋଜନେ ସାରିଣ ସେ କଲେକ ଆଂଚୋବନ

ସିଂଘାସନ ପରେ ବିଜେ ପବନ ନନ୍ଦନ ।୨୬୬।

ଆପଣେ ରୁକ୍ଣଣ ଯେ ତାମ୍ବୋଳ ଦିଲା ସଞ୍ଚି

ନାନା କୁସୁମେ କେଶ ଯେ ସାଂଜୋଉଣ ଅଛି ।୨୬୭।

କୁଟୁମ୍ବଯାକ ଘେନି ସେ ଭୀଷ୍ମେକ ନୃପବର

ଭୃତ୍ୟପଣେ ଖଟିଅଛି ଭୀମସେନର ଛାମୁର ।୨୬୮।

ଶ୍ରୀହସ୍ତେ ଶାଢୀ ଦିଲେ ଯେ ପବନ ଆତ୍ମଜା

ବଡ଼ ତ୍ରିପୁତି ଆମ୍ଭକୁ ହୋ କରାଇଲୁ ମହାରାଜା ।୨୬୯।

ମାଗ ହୋ ଭୀଷ୍ମେକ ଯେ ତୋହୋର ମନଇଚ୍ଛା

ସତ୍ୟବାକ୍ୟେ ବୋଲୁଅଛି ମୁଂ ତୁମ୍ଭର ପୂରୋଇବି ମନୋବାଞ୍ଛା ।୨୭୦।

ଭୀଷ୍ମେକ ବୋଇଲା ଯେବେ ବରଦେବୁ ହୋ ପାବେନି

ମହାଭାରଥ ଯୁଦ୍ଧେ ମୋହୋର ପୁତ୍ରନ୍ତ ଥିବୁ ଚିହ୍ନି ।୨୭୧।

ଭୀମସେନ ବୋଇଲା ୟେ ପୋୟେ ଯେବେ ମୋହୋର କତି

ମୋହୋର ଦେହ ଥିବା ଯାୟେ ତୋହୋର ପୁତ୍ରନ୍ତ ନାହିଂ ଭୀତି ।୨୭୨।

ଆହୋ ଭୀଷ୍ମେକ ଯଦ୍ୟପି ହୋଇବେ ତୋହୋର ପୁତ୍ର କଉରୋବଂକ କତି

ଚିହ୍ନିଲେ ନ ମାରିବି ୟେ ମୋହୋର ତ୍ରିବାର ସତ୍ୟି ସତ୍ୟି ।୨୭୩।

ସ୍ୱାମୀ ମହତଂକର ବାକ୍ୟ ଯେ ପାଷାଣ ରେଖା ଜାଣି

ଆଜୁଂ ମୋହୋର ପୁତ୍ରଂକୁ ନିଭାନ୍ତି ହୋଇଲିଂ ପୁଣି ।୨୭୪।

ରାତ୍ର ଅଢ଼ାଇ ପ୍ରହରେ ଭାମସେନର ସଜାଉଂ ବାଜେ

କୁଣ୍ଡୀନଗ୍ର ଜିଣି ପ୍ରବେଶ ପଦ୍ମଦଳ ରାଜ୍ୟେ ।୨୭୫।

ବୃଦ୍ଧମାନବଂଶିକ ରାଜା ପଦ୍ମ ଯେ କେଶରୀ

ପାଞ୍ଚଶତ ପାରିଦଣ୍ଡ ଘେନି ସେ ରାଜା ସମ୍ଭରେ ରାଜ୍ୟ କରି ।୨୭୬।

ସପତ କ୍ଷଉଣୀ ସନ୍ୟବଳ ତାହାକୁ ଖଟଇ

ପଦ୍ମଦଳ ଦେଶରେ ସେହୁ ଠାକୁର ଅଟଇ ।୨୭୭।

ତାହାର ଦେଶେ ଯାଇଂ ପ୍ରବେଶ ମହାବୀରା

ବୀରତୂର ଶବଦେ ଯେ କମ୍ପିଲା ମହୀଭାରା ।୨୭୮।

ରାଜାର ଅଗ୍ରତେ ଯାଇଂ ଜଣାଇଲେ ମୁନେହି

ସ୍ୱାମୀ କେବଣ ଦେଶର ରାଜା ପଦ୍ମଗିରି ଶିଖରେ ଅଛି ରହି ।୨୭୯।

ରଥ ଅଳପ ଗଜ ଅଳପ ପାଦାନ୍ତି ବଳ ହେଳି

ବୀରତୂରେ ଶବଦ ଯେ କମ୍ପିଲା କୁରୁମ ଉଛୁଳି ।୨୮୦।

ସ୍ୱାମୀ ବଡାଇ ପ୍ରତଗ୍ୟାଂ ସେ ଅଭୟେ ବଳବନ୍ତା

ଯୋଦ୍ଧାପଣେ ସାମରଥା ପ୍ରାକ୍ରମେ ଶକତା ।୨୮୧।

ବିଚାରି ବୁଝିବା ପଦ୍ମଦଳ ଦେଶର ଅଧିକାରୀ

ସନ୍ଧାନ ଦେବାକି ତାହାକୁ ପାରିବାରିକି ସାଂଗ୍ରାମ କରି ।୨୮୨।

ଶୁଣିଣ ରାଜ୍ୟେଶ୍ୱର କଥା କୁତୂହୋଳେ

ତିନିଲକ୍ଷ ଯୋଦ୍ଧା ରାଇଲା ରବି ଅସ୍ତକାଳେ ।୨୮୩।

ସାଜରେ ମାତଙ୍ଗ ମହାବଳ ମତ୍ତହାଥୀ

ରାଜ୍ୟକୁ ପଶି ନ ଦିଅ ଧରିଆଣରେ ସେହୁ ରଥୀ ।୨୮୪।

ପଦ୍ମଦଳକେଶରୀ ରାଜାର ନିରାଧାର ବଚନେ

ସମଦଣ୍ଡ ଘେନି ଧାଇଂଲେ ମୁକୁଟବନ୍ଧା ଯୋଦ୍ଧାମାନେ ।୨୮୫।

ଦିହୁଡି ହୁଳା ତହିଂ ଯେ ଲାଗିଲା ବେନିକୋଟି

ରାତ୍ରକାଳେ ମହୀନ୍ଦ୍ର ଗିରିମାଳ ଆସଇ କି ଉଠି ।୨୮୬।

ଧର ଧର ମାର ମାର ପଡୁଅଛି ଘୋର ଡାକ

ମେଦିନୀ କମ୍ପୁଅଛି କ୍ଷତ୍ରୀଂକର ବୀରହାକ ।୨୮୭।

ଭୀମସେନକୁ ବୋଇଲା ସେ ମରୁତ ସାରଥି

ଦଣ୍ଡଗୋଟାୟେ ସାଜି ଆସୁଅଛି ରାଜା ନିଶାରାତି ।୨୮୮।

ବିଶେଷେ ଅନ୍ଧକାର ସେ ଦୁଗୁଣ ରଜନୀ

ସାଂଗ୍ରାମେ ପଡ଼ିଲେ କେହି ନୁଆରିବା ଚିହ୍ନି ।୨୮୯।

ଆହୋ ବ୍ରିକୋଦର କରିବା କେଉଂଣ ଉପାୟେ

ୟେହିଷଣି ମରିବେ ୟେହାର ସଇନି ଲୋଚାୟେ ।୨୯୦।

ଭୀମସେନ ବୋଇଲା ତାତ ନ କହ ୟେମନ୍ତ

ଥୋକାୟେ ନ ମଲେ ହାଦେ ୟେହାର ନ ଭାଞ୍ଜଇ ମତ୍ତ ।୨୯୧।

ମୁହିଂତ ଅଚାର୍ଗଳା କ୍ଷତ୍ରିୟ ରଣରଂକା

ସବୁନ୍ତି ମାରିପାରଇ ୟେକା ଜଗନ୍ନାଥଂକୁ ମୋହୋର ଶଂକା ।୨୯୨।

ଯେତେ ପ୍ରତଗ୍ୟାଂ କରୁଛନ୍ତି ରାଜାମାନେ

ୟେମାନନ୍ତ ଜରା ବନ୍ଦୀ କରିଥିଲାଟି ପକାନ୍ତା ହୁତାଶନେ ।୨୯୩।

ଜରାସନ୍ଧ ମାରି ମୁଂ ଯେ ଉଦ୍ଦରିଲି ସବୁନ୍ତି

ବିଶାଶତେ ଦିନ ନିହାଇ ହୋଅଇ ପାସୋରିଲେ ସକଳ ନୃପତି ।୨୯୪।

କହୁଂ କହୁଂ ବ୍ରିକୋଦରର ବଢ଼ିଲାକ ମହାରାଗ

ପର୍ବତ ଉପରୁ ଡେଇଂ ପଡିଲାକ ଅତି ବେଗ ।୨୯୫।

ନିଦାଘ କାଳେ ଯେହ୍ନେ ଦିଶଇ କୃତାନ୍ତ

ସେଇ ସରୂପ ବିକାଶଇ ଭୀମସେନର ଗାତ୍ର ।୨୯୬।

ବେନିଲୋଚନ ବିକାଶଇ କାଳଚକ୍ର ପ୍ରାୟେ

ଶୂନ୍ୟ ଭୁବନ ଭେଦଇ ଘୋର ରୂପକାୟେ ।୨୯୭।

ମନ୍ଦର ଗିରି କି ନିଜ ସ୍ତାନ ଛାଡି ଉଠି

ସେହି ସରୂପ ବୀର ପଦ୍ମଦଳଥାଠକୁ ଘୋଟି ।୨୯୮।

ବିରୂପ ବୀରଭଦ୍ର ବୋଲି ବେନି ସେନାପତି

ସେ ଦୁହେଂ ଲାଗିଛନ୍ତି ବ୍ରିକୋଦରର ବେନି କତି ।୨୯୯।

ରାହୁର ତୁଲେ ଯେସନେକ କେତୁ ଯେ ମଙ୍ଗଳ

ସେହି ସରୂପେ ଦିଶନ୍ତି ତିନିହେଂ ଅଚାର୍ଗଳ ।୩୦୦।

ରେ ରେ କାର ଶବଦେ ଯେ ଉଠିଲେ ଗଳଗାଜି

ତ୍ରାସେଣ ପଦ୍ମଦଳ ଥାଠ ପଳାଇେଲ ଭାଜି ।୩୦୧।

ପାଣ୍ଡବ ସୁନ୍ଦର ଯେ କରଣେ କାଳେବର ଗଦା ଧରି

ଯେସନେକ ମତ୍ତଗଜକୁ ନ ଗଣଇ କେଶରୀ ।୩୦୨।

ବ୍ୟାଘ୍ର ଦେଖିଣ ଯେହ୍ନେ ପଳାବନ୍ତି ସୁରଭି

ଧାମଇଂ ମାରୁତି ଯେ ଗଦାବର ପ୍ରାଭବି ।୩୦୩।

ଗିରିବର ସାଦ୍ରିଶେ ଭୀମ ଗଦା ବୁଲାଇଲା ତୋଳି

ରଥ ଗଜ ଅଶ୍ୱ ପାଦାନ୍ତି ସମସ୍ତ ହୋଉଛନ୍ତି ଧୂଳି ।୩୦୪।

କୋପଭରେ ଦନ୍ତ ସେ ଚାପନ୍ତେ ବେନିପାଟି

ମେଘ ଗର୍ଜନ ପ୍ରାୟେ ଶୁଭଇ ଅନାବୃଷ୍ଟି ।୩୦୫।

ଆହୋ ବଇବସୁତ ମନୁ ଅଶି ସହସ୍ର ଯୋଦ୍ଧାୟେ ଯେ ଥିଲେ ଆଗିଆଣି

ଗଦା ପ୍ରହାରେ ପଡ଼ିଲେ ଯେହ୍ନେ ବାତେ କଦଳୀ ବନ ଜାଣି ।୩୦୬।

ଗଦା ବୁଲାବନ୍ତେ ଉଡ଼ିଲେ ରଥ ଅଶ୍ୱ ଗଜେ

ପଡ଼ନ୍ତି ଅନେକ ଦୂରେ ଚୂର ହୋଇ ସର୍ବ ଭାଂଜେ ।୩୦୭।

ରାଜାର ନବରେ ପଶିଲେ ଗଳଗାଜି

ଗଦାବର ବିଘାତେ ଘରମାନ ପଡ଼ୁଛନ୍ତି ଭାଂଜି ।୩୦୮।

ତୁଳ କୃଷ୍ଣ ଅମାବଇରେ ଯେହ୍ନେ ସ୍ୱାତୀ ପବନ

ସେହି ରୂପେ ଭାଞ୍ଜିଲେ ଘର ବୃକ୍ଷମାନ ।୩୦୯।

ଦେଖିଣ ପଦ୍ମକେଶରୀ ଯେ କଲାକ ମହାଭୟେ

ରାଜ୍ୟ ତେଜିଣ ସେ ଯେ ପଳାଇଲା ରାୟେ ।୩୧୦।

ଆରେ ରହ ରହ ବୋଲି ଡାକଇ ପାବେନି

ରାଜାକୁ ଛାଡ଼ିକରି ପଳାଇେଲ ସକଳ ସଇନି ।୩୧୧।

ମରୁତ ସାରଥି ବୋଲଇ ନ କର ଭୀମ କୋହ

ରାଜାଂକୁ ଯାଇଂ ଜଣାଇବା କଥାର ସନ୍ଦେହ ।୩୧୨।

ଆହୋ ଭୀମସେନ ନିସତ ହୋଇ ସେ ପଲାଇଲା ରାଜ୍ୟ ତେଜି

ସନ୍ୟ ନ ମାରି ତାହାର ରାଜ୍ୟ ପକାଇଲୁ ଭାଂଜି ।୩୧୩।

ୟେମନ୍ତେ ବ୍ରିକୋଦର ସମାର୍ଜି ଚଳଇ ମରୁତ

ପଦ୍ମକେଶରୀ ପଳାବନ୍ତେ ଓଗାଳିଲା ତୁରିତ ।୩୧୪।

ଆହୋ ରହ ରହ ପଦ୍ମକେଶରୀ କାହିଂକି ପଳାଉ

ଖେଳନ୍ତା ସିଂଘ ଛାମୁରୁ କେତେ ଦୂର ଯାଉ ।୩୧୫।

ଜାରା ନିଶୋଧନ ପ୍ରତଗ୍ୟାଂ ଯାର ସାଧୁ

ଭଗତଜନ ମଚ୍ଛଳ ଶରଣପଞ୍ଜର ଯାହାର ବିରଧୂ ।୩୧୬।

ଆହୋ ପଦ୍ମକେଶରୀ ଭୀମସେନ ପଛିମ ଦିଗବିଜେ ବୋଲି ନ ଜାଣୁଂ କି

ଚଞ୍ଚଳ ପବନ ଛାମୁରୁ ତୁ ପଳାଉ କାହିଂକି ।୩୧୭।

ଭୀମସେନ ଦିଗବିଜେ ଶୁଣି ପଦ୍ମକେଶରୀ

ରଥର ଉପରୁ ରାଜା ପଡ଼ିଲା ଉତୁରି ।୩୧୮।

ଶ୍ରିୟା ସୁମତି ବୋଲିଣ ବେନି ପାଟରାଣୀ

ତାହାନ୍ତ ଘେନି ଆସି ପ୍ରଣପତ୍ୟ କଲାକ ନୃପମଣି ।୩୧୯।

ଭୀମସେନ ଠାକୁରେ ଉଭା ହୋଇଛନ୍ତି ମେଢର ଉପରେ

ମୁଖରେ ହାଥଭରି ପ୍ରଣପତ୍ୟ କଲାକ ନୃପମଣି ।୩୨୦।

ପଦ୍ମକେଶରୀ ରାଜା ଅନେକ ଧୂରୁଂ ଆସଇ ପରିଣାମି

ବୋଲଇ ଦଶଦୋଷ ଅପ୍ରାଧ କ୍ଷମା କରିବାକ ଦେବସ୍ୱାମୀ ।୩୨୧।

ସ୍ୱାମୀ ଜରାସନ୍ଧ ଘରେ ମୁହିଂ ପଡ଼ିଥିଲି ବନ୍ଦୀ

ଅନେକ ଶାସ୍ତି ଆମ୍ଭନ୍ତ ସେ ଦେଉଥିଲା ବାନ୍ଧି ।୩୨୨।

ମହାଘୋରୁ ଉଦ୍ଧାରଣ କଲା ଯେଉଂଣ ଜନ

ସ୍ୱାମୀ ଚିହ୍ନି ନୁଆରିଲି ଶାସ୍ତି ପାଇଲି ଅକାରଣ ।୩୨୩।

ମତିହୀନ ବାକ୍ୟହୀନ କ୍ରିୟା ମୋର ହୀନ

ପରଲୋକ ବନ୍ଧୁ ମୋତେ ଉଦ୍ଧର ହୋ ଭାମସେନ ।୩୨୪।

ଜିତ ମହାପ୍ରସାଦ ବୋଇଲେ ଗଦାପାଣି

କାଳେବର ବୋଇଲେ ତୁ ଉଠ ହୋ ନୃପମଣି ।୩୨୫।

ଆଗ୍ୟାଂ ପ୍ରମାଣେ ପଦ୍ମକେଶରୀ ରାୟେ ଉଠି

ଆନନ୍ଦେ ଅଶ୍ରୁଜଳ ବହଇ ବାକ୍ୟ ନୁଆସଇ ଫୁଟି ।୩୨୬।

ଅକ୍ଷତ ତାମ୍ବୁଳ ନେଇ ତାକୁ ଦିଲେକ ପାବେନି

ଚଳସି ହୋ ପଦ୍ମକେଶରୀ ତୋହୋର ପାରିଦଣ୍ଡମାନନ୍ତ ଘେନି ।୩୨୭।

ଶୁଭେ ପ୍ରବେଶ ହୋଅ ରାଜୁସି ଯଗ୍ୟଂ ସଭା

ଅଗ୍ୟାନେ ଦୋଷ ତୁ କଲୁସିରେ ବାବା ।୩୨୮।

ପୁଣ ପୁଣ ପ୍ରଣପତ୍ୟ ପଦ୍ମଦଳ ଅଧିକାରୀ

ସ୍ୱାମୀ ମୋହୋର ପୁରେ ମୁଣୋହି ଯିବା ବିଜେକରି ।୩୨୯।

ଭୀମସେନ ବୋଇଲା ମୋର ସୁଖଭୋଗେ ନାହିଂ ଇଚ୍ଛା

ଯଗ୍ୟଂ ସନ୍ନିଧ୍ୟ ହୋଇଲାନି ଜଗନ୍ନାଥଂକର ବଡ଼ାଇ କଇଚ୍ଛା ।୩୩୦।

ଆହୋ ପଦ୍ମକେଶରୀ ନଉଦିବସର ମଧ୍ୟେ ଯେବେ ରାଜାନ୍ତ ଯେ ନୁଆଣିବ

ଯେଉଂଠାରେ ଥିବ ସେହିଠାରେ ଚକ୍ରରେ ଛେଦନ

ହୋଇବ ବୋଲି ବୋଲିଛନ୍ତି ବାସୁଦେବ ।୩୩୧।

ଆହୋ ପଦ୍ମକେଶରୀ ଯେହେନ୍ନକେ ସନ୍ଦେଶ ବାସୁଦେବଂକର ଆଗ୍ୟାଂ

କାହାର ବେଳେ ତାହା କରିବ ଅବଗ୍ୟାଂ ।୩୩୨।

ଆହୋ ଆମ୍ଭେ ସଂଚୟେ ହୋଇଲୁନି ଅପରାଧି

ପଞ୍ଚାଶ ସହସ୍ର ରାଜା ନଉଦିବସେ କେମନ୍ତେ କରିବି ସାଧି ।୩୩୩।

ଆହୋ ପଦ୍ମକେଶରୀ ଜରାସନ୍ଧ ବଧକାଳେ

ରାଜୁସିଯଗ୍ୟଂ ବୋଲି କହିଲେଟି ତୁମ୍ଭନ୍ତ ହରି

ନିଅଳ ଫେଡିବାର ବେଳେ ।୩୩୪।

ତେଡ଼େ କଥା ୟେବେ ପାସୋରିଲୁ ତୁହି ପାଞ୍ଚମାସେ

ପୁଣିହିଂ ସାଂଗ୍ରାମ କର କଥାର ଅବିଶ୍ୱାସେ ।୩୩୫।

ୟେତେ ବୋଲିକରି ରାଜାକୁ ଚଳାଇ

ମରୁତ ସାରଥିକି ବୋଇଲା ଚାଲ ବେଗେ ରଥ ବାହି ।୩୩୬।

ପଦ୍ମଦଳ ରାୟେ ତହୁଂ କଲାକ ପରସ୍ତାନ

ବିଜୟ ପାଣ୍ଡବ ସୁନ୍ଦର ହିରଣ୍ୟନାମେ ବନ ।୩୩୭।

ହିରଣ୍ୟକେଶରୀ ବୋଲି ୟେକ ନଦୀଗୋଟି

ପଞ୍ଚୁଧାରା ପର୍ବତୁଂ ସେ ବାହାର ହୋଇ ଫୁଟି ।୩୩୮।

ସେ ନଦୀର କୂଳେ ପଛିମଆଡେ ମାଧବସେନ ନୃପତି

ସେହି ହିରଣ୍ୟ ନଗ୍ରେଣ ସେ ଅଟଇ ଆଧିପତି ।୩୩୯।

ସେ ରାଜାର ଦେଶାଉର ପଦ୍ମଦଳ ଦେଶରେ ଥିଲା

ସେ ଯାଇ ମାଧବସେନ ରାଜା ଆଗରେ ବାରତ କହିଲା ।୩୪୦।

ସ୍ୱାମୀ ପଛିମଦିଗ ବରଣେ ବ୍ରିକୋଦର ଜେନା

ଅନେକ ରାଜାମାନଂକର ରାଜ୍ୟ କରିଆସୁଅଛି ଚୂନା ।୩୪୧।

ଆହୋ ମାଧବସେନ ସେ ଶରଣ ପଞ୍ଜର କଇଚ୍ଛା ଜଗଜ୍ଜେଠୀ

ସମଦଣ୍ଡ ଘେନି ରାଜା ଚାଲ ଯିବାକ ପାଛୋଟି ।୩୪୨।

ଦେଶାଉର ମୁଖରୁ ୟେସନେକ ବାରତ ଶୁଣି

ଅଶିଲକ୍ଷ ତୁରଙ୍ଗମ ମାଧବସେନର ପଲାଣି ।୩୪୩।

ସୁବର୍ଣ୍ଣର ଲେଖନ ପାଟ ପରିହରଣ ସର୍ବାଙ୍ଗେ

ମୁକୁତା ଫେର ଝଲକିତ ମାଣିକ୍ୟର ସଙ୍ଗେ ।୩୪୪।

କାହାର ହାଥେ ପାଟଛତ୍ର କେ ଆଲଟ ଚାମରେ

ଅଶିଲକ୍ଷ ଯୋଦ୍ଧା ଯେ ହୋଇଲେ ବାହାରେ ।୩୪୫।

ଭୀମସେନ ଆହାର୍ଣ୍ଣିକ ସାରନ୍ତି ନଦୀ ହିରଣ୍ୟକେଶୀ

ୟେମନ୍ତର ସମୟେ ମାଧବସେନ ରାଜା ପ୍ରବେଶ ହୋଇଲାକ
ଆସି ।୩୪୬।

କାଳିଞ୍ଜନ ପଢ଼ିହାରୀ ଯେ କାଳଧ୍ୱଂସନ ଡଗର

ଆହୋ ଠାକୁଂରକ ଆହାର୍ଣ୍ଣିକ ବେଳ ରହ ରହ ସେହିଠାର ।୩୪୭।

ଶୁଣିଣ ମାଧବ ସେନ ରହିଲା ଅପସରି

ସମସ୍ତ ସନ୍ୟ ତାହାର ରହିଲେ ଦୃଷ୍ଟି ଅବଲୋକନ କରି ।୩୪୮।

ଛାମୁରେ ଜଣାଇଲେ ଯାଇ କାଳିଞ୍ଜନ ପଢିହାରୀ

ସ୍ୱାମୀ ମାଧବସେନ ରାଜାୟେ ଆସୁଛି ଦ୍ରଶନ କରି ।୩୪୯।

ଆଗ୍ୟାଂ ହୋଇଲା ହୋ ଆସୁ ସେ ମାଧବ

ଦେଖିଲେ ଥାଠଯାକ ତାହାର ସମସ୍ତେ ଭଗତିଭାବ ।୩୫୦।

ଆଲମ୍ବ ପାଟଛତ୍ର ଉଦ୍ଦଣ୍ଡ ମୟୂରଝାଲ ପଛୀୟେକଲଖୀ

ଅବଲୋକନ କରି ଭୀମସେନ ଠାକୁରେ ତାହା ଦେଖି ।୩୫୧।

ଚାହାନ୍ତେ ମାଧବସେନ କଲାକ ନିଉଛାଳି

ଆଲଟ ଚାମର ମୟୂରଝାଲି ପଖା ଘେନି ଢାଳି ।୩୫୨।

ଦେଖା ଦରଶନିକୁ ସହସ୍ରେ ଭାର ଧନ

ଘେନିଣ ନିଉଛାଳି କଲାକ ସେ ମାଧବସେନ ।୩୫୩।

ଦେଖିଣ କୋଳାଗ୍ରତ ତାହାନ୍ତ କଲେକ ଭୀମସେନ

ଆମ୍ଭର ସୋଦର ବାସୁଦେବଂକର ତୋହୋର ୟେକନାମ ।୩୫୪।

ଆବର ବେଳେ ଆମ୍ଭଂକୁ ନ କରିବ ପ୍ରଣାମ

ଶ୍ରୀକରେ ଶାଢୀ ଦିଲେକ ପାର୍ଥିବ ଭୀମସେନ ।୩୫୫।

ସମଦଣ୍ଡ ଘେନି ରାଜୁସି ଯାଗକୁ ଯାଅ ଯା ମାଧବସେନ ।୩୫୬।

ଭୀମସେନର ବଚନେ ମାଧବସେନ ନୃପତି

ସ୍ୱାମୀ ମୋର ଆଜ ସଞ୍ଚୟେ ହୋଇଛି ପିତୃତିଥି ।୩୫୭।

ସ୍ୱାମୀ ଗଣ୍ଡା ଗୋଟିୟେକ ମାରି ଆଣଇଂ ମୁହିଂ

କଣକଳ୍ପ ଭୋଜନ କାରଣ ହୋଇବ ନା ମୁକୁଇଂ ।୩୫୮।

ୟେସନେକ ବଚନେ ଯେ ଭୀମସେନ ତ୍ରିପୁତି

ବନଫଳ ଯୋଗାଡ଼ ଯେ ଆଣିଲା ତତକ୍ଷଣାତି ।୩୫୯।

ଅନେକ ସୁଶୀତଳ ପଦାର୍ଥ ଦିବ୍ୟ ଯୋଗାଡ଼ମାନ

ସ୍ରାନସାରି ମାରୁତି କରଇ ଭୋଜନ ।୩୬୦।

ଆଞ୍ଚୋବନ ସାରିଣ ସେ ପାଣ୍ଡବ ଶିରୋମଣି

ହିରଣ୍ୟନଗ୍ରରୁ ଚଳଇ ଘେନିଣ ଥାଟ ସନ୍ୟ ପଲାଣି ।୩୬୧।

ଆହୋ ଚେଦିଦେଶେ ବୋଲି ୟେକଇ ରାଜ୍ୟ ଗୋଟିୟେ

ସେହି ରାଜ୍ୟେ ପ୍ରବେଶ ହୋଇଲେ ପବନ ତନୟେ ।୩୬୨।

ଆହୋ ସେ ଚେଦିଦେଶର ଠାକୁର ଅଟଇ ଦମଘୋଷ

ମଦନଗୋପାଳ,ଋଷିପାଳ, ଶିଶୁପାଳ ବୋଲି ତିନି ଶିଷ ।୩୬୩।

ପାଞ୍ଚପଦ୍ମ ଚାରିପରାୟୁଧ ତାର ସନ୍ୟବଳ

ଅସୁର ଅଂଶେ ଜାତ ସେ କୁମର ଶିଶୁପାଳ ।୩୬୪।

ପିଙ୍ଗଳଭଦ୍ରା ବୋଲିଣ ୟେକ ନଦୀଗୋଟି

ଶିବପିଙ୍ଗଳ ଜଟାରୁ ସେ ଆସୁଅଛି ଫିଟି ।୩୬୫।

ସେ ନଦୀର କୂଳେ ଚେଦିଦେଶ ଯେ ବସଇ

ରାଜ୍ୟର ଆୟତନ ଯୋଜନ ପଞ୍ଚାଶଇ ।୩୬୬।

ସେ ଦମଘୋଷ ରାଜାକୁ ଖଟନ୍ତି ବିଶାଶତେ ପାରିଦଣ୍ଡ ନୃପତି

ପଞ୍ଚବିଂଶ ସହସ୍ର ରଥ ପଞ୍ଚାଶ ଅହିବ୍ରତ ହାଥୀ ।୩୬୭।

କୋଟିୟେ ଲକ୍ଷ ସାଜଇ ଚୋଖାର ତୁରଙ୍ଗ

ଜରାସନ୍ଧର ଭିଣୋଇ ସେ ଅଟଇ ଅର୍ଦ୍ଧଅଙ୍ଗ ।୩୬୮।

ସେ ରାଜ୍ୟରେ ପ୍ରବେଶ ଯାଇଂ ପଣ୍ଡୁପୁତ୍ରେ

ମହୀ ହେଳ ଘେନଇ ତାହାର ବୀରତୂର ଶବଦ ଘାତେ ।୩୬୯।

ମୃଗୟା ବିନୋଦେ ବନସ୍ତେ ଭ୍ରମଇ ଶିଶୁପାଳ

ଚୋଖାର ଖୁରୁସାଣୀ ତୁରଙ୍ଗମ ପଞ୍ଚଶତ ବଳ ।୩୭୦।

ଭ୍ରମଇ କୁମାର ସେ ବେଣ୍ଚର ବିନୋଦେ

ବନ କନ୍ଦର ତଲ ତଲ ହାଥୀଂକର ଘଣ୍ଟରାବ ଶବଦେ ।୩୭୧।

ସହସ୍ରେକ ଲାଗିଅଛି ହୁଳା ଯେ ଦିହୁଡି

ପାରିଧି ବିନୋଦେ ଶିଶୁପାଳ ଖେଦଇ ମୃଗାରି ।୩୭୨।

ମାରଇ ବ୍ୟାଘ୍ର ଭାଲୁଂକ ଶାର୍ଦ୍ଦୂଳ ବନଜୀବ

ଗଣ୍ଡା ମୃଗ ଧରଇ କଉତୁକ ମତ୍ତଭାବ ।୩୭୩।

ଦୁଷ୍ଟଜୀବମାନ ମାରଇ ସେ ଋଷିଂକର ନିମନ୍ତେ

ସଜ୍ଜନଜୀବ ଧରଇ ସେ ଭୋଜନର ଅର୍ଥେ ।୩୭୪।

ନନ୍ଦାବ୍ରତେକ ବୋଲି ୟେକ ପର୍ବତ ଗୋଟି

ସେ ପର୍ବତ ଉପରେ ଯାଇ ଶିଶୁପାଳ ଉଠି ।୩୭୫।

ବନେ ଦେଖିଲା ଯାଇ ଶିଶୁପାଳ ଭୀମସେନର ଥାଠ

ଆସନ୍ତି ବନକ୍ଷେପି ନ ପାଇଣ ବାଟ ।୩୭୬।

ପର୍ବତେ ଥାଇ ତାହା ଦେଖଇ ଶିଶୁପାଳ

ରାତ୍ରେ ବନେ ଗମଇଂ ରେ କେଉଣ ଅସୁର ମହୀପାଳ ।୩୭୭।

ଶିଶୁପାଳ ଆଗ୍ୟାଂ ଦିଲା ଯୋଦ୍ଧାମାନନ୍ତ ରାଇ

ବିନ୍ଧ ରେ ନାରାଜ ପର୍ବତ ଉପରେଣ ଥାଇ ।୩୭୮।

ମନ୍ତ୍ରିଣ ଧନୁଧରି ଧାମନ୍ତି ସର୍ବଯୋଧୀ

ପର୍ବତେ ଶିଖରେ ଥାଇଂ ଆକ୍ରେଷି ବାଣ ବିନ୍ଧି ।୩୭୯।

ଉଚ୍ଛୁର୍ଗୁଂ ଶର ପଡ଼ନ୍ତେ ଅବିଚ୍ଛନ୍ନେ

ଘାୟେଣ ଘୁମାଇଲେ ପାଣ୍ଡବ ସଇନେ ।୩୮୦।

ସଇନି ଅସାଷ୍ଟମ ଦେଖିଣ ପାବେନି

ଆପଣେ ଧାଇଂଲା କରେ କାଳେବର ଗଦା ଘେନି ।୩୮୧।

କାଳ ବିକରାଳ ଯେ ବେନି ସେନାପତି

ୟେ ଦୁଇବୀରେ ବ୍ରିକୋଦର ବାମ ଡାହାଣେ ଲାଗିଛନ୍ତି ।୩୮୨।

ରଥ ତେଜା କରିଣ ଉଠିଲା ଧାତିକାରେ

ୟେସନେକ ଶିଳାବୃଷ୍ଟି କରଇ ଆଷାଢ଼ରେ ।୩୮୩।

ସେହିମତି ପଡୁଅଛି ଅବିଛନ୍ନେ ବାଣ

ଶହସ୍ର ପଡି ଚୂର ହୋଉଅଛନ୍ତି ବ୍ରିକୋଦର ହୃଦେଣ ।୩୮୪।

ପର୍ବତ ଉପୁଡ଼ି କି ଆସୁଅଛି ଚାଲି

ଥମ୍ଭୀଭୂତେ ଶିଶୁପାଳ ସନ୍ୟନ୍ତ କିଛିହିଂ ନ ବୋଲି ।୩୮୫।

ଆରେ ଆରେ ବୋଲି ସନ୍ୟରେ ପଶିଲା ଅବଗାହି

ରାହୁ ଆକ୍ରୋଷିଲେ ଯେହ୍ନେ ରଖିଲା କେହି ନାହିଂ ।୩୮୬।

କେଶ ମୁକୁଳିତ ବିଗଳତି ବସନ

ଶରଦ ମେଘ ପ୍ରାୟେକ ଶୁଭୁଅଛି ଗରଜନ ।୩୮୭।

ପ୍ରହାରନ୍ତି ସଇନି କୁନ୍ତ ଯାଠି ମୁନା ତୀକ୍ଷ

ଭୀମ ଶରିରେ ପଡି ନ ଫୁଟନ୍ତି ହୁଅନ୍ତି ବିମୁଖ ।୩୮୮।

ବିନ୍ଧଣ ବିମୁଖ ହୋଇଲେ ସମସ୍ତ ପାରିଦଣ୍ଡ ରାଜାମାନେ

ନାରାଜ ଗୋଟିୟେ ନାହିଂ କାହାରିହିଂ ତ୍ରୋଣେ ।୩୮୯।

ରେ ରେ କାର କରି ଭୀମସେନ ଯହୁଂ ପଡ଼ିଲାକ ଧାଇଂ

ପର୍ବତ ଉପରୁ ସର୍ବେ ପଡ଼ିଲେକ ଡେଇଂ ।୩୯୦।

ଶିଶୁପାଳ ସଇନି ପଳାବନ୍ତି କେଶବାସ ଅସମ୍ଭାଳେ

ଗୋଡ଼ାଇ ଭୀମସେନ କ୍ଷତ୍ରୀୟ ଅଚାର୍ଗଳେ ।୩୯୧।

ଅନେକ ସଇନି ଯେ ପଡ଼ିଲେ ସମରେ

ପର୍ବତ ଉପରୁ ସର୍ବେ ପଡ଼ିଲେକ ଡେଇଂ ।୩୯୦।

ଶିଶୁପାଳ ସଇନି ପଳାବନ୍ତି କେଶବାସ ଅସମ୍ଭାଳେ

ଗୋଡ଼ାଇ ପିଟଇ ଭୀମସେନ କ୍ଷତ୍ରୀୟ ଅଚାର୍ଗଳେ ।୩୯୧।

ଅନେକ ସଇନି ଯେ ପଡିଲେ ସମରେ

ପର୍ବତ ଉପରୁ ପଡ଼ି କର ଚରଣ ହୋଇଲାକ ଚୂରେ ।୩୯୨।

ଶତେକ ଯୋଦ୍ଧା ଘେନି ଦମଘୋଷର ବାଳ

ଭୀମସେନ ଉପରେ ଶରବୃଷ୍ଟି କଲାକ ଶିଶୁପାଳ ।୩୯୩।

ଭୀମସେନ ସାନନ୍ଦ କଟାଳ ଯୁଦ୍ଧ ଦେଖି

ଗଦାବର ବୁଲାଇଲା ବୀର ଭୟ ଯେ ଉପେଖି ।୩୯୪।

ଶିଶୁପାଳ ରଣେ ଅଟଇ ନିର୍ଭୟା

ଶବରୀ ପ୍ରସନେ ପାଷାଣ ଯେ ତାର କାୟା ।୩୯୫।

ପିଟନ୍ତେ ଯେ ଗଦାବର ହିଡିମ୍ବିକୀ ନାହା

ଶିଶୁପାଳ ମୁଦୁଗରରେ ସମ୍ଭାଳିଲା ତାହା ।୩୯୬।

ମଦୁଗର ବୁଲାଇ ପିଟେ ଶିଶୁପାଳ ଜେନା

ଭୀମ ବାମ ଅଙ୍ଗେ ପଡ଼ି ହୋଇଲାକ ଚୂନା ।୩୯୭।

ଶିଶୁପାଳ ବୋଇଲା ତୁ ଅଟୁ ସାମରଥ

ମୋହୋର ମୁଦୁଗର ଯାହା ହୋଇଲାକ ବିଅର୍ଥ ।୩୯୮।

ବିଶହସ୍ର ହୋଇଲେ ଯହୁଂ ଦମଘୋଷର ବାଳ

ପଛଘୁଞ୍ଚା ଦେଇ ପଳାଇଲା ସେ ତତକାଳ ।୩୯୯।

ରେ ରେ କାର ଶବଦେ ଭୀମସେନ ଆକ୍ରୋଷି

ବାମ କରରେ ଧଇଲା ଯାଇ ଶିଶୁପାଳ କେଶ ପାଶି ।୪୦୦।

ରାତ୍ର ହୋଇଲାନି ତହିଂ ଦ୍ୱାଦଶ ଯେ ଘଡ଼ି

ଶିଶୁପାଳ କେଶ ଧରି ଭୀମସେନ ଜାନୁରେଣ ପାଡ଼ି ।୪୦୧।

ବିଜେକର୍ଣ୍ଣକଟାର ମାଇଲା ଗଣ୍ଡସ୍ଥଳେ

ଶିଶୁପାଳର ଶିର ନ ଛିଡିଲା ଭୀମସେନର କୋପାନଳେ ।୪୦୨।

ବିଜେକର୍ଣ୍ଣକଟାର ଭାଞ୍ଜି ହୋଇଲା ବେନିଖଣ୍ଡ

ନବନିଶି ଅସିଧାରେକ ଘେନି ଭୀମସେନ ପ୍ରହାରେ ପ୍ରଚଣ୍ଡ ।୪୦୩।

ଅସିପତ୍ର ପଡ଼ିଲା ଯେ ଶିଶୁପାଳ କଣ୍ଠେ

ଖଣ୍ଡାହିଂ ଚୂର ହୋଇଲା ପ୍ରତଗ୍ୟାଂ ଗଲା ଭ୍ରଷ୍ଟେ ।୪୦୪।

ଶିଶୁପାଳ କେଶଧରି ପାଣ୍ଡବ ପଞ୍ଚାଳ

କେବଣ ଆଶ୍ରିଜ ରେ ତୋହୋର ନ ଛିଡ଼ଇ ବକ୍ଷସ୍ଥଳ ।୪୦୫।

ଭୀମସେନ ପଚାରଇ ଅନଙ୍ଗ ପ୍ରାୟେ ରୂପ ଦେଖି

ଅଙ୍ଗାରପନ୍ନଗ ଅଇଲା କି ଅମର ଉପେଖି ।୪୦୬।

ଦେଶାଉର କହିଲା ଯାଇଂ ଦମଘୋଷର ଆଗେ

ପୁତ୍ର ତୋର ନାଶ ଯାଉଛି ରାଜା ବିଜୟେ କର ବେଗେ ।୪୦୭।

ଶୁଣି ଅସମ୍ଭାଳ ହୋଇଣ ଧାମଇଂ ନୃପମଣି

ଗଡ଼ାବନ୍ତି ଅମାନାତ୍ୟେ ଥାଠ ଯେ ପଲାଣି ।୪୦୮।

ରାଗେଣ ଦମଘୋଷ ରାଜାକରେ ଘେନିଣ ଖଗେ

ଅଧର ପୁଷ୍ଟକରି ଧାମଇଂ ଅତିବେଗେ ।୪୦୯।

ଦଣ୍ଡମାନନ୍ତ ଘେନି ଦମଘୋଷ ବିଜୟେ ପର୍ବତର ତଳେ

ଦେଖିଲା ଶିଶୁପାଳର କେଶ ଧରିଅଛି ପବନର ବାଳେ ।୪୧୦।

ଶିଶୁପାଳର କେଶ ଧରିଅଛି ବାମକରେ

ଦକ୍ଷିଣ କରେ ଗଦା ବୁଲାଇ ଅତି ଖରେ ।୪୧୧।

ପର୍ବତ ଉପରୁ ବୀର ପଡିଲାକ ଡେଇଂ

ଦମଘୋଷର ସନ୍ୟ ରହିଲେ ଥମ୍ଭୀଭୂତ ହୋଇ ।୪୧୨।

ଭୀମସେନର କୋପ ଦେଖି ବିଚାରଇ ମରୁତ ସାରଥି

ଦମଘୋଷର ସମ୍ପଦ ସରିବ ୟେ ଘାନ୍ତି ।୪୧୩।

ରଥ ଘେନି ମରୁତ ପ୍ରବେଶ ଦମଘୋଷ ପାଶେ

ରାଜାର ସନ୍ନିଧ୍ୟେ ଯାଇ କହଇ ବିଶ୍ୱାସେ ।୪୧୪।

କାହାକଇଂ କୋପ ତୁହୋ କରୁଛି ନୃପମଣି

ଭୀମସେନ ଠାକୁରେ ପଛିମଦିଗ ବିଜେ ତୁ କିଂପେ ନ ଜାଣି ।୪୧୫।

ଜରାସନ୍ଧ ନିବାରଣ କଲେକ ସାଂଗ୍ରାମେ

ରାଜାନ୍ତ ବନ୍ଦୀରୁ ମୁକତ କଲେ ଯୁଝେଷ୍ଠିଦେବଂକର ଧର୍ମେ ।୪୧୬।

ତାହାର ତୁଲେ ତୋହୋର କିସ ହୋ ବିବାଦ

ୟେହିକ୍ଷଣି ବଇବୁ ୟେଡେକ ସମ୍ପଦ ।୪୧୭।

ୟେସନେକ ବାରତା ପାଇଣ ଚେଦିଦେଶର ରାୟେ

ପଞ୍ଚଭୂତ ଆତ୍ମାରେ ତାର ବସିଲା ବଡ ଭୟେ ।୪୧୮।

ୟେହି ସେ ଭୀମସେନ ହିଡିମ୍ବିକୀର ପ୍ରାଣନାହା

ଅଗ୍ୟାନେ ସୁତ ମୋର ହୋଇଲାକ ଦୋରେହା ।୪୧୯।

କେଉଂଣ ସମୁଦ୍ରେ ଯାଇ ପଶିବଇଂ ମୁହିଂ

ପାଣ୍ଡବ ବିବାଦୀ ହୋଇଲେ ଜୀବନ ମୋର କାହିଂ ।୪୨୦।

ମରୁତ ସାରଥି ବୋଇଲା ସେ ଦୁଖୀଜନ ଉଦ୍ଧାରଣ

ଭଗତଜନମଚ୍ଛଳ ସେ ଶରଣ ଜନ ନିସ୍ତାରଣ ।୪୨୧।

ଆସ ଆସ ରାଜା ସମର୍ପଇଂ ତୋତେ ନେଇଂ

ପୁତ୍ର ତୋର ରକ୍ଷାହେଉ ତୋର କିଛିହିଂ ଦୋଷ ନାହିଂ ।୪୨୨।

ବୋଲଇ ଦମଘୋଷ ମୋହୋର କିଛିହିଂ ନାହିଂ ଭରସା

ତୋହୋର ବଚନେ ମୁହିଂ କଲି ପ୍ରତିଆଶା ।୪୨୩।

ଦମଘୋଷ ହାଥଧରି ମରୁତ ସାରଥି

ଭୀମସେନ ଛାମୁକୁ ଆଣିଲା ତତକ୍ଷଣାନ୍ତି ।୪୨୪।

ଦଶନହ ମୁଖେ ଭରି ଦମଘୋଷ ପରିଣାମି

ବୋଇଲା ଦଶଦୋଷ ଅପ୍ରାଧ କ୍ଷମା କରିବା ଦେବସ୍ୱାମୀ ।୪୨୫।

ହିଡ଼ିମ୍ବକ ବିଦାରଣ ବକରାକ୍ଷସ ଦର୍ପ ଧ୍ୱଂସି

କିନ୍ନରୀ ଅସୁରୀ ବିଦାରିଲୁ ମଧୁବନେ ପଶି ।୪୨୬।

ପାଣ୍ଡବାସୁର ମାରି ଉଦ୍ଧରିଲୁ କୁରୁବଂଶ

ଭକ୍ଷିଣ ପାରକଲୁ ଦେବ କାଳଗରଳ ବିଷ ।୪୨୭।

ଜାରା ନିବାରଣ ନାଥ ମହାଯଗ୍ୟଂ ଭଞ୍ଜା

ଯୁଗାନ୍ତକେ ବାଦ୍ୟ ଯେ ଭେରୀ ତାର ଦର୍ପଗଞ୍ଜା ।୪୨୮।

ଦେବଂକର ରକ୍ଷଣ ତୁ ସମସ୍ତ ଶାହାସ୍ରେଣ ନିର୍ଜିତା

ଦୁଖୀଜନ ଉଦ୍ଧାରଣ ଶରଣ ରଖନ୍ତା ।୪୨୯।

ଦମଘୋଷ ସ୍ତୁତିକରି ଅନେକ ପରଣାମି

ଦଶଦୋଷ ଅପ୍ରାଧ କ୍ଷମା କରିବା ଦେବସ୍ୱାମୀ ।୪୩୦।

ନ ଜାଣି ଶିଶୁପାଳ ମୋର ତୋତେ କଲା ଅନେକ ଦୋଷ

ଧର୍ମେଣ ରକ୍ଷା କଲୁ ସ୍ୱାମୀ ତାକୁ ନ କଲୁ ନାଶ ।୪୩୧।

ଦମଘୋଷ ସ୍ତୁତି ଶୁଣି କୋଇନ୍ତାଂକ ଦୁଲାଳ

ଶାନ୍ତିଭଜି ଛାଡିଲା ସେ ଶିଶୁପାଳର ବାଳ ।୪୩୨।

ଭୀମସେନ ପଚାରଇ ତୁହି ସେ ଦମଘୋଷ

ମୋହୋର ଦିଗବିଜେ କି ନ ଜାଣଇଂ ତୋହୋର ଶିଷ ।୪୩୩।

ପୁଣି ବୋଇଲା ତୋର ପୁତ୍ର ଦୁଷ୍ଟ ଯେ ପ୍ରକୃତି

ଜଗନ୍ନାଥଂକ ତୁଲେ ହାଦେ ଅନେକ ଅପ୍ରୀତି ।୪୩୪।

ଦମଘୋଷ ବୋଇଲା ସ୍ୱାମୀ ଶୁଣିମା ବ୍ରିକୋଦର

ପରାର୍ଦ୍ଧ ଦେଶର ରାଜା ଯେ ଅଟଇ କାଶୀଶ୍ୱର ।୪୩୫।

ତାହାରି ଭାରିଯା ନାମ ଅଟଇ ପଦ୍ମାବତୀ

ତାର ତହୁଂ ଉପୁଜିଲେ ବେନି ଯେ ଦୁହିତୀ ।୪୩୬।

ବଡ଼ ଦୁହିତାର ନାମ ଯେ ଅଟଇ ଦେବକୀ

ଆର ଦୁହିତାର ନାମ ଯେ ଶ୍ରିୟା ଦଇବକୀ ।୪୩୭।

ଦେବକୀ ପ୍ରଦାନ ଯେ ହୋଇଲେ ବସୁଦେବଂକୁ

ଦଇବକୀକି ପ୍ରଦାନ କଲେ ଦେବ ମୁକୁ ।୪୩୮।

ସ୍ୱାମୀ ବାସୁଦେବ ମୁହିଂ ସୋଦର ବେନି ସଡୁ

ୟେକା ଆତ୍ମା ହୋଇଥାଉଂ କେହି କାହାକୁହିଂ ନ ଛାଡୁ ।୪୩୯।

ବାସୁଦେବ ଉପୁଜିଲେ ଦେବକୀର କୋଳେ

ଦଇବକୀ କୋଳେ ଉପିଜିଲା ଶିଶୁପାଳେ ।୪୪୦।

ନାରାୟଣ ଜ୍ୟେଷ୍ଠ ହୋୟେ ଶିଶୁପାଳ କନେଷ୍ଠ

କେବଣ ମନ୍ଦକ୍ଷଣେ ହୋଇଲେ ଦୁହେଂ ଭେଟ ।୪୪୧।

ଶିଶୁପାଳେ ଦେଖି ନାରାୟଣ ଅତ୍ରିପୁତି

ଜଗନ୍ନାଥଂକୁ ଦେଖିଲେ ଶିଶୁପାଳ କରଇ ଭୀତି ।୪୪୨।

ବାଳକାଳେ ଦେବକୀ ଯେ ନ ପାରିଲେ ପ୍ରତିପାଳି

ଗୋକୁଳେ ବଢିଲେ ଯାଇଂ ଦେବ ବନମାଳୀ ।୪୪୩।

ସ୍ୱାମୀ ପ୍ରୟୋଗେ ସ୍ରାନ ପଡିଲା ୟେକଇ ସମୟେ

ଗୋବିନ୍ଦ ନନ୍ଦ ଯଶୋଦା ତୀର୍ଥ କରି ଆୟେ ।୪୪୪।

ଦଇବକୀ ଶିଶୁପାଳକଇଂ ଘେନିଣ ମୁହିଂ ଗଲି

ଦଇବକୀ ଯଶୋଦାଂକୁ ପୀରତି କରାଇଲି ।୪୪୫।

ଦଇବକୀ ଶିଶୁପାଳକୁ ଦିଲେ ବାସୁଦେବଂକର କୋଳେ

ଧଇଲେ ବାସୁଦୋବ ଶିଶୁପାଳକୁ ବାଳୁତ କୁତୂହୋଳେ ।୪୪୬।

ସୁନ୍ଦର ଦେଖି ନାରାୟଣ ଲଗାଇଲେ ହୃଦୟରେ

ଶରୀର ତୋର ଅତୁଟ ହେଉ ବୋଇଲେ ଦାମୋଦରେ ।୪୪୭।

ଆରେ ଶିଶୁପାଳ ହେଉ ତୋହୋର ସହସ୍ରେ ସିଂଘର ପରାକ୍ରମ

କେବେହେଂ ବଧ ତୁହି ନୋହିବୁ ସାଂଗ୍ରାମ ।୪୪୮।

ୟେସନେକ ବର ଦେଇ କୋଳେ ଛନ୍ତି ଧରି

ଶିଶୁପାଳ କାନ୍ଦଇ ଚରଣ ଦୁଇ ହଲାଇକରି ।୪୪୯।

ବାସୁଦେବଂକର ହୃଦେ ବାଜିଲା ତାର ପାଦ

ମୃଚ୍ଛାଗତ ହୋଇ ସ୍ୱାମୀ ପଡ଼ିଲେ ଗୋବିନ୍ଦ ।୪୫୦।

ଧାତିକାରେ କୋଳକରି ଧଇଲେ ଦେବକୀ

ରୁଧିର ବହଇ ଜଗନ୍ନାଥଂକର ବେନିଆଖି ।୪୫୧।

ଚେତନା ପାଇଂ ଦେବ କୋପାନଳେ ବୋଲି

ସୋଦର ପଣେ ତୋତେ ୟେହିକ୍ଷଣି ବର ଦିଲି ।୪୫୨।

ମୁହିଂ ଯେ ପଡିଲି ତୋର ପାଦ ପ୍ରହାରେଣ କରି

ଚକ୍ରେ ଅବଶ୍ୟ ଶିର ଛେଦିବଇଂ ତୋହୋରି ।୪୫୩।

ଶୁଣି ଦଇବକୀ ହୋଇଲେ ବିକଳ ଚିତ୍ତ

ଅନୁଗ୍ରହ କରି ଯେହ୍ନେ ନାଶିବୁ ଜଗନ୍ନାଥ ।୪୫୪।

ଯେ ରଖଇ ସେ ଭକ୍ଷଇ ଶୁଣିଛୁ କେଉଂଣସି କାଳେ

ଦଶଦୋଷ ଅପ୍ରାଧ କ୍ଷମା କରିବୁ ନା ଶିଶୁପାଳେ ।୪୫୫।

ଗୋବିନ୍ଦେ ବୋଇଲେ ତୁ ଗୋ ଶୁଣ ମୋର ମାତ

ଅଷ୍ଟଉତ୍ତର ଶତେବାର କ୍ଷମା କରିବି ତୋର ପୁତ୍ର ।୪୫୬।

ମାଗୋ ଯେତେ ବଇକୁଲ୍ୟ ହୋଇଲି ଜାଣ ମୁହିଂ

ଅବଶ୍ୟ ଚକ୍ରେ ମାରିବି ଗୋ ୟେହାକଇଂ ।୪୫୭।

ମାଗୋ ଅଷ୍ଟଉତ୍ତର ଶତେବାର ଯେବେ ନ କରିବ ଦୋଷ

ସୁଖେ ଦ୍ୱାପର ଯୁଗ ଭୋଗ କରିବ ତୋର ଶିଷ ।୪୫୮।

ଅଷ୍ଟଉତ୍ତର ଶତେ ବେଳୁଂ ଯେବେ କଟାଳ କରଇ

କ୍ଷଣେହେଂ ନ ସହି ଛେଦନ କରିବି ୟେହାକଇଂ ।୪୫୯।

ଦଇବକୀ ବୋଇଲେ ବାବୁ ଶୁଣ ତୁ ଦାମୋଦର

ତେଣିକି ମାଇଲେ ଦୋଷ ନୋହିବ ତୁମ୍ଭର ।୪୬୦।

ସ୍ୱାମୀ ଶୁଣସି ପାଣ୍ଡବ ହୋ ୟେ ଆଦିକାଳର କଥା

ରୁକ୍ମିଣୀ ହରଣ କାଳେ ହୋ ଅନେକ ଅବସ୍ତା ।୪୬୧।

ସାଂଗ୍ରାମେ ଚକ୍ରେ ୟେହାକୁ ମାରୁଥିଲେ ଦେବହରି

ବେଳେକ ଛାଡ଼ିଲେ ମାତାଂକ ବଚନ ସୁମରି ।୪୬୨।

ଶିଶୁପାଳ ଗୋପାଳ ଯେ ଅଟନ୍ତି ବେନି ଭାଇ

ଦେବକୀ ଦଇବକୀ ୟେ ବେନି ଭୟେଣୀ ଉପୁଜାଇ ।୪୬୩।

ଗୋବିନ୍ଦଂକର ସୋହୋଦର ୟେ ଅଟଇ ଯୁଗତେ

ତୋହୋର ଅଭିନ୍ନ ସ୍ୱାମୀ ୟେହାକୁ ନାଶ କରିବୁ କେମନ୍ତେ ।୪୬୪।

ଦମଘୋଷର ମୁଖରୁ ୟେସନେକ ବାକ୍ୟଶୁଣି

ହସି ବଚନ କହନ୍ତି ଯେ ପାଣ୍ଡବ ବୀରମଣି ।୪୬୫।

ଆହୋ ଦମଘୋଷ ମୁଂ ସାଂଗ୍ରାମର ରାଗେ

ବେନିବେଳ ତଣ୍ଟିରେ ପ୍ରହାର ମୁଂ କଲଇ ଖଡଗେ ।୪୬୬।

ଆହୋ ଦମଘୋଷ, ଚକ୍ରକୁ ବୋଲି ଯାହାର ବଢିଅଛି ତଣ୍ଟି

ମୋହୋର ବେଳେ ଖଡ଼ଗ ଘେନି କି ୟେହାର ମୁଣ୍ଡକାଟି ।୪୬୭।

ଶିଶୁପାଳକୁ ଛାଡ଼ିଲା ମାରୁତି ଦମଘୋଷର ବଚନେ

ଅନେକ ପୁରୁଷାର୍ଥ ତାହାକୁ କଲାକ ଭୀମସେନେ ।୪୬୮।

ଭୀମସେନ ବୋଇଲା ଆହୋ ଦମଘୋଷ ନୃପତି

ରାଜୁସି ଯାଗ ସଭାକୁ ଯାଅ ସମଦଣ୍ଡ ଘେତି ଦିବାରାତି ।୪୬୯।

ମକର ମାସ ଶୁକଳ ପକ୍ଷ ଦଶମୀର ଦିନ

ସେ ଦିନ ପୂର୍ଣ୍ଣ ଆହୁତି ହୋଇବ ସଂପୂର୍ଣ୍ଣ ।୪୭୦।

ପ୍ରଥମ ପକ୍ଷେ ସମସ୍ତେ ହୋଇବେ ପରବେଶ

ଅନେକ ପୂଜା କରିଣ ବୋଲଇ ଦମଘୋଷ ।୪୭୧।

ସ୍ୱାମୀ ଆଜି ମୁଣୋହି କରିବା ମୋହୋର ଭୁବନେ

ରହି ନୁଆରଇ ମୁଂ ବୋଲଇ ଭୀମସେନେ ।୪୭୨।

ରାଜାନ୍ତ ନିମନ୍ତ୍ରିବି ମୁଂ ନଉ ଦିବସର ମଧ୍ୟେ

ୟେହିମତି ସକଳ ରାଜା ଜିଣିମଇଂ ଯୁଦ୍ଧେ ।୪୭୩।

ଚଳଇ ବ୍ରିକୋଦର ଯେ ସମଦଣ୍ଡ ଚଳାଇ

ଦମଘୋଷ ବାହୁଡ଼ିଲା ଥୋକାୟେ ଦୂର ଯାଇଂ ।୪୭୪-୨୨୭୨।

 

ନୈଋତସେନ ରାଜା ନିମନ୍ତ୍ରଣ ଓ ଜରାସନ୍ଧ ପୁତ୍ର ସହଦେବ ସହ ଯୁଦ୍ଧ

ନଇରୁତ ବୋଲି ୟେକଇ ପର୍ବତ ଗୋଟିୟେ

ସେ ଦେଶେ ପ୍ରବେଶ ଯାଇଂ ପଣ୍ଡୁର ତନୟେ ।୧।

ନଇରୁତସେନ ବୋଲି ତହିଂର ନୃପତି

ଚୋରମଣ୍ଡଳ ଦେଶର ସେ ଅଟଇ ଚକ୍ରବ୍ରତୀ ।୨।

ଟମକ ନିଶାଣ ଯେ ଅନେକ ବୀରତୂର ବାଜେ

ବିଜୟେ ଭୀମସେନ ଚୋରମଣ୍ଡଳ ରାଜ୍ୟେ ।୩।

ସେ ରାଜାର ଦେଶାଉର ଥିଲା ଚେଦିଦେଶେ

ବାରତା ପାଇଲା ଯାଇଂ ନଇଋତ ରାଜା ପାଶେ ।୪।

ସ୍ୱାମୀ ସାବଧାନେ ଶୁଣିମା ଚୋରମଣ୍ଡଳ ଅଧିକାରୀ

ଭୀମସେନ ଠାକୁରେ ପଚ୍ଛିମ ଦିଗେ ବିଜେକରି ।୫।

ରାଜାନ୍ତ ନିମନ୍ତ୍ରିବେ ଦେବ ରାଜୁସି ଯାଗ ଅର୍ଥେ

ଶିଶୁପାଳ ନାଶ ଯାଉଥିଲା ପ୍ରତଗ୍ୟାଂ ଅନୁମତେ ।୬।

ଶରଣପଞ୍ଜର ନାଥ କଇଚ୍ଛା ଜଗଜେଠୀ

ସମଦଣ୍ଡ ଘେନି ରାୟେ ଚାଲ ଯିବା ହେ ପାଛୋଟି ।୭।

ମନ୍ତ୍ରୀ ସମାର୍ଜଇ ଚାଲ ଯିବା ହୋ ଦଣ୍ଡଧାରୀ

ଯୁଝେଷ୍ଠି ଠାକୁରଂକ କନିଷ୍ଠ ସେ ଜଗତେ ଅଧିକାରୀ ।୮।

ମନ୍ତ୍ରୀର ବଚନେ ରାଜା ସାନନ୍ଦେ କୃତ କୃତ

ଆସ୍ତାନୁଂ ଓହ୍ଲାଇ ରାଜା ଆସଇ ତୁରିତ ।୯।

ଭୀମସେନ କଟକେ ଯାଇଂ ପଶଇ ସମ୍ଭରେ

ନଇରୁତସେନ ଦରଶନ କଲା ବିରୂପା ନଦୀ ତୀରେ ।୧୦।

ଦଶନହ ମୁଖେ ଭରି ଧୂରୁ ପରିଣାମି

ଶରଣପଞ୍ଜର ନାଥ ଉଦ୍ଧର ଦେବ ସ୍ୱାମୀ ।୧୧।

ଭୀମସେନ ବୋଇଲା ହୋ ଶୁଣ ନଇରୁତ

ସାର୍ଥୁକ ଜୀବନ ତୋହୋର ବିବେକ ଗ୍ୟାନବନ୍ତ ।୧୨।

ଅଛନ୍ତି ହୋ ଅନେକ ମୂର୍ଖ ଅଗ୍ୟାନ ନୃପତି

ଜାଣୁ ଜାଣୁଂ ଅନେକ ପାଉଛନ୍ତି ଶାସ୍ତି ।୧୩।

ନିମନ୍ତ୍ରଣ ଯୋଗାଡ ଦିଲେକ ତୋଷମାନ

ଥାଠ ସନ୍ୟ ଘେନି ଯାଅ ଇନ୍ଦ୍ର ପ୍ରଶସ୍ତ ଭୁବନେ ।୧୪।

ନଇରୁତସେନ ବୋଇଲା ତୁ ଅଟୁ ଅନୁଗ୍ରହ ନାଥ

ତୋହୋର ପାଦରଜ ପଡ଼ିଲା ଖଣ୍ଡିଲି ଦୂରାପାତ ।୧୫।

ମୋହୋର ରାଜ୍ୟେ ସ୍ୱାମୀ ରହିବା ଆଜକ

ତୁମ୍ଭନ୍ତ ଦେଖିଣ ମୁକତି ହୋଇବେ ମୋହୋର ରାଜ୍ୟର ସର୍ବଲୋକ ।୧୬।

ବ୍ରିକୋଦର ବୋଇଲେ ମୋତେ ରହିତେ ବେଳ ନାହିଂ

ଭୋଜନ ଶୟନେ ମୋହୋର ସୁଖ ଭୋଗ କାହିଂ ।୧୭।

ପଞ୍ଜାଶ ସହସ୍ର ରାଜାନ୍ତ ନିମନ୍ତ୍ରିବି ନଉ ଦିବସେ

କୁତୂହୋଳେ ବେଳ ନୋହୋଇ ଗମିବି ଧୂରଦେଶେ ।୧୮।

ୟେ ଦିଶନ୍ତା ରାଜ୍ୟ କେଟି ହୋ ନଇରୁତସେନ

ବଡ଼ାଇ ସମ୍ଭରେ ତ ଦିଶଇ ନଗର ଘରମାନ ।୧୯।

ସ୍ୱାମୀ ୟେ ସେ ମଗଧଦେଶ ଜରାସନ୍ଧର କଟକ

ୟେଥେଂ ସେ ବନ୍ଦୀ ହୋଇଥିଲୁ ସମସ୍ତ ରାଜାଯାକ ୨୦।

ଛୟାଣୋଇ ସହସ୍ର ୟେତେବେଳଯାୟେଂ କାହିଂ ଥାନ୍ତୁ

ୟେ ତୁମ୍ଭର ପ୍ରସାଦେ ଆମ୍ଭର ସବୁରି ବ୍ରତ ହେବୁ ।୨୧।

ସେ ରାଜ୍ୟୁଂ ବାହାର ହୋଇ ଚଲଇ ଭୀମସେନ

ଦେଖନ୍ତି ରାଜାଦଣ୍ଡେ ଉଭାରି ସର୍ବଜନ ।୨୨।

ଜୟ ଜୟ ମଙ୍ଗଳ ଭାଷନ୍ତି ସର୍ବବାଳୀ

ହାଥରେ ଅର୍ଘ୍ୟ ଘେନି ଦିଅନ୍ତି ହୁଳହୁଳି ।୨୩।

ସେ ରାଜ୍ୟୁଂ ବାହାର ହୋଇ ପଚ୍ଛିମ ମୂରତି

ଆଗ୍ୟାଂ ହୋଇଲା ବାହୁଡ ନଇରୁତ ଚକ୍ରବ୍ରତୀ ।୨୪।

ରାତ୍ର ଦିବସେ ଦଣ୍ଡେ ନ ରହରେ ବାବୁ

ଯେତେ ରାଜା ବାଟେ ଭେଟିବୁ ସମସ୍ତ ଘେନିଯିବୁ ।୨୫।

ବାହୁଡଇ ନଇରୁତ ନୃପତି ଦଣ୍ଡଛତ୍ର ଯେ ମେଲାଇ

ରାଜ୍ୟରେ ନ ପଶି ରହିଲା ବିରୂପା ନଦୀ ତୀରେ ଯାଇଂ ।୨୬।

ଚଳଇ ବ୍ରିକୋଦର ପଚ୍ଛିମ ଦିଗବିଜେ

ବୀରତୂର ନିଶାଣଟମକ ଢୋଲ ବାଜେ ।୨୭।

ମଦନଧର ବୋଲି ୟେକଇ ପରବତେ

ଦମୟନ୍ତୀ ଯହିଂ ତପ କରୁଥିଲେ ପଞ୍ଚାଶ ସହସ୍ର ବରଷ ପରିଯନ୍ତେ ।୨୮।

ଗନ୍ଧବତୀ ବୋଲିଣ ଯେ ବହଇ ୟେକ ନଦୀ

ଗନ୍ଧମଳୟ ପର୍ବତୁଂ ଫୁଟି ଆସୁଅଛି ଭେଦି ।୨୯।

ଦକ୍ଷିଣକଇଂ ଧାରେକ ବହଇ ଉଜାଣି

ଉତ୍ତରକଇଂ ଧାରେକ ବହଇ ତ୍ରିବେଣୀ ।୩୦।

ଦୁଇନଦୀ ବହୁଅଛି ମଘଦେଶ ବେଢି

ପଞ୍ଜାଶ ଯୋଜନ ଆୟତନ ଉଚ୍ଛର୍ଗ ଯେଜନ ଚାରି ।୩୧।

ଭୀମସେନ ବିଜୟେ ମଳୟବସନ୍ତ ପର୍ବତ

ମେଦିନୀ ହେଳ ଘେନୁଅଛି ବୀରତୂର ଶବଦଘାତେ ।୩୨।

ଦେଶାଉରେ ବାରତା ଜଣାଇଲେ ସହଦେବ ନୃପତିକି

ସ୍ୱାମୀ କେଉଂଣ ଦେଶର ରାଜା ୟେ ପ୍ରୟାଣ କରି ଆସଇ ୟେଥିକି ।୩୩।

ଶୁଣିଣ ଆଗ୍ୟାଂଦିଲା ଜରାସନ୍ଧର ତନୟେ

ସନ୍ନିଧ୍ୟେ ଉଭା ହୋଇଛନ୍ତି ସେନାପତି ଜୟ ଜେ ବିଜୟେ ।୩୪।

ଆହୋ ଥାଠ ସନ୍ୟ ଘେନି ଯାଅସି ୟେହିକ୍ଷଣି

ସମରାଷ୍ଟ୍ର କି ପରରାଷ୍ଟ୍ର ତଦନ୍ତ କରି ଜାଣି ।୩୫।

କିବା ଆସୁଅଛି ସମର ନିମନ୍ତେ

କି ଅବା ଆସୁଅଛି ବାନ୍ଧବ ପ୍ରିୟ ଅର୍ଥେ ।୩୬।

ୟେହୁ ପଚ୍ଛିମ ଦିଗେ ତ ମୋତେ ନାହିଂ ପରରାଷ୍ଟ୍ର

ବାରତ ନ କରି କିମ୍ପେ ଆଣି ଉଭାରିଲା ଥାଠ ।୩୭।

କେବଣ ଦୁଷ୍ଟରାଜା ଅବା ଆସଇ ଯୁଦ୍ଧ ମାଗି

ଧାଅଂ ରେ ପାରିଦଣ୍ଡ ଉଗାଳ ଯାଇଂ ବେଗି ।୩୮।

ପବନୁଂ ବେଗହୋଇ ଯାଅ ଚାରଗଣ

ରାଜ୍ୟକୁ ପଶି ନ ଦିଅରେ ଗାଢ ମୋହୋର ରାମ ।୩୯।

ରାଜାର ବଚନେ ଚାଲିଲେ ମୁନେହିଂ

ଭୀମସେନ ଠାକୁରେ ରହିଛନ୍ତି ମଳୟଗିରି ତହିଂ ।୪୦।

ଆଗ୍ଆଣି ଥାଠେ ଯାଇଂ ଉଗାଳିଲେ ଚାରଗଣ

ରାଜ୍ୟେ ନ ପଶ ବୋଲି ଦେବ ମଗଧେଶ୍ୱର ଆନ ।୪୧।

ଆଗିଆଣି ଥାଠେ ଥିଲା କୃତାନ୍ତେକ ସେନାପତି

ଆନ ପାଡ଼ନ୍ତେ ଅସି ପ୍ରହାର କଲା ତତକ୍ଷଣାନ୍ତି ।୪୨।

ବେନି ଖଣ୍ଡ ହୋଇ ଛିଡି ପଡ଼ିଲା ମୁନେହିଂ

ଜୟ ବିଜୟେ ଦୁଇ ଛାମୁରେ ବାରତା ଯାଇଂ କହି ।୪୩।

ସ୍ୱାମୀ ବଡାଇ ଦୁରାପଦ ତ ଅଟଇ ଦେବ ଥାଠ

ବିଚାର ନାହିଂ ଦେବ ଅବିଚାରେ ଶିର କାଟ ।୪୪।

ସ୍ୱାମୀ ଦୂତ ଚାରଗଣ ମଧ୍ୟସ୍ଥ ଶରଣ ୟେ ଚାରି

ୟେହାନ୍ତ ହତ୍ୟାକଲେ ବ୍ରହ୍ମହତ୍ୟା ଦୋଷ ସରି ।୪୫।

ସ୍ୱାମୀ ଆନ ପଡିବା ମାତ୍ରକେ ନାଶକଲେ ପ୍ରାଣୀ

ଧାଇଂଣ ରାଜ୍ୟେ ପଶନ୍ତି କାହାକୁ ହିଂ ନ ଗଣି ।୪୬।

ଶୁଣିଣ ଜୟ ବିଜୟେ ମହା କୋପାନଳେ

ଦୁଇ କୁମରେ ହାଥେ ଧରିଅଛନ୍ତି ଶୂଳେ ଶୂଳେ ।୪୭।

ପଞ୍ଚାଶ ଲକ୍ଷ ଯୋଦ୍ଧା ଯେ ଚୋଖାର ତୁରଙ୍ଗ

ରେ ରେ କାର କରିଣ ଯେ ଧାଇଂଲେ ବେଗ ବେଗ ।୪୮।

କୁନ୍ତ ଅସିପତ୍ର ବୁଲାଇଣ ମୁଦୁଗର ଜାଠି

ଆରେ ଆରେ ବୋଲିଣ ୟେକମୁଖ ହୋଇ ଉଠି ।୪୯।

କାଳ କୃତାନ୍ତକ ଭୀମସେନର ବେନି ସେନାପତି

ବଜ୍ରାବଳି ଗଦାୟେ ଗଦାୟେ ଘେନି ଅଶ୍ୱେ ଅଶ୍ୱେ ଚଢିଛନ୍ତି ।୫୦।

ଜରାସନ୍ଧର ସେ ଯେ ଉଠିଲେ ପୁତ୍ରବେନି

ବୁଲାବନ୍ତି କରେ ଲାଂକିଆ ଅନ୍ତରୀକ୍ଷେ ଘେନି ।୫୧।

ମେଘ ଗର୍ଜନ ପରାୟେକ ଶୁଭଇ ଘୋରରତି

ଓହୋବଳ ଥାଠେ ତହିଂ ହାବୋଡ଼ା ହାବୋଡ଼ି ।୫୨।

ଆକାଶ କମ୍ପୁଅଛି ଓହୋବଳ ମୁଖଧୁନି

ପ୍ରହାର କରନ୍ତି ଯେ ଯାହାର ଶହସ୍ର ଘେନି ।୫୩।

ଧାଅଂରେ ମାରରେ ବୋଲି ପଡି ଘୋର ଡାକ

ଗଗନରେ ଖେଳନ୍ତି ଯେସନେ ବଳାହକ ।୫୪।

ୟେସନେକ ଗୋଳ ଶୁଭିଲା ଓହୋବଳ ଥାଟ

ଶହସ୍ର ପଡ଼ି ରୁଧିରମୟ ହୋଇଲା ସମରାଷ୍ଚ୍ର ।୫୫।

ସନ୍ୟବଳ ଦେଖିଣ ଗର୍ଜେ ଭୀମ ମହାବଳ

ରଥୁ ଡେଇଂ ପଡିଲା ପାଣ୍ଡବ ଅଚାର୍ଗଳ ।୫୬।

କାଳଚକ୍ର ପ୍ରାୟେକ ବୁଲାଇ ବେନିଆଖି

ଭାଜିଲେ ମଗଧଥାଠ କୃତାନ୍ତେକ ରୂପ ଦେଖି ।୫୭।

ଗଦା ବୁଲାଇଣ ବେଗେ ପବନୁ ଆପାତେ

ହାବୋଡ଼ା ହାବୋଡ଼ି ହୋଇ ଯେ ପଡିଲେ ଦୁରାପାତେ ।୫୮।

ମାର ମାର ବୋଲିଣ ଉଠିଲା ପାବେନି

ଗୋଡ଼ାଇ ମାଇଲା ଅନେକ ମଗଧ ଦେଶର ସଇନି ।୫୯।

ରକତେ କର୍ଦ୍ଦନ ହୋଇଲେ ଗଜ ଅଶ୍ୱ ମନୁଷ୍ୟ ସହିତେ

ପାୟେଡା ପଡିଲା ହୋଇଲେ ଅଷ୍ଟାଦଶ ଯୋଜନ ପରିଯନ୍ତେ ।୬୦।

ପବନ ବିଘାତେ ଯେହ୍ନେ ପଡଇ ଫକୁଫଳ

ମଗଧ ଦେଶର ଥାଠ ମନ୍ଥିଲା ପାଣ୍ଡବ ଅଚାର୍ଗଳ ।୬୧।

ସାଂଗ୍ରାମେ ନିପାତ ଯହୁଂ ହୋଇଲେ ସଇନି

ଘୁଞ୍ଚି ପଳାଇଲେ ଜୟେ ବିଜୟେ ଭାଇ ବେନି ।୬୨।

ସହଦେବ ଛାମୁରେ ଯାଇଂ କହିଲେ ବାରତା

ସ୍ୱାମୀ ଅସଖ୍ୟ ମହିଂମା ତାର ସାଂଗ୍ରାମେ ମୟେମତ୍ତା ।୬୩।

ସ୍ୱାମୀ ଚାରିଲକ୍ଷ ଯୋଦ୍ଧା ତୋହୋର ପଡିଲେକ ରଣେ

ୟେଡ଼େ ବଡ଼ ଥାଠ ମନ୍ଥନ ସ୍ୱାମୀ କଲାକ ୟେକଜାଣେ ।୬୪।

ପଚାରିଲେ ନ କହଇ ସେ କେଉଂଣ ଦେଶ ରାଜା

ନାଶକର ଦେବତା କି ସେ ପ୍ରତକ୍ଷେ ବିଡୋଜା ।୬୫।

ସ୍ୱାମୀ ୟେ ମଞ୍ଚରାଜା ହୋଇ କେ ଆସିବେ ତୋହୋର ଛାମୁକୁ

ନାହିଂ ନାହିଂ ସ୍ୱାମୀ ୟେଥେ ପ୍ରମାଦ କରିବାକୁ ।୬୬।

ଭଗ୍ନବଳ ଥାଠ ଦେଖି ନୃପତି ସହଦେବ

ମତ୍ତ ହାଥୀୟେ ଚଢିଣ ସେ ଚଳଇ ମତ୍ତଗର୍ବ ।୬୭।

ହାଥେଣ ବେନିଗଦା ଘେନି ସେ କୁମରମଣି

ସାଜିଲା ସମଦଣ୍ଡ ତାହାର ତେଇଶି କ୍ଷଉଣୀ ।୬୮।

ତୁଲେଣ ରଥ ଆରୋହୀ ନବଶତ ପାରିଦଣ୍ଡ

ବୀରତୂର ଶବଦେ ଯେ କମ୍ପଇ ଭୂଅଖଣ୍ଡ ।୬୯।

ମର୍ଭୁତେକ ବୀରତୂର ଛାମୁରେ ତାର ବାଜେ

ମନ୍ତ୍ରୀ ଅମନାତ୍ୟ ଘେନି ସାଂଗ୍ରାମକୁ କଲା ବିଜେ ।୭୦।

ଦେଖିଲା ରାଜ୍ୟରେ ପଶନ୍ତି ପାଣ୍ଡବ ସଇନି

ସାଂଗ୍ରାମେ ନିର୍ଭୟେ ସେ ବୁଲାନ୍ତି ଶହସ୍ର ଘେନି ।୭୧।

ସହଦେବ ଛାମୁରେ ଭେଟିଲା ନେଇ ରଥ

ବିନ୍ଧନ୍ତି ନାରାଜନ୍ତ ଘେନିଣ ଅପ୍ରମିତ ।୭୨।

ଆକାଶେ ବିରାଜଇ ଯେହ୍ନେ ସୂର୍ଯ୍ୟ ପ୍ରତଗ୍ୟାଂ

ସ୍ୱାମୀର ଆଗ୍ୟାଂ ତେସନେ କରନ୍ତି ଅବଗ୍ୟାଂ ।୭୩।

ବିରାଜନ୍ତି ମୁକୁଟ ବାଳଆଦିତ୍ୟ ତେଜ ଜାଣି

ମଗଧେଶ୍ୱର ଥାଠ କୋନ୍ତ ପ୍ରହାରିଲେ ଆଣି ।୭୪।

ସେହ୍ନା ଟୋପର ଯେ ଛଉରୀ ବଜ୍ରଘୋଟି

ବିନ୍ଧନ୍ତେଣ ନାରାଜନ୍ତ ଶରୀରେ ନ ଫୁଟି ।୭୫।

ଯାହାକଇଂ ସଂପକ୍ଷ ଯେ ପବନ ଦେବତା

କେ ତାହାର ଛାମୁରେ ଅଛଇ ତ୍ରଇଲୋକ୍ୟେ ଗଣିତା ।୭୬।

ପାଣ୍ଡବେ ସୁନ୍ଦର ସେ କୃତାନ୍ତେକ ରୂପ

ତେଇଶି କ୍ଷଉଣୀ ବଳକୁ ୟେକା ବ୍ରିକୋଦର ଧାପ ।୭୭।

ତରୁଣ ଆଦିତ୍ୟ ପ୍ରାୟେ ଦିଶଇ ବୀର ବ୍ରିକୋଦର

କେ ଆସି ରଣେ ଝାସିବ ତାହାର ଛାମୁର ।୭୮।

ଦଣ୍ଡ ଦେଖି ବ୍ରିକୋଦର ଉଠେ ଗଳଗାଜି

ମଗଧ ସଇନୁ ସବୁ ପଳାଇଲେ ଭାଜି ।୭୯।

କେଶରୀକି ଦେଖି ଯେହ୍ନେ ପଳାବନ୍ତି ବନଜୀବେ

ମହାଥାଠ ମନ୍ଥନ କଲା ସେ ଜଗଜ୍ଜିତା ପାଣ୍ଡବେ ।୮୦।

ମହାଗୋଳ ହାନ୍ଦୋଳ କହିତ କି ପାରି

ଭୀମସେନର ଦର୍ପେ ସନ୍ୟ ଶର ବିନ୍ଧନ୍ତି ରୋଷଭରି ।୮୧।

କାଳେବର ଗଦା ଧରି ଭୀମସେନ ପିଟି

ସହଦେବର ସଇନି ପଡିଲେ ସର୍ବେ ମହୀଲୋଟି ।୮୨।

ଦଣ୍ଡଭଗ୍ନ ଦେଖି ଧାମଇଂ ମଗଧେଶ୍ୱର ରାୟେ

ଅଶୀଲକ୍ଷ ଯୋଦ୍ଧା ଘେନି ସେ ଜରାସନ୍ଧର ତନୟେ ।୮୩

ବ୍ରିକୋଦର ଛାମୁରେ ଯାଇଂ ସହଦେବ ଭେଟି

ଆକ୍ରେଷିଣ ଯୋଦ୍ଧାୟେ କଲେ ଅନେକ ଶର ବୃଷ୍ଟି ।୮୪।

ଲୋହ ପାଷାଣ ଜାଣି ନିର୍ବାଣ ବଜ୍ର ଯାହାର କାୟା

ଅସ୍ତ୍ର ଶସ୍ତ୍ର ପାଣ୍ଡବେ ସେ ଅଟନ୍ତି ନିର୍ଭୟା ।୮୫।

ୟେକା ପ୍ରହାରେକ ଚୂର ହୋଅନ୍ତି ରଥେ

ଆରେକ ପ୍ରହାରେକ ଚୂର ହୋଅନ୍ତି ରଥ ଗଜ ମାହୁନ୍ତେ ।୮୬।

ସହଦେବ ଦେଖନ୍ତେ ପଡିଲେ ଅନେକ ସନ୍ୟବଳ

ଶୋଣିତ ବୃଷ୍ଟି ହୋଇଲା ଯେସନେ ବରଷାର କାଳ ।୮୭।

ଦୁଇପଦ୍ମ ରଥୀ ଚାରିପଦ୍ନ ମତ୍ତନାଗ

ନବପଦ୍ମ ପଡିଲେ ଯେ ଚୋଖାର ତୁରଙ୍ଗ ।୮୮।

ଅଗଣିତା ସନ୍ୟ ମଲେ କେ ତାହାରେ ଲେଖି

ପଳାଇଲେ ମଗଧ ସଇନି ଯେ ସାଂଗ୍ରାମ ଉପେକ୍ଷି ।୮୯।

ତିଳ ପ୍ରମାଣେ ସଇନି ପଡିଲେ ଅପ୍ରମିତେ

ଥାଠକଇଂ ପୟେଡ ପଡିଲା ପାଞ୍ଚ ଯୋଜନ ପରିଯନ୍ତେ ।୯୦।

ଭୀମସେନ ଗଦାଘାତେ ଅନେକ ସନ୍ୟ ଉଡି

ରଥ ଗଜ ଅଶ୍ୱେ ଯାଇଂ ଅନେକ ଧୂରେ ପଡି ।୯୧।

ଜୟଦେବ ବିଜୟଦେବ ବୋଲି ସହଦେବର ବେନିଭ୍ରାଥେ

ତିନିହେଂ ରହିଛନ୍ତି ଚଢି ରଥେ ରଥେ ।୯୨।

ସହଦେବ ହାକ ଦିଅଇ ହୋ ତୁ କେଉଂଣ ଦେଶର ରଥୀ

ମୁହିଂ ତୋହୋର ଶତ୍ରୁ ନୋହୋଇ କେଉଂଣ ଦୋଷେ ମୋହୋର
ସନ୍ୟ ନିପାତି ।୯୩।

ମୁଂ ତୋତେ କେଉଂଣ ଦୋଷ ଅବା କଲାଇଂ ଯେ ପୂର୍ବେ

ଭୀମସେନ ଠାକୁରେ ମୋତେ ରାଜ୍ୟ ଦିଲେ ପିତାର ଅଭାବେ ।୯୪।

ପିତା ମୋର ଜରାସନ୍ଧ ଥିଲା ବଡ ଦୁଷ୍ଟ

ଅପାର ନୃପତି ସେ ବାନ୍ଧିଲା ସକଳହିଂ ରାଷ୍ଟ ।୯୫।

ନାରାୟଣ ବିବାଦୀ ସେ ହୋଇଲା ମନ୍ଦବାଟେ

ଅଷ୍ଟାଦଶ ବେଳ ଘେନି ଧାଡିଦିଲା ଥାଠେ ।୯୬।

ମଞ୍ଚ ସ୍ୱର୍ଗରେ ରହି ନୁଆରିଲେ ବାସୁଦେବ

କ୍ଷୀରୋଦ୍ର ଭିତରେ ଯାଇଂ ପାଇଲେ ସେହୁ ଠାବ ।୯୭।

ତଦନ୍ତେ ଯାଇଂ ଇନ୍ଦ୍ରପଦକୁ କଲା ଇଚ୍ଛା

ରାଜାନ୍ତ ଧରିଆଣ ମନ୍ତ୍ର ଆବୋରିଲା ମନ୍ଦ କଇଚ୍ଛା ।୯୮।

ପଞ୍ଚଦଶ ଦିବସେ କଲାକ ସେ ପୂର୍ଣ୍ଣ ଆହୁତି

ରାଜାନ୍ତ ଆହୁତିରେ ପକାନ୍ତା ଆଶ୍ୱୀନ ଶୁକଳ ଅଷ୍ଟମୀର ରାତି ।୯୯।

ସନ୍ଦେଶ ଜାଣିଣ ବିଜେକଲେ ବାସୁଦେବ

ସଙ୍ଗେ ଆଣି ଥିଲେ ଭୀମ ଅର୍ଜୁନ ବେନି ଯେ ପାଣ୍ଡବ ।୧୦୦।

ଦାନ ପ୍ରତିଗ୍ରହେ ବିପ୍ରରୂପେ ଅଇଲେ କପଟେ

ଯାଗଶାଳେ ପଶିଲେ ମୋହୋର ପିତାର ନିକଟେ ।୧୦୧।

ବେଦ ଆଧ୍ୟାନ କରି ମାଗିଲେ ସେହୁଦାନ

ସତ୍ୟକରି ଶଙ୍ଖେ ପାଣି ଛାଡିଲା ମଘଦେଶର ରାଜନ ।୧୦୨।

ସତ୍ୟ କରାଇ ଜଗନ୍ନାଥେ ମାଗିଲା ସାଂଗ୍ରାମ

ମାଲବନ୍ଧେ ଜରାସନ୍ଧକୁ ବଧ କଲେ ଭୀମ ।୧୦୩।

ଜାରାସନ୍ଧକୁ ବଧକରି ଅନୁଗ୍ରହ କଲେ ମୋତେ

ମଗଧ ଦେଶେ ଉତ୍ସବ କେଲ ଅଭିଷେକ ନିମନ୍ତେ ।୧୦୪।

ଭୀମସେନ ଠାକୁରେ ମୋତେ କୋଡରେ ବସାଇ

ରାଜ୍ୟେ ଅଭିଷେକ ମୋତେ ମଥାରେ ପାଟଦେଇ ।୧୦୫।

ଛୟାଳୋଇ ସହସ୍ର ରାଜାନ୍ତ ବନ୍ଦୀ ମୁକଳ କରି ଦିଲେ

ସମସ୍ତ ନୃପତିମାନଂକୁ ଆଣି ମୋତେ ସମର୍ପିଲେ ।୧୦୬।

ୟେସନେକ ଆଗ୍ୟାଂ ଦେଇଗଲେ ଭୀମସେନ ଠାକୁରେ

ଦିବାରାତ୍ରେ ଅଛଇ ମୁଂ ଆଗ୍ୟାଂ ନିରାଧାରେ ।୧୦୭।

ପରଭୂମି ନ ସାଧଇ ନ ଯାଇଂ ପରରାଷ୍ଟେ

ପରମାଣ ଆଗ୍ୟାଂୟେ ମୁଂ ନ ଜାଣଇ ପରଥାଠେ ।୧୦୮।

ସେ ସ୍ୱାମୀର ଆଗ୍ୟାଂୟେ ନ ଲଘଂଇ ପରସୀମା

ତୁ ମୋହୋର ସନ୍ୟ କିଂପେ ନାଶିଲୁ ହୋ ମହାତମା ।୧୦୯।

ବ୍ରିକୋଦର ଶରଣ ମୁଂ ବ୍ରତଇ ସର୍ବକାଳେ

ମୋହୋର ଶରଣ ପିଅର ସେ ଅଟନ୍ତି ୟେତେବେଳେ ।୧୧୦।

କାର୍ପୁଣ୍ୟ ହୋଇଣ ଯହୁଂ କହଇ ଜରାସନ୍ଧର ନନ୍ଦନ

ସ୍ୱାମୀ କାହିଂ ଅଛ ରକ୍ଷାକର ମୋତେ ପାଣ୍ଡବ ଭୀମସେନ ।୧୧୧।

ସହଦେବ ମୁଖୁଂ ୟେସନେକ ବାକ୍ୟ ଶୁଣି

ଆସ ଆସ ସହଦେବ ହୋ କୁମର ଚୂଡାମଣି ।୧୧୨।

ବାବୁ ମୁହିଂ ସେ ପାଣ୍ଡବ ସୋହୋଡ ଅଟଇ ବୀର ଭୀମ

ତୁ ତ ନ ଜାଣି ଯୁଦ୍ଧ କଲୁ ମୁହିଂ କଲାଇଂ ତୋତେ ତମ ।୧୧୩।

ଶୁଣିଣ ସହଦେବ ରଥରୁ ପଡିଲାକ ଡେଇଂ

ଶତେ ଶହସ୍ର ଦଣ୍ଡପ୍ରଳମ୍ବ ହୋଇଲେ ତିନିଭାଇ ।୧୧୪।

ସ୍ୱାମୀ କ୍ଷମା କରିବା ମୋର ଦଶଦୋଷ ଅପ୍ରାଧ

ନ ଜାଣି ପାମର ମୁଂ ଅନମିତେ କଲି ଯୁଦ୍ଧ ।୧୧୫।

ଶରଣ ସମ୍ଭାଳଣ ନାଥ ଭଗତଜନବତ୍ସଳା

କ୍ଷତ୍ରୀୟ ବୀରବର ତୁ ପ୍ରତଗ୍ୟାଂ ଅଚାର୍ଗଳା ।୧୧୬।

କୁମ୍ଭେକ ବିହାରି ନାଥ କପିଳାସ କଲୁ ରକ୍ଷା

ଅଗାଧ ଜଳେ କୁମ୍ଭିରୀ ନ କଲୁ ଉପେକ୍ଷା ।୧୧୭।

କିନ୍ନରୀ ଦତ୍ୟ ବିଦାରଣ ତୁ ହିଡିମ୍ବକ ଦର୍ପ ଧ୍ୱଂସା

ଶିବପୁର ନଗ୍ର ରକ୍ଷାକରି ଚାଣ୍ଡାଳ ବଳ ନାଶା ।୧୧୮।

ଦେବକଇଂ ଦେବ ତୁ ଶାହାସ୍ରେ ପଣ୍ଡିତ ମହାଭିଗ୍ୟଂ

ଗ୍ୟାଂନକଇଂ ଗ୍ୟାନଗୁରୁ ତୁ ଧାରଣକଇଂ ସର୍ବଗ୍ୟଂ ।୧୧୯।

ପାଣ୍ଡବାସୁର ନିବାରଣ ତୁ ବକାସୁର ଦର୍ପଗଞ୍ଜା

କାଳାନ୍ତକ ବିଦାରଣ ନାଥ ନାଗେଣୀ ବଳ ଭଞ୍ଜା ।୧୨୦।

ଦୟା ସାଗର ତୁ ଶରଣ ପଞ୍ଜର ବିରଧୂ

ଜାରା ନିଶୋଧନ ତୁ କଲୁ ମାଲ ଯୁଦ୍ଧୁଂ ।୧୨୧।

ପବନ ଆତ୍ମଜ ତୁ ଯେ ଦୟାର ସାଗର

ଦଶଦୋଷ ଅପ୍ରାଧ କ୍ଷମା କରସି ମୋହୋର ।୧୨୨।

ଅନେକ ତୃପ୍ତି କରଇ ମଗଧେଶ୍ୱର ବାଳ

ବେନିନେତ୍ରୁଂ ବହଇ ଆନନ୍ଦେ ଅଶ୍ରୁଜଳ ।୧୨୩।

ପୁଣ ପୁଣ ପ୍ରଣପତ୍ୟ କରଇ ବିକଳେ

ଦୟାସାଗର ମାରୁତି ଧଇଲେ ନେଇ କୋଳେ ।୧୨୪।

ମୁଖେ ଚୁମ୍ବନ ଦେଇ ବେନିଭୁଜେ ଭିଡ଼ି

ତୁ ସେ ମୋର ପୁତ୍ର ବୋଲିଣ କୋଳେଣ ଭୀମ ଧରି ।୧୨୫।

ଅନେକ ସଇନି ଯେ ମାଇଲୁ ତୋର ଅନମିତେ

ଚାରଗଣେ ବାରତ କି ନ କହିଲେ ତୋତେ ।୧୨୬।

ପଛିମ ଦିଗେ ବିଜେ ବୋଲିକି ତୁ ଆଗହୁଂ ନ ଜାଣୁ

ଦେଶାଉର ମୁଖରୁ କି ବାରତା ନ ଶୁଣୁ ।୧୨୭।

କଟକେ ପ୍ରବେଶ ହୋଇଲା କାଳଦଣ୍ଡ ପାଣି

ଅନେକ ଉଚ୍ଛବ କରାଇଲା ସହଦେବ ନୃପମଣି ।୧୨୮।

ଛାମୁରେ ଚାମର ସେ ଡାଳନ୍ତି ତିନିଭ୍ରାତେ

ଉଦ୍ଦଣ୍ଡ ପାଟଛତ୍ର ଧରିଛନ୍ତି ପାତ୍ର ଅମନାତ୍ୟେ ।୧୨୯।

ବିଜୟେ ବ୍ରିକୋଦର ଚନ୍ଦ୍ରଶାଳା ମନ୍ଦିରେ

କ୍ରୋଧ ଛାଡି ଉଚ୍ଛବ କଲାକ ରାଜ୍ୟରେ ।୧୩୦।

ଅନେକ କୃତକୃତ୍ୟ ହୋଅନ୍ତି ସର୍ବଜନେ

ହରିଲୁ ଦୁଷୁକୃତମାନେ ପ୍ରଭୁ ତୋହୋର ଦରଶନେ ।୧୩୧।

ପ୍ରତକ୍ଷେ ନାରାୟଣ ଦେଖିଲୁ ନିଦାବିଷ୍ଣୁ

ତରିଲୁ ସଂସାର ସାଗର ଘୋର କଷ୍ଟୁଂ ।୧୩୨।

ମୁଣୋହିକି ଯୋଗାଡ ସଞ୍ଚା ୟେ କରଇ ସହଦେବ

ସେ ଜାଣିଅଛି ଭୀମସେନର ମୁଣୋହି ଯେସନେକ ଭାବ ।୧୩୩।

ସହସ୍ରେକ ସୂପକାର ସଙ୍ଗତେ ଅଛନ୍ତି ଅନୁବ୍ରତେ

ରୋଷୁଅ ମନ୍ଦିରେକ ଭିଆଇଲେ ପରିମଳ ରାନ୍ଧଣା ନିମନ୍ତେ ।୧୩୪।

ସୁସଞ୍ଚ ତଣ୍ଡୁଳମାନ ଷାଠିୟେ ପଉଟି

ଅନେକ ମେଞ୍ଜନ ଯୋଗାଡ଼ ଆଣିଲେ ଯାହାକୁ ଯେତେ ଅଣ୍ଟି ।୧୩୫।

ସହସ୍ରେକ ସୂପକାର ତହିଂ କରନ୍ତି ପଚନ

ଶତେକ ମାଲ କରନ୍ତି ଭୀମସେନେ ତଇଳ ମର୍ଦ୍ଦନ ।୧୩୬।

ସ୍ରାହାନ ସାରିଲେ ସେ ଯେ ନଦୀର ଭିତରେ

ଆହାର୍ଣ୍ଣିକ ସାରି ବ୍ରିକୋଦର ନିଜୟେ ମୁଣୋହି ମନ୍ଦିରେ ।୧୩୭।

ଘୃତରସ ଯୋଗାଡ ନିରାମିଷ ଅନ୍ନ

ପରଶନ୍ତି ସୂପକାରେ ଅମୃତ ଯୋଗାଡ଼ମାନ ।୧୩୮।

ଭୁଞ୍ଜିଣ ପାଣ୍ଡବ ଯେ ଉଠିଲେ ଅତିବେଗେ

କରନ୍ତି ଆଞ୍ଚୋବନ ପନୀରଜଳ ଯୋଗେ ।୧୩୯।

ଆଞ୍ଚୋବନ ସାରିଣ ଦେବ ବିଜୟେ ଆସ୍ତାନେ

ଖଟନ୍ତି ବିଳାସୁଣୀ ଯେ ଗଣିକାଗଣମାନେ ।୧୪୦।

ସରଗୁଣା ଅଧାଟୀ ବୀଣା ସପତସ୍ୱର ବେଣୀ

ଖଟନ୍ତି ବିଳାସୁଣୀ ଭରହରଷ ଗାୟେଣୀ ।୧୪୧।

ତିମ୍ବୁରୁ ନାଦ ଉଂକାରନ୍ତି ତାନ ଧରି ହାଥେ

ମୋହନ୍ତି ମୋହିନୀ ଯେ ତାଣ୍ଡବ ନୃତ୍ୟଗୀତେ ।୧୪୨।

ସ୍ରାହାନ ନିତ୍ୟକର୍ମ ସାରିଣ ସହଦେବ

ମୁଣୋହି ସାରି ଆସିଣ ଛାମୁରେ ଉଭା କିଂକରଭାବ ।୧୪୩।

ଶ୍ରୀକରେ ଅର୍ଘ୍ୟ ଘେନି ଜରାସନ୍ଧର ପୁତ୍ର

ବ୍ରିକୋଦରକଇଂ ପାଦାଅର୍ଘ୍ୟ ଦିଲାକ ତୋଷଚିତ୍ତ ।୧୪୪।

ଲକ୍ଷେଭାର ସୁବର୍ଣ୍ଣ ଦିଲାକ ଦରଶନି

ପୁଣ ପୁଣ ମହାରାଜା କରଇ ଦଇନି ।୧୪୫।

ସହଦେବକୁ କୋଳେଧରି ବୋଲଇ ପାବେନି

ରାଜୁସି ଯାଗକୁ ସଜକର ତୋହୋର ସଇନି ।୧୪୬।

ଶ୍ରୀକରେ ବ୍ରିକୋଦର ଦିଲା ଅକ୍ଷତ ଗୁଆ

ସମଦଣ୍ଡ ଘେନି ତୁ ରାଜୁସି ଯାଗକୁ ଯାଅ ଯା ।୧୪୭।

ସହଦେବ ବୋଇଲା ଦେବ ଆଗ୍ୟାଂ ପରମାଣେ

ଇନ୍ଦ୍ରପ୍ରଶସ୍ତ ଭୁବନକୁ ମୋର ଅନକୂଳ ୟେହିକ୍ଷଣେ ।୧୪୮।

ତେଇଶି କ୍ଷଉଣୀ ବଳ ସହଦେବ ସାଜି

ମଣ୍ଡନ୍ତି ରହୁବର ଯୋଚନ୍ତି ଚାରି ଚାରି ବାଜୀ ।୧୪୯।

ସହଦେବଂକୁ ନିମନ୍ତ୍ରି ରାଜ୍ୟୁଂ ବାହର ବ୍ରିକୋଦର

ଶ୍ରୀମୁଖେ ବୋଇଲେ କଲ୍ୟାଣ ହେଉ ସହଦେବ ବାହୁଡ ।୧୫୦।

ନିଉଛାଳି କରିଣ ସହଦେବ ପରିଣାମି

ୟେହି ଦୟା ସର୍ବଦା ମୋତେ କରିଥିବା ଦେବସ୍ୱାମୀ ।୧୫୧।

ସମଦଣ୍ଡ ଘେନି ବାହୁଡଇ ଜରାସନ୍ଧର ବଳା

ହସ୍ତିନାକଇଂ ସମଦଣ୍ଡ ଘେନିଣ ଚଳିଗଲା ।୧୫୨-୨୪୨୮।

 

Unknown

ମରୁତ ରାଜା ନିମନ୍ତ୍ରଣ ଓ ବୀରବାହୁ ସହ ଯୁଦ୍ଧ

ମଗଧ ଦେଶୁଂ ବାହାର ହୋଇଲା ଭୀମସେନ

ମରୁତ ଦେଶେ ପ୍ରବେଶ ହୋଇଲା ମରୁତ ନନ୍ଦନ ।୧।

ପୃଥିବୀ ହେଳ ଘେନଇ ବୀରତୂର ଶବଦେ

ସୁସ୍ୱର ଶୁଭଇ ଯେ ବଡ଼ାଇ ଶବଦେ ।୨।

ମରୁତ ଦେଶେ ଯାଇଂ ଭୀମସେନ ପଶଇ

ଦେଶାଉରେ ବାରତା ନେଇ ଦିଲେ ଆଦେଶଇ ।୩।

ଶୁଣ ଦେବ ସାବଧାନେ ମରୁତସେନ ନୃପତି

ଭୀମସେନ ଠାକୁରେ ଅଇଲେ ପଚ୍ଛିମ ଦିଗ ରାଜାନ୍ତ ନିମନ୍ତି ।୪।

ମଗଧ ଦେଶୁ ଦେବ ବିଜେକଲେ କାଲି

ତାହା ଶୁଣି ସମଦଣ୍ଡ ଘେନି ସେ ମରୁତସେନ ଆସଇ ଚାଲି ।୫।

ଦଶନହ ମୁଖେ ଯେ ସମସ୍ତେ ଛନ୍ତି ଭରି

ସ୍ୱାମୀ କାଳେବର ଗଦାପାଣି ତ୍ରାହି ତ୍ରାହି ବୋଲିଣ ଶରଣ ଫୁକାରି ।୬।

ଭୀମସେନ ରହିଅଛି ରଇବ୍ରତ ପର୍ବତେ

ତହିଂ ଯାଇ ଦ୍ରଶନକଲା ନୃପତି ମରୁତେ ।୭।

ପାଣିଦ୍ରବ୍ୟ ଶତେ ଭାର ଦେଖା ଦରଶନି

ମରୁତସେନ ଦ୍ରଶନ ଶ୍ୱେତହାଥୀ ୟେକ ଘେନି ।୮।

ଦେଖିଣ ସାନନ୍ଦ ହେଲା ବୀର ବ୍ରିକୋଦର

ଆସ ଆସ ନୃପତି ହୋ ଆମ୍ଭର ସୋଦର ।୯।

ଆହୋ ନୃପତି ମୋହୋର ପିତାର ନାମ ତୋର ନାମ

ତୁ ମୋତେ ଆଉ ବେଳେ ନ କରିବୁଟି ପରଣାମ ।୧୦।

ଅକ୍ଷତ ଗୁଆ ଯେ ଦିଲେକ ଶ୍ରୀହସ୍ତେ

ସମଦଣ୍ଡ ଘେନି ଯାଅ ଇନ୍ଦ୍ର ଯେ ପ୍ରଶସ୍ତେ ।୧୧।

ମରୁତସେନ ନୃପତି କରଇ ବହୁତ ସେବା

ମୋହୋର ଭୁବନେ ଦେବ ଆଜକ ରହିବା ।୧୨।

ମୁଣୋହି କରି ବିଜେ କରିବା ଅନ୍ୟ ଦେଶେ

ଭୀମସେନ ବୋଇଲା ଅନ୍ନ ନ ରୁଚଇ ବିଶେଷେ ।୧୩।

ରାଜାନ୍ତ ନିମନ୍ତ୍ରିବା ସେ ମୋହୋର ଅଧୀନ

କେମନ୍ତ ନୃପତିମାନେ ଯିବେଟି ବହନ ।୧୪।

ତୁ ତାତ ଚଳ ୟେବେ ସମଦଣ୍ଡ ଘେନି

ଶୁଣିଣ ମରୁତସେନ ଚଳାଇଲା ସଇନି ।୧୫।

ସଜାଉ ବୀରତୂର ଟମକ ଘୋର ବାଜେ

ପାଣ୍ଡବ ସୁନ୍ଦର ବ୍ରିକୋଦର ପଛିମ ଦିଗେ ବିଜେ ।୧୬।

ବଳାଙ୍ଗୀ ନଦୀକୂଳେ ନଗ୍ର ଉଜାଣି ଯେ କାନ୍ତି

ତହିଂ ରାଜ୍ୟ କରୁଥାଇ ବୀରବାହୁ ନରପତି ।୧୭।

ବଡାଇ ପ୍ରତାପୀ ରାଜା ସେ କାହାକୁହିଂ ନୋହେ ସାଧି

ଜରାସନ୍ଧ ଯୁଦ୍ଧେ ତାକୁ ନୁଆରି ଭାବେ କଲା ବନ୍ଦୀ ।୧୮।

ପଞ୍ଚଦଶ କ୍ଷଉଣୀ ତାହାକୁ ସମଦଣ୍ଡ ଖଟଇ

ତାହାର ରାଜ୍ୟକୁ ବିଂଝଗିରି ପର୍ବତ ନିକଟଇ ।୧୯।

ସେ ରାଜ୍ୟେ ପ୍ରବେଶ ଯାଇଂ ହୋଇଲା ମାରୁତି

ଚାରଗଣେ ଜଣାଇଲେ ବୀରବାହୁ ନୃପତି ।୨୦।

ସ୍ୱାମୀ ପାଣ୍ଡବ ସୁନ୍ଦର ଯେ ବ୍ରିକୋଦର ଭୀମେ

ଦିଗବିଜେ କରି ଯେ ଅଇଲେ ପଚ୍ଛିମେ ।୨୧।

ବହୁତ ଦେଶର ରାଜା ସେ ଆସୁଅଛି ଜିଣି

ଆମ୍ଭର ରାଜ୍ୟରେ ବିଜେ କଲେ ଦେବ କାଳଦଣ୍ଡପାଣି ।୨୨।

ଶୁଣିଣ କୋପକଲା ସେ ନୃପତି ବୀରବାହୁ

କିୟେରେ ପାଣ୍ଡବ ତାହାର ୟେଡେ ଦର୍ପ କାହୁଂ ।୨୩।

କାହାର କତିରେ ସେ ରେ ୟେଡେକ ଦର୍ପ ବୀରଭୀମ

ନିଚୟେ ତୋହୋର ପାଞ୍ଜି ପୋଛିଲାକ ଯମ ।୨୪।

ନ ଜାଣଇକି ସେ ମୋତେ ବୀରବାହୁ ନୃପତି ବୋଲି

ସାଂଗ୍ରାମରେ ପରାଜୟ ମୁହିଂ କାହାରେ ନ ହେଲି ।୨୫।

କେ ଜାଣଇ ପାଣ୍ଡବ ରେ କେ ଜାଣଇ ଭୀମ

ସଞ୍ଚୟେ ନାଶ ଯିବ ସେ ଆଜର ସାଂଗ୍ରାମ ।୨୬।

ସୁବାହୁ ବୋଲିକରି ତାହାର ଅଟଇ ନିଜପାତ୍ର

ତାହାକଇଂ ରାଇକରି ବୋଇଲା କୋପଚିତ୍ତ ।୨୭।

ପଞ୍ଚ ଅହିବ୍ରତ ରଥ ବିଂଶ ଅହିବ୍ରତ ହୟେ

ପାଞ୍ଚଲକ୍ଷ ପାଦାନ୍ତି ତୁଲେ ପାତ୍ରକୁ ବରଗିଲା ରାୟେ ।୨୮।

ୟେତେ ସନ୍ୟ ଘେନି ତୁମ୍ଭେ ଓଗାଳ ହୋ ତାକୁ

ଛାଡ଼ିଣ ନ ଦିଅ ଥାଠ ଆମ୍ଭର ରାଜ୍ୟକୁ ।୨୯।

ରାଜା ଆଗ୍ୟାଂ ପାଇ ପାତ୍ର ଉଠିଲା ବହନ

ସାଜ ସାଜ ବୋଲି ଡାକ ପଡ଼ିଲୋକ ସନ୍ୟ ।୩୦।

ରାଜ୍ୟରେ ଥାଠ ଆସି ପଶନ୍ତେ ମହାବଳୀ

ଆରେ ରହ ରହ ବୋଲି ଆଗେଣ ଓଗାଳି ।୩୧।

ଶୁଣିଲା ନାହିଂକି ତୁମ୍ଭରେ ନୃପତି ବୀରବାହୁ

ନିଚୟେ ନରବଳରେ ସେ ତୁମ୍ଭନ୍ତ ଘୋଟିଲାକ ରାହୁ ।୩୨।

ଆରେ କାଳ ଆବୋରିଲେ ବ୍ରତନ୍ତି ଟିକି ପ୍ରାଣୀ

କ୍ଷୁଦ୍ର ମୃଗପଲକୁ ରେ ବଳୟା କାହିଂ ଗଣି ।୩୩।

ଅନେକ ପ୍ରତଗ୍ୟାଂ ତହିଂ କରନ୍ତି ସନ୍ୟମାନେ

ଓହୋବଳ ପ୍ରତଗ୍ୟାଂ ଯେ ଶୁଣଇ ଭୀମସେନେ ।୩୪।

ଆଗିଆଣି ଥାଟେ ଥିଲେ କାଳ ଯେ କୃତାନ୍ତ

ବଜ୍ରାବଳୀ ଗଦା ଘେନି ଅଛଇ ନିଜ ହାଥ ।୩୫।

ଆହୋ ସୁବାହୁ ପାତ୍ର ରାଜାକୁ ଯାଇ ତୋର ବେଗେ କହ

ନାଶକର ଦେବତାକୁ କେ କରିବାକ କୋହ ।୩୬।

ବାଳକାଳେ ଯାର ପାଦଘାତେ ଶତଶୃଙ୍ଗ ହେଲା ଚୂନା

ନ ଜାଣଇ କି ବୀରବାହୁ ବ୍ରିକୋଦର ଜେନା ।୩୭।

ରାଜୁସି ଯାଗ କରିବେ ଯୁଝେଷ୍ଠି ରାଜଦେବ

ଚାରିଦିଗ ରାଜାମାନେ ସମସ୍ତ ଦଣ୍ଡ ଘେନି ଯିବ ।୩୮।

ଆହୋ ତୁମ୍ଭର ଆମ୍ଭର ପୂର୍ବେ ଅଛଇ କି ଦ୍ୱନ୍ଦ

ପଣ୍ଡିତ ଲୋକେ ଶୁଣି ହୋଉଅଛନ୍ତି ଆନନ୍ଦ ।୩୯।

ପ୍ରତକ୍ଷେ ନାଶକର ବିଜୟେ ୟେଥେ କଲା ଆସି

କିୟେ ୟେଥୁଂ ଉବୁରି ଯିବ ଯମ ମୁଖେ ପଶି ।୪୦।

କୃତାନ୍ତକ ବଚନ ଶୁଣି ସୁବାହୁ ପାତ୍ର କୋପେ

କୃତାନ୍ତକ ଉପରେ ଗଦା ପହୁଡିଲା ଗରୁତାପେ ।୪୧।

ଗଦା ପହୁଡିବା ଦେଖି ଭୀମସେନ ସେନାପତି

ବାମକରେ ଗଦା ତାର ଧଇଲା ତତକ୍ଷଣାନ୍ତି ।୪୨।

ସେହି ଗଦା ଉଛୁଡ଼ି ଧଇଲା ତାର ହାଥୁଂ

ଲେଉଟାଇ ପିଟିଲା ସେ ପ୍ରତଗ୍ୟାଂ ସାମରଥୁଂ ।୪୩।

ବଜ୍ରଗଦା ପଡି ତାର ରଥ ଚୂର ଗଲା

ପାଦଗତି ହୋଇ ସୁବାହୁ ପାତ୍ର ମୁଦୁଗର ପ୍ରହାରିଲା ।୪୪।

ଗଦାବର ବୁଲାଇଣ ପିଟିଲା କୃତାନ୍ତକ

ୟେମନ୍ତେ ଓହୋବଳ ସାଂଗ୍ରାମ ହୋଇଲା ଅନେକ ।୪୫।

କୃତାନ୍ତକ ଗଦାଘାୟେ ଲୋଟିଲା ସୁବାହୁ

ଚନ୍ଦ୍ର ଦେବତାକୁ ଯେସନେକ ଘୋଟିଲାକ ରାହୁ ।୪୬।

ଆକ୍ରୋଷି କୃତାନ୍ତେକ ସୁବାହୁ ଉପରେ ବସିଲାକ ମାଡ଼ି

ବେନିଫାଳ କରି ତାଂକୁ ପକାଇଲା ଚିରି ।୪୭।

ସାଂଗ୍ରାମେ ନିଧନ ଯହୁଂ ହୋଇଲା ପାତ୍ରବୀର

ଭାଞ୍ଜିଣ ସଇନି ନ ଟେକିଲେ ଶିର ।୪୮।

ଧାମନ୍ତି କାଲ କୃତାନ୍ତକ ସେ ବେନି ସେନାପତି

ମହାକାଳାନଳ ଜାଣି ବିକାଶିଲେ ବେନିମୃତ୍ତି ।୪୯।

ବୁଲାଇ ଗଦାନ୍ତ ଅନିର୍ବାରଣ କରି ପିଟି

ସୁବାହୁ ସଇନି ପଳାନ୍ତି ସବୁ ପଡିଲେ ମହୀଲୋଟି ।୫୦।

ରଥେ ରଥେ କଚାଡ଼ି ଯେ ଗଜେ ଗଜ ଧରି

ପଡିଲେ ଯୋଦ୍ଧାୟେ ରୁଧୀର ଉଦୁଗାରି ।୫୧।

ଲକ୍ଷେକ ରଥୀ ଯେ ପାଞ୍ଚ ମର୍ଭୁତ ହୟେ

ପାଞ୍ଚକୋଶ ମାଡ଼ି ପଡ଼ିଲେ ପୃଥୀ ରୁଧିରମୟେ ।୫୨।

ରାଜାର ଛାମୁରେ ଯାଇଂ କହିଲେ ମୁନେହିଂ

ସ୍ୱାମୀ ସନ୍ୟଯାକ ନାଶଗଲେ ଜୀଅନ୍ତା କେହି ନାହିଂ ।୫୩।

କାଳ କୃତାନ୍ତକ ବୋଲି ବେନି ସେନାପତି

ସ୍ୱାମୀ ପ୍ରତକ୍ଷେ ଦିଶନ୍ତି ଯେ ଯମ ଦେବତା ମୂରତି ।୫୪।

ଆମ୍ଭର ବୋଲ ତୁହୋ ନ କଲୁ ନୃପମଣି

ନାଶଗଲେ ସନ୍ୟ ତୋର ଚାରି ଯେ କ୍ଷଉଣୀ ।୫୫।

ଶୁଣିଣ ଅଧର ପୁଷ୍ଟ କରଇ ନୃପତି ବୀରବାହୁ

ପାଣ୍ଡବ ମାତ୍ରକେ ଆବର ୟେଡ଼େ କାହୁଂ ।୫୬।

ସନ୍ୟ ସାଜ ବୋଲି ଆଗ୍ୟାଂ ଦିଲାକ ନୃପମଣି

ରଥ ଗଜ ସନ୍ୟ ସମଦଣ୍ଡ ଯେ ପଲାଣି ।୫୭।

ପଞ୍ଚଦଶ କ୍ଷଉଣୀ ବୀରବାହୁର ତୁଲେ ଥିଲେ

ସୁବାହୁ ସମରେ ଚାରି କ୍ଷଉଣୀ ନାଶଗଲେ ।୫୮।

ୟେଗାର କ୍ଷଉଣୀ ପୁଣ ସନ୍ୟବଳ ସାଜି

ଧାମନ୍ତି ତାହାର ବଳ କୋପେଣ ଗଳଗାଜି ।୫୯।

ନଗ୍ରର ଭିତରେ ପଶି କୋପେଣ ଆସଇ ଭୀମ

ଦଣ୍ଡ ଦେଖି ଭୀମ ସୁମରେ ପୁରୁଷ ଉତ୍ତମ ।୬୦।

ସ୍ୱାମୀ ତୁ ଯେ ବୋଇଲୁ ନ ମାରିବୁ ରାଜାମାନନ୍ତ

ପଛିମର ରାଜାମାନେ ତୋତେ ହେବେ ବଶ୍ୟାବୃତ୍ତ ।୬୧।

ଜରାସନ୍ଧକଇଂ ବଧ କଲି ମୁଂ ନିକଟେ

ୟେଡ଼େ ବଡ଼ ପ୍ରତଗ୍ୟାଂ ମୋର ପାସୋରିଲେନି ମନ୍ଦ ଦୁଷ୍ଟେ ।୬୨।

ଆଜର ଯୁଦ୍ଧେ ଦେବ ନ ବ୍ରତଇଟି ବୀରବାହୁ

ୟେ ରାଜ୍ୟର ତୁଲେ ଧନ ଦେବି ମୋର ତହୁଂ ।୬୩।

ସୁବର୍ଣ୍ଣ ରାଜାୟେ ପଛେ ଗଢାବନ୍ତୁ ଦେବହରି

ନୋହିଲେ ମୋହୋର ବେଳେ ୟେ ଦୁଷ୍ଟଂକର ପ୍ରତଗ୍ୟାଂ ସହିତେ କି ପାରି ।୬୪।

ରାଜା ଦୁଇ ଚାରି ନ ମାଇଲେ କି ୟେ ଦିଗ ହୋୟେ ସାଧି

ୟେ ଦୁଷ୍ଟଂକର ଥିଲେ କାର୍ଯ୍ୟ ନୋହୋଇ ଯେ ସିଦ୍ଧି ।୬୫।

ମରୁତ ସାରଥି ବୋଇଲା ବାବୁ କୋପ ଶାନ୍ତିକର

ରାଜାନ୍ତ ମାଇଲେ ଯୋଗ କେହ୍ନେ କରିବେ ଯୁଝେଷ୍ଠି ନୃପବର ।୬୬।

ଅନେକ ତିଆରିଣ ବୋଇଲା ମରୁତ ସାରଥି

ମାଧୁର୍ଯ୍ୟ ବଚନ କହି ତାର କୋପ କଲା ଶାନ୍ତି ।୬୭।

ବୀରବାହୁ ସନ୍ୟ ବେଢିଲେକ ଯାଇଂ କୋପେ

ମଣ୍ଡୂକୀ ଦେଖି ଯେହ୍ନେ ଗର୍ଜନ୍ତି କାଳସର୍ପେ ।୬୮।

ଧର ଧର ମାର ମାର ତାକୁ ପଡୁଅଛି ବୋବି

ପାଦର ଘାତେ ଯେ କମ୍ପୁଅଛି ମହୀଦେବୀ ।୬୯।

କିଳିକିଳା ଶବଦେ ଦିଅନ୍ତି ମୁଖ ରଡ଼ି

ମହାବାତ ଘାତେ ଯେସନେ କଦଳୀବୃକ୍ଷ ପଡ଼ି ।୭୦।

ସର୍ପନ୍ତ ଦେଖି ଯେସନେ ଖଗେଶ୍ୱର କୋହି

କଟୁ ବଚନ ପ୍ରତଗ୍ୟାଂ ଆଉ ବୀର ନୁଆରିଲା ସହି ।୭୧।

କାଳ କୃତାନ୍ତକ ବେନି ସେନାପତି ଆଗ ସରି

ବୀରବାହୁ ଥାଠେ ମିଳିଲେ ଯେହ୍ନେ ବିକ୍ରମକେଶରୀ ।୭୨।

କାଳେବର ଗଦା ଘେନି ଯେ ଧାମଇଂ ମାରୁତି

ରଣେ ଅନିର୍ବାରଣ ସେ ଅଟଇ ଅଶାନ୍ତି ।୭୩।

ଯେସନେକ ପର୍ବତ ଉଠିଆସଇ ମନ୍ଦର

ସେହି ସରୂପେ ଦିଶଇ ପାଣ୍ଡବ ସୁନ୍ଦର ।୭୪।

ଗଦା ବୁଲାବନ୍ତେ ଯେ ବହଇ ପବନ

ଉଡ଼ିଲେକ ବାତଘାତେ ବୀରବାହୁ ସନ୍ୟ ।୭୫।

ଯେସନେକେ ପବନ ବହଇ ଉଲୁକାପାତେ

ରଥ ଗଜ ଅଶ୍ୱେ ପଡିଲେ ଗଦାର ବିଘାତେ ।୭୬।

ଅନେକ ଦୂରେ ଯାଇଂ ପଡିଲେ ଛିଟିକି

କୃତାନ୍ତେକ ମୂରତି କେ ପାରିବ ରଖି ।୭୭।

ଦେଖ ହୋ କ୍ଷତ୍ରୀପଣ ବୀରବାହୁ ନୃପତି

ଉଲୁକାପାତ ବାଢି ବଞ୍ଚାଇଲା ଯେ ପ୍ରତଗ୍ୟାଂ ମହାରଥୀ ।୭୮।

ପାଞ୍ଚ ଅହିବ୍ରତ ତୁଲେ ଘେନିଣ ମହାଯୋଧୀ

ଅନିର୍ବାରଣ ଶର ସେ ଭୀମସେନକଇଂ ବିନ୍ଧି ।୭୯।

ଦେଖିଣ କୋହାନଳ ପବନର ବତ୍ସ

ଭୀମସେନ ଚାହିଂଲା ଯେ ମରୁତ ସାରଥିର ମୁଖ ।୮୦।

ତୁ ଯେ ସମାର୍ଜନା କଲୁ ପିତାମହ

ୟେଡ଼େକ ଅପରାଂଜୟେ ରାଜାର ହୋଇଲା ୟେଡ଼େ କୋହ ।୮୧।

ୟେହାନ୍ତ ନ ମାଇଲେ ୟେ ପଚ୍ଛିମ ଦିଗ ନୋହେ ସାଧି

କେସନେକ ସହିବି ୟେ ବଡ଼ାଇ ଅପରାଧୀ ।୮୨।

ମରୁତ ବୋଇଲା ବାବୁ କୋପ ସଂହାରକର ବୀର ଭୀମ

ଆପଣାର କାର୍ଯ୍ୟେ ହୋ କୋପ କର ଶମ ।୮୩।

ସେବକର ଦୋଷ ପ୍ରଭୁ ସଂହରଣ କରି

ଯେ ମହାପ୍ରଭୁ ସେ ସକଳ ଦୋଷ ଅପ୍ରାଧ କ୍ଷମାକରି ।୮୪।

ମରୁତ ତିଆରନ୍ତେ ବୀରବାହୁ ଆସଇ କଟାଳି

ବେଳୁଂବେଳ ପ୍ରତଗ୍ୟାଂ ସେ ବଢିଲା ମହାବଳୀ ।୮୫।

ସମ୍ଭର୍ବେ ସନ୍ୟ ଯହୁଂ ଦେଖିଲା ଦୁର୍ଜୟେ

କୋପେଣ ଧାଇଂଲା ସେ ପବନ ତନୟେ ।୮୬।

ଦେଖିଲା ଅଶୀଲକ୍ଷ ଯୋଦ୍ଧା ୟେକମୁଖ ହୋଇ

ପଶିଲେ ସାଂଗ୍ରାମେ ଯେ ଅସିପତ୍ର ବୁଲାଇ ।୮୭।

ଗଜଯୂଥ ଦେଖି ଯେହ୍ନେ ଧାମଇଂ କେଶରୀ

ଧାମଇଂ ବ୍ରିକୋଦର ଯେ କରେଣ ଗଦାବର ଉଭାରି ।୮୮।

ରଡ଼ିଘାତେ କମ୍ପିଲା ଯେ ସପତ ବ୍ରହ୍ମାଣ୍ଡ

ମେଦିନୀ କମ୍ପିଲା ଗିରିବର ସପତ ଭୂଅଖଣ୍ଡ ।୮୯।

ଉଡିଲା ପର୍ବତ ଯେହ୍ନେ ଆସଇ ସ୍ଥାନ ତେଜି

ରୋଷେଣ ପାଣ୍ଡବ ଯେ ଉଠିଲା ଗଳଗାଜି ।୯୦।

ଆକ୍ରୋଷି ଧଇଲା ସେ ରଥନ୍ତ ବେନିକରେ

ୟେକରଥ ପ୍ରହାର କରଇ ଆରେକ ରଥ ଉପରେ ।୯୧।

ଗଜନ୍ତ ବୁଲାଇ ବାହନାଦ କରି ପିଟି

ଗଜ ଅଶ୍ୱ ମାହୁନ୍ତ ରକତ କର୍ଦ୍ଦନ ହୋଇ ଉଠି ।୯୨।

ସଇନି ଅସାଷ୍ଟମ ଦେଖିଣ ବୀରବାହୁ

ହାକ ଦିଅଇ ପାଣ୍ଡବା ରେ ୟେଡେକ ଦର୍ପ କାହୁଂ ।୯୩।

ପରରାଷ୍ଟ୍ରେ ପରଭୂମିରେ ପଶି ତୋର କିଂପେ ୟେଡେ ଦର୍ପ

ଖଗେଶ୍ୱର ଆଗେ କାହିଂ ପ୍ରତଗ୍ୟାଂ କରଇ ରେ କାଳସର୍ପ ।୯୪।

ଅନେକ ପ୍ରତଗ୍ୟାଂ କରି ସେ ବୀରବାହୁ ନୃପରାୟେ

ଅଶ୍ୱେକ ଚଢି କ୍ଷେପିଲା ଶେଣାପଛୀ ପ୍ରାୟେ ।୯୫।

ଶତେ ଶତେ ଭାର ସେ ବେନିଗଦା ବୁଲାଇ

ଭୀମସେନ ଉପରେ ପିଟିଲା ଗଦା ନେଇ ।୯୬।

ଯେସେନେକେ ଗିରିବର ବଜ୍ରେ ପଡଇ ତୁଟି

ଭୀମସେନ ଉପରେ ପଡି ହୋଇଲା ରୁଧିର ବୃଷ୍ଟି ।୯୭।

ଘାୟେଣ ଘୁମାଇଲା ସେ କୋଇନ୍ତା ଦେବୀର ବଳା

ଅସାଷ୍ଟମ ପାଇ ମାରୁତି ତେଜ ଅନର୍ଗଳା ।୯୮।

ବ୍ରିକୋଦର ମୁରତି ବିକାଶିଲା ବୀର ଭୀମ

ଗଦାବର ବୁଲାଇ ସେ ଉଠିଲା ସାଂଗ୍ରାମ ।୯୯।

ରହ ରହ ବୋଲିଣ ଗଦା ପିଟିଲା ନେଇ ତୋଳି

ଗଜକୁମ୍ଭରେ ବାଜନ୍ତେ ଗଜ ହେଲା ଧୂଳି ।୧୦୦।

ପାଦଗତି ହୋଇଣ ଯେ ଧାମଇଂ ବୀରବାହୁ ନୃପତି

ବ୍ରିକୋଦର ଉପରେ ଗଦା ପିଟିଲା ନେଇ ଧାତି ।୧୦୧।

ଆପଣାର ଗଦା ପାତିଲାକ ବୀରମଣି

ବେନିଗଦା ପଡ଼ି ତାଳେ ଝଲକିଲା ବହନି ।୧୦୨।

ପୁଣ ପୁଣ ଗଦା ପ୍ରହାର କଲାକ ବ୍ରିକୋଦର

ବୀରବାହୁ ଗଦା ଭାଜି ହୋଇଲା ଶତେଚୂର ।୧୦୩।

ରଣରଙ୍ଗେ ନିର୍ଭୟା ସେ କୁମୁଦସେନ ବଳା

ହାଥେଣ ବୀରବାହୁ ଘେନିଲା ଖଡଗଫଳା ।୧୦୪।

ପବନ ଗତି କରି ବୁଲାଇ ଅସିପତ୍ର

ଅନ୍ତରୀଚ୍ଛେ ପ୍ରହାର କଲାନେଇ ଭୀମସେନର ଗାତ୍ର ।୧୦୫।

ବାମଅଙ୍ଗ ପାତିଲା ବୀର ଖଡ଼ଗ ପଡ଼ନ୍ତେ

ଅଗ୍ନି ଝଲକିଲା ଯେ ଅସିପତ୍ରର ବିଘାତେ ୧୦୬।

ଖଡ଼ଗ ଭାଞ୍ଜନ୍ତେ ବୀରବାହୁ ହୋଇଲା ଶୂନ୍ୟହାଥ

ବ୍ରିକୋଦର ହୃଦେ ନେଇ ମାଇଲା ବଜ୍ରମୁଥ ।୧୦୭।

ପ୍ରତଗ୍ୟାଂ ବଳବନ୍ତା ଯେ ପବନର ଶିଷ

ବାମକରେ ଦରାଣ୍ଡିଲା ଯେ ବୀରବାହୁର କେଶ ।୧୦୮।

ଅନ୍ତରୀକ୍ଷେ ଦରାଣ୍ଡିଣ ଧରେ ତାର ବାଳ

ଦକ୍ଷିଣଭୁଜେ ଖଡ଼ଗ ବୁଲାଇ ଅନ୍ତରାଳ ।୧୦୯।

ପିଟିଲାକ ଭୀମସେନ କୋପାନଳ ଚିତ୍ତେ

ମରୁତ ସାରଥି ଧଇଲା ଭୀମସେନର ହାଥେ ।୧୧୦।

ମରୁତକଇଂ ପେଲିପକାୟେ ଭୀମସେନ ପରଚଣ୍ଡା

ଗାଢେ ସାରଥି ତାହାର ଉଛୁଡ଼ି ଘେନିଲାକ ଖଣ୍ଡା ।୧୧୧।

ଛାଡ଼ ଛାଡ଼ ପିତାମହ ବୋଲଇ ବ୍ରିକୋଦର

ଅବଶ୍ୟ ଛେଦିବଇଂ ୟେ ବୀରବାହୁର ଶିର ।୧୧୨।

ମରୁତ ସାରଥି ବୋଇଲା ତୁ ଯେ ଅଇଲୁ ରାଜାନ୍ତ ନିମନ୍ତି

ୟେହିମତି ରାଜାନ୍ତ ମାଇଲେ ରାଜୁସିଯାଗ ହୋଇବ
କେବଣ ମତି ।୧୧୩।

ସଜ୍ଜନକଇଂ ପାଳନ ତୁ ଦୁଷ୍ଟକଇଂ ଦର୍ପଧ୍ୱଂସା

ଭଗତଜନମତ୍ସଳ ତୁ ପୁରାଅ ମନୀଷା ।୧୧୪।

ମରୁତ ସାରଥି ବୋଇଲା ତୁ ଛାଡ଼ ୟାକୁ ରିହ

ଅନାଥ ଲୋକଂକୁ କିଂପେ ତୋର ୟେଡ଼େ କୋହ ।୧୧୫।

କାଳେ ଦନ୍ତେଣ ତିରଣ ଘେନି ନୃପତି ବୀରବାହୁ

ସ୍ୱାମୀ ଶରଣମତ୍ସଳ ନାଥ ୟେଡେକ କୋପ କାହୁଂ ।୧୧୬।

ମୁହିଂ ଅନାସ୍ତ ଜନ ତୁ ଅନାସ୍ତ ଲୋକ ବନ୍ଧୁ

ଶରଣ ରକ୍ଷଣ ନାଥ ବଂଶ ତୋର ସାଧୁ ।୧୧୭।

ନ ଜାଣି ପ୍ରତଗ୍ୟାଂ ସ୍ୱାମୀ କଲାଇଂ ବହୁତ

ଅଗ୍ୟାନ ମୂର୍ଖ ଯେ ମୋହୋର ପ୍ରକୃତି ପ୍ରକୃତ ।୧୧୮।

ମୁହିଂ ଅବା ତୋତେ ଦ୍ରୋହ କଲାଇଂ ଅଗ୍ୟାନେ

ୟେଥିକଇଂ କ୍ରୋଧ ସ୍ୱାମୀ ଧଇଲୁ କେସନେ ।୧୧୯।

ସ୍ୱାମୀ ପଣ୍ଡିତ ଶତ୍ରୁ ହୋଉ ବାଞ୍ଛନ୍ତି ସୁଜନେ

ଚଉର୍ଯ୍ୟକୁ ଅପ୍ରାଧ ନ ବହନ୍ତି ପଣ୍ଡିତ ଜନମାନେ ।୧୨୦।

ମୂର୍ଖ ଅପରାଧୀ ଲୋକଂକୁ କୋପ ନ କରନ୍ତି କାଶୀ

ମହାପ୍ରଭୁ ହୋଇ ପରକଇଂ ଆକ୍ରୋଷି ।୧୨୧।

ଭଗତଜନବତ୍ସଳ ତୁ ଯେ ଶରଣକଇଂ ରକ୍ଷା

ମର୍ଜିଲୁ ଦର୍ପ ମୋର ରୁହାଇଲୁ କଇଚ୍ଛା ।୧୨୨।

ଅନେକ ତୁସ୍ତି କରି ରାଜା ରୋବଇ ବିକଳେ

ଶତେସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ସେ ଭୀମସେନର ପାଦତଳେ ।୧୨୩।

ରାଜାର ବଚନେ ଶାନ୍ତି ହିଡ଼ିମ୍ବିକୀ ବଲ୍ଲଭ

କ୍ଷତ୍ରୀବର ପ୍ରତଗ୍ୟାଂ ସେ ଅଟଇ ଦୁଲଭ ।୧୨୪।

ଦୟା ବସିଲାକ ତହୁଂ ପାଣ୍ଡବ ପଞ୍ଚାଳ

ଆହୋ ଦୁଷ୍ଟପଣେ ନାଶଗଲୁ ହୋ ମହୀପାଳ ।୧୨୫।

ଅକ୍ଷତ ଗୁଆ ତାକୁ ଶ୍ରୀକରେ ଦିଲାକ ପାବେନି

ରାଜୁସି ଥାଠକୁ ଯାଅ ତୋହୋର ଥାଠ ସନ୍ୟ ଘେନି ।୧୨୬।

ଶ୍ରୀଅଙ୍ଗେ ଚନ୍ଦନ ଚତୁସମ କସ୍ତୁରୀ

ଦେବାଙ୍ଗ ବସନ ଭୀମ ଶ୍ରୀହସ୍ତେ ଦିଲେ ଶାଢୀ ।୧୨୭।

ଅନେକ ଭଗତି ଭାବେ ଯେ ବୀରବାହୁ ନୃପମଣି

ସମଦଣ୍ଡ ଘେନି ଆସ୍ତାନେ ପଟୋଆର ଦିଲା ପୁଣି ।୧୨୮।

ଆଲଟ ଚାମର ଆଣି ଧରନ୍ତି ଅପ୍ରମିତେ

ଆପଣେ ବୀରବାହୁ ଛାମୁରେ ଧରିଛି ପାଟଛତ୍ରେ ।୧୨୯।

ବିଜୟେ ମାରୁତି ଯେ ଆସ୍ତାନ ଉପରେ

ଖଟନ୍ତି ବିଳାସୁଣୀୟେ ଭରହରଷେ ଛାମୁରେ ।୧୩୦।

କିଂକର ପ୍ରାୟେ ହୋଇ ପଚାରଇ ବୀରବାହୁ ନୃପତି

ସ୍ୱାମୀ ଆଜକ ମୋହୋର ପୂରେ ରହିବା ଦିବାରାତି ।୧୩୧।

ଆହୋ ବୀରବାହୁ ଧ୍ୱଂସିଲି ୟେ ତୋହୋର ନିଜ ରାଜ୍ୟ

ଅନେକ ସନ୍ୟ ନାଶଗଲା ପାଇଲୁ ଅକାର୍ଯ୍ୟ ।୧୩୨।

ୟେ ତୋହୋର ରାଜ୍ୟେ ଆମ୍ଭେ ରହିବୁ କେମନ୍ତେ

ରାଜାନ୍ତ ନିମନ୍ତ୍ରିବି ମୁଂ ପଚ୍ଛିମ ଦିଗ ପ୍ରଶସ୍ତେ ।୧୩୩।

ଆସ୍ତାନୁଂ ଓହ୍ଲାଇ ବୀରବାହୁକୁ ସଂବୋଧି

ଅମାନତ୍ୟମାନନ୍ତ ଶାଢୀ ଦିଅଇ ପ୍ରବୋଧି ।୧୩୪।

ବୀରବାହୁ ବୋଇଲା ସ୍ୱାମୀ ତୋହୋର ସଙ୍ଗେ ଥିବି

ତୋହୋର ପ୍ରାୟେ ସ୍ୱାମୀକି ଛାଡି କାହିଂ ଆବର ଯିବି ।୧୩୫।

ଭୀମସେନ ବୋଇଲା ସଙ୍ଗେ ଥିବାକୁ ଯେବେ ତୋହୋର ଇଚ୍ଛା

ୟେବେ ରାଜୁସି ଯାଗରେ ଯାଅ ଯା ତୋହୋର ପୂରିବ
ମନବାଞ୍ଛା ।୧୩୬।

ବାହୁଡଇ ବୀରବାହୁ ଭୀମସେନର ସତ୍ୟବଚନ ଶୁଣି

ସମ୍ଭର୍ବ କରି କଲା ରାଜା ଥାଠସନ୍ୟ ପଲାଣି ।୧୩୭-୨୫୬୫।

 

କାଶୀ ରାଜାଙ୍କୁ ନିମନ୍ତ୍ରଣ ଓ ପଞ୍ଚଧାରା ତୀର୍ଥର ମାହାତ୍ମ୍ୟ

ଦଣ୍ଡଘେନି ଚଳଇ ତହୁଂ ପାଣ୍ଡବ ମାରୁତି

ଦିହୁଡ଼ି ହୁଳା ଲଗାଇ ଚଳଇ ନିଶାରାତି ।୧।

ମହାସମ୍ଭର୍ବେ ଥାଠ ଚଳାଇ ଭୀମସେନ

କାଶୀନଦୀ ତୀରେ ପ୍ରବେଶ ହର ଉଦ୍ୟାନ ନାମେ ବନ ।୨।

ସେ ନଦୀର ତୀରେ କାଶୀଦେଶ ଯେ ବସଇ

କାଶୀଶ୍ୱର ବୋଲି ରାଜା ପଚ୍ଛିମ କୋଶଳଇ ।୩।

ବଡ଼ାଇ ପ୍ରତାପୀ ସେ କାଶୀ ବିଶ୍ୱନାଥକଇଂ ସେବି

ଧାର୍ମିକ ବିବେକ ରାଜା ପରମ ବଇଷ୍ଣବୀ ।୪।

ମାଥେଣ ଜଟା ଭୁଜେ ରୁଦ୍ର କଂକଣ ଚିହ୍ନ

କରେ ତ୍ରିଶୁଳ ଧରି ସେ ବଇଲ ବାହନ ।୫।

ଚଉଦକୋଟି ଗଣନାୟକ ତାର ତୁଲେ

ୟେ ଭୁବି ଭୁବନେ କେହି ତାହାକୁ ସରିନାହିଂ ସାଂଗ୍ରାମ ରୋଳ କଲେ ।୬।

ମହାବଳବନ୍ତା ସେ ସଦାଶିବ ପ୍ରସାଦେ

ଦଇତ ଦାନବ କେହି ସରି ନାହିଂ ତାହାକୁ ଯୁଦ୍ଧେ ।୭।

ଭୀମସେନ ପ୍ରବେଶ ହୋଇଲା ତାର ରାଜ୍ୟେ

ଅନେକ ବୀରତୂର ଦାଉଣ୍ଡି ଢୋଲ ଟମକ ଘୋର ବାଜେ ।୮।

ମୁନେହି ଜଣାଇଲେ ସେ କାଶୀଶ୍ୱର ନୃପତି

ପଚ୍ଛିମ ଦିଗ ବିଜେ ପାଣ୍ଡବ ମାରୁତି ।୯।

ବୀରବାହୁ ରାଜ୍ୟେ ପଶିଲା ଧ୍ୱଂସିଲେ ତାର ସଇନି

ବୀରବାହୁ ରକ୍ଷାଗଲା କରିଣ ଦଇନି ।୧୦।

ରାଜାନ୍ତ ନିମନ୍ତ୍ରଣ କରି ଆସଇ ରାଜୁସି ଯାଗ ଅର୍ଥେ

ବହୁରାଜ୍ୟ ଧ୍ୱଂସ ନ କରଇ ଅନମିତେ ।୧୧।

ବିଚାରି କାର୍ଯ୍ୟ କରିବା କାଶୀଶ୍ୱର ରାୟେ

ସାଂଗ୍ରାମ କଲେ ଯୁଦ୍ଧ ଅଛଇ ଅପଚୟେ ।୧୨।

ରାଜା ହୋଇକରି ଯେବେ ପଶଇ ଶରଣ

ଭଗତ ଉଦ୍ଧାରଣ ସେ କରଇ କାରଣ ।୧୩।

ଦେଶାଉର ମୁଖୁଂ ୟେସନେକ ବାକ୍ୟ ଶୁଣି

ଦଣ୍ଡସାଜ ବୋଲି ଆଗ୍ୟାଂ ଦିଲା କାଶୀଶ୍ୱର ନୃପମଣି ।୧୪।

ହାଥେ ଶୂଳେ ଶୂଳେ ଘେନିଣ ଯୋଦ୍ଧାମାନେ

ସମସ୍ତେ ସଜ ହୋଇଲେ ବଇଲ ବାହାନେ ।୧୫।

ୟେକ ହାଥେ ତ୍ରିଶୁଳ ଆରେକ ହାଥେ ଡମ୍ବରୁ

ହୃଦେ ଭୁଷଣ ଉଡ଼ଙ୍ଗ ସର୍ପ ଫେରୁ ।୧୬।

କଷା ବସନ ପରିହରଣ ଶିରେ ତାମ୍ରଫେଣୀ

ଡିବି ଡିବି ଡମ୍ବରୁ ଶବଦେ କି ସୁମରଇ ଶୂଳପାଣି ।୧୭।

ଭୀମସେନ ବିଜେ କରିଛନ୍ତି କାଶୀନଦୀ ତୀରେ

ତ୍ରିପୁରାନ୍ତକ ପର୍ବତ ରୁଦ୍ର ବଟର ତଳେ ।୧୮।

ଦୂରୁହୁଂ ଦେଖିଣ ସେ କାଶୀଶ୍ୱର ନୃପତି

ସେ ଦେଖିଲା ଭୀମସେନର ଭଇରୋବ ମୂରତି ।୧୯।

ଗିରିବର ସମାନେ କାଳେବର ଗଦା ହାଥେ

ଦେଖିଣ ଶଂକିଲା ସେ କାଶୀଶ୍ୱର ନୃପତ୍ୟେ ।୨୦।

ଚାରଗଣେ ଜଣାଇଲେ ଶୁଣିମା ଦେବ ଭୀମ

ରୁଦ୍ରବର ରାଜ୍ୟ ୟେ ସମସ୍ତେହେଂ ଜଙ୍ଗମ ।୨୧।

ଭୀମସେନ ରୂପ ଦେଖି କାଶୀଶ୍ୱର ତ୍ରାସି

ବଇଲ ପିଠିରୁ ଉତ୍ତୁରି ଅର୍ଘ୍ୟଥାଳୀ ଘେନି ଆସି ।୨୨।

କାଶୀଶ୍ୱର ନୃପତି ଭୀମସେନକୁ ଦିଲା ନେଇ ପାଦଅର୍ଘ୍ୟ

କୋଇନ୍ତାଂକର ନନ୍ଦନ ତୁ ଠାକୁର ମଧ୍ୟସ୍ୱର୍ଗ ।୨୩।

ସଂସାର ଜନହିତେ ସ୍ୱାମୀ ଜରାସନ୍ଧ ବଧି

ଶିବପୁର ରକ୍ଷା ନିମନ୍ତେ ଚାଣ୍ଡାଳ ବଳ ନିଶୋଧି ।୨୪।

ନ ଜାଣି ଦୁଷ୍ଟ ରାଜାୟେ ହୋଉଛନ୍ତି ବଣା

ତୁ ସେ ପରମ ପଣ୍ଡିତ ସ୍ୱାମୀ ପବନ ଦୁଲଣା ।୨୫।

କୁମ୍ଭେକ ବିଦାରଣ ସ୍ୱାମୀ କପିଳାସ ସ୍ୱର୍ଗ ରକ୍ଷା

ଶତଶିଙ୍ଗ ଦର୍ପ ଧ୍ୱଂସା ତୁ କାଳ ଗରଳ ଭକ୍ଷା ।୨୬।

ସନ୍ଥ ପ୍ରତିପାଳନ ତୁ ଦୁଷ୍ଟ ଦର୍ପ ରାହୁ

ନ ଜାଣିମା ପଣେ ନାଶ ଯାଉଥିଲା ବୀରବାହୁ ।୨୭।

ଅନେକ ସ୍ତୁତି କରି ଯେ କାଶୀଶ୍ୱର ସ୍ୱାମୀ

ଦୂରହୁଂ ନିଉଛାଳି ସେ ଶତସହସ୍ର ଦଣ୍ଡ ପରିଣାମି ।୨୮।

ଚାରଜଣେ ଆସି କାଶୀଶ୍ୱରଂକୁ କହିଲା

ଉଠ ହୋ ନୃପତି ତୋତେ ଠାକୁରଂକ ଆଗ୍ୟାଂ ହୋଇଲା ।୨୯।

ଭୀମସେନ କୋଳକରି ଧଇଲେ କାଶୀଶ୍ୱର ରାଜାକୁ

ଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲେକ ତାହାକୁ ।୩୦।

ଆହୋ କାଶୀଶ୍ୱର ରାଜା ରାଜୁସି ଯାଗ କରିବେ ଯୁଝେଷ୍ଠି

ବ୍ରହ୍ମହତ୍ୟା ଦୋଷ ପଣ୍ଡୁର ଖଣ୍ଡିବେ ଅରଷ୍ଟି ।୩୧।

ଲକ୍ଷେକ ନୃପତି ତହିଂ ହୋଇବାକୁ ମେଳି

ପଚ୍ଛିମଦିଗ ବରଣେ ମୋତେ ପେଷିଲେ ବନମାଳୀ ।୩୨।

ଯେତେକ ଅଛନ୍ତି ତୋହୋର ଥାଠ ସଇନି

ଇନ୍ଦ୍ର ପ୍ରଶସ୍ତକୁ ଯାଅ ଯା ଦେଖା ଦରଶନି ଧନ ଘେନି ।୩୩।

ଅନେକ ବିନୋୟୀ ଯେ ରାଜା କାଶୀଶ୍ୱର

ସ୍ୱାମୀ ଆଜକ ରହି ମୁଣୋହିଂ କରିବା ୟେ ମୋହୋର ରାଜ୍ୟର ।୩୪।

ଭଗତି ଭାବ ଦେଖି ପାଣ୍ଡବ କଲା ସନମତ

କାଶୀଶ୍ୱର ଦେଶେ ପ୍ରବେଶ ଅର୍ଜୁନ ଜ୍ୟେଷ୍ଠଭ୍ରାଥ ।୩୫।

ବେନି ଅହିବ୍ରତ ସୂପକାର ସଙ୍ଗେ ଥାଇ

ଭୀମସେନର ତୁଲେ ସେ ଅଛନ୍ତି ଗୋଡାଇ ।୩୬।

ବୋଲନ୍ତି ସୂପକାରେ ଶୁଣ ହୋ କାଶୀଶ୍ୱର

ଠାକୁରଂକ ମୁଣୋହିକି ଦେଇ ପାରିବୁ କି ଯୋଗାଡ଼ ।୩୭।

ଆହୋ କାଶୀଶ୍ୱର ସେ ସାଂଗ୍ରାମେ ଅତ୍ରିପୁତି ଭୋଜନେ ଅତ୍ରିପୁତି

ଶୃଙ୍ଗାରେ ଅତ୍ରିପୁତି ସେ ଶୟନେ ଅତ୍ରିପୁତି ।୩୮।

ବିଳମ୍ବ ନ ସହଇ ୟେହିକ୍ଷଣି ଦ୍ରବ୍ୟ ଆଣ

ତିନିଶ ଷାଠିୟେ ପଉଟି ବେଳକୁ ଅଣ୍ଟଇ ଜାଣ ।୩୯।

ମେଞ୍ଜନ ଯୋଗାଡ଼ ତୁ ଯେତେକ ଦେଇପାରୁ

କାଶୀଶ୍ୱର ବୋଇଲା ତୁ ସଞ୍ଚପି କିମ୍ପା ପଚାରୁ ।୪୦।

ଯେତେକ ଅଣ୍ଟଇ ମୁହିଂ ଦେବଇଂ ତୋତେ ଜାଣ

ବେଗକରି ପାକ ତୁମ୍ଭେ କରସି ପଚନ ।୪୧।

ଲକ୍ଷେକ ହାଣ୍ଡି ଦିଲା ଯେ ତ୍ରିବିଧ ଭିଆଣେ

ସ୍ରାହାନ ସାରି ରାନ୍ଧଣାରେ ପଶିଲେ ବ୍ରାହ୍ମଣେ ।୪୨।

ଦୋହରା ପ୍ରସନ୍ନେ ଯେ ହୋଇଲା ଅମୃତ ପାକ ରସ

ସ୍ରାହାନ ମାଜଣା ସାରିଲେ ପବନର ଶିଷ ।୪୩।

ଭୀମସେନ ଠାକୁରଂକର ନିଦ୍ରା ନାହିଂ ଭୋଜନେ ନାହିଂ ଇଚ୍ଛା

ରାଜାମାନନ୍ତ କେମନ୍ତେ ସାଧିବି ତହିଂକି ମନବାଞ୍ଛା ।୪୪।

ଭୀମସେନ ଠାକୁରେ ସ୍ରାହାନ ତର୍ପଣ ସାରି

ମୁଣୋହିରେ ବିଜେ କଲେ କାଳଦଣ୍ଡଧାରୀ ।୪୫।

ଅନେକ ମେଞ୍ଜନ ଯେ ପରଶନ୍ତି ଦ୍ୱିଜେ

ଭୋଜନ ସାରି ଆଞ୍ଚୋବନ କଲେ ପବନ ଆତ୍ମଜେ ।୪୬।

ତାମ୍ବୋଳ ଭୁଞ୍ଜିଣ ଯେ ହୋଇଲେ ଦିବ୍ୟବେଶ

ଦଣ୍ଡସାଜ ବୋଲକରି ଦିଲେକ ଆଦେଶ ।୪୭।

ଛାମୁରେ କାଶୀଶ୍ୱର ରାଜା ଓଲଗ ମେଲାଇ

ଦଣ୍ଡସାଜି ବାହାର ହୋଇଲା ପବନ ତନୟି ।୪୮।

ଜୟଶଙ୍ଖ ବୀରତୂର ବଜାଇ ବୀର ଭୀମସେନ

ତିହୁଡ଼ି ଦେଶକଇଂ ତହୁଂ କରଇ ପୟାଣ ।୪୯।

ଆହୋ ରାଜନ ଧନୁମାସ ଶୁକଳପକ୍ଷ ଚଉଠୀ ଦିବସେ

ଚଳନ୍ତି ପ୍ରତଗ୍ୟାଂୟେ ବଳ ହୋଇଣ ହରଷେ ।୫୦।

ପଞ୍ଚଧାରା ବୋଲିକରି ୟେକଇ ନଦୀଗୋଟି

ପଞ୍ଚଶିଖ ପର୍ବତରୁ ସେ ଆସୁଅଛି ଫୁଟି ।୫୧।

ସେ ନଦୀରେ ପଶି ଧନୁ ମାସେ ସ୍ରାହାନ କଲେ

ପଞ୍ଚ ମହାପାତକ ଯେ ନାଶ ଯାୟେ ଭଲେ ।୫୨।

ଗୋହତ୍ୟା ବ୍ରହ୍ମହତ୍ୟା ସ୍ତୀହତ୍ୟା ସୁରାପାନ ବିଷୁଳୀପତି

ସେ ନଦୀରେ ସ୍ରାନ କଲେ ୟେ ସକଳ ପାପ ବିନଶ୍ୟତି ।୫୩।

ସେ ପଞ୍ଚବେଣୀ ସଙ୍ଗମେ ଅଛିଟି ସ୍ପଟିକର ଲିଙ୍ଗ

ସେ ଲିଙ୍ଗ ବିଦାର କରି ଫୁଟଇ ତ୍ରିଭଙ୍ଗ ।୫୪।

ସେ ଲିଙ୍ଗ ବିଜେ କରିଛନ୍ତି ଅଶୀତାଳ ଗଭୀରରେ

ସ୍ରାହାନ କରି ଚାହିଂଲେ ଦିଶଇ ସଦାଶିବ ପଞ୍ଚୁଶିରେ ।୫୫।

କାଳଧ୍ୱଂସନ ଡଗର ଆସି ଭୀମସେନକଇଂ କହିଲା

ସ୍ୱାମୀ ତୋହୋର ପ୍ରସନ୍ନେ ଆମ୍ଭର ସକଳ ପାପ ନାଶଗଲା ।୫୬।

ୟେ ମହାତୀର୍ଥ ଦେଖିବାକଇଂ କେହୁ ସାମରଥ

ୟେଥେ ବିଜେ କରିଥିଲା ସେ ଅନ୍ଧେକ ନାମେ ଦତ୍ୟ ।୫୭।

ଷାଠିୟେ ସହସ୍ର ବରଷ ପରିଯନ୍ତେ ହୋଇଲା ମହାଯୁଦ୍ଧ

ତ୍ରିୟମ୍ବେକନାଥ ତାହାକୁ ସାଂଗ୍ରାମେ କଲେ ବଧ ।୫୮।

ତହୁ ୟେ ମହାତୀର୍ଥ ହୋଇଲା ନିର୍ମଳ

ସଂସାର ପାତକ ୟେ ହରନ୍ତା ସର୍ବକାଳ ।୫୯।

ଭୀମସେନ ବିଜେକଲେ ପଞ୍ଚଧାରା ତୀର୍ଥେ

ଶଉଚବନ୍ତ ହୋଇ ଜଳେ ପଶିଲେ ୟେକଚିତ୍ତେ ।୬୦।

ଦେଖିଲେ ସରୂପ ପରମ ଯୋଗୀ ଯେ ଧୂର୍ଜଟି

ଅଶୀତାଳ ଗଭୀରୁଂ ସେ ତେଜ ବିକାଶଇ ଫୁଟି ।୬୧।

କରପତ୍ର ଯୋଡିଣ ସେ ବିଚିତ୍ରବୀର୍ଯ୍ୟ ନାତି

ସେ ଯୋଗେଶ୍ୱରକଇଂ ଭୀମସେନ କରଇ ଅନେକ ଯେ ସ୍ତୁତି ।୬୨।

ନମସ୍ତେ ନମସ୍ତେ ଦେବ ଅଭୟେ ବିରୂପା

ନମସ୍ତେ ନମସ୍ତେ ଦେବ ଶରଣ ସତ୍ୟପା ।୬୩।

ନମସ୍ତେ ନମସ୍ତେ ଦେବ ଅପିତା ଅମାତା

ନମସ୍ତେ ନମସ୍ତେ ପ୍ରସନ୍ନ ବରଦାତା ।୬୪।

ନମସ୍ତେ ନମସ୍ତେ ଦେବ ପରଦୁଖେ ଦୁଖୀ

ନମସ୍ତେ ନମସ୍ତେ ଦେବ ପଞ୍ଚଦଶ ଯାହାର ଆଖି ।୬୫।

ନମସ୍ତେ ନମସ୍ତେ ଦେବ କାଳଗରଳ ତୁ ଭକ୍ଷ

ନମସ୍ତେ ନମସ୍ତେ ଦେବ ବିଦାରିଲ ଦକ୍ଷ ।୬୬।

ନମସ୍ତେ ନମସ୍ତେ ଦେବ ତାଣ୍ଡବ ରସ ଖେଡ଼ି

ନମସ୍ତେ ନମସ୍ତେ ନାଥ ସିଂଘନାଦ ରଡ଼ି ।୬୭।

ନମସ୍ତେ ନମସ୍ତେ ନାଥ ଜୟ ତ୍ରିପୁରାରି

ନମସ୍ତେ ନମସ୍ତେ ଦେବ ଜୟ ଅନଙ୍ଗାରି ।୬୮।

ନମସ୍ତେ ନମସ୍ତେ ଦେବ ମଞ୍ଚସ୍ୱର୍ଗ ମଣ୍ଡି

ନମସ୍ତେ ନମସ୍ତେ ଦେବ ହତ୍ୟାଦୋଷ ଖଣ୍ଡି ।୬୯।

ନମସ୍ତେ ନମସ୍ତେ ଦେବ ପଞ୍ଚଶିଖ ମଉଳି

ନମସ୍ତେ ନମସ୍ତେ ଦେବ ଅନାଦି ସିଦ୍ଧଶୂଳୀ ।୭୦।

ନମସ୍ତେ ନମସ୍ତେ ଦେବ ଆସନ ବୃଷଭ

ନମସ୍ତେ ନମସ୍ତେ ଦେବ ଅନାଦି ସଦାଶିବ ।୭୧।

ନମସ୍ତେ ନମସ୍ତେ ଦେବ ଅଟୁ ତୁ ସର୍ବସିଦ୍ଧା

ନମସ୍ତେ ନମସ୍ତେ ଦେବ ଯମକୁ ନିରୋଧା ।୭୨।

ନମସ୍ତେ ନମସ୍ତେ ଦେବ ଅବିକ୍ଷଣେ ପଞ୍ଚଧାତୁ

ନମସ୍ତେ ନମସ୍ତେ ଦେବ ସଂସାର ହିତେ ବ୍ରତୁ ।୭୩।

ନମସ୍ତେ ନମସ୍ତେ ଦେବ ନାଶକର ଦର୍ପଭଞ୍ଜା

ନମସ୍ତେ ନମସ୍ତେ ଦେବ ପ୍ରସନ୍ନେ ଲିଙ୍ଗରାଜା ।୭୪।

ନମସ୍ତେ ନମସ୍ତେ ଦେବ ନୀଳକଣ୍ଠ ନାମ

ଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ ପରିଣାମ ।୭୫।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ପଛିମ ଦିଗର କଥା ୟେ ସଭାପର୍ବ ରୀତି ।୭୬।

ତୃତୀୟ ଖଣ୍ଡ ମହାଭାରତ ୟେ ବିଷ୍ଣୁପୁରାଣ

ହେ ପଣ୍ଡିତଜନମାନେ ୟେହା ସାବଧାନେ ଶୁଣ ।୭୭।

ପଛିମଦିଗ ବାରତା ୟେ ପଞ୍ଚୁତୀର୍ଥର କଥା

ଶୁଣନ୍ତେ ମୋଚନ ହୋଇବ ଗୋହତ୍ୟା ବ୍ରହ୍ମହତ୍ୟା ।୭୮।

ଘୋଷଇ ଭାସଇ ଯେ ହୃଦେ ଭାବଇଂ ନିତ୍ୟେ

ମହାସମ୍ପଦ ପ୍ରାପତ ହୋଅଇ ବାଞ୍ଛା ସମାପତେ ।୭୯।

ଯେ ସେ ପଣ୍ଡିତ ହୋ ବିଗ୍ୟଂବନ୍ତ ପ୍ରାଣୀ

ବିଷ୍ଣୁକଳା ଘେନିଣ ଯେହୁ ଉପୁଜିଲା ଧରଣୀ ।୮୦।

ତାହାକଇଂ ପ୍ରାପତ ହୋଅଇ ଶୁଣିତ କରଇ ୟେକଲୟେ

ଯମଦଣ୍ଡ ଦୋଷରୁ ସେ ହୋଅଇ ନିର୍ଭୟେ ।୮୧।

ଧର୍ମ ଅର୍ଥ କାମ ମୋକ୍ଷ ଅଛି ଯେଉଣହିଂ ଶାସ୍ରେ

ଗ୍ୟାନ ଥିଲା ପ୍ରାଣୀ ତାହା ମୂର୍ଚ୍ଛିବେ କେମନ୍ତେ ।୮୨।

ଜଳକଇଂ ନାବ ୟେ ସ୍ଥଳକଇଂ ଅଟଇ ନିଧି

ଅପଣ୍ଡିତ ଲୋକଂକୁ ଦେଖାଇଲେ ସଦବୁଦ୍ଧି ।୮୩।

ସଞ୍ଚିତ ଦ୍ରବ୍ୟ ୟେ ଜଗନ୍ନାଥ ନାମଗୋଟି

ଯେଉଣ ସ୍ଥାନେ ପଡଇ ସେ ହୁଅଇ ଅମୃତ ବୃଷ୍ଟି ।୮୪।

ଇହଲୋକକଇଂ ପରଲୋକକଇଂ ସଂଘାତ

ବୁଡ଼ନ୍ତେ ଅଗାଦ ଜଳୁଂ ଉଦ୍ଧରନ୍ତି ଜଗନ୍ନାଥ ।୮୫।

ରାଗ ମୋହ ଅପବାଦ ଅହଂକାର ହିଂସା

ସମସ୍ତ ତେଜ୍ୟାକରି ଶ୍ରୀ ମହାଭାରଥକୁ ବଳାଅ ମନୀଷା ।୮୬।

କୁଟୁମ୍ବ ଦେଖି ମାୟା ମୋହ ଭୁଲି ନ ମର ରେ ବାବୁ

ଅନିତ୍ୟ ସଂସାର ଗୋଟି ଜଗନ୍ନାଥ ମୋହିଅଛି ସବୁ ।୮୭।

ମୁକତିକଇଂ କାରଣ ୟେ ଯେଥେ ବଳାଅଟି ମନୀଷା

ଅବଶ୍ୟ ପ୍ରାପତ ହୋଇବ ଯେ ଯାହାର ମନବାଞ୍ଛା ।୮୮।

ଶରୀରକୁ ଧାରଣ ୟେ ବେନିଶ୍ରବଣ

ୟେକଲୟେ କରି ଶ୍ରୀମହାଭାରଥ କଥା ଶୁଣ ।୮୯।

ଅନୀତି ସଂସାରକଇଂ ୟେ ସେ କରଇ ଗତି

ଧନ ସନ୍ତାନ ବର୍ଧୁତ ହୋଇବ ଯମଦଣ୍ଡେ ହୋଅଇ ନିଭ୍ରାନ୍ତି ।୯୦।

ସଂସାର ପଟଳରୁ ତରିବାକୁ ଯାହାର ଅଛି ଇଚ୍ଛା

ଇତିଶ୍ରୀ ମହାଭାରଥ ହୃଦଗତେ କର ବାଞ୍ଛା ।୯୧।

ୟେ ଶରୀର ଲଭିଲା ଅଛି ଅନେକ ପୁଣ୍ୟମାନେ

ପଞ୍ଚଭୂତ ଆତ୍ମା ୟେଥକୁ ଅଟଇ ପରମବ୍ରହ୍ମ ଗ୍ୟାନେ ।୯୨।

ଅମୃତରେ ବିଷ ନ ସମ୍ଭାଇ କେଉଣସି କାଳେ

ସଂସାର ସାଗରୁ ନରେ ତରିବ ଧର୍ମବଳେ ।୯୩।

କାୟାଗୋଟି ଅତୁଟ ହୋଇବ ଅମୃତ ଭକ୍ଷିଲେ

ନାଶକର କିସ କରଇ ନାରାୟଣ ରଖିଲେ ।୯୪।

ଶ୍ରୀଜଗନ୍ନାଥଂକ ସ୍ରିଜିଲା ୟେ ଶ୍ରୀମହାଭାରଥ

ଶ୍ରୀଭଣ୍ଡାର ବିଘଂସିବାକୁ ମୁଂ ହୋଇଲି ସାମରଥ ।୯୫।

ଗ୍ୟାନଥିଲା ପ୍ରାଣୀ ନାଶ ନ ଯାଇ କଦାଶ୍ଚିତେ

ମୁହିଂ ୟେହା ବଞ୍ଚାଇଲି ସଂସାର ଜନ ହିତେ ।୯୬।

ପାଇବ ବଇକୁଣ୍ଠ ନରେ ଶ୍ରୀମହାଭାରଥ ଶୁଣିଲେ

ମୁକତି ବାଟକଇଂ ବାଟ ୟେ ଶୂଦ୍ରମୁନି ସାରୋଳା ଦାସ ବୋଇଲେ ।୯୭।୨୬୬୨।

 

ବିରାଟ ରାଜାଙ୍କ ନିକଟକୁ ଭୀମସେନଙ୍କର ପତ୍ର ପ୍ରେରଣ

ଆହୋ ବଇବସୁତ ମନୁ ଶୁଣ ବଦୟନ୍ତି ଅଗସ୍ତି

ପଞ୍ଚବେଣୀ ତୀର୍ଥକଇଂ ଭୀମସେନେ କଲେକ ଅନେକ ତୁସ୍ତି ।୧।

ସ୍ରାହାନ କରନ୍ତେ ଦିଶିଲା ଯେ ଶ୍ରୀଯୋଗେଶ୍ୱର ମୃର୍ତ୍ତି

ଶରୀରୁଂ ହତ୍ୟା ପାତକମାନ ଛାଡିଣ ଗଲେ ନିଭ୍ରାନ୍ତି ।୨।

ଆହୋ ଯେତେକ ହତ୍ୟା କରିଥାନ୍ତି ଗ୍ୟାନେ ଅଗ୍ୟାନେ

ବେନି କନ୍ଧେ ଆବୋରି ଥାଆନ୍ତି ସେହି ଜୀବମାନେ ।୩।

ସେ ପଞ୍ଚୁବେଣୀ ତୀର୍ଥେ ଯେ କରଇ ସ୍ରାହାନ

ପ୍ରତକ୍ଷଣେ ଛାଡଇ ସେ ହତ୍ୟାଦୋଷମାନ ।୪।

ଆହୋ ଯେହୁ ହତ୍ୟାଦୋଷ କରିଥାନ୍ତି ଅଗ୍ୟାନ ଦୋଷେ

ସେହି ସେ କାଳ ହୁଅଇ ଗୋଡାଇଥାଇ ପାଶେ ।୫।

ସେ ନାଶଗଲା ପ୍ରାଣୀଂକି ପ୍ରମାଦ କରୁଥାନ୍ତି

ଅପାର କାଳେ ପୁଣି ସେହି ଘେନିଯାନ୍ତି ।୬।

ଯେ ଯାହାକୁ ନାଶ ଅବା କରଇ ଅଦୋଷେ

କାଳପୁରୁଷ ହୋଇ ନାଶ କରଇ ଅବଶ୍ୟେ ।୭।

ଆହୋ ବାଳୀକି ବିନାଶ କଲେ ଶ୍ରୀରାମଚନ୍ଦ୍ରେ

ତେତେବଡ଼ ପ୍ରଭୁଂକୁ ନାଶକଲା କିରାତ ଦୁଷ୍ଟମନ୍ଦେ ।୮।

ହେ ପଣ୍ତିତଜନ ଯେ ଅଟଇମହତ

ଆହୋ କଦାଚିତେହେଂ ନ କରିବ ଜୀବଘାତ ।୯।

ହତ୍ୟାଥିଲେ କାଳେ କାଳେ ଫଳଇ ଅବଶ୍ୟ

କାଳେହେଂ ପାର ନ ଯାଇଟି ହତ୍ୟା ପାତକ ମନ୍ଦଦୋଷ ।୧୦।

ୟେହା ବିଚାର ହୋ ପଣ୍ଡିତ ସୁଭିଗ୍ୟଂ ଜନେ

ଅଗସ୍ତି କହିଲେ ମହାଭାରଥ ଶ୍ରୀବିଷ୍ଣୁ ପୁରାଣେ ।୧୧।

ଅନେକ ହତ୍ୟା ଯେ କରିଣଥିଲେ ବ୍ରିକୋଦର

ସ୍ରାନ କରୁଂ ସେ ହତ୍ୟାମାନ ଶରୀରୁଂ ହୋଇଗଲା ବାହାର ।୧୨।

ଅଗାଦ ଜଳ ଭିତରେ ହୋଇଲେ ସର୍ବେ ଭାସି

ତହୁଂଣ ବ୍ରିକୋଦର ବିଜେକରି ଆସି ।୧୩।

ଦଣ୍ଡ ଘେନି ଭୀମସେନ ବିଜେ ପଞ୍ଚୁଧାରା ପରବତେ

ଦେଶାଉରେ ପଚାରିଲେ ୟେଣେ ରାଜ୍ୟ ଅଛି କେତେ ।୧୪।

ମୁନେହି ଜଣାଇଲା ଦେବ ଉତ୍ତର ପଛିମ କୋଣେ

ମଘଦେଶ ମତ୍ସ୍ୟଦେଶ ଦୁଇରାଜ୍ୟ ଅଛି ୟେଣେ ।୧୫।

ଦେବ କୀଚକ ଜିଣିଲା ଯେ ତ୍ରିଗର୍ତ୍ତର ଥାଠ

ମଘ ମତ୍ସ୍ୟଦେଶ ଭୋଗ କରଇ ବିରାଟ ।୧୬।

ସଂକୋଚନ ରାଜାର ଦୁହିତା ଅଟଇ ସୁଦେଷ୍ଣା

ତାହାକୁ ପ୍ରଦାନ ହୋଇଲା ବିରାଟ ମହାତମା ।୧୭।

କୀଚକର ମୂଳେ ସେ ସଂକୋଚନ ରାଜାର ଶତେବଳା

ଶତେସିଂଘ ପ୍ରାକ୍ରମ ସେ ବିରାଟ ରାଜାର ଶଳା ।୧୮।

ଉତ୍ତର ପଛିମ ଦୁଇ ଦିଗର ମଧ୍ୟସ୍ତାନେ

ବନସ୍ତେ ବନସ୍ତେ ଯାଇ ସେ ପନ୍ଦର ଶତ ଯୋଜନେ ।୧୯।

ଦେବ ଘରଗ୍ରାମ ରାଜ୍ୟ ନାହିଂ କତି ପାଶ

ତାହାର ବ୍ରତ ହେତୁ ଯେ ବଣିଜହିଂ ଗୋରସ ।୨୦।

ଦୁହାଂଳ ଦୁଇପଦ୍ମ ବରଡ଼ିଆ ବାରଲକ୍ଷ ଗାଈ

ସାତଲକ୍ଷ ଅଣ୍ଡିର ପଞ୍ଚବିଂଶ ମର୍ଭୁତ ବତ୍ସାମାଈ ।୨୧।

ସ୍ୱାମୀ ମହାମତ୍ତ କୀଚକ ଅବଳ ମହାବଳୀ

ସାଂଗ୍ରାମେ ତାହାକୁ ସମାନ ନାହିଂ ମହୀଆଳୀ ।୨୨।

ମୁନେହି ବଚନେ ସେ କୋଇନ୍ତା ଦେବୀର ଚାଟ

ବୋଇଲେ ମତ୍ସ୍ୟଦେଶକଇଂ ବଢାଅ ବେଗେ ବାଟ ।୨୩।

ଭୀମସେନ ସଙ୍ଗରେ ଅଛି ପାତ୍ର ଦୂର୍ବାକ୍ଷତ

ସେ ପାତ୍ର ଜଣାଇଲା ରାଜ୍ୟକୁ ପଥ ଦୂର ବହୁତ ।୨୪।

ଶ୍ରୀମୁଖ ଦେଇଣ ଯେ ବରଗିବା ଦୂତ

ଶ୍ରୀମୁଖ ଶୁଣି ବିରାଟ ଯାଉ ଇନ୍ଦ୍ର ଯେ ପ୍ରଶସ୍ତ ।୨୫।

ଯଦ୍ୟପି ଉପଦ୍ରବ ସେ ମଣିବ ମତ୍ସ୍ୟ ଆଧିପତି

ପଛିମ ରାଜାନ୍ତ ଘେନି ଆସିବା ସେହିକତି ।୨୬।

ପାତ୍ରର ବଚନେ ଭୀମସେନ ତୋଷଚିତ୍ତ

ବିରାଟକଇଂ ଶ୍ରୀମୁଖ ବେଗେ କରସି ନିର୍ମିତ ।୨୭।

ଆଗ୍ୟାଂ ପ୍ରମାଣେ ତହୁଂ ଶ୍ରୀମୁଖ ନିର୍ବାଣି

ଯେସନେକ ପ୍ରତଗ୍ୟାଂମାନ ଶାହାସ୍ର ମୁଖେ ଶୁଣି ।୨୮।

ତାଳପତ୍ର ଧରିଣ ବସିଲେ ଲେଖନ କରି

ମହାପ୍ରଚଣ୍ଡ ସେ ଆଗ୍ୟାଂୟେ ଅବଧାରୀ ।୨୯।

ବୀରାଧି ବୀରବର ବ୍ରିକୋଦର ମଉଡ଼ମଣି

ଶ୍ରୀମୁଖ ଲେଖନ କରନ୍ତି ମନ୍ତ୍ରୀ ଚୂଡ଼ାମଣି ।୩୦।

ଶ୍ରୀ ଅନାଦି ଦେବଂକର ଶ୍ରୀଚରଣେ ଶରଣ

ଯେ ସେ ହୋଇ ସୋମରାଷ୍ଟ୍ର କୁଳର ମଣ୍ଡନ ।୩୧।୨୬୯୩।

 

ଶ୍ରୀମୁଖ ଲେଖନ ଶ୍ରୀ ଶ୍ରୀ ଦେବଗଣେ ଶରଣ, ଶ୍ରୀ ଶ୍ରୀ ଅନାଦି ଦେବଙ୍କ ଶ୍ରୀଚରଣେ ଶରଣ

ସୋମପାଳ ବୁଧଗୁରୁ ଶମ୍ଭୁରାଣ କୁଳ ମଣ୍ଡଣ

ଯଯାତି ଦେବ ରାଜ୍ୟ ରକ୍ଷା ପାଳନ ।୧।

ଜାହ୍ନବୀସୁତ ରକ୍ଷଣ

ସୋମରାଷ୍ଟ୍ର କୁଳ ମଣ୍ଡଣ ।୨।

ଶାୟନ୍ତନୁ କୁଳ ଉଦ୍ଧାରଣ

ନୃପତି ବଂଶ ଧାରଣ ।୩।

ସର୍ବ ରାଜାମାନ ମର୍ଦ୍ଦନ

ଜାନୁଘଣ୍ଟ ସଂସିଦ୍ଧନ ।୪।

ବିଚିତ୍ରବୀର୍ଯ୍ୟ କୁଳ ନନ୍ଦନ

କୁମ୍ଭକ ଦାନବ ବିଦାରଣ ।୫।

ପାଣ୍ଡବାସୁର ଦର୍ପ ଚୂରଣ

କପିଳାସ ସ୍ୱର୍ଗ ଉଦ୍ଧାରଣ ।୬।

କାଶୀଭୁବନ ରକ୍ଷା ପାଳନ

ଦ୍ୱାରକାପୁର ବିମଣ୍ଡନ ।୭।

କୁରୁବଂଶ ଉଦ୍ଧାରଣ

ଶତଧନୁ ଶରଣ ପଞ୍ଜର, କଉଶିକ ରକ୍ଷାପାଳଣ ।୮।

ଅଇରି କୁଳ ଧୂମକେତୁ

ବିଷଲଡୁ କପଟେ ଭକ୍ଷଣ,ନାଗେଣୀ ଦର୍ପ ଗଞ୍ଜନ ।୯।

ବିନ୍ଧ୍ୟାବଳୀ ପ୍ରାଣଗୁରୁ

ଶବରୀ ଭୁବନ ରକ୍ଷାପାଳନ, ଶିବରାଜା ମାନ ମର୍ଦ୍ଦନ ।୧୦।

ବେଲାବଳୀ ସ୍ୱର୍ଗ ଉଦ୍ଧାରଣ

ଜରାସନ୍ଧ ନିଶୋଧନ, ଛୟାଣୋଇ ସସ୍ର ରାଜାନ୍ତ ବନ୍ଦୀ ମୋକ୍ଷଣ ।୧୧।

ଇନ୍ଦ୍ରପ୍ରଶସ୍ତ, ଯମପ୍ରଶସ୍ତ ବାରୁଣାବନ୍ତ

ହସ୍ତିନାପୁର ଜୟନ୍ତାପୁର ପଞ୍ଚୁରାଜ୍ୟ ରକ୍ଷାପାଳନ ସମର୍ଥ ।୧୨।

କୁଣ୍ଡଳଋଷିର ମାନ ରକ୍ଷଣ

ଶତଶୃଙ୍ଗ ପର୍ବତ ଚୂରଣ ।୧୩।

ଦୋହୋରା ଦେବ ପ୍ରସନ୍ନ, ଚିତ୍ରଙ୍ଗଦ ପର୍ବତ ମୁଥେ ଚୂରଣ

ଜାତୁରଗ୍ରହ ଭସ୍ମାନ୍ତକ, କିମ୍ଭୀରୀଦତ ବିଦାରକ ଜଳପଥ
ମୁକ୍ତି କାରଣ ।୧୪।

ମଧୁବନେ କିନ୍ନରୀ ପ୍ରାଣ ହରଣ

ଶିବପୁର ଉଦ୍ଧାରଣ ଚାଣ୍ଡାଳ ବଳ ନିଶୋଧନ ।୧୫।

ୟେକଚକ୍ରା ନଗର ମଣ୍ଡଣ, ବକାସୁର ମାନ ମର୍ଦ୍ଦନ

ଶଉନିକ ଦର୍ପ ଧ୍ୱଂସନ, ହିଡିମ୍ବକ ନିସୂଦନ ।୧୬।

ହିଡିମ୍ବିକୀର ପ୍ରାଣଗୁରୁ, ଦ୍ରୁପଦପୁର ମଣ୍ଡନ

ଲକ୍ଷେ ରାଜାଗଣ ମଉଡମଣି,ପଞ୍ଚାଳୀ ମାନ ହରଣ ।୧୭।

କାଳ କୃତାନ୍ତକ, କାଳଦଣ୍ଡ ପାଣି ଯମଦର୍ପ ନିଶୋଧନ

ଭୀଷ୍ମ ଦ୍ରୋଣ କୃପ କର୍ଣ୍ଣ ଶଲ୍ୟ ଶକୁନି ଦର୍ପ ଧ୍ୱଂସନ ।୧୮।

ଶ୍ରୀ ଜଗନ୍ନାଥଂକ ପ୍ରାଣବଲ୍ଲଭ ଅଭୟ ସୋମବଂଶ ମାନ ପୂରଣ

କରୁଣ ଗନ୍ଧର୍ବ ଶରଣ ଉଦ୍ଧାରଣ ।୧୯।

ଧୃତରାଷ୍ଟ୍ର ଭରଶଲ ମାନଗୋବିନ୍ଦ ଦର୍ପମର୍ଦ୍ଦନ

ଶରଣପଞ୍ଜର କଇଚ୍ଛା ଜଗଜ୍ଜେଠୀ ବାଞ୍ଛା ସମାପନ ।୨୦।

ଯୋଗୀ ଜନମାନ ବିନୟ ଶରଣ

ଦୁଷ୍ଟ କାଳ କୃତାନ୍ତକ ସଜ୍ଜନ ରକ୍ଷା ପାଳନ ।୨୧।

ମହିମାଂ ମତ୍ତଗଜ ଦାରଣ କେଶରୀ କାମିନୀ ମନସିଜ

ମହୀସ୍ଥଳୀ ରାଜାଗଣ ଭୁଜଙ୍ଗ ।୨୨।

ଶୟଳ ରାଜାଗଣନ୍ତ ବରପ୍ରସାଦ

ମନ୍ତ୍ର ସାଧକ ନିର୍ମଳ ଶାସ୍ରବେତ୍ତା ଯଜୁର୍ବେଦାନ୍ତ ।୨୩।

ବହୁ ବେଦମନ୍ତ୍ର ବୋଧନ

ବଳରାମ ଭରଶଲ ଯୋଗୀଜନ ବହୁ ମଣ୍ଡନ ।୨୪।

ତପୋବନ ରକ୍ଷା ପାଳନ, ଋଷି ବିପ୍ର ଚରଣ ବନ୍ଦନ

ଗୁରୁ ପିତୃଗଣ ଭକ୍ତି ଭାଜନ, ରାକ୍ଷସ ବଳ ନିଶୋଧନ ।୨୫।

କେଶରୀ ସହସ୍ର ପଞ୍ଚାଣ ଉଡ଼ଙ୍ଗବଳ

ଶ୍ରୀପୁରୁଷୋତ୍ତମ ଚରଣେ ଶରଣ, କରୁଣାକର ରାଜ ରାଜେଶ୍ୱର ।୨୬।

କାଳାନ୍ତକ କାଳେବର, ଯମଉପରି ଦ୍ୱିତୀଯମ

କାଳଦଣ୍ଡ ଦୀକ୍ଷାଗୁରୁ, କାଳ ବିକାଳ ଭୁଜ ବନ୍ଧନ ।୨୭।

ଚିତ୍ରଗୁପ୍ତ ପାଦାସନ, ଲୋହଦଣ୍ଡ ରଥ ମଣ୍ଡନ

ଶାର୍ଦ୍ଦୁଳ କେତନ ବର୍ଣ୍ଣ ଚିହ୍ନ ।୨୮।

ମୁକୁଟବନ୍ଧା ଯୋଦ୍ଧୃଗଣ ଶିର ଶେଖର ମଣି

ପବନ ଦେବତାନ୍ତ ଶୟଳ ସଦାରେକ ବୀରାଧି ବୀରବର ମଉଡମଣି ।୨୯।

ଉତ୍ତର ଦକ୍ଷିଣ ପୂର୍ବ ପଚ୍ଛିମ

ଚତୁର୍ଦ୍ଦିଗ ରାଜାଙ୍କ ଉପରେ ଭୁଜଙ୍ଗ ।୩୦।

ମସ୍ତକ ଚୂଡାମଣି ସର୍ବନୃପ ଦେବ

ଶ୍ରୀ ଶ୍ରୀ ଶ୍ରୀ ଭୀମ ଅଚାର୍ଗଳ ପାଣ୍ଡବ ।୩୧।

ପଛିମ ଦିଗପତି ଭୀମ

ଶ୍ରୀ ବୀର ବ୍ରିକୋଦର ଜେନାଂକର ଅଭୟେ ପାଦପଦ୍ମେ
ବିନୟେ ନମଃ ।୩୨।

ମଘଦେଶ ମତ୍ସ୍ୟଦେଶ ରାଜ୍ୟଦ୍ୱୟ ମଝିପାରିଦଣ୍ଡ

ବିରାଟକୁ ୟେ ଅଟଇ ଶ୍ରୀମୁଖ ପ୍ରସାଦ ଖଣ୍ଡ ।୩୩।

ଆହୋ ବିରାଟ ତୋହୋର ଥାଟସନ୍ୟ ଯେତେକ ଥିବ

ଦେଖା ଦରଶନି ଧନ ଘେନି ରାଜୁସି ଯଗ୍ୟଂସଭାରେ

ଇନ୍ଦ୍ର ପ୍ରଶସ୍ତ ରାଜ୍ୟକୁ ଉଠି ଆସିବ ।୩୪।

ଶ୍ରୀ ଗଦାବର ଚୂଡାମଣି

ଭୀମସେନ ଠାକୁରଂକ ସନ୍ତକ ମଣି ।୩୫।

ଶ୍ରୀ ରାଷ୍ଟ୍ରପତି ମଣ୍ଡଳାଧିପତି

ମଙ୍ଗଳ ମୂର୍ଦ୍ଧନା,ଶ୍ରୀ ବ୍ରିକୋଦର ଠାକୁରଂକ ପ୍ରଶସ୍ତ ସନମତି ।୩୬।

ଶୁଭାଙ୍ଗ ଶୂଦ୍ରମୁନି ସାରୋଲା ଦାସ

ତୁଳୁସାର ଚରଣେ ଶତ ସହସ୍ର ପରଣାମ ସଦାଇ ଭାବରେ

ଶ୍ରୀ ହିଙ୍ଗୁଳା ଚରଣେ କରଇ ସେବା ଅଭ୍ୟାସା ଇତି ।୩୭।

ଶ୍ରୀମୁଖ ଲେଖନ କଲା ପାତ୍ର ଧୂମକ୍ଷେତ୍ର

କାଳୀଞ୍ଜନ ପଢିହାରୀ କାଳଧ୍ୱଂସନ ବେନି ଦୂତ ।୩୮।

ବେନି ବିମାନ ଆରୋହୀ ବେନି ସେନାପତି

ଶତେକ ଚାରସଙ୍ଗେ ଘେନିଣ ସେ ଚଳିଲେ ତତକ୍ଷଣାନ୍ତି ।୩୯।

ଶ୍ରୀମୁଦ ସନ୍ତକ ଗଦାମୁଦ ଭୀମସେନ ଅଧିକାରୀ

ଶ୍ରୀ ବ୍ରିକୋଦର ଜେନାଂକ ବଚନ ସେ କରି ।୪୦।

କାଳୀଞ୍ଜନ ପଢିହାରୀ କାଳଧ୍ୱଂସନ ଡଗର ବେନି

ବାୟବ୍ୟକୋଣେ ଗଲେ ଭୀମସେନର ସନ୍ତକକୁ ଘେନି ।୪୧।

ଉଡ଼ନ୍ତି ବିମାନେ ଯେ ପବନୁ ଆପାତେ

ହୃଦେ ଶ୍ରୀମୁଖେ ଲଗାଇ ଚଳିଲେ ବେନିଦୂତେ ।୪୨।୨୭୩୫।

 

ମଦନସେନ ରାଜାକୁ ନିମନ୍ତ୍ରଣ, କନ୍ଦର୍ପସେନ
ସହିତ ଯୁଦ୍ଧ ଓ ତାହାର ମୃତ୍ୟୁ

ଦୂତ ପଠିଆଇଣ ୟେଣେ ଚଳିଲେ ପାବେନି

ସଉରାଷ୍ଟ୍ର ମଣ୍ଡଳେ ବିଜୟେ ସନ୍ୟ ଘେନି ।୧।

ପଛିମ ସଉରାଷ୍ଟ ବନ ଗହନ ଯେ ଦେଶ

ତହିଂ ଯାଇଂ ଭୀମସେନ ହୋଇଲା ପ୍ରବେଶ ।୨।

ବାଇ ମହୁରୀ ଯେ ଶରଗୁଣା ଅଧାଟି

କୁତୂହୋଳେ ରାଜ୍ୟେ ପଶନ୍ତେ ଅପକ୍ଷରା ଛାମୁରେ ଖଟି ।୩।

ମେନକା ମଦନିକା କାମସେଣା ମୋହିନୀ

ଆକାଶୁଂ ଅପକ୍ଷରୀ ପଠାଇଲେ ସସ୍ରଯୋନି ।୪।

ସଉରାଷ୍ଟ ମଣ୍ଡଳେ ପଶିବାର ବେଳେ

ଖଟନ୍ତି ଭରହରଷେ ସୁନ୍ଦରୀ ତାଣ୍ଡେବ କୁତୂହୋଳେ ।୫।

ପଞ୍ଚମସ୍ୱର ବୀଣା ବାଜେ ମଧୂର ଶବଦେ

ନଗ୍ରେ ପଶନ୍ତେ ଶୁଭିଲା ହୁଳହୁଳୀ ନାଦେ ।୬।

ରାଜାର ଛାମୁରେ ଯାଇଂ ଜଣାଇଲେ ଦେଶାଉର

ଅବଧାନ ହେବା ଦେବ ମଦନ ମହାଦେବ ଠାକୁର ।୭।

ସ୍ୱାମୀ ଜରାସନ୍ଧ ନିବାରଣ ରାଜାନ୍ତ ଉଦ୍ଧାରଣ

ଶ୍ରୀ ଯୁଝେଷ୍ଠିଦେବଂକର ଅନୁଜ ପଛିମ ଦିଗକଇଂ ବରଣ।୮।

ରାଜାନ୍ତ ନିମନ୍ତ୍ରିବେ ରାଜୁସି ଯାଗ ଅର୍ଥେ

ଦୁଷ୍ଟ ନିଶୋଧନ କାଳଦଣ୍ଡ ଧରି ହାଥେ ।୯।

ରାଜ୍ୟେ ପ୍ରବେଶ ଆସି ହୋଇଲେନି ମାରୁତି

କେଉଂଣ ଉପାୟ କରିବା ମଦନ ମହାଦେବ ଚକ୍ରବ୍ରତୀ ।୧୦।

ଚାରଗଣ ବଚନେ ଯେ ସାନନ୍ଦ ମଦନ ମହାଦେବ

ବୋଇଲା ମୋହୋର ରାଜ୍ୟରେ କରାଅ ରେ ଉତ୍ସବ ।୧୧।

ରାଜାର ବଚନ ଯେ ଧାଇଂଲେ ଚାରଗଣେ

ରାଜ୍ୟେ ଉତ୍ସବ ଯେ କରାଇଲେ ତତକ୍ଷଣେ ।୧୨।

ସୁବର୍ଣ୍ଣର କଳସ ପାତାଙ୍ଗ ନେତର ବର୍ଣ୍ଣ ଚିହ୍ନ

ଖଞ୍ଜିତ ମଣିମାଣିକ୍ୟ ଯେ ମୁକୁତା ଅଷ୍ଟ ରତ୍ନ ।୧୩।

ସେ ରାଜ୍ୟରେ ପ୍ରବେଶ ଆସି ହୋଇଲେ ମାରୁତି

ଆସ୍ତାନ ତେଜା ଅଇଲା ସେ ମଦନ ଚକ୍ରବ୍ରତୀ ।୧୪।

ଦ୍ରୁପଦର ଶ୍ୱଶୁର ସେ ଦ୍ରୋପତୀର ଅଟଇ ଅଜା

ପାତ୍ର ଅମାନତ୍ୟ ଘେନି ପାଦଗତି ଆସଇ ମହାରାଜ ।୧୫।

ବେନିକରେ ରାଜା ବେନି ଚାମରନ୍ତ ଘେନି

ଭୀମସେନ ଛାମୁରେ ଯାଇଂ କଲାକ ଦଇନି ।୧୬।

ଜୟ ତୁ ପାବେନି ହୋ ପବନର ବତ୍ସି

ଜରାସନ୍ଧ ନିବାରଣ ତୁ କାଳ ଗରଳ ଭକ୍ଷି ।୧୭।

ମମ ପାତକ ଧଂସିଲା ନାଥ ତୋହୋର ଦରଶନେ

ପାଇଲି ପରମଗତି ତବ ପରସନ୍ନେ ।୧୮।

ଆହୋ ମଦନ ମହାଦେବ ଅନେକ ସ୍ତୁତି ବୋଲି

ସନ୍ନିଧ୍ୟେ ନିଉଛାଳି କରି ଶୁତିଲା ଗଡଘାଲି ।୧୯।

ଆଗ୍ୟାଂ ହୋଇଲା ଉଠ ଉଠ ହୋ ମଦନ ମହାଦେବ

କୁଶଳେ ତୁ ବ୍ରତିଅଛୁ କ୍ଷେମ ଟିକି ସର୍ବ ।୨୦।

କୁଶଳରେ ବ୍ରତନ୍ତିଟି ନା ତୋହୋର ରାଜ୍ୟ ନର

ସମସ୍ତ ସୁବିଧାନେ ଅଛି, ନାହିଂନା ଅନ୍ତର ।୨୧।

ମଦନ ମହାଦେବ ବୋଇଲା ପରମେଷ୍ଠି

ତବ ପରସନ୍ନେ ସ୍ୱାମୀ ମୋତେ ନାହିଂନା ଅରଷ୍ଟି ।୨୨।

ପ୍ରଶୁରାମ ଆଗ୍ୟାଂ ଯେହ୍ନେ ମେଣ୍ଟନ୍ତା ପୁଣ ନାହିଂ

ୟେ ପଚ୍ଛିମ ରାଜ୍ୟ ତେମନ୍ତ ହୋଇଛି ଗୋସାଇଂ ।୨୩।

ନଗ୍ରେଣ ବିଜୟେ ଯାଇଂ କଲେକ ପାବେନି

ଶତେ ସହସ୍ର ଦଣ୍ଡ ପ୍ରଣପତ୍ୟ କଲେକ ମଦନ ମହାଦେବର ସଇନି ।୨୪।

ଅନେକ ବିନୋୟୀ ଯେ ଖଟନ୍ତି ସର୍ବଲୋକେ

ଦଶନହ ମୁଖେ ଭରି ଶରଣ ଫୁକାରନ୍ତି ଥୋକେ ।୨୫।

ଅଳକାରନାଥ ଅବା ଆସି ବିଜୟେ କଲେ ଭୂମି

ସେହି ସରୂପେ ଦିଶଇ ପାଣ୍ଡବ କୁଳ ସ୍ୱାମୀ ।୨୬।

ସମସ୍ତ କୁଶଳ ପୁଚ୍ଛଇ ମଦନ ମହାଦେବ

ଭୀମସେନ ବୋଇଲା ତାତ କୁଶଳ ମୋର ସର୍ବ ।୨୭।

ଅନେକ ଶୁଭ ଯେ ହୋଇଲା ମୋହୋର ରାଜ୍ୟେ

ପ୍ରତକ୍ଷେ ମୋହୋର ପୁରେ ବିଜୟେ ଦେବରାଜେ ।୨୮।

ଦୁତୀ ନିରଞ୍ଜନ ମୁଂ ଦେଖିଲି ବେନିଡୋଳେ

ଅନାଦି ମହେଶ୍ୱର ବିଜୟେ କଲେ ମୋହୋର ରାଷ୍ଟମଣ୍ଡଳେ ।୨୯।

ଆଝୁଂ ସେ ସୁଫଳ ହୋଇଲା ମୋହୋର ଜୀବନ

ଆଜ ସେ ସୁଫଳ ହୋଇଲା ମୋର ରାଜ୍ୟ ସୁବିଧାନ ।୩୦।

ସୂପକାରେ ହକାରି ଆଗ୍ୟାଂ ଦିଲାକ ମହାରାୟେ

ମଢଫୁଲ ରାନ୍ଧଣା ଯୋଗାଡ଼ କରାୟେ ।୩୧।

ଅନେକ ଯୋଗାଡ଼ମାନ ରାଜା କଲାକ ସମ୍ଭରେ

ଆହାନିକ ସାରିଣ ଭୀମସେନ ବିଜୟେ ମୁଣୋହିରେ ।୩୨।

ଭୋଜନେ ଅତ୍ରିପୁତି ଯାହାର ପୂରଇ ମନୀଷା

ତ୍ରଇଲୋକ୍ୟ ମଧ୍ୟରେ କେ ପୂରାଇବ ତାହାର ଆଶା ।୩୩।

ଭୁଞ୍ଜିଣ ଆଚୋବନ କଲାକ ବୀରମଣି

ତାମ୍ବୋଳ ଯୋଗାଡ଼ହିଂ ଦିଲାକ ନୃପମଣି ।୩୪।

ଶତେ ପୁତ୍ରନ୍ତ ଘେନିଣ ରାଜା ମଦନ ମହାଦେବ

ଆଲଟ ଚାମର ଘେନି ଖଟନ୍ତି ସନ୍ନିଧ୍ୟେ ସଦିଭାବ ।୩୫।

ଶ୍ରୀହସ୍ତେ ଶାଢୀ ଦିଲେ କାଳେବର ହାଥ

ନ ଜାଣୁକି ରାଜନ ହୋ ରାଜୁସି ଯାଗର ବାରତ ।୩୬।

ୟେବେ ଯେତେକ ଅଛନ୍ତି ତୋର ଥାଠ ଯେ ସଇନି

ୟେହିକ୍ଷଣି ଅନକୂଳ କରିଯାଅ ଦେଖା ଦରଶନି ଧନ ଘେନି ।୩୭।

ଆଗ୍ୟାଂ ପରମାଣେ ସେ ମଦନ ମହାଦେବ

ପଞ୍ଜାଶ ସହସ୍ର ରଥେ ରାଜା ପୂରୋଇଲା ପାଣିଦ୍ରବ୍ୟ ।୩୮।

ଚୋଖାର ତୁରଙ୍ଗମ ପବନୁ ବେଗେ ତେଜି

ରଥ ଗଜ ସନ୍ୟ ରାଜା ସମ୍ଭର୍ବ କରି ସାଜି ।୩୯।

ଭୀମସେନ ଦେଖନ୍ତେ ବାହାର ହେଲେ ରାଜାର ସନ୍ୟବଳ

ଅଇଶାନ୍ୟ ମୂରତି ହୋଇ ରାଜା କଲାକ ଅନକୂଳ ।୪୦।

ସଉରାଷ୍ଟ ରାଜ୍ୟ ତେଜି ଚଳିଯାଇ ଭୀମସେନ

କଉଶିକ ଦେଶେ ଯାଇଂ ପ୍ରବେଶ ପବନର ନାନ ।୪୧।

ବିଜୟା ନଦୀର ତୀରେ କଉଶିକ ନଗ୍ର ବସଇ

କନ୍ଦର୍ପସେନ ନୃପତି ମାଧବସେନର ଶିଷ୍ୟଇଂ ।୪୨।

ଦଶ ମର୍ଭୁତ ରଥ ଅଶୀ ମର୍ଭୁତ ହାଥୀ

ବିଶାଶତେ ଖର୍ବ ଅଶ୍ୱ ଚଉଦ କ୍ଷଉଣୀ ପାଦାନ୍ତି ।୪୩।

ବେନିଶତ ପାରିଦଣ୍ଡ ଖଟଇ ଯେ ନୃପତି

ବେନିଶତ ଯୋଜନରେ ସେ ଅଟଇ ଆଧିପତି ।୪୪।

ଭୀମସେନ ବିଜେକଲେ ସେ ରାଜାର ରାଜ୍ୟେ

ଉଦଣ୍ଡ ବୀରତୂର ଟମକ ନିଶାଣ ଯେ ବାଜେ ।୪୫।

ଧାମନ୍ତି ଯୋଦ୍ଧାୟେ ଯେ ମହା ମହା ମଲ୍ଲ

ଉଲୁକାପାତ ପ୍ରାୟେ ବସୁନ୍ଧରୀ ଦଲ ଦଲ ।୪୬।

ବିହଡନ୍ତି ରାଉତେ ଯେ ଚୋଖାର ତୁରଙ୍ଗମ ପରେ ଚଢି

ମହାଗହଳ ଶବଦ ଶୁଭଇ ସିଂଘରଡି ।୪୭।

କଉଶିକ ପର୍ବତେ ପାରିଦଣ୍ଡ ରାଜାମାନେ ଥିଲେ

କାବେରୀ ନଦୀତୀରେ ଆସି ଭୀମସେନକୁ ଓଗାଳିଲେ ।୪୮।

ଆରେ ରହ ରହ ବୋଲିଣ ସେ ଓଗାଳିଲେ ଥାଠ

ମହାନାଗ ଆରୋହିଣ ନିରୋଧ କଲେ ବାଟ ।୪୯।

ଆହୋ ନାମ ସଂକେତ ନାହିଂ ତୁ ଅଟୁ କେଉଂଣ ଦେଶୀ

କେଉଂଣ କାରଣେ ତୁହି ଆମ୍ଭର ରାଜ୍ୟେ ପଶି ।୫୦।

ନ ଜାଣୁ ନୃପତି କନ୍ଦର୍ପସେନ ବୋଲି

ଯମର ଅର୍ଗଳି ଭାଙ୍ଗି କେ ପଶି ପାରଇ ପେଲି ।୫୧।

ପ୍ରତଗ୍ୟାଂ ସାମରଥ ୟେ ପଚ୍ଛିମ ପ୍ରଦେଶେ

ଯୁଦ୍ଧେଣ ବିଧ୍ୱଂସିଲା ଯେହୁ କନାଉଜ ଦେଶେ ।୫୨।

ଭାଙ୍ଗିଣ ଚୂରକଲା ୟେ ଯେ ଅନୁପାମ ଗିରି

ସାଂଗ୍ରାମରେ ଅଙ୍ଗାରପନ୍ନଗ ଯାହାକଇଂ ଗଲା ହାରି ।୫୩।

ଆହୋ ଜରାସନ୍ଧ ରାଜା ଯାହାକଇଂ ନୁଆରିଲା ସାଧି

ତାହାର ଛାମୁରେ ତୁରେ କି ସମାନ ଯୋଧୀ ।୫୪।

ଲୋହାର ଧନୁ ଧରଇ ଚାଳିଶି ସହସ୍ର ବଳ

ନାରାଜ ବିନ୍ଧନ୍ତେ ଯାହାର ଫୁଟଇ ଅଚଳ ।୫୫।

କାମିନୀ କନ୍ଦର୍ପ ବୋଲି ତୋହୋର ଶୁଣିଲା କି ନାହିଂ

ଅପକ୍ଷରୀ ଢଳନ୍ତି ଯାହାର ମୁଖ ଚାହିଂ ।୫୬।

ଯେବେ ତୁ ରାଜା ଆସିଅଛୁ ରାଜ୍ୟକୁ ବନ୍ଧୁପଣେ

ୟେଥେ ରହିଥାଅ ଆମ୍ଭେ ଜଣାଇ ଆସୁଂ ୟେହିକ୍ଷଣେ ।୫୭।

ଶତ୍ରୁତା ପଣେ ଯେବେ ପଶୁ ଆମ୍ଭର ରାଜ୍ୟ

ନିଚୟେ ନାଶକର ପାଞ୍ଜି ପୋଛିଲା ତୋର ଆଜ ।୫୮।

ଅନେକ ପ୍ରତଗ୍ୟାଂ କରନ୍ତି ପୁଣ ପୁଣ

ପରର ପ୍ରତଗ୍ୟାଂ କି ସହଇ ଭୀମସେନ ରାଣ ।୫୯।

ସନ୍ୟ ବଳମାନେ ତାର ଆସୁଛନ୍ତି ମାଡ଼ି

ଧାଇଂଲା ମାରୁତି ଯେ ମନୁ ଉପ୍ରୋଧ ଭାବ ଛାଡ଼ି ।୬୦।

ମୁଦୁଗରେକ ବୁଲାଇ ଭୀମସେନ ପଶିଲା ସମରେ

ଦରାଣ୍ଡି ପିଟିଲା ନେଇ ବଜ୍ର ଯେ ମୁଦୁଗରେ ।୬୧।

ୟେକୁ ୟେକ ପ୍ରହାରକେ ଯେ ପଡ଼ିଲେ ଗଜ ଯୋଧୀ

ଧାଇଂଣ ସଇନି ଯେ ଆକ୍ରୋଶି ଶର ବିନ୍ଧି ।୬୨।

ଯୋଦ୍ଧାୟେ ପଡିଲେ ମତ୍ତଗଜ ପରେ ଘୁମାଇଂ

ଗଡିଲେ ସନ୍ୟମାନେ ଭୂମିରେଣ ନିମଜ୍ଜାଇ ।୬୩।

ନିଶରେ ହାଥଭରି ଯେ ପ୍ରତଗ୍ୟାଂ ଗଳଗାଜି

ପାରିଦଣ୍ଡମାନେ ପଳାଇଲେ ସର୍ବେ ଭାଞ୍ଜି ।୬୪।

ଦଣ୍ଡଭଗ୍ନ ଦେଖିଣ ତାର ଶରଦସେନ ମନ୍ତ୍ରୀ

ତିନିଲକ୍ଷ ମୁକୁଟ ବନ୍ଧା ଯୋଦ୍ଧା ଘେନି ଉଠିଲା ତତକ୍ଷଣାନ୍ତି ।୬୫।

ଆକାଶ ଘୋଟିଲା ତାର ବାଣ ଜ୍ୱାଳାବଳୀ

ଆଦିତ୍ୟ ଗୋପ୍ୟାନ ହୋଇଲେ ସଇନି ଚରଣ ଧୂଳି ।୬୬।

ରାଗ ସାଞ୍ଜୁ ଟୋପର ତାଡ଼େଣୀ ବଜ୍ରସେନ୍‌ହା

ସାସମଲ୍ଲ ପରିଡ଼ା ନାୟେକ ବଡ଼ଜେନା ।୬୭।

ସୁବର୍ଣ୍ଣର ବନ୍ଧା କୁନ୍ତ ଅଷ୍ଟରତ୍ନେ ଖଞ୍ଜି

ଜଳଧର ମେଘେ ଯେହ୍ନେ ସୁରଗିରି ସାଜି ।୬୮।

ଅନୁବ୍ରତେ ତାର ଥାଠ ସାଜିଣ ରାୟେ ଧାୟେଂ

ସାଂଗ୍ରାମେ ଜଗଜ୍ଜିତା ସେ କନ୍ଦର୍ପସେନ ରାୟେ ।୬୯।

ଅନୁବ୍ରତେ ଦ୍ୱନ୍ଦୀ ରାଜା ଜିଣଇ ପରରାଷ୍ଚ

ଖରା ବରଷା ଶୀତେ ତାର ଅନୁବ୍ରତେ ସାଜିଥାଇ ଥାଠ ।୭୦।

ଅନେକ ଯୁଦ୍ଧେ ତେଣେ ପଡ଼ିଲେନି ସନ୍ୟ

ଡରେଣ ମନ୍ତ୍ରୀୟେ ନ କହଇ ୟେସନେକ ବିଧାନ ।୭୧।

ବଡାଇ ଗୁରୁହଂସୀ ସେ କନ୍ଦର୍ପସେନ ବୀରା

ଶୂରବନ୍ତ ପଣ୍ଡିତ ସେ ସାଂଗ୍ରାମେ ଅଟଇ ଧୀରା ।୭୨।

ସାଂଗ୍ରାମେଣ ସଇନି ତାର ଯେ କେହିତ ନ ଘୁଞ୍ଚି

ଭୀମସେନ ବିଘାତରେ ଅନେକ ସଇନି ପଡୁଅଛି ।୭୩।

ଯେବଣ ଭୀମସେନ ସାଂଗ୍ରାମେ ନିର୍ଭୟା

ଶରଣ ନ ରଖଇ ସେ ଦୃଭାର ନିର୍ଦ୍ଦୟା ।୭୪।

ପଳାବନ୍ତି ସଇନି ଯେହ୍ନେ ବାସଭଗ୍ନ ପକ୍ଷୀ

ବ୍ରିକୋଦର ମୂରତି ତାହାର କେ ପାରିବ ଦେଖି ।୭୫।

ଶତଶିଂଗ ପ୍ରସନ୍ନେଣ ବଜ୍ର ଯାହାର ଅଙ୍ଗ

ସମରେ ଅନିର୍ବାରଣ ସେ ରଣେ ନୋହୋଇ ଭଙ୍ଗ ।୭୬।

ଯେସନେକ ମତ୍ତଗଜ ଧାମଇଂ ମୁକୁଳା

ଥାଠକୁ ମନ୍ଥନ କରଇ ତେହ୍ନେ ପବନର ବଳା ।୭୭।

ରମ୍ଭାବନ ଭଗ୍ନ ଯେହ୍ନେ ବାତ ପରଚଣ୍ଡା

ମନ୍ଥିଲା ସଇନି ବଳ ତେହ୍ନେ ପାଣ୍ଡବ କୁଳଷଣ୍ଢା ।୭୮।

ରଥଗଜ ଅଶ୍ୱ ସଇନି ଯେ ପଡିଲେ କୋଟି କୋଟି

ରକତ ମାୟେଂସେ କର୍ଦ୍ଦନ ହୋଇଲାକ ସୃଷ୍ଚି ।୭୯।

ସାତଲକ୍ଷ ରଥ ବତିଶ ଲକ୍ଷ ହାଥୀ

ପାଞ୍ଚକୋଟି ଅଶ୍ୱ ଅଗଣିତା ଯେ ପାଦାନ୍ତି ।୮୦।

ୟେତେକ ସନ୍ୟ ଗୋଡାଇ ପିଟିଲା ବୀର ଭୀମ

ରଥାପି ତାହାର କୋପ ନୋହିଲାକ ଶମ ।୮୧।

ଯୋଦ୍ଧାୟେ ପଳାଇଲେ ସମର ଉପେକ୍ଷି

ବିଶ୍ରାମ ନ କରି ଗଲେ ରାଜାର ତହିଂକି ।୮୨।

ଅବଧାନ କରିବା ଦେବ ଶୁଣିମା କନ୍ଦର୍ପସେନ ଚକ୍ରବ୍ରତୀ

ସମଦଣ୍ଡ ସନ୍ୟ ତୋହୋର ହୋଇଲେ ବିନଶ୍ୟତି ।୮୩।

କାହୁଂ ରଥୀୟେକ ଦେବ ଅଇଲା ଅଦଭୁତେ

ବହୁତ ସଇନ ତୋର ମାଇଲା ଅପ୍ରମିତେ ।୮୪।

ଶୁଣିଣ କୋପାନଳ ନୃପତି କନ୍ଦର୍ପଦେବ

ରେ ରେ କାର କରି ରାଜା ଉଠିଲା ମତ୍ତଗର୍ବ ।୮୫।

କୁଠାର ଆୟୁଧ ଘେନି କନ୍ଦର୍ପସେନ ରାୟେ

ଅଶ୍ୱେକ ଚଢିଲା ରାଜା ଉଚ୍ଚୈଶ୍ରବା ପ୍ରାୟେ ।୮୬।

ବାମ ଡାହାଣରେ ତାର ଲାଗିଛନ୍ତି ପଞ୍ଜମର୍ଭୁତ ରଥୀ

ବିଦ୍ୟାଧରବୃନ୍ଦ ପ୍ରାୟେ ସମସ୍ତେ ଦିଶନ୍ତି ।୮୭।

ବିରାଜନ୍ତି ମୁକୁଟ ଯେ ଝଲକନ୍ତି ଅସିବରେ

ଡାକନ୍ତି ହାକନ୍ତି ସେ ଶବଦେ ରେ ରେ କାରେ ।୮୮।

ଧୂରୁଂ ଦେଖିଲା ସେ ପ୍ରତଗ୍ୟାଂ ବ୍ରିକୋଦର

ରଥ ଛାଡି ଡେଇଂ ପଡିଲା ଭୂମିର ।୮୯।

କାଳଚକ୍ର ପ୍ରାୟେକ ବୁଲାଇ ବେନି ଆଖି

ଶାମଳ ଦେଖି ଯେହ୍ନେ ଧାମଇ ବକପକ୍ଷୀ ।୯୦।

ସମସ୍ୟା ନାହିଂ---- ଯେ ଗଦା ବୁଲାଇ ପିଟି

ପଡ଼ନ୍ତେ ଗଣ୍ଡସ୍ଥଳେ ଗଜେ ଯାଆନ୍ତି ଧୂଳି ଉଠି ।୯୧।

ବାଲମିକ ବୋଲି କନ୍ଦର୍ପର ସେନାପତି

ଆଗିଆଣି ହୋଇଥିଲା ସଙ୍ଗେ ପଞ୍ଚ ଅହିବ୍ରତ ହାଥୀ ।୯୨।

ପ୍ରଥମେ ଭେଟିଲା ତାହାକଇଂ ବ୍ରିକୋଦର ଜେନା

ଗଦାବର ବିଘାତେ ସେ ହୋଇଗଲା ଚୂନା ।୯୩।

ଅସ୍ଥି ମାଂସ କିଛିହିଂ ନ ରହିଲା ପ୍ରହାରେ

ଦେଖିଣ ଧାଇଂଲା ସେ କନ୍ଦର୍ପସେନ ନୃପବରେ ।୯୪।

ରାଜାର ଧାମନ୍ତେ ସେ ଉଠିଲେ ସର୍ବଯୋଧୀ

ଆକର୍ଣ୍ଣ ପୂରୋଇ ଅନିର୍ବାରଣ ଶରବିନ୍ଧି ।୯୫।

ସାଂଗ୍ରାମେ ଦେଖି ଯାହାର ଦୁଗୁଣ ଉଷତ

ଦୁସହ ସାଂଗ୍ରାମେ ଯେହୁ ଅଟଇ ନିର୍ଭୀତ ।୯୬।

ସିଂଘରଡି ଦେଇ ଭୀମସେନ କୋପେ ଉଠି

କନ୍ଦର୍ପସେନ ସଇନିକି ଗଦାଘାତେ ପିଟି ।୯୭।

ଯେସନେକ ଆକ୍ରୋଷି ଧାମଇଂ ମତ୍ତବ୍ୟାଘ୍ର

ଦେଖିଣ ସଇନିୟେ ହୋଇଲେ ବେନିଭାଗ ।୯୮।

ପ୍ରହାର କରଇ ବୀର ବାମ ଦକ୍ଷିଣର ଖେଦୀ

ପଡ଼ିଲେ ଅନେକ ବଳ ବହଇ ରତକ ନଦୀ ।୯୯।

ରୋଧିରେ ବୁଡ଼ିଲା ଯେ ଆପଣାର ଶରୀର

ମନ୍ଦାର ପୁଷ୍ୟ ପ୍ରାୟେକ ଦିଶଇ ବ୍ରିକୋଦର ।୧୦୦।

ସଇନି ଭାଜିଲେ ସେ ବୁଲାବନ୍ତେ କାଳଦଣ୍ଡ

କନ୍ଦର୍ପ ସେନ ଉପରେ ଗଦାପ୍ରହାର କଲାକ ପାଣ୍ଡବ ପ୍ରଚଣ୍ଡ ।୧୦୧।

ଭୀମସେନ ଗଦାପଡ଼ି ତାହା ଚୂରଗଲା ରଥ

ଧାଇଂଲା ପାଦଗତି ସେ ପ୍ରତଗ୍ୟାଂ ସାମରଥ ।୧୦୨।

ବେନି ମାତଙ୍ଗ ଯେହ୍ନେ ସାଂଗ୍ରାମେ ନ ଘୁଞ୍ଚି

ଚତୁର୍ଦ୍ଦନ୍ତ ଲାଗନ୍ତେ ଯେହ୍ନେ ଘୋର ଶବଦ ଶୁଭୁଅଛି ।୧୦୩।

ବେନି ପଡ଼ିତାଳ ଯେହ୍ନେ ଓହୋବଳ ମହାଯୁଦ୍ଧେ

କନ୍ଦର୍ପସେନ ପିଟିଲା ଭୀମସେନକୁ କୋଠାରେ ଆୟୁଧେ ।୧୦୪।

ବାମଅଙ୍ଗ ପାତିଲା ସେ ପାଣ୍ଡବ ସୁନ୍ଦର

ଅଙ୍ଗେ ପଡ଼ି ଚୂର ହୋଇଲା ସେ ବଜ୍ର ଯେ କୋଠାର ।୧୦୫।

ଆୟୁଧ ଭାଜନ୍ତେ କନ୍ଦର୍ପସେନ ହୋଇଲା ଶୂନ୍ୟହାଥ

ଭୀମସେନକଇଂ ଆକ୍ରୋଷି ଧଇଲା ଅଭୟେ ବଳବନ୍ତ ।୧୦୬।

ଭୀମସେନକଇଂ କୋଳକରି ଧଇଲା ବେନିଭୂଜେ

ଆକ୍ରୋଷି ବଜ୍ରମୁଥେ ମାଇଲାପବନ ଆତ୍ମଜେ ।୧୦୭।

ଭୀମସେନର ମୁଥଘାତ ପଡ଼ିଲା ତାର ଶିରେ

ମୃଚ୍ଛାଗତ ହୋଇ ରାଜା ପଡ଼ିଲା ଭୂମିରେ ।୧୦୮।

ରାଗେଣ ଗଦା ବୀର ପ୍ରହାର କଲା ତୋଳି

କନ୍ଦର୍ପସେନର ଅସ୍ଥିମାଂସ ହୋଇଲାକ ସର୍ବ ଧୂଳି ।୧୦୯।

ରାଜାର ପଡ଼ନ୍ତେ ପଳାଇଲେ ସମସ୍ତ ପାରିଦଣ୍ଡେ

କନ୍ଦର୍ପସେନ ରାଜାର ପୁତ୍ର ହାଦେଦଣ୍ଡ ଯେ ପ୍ରଚଣ୍ଡେ‌ ।୧୧୦।

ବେନି ପୁତ୍ରେ ଧାଇଂଲେ ମହାନାଗନ୍ତ ଆରୋହୀ

ଭୀମସେନ ଛାମୁରେ ଶହସ୍ତ୍ର ପୂରୋଇନ୍ତି ରହି ।୧୧୧।

ବିନ୍ଧନ୍ତି ନାରାଜ ଯେ ଲୋହଶର ତୀକ୍ଷମୁନା

ଗର୍ଜିଣ ଧାମଇଂ ସେ ବୀର ବ୍ରିକୋଦର ଜେନା ।୧୧୨।

ବେନି ଗଦା ବୁଲାଇ ପିଟିଲା ସେ ହାଥୀର କୁମ୍ଭସ୍ଥଳେ

ଦୁଇ ମହାନାଗେ ସେ ପଡ଼ିଲେ ୟେକାବେଳେ ।୧୧୩।

କୋପେ କୋପାନଳ ଭୀମ ଅଧରେ ଦନ୍ତ ଚାପି

ବେନି କୁମରଂକ କେଶ ଧଇଲା ମହାକୋପୀ ।୧୧୪।

ତୋଳିଣ କଚାଡ଼ନ୍ତେ ସେହି ବେନି କୁମାରନ୍ତ

ମରୁତ ସାରଥି ଧଇଲା ଭୀମସେନର ହାଥ ।୧୧୫।

କୋପ ଶାନ୍ତିକର ବାବୁ ପାଣ୍ଡବ ପଞ୍ଚାଣ

ବାଳୁତ କୁମର ୟେହାନ୍ତ ତୁ ନ ମାର ଯେ ରଣ ।୧୧୬।

ପିତାକୁ ୟେହାର ନାଶ କଲୁ ରଣେ ମଧ୍ୟେ

ୟେହାକଇଂ ରାଜା କରିବା ୟେହି ରାଜ୍ୟ ସଧ୍ୟେ ।୧୧୭।

ସାରଥି ବଚନେ ସେ ଛାଡିଲା କୁମାରଂକ ବାଳ

ସେ ଚଣ୍ଡ ପ୍ରଚଣ୍ଡ ପଡିଲେ ଭୀମସେନର ପାଦତଳ ।୧୧୮।

ଗଳାରେ କୋଠାର ଦେଇ ଦନ୍ତେ ତିରଣ ଘେନି

ସ୍ୱାମୀ ଶରଣ ଉଦ୍ଧାରଣ ତୁ ପାଣ୍ଡବ ପାବେନି ।୧୧୯।

ଦୁଖୀଜନ ନିସ୍ତାରଣ ତୁ ଶରଣ ରଖନ୍ତା

ଦ୍ରଶନେ ମୁକତ ସ୍ୱାମୀ ପ୍ରସନ୍ନେ ବରଦ୍ୟନ୍ତା ।୧୨୦।

ନ ଜାଣି ଦୁଷ୍ଟ ବୁଦ୍ଧି କଲା ମୋର ପିତାମହ

ଜଗବନ୍ଧନ ସ୍ୱାମୀକି ସେ ଚିନ୍ତିଲାକ ଦ୍ରୋହ ।୧୨୧।

ସ୍ୱାମୀ ଆପଣାର କଲା କଥା କରମ ସିନା ବୋଲି

ପ୍ରତକ୍ଷେ ଶ୍ରୀ ନାରାୟଣ ବର୍ଣ୍ଣ ଚିନ୍‌ହ ତୋହୋରେ ଦେଖିଲି ।୧୨୨।

ଅକାରଣକଇଂ କାରଣ ନାଥ ଦୁଖୀଜନଂକୁ କଲୁ ରକ୍ଷା

ଭଗତଜନ ମତ୍ସଳ ତୁ ପୂରାଅ ମନବାଞ୍ଛା ।୧୨୩।

ଅନେକ ସ୍ତୁତି କରନ୍ତି କନ୍ଦର୍ପସେନ ବେନିପୁତ୍ର

ଅରୁଣ ଉଲ୍ଲୋଳ ପ୍ରାୟେ ବହଇ ବେନିନେତ୍ର ।୧୨୪।

କଷ୍ଟ ଦେଖି ଦୟା କଲା ପାଣ୍ଡବ ପାବେନି

କୋଳେ ବସାଇଲା ନେଇ କନ୍ଦର୍ପସେନର ପୁତ୍ର ବେନି ।୧୨୫।

ଶୋକ ଛାଡ଼ରେ ବାବୁ ନାଶଗଲା ତୁମ୍ଭ ପିତା

ମୁହିଂ ସେ ତୁମ୍ଭନ୍ତ ରେ ରଖନ୍ତା ଉଦ୍ଧାରନ୍ତା ।୧୨୬।

ୟେହି ରାଜ୍ୟେ ରାଜାପଣ ହାଦେ ଦେବଇଂ ମୁହିଂ ତୋତେ

ସମସ୍ତ ନୃପତି ତୋତେ ଖଟିବେ ବଶ୍ୟାବୃତେ ।୧୨୭।

ରତ୍ନମଣି ମୁକୁଟ କୁଣ୍ଡଳ ଝୁମ୍ପା ତାଡ଼ ତୋଢର ସରଳ ଜଗଦଳା

କଣ୍ଠେଣ ମାରୁତି ଲମ୍ବାଇଲା ରତ୍ନମାଳା ।୧୨୮।

ପାତ୍ର ଅମାନତ୍ୟନ୍ତ ସନ୍ନିଧ୍ୟେ ହକାରି

ଶ୍ରୀହସ୍ତେ ମାରୁତି ଯେ ଆପଣେ ଦିଲା ଶାଢୀ ।୧୨୯।

ଆହୋ ଯେମନ୍ତ ହୋଇ ଖଟିଥିଲ କନ୍ଦର୍ପସେନ ନୃପତି

ୟେ ଚଣ୍ଡ ପ୍ରଚଣ୍ଡସେନକୁ ସେହିମତି ହୋଇଥିବ ଭଗତି ।୧୩୦।

ଯେ ଅବା ୟେହାକୁହିଂ ମେନ କରିବ ବିକୃତି

ନିଚୟେଂ ପ୍ରାଣେ ତାକୁ ମାରିବି ୟେ ମୋହୋର ସତ୍ୟି ସତ୍ୟି ।୧୩୧।

ପିତାର ପ୍ରେତକାର୍ଯ୍ୟ ସାରି ୟେହାକୁ ଘେନିଯାଅ ଇନ୍ଦ୍ରପ୍ରଶସ୍ତେ

ଥାଠ ସନ୍ୟ ଘେନିଣ ଯାଅ ଯୋଦ୍ଧା ପାତ୍ର ଅମାନତ୍ୟଂକ ସହିତେ ।୧୩୨।

 

Unknown

ଭୀମଙ୍କର ସୁଜାଣେଶ୍ୱର ରାଜାଙ୍କୁ ନିମନ୍ତ୍ରଣ ଓ ଅଶ୍ୱିନୀକୁମାରଙ୍କ ଜନ୍ମ

ଚଣ୍ଡସେନକଇଂ ତହିଂ କଲେକ ନିମନ୍ତ୍ରଣ

ତହୁଂଣ ଦଣ୍ଡ ଘେନିଣ ବିଜୟେ ପ୍ରତଗ୍ୟାଂ ଭୀମସେନ ।୧।

ଡାହାଳ ଦେଶରେ ଯାଇଂ ପ୍ରବେଶ ହୋଇଲେ ମାରୁତି

ସେ ରାଜ୍ୟରେ ଠାକୁର ସୁଜାଣେଶ୍ୱର ଚକ୍ରବ୍ରତୀ ।୨।

ଜାନକୀ ନାମେ ୟେକ ନଦୀ ଯେ ଗୋଟିୟେ

ଆକାଶ ବାହିନୀ ସେ ଦିଶଇ କ୍ଷୀରବର୍ଣ୍ଣ ପ୍ରାୟେ ।୩।

ସେ ନଦୀର ତୀରେ ଡାହାଳ ଦେଶ ଯେ ବସଇ

ରଥ ଗଜ ନାହିଂ ରାଜାର ଅଶ୍ୱ ପଞ୍ଚାଶ ମର୍ଭୁତରେ ।୪।

ପାଦାନ୍ତି ଆଦିକରି ସମସ୍ତେହେଂ ଅଶ୍ୱ ଚଢି

ଧାନୁକୀ ଚକ୍ର ଚୂଡାମଣି ସେ ତୀରେ କମାୟେଣ ଧରି ।୫।

ସତ୍ୟଯୁଗେ ବିରଞ୍ଚି ସଂଗ୍ୟାଂରେ ରତି ସଞ୍ଚି

ତେଣୁ କରି ସେ ରାଜ୍ୟରେ ଅଶ୍ୱେ ଉପୁଜନ୍ତି ।୬।

ବଡାଇ ସମ୍ପଦ ରାୟେ ବିଶାଶତେ ପାରିଦଣ୍ଡ

ସାଂଗ୍ରାମେଣ ସେ ନୃପତି ଅଚାର୍ଗଳ ଦର୍ପଷଣ୍ଢ ।୭।

ସଜାଉ ଉତ୍ତାଉଳ ବୀରତୂର ଟମକ ନିଶାଣ ବାଜେ

ଦଣ୍ଡ ଘେନି ମାରୁତି ପ୍ରବେଶ ଡାହାଳ ଦେଶ ରାଜ୍ୟେ ।୮।

ଡଗର ବାରତା କଲା ଶୁଣିମା ସୁଜାଣ ଚକ୍ରବତୀ

ସ୍ୱାମୀ ରାଜ୍ୟରେ ପଶୁଛି ଦେବ କେଉଂଣ ଦେଶର ନୃପତି ।୯।

ବହୁତ ପ୍ରତଗ୍ୟାଂ ଦେବ ଅଚାର୍ଗଳା ମହାରଥା

ପଛିମ ଦିଗେ ଚମକ ପଡ଼ଇ ତାର କଥା ।୧୦।

ସ୍ୱାମୀ କନ୍ଦର୍ପସେନକଇଂ ରାଜା କଲାକ କଉଶିକ ଦେଶେ ପଶି

ୟେବେ ଆମ୍ଭର ରାଜ୍ୟେ ପ୍ରବେଶିଲା ସେହୁ ଆସି ।୧୧।

ସହସ୍ରେକ ରଥ ତୁଲେ ଦୁଇ ସହସ୍ର ମାତଙ୍ଗ

ପାଞ୍ଚ ସହସ୍ର ଅଶ୍ୱ ଯେ ଚୋଖାର ତୁରଙ୍ଗ ।୧୨।

ଦଶ ଅହିବ୍ରତ ପାଦାନ୍ତି ବେନି ଅହିବ୍ରତ ପାଟଛତ୍ର

ଅହିବ୍ରତେକ ବୀରତୂର ପଡଇ ଶବଦ ଅପ୍ରମିତ ।୧୩।

ରାଜ୍ୟରେ ପଶିଲା ଦେବ ୟେସନେକ ସମ୍ପଦେ

ଭୁବି ଭୁବନ କମ୍ପଇ ଦେବ ଟମକ ନିଶାଣର ନାଦେ ।୧୪।

ଚାରଗଣ ଅଭିମୁଖେ ସନ୍ଦେଶ ବାରତା ପାଇ

ଆଗ୍ୟାଂଦିଲା ନୃପତି ପାତ୍ରଗଣନ୍ତ ହକରାଇ ।୧୫।

ଆଗିଆଣି ଥାଠ ତାର ସାଂଗ୍ରାମେଣ ବିଜୟେ

ତାହାକଇଂ ରାଇ ଆଗ୍ୟାଂ ଦିଲା ସୁଜାଣେଶ୍ୱର ରାୟେ ।୧୬।

ରାଜାର ବଚନେ ତହୁଂ ଚଳିଲେ ସଇନି

ବିଜିଘୋଷ ଦାଉଣ୍ଡି ଶୁଭଇ ମଧୁର ଘୋଷଧୁନି ।୧୭।

ମତୁଆଳ ବାଦ୍ୟ ଯେ ବାଜଇ ମହୁରୀ ରାମତାଳି

ଚାଲନ୍ତି ଖୁରୁଷାଣୀ ଦିଅନ୍ତି ହୁଳହୁଳି ।୧୮।

କିଳିକିଳା ନାଦ କରି କୋଠାର ଆୟୁଧ କରେ

ଆସି ଓଗାଳିଲେ ସଇନି ନଗର ବାହାର ଦ୍ୱାରେ ।୧୯।

କୋନ୍ତ ବୁଲାଇ ବିହଡ଼ନ୍ତି ଭୀମସେନ ରାଉତେ

ଗଜନ୍ତ ଦେଖାଇ କରି ଧୁଆନ୍ତି ମାହୁନ୍ତେ ।୨୦।

ସେନ୍‌ହା ଟୋପରମାନେ ଯେ ଅଭେଦ ତାଡ଼େଣୀ

ଝଲକନ୍ତି ଲାଂକିଆ ଯେ ବିଜୁଳି ତ୍ରାସ ଜାଣି ।୨୧।

ରଣେ ଅନିର୍ବାରଣ ଯେ ପାଣ୍ଡବ ମହାବୀରା

ପୃଥୀ ଦେବୀ ନ ସହଇ ଯାହାର ପାଦଭରା ।୨୨।

ଦୟା କରାଇ ସେହୁ ଶରଣ ବୋଇଲେ

ପ୍ରାଣେ ନ ଥୁଅଇ ସେ ଉଚ୍ଚବାଚ ହୋଇଲେ ।୨୩।

ମାରରେ ବୋଲିଣ ସେ ଭୀମସେନ ଦିଲା ଆଗ୍ୟାଂ

ମୋହୋର ଛାମୁରେ ୟେହାର ୟେଡ଼େକ ପ୍ରତଗ୍ୟାଂ ।୨୪।

ସିଂଘ ଯେ ଅଟଇ ବନସ୍ତର ଆଧିପତି

ମୁହିଂ ଯେ ପଚ୍ଛିମ ଦିଗ ଠାକୁର ଅଟଇ ୟେକଛତ୍ରୀ ।୨୫।

ଯଦ୍ୟପି ମତ୍ତଗଜ ରେ ହୋଇବା କୋପକାରୀ

ତାହାନ୍ତ ଗଣଇ କିରେ ବିକ୍ରମକେଶରୀ ।୨୬।

କାଳଚକ୍ର ପ୍ରାୟେକ ବିକାଶଇ ବେନିଦୃଷ୍ଟି

ରଣରଙ୍ଗ ସୋହୋଡ଼ ସେ ସାଂଗ୍ରାମେଣ ଯାଇଂ ଉଠି ।୨୭।

କରପତ୍ର ଯୋଡିଣ ସେ ବୋଲନ୍ତି କାଳକୃତାନ୍ତକ ସେନାପତି

ଆମ୍ଭର ଥାଆନ୍ତେ କିମ୍ପେ ସାଂଗ୍ରାମକୁ ପଶ ଧାତି ।୨୮।

ଭୀମସେନ ବୋଇଲା ବାବୁ ମୋହୋର ଅଳପ ସଇନି

ପଞ୍ଚାଶ ସହସ୍ର ରାଜାନ୍ତ ସାଧି ବରିବି ତୁମ୍ଭନ୍ତ ଘେନି ।୨୯।

ବାହୁଡାଇ ଥାଠ ଯେବେ ନିଅଇ ଅକ୍ଷୋଭେ

ତେବେ ସେ ସୁଦୟା ମୋତେ କରିବେ ଶ୍ରୀ ବାସୁଦେ‌ବେ ।୩୦।

ୟେଥୁ ଯେବେ ଗୋଟିୟେ ହୋଇବେ ପରମାଦି

ସମସ୍ତ କାର୍ଯ୍ୟ ମୋର ହୋଇବ ଅସାଧି ।୩୧।

ଚାରିଦିଗକୁ ଯେତେ ବରଣ ସହଦେବର ପାଞ୍ଜି

ତହୁଂ ଗୋଟିୟେ କ୍ଷୟ ହୋଇଲେ ସଭାରେ ହୋଇବା ଅପଗଞ୍ଜି ।୩୨।

ଆହେ ମେରୁକୁ ଆଶ୍ରେ ହୋଇଲ ତୁମ୍ଭେମାନେ

ଅନେକ ତୀର୍ଥକରି ନେମଇଂ ହସ୍ତିନା ଭୁବନେ ।୩୩।

ସମସ୍ତ ସଇନି ବୋଇଲେ ତୁମ୍ଭର ଜୀବନ ସାଧୁ ସାଧୁ

ସ୍ୱାମୀ ଆମ୍ଭର ଆୟୁଷ ଘେନି ବ୍ରତ ଲକ୍ଷ୍ମି ନ ଛାଡୁ ତୋର କନ୍ଧୁ ।୩୪।

ଭୀମଂକ ପ୍ରତଗ୍ୟାଂ ଶୁଣି ଉଠିଲେ ସଇନି

ବାହାନାଦ ଶବଦରେ କମ୍ପିଲା ମେଦିନୀ ।୩୫।

ଥାଠକଇଂ ପିଠି ରକ୍ଷା ହୋଇଲେକ ବୀର ଭୀମ

ଧାଇଂଲେ ମତ୍ତାର ବଳ ପଶିଲେ ସାଂଗ୍ରାମ ।୩୬।

ଅସୁରନ୍ତ ଦେଖି ଯେନ୍‌ହେ ଧାଆନ୍ତି ଯୋଗୀମାନେ

ତେସନେକ ସରୂପ ଦିଶନ୍ତି ଭୀମସେନର ସଇନ୍ୟେ ।୩୭।

ଦୁସହ ସାଂଗ୍ରାମେ ବୀରେ ପଶିଲେକ ବେଗେ ଯାଇଂ

ତର୍ଜନ୍ତି ଗର୍ଜନ୍ତି ସଇନ୍ୟେ ମୁଖରାବ ଦେଇ ।୩୮।

ଦେଖିଣ ତ୍ରାସିଲେ ଡାହାଳ ଦେଶର ସଇନି

ଭୟେଣ ଭାଜି ପଳାବନ୍ତି ଯେ ଯାହା ପ୍ରାଣ ଘେନି ।୩୯।

ସମରେ ପଶିଲା କାଳଦଣ୍ଡ ଦୀକ୍ଷାଗୁରୁ

ରଣେ ଅଭୟା ସେ ସୋହୋଡ଼ ସୁନ୍ଦର ମହାମେରୁ ।୪୦।

ଡାହାଳ ଦେଶର ସଇନିୟେ ତ୍ରାସେଣ ପଳାବନ୍ତି

ପାଣ୍ଡବ ବଳ ସଇନି ଗୋଡ଼ାଇ ପିଟୁଛନ୍ତି ।୪୧।

ତିନିଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼

ଭିତର କଟକେ ଯାଇଂ ପ୍ରବେଶ ବ୍ରିକୋଦର ।୪୨।

ସଇନି ପଳାବନ୍ତେ ଯେ ସୁଜାଣେଶ୍ୱର ନୃପତି

ଜଗତର ଉପରୁ ରାଜା ଡେଇଂ ପଡିଲାକ ଧାତି ।୪୩।

ଆରେ ରହ ରହ ବୋଲି ସେ ସବୁନ୍ତି ପ୍ରବୋଧି

ମହାବାରୁୟେକ ଚଢି ସେ କ୍ଷେପଇ ମହାଯୋଧୀ ।୪୪।

କରେଣ ଶୋଭାବନ ତାର ତୀର କମାୟେଣ

ଓହୋମୁଖେ ଭେଟିଲା ସେ ନୃପତି ସୁଜାଣ ।୪୫।

ରଥ ଚଢି ଭୀମସେନ ଅଛଇ ଉଭାହୋଇ

ଛାମୁରେ ମହାରାଜା ମିଳିଲା ତାର ଯାଇଂ ।୪୬।

ଆହୋ ମହାତ୍ମା ତୁ କେଉଂଣ ଦେଶର ରଥୀ

ୟେ ମୋହୋର ଥାଠ କିମ୍ପେ ମାଇଲୁ ଅନମିତି ।୪୭।

ତୋହୋର ମୋହୋର ତ ବିବାଦ ନାହିଂ ପୂର୍ବେ

ଅନମିତେ ସଇନି ମୋହୋର ନାଶିଲୁ ଅଭାବେ ।୪୮।

ମନ୍ଦାର ଜାଣି ତତୁଲ୍ୟ ତୋହୋର ଯେ କାୟେ

ପ୍ରତକ୍ଷେ ଦିଶୁଅଛି ବାବୁ ଅନଙ୍ଗ ରୂପ ପ୍ରାୟେ ।୪୯।

କି ଅବା ଆକାଶ ତେଜି ଅଇଲେ ଆଖଣ୍ଡଳ

ମାନବ ହୋଇ ବାବୁ ତୋହୋର ଜୀବନ ସୁଫଳ ।୫୦।

ସମସ୍ତ ରାଜାଂକର ମୁଂ ଅଟଇ ଗଉରୋବି

ଅଶ୍ୱ ବଣିଜାର ଯେତେ ଲୋଡୁ ତେତେକେ ତୋତେ ଦେବି ।୫୧।

ତିନିଶତ ଯୋଜନ ୟେ ମୋହୋର ମନୋହର ବନ

ଅଶ୍ୱିନୀକୁମାରଂକର ୟେ ଅଟଇ ଜନ୍ମ ।୫୨।

ଆକାଶ ବାହିନୀ ୟେହି ନଦୀ ଧବଳାଙ୍ଗୀ

ସରସ୍ୱତୀ ଧାର ୟେ ଗଙ୍ଗା ଯମୁନା ମଧ୍ୟସଙ୍ଗୀ ।୫୩।

ଆକାଶ ବାହିନୀ ୟେ ବହଇ ମେରୁ ମେଖଳି

ଦିବାରାତ୍ରେ ବହୁଥାଇ କ୍ଷୀରବର୍ଣ୍ଣ ଓଳି ।୫୪।

ସତ୍ୟଯୁଗେ ସଂଗ୍ୟାଂ ତୁଲେ ଆଦିତ୍ୟ ପୀରତି

ସଂଗ୍ୟାଂ ସହି ନୁଆରିଲା ଅନନ୍ତ ଆଦିତ୍ୟର ମୂରତି ।୫୫।

ମହାରଶ୍ମି ସହି ନୁଆରିଲା ମହାମାୟା

ଶରୀରୁଂ ଜାତକଲା ସେ ଦେବୀ ସରୂପେଣ ଛାୟା ।୫୬।

ସଂଗ୍ୟାଂର ସରୂପ ସେ ଦିଶଇ ଅପୂର୍ଣ୍ଣା

ସଂଗ୍ୟାଂର ଶରୀରୁ ଜାତକଲା ତାର ରୂପ ସିନା ।୫୭।

ଆଦିତ୍ୟେ ସମର୍ପିଲା ସେ ଛାୟା କନ୍ୟାକୁ

ତ୍ରାସେଣ ଗଲା ଦେବୀ ମେରୁ ପଛିମ ପାରୁଶକୁ ।୫୮।

ଯେଉଂଣ ଠାବକୁ ତେଜ ନ ଲାଗଇ ଅଂଶୁମାଳୀ

ତହିଂ ଯାଇଂ ଗୋପ୍ୟାନ ହୋଇଲା ମେରୁମେଖଳୀ ।୫୯।

ଛାୟା ଖଟିଲା ସେ ଆଦିତ୍ୟର ପ୍ରକୃତି

ସଂଗ୍ୟାଂହୁଂ ଅନେକ ଖଟିଲେ ଦିବାରାତି ।୬୦।

ଛାୟାୟେ ଭାବ ସ୍ୱାମୀଂକର ବଢିଲା ଅପ୍ରମିତେ

ଛାୟା ଖଟି ମନାଇଲା ତିନିମନୁ ପରିଯନ୍ତେ ।୬୧।

ବିରଞ୍ଚିନାରାୟଣ ତାହା ନୁଆରିଲେ ଜାଣି

ସଂଗ୍ୟାଂଉଂ ଅନେକ ଭଗତେ ସେ ଖଟଇ ରମଣୀ ।୬୨।

ଯମ ଶନିଶ୍ଚର ଯେ ଆଦିତ୍ୟଂକ ପୁତ୍ର ବେନି

ଦିନେକ ଖେଳୁଥିଲା ଯମ ତିମିରି ବିଦାରଣ ମଣି ଘେନି ।୬୩।

ଦେଖିଣ କୋପ ଜାତ ତାକୁ କଲେ ଦେବୀ ଛାୟା

ଭ୍ରଚ୍ଛନା ବୋଲି ମଣି ଉଛୁଡ଼ି ଘେନିଲେ ମହାମାୟା ।୬୪।

ଅଞ୍ଚଳ ଧରିଣ ଯମ ଯାଇଂ ଓଗାଳିଲା ଆଗେ

ଛାୟାକଇଂ ବାମପାଦ ମାଇଲା ଯାଇଂ ବେଗେ ରାଗେ ।୬୫।

ମୃଚ୍ଛାଗତ ପ୍ରାୟେ ହୋଇ ପଡିଲେ ଦେବୀ ଛାୟା

ଆରେ ପୁତ୍ର ହୋଇକରି ତୋର ହିଆ ୟେଡେକ ନିର୍ଦ୍ଦୟା ।୬୬।

ମୁହିଂ ତୋର ପରମଗୁରୁ ତୁ ମୋତେ ଯେଉଂଣ ପାଦେ ବଧି

ସେହି ପାଦେ ହୋଉ ତୋର ଗଳୁତ କୁଷ୍ଠ ବ୍ୟାଧି ।୬୭।

ସେ ଅପର୍ଣ୍ଣା ଶାପ ହାଦେ ଯାଇ କି ମେଣ୍ଟଣ

ସେ ଯମର ପାଦେ କୁଷ୍ଠ ବ୍ୟାଧି ହୋଇଲା ତତକ୍ଷଣ ।୬୮।

ଗଳଇ ପାଦରୁ ଯେ ରକତ ପୂଜ ଫୁଟି

କାନ୍ଦଇ ନାଶକର ଯେ ଭୂମିରେଣ ଲୋଟି ।୬୯।

ଦିନେକ ପ୍ରତିକ୍ଷଣ କରି ଅଇଲେ ଅଂଶୁମାଳୀ

ହିରଣ୍ୟଗର୍ଭ ପୁରୁଷ ଅଇଲେ ଦେବ ଚଳି ।୭୦।

ସନ୍ନିଧ୍ୟେ ପ୍ରବେଶ ହୋଇଲେ ଦେବ ନିଜ ଭୁବନେ

ଯମର କ୍ରୋଧ ଦେଖି ପଚାରନ୍ତି ସୁବିଧାନେ ।୭୧।

କୋଳେଣ ଧଇଲେ ଦେବ ତ୍ରଇଲୋକ୍ୟର ନିଧି

ଦେଖିଣ ଯମର ପାଦେ ଗଳୁତ କୁଷ୍ଠ ବ୍ୟାଧି ।୭୨।

ଦୁର୍ଗନ୍ଧ ଗନ୍ଧାଇ ବହୁତ ବହୁଅଛି ଶୋଣିତ

ଆରେ ମହାତେଜ ପୁତ୍ର ଗୋଟିକି ମୋର କେ କଲା ୟେମନ୍ତ ।୭୩।

ପିତାର ଛାମୁରେ କହିଲେ ଯମ ଦଇବତେ

ସ୍ୱାମୀ ମାତାୟେ କୋପକରି ଶାପ ବିହିଲେ ମୋତେ ।୭୪।

ଶୁଣିଣ ଆଶ୍ରିଜ ହୋଇଲେ କମଳଲୋଚନ

ମାତାଂକର ପୁତ୍ରଠାରେ କେହ୍ନେ ହୋଇଲା କୋପମନ ।୭୫।

ବାଳୁତ ନନ୍ଦନ ୟେ ଦୁଷ୍ଟପ୍ରକୃତି କୋପ ମୂର୍ଖ

ଖେଳନ୍ତା ନନ୍ଦନ ଯେ ମାତାଂକୁ ଦିଅନ୍ତି ଅନେକ ଦୁଖ ।୭୬।

ବହୁତ ବିମୁଖେ ଗାଳି ଦିଅନ୍ତି ଯେ ମାୟେ

କେହୁଣସି କାଳେ ପୁତ୍ରଂକୁ ନ ପଡ଼ଟି ଅପଚୟେ ।୭୭।

ମାତାଂକର ଶାପ ଯେବେ ପଡ଼ି ପୁଅକୁ

ଆଉର କି ବାଟ ଅଛି ପୁତ୍ର ବୁଡ଼ିବାକୁ ।୭୮।

ମନେ ମନେ ବିଚାରନ୍ତି ଯେ ଗଗନବିହାରୀ

ୟେ ଅବା ପୁତ୍ରଂକର ନୋହୋଇ ଗର୍ଭଧାରୀ ।୭୯।

ଗର୍ଭଧାରୀ ମାତାର ଶାପ କି ହୋଇବ ୟେମନ୍ତ

ମନରେ ପରମ ଶାନ୍ତି ସ୍ୱାମୀ ଚିନ୍ତିଲେ ଅନନ୍ତ ।୮୦।

ଧ୍ୟାନେଣ ଜାଣିଲେ ପ୍ରଭୁ ଦିନକର ବନ୍ଧୁ

ବିଚାରିଣ ବୋଇଲେ ଛାୟା ଜୀବନ ତୋର ସାଧୁ ।୮୧।

ସଂଗ୍ୟାଂ ସହି ନୁଆରିଲା ମୋହୋର ୟେ ଜ୍ୟୋତି

ତିନିମନୁ ପରିଯନ୍ତେ ତୁ ଖଟିଲୁ ମୋହୋର ପ୍ରକୃତି ।୮୨।

ଦେବସ୍ତିରୀକଂର କୁଳକୁ ୟେ ତୋ ମହିଂମା ଦୁଲଭ

ମନୁକଳ୍ପ ପରିଯନ୍ତେ ମୁଂ ଛାୟାର ବଲ୍ଲଭ ।୮୩।

ଧ୍ୟାୟେଣ ଚିନ୍ତିଲେ ସ୍ୱାମୀ ଅର୍କଦତ୍ୟ ନିବାରଣ

ଦେଖିଲେ ସଂଗ୍ୟାଂ ଲୁଚିଅଛି ମେରୁର କ୍ରୋଟେଣ ।୮୪।

ନିଜରୂପ ଛାଡି ଦେବ ଧଇଲେ ଅନ୍ୟରୂପ

ଅଶ୍ୱିନୀ ରୂପରେ ସଂଗ୍ୟାଂ ଯେ ହୋଇଅଛି ଗୋପ୍ୟ ।୮୫।

ୟେହେନେକ ସରୂପ ସ୍ୱାମୀ ଦେଖିଲେ ମନଧ୍ୟାୟେ

ଆପଣେ ହୋଇଲେ ସ୍ୱାମୀ ଅଶ୍ୱ ପୁରୁଷ ଗୋଟିୟେ ।୮୬।

ମେରୁ ମେଖଳରେ ଦେବ ପଶିଲେ ବିରଞ୍ଚି

ହେଷ୍ରାରାବ କଲେ ଯେନ୍‌ହେ ଅଶ୍ୱଂକର ଭାବ ଇଚ୍ଛି ।୮୭।

ଅଶ୍ୱମାନଂକ ଲକ୍ଷଣ ୟେସନ ପ୍ରକୃତି

ସଂଗ୍ୟାଂହିଂ ଶବଦକଲେ ଶୁଣି ତତକ୍ଷଣାନ୍ତି ।୮୮।

ସେ ଶବଦକଇଂ ଗୋଡ଼ାଇ ସ୍ୱାମୀ କରତାର

ଶୀଘ୍ରେଣ ମାଡ଼ିପଡ଼ିଲେ ଦେବ ଅଶ୍ୱିନୀ ଉପର ।୮୯।

ଦିଗମ୍ବର ପୁରୁଷ ସେ ବୋଇଲେ ମନେ ଭାଳି

ଅସ୍ତୁକାର ପୁରୁଷ ବୋଇଲେ ତୋହୋର ନାମ ଅଂଶୁମାଳୀ ।୯୦।

ସଂଗ୍ୟାଂର ତୁଲେ ସ୍ୱାମୀ ଶୃଙ୍ଗାର କୁତୂହୋଳେ

ଢଳିଲାକ ମହାରସ କାମ ଆରତ ବେଳେ ।୯୧।

ଘୋରରୂପ ବୀର୍ଯ୍ୟ ପଡିଲା ଯହୁଂ ଉର୍ଦ୍ଧରେତା

ମୋହେଣ ଢଳିଲା ସେ ଅଶ୍ୱିନୀ ବନିତା ।୯୨।

ଅମୋହ ରେତ ସ୍ୱାମୀର ପଡିଲା ଅବିଚ୍ଛନ୍ନେ

ତିନିମନ୍ଦା ଧାତୁ ପଡ଼ିଲା ଗିରିବର ଉଦ୍ୟାନେ ।୯୩।

ଅର୍ଦ୍ଧଧାତୁ ମନ୍ଦାକ ଦେବୀ ସଂହରିଲେ ଗର୍ଭେ

ସଇନ୍ଦୁ ଜାତ ହୋଇଲେ ଅଶ୍ୱିନୀ ମହାଦେବେ ।୯୪।

ମନୁଷ୍ୟ ଶରୀର ଅଶ୍ୱ ସୁଲକ୍ଷଣ ମୁଣ୍ଡଗୋଟି

ମହାମନ୍ତ୍ର ମଉଷଧି ଯାହାର ଅମୃତ ଦୃଷ୍ଟି ।୯୫।

ଜାତହୋଇ ନୟନେ ଯେ ଚାହିଂଲା କୁମାର

ତାହାର ଦୃଷ୍ଟି ପଡ଼ିଲା ଯେତେକ ବୃକ୍ଷର ଉପର ।୯୬।

ସେହି ସବୁ ବୃକ୍ଷମାନେ ହୋଇଲେ ଅଉଷଧି

ତାହାନ୍ତ ଲେପନେ ଶାନ୍ତି ହୋୟେ ସର୍ବ ବ୍ୟାଧି । ୯୭।

କହଇ ସୁଜାଣେଶ୍ୱର ଚକ୍ରବ୍ରତୀ ଚୂଡ଼ାମଣି

କୋପଛାଡ଼ି ଶାନ୍ତି ଭଜିଲେ ଭୀମସେନ ଠାକୁରେ ତାହା ଶୁଣି ।୯୮।

ତିନିମନ୍ଦା ଧାତୁ ପଡିଲା ଯେ ମେରୁ ମେଖଳେ

ଢଳି ମିଶ୍ରିତ ହୋଇଲା ଆସି ସରସ୍ୱତୀ ନଦୀଜଳେ ।୯୯।

ସେ ମହାରସ ବୀର୍ଯ୍ୟ ଯେ ମିଶ୍ରିତ କରି ଘେନି

ବହିଲା ସରସ୍ୱତୀ ଯେ ଈଶାନ୍ୟ ବାହିନୀ ।୧୦୦।

ଆଦିତ୍ୟ ସଂଗ୍ୟାଂର ମନୋହର ରମଣେ

ମନୋହର ବନ ନାମ ହୋଇଲାକ ତେଣେ ।୧୦୧।

ଯେ ବନଜୀବେ ନଦୀରେ କଲେ ଜଳ ଆପ୍ୟାନ

ସର୍ବେ ଗର୍ଭବାସ ହୋଇଲେ ସେହିଦିନ ।୧୦୨।

ଯେତେ ଜୀବେ ପିଇଲେ ଆଦିତ୍ୟ ରେତପାଣି

ସବୁକଂରି ତହୁଂ ଉପୁଜିଲେ ଅଶ୍ୱ ଯେ ଅଶ୍ୱିନୀ ।୧୦୩।

ୟେ ଜଳ ଭକ୍ଷନ୍ତି ଯେତେକ ଜୀବଜନ୍ତୁମାନ

ତହିଂରୁ ଉତପତ୍ତି ହୋଇଲେ ଅଶ୍ୱମାନ ।୧୦୪।

ଅଶ୍ୱନ୍ତ ସମ୍ବାଳି ମୁହିଂ ଥାଇଂ ଯେ ଯତନେ

ଧନ ଘେନି କିରଣେ ଆସନ୍ତି ରାଜାମାନେ ।୧୦୫।

ଯେବଣ ଅଶ୍ୱ ହୁଅନ୍ତି ଯେବଣ ହାଦେ ମୂଲ

ଅର୍ଦ୍ଧଧନ ଘେନିକରି ବାଛି ଦିଅଇ ଭଲ ।୧୦୬।

ମୋହୋର ତହୁଂ ଯେ ଅଶ୍ୱମାନନ୍ତ କିରଣ କରି ନିଅନ୍ତି

ତେଣୁକରି ମାନ ମୋହୋର ଯେ ଅଟେ ଅଶ୍ୱପତି ।୧୦୭।

ୟେଡେ ବଡ ରାଜ୍ୟ ମୋର ସଂସାର ଉପକାରୀ

କେମନ୍ତେ ସତ ବଳିଲା ମୋର ରାଜ୍ୟ ଧ୍ୱଂସନ କରି ।୧୦୮।

ପରଲୋକ ହିତରେ ମୁଂ ବ୍ରତଇ ସର୍ବଦା

ଗୁଣବନ୍ତ ଲୋକକଇଂ ଭଗତି ମୋର ସଦା ।୧୦୯।

ଭୀମସେନ ବୋଇଲେ ହୋ କହିଲୁ ଅପାର ସନ୍ଦେହ

ତୋତେ ଲାଗିଲା ମୋତେ ଅନେକ ସେନେହ ।୧୧୦।

ତୁହି ନ ଜାଣୁ କି ଆମ୍ଭର ରାଜୁସିଯାଗ ହେବ ବୋଲି

ପଚ୍ଛିମଦିଗ ରାଜାନ୍ତ ମୁଂ ନିମନ୍ତି ଅଇଲି ।୧୧୧।

ମୁହିଂ ସେ ଭୀମସେନ ପାଣ୍ଡବ କୁଳ ଶ୍ରେଷ୍ଠ

ୟେଥିରେ ନିମନ୍ତେ କରି ଜରାସନ୍ଧକୁ କଲୁ ପ୍ରାଣେ ନଷ୍ଟ ।୧୧୨।

ଭୀମସେନର ମୁଖୁଂ ୟେସେନେକ ତଥ୍ୟ କଥା ଶୁଣି

ଅଶ୍ୱ ଉପରକୁ ଯେ ଡେଇଂ ପଡିଲା ନୃପମଣି ।୧୧୩।

ବ୍ରିକୋଦର ପଦ୍ମପାଦେ ନୃପତି ହୋଇଲା ପରିଣାମି

ଦଶଦୋଷ ଅପ୍ରାଧ ମୋ କ୍ଷମା କରିବାକ ସ୍ୱାମୀ ।୧୪।

ମୁହିଂ ବନଚର ଦେବ ମୋହୋର କିସ ବୁଦ୍ଧି

ପାଣ୍ଡବ ଦ୍ରଶନେ ମୋର ସକଳ କାର୍ଯ୍ୟ ସିଦ୍ଧି ।୧୧୫।

ଅନେକ ହରଷ ମନେ ହୋଇଲା ହସ ହସ

ରାଜ୍ୟରେ ଉତ୍ସବ ସେ କରାଇଲା ମନ ତୋଷ ।୧୧୬।

ଜଗତୀ ଉପରେ ପରିଯନ୍ତେ ପାଡ଼ିଲା ପାୟେଡ଼ା

ଶ୍ରୀଚରଣେ ବିଜେକଲେ ଭୀମସେନ ବୀରା ।୧୧୭।

ଡାହାଳ ଦେଶେ ବିଜେ କଲେକ ବୀରମଣି

ବେଢିଣ ଦେଖନ୍ତି ଜନେ ଗନ୍ଧର୍ବ ବିଜେ ଜାଣି ।୧୧୮।

ଅନେକ ସମ୍ଭର୍ବେ ରାୟେ ଯୋଗାଡ଼ ଆଣି ଦିଲା

ରହିଣ ପାଣ୍ଡବ ସେ ମୁଣୋହିଂ ତହିଂ କଲା ।୧୧୯।

ଚୋଖାର ତୁରଙ୍ଗମ ପବନହୁଂ ବେଗ ତେଜି

ମହାବଳବନ୍ତା ବାରୁସ ଦିଲା ଚାରି ଅହିବ୍ରତ ବାଜୀ ।୧୨୦।

ଧବଳ କମଳ ଯେ ଚଉରାଶି ଲକ୍ଷଣ

ଆନନ୍ଦିତେ ଅଶ୍ୱ ଆଣି ଦିଲାକ ଛାମୁରେଣ ।୧୨୧।

ଲକ୍ଷେକ ଭାରହିଂ ପୁଣି ପାଣିଦ୍ରବ୍ୟ ଘେନି

ଭୀମସେନ ଠାକୁରଂକୁ ଦିଲା ଦେଖା ଦରଶନି ।୧୨୨।

ଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲାକ ବ୍ରିକୋଦରେ

ୟେମାନ ନେଇ ସମର୍ପଣ କର ତୁ ସାତୁକୀ ଗୋଚରେ ।୧୨୩।

ମୋହୋର ଯେତେକ ଧନ ଦେଖା ଦରଶନି

ସାତୁକୀ ସମ୍ଭାଳିଣ ଥିବ ଭଣ୍ଡାରେଣ ଘେନି ।୧୨୪।

ସମଦଣ୍ଡ ଘେନି ତୋହୋର ପୁତ୍ର ଭାରିଜା ସହିତ

ୟେହିକ୍ଷଣି ଅନକୂଳ କର ଇନ୍ଦ୍ର ଯେ ପ୍ରଶସ୍ତେ ।୧୨୫।

ଅଶ୍ୱପତି ବୋଇଲା ସ୍ୱାମୀ ଯେନେହେ ତୋହୋର ନିରାଧାର ଆଗ୍ୟାଂ

କାହାର ବେଳେ ହୋ ତାହା କରି ହୋଇବ ଅବଗ୍ୟାଂ ।୧୨୬।

ସମଦଣ୍ଡ ସନ୍ୟ ଘେନି ରାଜା ଶୁଭ ଅନକୂଳେ

ଅନେକ ସମ୍ଭରେ ସନ୍ୟ ଘେନି ଚଳିଲେ ସୁମରିଣ ସର୍ବମଙ୍ଗଳେ ।୧୨୭।

ଭୀମସେନ ବୋଲଇ ଶୁଣ ସୁଜାଣେଶ୍ୱର ଚକ୍ରବ୍ରତୀ

ପ୍ରବେଶ ହୋଇବୁଟି ଯାଇଂ ଧନୁ ପୂର୍ଣ୍ଣମୀର ତିଥି ।୧୨୮।

ବିଶ୍ରାମ ନ କରି ରାଜା ଯିବୁଟି ଦିବାରାତ୍ରେ

ଯେମନ୍ତେ ଜଗନ୍ନାଥ ବାଚ୍ୟ ନ କରନ୍ତି ଜାଣ ମୋତେ ।୧୨୯।

ଚଳଇ ଡାହାଳେଶ୍ୱର ଓଳଗ ମେଲାଇ

ସେ ରାଜ୍ୟରୁ ମାରୁତି ଚଳଇ ବେଗ ହୋଇ ।୧୩୦-୨୯୯୭।

 

ବିରାଟ ରାଜ୍ୟରେ ଭୀମଙ୍କ ଦୂତର ଅପମାନ

ଆହୋ ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକି

ଭୀମସେନ ଶ୍ରୀମୁଖ ଲେଖନ ଗଲା ଯେ ବିରାଟର ତହିଂକି ।୧।

ଶୁଣିବାକୁ ସୁରସ ଯେ ବଡ଼ାଇ କୁତୂହୋଳ

ଶୁଣନ୍ତେ ଲଭିବି ଯେ କୋଟିୟେ ତୀର୍ଥର ଫଳ ।୨।

ଅଗସ୍ତି କହିଲେ ଯେ ମନୁ ପୁରୁଷଂକୁ

କାଳିଞ୍ଜନ ଡଗର ଗଲା ଯେ ମତ୍ସ୍ୟଦେଶ ରାଜ୍ୟକୁ ।୩।

ଶତେକ ଦୂତ ତାହାର ତୁଳେଣ ତୋଷକାରୀ

ବିମାନ ଆରୋହି ଗଲା କାଳିଞ୍ଜନ ପଢିହାରୀ ।୪।

କୀଚକ ବିଜେ କରିଅଛି ଯେ ବାହାର ଜଗତୀ

ସହସ୍ରେକ ବିଳାସୁଣୀୟେ ଯେ ଛାମୁରେ ଚାମର ଢାଳନ୍ତି ।୫।

ବିଜୟେ ମଣି ମୁକୁଟ ଶୋଭଇ ଲଲାଟେ

କି ଅବା ସୁରେଶ୍ୱର ବିଜୟେ ବଇରାଷ୍ଚେ ।୬।

ବଡ଼ାଇ ଆଡ଼ମ୍ବର ଦେଖି ସେ କାଳିଞ୍ଜନ ପଢିହାରୀ

ୟେହି ସେ ହୋଇବ ନାମ ମତ୍ସ୍ୟ ଦେଶର ଅଧିକାରୀ ।୭।

ହୃଦେ ଶ୍ରୀମୁଖ ଲାଇ ହାକଇ କାଳିଞ୍ଜନ

ଆହୋ ବିରାଟ ଜଗତୀରୁ ଆସସି ବହନ ।୮।

ପାୟେଡ଼ା ପାଡ଼ି ଯେ ଶ୍ରୀମୁଖ ଘେନସି ହୋ ରାୟେ

କେଉଂଣ ଦର୍ପେ ତୁ ହୋ ୟେଡ଼େକ ନିର୍ଭୟେ ।୯।

କୀଚକ ବୋଇଲା ତୁ ହୋ ଅଟୁ କାହାର କତି

ଦୂର ଚାରୀ ହୋଇ କିଂପା ୟେଡ଼େକ ନିର୍ଭାନ୍ତି ।୧୦।

କେ ରେ ମୋତେ ଶ୍ରୀମୁଖ ଦେଇତେ ସାମରଥା

ନ ଜାଣୁ କି ସାଂଗ୍ରାମେ ମୁଂ ଅଭୟେ ବଳବନ୍ତା ।୧୧।

ଶରଣ ସୋଦର ମୁହିଂ ଦୁଖୀ ଲୋକକଇଂ ବନ୍ଧୁ

ନିଚୟେ ଶିର ଯେ ଆଜ ଛାଡ଼ିଲା ତୋହୋର କନ୍ଧୁଂ ।୧୨।

ପ୍ରତଗ୍ୟାଂ କରିଣ ଯହୁଂ କୀଚକହିଂ ବୋଇଲା

ଶୁଣି କାଳିଞ୍ଜନ ପଢିହାରୀ ମହାକୋପ କଲା ।୧୩।

ଯମ ଦର୍ପଭଞ୍ଜା ବ୍ରିକୋଦର ସେନାପତି

ଭ୍ରତ୍ସନା ବଚନ ସହି ନୁଆରନ୍ତି ମାରୁତି ।୧୪।

ପ୍ରତଗ୍ୟାଂ କରିଣ ସେ ବୋଇଲା କାଳିଞ୍ଜନ

ନ ଜାଣୁ କି ବିରାଟରେ ପାଣ୍ଡବ ଭୀମସେନ ।୧୫।

ହିଡ଼ିମ୍ବକ ରାକ୍ଷସ ଯେ ବିଦାରିଲା ରଣେ

ଲକ୍ଷେକ ନୃପତିଂକି ସ୍ୱୟମ୍ବରେ ଜିଣିଲା ୟେକାଜଣେ ।୧୬।

ବକାସୁର ଦର୍ପ ମର୍ଦ୍ଦନ ଓଡ଼ାଦି ଶିବପୁର ନଗ୍ର ଭଞ୍ଜା

ପ୍ରତଗ୍ୟାଂ ସାଚା ସେହି ଯୁଝେଷ୍ଠିଦେବଂକ ସାନୁଜା ।୧୭।

ଆହୋ ବିରାଟ କାହ୍ନୁ ସଂକ୍ରିଷଣ କଂପନ୍ତି ଯାହାର ନାୟେଂ

ଜରାସନ୍ଧକୁ ଯେହୁ ନିବାରିଲା ୟେକା ମୁଥଘାୟେ ।୧୮।

ଆହୋ ବୀରବର ସୋହୋଡ଼ ସେ ପାଣ୍ଡବ ପଞ୍ଚାଣ

ରାଜୁସି ଯାଗ ନିମନ୍ତେ ସେ ପଚ୍ଛିମ ଦିଗ ବରଣ ।୧୯।

ଦୁଷ୍ଟ ଦର୍ପ ନିଶୋଧନ ସେ କଇଚ୍ଛା ଜଗଜେଠୀ

ତ୍ରଇଲୋକ୍ୟେ ଚହଳ ପଡ଼ଇ ବ୍ରିକୋଦର ନାମ ଗୋଟି ।୨୦।

ପାୟେଡ଼ା ପାଡ଼ି ଶ୍ରୀମୁଖ ଘେନ ହୋ ବିରାଟ

ଠାକୁରେ ବିଜେ କରିଅଛନ୍ତି ପଚ୍ଛିମ ସଉରାଷ୍ଟ ।୨୧।

କୀଚକକଇଂ ନ ଚିହ୍ନିଲା କାଳିଞ୍ଜନ ପଢିହାରୀ

ବିରାଟ ପରାୟେ ମଣି ତାକୁ ଗାଢେଣ ଉତ୍ତର କରି ।୨୨।

ବିରାଟ ଅଭିମାନ ଯେ କୀଚକ ନ ସହଇ

ତୁକାର ବଚନ କରି କାଳିଞ୍ଜନ ଅନେକ କହଇ ।୨୩।

ବେଳୁ ବେଳୁ ପ୍ରତଗ୍ୟାଂ ସହିତ ନୁଆରଇ

କୋପଭର ହୋଇ କାଳିଞ୍ଜନକୁ ଅନାଇ ।୨୪।

ରାଗେଣ ବୋଇଲା ୟେହାକୁ ନିଅ ବାଳ ଧରି

ବେଗକରି ନିଅରେ ନ ଥାଉ ୟେ ଆମ୍ଭ ପୁରୀ ।୨୫।

ଜଗତୀର ତଳେ ଥିଲେ କୀଚକର ଅନେଶ୍ୱତ ଭ୍ରାଥ

କୀଚକର ଆଗ୍ୟାଂରେ ସେ ଧାଇଂଲେ ଅମନାତ୍ୟ ।୨୬।

ପରଶୁ ଫାଶୀ ଗଦା ମୁଦୁଗରନ୍ତ ବୁଲାଇ

କାଳିଞ୍ଜନ ପଢିହାରୀକି ବେଢି ଧଇଲେକ ବେଗେ ଯାଇଂ ।୨୭।

କେ ତାହାର ଦରାଣ୍ଡି ଧଇଲେକ ବାଳ

ଅନ୍ତରୀକ୍ଷେ ଆଣନ୍ତେ ଚରଣ ନ ପଡ଼ଇ ତଳ ।୨୮।

ଶ୍ରୀମୁଖ ଉଛୁଡ଼ିଣ ଘେନିଲେକ ତାର ତହୁଂ

ଆରେ ମାନବ ଜନ୍ମ ହୋଇ ତୁ ୟେଡ଼େକ ଗର୍ବ ବହୁ ।୨୯।

ଶିରଚ୍ଛେଦ ବୋଲିକରି ଯହୁଂ ମନ୍ତ୍ରୀ ଆଗ୍ୟାଂ ଦିଲା

ଯାଚକେଶ୍ୱରୀ ମନ୍ତ୍ରୀ ସମ୍ଭାଳି ବିରାଟକୁ କହିଲା ।୩୦।

ସ୍ୱାମୀ ଭୀମସେନ ବୋଲି ଇନ୍ଦ୍ରପ୍ରଶସ୍ତ ରାଜ୍ୟର

ଜରାସନ୍ଧକଇଂ ସାଂଗ୍ରାମେ କଲାକ ଅପହାର ।୩୧।

ଯୁଝେଷ୍ଠିଦେବଂକର ରାଜୁସି ଯାଗ କାର୍ଯ୍ୟେ

ସମଦଣ୍ଡ ଘେନି ମାରୁତି ପଚ୍ଛିମ ଦିଗ ବିଜେ ।୩୨।

ଅନେକ ରାଜ୍ୟ ସାଧି ବିଜେ କରିଛନ୍ତି ପଞ୍ଚୁଧାରା ପର୍ବତେ

ଶ୍ରୀମୁଖ ଗୋଟିୟେ ସ୍ୱମୀ ଦେଇଛନ୍ତି ତୋତେ ।୩୩।

କୀଚକ ଧରି ତାହାନ୍ତ କରୁଅଛି ନିଧନ

ଶୁଣିଣ ମତ୍ସ୍ୟେଶ୍ୱର ଯେ ଧାମଇଂ ବହନ ।୩୪।

କୀଚକର ଭାଇ ତାହାକଇଂ ନେଉଛନ୍ତି ହାଣି

ରହ ରହ ବୋଲି ଦୂରୁଂ ଡାକଇ ନୃପମଣି ।୩୫।

ରାଜାର ବଚନେଣ ସମସ୍ତେ ହୋଇଲେକ ଶାନ୍ତି

କାଳିଞ୍ଜନ ପଢିହାରୀକି କୋଳକରି ଧଇଲା ମତ୍ସପତି ।୩୬।

ବନ୍ଧନୁ ଫେଡ଼ି ତାହାକଇଂ ବସାଇଲା କୋଳେ

କନେକ ସ୍ରାହାନ କରାଇଲା ମତ୍ସ୍ୟମହୀପାଳେ ।୩୭।

କୀଚକ ଭ୍ରାଥାମାନନ୍ତ ରାଗେ ଦିଲା ଗାଳି

ଯେଉଂଣ ସ୍ୱାମୀଂକି ଜଗନ୍ନାଥେ ଖଟନ୍ତି ମନର ହିଆଳୀ ।୩୮।

ୟେସନେକ ଅଗ୍ୟାନ ତୁମ୍ଭେ ରେ ପାମର ଦୁଷ୍ଟ ମନ୍ଦ

ଦୁତୀ ନିରଞ୍ଜନର ଶ୍ରୀମୁଖ କିଂପାଇଂ ତୁମ୍ଭେ ନିନ୍ଦ ।୩୯।

ଅନେକ ବିନୟ ଭାବେ କହଇ ମନର ହିଆଳି

ଶ୍ରୀମୁଖ ଘେନିଲା ସେ ରାଜା କରି ନିଉଛାଳି ।୪୦।

ଶତେ ସହସ୍ର ଦଣ୍ଡଲାଇ ଶୁତିଲା ପରିଣାମି

ଶ୍ରୀମୁଖ ମଥାରେ ଲଗାଇ ଉଭା ମତ୍ସାଧିପ ସ୍ୱାମୀ ।୪୧।

କାଳିଞ୍ଜନକଇଂ ଅନେକ ଗଉରୋବ କରାଇ

ଆସ୍ତାନେ ବିରାଟ ତାକୁ ବସାଇଲା ନେଇ ।୪୨।

ଶତେଭାର ସୁବର୍ଣ୍ଣେ ସେ କଲାକ ପାଦପୂଜା

ଶ୍ରୀମୁଖ ମୁଦ ଭଞ୍ଜାଇଲା ମତ୍ସ୍ୟଦେଶର ରାଜା ।୪୩।

ଯାଚକେଶ୍ୱର ମନ୍ତ୍ରୀ ପଢିଲା ସମସ୍ତ ତରିଜା

ଶୁଣିଣ ଶଂକିଲା ସେ ବରିରାଷ୍ଟ ଆତ୍ମଜା ।୪୪।

ବହୁତ ଯହୁଂ ଶୁଣିଲା ବଡ଼ିମା

ଦୁସହ କାଳେବରର ଅନେକ ମହିଂମା ।୪୫।

ମେନ ବହୁ ତ୍ରାସ କଲା ଯେ ରାଜା ମତ୍ସେଶ୍ୱର

ବୋଇଲା ନିଚୟେ ନାଶ ଗଲା ୟେ ରାଜ୍ୟ ମୋହୋର ।୪୬।

ଦୂତକଇଂ ଝିଂଘାସିଲା କୀଚକ ମହାବୀର

ସଂଚୟେ ଶିରୀ ଆୟୁଷ ତୁଟିଲା ମୋହୋର ।୪୭।

ଅନେକ ବିନୋୟୀ ହୋଇ କହିଲା କାଳିଞ୍ଜନକୁ

ତୋହୋର ଦୟା କଲେ ମୋହୋର ବୁଦ୍ଧି ଅଛଇ ବ୍ରତିବାକୁ ।୪୮।

କୀଚକର କଲା ଦୋଷ ଯେବେ କରିପାରୁ କ୍ଷମା

ଧର୍ମଉଦିତ ମୋତେ ହୋଇବୁ ତୁ ମୋତେ ରକ୍ଷାକଲେ ମହାତମା ।୪୯।

କାଳିଞ୍ଜନ ବୋଇଲା ତୁ ଶୁଣ ହୋ ମତ୍ସପତି

ମୁହିଂ ତୋହୋର ଅପରାଧ କଲଇଂନି ଶାନ୍ତି ।୫୦।

ସହଦେବ ବୋଲିଣ ଯେ ଯୁଝେଷ୍ଠିଂକର ମନ୍ତ୍ରୀ

ଭୂତ ଭବିଷ୍ୟ ଯେ ଗତ ଆଗତ ଆପଣେହେଂ ଜାଣନ୍ତି ।୫୧।

ଉତ୍ପତ୍ତି ପ୍ରଳୟ ଯାହାଂକୁ ହୋଅଇଟି ଦୃଶ୍ୟ

ସେ ମନ୍ତ୍ରୀ ଥିବ ଯେ ଯୁଝେଷ୍ଠିଂକ ପାଶ ।୫୨।

ଅବଶ୍ୟ ରାଜୁସିଯାଗ ସଭାୟେ ସମସ୍ତ ରାଜାଂକର ବାରତା ପଡ଼ିବ

କୀଚକର ଦୋଷ ସହଦେବ ଭୀମସେନ ଠାକୁରଂକୁ କହିବ ।୫୩।

ସେ କଥା ବଞ୍ଚାଣ ଯେ ନ ଯାଇ କଦାଚିତେ

ଅବଶ୍ୟ କୀଚକ ବଧ ହୋଇବ ଭୀମସେନ ଠାକୁରଂକ ହାଥେ ।୫୪।

ସମଦଣ୍ଡ ଘେନି ତୁ ଇନ୍ଦ୍ରପ୍ରଶସ୍ତ ରାଜୁସି ଯାଗକଇଂ ଯିବୁ

ତୋହୋର କୀଚକକୁ ବାବୁ ସଙ୍ଗତେ କେବେହେଂ ନ ନେବୁ ।୫୫।

ମୁହିଂ ଯାବତ କାଳେଣ ଧର୍ମଦୂତ ପେଷକାରୀ

ମୁର୍ଖପଣେ କୀଚକ ହୋ ଅପାର ଦୋଷକାରି ।୫୬।

ମଧ୍ୟସ୍ଥ ହୋଇଣ ଯେବେ କହିବି ତା ଆଗେ

ଅବଶ୍ୟ ଦ୍ୱନ୍ଦ ହୋଇବ ଓହୋବଳ ଭାଗେ ।୫୭।

ଦ୍ୱନ୍ଦ ହୋଇଲେ ପୁଣ ପଡ଼ଇ ଅନେକ ହତ୍ୟା

ତଦ ଦୋଷେ ବଡ଼ାଇ ଶାସ୍ତି ଯେ ଦିଅଇ ଯମ ଦେବତା ।୫୮।

ଯଦ୍ୟପି କୀଚକ ତୋହୋର ହୋଇଲା ଅପରାଧୀ

ୟେ ମୋହୋର ସତ୍ୟ ସତ୍ୟ ଠାକୁରଂକ ଛାମୁରେ ନ କହିବି ଅବଧି ।୫୯।

ଅନେକ ଯୋଗାଡ ଦିଲା ମତ୍ସ୍ୟାଧି ରାଜନ

ତ୍ରିପୁତି ହୋଇଣ ଭୋଜନ କରଇ କାଳିଞ୍ଜନ ।୬୦।

ବିରାଟ ରାଜାକୁ ଦିଲା ସେ ଅକ୍ଷତ ଗୁଆ

ଉଠି ମଥାରେ ଘେନିଲାକ ସୁଦେଷ୍ଣା ପ୍ରାଣନାହା ।୬୧।

କାଳିଞ୍ଜନ ବୋଇଲା ତୋହୋର ଯେତେକ ଥାଠସନ୍ୟ

ତାହାନ୍ତ ଘେନି ଇନ୍ଦ୍ରପ୍ରଶସ୍ତେ ଚଳସି ବହନ ।୬୨।

ପାଣିଦ୍ରବ୍ୟ ଶତେଭାର ଦିଲାକ ସତ୍ସ୍ୟପାଳ

ଭୀମସେନ ଠାକୁରଂକର ଶ୍ରୀମୁଖ ସମ୍ଭାଳ ।୬୩।

କାଳିଞ୍ଜନ ବୋଇଲା ୟେହାନ୍ତ ଘେନିଯାଅ ତୁହି

ରାଜୁସି ଯାଗଠାରେ ଦେବୁସି ମୁକୁଇଂ ।୬୪।

ୟେସନେକ ଆଗ୍ୟାଂ ଦେଇ ବାହୁଡ଼ଇ ଦୂତ

ଆସନ୍ତି ଅନ୍ତରୀକ୍ଷେ ପବନୁଂ ଆପାତ ।୬୫।

 

ଚକ୍ରସେନ ରାଜାଙ୍କ ଆମନ୍ତ୍ରଣ, କଣୟବିନ୍ଦୁ ରାଜାଙ୍କର ସୂର୍ଯ୍ୟଙ୍କ ପ୍ରତି ସ୍ତବ ଓ ଲଗ୍ନାଜିତ ରାଜାଙ୍କୁ ଆମନ୍ତ୍ରଣ

ଡାହାଳ ଦେଶକୁ ଜିଣି ଚଳଇ ମାରୁତି

ବେଲାଳ ଦେଶେ ପ୍ରବେଶ ପଞ୍ଜଦିନ ରାତି ।୧।

ଦୂତେ ଭେଟିଲେ ଯାଇଂ ପବନ ନନ୍ଦନ

ପ୍ରଣମ୍ୟ କରି କାଳିଞ୍ଜନ କହିଲା ସକଳ ବିଧାନ ।୨।

ବିରାଟ ଅପାର ମାନ୍ୟକଲା ଶ୍ରୀମୁଖକୁ

ଦେଖା ଦରଶନି ଧନ ଘେନି ଚଳିଲା ହସ୍ତିନାକୁ ।୩।

ଶୁଣି ଭୀମସେନ ହୋଇଲା ସନ୍ତୋଷ

ପ୍ରବେଶ ହୋଇଲେ ଯାଇଂ ବେଲାଉଳ ଦେଶ ।୪।

ଚକ୍ରସେନ ବୋଲି ଯେ ବେଲାଳ ଦେଶ ରାଜନ

ତାହାର ରାଜ୍ୟେ ଯାଇଂ ପ୍ରବେଶ ଭୀମସେନ ।୫।

ଭାଗ୍ୟବର ବୋଲିକରି ତାହାର ଯେ ମନ୍ତ୍ରୀ

ସେ ଯାଇଂ ଜଣାଇଲା ଚକ୍ରସେନ ନରପତି ।୬।

ସ୍ୱାମୀ ତୋହୋର ପିତାକୁ ମାଇଲା ଯେଉଂଣ ଜରାସନ୍ଧ

ଯେଉଂଣ ପାଣ୍ଡବ ତାହାକଇଂ ସାଂଗ୍ରାମେ କଲା ବଧ ।୭।

ପଚ୍ଛିମ ଦିଗ ବରଣେ ସେ ବ୍ରିକୋଦର ଜେନା

ରାଜ୍ୟେ ପ୍ରବେଶ ହୋଇଲେ ତାହାନ୍ତ ଦ୍ରଶନ କରୁ କିନା ।୮।

ବହୁତ ରାଜ୍ୟ ସେ ଆସୁଅଛି ଉଜାଡ଼ି

ସଜ୍ଜନ ରକ୍ଷାପାଳନ ଦୁର୍ଜ୍ଜନ ଜନକଇଂ ନିବାରି ।୯।

ସହସ୍ରେକ ଭାର ଘେନି ପାଣିଦ୍ରବ୍ୟ ଧନ

ସହସ୍ରେକ ଅଶ୍ୱ ଅଷ୍ଟରତ୍ନେ ଖଞ୍ଜିଲା ବିମାନ ।୧୦।

ସହସ୍ରେ ପାଟଛତ୍ର ସହସ୍ର ବନିତା

ସହସ୍ରେକ ଭାର ବଡ଼ ସୁବାଟୁଳି ମୁକୁତା ।୧୧।

ଧନେଣ କୁବେରକୁ ସେ ସମାନ ନୃପମଣି

ଅନେକ ରତ୍ନ ଘେନି ବିଜୟେ ତତକ୍ଷଣି ।୧୨।

ଭୀମସେନ ଦୂତମାନେ କରନ୍ତି ବାରତ

ସ୍ୱାମୀ ଦ୍ରଶନ କରି ଆୟେ ଗାଲମାଧବର ସୁତ ।୧୩।

ଅନେକ ସମ୍ଭର୍ବେ ଦ୍ରଶନ କଲାକ କୁମାର

ସ୍ୱାମୀ ପିତା ଶତ୍ରୁ ଧ୍ୱଂସନ୍ତା ତୁ ଅଭୟେ ବ୍ରିକୋଦର ।୧୪।

ଅଭୟେ ସୋମବଂଶୀ ଜୀବନ ତୋର ସାଧୁ

ଶରଣ ରକ୍ଷଣ ତୁ ନିରେଖ ଜନ ବନ୍ଧୁ ।୧୫।

ଗଳାରେ କୋଠାର ଲାଇ ଦନ୍ତରେ ତିରଣ

ଶରଣ ପୂକାରଇ ତୁ ଜଗତ ଉଦ୍ଧାରଣ ।୧୬।

ବାଳୁତ ବିନୟ ଦେଖି ଦୟା କଲାକ ମାରୁତି

ଦଣ୍ଡ ସନ୍ୟ ଘେନି ରାଜୁସିଯାଗକୁ ଚଳି ଯା ଦିବାରାତି ।୧୭।

ବେଲାଳ ଦେଶ ନୃପତି ପୁଣ ପୁଣ କରଇ ସେବା

କ୍ଷଣେକ ବିଶ୍ରାମି ଦେବ ମୁଣୋହି କରିବା ।୧୮।

ଭୀମସେନ ବୋଇଲା ମୋତେ ୟେଡେକ ସୁସ୍ଥ କାହିଂ

ରାଜାନ୍ତ ବେଗେ ନିମନ୍ତ୍ରିବି ମୁଂ ୟେଥେ ରହିଣ ନୁଆରଇ ।୧୯।

ଚକ୍ରସେନକଇଂ ଚଳାଇ ତହୁଂ ଚଳଇ ବୀରମଣି

କୋଶଳ ଦେଶେ ଯାଇଂ ପ୍ରବେଶ ହୋଇଲେ ଗଦାପାଣି ।୨୦।

ଗନ୍ଧନଦୀ ବୋଲିକରି ୟେକଇଂ ନଦୀଗୋଟି

କଣ୍ୱଋଷିର କର୍ଣ୍ଣରୁ ସେ ଆସୁଅଛି ଫୁଟି ।୨୧।

ମନ୍ଦର ଅନୁଜ ଚାରିପୀଢ ପରବତ

ମେଘଂକର ଜନ୍ମଭୂମି ତହିଂ ମେଘେ ଥାନ୍ତି ଅନୁବ୍ରତ ।୨୨।

ସେ ପର୍ବତ ଉପରେ ଯାଇଂ ଭୀମସେନ ଉଠି

ଦେଖିଲା କୋଶଳ ଦେଶ ସବୁହିଂ କଣୟ ସୃଷ୍ଟି ।୨୩।

ସୁବର୍ଣ୍ଣର ଘର କାନ୍ଥ ସୁବର୍ଣ୍ଣର ରୁଅଶେଣୀ

ସୁବର୍ଣ୍ଣର ଖମ୍ବ ତହିଂ ଅନେକ ଛାୟେଣୀ ।୨୪।

ସୁବର୍ଣ୍ଣର କଳଶମାନ ବସନ୍ତି ଉପରେ

ଅଳକା ଭୁବନ ଜାଣି ଦିଶଇ ମହାସଞ୍ଜ ନଗରେ ।୨୫।

ସେ ନଗ୍ର ଆୟତନ ଚଉବିଂଶ ଯୋଜନ ସ୍ଥଳୀ

ସୁବର୍ଣ୍ଣର ପର୍ବତ ବେଢି ବସଇ ଦ୍ୱାଦଶ ଅର୍ଗଳି ।୨୬।

ପର୍ବତେ ଥାଇ ପ୍ରଶଂସା କରଇ ପବନ ଆତ୍ମଜା

କେବଣ ପୁଣ୍ୟବନ୍ତ ପ୍ରାଣୀ ୟେଥେ ଅଟଇ ମହାରାଜା ।୨୭।

ପୂର୍ବେ ଯେ ସଞ୍ଚିତ ଥିଲା ଜୀବନ ତାର ଧନି

ଦେଖି ପୁଣ ପୁଣ ପ୍ରଶଂସା କରଇ ପାବେନି ।୨୮।

ବିରାଜ ବୋଲିଣ ୟେକଇ ବେଣ୍ଟକାର

ସେ ରାଜ୍ୟକୁ ଯାଉଅଛି ଘେନିଣ ଗଣ୍ଡାଭାର ।୨୯।

ଭୀମସେନ ବୋଇଲା ରେ ରହ ରହ ବେଣ୍ଟକାର

କେବଣ ରାଜ୍ୟହିଂ କେବଣହିଂ ରାଜା ଭୋଗ କରଇ ୟେହାର ।୩୦।

କିରାତ ବୋଇଲା ସ୍ୱାମୀ ତୁମ୍ଭେ ବହୁତ ଦୂରଦେଶୀ

ଗଣ୍ଡାଭାର ଓହ୍ଲାଇଣ କତିରେ ଯାଇଂ ବସି ।୩୧।

ସ୍ୱାମୀ ହରିହର ବଂଶେଣ କଣୟବିନ୍ଦୁ ବୋଲି ରାୟେ

କଉଶଲ୍ୟା ବୋଲିଣ ତାହାର ଉପୁଜିଲା ୟେକଇ ଦୁହିତାୟେ ।୩୨।

ବଡ଼ାଇ ଧାର୍ମିକ ରାଜା ଦାନେଣ ଶୂରବନ୍ତା

ପରଦୁଖେ ଦୁଖୀ ସେ ମାଗନ୍ତାକୁ ଦିଅନ୍ତା ।୩୩।

ଅତିଅନ୍ତ ଦାନ ଦିଅନ୍ତେ ସେ ଯହୁଂ ହୋଇଲା ଦରିଦ୍ରବାସୀ

ପରଜା ଉପୁଜାଇଲେ ତହୁଂ ନିଅନ୍ତି ଦୁଇ ରାଶି ।୩୪।

କଣକଳ୍ପ କରି ନ ଘେନଇ ସଞ୍ଜା

କୃଷି କରି ବଞ୍ଚନ୍ତି ତାହାର ଜନପ୍ରଜା ।୩୫।

କେଂଉଣ ଅଭିଶାପ ଅଛିଟି ତାହାର ପୂର୍ବେ

ୟେତେମାନେ ଦରିଦ୍ରବାସୀ ତାହାର ରାଜ୍ୟେ ପ୍ରଜା ସର୍ବେ ।୩୬।

ସଂସାରର ଦୁଖ ଦେଖିଣ ସେ କଣୟ ନୃପତ୍ୟେ

କରତାରଂକୁ ସେବା କରଇ ଅର୍କନାମେ ତୀର୍ଥେ ।୩୭।

ଅଜପା ମନ୍ତ୍ରେଣ ସେ ଆକାଶ ଲିଙ୍ଗ ସେବି

ଅନ୍ନପାଣି ତେଜ୍ୟାକଲା ସେ ମହା ବଇଷ୍ଣବୀ ।୩୮।

ନିରାହାର କରି ସେ ବସିଲା ରାଜ୍ୟର ଅର୍ଥେ

ବିରଞ୍ଚିକି ସେବାକଲା ସେ ପଞ୍ଚଦଶ ବର୍ଷ ପରିଯନ୍ତେ ।୩୯।

ଅନେକ ତୁସ୍ତି ସେ କରଇ କରତାର

ତିମିର ବିଦାରଣ ନାଥ ଜୟ ତୁ ଭାସ୍କର ।୪୦।

ଶୂନ୍ୟ ଭୁବନ ଭେଦୀ ସ୍ୱାମୀ ଅଣାକାର ନାଥ

ଦିବାରାତ୍ରେ ଦୁଖୀତ ତୁ ସଂସାର ଜନହିତ ।୪୧।

ଅଣାକାର ପୁରୁଷ ତୁ ଚିନ୍ତିଲୁ ମନଧ୍ୟାୟେ

ମହାପ୍ରଳୟ ବଞ୍ଚିଲୁ ଅଜପା ଯୋଗଲୟେ ।୪୨।

କଳ୍ପକେ ଦେଖିଲୁ ତୁ ଅଣାକାର ମୂରତି

ଲାଗିଲା ନୟନେ ଦେବ ବିକାଶିଲା ତୋହୋରି ଜ୍ୟୋତି ।୪୩।

ଅଦଭୁତେ ଗମି ଅଇଲୁ ଦେବ କାହୁଂ

ୟେ ସଂସାର ପ୍ରଳୟଗଲା ତୋହୋର ନ ଚାହୁଂ ।୪୪।

ସ୍ୱାମୀ ମନୁକଳ୍ପ ଅନ୍ତରେ ତୋତେ ୟେକଇ ଦିବସ

ବସିଲୁ ନିଚିନ୍ତେ ତୁ ନିଦ୍ରାରେ ଆଳସ ।୪୫।

ନିଦ୍ରାକଇଂ ଇଚ୍ଛା ତୁ କଲୁ ଯେତେବେଳେ

ଅରୁଣର ରଶ୍ମି ବିକାଶିଲା ତେତେବେଳେ ।୪୬।

ଯେତେବେଳେ ପରିଯନ୍ତେ ଥିଲୁ ତୁ ଚିଆଇଂ

ସକଳ ଆତଯାତ ହୋଉଥିଲେ ଯେ ଯାହା ଠାବେ ରହି ।୪୭।

ଚିନ୍ତା ଛାଡ଼ି ଦେବ ତୁ ବସିଲୁ ଯୋଗଲୟେ

ସମୋଦ୍ର ଘୋଟିଲା ଦେବ ହୋଇଲା ମହାପ୍ରଳୟେ ।୪୮।

ୟେକ ରାତ୍ରକେ ଦେବ ତୋତେ ହେଲା କଳପେ

ଚିଆଇଂ ଉଠିଲୁ ଦେବ ଚିନ୍ତିଲୁ ଜଳଜପେ ।୪୯।

ଶରୀର ମଧ୍ୟୁଂ କାଢି ପକାଇଲୁ ପଞ୍ଚଧାତୁ

ପଞ୍ଚପୁରୁଷେ ଉପୁଜିଲେ ଦେବ ତୋହୋର ବ୍ରତ ହେବୁ ।୫୦।

ଋଦ୍ଧି ବୁଦ୍ଧି ସିଦ୍ଧି ସନକ ସନାତନ

ପଞ୍ଚପୁରୁଷକୁ ନାଥ ପ୍ରଥମେ କଲୁ ଜନ୍ମ ।୫୧।

ୟେ ପାଞ୍ଚକର ତହୁଂ ଦେବ କାଢିଲୁ ପଞ୍ଚୁ ଆତ୍ମା

ୟେକ ମୃତ୍ତି ହୋଇଲା ସେ ପଞ୍ଚୁବକ୍ର ବ୍ରହ୍ମା ।୫୨।

ସତ୍ୟ ଆଚରି କରି ପ୍ରଥମେ ଦେବ ସଞ୍ଚି

ଧାତା ବ୍ରହ୍ମ ପୁରୁଷ ଅନନ୍ତ ବିରଞ୍ଚି ।୫୩।

ଆଗ୍ୟାଂ ଦିଲୁ ସେ ଦେବ ପୁରୁଶକଇଂ ରାଇ

ଅଣାକାର ଦ୍ରଶନ କରି ସୃଷ୍ଟିନ୍ତ ଭିଆଇ ।୫୪।

ତୋହୋର ଆଗ୍ୟାଂୟେ ସେ ସଞ୍ଚିଲା ସଚରାଚର

ଚାରିଖାନି ଚଉରାଶିଲକ୍ଷ ଜୀବଜନ୍ତୁ ସେ ଭିନ୍ନ ଭିନ୍ନ ପ୍ରକାର ।୫୫।

ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ତ୍ରଇଲୋକ୍ୟ

ଅନନ୍ତମୂରତି ଗୋଟିୟେ ପାଇଲୁ ଦେବ ୟେକ ।୫୬।

ଦଇବତ ପୁରୁଷଂକର ସ୍ୱାମୀ ତୁହି ସେ ଦିବ୍ୟ ଚଛୁ

ଯେ ଯାହା କରୁଅଛି ତାହା ତୁ ପ୍ରତକ୍ଷେ ଦେଖୁଅଛୁ ।୫୭।

ଦେଖିଣ ଶାସ୍ତି ଯେ ବିହୁ ୟେ ସଂସାରେ

କରତା ଉଦ୍ଧାରନ୍ତା ନାଥ ନାମ ତୋ କରତାରେ ।୫୮।

ଜାତ ଅନ୍ତ ମଧ୍ୟ ଦେବ ଆଦ୍ୟସ୍ଥାନ ତୁହି

ପ୍ରଜାପତି ପୁରୁଷ ତୁ ତୋ ତହୁଂ ଆନ ନାହିଂ କେହି ।୫୯।

ଜାତ ଅନ୍ତକଇଂ ତୁହି ସେ କରତା

ତୋହୋର ତହୁଂ ଜାତ ହୋଇଲା ନାଶକର ଦେବତା ।୬୦।

ତାହାକଇଂ ହକରାଇ ଆଗ୍ୟାଂ ଦିଲୁ ଦେବ

ତୁ ସେ ପାପ ପୁଣ୍ୟ ବୁଝି ବିଚାରି ନାଶ କରିବୁ ସର୍ବ ।୬୧।

ସ୍ୱାମୀ ଆଦି ଅବତାରେଣ ତୋହୋର କୋଟିୟେ କିରଣ ରଶ୍ମି

ସଂଗ୍ୟାଂ ସହି ନୁଆରିଲେ ସେ ପରମ ବଇଷ୍ଣବୀ ।୬୨।

ଭୟେ କରି ଦେବୀ ଯହୁଂ ବୋଇଲେ ଅନ୍ତର

ସଂଗ୍ୟାଂର ନିମନ୍ତେ ବସିଲୁ ଅଚଳ ଶିଖର ।୬୩।

ନବ ଲକ୍ଷ ନଉ ସହସ୍ର ଯେ ତୋହୋର କିରଣ

ଯେତେକ ଛିନାଇଲୁ ଦେବ ବସିଣ କୁନ୍ଦେଣ ।୬୪।

ସ୍ୱାମୀଂକି ଦେଖି ସଂଗ୍ୟାଂ ଦେବୀ କୋଳ କଲା

ସହସ୍ରେ କିରଣ ଦେବୀ ତୋହୋର ସହିଲା ।୬୫।

ସେ ଯେ ପରମ ସାଧବୀ ଦେବୀ ଅପର୍ଣ୍ଣା ଆଦି ସଂଗ୍ୟାଂ

ସ୍ତିରୀକୁଳେ ଉପୁଜିଲା ସେ ରୁହାଇଲା ସୀମା ।୬୬।

ସ୍ୱାମୀ ଦକ୍ଷର ନନ୍ଦିନୀ ଯେ ଅଟଇ ସଂସାର ହିତକାରୀ

ବୋଇଲା ମୁହିଂ ଯେବେ ତେଜ ୟେହାର ସହିତ ନୁଆରି ।୬୭।

ୟେ କଳି ଯୁଗର ଲୋକ ସହିବେ କେମନ୍ତେ

ସକଳ ଦହନ ହୋଇବ ନାଶ ଯିବେ ୟେ ବନପର୍ବତେ ।୬୮।

ସଂସାର ହିତେ ଦେବୀ ଗଲେକ ଅପସରି

ତହୁଂ ସେ ସହସ୍ର କିରଣ ହୋଇଲେ ଗଗନ ବିହାରୀ ।୬୯।

କୋଟିୟେ କିରଣ ଆଦିତ୍ୟର ଯେବେ ଥାନ୍ତା

ଜନ ଜନ୍ତୁ ବୃକ୍ଷ ପର୍ବତ କୀଟ ପତଙ୍ଗ ସବୁ ଦହନ ହୁଅନ୍ତା ।୭୧

ସ୍ୱାମୀ ତୁ ଦେବ ବିବୁଧାଦି ଦେବଂକ ଅନାଦି

ଯୋଗୀଜନଂକର ହୃଦରେ ତୁ ତଲୟେ ସମ୍ପାଦି ।୭୨।

ଉଦୟଗିରି ପ୍ରତିକ୍ଷଣ କରୁ ତୁ ନିତିପ୍ରତି

ତବ ଦରଶନେ ପ୍ରାପତ ନାଥ ଭଗତି ମୁକତି ।୭୩।

ଛାୟାର ବଲ୍ଲଭ ନାଥ ସପତଅଶ୍ୱ ଶାହୀ

ନିର୍ମଳ ମୂରତି ତୋର ଦେଖନ୍ତା କେହି ନାହିଂ ।୭୪।

ସ୍ୱାମୀ ଅନିତ୍ୟ ସଂସାର ୟେ ଅଥଳ ସଂସାର

ରାଗ ମୋହ ହିଂସାକଇଂ ଲାଗିଲା ବଡ଼ଭାର ।୭୫।

ଅପଣ୍ଡିତ ଅଗ୍ୟାନ ବୁଦ୍ଧି ମୋହୋର କିସ

ଶ୍ରୀଗିରିଜାର ପ୍ରସନ୍ନେ ମୋତେ କଣକଳ୍ପ ହୋଇଲାକ ଦୃଶ୍ୟ ।୭୬।

ସ୍ୱାମୀ ବିରଞ୍ଚି ନାରାୟଣଂକର ଚରଣେ ଦଇନି

ହୃଦଗତେ ଚିନ୍ତଇ ସାରୋଳା ଦାସ ଶୂଦ୍ରମୁନି ।୭୭।

ଆହୋ ବଇବସୁତ ମନୁ ବିରଞ୍ଚି ନାରାୟଣଂକୁ ୟେକଧ୍ୟାୟେ

ଅନେକ ତୁସ୍ତି କଲା ସେ କଣୟବିନ୍ଦୁ ରାୟେ ।୭୮।

ପ୍ରସନ୍ନ ହୋଇଲେ ସ୍ୱାମୀ ଅଭୟେ କରତାର

ବୋଇଲେ କଣୟକେଶରୀ ମାଗ ତୁହି ବର ।୭୯।

ୟେସନେକ ପ୍ରସନ୍ନ ଯହୁଂ ହୋଇଲେକ ବିରଞ୍ଚି

ଅର୍କଦତ୍ୟ ବୋଲି ସେ ଚନ୍ଦ୍ରଭାଗା ତୀର୍ଥେ ଅଛି ।୮୦।

କଣୟ ତୁସ୍ତି ଦେଖି ଭାଳଇ ଅର୍କ ଅଇରି

ୟେହିକ୍ଷଣି ବରଦେବ ଗଗନ ବିହାରୀ ।୮୧।

ନ ପୁଣ ମାଗଇ ,ୟେ ମୋହୋର ମଣ୍ଡଳ

ଲୋହାର ଲଉଡ଼ିୟେ ଘେନି ଧାମଇଂ ଚାଣ୍ଡାଳ ।୮୨।

ବିରଞ୍ଚିକି ସ୍ତୁତିକରି ଯେ ପ୍ରଣପତ୍ୟ ରାଜା

ଲୁହାର ଲଉଡ଼ି ଘେନି ପିଟି ଲୋଡଇ ଦନୁଜା ।୮୩।

ଲକ୍ଷେକ ଯୋଜନେ ଥାଇଂ ଦେଖିଲେ ଦେବରାଜ

କର ବଢାଇଣ ଧଇଲେ ଅର୍କଦତ୍ୟ ଭୁଜ ।୮୪।

ଦେଖ ହୋ ମହିମାଂ ଯେ ବିରଞ୍ଚି ନାରାୟଣ

ଆକାଶୁଂ ଭୁଜ ବଢାଇଲେ ଲକ୍ଷେକ ଯୋଜନ ।୮୫।

କୋପେ ହାକଦିଲେ ସେ ଗଗନ ବିହାରୀ

ଆରେ ଆରେ ଦାନବ ତୁ ୟେଡ଼େ ତପୀନ୍ତ ନାଶକରି ।୮୬।

ବିରଞ୍ଚି ବୋଇଲେ ରେ ତୀର୍ଥ ନାଶ କରୁଛୁ ମୋହୋର

ଅର୍କ ଦଇତକୁ ଧରି କଚାଡ଼ିଲେ କରତାର ।୮୭।

ସୂର୍ଯ୍ୟାବ୍ରତେକ ଚକ୍ର ମାଇଲେ ଅଂଶୁମାଳୀ

ଅର୍କଦତ୍ୟର ଭଙ୍ଗ ନୋହିଲା ରୋମାବଳୀ ।୮୮।

ଆକାଶେ ଥାଇଂ ଡାକ ଦିଅନ୍ତି ବୃନ୍ଦାଅର୍କେ

ସ୍ୱାମୀ ଅର୍କଦତ୍ୟକୁ ଛାଡିଲେ ମରିବୁଂ ଦେବଲୋକେ ।୮୯।

ଦେବତାଂକର ଅନେକ ବିନୟ ବିକଳେ

କୋଣାଅର୍କେ ମାଡ଼ି ବସିଲେ ଉତ୍ତର ସିନ୍ଧୁ କୂଳେ ।୯୦।

ପୃଥୀର ଅଗ୍ନିକୋଣେ ଚନ୍ଦ୍ରଭାଗା ପଚ୍ଛିମ ପ୍ରଶସ୍ତେ

କୋଣାଅର୍କ ବୋଲି ଧାତା ନାମ ଦିଲା ଶାହାସ୍ର ସଙ୍ଗତେ ।୯୧।

ଅର୍କଦତ୍ୟକୁ ମାଡ଼ି ବସି ଦେବ ହୋଇଲେ ପ୍ରସନ୍ନ

ବର ମାଗରେ କଣୟକେଶରୀ ଯେ ତୋହୋର ମନ ।୯୨।

ସ୍ୱାମୀ ଦିନକର ନାଥ ପ୍ରସନ୍ନ ହୋଇଲୁ ଯେବେ ମୋତେ

ମୋହୋର ରାଜ୍ୟେ କଣୟ ବୃଷ୍ଟି କରିବୁ ସପତ ଦିବସ ପରିଯନ୍ତେ ।୯୩।

ଜନ ପ୍ରଜାମାନେ ମୋର ହୋଇବେ ସର୍ବେ ସୁଖୀ

ସଦା ସମ୍ପଦ ହୋଇବ ନୋହିବେ କେହି ଦୁଖୀ ।୯୪।

ଆଦିତ୍ୟ ବୋଇଲେ ସପତଦିନ କଣୟ ବୃଷ୍ଟି କଲେ

ଶସ୍ୟ କେହ୍ନେ ଉପୁଜିବ ପୃଥିବୀ ନ ଥିଲେ ।୯୫।

କଣୟବିନ୍ଦୁ ବୋଇଲେ ନୋହିଲେ ବରଷିବୁ ସାତଘଡ଼ି

କରତାର ବୋଇଲେ ତେମନ୍ତେ ପୋତା ହେବ ବସୁନ୍ଧରୀ ।୯୬।

ସାତଘଡ଼ି ଛାଡ଼ି ସାତଦଣ୍ଡ ପରିଯନ୍ତେ ବରିଷିଲେ କଣୟ

ରାଜ୍ୟଯାକ ତାର ହାଦେ ହୋଇଲା କଣୟମୟ ।୯୭।

ବିରାଜ ଶବର କହଇ ଭୀମସେନ ଅଗ୍ରତେ

ରାଜ୍ୟେଣ କଣୟ ବୃଷ୍ଟି ହୋଇଲା ସାତଦଣ୍ଡ ପରିଯନ୍ତେ ।୯୮।

କଣୟବିନ୍ଦୁର ରାଜ୍ୟ ଯେ ଅଟଇ ସତ୍ୟଯୁଗେ

ଦ୍ୱାପର କୋଶଳ ଦେଶ ଅଟଇ ହାଦେ ୟେବେ ।୯୯।

କିରାତ ବୋଇଲା ସ୍ୱାମୀ ପୂର୍ବେଣ ୟେ ଗିରି ନିର୍ମିତ

ତ୍ରେତୟା ଯୁଗେ ୟେ ନଗ୍ର ସଞ୍ଚିଲା ୟେଥେ କଣୟବିନ୍ଦୁ ନୃପତି ।୧୦୦।

କଉଶଲ୍ୟାଂକ ପିଅର ଶ୍ରୀରାମ ଯାହାର ନାତି

ହଇହୟ ବଂଶେଣ ରାଜା ଜଗତେ ବିଖ୍ୟାତି ।୧୦୧।

କଣୟବିନ୍ଦୁର ପୁତ୍ର ହୋଇଲା ସରଜାତି

ତ୍ରେତୟାଯୁଗେ ସେ ଅନେକ ହୋଇଲା ବିଖ୍ୟାତି ।୧୦୨।

ତାହାର ପୁତ୍ର ଦେବ ହୋଇଲା ଲଗ୍ନାଜିତ

ଲକ୍ଷଣା ବୋଲି ତାହାର ଦୋହିତାୟେ ସମ୍ଭୂତ ।୧୦୩।

ସପ୍ତମେ ପ୍ରଦାନ ତାକୁ ହୋଇଲେ ବାସୁଦେବ

ସେ କନ୍ୟାର ତହୁଂ ଉପୁଜିଲେ ବସନ୍ତ ଆଉ ସଦାଶିବ ।୧୦୪।

ବିରାଜ ଶବର କହଇ ତୁମ୍ଭେ ଶୁଣସି ନୃପତି

ୟେ କୋଶଳ ରାଜା ୟେବେ ଲଗ୍ନାଜିତ ଚକ୍ରବତୀ ।୧୦୫।

ଭୀମସେନ ବୋଇଲା ରେ ଚଳାଅ ବେଗେ ବଳ

ପଶ ରେ ରାଜ୍ୟେ ବୋଇଲେ କ୍ଷତ୍ରିୟ ଅଚାର୍ଗଳ ।୧୦୬।

ମରୁତ ସାରଥି ବୋଇଲା ତୁ ଶୁଣସି ହୋ ବିରାଜ

ବାରତା କର ନେଇ ତୋର କୋଶଳ ମହାରାଜା ।୧୦୭।

ବୋଲିବୁ ଜାରା ନିବାରଣ ପାଣ୍ଡବ ସୋହଡ଼ ସୁନ୍ଦର

ପଚ୍ଛିମ ଦିଗ ବରଣେ ଭୀମସେନ ଠାକୁର ।୧୦୮।

ରାଜୁସି ଯାଗ କରିବେ ଯୁଝେଷ୍ଠି ରାଜ ଦେବ

ପଚ୍ଛିମ ଦିଗ ରାଜାମାନେ ତୁମ୍ଭେ ସମସ୍ତେହେଂ ଯିବ ।୧୦୯।

ମରୁତ ସାରଥି ବଚନେ ଚଳଇ ବିରାଜ

ଲଗ୍ନାଜିତ ଛାମୁରେ ପ୍ରବେଶ ଶବର ରାଜା ।୧୧୦।

ସ୍ୱାମୀ ଅବଧାରୀ ହୋଇବା କୋଶଳ ଦେଶ ଅଧିକାରୀ

ପାଣ୍ଡବ ଭୀମସେନ ଯେ ଜରାସନ୍ଧ ନିବାରି ।୧୧୧।

ରାଜୁସି ଯାଗ କରିବେ ଯୁଝେଷ୍ଠି ପାଣ୍ଡୁଂକ ନିମନ୍ତେ

ପଚ୍ଛିମ ଦିଗ ବରଣ ପାଣ୍ଡବ ପ୍ରଶସ୍ତେ ।୧୧୨।

ସମସ୍ତ ନୃପତିମାନେ ଯାଉଛନ୍ତି ଶରଧେ

ଯେ ଗାରିମା କହଇ ତାହାକଇଂ ନାଶ କରଇ ଯୁଦ୍ଧେ ।୧୧୩।

ଗ୍ୟାନସେନ ମନ୍ତ୍ରୀ ଜଣାଇଲାକ ଅନେକ ବିନୋୟୀ

ପାଣ୍ଡବ ବାସୁଦେବ ଅଭିନ୍ନ ନୋହେ କେହି ।୧୧୪।

ସନ୍ୟ ଘେନିଣ ପାଛୋଟି ହୋ ଯିବା ଚାଲ ବେଗ

ଶୁଣିଣ ସାନନ୍ଦ ରାଜା ଉଚ୍ଛୁକ ଉଦବେଗ ।୧୧୫।

ପାୟେଡ଼ା ପଡ଼ିଲା ସେହି ରାଜ୍ୟର ଭିତରେ

ସୁବର୍ଣ୍ଣର ବନ୍ଧା ଚାମର ରାଜା ଧରିଅଛି କରେ ।୧୧୬।

କଟକ ଭିତରେ ପଶି ଆସଇ ପାବେନି

ମତ୍ତଭୋଳ ଯୋଦ୍ଧାୟେ ପଶନ୍ତି ଶସ୍ର ଘେନି ।୧୧୭।

ଭୀମସେନ ଠାକୁରେ ବିଜେ କରିଛନ୍ତି ରଥେ

ଛାମୁରେ ବେନି ଚାମର ଘେନି ପ୍ରଣପତ୍ୟ ଲଗ୍ନାଜିତେ ।୧୧୮।

ଅନେକ ବିନୋୟୀ ଲଗ୍ନାଜିତ କହଇ ପରିଣାମି

କ୍ଷତ୍ରୀବର ସୋହଡ଼ ସୁନ୍ଦର ନାଥ ମୋତେ ରକ୍ଷାକର ସ୍ୱାମୀ ।୧୧୯।

ରଥରୁ ଓହ୍ଲାଇ ଯୁଝେଷ୍ଠି ଦେବଂକ ଅନୁଜ

ଉଠ ଉଠ ନରେନ୍ଦ୍ର ବୋଲି ଧଇଲେ ତାର ବେନିଭୁଜ ।୧୨୦।

ତୁ ପୁଣି ଶ୍ରୀଜଗନ୍ନାଥ ଦେବଂକର ଶ୍ୱଶୁର ଅଟୁ

ତୁ ମୋହୋର ପିତାର ସମାନ ଚରଣେ କିଂପେ ଖଟୁ ।୧୨୧।

କରପତ୍ର ଯୋଡ଼ିଣ ଯେ ଲଗ୍ନାଜିତ ପଚାରି

ପଞ୍ଚଜଗତ ଠାକୁର ତୁ ତ୍ରଇଲୋକ ଅଧିକାରୀ ।୧୨୨।

ଦାସୀ ଠାକୁରାଣୀ ଯେବେ ୟେକଯୋଗ ହୋଇ

ଦୁହେଂ ସମାନ ହୋଇବେ କି ଲଗ୍ନାଜିତ କହି ।୧୨୩।

ବେନି ଭୁଜେ ଚାମର ଢାଳଇ ଲଗ୍ନାଜିତ ନରପତି

ଅନେକ ପାଟଛତ୍ର ଉଦ୍ଦଣ୍ଡ ୟେକଲକ୍ଷ୍ମୀ ବୀରଛତ୍ରୀ ।୧୨୪।

ନଗ୍ରଯାକ ରାଜା ପାୟେଡ଼ା ଅଛି ପାଡ଼ି

ଚାଲଇ ପାଣ୍ଡବ ସୁନ୍ଦର ଜାଣି ବିକ୍ରମକେଶରୀ ।୧୨୫।

କୋଶଳ ରାଜ୍ୟ ଶୋହିଲା ଯେ ଭୀମସେନ ପଶନ୍ତେ

ଜନ ଗହଳେ ଦେଖନ୍ତି ପୂରି ଅପ୍ରମିତେ ।୧୨୬।

ବାହାର ଗଡ଼ ଜିଣିଣ ଆସ୍ତାନ ଜଗତୀ

ତହିଂ ଯାଇ ବିଜେକଲା ପାଣ୍ଡବ ତୋଷମତି ।୧୨୭।

ଅନେକ ସାନନ୍ଦେ ରାଜା ଉତ୍ସବ କରାଇ

ବହୁତ ବିଧି ରାଜା ସାନନ୍ଦେ ଦିଅଇ ବଧାଇ ।୧୨୮।

ଘୋଷଣ ଶବଦେଣ ଆନନ୍ଦ ନଗ୍ରନାରୀ

ଇନ୍ଦ୍ର ବିଜେକଲେ ଯେହ୍ନେ ଆନନ୍ଦ ମଞ୍ଚପୁରୀ ।୧୨୯।

ସୂପକାରମାନନ୍ତ ରାଇ ଆଗ୍ୟାଂ ଦିଲାକ ନୃପତି

ବେଗେ ଯୋଗାଡ଼ କର ହୋ ଗଉରୀ ଶଉରୀ ନଳବିଧି
ତିନି ପ୍ରତି ।୧୩୦।

ବେନି ଅହିବ୍ରତେକ ଯେ ସୂପକାରମାନେ

ଲାଗିଲେ ସେ ଅମୃତ ରସ ରାନ୍ଧଣା ବିଧାନେ ।୧୩୧।

ନିତ୍ୟାପ୍ରତି ବିଧାନ ଷାଠିୟେ ପଉଟି ଅନ୍ନ

ସୂପକାରମାନେ ବେଢି ସର୍ବେ କରନ୍ତି ପଚନ ।୧୩୨।

ଆହାର୍ଣ୍ଣିକ ସାରି ଭୀମସେନ ମୁଣୋହିର ବିଜେ

ଶଙ୍ଖଧୁନି ଶବଦ ଯେ ସଂପୋଡେଣ ବାଜେ ।୧୩୩।

ମୁଣୋହି ସାରିଣ ବୀର ଯେ କରନ୍ତି ଆଞ୍ଚୋବନ

ବିଜୟେ ମାରୁତି ଯେ ଚନ୍ଦ୍ରଶାଳା ଭୁବନ ।୧୩୪।

ତାମ୍ବୁଳ ଭୁଞ୍ଜିଣ ଚଉସମ କାୟେ ଲେପନ

ଦିବ୍ୟ ଅବତାର ସେହି ପାଣ୍ଡୁର ନନ୍ଦନ ।୧୩୫।

ଆହୋ ଲଗ୍ନାଜିତ ରାଜାକଇଂ କଲେକ ନିମନ୍ତ୍ରଣ

ସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକୁ ଚଳ ହୋ ୟେହିକ୍ଷଣି ।୧୩୬।

ଯେତେକ ଅଛଇ ତୋହୋର ପାରିଦଣ୍ଡ ସଇନି

ୟେହିକ୍ଷଣି ବାହର ହୋଅସି ଅନକୂଳ ଘେନି ।୧୩୭।

ୟେତେ କହି ବ୍ରିକୋଦର ଉଠିଲେ ତଡତି

ବିଜେକଲେ ଯାଇଂ ବହନ ରଥକତି ।୧୩୮।

ଥୋକାୟେକ ଦୂର ରାଜା ଗୋଡାଇ ପାଛୋଟି

ବାହୁଡାଇ ଭୀମସେନ ଚଳାଇଲା ଥାଠଗୋଟି ।୧୩୯।

କୋଶଳ ଦେଶରୁ ଯେ ଚଳଇ ଲଗ୍ନାଜିତ

ହସ୍ତିନା ଭୁବନକଇଂ ସେ ଚଳଇ ତୁରିତ ।୧୪୦।

ଜୟ ତୁ ଜାନକୀର ପତି ଶ୍ରୀ ରାମଚନ୍ଦ୍ର

ବାଳୀକି ମାରି କିସ୍କିନ୍ଧାରେ ସୁଗ୍ରୀକି ଦିଲୁ ରାଜପଦ ।୧୪୧।

ସିନ୍ଧୁରେ ସେତୁବନ୍ଧ ବାନ୍ଧିଲୁ ଦେବ ହେଳେ

ସୁବଳୟାରେ ବିଶ୍ରାମ କଲୁ ଭୁଜବଳେ ।୧୪୨।

ସେ ସ୍ଥାନେ କଟକ କଲେ ସୀତୟା ରମଣ

ଡରେ ପାଦେ ଶରଣ ପଶିଲା ବିଭୀଷଣ ।୧୪୩।

ରାବଣକୁ ବଧ କଲେ ସୀତାୟାର ସାଇଂ

ଲଂକାରେ ରାଜପଦ ବିଭୀଷଣକଇଂ ଦେଇ ।୧୪୪।

ଜାନକୀ ଘେନିଣ ଅଇଲେ ନିଜ ପୁର

ନିଯୋଗୀ ଲୋକମାନନ୍ତ ଘେନିଣ ସଙ୍ଗତର ।୧୪୫।

ସେ ଦାଶରଥିଂକ ଚରଣ ଅରବିନ୍ଦେ ଶରଣ

ଶୂଦ୍ରମୁନି ସାରୋଳା ଦାସ ମାଗଇ ଅନୁକ୍ଷଣେ ।୧୪୬-୩୨୦୮।

 

Unknown

କର୍ଣ୍ଣକେଶରୀ ଓ ରାମଚନ୍ଦ୍ର ରାଜାଙ୍କ ନିମନ୍ତ୍ରଣ

କୋଶଳ ଦେଶୁଂ ଭୀମସେନ ଥାଠକୁ ଚଳାଇ

କନେକ ଦେଶରେ ବୀର ପ୍ରବେଶ ହେଲା ଯାଇଂ ।୧।

ମଳୟ ବସନ୍ତ ବୋଲି ୟେକଇ ପର୍ବତେ

ଦଣ୍ଡ ଘେନି ପ୍ରବେଶ ଯେ ପବନର ସୁତେ ।୨।

ବୀରତୁର ବିଜିଘୋଷ ଢୋଲ ବୀର କାହାଳୀ

ଘୋର ଶବଦ ବାଦ୍ୟେ ବ୍ରହ୍ମାଣ୍ଡ ଉଛୁଳି ।୩।

କଣୟଭାଗୀ ବୋଲି ସେ ୟେକଇଂ ନଦୀଗୋଟି

ସୁବର୍ଣ୍ଣଭଦ୍ରାଉଂ ସେ ବହି ଆସଇ ଫୁଟି ।୪।

ସେ ନଦୀର ଉତ୍ତର ଭାଗେ କର୍ଣ୍ଣଦେଶ ବସଇ

କର୍ଣ୍ଣକେଶରୀ ବୋଲି ସେ ରାଜାର ନାମ ଅଟଇ ।୫।

ବଡାଇ ପ୍ରତାପୀ ରାଜା ସେ କର୍ଣ୍ଣକେଶରୀ

ଚାରିଶତ ପାରିଦଣ୍ଡ ଉପରେ ଅଧିକାରୀ ।୬।

ଚଉଦ କ୍ଷଉଣୀ ବଳ ତାହାକଇଂ ଖଟଇ

ଅନୁବ୍ରତେ ରାଜା ବଳ ସାଜିଥାଇ ପରରାଷ୍ଟ ପାଇଂ ।୭।

ଗହଳ ନିଶାଣ ଟମକ ମହୁରୀ ବାଜେ

ବିଜୟେ ବ୍ରିକୋଦର ଯାଇଂ ସେ କର୍ଣ୍ଣକେଶରୀ ରାଜ୍ୟେ ।୮।

ସମଦଣ୍ଡ ଘେନି ରାଜା ପଶିଅଛି ବେଣ୍ଟ ବିନୋଦେ

ଚାରଗଣକଇଂ ରାଇ ପଚାରଇ ରାଜା କାହିଂର ବାଦ୍ୟ ଶବଦେ ।୯।

କରପତ୍ର ଯୋଡ଼ି ତାକୁ କହିଲେ ମୁନେହି

ସ୍ୱାମୀ କେଉଂଣ ଦେଶର ରାଜା ଆସୁଛି ଦଣ୍ଡ ବାହି ।୧୦।

ରଥ ଗଜ ଅଶ୍ୱ ଆଦି ସଇନି ପାଦାନ୍ତି

ବହୁତ ଦୂରରୁ ସେ ଅଟଇ ମହାରଥୀ ।୧୧।

ମହାପ୍ରତାପ ତାହାର ବହୁତ ପ୍ରତଗ୍ୟାଂ

ପଚ୍ଛିମ କୋଶଳ ରାଜା ତାହାନ୍ତ ନୋହନ୍ତି ଅବଗ୍ୟାଂ ।୧୨।

ବହୁତ ରାଜ୍ୟ ଦେବ ଆସୁଛି ସାଧିକରି

ଯୋଉଂ ରାଜା ଗାଢ କରଇ ତାହାର ରାଜ୍ୟ ଦିଅଇ ଉଜାଡ଼ି ।୧୩।

ଶୁଣିକରି କୋପକଲା ସେ କର୍ଣ୍ଣକେଶରୀ

ଯୋଦ୍ଧାନ୍ତ ରାଇ ଆଗ୍ୟାଂ ଦିଲା ତାହାକଇଂ ଆଗ ଧରି ।୧୪।

ରାଜାର ଆଗ୍ୟାଂୟେ ସେହୁ ଶୂରସେନ ମନ୍ତ୍ରୀ

ସାଜିଲା ଦଣ୍ଡଯାକ ତାହାର ବତିଶଲକ୍ଷ ରଥୀ ।୧୫।

ମହାମତ୍ତ ଦନ୍ତା ସେ ପାଞ୍ଚଗୋଟି ମହାନାଗ

ଚାରିଖର୍ବ ଚୋଖାର ସେ ସାଜିଲା ତୁରଙ୍ଗ ।୧୬।

ବିଶାଶତେ ଖର୍ବ ତାହାର ସାଜିଲେ ସଇନି

ବାହାରିଲେ ଶୂରସେନ ରାଜାର ଆଗ୍ୟାଂ ଘେନି ।୧୭।

ଭୀମସେନ ରହିଅଛନ୍ତି ମଳୟବସନ୍ତ ପର୍ବତେ

ଦଣ୍ଡ ଘେନି ଶୂରସେନ ଆସି ଭେଟିଲା ତୁରିତେ ।୧୮।

ଗିରିବର ଶିଖକୁ ଉଠନ୍ତେ ବେଗେ ଧାଇଂ

କରରେ କୁନ୍ତ ଖଡ଼ଗ ଯେ ମୂଷଳ ବୁଲାଇ ।୧୯।

ଡାକ ହାକେ କମ୍ପଇ ଯେ ବନସ୍ତ ମହାଘୋର

ରେ ରେ କାର ଶବଦେ ଡାକନ୍ତି ବିସ୍ତାର ।୨୦।

ପର୍ବତେ ଘୋଟିଲେ ସେ ଯେ ମହାମତ୍ତ ହାଥୀ

ପ୍ରତଗ୍ୟାଂ କରି ଯୋଦ୍ଧାୟେ ପର୍ବତକଇଂ ଉଠି ।୨୧।

କେବଣ ଦେଶର ତୁ ଅଟୁସି ହୋ ରାୟେ

ସଂହାଥେ ଲୋଡିଲୁ କିମ୍ପେ ମରଣ ଉପାୟେ ।୨୨।

ବିନା ବାରତାୟେ କିମ୍ପେ ପଶିଲୁ ରାଜ୍ୟେ ବାହି

କର୍ଣ୍ଣକେଶରୀ ରାଜା ତୋର ଶୁଣିଲା କି ନାହିଂ ।୨୩।

ରାଜାଧି ରାଜେଶ୍ୱର ସେ କଇଚ୍ଛା ଜଗଜ୍ଜେଠୀ

ପଚ୍ଛିମ ଦିଗେ ଚମକ ପଡ଼ଇ ଯାହାର ନାମ ଗୋଟି ।୨୪।

ଦେଶାଉରେ ବାରତ କି ନ କହିଲେ ତୁକୁ

ମଗଧେଶ୍ୱର ପଶି ନୁଆରିଲା ୟେ କର୍ଣ୍ଣିକା ଦେଶକୁ ।୨୫।

କେବଣେ ସାହସେ ତୁ ପଶିଲୁ ଝସାଇ

ଶୁତିଲା ସିଂହକୁ ତୁ ଚାଳୁଛୁ କିମ୍ପାଇଂ ।୨୬।

ପ୍ରାଣେ କାର୍ଯ୍ୟ ଥିଲେ ଆସି ପଶ ହୋ ଶରଣ

ନୋହିଲେ ନିଚୟେ ତୋର ହୋଇଲାମରଣ ।୨୭।

ସମରକଇଂ ଇଚ୍ଛା ଯେବେ ଅଛଇ ତୋର ମନେ

କଣକଳ୍ପ ସଇନି ଘେନି ପରରାଷ୍ଟକୁ ଅଇଲୁ କେସନେ ।୨୮।

ରଥ ଗଜ ଅଶ୍ୱ ନାହିଂ ଅଳପ ପାଦାନ୍ତି

ୟେକା ଯୋଦ୍ଧାୟେ ତୋହୋରି ସବୁନ୍ତି ଯେ ନାଶ କରିଣ ପାରନ୍ତି ।୨୯।

ପୁଣ ପୁଣ ପ୍ରତଗ୍ୟାଂ କରନ୍ତି ଧର୍ମ ଛାଡ଼ି

ବ୍ରହ୍ମାଣ୍ଡ ଉଛୁଳି ଅଛି ହାଥୀଂକ ଘଣ୍ଟାରବ ରଡ଼ି ।୩୦।

ଅନେକ ପ୍ରତଗ୍ୟାଂ ଶୁଣିଲେ ଯହୁଂ କଥା

ପାଣ୍ଡବ ବଳ ସଇନି ହୋଇଅଛନ୍ତି ମୟେମତ୍ତା ।୩୧।

କାଳକୃତାନ୍ତକ ବୋଲି ଭୀମସେନର ବେନି ସେନାପତି

ଗିରିବର ଉପରୁ ସେ ଡେଇଂ ପଡ଼ିଲେକ ଝାତି ।୩୨।

କନ୍ୟକା ଦେଶ ସଇନି ରେ ରେ କାର କରି ଉଠି

ଦେଖି କର୍ଣ୍ଣକେଶରୀ ସନ୍ୟ କଲେକ ଶରବୃଷ୍ଟି ।୩୩।

ଯେହେନେକ ଜଳବୃଷ୍ଟି ହୋଅଇ ଗଗନେ

ପର୍ବତ ଉପରୁ ତେହ୍ନେ ପଡ଼ିଲେ ଶରମାନେ ।୩୪।

କୁହୁକା ଶର ମାଇଲା କର୍ଣ୍ଣକେଶରୀ ସେନାପତି

ଦିବସେ ଘୋର ଅନ୍ଧାର ଯେ ଦିଶିଲାକ ପୃଥୀ ।୩୫।

କୂଟଯୁଦ୍ଧ ଦେଖିଣ ସେ ପବନର ବଳା

ଗିରିବର ଉପରୁ ଡେଇଂ ପଡ଼ିଲା ରଣ ମନ୍ଥନ ମହାବୀରା ।୩୬।

ସାଂଗ୍ରାମ ଦେଖିଲେ ଯେ ମଣଇ ଅମୃତ ଆପ୍ୟାନ ପ୍ରାୟେ

ରଣେ ଅନିର୍ବାରଣ ସେ ଗିରିବର ତତ୍ତୁଲ କାୟେ ।୩୭।

ସୋହୋଡ଼ ସୁନ୍ଦର ସେ ଯେ ପାଣ୍ଡବ ବଳବନ୍ତା

ଓହୋବଳ ସାଂଗ୍ରୋମେ ତାହାକଇଂ ନାହିଂ କେ ଜିଣନ୍ତା ।୩୮।

ପିଙ୍ଗଳ ବଦନ କାଳଚକ୍ର ପ୍ରାୟେ ବୁଲାଇଣ ବେନିଆଖି

କେଶରୀ ଉଠିଲାକ ମତ୍ତଗଜ ପଲ ଦେଖି ।୩୯।

ଫେରୁ ବିସ୍ତାର କରି ଯେହ୍ନେ ଗର୍ଜଇ ଉଡ଼ଙ୍ଗ

ଖଗେଶ୍ୱର ଦେଖି ଯେହ୍ନେ ପଶନ୍ତି ବିମ୍ବର ମାର୍ଗ ।୪୦।

ତେସନେକ ପାଣ୍ଡବ ଉଠିଲା ଗଳଗାଜି

ପଳାବନ୍ତି କର୍ଣ୍ଣକେଶରୀ ବଳ ବିକଳେଣ ଭାଜି ।୪୧।

କାଳଦଣ୍ଡ ଘେନି ଯେହ୍ନେ ବିଜୟେ ନାଶକର

ସେହି ରୂପେ ଭୀମସେନର ତେଜ ପରଖର ।୪୨।

ଗଦା ବୁଲାବନ୍ତେ ପୃଥିବୀ ଉଲୁକାପାତ ପ୍ରାୟେ

ଦେଖିଣ ଭାଜିଲେ ଯେ ସମସ୍ତ ପାରିଦଣ୍ଡ ରାୟେ ।୪୩।

ପଳାବନ୍ତେ ଭୀମସେନ ଗୋଡ଼ାଇଣ ଗଦା ଘେନି ପ୍ରହାରି

ରଥଗଜ ଅଶ୍ୱ ପାଦାନ୍ତି ହୋଉଛନ୍ତି ସର୍ବଚୂରି ।୪୪।

ରଣମନ୍ଥାନ ସୋହୋଡ଼ ପାଣ୍ଡବ ବୀର ୟେକା

ପଶିଲା ସାଂଗ୍ରାମେ ବେଗେ ହୋଇଣ ନିଶଂକା ।୪୫।

ଲେଉଟି ଯୋଦ୍ଧାୟେ ଯେ ପ୍ରହାରନ୍ତି ଶର

ଶ୍ରାବଣ ମାସରେ ଯେହ୍ନେ ବରଷଇ ଜଳଧାର ।୪୬।

ବାମଅଙ୍ଗ ପାତିଲା ଯେ ପାଣ୍ଡବ ମହାବଳୀ

ଯୋଦ୍ଧାଂକ ଶହସ୍ରମାନ ପଡ଼ି ହୁଅନ୍ତି ଧୂଳି ।୪୭।

ଧାଇଂଣ ବ୍ରିକୋଦର ଯେ ମାଇଲା ବଜ୍ରମୁଥେ

ପଡ଼ିଲେକ ସଇନି ଯେ ଦୃଭାର ଦଣ୍ଡଘାତେ ।୪୮।

ଶହସ୍ରମାନ ଭେଦନ୍ତା ନୋହୋଇ ଯାହାର କାୟେ

ଯାହାର କୋପିଲେ କୃତାନ୍ତେକ କରଇ ଭୟେ ।୪୯।

ମାନବ ମାତ୍ରକ ତାହାର ଛାମୁରେ କେହୁ ରହୁ

କାଳାନ୍ତେକ ମୂରତି ଦେଖି କେ ତାହା ସହୁ ।୫୦।

ଜାତ ଅନଳ ପ୍ରାୟେ ବିକାଶଇ ତାର ତେଜ

ବ୍ରିକୋଦର ମୂରତି ଦେଖି କେ ଯୋଦ୍ଧାୟେ ହୋଇଲେ ଦହିଜ ।୫୧।

ସମୁଦ୍ର ଗଣ୍ଡୁଷ ଯେହ୍ନେ କଲେକ ଅଗସ୍ତି

ସାଂଗ୍ରାମେ ପ୍ରତଗ୍ୟାଂ ଯାର ଅନୁବ୍ରତେ ନୋହୋଇ ଶାନ୍ତି ।୫୨।

ଅନେକ ସଇନି ତାର ପ୍ରହାର କଲାକ ଗୋଡାଇ

ବେନି ଯୋଜନ ପରିଯନ୍ତେ ବିଶ୍ରାମିତ ଠାବ ନାହିଂ ।୫୩।

ଲକ୍ଷେକ ରହୁବର ଯେ ଦୁଇଲକ୍ଷ ହାଥୀ

ଚାରିଲକ୍ଷ ଅଶ୍ୱ ତିନି ମେଚ୍ଛବ ପାଦାନ୍ତି ।୫୪।

ୟେତେକ ସନ୍ୟ ଘେନି ଅଇଲା ପାତ୍ର ଜୟସେନ

ମହାଯୁଦ୍ଧ କରି ସମସ୍ତେ ହୋଇଲେ ନିଧନ ।୫୫।

ସନ୍ୟଭରା ଦେଖି ତାର ବିଚାରଇ ମହାମନ୍ତ୍ରୀ

ଦଶନହ ମୁଖେ ଭରି ଶରଣ ଫୁକାରଇ ତତକ୍ଷଣାନ୍ତି ।୫୬।

ଶରଣ ଶରଣ ବୋଲି ଯେ ଫୁକାରଇ ନିସତେ

ଧାଇଂଣ ବ୍ରିକୋଦର ତାର କେଶ ଧଇଲା ବାମହାଥେ ।୫୭।

ଦକ୍ଷିଣ ହାଥେ ବୀର ଚାପୋଡେକ ମାରି

ପଡ଼ିଲା ଯେ ମନ୍ତ୍ରୀବର ରୋଧିର ଉଦୁଗାରି ।୫୮।

ରାଜାର ଛାମୁରେ ଯାଇ କହନ୍ତି ଚାରଗଣେ

ସ୍ୱାମୀ ଦଣ୍ଡଘେନି ମନ୍ତ୍ରୀ ତୋର ପଡିଲେକ ରଣେ ।୫୯।

ଶୁଣି ବିରସ ଯେ କର୍ଣ୍ଣକେଶରୀ ନୃପତି

ହା ହା ମନ୍ତ୍ରୀ ବୋଲି ରାଜା ପଡ଼ିଲାକ କ୍ଷିତି ।୬୦।

ରାଜାର କ୍ରୋଧ ଦେଖି ତାହାର ନନ୍ଦନ

ଜ୍ୟେଷ୍ଠପୁତ୍ର ନାମଗୋଟି ଅଟଇ ରତୁପନ୍ନ ।୬୧।

ରାଜାକଇଂ ସମାର୍ଜି ଚଳଇ ପ୍ରତଗ୍ୟାଂ କରି ବାଳ

ମୋହୋର ଥାଆନ୍ତେ ପିତା କାହିଂକି ତୁମ୍ଭେ ଭାଳ ।୬୨।

ୟେକା ରଥୀକେ ନାଶକଲା ତୋହୋର ଯେ ଥାଠ

ମରାଇଲୁ ସମଦଣ୍ଡ ନ ଜାଣିଲୁ ଯୁଦ୍ଧବାଟ ।୬୩।

ସାଷ୍ଟାମ ହୋଇଣ ୟେବେ ବସ ହୋ ନୃପମଣି

ଆଗ୍ୟାଂ ଦେବାକ ମୋତେ ପରଥାଠ ଆସଇ ହାଦେ ଜିଣି ।୬୪।

ଅନେକ ପ୍ରତଗ୍ୟାଂ କରି ସେ କୁମର ରତୁପନ୍ନ

ଆଗ୍ୟାଂଦିଲା ମୋହୋର ବେଗେ ସାଜରେ ସଇନ ।୬୫।

ସମଦଣ୍ଡ ସାଜଇ କର୍ଣ୍ଣକେଶରୀର ଚାଟ

ରେ ରେ କାର କରିଣ ପଶିଲା ଭୀମସେନର ଥାଠ ।୬୬।

ରାଜାର ସଇନି ବେଗେ ହୋଇଲେ ବାହାର

ଓହୋବଳ ଭେଟାଭେଟି ହେଲେ କଟେକ ଭିତର ।୬୭।

କୃତାନ୍ତେକ ମନ୍ତ୍ରୀ ଯେ ପଚାରଇ କୁମାରକୁ

ୟେତେ ଥାଠ ମରାଇ ଆପଣେ ଆସୁଛୁ ମରିବାକୁ ।୬୮।

ଦେଶାଉରେ ବାରତ କି ନ କହିଲେ ତୋତେ

ଭୀମସେନ ଠାକୁରେ ପଚ୍ଛିମ ଦିଗବିଜେ ରାଜୁସି ଯାଗ ଅର୍ଥେ ।୬୯।

ଜରାସନ୍ଧ ବିଧ୍ୱଂସ କଲା ଯେ ମାଲଯୁଦ୍ଧ ସାଂଗ୍ରାମେ

ଯମର ଉପରେ ଯେ ବୋଲାଇ ଦୁତୀଯମେ ।୭୦।

ଦୁଷ୍ଟ ନିସୂଦନ ଯେହୁ ଶରଣ କଇଚ୍ଛା ସାଧୁ

ଜଗତଜନ ମତ୍ସଳ ସେ ସଂସାର ଜନ ବନ୍ଧୁ ।୭୧।

ଗ୍ୟାନ ଥାଉଂ ଥାଉଂ ନାଶ ରେ ଯିବୁଟି କେମନ୍ତେ

ବାହୁଡିଣ କହ ଯାଇଂ ତୋହୋର ପିଅର ଅଗ୍ରତେ ।୭୨।

କୃତାନ୍ତକ ମୁଖୁଂ ୟେହେନେକ ବାକ୍ୟ ଶୁଣି

ସୁବେଳେ ମଣିଲା ସେ ଅମୃତ ରସ ବାଣୀ ।୭୩।

ରଥ ତେଜି ପାଦେ ଚାଲି ଆସଇ କୁମରମଣି

ଦନ୍ତରେ ତିରଣ ଗଳାରେ କୋଠାର ଲାଇ ଲମ୍ବିତ ପୁଣ ପୁଣି ।୭୪।

ଭୀମସେନ ଠାକୁରେ ରଥେ କରିଛନ୍ତି ବିଜେ

କୁମର ପ୍ରଣପତ୍ୟ ହୋଇଲା ଭୀମସେନଂକର ପାଦ ପଂକଜେ ।୭୫।

ବିନୟ ଦେଖିଣ ଶାନ୍ତି ହୋଇଲା ମାରୁତି

କୋଳରେ ବସାଇ କୁମରକୁ ତୋଷମତି ।୭୬।

ପିତାକଇଂ ତୋହୋର ବଧ କରିବଇଂ ରଣେ

ୟେ ରାଜ୍ୟେ ତୋତେ ଥାପିବି ମୁଂ ଠାକୁରପଣେ ।୭୭।

ୟେ ପଚ୍ଛିମ କୋଶଳେ ତୁ ହୋଇବୁ ମଉଡମଣି

କୁମରକଇଂ ସମାର୍ଜି ଥାଠ ଚଳାଇଲା ପୁଣି ।୭୮।

ମହା ବିଶ୍ୱରୂପ କୁମାର ପରିଣାମି

ମୋହୋର ଭଗତେ ପିତାର ଦୋଷ କ୍ଷମା କରିବାକ ଦେବସ୍ୱାମୀ ।୭୯।

ପିତାର ଛାମୁକୁ ମୁଂ ଯିବଇଂ ୟେହିକ୍ଷଣି

ଆଗ୍ୟାଂ ପ୍ରମାଣେ ପିତାକୁ ହକାରି ଆଣଇ ପୁଣି ।୮୦।

ଭୀମସେନକଇଂ ସମାର୍ଜିଣ ସେ ଚଳଇ ରତୁପନ୍ନ

ପିତାର ଛାମୁରେ ଯାଇଂ କଲାକ ଦରଶନ ।୮୧।

ଆସ୍ତାନ ତେଜ୍ୟାକର ହେ କର୍ଣ୍ଣକେଶରୀ

ଭୀମସେନ ଠାକୁରଂକୁ ଚାଲିଯିବା ଦରଶନ କରି ।୮୨।

ଜରାସନ୍ଧକଇଂ ବଧକଲେ ଯେ ସଂସାର ଜନହିତେ

ୟେବେ ପଚ୍ଛିମ ଦିଗବିଜେ କଲେ ସେ ରାଜୁସି ଯାଗ ଅର୍ଥେ ।୮୩।

ଭଗତ ଜନ ମତ୍ସଳ ଶରଣପଞ୍ଜର ନାହା

କାଳଦଣ୍ଡ ଧାରଣ ଦେବ ଜଗନ୍ନାଥ ଯାହାକଇଂ ସାହା ।୮୪।

ଚାଳିଶ ସହସ୍ର ରାଜା ଆସିଲେଣି ସାଧି

ପାଣ୍ଡବଂକ ତୁଲେ ଆମ୍ଭେ କିଂପେ ହୋଇବା ବିରୋଧୀ ।୮୫।

ପଚ୍ଛିମ କୋଶଳେ ଜରାସନ୍ଧହୁଂ ନାହିଂ ବଳବନ୍ତା

ଯେ ତାହାକଇଂ ବଧକଲା କେ ତାହାକୁ ଅଛଇ ଶକତା ।୮୬।

ବାରାନିଧି ସମାନେ ଯାହାର ବଡ଼ିମାପଣ

ବନ୍ଧୁବର୍ଗ ଘେନି ଚାଲ ପଶିବା ଶରଣ ।୮୭।

ପୁତ୍ରର ବଚନ ଶୁଣି ସେ ରାଜା କର୍ଣ୍ଣକେଶରୀ

ଆସ୍ତାନ ତେଜ୍ୟାକରି ଆସଇ ଦଣ୍ଡଧାରୀ ।୮୮।

ସଙ୍ଗତେ ଘେନିଅଛଇ ତାର ପଚିଶ ଭାରିଯା

ଶରଣ ଶରଣ ବୋଲି ଫୁକାରି ସେ ଆସଇ ମହାରାଜା ।୮୯।

ଗଳାରେ କୋଠାର ଲାଇ ଦନ୍ତେ ଘେନିଣ ତିରଣ

ଜନ୍ମେ ଜନ୍ମେ ସ୍ୱାମୀ ମୁହିଂ ଅଟଇ ତୋହୋରେ ଶରଣ ।୯୦।

ମୁହିଂ ଅଗ୍ୟାନ ଦେବ ବୁଦ୍ଧି ମୋହୋର କିସ

ଭଗତ ମତ୍ସଳ ନାଥ ନ ଧରିବା ମୋର ଦୋଷ ।୯୧।

ଅଗ୍ୟାନେଣ ଦୋଷ ଯେ କଲାଇଂ ମୁହିଂ ଅବା

ଅନେକ ଦୋଷ ମୋହୋର କ୍ଷମା ଯେ କରିବା ।୯୨।

ଆନନ୍ଦେ ଅଶ୍ରୁଜଳ ରାଜାର ବହଇ ବେନିନେତ୍ର

ପୁଣ ପୁଣ ପ୍ରଲମ୍ବିତ ଭୀମସେନର ପାଦାଗ୍ରତ ।୯୩।

ମରୁତ ସାରଥି ତହୁଂ ଭୀମସେନକୁ କହଇ ବାରତ

ବାବୁ ପଚ୍ଛିମ ଦିଗ ରାଜା ମଧ୍ୟରେ ୟେହୁ ସେ ଅଟଇ ମହତ ।୯୪।

ମତିହୀନ ବାକ୍ୟହୀନ କ୍ରିୟାହୀନ ପ୍ରତଗ୍ୟାଂ

କିଞ୍ଚିତ ଦୋଷେ ବହୁତ କରନ୍ତି ଅବଗ୍ୟାଂ ।୯୫।

ପଣ୍ଡିତ ଜନେ ୟେହାନ୍ତ କରନ୍ତି ଉପେକ୍ଷା

କାର୍ଯ୍ୟର କାରଣେ ୟେହାକୁ କରିବୁ ନା ରକ୍ଷା ।୯୬।

ମରୁତ ସାରଥି ବଚନେ ଭୀମସେନ ହୋଇଲା ପରମ ଶାନ୍ତି

ଉଠ ହୋ କର୍ଣ୍ଣକେଶରୀ ତୋର ଫିଟିଲା ମନ ଭ୍ରାନ୍ତି ।୯୭।

ଆଗ୍ୟାଂ ପ୍ରମାଣେ ସେ ଉଠିଲା ନୃପମଣି

ସନ୍ନିଧ୍ୟେ ଭୀମସେନ ଆଶ୍ୱାସି ତାହାକଇଂ ହକାରିଣ ଆଣି ।୯୮।

ଅକ୍ଷତ ଗୁଆ ଯେ ତାକୁ ଦିଲେକ ବ୍ରିକୋଦର

ସନ୍ୟ ଘେନି ୟେହିକ୍ଷଣି ହୁଅସି ବାହାର ।୯୯।

ରାଜୁସି ଯାଗକଇଂ ଅଇଲୁ ରାଜାନ୍ତ ନିମନ୍ତିବାକୁ

ଥାଠ ସନ୍ୟ ଘେନି ଯାଅ ତୁ ଇନ୍ଦ୍ରପ୍ରଶସ୍ତକୁ ।୧୦୦।

ଆଗ୍ୟାଂ ପ୍ରମାଣେ ସେ ଚଳଇ ନୃପତି

ଦେଖା ଦରଶନି ଧନ ଘେନି ବିଜେ ତତକ୍ଷଣାନ୍ତି ।୧୦୧।

ତହୁଂ ଚଳଇ ସେ ଯେ ପାଣ୍ଡବ ପଞ୍ଚାଣ

ସନ୍ୟ ଘେନି ଚଳେ ସେ କର୍ଣ୍ଣାଟ ଦେଶେଣ ।୧୦୨।

ସେ ଦେଶର ରାଜା ରାମଚନ୍ଦ୍ର ଚକ୍ରବ୍ରତୀ

ବଡ଼ାଇ ପ୍ରତାପୀ ରାଜା ସେ ବିଷ୍ଣୁବଂଶେ ଆଧିପତି ।୧୦୩।

ମାନିନୀ ନଦୀତୀରେ କଟକ ତାହାର

ବଡ଼ାଇ ସମ୍ପଦ ରାଜା ସେ ପଚ୍ଛିମେ ବୀରବର ।୧୦୪।

ତିନିଶତ ନୃପତି ତାକୁ ଖଟନ୍ତି ପାରିଦଣ୍ଡ

ବେନିଶତ ଯୋଜନ ମାଡ଼ି ତାହାର ରାଜ୍ୟଖଣ୍ଡ ।୧୦୫।

ଭୀମସେନ ବିଜେକଲେ ମାନିନୀ ନଦୀକୂଳେ

ସେ ନଦୀରେ ସ୍ରାହାନ କରନ୍ତି ଆହାର୍ଣ୍ଣିକ ବେଳେ ।୧୦୬।

ଶବଦ ଯେ ବାଜଇ ବିଜିଘୋଷ ମର୍ଦ୍ଦଳ ବୀରତୂର

ମେଦିନୀ ଉଛୁଳଇ ଯେ ବ୍ରହ୍ମାଣ୍ଡ ଦୁରୁଦୁର ।୧୦୭।

ସମଦଣ୍ଡ ଘେନି ରାଜା ଆସ୍ତାନେ କରିଅଛି ବିଜେ

ମନ୍ତ୍ରୀକି ପଚାରଇ ରାଜା କିସ ଶବଦ ବାଜେ ।୧୦୮।

ମନ୍ତ୍ରୀ କହଇ ରାଜା ଶୁଣ ଦେବ ଶ୍ରୀରାମ

ଛତ୍ରୀବର ସୋହୋଡ଼ ସୁନ୍ଦର ସେ ପାଣ୍ଡବ ବୀର ଭୀମ ।୧୦୯।

ଜରାସନ୍ଧ ରାଜାକୁ ସାଂଗ୍ରାମେ ଯେ କଲାକ ନିବାରଣ

ରାଜୁସିଯାଗ ନିମନ୍ତେ ପଚ୍ଛିମ ଦିଗ ବରଣ ।୧୧୦।

ମହାସଭା ହୋଇବ ଦେବ ମିଳିବେ ଲକ୍ଷେ ରାଜା

ଅମରଗଣ ଘେନିଆସି ବିଜେ କରିବେ ବିଡୋଜା ।୧୧୧।

ଅନେକ ମହିମା ଉପୁଜିବ ଯେ ବହୁତ ଅପୂରୁବ

ସାତବଂଶ ଘେନି ବିଜେ କରିବେ ବାସୁଦେବ ।୧୧୨।

ସୁପଣ୍ଡିତ ମନ୍ତ୍ରୀ କହିଲା ସୁବାଣୀ

ବଚନେଣ ବୋଧ ହୋଇଲେ ଶ୍ରୀରାମ ନୃପମଣି ।୧୧୩।

ଆସ୍ତାନୁ ଓହ୍ଲାଇ ଅଭିନବ ଚକ୍ରବ୍ରତୀର ବଳା

ରୂପେଣ ସୁନ୍ଦର ସେ ବିଷ୍ଣୁ ବର୍ଣ୍ଣେ କଳା ।୧୧୪।

ମନ୍ତ୍ରୀ ଅମନତ୍ୟଗଣ ସଙ୍ଗେ ଘେନିଣ ନୃପତି

କଟକରେ ପାୟେଡ଼ା ରାଜା ପାଡ଼ିଲା ତତକ୍ଷଣାନ୍ତି ।୧୧୫।

ମେଢ ମଣ୍ଡୋପ ଯେ ଜଗତୀ ଅଟାଳୀ

ସୁବର୍ଣ୍ଣେ ରାଜାର ଲକ୍ଷେକ ପୁରୁଶାଳୀ ।୧୧୬।

ବହୁତ ଉଚ୍ଛବ କରାଇଲା ନୃପମଣି

ତୁଲେ ଘେନିଲା ରାଜା ନୀଳା କମଳା ବେନିରାଣୀ ।୧୧୭।

ହାଥେ ଚାମରେ ଚାମରେ ଘେନି ବେନି ଭାରିଯା

ଆପଣେ ପାଟଛତ୍ର ଘେନି ଆସଇ ଶ୍ରୀରୀମଚନ୍ଦ୍ର ରାଜା ।୧୧୮।

ଆହାର୍ଣ୍ଣିକ ସାରି କଟକେ ବିଜୟେ ମାରୁତି

ସନ୍ନିଧ୍ୟେ ଭେଟିଲା ଯାଇଂ ଶ୍ରୀରାମ ଚକ୍ରବ୍ରତୀ ।୧୧୯।

ଭୀମସେନ ରଥ ଦିଶିଲା ଯେତେ ଦୂରୁଂ

ଶ୍ରୀରାମ ଘୃମ ଗଳଇ ରାଜା ନିଉଛାଳି କରୁ କରୁ ।୧୨୦।

ବିନୟ ଭାବ ହୋଇ ରାଜା ଅନେକ ତୁସ୍ତି ବୋଲି

ଶତେ ସହସ୍ର ଦଣ୍ଡଲାଇ ଶୁତିଲା ଗଡ଼ଘାଲି ।୧୨୧।

ସୋମବଂଶ ମଉଡ଼ମଣି ଦେବ ଦୁଷ୍ଟ ନିବାରଣ

ଅଭୟେ ବରଦାତା ତୁ ଶରଣ ରକ୍ଷଣ ।୧୨୨।

ପାୟେ ଆସି ନିଉଛାଳି କରଇ ନୃପମଣି

ଶ୍ରୀକରେ ଚାମର ଢାଳନ୍ତି ରାଜାର ବେନିରାଣୀ ।୧୨୩।

ଆପଣେ ପାଟଛତ୍ର ଧରିଣ ସନ୍ନିଧ୍ୟେଣ

କିଂକର ପ୍ରାୟେ ରାଜା ବିନୟେ ଭୀମସେନ ।୧୨୪।

ଶ୍ରୀରାମଚନ୍ଦ୍ର ରାଜାର ବହୁତ ବିନୟ ଶୁଣି

ଦୟା ବସିଲାକ ଯେ କାଳଦଣ୍ଡ ପାଣି ।୧୨୫।

ଭୀମସେନ ପ୍ରଶଂସଇ ମହିମା ତୋହୋର ଧନି

ଦିଗମ୍ବର ରାଜା ହୋଇ ପାରିଲୁ ଆମ୍ଭନ୍ତ ଚିହ୍ନି ।୧୨୬।

ନ ଜାଣି ନାଶଗଲେ ଅନେକ ନୃପତି

କେହ୍ନେ ନିର୍ଭୟେ ତ ହୋଇଲୁ ୟେଡେକ ନିଭ୍ରାନ୍ତି ।୧୨୭।

ସ୍ୱାମୀ ଜରାସନ୍ଧ ଆମ୍ଭନ୍ତ ସବୁନ୍ତି ନେଲା ବାନ୍ଧି

ନିଅଳ ପିନ୍ଧାଇ ଦେଇ ପଞ୍ଚତିରିଶ ବରଷ ପରିଯନ୍ତେ
କରିଥିଲା ବନ୍ଦୀ ।୧୨୮।

ସ୍ୱାମୀ ସଂସାର ଜନହିତେ ଜାରା ଦର୍ପ ଧ୍ୱଂସି

ତୁ ସେ ସର୍ବ ଉଦ୍ଧାରଣ ମୁକତି ଗତି ଦେସି ।୧୨୯।

ସ୍ୱାମୀ ଅଶ୍ୱମେଧ ଯାଗ ଯେ କରିଥିଲୁ ଆମ୍ଭେ ପୂର୍ବେ

ତୋହୋର ପାଦରଜ ଆସି ପଡ଼ିଲା ଆମ୍ଭ ରାଜ୍ୟେ ।୧୩୦।

ରାଜ୍ୟର ଦୁଷୁକୃତ ଆମ୍ଭର କଲାକ ଧ୍ୱଂସନ

ନୟନେ ଦେଖିଂଲୁ ସ୍ୱାମୀ ଦୁତୀ ନିରଞ୍ଜନ ।୧୩୧।

ଭୀମସେନେ ବିଜେକଲେ କର୍ଣ୍ଣାଟ ମଣ୍ଡଳେ

ଶ୍ରୀରାମେଶ୍ୱର ଲିଙ୍ଗ ଦେଖିଲେ ମାନିନୀ ନଦୀତୀରେ ।୧୩୨।

କରପତ୍ର ଯୋଡ଼ି କହଇ ଶ୍ରୀରାମ ଚକ୍ରବ୍ରତୀ

ଦେବ ତ୍ରେତୟା ଯୁଗେ ସୀତୟାଂକର ମାନ ଫିଟିଲାକ ୟେଥି ।୧୩୩।

ମୁଣୋହିର ସଞ୍ଚା କରାଇଲା ନୃପମଣି

ଅନେକ ଯୋଗାଡ଼ ରାଜା ଛାମୁରେ ଦିଲା ଆଣି ।୧୩୪।

ଅହିବ୍ରତେକ ସୂପକାର ଥାଇ ଭୀମସେନର ତୁଲେ

ରୋଷାଇ ନବରେ ପଶି ମୁଣୋହି ନିବାଣିଲେ ।୧୩୫।

ଦୋହୋରା ପ୍ରସନ୍ନ ହୋଇଅଛନ୍ତି ଯାହାକୁ

ନିମିଷେକ ମଧ୍ୟେ ମୁଣୋହି ହୋଇଲା ଫକୁ ।୧୩୬।

ମୁଣୋହିର ବିଜେ ଶୂରବର ସୋହଡା

ମୁଣୋହି ସମାପତେ ସେ କାଳଦଣ୍ଡ ମହାବୀରା ।୧୩୭।

ନିତି ଷାଠିୟେ ପଉଟି ଅନ୍ନ ଯେ ମେଞ୍ଜନମାନ

ତ୍ରିପୁତି ହୋଇଣ ଭୋଜନ କରଇ ଭୀମସେନ ।୧୩୮।

ମୁଣୋହି ସାରି ସେ ଆଂଚୋବନେ ବିଜେ

ସମସ୍ତ ସନ୍ୟଂକୁ ତ୍ରିପୁତ ଭୋଜନ ଦିଜେ ।୧୩୯।

ବାଜିଲା ଟମକ ସଜାଉ ନିଶାଣ

ଶ୍ରୀରାମଚନ୍ଦ୍ର ରାଜାଂକୁ ଭୀମସେନ କଲେ ନିମନ୍ତ୍ରଣ ।୧୪୦।

ଯେତେ ଅଛନ୍ତି ରାଜା ତୋର ପାରିଦଣ୍ଡ ସଇନି

ଇନ୍ଦ୍ରପ୍ରଶସ୍ତକୁ ଯାଅ ଦେଖା ଦରଶନି ଧନ ଘେନି ।୧୪୧ । ୩୩୪୬।

 

ଭୀମଙ୍କର କିରାତ ଓ କାମପାଳ ସଙ୍ଗେ ଯୁଦ୍ଧ ଏବଂ ଜୟଲାଭ ଓ ନିମନ୍ତ୍ରଣ

ନିମନ୍ତ୍ରଣ କରି ତହୁଂ ଚଳଇ ଭୀମସେନ

ଦଣ୍ଡ ଘେନି ପଶିଲେ ଯାଇଂ ବିଷ୍ଣୁବାତ ବନ ।୧।

ସେ ରାଜ୍ୟର ରାଜା ଯେ କିରାତସେନ ଚକ୍ରବ୍ରତୀ

ଭୀମସେନ ଯାନ୍ତେ ସେ ଓଗାଳିଲେ କୋପମୃତ୍ତି ।୨।

କାହାର ୟେଡେ ଦର୍ପ ରେ ବିଷ୍ଣୁବାତ ବନେ ପଶୁ

ମାନବ ଜନମ ହୋଇ ରେ ୟେଡ଼େକ ଭରସୁ ।୩।

ମରଣକୁ ଇଚ୍ଛାକଲୁ ତୁ କେବଣ ପ୍ରାଣୀ

ଅଭୟେ ବନ ଭିତରେ କିମ୍ପେ ପଶିଲୁ ନ ଜାଣି ।୪।

ମାର ମାର ଶବଦେ ଓଗାଳିଲେ ସଇନି

ବିନ୍ଧନ୍ତି ନାରାଜ ଯେ ଶହସ୍ରନ୍ତ ଘେନି ।୫।

ଆଦିତ୍ୟ ଅସ୍ତ ହୁଅନ୍ତେ ହୋଇଲା ନିଶାରାତି

ଯୁଗତେ କିରାତ ରାଜା ବିଷ୍ଣୁବନେ ଅଧିପତି ।୬।

ବିଶେଷେ ସେ ବନଚର ଆବର ପରଦେଶୀ

ପବନୁଂ ବେଗେ ବିନ୍ଧନ୍ତି ପାଡନ୍ତି କୂଟପାଶୀ ।୭।

ଗିରିବର ଉପରେ ସେ ଉଠିଲେ କିରାତସେନ ଦେବ

ବିନ୍ଧନ୍ତି ନାରାଜ ଯେ ସ୍ତାନର ସୁଲଭ ।୮।

ରଣରଙ୍ଗ ଧନ୍ଦୋଳ କଲାକ ଶବର

ଅନେକ ସନ୍ୟ ଭୀମସେନର ହୋଇଲେ ଅପହାର ।୯।

ନିଶାକାଳେ ସାଂଗ୍ରାମ ନ ପାରିଲେ ଠାବକରି

ଭୀମସେନର ସଇନି ଆସନ୍ତି ଅପସରି ।୧୦।

ବନସ୍ତ ଭିତରେ ସନ୍ୟ ପଳାଇଲେ ଯହୁଂ ଭାଞ୍ଜି

ରାଗେଣ ମାରୁତି ଯେ ଉଠିଲା ଗଳଗାଜି ।୧୧।

ମରୁତ ସାରଥିକି ବୋଇଲା ହିଡିମ୍ବିକୀର ନାହା

ଭୋ ପିତାମହ ମୋର ରଥ ବେଗକରି ବାହା ।୧୨।

ଭୀମସେନକୁ ବୁଝାଇ ସେ ମରୁତ ସାରଥି

ଯୁଗତେ ଧନୁ କୃଷ୍ଣ ଅମାବଇ ନିଶାରାତି ।୧୩।

ସେ ବନଚର ନୃପତି ଅଟଇ ସଂଦେଶୀ

ଅନ୍ଧାର ବେଳେ ତାହାକଇଂ ଆମ୍ଭେ ପାଇବା କାହିଂ ପଶି ।୧୪।

ଥିର ହୋଇ ରହିଥିବା ୟେହି ପରବତେ

ରୟଣୀ ପ୍ରଭାତ ଯେ ହୋଇବା ପରିଯନ୍ତେ

ସାରଥି ବଚନେ ଭୀମ ହୋଇଲାକ ଶାନ୍ତି

କୂଟଗିରି ପର୍ବତେ ଯେ ରହିଲେ ନିଶାରାତି ।୧୬।

କିରାତସେନ ରାଜା ବେଢିଲେ ସେ ପର୍ବତ ଗୋଟି

ପର୍ବତ ଉପରେ ଉଠି ନାରାଜ କଲା ବୃଷ୍ଟି ।୧୭।

ଗିରିବର ଉପରୁ ପଡ଼ଇ ଅବିକ୍ଷଣେ ବାଣ

ବିଜୁଳି ତ୍ରାସ ପ୍ରାୟେ ଦିଶନ୍ତି ପ୍ରୟାଣ ।୧୮।

ଭୀମସେନର ସଇନି ଘାୟେଣ ଅସାଷ୍ଟମ

ଶରଘାତେ ସଇନିଂକି ଯେ ଲାଗିଲା ମହାଶ୍ରମ ।୧୯।

ରୋଧୀର ଅବିଚ୍ଛନ୍ନେ ବହିଲା ସବୁଂକରି କାୟେ

ସଇନିଂକ ଶରୀର ଦିଶଇ ମନ୍ଦାର ପୁଷ୍ୟ ପ୍ରାୟେ ।୨୦।

ପଳାଇବାକୁ ବାଟ ନାହିଂ ଅନେକ ପାଇଲେ ବିମୁଖ

ୟେକା ରାତ୍ରକେ ଯୁଗ ପ୍ରାୟ ମଣିଲେ ମହାଦୁଖ ।୨୧।

ଭୋ ସ୍ୱାମୀ ମାରୁତି ରକ୍ଷାକର ବୀର ଭୀମ

ବୀରବର ପ୍ରତଗ୍ୟାଂ ବ୍ରିକୋଦର ଦୁତୀକାମ ।୨୨।

ସ୍ୱାମୀ ମେରୁ ଆଶ୍ରେକରି ପାଇଲୁ ଅନେକ କଷ୍ଟ

ବିନାଯୁଦ୍ଧେ ନାଶକରଇ ୟେ କେବଣ ପାପିଷ୍ଠ ।୨୩।

ସନ୍ୟର ବିକଳ ଦେଖି ମରୁତ ସାରଥି

ତିମିର ବିଦାରଣ ମଣି କାଢିଲା ତତକ୍ଷଣାନ୍ତି ।୨୪।

ଭୀମସେନର ହୃଦେ ଅଳଂକାର ନେଇ ଚାପି

ତିମିରଦର୍ପ ଢଂସିଲା ସେ ମଣିର ତେଜ ବ୍ୟାପୀ ।୨୫।

ବନସ୍ତଯାକ ସବୁ ଦିଶଇ ଆଲୋକମୟେ

ଦିଶନ୍ତି କିରାତସେନର ସଇନି ଦିବସର ପ୍ରାୟେ ।୨୬।

କିରାତର ଥାଠ ଦେଖିଲା ବୀରବର ବ୍ରିକୋଦର

ପର୍ବତୁଂ ଡେଇଂପଡ଼ିଲା କରେ ଘେନିଣ ଗଦାବର ।୨୭।

ବ୍ରିକୋଦର ମୂରତି ଯେ ବିକାଶିଲା ତାର କାୟେ

କିରାତର ସଇନି ଦିଶିଲେ ଛାଗଳ ଯୂଥ ପ୍ରାୟେ ।୨୮।

ଗଦା ବୁଲାଇଣ ଭୀମସେନ ନେଇ ପିଟି

ବନଚର ସଇନି ଯେ ପଡ଼ିଲେ ମହୀଲୋଟି ।୨୯।

କଣୟ ପର୍ବତ ଜାଣି ଦିଶଇ ଭୀମସେନ ଅଙ୍ଗ

ରୟଣୀ କାଳେ ଯେହ୍ନେ ଦିଶଇ ଶଶାଂକ ।୩୦।

ଗଗନ ମଣ୍ଡଳେ ଲାଗଇ ଯାହାର ବେନିବାହୁ

ରୋହିଣୀବଲ୍ଲଭ ଦେଖି ଯେହ୍ନେ ଗରାସଇ ରାହୁ ।୩୧।

କିରାତ ସଇନିଂକି ବୀର ଉଠିଲା ଗଳଗାଜି

କିରାତ ସଇନି ସର୍ବେ ପଳାଇଲେ ଭାଂଜି ।୩୨।

ରାଗେଣ ବୁଲାଇଲା ବାଆନ ବାଆନ ଭାର ବେନିଗଦା ଘେନି

ଗଦା ବିଘାତେ ଉଡ଼ିଲେ କିରାତ ସଇନି ।୩୩।

ଯେସନେକ ଶେଣାପଚ୍ଛୀ ଉଡ଼ନ୍ତି ଗଗନେ

ପଡ଼ିଲେ ସଇନି ଯାଇଂ ଅନେକ ଯୋଜନେ ।୩୪।

ଲକ୍ଷେକ ହାଥୀ ଯୋଦ୍ଧା ଘେନି ନୃପତି କିରାତ

ଲୋହଶାର ଧନୁ ଘେନି କରେ ଭୀମକୁ କଲା ଶରଘାତ ।୩୫।

ଲୋହାର ନାରାଜ କଂକପଛୀ ତୀକ୍ଷମୁନା

ପଡ଼ି ନିକିଳିଲା ଅଭେଦ ବଜ୍ର ସେନ୍‌ହା ।୩୬।

ୟେକା ପାଣ୍ଡବକେ ଯେ କଲା ରଣରଙ୍ଗ

ରକତେ କର୍ଦ୍ଦନ ହୋଇଲା କିରାତ ସଇନି ସର୍ବାଙ୍ଗ ।୩୭।

ସମରେ ନିର୍ଭୟା ସେ ପାଣ୍ଡବ ବୀରମଣି

ଗଜନ୍ତ କଚାଡଇ ଯେହ୍ନେ ମୃଗ ଯୂଥ ଜାଣି ।୩୮।

କଣ୍ଠ ଗର୍ଜନ ଦେଇଣ ସେ ପଡ଼ନ୍ତି ମହାନାଗେ

ଛାଡ଼ିଲା ଉପ୍ରୋଧ ସେ ସାଂଗ୍ରାମ ବଇରାଗେ ।୩୯।

ୟେକା ଜଣକରେ ମଛିଲା କିରାତ ରାଜାର ସଇନି

ପଳାଇ ବନ ନୃପତି ଯେ ସହସ୍ରେ ଯୋଧା ଘେନି ।୪୦।

କିରାତ ସନ୍ୟକୁ ଭୀମ ଗଡ଼ାଇଲା ଗଳଗାଜି

କୋପେ ବନ ପର୍ବତ ବୀର ପଳାଇଲା ଭାଞ୍ଜି ।୪୧।

ରଥ ଗଜ ଅଶ୍ୱ ପାଦାନ୍ତି କେହି ନାହିଂ ସାହା

ୟେକସରେ ଖେଦଇ ଯେ ହିଡିମ୍ବିକୀର ପ୍ରାଣନାହା ।୪୨।

ସହସ୍ରେ ଯୋଦ୍ଧା ଘେନିଣ ପଳାଇ କିରାତ

କାଉଂରୀ ଦେଶେ ଯାଇ ପ୍ରବେଶ ବନଚର ନାଥ ।୪୩।

କାଉଂରୀ ଦେଶର ରାଜା ଅଟଇ କାମପାଳ

କିରାତ ରାଜା ଶରଣ ମାଗଇ କାଉଂରୀ ଆଖଣ୍ଡଳ ।୪୪।

ଆହୋ କାଉଂରୀପାଳ ନୃପତି ତୁ ରକ୍ଷାକର ମୋତେ

ଦଣ୍ଡଭଗ୍ନ ହୋଇ ପଳାଇ ଅଇଲି ନାଶଗଲେ ସମସ୍ତେ ।୪୫।

ଦଶଲକ୍ଷ ରଥ ପଞ୍ଚାଶ ଲକ୍ଷ ମତ୍ତନାଗ

ନବକ୍ଷଉଣୀ ପାଦାନ୍ତି ନବମର୍ଭୁତ ତୁରଙ୍ଗ ।୪୬।

ୟେଡ଼େ ବଡ଼ ସଇନି ଯେ ମରାଇଲି ଅକାରଣେ

କାହିଂର ଯୋଦ୍ଧାୟେ ସେ ନାଶକଲା ୟେକାଜଣେ ।୪୭।

ଅନମିତେ ଅଜାଗେ ଅଇଲା କେଉଂଣ ଦେଶୁଂ

ୟେତେ ବଡ଼ ସନ୍ୟ ମୋର କଲା ଧୂଳି ପାଂଶୁ ।୪୮।

ତୁ ଶରଣ ପଞ୍ଜର ରାଜା ଅଟୁ ନୃପତି କାମପାଳେ

ଶରଣ ପଞ୍ଜର ବୀରଧୂ ତୋହୋର ଅଟଇ ସର୍ବକଳେ ।୪୯।

କାମପାଳ ବୋଇଲା ତୁ ଥାଆସି ନିଚିନ୍ତେ

କେ ତୋହୋର ଶତ୍ରୁ ମୁଂ ତାକୁ ଦେଖଇଂ ବେନିନେତ୍ରେ ।୫୦।

ୟେଥୁ ଅନନ୍ତରେ ସେହୁ କାଳଦଣ୍ଡ ପାଣି

କାଉଂରୀ ଦେଶେ ପଶିଲା ସେ କ୍ଷତ୍ରୀୟ ଚୂଡ଼ାମଣି ।୫୧।

ରଥ ଗଜ ଅଶ୍ୱ ଯେ ପାଦାନ୍ତି ନାହିଂ ସାଖା

ମନ୍ଦର ଗିରି ସମାନେ ଦିଶଇ ସେ ବ୍ରିକୋଦର ଜେନା ।୫୩।

ଧାଇଂଣ କଟକେ ତାର ପଶିଲା ୟେକସରେ

କାଳଚକ୍ର ପ୍ରାୟେ ନୟନ ଦେଖି ଲୋକ ପଳାବନ୍ତି ଡରେ ।୫୪।

ଧାଇଂ ଧାଇଂ ଡଗରେ କହିଲେ ନୃପତି କାମପାଳ

ସ୍ୱାମୀ ଯମଦେବତା ବିଜେ କଲାନି ରାଜ୍ୟ ତୋହୋର ସମ୍ଭାଳ ।୫୫।

ଦେଶାଉର ମୁଖୁଂ ରାଜା ପାଇଣ ବାରତ

କାମପାଳ ନୃପତି ଆରୋହିଲେ ଲୋହମୟେ ରଥ ।୫୬।

ସହସ୍ରେକ ଶାର୍ଦ୍ଦୋଳ ତାର ରଥରେ ଯୋଚିଅଛି

ନାରାୟଣଂକୁ ଘେନି ଯେହ୍ନେ ଉଡ଼ଇ ଖଗେଶ୍ୱର ପଚ୍ଛୀ ।୫୭।

ତେହେନେକ ଶୋଭାବନ କାମପାଳ ନୃପତି

ବିଜେ କଲା ରାଜା ସଙ୍ଗେ ବେନି ମର୍ଭୁତ ହାଥୀ ।୫୮।

ସବୁଂକରି ରଥେ ଯୋଚିଲା ଅଛି ଶାର୍ଦ୍ଦୋଳ

ୟେକମୁଖ ହୋଇଣ ଉଠିଲେ ସର୍ବବଳ ।୫୯।

ସହସ୍ରେକ ଯୋଦ୍ଧା ଆରୋହୀ ମତ୍ତହାଥୀ

କିରାତସେନ ରାଜା ଅଛଇ କାମପାଳର ପଛକତି ।୬୦।

ଚାରିଶତ ପାରିଦଣ୍ଡ ରାଜା କାମପାଳର ତୁଲେ

ଦ୍ୱାଦଶ କ୍ଷଉଣୀବଳ ଘେନି ଭୀମସେନକୁ ଓଗାଳିଲେ ।୬୧।

ବନସ୍ତ ଭିତରେ ଯେହ୍ନେ ଅନେକ ଶଇଳ

ତାହାଂକରେ ଶ୍ରେଷ୍ଠ ଯେହ୍ନେ ଅଟଇ ବିଂଝମାଳ ।୬୨।

କାମପାଳର ସଇନି ଯେ ବେଢିଲେ ଭୀମସେନକୁ

ନିରାଶି ସନ୍ୟ ଯେ ନାରାଜ ବିନ୍ଧିଲେ ଭୀମସେନ ଅଙ୍ଗକୁ ।୬୩।

କେ ସହସ୍ରେ କେ ଦୁଇ ସହସ୍ର ମାରି ବାଣ

ଘୋର ଜ୍ୱାଲାବଳୀରେ ଘୋଟିଲା ମହାରଣ ।୬୪।

ଗୁରୁତର ସମର ଦେଖି ପାଣ୍ଡବ ପଞ୍ଚାଣ

ସମରଇ ତୁଳସାର ବଲ୍ଲଭ ନାରାୟଣ ।୬୫।

ତୁ ଦେବ ଯେତେକ ଆଗ୍ୟାଂ ଦିଲୁ ରାଇ

ମୁହିଂ ଭ୍ରଷ୍ଟ କରୁଅଛିଟି ମୋହୋର ଦୋଷ ନାହିଂ ।୬୬।

ରାଜୁସି ଯାଗ ପଛେ ନ କରନ୍ତୁ ଯୁଝେଷ୍ଠିଦେବ ଠାକୁର

ପାଣ୍ଡୁର ବ୍ରହ୍ମହତ୍ୟା ପଛେ ନ ଯାଉ କିନା ପାର ।୬୭।

ମାରିବି ରାଜାମାନନ୍ତ ନ ଥୋଇବି ଜୀବନ୍ତେ

ଆଦି ଅନ୍ତ ମଧ୍ୟେ ସାକ୍ଷୀ ତୁହି ସେ ଜଗନ୍ନାଥେ ।୬୮।

ନାରାୟଣକଇଂ ସାକ୍ଷୀକରି କାଳରୁଦ୍ର ଭୀମେ

ରେ ରେ କାର କରି ଭୀମ ପଶିଲା ସାଂଗ୍ରାମେ ।୬୯।

ବ୍ରିକୋଦର ମୂରତି ଧରି ପାଣ୍ଡବ ବଳବନ୍ତା

ଗଗନ ଶିଖରେ ଯାଇ ଲାଗିଲେ ତାର ମଥା ।୭୦।

ପ୍ରତକ୍ଷେ ଅମୋହ ରେତ ପ୍ରଚଣ୍ଡ ପବନର ବେଟା

ଶତଶିଂଗ ପର୍ବତ କୋଳରେ ଯାର ବଳ ଦୃଷ୍ଟା ।୭୧।

ଶୂଳ ବ୍ରହ୍ମ ରୁଦ୍ର ବଜ୍ରଶକତିରେ ତାହାର ନାହିଂ ଭୟେ

ବଜ୍ରେଣ ନିର୍ବାଣ ଯେ ଅଟଇ ଯାହାର କାୟେ ।୭୨।

ଶତଶିଂଗ ମାଡ଼ି ବସିଲେ ଯାହାର ଅଙ୍ଗେ

ଅଭୟେ ମହାବୀର ସେ ଅଟଇ ଅଭଙ୍ଗେ ।୭୩।

ବାମଅଙ୍ଗ ଆଉଂସିଲେ କାଳକୃତାନ୍ତେକ ପବନ

ବୋଇଲେ ବାମଅଙ୍ଗ ଗୋଟି ବଜ୍ର ହୋଉ ତୋହୋର ଭୀମସେନ ।୭୪।

ଯଦ୍ୟପି ମନ୍ଦର ଗିରି ପଡ଼ିବ ବାମଅଙ୍ଗ

ଚକ୍ରହିଂ ପଡ଼ିଲେ ଅଙ୍ଗ ନୋହିବାକ ଭଙ୍ଗ ।୭୫।

ପିତାର ବରରେ ସେହି ସାଂଗ୍ରାମେ ଅଭୟେ

ଶରଣପଞ୍ଜର ସେ ପାଣ୍ଡବ ନିର୍ଭୟେ ।୭୬।

ସାଂଗ୍ରାମ ଦେଖିଲେ ନାହିଂ ନିଦ୍ରା ମଇଥୁନ

ରଣେ ଅଚାର୍ଗଳ ସେ ପବନ ନନ୍ଦନ ।୭୭।

କଳିକାଳ କୃତାନ୍ତେକ ମହିମାଂ ଯାହାର ବିରଧୂ

କଳହ ମାତାଙ୍ଗୀ ନ ଛାଡ଼ଇ ଯାହାର କନ୍ଧୁ ।୭୮।

ୟେହି ମହୀଭାରା ନିବାରଣ କରିବା ନିମନ୍ତେ

ପଞ୍ଚ ମୂରତି ସଞ୍ଚିଲା ପିତାମହ ଦଇବତେ ।୭୯।

ୟେସନେକ ମହିମାଂ ଯାହାର କହିତେ ନ ସରି

ରଣମନ୍ଥନ କରାଇ ସେ ଭୀମସେନ କରେଣ ଗଦା ଧରି ।୮୦।

ସାଂଗ୍ରାମ ଦେଖିଲେ ଉଲୁସଇ ଯାର ମନ

ରଣରଂକା ବୀରଧୂ ଯାହାର ଥାଠ ଯେ ମନ୍ଥାନ ।୮୧।

କ୍ଷେପନ୍ତେ ଯାହାର ପାଦ ପବନୁଂ ଚଞ୍ଚଳା

ରୋଧୀର ଦ୍ରଶନେ ଯେହ୍ନେ ଖେପନ୍ତି ମହାଖଳା ।୮୨।

ଗଦାବର ବୁଲାଇ ଯେ ପଶିଲା ବୀର ଧାଇଂ

ରଣ ଧନ୍ଦୋଳ କଲା ମଧୁର ଗୀତ ଗାଇ ।୮୩।

ବାଜନ୍ତି ବିଜିଘୋଷ ବୀର ତୂରି ଦାଉଣ୍ଡି

ପ୍ରଦେଶୀ ଯୋଦ୍ଧାନ୍ତ ଖଡ଼ାଇ ଖେମଟା ନାଟଖଣ୍ଡି ।୮୪।

ହିଡିମ୍ବିକୀର ବଲ୍ଲଭ ସାଂଗ୍ରାମେ ରଣରଂକା

ମାଇଲା କାଉଂରୀ ବଳ ସେ ହୋଇଣ ନିଶଂକା ।୮୫।

ରାଜାର ଆଗ୍ୟାଂୟେ ସେ ନ ଭାଜନ୍ତି ସଇନି

ୟେକ ପଡ଼ନ୍ତେ ଆରେକ ଧାମନ୍ତି ଶସ୍ର ଘେନି ।୮୬।

ଭୀମସେନ ପ୍ରହାରନ୍ତେ ସେ ହୋଉଛନ୍ତି ଚୂର

ହାଥୀ ମାଡ଼ି ପଡ଼ନ୍ତି ଯେ ଯୋଦ୍ଧାଂକ ଉପର ।୮୭।

ମହାବାତେ ଯେହ୍ନେ ଭାଜେ ପଡ଼ନ୍ତି ବୃକ୍ଷେ

ତେସନେକ ସଇନି ମାଇଲା ପବନର ବଚ୍ଛେ ।୮୮।

ପକ୍ଷ ଥିଲା ପର୍ବତ ଯେସନେ ଆସନ୍ତି ଧାଇଂ

ଯେବଣ ଠାବରେ ପଡ଼ନ୍ତି ଯେ ସମସ୍ତେ ଚୂର ଯାଇ ।୮୯।

ପାଦଗତିକରି ଡେଇଂ ପଡ଼ଇ ଯେଉଣଠାରେ

ରଥ ଗଜ ଅଶ୍ୱ ଚୂର ହୋଅନ୍ତି ପାଦଭରେ ।୯୦।

ଅସୁର ଦେଖି ଯେହ୍ନେ ଧାମନ୍ତି ଚାମଣ୍ଡା

କାଉଂରୀ ବଳ ଧ୍ୱଂସିଲା ସେ ଦୃଭାର ପରଚଣ୍ଡା ।୯୧।

ଶହସ୍ର ନ ଭେଦଇ ଭୀମସେନ ଶରୀରେ

ରଣେ ବିମୁଖ ପାଇଲେ କାଉଂରୀର ସର୍ବବୀରେ ।୯୨।

ସଇନି ଅସାଷ୍ଟମ ଯେ ଅପାର ହତ ଦେଖି

କାମପାଳ ରାଜା ପଳାଇଲା ସମର ଉପେକ୍ଷି ।୯୩।

ଶୁଣ ହୋ ବଇବସୁତ ମନୁ ବଦନ୍ତି ବ୍ରହ୍ମବେତ୍ତା

କାମାକ୍ଷୀ ବୋଲିକରି ତହିଂ ଦେବୀୟେ ସେ ଅଟଇ ମହାଗ୍ୟାଂତା ।୯୪।

ପ୍ରତକ୍ଷେ ମାତାଙ୍ଗୀ ସେ ଧରଇ ତିନିମୃତ୍ତି

ପ୍ରାତକାଳେ କୁମାରୀ ସେ ମଧ୍ୟକାଳେ ବୃଦ୍ଧା ରୂପ ବିରାଜନ୍ତି ।୯୫।

ସନ୍ଧ୍ୟା କାଳେଣ ସେ କାଉଂରୀ କାମସେଣା

ପ୍ରହରକ ମଧ୍ୟେ ସେ ମୋହିନୀ ସର୍ବଜିଣା ।୯୬।

ମହାନିଶାୟେ ବିକାଶଇ ସେ ଚାମଣ୍ଡା ମାହେଶ୍ୱରୀ

ସଂସାର ବଶ୍ୟକରଇ ସେ ମୋହିନୀରୂପ ଧରି ।୯୭।

କାଳାନ୍ତକ ଯୁଗାନ୍ତକ ଜାଣଇ ସର୍ବବିଦ୍ୟା

ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଗୋଟିକ ଅଞ୍ଜନ ଉଲୁକ
ମନ୍ତ୍ରସିଦ୍ଧା ।୯୮।

ଧରଣ ଧାରଣ ଯେ ମାରଣ ଗୁପତ

ମାୟାମୋହିନୀ ଦେବୀ ସେ ଜାଣଇ ସମସ୍ତ ।୯୯।

କାଉଂରୀ କାମାକ୍ଷୀ ସେ ଅଟଇ ଭଇରୋବୀ

କାମପାଳ ନୃପତି ଯାଇଂ ସେ ଦେବୀର ଚରଣ ତଳେ ସେବି ।୧୦୦।

ମାଗୋ ଅନାଦି ମାହେଶ୍ୱରୀ ତୁ ଅଭୟେ କାମସେଣା

କାଉଂରୀମଣ୍ଡଳ ମଣ୍ଡଣୀ ତୁ ପ୍ରିୟମଦାର ଦୁଲଣା ।୧୦୧।

ଶିରେ ସିତାଂଶୁ ମଉଳି ତୁ ଅଭୟେ ମାତାଙ୍ଗୀ

ବେଦ ମନ୍ତ୍ର ସାଧନୀ ମାଗୋ ପ୍ରସନ୍ନେ ସୁଭାଗୀ ।୧୦୨।

ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗେ ସର୍ବସିଦ୍ଧି

ମୃତ୍ତିକା ପାଷାଣେ ତୁ ପ୍ରାପତ କରୁ ଋଦ୍ଧି ସିଦ୍ଧି ।୧୦୩।

ଜଳେ ସ୍ଥଳେ ଅନଳେ ତୋହୋର ତେଜ ବିକାଶି

ଗୁଣବନ୍ତ ପୁରୁଷ ତୁ ମୋହିଲୁ ବିଶ୍ୱବାସୀ ।୧୦୪।

ବାଳୁତ ରୂପେ ଦେବୀ ଖେଳିବା କୁତୂହୋଳେ

ମୋହିଲୁ ବାଳଖିଳନ୍ତା ତୁ ନୃତ୍ୟରସ ଭୋଳେ ।୧୦୫।

ଅଭୟେ ମାହେଶ୍ୱରୀ ଗୋ ପ୍ରସନ୍ନ ସାନନ୍ଦେ

ତବ ଚରଣେ ଶରଣ ମାଗୋ ମୋତେ ତୁ ଅବସ୍ଥା ନ ଦେ ।୧୦୬।

ପରଦୁଖେ କାତର ଗୋ ଅଭୟେ ଅନ୍ନପୂର୍ଣ୍ଣା

ୟେ ସଂସାର ଅନ୍ଧପଟଳ ଗୋ ଅଦଉଡିରେ ବନ୍ଧନ ସିନା ।୧୦୭।

କଳିକାଳରେ ଅକାରଣେ ଅଦୋଷେଣ ବନ୍ଦୀ

ୟେ ମୋହଜଳ ସାଗରୁ ମୋତେ ଉଦ୍ଧର ମାତାଙ୍ଗୀ ।୧୦୮।

ମୋହଜଳେ ପଡ଼ିଲି ମାଗୋ ଅଗ୍ୟାନୀ ଅକ୍ରିୟା

ତୁ ସର୍ବ ସଧବୀ ମାଗୋ ମୋହିନୀ ଶତଶ୍ରିୟା ।୧୦୯।

ଆଣାକାର ପୁରୁଷକୁ ତୁ କଲୁ ଯେ ଆକାର

ରୋମ ଶିଖରେ ବସାଇଲୁ ଗୋ ମାତା ପୃଥିବୀର ଭାର ।୧୧୦।

ସତ୍ତ୍ୱ ରଜ ତମ କାଳ କାମ ନିଦ୍ରା

କାମସେଣୀର ପ୍ରସାଦେ ମୋହୋର ସିଦ୍ଧ ହୋଉ ସର୍ବମୁଦ୍ରା ।୧୧୧।

ଭୂତ ଭବିଷ୍ୟ ବର୍ତ୍ତମାନ ଗୋ ୟେ ଗ୍ୟାନକୁ ତିନିକୋଟି

ଦୁରାପଦ ମନ୍ତ୍ର ମାଗୋ ତୋହୋର କାମାକ୍ଷୀ ନାମଗୋଟି ।୧୧୨।

ମହା ଯୋଗବଳେ ମାଗୋ ତୁ କାମ ଭଣ୍ଡାର ଭାଞ୍ଜି

ଉଜାଣି ହେଠାଇଲୁ ମାଗୋ କଳିକାଳ ଦର୍ପ ଗଞ୍ଜି ।୧୧୩।

ନିରାକାର ମାତାଙ୍ଗୀ ତୁ ପ୍ରସନ୍ନେ ନିରଞ୍ଜନୀ

କୃନ୍ତାତକ ଦର୍ପ ଧ୍ୱସିଂବାକୁ ଗୋ କାମାକ୍ଷୀ ରୂପ ଘେନି ।୧୧୪।

ଶିୟା ସର୍ବାଣୀ ତୁ କାମରୀ କାମସେଣା

ନାଶକର ଦଣ୍ଡରୁ ମାଗୋ ଅଭୟେ ମୋତେ ଜିଣା ।୧୧୫।

ଶ୍ରୀ କାମେଶ୍ୱରୀ କାମସେଣା ଦେବୀ ଯେ କାମାକ୍ଷୀ

ଶୂଦ୍ରମୁନି ସାରୋଳା ଦାସକଇଂ ତୁହି ସେ ସର୍ବଦା ସାକ୍ଷୀ ।୧୧୬।

ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ସେ କାମପାଳ ରାଜା ରାଜ୍ୟ କରଇ ଯେ କାମାକ୍ଷୀ ପ୍ରସନ୍ନୁ ।୧୧୭।

ରଣଭଗ୍ନ ହୋଇଣ ସେ ପଳାଇଣ ରାୟେ

କ୍ରୋଧେଣ କାମାକ୍ଷୀକି କରଇ ବହୁତ ବିନୟେ ।୧୧୮।

ରାଜାର କଷ୍ଟ ଦେଖି ବିଜୟେ କଲେ କାମାକ୍ଷୀ କାଳରାତ୍ରି

କି ନିମନ୍ତେ ବିନୟେ ତୁ ହୋଉଛୁ ନୃପତି ।୧୧୯।

ମାଗୋ ତୋହୋର ପ୍ରସାଦେ ମୋର ଯମକୁ ନାହିଂ ତ୍ରାସ

ଦୋଷୀ ପ୍ରାଣୀକି ଶାସ୍ତି ଦେଇ ନୁଆରଇ ଜନ୍ତୁଈଶ ।୧୨୦।

ତୋହୋର ପ୍ରସନ୍ନେ ମୋତେ ଯମଦଣ୍ଡେ ନାହିଂ ଭୟେ

ତୋହୋର ପ୍ରସନ୍ନେ ମୋର ଗଡ଼ ଯେ ଅଜୟେ ।୧୨୧।

ତୁ ଅଭୟେ ହିଙ୍ଗୁଳା ପ୍ରସନ୍ନେ ମାତାଙ୍ଗୀ

ତୋହୋର ପ୍ରସାଦେ ମୋତେ ମଞ୍ଚପୁର ରାଜାୟେ
ନୁଆରନ୍ତି ଲଂଘି ।୧୨୨।

ଅନୁବ୍ରତେ କାଳଚକ୍ର ୟେଥେ ବୁଲାଇ ପ୍ରଚଣ୍ଡ

ମାଛି ତିରଣ ପଡ଼ିଲେ ତହିଂ ସେ ହୋଇ ଶତେଖଣ୍ଡ ।୧୨୩।

ମାଗୋ କେଉଂଣ ରାଜା ୟେ ରାଜ୍ୟେ ପଶିଲା ଅଦଭୁତେ

ସାଂଗ୍ରାମେ ଜିଣନ୍ତା ନାହିଂ ତାହାକୁ ଅନେକ ମତେ ।୧୨୪।

ତୁ ଗୋ ପ୍ରସନ୍ନେ ଯୋଗେଶ୍ୱରୀ ଅଭୟେ କାମାକ୍ଷୀ

ତୋହୋର ଥାଆନ୍ତେ ମାତା ଗୋ ହୋଇଲି ନିରିମାଖୀ ।୧୨୫।

ସଞ୍ଚୟେ ୟେତେକାଳେ ଦୟା ମୋତେ ଛାଡ଼ିଲ ଗୋସାମଣି

କ୍ରୋଧ ସମ୍ଭାଳି ନୁଆରି ରାଜା ରୋବଇ ଉଚ୍ଚବାଣୀ ।୧୨୬।

ରାଜାର ବିକଳ ଯେ ଦେଖିଣ ବଦନ୍ତି ଶାକାମ୍ଭେରୀ

ସାଂଗ୍ରାମେ ପଶିଲୁ କିମ୍ପେ ରାଜା ମୋତେ ନ ପଚାରି ।୧୨୭।

ପଚ୍ଛିମ ଦିଗ ବିଜେ ପାଣ୍ଡବ ଭୀମସେନ

ନିମନ୍ତ୍ରଣ ନେମ ଦୁଇଊଣା ପଞ୍ଚାଶ ରାଜନ ।୧୨୮।

ଲକ୍ଷେ ନରପତି ଯାହାର ଚରଣ ତଳେ ବନ୍ଦୀ

ଅଗ୍ୟାନେ କିମ୍ପା ତାହାର ତୁଲେ ହୋଇଲୁ ଦ୍ୱନ୍ଦୀ ।୧୨୯।

ଈଶ୍ୱର ଦେବତା ଭୟେ କରନ୍ତି ଯାହାର କୋପକୁ

ବଳରାମ କମ୍ପଇ ଯାହାର ନାମ ମାତ୍ରକୁ ।୧୩୦।

ଜଗନ୍ନାଥେ ଭୀମର ଅଟଇ କଳା ବୁକୁ

ଭଲେଣ ପ୍ରାଣନାଶ ନ କଲା ବାବୁ ତୁକୁ ।୧୩୧।

କାମପାଳ ବୋଇଲା ଭୋ ମାତ ମୋତେ ପଡ଼ିଲା ଅପଚୟେ

କେବଣ ବୁଦ୍ଧିରେ ୟେବେ ରକ୍ଷା ଯିବି ଗୋ ମାୟେ ।୧୩୨।

ତୁହି ଗୋ ମାତା ମୋତେ ରକ୍ଷାକରୁ ସର୍ବକାଳେ

ମମ ଚିନ୍ତା ମାହେଶ୍ୱରୀ ଗୋ ଛାଡ଼ିଲୁ ୟେତେବେଳେ ।୧୩୩।

ରାଜାର ବିକଳ ଦେଖି ବିଜେକଲେ କାମାକ୍ଷୀ

ଅକାରଣେ କ୍ରୋଧେ କିମ୍ପା ହୋଇଛୁ ନିରିମାଖୀ ।୧୩୪।

ତୋତେ କି ବାରତ ନ ବୋଇଲେ ଚାରଗଣେ

ଭୀମସେନ ବିଜେକଲେ ପଚ୍ଛିମ ଦିଗ ବରଣେ ।୧୩୫।

ପଞ୍ଚାଶ ସହସ୍ର ରାଜା ନେମାକ ନିମନ୍ତ୍ରି

ଅଗ୍ୟାନେ ତାହାର ତୁଲେ ଯେ ହେଇଲୁ ଅପ୍ରୀତି ।୧୩୬।

ୟେବେ ଚାଲ ରାଜା ତୋତେ ତାକୁ ସମର୍ପଇ ନେଇ

ସଦୟା କରୁ ତୋତେ ଅର୍ଜୁନର ଜ୍ୟେଷ୍ଠ ଭାଇ ।୧୩୭।

ଯାହାକଇଂ ବିନୟ ହୋଇଛନ୍ତି ନାରାୟଣ

ଭାରତେ ଭାରୋଇ ମଲ୍ଲ ପ୍ରତଗ୍ୟାଂ ଭୀମସେନ ।୧୩୮।

କାମପାଳ ରାଜାକଇଂ ଘେନିଣ ମାହେଶ୍ୱରୀ

ବିଜୟେ ଗୋସାମଣି ବାହନ କେଶରୀ ।୧୩୯।

କାମପାଳ ରାଜାକୁ ଘେନିଣ କାମାକ୍ଷୀ ମହାମାୟେ

ତ୍ରାସେଣ ଚାଲି ନୁଆରଇ ରାଜା ଭୀମସେନକଇଂ ମହାଭୟେ ।୧୪୦।

ଶରଣ ଉଦ୍ଧାରଣୀ ଭଗତ ମଚ୍ଛଳୀ ଗୋ ମାୟେ

ମୁହିଂ ତୋହୋର ଶରଣ ଅଟଇ ସର୍ବଦାୟେ ।୧୪୧।

ରାଜାର ବଚନ ଶୁଣି ବୋଲନ୍ତି ଭଗବତୀ

ନିଚିନ୍ତେ ଆସ ରାଜା ନ କର ତୁ ଭୀତି ।୧୪୨।

ସିଂଘ ପିଠିରେ ବିଜେକଲେ ଅନାଦି ଶକତି

ଭୀମସେନ ଥାମୁରେ ଯାଇଂ ମିଳିଲେକ ଝାତି ।୧୪୩।

କାମସେଣା ମୃତ୍ତି ଦେଖି ପାଣ୍ଡବ ବ୍ରିକୋଦର

ଗଦାବର ଛାଡ଼ିଣ ପ୍ରଣପତ୍ୟ ମହାବୀର ।୧୪୪।

ଜୟ ତୁ ମାତାଙ୍ଗୀ ଗୋ ପ୍ରସନ୍ନେ ଅଭୟେ

ଶରଣ ଉଦ୍ଧାରଣୀ ଭଗତି ମତ୍ସଳୀ ଗୋ ମହାମାୟେ ।୧୪୫।

ପଚ୍ଛିମ ଦିଗେ ଅଇଲି ରାଜାନ୍ତ ନିମନ୍ତ୍ରଣେ

ୟେ ତୋହୋର ମୂରତି ନ ଦେଖିଲି କେଉଂଣସି ଭୁବନେ ।୧୪୬।

ହସିଣ ବଚନ ବୋଲନ୍ତି କାମାକ୍ଷୀ ମହାତ୍ମାଣୀ

ବାବୁ କାଉଂରୀ ଦେଶ ୟେ ବଡ଼ ନିପ୍ରୋହୀ ଭୂମି ।୧୪୭।

ପଚ୍ଛିମ କୋଶଳେ ୟେ କାଉଂରୀ ବୋଲି ଦେଶ

ୟେଥେଂ କାମଦେବକୁ ଭେଟି ପିତାମହ କହିଲେ ବିଶ୍ୱାସ ।୧୪୮।

ପିତାମହର ବଚନେ କାମଦେବ ଛାଡ଼ିଲା କାମଚିନ୍ତା

ଉପେକ୍ଷା କଲାକ ୟେଥେ ମୟାଣ ପଞ୍ଚୁ ଯେ ବନିତା ।୧୪୯।

ସ୍ୱାମୀର ଅଭାବେ ସେ ପ୍ରିୟବତୀ ରତି

ମଳୟା ଚଞ୍ଚଳା ବସନ୍ତ ୟେ କାମଦେବର ପଞ୍ଚୁ ଯୁବତୀ ।୧୫୦।

ସେ ପଞ୍ଚୁ କନ୍ୟାୟେ ବସି ୟେଥୁ ଦୁର୍ଗାନ୍ତ କଲେ ସାକ୍ଷୀ

ୟେକସ୍ତରୀ ଗଣ୍ଡାଯୁଗେ ମୁଂ ତାହାନ୍ତ ପ୍ରସନ୍ନ ହୋଇଲି କାମାକ୍ଷୀ ।୧୫୧।

ୟେଣୁ ସେ କାଉଂରୀ ଦେଶ ହୋଇଲା ଶୁଣ ଭୀମ

ତାହାଂକ ତହୁଂ ଉପୁଜିଲା ୟେ ନୃପତି କାମ ।୧୫୨।

ବାବୁ ୟେ ରାଜାର ବଂଶ ଯାକ ମୋହୋର ଚରଣ ତଳେ ସେବି

ସର୍ବଦା ପ୍ରସନ୍ନ ମୁହିଂ ୟେହାନ୍ତ କେହୁ ନାହିଂ ଲଂଘନ୍ତା

ମୁହିଂ ସେ ପରରାଷ୍ଟ ଥାଠ ନିବର୍ତ୍ତ କରଇ ସର୍ବଥା ।୧୫୪।

ମୋହୋର ପ୍ରସନ୍ନେ ୟେହାନ୍ତ କାହାରି ନାହିଂ ଭୟେ

ଯମ କାଳଦଣ୍ଡେ ୟେ ନୁହନ୍ତି ଅପଚୟେ ।୧୫୫।

ଅଷ୍ଟ ଉତ୍ତର ଶତେ ବରଷ ପ୍ରାଣୀଂକର ଆଷ୍ୟ

କାଳ ପୂରିଲେ ସେ ପ୍ରାଣୀୟେ ହୁଅନ୍ତି ନାଶ ।୧୫୬।

ତୁହି ମୋହୋର ପୁତ୍ର ୟେ ମୋହୋର ବାଳ

ଆରେ ଭୀମସେନର ପାଦତଳେ ପ୍ରଣପତ୍ୟ ହୁଅରେ କାମପାଳ ।୧୫୭।

ମାତାର ବଚନେ ସେ କାମେରୀ ଦେଶର ରାଜା

ମାରୁତି ପାଦତଳେ ନୃପତି କଲା ପୂଜା ।୧୫୮।

ରାଜ୍ୟଭ୍ରଷ୍ଟ ହୋଇଥିଲା ଯେ କିରାତେଶ୍ୱର ନୃପତି

କାମପାଳ ତୁଲେ ସେ ବିନୟ ଭଗତି।୧୫୯।

ବେନି ନୃପତି ଭୀମସେନ ଚରଣେ ପରିଣାମି

ଅନାଥର ଠାକୁର ତୁ ସୋମବଂଶ ସ୍ୱାମୀ ।୧୬୦।

ଭୀମସେନକୁ କୋଳରେ ବସାଇଣ କାମେରୀ କାମସେଣା

କାମପାଳ ରାଜାକଇଂ ସମର୍ପି ଦିଲେ ହେମବନ୍ତର ଦୁଲଣା ।୧୬୧।

ୟେହାକଇଂ ଦୟା ବାବୁ କରିଥିବା ସାର୍ବଥା

ଯାବତ କାଳେ ହୋଇଥିବ ୟେ ତୋହୋରେ ଭଗତା ।୧୬୨।

ଭୀମସେନ ଗୋଚରେ ସମର୍ପି ଦୁଇ ନୃପମଣି

ଭୀମସେନ ବୋଇଲେ ଯେ ତୋହୋର ଆଗ୍ୟାଂ ଗୋସାମଣି ।୧୬୩।

କାମେରୀ ମଣ୍ଡଳେ ତୁ ଗୋ ମଣ୍ଡଣି ମହାମାୟେ

ତୁ ଯାହାକଇଂ ପ୍ରସନ୍ନ ହୋଉ ସେ ସାଂଗ୍ରାମେ ନିର୍ଭୟେ ।୧୬୪।

ଭୀମସେନର ବଚନେ ତ୍ରିପୁତି ହୋଇଲେ ଜଗତମାତ

ପ୍ରସନ୍ନ ହୋଇ ଭୀମକଇଂ ଦିଲେ କାମ୍ୟେକ ନାମେଣ ଶହସ୍ରନ୍ତ ।୧୬୫।

ଯଦ୍ୟପି ହରିହର ବ୍ରହ୍ମା ଇନ୍ଦ୍ର ଆଦିକରି

ୟେ ଶହସ୍ର ଥିଲେ ସାଂଗ୍ରାମେ ତୋତେ କେହି ନୋହିବେଟି ସରି ।୧୬୬।

ପ୍ରସନ୍ନ ବିନୟଭାବେ ହିଡିମ୍ବିକୀର ପ୍ରାଣନାହା

ତ୍ରଇଲୋକ୍ୟେ କେ ଜାଣି ତୁ ଯାହାକଇଂ ହେଉ ସାହା ।୧୬୭।

କାମପାଳକୁ ବ୍ରିକୋଦର କଲେକ ଅନେକ ଗଉରୋବ

କିରାତସେନକୁ ଅନୁଗୃହ କଲେ କାମପାଳର ବିନୟଭାବ ।୧୬୮।

ସମଦଣ୍ଡ ଘେନି ଦୁହେଂ ଚଳ ୟେହିକ୍ଷଣି

ଯେ ଯାହାର ସନ୍ୟ ନିଅ ପାରିଦଣ୍ଡ ପଲାଣି ।୧୬୯।

ଅକ୍ଷତ ଗୁଆ ଦିଲେ ଭୀମ ସେ ଦୁଇ ରାଜାଂକୁ

ରାତ୍ର ଦିବସେ ଚଳି ଯାଅସି ଇନ୍ଦ୍ରପ୍ରସସ୍ତକୁ ।୧୭୦।

ଆଗ୍ୟାଂ ଦିଲେ ତାକୁ ତ୍ରଇଲୋକ୍ୟ ମୋହିନୀ

ଚଳ ବେନିରାଜ ଭୀମସେନ ଆଗ୍ୟାଂ ଘେନି ।୧୭୧।

ଦେଖା ଦରଶନି ଧନ ଦେବ ଯୁଝେଷ୍ଠି ଦେବଂକୁ

ୟେତେକ ନେଇ ବହନେ ଚଳ ଇନ୍ଦ୍ରପ୍ରଶସ୍ତକୁ ।୧୭୨।

କରପତ୍ର ଯୋଡ଼ି ବୋଲଇ କାମପାଳ ଚକ୍ରବ୍ରତୀ

ସ୍ୱାମୀ ମୋହୋର ରାଜ୍ୟେ ମୁଣୋହି କରିବା ମୋହର ଫିଟୁ ମନୋଭ୍ରାନ୍ତି ।୧୭୩।

କାମପାଳର ବଚନେ ରହିଲେ ଭୀମସେନ

ଆପଣେ ଗୋସାମଣି କରନ୍ତି ଅମୃତ ପାକ ପଚନ ।୧୭୪।

ୟେକା ରାନ୍ଧଣା କରନ୍ତି କାମେଣୀ କାମସେଣା

ସ୍ରାନ ସାରି ମୁଣୋହିରେ ବିଜେକଲା କୋଇନ୍ତାଂକର ଦୁଲଣା ।୧୭୫।

ଦିବ୍ୟବେଶ ହୋଇଣ ଦେବୀ ତ୍ରଇଲୋକ୍ୟ ମୋହିନୀ

ବାବୁ ବ୍ରିକୋଦର ବସ ତୋହୋର ତୁଲେ ଯେତେକ ସଇନି ।୧୭୬।

ଭୀମସେନ ବୋଇଲା ତୁ ଗୋ ରାନ୍ଧିଲୁ ଜଗତ ମାୟେ

ୟେକ ଜଣକେ ରାନ୍ଧିଲୁ ଅନ୍ନ କୁଡୁଆ ଗୋଟିୟେ ।୧୭୭।

ଅଳ୍ପ ଅନ୍ନେ କାହିଂ ବହୁତ ଜନ ବସାଇ

ଅତିଥି ଅତ୍ରିପୁତି ହେଲେ ଗୋ ଧର୍ମକୁ ନୁଆସଇ ।୧୭୮।

ବୋଲନ୍ତି କାମାକ୍ଷୀ ଦେବୀ ବାବୁ ମାତାର ପରଶିଲେ

ପୋୟେ ତ୍ରିପୁତି ହୁଅନ୍ତି ମାତାର ଅନ୍ନ ଦିଲେ ।୧୭୯।

ଗୋସାମଣିର ବଚନେ ଭୀମସେନ ମୁଣୋହିରେ ବିଜୟେ

ଆପଣେ ଗୋସାମଣି ସବୁନ୍ତି ଅନ୍ନ ଦିୟେ ।୧୮୦।

ଅହିବ୍ରତେକ ରଥୀ ଦୁଇ ଅହିବ୍ରତେକ ହାଥୀ

ଚାରି ଅହିବ୍ରତ ଅଶ୍ୱ ତିନିଲକ୍ଷ ପାଦାନ୍ତି ।୧୮୧।

ୟେତେକ ସନ୍ୟକୁ କାମାକ୍ଷୀ ପରଶନ୍ତି ଅନ୍ନ

ଅନେକ ତ୍ରିପୁତି ହୋଇ ଜନେ କରନ୍ତି ଭୋଜନ ।୧୮୨।

ୟେକ କୁଢୋଇରୁ ଅନ୍ନ ପରଶନ୍ତି ଗୋସାମଣି

ୟେକ କୁଢୋଇରୁ ମେଞ୍ଜନ ଦିଅନ୍ତି ସେହୁ ଆଣି ।୧୮୩।

ଅମୃତ ରସ ପ୍ରାୟେକ ଭୁଞ୍ଜନ୍ତି ସର୍ବ ସଇନି

ମନେ ଉଲ୍ଲାସ ଦେବୀ ସିଦ୍ଧ ଯେ ଭବାନୀ ।୧୮୪।

ଅନେକ ଗୋରସ ପାକ ପିଠା ଅଗଣିତ

ଭୋଜନେ ତ୍ରିପୁତି ହୋଇଲେ ପରବର ସୁତ ।୧୮୫।

ସୁଫକୁ ଅନ୍ନ ମେଞ୍ଜନ ଆହାର ଭୋଜନ

ଭୁଞ୍ଜିଣ ଗ୍ରାସ ଯେ ନ ଭାଞ୍ଜଇ ମନ ।୧୮୬।

ମହାମାୟା ପରଶନ୍ତି ପରମ ସାନନ୍ଦେ

ଭୁଞ୍ଜନ୍ତି ସକଳ ସଇନିବଳ ମନର ଆନନ୍ଦେ ।୧୮୭।

ବିଶେଷେଣ କାମାକ୍ଷୀ ଯେ ଜଗତ ମୋହିନୀ

ସୁଶୀତଳ ବଚନ କହନ୍ତି ଅଣ୍ଡିର କୋକିଳ ବାଣୀ ।୧୮୮।

ଭୋଜନ କରନ୍ତେ ଯେ ଅଢାଇ ପ୍ରହର ରାତି

ଭୁଞ୍ଜିଣ ସର୍ବଜନ ହୋଇଲେ ତ୍ରିପୁତି ।୧୮୯।

ଖଣ୍ଡ କ୍ଷିରୀ ଅମୃତ ପାଣି କଦଳୀ ପଇତ ଗଙ୍ଗବାଣ

ସୁସ୍ୱାଦୁ ଫକୁ ଆମ୍ବଫଳ ଦେବୀ ପୁଷ୍ୟ ମାସେଣ ।୧୯୦।

ଯେବଣ ପଦାର୍ଥକୁ ନ ପାଇ ଅବସନ୍ତେ

ତାହାଆଣି ପରଶନ୍ତି ଦେବୀ କଉତୁକ ଚିତ୍ତେ ।୧୯୧।

ଭୁଞ୍ଜରେ ବାବୁ ତୁମ୍ଭେ ଯେ ଯାହାର ମନଇଚ୍ଛା

ଯହିଂକି ଯାହାର ସ୍ରାଗ ମାଗିବ ଯେ ଯାହାର ବାଞ୍ଛା ।୧୯୨।

ଭୋଜନ ସରନ୍ତେ ତହିଂ ଫସର ହୋଇଲାକ ରାତି

ଫୁରିଲା ଶଙ୍ଖଧୁନି ତାମ୍ରଚୂଡେ ରଡନ୍ତି ।୧୯୩।

ଭୋଜନ ସରିଲା ହୋଇଲା ଅରୁଣ ପ୍ରକାଶ

ଆଂଚୋବନେ ବିଜେକଲେ ପବନର ଶିଷ ।୧୯୪।

କର୍ପୂର ମିଶ୍ରିତ ବାସ ସୁସଞ୍ଚ ପନିର ପାଣି

ଆପଣେ ନିଯୋଗୀ ଦ୍ୟନ୍ତି ଦେବୀ ଗୋସାମଣି ।୧୯୫।

ଆଂଚୋବନ ସାରି ଭୀମ ବିଜୟେ ଆସ୍ତାନେ

କର୍ପୂର ତାମ୍ବୁଳ ବିଡିଆ ଭୁଞ୍ଜନ୍ତି ଭୀମସେନେ ।୧୯୬।

କାମାକ୍ଷୀ ଦେବୀଂକ ଭୀମସେନ କରଇ ଅନେକ ପୂଜା

ବଡ଼ାଇ ଦୁର୍ଲଭ କଥା ମାଗୋ କହିବା ଗିରିଜା ।୧୯୭।

ୟେକ କୁଢୋଇକ ଅନ୍ନ ୟେକ କୁଢୋଇକ ତିଉଣ

ସମସ୍ତ ସନ୍ୟକଇଂ ଅଣ୍ଟିଲା ୟେଥିର ଚରିତ କେସନ ।୧୯୮।

ୟେ ବେନିଗୋଟି ହାଣ୍ଡି ଯେଅନେକ ମେଞ୍ଜନ ହୋଇବ

ବଡ଼ାଇ ଆଶ୍ରିଜ ମାଗୋ ଅଶକ୍ୟ ଦୁଲ୍ଲଭ ।୧୯୯।

ଶୁଣସି ହୋ ବିକ୍ରୋଦର ଆମ୍ଭେ ହିଙ୍ଗୋଳାର ଦୁହିତା

ସକଳ ବିଦ୍ୟାୟେ ଆମ୍ଭେ ଅଟୁ ସେ ନିର୍ଜିତା ।୨୦୦।

ହିଙ୍ଗୁଳା ପ୍ରସନ୍ନେ ରାନ୍ଧଣା ଯୋଗାଡ଼ ଆମ୍ଭଂକୁ ସମସ୍ତ
ହୋଇଲା ପ୍ରାପତ ।୨୦୧।

ଆହୋ ଭୀମସେନ ଲକ୍ଷେ ରାଜାଂକର ଯେତେକ ଥାଠ ସଇନି

ସମସ୍ତଂକୁ ତ୍ରିପୁତି କରିବି ୟେକା କୁଢୋଇକର ଅନ୍ନ ଘେନି ।୨୦୨।

ସ୍ତିରୀକୁଳେ ସାଧେବୀ ଅଛନ୍ତି ପୁଣ ଯେତେ

ଅନ୍ନ ମେଞ୍ଜନ ନ ସରଇ ତାହାଂକର ଅନ୍ନ ସଂପାଦନ୍ତେ ।୨୦୩।

ୟେକ ମାତାୟେ ୟେକ ପିତାୟେ ଜାତ ଯେଉଂଣ ଦୋହିତା

ୟେକ ଭ୍ରଥାକେ ଯାହାର ଚିତ୍ତ ଯେ ନିବର୍ତ୍ତା ।୨୦୪।

ତାହାଂକର ଶରୀରେ ବିଜେକରୁ ସର୍ବଦା

ଅନୁଗ୍ରହ କାନ୍ତାନୀ ଆମ୍ଭେ ବାଞ୍ଛା ସର୍ବସିଦ୍ଧା ।୨୦୫।

ଭୀମସେନକଇଂ ଅନୁଗ୍ରହ କଲେକ କାମସେଣା

କହିଲେକ ମହାବିଦ୍ୟା ଦେବୀ ଅତଟୁ ରାନ୍ଧଣା ।୨୦୬।

ୟେମନ୍ତ ବିଦ୍ୟା ବାବୁ ଶରୀରେ ଥବୁ ଘେନି

ୟେକା ଯୋଗାଡ଼କେ ହୋଇବ ଗଉରୀ ଶଉରୀ ନଳବିଧି ତିନି ।୨୦୭।

ରାଜୁସି ଯାଗରେ ହୋ କରସି ପଚନ

ୟେକା ପଚନେ ଭୋଜନ ସମସ୍ତ ରାଜନ ।୨୦୮।

ତୁ ମାତ୍ର ଛତ୍ରଶାଳେ ଦେଉଥିବୁଟି ଯୋଗାଡି

ଦିବାରାତ୍ରେ ଭୁଞ୍ଜିବେ ଯେ ଯେତେ ଇଚ୍ଛାକରି ।୨୦୯।

ରାନ୍ଧିବାକୁ ଅଳପ ପରଶିତେ ଅନେକ

ୟେ ରାନ୍ଧଣା ଅକ୍ଷୟେ ଦେବସ୍ତିରୀମାନଂକୁହିଂ ଅଶକ୍ୟ ।୨୧୦।

ପ୍ରସନ୍ନେ ଗୋସାମଣି ଭୀମକୁ ଅନେକ ବିଦ୍ୟା ଦିଲେ

ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଗୁଟିକାଞ୍ଜନ ଉଲ୍ଲୂକ
ବିଦ୍ୟା ଶିଖାଇଲେ ।୨୧୧।

ଯହିଂ ସେ କଟାଳ ବାବୁ ତୋତେ ପଡ଼ଇ ବ୍ରିକୋଦର

ମୁହିଂ ଅନୁବ୍ରତେ ବିଜେ କରିଥିବି ତୋ ବାମ କାନ୍ଧର ।୨୧୨।

ଅନୁଗ୍ରହ କଲେ ଭୀମସେନକୁ ମହାମାୟେ

ଅନୁଗ୍ରହ ପ୍ରସନ୍ନେ ଦେବୀ ବୋଇଲେ ଅଭୟେ ।୨୧୩।

ତହୁଂ ମାରୁତି ଉଠିଲା କରିଣ ଜୟେ ଜୟେ ।୨୧୪।

କାମାକ୍ଷୀ ଦେବୀଂକି ନିମନ୍ତ୍ରଣ କରଇ ବ୍ରିକୋଦର

ଅକ୍ଷତ ଗୁଆ ଦିଲା ସେ ଦେବୀଂକ ପୟର ।୨୧୫।

ରାଜୁସି ଯାଗ କରିବେ ଯୁଝେଷ୍ଠି ମହାରାୟେ

ତହିଂକି ବିଜେ ତୁମ୍ଭେ କରିବଟି ଗୋ ମାୟେ ।୨୧୬।

 

କାଉଂରୀ ଆଗ୍ୟାଂ ଦିଲେ ଭୀମସେନକଇଂ ରାଇ

ରାଜୁସି ଯାଗକୁ ଯିବୁ ତୁ ଯାଅସି ବେଗ ହୋଇ ।୨୧୭-୩୫୬୩।

 

ଶିବ ରାଜା ଓ ଅମ୍ବର ରାଜାଙ୍କୁ ନିମନ୍ତ୍ରଣ

କାମରୀ ଦେଶରୁ ଯେ ଚଳଇ ବ୍ରିକୋଦର

କାମପାଳ ନୃପତି ଇନ୍ଦ୍ରପ୍ରଶସ୍ତକୁ ହୋଇଲା ବାହାର ।୧।

ଜୟଶଙ୍ଖ ଶବଦ ଯେ ଗହଳ ବାଜଇ

ମନନୀ ନଦୀକୂଳେ ଥାଠ ଅଛନ୍ତି ଚଳାଇ ।୨।

ଦଣ୍ଡଘେନି ଭୀମସେନ ପଚ୍ଛିମ ମୂରତି

ବନ ପର୍ବତ ଜିଣି ଯେ ଚଳଇ ମାରୁତି ।୩।

ବିହଡ଼ନ୍ତି ସଇନେ ଅନେକହିଂ ହରଷେ

ବିଜୟେ ବ୍ରିକୋଦର ବୀର ଯାଇଂ ମହାରାଷ୍ଟ୍ର ଦେଶେ ।୪।

ସେ ରାଜ୍ୟର ରାଜା ଯେ ଶିବ ନାମେଣ ନୃପତି

ଶ୍ୱେତ ଅଶ୍ୱ ପଞ୍ଚାଶ ସହସ୍ର ଯାହାକୁ ଖଟନ୍ତି ।୫।

ପଚ୍ଛିମ କୋଶଳରେ ଯେତେକ ନୃପମଣି

ଅବିଷେକ କାଳେ ତା ତହୁଂ ପାଟ ଅଶ୍ୱ ଆଣି ।୬।

ସମସ୍ତ ରାଜାକଂର ସେ କୁଳଶ୍ରେଷ୍ଠ ଗୁରୁ

ତ୍ରେତାଯୁଗ ରାଜା ମହେଶ୍ୱର ରୂପେ ଅବତରୁଂ ।୭।

ଭୀମସେନ ପ୍ରବେଶ ହୋଇଲେ ତାର ରାଜ୍ୟେ

ନଗ୍ରରେ ପଶନ୍ତେ ଉଡାହୁଳ ଶବଦ ବାଜେ ।୮।

ସମଦଣ୍ଡ ଘେନି ରାଜା ବିଜୟେ ଆସ୍ତାନେ

ବାମଦେବ ମନ୍ତ୍ରୀ ତାର ଅଛଇ ସନ୍ନିଧାନେ ।୯।

ମହାସମ୍ଭର୍ବେ ରାଜାର ନିଚଳ ଆସ୍ତାନର ବେଳେ

ଦେଶାଉରେ ବାରତା କହିଲା ଜଗତୀର ତଳେ ।୧୦।

ଶୁଣ ଦେବ ସାବଧାନେ ପରରାଷ୍ଟ୍ରର ବାରତା

ଯୋଧାୟେ ରାଜ୍ୟେ ପଶିଲା ଯେ ବଡାଇ ବଳବନ୍ତା ।୧୧।

ସମସ୍ତ ଦେଶ ରାଜ୍ୟ , ଦେବ ସେ ଆସୁଅଛି ଭାଞ୍ଜି

ମହାବଳବନ୍ତା ଯୋଦ୍ଧା ସେ ପଶଇ ଗଳଗାଜି ।୧୨।

ୟେହିକ୍ଷଣି ନଗ୍ର ତୋର ସ୍ୱାମୀ ହୋଇବ ଯେ ଜୂର

ପୃଥୀ ହେଳ ଘେନଇ ଦେବ ତାହାର ଚାଲନ୍ତେ ଦୂରୁଦୂର ।୧୩।

ମହାପଣ୍ଡିତ ତୁ ରାଜାଧି ରାଜେଶ୍ୱର

ଶତ୍ରୁ ଉପଗତ ଦେବ ବିଚାରି କାର୍ଯକର ।୧୪।

ଦେଶାଉର ମୁଖରୁ ପାଇଣ ୟେସନକ ବାରତ

ମନ୍ତ୍ରୀର ମୁଖକୁ ସେ ଚାହିଂଲା ନରନାଥ ।୧୫।

ମନ୍ତ୍ରୀବର ବୋଇଲା ଶୁଣିମା ନୃପତି

ଭୀମସେନ ଆସନ୍ତି ପଚ୍ଛିମ ରାଜାନ୍ତ ନିମନ୍ତି ।୧୬।

ଯୁଝେଷ୍ଠିଦବ କରିବେ ରାଜୁସିଯାଗ ସଭା

ସେ ସଭାକୁ ବିଜେକରିବେ ସମସ୍ତ ରାଜଦେବା ।୧୭।

ଅନେକ ଦେଶର ରାଜା ଅଇଲେନି ସାଧି

ଭୋ ଦେବ ନୃପବର ନ କର ଖେଦବୁଦ୍ଧି ।୧୮।

ଦେଖା ଦରଶନି ଧନ ଘେନି ଚଳ ଭୀମସେନ ପାଶ

ଶୁଣିଣ ନୃପତି ମନେ ଅତ୍ୟନ୍ତ ହରଷ ।୧୯।

ଦେଖା ଦରଶନି ଧନ ଶତେଭାର ଘେନି

ବିଡେଲାକ୍ଷ ପର୍ବତେ ଯାଇଂ ଭେଟିଲା ପାବେନି ।୨୦।

ଭୀମସେନ ବିଜୟେ ବିଡୋଲାକ୍ଷ ପର୍ବତେ

ତିନି ରାଜ୍ୟର ବାରତ ନେଇ ଜଣାଇଲେ ଦୂତେ ।୨୧।

ଶୁଣିମା ସାବଧାନେ ତୁ କ୍ଷତ୍ରିୟ ଚୂଡାମଣି

ନଇଋତ କୋଣେ ଅଛି ରାଜା ୟେକ ପୁଣ୍ଡରୀକ ଚକ୍ରପାଣି ।୨୨।

କରବୀର ଦେଶର ସେ ଅଟଇ ଆଧିପତି

ବଡାଇ ପ୍ରତାପୀ ରାଜା ଅଟଇ ଚକ୍ରବ୍ରତୀ ।୨୩।

ସୁବର୍ଣ୍ଣର ଶଗଡିୟେ କରିଣ ନିର୍ମିତ

କାଠର ଗରୁଡେ ଦେବ ସାଜିଥାଇ ଅନୁବ୍ରତ ।୨୪।

ଦିଗବିଜେ କରଇ କାଠ ଗରୁଡେକ ଚଢିକରି

କାଠର ବେନିଭୁଜ ଲଗାଇଥାୟେ ଶଙ୍ଖ ଚକ୍ର ଗଦା ଧରି ।୨୫।

ଗାଣ୍ଡିମ ସାଦ୍ରିଶେ ଧନୁୟେକ ଧରିଥାଇ କରେ

ବାସୁଦେବକଇଂ ନିନ୍ଦଇ ସେ ଦୁଷ୍ଟ ପ୍ରକୃତିରେ ।୨୬।

ଦୁତୀକୃଷ୍ଣ ରୂପ ଧରି ଦିଗବିଜୟେ କରଇ ସେ ପୃଥୀ

ବଡାଇ ଅଚାର୍ଗଳ ସେ ପଚ୍ଛିମ ଚକ୍ରବ୍ରତୀ ।୨୭।

ଦୃଭାର ରାଇଜେଶ୍ୱର ସେ ଅଟଇ ଦୁଷ୍ଟ ବୀରା

ରାଜାଂକର ମଧ୍ୟେ ସେ ଅଟଇ ବଳବନ୍ତା ଅନର୍ଗଳା ।୨୮।

ଜରାସନ୍ଧ ପୁତ୍ରକଇଂ ସେ ଦେଇଛି ଦୁହିତା

ତେଣୁକରି ସାଂଗ୍ରାମେ ସେ ତାହାକଇଂ ନ କରଇ ଗଣିତା ।୨୯।

ତାହା ଶୁଣି ମାରୁତି ଯେ ମନେ କଲା ରୋଷ

ନିଶମୋଡି ଗଦା ଡିଆଂଇଲା ପବନର ଶିଷ ।୩୦।

ବର୍ଣ୍ଣ ଚିହ୍ନ ସେହୁ ବହଇ ସ୍ୱାମୀର ମୋହୋର

ଶଙ୍ଖ ଚକ୍ର ଗଦା ଗାଣ୍ଡିମ ଯେ ବହେ ଚଉକର ।୩୧।

ଦେଖିବା କେମନ୍ତେ ସେହୁ କେତେ ସାମରଥ

ସାରଥିକି ବୋଇଲା ତୁ ବେଗେ ବାହା ମୋର ରଥ ।୩୨।

ମରୂତ ସାରଥି ତାର ବଚନ ଅବଧାରି

ୟେବେ ଶିବପୁର ରାଜା ଉପର ଯିବା ନିମନ୍ତ୍ରଣ କରି ।୩୩।

ବିଡୋଳାକ୍ଷ ପର୍ବତୁଂ ଓହ୍ଲାଇଲା ମାରୁତି

ଅଶ୍ୱକ ଦେଶେ ପ୍ରବେଶ ହୋଇଲା ନିଶାରାତି ।୩୪।

ଦେଶାଉରଗଣ ଯାଇଂ କହିଲେ ଶିବରାଜାର ଅଗ୍ରତେ

ସ୍ୱାମୀ ଭୀମସେନ ଠାକୁରେ ପଶିଲେ ତୋର ରାଜ୍ୟେ ୟେକ ରଥେ ।୩୫।

ଶୁଣିଣ ସାନନ୍ଦ ଯେ ଅଶ୍ୱଦେଶ ଅଧିକାରୀ

ପାୟେଡା ପାଡ଼ ବୋଲିଣ ବୋଇଲା ଆଗ୍ୟାଂ ଅବଧାରି ।୩୬।

ରାଜାର ଆଗ୍ୟାଂୟେ ସେ ଧାଇଂଲେ ପାତ୍ରମନ୍ତ୍ରୀ

ଅନେକ ଦିହୁଡି ହୁଳା ଯେ ଲଗାଇ ନିଶାରାତି ।୩୭।

ଦେବାଙ୍ଗ ବସନ ନେଇ ପାୟେଡା ପାଡିଲେକ ଭୂମି

ବେନିହାଥେ ଚାମର ଧରିଣ ପାଦେ ଚାଲଇ ଶିବରାଜା ସ୍ୱାମୀ ।୩୮।

ମଳୟା ବସନ୍ତା ବୋଲି ତାହାର ବେନି ଯେ ଭାରିଯା

ସହସ୍ରେକ ଭାର ପାଣିଦ୍ରବ୍ୟ ଘେନି ଆସଇ ମହାରାଜା ।୩୯।

ପବନର ନନ୍ଦନ ଯେ ଅବକାଶେ ବିଜୟେ

ତିନି ଅହିବ୍ରତ ହୁଳା ଜଳଇ ଦିବସର ପ୍ରାୟେ ।୪୦।

ଶିବ ନୃପତି ତାହାକଇଂ ଦେଖିଲାକ ଦୂରୁଂ

ତ୍ରିପଣ୍ଡ ଝାଳ ଗଳଇ ରାଜାର ନିଉଛାଳି କରୁ କରୁ ।୪୧।

ସନିଧ୍ୟରେ ପ୍ରବେଶ ଯାଇଂ ହୋଇଲା ରାଜେଶ୍ୱର

ଉଠ ଉଠ ହୋ ମହାରାଜା ବୋଲି ବୋଇଲେ ବ୍ରିକୋଦର ।୪୨।

ଦେଖା ଦରଶନି ଧନ ଦିଲା ଚାରି ଅହିବ୍ରତେକ ବାଜୀ

ଶୁଦ୍ଧ ସୁବର୍ଣ୍ଣ ସ୍ପଟିକ ପ୍ରାୟେ ସବୁ ଦିଶନ୍ତି ପବନୁଂ ବେଗ ତେଜି ।୪୩।

ଚାରି ଅହିବ୍ରତେକ ଭାର ଥୋଇଲା ପାଣିଦ୍ରବ୍ୟ

ମଳୟା ବସନ୍ତା ବେନି ଭାରିଯାନ୍ତ ଘେନି ପ୍ରଣପତ୍ୟ ହୋଇ
ଶୁତିଲା ରାୟେ ଶିବ ।୪୪।

ଉଠ ଉଠ ନୃପତି ବୋଲି ଆଗ୍ୟାଂ ଅବଧାରି

ଯେ ମନେ ବାଞ୍ଛା ପରାପତ ହୋଉ ଯେ ତୋହୋରି ।୪୫।

କାଳୀଞ୍ଜନ ପଢିହାରୀ ଯାଇ ରାଜାକଇଂ କୋଳକଲେ

ଉଠ ଉଠ ହୋ ଶିବରାଜା ତୁମ୍ଭଂକୁ ଭୀମସେନ ଠାକୁରେ
ଆଗ୍ୟାଂ ଦିଲେ ।୪୬।

ଆଗ୍ୟାଂ ପ୍ରମାଣେଣ ଉଠିଲା ଶିବ ନୃପତି

ବେନିକର ମଥାରେ ଦେଇ କରଇ ଅନେକ ସ୍ତୁତି ।୪୭।

ରଥରୁ ଓହ୍ଲାଇ କରି ପବନର ବାଳ

ଶ୍ରୀଭୁଜେ ଭୀମସେନ ଶିବ ନୃପତିକୁ ଧରି କଲେ କୋଳ ।୪୮।

ନିମନ୍ତ୍ରଣ ଯୋଗାଡ଼ ନେଇ ଦିଲେକ ଶ୍ରୀହସ୍ତେ

ବିନୟ ହୋଇ ରାଜା ନିବେଶିଲାକ ମାଥେ ।୪୯।

ଆହୋ ଶିବରାଜ ତୋହୋର ଯେତେକ ସଇନି

ଇନ୍ଦ୍ରପ୍ରଶସ୍ତକୁ ଚଳିଯାଅ ଅନକୂଳ ଘେନି ।୫୦।

ରାଜୁସି ଯାଗ ଯେ ହୋଇବ ମହାସଭା

ଯୁଝେଷ୍ଠିଦେବଂକର ପୟରେ ଯାଇଂ କର ସେବା ।୫୧।

ଦେଖା ଦରଶନି ଧନ ଯେତେକ ଆଣିଲୁ ମୋହୋର ଛାମୁକୁ

ୟେ ମୋହୋର ଦିଲା ବୋଲି କହିବୁ ଶ୍ରୀ ଜଗନ୍ନାଥ ଦେବଂକୁ ।୫୨।

ଅନେକ ଭଗତି ଯେ ହୋଇଲା ଶିବରାଜା

ବହୁତ ଭଗତି ହୋଇ ଭୀମସେନର ଚରଣେ କରଇ ଦିବ୍ୟପୂଜା ।୫୩।

ସ୍ୱାମୀ ଅନଗୃହ ନାଥ ମୋହୋର ପୁରେ ଆଜକ ରହିବା

ରାଜ୍ୟ ମୋହୋର ସୁଲଭ ହୋଇବ ମୁଣୋହି କରିବା ।୫୪।

ଭୀମସେନ ବୋଇଲା ୟେବେ ପ୍ରସର ହୋଇଲା ରାତି

ଅନେକ ଦେଶ ରାଜାନ୍ତ ମୁହିଂ ଯିବଇ ନିମନ୍ତ୍ରି ।୫୫।

ଭୋଜନକୁ ଚିନ୍ତା କିହୋ ହୁଅଇ ୟେତେବେଳହୁଂ

ନାରାୟଣଂକ ଆଗ୍ୟାଂୟେ ଯିବି ରହିବି ଆର କାହୁଂ ।୫୬।

ଦୁଇ ଉଣା ପଞ୍ଚାଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସେ

ବାହୁଡି ଯାଇ ପ୍ରବେଶ ହୋଇବି ମକର ଯେ ମାସେ ।୫୭।

ୟେହି ନିରାଧାର ଆଗ୍ୟାଂ ମୋତେ ଦେଇଛନ୍ତି ଗୋବିନ୍ଦି

ନଉ ଦିବସୁଂ ଅଧିକ ହୋଇଲେ ପକାଇବେ ଶିରଚ୍ଛେଦୀ ।୫୮।

ମୁଣୋହିକି କଟାଳ ତୁ ନ କର ମହାରାଜା

ସମଦଣ୍ଡ ଘେନି ବାବୁ ତୁ ବହନ ହୋଇ ଯା ଯା ।୫୯।

ନିରାଧାର ଆଗ୍ୟାଂ ଯହୁଂ ଦିଲେ ମହାରାଣେ

ଶିବରାଜା ବାହାର ହୋଇଲା ଭୀମସେନର ଆଗ୍ୟାଂ ପରମାଣେ ।୬୦।

ଆହୋ ଶିବରାଜା ତୁ ଉତ୍ତର କୋଣ ମାଡି ଯିବୁ

ମତ୍ସ୍ୟଦେଶ ରାଜା ବିରାଟକୁ ତୁ ସଙ୍ଗେ ଘେନିଯିବୁ ।୬୧।

ବିରାଟ ପଣ୍ଡିତ ରାଜା କୀଚକ ମନ୍ଦବୁଦ୍ଧି

ବହନ ଦଣ୍ଡ ଘେନିଯାଉ ନାଶ ନ କରୁ ସମ୍ପ୍ରଧି ।୬୨।

ଶିବରାଜା ବୋଇଲେ ଦେବ ଆଗ୍ୟାଂ ପରମାଣେ

ମତ୍ସ୍ୟଦେଶରୁ ବିରାଟକୁ ଘେନିଯିବି ୟେହିକ୍ଷଣେ ।୬୩।

ବିରାଟର ପୁତ୍ର ନାମ ଉତ୍ତରକୁମାର

ମୋହୋର ଦୋହିତା ଦେଇଅଛି ସେ ଜୁଆଇଂ ମୋହୋର ।୬୪।

ଯଦ୍ୟପି ବିରାଟରାଜା ମୋହୋର ଅଟଇ ସମୁଧି

ସ୍ୱାମୀର ଆଗ୍ୟାଂ ପ୍ରମାଣେ ସେହି ବାଟେ ବିରାଟକୁ ନେଇ ପାରଇ ବାନ୍ଧି ।୬୫।

ଭୀମସେନ ଚରଣେ ଓଳଗ ମେଲାଇ

ଶିବରାଜା ଉତ୍ତର ମୁଖେ ଥାଠ ଯେ ଚଳାଇ ।୬୬।

ପଞ୍ଚାଶ ସହସ୍ର ରାଜାର ଯେ ମୁକୁଟବନ୍ଧା ଯୋଦ୍ଧା

ବିଦ୍ୟାଧର ପ୍ରାୟେକ ସର୍ବେ ଦିଶନ୍ତି ସର୍ବସିଦ୍ଧା ।୬୭-୩୬୨୯।

 

Unknown

ଭୀମଙ୍କର ପୁଣ୍ଡରୀକ ବାସୁଦେବ ରାଜା ସହ ଯୁଦ୍ଧ ଓ ତାହାର ବନ୍ଧନ

ଭୀମସେନ ଚଳଇ ନଇଋତ କୋଣ ମୃତ୍ତି

କରବୀର ପୁରକୁ ସମଦଣ୍ଡ ଘେନି ଚଳଇ ମାରୁତି ।୧।

କଉଶିକ ବୋଲିକରି ୟେକଇଂ ନଦୀ ଗୋଟି

ନଇରୁତ ମେଖଳୁଂ ସେ ଯମୁନାଧାରେ ଫୁଟି ।୨।

ଦକ୍ଷିଣ ସାଗରେ ଯାଇଂ ହୋଇଲା ସଙ୍ଗମ

ସେ ନଦୀର କୂଳେ ଯାଇଂ ବିଜୟେ ବୀର ଭୀମ ।୩।

ବାଜଇ ବୀରତୂର ଟମକ ନିଶାଣ

ମେଦିନୀ ହେଳ ଘେନଇ ତ୍ରାସିଲେ ସୁରଗଣ ।୪।

ପ୍ରାତକାଳେ ସଇନି ନିତ୍ୟକର୍ମ ସାରିଲେ ନଦୀର ତୀରେ

ମୁନେହିଂ ଯାଇଂ ଜଣାଇଲା ପୁଣ୍ଡରୀକ ବାସୁଦେବ ଛାମୁରେ ।୫।

ଶୁଣ ଦେବ ସାବଧାନେ କରବୀର ଅଧିକାରୀ

କେଉଂଣ ଦେଶ ରାଜା ୟେ ଦଣ୍ଡ ଘେନି ଆସଇ ଦିଗବିଜେ କରି ।୬।

ରଥ ଗଜ ଅଶ୍ୱ ସନ୍ୟ ତାର ଅଳପ ପାଦାନ୍ତି

ମହା ବଳବନ୍ତା ସେ ଯେ ଅଟଇ ମହାଛତ୍ରୀ ।୭।

କୃତାନ୍ତେକ ମୃତ୍ତି ଦେବ ନାଶକର ଦର୍ପଭଞ୍ଜା

ପଚ୍ଛିମ ଦିଗ ବରଣ ରାଜାଂକ ଦର୍ପ ଗଞ୍ଜା ।୮।

ଅସଂଖ୍ୟ ମହିମାଂ ଦେବ ନ ସରଇ କହନ୍ତେ

ବହୁତ ଦେଶ ସାଧ୍ୟକଲା ସେ ୟେକା ରଥେ ।୯।

ବିଚାରି କାର୍ଯ୍ୟକର ବାବୁ ପରମାନନ୍ଦ ରିପୁ

କରବୀର ଚକ୍ରବ୍ରତୀ ପଚ୍ଛିମ ଆଧିପୁ ।୧୦।

ଡଗର ମୁଖୁଂ ବାରତ ପାଇ ପୁଣ୍ଡରୀକ

ମନ୍ଦପାଳ ମନ୍ତ୍ରୀର ସେ ଚାହିଂଲାକ ମୁଖ ।୧୧।

ଜାଣୁ କି ହୋ ମନ୍ତ୍ରୀ ତୁ ସେ କେଉଂଣ ଦେଶ ଥାଠ

ପଚ୍ଛିମ କୋଶଳେ ତ ଅଭୟ ମୋର ରାଷ୍ଟ ।୧୨।

ରାଜାର ବଚନେ ସେ ବାହାର ଅମନତ୍ୟେ

ଆଗ୍ୟାଂ ଦିଲାକ ଯେ ସେନାପତି ସୋମଦତ୍ତେ ।୧୩।

ସାଜ ହୋ ରଥ ଗଜ ଅଶ୍ୱ ପାଦାନ୍ତି ପାରିଦଣ୍ଡ

ଓଗାଳ ରେ ପରରାଷ୍ଟ ନ ପଶୁ ଦୁରୁଦଣ୍ଡ ।୧୪।

ରାଜାର ଆଗ୍ୟାଂୟେ ବାହାର ସକଳ ସେନାପତି

ମଣ୍ଡନ୍ତି ରଥ ଗଜ ଅଶ୍ୱ ସାଜନ୍ତି ପାଦାନ୍ତି ।୧୫।

ହୀରା ନୀଳା ପୋୟେକା ମାଣିକ୍ୟ ବଇଡୁର୍ଯ୍ୟ

ଉଦୟେ ପ୍ରତିକ୍ଷଣ ପ୍ରାୟେ ଦିଶନ୍ତି ଦେବରାଜ ।୧୬।

ପ୍ରବାଳ ତେଜ ପ୍ରାୟେ ଦିଶନ୍ତି ଯେ ରଥେ

ଝଲକନ୍ତି ଲାଂକିୟା ଗୁରୁଜ ଅସିପତ୍ର କୁନ୍ତେ ।୧୭।

ରେ ରେ କାର ଶବଦେ ପଡ଼ଇ ମହାବୋବି

ମୟେଂଷା ଯୁଦ୍ଧ କାଳେ ଯେହ୍ନେ ଡାକନ୍ତି ଭଇରୋବୀ ।୧୮।

ୟେକାଦଶ ମର୍ଭୁତ ରଥ ବାଇଶ ମର୍ଭୁତ ହାଥୀ

ଦଶ ମେବଚ୍ଛ ଅଶ୍ୱ ତିନି କ୍ଷଉଣୀ ପାଦାନ୍ତି ।୧୯।

ପାଟଛତ୍ର ଆଲମ୍ବ ୟେକଲକ୍ଷୀ ଉଦଣ୍ଡ

ସାଂଗ୍ରାମକୁ ବାହାର ହୋଇଲେ ଚାରିଶତ ପାରିଦଣ୍ଡ ।୨୦।

ଭୀମସେନ ବିଜେ କରିଛନ୍ତି ନଦୀର ପୂର୍ବଆଡ଼େ

କରବୀର ସନ୍ୟ ଓଗାଳିଲେ ପଚ୍ଛିମ କଚ୍ଛାଡ଼େ ।୨୧।

ଉଦେକ କରେ ଘେନି ଚାଂହିଲେ ଭୀମସେନ

ଦେଖିଲେ ନଦୀର ତୀରେ ଗହଳ ଅନେକ ସନ୍ୟ ।୨୨।

ରେ ରେ କାର କରିଣ ଯେ ଯୋଦ୍ଧାୟେ ଗରଜନ୍ତି

ଅଶ୍ୱନ୍ତ ଖେପାଇଣ ସେ କୋପେଣ ତରଜନ୍ତି ।୨୩।

ଖତାଇ ହୋଇ ନାଚନ୍ତି ମତୁଆଳ ନାଟ

ରାଗେଣ ବ୍ରିକୋଦରର କମ୍ପଇ ମୁକୁଟ ।୨୪।

ଉଦେକ ପକାଇଣ ସେ ଧଇଲା ଗଦା ବେନି

ନଦୀ ଭିତରକୁ ଡେଇଂ ପଡ଼ିଲା ପାବେନି ।୨୫।

ସେ ନଦୀର ଗଭୀର ଯେ ଅଟଇ ତିନିତାଳ

ପଶନ୍ତେଣ ମାରୁତି ତହିଂ ହୋଇଲାକ ଥଳ ।୨୬।

ପୁଣ୍ଡରୀକ ବାସୁଦେବର ଯେତେକ ଥିଲେ ସେନାଯୋଧୀ

ନଦୀକୂଳେ ଥାଇ ଭୀମସେନକଇଂ ଶର ବିନ୍ଧି ।୨୭।

ବରଷା ଋତୁରେ ଯେହ୍ନେ ବରଷନ୍ତି ଦେବରାଜେ

ଗଗନୁଂ ଜଳଧାର ପ୍ରାୟେ ହୋଇ ପଡ଼ନ୍ତି ନାରାଜେ ।୨୮।

ନଦୀ ପୂରିଲା ଯେ ନାରାଜ ଘୋର ବୃଷ୍ଟି

ଅଭେଦ ଶରୀରେ ଭୀମସେନର ଶର ଗୋଟିୟେ ନ ଫୁଟି ।୨୯।

ନଦୀରୁ ଡେଇଂ ସେ ଉଠିଲା ଗଳଗାଜି

କରବୀର ସଇନି ପଳାଇଲେ ସର୍ବେ ଭାଞ୍ଜି ।୩୦।

କାଳଚକ୍ର ନୟନେ ସେ ଚାହିଂଲା ବ୍ରିକୋଦର

ତ୍ରାସେ ଭାଜିଲେ ସଇନି କେହି ନ ରହିଲେ ଛାମୁରେ ।୩୧।

ୟେକା ମାରୁତି ରହିଅଛି ପଚ୍ଛିମ ନଦୀକୂଳେ

ଭୀମସେନ ସନ୍ୟ ଡେଇଂ ପଡିଲେ ନଦୀ ଜଳେ ।୩୨।

ଅଗାଦ ଜଳ ସେ ଯାଉଂଣ ହୋଇଲାକ ଥଳ

ପଶିଣ ସଇନି ଯେ ମିଳିଲେ ନଦୀର ପଚ୍ଛିମ କୂଳ ।୩୩।

ସାଂଗ୍ରାମେ ବ୍ରିକୋଦର ପଶିଲା ଯାଇଂ ୟେକା

ଅସମ୍ଭବ ସଇନିକି ତାର ମନେ ନାହିଂ ଶଂକା ।୩୪।

ଶୂରବର ସୁନ୍ଦର ସେ ପାଣ୍ଡବ ମହାବଳୀ

ରଥନ୍ତ ଧଇଲା ସେ ବାମଭୁଜେ ତୋଳି ।୩୫।

ୟେକ ରଥ ଉପରେ ଆରେକ ରଥ ପିଟି

ଗଜ ଅଶ୍ୱ ପାଦାନ୍ତିୟେ ପଡ଼ିଲେ ମହୀଲୋଟି ।୩୬।

ଯେସନେକେ ପୃଥୀରେ ଦିଶନ୍ତି କୃନ୍ତାତକ ପୁରୁଷେ

ମନ୍ଦର ତୁଲ ଜାଣି ସେ ତାହାର ଶରୀର ପ୍ରକାଶେ ।୩୭।

ଗିରିବରେ ପଡ଼ିଲେ ଯେହ୍ନେ ଉପୁଡ଼ି ପଡନ୍ତି ଶହସ୍ରେ

ତୀଖମୁନା ଶହସ୍ରେ ସେହୁ ଅଟଇ ନିର୍ଭୟା ।୩୯।

ମାଇଲା ସନ୍ୟ ତାର ଅନେକ ଗୋଡ଼ାଇ

ଶରଣ ଫୁକାରନ୍ତି ମୁଖରେ ହାଥ ଲାଇ ।୪୦।

ନିର୍ଭୟା ପାଣ୍ଡବ ସେ ପଶି ମନ୍ଥିଲାକ ରଣେ

ଦଶ ସହସ୍ର ରଥୀ ସେ ମାଇଲା ୟେକଜଣେ ।୪୧।

ଗଜ ଅଶ୍ୱ ପାଦାନ୍ତି ଯେ ନ ଯାଇ କଳଣ

ସନ୍ୟକୁ ପାୟେଡ଼ା ପଡ଼ିଲା ଚଉଦ ଯୋଜନ ।୪୨।

ପଳାଇ ସଇନି ଯାଇଂ କହିଲେ ରାଜାର ଅଗ୍ରତେ

ସମ୍ଭାଳି କାର୍ଯକର ସ୍ୱାମୀ ଅପାଦ ପଡ଼ିଲାକ ତୋତେ ।୪୩।

ଅନେକ ସଇନି ତୋର ମାଇଲା ୟେକାଜଣେ

ସଞ୍ଚୟେ କୃତାନ୍ତେକ ଆସି ବିଜୟେ କଲା ରଣେ ।୪୪।

ନଶନ୍ତ କାଳକୁ ଦେବ ବିପରୀତ ବୁଦ୍ଧି

ଅଦୋଷେ ହରାଇଲୁ ଦେବ ୟେଡେକ ସମ୍ପ୍ରଧି ।୪୫।

ଧାର୍ମିକ ବିବେକ ନୃପତି ତୁହି ଅଟୁ ମହାଭିଗ୍ୟଂ

ଶୂରବନ୍ତ ଧାର୍ମିକ ତୁ ପୁରୁଷ ସର୍ବଗ୍ୟଂ ।୪୬।

ସ୍ୱାମୀ ବିବେକ ନାରାୟଣ ତୁହି ପଚ୍ଛିମ କୋଶଳେ

ନୃପତି ସମାନେ ତୋତେ ନାହିଂ ରବିତଳେ ।୪୭।

ଉଲୁକାପାତ ପଡ଼ିଲା ଦେବ ହୋଇଲା ଅସମ୍ଭବ

ବିଚାରିଣ କାର୍ଯ୍ୟକର ପୁଣ୍ଡରୀକ ବାସୁଦେବ ।୪୮।

ୟେସନେକ ନିରାଧାର ବଚନ ଶୁଣି ରାୟେ

ମୁହିଂ ସେ ରବିତଳେ ଆନକୁ ଚିନ୍ତଇ ଅପ୍ରାଂଜୟେ ।୪୯।

ଆରେ ପ୍ରତଗ୍ୟାଂ ଘେନିଲି ମୁହିଂ ବାସୁଦେବର ବୀରଧୂ

ଚାରିଊଣା ଲକ୍ଷେ ରାଜାର ମଧ୍ୟେ ମହିଂମା ମୋର ସାଧୁ ।୫୦।

କହୁ କହୁ ପ୍ରତଗ୍ୟାଂ ଯେ ବଢିଲା ମହାରାଜ

ମନ୍ତ୍ରୀକି ବୋଇଲା ଦଣ୍ଡ ମୋର ବେଗେ ସାଜ ।୫୧।

ରାଜାର ବଚନେ ଯେ ପାତ୍ର ଅମାନତ୍ୟେ

ଆପଣେ ବିଜେକଲା କାଠର ବଇନେତ୍ରେ ।୫୨।

ରଥ ଚକ୍ର ଶଙ୍ଖ ଗଦା ଯେ ସାରଙ୍ଗ ଧନୁ ଦୁତୀ

ପ୍ରତକ୍ଷେ ନାରାୟଣ ସରୂପ ଦିଶଇ ନୀଳଉତୁପଳ ମୃର୍ତ୍ତି ।୫୩।

ଲକ୍ଷେକ ପାଟଛତ୍ର ଉଡ଼ନ୍ତି ବେନିପାଖେ

ଦୁଇକୋଟି ଫୁରଇ ସୁବର୍ଣ୍ଣ ବନ୍ଧା ଶଙ୍ଖେ ।୫୪।

ଚାରିକୋଟି ରଥୀ ଯେ ବିଶାଶତେ କୋଟି ହାଥୀ

ପଞ୍ଚାଶ ମର୍ଭୁତ ଅଶ୍ୱ ଦଶ କ୍ଷଉଣୀ ପାଦାନ୍ତି ।୫୫।

ଦଶଲକ୍ଷ ଉଦ୍ଦଣ୍ଡ ଆଲମ୍ବ ପାଞ୍ଚଲକ୍ଷ

ମହାସମ୍ଭରେ ବିଜେକଲେ ନୃପତି ପୁଣ୍ଡରୀକ ।୫୬।

ବୀରତୂର ଢୋଲ ଯେ ଟମକ ନିଶାଣ

ନିର୍ଘାତ ଅଗ୍ନିଶର ବିନ୍ଧନ୍ତି ବଜ୍ରବାଣ ।୫୭।

ଶବଦେ କମ୍ପଇ ସର୍ବ ମହାମହୀ ଭରାଭର

ରଣ ଧନ୍ଦୋଳ ବୀରଧୂ ଅଟଇ ମହାବୀର ।୫୮।

ସମର ସମ୍ଭରେ ଅଇରି ବଳେ ନ କରଇ ଶଂକା

ଶତେ ନଳ ଆୟତନ ବିକାଶଇ ଯାହାର ମୁକୁଟ ଶିଖା ।୫୯।

କୋଟିୟେ ମର୍କତ ଯାର ମୁକୁଟରେ ବିରାଜଇ

ଶାର୍ଦ୍ଦୁଳ ସହସ୍ରେ ଯୋଚିଣ ରଥ ତାର ସାଜଇ ।୬୦।

ଆହୋ ଲକ୍ଷେକ ରାଜାର ଭଣ୍ଡାର ଯେତେ ମୂଲ

ୟେକା ପୁଣ୍ଡରୀକ ବାସୁଦେବ ମୁକୁଟକୁ ନୋହଇ ସମତୁଲ ।୬୧।

ଦଇତ ଦାନବଂକୁ ସେ ସାଂଗ୍ରାମେ ଅଟଇ ନିର୍ଭୟା

ବିଂଝଗିରି ପର୍ବତ ପରାୟେ ଦିଶେ ଯାହାର କାୟା ।୬୨।

ଶଗଡ଼ି ଉପରେ ରଥ , ରଥ ଉପରେ ଗରୁଡ଼ର ଧ୍ୱଜ

ସେ କାଠ ଗରୁଡ଼ ଉପରେ ବିଜୟେ ପୁଣ୍ଡରୀକ ମହାରାଜ ।୬୩।

ପଛିମ କୋଶଳେ ରାଜାକଇଂ ଅଟଇ ଚକ୍ରଗୁରୁ

ଆସନ୍ତେ ଭୀମସେନ ଦେଖିଲାକ ତାହାକଇଂ ଧୂରୁଂ ।୬୪।

ଦେଖି ଅପସରଇ ସେ ପବନର ତନୟେ

ମରୁତ ସାରଥିକି ପଚାରଇ ୟେକେ ଜଗନ୍ନାଥଂକ ପରାୟେ ।୬୫।

ସାରଥି ବୋଇଲା ଶୁଣ ତୁ ପବନର ବତ୍ସ

ବାସୁଦେବର ଚିହ୍ନ ବହଇ ୟେ ନୃପତି ପୁଣ୍ଡରୀକାକ୍ଷ ।୬୬।

କାଠର ବେନିଭୁଜେ ଶଙ୍ଖ ଚକ୍ର ଧରି

ବାସୁଦେବଂକୁ ନିନ୍ଦା କରଇ କାଠ ଗରୁଡ ଚଢ଼ିକରି ।୬୭।

ବଡ଼ାଇ ପ୍ରତାପୀ ୟେ ତ୍ରିକାଳ ବାସୁଦେବର କଳା

ଜଗନ୍ନାଥଂକ ସରୂପେ ସେ କୃଷ୍ଣବର୍ଣ୍ଣ କଳା ।୬୮।

ଭୀମସେନ କୋପକଲା ହରି ନିନ୍ଦାଦୋଷେ

ସଞ୍ଚୟେ ପୁଣ୍ଡରୀକ ଯିବ ଆଜ ଯମ ଦେବତାର ପାଶେ ।୬୯।

ଜଗନ୍ନାଥ ନିନ୍ଦାଦୋଷ ସହିତେ କେ ପାରି

ନାରାୟଣଂକର ଶତ୍ରୁ ଯେ ସେ ପାଣ୍ଡବଂକର ବଇରି ।୭୦।

ଯେହୁ ସେ ପାଣ୍ଡବ ସେ ପ୍ରତକ୍ଷେ ବାସୁଦେବ

ମୁହିଂ କେସନେ ରଖିବି ୟେହାକୁ ୟେ ଗୋବିନ୍ଦେ ଅଭାବ ।୭୧।

ଭୀମସେନ କୋପ ଦେଖି ବୋଲଇ ମରୁତ ସାରଥି

ତ୍ରିକାଳ ବାସୁଦେବର ପୁତ୍ର ୟେ ଅନନ୍ତ ବାସୁଦେବର ନାତି ।୭୨।

ପ୍ରତକ୍ଷେ ନୃପତି ୟେ ଅନାଦି ବିଷ୍ଣୁବଂଶୀ

ବଂଶେ ବଂଶେ ବିଷ୍ଣର ୟେ ଅଟେ ସଦା ଦୋଷୀ ।୭୩।

ଆହୋ ଅନନ୍ତ ବାସୁଦେବ ବୋଲି ୟେହାର ଉପର ବଂଶେ

ତଇତିଳା ଅପକ୍ଷରୀକି ରମଣ କଲା ଆକାଶେ ।୭୪।

ତାହାର ପୁତ୍ର ଉପୁଜିଲା ତ୍ରଇଲୋକ୍ୟ ବାସୁଦେବ

ତ୍ରଇଲୋକ୍ୟ ବାସୁଦେବର ପୁତ୍ର ବାସୁଦେବ ସଦାଶିବ ।୭୫।

ୟେହାର ପୁତ୍ର ଯେ ସୁରସିଦ୍ଧ ବାସୁଦେବେ

ୟେହାର ପୁତ୍ର ହୋଇଲା ପଦ୍ମଲାଭ ବାସୁଦେବ ପୂର୍ବେ ।୭୬।

ୟେହାର ପୁତ୍ର ହୋଇଲା ବାସୁଦେବ କମଳାକର

ଅନଙ୍ଗ ବାସୁଦେବ ବୋଲି ପୁତ୍ରେକ ହୋଇଲା ତାହାର ।୭୭।

ଅନଙ୍ଗ ବାସୁଦେବର ଅନନ୍ତ ବାସୁଦେବ ବଳା

ଅନନ୍ତର ଭାରିଯା ବାରାହୀ ସହସ୍ରକଳା ।୭୮।

ସୁନ୍ଦରୀ ସୁଲକ୍ଷଣୀ ସେ ଶାହାସ୍ରେ ମହାରସି

ପଢ଼ଇ ପଢ଼ାଇ ସେ ବୀଣାବାଦ୍ୟେ ତୋଷେ କାଶୀ ।୭୯।

ସପତସ୍ୱର ବୀଣା ଯେ ପିନାକୀ ଅଧାଟି

କେଦାର ମହାଲିଙ୍ଗ ବଇଦନାଥକଇଂ ଖଟି ।୮୦।

କୃଷ୍ଣବେଣୀ ସ୍ରାହାନ ସାରି ସେ ବଇଦନାଥକଇଂ ଦ୍ରଶନେ

ପତିଭକ୍ତା ସ୍ତିରୀ ସେ ନ ବଇଦନାଥ ଦ୍ରଶନେ

ପତିଭକ୍ତା ସ୍ତିରୀ ସେ ନ ଭଜଇ ଆନେ ।୮୧।

ବଇଶାଖ ଶୁକ୍ଳପକ୍ଷ ଶୁକ୍ରବାର ଚଉଠି

ଗ୍ରୀଷମ ଋତୁରେ ଆଦ୍ରା ନକ୍ଷତ୍ର ପଇଠି ।୮୨।

ପାକାଶୁଦ୍ଧ ସ୍ରାହାନ ସାରି ଦିନ ବାଳୀ

ବଇଦନାଥ ଦ୍ରଶନେ ଆସଇ ବେଳ ମଧିଆନ ଓଳି ।୮୩।

ବଜ୍ରକପଚ ବୋଲି ୟେକ ରାକ୍ଷସ ନୃପତି

ନିର୍ବାତକପଚର ସେ ଅଟଇ ପଣନାତି ।୮୪।

ଗୀତରସ କରିଣ ସେ ଆସଇ ସସ୍ରକଳା

ହିରଣଗିରି ପର୍ବତ ତଳେ ଥାଇ ଦେଖିଲାକ ଅସୁର ମହାବଳା ।୮୫।

କାମରୂପୀ ଅସୁର ସେ ଧଇଲା ଆନ କାୟେ

କପଟ ରୂପ ଧଇଲା ସେ ଅନନ୍ତ ବାସୁଦେବର ପ୍ରାୟେ ।୮୬।

ବଇଦନାଥ ସେବିଣ ବାହୁଡଇ ଯୁବତୀ

ସନ୍ଧ୍ୟାକାଳ ଯାଇ ଆସୁଅଛଇ ନିଶାରାତି ।୮୭।

ହାଥରେ ଖଣ୍ଡାୟେକ ଘେନିଣ କଉଣୋପ

ସହସ୍ର କଳାକଇଂ ଭେଟିଲା ଧରିଣ ଗୋପ୍ୟରୂପ ।୮୮।

ଦେଖଇ ସୁନ୍ଦରୀ ଯେ ସରୂପେ ନିଜସ୍ୱାମୀ

ନିଜ ବଲ୍ଲଭ ପ୍ରାୟେ ମଣି ହୋଇଲା ପରିଣାମି ।୮୯।

ଅଧର ପୁଷ୍ଟ କରିଣ ସେ ବୋଇଲା ଚାଣ୍ଡାଳ

କାହିଂ ରହିଥିଲୁ ଆଗୋ ମହା ନିଶାକାଳ ।୯୦।

ନିଜ ପ୍ରଭୁ ପ୍ରାୟେ ମଣିଲାକ ଯୁବତୀ

ସ୍ୱାମୀ ସନ୍ତାନ ମାଗୁଥିଲି ମୁଂ ବିଶ୍ୱନାଥ କତି ।୯୧।

ମନୁମଥ ପର୍ବତ ଜୀବନାଶନ ବଟତଳେ

ଅସୁର ଦୁରାନ୍ତକ ନେଇ ବସାଇଲା ତାକୁ ବଳେ କୋଳେ ।୯୨।

ବର୍ଣ୍ଣ ଚିହ୍ନ ସରୂପ ତାର ଅନନ୍ତ ବାସୁଦେବର ପ୍ରାୟେ

ସ୍ୱାମୀର ସରୂପ ଦେଖି ସୁନ୍ଦରୀ ସମର୍ପିଲା କାୟେ ।୯୩।

ରାକ୍ଷସ ଶୃଙ୍ଗାର ତାକୁ କଲାକ ବହୁତ

ଭାଳଇ ସୁନ୍ଦରୀ ମୋର ସ୍ୱାମୀର ଶୃଙ୍ଗାର ତ ନୋହଇ ୟେମନ୍ତ ।୯୪।

ରସେ ଶୃଙ୍ଗାର ସହିଲା ସୁନ୍ଦରୀ ସହସ୍ରକଳା

ଛାଡ଼ିଲା ମହାବୀର୍ଯ୍ୟ ଅସୁର ମହାବଳା ।୯୫।

ତଦ୍ୟାପି ସୁନ୍ଦରୀ ସେ ନୋହିଲାକ ଗ୍ୟାନ

ଅନ୍ତେଶ୍ୱର ପୁରେ ଯାଇଂ ହୋଇଲା ତୋଷମନ ।୯୬।

ମରୁତ ସାରଥି ବୋଇଲା ଶୁଣ ପବନର ବଳା

ରାକ୍ଷସର ବୀର୍ଯ୍ୟେ ତାର ପୁତ୍ରେକ ଉପୁଜିଲା ।୯୭।

ଦେଖିଣ ଅନନ୍ତ ବାସୁଦେବ ହୋଇଲାକ ତୋଷ

ପୁରେଣ ଉତ୍ସବ ରାଜା କରାଇଲା ହରଷ ।୯୮।

ତ୍ରିକାଳ ବଇଦନାଥେ ଯେ ଖଟଇ ସହସ୍ରକଳା

ତ୍ରିକାଳ ବାସୁଦେବ ବୋଲି ତାର ପୁତ୍ର ନାମ ଦିଲା ।୯୯।

ଯଦ୍ୟପି ଆଦିହୁଂ ଉପୁଜିଲା ବିଷ୍ଣୁବଂଶେ

ରାକ୍ଷସ କଲା ଘେନିଲା ସେ ବୀର୍ଯ୍ୟର ମନ୍ଦ ଦୋଷେ ।୧୦୦।

ଯେ ସେ ରାକ୍ଷସ ସେ ନାରାୟଣଂକର ଅଟଇ ବଇରି

ଅନନ୍ତ ଅବତାରେ ତ୍ରିକାଳ ବାସୁଦେବକୁ ଚକ୍ରେ ମାଇଲେ ମୁରାରି ।୧୦୧।

ତ୍ରିକାଳର ପୁତ୍ର ଯେ ପୁଣ୍ଡରୀକ ବାସୁଦେବ

ୟେହି ସେ ବହିଲା ହାଦେ ଅସୁର ସଭାବ ।୧୦୨।

ଅସୁର ବଳ ନିଶୋଧନ ସେ ଅଟନ୍ତି ଦାମୋଦର

ପ୍ରସ୍ତାପେ ବଧ ୟେହାକୁ କରିବେ ଚକ୍ରଧର ।୧୦୩।

ଆହୋ ଭୀମସେନ ତୁ କିଂପେ ୟେହାନ୍ତ ବଧ କରିବୁ ସମରେ

ଜଗନ୍ନାଥେ ବିଚାରି ମାରିବେ ରାଜୁସି ଯାଗ ସଭାରେ ।୧୦୪।

ଯଦ୍ୟପି ତୁ ବଳାତ୍କାରେ ୟେହାକୁ ମାରିବୁ ଭୀମସେନ

ଦ୍ୱାଦଶ କ୍ଷଉଣୀ ବଳର ସୁବର୍ଣ୍ଣ ପିତୁଳି ଗଢ଼ାଇବାକୁ ଅଛି
କାହିଂ ଧନ ।୧୦୫।

ଭୀମସେନ ବୋଇଲା ୟେ ନାରାୟଣରେ ଅବଗ୍ୟାଂ

ମୋହୋର ବେଳେ ସହି ପାରିବି କି ୟେହାର ୟେଡେକ ପ୍ରତଗ୍ୟାଂ ।୧୦୬।

ୟେହାକୁ ବଧ କଲେ ହରି ହୋଇବେ ଅନେକ ସାନନ୍ଦ

ରାଜୁସି ଯାଗରେ ଉପୁଜିବ ଅନେକ ଆନନ୍ଦ ।୧୦୭।

ଆହୋ ଭୀମସେନ ସବୁ ରାଜାମାନଂକର ଅନେକ ଅବିଗୁଣ

ଦୋଷ ବାଞ୍ଛିଲେ ଆର କାହିଂ ହୋଇବ ବରଣ ।୧୦୮।

ଯଦ୍ୟପି ଗୋବିନ୍ଦରେ ୟେ ହୋଇଲା ମନ୍ଦ ଦୋଷୀ

ପୃଥୀଭାଗ ଲୋକନ୍ତ କିଂପେ ବାସୁଦେବ ନ ନାଶି ।୧୦୯।

ବାବୁ ଡରାଇ କରି ଆମ୍ଭେ ଯେହାକୁ ଯିବା ସାଧି

ପ୍ରାଣେ ନ ମାରି ୟେହାକୁ ଘେନିଯିବା ବାନ୍ଧି ।୧୧୦।

ଶୁଣି ସାନନ୍ଦ ଯେ ହିଡିମ୍ବିକୀର ପ୍ରାଣନାହା

ପୁଣ୍ଡରୀକ ତହିଂକି ବେଗେ ରଥ ମୋର ବାହା ।୧୧୧।

କି କି କରଇ ବୁଝିବା ଆମ୍ଭେ ଦେଖି

ସନ୍ୟ ଛାର ମାରିବା କିଂପାଇ ୟେ ଅଟନ୍ତି ନିରିମାଖି ।୧୧୨।

ଭୀମସେନ ବଚନେ ସେ ବାହିଲାକ ରଥ

ଅନ୍ତରୀକ୍ଷେ ଜିଣିଗଲେ ସେ ସଇନି ସମସ୍ତ ।୧୧୩।

ଆହୋ ପୁଣ୍ଡରୀକ ବାସୁଦେବ ଅଛଇ ମଧ୍ୟେ ଥାଠେ

ଭୀମସେନର ରଥ ବେଗେଣ ଯାଇ ଭେଠେ ।୧୧୪।

ଯେସନେକ ଉଡ଼ି ଆସି ପଡ଼ନ୍ତି ପର୍ବତେ

କରବୀର ସନ୍ୟ ଉଡ଼ିଗଲେ ଭୀମସେନର ଗଦା ବାତଘାତେ ।୧୧୫।

ବହୁତ ଦୂରେ ସନ୍ୟ ପଡ଼ିଲେ ଯାଇଂ ଉଡ଼ି

ପଳାବନ୍ତି ଯୋଦ୍ଧାୟେ ପୁଣ୍ଡରୀକ ବାସୁଦେବେ ଛାଡ଼ି ।୧୧୬।

ରଥ ଛାଡ଼ି ପାଣ୍ଡବ ଯେ ଡେଇଂଲା ଧାତିକାରେ

ପଡ଼ିଲା ଯାଇଂ ସେ କାଠଗରୁଡ଼ ଉପରେ ।୧୧୭।

କୋପେ ପ୍ରହାର କଲା ବାମକରେ ଗଦା ତୋଳି

କାଠଗରୁଡ଼ ଭାଞ୍ଜି ହୋଇଲାକ ମସୀଧୂଳି ।୧୧୮।

ରଥ ଶଗଡ଼ି ଯେ ଭାଞ୍ଜି ହୋଇଲା ଭଗନସ୍ତ

ପୁଣ୍ଡରୀକ ବାଳ ଧଇଲା ଭୀମ ବାମହାଥ ।୧୧୯।

ଯେତେବେଳେ ଭୀମସେନ ଧଇଲା ତାର ବାଳ

ବଜ୍ରାବଳୀ ଗଦା ନେଇ ପିଟିଲା ଭୀମ ବକ୍ଷସ୍ଥଳ ।୧୨୦।

ଭୀମସେନ ଉପରେ ପଡ଼ିଲା ଗଦାବର

ଭାଞ୍ଜିଣ ଗଦାବର ତାର ହୋଇଲା ଶତେଚୂର ।୧୨୧।

ପୁଣ ପ୍ରହାର କଲା ରାଜାର ଅସିବର

ସେ ଖଡ଼ଗ ହୁଂଛୁଡ଼ି ଘେନିଲା ବ୍ରିକୋଦର ।୧୨୨।

ବାମକରେ ତାହାର କେଶ ଖଡ଼ଗ ଦକ୍ଷିଣ ପାଣି

ବୁଲାଇଣ ତାହାର ଶିର ପକାଇବ ହାଣି ।୧୨୩।

ମରୁତ ସାରଥି ଯାଇ ତାର ଧଇଲା ଖଗ ହାଥ

ରହ ରହ ଭୀମସେନ ତୋତେ ପବନ ଦେବତାଂକର ଶପଥ ।୧୨୪।

ସାରଥି ବଚନେ ସେ ସଂଘରିଲା ଖଡଗ

କେଶ ଧରିଅଛି ତାହାର ଶାନ୍ତି ନୋହେ ରାଗ ।୧୨୫।

ଭୟେଣ ପଳାଇଥିଲେ ସେ ଯୋଦ୍ଧା ଅମାନତ୍ୟେ

ଶରଣ ପଶିଲେ ଆସି ଭୀମସେନର ଚରଣଗତେ ।୧୨୬।

ଦ୍ୱାଦଶ କ୍ଷଉଣୀ ବଳ ଶହସ୍ରନ୍ତ ପକାଇ

ତ୍ରାହି ତ୍ରାହି ଫୁକାରନ୍ତି ମୁଖେ ହାଥ ଲାଭ ।୧୨୭।

ବିନୋୟୀ ହୋଇ ବୋଲଇ ମରୁତ ସାରଥି

ସଂସାର ଭଗତି ଦେବ କୋପ କରିବାକ ଶାନ୍ତି ।୧୨୮।

ୟେ ଜୀବନ ଚିର ହୋ ନୋହଇ ମହାତମା

ଯୁଗେ ଯୁଗେ ରହିବ ୟେ ତୋହୋର ମହିମାଂ ।୧୨୯।

ଆହୋ ଭୀମସେନ କୁଶଳ ଜୀବନ କଥା ତୋର ରହିଲା ସର୍ବକାଳେ

ସଂସାର ତାରିଲୁ ତୁ ଯେ ଭଗତ ମତ୍ସଳେ ।୧୩୦।

ୟେ ଯେ ବିନୋପନ୍ତି ତୋତେ ପାରିଦଣ୍ଡ ରାଜାମାନେ

ଧର୍ମ ଉଦିତ ହୋଉ କୋପ ଶାନ୍ତିକର ଭୀମସେନ ।୧୩୧।

ଶରଣ ପଞ୍ଜର ପାଣ୍ଡବ କଉଚ୍ଛା ଜଗଜ୍ଜେଠୀ

ତ୍ରଇଲୋକ୍ୟେ ବିକାଶୁ ୟେ ତୋହୋର ପ୍ରତଗ୍ୟାଂ ନାମଗୋଟି ।୧୩୨।

ଭୀମସେନ ବୋଇଲା ଯେବେ କେଶ ଛାଡ଼ିବି ତୋହୋର ବଚନେ

ଜୀବନହିଂ ରକ୍ଷା କଲି ଯେବେ ମାଗିଲ ସର୍ବଜନେ ।୧୩୩।

ରଥରେ ବାନ୍ଧି ମୁଂ ୟେହାକଇଂ ନେମଇଂ ଅବଶ୍ୟ

ୟେହି ସରୂପେ ୟେହାର ରାଜୁସି ଯାଗେ ଦେଖନ୍ତୁ ହୃଷୀକେଶ ।୧୩୪।

ଛାଡ଼ିଲା ତାହାର କେଶ ଘେନିଲା ପାଟଡୋରେ

ଗଣ୍ଡସ୍ଥଳେ ବାନ୍ଧିଲା ସେ ରଥର ଖମ୍ବରେ ।୧୩୫।

ପାରିଦଣ୍ଡ ରାଜାଂକୁ ସେ ଆଗ୍ୟାଂ ଅବଧାରୀ

ଅକ୍ଷତ ଗୁଆ ଯେ ଶ୍ରୀହସ୍ତେ ଦିଲେ ଶାଢୀ ।୧୩୬।

ଆହୋ ଯୋଦ୍ଧାମାନେ ଯେ ଯାହାର ଥାଠସନ୍ୟ ଘେନି

ରାଜୁସି ଯାଗକୁ ଯାଅ ତୁମ୍ଭେ ଦିବା ଯେ ରୟେଣୀ ।୧୩୭।

ସମସ୍ତ ସଇନି ଯେ ବୋଇଲେ ପରିଣାମି

ଆମ୍ଭ ରାଜାର ବନ୍ଧନ ଫେଡିବାକ ଦେବସ୍ୱାମୀ ।୧୩୮।

ଭୀମସେନ ବୋଇଲେ ତୁମ୍ଭେ ନ କହ ୟେମନ୍ତ

ରାଜାକୁ ତୁମ୍ଭର ପ୍ରାଣତ୍ୟାଜ ନାହିଂ ୟେ ମୋହୋର ସତ୍ୟ ସତ୍ୟ ।୧୩୯।

ରଥେ ବନ୍ଧନ ହୋଇ ବୋଲେ ପୁଣ୍ଡରୀକ ବାସୁଦେବ

ମୁହିଂ ନ ଜାଣଇ ସ୍ୱାମୀ ତୁ ବ୍ରିକୋଦର ପାଣ୍ଡବ ।୧୪୦।

ସ୍ୱାମୀ ନ ଜାଣି ଦ୍ରୋହ ମୁଂ ତୋତେ କଲାଇଂ ଅନମିତେ

ପ୍ରତକ୍ଷେ ଫଳିଲା ମୁହିଂ ଯାହା ଲୋଡିଲି ସଂହାଥେ ।୧୪୧।

ପଞ୍ଚାଶ ସହସ୍ର ରାଜା ପଚ୍ଛିମ ଦିଗ ମଧ୍ୟେ

କାହାକଇଂ ବନ୍ଧନ ତୁ ନ କଲୁସି ଯୁଦ୍ଧେ ।୧୪୨।

ମୋହୋର ଦୋଷ ଉପେକ୍ଷା ତୁ କରିବା ମହାରାଣେ

ଦଣ୍ଡଘେନି ଯିବଇଂ ମୁହିଂ ତୋହୋର ଆଗ୍ୟାଂ ପରମାଣେ ।୧୪୩।

ଭୀମସେନ ବୋଲେ ତୁ ଯେ ହୋଇଲୁ ମତ୍ତଗର୍ବ

ଜଗନ୍ନାଥଂକର ଉପରେ ତୁ ବୋଲାଉ ପୁଣ୍ଡରୀକ ବାସୁଦେବ ।୧୪୪।

ବାସୁଦେବଂକର ଛାମୁକୁ ତୋତେ ନେମଇଂ ଯେ ଧରି

ସେ ତୋତେ ଦଣ୍ଡ ବିହନ୍ତୁ ଦୋଷ ଯେ ବିଚାରି ।୧୪୫।

ସନ୍ୟଂକୁ ପ୍ରବୋଧି ପଠିଆଇଲା ପୁଣ୍ଡରୀକ ନୃପତି

ମହାପ୍ରଭୁ ନାଥ ମୋତେ କୋପ କରୁକିନା ଶାନ୍ତି ।୧୪୬-୩୭୭୫।

 

ଗଣପତି ଓ ରୁଦ୍ରଦେବ ରାଜାଙ୍କୁ ନିମନ୍ତ୍ରଣ

କରବୀର ପୁର ଜିଣି ଚଳଇ ବୀରମଣି

ନିର୍ଝର ଦେଶବୋଲି ପଚ୍ଛିମ ଦିଗେ ଜାଣି ।୧।

ସେ ରାଜ୍ୟର ଠାକୁର ଯେ ଅଟଇ ଗଣପତି

ସେ ରାଜ୍ୟରେ ବିଜେକଲେ କାଳେବର ଚକ୍ରବ୍ରତୀ ।୨।

ଦେଶାଉରେ ଜଣାଇଲା ରାଜାର ଆସ୍ତାନେ

ସ୍ୱାମୀ ପଚ୍ଛିମ ଦିଗ ବରଣେ ଜାରା ନିସୂଦନେ ।୩।

ଯେବଣ ନୃପତି ତାକୁ ହେଉଛନ୍ତି ଅସାଧି

ପୁଣ୍ଡରୀକ ବାସୁଦେବଂକୁ ରଥେ ଅଛନ୍ତି ବାନ୍ଧି ।୪।

ଶୁଣିଣ ସାନନ୍ଦ ଯେ ଗଣନାଥ ମହାରାଜେ

ଆହୋ ମୁହିଂ ଜାଣିଅଛିନି ପଚ୍ଛିମ ଦିଗକୁ ଭୀମସେନ ଠାକୁରେ କରିଛନ୍ତି ଦିଗବିଜେ ।୫।

ପାତ୍ର ଅମାନତ୍ୟନ୍ତ ଯେ ହକରାଇ ନୃପତି

ପୁରେ ଉତ୍ସବ କରାଅ ବୋଲି ବୋଇଲା ଗଣପତି ।୬।

ହାଟ ଦାଣ୍ଡ ନିକିଆଇଂ ଦ୍ୱାରେ କଦଳୀ ତ୍ରୋଣ

ସୁବର୍ଣ୍ଣର କଲସ ବସାନ୍ତି ନେତର ପାତର ଉଡାନ୍ତି ନଗ୍ରେଣ ।୭।

ଶତେକ ପୁତ୍ରନ୍ତ ଘେନିଣ ନିର୍ଝର ଗଣପତି

ହାଥେ ଚାମରେକ ଘେନି ଆସଇ ତୋଷମତି ।୮।

ଶତେ ପୁତ୍ର ଧରି ଯେ ଅଛନ୍ତି ଚାମର

କେହୁ ଆଲଟ କେହୁ ଛତ୍ର ଧରିଛନ୍ତି କର ।୯।

ରାଜା ବୋଇଲା ଯେତେକ ସ୍ତିରୀ ପୁରୁଷ ଅଛ ମୋର ରାଜ୍ୟେ

ସମସ୍ତେ ଅଳଂକାର ଭରି ହୋଇଥାଅ ସଜେ ।୧୦।

ଆହୋ ଦୁତୀ ନିରଞ୍ଜନ ବିଜୟ କଲେ ମୋହୋର ପୁରୀ

ଦ୍ରଶନେ ସମସ୍ତ ପାପ ହୋଇବ ଅପହାରି ।୧୧।

ରାଜାର ଆଗ୍ୟାଂରେ ବାହାର ହୋଇଲେ ସଇନି

ସର୍ବେ ଅଳଂକାର ହୋଇ ହାଥେ ଚାମରେ ଚାମରେକ ଘେନି ।୧୨।

କେହୁ ପାଟଛତ୍ର ଧରଇ କେହୁ ଉଦଣ୍ଡ ମୟାଣ

ମହାସମ୍ଭରେ ଆସନ୍ତି ପାରିଦଣ୍ଡ ରାଜାଗଣ ।୧୩।

ନବଶତ ପାରିଦଣ୍ଡ ଖଟନ୍ତି ନୃପମଣି

ସନ୍ୟବଳ ଖଟନ୍ତି ତାକୁ ଅଷ୍ଟାଦଶ କ୍ଷଉଣୀ ।୧୪।

ରଥ ଗଜ ଅଶ୍ୱ ସତୁରୀ ପରାୟୁଧ ଖଟଇ

ପନ୍ଦର ଶତ ଯୋଜନର ସେ ଠାକୁର ଅଟଇ ।୧୫।

ପଚ୍ଛିମ କୋଶଳେ ରାଜା ମହା ଗୁରୁହଂସୀ

ସବୁକୁହିଂ ଅସାଧ୍ୟ ସେ ରାଜା ବିଘ୍ନରାଜ ତୋଷି ।୧୬।

ଅନେକ ଉଚ୍ଛବ କରାଇ ନିର୍ଝର ଦେଶ ରାଜା

ଶ୍ରୀ ଲମ୍ବୋଦର ସ୍ୱାମୀଂକୁ କରଇ ବହୁତ ସେବା ପୂଜା ।୧୭।

ଅନେକ ଉପହାର ଶୀତଳ ଦ୍ରବ୍ୟମାନ

ଭୀମସେନର କୋପ ଶାନ୍ତି ନିମନ୍ତେ ଅନେକ ଗୋ ଦୋହନ ।୧୮।

ଭୀମସେନ ରହିଅଛି ନର୍ମଦା ନଦୀକୂଳେ

ନିର୍ଝର ଦେଶ ଦ୍ରଶନ କରଇ ପ୍ରାତ ସ୍ରାହାନ ବେଳେ ।୧୯।

ସହସ୍ରେକ ଭାର ପାଣିଦ୍ରବ୍ୟ ଦେଖା ଦରଶନି

ଦ୍ରଶନ କଲା ଗଣପତି ଶ୍ୱେତ ହାଥୀ ସହସ୍ରେକ ଘେନି ।୨୦।

ତ୍ରାହି ତ୍ରାହି ବୋଲିଣ ସେ ଶତେ ସହସ୍ର ପରିଣାମି

ଜାରା ଦର୍ପ ଚୂରଣ ନାଥ ଶରଣ ରକ୍ଷଣ ଦେବସ୍ୱାମୀ ।୨୧।

ଛାମୁରେ ଜଣାଇଲା ପଢିହାରୀ କାଳିଞ୍ଜନ

ନିର୍ଝର ଦେଶ ନୃପତି କରୁଅଛି ଦ୍ରଶନ ।୨୨।

ଆନନ୍ଦେ ଅଶ୍ରୂଜଳ ରାଜା ଅନେକ ସ୍ତୁତି ବୋଲି

ଶତେ ସହସ୍ର ଦଣ୍ଡ ଯେ ଶୁତିଲା ଗଡ଼ଘାଲି ।୨୩।

ଦ୍ରହସିତ ହୋଇଣ ସେ ବୋଲଇ ବ୍ରିକୋଦର

ଜିତ ମହାପ୍ରସାଦ ବାଞ୍ଛା ସିଦ୍ଧ ହୋଉ ତୋହୋର ।୨୪।

ଅନେକ ବିନୋୟୀ ହୋଇ କହଇ ନିର୍ଝର ଗଣପତି

ଆଝୁଂ ସେ ସାର୍ଥୁକ ହୋଇଲା ମୋହୋର ଜୀବତି ।୨୫।

ଦେଖିଲଇଂ ନାରାୟଣ ଯେ ପ୍ରତକ୍ଷେ ବାସୁଦେବ

ଛାଡିଲା ଦୁଷୁକୃତ ମୋହୋର ମନ ବଚନ କର୍ତ୍ତବ୍ୟ ।୨୬।

ଶୂରବର ସୁନ୍ଦର ନାଥ ତୁ କଇଚ୍ଛା ଜଗଜ୍ଜେଠୀ

ଦ୍ରଶନ ମାତ୍ରକେ ମୋହୋର ଦୁଷୁକୃତ ଗଲା ଫିଟି ।୨୭।

କଟକରେ ପ୍ରବେଶ ଯେ ପବନର ବାଳ

ଦେଖିଲେକ ରାଜ୍ୟଲୋକେ ସାନନ୍ଦ ସକଳ ।୨୮।

ପୁରେଣ ଉତ୍ସବ ଯେ କରନ୍ତି ସକଳ ନରନାରୀ

ଯହିଂ ଭାବ ତହିଂ ଭଗତି କେହୁ ଅନ୍ତ କରିପାରି ।୨୯।

ସର୍ବ ଅଳଂକାର ଭୂଷିତ ହୋଇଣ ସର୍ବବାଳୀ

କରେଣ ଅର୍ଘ୍ୟ ଘେନି ଯେ ଦିଅନ୍ତି ହୁଳହୁଳି ।୩୦।

ବାଜନ୍ତି ବୀରତୂର ମଧୁର ରସ ଧୁନି

ତାଣ୍ଡେବ ରସେ ଖଟନ୍ତି ସକଳ କାମିନୀ ।୩୧।

ନିର୍ଝର ଦେଶର ରାଜା ଅନେକ ହିଂ ସାନନ୍ଦେ

ଜଗତୀରେ ବିଜେକଲା ଭୀମକଇଂ ଘେନିଣ ଆନନ୍ଦେ ।୩୨।

ପଞ୍ଚାଶ ମହାଦେବର ଯେ ଶତେକ ପୁତ୍ରନ୍ତ ଘେନି

ଜଗତୀର ତଳେ ରାଜା ଯେ କରଇ ଦଇନି ।୩୩।

ପୁଣ ପୁଣ ପ୍ରଣପତ୍ୟ ରାଜା ତିନି ପାବଚ୍ଛର ତଳେ

ମଧ୍ୟସ୍ୱର୍ଗ ଠାକୁର ତୁ ପ୍ରତକ୍ଷେ ଆଖଣ୍ଡଳେ ।୩୪।

ଯିସ ଅବା ମୋର ଦୋଷଥିଲା ଗ୍ୟାନେ ବା ଅଗ୍ୟାନେ

ସମସ୍ତ ଉପେକ୍ଷା ମୋତେ କରିବା ତୋଷମନେ ।୩୫।

ଭୀମସେନ ବୋଇଲା ତୁ ପଣ୍ଡିତ ଗଣପତି

ଯେଉଂଣ ରାଜାୟେ ଦୋଷୀ ସେ ପାଉଛନ୍ତି ଶାସ୍ତି ।୩୬।

ନିମନ୍ତ୍ରଣ ଯୋଗାଡ଼ ସେ ଦିଲା ରାଜାର ଆଗେ

ସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକଇଂ ଯାଅ ଯା ତୁ ବେଗେ ।୩୭।

ଆଗ୍ୟାଂ ପ୍ରମାଣେ କର ନିବେଶ କରି ଶିରେ

ସ୍ୱାମୀ ମୁଣୋହି କରିବା ଆଜ ମୋହୋରି ରାଜ୍ୟରେ ।୩୮।

ଗଣପତିର ବଚନେ ତୁଷ୍ଟ ହୋଇଲେକ ଭୀମସେନ

ପଚ୍ଛିମ କୋଶଳେ ରାଜା ଧନ୍ୟ ଧନ୍ୟ ତୋହୋର ଜୀବନ ।୩୯।

ତୁଷ୍ଟ ଅନୁମତେ ଉପୁଜିଲା କାର୍ଯ୍ୟ ଧର୍ମ

ଭୀମସେନ ବଚନେ ଗଣପତି ଆଗମ ।୪୦।

ସୂପକାରମାନେ ଯେ ପ୍ରବେଶ ରୋଷାଇର ଘରେ

ତିନି ଅହିବ୍ରତେକ ସୂପକାର ଥାଆନ୍ତି ଭୀମସେନର ସଙ୍ଗରେ ।୪୧।

ରାନ୍ଧଣା ଯୋଗାଡ଼ମାନ କରନ୍ତି ବେଗୁଂ ବେଗ

ଯେ ବିଧି ଭିଆଇଲେ ଅମୃତ ରସ ପାଗ ।୪୨।

ଗଉରୀ ଶଉରୀ ନଳବିଧି ଯେ ତିନି ପ୍ରତି ରାନ୍ଧଣା

ଆହାନିକ ସାରି ମୁଣୋହିରେ ବିଜେ ପବନ ଦୁଲଣା ।୪୩।

ପରଶନ୍ତି ସାନନ୍ଦେ ସମସ୍ତ ବିଦୁଜନ

ଭିଆଣେ ପରଶନ୍ତି ତିନିଶ ଷାଠିପଉଟି ଅନ୍ନ ।୪୪।

ସାଂଗ୍ରାମେ ଅତ୍ରିପୁତି ଭୋଜନେ ଯେତେ ଇଚ୍ଛା

ଶୃଙ୍ଗାରେ ଅତ୍ରିପୁତି ଧାରଣ ପୁରୁଷ କଇଚ୍ଛା ।୪୫।

କାମ୍ୟେକ ପୁରୁଷ ସେ , ସେ ଭୁଞ୍ଜିଣ ପରମ ଶାନ୍ତି

ଆଂବୋଚନ ମନ୍ଦିରେ ଯାଇଂ ବିଜୟେ କଲେ ଝାତି ।୪୬।

ସୁବାସିତ ନୀରେ ସେ ଯେ କରନ୍ତି ଆଂଚୋବନ

କର୍ପୂର ତାମ୍ବୋଳମାନ କରନ୍ତି ଭୋଜନ ।୪୭।

କନକରେ ଖଞ୍ଜିଲା ଅଛି ହୀରାର ଖଟୁଳି

ଭୀମସେନକୁ ଶତେକ ବିଳାସୁଣୀ ପଞ୍ଚାବନ୍ତି ଦୋଳି ।୪୮।

ଛାମୁରେ ନୃତ୍ୟଗୀତ ଯେ କରନ୍ତି ବନିତା

ଗାବନ୍ତି ସୁସ୍ୱରେ ସେ ମଧୁର ସଙ୍ଗୀତା ।୪୯।

ସ୍ରାହାନ ଭୋଜନ ସାରି ନିର୍ଝର ଗଣପତି

ଶତେ ପୁତ୍ରନ୍ତ ଘେନି ଭୀମସେନକଇଂ ଚାମର ଢାଳନ୍ତି ।୫୦।

ବହୁତ ତ୍ରିପୁତି ମନ ହୋଇଣ ଭୀମସେନ

ୟେ ପଚ୍ଛିମ କୋଶଳେ ଗଣପତି ଜୀବନ ତୋର ଧନ୍ୟ ।୫୧।

ତାଡ଼ ଝୁମ୍ପା ସରଳ ବାହୁଟି ଜଗଦଳା

ଶିରେଣ ଶ୍ରୀଭୂଷା ହୃଦରେ ରତ୍ନମାଳା ।୫୨।

ଅନେକ ରତ୍ନ ଅଳଂକାର ଦିଲା ଭୀମସେନ ତାହାର ଭାରିଯା ପୁତ୍ରମାନଂକୁ

ୟେହିମନ୍ତେ ଯାଅ ହୋ ଇନ୍ଦ୍ରପ୍ରଶସ୍ତ ରାଜୁସି ଯାଗ ସଭାକୁ ।୫୩।

ବ୍ରିକୋଦର ଆଗ୍ୟାଂ ଯେ ଶିରେଣ ନିବେଶି

ଅନକୂଳ କରି ରାଜା ବାହାର ହୋଇ ଆସି ।୫୪।

ଲାଗିଲା ଜଗହୁଳା ଦିହୁଡି ମାଳିକା

ବାହାରିଲେ ବ୍ରିକୋଦର ପରଭୂମି ନିଂଶକା ।୫୫।

ଦେଶାଉରେ ବାରତା ଜଣାଇଲେ ସାବଧାନେ

ସ୍ୱାମୀ କାର୍ତ୍ତିକପୁର ବୋଲି ବିଂଝଗିରି ସନ୍ନିଧ୍ୟାନେ ।୫୬।

ବିଶାଶତେ ଯୋଜନ ଦେବ ୟେଥକୁ ଅଟଇ ଦୂର

ବନ ଗହନ ଭୂମି ଦେବ ବହୁତ ଡିଙ୍ଗର ।୫୭।

ତହିଂର ନୃପତି ଯେ ଅଟଇ ରୁଦ୍ରଦେବ

କାର୍ତ୍ତିକେଶ୍ୱର ବିଜୟେ କରିଅଛଇ ଦୁତୀ ସଦାଶିବ ।୫୮।

ସ୍ୱାମୀ ସତ୍ୟଯୁଗେ ଉପୁଜିଲା ତାରକା ନାମେ ଦତ୍ୟ

ତାରେଣୀ ନାମେ ନଦୀୟେ ତାରକ ପର୍ବତ ।୫୯।

କାର୍ତ୍ତିକକୁମାର ଜାତ ହୋଇଲା ସେହୁ ବନେ

ଅନଙ୍ଗ ଦହନ ସ୍ୱାମୀ କଲେକ ତ୍ରିଲୋଚନେ ।୬୦।

ଗଉରୀ ବୋଧିଲେ ଦେବ କୁମାର ସମ୍ଭବେ

ତାରକାକୁ ପର୍ବତେ ମାଡି ବସିଲେ କାର୍ତ୍ତିକେଶ୍ୱର ଦେବେ ।୬୧।

ସେ ତାରେଣୀ ନଦୀରେ ସ୍ରାନ କରଇ ବ୍ରିକୋଦର

ଯାଇଂଣ ଉଠିଲେ ଭୀମ ତାରକା ପର୍ବତ ଉପର ।୬୨।

ଦେଖିଲେ କୁମାର ଛଡ଼ ବଦନ ମହାରୂପୀ

ବାମ ଚରଣେ ତାରକାସୁର ମାଡି ଦକ୍ଷିଣ ଚରଣ ଗଗନେ କ୍ଷେପୀ ।୬୩।

ଦ୍ୱାଦଶ ଲୋଚନ ଯେ ତାର ଦ୍ୱାଦଶ ଭୁଜ

ମକରଧ୍ୱଜ ସ୍ୱାମୀ ସୁନ୍ଦର କାଳାନଳ ଯାହାର ତେଜ ।୬୪।

ଅନାଦି ସିଦ୍ଧ ସ୍ୱାମୀ ସୁସଞ୍ଚ ମହାଶମ୍ଭୁ ଦେବତା

ବୃନ୍ଦାଅର୍କ ଦୁର୍ଗତି ଫେଡିଲୁ ମହାଚିନ୍ତା ।୬୫।

ପିନାକ ଶାରଙ୍ଗ ଦେବ ଯେ ତ୍ରିଦଣ୍ଡ ପାଣି

ପଳାବନ୍ତି ଦୁରାପାତେ ଯାହାର ଡାକି ଶବଦ ଶୁଣି ।୬୬।

ଭୁଜଙ୍ଗ ଧାରଣ ତୁ ବାସୁକୀ ନାଗ ଯେ ପଇତା

ମହାଯୋଗ ବଞ୍ଚାଇ ତୁ ଖଣ୍ଡିଲୁ ସର୍ବଚିନ୍ତା ।୬୭।

ଜନ ମନ ମୋହନ ତୁ ପ୍ରସନ୍ନେ ପରମ ଯୋଗୀ

ଭଗତଜଳ ମଚ୍ଛଳ ସ୍ୱାମୀ ନାଶକର ଦର୍ପଗଞ୍ଜି ।୬୮।

ଡାକି ତମ୍ବୁରୁ ନାଥ କିଳିକିଳା ଶବଦ ଜାଣି

ପଳାଇଲେ ପ୍ରେତ ପିଶାଚ ଡିବି ଡିବି ବାଦ୍ୟ ଶୁଣି ।୬୯।

ମୟୁର ବାହାନେ ଦେବ ତ୍ରଇଲୋକ୍ୟେ ଭୁବନେ ଭ୍ରମି

ଗଳିତ ସୁଧାରସ ଦେବ ଯାହାର ଉଡ଼ଙ୍ଗ ମଉଳି ସ୍ୱାମୀ ।୭୦।

ଜୟ ତୁ କାର୍ତ୍ତିକେଶ୍ୱର ଅନନ୍ତ ବିଶ୍ୱରୂପୀ

ନବଦ୍ୱୀପ ସପତ ସାଗର ଦେବ ଯାହାର ୟେକା ଚରଣେକ
ବ୍ୟାପୀ ।୭୧।

ଯେଉଂଣ ତାରକାର ଭୟେ ତ୍ରାସିଲେ ବୃନ୍ଦାଅର୍କେ

ଆକାଶ ଭୁବନ ତେଜ୍ୟା କରି ପଳାଇଲେ ସମସ୍ତ ଦେବଲୋକେ ।୭୨।

ୟେକା ଦିବସକେ କ୍ଷେପଇ ଯେ ତିନି ଆକାଶେ

ତୁ ତାହାର ଦର୍ପ ଧ୍ୱଂସିଲୁ ଦେବ କୁମାର ବୟସେ ।୭୩।

ବହୁତ ବିନୋୟୀ ତୋତେ ଯେ ହୋଇଲେ ଦେବତାୟେ

ସକଳ ଭୁବନେ ତୋତେ ଦେବ ଶୁଭିଲା ଜୟେ ଜୟେ ।୭୪।

ପ୍ରସନ୍ନେ ବର ତୋତେ ଦେଇଗଲେ କାପାଳୀ

ସୁରବର ସୁନ୍ଦର ନାଥ ଷଡ଼ ଯେ ମଉଳି ।୭୫।

ନବଲକ୍ଷ ଡମ୍ବରୁ ଯାହାର ଯେ ଅନ୍ତରୀକ୍ଷେ ବାଜେ

ଦିଗମ୍ବର ରକ୍ଷା ପାଳକ ତୁ ଦେବାଧି ଦେବରାଜେ ।୭୬।

ମୁହିଂ ତୋହୋର ଚରଣେ ଶରଣ କାର୍ତ୍ତିକ କୁମର

ୟେ ଅନନ୍ତ ଘୋର ପାତକୁଂ ମୋତେ ଦେବ କରିବା ଅପହାର ।୭୭।

ତବ ଚରଣେ ଶରଣ ମୁଂ ତେଜିଲି ସର୍ବଚିନ୍ତା

ଭୂତ ଭବିଷ୍ୟ ବର୍ତ୍ତମାନକୁ ତୁହି ସେ ବରଦ୍ୟନ୍ତା ।୭୮।

ସ୍ୱାମୀ ଅକଳିତ ସାଗରେ ମୁଂ ପଶିଲି ନ ଜାଣି

ବଢାଇଲି ପ୍ରତଗ୍ୟାଂ ମୁଂ ନ ଜାଣି ନ ଶୁଣି ।୭୯।

କପିଳାସ ରକ୍ଷଣ ତୁ ପଚ୍ଛିମ ଦ୍ୱାରପାଳ

ୟେକା ଯୁଗକେ ବଞ୍ଚାଇଲୁ ନାଥ ତୁ ଚଉଷଠି ଲକ୍ଷ କାଳ ।୮୦।

ନ ପଢି ପଣ୍ଡିତ ମୁଂ ନ ସାଧିଲି ଶାହାସ୍ର ବିଦ୍ୟା

ଅଗ୍ୟାନେ ଗ୍ୟାନ ପାଇଲି ଅମୃତ ରସ ଶୁଦ୍ଧା ।୮୧।

ଅନ୍ନ ଭୋଜନ କରନ୍ତେ ପୂରଇ ଉଦର

କର୍ଣ୍ଣେ ପିବନ୍ତେ ନ ଅଣ୍ଟଇ ସେ ମହାଭାରଥ ସାଗର ।୮୨।

ବିଜୟେ ଚିନ୍ତାମଣି କାର୍ତ୍ତିକ ନଗ୍ର ପୁରେ

ମୁଂ ତାହାକୁ ଭେଟିଲି ତାରକା ପର୍ବତରେ ।୮୩।

କିଞ୍ଚିତ ମଉଳେଣ ସେ ନ ସହଇ କୂଟକଥା

ପାଦେଣ ପ୍ରହାର କଲୁ ତୁ ଲମ୍ବୋଦର ଦେବତା ।୮୪।

ବାମଚରଣ ତୋର ବିଘ୍ନରାଜ ମୁଖେ ବାଜି

ବାମ ପାଟି ଦନ୍ତଗୋଟିକ ପଡିଲା ଦେବ ଭାଞ୍ଜି ।୮୫।

ସେ ଭଗ୍ନଦନ୍ତ ଗୋଟି ପଡ଼ନ୍ତେଣ ଭୂମି

ରସାଂଗତ ହେଉଥିଲା ବସୁଧା ମହାତମୀ ।୮୬।

ସେ ଗଣନାଥ ଦେଖିଲା ପୃଥୀ ପଡ଼ନ୍ତେ ରସାଂଗତେ

ସେ ଭଗ୍ନଦନ୍ତ ସମ୍ଭାଳି ଧଇଲେ ବାମହାଥେ ।୮୭।

କୋପେଣ ଶାପ୍ୟ ଦିଲେ ତୋତେ ବାଳୁତ ମନ୍ଦ ବୁଦ୍ଧି

ଯେବଣ ଚରଣେ ପ୍ରହାର କଲୁ ସେ ଚରଣେ ହେଉ ଗଳୁତ
କୁଷ୍ଠ ବ୍ୟାଧି ।୮୮।

ସ୍ୱାମୀ ଯୁଗତେ ଜ୍ୟେଷ୍ଠ ଭ୍ରାଥ ଅଟଇ ସମ ପିତା

ଅଗ୍ୟାନ ବାଳଖିଳା ବୋଲି ସେ ଅଛଇ ବଞ୍ଚନ୍ତା ।୮୯।

ଗଳୁତ ଦୁର୍ଗନ୍ଧ ତୋର ଲମ୍ବୋଦର ଶାପ୍ୟେ

ତାହା ଖଣ୍ଡିଲୁ ସ୍ୱାମୀ ଅଜପା ଜପି ଗୋପ୍ୟେ ।୯୦।

ଅକାରଣକଇଂ କାରଣ ତୁ ପ୍ରସନ୍ନେ ନିରାକାର

ଅଗାଦ ସାଗରୁଂ ମୋତେ ଉଦ୍ଧରି ଧରିବା କୁମର ।୯୧।

ୟେ ଭୁବି ଭୁବନେ ଯାର ପ୍ରକୃତି ଦୁଲଭ

ୟେ ମୋହଜଳ ସାଗରୁ ମୋତେ ଉଦ୍ଧରି ଧର ଦୁତୀ ସଦାଶିବ ।୯୨।

ଗିରିଜାର ନନ୍ଦନ ତୁ ଦେବ ଦେବାଧିଦେବ ରାଜା

ପ୍ରସନ୍ନେ ନାରାୟଣ ତୁ କୃନ୍ତାତକ ଦର୍ପ ଗଂଜା ।୯୩।

ସ୍ୱାମୀ କିଞ୍ଚିତ ପାତକେ ମୁଂ ମନୁଷ୍ୟ ଜନ୍ମେ ଜନ୍ମି

ୟେ ଦୁର୍ଗତିରୁ ଉଦ୍ଧରି ଧର ମୋତେ କାର୍ତ୍ତିକେଶ୍ୱର ସ୍ୱାମୀ ।୯୪।

ହେମବନ୍ତର ନନ୍ଦନ ଯେ କୁମାର ଚନ୍ଦ୍ରଧ୍ୱଜ

ତବ ସୋଦର ମାତୁଳ ବାରାହୀ ଆତ୍ମଜ ।୯୫।

ବାଳୁତ ଖେଡେଣ ସେ ଯେ ହୋଇଲା ବାରୁଆଳି

ତବ ଶାପରେ ସେ ହୋଇଲା ପାଷାଣ ଓଳି ।୯୬।

ତବ ଶାପରୁ କରି ସେ ହୋଇଲା କୁମାର

ତୁଠ ପାଷାଣ ହୋଇ ସେ ପଡ଼ିଲା ଗଙ୍ଗାଜଳ ଭିତର ।୯୭।

ବାଳଖିଳା ବାଳଯତି ଅନନ୍ତ ବ୍ରହ୍ମବେତ୍ତା

ୟେ ପାପବାଧା ଦୋଷରୁ ମୋତେ ତୁହି ସେ ଉଦ୍ଧାରନ୍ତା ।୯୮।

ନମସ୍ତେ ବିଶ୍ୱନାଥ କାର୍ତ୍ତିକେଶ୍ୱର ସ୍ୱାମୀ

ଶୂଦ୍ରମୁନି ସାରୋଳା ଦାସ କପିଳାସ ସ୍ୱର୍ଗଗାମୀ ।୯୯।

ବଦନ୍ତି ଅଗସ୍ତି ଶୁଣ ହୋ ମହେଶ୍ୱର

ଭୀମସେନ ବିନୟ ଶୁଣି ବିଜୟେ କାର୍ତ୍ତିକେଶ୍ୱର ।୧୦୦।

ଦୁତୀ ବିଶ୍ୱନାଥେ ବିଜୟେ ମୟୁର ବାହନେ

ଦେଖିଣ ସାନନ୍ଦ ସେ ଯେ ହୋଇଲେ ଭୀମସେନେ ।୧୦୧।

ଅନେକ ବର୍ଣ୍ଣନା ଭୀମ ଅନେକ ସ୍ତୁତି ବୋଲି

ଶତେ ଶହସ୍ର ଦଣ୍ଡ ପ୍ରଲମ୍ବିତ ହୋଇ ଚରଣେ ଶୁତିଲା ଗଡ଼ଘାଲି ।୧୦୨।

ପ୍ରସନ୍ନ ହୋଇ ବୋଇଲେ ତାକୁ ଦେବ ଛଡ଼ମଉଳି

ସାଧୁ ସାଧୁ ପାଣ୍ଡବ ରେ ତୁ ପ୍ରତଗ୍ୟାଂ ମହାବଳୀ ।୧୦୩।

ସମସ୍ତ ରାଜାନ୍ତ ସାଧ୍ୟ ତୁ ଯେ କଲୁନି ପଚ୍ଛିମେ

ୟେତେ ଦୂର ବିଜୟେ ତୁ କଲୁନି ଭୀମସେନେ ।୧୦୪।

ଆବର ନୃପତି ଅଛଇ ଅଳପ ପଚ୍ଛିମ ଦେଶେ

ଅମାର୍ଗ ଭୂମି ଯେବେ ସାଧ୍ୟ କଲୁନି ଅଭ୍ୟାସେ ।୧୦୫।

ୟେ କାର୍ତ୍ତିକ ପୁର ନଗ୍ର ହାଦେ ପଚ୍ଛିମ କୋଶଳେ

ୟେ ସ୍ଥାନେ ବିଜୟେ ଆମ୍ଭେ କରୁ ସର୍ବକାଳେ ।୧୦୬।

ଯେ ମହାନଗ୍ର ହାଦେ ଭୀମସେନ ତୁ କରିବୁ ଉଜାଡ଼ି

ଭାବେଣ ସାଧ୍ୟକର ଆମ୍ଭର ଦେଖନ୍ତେଣ କରି ।୧୦୭।

ସେ ରାଜାର ନାମ ଅଟେ କାର୍ତ୍ତିକ ନୃପତି

ରୁଦ୍ର ଦେବତା ବୋଲିକରି ସେ ରାଜ୍ୟର ଚକ୍ରବ୍ରତୀ ।୧୦୮।

ସେ ରୁଦ୍ର ଦେବତା ଯେ ଆସ୍ତାନେ ବିଜୟେ

ଦେଶାଉରେ ଡଗରେ ଛାମୁରେ ନେଇ ବାରତା ଯେ ଦିୟେ ।୧୦୯।

ସ୍ୱାମୀ କେଉଂଣ ଦେଶର ଯେ ରାଜା ୟେକ ଆସି

ଅଳପ ସଇନି ଘେନି ତୋହୋର ରାଜ୍ୟେ ପଶି ।୧୧୦।

ବିଚାରିଣ କାର୍ଯ୍ୟ କରିବା ଦେବ ଦଣ୍ଡସାଇଂ

ଜଗତଜନ ଜିଣନ୍ତା ତାହାକଇଂ କେହି ନାହିଂ ।୧୧୧।

ଡଗର ଅଭିମୁଖେ ରାଜା ପାଇଂଣ ବାରତା

ଦଣ୍ଡ ସାଜ ବୋଲି ଆଗ୍ୟାଂ ଦିଲାକ ମହାରଥା ।୧୧୨।

ଆକାଶ ଉଛୁଳିଲା ଯେ ବୀରତୂର ଶବଦେ

ମେଦିନୀ କମ୍ପିଲା ଯେ ନିଶାଣ ଭେରୀ ବାଦ୍ୟେ ।୧୧୩।

ବିହଡ଼ନ୍ତି ରାଉତେ ଯେ ତୁରଙ୍ଗମ ପିଠି ଚଢି

ଆକାଶ ହାନ୍ଦୋଳଇ ମହାବାଦ୍ୟ ରଡି ।୧୧୪।

ସାଜ ସାଜ ବୋଲି ଯେ ପାଡ଼ନ୍ତି ଘୋର ଡାକ

ଧାମନ୍ତି ଅଶୁଆରେ ଯେ ପ୍ରତଗ୍ୟାଂ ଅନେକ ।୧୧୫।

ଗୁରୁତର ପ୍ରତଗ୍ୟାଂ ଯେ କହଣା ନ ଯାଇ

ନବଶତ ପାରିଦଣ୍ଡ ଘେନି ନୃପତି ଥାଠ ଚଳାଇ ।୧୧୬।

ରେ ରେ କାର ଶବଦେ ଯେ କମ୍ପିଲା ମହୀଆଳୀ

ଆକାଶେଣ ଅଦୃଶ୍ୟେ ଯେ ହୋଇଲେ ଅଶୁଂମାଳୀ ।୧୧୭।

ରୁଦ୍ରଦେବ ନୃପତି ସମଦଣ୍ଡ ଘେନି ଆସି

ତାରକ ପର୍ବତେ ଯେ ଭୀମସେନ ଅଛି ବସି ।୧୧୮।

ଅଶ୍ୱନ୍ତ ଚଳାଇଣ ଉଠିଲେ ରାଉତେ

ଗଜନ୍ତ ଚଳାଇ ଯେ ଖେପନ୍ତି ମାହୁନ୍ତେ ।୧୧୯।

ତାରକ ପର୍ବତେ ବେଢିଲେ କୋପନଳେ

ଦେଖିଣ ଶୂନ୍ୟ ପୁରୁଷେ ତ୍ରାସିଲେ ଆକାଶ ମଣ୍ଡଳେ ।୧୨୦।

ଭୀମସେନ ପୁଚ୍ଛାକଲା କାର୍ତ୍ତିକ କୁମାରକୁ

ସ୍ୱାମୀ ୟେ ରାଜା ତ ବଡାଇ କଟାଳ କଲା ମୁକୁ ।୧୨୧।

ଅପାର କଟାଳ ସହିଲିନି ତୋହୋର ଉପ୍ରୋଧେ

ୟେତେକ ସନ୍ୟ ବ୍ରତିବେ କି କିଞ୍ଚିତ ମୋର ଯୁଦ୍ଧେ ।୧୨୨।

ୟେସନ ଶୁଣି ବୋଲେ କାର୍ତ୍ତିକେଶ୍ୱର ଦେବତା

ଆମ୍ଭର ଦେଖନ୍ତେ ତୁ ହୋଇବୁ ନାଶୟିତା ।୧୨୩।

ଶୂନ୍ୟେଣ କୁମାର ଯେ ରାଜାକୁ କହିଲେକ ବାଣୀ

କାହାର ତୁଲେ ସମର କରୁ ହୋ ନୃପମଣି ।୧୨୪।

ନ ଜାଣୁ କି ତୋତେ ନ କହିଲେ ଦେଶାଉର

ପଚ୍ଛିମଦିଗ ବିଜେ ପାଣ୍ଡବ ସୁନ୍ଦର ।୧୨୫।

ଶୁଣିଣ ସାନନ୍ଦ ଯେ ରୁଦ୍ରଦେବ ନୃପତି

ହାଥୀରୁ ଉତୁରି ରାୟେ ଆସଇ ତତକ୍ଷଣାନ୍ତି ।୧୨୬।

ଶତେ ସହସ୍ର ଦଣ୍ଡ ହୋଇଲା ପରିଣାମି

ନ ଜାଣି ଅଗ୍ୟାନେ ଅଇଲି ଦଣ୍ଡ ସାଜି ସ୍ୱାମୀ ।୧୨୭।

ଅଗ୍ୟାଂନ ପ୍ରାଣୀକି ପଣ୍ଡିତଂକର ନାହିଂ କୋପ

ମୋହୋର ଭଗତେ ସ୍ୱାମୀ ଛାଡିବାକ ପରିତାପ ।୧୨୮।

ତୁହି ଦେବ ସକଳ ସଂସାର ଜନ ହିତା

ତୁ ଦେବ ସୟଳ ଜନ ତାରନ୍ତା ଉଦ୍ଧାରନ୍ତା ।୧୨୯।

ବନଚର ନୃପତି ନ ଜାଣୁ ଦେବ ଆମ୍ଭେ କିଛି

ମୂର୍ଖ ଅଗ୍ୟାନ ଆମ୍ଭର ଗ୍ୟାନ କାହିଂ ଅଛି ।୧୩୦।

ଭଗତ ଜନ ମତ୍ସଳ ତୁ ସୋମବଂଶର ଅଧିକାରୀ

ଦୁଷୁକୃତ ହରଣ ନାଥ ଅପ୍ରାଧୁଂ ଦେବ କର ପାରି ।୧୩୧।

ରାଜାର ବିନୟ ଦେଖି କୋପ କଲେ ସମ

କାର୍ତ୍ତିକେଶ୍ୱର ଦେଖନ୍ତେ ଅନେକ ପ୍ରୀତିକଲେ ଭୀମ ।୧୩୨।

ଶ୍ରୀଭୁଜେ ମାରୁତି ଦିଲେ ନିମନ୍ତ୍ରଣ ଯୋଗାଡ଼

ସମଦଣ୍ଡ ଘେନି ଇନ୍ଦ୍ରପ୍ରଶସ୍ତକୁ ରାଜା ହୁଅସି ବାହାର ।୧୩୩।

ଦେଖା ଦରଶନି ଧନ ତାଠ ସନ୍ୟ ଘେନି

ବହନ ହୋଇ ଚଳ ରାଜା ଦିବା ୟେ ରୟେଣୀ ।୧୩୪।

ବିଳମ୍ବ କଲେ ରାଜା ସର୍ବକାର୍ଯ୍ୟ ହୋଇବ ଅସାଧି

ମହାଯାଗ ସଭାୟେଣ ନ ପୁଣ ହୋଇବୁ ଅପରାଧୀ ।୧୩୫।

ମୁହିଂ ଯେ ଅନୁଗ୍ରହେ କଲାଇଂ ତୋତେ କୁମାର ଦେଖନ୍ତେ

ଯାବତ କାଳକଇଂ ଦୟା କଲାଇଂ ମୁଂ ତୋତେ ।୧୩୬।

ଆଗ୍ୟାଂ ପରମାଣେ ଯେ କାର୍ତ୍ତିକପୁର ସ୍ୱାମୀ

ବ୍ରିକୋଦର ଚରଣ ତଳେ ଶତେ ସହସ୍ର ଦଣ୍ଡ ପରିଣାମି ।୧୩୭।

ରଥ ଗଜ ଅଶ୍ୱ ଯେ ସଇନି ପାଦାନ୍ତି

ଆଗ୍ୟାଂ ପ୍ରମାଣେ ସାଜିଲା ରାଜା ନବଶତ ପାରିଦଣ୍ଡ ନୃପତି ।୧୩୮।

ବିଜୟସେନ ମନ୍ତ୍ରୀ ଥାଠରେ ଆଗିଆଣି

ଉତ୍ତର ମୁଖ ହୋଇ ଅନକୂଳ କଲାକ ନୃପମଣି ।୧୩୯।

ପୁଣ ପ୍ରଣପତ୍ୟ କରଇ ଭୀମସେନର ପାଦତଳେ

ସ୍ୱାମୀ ଆଜକ ମୋର ପୂରେ ରହିବା ଦେଖନ୍ତୁ ସୟଳେ ।୧୪୦।

ପ୍ରତକ୍ଷ ନିରଞ୍ଜନ ତୁ ସ୍ୱୟଂ ଜଗନ୍ନାଥ

ତୋହୋର ପଦରଜ ପଡ଼ନ୍ତେ ମୋର ରାଜ୍ୟର ଫିଟୁ ଦୁଷୁକୃତ ।୧୪୧।

ଭୀମ ବୋଇଲେ ମୋତେ ରହିବାକୁ ବେଳ ନାହିଂ

ଭୋଜନ ଶୟନେ ମୋହୋର ପ୍ରିୟୋଜନ ଅଛି କାହିଂ ।୧୪୨।

ମହା ବଳବନ୍ତା ରାଜାୟେ ଛନ୍ତି ପଚ୍ଛିମ କୋଶଳରେ ଅସାଧ୍ୟେ

ପଞ୍ଚାଶ ସହସ୍ର ରାଜା ନିମନ୍ତ୍ରିବି ନଉଦିବସର ମଧ୍ୟେ ।୧୪୩।

ମକର ମାସେ ପ୍ରବେଶ ହୋଇବି ସକଳ ରାଜାନ୍ତ ଘେନି

ତୁ ବହନ ଚଳିଯାଅ ଘେନି ୟେ ତୋହୋର ଥାଠ ଯେ ସଇନି ।୧୪୪ – ୩୯୧୯।

 

ଶବରୀ ନାରାୟଣଙ୍କୁ ନିମନ୍ତ୍ରଣ

ରୁଦ୍ରଦେବ ଚଳଇ ଯେ କୁମାରେ ପରିଣାମି

କନାଉଜ ଦେଶକୁ ଚଳଇ ପାଣ୍ଡବ ସୁନ୍ଦର ସ୍ୱାମୀ ।୧।

ମଣିଭଦ୍ରା ବୋଲିକରି ୟେକଇ ନଦୀ ଗୋଟିୟେ

ସରସ୍ୱତୀ ନଦୀରୁ ସେ ଇଶାନ୍ୟ ଭାଗେ ଫୁଟିୟେ ।୨।

ସେ ନଦୀର ତୀରେ ଚଳଇ ପାଣ୍ଡବ ପଞ୍ଚାଣ

ଆକାଶ ଉଛୁଳୁଅଛି ଘୋର ବାଦ୍ୟ ଟମକ ନିଶାଣ ।୩।

କୀର୍ତ୍ତିସୁନ୍ଦର ବୋଲି ୟେକ ପର୍ବତ ଗୋଟିୟେ

ପାଣ୍ଡବ ସୁନ୍ଦର ଯାଇଂ ସେ ପର୍ବତେ ବିଜୟେ ।୪।

ବୀର ତୂର ଭେରୀ ନିଶାଣ ଟମକ ଘୋର ବାଜେ

ଦିବି ଭୁବନ କମ୍ପଇ ତ୍ରାସିଲେ ଦେବରାଜେ ।୫।

ଧନୁମାସ ଶୁକ୍ଳପକ୍ଷ ପଞ୍ଚମୀର ତିଥି

ସେ ପର୍ବତ ଉପରେ ବିଜୟେ ଭୀମସେନ ରୟଣୀ ପାହାନ୍ତି ।୬।

ଶତଭିଷା ନକ୍ଷତ୍ର ଅକ୍ରବାର ତିଥି

ତଇତିଳ ନାମେ କରଣ ଭୋଗ ଦିବା ରାତି ।୭।

ଆୟୁଷ୍ମାନ ନାମେ ଯୋଗ ଶୁଭ ଅନକୂଳେ

ଭୀମସେନ ବିଜେକଲେ କୃତାନ୍ତେକ ବଟତଳେ ।୮।

ସେ କନାଉଜ ଦେଶର ରାଜା ଶବରୀ ନାରାୟଣ

ସହସ୍ରେକ କନ୍ୟା ଘେନି କ୍ରୀଡ଼ଇ ନଦୀ ଭିତରେଣ ।୯।

ଦେଶାଉର ଜଣାଇଲା ଶୁଣ ଦେବ ଅଭୟେ ଚକ୍ରବ୍ରତୀ

ପର ଥାଠ ପଡିଲା ଦେବ କେଉଣ ଦେଶର ନୃପତି ।୧୦।

ରଥ ଗଜ ଅଶ୍ୱ ଦେବ ପାଦାନ୍ତି ଅଳପକ

ୟେତେକେଣ ମହାବଳବନ୍ତ ସେ ପ୍ରତଗ୍ୟାଂ ଅନେକ ।୧୧।

ଦୃଭାର ପ୍ରଚଣ୍ଡ ଦେବ କ୍ଷତ୍ରିୟ ମହାଯୋଧୀ

ୟେମନ୍ତେଣ ପଚ୍ଛିମ ଦିଗ ରାଜାନ୍ତ କଲାନି ସର୍ବସାଧି ।୧୨।

ଦୃଭାର ହୋଇଲେ ଦେବ ନ ବ୍ରତନ୍ତି କେହି

ଶରଣ ସମ୍ଭାଳଣ ସେ ଭଗତେ କରଇ ତ୍ରାହି ।୧୩।

ଚାରଗଣ ମୁଖୁଂ ୟେସନେକ ବାରତ ଶୁଣି

ଜଳକ୍ରୀଡା ରସେ ସେ ନ ଶୁଣିଲା ନୃପମଣି ।୧୪।

କଟାଳି ରାଜ୍ୟରେ ଯହୁଂ ପଶିଲା ମାରୁତି

ମନ୍ତ୍ରୀ ଅମାନତ୍ୟେ ଓଗାଳିଲେ ଥାଠ ଘେନି ଝାତି ।୧୫।

ଦଶଲକ୍ଷ ରଥୀ ପଞ୍ଚବୀଂଶ ଲକ୍ଷ ହାଥୀ

ଚାରିଖର୍ବ ଅଶ୍ୱ ଉଣୋଇଶ କ୍ଷଉଣୀ ପାଦାନ୍ତି ।୧୬।

ପଞ୍ଚଶତ ପାରିଦଣ୍ଡ ଯେଉଂଣ ରାଜାକୁ ଖଟଇ

ପଚ୍ଛିମ କୋଶଳେ ରାଜା ମହା ଗରିଷ୍ଠଇ ।୧୭।

ଅନଙ୍ଗ ସାରିକ୍ଷେ ଦିଶେ ସେ ସୁନ୍ଦରପଣେ

ପଚ୍ଛିମ କୋଶଳ ରାଜାୟେ ସରି ନାହିଂ ଜଣେ ରଣେ ।୧୮।

ଜରାସନ୍ଧ ରାଜାର ତୁଲେ ସେ ଅନେକ ଯୁଦ୍ଧକଲା

ପଞ୍ଚଦଶ ଦିନେ ଜରା ଯୁଦ୍ଧେ ତାହାକଇଂ ସରି ଯେ ନୋହିଲା ।୧୯।

ମହା ପ୍ରତାପୀ ରାଜା ସେ ସନ୍ୟ ତାର ନ ଯାଇ କଳଣା

ଅମାପତ ସନ୍ୟ ଦେଖି ପ୍ରତଗ୍ୟାଂ ବ୍ରିକୋଦର ଜେନା ।୨୦।

ପର୍ବତ ଉପରେ ଥାଇ ବ୍ରିକୋଦର ତାର ଥାଠ ଦେଖି

କାଳଚକ୍ର ପ୍ରାୟେକ ବୁଲାୟେ ବେନି ଆଖି ।୨୧।

ସୁମରଇ ମାଧବ ସେ ତ୍ରୋଇଲୋକ୍ୟ ଚିନ୍ତାମଣି

ରାଜାଂକର ଦୁଷ୍ଟପଣ ତୁହି ସେ ଜାଣୁନା ଚକ୍ରପାଣି ।୨୨।

ତୁ ଯେ ବୋଇଲୁ ଦୋଷ କରନ୍ତି ଜେଉଂଣ ଯୋଧୀ

ସନ୍ୟ ମାରିଣ ରାଜାନ୍ତ ଘେନିଆସିବୁ ଯେ ବାନ୍ଧି ।୨୩।

ବିଚାରି କୋପ ଦେବ କରିବୁନା ମୋତେ

ୟେଡେ ଦୃଭାଗ କଥା ମୁଂ ସହିବି କେମନ୍ତେ ।୨୪।

ମନେ ମନେ ବିଚାରଇ ସେ କାଳଦଣ୍ଡ ପାଣି

ପର୍ବତୁଂ ଡେଇଂ ପଡିଲା ସେ କ୍ଷତ୍ରିୟ ଚୂଡାମଣି ।୨୫।

ବାଆନ ବାଆନ ଭାର ବେନିଗଦା ଘେନି ବେନିହାଥେ

ବ୍ରହ୍ମାଣ୍ଡ କମ୍ପିଲାକ ତାର ଗର୍ଜନ ନାଦଘାତେ ।୨୬।

ରାଗେଣ ବଞ୍ଚିଲା ସେ ଯେ ଯୁଝେଷ୍ଠି ଦେବଂକର ଆଗ୍ୟାଂ

ତ୍ରଇଲୋକ୍ୟ ଅଶକ୍ୟ ଯାହାର ପ୍ରତଗ୍ୟାଂ ।୨୭।

ବ୍ରିକୋଦର ମୂରତି ତାର ବିକାଶିଲା କାୟେ

ମହାମତ୍ତ ଶରୀର ଦିଶଇ ବିଂଝଗିରି ପ୍ରାୟେ ।୨୮।

ୟେସନେକ ସରୂପ ଯହୁଂ ବିକାଶିଲା ବୀର ଭୀମ

ତ୍ରିପଣ୍ଡ ଗଳଇ ରାଗେ ବହଇ ମହାଘୃମ ।୨୯।

ଗିରିବର ବେଢିଣ ଅଛନ୍ତି ଯେ ଶବରୀ ନାରାୟଣ ଥାଠ

ଅମାନତ୍ୟ ଯୋଦ୍ଧାୟେ ଯେ କରନ୍ତି କାଦମ୍ବରୀ ଭୋଳେ ନାଟ ।୩୦।

ବିଜିଘୋଷ ମର୍ଦ୍ଦଳ ଯେ ବୀର ତୂର ଦାଉଣ୍ଡି

ମଦିରାପାନେ ଭୋଳ ଯେ ଖେମଟା ନାଟ ଖଣ୍ଡି ।୩୧।

ଅଶ୍ୱନ୍ତ ଖେଦାଇ ବୁଲାବନ୍ତି କୁନ୍ତ ଖରେ

ଝଲକନ୍ତି ଲାଂକିଆ ବାଳଅର୍କ ତେଜଭରେ ।୩୨।

କୁନ୍ତ ଅସିପତ୍ର ଯେ ବିନ୍ଧନ୍ତି ବଜ୍ରବାଣ

ମହାମତ୍ତ ଅସୁରଂକ ପ୍ରାୟେ ସେ ଦିଶନ୍ତି ସାଂଗ୍ରାମେଣ ।୩୩।

ମତ୍ତାହୋଳ ଯୁଦ୍ଧ ଦେଖିଣ ଧାମଇ ମାରୁତି

ଗଦାବର ବୁଲାଇଣ ପିଟଇ ତଡ଼ତି ।୩୪।

ତିନି ସହସ୍ର ଯୋଦ୍ଧା ଯେ ଭୀମସେନର ତୁଲେ ଥିଲେ

ରେ ରେ କାର ଶବଦ କରିଣ ସାଂଗ୍ରାମେ ପଶିଲେ ।୩୫।

କୃତାନ୍ତକ ମୃତ୍ତି ଜାଣି ଦିଶଇ ପାବେନି

ମୃତ୍ତି ଦେଖି ଭାଜିଲେ କନାଉଜ ଦେଶର ସଇନି ।୩୬।

ସମରେ ଅନିର୍ବାରଣ ସେ ହିଡିମ୍ବିକୀବଲ୍ଲବ

ମହାରଣ ମନ୍ଥାନ ତାହାର ପ୍ରତଗ୍ୟାଂ ଦୁଲଭ ।୩୭।

ରଣରଙ୍ଗ ମନ୍ଥାନ ସେ କଲା ଭୀମସେନ ଜେନା

ଗଦାବର ଘାତେ ରଥ ସବୁ ହେଉଛନ୍ତି ଚୂନା ।୩୮।

ପାଞ୍ଚଲକ୍ଷ ରଥୀ ୟେକମୁଖ ହୋଇ

ଭୀମସେନ ଉପରକୁ ଶର ବିନ୍ଧିଲେ ନିଠିଆଇ ।୩୯।

ବରଷା ଋତୁରେ ଯେହ୍ନେ ବରଷଇ ନୀରଧାର

ତେହେନେକ ଶରଘାତେ ଗଗନ ଦିଶଇ ଅନ୍ଧକାର ।୪୦।

ବାଣ ଜ୍ୱାଳାବଳୀ ବରଷନ୍ତି ଯେସନେକ ପାଣି

ବଜ୍ର ଅଙ୍ଗ ପାଡ଼ିଣ ଅଛଇ ସେ କ୍ଷତ୍ରିୟ ଚୂଡାମଣି ।୪୧।

ଅଭେଦ ଶରୀର ଯାହାର ଶତଶିଙ୍ଗର ପରସନ୍ନେ

ଶରୀର ନ ଭେଦନ୍ତି ତାହାର ତୀକ୍ଷମୁନା ଶରମାନେ ।୪୨।

ପର୍ବତେ ଯେହ୍ନେ ଉପୁଡି ପଡ଼ଇ ବଜ୍ରବାଣ

ନାରାଜ ପଡି ତେହ୍ନେ ଚୂର ହୋଉଛନ୍ତି ବ୍ରିକୋଦର ଶରୀରେଣ ।୪୩।

ସାଂଗ୍ରାମେ ପାଣ୍ଡବ ଯେ ଅଟେ ନିରିଭୟା

ଶତଶିଙ୍ଗର ପ୍ରସନ୍ନେ ବଜ୍ର ଯାହାର କାୟା ।୪୪।

ଗଦା ଗୁରୁଜ କୁନ୍ତ ସେ ଅସିପତ୍ର ଯାଠି

ବୁଲାଇଂ ଯୋଦ୍ଧାୟେ ଭୀମସେନ ଉପରେଣ ପିଟି ।୪୫।

ଶହସ୍ରକୁ ଭୟ ନାହିଂ ଯାହାର ସାଂଗ୍ରାମେ

କୃତାନ୍ତେକ ମୃତ୍ତି ଜାଣି ବିକାଶଇ ବୀର ଭୀମେ ।୪୬।

ୟେକା ହୋଇ ମନ୍ଥିଲା ଯେ କନାଉଜ ଥାଠ

ପଳାବନ୍ତି ସଇନି ଯେ ନ ପାବନ୍ତି ତହିଂ ବାଟ ।୪୭।

ରଥେ ରଥ ପ୍ରହାର କରଇ ଭୀମ ତୋଳି

ଗଜକେ ଗଜ କଚାଡ଼ଇ ସେହୁ ଅଚାର୍ଗଳ ମହାବଳୀ ।୪୮।

ଧାଇଂଣ ସାଂଗ୍ରାମ ଯେ କଲାକ ବ୍ରିକୋଦର

ରଥ ଗଜ ଅଶ୍ୱ ସଇନି ଚୂର ହୋଉଛନ୍ତି ଗଦାବର ଘାତର।୪୯।

କନାଉଜ ଯୋଦ୍ଧାୟେ ଯେ ବିନ୍ଧୁଛନ୍ତି ଶର

ବିନ୍ଧନ୍ତେ ଶହସ୍ରେ ନ ଫୁଟନ୍ତି ଭୀମସେନ ଶରୀର ।୫୦।

ରଣେ ବିମୁଖ ଯେ ପାଇଲେ ସମସ୍ତ ସଇନି

ବାହାନ ତେଜି ଶହସ୍ର ଛାଡି ପଳାବନ୍ତି ନିଜ ପ୍ରାଣ ଘେନି ।୫୧।

ନବ ଯୋଜନ ପରିଯନ୍ତେ ଯେ ପଡିଲା ପୟେଡ଼

ଅନେକ ସଇନି ଗୋଡାଇ ପିଟଇ ବ୍ରିକୋଦର ।୫୨।

ଯେସନେକ କଦଳୀ ବନ ପଡ଼ଇ ବାତଘାୟେ

ଲୋଟିଲେକ ସଇନି ୟେଗାର ଯୋଜନ ଯାୟେ ।୫୩।

ପଳାଇ ଯାଇଂ କହିଲେ ନୃପତି ଶବରୀ ନାରାୟଣ

ସ୍ୱାମୀ ଜଳକ୍ରୀଡା ରସେ ପଶିଲୁ ସାବଧାନେ ୟେବେ ଶୁଣ ।୫୪।

ଅନେକ ସାଂଗ୍ରାମ କଲୁ ସେ ରଥୀର ତୁଲେ

ତୀକ୍ଷମୁନା ଶହସ୍ର ନ ଭେଦନ୍ତି ତାହାର ଶରୀରେ ପଡିଲେ ।୫୫।

ୟେଡେ ବଡ଼ ଥାଠ ତୋହୋର ପାଇଲେ ବଡ଼ ଦୁଖ

ଭାଜିଲେ ସଇନି ତୋହୋର ହୋଇଣ ବିମୁଖ ।୫୬।

ବହୁତ ସଇନି ଦେବ ପଡିଲେକ ମହାଯୁଦ୍ଧେ

ସାତ ଅହିବ୍ରତ ରଥୀ ତୋହୋର ମଲେ ରଣେ ମଧ୍ୟେ ।୫୭।

ତିନିଖର୍ବ ପଡିଲେ ଦେବ ମହାମତ୍ତ ଗଜ

ପଞ୍ଚାଶ ଅବୁର୍ଦ ଅଶ୍ୱ ପଡିଲେ ଶୁଣିମା ମହାରାଜ ।୫୮।

ୟେଗାର ଯୋଜନ ପରିଯନ୍ତେ ପୟେଡ଼ ପଡିଲା

ଅଗଣିତ ପାଦାନ୍ତି ପଡିଲେ ଦେବ ଗଣିତା ନ ଗଲା ।୫୯।

ଚାରଗଣ ମୁଖୁଂ ୟେସନ ବାରତ ଶୁଣି

ଜଳକ୍ରୀଡ଼ା ଛାଡି ବାହାର ହୋଇଲେ ନୃପମଣି ।୬୦।

ମହାମତ୍ତନାଗ ଯେସନେ ଗରଜ ଫେରୁ ଧରି

ଆକାଶେ କ୍ଷେପଇ ଯେହ୍ନେ ବିକ୍ରମ କେଶରୀ ।୬୧।

ମୋହୋର ଛାମୁରେ କାହାର ରେ ଅଛଇ ୟେଡ଼େକ ଦର୍ପ

ଖଗେଶ୍ୱର ଛାମୁରେ କି ପ୍ରତଗ୍ୟାଂ କରଇ ସର୍ପ ।୬୨।

ସାଜରେ ରଥ ବୋଲି ଆଗ୍ୟାଂ ଦିଲାକ ନୃପମଣି

ଜୟସେନ ସୁତ ଯେ ରଥ ସାଜିଲା ତତକ୍ଷଣି ।୬୩।

ସୂର୍ଯ୍ୟମଣ୍ଡଳ ରଥ ଅନେକ ରତ୍ନେ ଖଞ୍ଜି

ସହସ୍ରେକ ଶାର୍ଦ୍ଦୂଳ ରଥରେ ନେଇ ଯୋଚି ।୬୪।

ଲୁହାର ଧନୁ ୟେକ ଧରିଣ ନୃପତି

ଲୁହାର ଦୁଇ ତ୍ରୋଣେ ନାରାଜ ପୂରୋଇଲା କୋପମୃର୍ତ୍ତି ।୬୫।

ସାଂଗ୍ରାମକୁ ରଥ ଚଢି ବାହାର ହୋଇଲା ନୃପମଣି

ସଙ୍ଗରେ ସଇନି ତାର ଅଛଇ ପନ୍ଦର କ୍ଷଉଣୀ ।୬୬।

ପାରିଦଣ୍ଡ ଘେନିଣ ସେ ନୃପତି ବିଜେକଲା

ଆସନ୍ତେଣ ଭୀମସେନକଇଂ ଆଗରେ ଓଗାଳିଲା ।୬୭।

ଦେଖିଲା ଭୀମ ମୂରତି ଯେ କାଳାନ୍ତକ ମହାତେଜ

ରଥରେ ଥାଇଂଣ ପଚାରଇ କନାଉଜ ମହାରାଜ ।୬୮।

ଆହୋ ମହାତ୍ମା କେଉଂଣ ଦେଶର ମହାରଥୀ

ଅଦଭୁତେ ସଇନି ମୋର କିଂପେ ପକାଇଲୁ ମନ୍ଥି ।୬୯।

ମୁହିଂତ ତୋହୋର ପୁରୁବେ ନୋହଇ ନା ବଇରି

ଅଦଭୁତେ ଅପହାର ବ୍ରହ୍ମହତ୍ୟା ଦୋଷ ସରି ।୭୦।

ନ ପୁଛିଣ ରାଜ୍ୟେ ମୋର ପଶିଲୁ କିମ ରଥେ

ୟେତେକ ସଇନି ମୋର ମାଇଲୁ କି ନିମନ୍ତେ ।୭୧।

ତୋହୋର ଛାମୁରେ ନ କହିଲେ ଚାରଗଣେ

ପଚ୍ଛିମ ଦିଗେ ବିରଧୂ ମୁଂ ମୋହୋର ନାମ ଶବରୀ ନାରାୟଣେ ।୭୨।

ୟେ ପଚ୍ଛିମ କୋଶଳେ ହୋ ନୃପତି ଜରାସନ୍ଧ

ଛଣାଣୋଈ ସହସ୍ର ରାଜାନ୍ତ ବନ୍ଦୀକଲା ସେହୁ ମନ୍ଦ ।୭୩।

ସେ ରାଜାର ତୁଲେ ମୁଂ କଲାଇଂ ଅନେକ ରୋଳ

ବହୁତ ସନ୍ୟ ମରାଇଣ ଗଲା ମଗଧ ଦେଶ ମହୀପାଳ ।୭୪।

ମୋହୋର ତୁଲେ ଯୁଦ୍ଧକରି ସେ ପାଇଲା ଅନେକ ଲଜ୍ଜା

ସାଧ୍ୟ କରି ନୁଆରିଲା ମୋତେ ସେ ମଗଧେଶ୍ୱର ରାଜା ।୭୫।

ମୋହୋର ମହିଂମା କି ତୋହୋର ଶୁଣିଲାକ ନାହିଂ

ଆୟୁଷ ଥାଉଂ ମହାତ୍ମା ତୁ ମରିବୁ କିସ ପାଇଂ ।୭୬।

ବେଳୁଂବେଳ ପ୍ରତଗ୍ୟାଂ ସେ କରଇ ମହାରାଜା

ଶୁଣି ମୁକୁଟ କମ୍ପାଇଲା ସେ ପବନ ଆତ୍ମଜା ।୭୭।

ରଥର ଉପରୁଂ ବୀର ଭୀମ ପଡିଲାକ ଡେଇଂ

ମରୁତ ସାରଥି କୋଳକରି ଧଇଲା ବେଗେ ଯାଇଂ ।୭୮।

ରହ ରହ ବ୍ରିକୋଦର ନ କର ବାବୁ କୋପ

କିଞ୍ଚିତ ଦୋଷକୁ ତୋହୋର କିଂପେ ୟେଡେକ ପରିତାପ ।୭୯।

ଅନମିତେ ରାଜାକୁ ଯେବେ ମାରିବୁ କୋପକରି

କି ଘେନି ରାଜୁସି ଯାଗ କରିବେ ଧର୍ମ ଦଣ୍ଡଧାରୀ ।୮୦।

ୟେମନ୍ତେ ତ ଚାରିରାଜା ନ ଅଣ୍ଟନ୍ତି ରାଜୁସି ଯାଗକଇଂ

ରାଜାନ୍ତ ନାଶକଲେ ଗୋବିନ୍ଦେ କିସ ବୋଲିବେଟି ତୁକୁଇ ।୮୧।

ଭୀମସେନ ବୋଇଲା ମୋହୋର ଛାମୁରେ ୟେହାର ୟେଡେକ ପ୍ରତଗ୍ୟାଂ

ୟେ ଛାରକଇଂ କେମନ୍ତେ ସହିବି ମୋହୋର ଆଗ୍ୟାଂ କଲା
ଯେ ଅବଗ୍ୟାଂ ।୮୨।

ୟେହାର ସାଦ୍ରିଶେ ପଛେ କରାଇବି ସୁବର୍ଣ୍ଣର ରାୟେ

ସେ ପଚ୍ଛିମ କୋଶଳେ ରୁହାଇବି ଚିରାଂଚନ କଥାୟେ ।୮୩।

ପଞ୍ଚାଶ ସହସ୍ର ରାଜାନ୍ତ ନିମନ୍ତିବି ଯେବଣ ଦିଗେ

ରାଜା ଦୁଇ ଚାରି ନ ମାଇଲେ ୟେ ସାଧ୍ୟ ହୋଇବେ
କେଉଂଣ ବାଗେ ।୮୪।

ଛାଡ଼ ଛାଡ଼ ପିତାମହ ହୋ ମୋତେ କଟାଳ ନ କର

ନାରାୟଣ ବିରଧୂ ବାନା ବହଇ ୟେ ପାମର ଚାଣ୍ଡାଳ ।୮୫।

ଭୀମସେନକଇଂ ମଣାଇ କହିଲେ ସେ ମରୁତ ସାରଥି

ନାରାୟଣ ନାମ ଗୋଟିକି ହୋ ନାଶକର କରଇ ଭୀତି ।୮୬।

ଯେବଣ ଜନେ ହୋ ବାସୁଦେବରେ ଭଗତା

କାରଣ ନିମନ୍ତେ ନାମ ଗୋଟି ଦିଅନ୍ତି ପିତାମାତା ।୮୭।

ଚାରଗଣେ କହିଲେ ଶୁଣ ହୋ ଶବରୀ ନାରାୟଣ

ଶୂରବର ସୁନ୍ଦର ଯେ ଅଟଇ ଜାରା ନିବାରଣ ।୮୮।

ରାଜୁସି ଯାଗ ଯୁଝେଷ୍ଠି ଦେବ କରିବା ନିମନ୍ତେ

ଭୀମସେନ ବିଜେକଲେ ପଚ୍ଛିମ ପ୍ରଶସ୍ତେ ।୮୯।

ପଞ୍ଚାଶ ସହସ୍ର ରାଜାନ୍ତ ନେଉଛନ୍ତି ନିମନ୍ତେ

ଅନେକ ସାନନ୍ଦେ ଯାଉଅଛନ୍ତି ସମସ୍ତ ନୃପତି ।୯୦।

ତୋହୋର ପ୍ରାୟେ ବିବାଦ କଲା ନୃପତି ପୁଣ୍ଡରୀକ

ରଥ ଖମ୍ବରେ ବନ୍ଧନ କରିଛି ଦେଖ ହୋ ପ୍ରତକ୍ଷ ।୯୧।

ୟେଡ଼େବଡ଼ ସମ୍ପଦ ତୁ ନାଶ ନ କର ଦେବସ୍ୱାମୀ

ଦୁଷ୍ଟପଣ ଛାଡି ଚାଲ ହୋ ହୋଇବା ପରିଣାମି ।୯୨।

ଦେଶାଉର ବଚନେ ସେ ସାନନ୍ଦ ହେଲାକ ନୃପତି

ଭୀମସେନ ବୋଲି ଜାଣିଲା ୟେ ସେ ପାଣ୍ଡବ ମାରୁତି ।୯୩।

ଆଗହୁଂ ମୁହିଂ ଯେ ନ ଜାଣିଲି ୟେମନ୍ତେ

ୟେଡ଼େବଡ଼ ସନ୍ୟ ମୁଂ ମରାଇଲି ଅନମିତେ ।୯୪।

ନ ପୁଣ କୋପ ମୋତେ କରନ୍ତି ଭୀମସେନ

ନିର୍ଦ୍ଦୟା ପାଣ୍ଡବ ସେ ନ ପୁଣ ନାଶ କରଇ ମୋର ପ୍ରାଣ ।୯୫।

ମନ୍ତ୍ରୀବର ବୋଇଲା ତୁ ଶଂକା ନ କର ମନେ

ସୁକାର୍ଯ୍ୟ ପାଇବା ହୋ ମହତଂକ ଦରଶନେ ।୯୬।

ଶରଣପଞ୍ଜର ଦେବ ସେ କଇଚ୍ଛା ଜଗଜ୍ଜେଠୀ

ଭଗତଜନ ବଚ୍ଛଳ ଦୟାସାଗର ସେଟି ।୯୭।

ଶରଣକଇଂ ରକ୍ଷଣ ସେ ଦୃଭାରକଇଂ ନାଶକରି

ଭଗତି ହୋଇଲେ ହୋ ଦୟାକର ଦୋଷ ଅପହାରି ।୯୮।

ମନ୍ତ୍ରୀବର ବଚନେ ରାଜା ତେଜ୍ୟାକଲା ରଥ

ନିଶହସ୍ରେ ଗମଇ ରାଜା ହୋଇଲା ଶରଣାଗତ ।୯୯।

ବେନିହାଥେ ଚାମର ଢାଳି ରାଜା ଅନେକ ସ୍ତୁତି ବୋଲି

ନିଉଛାଳି କରିଣ ସେ ଛାମୁରେ ଶୁତିଲା ଗଡ଼ଘାଲି ।୧୦୦।

ନୃପତିର ଆନନ୍ଦାଶ୍ରୁ ବହେ ବେନିଡୋଳେ

ଦଶନହ ମୁଖେ ଭରିଣ ପ୍ରଣପତ୍ୟ ପାଦତଳେ ।୧୦୧।

ଜୟ ତୁ ଶୂରବର ସୁନ୍ଦର ସୋହଡ଼ ଭୀମସେନ

ଯମର କାଳଦଣ୍ଡକଇଂ ଯେହୁ ନ କରେ ଗଣନ ।୧୦୨।

ତୁ ଦେବ ଭୀମସେନ ନାଶକର ଦର୍ପଭଞ୍ଜା

ଶରଣ ଉଦ୍ଧାରଣ ନାଥ ଦୃଭାର ବଳଗଞ୍ଜା ।୧୦୩।

ମୁହିଂ ତୋହୋର ଶରଣ ସ୍ୱାମୀ ପାଣ୍ଡବ ସୁନ୍ଦର

ଦଶଦୋଷ ଅପ୍ରାଧ କ୍ଷମାକରିବା ମୋହୋର ।୧୦୪।

ଦନ୍ତରେ ତିରଣ ଘେନି ସେ ପୁଣ ପୁଣ କରଇ ନିଉଛାଳି

ଝାଳେ ତ୍ରିପଣ୍ଡ ରାଜା ଶରୀରୁ ଘୃମ ଗଳି ।୧୦୫।

ଶରପଞ୍ଜର ନାଥ ଭଗତ ମତ୍ସଳ

ପଚ୍ଛିମ ଦିଗ ବରଣ କ୍ଷତ୍ରିୟ ଅଚାର୍ଗଳ ।୧୦୬।

ମୁହିଂ ଅବା ଦୋଷ ତୋତେ କଲାଇଂ ଅଗ୍ୟାନେ

ପାଇଲି ମୁକତି ଗତି ମହତ ଦରଶନେ ।୧୦୭।

ସଙ୍ଗରେ ଅଛନ୍ତି ତାହାର ସହସ୍ରେକ ଭାରିଯା

ଛାମୁରେ ଢାଳନ୍ତି ଚାମର ସେ ସହସ୍ରେକ ଆତ୍ମଜା ।୧୦୮।

ମରୁତ ସାରଥି ଜଣାଇଲା ଭୀମସେନ ଆଗେ

ଶବରୀ ନାରାୟଣକୁ ବାବୁ କିଂପେ ଅଗ୍ୟାନ ହୋଉ ରାଗେ ।୧୦୯।

ୟେ ଯେ ଅନାସ୍ତ ତୁ ଯେ ଅନାସ୍ତ ଲୋକର ବନ୍ଧୁ

ଶରଣ ମତ୍ସଳ ଯେ ମହିଂମା ତୋର ସାଧୁ ।୧୧୦।

ଆମ୍ଭେ ୟେହାର ରାଜ୍ୟେ ବିଜୟ କଲାଇଂ ଆସି

ଆମ୍ଭର କାର୍ଯ୍ୟେ ୟେହାର ସଇନି ବଳ ନାଶି ।୧୧୧।

ଅନେକ ସଇନି ୟେହାର ପକାଇଲୁ ମାରି

ଧ୍ୱସିଂ ହୋଇଲା ରାଜ୍ୟ ତୁ କଲୁ ହୁରିଜୂରି ।୧୧୨।

ସନ୍ୟ ନାଶ କରାଇ ୟେବେ ହୋଉଛି ଭଗତ

ଅନେକ ଦୋଷ ଅପରାଧ ୟେହାର କ୍ଷମା କରିବା ଯୁଗତ ।୧୧୩।

ସାରଥି ବଚନେ ଭୀମ କୋପକଲେ ଶାନ୍ତି

ଉଠ ଉଠ ହୋ ଶବରୀ ନାରାୟଣ ତୋହୋର ଫିଟିଲା ମନଭ୍ରାନ୍ତି ।୧୧୪।

ଆଗ୍ୟାଂ ପ୍ରମାଣେ ସେ ଉଠିଲାକ ନୃପମଣି

କୋଳକରି ଧଇଲେ ତାହାକୁ ସେ କାଳଦଣ୍ଡ ପାଣି ।୧୧୫।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲାକ ପାବେନି

ଇନ୍ଦ୍ର ପ୍ରଶସ୍ତକୁ ଯାଅ ତୋହୋର ଥାଠ ସନ୍ୟ ଘେନି ।୧୧୬।

ରାଜୁସି ଯାଗ ତହିଂ କରିବେ ଧର୍ମସୁତେ

ଆମ୍ଭେ ଦିଗବିଜୟେ କଲୁ ତହିଂର ନିମନ୍ତେ ।୧୧୭।

ସମଦଣ୍ଡ ଘେନିଣ ତୁମ୍ଭେ ଯାଅ ହୋ ନୃପତି

ମୁହିଂ ଯିବଇଂ ଆବର ରାଜାନ୍ତ ନିମନ୍ତି ।୧୧୮।

ଆଗ୍ୟାଂ ପ୍ରମାଣେ ଚଳଇ ସେ ଶବରୀ ନାରାୟଣ

ଦଣ୍ଡସନ୍ୟ ଘେନି ଭୀମସେନ ତହୁଂ କଲାକ ପୟାଣ ।୧୧୯।

କନାଉଜ ଦେଶ ଜିଣି ଚଳିଲା ବ୍ରିକୋଦର

ବିଂଝମାଳେ ପ୍ରବେଶ ହୋଇଲା ବୀରବର ସୁନ୍ଦର ।୧୨୦।

ମନ୍ଦର ଉଦକ ବୋଲି ୟେକଇଂ ନଦୀଗୋଟି

ରଙ୍ଗବର୍ଣ୍ଣ ହୋଇଣ ସେ ପର୍ବତୁଂ ବହଇ ଫୁଟି ।୧୨୧।

ଭୀମସେନ ବିଜେକଲେ ସେ ପର୍ବତ ଉପରେ

ମହାତୀର୍ଥ ଦେଖି ସ୍ରାହାନ କଲେ ବ୍ରିକୋଦରେ ।୧୨୨।

ନିତ୍ୟକର୍ମ ସାରିଲେ ସେ ଉଦେକ ତୀର୍ଥଜଳେ

ଭେଟିଲେ ବିଶ୍ୱାବସୁଂକୁ ଗିରିର ମଣ୍ଡଳେ ।୧୨୩-୪୦୪୨।

 

Unknown

ଶ୍ରୀକୃଷ୍ଣଙ୍କ ସ୍ୱର୍ଗରୁ ସୁଧର୍ମା ସଭା ଆନୟନ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

କହିବା ମହାତ୍ମା ମୋତେ ଅମୃତ ରସ ବାକି ।୧।

ୟେ ରାଜାମାନେ ଯେ ଯାଉଅଛନ୍ତି ଇନ୍ଦ୍ର ପ୍ରଶସ୍ତେ

କାହିଂ ଯାଇ ବିଶ୍ରାମ କରୁଅଛନ୍ତି ମହୀପତ୍ୟେ ।୨।

ୟେହାଂକ ଚରଚାମାନ କରେ କିୟେ ପୁଣି

କେମନ୍ତ ସମ୍ଭର୍ବେ ଛନ୍ତି ସେ ଧର୍ମ ନୃପମଣି ।୩।

ୟେଥିର ବାରତା ମୋତେ କହିବା ମହାତ୍ମା

ସାତ୍ୱିକ ପୁରୁଷ ତୁ ପ୍ରତକ୍ଷେ ଦୁତୀବ୍ରହ୍ମା ।୪।

ବଦୟନ୍ତି ଅଗସ୍ତି ମୁନି ଯେ କୁମ୍ଭଋଷିର ବଳା

ଶୁଣ ହୋ ମହାତମା ତୁ ପ୍ରତକ୍ଷେ ବିଷ୍ଣୁକଳା ।୫।

ସମସ୍ତ ରାଜାମାନେ ଯେ ଆସୁଅଛନ୍ତି ବାହି

ଯମୁନା କୂଳେ ବାରୁଣାବନ୍ତେ ଅଛନ୍ତି ସେ ରହି ।୬।

ହସ୍ତିନା ଆସ୍ତାନେ ସେ ବିଜୟେ ଧର୍ମସୁତେ

ସମଦଣ୍ଡ ଘେନି ବିଜେ କରିଛନ୍ତି କଉରବେ ଇନ୍ଦ୍ର ପ୍ରଶସ୍ତେ ।୭।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ବାଲ୍ମିକୀ ଭୂରିସର୍ବା

ଖଟନ୍ତି ପାରିଦଣ୍ଡ ଯେ ନୃପତି ସର୍ବଦେବା ।୮।

ୟେମନ୍ତ ସମୟେ ଯାଇଂ ଜଣାଇଲେ ଚାରଗଣେ

ସ୍ୱାମୀ ରାଜାମାନେ ବିଜେକଲେ ବାରୁଣାବନ୍ତ ଭୁବନେ ।୯।

ଆଗ୍ୟାଂ ହୋଇଲେ ଦେବ ବିଜେ କରିବେ ଆସ୍ତାନକୁ

ବିଚାରିଣ ଆଗ୍ୟାଂ ଦେବା ରାଜାମାନଂକର ଆସିବାକୁ ।୧୦।

ଧଉମ୍ୟ ପୁରୋହିତଂକୁ ହକାରିଲେ ଧୃତରାଷ୍ଚେ

ରାଜାମାନେ ଆସି ପ୍ରବେଶ ହୋଇଲେ ନିକଟେ ।୧୧।

ଆହୋ ୟେଥକୁ ସଭା ଭିଆଣ ଯେ ହୋଇଲାନି କେମନ୍ତେ

ପ୍ରୋହିତେ କହିଲେ ଶୁଣ ହୋ ଅମ୍ବିକାର ସୁତେ ।୧୨।

ସଭାର ମହିଂମା ରାଜ୍ୟ କହିତ କି ପାରି

ପାତକୀ ଜୀବନ ଗୋଟା ରାଜା ଅଟଇ ତୋହୋରି ।୧୩।

ପଣ୍ଡୁର ନନ୍ଦନଂକର ଅସଂଖ୍ୟ ସଂପଦ

ପ୍ରାପତ ନୋହିଲା ରାଜା ବେନିଚକ୍ଷୁ ତୋହୋର ଅନ୍ଧ ।୧୪।

ମହାଯଗ୍ୟଂ ସଭା ୟେଥି ହୋଇବ ନୃପମଣି

ଲକ୍ଷେ ରାଜା ଆସୁଅଛନ୍ତି ଯେ ଯାହାର ଥାଠ ଯେ ପଲାଣି ।୧୫।

ବିଶ୍ୱକର୍ମାକଇଂ ଧ୍ୟାୟେ କଲେକ ଦେବ ହରି

ଅମର ସ୍ୱର୍ଗେ ବିଜେ କଲେ ଯାଇଂ ବଇନେତ୍ର ସୁମରି ।୧୬।

ଦେଖିଲେ ନାରାୟଣ ଲାଗିଛନ୍ତି ବିଶ୍ୱକର୍ମା

ଅମର ଭୁବନ ମୋହୋର ସଭା ଯେ ସୁଧର୍ମା ।୧୭।

ସେ ସଭାକଇଂ ଆପଣେ ମଣ୍ଡିଲେ ଜନାର୍ଦ୍ଦନ

ବଇନେତ୍ର ପିଠିରେ ବସାଇ ଆଣିଲେ ସଭା ଦ୍ୱାଦଶ ଯୋଜନ
ଆୟତନ ।୧୮।

ଅଳକାନାଥ କୁବେର କଲାକ ମଣ୍ଡଣି

ସେ ସଭା ସ୍ୱର୍ଗୁଂ ଘେନି ବିଜେକଲେ ଚକ୍ରପାଣି ।୧୯।

ବିଦ୍ୟାଧର ସହିତେ ସଭା ଘେନି ଅଇଲେ ଦିବାନିଶି

ପଞ୍ଚୁରାଜ୍ୟ ମଧ୍ୟେ ସଭା ଥାପିଲେ ହୃଷିକେଶି ।୨୦।

ଦ୍ୱାଦଶ ଯୋଜନ ମାଡି ଯେ ସଭାର ଆୟତନ

ଯେଉଂଣ ସଭାରେ ବସନ୍ତି ଦେବଗଣମାନ ।୨୧।

ଯେବଣ ସଭାରେ ଥିଲେ କାଳ କାମ ନିଦ୍ରା ନାହିଂ

କ୍ଷୁଧା ପିପାସା ନ ଲାଗଇ ଆଉ ଯମଦଣ୍ଡେ ଭୟ ନାହିଂ ।୨୨।

ତ୍ରଇଲୋକ୍ୟ ଅସଂଖ୍ୟ ଯେଉଂଣ ସଭାର ଆୟତନ

ମଞ୍ଚପୁରେ ତାହା ଉଦିତ କଲେ ଜଗତମୋହନ ।୨୩।

ଦେଖିଣ ଆଶ୍ରିଜ ହୋଇଲା ରାଜା ମାନଗୋବିନ୍ଦ

ପଞ୍ଚୁରାଜ୍ୟ ଲୋକେ ଦେଖି ପରମ ସାନନ୍ଦ ।୨୪।

ସୁବର୍ଣ୍ଣ ଯୋଗାଡ଼ ଆଣି ଦିଲେକ କୁବେର

ରାଜାମାନନ୍ତ ଲାଗଇଂ ଯେତେକ ଅଳଂକାର ।୨୫।

ଯୁଝେଷ୍ଠି ଦେବ ବୋଇଲେ ଶୁଣ ଚକ୍ରଧାରୀ

ଆକାଶର ସଭା କେମନ୍ତେ ଆଣିଲୁ ଦେବହରି ।୨୬।

ନ ପୁଣ ବାସବ ଯେ କରଇ ମୋତେ କୋପ

ବଇରାଗ୍ୟ କଲେ ନ ପୁଣ ଖଣ୍ଡଇ ପିତାର ବ୍ରହ୍ମହତ୍ୟା ପାପ ।୨୭।

ଗୋବିନ୍ଦେ ବୋଇଲେ ଶୁଣ ସ୍ୱାମୀ ରାଜାଧି ରାଜେଶ୍ୱର

ୟେ ସଭା ଆପଣେ ନିର୍ବାଣିଲେ ସୁନାଶୀର ।୨୮।

ଚଉଷଠି କୋଟି ଦେବ ଅମର ବିଳାସୁଣୀ

ତୋହୋର ଛାମୁକୁ ଦେବ ଆସିବେ ୟେହିକ୍ଷଣି ।୨୯।

ଚଉଷଠି କୋଟି ଦେବ ବାସବର ପୁତ୍ର ବିଦ୍ୟାଧରେ

ସେହୁ ଆସି ପ୍ରବେଶ ହୋଇବେ ଇନ୍ଦ୍ର ପ୍ରଶସ୍ତରେ ।୩୦।

ଆପଣେ ବିଜେ କରିବେ ଦେବ ମଘବାନ

ବ୍ରହ୍ମା ସହିତେ ଆସିବେ ସମସ୍ତ ବୃନ୍ଦାଅର୍କମାନ ।୩୧।

ବରୁଣ ଆସିବେ ସପତ ସମୁଦ୍ର ତେଜି

ବାସୁକି ସହିତେ ଆସି ଖଟିବେ ତୋତେ ଭାବେ ଭଜି ।୩୨।

ଶୁଣି ଅନେକ ସାନନ୍ଦ ହୋଇଲେ ଯୁଝେଷ୍ଠି ରାଜଦେବ

ପ୍ରସ୍ତାପ ବାକ୍ୟେଣ ତାହା କହନ୍ତି ବାସୁଦେବ ।୩୩-୪୦୭୫।

 

ଉତ୍ତର ଦିଗ ରାଜାଗଣ ନିମନ୍ତ୍ରଣେ ପାର୍ଥଙ୍କ ଗମନ

ବଇବସୁତ ମନୁ ପଚାରିଲେ ଶୁଣିମା ଭଗବନ୍ତେ

ଅରଜୁନ ବିଜେ କଲେ ଯେ ଉତ୍ତର ପ୍ରଶସ୍ତେ ।୧।

ଉତ୍ତର ଦିଗ ରାଜାୟେ ଯେ କ୍ଷତ୍ରିୟ ମହାଯୋଧୀ

କେମନ୍ତେଣ ଅର୍ଜୁନ କଲେଟି ତାହାକଇଂ ସାଧି ।୨।

ୟେଥିର ଚରିତ ମୋତେ କହ ତପୋନିଷ୍ଠୀ

ତୋହୋର ବଚନେ ମୋହୋର ଭ୍ରାନ୍ତି ଯାଉ ଫିଟି ।୩।

କହନ୍ତି ଅଗସ୍ତି ଯେ ପଣ୍ଡିତ ବ୍ରହ୍ମବେତ୍ତା

ଯୋଗାଧି ଯୋଗେଶ୍ୱର ବଇବସୁତ ମନୁ ଶ୍ରୋତା ।୪।

କାର୍ତ୍ତିକ ଶୁକଳପକ୍ଷ ଦଶମୀ ବୃହସ୍ପତି ବାର

ଉତ୍ତର ଭୋଦୋ ନକ୍ଷତ୍ର ଅଟଇ ସେ ଦିନର ।୫।

ବାଣିଜ୍ୟ ନାମେ କରଣ ଯୋଗ ବଇଧୃତି

ରୋହିଣୀ ଘରେ ଚନ୍ଦ୍ର ଦେବତାର ପୀରତି ।୬।

ତାର ଚନ୍ଦ୍ର ବେଳ ଯୋଗ ଘେନିଣ ଫାଲଗୁନି

ଉତ୍ତର ଦିଗକୁ ବାହାର ହୁଅନ୍ତି ଶୁଭ ଅନକୂଳ ଘେନି ।୭।

ଗରୁଡ଼ ପିଠିରେ ଚଢ଼ି ଦେବ ଯେ ଅଚ୍ୟୁତ

ଅର୍ଜୁନକଇଂ ପଠିଆଇ ପଥୁଂ ବାହୁଡିଲେ ଦେବ ଜଗନ୍ନାଥ ।୮।

ଯମୁନା ନଦୀ କୂଳେଣ ସେ ଥାଠ ଯେ ଚଳାଇ

ଦଧିମୁଖ ପର୍ବତେ ସେ ବିଜେ କଲେ ଯାଇଂ ।୯।

ଅରୁଣ ଉଲ୍ଲୋକ ବୋଲି ୟେକଇଂ ବନସ୍ତ ପର୍ବତେ

କୀଚକର ତରେ ତହିଂ ଲୁଚିଅଛି ତ୍ରିଗର୍ତ୍ତେ ।୧୦।

ଚାରି ଅହିବ୍ରତ ରଥ ବତିଶ ଲକ୍ଷ ହାଥୀ

ନବକୋଟି ତୁରଙ୍ଗମ ତିନି କ୍ଷଉଣୀ ପାଦାନ୍ତି ।୧୧।

ରାଜ୍ୟ ଭ୍ରଷ୍ଟ ହୋଇ ରାଜା ବୁଲଇ ଘୋର ବନେ

କନ୍ଦମୂଳ ଆହାରେ ସେ ରାଜା ଭ୍ରମଇ ଅରଣ୍ୟେ ।୧୨।

ଅର୍ଜୁନର ଆଗତ ରାଜା ପାଇଣ ବାରତ

ସାନନ୍ଦେଣ ଛାମୁକୁ ଆସଇ ସେ ନୃପତି ତ୍ରିଗର୍ତ୍ତ ।୧୩।

ଗଣ୍ଡା ଚାରିଗୋଟି ରାଜା ଚଳାଇଣ ଆଗେ

ଦ୍ରଶନ କଲା ଅର୍ଜୁନକୁ ଅମୃତ ବେଳ ଯୋଗେ ।୧୪।

ପଚାରନ୍ତି ପାର୍ଥିବ ତୁ କେଉଂଣ ଦେଶର ରାୟେ

ବନଗାମୀ ହୋଇ ତୁ ବୁଲୁ କାହା ଭୟେ ।୧୫।

କହଇ ରାଜ୍ୟେଶ୍ୱର ବିନୟ ଭଗତେ

ଶୁଣିମା ଦେବ ସାବଧାନେ ମୋହୋର ଅବସ୍ତା ଯେତେ ।୧୬।

ସ୍ୱାମୀ ମଛଦେଶ ବୋଲିକରି ମୋର ନିଜ ରାଜ୍ୟ

ଶୂରସେନ ନୃପତିର ମୁଂ ଅଟଇ ତନୁଜ ।୧୭।

ସ୍ୱାମୀ ମୋହ ଦେଶର ପତିଶା ଅଟଇ ମଘଦେଶ

ଇଚ୍ଛାନନ୍ଦ ବୋଲି ରାଜା ତହିଂ କର୍ଣ୍ଣକେଶରୀର ଶିଷ ।୧୮।

ଇଚ୍ଛାନନ୍ଦ ନୃପତିର ପୁତ୍ର ଅଟଇ ନୃପତି ବଇରାଷ୍ଟ

ଅନୁବ୍ରତେ ତାହାର ସେ ସାଜୁଥାଇ ଥାଠ ।୧୯।

କିରାତ ରାଜାର ତୁଲେ ସେ ବହୁତ ବିବାଦୀ

ଅନୁବ୍ରତେ ତାର ତୁଲେ ସାଂଗ୍ରାମ ସଂପାଦି ।୨୦।

ବଇରାଷ୍ଟ କିରାତର ଦେବ ଯେ ହୋଇଲା ଅନେକ ସାଂଗ୍ରାମ

ଶତେ ଦିବସ ଯୁଦ୍ଧ ହୋଇଲା ଦିବାରାତ୍ର ଅବିଶ୍ରାମ ।୨୧।

ମହାଯୁଦ୍ଧ କରି ସେ ନୃପତି କିରାତ

ଗଦାବର ଘାତେ ଭାଞ୍ଜିଲା ବଇରାଷ୍ଟର ରଥ ।୨୨।

ବିରଥୀ ହୋଇ ଯେ ପଳାଇଲା ନୃପମଣି

କିରାତ ସେନ ରାଜା ତାହାର କେଶ ଧରି ଆଣି ।୨୩।

ରାଗେ କିରାତସେନ ନୃପତି କରେ ଧରିଣ ଖଡଗ

ବଇରାଷ୍ଟ ନୃପତିର କାଟିଲା ବେଗେ ମୁଣ୍ଡ ।୨୪।

ଶ୍ରୀବତ୍ସି ବୋଲିକରି ଦେବ ତାହାର ପାଟରାଣୀ

ସ୍ୱାମୀର ଅଭାବେ ସେ ପଳାଇଲା ଠାକୁରାଣୀ ।୨୫।

ମଲହାର ଦେଶର ରାଜା ଅଟଇ ସଂକୋଚନ

ତାହାର ରାଜ୍ୟେ ରାଣୀ ହୋଇଲା ଗୋପ୍ୟାନ ।୨୬।

ରାଜାର ଭାରିଯା ବୋଲି ଦୟାକଲା ନୃପମଣି

ଭିନ୍ନ ନବର ଗୋଟିୟେ ଭିଆଇ ରଖାଇଲା ବଇରାଷ୍ଟର ପାଟରାଣୀ ।୨୭।

ଯେତେବେଳେ ମହାଦେଈ ବିଧବା ହୋଇ ଆସି

ତିନିମାସ ସୁନ୍ଦରୀ ହୋଇଥିଲା ଗର୍ଭବାସୀ ।୨୮।

ସଂକୋଚନ ରାଜା ତାକୁ ସମ୍ଭାଳିଲା ଅତିୟ ଯତନେ

ପୁତ୍ରେକ ଉପୁଜିଲା ଶ୍ରାବଣ ଚଉଠୀର ଦିନେ ।୨୯।

ଦେଖିଣ ସଂକୋଚନ ରାଜା ପରମ ସାନନ୍ଦେ

ବିରାଟ ନାମ ତାହାକଇଂ ଦିଲାକ ଆନନ୍ଦେ ।୩୦।

ବଇରାଷ୍ଟର ପୁତ୍ର ଯେ ବିରାଟ ତାହାର ନାମ

ରୂପେ ଗୁଣେ ସୁନ୍ଦର ସେ ମକରଧ୍ୱଜ ସମ ।୩୧।

ଅନେକ ଯତ୍ନକରି ପାଳିଲା ତାହାକଇଂ ଦେବରାୟେ

ସେ ସଂକୋଚନ ରାଜାର ଉପୁଜିଲା ଦୋହିତା ଗୋଟିୟେ ।୩୨।

ଭାଳଇ ସଂକୋଚନ ରାଜା ତାହାର ପୁତ୍ରନ୍ତ ବସାଇଂ

ବାବୁ କୀଞ୍ଚକ ରେ ତୋତେ ପଚାରଇ ମୁହିଂ ।୩୩।

ମତ୍ସ୍ୟଦେଶ ମଘଦେଶର ରାଜା ଯେ ଅଟଇ ବଇରାଷ୍ଟ

କିରାତ ବିବାଦେ ସେ ହୋଇଲା ହତପାଟ ।୩୪।

ଭାରିଯା ପଳାଇ ଅଇଲା ତାହାର ହୋଇଣ ଗରଭବାସୀ

କୁମର ଗୋଟିୟେ ୟେଥେ ପ୍ରସବ କଲା ଆସି ।୩୫।

ବଇରାଗେ ରାଣୀ ଯହୁଂ ଛାଡ଼ିଲା ନିଜ ରାଷ୍ଟ

ସେ ପୁତ୍ରର ନାମ ଗୋଟି ମୁଂ ଦିଲାଇଂ ବିରାଟ ।୩୬।

ବାବୁ ମୁହିଂ ତାହାକଇଂ ପାଳିଲି ଅତି ଯତନେ

ପଛେ ଉପୁଜିଲା ବାବୁ ତୁମ୍ଭେ ମୋର ପୁତ୍ରମାନେ ।୩୭।

ବିଚାରକୁ ଯୋଗାଇଲେ ବାବୁ କଥାୟେ କରିବା

ଅକାରଣ ଲେକକୁ ଯେ କାରଣ କରାଇବା ।୩୮।

ଯେବେ ଯୋଗାଇ ବାବୁ ୟେହା ତୁମ୍ଭର ବିଚାରକୁ

ସୁଦେଷ୍ଣାକୁ ପ୍ରଦାନ କରାଇବା ବିରାଟକୁ ।୩୯।

ସଂସିଦ୍ଧ ବଂଶରେ ସେ ଅଟଇ ଅଧିକାରୀ

ପଣ୍ଡିତ ଭିଗ୍ୟଂଲୋକ ସେ ୟେ କଥା ବିଚାରି ।୪୦।

ମତ୍ସ୍ୟଦେଶର ରାଜା ଯେ ହୋଇଲା ଅମୂର୍ତ୍ତି

ତୋହୋର ବୁଦ୍ଧିବଳେ ଯେ ୟେହାକଇଂ କରାଇବା ନୃପତି ।୪୧।

କୀଚକ ବୋଇଲା ତାତ ଯୋଗାଇ ୟେ ବୁଦ୍ଧି

ମହତକଇଂ ଦ୍ରଶନେ ସ୍ୱାମୀ ସକଳ କାର୍ଯ୍ୟ ସିଦ୍ଧି ।୪୨।

ପୁତ୍ରନ୍ତ ସନମତ ସେ କରାଇ ନୃପତି ସଂକୋଚନ

ବିରାଟକଇଂ ସୁଦେଷ୍ଣା ଯେ କରାଇଲେ ପ୍ରଦାନ ।୪୩।

ତ୍ରିଗର୍ତ୍ତ କହଇ ଦେବ ଶୁଣିମା ଫାଲଗୁନ୍ୟେ

ସମୟେ ବିରାଟ ଥିଲା ସଂକୋଚନ ଭୁବନେ ।୪୪।

ସ୍ୱାମୀ କୀଚକ ମହିମାଂ ଯହୁଂ ଅର୍ଜିଲା ବହୁତ

ଅନେକ ରାଜ୍ୟେ ଜିଣିଲା ସେ ପ୍ରତଗ୍ୟାଂ ବଳବନ୍ତ ।୪୫।

ସ୍ୱାମୀ ଭୁବି ଭୁବନ ମଧ୍ୟେ ଯାହାକଇଂ ନାହିଂ ସମଯୋଧୀ

ଅନେକ ଭୂଅମଣ୍ଡଳ ଭାଜି କଲାକ ସର୍ବସାଧି ।୪୬।

ଛାମୁରେ ମିଳି କେହି ନୋହିଲେ ତାକୁ ବାଦୀ

ସବୁ ଦିଗେ ଭ୍ରମଇ ସେ କୀଚକ ମହାଯୋଧୀ ।୪୭।

ଦିନେକ ପ୍ରତଗ୍ୟାଂ ସେହୁ କରୁଛି ଆସ୍ତାନେ

ଆବର ରାଜା ୟେକ ନ ଥୋଇବି ୟେ ମଧ୍ୟ ଭୁବନେ ।୪୮।

ସଂକୋଚନ ବୋଇଲା ବାବୁ ତୋର ଅସଂଖ୍ୟ ମହିମାଂ

ବିରାଟକୁ ଯେବେ ମତ୍ସ୍ୟଦେଶେ ସ୍ଥାପିପାରୁ ତେବେ ସେ ରହଇ
ତୋହୋର ଗାରିମା ।୪୯।

ବାବୁ ଦୁହିତା ଗୋଟିୟେ ତାକୁ ଯେବେ ସେ କଲାଇଂ ପ୍ରଦାନ

ବିରାଚନ ଦୁହିତା ଗୋଟିୟେ ତାକୁ ଯେବେ ସେ କଲାଇଂ ପ୍ରଦାନ

ବିରାଚନ କରି ବାବୁ ରୁହାଅ ସଞ୍ଚିଲା ଧର୍ମମାନ ।୫୦।

ତ୍ରିଗର୍ତ୍ତ କହଇ ଯେ ଅର୍ଜୁନର ଆଗେ

କୀଚକ ବାହିଲା ଥାଠ ମୋର ରାଜ୍ୟକୁ ବିରାଟର ରାଗେ ।୫୧।

ସ୍ୱାମୀ କିରାତ ତ୍ରିଗର୍ତ୍ତ ଆମ୍ଭେ ହୋଇଲୁ ବେନି ଯେ ନୃପତି

କୀଚକର ତୁଲେ ଦେବ ସମର କଲୁ ଅପ୍ରମିତି ।୫୩।

ଶତେସିଂହର ପ୍ରାକର୍ମ ସେ ସଂକୋଚନର ବାଳ

ଅନେଶ୍ୱତ ଭାଇ ଘେନି ସେ ଜିଣିଲା ଶତେକ ମଣ୍ଡଳ ।୫୪।

ପୃଥୀରେ ଯୋଦ୍ଧାୟେ ତାକୁ ଘେନି ନାହିଂନା ସମସରି

ତିନିପୁର ଜିଣିମାକୁ ସାମରଥ ସେ ଦୃଭାସାଂକ ବଚନେଣ କରି ।୫୫।

ସ୍ୱାମୀ କୀଚକର ମୋର ସାଂଗ୍ରାମ ହୋଇଲା ଅପ୍ରମିତେ

ୟେମନ୍ତ କୀଚକ ବାହିଲା ଚଉବିଂଶ ବରଷ ପରିଯନ୍ତେ ।୫୬।

ଓହୋବଳ ସାଂଗ୍ରାମେ ନୋହିଲୁ ତାହାକୁ ସରି

ରାଜ୍ୟ ଛାଡ଼ିଣ ସ୍ୱାମୀ ମୁଂ ଅଇଲି ଅପସରି ।୫୭।

କିରାତକୁ ଡିଂଆଇ ନେଲା ମତ୍ସ୍ୟଦେଶ ଛଡ଼ାଇ

ମତ୍ସ୍ୟ ଦେଶ ଛଡ଼ାଇଲା ପଳାଇଲି ମୁହିଂ ।୫୮।

ବିରାଟ ଆଣିଣ ସେ କୀଚକ ସେନାପତି

ମଚ୍ଛଦେଶ , ମଘଦେଶ ଦୁଇ ଦେଶେ କରାଇଲା ଚକ୍ରବ୍ରତୀ ।୫୯।

ସ୍ୱାମୀ ଦୁହାଂଳ ଦୁଇଲକ୍ଷ ବର ବାରପଦ୍ମ ଗାଈ

ବଳତ୍କାରେ କୀଚକ ବିରାଟକୁ ୟେତେକ ଭୋଗ କରାଇ ।୬୦।

ଭୋ ସ୍ୱାମୀ ଶିରୀ ସମ୍ପଦ ମୁଂ ପରକଇଂ ଦେଇ

ବୁଲୁଅଛି ବନଗାମୀ ମୁଂ କନ୍ଦମୂଳ ଖାଇ ।୬୧।

ସ୍ୱାମୀ ଭଗତ ମତ୍ସଳ ତୁ ଶରଣପଞ୍ଜର

ନିଜ ରାଜ୍ୟ ଦେଇ ମୋତେ କରିବା ପ୍ରତିକାର ।୬୨।

ଅର୍ଜୁନ ବୋଇଲେ ହୋ ଶୁଣ ତ୍ରିଗର୍ତ୍ତେଶ୍ୱର ରାଜା

ସମଦଣ୍ଡ ଘେନି ୟେବେ ଇନ୍ଦ୍ରପ୍ରଶସ୍ତକଇଂ ଯା ଯା ।୬୩।

ବିରାଟହିଂ ଆସିବା ହୋ ରାଜୁସି ଯାଗ ସଭାକୁ

ତୋହୋର ନିମନ୍ତେ ହୋ ଆମ୍ଭେ ବୋଲିବା କୀଚକକୁ ।୬୪।

ଯେମନ୍ତେ ତୁ ନିଜରାଜ୍ୟ ପାଇବୁ ତୋହୋର

ତେମନ୍ତେ କରି ଆମ୍ଭେ ସିନା କରିବୁ ବିଚାର ।୬୫।

ପାଥର ଚରଣେ ରାଜା ଓଳଗ ମେଲାଇ

ହସ୍ତିନା ରାଜ୍ୟକୁ ଚଳିଲା ଅର୍ଜୁନ ଆଗ୍ୟାଂ ପାଇ ।୬୬।

ତହୁଂ ବିଜୟେ କଲା ପାଣ୍ଡବ ସୁନ୍ଦର ବୀରମଣି

ଉତ୍ତର ଦିଗେ ବିଜେ ଅର୍ଜୁନ ଥାଠ ଯେ ପଲାଣି ।୬୭।

ଗାଞ୍ଜଣ ଦେଶେ ରାଜା ସେ ଗୋପାଳ ଚକ୍ରବ୍ରତୀ

ଚାରିଶତ ପାରିଦଣ୍ଡ ତାକୁ ଖଟଇ ନୃପତି ।୬୯।

ପାଞ୍ଚଲକ୍ଷ ରଥ ତାର ପଞ୍ଚାଶ କୋଟି ମାତଙ୍ଗ

ସାତକ୍ଷଉଣୀ ପାଦାନ୍ତି ଚଉଦ ମର୍ଭୁତ ତୁରଙ୍ଗ ।୭୦।

ଅର୍ଜୁନ ପ୍ରବେଶ ଯାଇଂ ସେ ରାଜାର ରାଜ୍ୟେ

ବୀରତୂର କାହାଳୀ ନିଶାଣ ଟମକ ଘୋର ବାଜେ ।୭୧।

ଆସ୍ତାନେ ବିଜେ କରିଅଛନ୍ତି ଗୋପାଳ ନୃପମଣି

ମହାଗହଳ ଶୁଭିଲା ବୀରତୂର ରବା ବାଣୀ ।୭୨।

ମନ୍ତ୍ରୀର ବଦନ ଚାହିଂଣ ବୋଇଲା ନୃପତି

କିସ ଶବଦେ ଦୁଲୁ ଦୁଲୁ କମ୍ପୁଅଛି ପୃଥୀ ।୭୩।

ଆସ୍ତାନର ତଳେ ଯାଇଂ ଜଣାଇଲେ ଚାରଗଣ

ସ୍ୱାମୀ ରାଜାଧି ରାଜେଶ୍ୱର ତୁମ୍ଭେ ସାବଧାନେ ଶୁଣ ।୭୪।

ବନ ଡିଙ୍ଗର ଜିଣି ଆସୁଅଛି ୟେକ ରଥୀୟେ

ରଥ ଗଜ ଅଶ୍ୱ ଅଳପ ପାଦାନ୍ତି ମହା ତେଜମୟେ ।୭୫।

କେବଣ ଦେଶରୁ ଦେବ ସେ ଆସୁଅଛି ବାହି

ରାଜା ହୋଇ ଛାମୁରେ ତାର ରହନ୍ତା କେହି ନାହିଂ ।୭୬।

ଶୁଣିଣ ବିଚାର ସେ କରଇ ନୃପତି

ଛାମୁରେ ଜଣାଇଲା ତାର ଶୂରସେନ ମନ୍ତ୍ରୀ ।୭୭।

ସ୍ୱାମୀ ହସ୍ତିନା ଠାକୁରେ ଯେ ଯୁଝେଷ୍ଠି ଦେବରାୟେ

ତାହାଂକର ଅନୁଜ ଯେ ପାଣ୍ଡବ ଧନୁର୍ଜୟେ ।୭୮।

ଦିଗବିଜୟେ ବାସେବି ରାଜୁସି ଯାଗ ଅର୍ଥେ

ଅନେକ ଦେଶର ଯେ ନିମନ୍ତିବେ ମହୀପତ୍ୟେ ।୭୯।

ମନ୍ତ୍ରୀର ମୁଖରୁଂ ରାଜା ପାଇଣ ୟେସନେକ ବାରତ

ସାଜିଲା ନୃପତି ତାର ରାଜ ଅଶ୍ୱ ସଇନି ବହୁତ ।୮୦।

ବହୁତ ସଇନି ତହିଂ ସାଜିଣ ନୃପମଣି

ବିଜେ ଗୋପାଳ ସେନ ଥାଠ ସନ୍ୟ ପଲାଣି ।୮୧।

ସକଳ ସଇନି ଘେନି ନୃପତି କଲାକ ବିଜେ

ପ୍ରତକ୍ଷେ ନାରାୟଣ ଯେ ଦେଖିଲା ଦେବରାଜେ ।୮୨।

ଦ୍ରଶନେ ସୁଫଳ ମୋର ହୋଇବ ଜୀବତି

ଗାଞ୍ଜଣ ମଣ୍ଡଳାଧିଯ ଯେ ଗୋପାଳ ଚକ୍ରବ୍ରତୀ ।୮୩।

ସେ କଟକ ଭିତରେ ବିଜୟେ ଫାଲଗୁନି

ଦ୍ରଶନ କଲାକ ରାଜା ଥାଠ ସନ୍ୟ ଘେନି ।୮୪।

ଅର୍ଜୁନ ଛାମୁରେ ରାଜା କରଇ ପ୍ରଣପତ୍ୟ

ଆନନ୍ଦେ ଅର୍ଜୁନ ତାକୁ କଲେକ ନିମନ୍ତ ।୮୫।

ଅକ୍ଷତ ଗୁଆ ତାକୁ ଦିଲେକ ଅରଜୁନ

ଥାଠ ସନ୍ୟ ଘେନି ଚଳିଯାଅ ଇନ୍ଦ୍ରପ୍ରଶସ୍ତ ଭୁବନ ।୮୬।

ସମସ୍ତ ରାଜାୟେ ରହିଥିବେଟି ବାରୁଣାବନ୍ତେ

ୟେକସ୍ଥାନେ ରହିଥିବି ସମସ୍ତ ନୃପତ୍ୟେ ।୮୭।

ଚାଳିଶ ସହସ୍ର ରାଜା ନିମନ୍ତ୍ରି ମୁଂ ଘେନିଯିବି

ଯୁଝେଷ୍ଠି ଦେବ ଠାକୁରଂକୁ ଦ୍ରଶନ କରାଇବି ।୮୮।

ଆଗ୍ୟାଂ ଦେଇଣ ତହୁଂ ଚଳିଗଲେ ସର୍ବସାଚୀ

ଆକାଶ ଦିଗବିଜେ ପ୍ରାୟେକ ଦିଶଇ ଦିଗ ପ୍ରାଚୀ ।୮୯।

ଉଡନ୍ତି ତୁରଙ୍ଗମେ ଯେ ଗଗନ ମେଖଳି

ବରଷା ଋତୁରେ ଯେହ୍ନେ ଝଟକଇ ବିଜୁଳି ।୯୦।

ସେହି ମତି ପ୍ରାୟେକ ଉଡ଼ନ୍ତି ରଥ ହୟେ ଚାରି

ମାତଳି ସାରଥି ରଥ ବାହଇ ବେଗ କରି ।୯୧।

ମାଳବ ଦେଶରେ ଯାଇ ବିଜୟେ ଅରଜୁନ

ଯମୁନା ନଦୀ କୂଳରେ ତା ରାଇଜ ଗହନ ।୯୨।

ସେ ଦେଶର ରାଜା ବୀରବର ଚକ୍ରବ୍ରତୀ

ଅନେକ ପାରିଦଣ୍ଡ ସେ ରାଜାକଇଂ ଖଟନ୍ତି ।୯୩।

ସମସ୍ତ ସମ୍ପଦେ ସେ ଅଟଇ ଦଣ୍ଡସାଇଂ

ତାହାର ପୁରେ ଅର୍ଜୁନ ପ୍ରବେଶ ହେଲେ ଯାଇଂ ।୯୪।

ଅନେକ ବୀରତୂର ବାଜଇ ଘୋର ଧୁନି

ଇନ୍ଦ୍ର ବିଜୟ ପ୍ରାୟେକ ସେ ଦିଶଇ ଫାଲଗୁନି ।୯୫।

ରାଜ୍ୟରେ ପଶନ୍ତେ ଓଗାଳିଲେ ଚାରଗଣ

କଟକରେ ନ ପଶ ବୋଲି ତୁମ୍ଭନ୍ତ ଠାକୁରଂକ ଆନ ।୯୬।

ନ ଜାଣୁ କିହୋ ନୃପତି ବୀରବର ଚକ୍ରବ୍ରତୀ

ଉତ୍ତର କୋଶଳେ ଯାର ମହିଂମା ବିଖ୍ୟାତି ।୯୭।

ଧାର୍ମିକ ବିବେକ ସେ ପଣ୍ଡିତ ଭିଗ୍ୟଂବନ୍ତା

ଯାହାକୁ ସନ୍ଧାନ ଦିଅଇ ରତ୍ନାକର ଦେବତା ।୯୮।

ଜୟେ ବିଜୟେ ବୋଲିଣ ଅର୍ଜୁନର ବେନି ସେନାପତି

ଅଶ୍ୱେ ଅଶ୍ୱେ ଚଢିଣ ସେ ଆଗିଆଣି ହୋଇଛନ୍ତି ।୯୯।

ଯେତେବେଳେ ଆନ ତାଂକୁ ପାଡ଼ିଲେ ମୁନେହିଂ

ପଶିଲେ ଅର୍ଜୁନ ଥାଠ ରାଜ୍ୟେ ନ ରହିଲେ ବୀରେ କେହି ।୧୦୦।

ଦେଖିଣ ଧାଇଂଲେ ସେ ମାଳବର ସନ୍ୟ

ବାଜଇ ବୀରତୂର ଟମକ ନିଶାଣ ଘନ ଘନ ।୧୦୧।

ପାଟଛତ୍ର ଉଦ୍ଦଣ୍ଡ ୟେକଲକ୍ଷୀ ପାଞ୍ଚଲକ୍ଷୀ

ଉଡ଼ନ୍ତି ଆଲମ୍ବ ଯେ ସୁରେଶ୍ୱର ଦେବା ଦେଖି ।୧୦୨।

ସହସ୍ରେ ରଥୀ ଯେ ପେଷିଲେ ବୀରବର

ବୋଇଲେ ପ୍ରାଣେ ନ ମାରି ଜୀବନ୍ତା ବନ୍ଦୀକର ।୧୦୩।

ରାଜାର ଆଗ୍ୟାଂରେ ଧାଇଂଲେ ସର୍ବରଥୀ

ନାରାଜ ପୂରୋଇଣ ଧାମନ୍ତି କୋପମୃର୍ତ୍ତି ।୧୦୪।

ମୁକୁଟବନ୍ଧା ତହିଂ ସହସ୍ରେକ ରଥୀ

ଚୋଖାର ଶ୍ୱେତଅଶ୍ୱ ରଥେଣ ଯୋଚିଛନ୍ତି ।୧୦୫।

ତର୍ଜନ୍ତି ଗର୍ଜନ୍ତି ଯେ ପୂରୋବନ୍ତି ତୀକ୍ଷମୁନା

ନିକଟେ ଦେଖି ବିନ୍ଧିଲେ ସେ ମାଳବ ଦେଶର ସେନା ।୧୦୬।

ଦେଖିଣ କୋପାନଳ ଅର୍ଜୁନର ସେନାପତି

ପରିଘନ୍ତ ବୁଲାଇ ବେଗେ ଉଠିଲେ ତତକ୍ଷଣାନ୍ତି ।୧୦୭।

ମାଳବ ଦେଶର ଯୋଦ୍ଧାୟେ ଯେ ବୁଲାବନ୍ତି ଶହସ୍ର ଧରି

କୋପେଣ ବିନ୍ଧନ୍ତି ସେ ଯେ ଘୋରନାଦ କରି ।୧୦୮।

ଦେଖିଣ ଅର୍ଜୁନ ତାହା ଦୂରୁହୁଂ ନିବାରି

ବିନ୍ଧିଲେ ବାବଲ ଶର କୋପମୁଖ କରି ।୧୦୯।

ଅବିକ୍ଷଣେ ଯୋଦ୍ଧାୟେ ଆକ୍ରେଷିଣ ବାଣ ବିନ୍ଧି

ସେହ୍ନାନ୍ତ ଫୁଟିକରି ଶରୀରେ ଯାଇଂ ଭେଦୀ ।୧୧୦।

ରୁଧିରେ ବୃଷ୍ଟି ଯେ ହୋଇଲା ସବୁଂକରି ଅଙ୍ଗେ

କିଂଶୁକ ପୁଷ୍ୟ ପରାୟେ ଦିଶିଲେ ସର୍ବେ ରଙ୍ଗେ ।୧୧୧।

ଅମାନତ୍ୟ ଯୋଦ୍ଧାୟେ ନ ଘୁଞ୍ଚନ୍ତି ସମରେ

ପଡ଼ନ୍ତି ଉଠନ୍ତି ଗର୍ଜନ୍ତି କୋପଭରେ ।୧୧୨।

ଯାଠି କୋନ୍ତ ଲାଂକିଆ କରେ ଧରି ମାରି

ପଡ଼ିଲେ ମାଲବ ବୀରେ ନ ପାରିଲେ ଉବୁରି ।୧୧୩।

ସହସ୍ରେକ ରଥୀ ଆସି ହୋଇଥିଲେ ଆଗିଆଣି

ଯୁଦ୍ଧର ସମ୍ଭରେ ସେହୁ ଲୋଟିଲେ ଧରଣୀ ।୧୧୪।

ଧାଇଂଣ ଚାରଗଣେ କହିଲେ ରାଜାଂକୁ

ବଡାଇ ଦୂରାପଦ ଦେବ ପଡିଲାକ ତୁକୁ ।୧୧୫।

ସହସ୍ରେକ ରଥୀ ଓଗାଳିଲେ ତାର ଆଗେ

ଗୋଟିୟେ ଉବୁରି ନୁଆରିଲେ ପଡିଲେ ରଣରଙ୍ଗେ ।୧୧୬।

ୟେତେକ ମାରି ଦେବ ନୋହିଲେକ ଶ୍ୟାନ୍ତି

କଟକ ଭିତରେ ଆସି ପଶିଲେ ନିଭ୍ରାନ୍ତି ।୧୧୭।

ଆହୋ ମହାରାଜା ୟେବେ ସମ୍ଭାଳ ତୋହୋର ରାଜ୍ୟ

ଜନଜନ୍ତୁ ନାଶଗଲା ନୋହିଲା କିଛି କାର୍ଯ୍ୟ ।୧୧୮।

ଡଗର ମୁଖୁଂ ବାରତା ପାଇଣ ବୀରବର

ଆପଣେ ବିଜେକଲେ ଯେ ଚଉଦୋଳା ଉପର ।୧୧୯।

ରାଜା ବିଜୟେ ଦେଖି ଧାଂଇଲେ ସର୍ବ ସଇନି

ବିନ୍ଧିଲେ ନାରାଜ ଯେ ଅବିକ୍ଷଣେ ଘେନି ।୧୨୦।

ମହାଥାଠ ଦେଖିଲେ ଯହୁଂ ସେ ଜୟେ ବିଜୟେ

ବେନି ସେନାପତି ତହୁଂ ଚଳାଇଲେ ମହାହୟେ ।୧୨୧।

ମାର ମାର ବୋଲି ଯେ ପାଡିଲେ ମହାବୋବି

ଯୋଗ୍ନୀବଳ ଘେନି ଯେହ୍ନେ ଉଠନ୍ତି ଭଇରୋବୀ ।୧୨୨।

ସାଂଗ୍ରାଂମେ ଅଜୟେ ଅଟେ ଯାହାର ବିରଧୂ

ସେନାପତିଂକ ମହିମାଂ ତେହେନେକ ସାଧୁ ।୧୨୩।

ଧନୁ ଆମଞ୍ଚିଣ ଉଠିଲେ ଜୟେ ୟେ ବିଜୟେ

ଆଗେ ଓଗାଳିଲେ ଆସି ଯେ ପାରିଦଣ୍ଡ ରାୟେ ।୧୨୪।

ସାତ ଖର୍ବ ତାର ବତିଶ ଖର୍ବ ହାଥୀ

ଚାରି ଶଙ୍ଖ ହୟେବର ତେର କ୍ଷଉଣୀ ପାଦାନ୍ତି ।୧୨୫।

ୟେତେକ ସଇନି ଘେନି ଉଠିଲା ବୀରବର ଚକ୍ରବ୍ରତୀ

ରଣ ହାନ୍ଦୋଳ କଲା ସେ କଉଶିକ ଗୋତ୍ରୀ ।୧୨୬।

ହସ୍ତିନାର ବୀରେ ଯାଇଂ ପଶିଲେ ସମରେ

ଡାକ ହାକେ କମ୍ପିଲା ଯେ ଅନେକ ଡିଙ୍ଗରେ ।୧୨୭।

ଗର୍ଜିଣ ଉଠିଲେ ଯହୁଂ ମାଳବ ଦେଶର ବଳ

ବେନିବଳ ମିଶିଣ ହୋଇଲେ ମହାଗୋଳ ।୧୨୮।

ବାରଣ ନ ଗଲା ତହିଂ କେହୁ ପର କେହୁ ଆପଣା

ୟେକାମାତ୍ର ବାସବି ଯେ ହୋଇଛି ଧାରଣା ।୧୨୯।

ଅର୍ଜୁନ ଥାଠ ଯହୁଂ ହୋଇଲେ ଭିତର

ଗୁଣ ଟଂକାରି ପଶିଲେ ସେ ସାଂଗ୍ରାମେ ଚାପଧର ।୧୩୦।

ଅର୍ଜୁନ ବାଦ୍ୟକଲା ଦେବଦତ୍ତ ଶଙ୍ଖଧୁନି

ସଇନ ଲୋଚି ହୋଇଲେ ଶଙ୍ଖ ଶବଦ ଶୁଣି ।୧୩୧।

ଅର୍ଜୁନର ସେନାପତି ଜୟ ଯେ ବିଜୟେ

ତାହାନ୍ତ ଓଗାଳିଲେ ଆସି ମାଳେବ ଦେଶ ରାୟେ ।୧୩୨।

ବୀରବର ସୁନ୍ଦର ସେ କ୍ଷତ୍ରୀ ଅଚାର୍ଗଳା

ସମରେ ଅଭୟା ସେ ଜାଣନ୍ତି ମହାଖଳା ।୧୩୩।

ମାଳବ ସେନାୟେ ସେ ଉଠିଲେ ବେଗ ହୋଇ

ବୁଲାବନ୍ତି ଲାଂକିଆ ଯେ ସିଂଘରଡ଼ି ଦେଇ ।୧୩୪।

ଧାଅଂରେ ମାରରେ ବୋଲି ପ୍ରତଗ୍ୟାଂ ବୋଲାବଲି

ଗାଇତୁରୀ ଶବଦ ଦେଇଣ ଯେ ଡିଅଂନ୍ତି କୁରୁଳି ।୧୩୫।

ଜୟେ ବିଜୟେ ବୁଲାଇ ପରିଘେ ପରିଘେ

ବରଷା ଋତୁରେ ଯେହ୍ନେ ଉଠନ୍ତି କଳାମେଘେ ।୧୩୬।

ସଇନି ଉପରେ ନେଇ ପ୍ରହାର କଲେ ଗଦା

ଭାଞ୍ଜିଲେ ଦମନ ବଳ ପିଟିଣ କଲେ ପଦା ।୧୩୭।

ରଥୀ ସାରଥୀ ଯେ ପଡିଲେ ମହୀଲୋଟି

ରଥରେ ବିଜୟେ କରି ତା ଦେଖଇ ପାଣ୍ଡବ କିରୀଟୀ ।୧୩୮।

ଅର୍ଜୁନ ବୋଇଲେ ଯେ ମାତଳି ସାରଥିକି

ରଥ ବେଗେ ବାହା ମୋର ବୀରବର ରାଜାର ତହିଂକି ।୧୩୯।

ପବନୁ ବେଗେ ରଥ ସାରଥି ନେଲା ଚାଳି

ମାଳବ ଦେଶ ରାଜା ଛାମୁରେ ରଥ ନେଇ ଭେଟାଇଲା
ମହାବଳୀ ।୧୪୦।

ବୀରବର ରାଜା ଯେ ବୁଟବଦ୍ଧ ଶରୀର ବଜ୍ରସେହ୍ନା

ପାର୍ଥିବକୁ ଦେଖି ଶହସ୍ର ବିନ୍ଧିଲେ ବଡ଼କୁମାର ଜେନା ।୧୪୧।

ରଥରେ ଥାଇଣ ତାକୁ କହଇ ଅର୍ଜୁନ

କିମ୍ପାଇଂ ନୃପତି ତୁ ହୋ ୟେଡ଼େକ ଅଗ୍ୟାନ ।୧୪୨।

କାହା ତୁଲେ ବିବାଦ କରୁ ତୁ ଅନମିତେ

ଦେଶାଉରେ ବାରତା କି ନ କହିଲେ ତୋତେ ।୧୪୩।

ଉତ୍ତର ଦିଗବିଜେ ମୁହିଂ ସେ ଫାଲଗୁନି

ରାଜାମାନନ୍ତ ନିମନ୍ତି ରାଜୁସି ଯାଗକୁ ଯିବି ଘେନି ।୧୪୪।

ନ ଜାଣି ଅନମିତେ କିଂପେ କରୁଛୁ ସମର

ଅନମିତେ ସଇନି ଲୋଚାୟେ ତୋର ହୋଇଲେ ଅପହାର ।୧୪୫।

ୟେତେକ ସଇନି ମରାଇଲୁ ଅକାରଣେ

ୟେଡ଼େବଡ଼ ହୋଇ କଲୁ ଅପଣ୍ଡିତ ପଣେ ।୧୪୬।

ଧନୁର୍ଜୟେ ବାକ୍ୟ ଯହୁଂ ଶୁଣିଲା ସଦିଭାବ

ରଥରୁ ଡେଇଂଣ ପଡ଼ିଲା ନୃପତି ମାଳବ ।୧୪୭।

ଅର୍ଜୁନର ରଥ ତଳେ ହୋଇଲା ପରିଣାମି

ଦଶଦୋଷ ଅପରାଧ କ୍ଷମା କରିବା ଦେବସ୍ୱାମୀ ।୧୪୮।

ଅର୍ଜୁନ ବୋଇଲେ ତୁ ଉଠ ଉଠ ରେ ବାବୁ

ଅଗ୍ୟାନେ ସଇନି ନାଶଗଲେ ଆଉ ତୁ କିସ କରିବୁ ।୧୪୯।

ସଇନିକି ହାକଦିଲା ରହ ରହ ହୋ ସଭିୟେଂ

ଅଗ୍ୟାନେ ନାଶଗଲା ନ ଜାଣି ସନ୍ଦେହେ ।୧୫୦।

ଭଗତ ମତ୍ସଳ ନାଥ ମମ ଦୋଷ କଲେଣି ଉପେକ୍ଷା

ଯେହି ସେ ନାଶକଲା ସେ କରି ପାରଇ ରକ୍ଷା ।୧୫୧।

ସମସ୍ତେ ପଳାଇଥିଲେ ମହାଭୟେ କରି

ରାଜା ମାଧୁର୍ଯ୍ୟ ବଚନେ ରହିଲେ ପୁରସରି ।୧୫୨।

ନିମନ୍ତ୍ରଣ ଯୋଗାଡ଼ମାନ ଦିଲେକ ସର୍ବସାଚୀ

ବାରୁଣାବନ୍ତେ ଯାଅହୋ ତୋତେ ଠାକୁରଂକର ଆଗ୍ୟାଂ ଅଛି ।୧୫୩।

ଶୁଣିଣ ସାନନ୍ଦ ସେ ବୀରବର ନୃପମଣି

ସ୍ୱାମୀ ଆଗ୍ୟାଂ ପ୍ରମାଣେ ମୁଂ ଯିବଇ ଥାଠ ସନ୍ୟ ପଲାଣି ।୧୫୪।

ମାଳବ ଦେଶର ନୃପତି ପ୍ରଣପତ୍ୟ ଅର୍ଜୁନର ପଦ୍ମପାଦେ

ସ୍ୱାମୀ ଲଭିଲାଇଂ ଅନେକ ପୁଣ୍ୟ ତୋହୋର ପରସାଦେ ।୧୫୫।

ସ୍ୱାମୀ ମୁଣୋହି ଯୋଗାଡ଼ ମୁଂ କରିବଇଂ ବିଧାନ

ବେଳ ଉଛୁର ଆସି ଦେବ ହୋଇଲାନି ମଧ୍ୟାହ୍ନ ।୧୫୬।

ଅର୍ଜୁନ ବୋଇଲେ ତୁ ହୋ ଶୁଣ ବୀରବର

ମୁଣୋହିର ବେଳ କାହିଂ ଅଛଇ ମୋହୋର ।୧୫୭।

ଚାଳିଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସର ମଧ୍ୟେ

କେମନ୍ତେ ନୃପତି ସାଧ୍ୟ ହୋଇବେ ୟେହିମତି ଯୁଦ୍ଧେ ।୧୫୮।

ଦଣ୍ଡ ଘେନି ବାହାର ତୁ ହୁଅ ୟେହିକ୍ଷଣ

ରାତ୍ର ଦିବସେ ଅନୁବ୍ରତେ କରସି ପୟାଣ ।୧୫୯।

ଯେଉଂଣ ନୃପତି ଅବା ବିଳମ୍ବ କରିବ

ସଞ୍ଚୟେ ଅପ୍ରାଧି ହୋଇ ରାଜୁସି ଯାଗସଭାରେ ନାଶଯିବ ।୧୬୦।

ସ୍ୱାମୀଂକର ଆଗ୍ୟାଂ ପ୍ରମାଣ କରଇ ନିରାଧାର

ଲଗ୍ନ ବିଚାର କରି ବାହାର ହୋଇଲା ଦଣ୍ଡଧର ।୧୬୧।

ମାଳବ ଦେଶୁଂ ବାହାର ହୋଇଲେ ଫାଲଗୁନି

ମହା ସମ୍ଭର୍ବେ ଚଳିଲେ ଥାଠସନ୍ୟ ଘେନି ।୧୬୨।

ମାଳବ ଦେଶ ଅନ୍ତରେ ହିରଣ୍ୟକ ନାମେ ବନ

ହିରଣାକ୍ଷୀ ବୋଲି ନଦୀୟେ ପ୍ରୟାଗୁଂ ଉଦଯାନ ।୧୬୩।

ସେ ନଦୀର କୂଳେ ସଉରଭ ନାମେ ପର୍ବତ

ସେ ଗିରି ଉପରେ ଯାଇ ବିଜୟ ବୀର ପାଥ ।୧୬୪।

ୟେରଙ୍ଗ ବୋଲିଣ କରି ତହିଂ ରାଜ୍ୟ ଗୋଟିୟେ

ତହିଂ ସେ ରାଜ୍ୟ କରଇ ଭାନୁବନ୍ତ ବୋଲି ରାୟେ ।୧୬୫।

ଅର୍ଜୁନ ହକାରିଲେ ଜୟେ ବିଜୟେ ସେନାପତି

ଆଦିତ୍ୟ ଅସ୍ତଗଲା ଆସି ହୋଇଲା ନିଶାରାତି ।୧୬୬।

ରାତ୍ରକାଳେ କିଂପାଇଂ ପଶିବା ହୋ ପରରାଷ୍ଟେ

ରାଜାର ଆମ୍ଭର ପରଚେ ନାହିଂ ଅପରାଚେ ଥାଟେ ।୧୬୭।

ରହିଲେ ସଇନି ବଳ ମାଡ଼ି ସେହି ପରବତେ

ଅମୃତ ଯୋଗାଡ଼ ଆଣି ଦିଲେ ଦେବଦୂତେ ।୧୬୮।

ସୂପକାରମାନେ ଅନ୍ନ କଲେକ ପଚନ

ସେ ନଦୀରେ ସ୍ରାହାନ କରି କଲେକ ଭୋଜନ ।୧୬୯।

ଅମୃତ ଯୋଗାଡହିଂ ଭୁଞ୍ଜିଲେ ଫାଲଗୁନି

ଅଷ୍ଟ ନାୟିକାନ୍ତ ଆକାଶୁଂ ପଠିଆଇଲେ ସସ୍ରଯୋନି ।୧୭୦।

ବିଦ୍ୟାଧର ପୁରୁଷେ ପଞ୍ଚମ ସ୍ୱରେ ବାଦ୍ୟକାରୀ

ସୁର ଭର ହରଷେ ଗାୟେଣୀ କନ୍ୟାଚାରୀ ।୧୭୧।

ବିଦ୍ୟାଧର ବିଦ୍ୟାଧାରୀ ଜଣ ଯେ କୋଡିୟେ

ଅମର ଭୁବନୁଂ ପେଷି ଦିଲେକ ଦେବରାୟେ ।୧୭୨।

ପୁଷ୍ୟକ ରଥ ଆରୋହୀ ସେ ଅର୍ଜୁନକଇଂ ଭେଟି

ଅମର ବିଳାସୁଣୀ ତାଣ୍ଡବ ନୃତ୍ୟେ ଖଟି ।୧୭୩।

କୁତୂହୋଳେ ରୟଣୀ ଯେ ହୋଇଲା ପାହାନ୍ତି

ବାରତା ପାଇଲା ସେ ୟେରଙ୍ଗ ଚକ୍ରବ୍ରତୀ ।୧୭୪।

ଧାର୍ମିକ ବିବେକ ଯେ ଅଜମୀଢର ତନୁ

ପର୍ବତ ଉପରେ ଆସି ଦ୍ରଶନ କଲାକ ରାୟେ ଭାନୁ ।୧୭୫।

ଶତେକ ଘର ଘେନିଣ ଶ୍ୱେତ ହାତୀ

ଅର୍ଜୁନକୁ ଦ୍ରଶନ କଲା ସେ ରଜନୀ ପାହାନ୍ତି ।୧୭୬।

ଦେଖିଣ ଦ୍ରହସିତ ଯେ ସହୋଦର ନାହା

ସମଦଣ୍ଡ ଘେନିଣ ତୁ ରାଜୁସି ଯାଗକଇଂ ଯାଅ ଯା ।୧୭୭।

ରାଜା ବୋଇଲା ଦୂତୀ ନାରାୟଣେ ମୁଂ ଦେଖିଲି ନୟନେ

ପାଇଲି ପରମ ଗତି ଦେବ ପାର୍ଥିବ ଦରଶନେ ।୧୭୮।

ଶ୍ରବଣେ ଯାହା ଶୁଣିଥିଲି ଦେଖିଲି ତାହା ବେନି ଚଛୁ

ପ୍ରତକ୍ଷେ ନାରାୟଣ ଦେବ ତୁ ବିଜେ କରିଅଛୁ ।୧୭୯।

ଶତ ସହସ୍ର ଦଣ୍ଡଲାଇ ଭାନୁବନ୍ତ ପରିଣାମି

ମୋହୋର କଟକେ ବିଜେ କରିବା ଦେବସ୍ୱାମୀ ।୧୮୦।

ୟେ ରାଜ୍ୟ ନରନାରୀମାନେ ସମସ୍ତେ ତୋତେ ଦେଖୁଂ

ରାଜ୍ୟ ମୋହୋର ସୁଲଭ କିମ୍ପାଇଂ ଉପଲେଛୁ ।୧୮୧।

ସେ ଭାନୁମତ ରାଜାର ଦେଖି ଅନେକ ବିନୟେ

ରାଜ୍ୟକୁ ବିଜୟେ କଲେ ପାଣ୍ଡବ ଧନୁର୍ଜୟେ ।୧୮୨।

ପୁରେ ପୁରେ ଉଚ୍ଛବ ତାର କରାଇ ରାଜଦେବ

ବାଢ଼ିଲା ଅନେକ ରତ୍ନ ଯୋଗାଡ଼ ଅନେକ ସମ୍ଭର୍ବ ।୧୮୩।

ପାୟେଡ଼ା ପାଡିଣ ରାଜା କରଇ ନିଉଛାଳି

ବିଛରନ୍ତି ଗଗନ ମାର୍ଗେ କର୍ପୂରର ଧୂଳି ।୧୮୪।

ଗମିଲେ ଫାଲଗୁନି ଯେ କଟକ ଭିତରେ

ରତ୍ନ ଯୋଗାଡ଼ମାନ ସେନାୟେ ଠାବେ ଠାବେ କଲେ ଜୂରେ ।୧୮୫।

କଟକ ଜିଣିକରି ଚଳଇ ବୀର ଫାଲଗୁନି

ଦେବ ଦୁନ୍ଦୁଭି ଯେ ବାଜଇ ଘୋର ଧୂନି ।୧୮୬।

ଭାନୁମତକୁ ଦେଇଣ ଗୁଆ ଯେ ଅକ୍ଷତ

ବାରୁଣାବନ୍ତକୁ ରାଜା ଯାଅ ହେ ତୁରିତ ।୧୮୭।

ସମଦଣ୍ଡ ଘେନି ଯେ ରାଜୁଂ ବାହାର ଭାନୁବନ୍ତ

ବାରୁଣାବନ୍ତକୁ ରାଜା ଚଳଇ ତୁରିତ ।୧୮୮।

ଚଳଇ ଫାଲଗୁନି ୟେରଙ୍ଗ ଦେଶ ଜିଣି

ଶୀଘ୍ରରେ ଚଳାଇ ଯାଇଂ ପାଣ୍ଡବ ଚୂଡ଼ାମଣି ।୧୮୯।

ସମ୍ଭରେ ଚଳଇ ଯେ ବୀର ଫାଲଗୁନି

ବଙ୍ଗଦେଶେ ପରବେଶ ହୋଇଲେ ଥାଠ ଘେନି ।୧୯୦।

ସେ ବଙ୍ଗ ଦେଶର ରାଜା ଅଟଇ ଚିତ୍ରସେନ

ସାତ କ୍ଷଉଣୀ ବଳ ଘେନି ରାଜା ବସିଛି ଆସ୍ତାନ ।୧୯୧।

ଆସ୍ତାନର ତଳେ ଯାଇଂ ଜଣାଇଲେ ଚାରଗଣେ

ଶୁଣିମା ସାବଧାନେ ବଙ୍ଗଦେଶ ନୃପରାଣେ ।୧୯୨।

ସ୍ୱାମୀ ଯୁଝେଷ୍ଠି ଦେବଂକର ସାନୁଜ ଅରଜୁନ

ଉତ୍ତର ଦିଗ ବିଜେ ନିମନ୍ତି ନେବେ ରାଜାଗଣ ।୧୯୩।

ରାଜୁସି ଯାଗ ଦେବ ହୋଇବ ମହାସଭା

ସମଦଣ୍ଡ ଘେନି ଛାମୁକୁ ବହନ ହୋଇ ଯିବା ।୧୯୪।

ସ୍ୱାମୀ ଦୁର୍ଜନ ନାଶନ ଯେ ସଜ୍ଜନ ପ୍ରତିପାଳି

ଜଗଦର୍ପ ଗଞ୍ଜା ସେ ଅଟଇ ମହାବଳୀ ।୧୯୫।

ଶୁଣିଣ ସାନନ୍ଦ ଯେ ଚିତ୍ରସେନ ନୃପତି

ଆସ୍ତାନ ତେଜିଣ ରାଜା ଆସଇ ତତକ୍ଷଣାନ୍ତି ।୧୯୬।

ଦେଖା ଦରଶନି ଯେ ଶତେଭାର ଧନ

ଘେନିଣ ଛାମୁକୁ ଆସଇ ଚିତ୍ରାଙ୍ଗ ରାଜନ ।୧୯୭।

ଛାମୁରେ ପ୍ରବେଶ ଯେ ହୋଇଲା ମହାରାୟେ

ନୟନେ ଦେଖିଣ ଶାନ୍ତି ହୋଇଲେ ଧନୁର୍ଜୟେ ।୧୯୮।

ବିନୟ ଦେଖିଣ ଦୟା କଲେ ଫାଲଗୁନି

ମାଳା ଗୋଟିୟେ ଦିଲେ ଶ୍ରୀହସ୍ତେ ତାକୁ ଘେନି ।୧୯୯।

ରାଜୁସି ଯାଗ କରିବେ ଧର୍ମ ଯେ ଯୁଝେଷ୍ଠି

ପାଣ୍ଡୁ ରାଜାର ପାତକ ଖଣ୍ଡିକେ ଅରିଷ୍ଟି ।୨୦୦।

ଲକ୍ଷେକ ନୃପତି ସମସ୍ତେ ହୋଇବେ ଯେ ରୁଣ୍ଡ

ଯେଉଂଣ ରାଜାର ସଇନି ଯେତେକ ପାରିଦଣ୍ଡ ।୨୦୧।

ଯାହାକୁ ଯେତେ ମିଳଇ ଦେଖା ଦରଶନ

ଅନରୂପେ ସମସ୍ତଯେ ଯାଉଛନ୍ତି ଘେନି ।୨୦୨।

ଅକ୍ଷତ ଗୁଆ ନେଇ ଦେଲକ ତାହାକୁ ଶ୍ରୀହସ୍ତେ

ୟେହିକ୍ଷଣି ଦଣ୍ଡଘେନି ଯାଅଯା ବାରୁଣାବନ୍ତେ ।୨୦୩।

ଆଗ୍ୟାଂ ପ୍ରାମାଣେ ସେ ବଙ୍ଗ ଦେଶର ଆଧିପତି

ସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୨୦୪।

 

ମଙ୍ଗଳସେନ ରାଜା ସହ ଅର୍ଜୁନଙ୍କ ଯୁଦ୍ଧ

ଚଳଇ ଫାଲଗୁନି ଯେ ବଙ୍ଗ ଦେଶ ଜିଣି

ଶୀଘେଣ ଚଳଇ ସେ ପାଣ୍ଡବ ବୀରମଣି ।୧।

କର୍ଣ୍ଣାଟ ଦେଶକୁ ବୋଲି ଥାଟ ଯେ ଚଳାଇ

ଦେବ ଦୁନ୍ଦୁଭି ବାଦ୍ୟନ୍ତ ଗହଳ ବାଜଇ ।୨।

ସିଦ୍ଧ ବଳୟା ବୋଲିକରି ୟେକଇଂ ପରବତେ

ତହିଂ ଯାଇ ବିଜୟେ କଲେ ବୀରବର ପାଥେ ।୩।

ସୂପୁକାରମାନନ୍ତ ରାଇଣ ସର୍ବସାଚୀ

ସନ୍ୟଙ୍କୁ ଅର୍ଣ୍ଣ ହୋ ବହନ ଦିଅ ପଚି ।୪।

ଲାଗିଲେ ସୂପକାରେ ରାନ୍ଧଣା ବିଧାନେ

ଭୁଞ୍ଜନ୍ତି ସଇନି ମାନେ ଅର୍ଣ୍ଣ ଅବିକ୍ଷଣେ ।୫।

ଆପଣେ ମୁଣୋହି ତହିଂ ସାରି ବୀର ଫାଲଗୁନି

ମଙ୍ଗଳ ଶବଦ କରି ବାହାର ହୋଇଲେ ସଇନି ।୬।

କର୍ଣ୍ଣାଟ ଦେଶରେ ଯାଇଂ ପଶିଲେ ସର୍ବଥାଠ

ମଙ୍ଗଳ ସେନ ବୋଲି କରି ତହିଂର ନୃପତି ଗରିଷ୍ଠ ।୭।

ଦେଶାଉରେ ଜଣାଇଲା ଦେବ ଶୁଣିମା ମହୀପତ୍ୟେ

ପରଦେଶୀ ଥାଠ ଆସି ହୋଇଲା ଉପଗତେ ।୮।

ସହସ୍ରେକ ରଥୀ ଆଉ ବେନି ସହସ୍ର ହାଥୀ

ଦଶ ସହସ୍ର ଅଶ୍ୱତିନି କ୍ଷଉକ୍ଷୀ ପାଦାନ୍ତି ।୯।

ବୀର ମର୍ଦ୍ଦଳ ବିଜିଘୋଷ ଦାଉଣ୍ଡି ଦୁନ୍ଦୁଭି

ଘୋର ଶବଦରେ ଦେବ କମ୍ପୁଅଛି ଭୁବି ।୧୦।

ପରରାଷ୍ଟ ଭୁବିକି ୟେ ଅଟଇ ଅଭୟା

ବଡାଇ ବଳବନ୍ତା ଯୋଦ୍ଧା ଦେବ ଅଟଇ ମହାକାୟା ।୧୧।

କି ଅବା ଅଙ୍ଗାରପନ୍ନଗ କରଇ ଦିଗବିଜେ

ଦେବ ଦୁନ୍ଦୁଭି ଯେ ଗହଳ ଘୋର ବାଦ୍ୟ ବାଜେ ।୧୨।

ଚାରଗଣ ଅଭିମୁଖେ ରାଜା ପାଇଣ ବାରତ

ଅଧର ପୁଷ୍ଟ କରିଣ ଗର୍ଜି ଉଠିଲା ନରନାଥ ।୧୩।

ପ୍ରତଗ୍ୟାଂ କରଇ ରାଜା ନିଶେ ହାଥ ଭରି

ଆରେ ୟେ ଉତ୍ତର କୋଶଳେ ମୋତେ କେହୁ ଅଛଇ ସମସରି ।୧୪।

ଯଦ୍ୟପି ହୋଇବେ ଆଜ ବ୍ରହ୍ମା ଇନ୍ଦ୍ର ରୁଦ୍ର ଦଇବତ

ସଞ୍ଚୟେ ମୃତୁ ତାକୁ ରେ ହୋଇବ ପରାପତ ।୧୫।

ବହୁତ ପ୍ରତଗ୍ୟାଂ କଲାକ କର୍ଣ୍ଣାଟ ନୃପତି

ସାଜରେ ସନ୍ୟ ମୋହୋର ରଥ ଗଜ ଅଶ୍ୱ ପାଦାନ୍ତି ।୧୬।

ସମଦଣ୍ଡ ଥାଠଇଂ ମଙ୍ଗଳସେନ ସାଜି

ରଥରେ ଯୋଚିଲା ନେଇ ଶତେକ ଚୋଖାର ବାଜୀ ।୧୭।

ବହୁତ ସନ୍ୟ ତାହାର କେ ପାରିବ ପରିକଳି

ଆକାଶେ ବ୍ୟାପିଲା ଛତ୍ରୀଂକର ପାଦଧୂଳି ।୧୮।

ବହୁତ ବଳ ଚଞ୍ଚଳ ସେ କ୍ଷତ୍ରିୟ ସର୍ବବୀରା

ମେଦିନୀ ନ ସହଇ ସେ ତାହାଂକର ପାଦଭାରା ।୧୯।

ପଞ୍ଚାଶ ମର୍ଭୁତ ରଥ ପଞ୍ଚାଶ ମେବଚ୍ଛ ହାଥୀ

ତିନିପଦ୍ମ ହୟ ୟେକାଦଶ କ୍ଷଉଣୀ ପାଦାନ୍ତି ।୨୦।

ସମରେ ସଇନି ବଳ ଚଳାଇଲା ଗାଢେ

ରାଜ୍ୟ ରୁ ବାହାର ସେ ହୋଇଲା ତଡ଼ବଡ଼େ ।୨୧।

ୟେମନ୍ତର ସମୟେ ରାଜ୍ୟେ ପ୍ରବେଶ ସର୍ବସାଚୀ

ଉଡ଼ନ୍ତି ତୁରଙ୍ଗମ ଯେସନେ ଶାମଳ ପଚ୍ଛୀ ।୨୨।

ଜୟ ବିଜୟେ ବୋଲି ଯେ ଅର୍ଜୁନର ବେନି ସେନାପତି

ଆଗିଆଣି ଥାଠେ ଯାଇଂ ପ୍ରବେଶ ମହାକ୍ଷତ୍ରୀ ।୨୩।

ବଡ଼ାଇ ଦୁରାପଦ ସେ ଅସମ୍ଭବ ପ୍ରତଗ୍ୟାଂ ସିନା

କାହାକୁଇଂ ସାଂଗ୍ରାମେ ସେ ନ କରଇ ଗଣନା ।୨୪।

ଯୁଦ୍ଧେଣ ପ୍ରବେଶ ଆସି ହୋଇଲେ ବେନିବଳ

ସ୍ୱଥାଠ ପର ଥାଠ ହୋଇଲେ ସର୍ବଗୋଳ ।୨୫।

ବଢିଲା ସମର ଯେ ରଣରଙ୍ଗ ଭୂମି

ସମର ସମ୍ଭର୍ବେ ସେ ଟେକିଲେ ରାୟେ ଆଣି ।୨୬।

ବହୁତ ସମଦଣ୍ଡ ଘେନିଣ ଯହୁଂ ବିଜୟେ ମଙ୍ଗଳସେନ

ସଇନି ଦେଖିଣ ସେ ରହିଲେ ଫାଲଗୁନ୍ୟ ।୨୭।

କରେ ଶହସ୍ର ଧରିଣ ସେ ଗାଣ୍ଡିମ ଦୀକ୍ଷାଗୁରୁ

ସଇନି ଘୁଞ୍ଚିଲେ ସେ ଆପଣେ ଶସ୍ର ଧରୁଂ ଧରୁଂ ।୨୮।

ବିନ୍ଧଇ ନାରାଜ ବିନ୍ଧଇ ସେ ପାଣ୍ଡବ ପଞ୍ଚାଳ

ଅବିକ୍ଷଣେ ବିନ୍ଧଇ ସେ କ୍ଷତ୍ରିୟ ଅଚାର୍ଗଳ ।୨୯।

ସହସ୍ରେକ ନାରାଜ ପୂରୋଇ କରଇ ଦୃଷ୍ଟି

ହାଥୀଂକର କୁମ୍ଭସ୍ଥଳେ ନାରାଜ ଗଲା ଫୁଟି ।୩୦।

ପଡ଼ିଲେ ସଇନି ଯେ ଲୋଟିଲେ ଅବିକ୍ଷଣେ

ରକତେ କର୍ଦନ ହୋଇଲେ ରାଉତ ଯୋଦ୍ଧାମାନେ ।୩୧।

ବାଣ ବିଘାତେଣ ବରଷନ୍ତି ଜାଳାବଳୀ

ହାଡ ମାଂସେ କର୍ଦ୍ଦନ ଯେ ହୋଉଛି ମହୀଆଳୀ ।୩୨।

ପୁଣିହିଂ ନାରାଜେକ ବିନ୍ଧଇ ଧନୁର୍ଜୟେ

ପଡ଼ିଲେ ରଥ ଗଜ ଅଶ୍ଵ ନାରାଜର ଘାୟେ ।୩୩।

ମହା ରାଗେ ନାରାଜ ସେ ବିନ୍ଧଇ କିରୀଟୀ

ବାତଘାତେ ଯେସନେ ଚୂତଫଳ ପଡନ୍ତି ମହୀଲୋଟି ।୩୪।

କନ୍ଧରୁ ଶିର ତୁଟି ପଡ଼ିଲେକ ମହାଯୁଦ୍ଧେ

ଖେରର ଭୂଚର ଜାଣି ସେ ନାଚନ୍ତି କବନ୍ଧେ ।୩୫।

ଲକ୍ଷେକ ଯୋଦ୍ଧା ଘେନିଣ ସେ ଉଠିଲା ମଙ୍ଗଳସେନ

ଅନେକ ନାରାଜ ସେହୁ କଲାକ ସନ୍ଧାନ ।୩୬।

କକଡ଼ା ମାସେ ଯେହ୍ନେ ବରଷନ୍ତି ମହାମେଘେ

ଜଳଦ ମେଦୁରେ ଯେସନେ ଉଡ଼ନ୍ତି ବଳାହକ ସାଙ୍ଗେ ।୩୭।

ନାରାଜେ ବିମୋହିତ ହୋଇଲା ଯେ କର୍ଣ୍ଣାଟ ରାଜାର ବଳ

ରକତେ କର୍ଦ୍ଦନ ତାର ସଇନି ସକଳ ।୩୮।

ଲକ୍ଷେକ ରଥୀ ଯେ ବେନିଲକ୍ଷ ହାଥୀ

ପାଞ୍ଚଲକ୍ଷ ତୁରଙ୍ଗମ ତିନି କ୍ଷଉଣୀ ପାଦାନ୍ତି ।୩୯।

ସଇନି ପଡିଲେକ ତିନି ଯୋଜନ ପରିଯନ୍ତେ

ଦେଖିକରି ବିଷାଦ ହୋଇଲେ ମହୀପତ୍ୟେ ।୪୦।

ଭାଞ୍ଜିଲେ ସଇନିୟେ ୟେ ନ ରହିଲେ ଅଗ୍ରତେ

ପଡ଼ିଲା ପୟେଡ଼ ନବ ଯୋଜନ ପରିଯନ୍ତେ ।୪୧।

ଧାଇଂଲେ ସମରେଣ ପାଞ୍ଚାଳ ବଳ ଖେଦି

ରୋଧିରେ କର୍ଦ୍ଦନ ହୋଇଲା ବହଇ ରକତର ନଦୀ ।୪୨।

ସାଂଗ୍ରାଂମେ ଅପ୍ରାଂଜୟେ ଯହୁଂ ପାଇଲା ଅପମାନ

ଭାଂଗିଲା ଆପଣେ ଯେ ମଗଂଳସେନ ରାଜନ ।୪୩।

ଅନ୍ତରୀକ୍ଷେ ରଥ ଯେ ବାହିଲା ମାତଳି

ମଂଗଳସେନ ନୃପତିଂକି ଯାଇଂ ଧନୁର୍ଜୟେ ଓଗାଳି ।୪୪।

ରହ ରହ ମଂଗଳସେନ ପଳାଉ କାହିଂକି

ଅନେକ ପ୍ରତଗ୍ୟାଂ ଯେ କରିଥିଲୁ କେହୁ ତୋତେ ଆଜ ରଖି ।୪୫।

ସୁସ୍ୱର ବଚନେ ସାମାର୍ଜଇ ସର୍ବସାଚୀ

ବୁଡ଼ାଇଲୁ ସଂପଦ ରାଜା ଛାଡ଼ିଲା ତୋତେ ଲଚ୍ଛୀ ।୪୬।

ଜାରାକୁ ବଧ କଲୁ ଆମ୍ଭେ ରାଜୁସି ଯାଗ ଅର୍ଥେ

ଚାରଗଣେ କି ନ କହିଲେ ଅର୍ଜୁନ ଦିଗବିଜେ ଉତ୍ତର ପ୍ରଶସ୍ତେ ।୪୭।

ସନ୍ଦେଶ ବାରତା ଯହୁଂ ପାଇଲା ଭୂଅପତି

ଶରୀରୁ ଆତ୍ମା ତାହାର ଛାଡ଼ିଲାକ ରାତି ।୪୮।

ରଥରୁ ଡେଇଂପଡ଼ି ମଙ୍ଗଳ ସେନ ପରିଣାମି

ବୋଇଲା ଦଶଦୋଷ ମୋର କ୍ଷମା କରିବାକ ଦେବସ୍ୱାମୀ ।୪୯।

ତୁ ଦେବ ରଣେ ଅଜୟେ ଜଗତ ଜନ ଦର୍ପଗଞ୍ଜା

ରାଧାଚକ୍ର ଭଞ୍ଜନ ସ୍ୱାମୀ କୃତକେଶୀ ଦର୍ପଭଞ୍ଜା ।୫୦।

ସ୍ୱାମୀ ୟେ ମଧ୍ୟସ୍ୱର୍ଗେ ଯାହାର ଚରଣେ ବନ୍ଦୀ

ନ ଜାଣିମା ପଣେ ମୁଂ ତୋହୋର ତୁଲେ ଦ୍ୱନ୍ଦୀ ।୫୧।

ପାଞ୍ଚାଳୀର ପ୍ରାଣଗୁରୁ ସୋହୋଦ୍ରାର ବଲ୍ଲଭ

ୟେ ବନ୍ଧନ ଦୋଷୁଂ ମୋତେ ଉଦ୍ଧର ପାର୍ଥିବ ।୫୨।

ଶରଣ ପଞ୍ଜର ସ୍ୱାମୀ ତୁ ଜଗନ୍ନାଥଂକର ପ୍ରାଣସଖା

ଦ୍ରଶନେ ମୁକତି ପାଇଲି ବଇକୁଣ୍ଠ ମୋତେ ଦେଖା।୫୩।

ବହୁତ ତୁସ୍ତି ବୋଲି ସେ ମଙ୍ଗଳ ସେନ ବିନୋୟୀ

ଶତେ ସହସ୍ର ପ୍ରଣପତ୍ୟ ଶୁତିଲା ଦଣ୍ଡଲାଇ ।୫୪।

ଶ୍ରୀହସ୍ତେ ଅକ୍ଷତ ଗୁଆ ତାକୁ ଦିଲାକ ସର୍ବସାଚୀ

ଅଗ୍ୟାନେ ଅପ୍ରାଧ ଦୋଷକଲେ ତହିଂକି କୋପ ନାହିଂ କିଛି ।୫୫।

ଯଦ୍ୟପି ମୂର୍ଖ ଜନେ ହୋଇବେ ଦ୍ୱନ୍ଦକାରୀ

ପଣ୍ଡିତ ଜନେ କି ତହିଂ ଯିବେ ଅପସରି ।୫୬।

ଯଦ୍ୟପି ମୂର୍ଖେ ଅବା କରିବେ ଦୋଷ ଇଚ୍ଛା

ପଣ୍ଡିତ ଜନେ ତାହା କରିବେ ଉପେକ୍ଷା ।୫୭।

ମୂର୍ଖ ଜନେ ପାତେକ ଅର୍ଜିବେ ଯେବେ ଅଗ୍ୟାନେଣ

ତାହାନ୍ତ ତାରିବେନା ପଣ୍ଡିତ ଜନମାନ ।୫୮।

ତୁହି ମନେ ଭ୍ରାନ୍ତି ଆଉ ନ କର କିଛି ରାଜା

ଥାଠ ସନ୍ୟ ଘେନି ତୁ ୟେବେ ବାରୁଣାବନ୍ତକଇଂ ଯାଅ ଯା ।୫୯।

ଅର୍ଜୁନର ବଚନେ ତାର ଫିଟିଲା ମନ ଭ୍ରାନ୍ତି

ସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୬୦।

ତହୁଂ ବାହାର ହୋଇ ଯେ ଚଳଇ ଅରଜୁନ

କାଶୀପୁରେ ପ୍ରବେଶ କାର୍ତ୍ତିକ ଶୁକ୍ଳ ପଉର୍ଣ୍ଣମୀର ଦିନ ।୬୧।

ସେ ସ୍ଥାନେ ଗୋପ୍ୟାନ ଭଗୀରଥି ଘାଟ ମଣି ଯେ କର୍ଣ୍ଣିକା

ଦଇବେ ପୁଣ୍ୟ ସେ ଆ କା ମା ବୈ ୟେକା ।୬୨।

ସ୍ରାହାନ ତର୍ପଣ ତହିଂ ସାରିଲେ ବୀର ପାଥ

ଚିନ୍ତାମଣି ନାଥ ସେ ଦେଖନ୍ତି ବିଶ୍ୱନାଥ ।୬୩।

ନମସ୍ତେ ତ୍ରିଲୋଚନ ପଞ୍ଚୁବକ୍ର ଇବ

ନମସ୍ତେ ବିରୂପାକ୍ଷ ଦେବ ବିରୂପ ସଦାଶିବ ।୬୪।

ନମସ୍ତେ ଧୂର୍ଜଟି ଦେବ ସୁନ୍ଦର ତ୍ରିୟମ୍ବକ

ନମସ୍ତେ ବିଶ୍ୱନାଥ ଦେବ ଅନାସ୍ତର ଲୋକ ।୬୫।

ନମସ୍ତେ ସୁଢଳ ନାଥ ଆସନ ବୃଷଭ

ନମସ୍ତେ ନମସ୍ତେ ଦେବ ପାର୍ବତୀର ବଲ୍ଲଭ ।୬୬।

ନମସ୍ତେ ତ୍ରିପୁରା ଅନ୍ଧକ ଦର୍ପ ଗଞ୍ଜା

ନମସ୍ତେ ମହାଦେବ ଅନଙ୍ଗ ବପୁ ଭଞ୍ଜା ।୬୭।

ନମସ୍ତେ ପଞ୍ଚଦଶ ଲୋଚନ ଯାହାର ପ୍ରଳୟ ଅନଳ

ନମସ୍ତେ ଜଳଦ ନୀଳ ଯାହାର ପଞ୍ଚଦଶ ଡୋଳ ।୬୮।

ନମସ୍ତେ ନମସ୍ତେ ଉମାର ବଲ୍ଲଭ ସୋଢଳ

ନମସ୍ତେ ନମସ୍ତେ ସଦାଶିବ ଭକ୍ଷିଲୁ ଗରଳ ।୬୯।

ନମସ୍ତେ ନମସ୍ତେ ସଦାନନ୍ଦ ପୂରାଅ ମନବାଞ୍ଛା

ନମସ୍ତେ ନମସ୍ତେ ସଦାନନ୍ଦ କର ମୋତେ ରକ୍ଷା ।୭୦।

ନମସ୍ତେ ନମସ୍ତେ ହେମବନ୍ତ ମଣ୍ଡଣ ବିଶ୍ୱନାଥ ସଦାକାଶୀ

ନମସ୍ତେ ନମସ୍ତେ ଦେବ ବିଶ୍ୱନାଥ ବିଶ୍ୱବାସୀ ।୭୧।

ନମସ୍ତେ ନମସ୍ତେ ସଦାନନ୍ଦ ଶୋଭିତ ଖଟ୍ୱାଙ୍ଗ

ନମସ୍ତେ ନମସ୍ତେ ଗଉରୀବଲ୍ଲଭ ଶୁକ୍ଲାଙ୍ଗ ।୭୨।

ନମସ୍ତେ ଅର୍ଦ୍ଧାଙ୍ଗ ଭବାନୀ ଶଇଳଜା

ନମସ୍ତେ ଶାସେକ ପୁରୁଷ ତୁ ସୋମନାଥ ଦେବରାଜା ।୭୩।

ନମସ୍ତେ ଆଦି ଇଶାନ ତୁ ଜଗତଜନ ଦୀକ୍ଷାଗୁରୁ

ନମସ୍ତେ ଆଦି ଇଶାନ ତୁ ଭଗତଜନ ତାରୁ ।୭୪।

ନମସ୍ତେ ସଦାଶିବ ତୁ ମହାଲିଙ୍ଗ ଗୋଟା

ନମସ୍ତେ ମହେଶ୍ୱର ତୁ ଗଉରୀ ଆଖିଫୁଟା ।୭୫।

ଅର୍ଜୁନର ମୁଖୁଂ ୟେସନେକ ବାକ୍ୟ ଶୁଣି

ଲିଙ୍ଗ ବିଦାରି ବାହାର ହେଲେ ଶୂଳପାଣି ।୭୬।

ଟହ ଟହ ନାଦରେ ହସିଲେ ବିଶ୍ୱନାଥେ

ଗଉରୀ ଆଖିଫୁଟା ମୋତେ ବୋଇଲୁ କିସ ଅର୍ଥେ ।୭୭।

କରପତ୍ର ଯୋଡିଣ ଯେ ବୋଲଇ ଧନୁର୍ଜୟେ

କୋପ ନ କଲେ ମୁଂ କହି ପାରଇ ଦେବରାୟେ ।୭୮।

ସଦାଶିବ ବୋଇଲେ ଯେବେ ପାଇବା ସରୂପ

ନିରୁତାନ୍ତ କଥା କିମ୍ପେ କରିବାକ କୋପ ।୭୯।

ଅର୍ଜୁନ ବୋଇଲେ ପ୍ରଥମ ଅବତାରେ ଦେବୀ ଉମା

ଦକ୍ଷର ଝିଂଘାସେ ଦହନ ହୋଇଲା ତୋହୋର ବାମା ।୮୦।

ହିମବନ୍ତେ ଉପୁଜିଲେ ସେ ଶଇଳ ରାଜାଘରେ ।୮୧।

ସେ ଦେବୀର ନାମ ତହୁଂ ଦିଲେ ଯେ ଗିରିଜା ।୮୨।

ବାଳୁତ କାଳେ ପିତାର ଘରେ ଖେଳଇ କୁମାରୀ

ଆକାଶ ଗଙ୍ଗାକୂଳେ ଖେଳେ ଗୃହବାସ କରି ।୮୩।

ସ୍ୱାମୀ ଦିଗାମ୍ବର ପୁରୁଷ ତୁ ବୁଲନ୍ତେ ତାହା ଦେଖି

ଉମାର ସରୂପ ଯେ ଦେଖି ଚିହ୍ନିଲା ତୋର ଆଖି ।୮୪।

ସେ ଧୂଳିଘରେ ଧୂଳିଭାତ ଧୂଳି ତିଉଣ ରାନ୍ଧଣା କରି ଖେଳି

ତୁ ତହିଂକି ରୂପେକ ଦେବ ଧଇଲୁ କୁଆଂଳି ।୮୫।

ତାହାଂକ ସରୂପେ ତୁ ହୋଇଲୁ ବାଳୁତ ଯତିଗୋଟି

ତମ୍ବରୁ ବାଦ୍ୟ ଦେବ କଲୁ ତ ଧୂର୍ଜଟି ।୮୬।

ସ୍ୱାମୀ ବିଭୂତି ଲେପନ ମାଥେ ଅକଳିତ ଜଟା

ଲଲାଟେ ଗୁଂଜରା ସୀମନ୍ଥିନୀ ପିନ୍ଧିଣ ଅନନ୍ତ ନାଗଗୋଟା

ଶୁକଳ ଗରଗଡ଼ ଗଳାରେ ସର୍ପହାଡ଼ ମାଳି

ଯାମଳା ଲାଉତୁମ୍ବା ତ୍ରିଶୂଳ କରେଣ କପାଳୀ ।୮୮।

ସ୍ୱାମୀ ଡିବି ଡିବି ଡମ୍ବରୁ ବଜାଇଲୁ ଡାକି

ସେ କୁମାରୀମାନେ ଯେ ହସିଲେ ତୋତେ ଦେଖି ।୮୯।

ଦେଖିଣ ଉପହାସ କଲେକ ସର୍ବବାଳୀ

ମିଛିକା ଖେଳ ଘରକୁ ଗୋ ସତିକା କୁଆଂଳି ।୯୦।

ଭାଳନ୍ତି କୁଆଂରୀମାନେ କିସ ଆମ୍ଭେ ଦେବା

ଭିକ୍ଷାହିଂ ଯେବେ ନାହିଂ ଆସ ଯାଇଂ ତ ବୋଲିବା ।୯୧।

ହସିଣ ରଉରୀ ୟେ ବୋଇଲେ କୁତୂହୋଳେ

ଧାନ ଚାଉଳ ଅଛି କି ଆମ୍ଭର କି ଦେବୁ ହୋ ରାଉଳେ ।୯୨।

କୁଆଂଳି ସରୂପ ଭିକ୍ଷା ନ ପାଇ ହୋନ୍ତି ରାଗୀ

ତମ୍ବରୁ ବଜାଇ ମୁହଂକୁ ହଲାଇ ପରମ ଯୋଗୀ ।୯୩।

ସ୍ୱାମୀ ଅପୂର୍ବ ପ୍ରାୟେ କରି ଗଉରା ତୋତେ ଦେଖି

ସେ ଡମ୍ବରୁ ବାଜନ୍ତେ ଗଣ୍ଠିଗୋଟି ବାଜିଲା ଗଉରୀର ବାମ ଆଖି ।୯୪।

ସ୍ୱାମୀ ଡାକି ଗଣ୍ଠିଗୋଟି ମାଇଲୁ ନେଇ ପରିହାସ କରି

ତେଣୁକରି ବାମ ଚକ୍ଷୁଟେରୀ ଯେ ହୋଇଲେ ଗଉରୀ ।୯୫।

ସ୍ୱାମୀ ତୁକି ନ ଜାଣୁ ୟେ କଥା ଯୁଗତେ

ଭୋଳାନାଥ ପୁରୁଷ ତୁ ପାସୋରିଲୁ ଅବା ବିଶ୍ୱନାଥେ ।୯୬।

ଅର୍ଜୁନର ମୁଖୁଂ ୟେସନେକ ବାକ୍ୟ ଶୁଣି

ପାର୍ବତୀର ବଦନକୁ ଚାହିଂଲେ ଶୂଳପାଣି ।୯୭।

ଯାହା ସେ ପ୍ରସ୍ତାବେଣ ବୋଇଲା ଅର୍ଜୁନ

ସରୂପ କୁ ଗଉରା ଗୋ ହୋଇବ ୟେସନେକ ବଚନ ।୯୮।

ପାର୍ବତୀ ବୋଇଲେ ସ୍ୱାମୀ ଅର୍ଜୁନ ଯୋଗଭୋଗୀ

ନାରାୟଣଂକ ଆତ୍ମାୟେ ସେ ଅଟଇ ମହାଯୋଗୀ ।୯୯।

ଯଥାର୍ଥ ସରୂପ ସ୍ୱାମୀ ଅଟଇ ୟେହୁ କଥା

ଅର୍ଜୁନ କହିଲା ଯାହା ସେ ସରୂପ ବାରତା ।୧୦୦।

ଗିରିଜାର ମୁଖୁଂ ୟେସନେକ ବାକ୍ୟ ଶୁଣି

ସଦୟେ ସାନନ୍ଦେ ଅର୍ଜୁନକୁ ଭଜିଲେ ଶୂଳପାଣି ।୧୦୧।

ଧନି ଧନି ପାଣ୍ଡବରେ ଜୀବନ ତୋର ସାଧୁ

ଆଇଷ ଘେନି ବ୍ରତ ଲକ୍ଷ୍ମୀ ନ ଛାଡୁ ତୋର କାନ୍ଧୁ ।୧୦୨।

ସଦାଶିବ ପଦ୍ମପାଦେ ଅର୍ଜୁନ ବହୁତ ବିନୟେ

ଅନୁଭବ ନାଥ ମୋତେ କରିବା ସଦୟେ ।୧୦୩।

ଶରଣ ଉଦ୍ଧାରଣ ତୁ ଗଉରା ବଲ୍ଲଭ

ପ୍ରସନ୍ନେ ପରମବନ୍ଧୁ ଜୟ ତୁ ସଦାଶିବ ।୧୦୪।

ଯୋଗବଳ ଧାରଣ ତୁ ପର ଦୁଖେଣ ଦୁଖୀ

ଯେ ତୋତେ ସେବା କରଇ ସେ ଅନେକ ଭୋଗ ସୁଖୀ ।୧୦୫।

ସ୍ୱାମୀ ସେବକ ଲୋକନ୍ତ ତୁ ମାହେଶ୍ୱର ପଦ ଦେଇ

ଆପଣେ ବୁଲୁଅଛି ଦିଗମ୍ବର ହୋଇ ।୧୦୬।

ସ୍ୱାମୀ ହୟ ଛତ୍ର ସିଂହାସନ ତୋର ସେବକ ଲୋକଂକୁ

ବୃଦ୍ଧ ବଇଲ ଗୋଟା ଦେବ ବାହାନ ହୋଇଲା ତୁକୁ ।୧୦୭।

ହାଡ଼ମାଳା କଂକାଳ ଆଭରଣ ହୃଦୟର

ସେବକମାନଂକୁ ଦେଉ ରତ୍ନ ଚଉସର ।୧୦୮।

ସ୍ୱାମୀ ଦେବତାମାନଂକର ମଧ୍ୟେ ଜୀବନ ତୋର ସାଧିୁ

ପର ଦୁଖେ କାତର ତୁ ପରଲୋକ ବନ୍ଧୁ ।୧୦୯।

ସ୍ୱାମୀ ବାରଣାସୀ ପୁରେ ଶ୍ରୀ ବିଶ୍ୱନାଥ ଦେବା

ତବ ଚରଣେ ମୋହୋର ସ୍ୱାମୀ ଜନ୍ମେ ଜନ୍ମେ ସେବା ।୧୧୦।

ସ୍ୱାମୀ ବ୍ରହ୍ମହତ୍ୟା ବିମୋଚନ ହୋଇଲା ଯେଉଣ ତୀର୍ଥେ

ତହିଂ ମୋହୋର ପଞ୍ଚଭୂତ ଆତ୍ମା ନିମଜ୍ଜୁ ଅନୁବ୍ରତେ ।୧୧୧।

ଶ୍ରୀ ବିଶ୍ୱନାଥ ଦେବଂକ ଚରଣେ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ କାଶୀପୁରେ ଠାବ ଦେବା ।୧୧୨ – ୪୩୯୧ ।

 

Unknown

ଅର୍ଜୁନର କ୍ଷେତ୍ରପାଳ ନୃପତିଙ୍କୁ ନିମନ୍ତ୍ରଣ ଓ
ମାହେଶ୍ୱର ରାଜା ସହ ଯୁଦ୍ଧ

ଅର୍ଜୁନ ବଚନ ଶୁଣି ତୋଷ ଦେବରାୟେ

ଭୋଳେଣ ପାର୍ଥକଇଂ ସେ ଅଭୟ ବର ଦିୟେ ।୧।

ଅନେକ ମନ୍ତ୍ର ବିଦ୍ୟା ଦିଲେକ ଈଶାନ

ସାନନ୍ଦେ ଘେନିଲେ ତାହା କୋଇନ୍ତାଂକର ନନ୍ଦନ ।୨।

ସଦାଶିବ ବୋଇଲେ ସମସ୍ତ କାର୍ଯ୍ୟ ସୁବିଧାନ ହୋଉ ରେ ବାବୁ

ରାଜୁସି ଯାଗ ସଭାକଇଂ ଆମ୍ଭେ ଶିବଗଣ ଘେନି ଯିବୁଂ ।୩।

ବାରଣାସୀ ପୁରେ ସେ କ୍ଷେତ୍ରପାଳ ନୃପତି

ଅନେକ ସମ୍ଭରେ ବିଜେ କରି ଆସଇ କାଶୀଶ୍ୱରର ନାତି ।୪।

ଅକ୍ଷତ ଯୋଗାଡ଼ ତାହାକଇଂ ଦିଲେକ ଧନୁର୍ଜୟେ

ସମଦଣ୍ଡ ଘେନି ଚଳ ହୋ ରାଜୁସି ଯାଗ ସଭାୟେ ।୫।

ଉତ୍ତର ଭାଗେଣ ବାରୁଣାବନ୍ତ ପ୍ରଶସ୍ତେ

ମୋହୋର ଯିବାଯାୟେ ରୁଣ୍ଡ ତହିଂ ହୋଇଥିବଟି ସମସ୍ତେ ।୬।

ଆହୋ କ୍ଷେତ୍ରପାଳ ତୁମ୍ଭର ଯେତେ ଥାଠ ସଇନି

ୟେହିକ୍ଷଣି ବାହାର ହୋ ଆହୋ ଦେଖା ଦରଶନି ଧନ ଘେନି ।୭।

ଶୁଣିଣ ନୃପତି ଯେ କରଇ ଦଇନି

ଅର୍ଜୁନର ବଚନେ ସଜ କଲାକ ସଇନି।୮।

ପାର୍ଥର ବଚନେ ସେ କ୍ଷେତ୍ରାଧି ଆଧିପତି

ସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୯।

କାଶୀପୁର ପ୍ରତିକ୍ଷଣ କରି ଚଳଇ ଅର୍ଜୁନ

ଯମୁନା ପୁରେ ଯାଇଂ ପ୍ରବେଶ ହୋଇଲେ ବହନ ।୧୦।

ସେ ଯମୁନା ପୁରେ ରାଜା ମାହେଶ୍ୱର ନୃପତି

ସେ ପୁରେ ପ୍ରବେଶ ଯାଇଂ ବିଚିତ୍ରବୀର୍ଯ୍ୟର ନାତି ।୧୧।

ପାଟଛତ୍ର ଉଦଣ୍ଡ ଆଲମ୍ବ ଉଡ଼ଇ ୟେକଲକ୍ଷୀ

କନକବନ୍ଧା ଶୁଆ ମୟୁର ଝାଲି ପଛିୀ ।୧୨।

ଅଷ୍ଟରତ୍ନରେ ଖଞ୍ଜଣୀ ଅଛି ଯେଉଂଣ ରଥ ମଣ୍ଡି

ବାଜନ୍ତି ବିଜିଘୋଷ ଦେବ ଦୁନ୍ଦୁଭି ଦାଉଣ୍ଡି ।୧୩।

ରାଜ୍ୟେ ପଶନ୍ତେଣ ଉଗାଳିଲେ ଆସି କଟୁଆଳ

ଚାରିଶତ ଯୋଦ୍ଧାୟେ ଅମାନତ୍ୟ ମହାବଳ ।୧୪।

ତର୍ଜନ୍ତି ଗର୍ଜନ୍ତି ସେ ବାବନ୍ତି ଗାଲତୁରୀ

ବାଜନ୍ତି ସିଂହନାଦ କରେ ଅସିପତ୍ର ଧରି ।୧୫।

କାହିଂରେ ସନ୍ୟ ଆସି ରେ ପଶ ନିଶାକାଳେ

ମରଣକଇଂ ଇଚ୍ଛା କଲ ରେ ପାମର ଦୁଷ୍ଟବଳେ ।୧୬।

ନଶନ୍ତ କାଳକୁ ରେ ବିପରୀତ ବୁଦ୍ଧି

ବାଲିବନ୍ଧେ କାହିଂ ରେ ବାନ୍ଧିବ ବାରାନିଧି ।୧୭।

ନ ଜାଣ କିରେ ଯମୁନା ୟେ ମହାନଗ୍ର ବୋଲି

ନ ପଚାରି କିଂପା ରେ ରାଜ୍ୟରେ ପଶୁଅଛ ପେଲି ।୧୮।

ରେ ରେ କାର ଶବଦେ ପାରୁଛନ୍ତି କୁରୁଳି

ଧାଇଂ ଲାଗିଲେ ଅନେକ କୂଟ ବଚନ ବୋଲି ।୧୯।

ଅର୍ଜୁନର ଥାଟେ ଆଗି ଆଣି ଜୟେ ବିଜୟେ ସେନାପତି

କୃତାନ୍ତେକ ଜାଣି ଦିଶଇ ଦୁହିଂକର ମୃତ୍ତି ।୨୦।

ହାଥେ ବେନି ବେନି ଗଦା ଘେନିଣ ଛତ୍ରୀ ବେନି

ମହୀ ହାନ୍ଦୋଳ ହୋଉଅଛି ମୁଖରାବ ଧୁନି ।୨୧।

ଗଦା ବୁଲାଇ କରି ରଥୁଂ ପଡ଼ିଲେ ସେ ଡେଇଂ

ପିଟିଲେ କୋପନଳେ ସେ ଗଦାନ୍ତ ବୁଲାଇ ।୨୨।

ବିଶେଷେ ଅନ୍ଧକାରେ ସେ ରୟେଣୀ ପାହାନ୍ତି

ଗୋଡ଼ାଇ କଟୁଆଳନ୍ତ ମାଇଲେ ବିକୋତି ।୨୩।

ପଳାଇ ବୋବି ଦିଲେ ଜୟେଦାସ ମନ୍ତ୍ରୀ ଦ୍ୱାରେ

ଅଦଭୁତେ ଯୋଦ୍ଧାୟେ ଆସି କାହୁଂ ପଶିଲା ରାଜ୍ୟରେ ।୨୪।

ନଗ୍ରରେ ପଶନ୍ତେ ଆମ୍ଭେ ପଥ ଯେ ନିରୋଧି

ଅଣ ଉପ୍ରୋଧି ଦେବ ସେ ନିଠାଇ ଶର ବିନ୍ଧି ।୨୫।

ରାତ୍ରକାଳେ ମହାଗୋଳ ଶୁଣିଣ ଶବଦ

ଧାତିକାରେ ବାହାର ହୋଇଲେ ରାଜଇନ୍ଦ୍ର ।୨୬।

ମନ୍ତ୍ରୀ ପାତ୍ର ଅମାନତ୍ୟ ଯେ ସାମନ୍ତେ

ଅସମ୍ଭାଳେ ଧାମନ୍ତି ଆରୋହି ନୁଆରନ୍ତି ବାହାନ ସହିତେ ।୨୭।

କରେଣ କରବାଳ ସେ କୋନ୍ତ ଖଡ଼ଗ ଜାଠି

ଗୁରୁଜ ମୁଦୁଗର ଧନୁ ତ୍ରୋଣ ଯେ ଶକତି ।୨୮।

ବେଗ ବେଗ ଅଶ୍ୱନ୍ତ ସାଜନ୍ତି ବାରୁଆଳେ

କାଦମ୍ବରୀ ପାନେ ଭୋଳ କେଶବାସ ଅସମ୍ଭାଳେ ।୨୯।

ଗଜ ନାୟକମାନେ ସାଜନ୍ତି ମତ୍ତହାଥୀ

କରେଣ ଅଂକୁଶ ଘେନି ଗଜନ୍ତ ଉଭାରନ୍ତି ।୩୦।

କଟକେ ପଶନ୍ତେ ଯାଇଂ ସମସ୍ତେ ଓଗାଳି

ସେନାନ୍ତ ରୁହାଇ ଅର୍ଜୁନ ମନେ ଭାଳି ।୩୧।

ଆହୋ ୟେହିଠାରେ ରହ ତୁମ୍ଭେ ସେନାୟେ ଲୋଚି ହୋଇ

ରୟଣୀ ପାହିବା ଯାୟେଂ ଦ୍ୱନ୍ଦ ନ କର କେହି ।୩୨।

ରାତ୍ରକାଳେ ସନ୍ୟ ମଧ୍ୟେ ହେବ ମହାଗୋଳ

ସ୍ଥିର ହୋଇ ରହ ବାବୁରେ କୋପନ୍ତ ସଂହର ।୩୩।

ଆମ୍ଭେ ଦିଗବିଜେ କରିଛୁଂ ରାଜୁସି ଯାଗ ଅର୍ଥେ

ପିତାର ବ୍ରହ୍ମହତ୍ୟା ଦୋଷ କ୍ଷୟାନ୍ତ ନିମନ୍ତେ ।୩୪।

ଆହୋ ଧର୍ମ ଅର୍ଜିଆସି କିଂପେ କରିବାଟି ପାପ

ହତ୍ୟା ବିବାଦୀ ହୋଇଲେ ସରଇ ସର୍ବ ତପ ।୩୫।

ଧର୍ମ ବିଚାର ରୁହାଇଲେ ଆପଣାର ଥାଠ

ମହେଶ୍ୱର ରାଜାର ସଇନି ଯାଇଂ ହୋଇଲେକ ଭେଟ ।୩୬।

ଅନେକ ପ୍ରତଗ୍ୟାଂ କରନ୍ତି ବୀରେ ହାକି

ବିନ୍ଧିଲେ ନାରାଜ ଯେ ପରଦେଶୀ ଥାଠ ଦେଖି ।୩୭।

କାହିଂ ରେ ଥାଟ ତୁମ୍ଭେ ଆସି ପଶିଲ ଅନମିତେ

ଯାହାର ଭୟେ ହେଳ ଘେନଇ ହେମାଂଚଳ ପରିଯନ୍ତେ ।୩୮।

ଶୁଣିଲା ନାହିଂ କି ମହାନଗ୍ର ଯମୁନାପୁର ଅଧିକାରୀ

ଚତୁର୍ଦ୍ଦିଗ ରାଜାୟେ ଯାହାର କୋପକୁ ଭୟେ କରି ।୩୯।

ସଦାଶିବର ପ୍ରସନ୍ନେ ମାହେଶ୍ୱର ଯାହାର ନାମ

କିଞ୍ଚିତ ଭାବେ ସେ ସାଧିଲା ଚଉଧର୍ମ ।୪୦।

ଚାଳିଶ ସହସ୍ର ରାଜାଂକ ଉପରେ ଯେ ମଉଡ଼ମଣି

ଉତ୍ତର ଦିଗରେ ପ୍ରତଗ୍ୟାଂ ଯାହାର ଯେ ଭଣି ।୪୧।

କେବଣ ଭାବରେ ପଶିଲା ଆସି ହୁଡ଼ି

ଜୀବନେ କାର୍ଯ୍ୟ ଥିଲେ ଯାଅ ଯା ବାହୁଡ଼ି ।୪୨।

ଅନେକ ପ୍ରତଗ୍ୟାଂ ସେ କରନ୍ତି ଅନର୍ଯ୍ୟାପେ

କେତେହେଂ ସଂଖ୍ୟା କରିବା ଶାହାସ୍ର ସଂଚପେ ।୪୩।

ଅନେକ ପହିଜ ସେହୁ କରନ୍ତି ମତ୍ତାରେ

ସହି ନୁଆରିଣ ସେ ଗର୍ଜନ୍ତି ସର୍ବବୀରେ ।୪୪।

ଅର୍ଜୁନ ବୋଇଲା ହୋ ସହିଥାଅ ବାଭିୟେ

ରୟଣୀ ପ୍ରସର ହେଉ ଅରୁଣ ଉଦୟ ଯାୟେ ।୪୫।

ବୁଝିବା ପ୍ରତଗ୍ୟାଂ ଆଜ ରୟଣୀ ପାହିଲେ

ଫଳ ଶ୍ରୁତି ହୋଅଇ କି ଫୁଟିକ ବିଦ୍ୟା କହିଲେ ।୪୬।

ଅନେକ ଘୋର ଅନ୍ଧକାରେ ଅନେକ ତୁଷାର

ଭାନୁ ଉଦେ ହୋଇଲେ କିସ କରିବ ତାହା ଛାର ।୪୭।

ବହୁତ ସର୍ପେ ଯେ ଗର୍ଜୁଥାନ୍ତି ଫେରୁ ଧରି

ଖଗେଶ୍ୱର ଦ୍ରଶନେ ତାହା ପାଇଂ କାହିଂ ଲୋଡ଼ି ।୪୮।

ଆହୋ ଅମାପତ ବଳ ଥାଠ ବେଢିଲେ ସଇନି-

ବିନ୍ଧନ୍ତି ଅବିକ୍ଷଣେ ନାରାଜ କରେ ଘେନି ।୪୯।

ଅର୍ଜୁନ ସଇନି ଫରି ଫଳା ଆଢଣ ଦେଇ

ବଞ୍ଛାବନ୍ତି ନାରାଜ ବସିଣ ତୁନି ହୋଇ ।୫୦।

ବିନ୍ଧନ୍ତି ସଇନି ଯେ ଅନେକ ଶରଘାୟେ

ରାଗ ସହି ନୁଆରିଲେ ଜୟ ଯେ ବିଜୟେ ।୫୧।

ରାତ୍ର ବେନିଘଡ଼ି ଥାଉଂ ଡାକ ଦିଲେ ସଇନି

ସମସ୍ତେ ଶର ଘାତି ହୋଇଲୁଂ ଯେ ରଖ ହୋ ଫାଲଗୁନୀ ।୫୨।

ବିକଳେ ସଇନି ଯହୁଂ ଫୁକାରିଲେ ନିରିମାଖି

ଜୟେ ବିଜୟେ ସେନାପତି ନୁଆରିଲେ କଷ୍ଟ ଦେଖି ।୫୩।

ଅର୍ଜୁନ ବଚନ ଯହୁଂ କଲେକ ଅବଗ୍ୟାଂ

ଗର୍ଜିଣ ଉଠିଲେ ବୀରେ ଦୁସହ ପ୍ରତଗ୍ୟାଂ ।୫୪।

ଗଦାନ୍ତ ହୁଲାଇଣ କୋପେ ନେଇ ପିଟି

ଭାଂଜିଲା ଗଜ କୁମ୍ଭସ୍ଥଳ ଯେ ପଡ଼ିଲେ ମହୀଲୋଟି ।୫୫।

ଧରିଣ ବୁଲାବନ୍ତି ହାଥୀଂକର ଥୋର ହସ୍ତ

ଆକ୍ରେଷି କଚାଡ଼ିଲେ କି ଜାଣି ବଜ୍ରାଘାତ ।୫୬।

ପଡ଼ି ଚୂର ହୁଅନ୍ତି ରାଉତେ ତାଡ଼େଣୀ ବଜ୍ରସେହ୍ନା

ରଥ ଗଜ ଅଶ୍ୱ ପଡିଣ ହୋଅନ୍ତି ସର୍ବ ଚୂନା ।୫୭।

ମହାତେଜ ବଳବନ୍ତା ସେ ଉଠିଲେ ଗଳଗାଜି

ମହେଶ୍ୱର ରାଜାର ସଇନି ପଳାଇଲେ ସର୍ବ ଭାଂଜି ।୫୮।

ସ୍ରାଂଗାମେଣ ବିମୁଖ ହୋଇ ଅର୍ଜୁନ ସଇନି

ବାହାନାଦ କରି ଉଠିଲେ କରେ ଶସ୍ର ଘେନି ।୫୯।

ବିନ୍ଧନ୍ତି ନାରାଜ ଝଲକନ୍ତି ତୀକ୍ଷମୁନା

ଫୁଟନ୍ତି ରାଉତଂକର କପଚ ବଜ୍ରସେହ୍ନା ।୬୦।

ହୃଦେ ପଡ଼ିଣ ଶର ପିଠି କତିକି ନିକିଳି

ରୁଧିରେ ତ୍ରିପଣ୍ଡ ହୋଇ ପଡ଼ନ୍ତି ରଥ ଗଜ ଅଶ୍ୱ ସର୍ବସନ୍ୟ ଢଳି ।୬୧।

ଅସିପତ୍ର ପ୍ରହାର ସେ କରନ୍ତି ଉପରେ

ପଡ଼ନ୍ତି ବେନିଖଣ୍ଡ ହୋଇ ବହଇ ରୋଧିରେ ।୬୨।

ୟେକ ପ୍ରହାରେକ ଦଶ ବିଂଶ ରହି

ମଦିରା ରସଭୋଳ ବୀରେ ନ ଘୁଞ୍ଚନ୍ତି କେହି ।୬୩।

ନାଚନ୍ତି ରଣରଙ୍ଗେ ବାବନ୍ତି ସିଂଘାନାଦ

କଢା ମର୍ଦ୍ଦଳ ଘୁମୁରା ଢୋଲ ବଜାନ୍ତି ମତୁଆଳ ବାଦ୍ୟ ।୬୪।

ଜୟେ ବିଜୟେ ବିନ୍ଧନ୍ତି ଥାଠଂକୁ ଶସ୍ରଘାତେ

ଭାଂଜିଲେକ ଥାଠ ଯେ ବେନି ଯୋଜନ ପରିଯନ୍ତେ ।୬୫।

ରୋଧିର କର୍ଦ୍ଦନ ଯେ ହୋଇଲା ମହୀଆଳୀ

ପଳାବନ୍ତି ସଇନି ହୋଇଣ ଅନେକ ବିକଳି ।୬୬।

ଦନ୍ତେଣ ତିରଣ କେହୁ ମୁଖେଣ ଅଙ୍ଗୁଷ୍ଠି

ରଥ ଗଜ ଅଶ୍ୱ ତେଜି କେହୁ ଚରଣରେ ଲୋଟି ।୬୭।

ଭଗ୍ନବଳ ଦେଖି ଡ଼ାକ ଦିଲେ ଫାଲଗୁନି

ରହ ରହ ଆମ୍ଭର ବଳ ନ ମାରରେ ନିସତ ସଇନି ।୬୮।

ପୟେଡ଼ ଥାଠକୁ ହୋ ମାରିତ ନ ଯୋଗାଇ

ଛତ୍ରୀବୃତ୍ତ ଅକାରଣ ଧର୍ମ ନାଶଯାଇ ।୬୯।

ରହିଲେ ସଇନି ସେ ପ୍ରତଗ୍ୟାଂ ବଳମୃତ୍ତି

ଯମୁନାପୁର ଥାଠ ପାଇଲେ ଅନେକ ଶାସ୍ତି ।୭୦।

ମନ୍ଦାର ପୁଷ୍ୟ ପ୍ରାୟେ ବିକାଶଇ ସର୍ବଅଙ୍ଗ

ଅବସ୍ଥାଧାରୀ ହୋଇ ମିଳିଲେ ମାହେଶ୍ୱର ରାଜା ଆଗ ।୭୧।

ସ୍ୱାମୀ ରଣଭଙ୍ଗ ହୋଇଲା ଆମ୍ଭେ ପାଇଲୁ ଅନେକ ଶାସ୍ତି

ସଞ୍ଚୟେ ଅମରପୁର ତେଜି କି ବିଜୟେ ସୁରପତି ।୭୨।

ମାନବ ରାଜା ହୋଇ କେ ୟେଡ଼େ କଟାଳ କରିବାକୁ

ୟେ ମହୀ ମଣ୍ଡଳେ କେ ଭାର୍ଜନ ଅଛଇ ଦେବ ତାକୁ ।୭୩।

ସ୍ୱାମୀ ଅନେକ ପ୍ରତଗ୍ୟାଂ ସେ କ୍ଷତ୍ରିୟ ମହାବଳା

ରାଜ୍ୟ ଛାଡ଼ି ୟେଥୁଂ ବହନ ହୋଇ ପଳା ।୭୪।

ସଂସାର ରକ୍ଷା ହେବ ଆମ୍ଭର ଅଛି ବୁଦ୍ଧି

ଶରଣ ପଶିଲେ ଦେବ ସର୍ବକାର୍ଯ୍ୟ ସିଦ୍ଧି ।୭୫।

ଶୂରବନ୍ତ ସୁନ୍ଦର ସେ ଦୟାସାଗର ମହାରଥୀ

ଶରଣ ବୋଇଲେ ସେ କଟାଳ କରନ୍ତି ।୭୬।

ସୁରେଶ୍ୱର ବୋଲିଣ ଯେ ୟେକଇଂ ପୁରୋହିତ

ଧଉମ୍ୟ ପୁରୋହିତଂକର ସେ ଅଟଇ ନିଜ ସୁତ ।୭୭।

ସେ ପୁରୋହିତେ ଅଛନ୍ତି ଯେ ଅର୍ଜୁନଂକର ତୁଲେ

ଛାମୁରେ ଉଭା ହୋଇ ବାରତା ପଚାରିଲେ ।୭୮।

ଆହୋ ଅର୍ଜୁନ ଆମ୍ଭେ ଯିବୁ କି ମାହେଶ୍ୱର ରାଜାର ତହିଂକି

ସମାଧାନ କରି ଆଣି ପାରିବା କି ଦେଖି ।୭୯।

ଅର୍ଜୁନ ତୁନି ହୋଇଲେ କୃଷ୍ଣ ଅନୁମତେ

ଯମୁନାପୁରେ ପ୍ରବେଶ ହୋଇଲେ ସୁରେଶ୍ୱର ପୁରୋହିତେ ।୮୦।

ଦିବ୍ୟ ସୁଖାସନେ ଚଢି ପାଟଛତ୍ର ବେନି

ଛାମୁରେ ଫୁରଇ ତାର ଶତେକ ଶଙ୍ଖଧୁନି ।୮୧।

ଦଣ୍ଡ ଘେନି ମାହେଶ୍ୱର ନୃପତି ଆସୁଅଛି ପଲାଣି

ପ୍ରୋହିତେ ବୋଇଲେ ତୁ ୟେଡ଼େକ ଅଗ୍ୟାନ ହେଲୁ ନୃପମଣି ।୮୨।

ମୁନେହିଂ ବାରତା କି ନ କହିଲା ତୁକୁ

ଅନମିତେ ଦଣ୍ଡ ତୁ ବାହୁଛୁ କାହାକୁ ।୮୩।

ନ ଜାଣୁ କି ରାଧାଚକ୍ର ପଞ୍ଚାଳ ଦେଶେ ବିନ୍ଧି

ଲକ୍ଷେ ରାଜାଂକର ସେ ସାଂଗ୍ରାମେ ମାନ ଯେ ମରଦି ।୮୪।

ଆହୋ ମାହେଶ୍ୱର ହସ୍ତିନା ଠାକୁର ଯେ ଅଟନ୍ତି ଯୁଝେଷ୍ଠି

ଭୀମସେନର ଅନୁଜ ୟେ ପାଣ୍ଡବ କିରୀଟୀ ।୮୫।

ନ ଜାଣୁ କି ଖାଣ୍ଡବ ବନ ଦହିଲା ଗଗନେ

ଅନେକ ସମରେ ଯାହାକୁ ହାରିଲେ ମଘବାନେ ।୮୬।

ନ ଜାଣୁ କି ଅଗ୍ନି ଦେବତାକୁ ସେ ଦିଲାକ ମଉଷଧି

ବଶ୍ୟାନର ଦେବତାଂକର ପାରଗଲା ଲୁଦୁବୁଦୁ ବ୍ୟାଧି ।୮୭।

ସେହି ଅର୍ଜୁନ ୟେହିଟି ବାସବି ଫାଲଗୁନି

ଆହୋ ୟେକାଶରେ ଜିଣି ପାରଇଟି ସେହୁ ପୁର ତିନି ।୮୮।

ନ ଜାଣୁ କି ଦ୍ୱାରିକାରେ ପଶି ସେ ହରିଲେ ସୁଭଦ୍ରେ

ଅନେକ ସମରେ ଯାକୁ ହାରିଲେ ରାମଚନ୍ଦ୍ରେ ।୮୯।

ନ ଜାଣୁକି ଉତ୍ତର ଦିଗକୁ ଆସିଛନ୍ତି ସାଧି

ଅଗ୍ୟାନ ପଣେ କିଂପେ ତାହାଂକ ତୁଲେ ବାଦୀ ।୯୦।

ନ ଜାଣୁ କି ଅର୍ଜୁନ କଇଚ୍ଛା ଜଗଜ୍ଜେଠୀ

ପରଦୁଖେ କାତର ସେ ଶରଣ ପଞ୍ଜର ବାନାଗୋଟି ।୯୧।

ଆହୋ ମାହେଶ୍ୱର ଚାଲ ପୁତ୍ର ଭାରିଯାନ୍ତ ଘେନିଯିବା

ରାଜ୍ୟ ରକ୍ଷାହୋଉ ତୋତେ ଦ୍ରଶନ କରାଇବା ।୯୨।

ଦୃଭାର ହୋଇଲେ ସେହୁ ଅଟଇ ଦର୍ପଗଞ୍ଜା

ଦୁଖୀଜନ ସୋଦର ସେ କଉଣୋପ ବଳ ଗଞ୍ଜା ।୯୩।

ପ୍ରୋହିତଂକ ମୁଖୁଂ ୟେସନେକ ବାକ୍ୟ ଶୁଣି

ହାଥୀ ଉପରୁ ରାଜା ପଡ଼ିଲା ବଜ୍ରଘାତ ଜାଣି ।୯୪।

ଗୋସାଇଂ ଆଦ୍ୟରୁ ମୁଂ ବାରତା ନ ପାଇଲି ୟେହା

ଅଗ୍ୟାନ ମନ୍ଦପଣେ ମୁଂ ହୋଇଲି ଦୋରେହା ।୯୫।

ଅକାରଣେ ନାଶକଲି ମୋହୋର ଅନେକ ସଇନି

ନ ପୁଣ ପ୍ରାଣେ ମୋତେ ନାଶ କରନ୍ତି ଫାଲଗୁନି ।୯୬।

ପ୍ରୋହିତେ ବୋଇଲେ ରାଜା ତୁ ନୋହୋସି ଅସାଷ୍ଟମ

ଅନେକ ଦୟା ତୋତେ କରିବେ ସେ ପୁରୁଷ ଉତ୍ତମ ।୯୭।

ଆପଣେ ରାଜାର ହାଥ ଧରି ସୁରେଶ୍ୱର ପ୍ରୋହିତେ

ତୁଲେଣ ଆଣ ରାଜା ପୁତ୍ର ବଧୂଗଣ ଯେତେ ।୯୮।

ଦୁତୀ ନାରାୟଣଂକର ବର୍ଣ୍ଣ ଚିହ୍ନ ଦେଖି

ଦୁର୍ଗତି ପାତକମାନ ତୋର ଯାଉ ତ ଉପେକ୍ଷି ।୯୯।

ମାହେଶ୍ୱର ରାଜା ତୁଲେ ଘେନିଣ ପୁତ୍ର ଭାର୍ଯ୍ୟା

ଅନେକ ସମ୍ଭର୍ବେ କଟକୁ ବାହାର ହୋଇଲା ମହାରାଜା ।୧୦୦।

ଲକ୍ଷେ ତୁରଙ୍ଗମ ସଙ୍ଗତେ ଘେନି ପ୍ରତାପୀ ମହାତେଜୀ

ଚଉରାଶୀ ଲକ୍ଷଣ ଯେ ଅଟନ୍ତି ମହାବାଜୀ ।୧୦୧।

ଦରଶନିକ ଘେନି ସେ ଶତେଭାର ଗଜ ମୁକୁତା

ଚଉସରା ଝରା ଅଷ୍ଟରତ୍ନେ ଅଗଣିତା ।୧୦୨।

ଅଷ୍ଟ ଉତ୍ତର ତୁଲେ ଚାରିଶତ ଭାରିଯା

ଶତେକ କୁମାରୀ ତାର ତିନିଶତ ଆତ୍ମଜା ।୧୦୩।

ସବୁକଂରି କରେ ଅଛି ଆଲଟ ଚାମର

ସମସ୍ତେହେଂ ଫୁକାରନ୍ତି ସ୍ୱାମୀ ଧନୁର୍ଜୟେ ପ୍ରତିକାର କର ।୧୦୪।

ଅର୍ଜୁନର ଆସ୍ତାନ ଦିଶଲାକ ଯେତେ ଦୂରୁଂ

ଶରୀର ତ୍ରିପଣ୍ଡ ରାଜା ନିଉଛାଳି କରୁଂ କରୁଂ ।୧୦୫।

ସନ୍ନିଧ୍ୟେ ଆସିଣ ରାଜା ଶତେ ସହସ୍ର ଦଣ୍ଡ ପରିଣାମି

ଭଗତଜନ ବତ୍ସଳ ନାଥ ମୋତେ ପ୍ରାଣଦାନ ଦେବା ସ୍ୱାମୀ ।୧୦୬।

ଛାମୁରେ ବାରତା ଯାଇଂ ଜଣାଇଲେ ପୁରୋହିତେ

ଅଗ୍ୟାନେ ଦୋଷକାଲା ରାଜା ନ ପାଇ ବାରତେ ।୧୦୭।

ଆଗ୍ୟାଂ ପାଇଲେ ସେ ଉଠିବ ନା ମହାରାୟେ

ଶୁଣିଣ ଦ୍ରହସିତ ହୋଇଲେ ବୀର ଧନୁର୍ଜୟେ ।୧୦୮।

ପ୍ରୋହିତେ ବୋଇଲେ ଉଠ ହୋ ଯମୁନାପୁର ଅଧିକାରୀ

ଦୟା ଅନୁଗ୍ରହ କଲେ ତୋତେ ଗାଣ୍ଡିମ ଧନୁର୍ଦ୍ଧାରୀ ।୧୦୯।

ଉଠିଣ ପୁଣ ପୁଣ ରାୟେ କରଇ ପ୍ରଣପତ୍ୟେ

ପୁତ୍ର ବନ୍ଧୁ ଭରିଯା ତା କୁଟୁମ୍ବ ସହିତେ ।୧୧୦।

ଅର୍ଜୁନ ବୋଇଲା ଆହୋ ତୋର କିସ ଦୋଷ

ଅଗ୍ୟାନେ ତୋହୋର ଯେ ସଇନି କରାଇଲୁ ନାଶ ।୧୧୧।

ଅନୁଗ୍ରହ ନାଥ ଯେ କଲେକ ସଦୟେ

ଶ୍ରୀଭୁଜେ କୋଳାଗ୍ରତ କଲେ ତାକୁ ପାଣ୍ଡବ ଧନୁର୍ଜୟେ ।୧୧୨।

ତୁ ମୋର ବାନ୍ଧବ ଯେ ହୋଇଲୁ ଆଜହୁଂ

ଶରୀର ଆମୋଦ ହୋଇଲା ତୋହୋର କଥା କହୁଂ କହୁଂ ।୧୧୩।

ସମଦଣ୍ଡ ତୋହୋର ଘେନି ମହାରାଜା

ବାରୁଣାବନ୍ତକଇଂ ତୁ ବହନ ହୋଇ ଯାଆ ଯା ।୧୧୪।

ୟେ ଅଶ୍ୱ ଧନମାନ ନେଇ ଦେବୁଟି ଶ୍ରୀ ଜଗନ୍ନାଥଂକ ଗୋଚରେ

ଦରଶନି ଧନମାନ ନେଇ ପ୍ରବେଶ କରାଇବୁ ଭଣ୍ଡାରେ ।୧୧୫।

ପାରିଦଣ୍ଡ ଆଦିକରି ଯେତେକ ତୋହୋର ସଇନି

ମହାଯାଗ ଦେଖାଯାଇଂ କୁଟୁମ୍ବଯାକ ଘେନି ।୧୧୬।

ସ୍ୱାମୀ ଦରଶନେ ଦୁଷ୍କୃତ ତୋର ଯାଉ କ୍ଷୟେ

ଜଗତଜିତା ହୋଇବୁ ଯମଦଣ୍ଡକଇଂ ହୋଇବୁ ନିର୍ଭୟେ ।୧୧୭।

ୟେ ମୋହୋର ଦେଖନ୍ତେ ତୋହୋର ଥାଠ ପଲାଣି

ଶୁଭ ଅନକୂଳେ ବାହାର ହୁଅସି ୟେହିକ୍ଷଣି ।୧୧୮।

 

ଅର୍ଜୁନର ଆଗ୍ୟାଂ ସେ ନିବେଶିତ ଶିରେ

ଯମୁନାପୁର ତେଜି ରାଜା ହୋଇଲା ବାହାରେ ।୧୧୯-୪୫୧୦।

 

ଅର୍ଜୁନଙ୍କର ବରୁଣ , ଜଳନ୍ଧର , ବ୍ୟୋମକେଶ ରାଜାଙ୍କୁ ନିମନ୍ତ୍ରଣ ଓ ମନ୍ମଥ ରାଜାଙ୍କ ସହ ଯୁଦ୍ଧ ଏବଂ ଜୟ

ତହୁଂଣ ଥାଠ ସନ୍ୟ ଘେନି ଧନୁର୍ଜୟେ

ଚଳଇ ବାସବି ଯେ ଦେବ ଇନ୍ଦ୍ର ପ୍ରାୟେ ।୧।

ଯମୁନାପୁର ଅନ୍ତରେ ଉଡ଼ଙ୍ଗ ନାମେ ଭୂମି

ତହିଂ ଯାଇଂ ପ୍ରବେଶ କ୍ଷତ୍ରିୟ ଉତ୍ତମି ।୨।

ଯମୁନାପୁର ଭଗ ପାଇଣ ବାରତ

ଉଡ଼ଙ୍ଗ ଦେଶ ରାଜା ସାଜିଲା ଅଶ୍ୱ ଗଜ ରଥ ।୩।

ସେ ଉଡ଼ଙ୍ଗ ଦେଶର ରାଜା ଅଟଇ ବରୁଣ

ତୁଲେ ଘେନି ଅଛଇ ଚାରିଶତ ପାରିଦଣ୍ଡ ରାଜାଗଣ ।୪।

ଦେଶାଉରେ ବାରତା କରୁଛନ୍ତି ଘନ ଘନ ।

ଅନୁସର ପର୍ବତେ ଦେବ ବିଜୟେ ଅରଜୁନ ।୫।

ଯମୁନା ଦେଶ ଜିଣି ଉଡ଼ଙ୍ଗ ଦେଶେ ପ୍ରବେଶ

ସମଦଣ୍ଡ ଘେନି ରାଜା ବାହାର ଅନେକ ହରଷ ।୬।

ଅନେକ ଉଦଣ୍ଡ ଯେ ପାଟଛତ୍ରମାନ

ଛାମୁକୁ ଆଣିଲା ପାଣିଦ୍ରବ୍ୟ ଶତେଭାର ଧନ ।୭।

ଚାରଗଣେ ବାରତା ଯେ କହିଲେ ଅର୍ଜୁନକୁ

ସ୍ୱାମୀ ଉଡ଼ଙ୍ଗ ଦେଶର ରାଜା ଆସୁଅଛଇଂ ଛାମୁକୁ ।୮।

ତିନିକୋଶ ଥାଉଣୁଂ ବାହାନ ତେଜିଣ ରାୟେ

ଦଶନହ ମୁଖେ ଭରିଣ ସେ ଶରଣ ଜନ ପ୍ରାୟେ ।୯।

ଅର୍ଜୁନ ବସିଛନ୍ତି ଚନ୍ଦନ ବୃକ୍ଷର ତଳେ

ସାନିଧ୍ୟେଣ ନିଉଛାଳି କଲେ ଯେ ମହୀପାଳେ ।୧୦।

ଅନେକ ଝୀନବାସ ଦେବାଙ୍ଗ ପତନୀ

ନିଉଛାଳି କଲା ରାଜା ଅନେକ ବସ୍ର ଘେନି ।୧୧।

ସନିଧ୍ୟେ ପ୍ରଣପତ୍ୟ ହୋଇଲା ମହାବୀର

ଜୟ ତୁ ପ୍ରସନ୍ନ ଦେବ ସୋହୋଡ଼ ସୁନ୍ଦର ।୧୨।

ତୁ ଦେବ ଯୋଗେଶ୍ୱର ପ୍ରସନ୍ନ ପରମ ବନ୍ଧୁ

ତୁ ଦେବ ଶରଣ ଉଦ୍ଧାରଣ ଜଗତେ ସାଧୁ ସାଧୁ ।୧୩।

ତୁ ଦେବ ବାସବି , ପ୍ରସନ୍ନ ଦୂତୀ ନାରାୟଣ

ତବ ଚରଣେ ସ୍ୱାମୀ ମୁଂ ଜନ୍ମେ ଜନ୍ମେ ଶରଣ ।୧୪।

ଦେଖିଣ ଦ୍ରହସିତ ହୋଇଲେ ଫାଲଗୁନି

ତ୍ରାହି ତ୍ରାହି ବୋଲି ପ୍ରଣପତ୍ୟ ହୋଇଲେ ସଇନି ।୧୫।

ଦେଖିଣ ସାନନ୍ଦ ଯେ ହୋଇଲେ ବାସବର ବଳା

ଉଡ଼ଙ୍ଗ ନୃପତିର କଣ୍ଠେ ନେଇ ଲମ୍ବାଇଲେ ରତ୍ନମାଳା ।୧୬।

ଆହୋ ବରୁଣସେନ ରାଜା ତୁ ବିବେକୀ ଭାଗ୍ୟବନ୍ତ ଅଟୁ

ପଣ୍ଡିତ ଭିଗ୍ୟଂବନ୍ତପଣେ ଚରଣେ ଆମ୍ଭର ଖଟୁ ।୧୭।

ଶ୍ରୀହସ୍ତେ ଅର୍ଜୁନ ତାହାକୁ ଦିଲେ ଯୋଗାଡ଼ ନିମନ୍ତ୍ରଣ

ରାଜୁସି ଯାଗ ସଭାକୁ ତୁ ଯାଅ ଯା ୟେହିକ୍ଷଣ ।୧୮।

ବରୁଣସେନ ବୋଇଲା ସ୍ୱାମୀ ଅନେକ ମୋର ଭାଗ୍ୟ

ଆଗ୍ୟାଂ ପ୍ରମାଣେ ମୁଂ ୟେହିକ୍ଷଣି ଯିବି ବେଗ ।୧୯।

ସମଦଣ୍ଡ ଘେନି ରାଜା ହୋଇଲା ବାହାର

ତହୁଂ ଅର୍ଜୁନ ଦିଗବିଜେ କଲେକ ଉତ୍ତର ।୨୦।

ବୀରଦେଶ ବୋଲିଣ ଯେ ୟେକ ରାଜ୍ୟ ଗୋଟିୟେ

ତହିଂ ଯାଇଂ ବିଜୟେ କଲାକ ଧନୁର୍ଜୟେ ।୨୧।

ବିଛାମାସ ଶୁକ୍ଳପକ୍ଷ ଦୁତୀୟାର ତିଥି

ଆଦିତ୍ୟବାର ମୂଳା ନକ୍ଷତ୍ର ସୁଧାବେଳା ଶାନ୍ତି ।୨୨।

ବାଳବ ନାମେ କରଣ ଗଣ୍ଡ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ହୋଇଛି ତିନିଦିନ ଭୋଗ ।୨୩।

ଅର୍ଜୁନ ବିଜେକଲେ ଗଣ୍ଡୁକୀ ନଦୀ ତୀରେ

ବଇଡୁର୍ଯ୍ୟ ନାମେଣ ୟେକ ପର୍ବତ ଉପରେ ।୨୪।

ସୁରେଶ୍ୱର ପୁରୋହିତେ ଯେ କହିଲେ ବାରତ

ବାବୁ ଗଣ୍ଡୁକୀ ନଦୀ ୟେ ଚାରିଯୁଗେ ମହାତୀର୍ଥ ।୨୫।

ଆକାଶ ଗଙ୍ଗାଉ ୟେ ବହଇ ମେରୁ ଯେ ମେଖଳି

ପିତାମହ ସ୍ରାହାନ ୟେଥେଂ କରନ୍ତି ତିନିଓଳି ।୨୬।

ତ୍ରିକାଳ ସଂଧ୍ୟା ୟେଥେଂ କରନ୍ତି ବେଦବରେ

ଉଦେକ ଗଣ୍ଡୂଷ କରନ୍ତି ୟେ ନଦୀର ଭିତରେ ।୨୭।

ବ୍ରହ୍ମାର ଗଣ୍ଡୂଷ ୟେ ଅଟଇ ଉଦକୀ

ତେଣୁକରି ୟେହାର ନାମ ଅଟଇ ଗଣ୍ଡୂକୀ ।୨୮।

ବ୍ରହ୍ମା କର୍ଣ୍ଣରୁ କାଢି ପକାଇଲେ କର୍ଣ୍ଣକୂଟ ମଳି

ସେ କର୍ଣ୍ଣକୂଟ ପର୍ବତୁଂ ୟେ ଗଙ୍ଗା ଆସଇ ଚଳି ।୨୯।

ବଜ୍ରକୀଟ ପୋକ ଥାଇ ପର୍ବତ ଉପରେ

ସେ ପୋକର ଶରୀର ଦିଶଇ ବଇଡୁର୍ଯ୍ୟ ଆକାରେ ।୩୦।

ନୀଳାର ତେଜ ପ୍ରାୟେକ ଦିଶଇ ରୋମାବଳୀ

ଚଉଦ ନୟନ ତାର ମାଣିକ୍ୟର ତେଜ ଝଳି ।୩୧।

ହୀରାର ତେଜ ପ୍ରାୟେ ବିକାଶଇ ବେନିଦନ୍ତ ପାଟି

ମର୍କତ ତେଜ ପରାୟେ ତାହାର ପାଦ ଚାରିଗୋଟି ।୩୨।

ଶୁଦ୍ଧ ସଷ୍ଟିକ ପ୍ରାୟେ ଯେ ବିରାଜଇ ଚାରିଭୁଜ

ଅମୋହ ମଣି ପ୍ରାୟେକ ତାହାର ନଖ ଯେ ବିରାଜ ।୩୩।

କାଳାନଳ ଅଗ୍ନି ଜାଣି ତା ଜିଭ ପ୍ରକାଶି

ମନୁକଳ୍ପ ବଞ୍ଚାଇଲା ସେ ୟେହି ପରବତେ ବସି ।୩୪।

ମହା ବ୍ରହ୍ମଯୋଗୀ ସେହୁ ବଜ୍ରକୀଟ ପୋକ

ସହସ୍ରେ ବରଷ କାଟଇ ଶିଳା ଗୋଟିୟେକ ।୩୫।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ମୂରତି

ୟେହାନ୍ତ ଆଦିକରି ଅନନ୍ତ କୋଟି ଜ୍ୟୋତି କାନ୍ତି ।୩୬।

ଆକାଶ ଭାଗିନୀ ମେରୁ ଯେ ମେଖଳା

ୟେଥୁଂ ସେ ସମ୍ଭୁତ ହୁଅଇ ଶାଳଗ୍ରାମ ଶିଳା ।୩୭।

ପ୍ରୋହିତଂକ ବଚନେ ସାନନ୍ଦ ଧନୁର୍ଜୟେ

ସେ ଗାଣ୍ଡୁକୀ ନଦୀରେ ପଶି ପାଥ ସ୍ରାନ ବେଗେ କୟେ ।୩୮।

ପ୍ରାତସ୍ରାନ ଆହାନିକ ସନ୍ଧା ଦେବାର୍ଚ୍ଚନ ସାରି

ମୁଣୋହି ଯୋଗାଡ଼ କର ବୋଲି ସୂପକାରମାନନ୍ତ ଆଗ୍ୟାଂ
ଅବଧାରୀ ।୩୯।

ପାଥର ବଚନେ ସେ ସମସ୍ତ ଦ୍ୱିଜବରେ

କରନ୍ତି ବିଧାନ ଯେ ରାନ୍ଧଣା ଯୋଗାଡ଼େ ।୪୦।

ଆହୋ ରାଜନ ୟେମନ୍ତ ସମୟେ ତହିଂ ସେ ବୀରଦେଶର ରାଜା

ଲୋକେଶ୍ୱର ଜଳନ୍ଧର କଲା ଆସି ଅର୍ଜୁନକଇଂ ପାଦପୂଜା ।୪୧।

ମାଥେଣ ଜଟା ତାର ଆଉ ତାମ୍ରମୁଦ୍ରା କର୍ଣ୍ଣେ

କଷା ବସନ ପରିହରଣ ଯେ ତପୋଧନ ରୁଦ୍ର ଚିହ୍ନେ ।୪୨।

ଲକ୍ଷେ ପରିମାଣେ ଯୋଦ୍ଧା ଚୋଖାର ତୁରଙ୍ଗମାନ ଆରୋହୀ

ଅର୍ଜୁନ ଛାମୁରେ ଉଭାହେଳେ ଅଶ୍ୱରୁ ଓହ୍ଲାଇ ।୪୩।

ବିରୁପାକ୍ଷକଇଂ ବୋଧିଲା ସେ ଅଟଇ ସର୍ବ ଯୋଗୀ

ଯୋଗବଳେ ରାଜ୍ୟ କରନ୍ତି କାଳାନ୍ତକ ରସଭୋଗୀ ।୪୪।

ପାର୍ଥକଇଂ ଦ୍ରଶନ କଲେ କର୍ଣ୍ଣକୂଟ ପରବତେ

ବିରୂପାକ୍ଷଂକର ସିଦ୍ଧ ବିଭୂତି କଲେ ତାମ୍ରପାତ୍ରେ ପାଥ ମାଥେ ।୪୫।

ବାବୁ ସାଧୁ ପାଣ୍ଡବ ତୁ ମଞ୍ଚପୁର କରୁ ରକ୍ଷା

ୟେ ଉତ୍ତର କୋଶଳେ ସର୍ବଥା ତୋର ରହିଲାକ କକ୍ଷା ।୪୬।

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣିମା ସର୍ବ ଗୁରୁ

ରାଜୁସି ଯାଗକୁ ଯାଅ ଯା ବାଞ୍ଛା ଆମ୍ଭର ପୁରୁ ।୪୭।

ଶ୍ରୀରାମ ମୁଦ୍ରା ଶିଳା ଲକ୍ଷ୍ମୀ ନାରାୟଣ ମୃତ୍ତି

ମହାଶିଳା ଅଟେ ରୁଦ୍ର ପିଙ୍ଗଳ ତା ଜ୍ୟୋତି ।୪୮।

ୟେମାନ ଘେନିଣ ସେ ପୁରୁଷ ସର୍ବ ଯୋଗୀ

ଆଗ୍ୟାଂ ପ୍ରମାଣେ ସେ ଚଳିଗଲେ ବେଗି ବେଗି ।୪୯।

ସେ ଗଣ୍ଡୁକୀ ନଦୀ ପଚ୍ଛିମ ତୀରେ ବିଭଙ୍ଗ ବୋଲି ଦେଶ

ତହିଂର ନୃପତି ନାମ ଅଟଇ ବ୍ୟୋମକେଶ ।୫୦।

ପାଞ୍ଚ କ୍ଷଉଣୀ ତାହାର ପାଦାନ୍ତି ସଇନି

ତିନିକୋଟି ରଥ ଯେ ଅଶ୍ୱ ଚାରିଖର୍ବ ଘେନି ।୫୧।

ତିନିଶତ ପାରିଦଣ୍ଡ ଘେନିଣ ସେ ନୃପତି

ଅର୍ଜୁନେ ଦ୍ରଶନ ଆସି କଲାକ ଭୂଅପତି ।୫୨।

ଚାରିଶତ ଭାର ଧନ ଘେନି ଦେଖା ଦରଶନି

ଶ୍ୱେତ ହାଥୀ ଚାରିଶତ ଶାର୍ଦ୍ଦୋଳ ସହସ୍ରେକ ଘେନି ।୫୩।

ୟେତେକ ଘେନି ଦ୍ରଶନ କଲା ବ୍ୟୋମକେଶ ନୃପତି

ଅନେକ ବିନୋୟୀ ରାଜା ବହୁତ ଭଗତି ।୫୪।

କରପତ୍ର ଯୋଡ଼ିଣ ଯୋ ବୋଲଇ ବ୍ୟୋମକେଶ

ସ୍ୱାମୀ ୟେହି ନଦୀ ତିରେଣ ମୋର ବିଭଙ୍ଗ ବୋଲି ଦେଶ ।୫୫।

ମୋହୋ ପୁରକୁ ସ୍ୱାମୀ ବିଜେକରି ଯିବା

ୟେହିକ୍ଷଣି ନଗ୍ରେ ଯାଇଂ ପ୍ରବେଶ ହୋଇବା ।୫୬।

ସ୍ୱାମୀ ଆଜକ ମାତ୍ର ମୋହ ପୁରେ ରହି

ରାଜ୍ୟ ମୋର ସୁଫଳ ହେଉ କରିବା ମୁଣୋହି ।୫୭।

ଅର୍ଜୁନ ବୋଇଲେ ସେ ବ୍ୟୋମକେଶର ବଚନେ

ପରଅନ୍ନ ଭୋଜଇ ମୋର ନାହିଂ ନଉଦିନେ ।୫୮।

ଆମ୍ଭେ ସେ ଅନ୍ନଦାନ ଦେବୁ ହୋ ଅପ୍ରମିତେ

ଆମ୍ଭେ ତୁମ୍ଭର ଅନ୍ନ ଭୁଂଜିଲେ ଧର୍ମ ରହିବ କେମନ୍ତେ ।୫୯।

ବାହୁଡ଼ି ହସ୍ତିନାୟେ ପ୍ରବେଶ ହୋଇବା ପରିଯନ୍ତେ

ପରଦେଶେ ଭୋଜନ ଆମ୍ଭର ନାହିଂ କଦାଚିତେ ।୬୦।

ଯେତେକ ନୃପତି ତୁମ୍ଭେ ଆମ୍ଭର ହିତକାରୀ

ହସ୍ତିନା ପୁରକୁ ବାଭିୟେ ଯାଅ ବିଜେକରି ।୬୧।

ଅକ୍ଷତ ଗୁଆ ତାକୁ ଦିଲେକ ଆଖଣ୍ଡଳି

ବ୍ୟୋମକେଶ ନୃପତି ସମଦଣ୍ଡ ଘେନି ଚଳି ।୬୨।

ଗଣ୍ଡୁକୀ ନଦୀ ତୀରେ ପାଥ ଆହାନିକ ସାରି

ଆପଣେ ସୂର୍ଯ୍ୟବେଳେ ମୁଣୋହିରେ ବିଜେକରି ।୬୩।

ଭୋଜନ ସାରିଣ କଲେକ ଆଂଚୋବନ

କର୍ପୂର ତାମ୍ବୋଳ ଆଦି କରନ୍ତି ଭୋଜନ ।୬୪।

ସଜାଉ ବୀରତୂର ବାଜିଲା ଶଙ୍ଖଧୁନି

ରଥେ ବିଜେକଲେ ଯାଇଂ ଶୁଭଲଗ୍ନ ଘେନି ।୬୫।

ସମଦଣ୍ଡ ସନ୍ୟ ଯେ ଥାଠନ୍ତି ଚଳାଇ

ଭୂପାଳ ଦେଶରେ ପ୍ରବେଶ ହୋଇଲେକ ଯାଇଂ ।୬୬।

ବାଜନ୍ତି ବିଜିଘୋଷ ଦେବବାଦ୍ୟ ଦୁନ୍ଦୁଭି

ଶବଦେ ଶୋଭାବନ ଯେ ଦିଶିଲା ପୃଥୀଦେବୀ ।୬୭।

ଭୋପାଳ ଦେଶର ରାଜା ମନୁମଥ ଚକ୍ରବ୍ରତୀ

ବଡ଼ାଇ ସମ୍ପଦ ରାଜ୍ୟ ତାର ଜଗତେ ବିଖ୍ୟାତ ।୬୮।

ବେଣୀଗଙ୍ଗା କୂଳେ ଯେ କଟକ ତାହାର

ବଇଲୋଚନ ପର୍ବତେ ବିଜେ ପାଣ୍ଡବ ସୁନ୍ଦର ।୬୯।

ସମଦଣ୍ଡ ଘେନି ରାଜ୍ୟ ବାହାର ମୃଗୟା ବିନୋଦେ

ବିହଡ଼ନ୍ତି ଯୋଦ୍ଧାୟେ ଯେ ପରମ ସାନନ୍ଦେ ।୭୦।

ଦୁନ୍ଦୁଭି ବାଦ୍ୟ ଶୁଣିଣ ପଚାରଇ ନୃପତି

କିସ ବାଦ୍ୟ ଶୁଭଇ ରେ ହେଳ ଘେନଇ ପୃଥୀ ।୭୧।

କରପତ୍ର ଯୋଡ଼ିଣ ସେ କହିଲେ ମୁନେହିଂ

ସ୍ୱାମୀ କେଉଂଣ ଦେଶର ରାଜା ୟେଟି ବଇଲୋଚନ
ପର୍ବତେ ଅଛି ରହି ।୭୨।

ରଥ ଗଜ ଅଶ୍ୱ ଦେବ ଅନେକ ପାଦାନ୍ତି

ଦଣ୍ଡଘେନି ଆସଇ ସେ ଉତ୍ତର ମୂରତି ।୭୩।

କେଉଂଣ ଦେଶର ପୟାଣ ଦେବ ନ ଜାଣୁଂ ଆମ୍ଭେ ତଥ୍ୟ

ସାରଥିକି ବୋଇଲା ଦେଖିବା ତାର ଛାମୁକୁ ବାହା ମୋର ରଥ ।୭୪।

କାହୁଂ ଆଗମ ସେ କାହିଂକି ଯିବି ଥାଠ

ନ ପୁଣ ବଳାତ୍କାରେ ପଶଇ ମୋର ରାଷ୍ଟ ।୭୫।

ରାଜାର ବଚନେ ସେ ରଥ ବାହଇ କଣୟ ସାରଥି

ଦକ୍ଷିଣକଇଂ ଚଳାଇଲା ମନୁରଥ ଚକ୍ରବ୍ରତୀ ।୭୬।

ବଇଲୋଚନ ପର୍ବତ ତଳେ ଯାଇଂ ହୋଇ

ମନୁମଥ ରାଜା ଶତେପୁର କରି ତାକୁ ବେଢିଲାକ ଯାଇଂ ।୭୭।

ପର୍ବତ ଉପରକୁ ସେ ବିନ୍ଧନ୍ତି ବାଣ ଘେନି

ଝଲକାନ୍ତି ତୀକ୍ଷମୁନା ଅଗ୍ନି ତେଜ ଜାଣି ।୭୮।

ତିମିର ବିଦାରଣ ଯେହ୍ନେ ବାଳଅର୍କ ମଣି

ପଡ଼ନ୍ତି ନାରାଜ ଯେ ବଜ୍ରସୂଚୀ ଜାଣି ।୭୯।

ଅର୍ଜୁନର ସଇନି ଯେ ଦେଖନ୍ତି ଗିରିବର ଉପରେ

ବିନ୍ଧିଲେ ନାରାଜ ଘେନି ପ୍ରତଗ୍ୟାଂ କୋପଭରେ ।୮୦।

ନାରାଜ ପଡ଼ନ୍ତେ ସେ ପର୍ବତ ଉପରୁ

ଝଲକନ୍ତି ଶହସ୍ରେ ଯୋଦ୍ଧାଂକର ପରେ ପଡୁଂ ।୮୧।

ସେହ୍ନା ଟୋପର ଯେ ବାହୁଟି ଜଗଦଳା

ଫୁଟିଣ ସେନାୟେ ଯେ ଦିଶତି ରଙ୍ଗମାଳା ।୮୨।

ଗଜଅଶ୍ୱ ଫୁଟନ୍ତି ନାରାଜ ବରଷନ୍ତେ

ରଥେ ଚୂର ହୋଉଛନ୍ତି ବଜ୍ରଶର ବିଘାତେ ।୮୩।

ଭାଜିଲେ ସଇନି ଯେ ବିମୋହିତ ହୋଇ

ପର୍ବତ ଉପରୁ ଜୟେ ବିଜୟେ ପଡ଼ିଲେକ ବେଗେ ଡେଇଂ ।୮୪।

ରଣେ କାତର ସେ ହୋଇଲେ ମନୁମଥ ରାଜାର ଥାଠ

ପଳାବନ୍ତି ସଇନି ଯେ ନ ପାବନ୍ତି ବାଟ ।୮୫।

ସମରେ ଅନିର୍ବାରଣ ସେ ପାଣ୍ଡବ ବଳ ଯୋଧୀ

ଅନେକ ନାରାଜ ସେ ପୂରୋଇଣ ବେଗେ ବିନ୍ଧି ।୮୬।

ରଣରଙ୍ଗ ଧନ୍ଦୋଳ ଯେ ବଢିଲା ସମର

ପଡ଼ନ୍ତେ ନାରାଜ ସେ ଗଗନ ଅନ୍ଧକାର ।୮୭।

ୟେକା ନାରାଜକେ ପାଞ୍ଚସାତ ବୀର ଫୁଟି

ନାଚନ୍ତି କବନ୍ଧେ ଯେ ଶୋଣିତ ହୋୟେ ବୃଷ୍ଟି ।୮୮।

ଦଣ୍ଡ ଭଗ୍ନ ଦେଖିଣ ସେ ମନୁମଥ ଚକ୍ରବ୍ରତୀ

ତୁଲେଣ ଘେନିଲା ତାହାର ମୁକୁଟ ବନ୍ଧା ଲକ୍ଷେକ ସେନାପତି ।୮୯।

ବୁଲାଇ କୋନ୍ତ ଯେ ମାରନ୍ତି ଅବିଚ୍ଚନ୍ନେ

ସମରେ ହାନ୍ଦୋଳ ସେ ହୋଇଲା ମହାରଣେ ।୯୦।

ଜୟେ ବିଜୟେ ଯେ ଉଠିଲେ ବେନିଗଦା ବୁଲାଇ

ପିଟିଲେ ଗଜଂକର ଉପରେ ନିଠାଇ ।୯୧।

ଅଭଙ୍ଗ ଯୋଦ୍ଧାୟେ ଯେ ପାଣ୍ଡବ ସଇନି

ପୁଣ ପ୍ରହାର କଲେ ବୀରେ ଅନେକ ଶହସ୍ର ଘେନି ।୯୨।

ଉଭୟ ବଳ ସାଂଗ୍ରାମ ଦେଖିଣ ଫାଲଗୁନି

ବାହିଲାକ ସାରଥି ରଥ ଅମରାଧି ଅଶ୍ୱଘେନି ।୯୩।

ଲକ୍ଷେକ ନାରାଜ ଯେ ପେଷିଲେ ଧନୁର୍ଜୟେ

ଲକ୍ଷେକ ଯୋଦ୍ଧାୟେ ସେ ପଡ଼ିଲେ ଶସ୍ରଘାୟେ ।୯୪।

ରାଜାର ଦେଖନ୍ତେ ସେ ପଡ଼ିଲେ ଅନେକ ଦଣ୍ଡ

ନାଚନ୍ତି କବନ୍ଧେ ଯେ ଛିଣ୍ଡିକରି ମୁଣ୍ଡ ।୯୫।

ସେନାଂକର ପଡ଼ନ୍ତେ ଯେ ଦେଖିଲା ମନୁମଥ

ସାରଥିକି ବୋଇଲା ବେଗେ ବାହା ମୋହୋର ରଥ ।୯୬।

ବିଜୟ ସାରଥି ରଥ ବାହିଲା ବେଗକରି

ଅର୍ଜୁନ ଛାମୁରେ ଯାଇଂ ରାଜା ଚାପ ଧରି ।୯୭।

ବୋଇଲା ରେ ଶୁଣ ତୁହି କେଉଂଣ ଦେଶର ରଥୀ

ଅଦୋଷେ କିମ୍ପାଇଂ ତୁ ମୋହୋର ଥାଠ ମନ୍ଥି ।୯୮।

କେଉଂଣ ଦେଶର ରାଜା ତୁ କେଉଂଣ ଦେଶର ସେନା

ପରସୀମାରେ ପଶି ତୁ କିଂପା ଦେଖାଉ ଅପାର ଗାରିମା ।୯୯।

ପ୍ରାଣୀନ୍ତ ନାଶ ଯେ କରନ୍ତି ବିନା ଦୋଷେ

ଅନେକ ଶାସ୍ତି ପାବନ୍ତି ସେ ସଞ୍ଜିବନୀ ଆକାଶେ ।୧୦୦।

ବହୁତ ସମ୍ବୋଧନ କଲାକ ସେ ମନୁମଥ ନୃପତି

ରଥେ ଥାଇଂ କହିଲେ ପାର୍ଥିବ ମହାରଥୀ ।୧୦୧।

ଆହୋ ମନୁମଥ ମୁହିଂ ଗାଣ୍ଡିମ ଦୀକ୍ଷାଗୁରୁ

ରାଜୁସି ଯାଗ ଅର୍ଥେ ଆମ୍ଭେ ଦିଗବିଜୟେ କରୁଂ ।୧୦୨।

ଯୁଝେଷ୍ଠି ଦେବ କରିବେ ରାଜୁସି ଯାଗ ସଭା

ସମସ୍ତ ରାଜା କରିବେ ତାଂକ ପାଜପୂଜା ।୧୦୩।

ବୋଲଇ ମନୁମଥ ମୁଂ ଅନେକ ଦ୍ରୋହକଲି

ଅଗ୍ୟାନ ପଣେ କରି ଅନେକ ପ୍ରମାଦ ଚିନ୍ତିଲି ।୧୦୪।

ମୁହିଂ ପାମର ମନ୍ଦ ନ ଜାଣି କଲାଇଂ ଯେ ଦ୍ରୋହ

ପ୍ରସନ୍ନେ ନାରାୟଣ ସ୍ୱାମୀ ତୁ ଉଦ୍ଧର ସନ୍ଦେହ ।୧୦୫।

ଅନେକ କାର୍ପୁଣ୍ୟେ ଯହୁଂ କହିଲା ରାଜେଶ୍ୱର

ପାର୍ଥ ବୋଇଲେ ଆହୋ ରାଜା ଭୟ ତୁ ନ କର ।୧୦୬।

ଅଗ୍ୟାନ ପ୍ରାଣୀନ୍ତ ହୋ କୋପ ଯେ ନ କରି

ଅଗ୍ୟାନ ପ୍ରାଣୀନ୍ତ ଦ୍ରୋହ କଲେ ବ୍ରହ୍ମହତ୍ୟା ଦୋଷ ସରି ।୧୦୭।

ଛାଡ଼ ରାଜା ମନୁଂ ଭ୍ରାନ୍ତି ବୋଇଲେ ସର୍ବସାଚୀ

ଆହୋ ମହାରାଜା ତୋହୋର ଦୋଷ ନାହିଂ କିଛି ।୧୦୮।

ଆପଣେ ଚନ୍ଦନ ଯେ ଘେନିଲେ ଶ୍ରୀହସ୍ତେ

ସର୍ବାଙ୍ଗେ ଲେପନ କଲେ ମନୁମଥ ରାଜାର ଗାତ୍ରେ ।୧୦୯।

କଣ୍ଠେଣ ଦିଲେ ନେଇ ନୀଳଉତ୍ପଳ ମାଳୀ

ୟେହିକ୍ଷଣି ଦଣ୍ଡଘେନି ରାଜା ବହନ ହୋଇଯାଅ ଚଳି ।୧୧୦।

ରାତ୍ର ଦିବସେ ବାଭିୟେ ନ ରହି ଦଣ୍ଡେ କାହିଂ

ଇନ୍ଦ୍ରପ୍ରଶସ୍ତ ରାଜ୍ୟକୁ ରାଜା ଯାଅ ଯା ବେଗହୋଇ ।୧୧୧।

ଶୁଭ ଅନକୂଳେ ରାଜା ଅର୍ଜୁନ ଆଗ୍ୟାଂ ଘେନି

ବାରୁଣାବନ୍ତକଇଂ ଦକ୍ଷିଣ ମୁଖ ହୋଇ ଚଳିଲେ ସଇନି ।୧୧୨-୪୬୨୨।

 

ବୈଲୋଚନ ସହିତ ଅର୍ଜୁନଙ୍କର ଯୁଦ୍ଧ ଓ ନିମନ୍ତ୍ରଣ

ଅର୍ଜୁନ ବିଜେକରି ଗଲେକ ତହୁଂ ପୁଣ

ଉଜାଣକାନ୍ତି ରାଜ୍ୟକୁ କରଇ ପୟାଣ ।୧।

ଉଜାଣ ନଗ୍ର ବସଇ ବଳାଙ୍ଗୀ ନଦୀ କୂଳେ

ବେନି ଯୋଜନ ଆୟତନ ସେ ନଗ୍ର ପରିମଳେ ।୨।

ବେନି ଯୋଜନ ଆୟତନ ସେ ଉଜାଣ ନଗ୍ର କାନ୍ତି

ସବୁକଂରି ସୁବର୍ଣ୍ଣର ଘର ସେ ନଗ୍ରେ ବସନ୍ତି ।୩।

ଯାହାର ଘରେ ହୋ ପୁରୁଷେ ଥାନ୍ତି ଯେତେ

ସଭିୟେଂ ଅଶ୍ୱ ଯୋଦ୍ଧା ସାଂଗ୍ରାମେ ବଳବନ୍ତେ ।୪।

ରଥ ଗଜ ପାଦାନ୍ତି ନାହିଂ ତାହାଂକର

ସମସ୍ତେ ମୁକୁଟବନ୍ଧା ଅଟନ୍ତି ଅତି ଧନୁର୍ଦ୍ଧର ।୫।

ନାରାଜେ ମାଛିର ଚକ୍ଷୁକୁ ପାରନ୍ତି ସେ ବିନ୍ଧି

ନାରାଜେ ପାରନ୍ତି ସେ ଅଚଳ ଗିରି ଭେଦୀ ।୬।

ୟେସନେକ ବଳବନ୍ତ ସେ ଅଟନ୍ତି ସର୍ବବୀରେ

ଶେଣାପଚ୍ଛୀ ପ୍ରାୟେକ ସେ ପଶନ୍ତି ସମରେ ।୭।

ଅଶ୍ୱ ପିଠିରେ ଥିଲେ କେ ଜିଣନ୍ତା ନାହିଂ ରଣେ

ସହସ୍ର ଶର ବିନ୍ଧି ପାରନ୍ତି ୟେକାଜଣେ ।୮।

କନେକଧାରା ପର୍ବତେ ସେ ବଳାଙ୍ଗୀ ନଦୀ କୂଳେ

ବରଷେକ ଦିନେ ସୁବର୍ଣ୍ଣ ବୃଷ୍ଟି ତହିଂ କରଇ ଆଖଣ୍ଡଳେ ।୯।

ସେ କନକଧାରା ପର୍ବତେ ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ର ସ୍ୱାମୀ

ବନବାସ କାଳେଣ ସେ ପର୍ବତେ ବଶ୍ରାମି ।୧୦।

ବଇଶାଖ ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାରେ

ପୁନର୍ବସୁ ନକ୍ଷତ୍ର ଭୋଗ ହୋୟେ ସେ ଦିନରେ ।୧୧।

ସେ ପର୍ବତ ଉପରେ ବସିଣ ଦେବୀ ସୀତା

ବାଲୁଂକା ଲିଙ୍ଗ ଗୋଟାୟେ ଯେ ଥାପିଲେ ଜନକ ଦୁହିତା ।୧୨।

କନକ ପୁଷ୍ୟ ଗୋଟିୟେ ଦିଲେ ସେ ଲିଙ୍ଗର ଉପରେ

ଅନେକ ତୁସ୍ତି କରି ମଣାଇଲେ ଦେବ ହରେ ।୧୩।

ଜାନକୀର ଭଗତେ ତହିଂ ବିଜୟେ ଧୁର୍ଜଟୀ

ସେ କନକେଶ୍ୱର ମହାଲିଙ୍ଗ ଲକ୍ଷେ ଯୋଜନ କଣ୍ଟି ।୧୪।

ଇନ୍ଦ୍ର ଦେବତାଂକୁ ବିନୟ ହୋଇଲେ ଗୋସାମଣୀ

ବରଷେକ ଦିନେକ କନକ ବୃଷ୍ଟି ୟେ ଲିଙ୍ଗ ଉପରେ କରିବ
ବଜ୍ରପାଣି ।୧୫।

ଜାନକୀର ବଚନ ପାଳି ସେ ଦେବ ମଘବା

ଅବଶ୍ୟ ବରଷେକ କଣୟ ବୃଷ୍ଚି ତହିଂ କରଇ ଇନ୍ଦ୍ର ଦେବା ।୧୬।

ସେ ବଳାଙ୍ଗୀ ନଦୀରେ ସ୍ରାନ କରିଣ ବୀର ପାଥେ

କନକେଶ୍ୱର ଲିଙ୍ଗ ଦେଖିଲେ କନକଧାରା ପରବତେ ।୧୭।

ଅର୍ଜୁନ ବିଜୟେ କରିଅଛନ୍ତି ପଉଷମାସ କୃଷ୍ଣ ଚଉଠୀର ଦିନ

ଅକର୍ବାର ନକ୍ଷତ୍ର ୟେ ପୁନର୍ବସୁ ମିଥୁନ ।୧୮।

ସେ ଦିନ ପ୍ରବେଶ ହୋଇଛି ଧନୁ ସଂକରାନ୍ତି

ଇନ୍ଦ୍ର ସେ ଦିନ କଣୟ ବୃଷ୍ଟି କଲେ ସୀତାଂକର କଥା ଚିନ୍ତି ।୧୯।

ସେ ରାଜ୍ୟର ଲୋକେ ଅଇଲେ ତହିଂକି କଣୟ ସାଉଂଟି

ଅର୍ଜୁନର ଭୟେ ସେ ପର୍ବତକୁ ନୁଆରିଲେ କେହି ଉଠି ।୨୦।

ସେ ରତ୍ନକୁ ରୁଣ୍ଡକଲେ ଅର୍ଜୁନର ସଇନି

ଚାରିଶତ ରଥେ ପୂରୋଇଲେ ବୀରେ ଆଣି ।୨୧।

କଣୟ ବୃଷ୍ଟି ବୋଲି ରାଜାକଂଇ କହିଲେ ମୁନେହିଂ

ବିଜେକଲେ ନୃପତି ବଇଲୋଚନ ଶାହି ।୨୨।

ରଥ ଗଜ ଅଶ୍ୱମାନ ପାଦାନ୍ତି ଗହନ

କଣୟଗିରି ପର୍ବତେ ବେଢିଲେ ବହନ ସନ୍ୟମାନ ।୨୩।

ଦେଖିଲେ ସେ ପରବତ ଉପରେ ଅଛି ଦଣ୍ଡ

ବାଦ୍ୟ ଘୋର ଶବଦେ କଂପଇ ବ୍ରହ୍ମାଣ୍ଡ ।୨୪।

ଇନ୍ଦ୍ର ଦେବତା ତହିଂ କରିଅଛଇ କଣୟ ବୃଷ୍ଟି

ବଇଲୋଚନ ଶାହିର ସନ୍ୟ ଯେ ପର୍ବତକୁ ନୁଆରିଲେ ଉଠି ।୨୫।

ହାକନ୍ତି ସଇନି ତୁମ୍ଭେ କେ କେଉଂଣ ଦେଶର ବୀର

ପର ପଦାର୍ଥ ହର ରେ କାହିଂର ଧନଚୋର ।୨୬।

ଆହୋ ଚଉର୍ଯ୍ୟ ମାର ବୋଲି ଧାଇଂଲେ ସର୍ବଯୋଧୀ

ଅବିଚ୍ଛନ୍ନେ ବାହାନ ଆରୋହୀ ବାଣ ବିନ୍ଧି ।୨୭।

ବାସବିର ସଇନି ଯେ ଅଟନ୍ତି ମୟେମତ୍ତା

ପ୍ରତଗ୍ୟାଂ ସାମରଥ ସେ ଅଭୟ ବଳବନ୍ତା ।୨୮।

ପର୍ବତେ ଥାଇଣ ସେ ନାରାଜ କଲେ ବୃଷ୍ଟି

ବଇଲୋଚନ ଶାହିର ସଇନି ଉପରେଣ ପଡ଼ି ଫୁଟି ।୨୯।

ଅଶ୍ୱଂକର ଉପରେ ଥିଲେ ଯେତେକ ଯୋଦ୍ଧାମାନେ

ସେହ୍ନା ଟୋପର ଫୁଟି ପଡ଼ିଲେ ଅବିଚ୍ଛନ୍ନେ ।୩୦।

ହାବୋଡ଼ା ନାରାଜ ଘାୟେ ପଡ଼ନ୍ତି ମହୀଲୋଟି

ପର୍ବତ ଉପରକୁ କେହି ନୁଆରିଲେ ଉଠି ।୩୧।

ଲାଂକିୟା କୁନ୍ତ ପରିଘ ଯାଠି ଯେ ମୂଷଳୀ

ପର୍ବତ ଉପରେ ଥାଇ ବିନ୍ଧନ୍ତି ସନ୍ୟ ଉପରେଣ ନିକିଳି ।୩୨।

ଅଶ୍ୱ ଯୋଦ୍ଧାମାନେ ଯେ ପଳାନ୍ତି ଅସମ୍ଭାଳେ

ୟେକର ଉପରେ ଆରେକ ପଡ଼ନ୍ତି ମହୀଆଳେ ।୩୩।

ସନ୍ୟଂକର ବିଛତ୍ର ଦେଖିଣ ମହୀପତ୍ୟେ

ଦଶଲକ୍ଷ ଯୋଦ୍ଧାଘେନି ଉଠିଲା ପର୍ବତେ ।୩୪।

ତିନି ଯୋଜନ ଆୟତନ ଯେ କଣୟ କୋଶ ଗିରି

ଦୁଇବଳ ଉଠି ହେଲେ ଉବୁରା ଉବୁରି ।୩୫।

ବିନ୍ଧନ୍ତି ନାରାଜ ଯେ ଗହନ ତୀଖମୁନା

କପଚ ମଣି କୁଣ୍ଡଳ ଯେ ଫୁଟନ୍ତି ବଜ୍ରସେହ୍ନା ।୩୬।

ପାଣ୍ଡବ ସଇନି ଯେ ହୋଇଲେ ଶରଘାତ

ଭାଂଜିଲେ ସଇନି ଯହୁଂ ଉଠିଲେ ବୀର ପାର୍ଥ ।୩୭।

ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରମା ପ୍ରକାଶି

ୟେକା ଫାଲଗୁନି ବିଦାରଣ କଲା ପଶି ।୩୮।

ଆପଣେ ନାରାଜ ବିନ୍ଧିଲେ କୋପକରି

ବାତଘାତେ ଯେହ୍ନେ ବୃନ୍ଦାହୁଳ ଫଳ ଝଡି ।୩୯।

ରଥୀକେ ଶତେ ନାରାଜ ଗଜ ଯୋଦ୍ଧାକେ ଅଶିଶର

ଅଶ୍ୱ ଯୋଦ୍ଧାକେ ପଞ୍ଚାଶ ପାଦାନ୍ତିକେ ପନ୍ଦର ।୪୦।

ମନଭେଦୀ ବୋଲିକରି ଯେବଣ ଶରଗୋଟି

ମନେ ଯେତେ ବୋଲି ତୋତେ ନାରାଜ ହୋୟେ ବୃଷ୍ଟି ।୪୧।

ୟେକା ଘାନ୍ତିକେ ଯେ ପଡ଼ିଲେ ଥାଠଗୋଟି

ବେନିଜୂଣ ପରିଯନ୍ତେ ମାଡ଼ି ପଡ଼ିଲେ ମହୀରେଣ ଲୋଟି ।୪୨।

ନବଲକ୍ଷ ରଥୀ ତାର ଅଶୀଲକ୍ଷେ ମାତାଙ୍ଗ

ସାତ କ୍ଷଉଣୀ ସନ୍ୟ ତେର ଖର୍ବ ତୁରଙ୍ଗ ।୪୩।

ବାସବିର ମହିଂମା ଦେଖ ହୋ ସମରେ

ଅର୍ଜୁନ ବାଣ ବିଘାତେ ଲୋଟିଲେ ସର୍ବବୀରେ ।୪୪।

ତେତିଶ ଯୋଦ୍ଧାର ତୁଲେ ଉବୁରିଲା ବଇଲୋଚନ ଶାହି

ଅର୍ଜୁନକୁ ବୋଇଲେ ହୋ ଆମ୍ଭନ୍ତ କର ତ୍ରାହି ।୪୫।

ଶରଣ ଦେଖିଣ ନାରାଜ ସଂହରିଲେ ଧନୁର୍ଜୟେ

ପଡ଼ିଛନ୍ତି ସମଦଣ୍ଡ କଦଳୀ ବନ ପ୍ରାୟେ ।୪୬।

ରଣେ ନିସତ ଯହୁଂ ହୋଇଲେ ବଇଲୋଚନ ବଳ

ବାହାନ ତେଜି ପ୍ରଣପତ୍ୟ କଲାକ ମହୀପାଳ ।୪୭।

ପୁଣ ପୁଣ ନୃପତି ହୋଅଇ ପରିଣାମି

ବୋଇଲା ସନ୍ୟ ମୋର ଅଦୋଷେ କିଂପେ ନାଶ କଲୁ ଦେବସ୍ଵାମୀ |୪୮|

କରପତ୍ର ଯୋଡ଼ି ବୋଲଇ ନୃପମଣି

ଦଶଦୋଷ ଅପ୍ରାଧ ମୋର କ୍ଷମା କରିବା ଦେବସ୍ଵାମୀ |୪୯|

ଅର୍ଜୁନ ବୋଇଲା ତୋହୋର ନାହିଂ କିହୋ ଗ୍ୟାନ

ମୁହିଂ ସେ ପାଣ୍ଡବ ଅର୍ଜୁନ ମୋତେ କିଂପାଇଂ ନ ଚିହ୍ନ |୫୦|

ରାଜୁସି ଯାଗସଭା ଯୁଝେଷ୍ଠି କରିବା ନିମନ୍ତେ

ଉତ୍ତର ଦିଗବିଜେ ମୁଂ ରାଜାନ୍ତ ନିମନ୍ତିବା ଅର୍ଥେ |୫୧|

ସମସ୍ତ ନୃପତିୟେ ହୋଇବେ ତହିଂ ରୁଣ୍ଡ

ଚଳନ୍ତି ରାଜାମାନେ ଘେନିଣ ଯେ ଯାହାର ପାରିଦଣ୍ଡ |୫୨|

ୟେସନେକ ଶୁଣି ବଇଲୋଚନ ଶାହି

କହଇ ବଚନ ପୁଣ ଅର୍ଜୁନକୁ ଚାହିଂ |୫୩|

ଆହୋ ଅର୍ଜୁନ ତୁ ପଣ୍ଡିତ ଭିଗ୍ୟଂବନ୍ତ

ୟେଡ଼େବଡ଼ ପ୍ରଭୁ ହୋଇ କିଂପେ କରୁ ତୁ ୟେମନ୍ତ |୫୪|

ଆମ୍ଭେ ପରରାଷ୍ଟେ ପଶୁଂ ଯେତେକ ରାଜାମାନେ

ମୂର୍ଖ ଅଗ୍ୟାନେ ଥାଉଂ ମଦିରା ରସପାନେ |୫୫|

ଆମ୍ଭ ତହୁଂ ଆରବଡ଼ ନ ଜାଣୁଂ ଆମ୍ଭେ କାହିଂ

ମହାମତ୍ତା ଯୋଦ୍ଧା ମୁଂ ଯେ ବଇଲୋଚନ ଶାହି |୫୬|

ନ ଜାଣି ସମର ମୁହିଂ କଲାଇଂ ଅନମିତେ

ରଣେ ସଂପଦ ହରାଇଲି ମୁଂ ଯେ ବୁଦ୍ଧି ବିପରୀତେ |୫୭|

କୁଟୁମ୍ବଯାକ ମୋହୋର ପଡ଼ିଲେ ହୋଇ ନିରୀମାଖି

ଶରୀର ଦହୁଅଛି ମୋର ସନ୍ୟ କଷ୍ଟ ଦେଖି |୫୮|

ତୋତେ ଜାଣିମାକୁ ମୁଂ ତ ନୋହଇ ସାମରଥା

ଅଭିମାନେ ବ୍ରତିବା କି ସେ ମରଣ ଅବସ୍ଥା |୫୯|

ରାଜା ବିନୋୟୀ କହନ୍ତେ ହୋଇ ମହାକ୍ରୋଧୀ

ସଇନି ମରାଇଲୁ ତୁ ବିନା ଅପରାଧୀ |୬୦|

ଉଠ ଉଠ ନୃପତି ହୋ ନାହିଂ ତୋର ଦୋଷ

ପ୍ରତଗ୍ୟାଂ ସହି ନୁଆରି ତୋର ସଇନି କଲୁଂ ନାଶ |୬୧|

କରପତ୍ର ଯୋଡ଼ି ବୋଲଇ ବଇଲୋଚନ ଶାହି

ନାଶକଲୁ ମୋର ସନ୍ୟ ଦେବ କର ତ୍ରାହି ତ୍ରାହି |୬୨|

ଯଦ୍ୟପି ଅର୍ଜୁନ ବାସୁଦେବ ଅଭେଦ ଆତ୍ମା

ସଞ୍ଜୀବନୀ ନାଥ ତୁହି ତାରଣ ମହାତ୍ମା |୬୩|

ସ୍ଵାମୀ ସମସ୍ତ ରାଜାୟେ ଯିବେ ଯେ ହରଷେ

ସ୍ଵମୀଂକି ସେବାକରି ମୁଂ ଯିବି କି ନିରାଶେ |୬୪|

ଅର୍ଜୁନ ବୋଇଲେ ହୋ ପଡ଼ିଲେ ତୋର ସନ୍ୟବଳ

ମୃତୁବନ୍ତ ପ୍ରାଣୀ ହୋ ନ ବ୍ରତନ୍ତି କେହୁଣିସି କାଳ |୬୫|

ସ୍ଵାମୀ ସନ୍ୟ ମୋର ନାଶକରି ବ୍ରତାଇବୁ ଯେବେ

ମୋତେହେଂ ନାରାଜକେ ସ୍ଵାମୀ ବଧକର ୟେବେ |୬୬|

ସ୍ଵାମୀ କୁଟୁମ୍ଵଯାକ ମରାଇ ବ୍ରତନ୍ତି ଯେବଣ ପ୍ରାଣୀ

ପୁରୁଷ ଅଲକ୍ଷଣ ତାକୁ ଜନରେ ନ ଗଣି |୬୭|

ୟେତେ କହି ପଦ୍ମାସନେ ବସିଲା ନୃପମଣି

ମୁକୁତି ଗତି ନାଥ ଶିର ମୋ ଚ୍ଛେଦ ୟେହିକ୍ଷଣି |୬୮|

ଭାରଥେ ଭରୋଇ ମଲ୍ଲ ନାରାୟଣ ଅଟୁ ତୁହି ଦୁତୀ

ତବ ହାଥେ ଶିର ଚ୍ଛେଦନ ହେଲେ ବଇକୁଣ୍ଠ ପାଇବି ସ୍ଥିତି |୬୯|

ସ୍ଵାମୀ ଅର୍ଜୁନ ତୁହି ଯେ ମୋହୋର ଇଷ୍ଟ ଯେ ଦେବତା

ତୁହି ସେ ମୋର ସ୍ଵାମୀ ଅଟୁ ପିତାମାତା |୭୦|

ବଇଲୋଚନ ଶାହିର ଯହୁଂ ଶୁଣିଲେ ୟେ ନିରାଶ ବଚନ

ମାତଳି ବୋଇଲା ରକ୍ଷା କରିବୁ ନାହିଂକି ଫାଲଗୁନ୍ୟ |୭୧|

ଜୀବନ୍ୟାସ ଶରେକ ଘେନିଣ ସର୍ବସାଚୀ

ଅମୃତ ବୃଷ୍ଟି କଲେ ନାରାଜ କରି ପ୍ରାଞ୍ଚି |୭୨|

ଯେତେବେଳେ ଅର୍ଜୁନ କଲେ ଅମୃତ ଶରବୃଷ୍ଟି

ସନ୍ୟ ଉପରେ ଶର ବରଷିଲାକ ଝାତି |୭୩|

ଚେତନା ପାଇଣ ସେ ଉଠିଲେ ସର୍ବ ସଇନି

ତ୍ରାହି ତ୍ରାହି ବାସବି ବୋଲି ଉଠିଲା ଘୋର ଧୁନି |୭୪|

ନିମନ୍ତ୍ରଣ ଯୋଗାଡ଼ ଦିଲେ ସୁଭଦ୍ରାର ନାହା

ସମଦଣ୍ଡ ଘେନି ବଇଲୋଚନ ଶାହି ତୁ ରାଜୁସି ଯାଗକୁ ଯାଅ ଯା |୭୫|

ଅନେକ ସାନନ୍ଦେ ରାଜା ହୋଇଲା ପରିଣାମି

ମୋହୋର ରାଜ୍ୟେ ଆଜକ ରହିବା ହୋ ଦେବସ୍ଵାମୀ |୭୬|

ମୁଣୋହି ଯୋଗାଡ଼ ଦେବଇଂ ଯେତେମାନେ ପାରଇ

ରାଜ୍ୟକଇଂ ଅନେକ ସୁଲଭ ହୋଇବ ମୋହୋରହିଂ |୭୭|

ଅର୍ଜୁନ ବୋଇଲେ କାହାରିହିଂ ରାଜ୍ୟେ ଆମ୍ଭର ନାହିଂ ନା ଭୋଜନ

ପିତାର କାର୍ଯ୍ୟେ ଆମ୍ଭେ ଆନେ ଦେବୁଂ ଅନ୍ନ |୭୮|

ଆହୋ ବଇଲୋଚନ ଶାହି ଚଳ ତୋର ସମଦଣ୍ଡ ଘେନି

ଅପୂର୍ବ ପଦାର୍ଥ ନେବୁଟି ଦେଖା ଦରଶନି |୭୯|

ପାଥର ଆଗ୍ୟାଂୟେ ସେ ଚଳଇ ଯମନିକ ବାଳ

ଥାଠ ଚଳାଇଲା ରାୟେ ତେଜିଣ ଆପଣା ମଣ୍ଡଳ |୮୦-୪୭୦୨|

 

 

Unknown

ଅର୍ଜୁନଙ୍କର ବର୍ଣ୍ଣାନିକ ରାଜା , ବିଷ୍ଣୁକର ପଣ୍ଡା ବେଦଶ୍ରବଣ , ଅଙ୍ଗାରପନ୍ନଗ ଓ ଦ୍ରୁପଦ ରାଜାଙ୍କୁ ନିମନ୍ତ୍ରଣ

ତହୁଂଣ ସୁବର୍ଣ୍ଣପୁର ବୋଲି ୟେକଇଂ ନଗ୍ରରେ

ତହିଂ ଯାଇଂ ପ୍ରବେଶ ହୋଇଲେ ଶିବଭଦ୍ରା ନଦୀତୀରେ |୧|

ସେ ସୁବର୍ଣ୍ଣପୁର ରାଜା ବନାନୀକ ଚକ୍ରବ୍ରତୀ

ତାହାର ତହିଂକି ଅର୍ଜୁନ ଦୂତ ବରଗିଲେ ଝାତି |୨|

ବିଜୟେ ନରବର ଚନ୍ଦ୍ରଶାଳା ଭୁବନେ

ପ୍ରଣପତ୍ୟ ହୋଇ ଜଣାଇଲେ ଦେଶାଉରମାନେ |୩|

ସ୍ଵାମୀ ଯୁଝେଷ୍ଠିଦେବ ରାଜୁସି ଯାଗ ନିମନ୍ତେ

ଅର୍ଜୁନ ଦିଗବିଜୟେ ଉତ୍ତର ପ୍ରଶସ୍ତେ |୪|

ଅନେକ ରାଜ୍ୟେ ଦେବ ଆସୁଅଛି ଉଜାଡ଼ି

ଦୁଷ୍ଚ ହୋଇଲେ ତାହାନ୍ତ ଦେବଂ ଭାଂଜିଣ ଚୂରକରି |୫|

ସମଦଣ୍ଡ ଘେନି ଚାଲ ଯିବାକ ପାଛୋଟି

ଭଗତେ ଅନୁଗ୍ରହ ସେ କରାଇ କିରୀଟୀ |୬|

ଭିଗ୍ୟଂବନ୍ତ ରାଜା ସେ ବନାନୀକ ଚକ୍ରବ୍ରତୀ

ଶୁଣିଣ ସାନନ୍ଦ ମନେ ଆସଇ ଭୂଅପତି |୭|

ସଇନି ସାଗରେକ ଅଛଇ ତାର ତୁଲେ

ରାଜ୍ୟରୁ ବାହାର ହୋଇ ସମସ୍ତେ ଅଇଲେ |୮|

ନଦୀରେ ଅର୍ଜୁନର ଆହାର୍ଣ୍ଣିକ ବେଳେ

ସମ୍ଭର୍ବରେ ଦ୍ରଶନ କଲା ସୁବର୍ଣ୍ଣପୁର ମହୀପାଳେ |୯|

ପ୍ରଣପତ୍ୟ ହୋଇଲା ସେ ବନାନୀକ ରାଜେଶ୍ଵର

ପ୍ରସନ୍ନ ହୋଇଣ ଦେଖି ପାଣ୍ଡବ ସୁନ୍ଦର |୧୦|

ଅକ୍ଷତ ଗୁଆ ଦେଇ କଲେକ ନିମନ୍ତ୍ରଣ

ଦଣ୍ଡ ଘେନିଣ ସେ ରାଜା ବାହାରି ତତକ୍ଷଣ |୧୧|

ନିମନ୍ତ୍ରଣ ପାଇ ସେ ଚଳଇ ନରପତି

ତହୁଂଣ ଧନୁର୍ଜୟେ ଚଳିଲେ ରାଜାନ୍ତ ନିମନ୍ତି |୧୨|

ବିଜୟ ଧନୁର୍ଜୟେ ତହୁଂ ଥାଠ ଯେ ଚଳାଇ

ଶିବପୁର ନଗ୍ରରେ ପ୍ରବେଶ ବୀର ପାଥ ଯାଇ |୧୩|

ବୀରତୂର ଶବଦରେ ସିନ୍ଧୁ ଉଛୁଳଇ |୧୪|

ବିଷ୍ଣୁକର ପଣ୍ଡା ସେ ନଗ୍ରେଣ ଆଧିପତି

ବ୍ରାହ୍ଣଣ ରାଜା ସେ ବେଦ ଶାସ୍ରେଣ ବ୍ରତି |୧୫|

ମୁନେହିଂ ଜଣାଇଲେ ଦେବ ଶୁଣିମା ସାବଧାନେ

ଉତ୍ତର ଦିଗବିଜେ କଲେ ପାଣ୍ଡବ ଫାଲଗୁନ୍ୟେ |୧୬|

ବାରତା ପାଇଣ ସେ ବିଷ୍ଣୁକର ବ୍ରାହ୍ମଣ

ବୋଇଲା କଟକେ ମୋର ପାୟେଡ଼ା ପାର ୟେହିକ୍ଷଣ |୧୭|

ନଗ୍ର ଭିତରେ ସେ ପାଡ଼ିଲେ ପାୟେଡ଼ା

କର୍ପୂର ଚନ୍ଦନ ଯେ ଦିଲକେ ତହିଂ ଛେରା |୧୮|

ସେ ବିଷ୍ଣୁକର ପଣ୍ଡାଂକର ଭାରିଯା ଚାରୁମତି

ସେ ଅମୃତ ଯୋଗାଡ଼ ମାନ ପଚନ କରନ୍ତି |୧୯|

ବିପ୍ରଗଣନ୍ତ ଘେନିଣ ଚଳିଲେ ବିଷ୍ଣୁକରେ

ଅର୍ଜୁନ ରହିଣଛନ୍ତି ନଗ୍ରର ବାହାରେ |୨୦|

ପଞ୍ଚାଶ ଭାର ଯେ ମୁକୁତା ଦ୍ରବ୍ୟ ଘେନି

ଛାମୁରେ ଦ୍ରଶନ କଲା ବିଷ୍ଣୁକର ବୀର ଫାଲଗୁନି |୨୧|

ବିଷ୍ଣୁକର ପଣ୍ଡାୟେ କଲେକ ନିଉଛାଳି

ଅର୍ଜୁନ କୋଳକରି ପଣ୍ଡାଂକୁ ବେଗେ ତୋଳି |୨୨|

ଆଲଟ ଚାମର ଯେ ଢ଼ାଳନ୍ତି ସର୍ବବାଳୀ

ନଗ୍ରେଣ ପଶନ୍ତେ ଯେ ପଡ଼ଇ ହୁଳହୁଳି |୨୩|

ଅନେକ ଉତ୍ସବେ ଯୋଗାଡ଼ନ୍ତି ବିଦୁଜନେ

ବିଜେ କରାଇଲେ ନେଇ ଚନ୍ଦ୍ରଶାଳା ଭୁବନେ |୨୪|

ସର୍ବ ଅଳଂକାର ହୋଇ ବିଷ୍ଣୁକର ପଣ୍ଡାଂକ ରାଣୀ

ହାଥେ ଅର୍ଘ୍ୟ ଘେନି ଅର୍ଜୁନକୁ ବନ୍ଦାଇଲେ ଆଣି |୨୫|

ଅର୍ଜୁନର ବଦନ ଚାହିଂଣ ପ୍ରଶଂସି

ମୁହିଂ ସେ ୟେ ନଗ୍ରରେ ଯେ ଅଟଇ ଭିକ୍ଷାବାସୀ |୨୬|

ବିଶ୍ରାମ କଲେ ଆସି ମୋହୋର ଭୁବନେ

ଦୁର୍ଗତି ଫିଟିଲା ମୋର ମହତଂକ ଦରଶନେ |୨୭|

ଅପୁତ୍ରିକ ହୋଇଥିଲି ଅନେକ କାଳ ପରିଯନ୍ତେ

ୟେହି ଜନମାନେ ଅପୁତ୍ରିକ ଦେଖି ରାଜ୍ୟୁଂ ବାହାର କରିଦିଲେ
ମୋତେ |୨୮|

ସ୍ଵାମୀ ମୋ ଦ୍ଵାରେ ତୁମ୍ଭେ ଆସି କଲ ଭିକ୍ଷାପାତ୍ର

ଧର୍ମବଳେ ମୁହିଂ ତୁମ୍ଭନ୍ତ ହୋଇଲି ଭଗତ |୨୯|

ଦେଖିଣ ଦୟା ମୋତେ କଲେ ତୁମ୍ଭ ମାତା କୁଇନ୍ତା ମହାରାଣୀ

ବୋଇଲେ ପୁତ୍ରେକ ଉପୁଜିବ ଭିଗ୍ୟଂବନ୍ତ ମହୀଶ୍ରେଷ୍ଠ ପୁଣି |୩୦|

ସ୍ଵାମୀ ୟେସନେକ ଆଗ୍ୟାଂ ମୋତେ ଯହୁଂ ଦିଲେ ଦେବୀ କୋଇନ୍ତୀ

ସେହି ମାସର ମଧ୍ୟେ ମୁଂ ହୋଇଲି ଗର୍ଭବତୀ |୩୧|

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣସି ପଣ୍ଡାୟେ

କେମନ୍ତେ ଆମ୍ଭନ୍ତ ଚିହ୍ନି ବୋଇଲ ଧନୁର୍ଜୟେ |୩୨|

ପଣ୍ଡାୟେ ବୋଇଲେ ଓଡ଼ାଦି ଚାଣ୍ଡାଳ ବଳ ମାରି

ଜୟସେନ ଠାକୁରେ ମୋତେ ୟେ ରାଜ୍ୟରେ କଲେକ ଅଧିକାରୀ |୩୩|

ବାହାର ହୋଇ ରାଜ୍ୟରୁ ଗଲେ ଯେତେବେଳେ

ବାମଦେବ ପୁରୋହିତେ ମୋତେ କହିଲେ ସନ୍ଧ୍ୟାକାଳେ |୩୪|

ବୋଇଲେ ହୋ ବିଷ୍ଣୁକର ତୁ ନୁଆରିଲୁ ଚିହ୍ନି

ପାଣ୍ଡବେ ତୋହୋର ରାଜ୍ୟେ ଥିଲେ ଗୋପ୍ୟାନ ରୂପ ଘେନି |୩୫|

ଚାଣ୍ଡଳ ବଳ ଯେହୁ ମାଇଲେ ସାଂଗ୍ରାମେ

ପବନ ନନ୍ଦନ ସେ ଯେ ପାଣ୍ଡବ ଭୀମସେନେ |୩୬|

ପୁରୋହିତଂକ ବଚନେ ମୁଂ ଲୋଡିଲି ଚଉକତି

ଅନେକ ବନ କନ୍ଦର ଲୋଡ଼ିଲି ମୁଂ ଝାଡ଼ି |୩୭|

ସ୍ଵାମୀଂକ ଦ୍ରଶନ ମୁଂ ପାଇଲି ୟେତେକାଳେ

ପ୍ରସନ୍ନେ ଜଗନ୍ନାଥେ ମୁଂ ଦେଖିଲି ବେନିଡୋଳେ |୩୮|

ସ୍ରାହାନ ଆହାର୍ନିକ ସାରିଣ ଧନୁର୍ଜୟେ

ବିଷ୍ଣୁକର ପଣ୍ଡା ଘରେ ମୁଣୋହିକି ବିଜୟେ |୩୯|

ସମଦଣ୍ଡ ସଇନି ଭୁଞ୍ଜନ୍ତି ତୋଷମନେ

ଭାବେଣ ଅତି ତ୍ରିପୁତି ଯେ ହୋଇଲେ ଅରଜୂନେ |୪୦|

ଆଂଚୋବନ ସାରିଣ କର୍ପୂର ତାମ୍ବୋଳ ଭୁଞ୍ଜି

ଚାରିପୁତ୍ର ପଣ୍ଡାଂକର ଦେଖି ଅର୍ଜୁନ ତୋଷ ଭଜି |୪୧|

ପୁତ୍ରଂକୁ କୋଳେ ଦିଲେ ବିଷ୍ଣୁକର ପାଟରାଣୀ

ସ୍ଵାମୀଂକର ପ୍ରସନ୍ନେ ହୋଇଲି ଅହିଓ ସୁଲକ୍ଷଣୀ |୪୨|

ଅନେକ ଅଳଂକାର ଦିଲେକ ଦୂତୀହରି

ବ୍ରାହ୍ମଂଣନ୍ତ ଘେନି ଯାଅ ହସ୍ତିନା ନଗ୍ରପୁରୀ |୪୩|

ନିମନ୍ତ୍ରଣ ଯୋଗାଡ଼ ଘେନିଣ ବିଷ୍ଣୁକର

ଶିବପୁର ନଗ୍ର ଜିଣି ହୋଇଲେକ ବାହାର |୪୪|

ତହୁଂଣ ଅର୍ଜୁନ ଗଲେ ଥାଠନ୍ତ ଚଳାଇ

ୟେକାଚକ୍ରା ନଗ୍ରପୁରେ ପ୍ରବେଶ ହେଲେ ଯାଇଂ |୪୫|

ବୀରତୂର ମର୍ଦ୍ଦଳ ଯେ ବିଜିଘୋଷ ଦାଉଣ୍ଡି

ଦେବ ଦୁନ୍ଦୁଭି ବାଜଇ ଅଷ୍ଟରତ୍ନେ ମଣ୍ଡି |୪୬|

ଚକାସୁର ପର୍ବତେ ବିଜୟେ ଧନୁର୍ଜୟେ

ଘୋର ଶବଦ ବାଦ୍ୟେ ପୃଥୀ ଉଲୁକାପାତ ପ୍ରାୟେ |୪୭|

ନଗ୍ରକୁ ପଶନ୍ତେଣ ସେ ଚାରଗଣ ମୁନେହିଂ

ବେଦଶ୍ରବଣ ପଣ୍ଡାଂକର ଛାମୁରେ ଯାଇଂ କହି |୪୮|

କେଉଂଣ ଦେଶରଟି ପ୍ରବେଶ ୟେକଥାଠ

ଅପୁଛା ଅଗୋଚରେ ପଶଇ ଆମ୍ଭରାଷ୍ଟ |୪୯|

ଶୁଣିଣ କୋପକଲା ବେଦଶ୍ରବଣ ପଣ୍ଡା

ଆସ୍ତାନରୁ ଉଠିଣ ସେ କରେ ଘେନିଲା ଖଣ୍ଡା |୫୦|

ସାଜରେ ଦ୍ଵିଜବରେ ସଇନି ବଳ ଥାଠ

ପରଦେଶୀ ଯୋଦ୍ଧାଂକର ଶିର ବେଗେ କାଟ |୫୧|

ଅରାଜାଂକ ଆଗ୍ୟାଂ ପାଇ ଧାଂଇଲେ ଦୁଷ୍ଟ ଦ୍ଵିଜେ

ପଖାଉଜ ତୁଲେ ଢୋଲ ନିଶାଣ ବୀରତୂର ବାଜେ |୫୨|

ହାଥୀ ୟେକ ଆରୋହିଣ ଯେ ବେଦଶ୍ରବଣ ପଣ୍ଡାୟେ

ଦୃଭାର ବଳ ଘେନିକରି ଦ୍ଵିଜବର ଆୟେ |୫୩|

ବେନି ଅହିବ୍ରତ ପାଟଛତ୍ର ଆଲମ୍ବ ଉଦ୍ଦଣ୍ଡ

ଢାଳନ୍ତି ଚାମର ଯେ ମୋହନ୍ତି ବ୍ରହ୍ମାଣ୍ଡ |୫୪|

ରଥ ଗଜ ଅଶ୍ଵ ପାଦାନ୍ତି ଯେ ଅନେକ ଅକଳଣା

ବହୁତ ସଇନି ଚଳାଇ ସେ ବେଦ ଶ୍ରବଣା |୫୫|

ଅର୍ଜୁନ ରହିଅଛି ବକାସୁର ପର୍ବତ

ଅର୍ଜୁନ ସନ୍ନିଧ୍ୟରେ ହୋଇଲେ ଯାଇଂ ଓହୋବଳ ଭେଟ |୫୬|

ଅର୍ଜୁନ ବୋଇଲେ ରହ ରହ ପଣ୍ଡା ହେ

ତୁମ୍ଭର ଆମ୍ଭର ନାହିଂ କିଛିହିଂ ସନ୍ଦେହେ |୫୭|

ବିହଡ଼ନ୍ତି ଦ୍ଵିଜବର ଯେ ମହା ମହା ବଳିଷ୍ଠ

ସମରେ ନ ଘୁଞ୍ଚନ୍ତି ସେ ଯେ ଅଟନ୍ତି ଗରିଷ୍ଠ |୫୮|

ଶ୍ରୀବତ୍ସ ଅଂକତି ସେ ଦିଶଇ ଥାଠଯାକେ

ବ୍ରହ୍ମାଣ୍ଡ ଉଛୁଳୁଅଛି ଯେ ମୋର ମାର ଡାକେ |୫୯|

ବହୁତ ପ୍ରତଗ୍ୟାଂ ସେ କହିତ କି ପାରି

ରାଗେଣ ବ୍ରାହ୍ମଣ ବଳ ବେଢିଲେ ପୁରସରି |୬୦|

ଛେଲ ଚକ୍ର କୋନ୍ତ ନାରାଜ ଖଡଗ ଯାଠି

ବିନ୍ଧନ୍ତି ବିପ୍ରବଳ ଜାବଡେ ୟେକମୁଖେ ଉଠି |୬୧|

ବିପ୍ରବଳ କୋପ ଦେଖି ଅର୍ଜୁନ ସଇନି

ନାରାଜ ପୂରୋଇଣ ବିନ୍ଧିଲେ କରିଣ ମୁକ ଧୁନି |୬୨|

ଅର୍ଜୁନ ସମାର୍ଜଇ ଯେ ଆପଣା ସଇନିକି

ଅକାରଣେ ତୁମ୍ଭେ କୋପ କରୁଛ କାହିଂକି |୬୩|

ନ ଜାଣି ବ୍ରାହ୍ମଣେ କୋପ କଲେକ ଯଦ୍ୟପି

ୟେ ରାଜ୍ୟେ ବ୍ରାହ୍ମଣଂକୁ ଆମ୍ଭେ ଅଛୁଂ ଥାପି |୬୪|

ମାତଳି ସାରଥିକି ବୋଇଲେ ବୀର ପାଥ

ସେ ବ୍ରାହ୍ମଣ ଛାମୁକୁ ହୋ ବାହା ମୋର ରଥ |୬୫|

ନ ଜାଣି ଅଗ୍ୟାନେ ପର ଥାଠ ବୋଲିଣ ଅଇଲେ

ସମାଧାନ ହୋଇବ ସେ ବାରତା ପାଇଲେ |୬୬|

ଅର୍ଜୁନର ଆଗ୍ୟାଂୟେ ସେ ମାତଳି ସାରଥି

ପବନୁଂ ବେଗେ ଅଶ୍ଵ ବାହିଲା ତତକ୍ଷଣାନ୍ତି |୬୭|

ଧାତିକାରେ ଅଶ୍ଵେ ଉଠିଲେ ଅତି ବେଗେ

ରଥ ଉଭାରିଲେ ନେଇ ବେଦଶ୍ରବଣ ପଣ୍ଡାଂକର ଆଗେ |୬୮|

ଦେଖିଣ ବ୍ରାହ୍ମଣେ ସେ କରେଣ ଧନୁ ଧରି

ଅର୍ଜୁନ ଉପରକୁ ବିନ୍ଧିଲେ ଶର ଚାରି |୬୯|

ଅର୍ଜୁନର ଶରୀର କି ଭେଦାଇ ତାହାଂକର ଶରଘାୟେ

ବୋଇଲେ ବାସବି ରହ ରହ ହେ ପଣ୍ଡାୟେ |୭୦|

ତୁମ୍ଭେ ଯେ ଆଦ୍ୟହୁଂ ଅଟ ବୁଭୁକ୍ଷିତ ଦ୍ଵିଜ

କେଉଂଣ ପ୍ରକାରେଣ ପାଇଲ ତୁମ୍ଭେ ୟେଥି ରାଜ୍ୟ |୭୧|

ବ୍ରାହ୍ମଣେ ବୋଇଲେ ଆହେ ଶୁଣ ମହାରଥୀ

ତୁହି ଯେବେ ଅମ୍ଭନ୍ତ ପଚାରିଲୁ ଆଦିଅନ୍ତ ପ୍ରତି |୭୨|

ବଜ୍ରକପଚ ବୋଲିଣ ଥିଲା ଅସୁର ରାଜାୟେ

ଚାରିଗୋଟି ପୁତ୍ର ତାର ୟେକ ଦୁହିତାୟେ |୭୩|

ବକ ହିଡିମ୍ଵକ ଆଉ କୁମ୍ଭୀର କିନ୍ନରୀ

କୁମ୍ଭିରୀ ଜ୍ୟେଷ୍ଠ ଯେ ସେ ସୁରନଦୀ ଅଧିକାରୀ |୭୪|

କିନ୍ନରୀ ବୋଲିକରି ଯେ ସେ ତାହାର କନିଷ୍ଠ

ତାହାର ନିଜ ରାଜ୍ୟ ହୋୟେ ଯେ ମଧୁ ବନ ରାଷ୍ଟ |୭୫|

ହିଡିମ୍ଵକ ବୋଲିକରି ତାହାର ସାନୁଜ

ହିଡିମ୍ଵକ ବନେ ସେ କରଇ ନିଜ ରାଜ୍ୟ |୭୬|

ହିଡିମ୍ଵକ ବନେ ଥାଇ ତା ଭଗ୍ନୀ ହିଡିମ୍ଵିକୀ

କ୍ଷଣକର ମଧ୍ୟେ ପୃଥୀଯାକ ପାରଇ ସେ ଭକ୍ଷି |୭୭|

ହିଡିମ୍ଵକ ଅନୁଜ ଅଟେ ବକ ଯେ ରାକ୍ଷସ

ଯମଦଣ୍ଡେ ଅବଧ୍ୟ ସେ ତାର କାହାରେ ନାହିଂ ତ୍ରାସ |୭୮|

ୟେକଚକ୍ରା ନଗ୍ରେ ଯେ ସେ ପୁରୁଷ ଠାକୁର

ରାଜା ହୋଇଥିଲା ସେହୁ ଅନେକ ଯୁଗର |୭୯|

ସେ ବକ ରାକ୍ଷସ ଦର୍ପ କପଟେ ନିବାରି

ତେଣୁକରି ଭୁଜଦଣ୍ଡେ ୟେ ରାଜ୍ୟେ ମୁଂ ହୋଇଲି ଅଧିକାରୀ |୮୦|

ଅର୍ଜୁନ ବୋଇଲେ ତୁହି ହୋ ମାଇଲୁ କି ବକ

କେ ଆନ ମାଇଲା ତାହା କହନି ସରୂପ |୮୧|

ବେଦଶ୍ରବଣ ବୋଇଲା ଶୁଣ ହେ କ୍ଷତ୍ରୀ ତଥ୍ୟ

ତୁ ଯେ ପୁଚ୍ଛାକଲେ ତୋତେ କହିବା ଯଥାର୍ଥ |୮୨|

ଆହୋ ବକଦତ୍ୟ ବୋଲିକରି ଯେଉଂଣ ରାକ୍ଷସ

ଯମଦଣ୍ଡ ଅବଧ୍ୟେ ସେ ତାର କାହାରେ ନାହିଂ ତ୍ରାସ |୮୩|

ୟେକଚକ୍ରା ନଗ୍ରେ ସେ ଅଟଇ ଆଧିପତି

ତାହାର ଦର୍ପେ ଯମ ୟେଥି ନ କରେ ଅନୀତି |୮୪|

ଆକାଂଶୁ ଜଳ ବୃଷ୍ଟି ହୁଅଇ କଲେ ଇଚ୍ଛା

ଇନ୍ଦ୍ର ବୃଷ୍ଟି କରଇ ୟେ ନଗ୍ରେ ମନବାଞ୍ଛା |୮୫|

ଜରା ଅବସ୍ଥା ୟେଥି ନ ଥାୟେ ରୋଗବ୍ୟାଧି

ପରରାଷ୍ଟ୍ର ପଡ଼ିଲେ ସେ ଦୂରୁହୁଂ ପାରେ ସାଧି |୮୬|

ଅସଂଖ୍ୟ ଫଳ ୟେଥି ଫଳଇ ବସୁନ୍ଧରା

ୟେମନ୍ତ ସୁବିଧାନେ ରାଜ୍ୟ ଯେ ୟେକଚକ୍ରା |୮୭|

ଯେ ଯେଡେ ଅର୍ଜଇ ସୁଖେ ଭୋଗ କରଇ ଦୁଇରାଶି

ନିଚିନ୍ତେଣ ଜନ ପ୍ରଜାୟେ ଉପୁଜାନ୍ତି ବହୁ କୃଷି |୮୮|

ୟେମନ୍ତ ୟେଗାର ସହସ୍ର ସତଷଠୀ ବରଷର

ଦୁଇମାସ କୋଡ଼ିୟେ ଦିନେ ପାଳି ପଡଇ ୟେକଘର |୮୯|

ଭାତ ପିଠା ବେନି ଶଗଡ ପୋଡ଼ଅ ହଳେ ବଇଲ ବେନି

ନରବଳି ୟେକଜଣେ ପର୍ବତକୁ ଆସଇ ଘେନି |୯୦|

ସେ ଭାତ ପିଠା ଦୁଇ ଶଗଡ଼ ବଇଲ ପୋରୁଅ ମନୁଷ୍ୟ

ୟେଡ଼େକ ନିତ୍ୟାପ୍ରତି ଭକ୍ଷଇ ସେ ରାକ୍ଷସ |୯୧|

ଶୁମ ହୋ ମହାକ୍ଷେତ୍ରୀ ୟେ ନଗ୍ରେ ମୋହୋର ବାସ

ୟେଡ଼େ ବଡ଼ ନଗ୍ରେ ମୁଂ ବଞ୍ଚଇ ଭିକ୍ଷା ଆଶ |୯୨|

ୟେମନ୍ତେଣ ଭିକ୍ଷାପାତ୍ର କରନ୍ତେ ୟେକଇ ସମୟେ

ମୋହୋର ଘରେ ପ୍ରବେଶ ୟେକ ମହାତ୍ମାଣୀ ସଙ୍ଗେ ଅଛନ୍ତି ପାଞ୍ଚ ପୋୟେ |୯୩|

ସେ ଭିକ୍ଷାପାତ୍ର କରୁଥିଲେ ୟେହି ନଗ୍ରେ ପଶି

ବେଳ ଅବସ୍ଥାନେ ମୋତେ ଘର ମାଗିଲେ ଭିକ୍ଷାବାସୀ |୯୪|

ମୋହୋର ଘର ଅଧେକ ରହିଲେ ମହାତ୍ମାଣୀ

ୟେମନ୍ତେ ବଞ୍ଚିଲେ ସେ ସାତ ଦିବସ ସାତ ରୟଣୀ |୯୫|

ସେଦିନ ଘରେ ମୋର ପଡ଼ିଲାକ ପାଳି

ପୁତ୍ର ଦୁହିତା ଘେନି ଆମ୍ଭେ ପତି ପତ୍ନୀ ଭାଳି |୯୬|

ଭାତ ପିଠା ପୋଢ଼ୁଅ ଶଗଡ ବଳଦ ଭିଆଇଲୁ

ନରବଳି ଜଣେ ନାହିଂ ବୋଲି ବିକଳେ ଭାଳିଲୁ |୯୭|

ସେ ମହାତ୍ମାଣୀ ଦୟା କଲେ ଆମ୍ଭର କଷ୍ଟ ଦେଖି

ବୋଇଲେ ମୋହୋର ତହୁଂ ପୁତ୍ର ଦେବି ଅକାରଣେ ନୋହ ଦୁଖୀ |୯୮|

ଜୟସେନ ବୋଲିକରି ତାଂକ ପୁତ୍ର ଯେ ଗୋଟିୟେ

ତାହାନ୍ତ ପଠିଆଇଲେ ଶଗଡ଼ ଘେନିଯାୟେ |୯୯|

ପ୍ରବେଶ ହୋଇଲେ ଆସି ୟେହି ପରବତେ

ବକଦତ୍ୟକୁ ମାଇଲେ ସେ ଅଭୟେ ବଳବନ୍ତେ |୧୦୦|

ଆବର ପ୍ରପଞ୍ଚ କଲାକ ସେହି କାମରୂପୀ

ନଗ୍ର ଆଡକୁ ମୁହଂକରି ଅସୁରକଇଂ ଥାପି |୧୦୧|

ରୟଣୀ ପ୍ରଭାତେ ତାହା ଦେଖି ଡରିଲେ ସର୍ବଜନେ

ଭୟକରି ପଳାବନ୍ତି ଦେଖି ତା ବିକଟ ନୟନେ |୧୦୨|

ସଭିୟେଂ ବିଚାରିଲେ କାଲି କାହାର ଘରେ ପାଳି

ଠାକୁରଂକୁ ଯୋଗାଡ଼ ନ ଦିଲା ଅବା ସେ ନ ଦିଲା ନରବଳି |୧୦୩|

ମୋତେ ଆସିକରି ବେଢ଼ିଲେ ସର୍ବଜନେ

ନଗ୍ର ନାଶଗଲା ତୋହୋର ହେତୁ ଠାକୁରଂକୁ ଅଭୋଜନେ |୧୦୪|

ସମସ୍ତ ଲୋକେ ଅପଖ୍ୟାତି ଦିଲେ ଯହୁଂ ମୁକୁ

ବୋଇଲେ ୟେବେ ଯାଅ ଭୋଜନ ହୁଅ ଠାକୁରଂକୁ |୧୦୫|

ମୁହିଂ ଯାଇଂ ପ୍ରବେଶ ହୋଇଲି ଅସୁର ସନ୍ନିଧ୍ୟାନେ

କରି ଧରି ଉଛୁଡନ୍ତେ ପଡ଼ିଲା ଯାତୁଧାନେ |୧୦୬|

ନଗ୍ରଲୋକେ ଦେଖିଣ ସେ ପରମ ସାନନ୍ଦେ

ସାଧୁ ସାଧୁ ଧୁନି ଗୋଟିୟେକ ଶୁଭିଲା ଆନନ୍ଦେ |୧୦୭|

ସେ ମହାତ୍ମାଂକୁ ବସାରେ ଲୋଡ଼ିଲୁ ଆମ୍ଭେ ଯାଇଂ

ସେହି କେଉଂଣ କତି ଗଲେ ତାହାନ୍ତ ଲୋଡ଼ିତେ ନ ପାଇଂ |୧୦୮|

ମୋହୋରେ ସମସ୍ତ ଲୋକେ କଲେ ଅଧିକାରୀ

ମହତେ ଭେଟିଲେ ସାଧୁ ଜୀବନ ତୋହୋରି |୧୦୯|

ସେ ଯେବେ ନଗ୍ରେ ଥାଆନ୍ତେ ଆମ୍ଭେ ତାହାନ୍ତ କରନ୍ତୁ ରାଜା

ୟେବେ ସମସ୍ତେ ତୋହୋର ଚରଣେ କରିବୁ ପୂଜା |୧୧୦|

ସେ ମହାରଥୀ ଶୁଣିଲୁକି ୟେ ମୋହୋର ଚରିତ

ୟେମନ୍ତ ରାଜ୍ୟ ମୋତେ ହୋଇଲା ପ୍ରାପତ |୧୧୧|

ଅର୍ଜୁନ ହସିଲେ ବେଦଶ୍ରବଣ ବଚନେ

ୟେ ଦତ୍ୟ ମାଇଲେ ମୋର ଭ୍ରାଥ ଭୀମସେନେ |୧୧୨|

ଆହୋ ବ୍ରାହ୍ମଣ ଆମ୍ଭେ ଚାରିଭାଇ ଯେ ଭିକ୍ଷାକୁ ଚଳିଯାଉଂ

ଦୁଷ୍ଟ ବୋଲି ଭୀମସେନ ଠାକୁରଂକୁ ସଙ୍ଗତେ ନ ନେଉ |୧୧୩|

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବଇ ଚନ୍ଦ୍ରବାର

ସ୍ଵାତୀ ନକ୍ଷତ୍ରକୁ ଭୋଗ ଅଟେ ସେ ଦିନର |୧୧୪|

ସେ ଦିନର ତୁମ୍ଭେ ଯେ ଭିକ୍ଷାକୁ ନ ଗଲ

ପାଦ କୃଚ୍ଛ୍ର ବୋଲିକରି ଗୃହରେ ରହିଲ |୧୧୫|

ସେଦିନ ରାତ୍ର ପାହିଲେ ତୁମ୍ଭର ଘରେ ପଡ଼ିବ ପାଳି

ନରବଳି ଜଣେ ଲାଗି ତୁମ୍ଭେ ବିକଳେଣ ଭାଳି |୧୧୬|

ତୁମ୍ଭେ ବୋଇଲ ଆମ୍ଭେ ଯିବଇଂ ବ୍ରାହ୍ମଣୀ

ପୁତ୍ର ଦୁହିତା ସମ୍ଭାଳିଥିଂବୁ ବୋଲି କାନ୍ଦିଲେ କ୍ରୋଧବାଣୀ |୧୧୭|

ବିକଳ ଦେଖି ବୋଇଲେ ତୁମ୍ଭର ଭାରିଯାୟେ

ମୁହିଂ ୟେ ଘାନ୍ତି ଯାଇ ତୁମ୍ଭେ ରହ ହୋ ପଣ୍ଡାୟେ |୧୧୮|

ମାତାଂକର ବଇକୁଲ୍ୟ ଦେଖି ପୁତ୍ର ଗୋଟି ବୋଇଲା

ୟେଘାନ୍ତି ପାଳି ତାତ ମୋହୋର ହୋଇଲା |୧୧୯|

ଦୋହିତା ଗୋଟି ବୋଇଲା ତୁମ୍ଭେ ନ ଭାଳ ବିମନ

ମୋତେ ସେ ପରକୁ ସିନା କରିବ ପ୍ରଦାନ ।୧୨୦।

ୟେଘାନ୍ତିକ ପାଳି ତାତ ଦେଇଣ ମୋତେ ସୁଝ

ୟେ କଥାକୁ ପିତା ମନେ ଆନ ତୁ ନ ବୁଝ |୧୨୧|

ତୁମ୍ଭର ବିକଳ ଦେଖି ବୋଇଲେ ଆମ୍ଭର ମାୟେ

ତୁମ୍ଭର ନିମନ୍ତେ ଦେବଇଂ ଗୋ ମୋହୋର ୟେକ ପୋୟେ |୧୨୨|

ରାତ୍ର ପାହିଲେ କାର୍ତ୍ତିକ ମାସ ଶୁକଳ ପ୍ରତିପଦା ଭଉମବାର

ବିଶାଖା ନକ୍ଷତ୍ର ଯେ ଭୋଗ ଅଟଇ ସେ ଦିନର |୧୨୩|

ଭୀମସେନ ଠାକୁରେ ଅଇଲେ ସେ ଦିନ ୟେହି ପରବତେ

ବକାକଇଂ ମାଇଲେ ମାଲ ବିନ୍ଧାଣ ମୁଥଘାତେ |୧୨୪|

ଆହୋ ଦେବ ଶ୍ରବଣ ଆମ୍ଭର ମାତା କୋନ୍ତ ଭୋଜର କୁମାରୀ

ଜୟନ୍ତ ନାମ ବୋଇଲେ ଯୁଝେଷ୍ଠି ଦଣ୍ଡଧାରୀ |୧୨୫|

ଜୟସେନ ନାମେ ଖ୍ୟାତ ସେ ଭୀମ ଠାକୁର

କୁମ୍ଭିରୀ କିନ୍ନରୀ ବକ ହିଡ଼ମ୍ଵକ ଚାରିଂକରି ଦର୍ପ କଲେ ଚୂର |୧୨୬|

ହିଡ଼ିମ୍ଵିକୀ ପ୍ରଦାନ ହୋଇଲେ ହିଡ଼ିମ୍ଵକ ବନେ

ଘଟ ଉତ୍କଟ ଉତ୍ପନ୍ନ ହୋଇଲେ ସେ ଉଦ୍ୟାନେ |୧୨୭|

ଅଜୟସେନ ବୋଲିକରି ଯେଉଂଣ ପୁତ୍ରଗୋଟି

ମୁହିଂ ସେହି ଅର୍ଜୁନ ହୋ ଗୋପ୍ୟାନ ନାମ ହେଟି |୧୨୮|

କୀର୍ତ୍ତିବନ୍ତ ଜୟେବନ୍ତ ଆମ୍ଭର ସାନୁଜ

ନକୁଳ ସହଦେବ ଯେ ମାଦ୍ରୀର ଆତ୍ମଜ |୧୨୯|

ତୋହୋର ଘରୁ ବାହାର ହୋଇଲୁ ଯେଉଂଣ ଦିନେ

ଅଙ୍ଗାରପନ୍ନଗକଇଂ ଜିଣିଲୁଂ ସୁର ଯେ ଅରଣ୍ୟେ |୧୩୦|

ଦ୍ରୋପଦର ଭୁବନେ ଯାଇଂ ରହିଲୁ ଗୁପତେ

ରାଧାଚକ୍ର ବିନ୍ଧିଲି ମୁଂ ରାଜାଂକୁ ଦେଖନ୍ତେ |୧୩୧|

ଶୁଣିଣ ବେଦଶ୍ରବଣ ତେଜିଲା ମତ୍ତହାଥୀ

ଅର୍ଜୁନର ଚରଣେ ଶତସହସ୍ର ଦଣ୍ଡ ପ୍ରଲମ୍ଵ ହୋଇଲା ତଡ଼ତି |୧୩୨|

ସ୍ଵାମୀ ଅଦଭୂତେ ମୋର ରାଜ୍ୟେ ପଶିଲୁ ଅନମିତେ

ଭଲେ ଭର୍ତ୍ସନା ସ୍ଵାମୀ ନ ବୋଇଲି ତୋତେ |୧୩୩|

ଅନେକ ଉତ୍ସବ କରାଇ ସେ ବେଦଶ୍ରବଣ

ଅର୍ଜୁନର ଚରଣେ ସେ ପୁଣ ପୁଣ କରଇ ପ୍ରତକ୍ଷଣ |୧୩୪|

ପ୍ରବେଶ ହୋଇଲେ ଯାଇଂ ୟେକଚକ୍ରା ନଗ୍ର ଦେଶେ

ଆପଣା ପୁରେ ବ୍ରାହ୍ମଣ ରୁହାଇଲା ହରଷେ |୧୩୫|

ଭାରିଯାର ନାମ ତାର ଅଟଇ ମାଳତୀ

ଲକ୍ଷ୍ମୀର ସମାନେ ସେ ଅଟଇ ରୂପବନ୍ତୀ |୧୩୬|

ନଗ୍ର ଗୋଟି ଦିଶଇ ତାର ଅଳକା ଭୁବନ ପ୍ରାୟେ

ଦେଖିଣ ସାନନ୍ଦ ଯେ ହୋଇଲେ ଧନୁର୍ଜୟେ |୧୩୭|

ବେଦଶ୍ରବଣ କହଇ ଯେ ଭାରିଯାର ଆଗେ

ଆଗୋ ୟେଡେ ସଂପଦ ପ୍ରାପତ ମୋତେ ୟେହାଂକର
ଅନୁରାଗେ |୧୩୮|

ଭିକ୍ଷାସୀ ରୂପ ଯେ ଧରିଥିଲେ ମୋର ଗୃହେ

ବକ ରାକ୍ଷସ ବଧ କଲେ ୟୋ ମୋହୋର ସନ୍ଦେହେ |୧୩୯|

ବେଦଶ୍ରବଣ ତହୁଂ ୟେମନ୍ତ କଥା ଶୁଣି

ପୁତ୍ରନ୍ତ ଘେନି ପ୍ରଣପତ୍ୟ ହୋଇଲେ ବ୍ରାହ୍ମଣୀ |୧୪୦|

ମୁଣୋହିକି ଯୋଗାଡ଼ ସେ ଆପଣେ ଦ୍ଵିଜବର

ମୁଣୋହି କଲେ ଅର୍ଜୁନ ବେଦଶ୍ରବଣର ଘରେ |୧୪୧|

ଅନେକ ଯୋଗାଡ଼ ମାନ ଦିଲେ ସଇନିକି

ଉତ୍ତମ ଭଳି ତହିଂକି ଯୋଦ୍ଧାମାନନ୍ତ ଦେଖି |୧୪୨|

ଆଂଚୋବନ ସାରିଣ ସେ ପାଣ୍ଡବ ସୁନ୍ଦର

ନିମନ୍ତ୍ରଣ ଯୋଗାଡ଼ ଦିଲେ ବେଦଶ୍ରବଣ ହାଥର |୧୪୩|

ତୁହି ଯେ ଆମ୍ଭନ୍ତ ଅଟୁ ହୋ ବହୁତ ଉପଗାରୀ

ଆପଣାର ଆଶ୍ରମ ଅଧେକ ଦିଲୁ ତୁଚ୍ଛାକରି |୧୪୪|

ଧର୍ମ ପ୍ରାପତ ପ୍ରାଣୀଂକି ହୋଅଇ ଯେତେବେଳେ

ଆପଣେ ସୁବୁଦ୍ଧି ଭାଷଇ ବାକ୍ୟଛଳେ |୧୪୫|

ସର୍ବଦା ପ୍ରାଣୀୟେ ହାଦେ ନୁହନ୍ତି ନା ଦୁଖୀ

ଧର୍ମ ଆଚରଣେ କଲେ ହୁଅନ୍ତି ନା ସୁଖୀ |୧୪୬|

ୟେହି ଭୁବନେ ଦୁଖ ପଡ଼ିଥିଲା ସମୟେ

କର୍ମ କରିଣ ୟେ ଭୁବନେ ହୋଇଲୁ ଯେ ରାୟେ |୧୪୭|

ବେଦଶ୍ରବଣ ପ୍ରଣପତ୍ୟ ଅର୍ଜୁନର ପଦ୍ମପାଦେ

ୟେହି ସମ୍ପଦ ଅରଜିଲି ମୁଂ ତୁମ୍ଭର ପରସାଦେ |୧୪୮|

ୟେବେ ରାଜୁସି ଯାଗ ସଭାକୁ ପଣ୍ଡାୟେ ଚଳ ୟେହିକ୍ଷଣ

ପାଶୋରି କି ପାରିବୁ ଆମ୍ଭେ ତୁମ୍ଭର ଯେତେ ଗୁଣ |୧୪୯|

ଆଗ୍ୟାଂ ପ୍ରମାଣେ ବେଦଶ୍ରବଣ ପଣ୍ଡା ଚଳାଇଲା ସଇନି

ବାରୁଣାବନ୍ତ କଇଂ ଚଳେ ଶୁଭ ଅନକୂଳ ଘେନି |୧୫୦|

ତହୁଂଣ ବିଜେ କରିଗଲେ ସର୍ବସାଚୀ

ଦଧିମୁଖ ବନସ୍ତେ ପର୍ବତ ଦଧିଋଚି |୧୫୧|

ନନ୍ଦାବ୍ରତକ ବୋଲିଣ ୟେକ ନଦୀଗୋଟି

ପୁଷ୍କର ବିଜେକରି ଥାଇ ତହିଂ ତୀର୍ଥ ନବକୋଟି |୧୫୨|

ଦତ୍ତାତ୍ରେୟ ପର୍ବତୁଂ ସେ ବହଇ ଧବଳୀ

କୃଷ୍ଣ ଶୁକ୍ଳ ତାମ୍ଵ୍ର ଯେ ବହଇ ତିନିଓଳି |୧୫୩|

ସେ ନଦୀରେ ସ୍ରାହାନ ଯେ ସାରିଣ ଧନୁର୍ଜୟେ

ଆଦିତ୍ୟ ଅସ୍ତକାଳେ ରହିଲେ ସେହିଠାୟେ |୧୫୪|

ଧଉମ୍ୟ ପ୍ରୋହିତଂକ ନନ୍ଦନ ସୁରେଶ୍ଵର ପ୍ରୋହିତେ

ବିଷ୍ଣୁପୁରାଣ ସେ ଛାମୁରେ ଶୁଣାବନ୍ତି ଅନୁବ୍ରତେ |୧୫୫|

ସେ ନନ୍ଦାବ୍ରତ ତୀର୍ଥ ମହିଂମା ଅନେକ କହନ୍ତି

ଧର୍ମକଥା କହୁଂ କହୁଂ ପ୍ରସର ହୋଇଲା ରାତି |୧୫୬|

ସହସ୍ରେ କନ୍ୟା ଘେନି ଅଙ୍ଗାରପନ୍ନଗ ଆସଇ ଆକାଶୁଂ

ଅର୍ଜୁନ ଚିହ୍ନିଲେ ସେ ବିଦ୍ୟାଧର ଆସୁଂ ଆସୁଂ |୧୫୭|

ପାଦାର୍ଘ୍ୟ ଦେଇ ତାଂକୁ ପୂଜାକଲେ ପାର୍ଥସ୍ଵାମୀ

ଦୂତୀ ବାସବ ବୋଲି ତାଙ୍କୁ ହୋଇଲେ ପରିଣାମି |୧୫୮|

ଅନେକ ରତ୍ନ ଦେଇ ଗର୍ନ୍ଧବକୁ କଲେ ପୂଜା

ଅକ୍ଷତ ଯୋଗାଡ଼ ଦିଲେ କୋଇନ୍ତା ଦେବୀଂକର ତନୁଜା |୧୫୯|

ରାଜୁସିଯାଗ ବାରତା କହିଲେ ଫାଲଗୁନି

ବହୁତ ସମ୍ଭର୍ବେ ଚଳିବଟି ବୃନ୍ଦାଅର୍କ ବଳ ଘେନି |୧୬୦|

ୟେସନେକ ବାରତା ଶୁଣିଣ ବିଦ୍ୟାଧର

ବୋଇଲେ ହୋ ଅର୍ଜୁନ ଅମର ସଭା ସହିତ ହରି, ନେଲେ କୁବେର ଭଣ୍ଡାର |୧୬୧|

ଲକ୍ଷେ ରାଜାନ୍ତ ଯେତେ ଅଳଂକାର ସହିତେ

ଦେବାଙ୍ଗବସନ ଯେତେ ଲାଗଇ ଅପ୍ରମିତେ |୧୬୨|

ସ୍ଵର୍ଗର ସମ୍ପଦ ଯେ ଦିଲେକ ଚଳାଇ

ମୁହିଂ ଅଇଲି ପାଥ ତୋତେ ଦେଖିବାର ପାଇଂ |୧୬୩|

ଅନେକ ପୁରୁଷାର୍ଥ କହିଲେ ଅଙ୍ଗାରପନ୍ନଗେ

ଅର୍ଜୁନକୁ ଚଳାଇ ପଶିଲେ ଜଳକ୍ରୀଡା ରଙ୍ଗେ |୧୬୪|

ବନ ଡିଙ୍ଗର ଜିଣିଣ ଚଳିଲେ ପଞ୍ଚ ଦିବସେ

ବିଜୟେ ଦୁତୀକୃଷ୍ଣ ପାଞ୍ଚାଳ ନଗ୍ର ଦେଶେ |୧୬୫|

ସେ ରାଜ୍ୟରେ ରାଜା ଯେ ଦ୍ରୁପଦ ନୃପତି

ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଯେ ତାହାଂକର ବେନି ସନ୍ତତି |୧୬୬|

ଦ୍ରୋପତୀର ପିଅର ସେ ବ୍ରାହ୍ମଣ କୂଳେ ଜାତ

ପର ଅଭିମାନ ନ ସହଇ ନୃପତି ସତ୍ୟବନ୍ତ |୧୬୭|

ଧାର୍ମିକ ବିବେକ ସେ ପଣ୍ଡିତ ମହାଭିଗ୍ୟଂ

ବେଦ ଶାହାସ୍ର ପୁରାଣେ ନିର୍ଜିତା ସେ ଅଟନ୍ତି ସର୍ବଗ୍ୟଂ |୧୬୮|

ଚାରିବୃନ୍ଦ ରଥ ସାଜେ ବତିଶ ବୃନ୍ଦ ହାଥୀ

ନଉବୃନ୍ଦ ବାରାସ ୟେକାଦଶ କ୍ଷଉଣୀ ପାଦାନ୍ତି |୧୬୯|

ପାଞ୍ଚଶତ ରାଜା ଯେ ଖଟନ୍ତି ପାରିଦଣ୍ଡ

ଛଡ଼ଶତ ଯୋଜନ ମାଡ଼ି ପଞ୍ଚାଳ ଦେଶଖଣ୍ଡ |୧୭୦|

ପ୍ରଜାନ୍ତ ପୁତ୍ରସମ ପାଳଇ ସେହୁ ମହାରାଜା

ମାଣକ ଭୂମିରୁ ସେ ଘେନଇ ଚିନାୟେକ ସଞ୍ଜା |୧୭୧|

ଦେବତା ବ୍ରାହ୍ମଣେ ଭଗତ ଅନେକ ପୂଜା ପ୍ରକାରେ

ସେହି ବେଦ ଶାହାସ୍ରେ ବରଣ ଦ୍ଵିଜବରେ |୧୭୨|

ଗଉତଗିରି ପର୍ବତେ ରହିଲେ ଫାଲଗୁନି

ସଇନି ରହିଲେ ରୁଦ୍ରବେଣୀ ନଦୀକୂଳେ ଘେନି |୧୭୩|

ଆସ୍ତାନେ ବିଜେକରି ଅଛଇ ଶ୍ରୀଖଣ୍ଡୀ

ଅର୍ଜୁନ ଦିଗବିଜେ ବାରତା ଶୁଣି ସମ୍ଭରେ ରାଜ୍ୟ ମଣ୍ଡି |୧୭୪|

ସୁବର୍ଣ୍ଣର ଘର ଉପରେ ଅଷ୍ଟରତ୍ନ କଳଶେ

ନେତର ପାତାଙ୍ଗ ଯେ ଉଡ଼ନ୍ତି ତହିଂ ତ୍ରାସେ |୧୭୫|

ସବୁରି ଦ୍ଵାରେ କଦଳୀ ତ୍ରୋଣା ଚଉରା ସୁବର୍ଣ୍ଣ ଘଟଭରା

ଦାଣ୍ଡିଯାକେ ଉପହାର ପାଡ଼ନ୍ତି ପାୟେତା |୧୭୬|

ଘରେ ଘରେ ଚତିକ୍ରମ କରୁଛନ୍ତି ବାଳୀ

ହାଥରେ ଘେନିଛନ୍ତି ଯେ ଅନେକ ଅର୍ଘ୍ୟସ୍ଥାଳୀ |୧୭୭|

ୟେମନ୍ତ ସମୟେ କହିଲେ ଦେଶାଉର ଧାଇଂ ବେଗେ

ଯାଇଂ ଜଣାଇଲେ ଶ୍ରୀଖଣ୍ଡୀ ଧୃଷ୍ଟ୍ୟଦ୍ୟୁମକଂ ଆଗେ |୧୭୮|

ସ୍ଵାମୀ ଅର୍ଜୁନ ବିଜେ ଗଉଡ଼ଗିରି ପର୍ବତେ

ଶୁଣିଣ ସାନନ୍ଦ ଯେ ଦ୍ରୁପଦର ବେନି ପୁତ୍ରେ |୧୭୯|

ବାଜଇ ବୀରତୂର ବିଜିଘୋଷ ଟମକ ନିଶାଣ ଦାଉଣ୍ଡି

ଅନେକ ସାନନ୍ଦେ ରଥ ଗଜ ଅଶ୍ଵମାନନ୍ତ ମଣ୍ଡି |୧୮୦|

ବେନିଲକ୍ଷ ପାଟଛତ୍ର ଚାରିଲକ୍ଷ ଉଦ୍ଦଣ୍ଡ

ପାଞ୍ଚଲକ୍ଷ ୟେକଲକ୍ଷୀ ବେନିଲକ୍ଷ ଆଲମ୍ଵ |୧୮୧|

ସଜାଉ ମୃଦଙ୍ଗ ବାର କାହାଳୀ ମହୁରୀ ବିଜିଘୋଷ

ବାଜନ୍ତି ଛଛନ୍ଦେଣ କ୍ରିଡା ରଙ୍ଗ ରସ |୧୮୨|

ଭାରିଯା ପୁତ୍ରନ୍ତ ଘେନି କୁଟୁମ୍ଵ ସହିତେ

ନାରୀଗଣ ଉଭାରିଲେ ସର୍ବାଳଂକାର ଘେନି ହାଥେ |୧୮୩|

ବସନ୍ତ ଉତ୍ସବେ ଯେହ୍ନେ ବିଜୟେ ବାସୁଦେବେ

ଜୟେ ଜୟେ ଶଙ୍ଖଧୁନି ଫୁରାଇ ଅନେକ ଉତ୍ସବେ |୧୮୪|

ଆଲଟ ଚାମର ଆଦି ଯୋଦ୍ଧାମାନେ ଘେନି

ଖେଦାଇଣ ଅଶ୍ଵମାନନ୍ତ ବୁଲାନ୍ତି ସଇନି |୧୮୫|

ୟେସନେକ ସମ୍ଭର୍ବେ ଦ୍ରୋପଦର ବେନିପୁତ୍ରେ

ପାଛୋଟି ଚଳନ୍ତି ତହିଂ ରାଜା ଦ୍ରୋପଦ ସହିତେ |୧୮୬|

ଅର୍ଜୁନ ବିଜେ କରିଅଛନ୍ତି ଗଉଡ ନାମେ ଗିରି

ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଯାଇଂ ଛାମୁରେ ବିଜେକରି |୧୮୭|

ପର୍ବତ ଉପରେ ଉଠିଲେ ଦ୍ରୋପଦର ବେନିଯେ ତନୟି

ଅର୍ଜୁନର ପଦ୍ମପାୟେ ପ୍ରଣପତ୍ୟ ହେଲେ ଯାଇଂ |୧୮୮|

ଆସ୍ତାନେ ବିଜୟେ କରିଛନ୍ତି ଧନୁର୍ଜୟେ

ପୁରସରି ରହିଲେ ଯେ ଦ୍ରୋପଦର ବେନି ତନୟେ |୧୮୯|

ଆସ୍ତାନର ତଳେ ଯାଇଂ କଲେକ ନିଉଛାଳି

ଅନେକ ବିନୋୟୀ କହିଲେ ଦୁହେଂ କୃତ ଯେ ଆଞ୍ଜୋଳି |୧୯୦|

ରାଜ୍ୟ ସୁଲଭ ମୋହୋର ଶୁଭଇ ପୁଣ୍ୟଧୁନି

ଦୁତୀନାରାୟଣ ଆମ୍ଭେ ଦେଖିଲୁ ଚକ୍ଷୁ ଘେନି |୧୯୧|

ସ୍ଵାମୀ ଉତ୍ତର କୋଶଳେ ଛନ୍ତି ଯେତେକ ନୃପତି

ସବୁରି ସାଧୁ ଜୀବନ ସାର୍ଥୁକ ଜୀବତି |୧୯୨|

ଅନେକ କାର୍ପୁଣ୍ୟ ଶ୍ରୀଖଣ୍ଡୀ ଯେ ଧୃଷ୍ଟ୍ୟଦ୍ୟୁମନେ

ହରିଲୁଂ ପାତକ ସ୍ଵାମୀ ତବ ଦରଶନେ |୧୯୩|

ବହୁତ ସ୍ତୁତି କରନ୍ତି ଯେ ଦ୍ରୁପଦ କୁମରେ

ଅର୍ଜୁନକୁ ବିଜେ କରାଇଲେ ରାଜ୍ୟର ଭିତରେ |୧୯୪|

ହାଟ ଦାଣ୍ଡ ମେଢ଼ ମଣ୍ଡପ ଯେ ଦେଉଳ ଜଗତୀ

ସମସ୍ତ ଜନେ ମିଳିଣ ସମ୍ଭର୍ବେ ଦେଖନ୍ତି |୧୯୫|

ଇନ୍ଦ୍ର ଦେବତା ବିଜେ କଲେକି ଆସି ୟେହୁ ମଧ୍ୟସ୍ଵର୍ଗେ

ଦେଖିବାକୁ ଜନେ ଯେ ବାହାର ଅତି ସ୍ରାଗେ |୧୯୬|

କରଣେ ଅର୍ଘ୍ୟସ୍ଥାଳୀ ଘେନିଣ ଦୀପାବଳୀ

ସମସ୍ତ ଗଣିକାୟେ ମଙ୍ଗଳ ଧୁନି ତୋଳି |୧୯୭|

ଅମର ବିଳାସୁଣୀ ଆବର ଅଷ୍ଟ ଯେ ନାୟିକା

ଖଟନ୍ତି ସୁନ୍ଦରୀୟେ ଗଗନେ ମଣିରେଖା |୧୯୮|

ବାଜନ୍ତି ମୃଦଙ୍ଗ ଯେ ଧି ଧି କାର ଶବଦେ

ଜଗୁଜନ ମୋହନ୍ତି ସେ ଭରହରଷ ନାଦେ |୧୯୯|

ପାଞ୍ଚାଳ ଦେଶକୁ ଯେ ଚଳାଇ ସର୍ବସାଚୀ

ପାୟେଡ଼ା ଦଣ୍ଡମାନ ଧୂଳିହୋଇ ଯାଉଅଛି |୨୦୦|

ଚାରି ପହଣ୍ଡ ଉତ୍ତାରେ ରତକୁଢ ଗୋଟିୟେ

ମାଡ଼ିବାର ଘାୟେ ସେ ହୋଇଲେ ଧୂଳିମୟେ |୨୦୧|

ଶରୀରେ ପଡ଼ିଣ ଯେ କଣୟ ରଜ ଧୂଳି

ଶରୀର ବିକାଶଇ କନେକ ପୁଷ୍ୟଓଳି |୨୦୨|

ୟେମନ୍ତେ ରତ୍ନ ଡାଳେ ଡାଳେ ଉତ୍ସର୍ଗେ ଶତେକୂଢ ଥିଲା

ସିଂଘଦ୍ଵାରେ ଯାକେ ସବୁ ଧୂଳି ହୋଇ ଉଠିଲା |୨୦୩|

ହାଥୀୟେକ ଚଢ଼ିଣ ଯେ ଥିଲା ଧନୁର୍ଜୟେ

ଭିତର ଭୁବନେ ଯାଇଂ କଲେକ ବିଜୟେ |୨୦୪|

ସେବତୀ ପାଖୁଡା ମାନ ହୋଇଅଛି ବୃଷ୍ଟି

କର୍ପୂର ଧୂଳି ପଡ଼ିଣ ଶରୀରେ କର୍ଦ୍ଦନ ଉଠି |୨୦୫|

ଅର୍ଜୁନକୁ ଦେଖିଣ ସେ ଦ୍ରୂପଦେଶ୍ଵର ରାଜା

ଅର୍ଘ୍ୟ ଯୋଗାଡ଼ନ୍ତ ଥୋଇ କରଇ ପାଦପୂଜା |୨୦୬|

ବେନିଲକ୍ଷ ସୁବର୍ଣ୍ଣ ସେ ପାଦାର୍ଘ୍ୟକଇଂ ଦେଇ

ଛାମୁରେ ଉଭାହେଲେ ବିନୟ ଭାବ ବହୀ |୨୦୭|

ଦ୍ରୋପଦଂକୁ ନମସ୍କାର କରଇ ଫାଲଗୁନି

ଜୟେ ଜୟେ ଶବଦେ ଯେ ଶୁଭଇ ଶଙ୍ଖଧୁନି |୨୦୮|

ଦିବ୍ୟ ସିଂଘାସନ ଯେ ଚନ୍ଦ୍ରଶାଳା ଭୁବନେ

ବିଜୟେ ଫାଲଗୁନି ସେ ରତ୍ନ ସିଂଘାସନେ |୨୦୯|

ୟେମନ୍ତର ସମୟେ ଦ୍ରୁପଦ ପାଟରାଣୀ

ପଦ୍ମାବତୀ ନାମ ତାର ପଦ୍ମଦଳ ରାଜାର ଦୁଲଣୀ |୨୧୦|

ଲକ୍ଷେକ ଯୁବତୀ ଘେନି ଲକ୍ଷେକ ଦୀପାବଳୀ

ଅର୍ଜୁନ ଶିରେ ଦୁର୍ବାକ୍ଷତ ଦେଇଣ ମଙ୍ଗଳ ଧୁନି ତୋଳି |୨୧୧|

ଜୟତୁ ପୁରୁଷୋତ୍ତମ ବାରାନିଧି କୂଳବାସୀ

ନୀଳସୁନ୍ଦର ପର୍ବତେ ବସିଲୁ ତୁହି ହୃଷୀକେଶୀ |୨୧୨|

ବାରାନିଧି ମନ୍ଥନେ ଯେ ପାଇଲୁ ଚଞ୍ଚଳା

ଖଟଇ ବାରାନିଧି ଯେ କୁଟୁମ୍ଵ ସୟଳା |୨୧୩|

ଅଭୟେ ମହାଲିଙ୍ଗ ଜମ୍ଵେଶ୍ଵର ଲିଙ୍ଗ ପୂଜି

ନୀଳ କଳ୍ପବଟ ଦେବ ଯୋଗଲୟେ ଭଜି |୨୧୪|

ନିଳେନ୍ଦୀ ପୁଷ୍ୟ ଭୂଷଣ ଯେ କାଳଦର୍ପ ଭଞ୍ଜା

ମୁନିଜନମାନେ ନିତ୍ୟେ କରନ୍ତି ଯେ ପୂଜା |୨୧୫|

ଅଶୀପଦ୍ମ ବଳ ଘେନି ଯେ କ୍ଷେତ୍ରାଧି ପୁଷ୍କର

ନିତ୍ୟେଂହେ ଅଭିଷେକ କରଇ ଯାହାର ପୟର |୨୧୬|

ମଉଳି ଆରକ୍ତ ଯାହାର ପାଦ ଅରବିନ୍ଦେ

ନୀରବତୀ ବଲ୍ଲଭ ଯେ ଖଟଇ ଆନନ୍ଦେ |୨୧୭|

ଗନ୍ଧର୍ବ ଯକ୍ଷ କିନ୍ନର ଯେ ଆବର ସୁର ସିଦ୍ଧ ମୁନି

ପଦ୍ନମୁଖ ଦେଖି ଯାହାର ବିନୟେ ଦଇନି |୨୧୮|

ଅଶୁଭକଇଂ ଶୁଭ ଯେ ତୋତେ କାରଣ ଦେବ ତୁହି

ଯୁଗାନ୍ତକ ଚିନ୍ତାମଣି ନାଥ ତୋ ତହୁଂ ଆନ ନାହିଂ |୨୧୯|

ହଳୀର ସୋହୋଦ୍ର ଦେବ ସ୍ଵଂୟେଣ ଅନୁଜ

ପ୍ରସନ୍ନେ ପରମବନ୍ଧୁ ସଦୟେ ଦେବରାଜ |୨୨୦|

ପରମାନନ୍ଦ ସ୍ଵାମୀ ପ୍ରସନ୍ନେ ପରମ ଯୋଗୀ

କାଳ ବଞ୍ଚାଇଲୁ ଦେବ ଯୋଗବଳ ପରିତ୍ୟାଗୀ |୨୨୧|

ସ୍ଵାମୀ ରୁଦ୍ର ଦେବତା ଦହିଲା ମନସିଜ

କାମେନୀ ମୋହିନୀ ତୁ ଉଦ୍ଧାରିଲୁ ଦେବରାଜ |୨୨୨|

ତୁଳୁସାର ବଲ୍ଲଭ ପଦ୍ମପାଦ ସରୋଜେ

ଶୂଦ୍ରମୁନି ସାରୋଳା ଦାସେ ବିନୋପନ୍ତି ଦେବରାଜେ |୨୨୩|

ଶ୍ରୀ ବାସୁଦେବର ଚରଣେ ନିଜ ଦାସ

ସଂସାର ଜନହିତେ ସାରୋଳା ଦାସ କରଇ ଅଭ୍ୟାସ |୨୨୪|

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଶ୍ରୀ ମହାଭାରଥ ୟେ ଅମୃତ ରସମୟ ଶ୍ରୁତି |୨୨୫|

ଅର୍ଜୁନକୁ ଅନେକ ଭଗତି ଭାବେ ଦ୍ରୋପତେ

ଅନେକ ସାନନ୍ଦ ହୋଇଲେ କୁଟୁମ୍ଵ ସହିତେ |୨୨୬|

ମୁଣୋହି ଯୋଗାଡ଼ ମାନ ହୋଇଲାକ ପଚନ

ଆହାନିକ ସାରି ମୁଣୋହିରେ ବିଜେ ବାସବର ନନ୍ଦନ |୨୨୭|

ସମ୍ଭରେଣ ସଇନି ଘେନିଣ ପାର୍ଥିବ

କରନ୍ତି ମୁଣୋହି ଯେ ଅନେକ ସମ୍ଭର୍ବ |୨୨୮|

ରାଜେଶ୍ଵର ମହାପ୍ରଭୁ ସେ ଆବର ଜାମାତା

ଭୋଜନ ଯୋଗାଡ଼ ଯେ ହୋଇଲା ଅପ୍ରମିତା |୨୨୯|

ମୁଣୋହି ସାରିଣ ସେ ବିଜୟେ ଆଂଚୋବନେ

କର୍ପୂର ତାମ୍ଵୋଳ ଭୋଜନ ଯେ ବିଧି ବିଧାନେ |୨୩୦|

ଦିବ୍ୟ ଭବନେଣ ଯାଇଂ ବିଜୟେ ସର୍ବସାଚୀ

ଖଚନ୍ତି ବିଳାସୁଣୀୟେ ମୋହିନୀ ଜଗତାକ୍ଷୀ |୨୩୧|

ସେ ଦିବସକ ତହିଂ ରୁହାଇଲେ ଦ୍ରୋପଦେ

ସମରାଜ୍ୟଯାକ ପାଞ୍ଚାଳେ ଯେ ଅନେକ ସାନନ୍ଦେ |୨୩୨|

ନିମନ୍ତ୍ରଣ ଯୋଗାଡ଼ ଦିଲେକ ଫାଲଗୁନି

ରାଜୁସି ଯାଗକୁ ଯାଅ ଯା ତୋର ଥାଠ ସନ୍ୟ ଘେନି |୨୩୩|

ଶୁଣିଣ ସାନନ୍ଦ ଯେ ପାଞ୍ଚାଳ ଚକ୍ରବ୍ରତୀ

ଅନେକ ସାନନ୍ଦେ ବାଭିୟେ ତୁମ୍ଭର ଦେଖିବି ବିଭୂତି |୨୩୪|

ଆନନ୍ଦେ ଅକ୍ଷତ ଯେ ଦିଲେ ମହାରାୟେ

ସନ୍ୟ ସେନା ଆଦିକରି ସମସ୍ତଂକର ଅକ୍ଷତମାନ ଦିୟେ ।୨୩୫।

ସମଦଣ୍ଡ ଘେନିଣ ତହୁଂ ଚଳେ ବୀର ପାଥ

ପାଞ୍ଚାଳ ଦେଶୁଂ ବାହାର ହୋଇ ଆସଇ ଦ୍ରୋପଦ ନରନାଥ ।୨୩୬।

ଥୋକାୟେକ ଦୂର ଆସି ଅର୍ଜୁନ ବୋଲଇ ଯାଅ ଯା ଭୁବନେ

ୟେ ଉତ୍ତର କୋଶଳ ସମସ୍ତ ରାଜାମାନେ କରୁଅଛନ୍ତି ଗମନେ ।୨୩୭।

ସବୁ ମଣ୍ଡଳ ମାଡ଼ିଯିବଟି ବେନି ଭାଇ

ସାଧ୍ୟ ଅସାଧ୍ୟ ରାଜାମାନନ୍ତ ଘେନିଝିବଟି କଢାଇ ।୨୩୮।

ଆଗ୍ୟାଂ ପାଇଣ ସେ ସାନନ୍ଦ ଶ୍ରୀଖଣ୍ଡୀ

ଅନେକ ସମ୍ଭର୍ବେ ବାଜିଲା ବିଜିଘୋଷ ବୀରତୂର ଦାଉଣ୍ଡି ।୨୩୯।

ଆହୋ ଶ୍ରୀଖଣ୍ଡୀ ତୁମ୍ଭେ ବାରୁଣାବନ୍ତେ ଥିବ

ମୋହର ଯିବାଯାୟେ ତୁମ୍ଭେ ରାଜାନ୍ତ ସମ୍ଭାଳିବ ।୨୪୦।

ଆଗ୍ୟାଂ ପାଇ ଚଳିଲେ ଦ୍ରୋପଦ ରାଜାର ବେନିପୁତ୍ରେ

ତହୁଂ ପୟାଣ ସେ କଲେ ବୀରବର ପାଥେ ।୨୪୧।–୪୯୪୩

 

ଅର୍ଜୁନଙ୍କର ଦରଦସେନ ରାଜା ଓ ଜମାଗୋଷ୍ଠ ରାଜାଙ୍କ ସହିତ ଯୁଦ୍ଧ ଓ ଜୟ ଏବଂ ଜମାଗୋଷ୍ଠ ରାଜାର ବନ୍ଧନ

ଭରତ ମଣ୍ଡଳ ବୋଲି ୟେଇ ଦେଶ ଗୋଟିୟେ

ତହିଂ ଯାଇଂ ପ୍ରବେଶ ହୋଇଲେ ଧନୁର୍ଜୟେ ।୧।

ଭରଥ ବୋଲି କରିଣ ଯେ ସେ ରାଜ୍ୟର ନୃପତି

ଦ୍ରୋପଦ ରାଜାଂକର ସେହୁ ପୁତୁରା ଅଟନ୍ତି ।୨।

ଅର୍ଜୁନ ଦିଗବିଜେ ବୋଲି ତାହାଂକୁ ଚାରାଗଣେ ଜଣାଇଂ

ସମଦଣ୍ଡେ ପାଛୋଟି ଆସଇ ନରବଇ ।୩।

ଅର୍ଜୁନକୁ ଦରଶନ କଲାକ ବେଗେ ଆସି

ନିମନ୍ତ୍ରଣ କଲେ ପାର୍ଥ ତାହା ରଜ୍ୟେ ନ ପଶି ।୪।

ରାଜୁସି ଯାଗ ଯେ ହୋଇବ ମହାସଭା

ସମଦଣ୍ଡ ଘେନିଣ ରାଜା ବହନ ହୋଇଯିବା ।୫।

ସନ୍ୟ ସମ୍ଭର୍ବେ ଦେଖା ଦରଶନି ଯେତେ ପାରୁ

ଘେନାଇ କରି ଚଳ ବିଳମ୍ବ କିମ୍ପା କରୁ ।୬।

ଅର୍ଜୁନର ବଚନେ ସେ ଚଳିଲା ଦଣ୍ଡପତି

ଦିଗବିଜେ କରିଣ ଅର୍ଜୁନ ଚଳଇ ଝଟତି ।୭।

ଶାଖାପୁର ବୋଲିକରି ୟେକ ନଗ୍ର ଗୋଟିୟେ

ତହିଂର ନୃପତି ଅଟେ ଜମାଗୋଷ୍ଠ ରାୟେ ।୮।

ରାଜାଧି ରାଜେଶ୍ଵର ସେ ବଡାଇ ଧାର୍ମିକ

ପ୍ରଶୁ ଚିହ୍ନ ବିରାଜଇ ତାହାର ଭୁଜେକ ।୯।

ହିରଣ୍ୟକ ବଂଶରେ ହୋଇଲେ ଉତପତ୍ତି

ଯମ ଦେବତାହୁଂ ତାର ଆନ ନାହିଂ ଯେ ଭଗତି ।୧୦।

ଲୁହାର ପ୍ରତିମା ୟେକ କରିଥାଇ ଯମ

ମଇଂଷି ବାହାନ ତାର କାଳଦଣ୍ଡ ଅବିଶ୍ରାମ ।୧୧।

ମନ୍ଦାର ପୁଷ୍ୟ ଦେଇଣ ସେ ଅନେକ କରଇ ପୂଜା

ରୁଧିର ପୋଡ଼ା ମାଉଂସ ଦେଉଥାଇ ବଳିଭୋଜା ।୧୨।

ବାଳକାଳହୁଂ ସେ ଯେ ଯମ ଦେବତା କୁ ଭଗତି

ଆଇଷ ପାଇଲା ସେ ଦ୍ଵାପର ଅନ୍ତ ପ୍ରତି ।୧୩।

ତିନିଲକ୍ଷ ନଉ ସହସ୍ର ବରଷେ

ପ୍ରାଣତ୍ୟାଜ ହୋଇଣ ଗଲା ସେ ଯମ ପାଶେ ।୧୪।

ନାଶକର ପଚାରଇ ରେ ମାନବ ଜନ୍ମ ହୋଇ

ଯମ ଦେବତାକୁ ଆର୍ଧନା କରିଅଛି କି କେହି ।୧୫।

ତୁ କିପେଂ ମୋତେ ରେ କରୁ ଆରାଧନା

କେଉଂଣ ମନ୍ତ୍ରେ ପୂଜୁଂ ମୋତେ କହସି ମହାତମା ।୧୬।

ମହାକାଳ ଶାନ୍ତିକାଳ ସ୍ତୁତି ସ୍ତୋତ୍ର ମନ୍ତ୍ରେ

କାଳ ସୁସଂପାଦଇ ରାଜା କାଳିଞ୍ଜନ ଗୋତ୍ରେ ।୧୭।

କୃତ୍ତିକା ମନ୍ତ୍ରେ ହୋୟେ ଆୟୁର ବେଦ ପାଠେ

ସାଧିଲା ସୁଭାଗ୍ୟ ସେ ରବି ମଣ୍ଡଳ ରାଷ୍ଟେ ।୧୮।

ଯମ ଦେବତା ବୋଇଲା ତୁ ଜନ୍ମେଣ ମାନବ

ଯମ ମନ୍ତ୍ରେ ପୂଜା କରି ଉପୁଜାଇଲୁ ଭାବେ ।୧୯।

ଯାଅ ଯା ତୁ ଥାଅ ୟେବେ ମଧ୍ୟସ୍ଵର୍ଗେ

ଯମ ପୂଜା ଭଗତେ ଥାଅ ତୁ ସେହି ଭାବେ ।୨୦।

ପୁଣି ଆନନ୍ଦେ ଯମ ଦେବତା ହୋଇଲା ପ୍ରସନ୍ନ

ଦକ୍ଷିଣ କରେ ଲେଖନ କଲେ କାଳଚକ୍ର ଚିହ୍ନ ।୨୧।

ଯେ ଅବା ମଧ୍ୟସ୍ଵର୍ଗେ ହେବ ତୋତେ ଅସାଧି

ନାମ ଲିହି ପୋଛିଲେ ସେ ହୋଇବ ପ୍ରତକ୍ଷେ ଶିରଛେଦି ।୨୨।

ନାଶକର ବଚନେ ତାର ୟେସନେକ ମହିମାଂ

ମହୀତଳେ ନରପତି ତାକୁ ନାହିଂନା ଗାରିମା ।୨୩।

ଶାଖା ମଣ୍ଡଳରେ ସେହୁ ଅଟଇ ଆଧିପତି

ଯମ ଦେବତାକଇଂ ଆର୍ଧନା ସେ କରଇ ଦିବା ରାତି ।୨୪।

ଯମର କାଳଚକ୍ର ଚିହ୍ନ ସେ ବହଇ ଦକ୍ଷିଣ ପାଣି

ଇହଲୋକ ରାଜାନ୍ତ ସେ ସମରେ ନ ଗଣି ।୨୫।

ବଡାଇ ଧାର୍ମିକ ସେ ଅଟଇ ମହୀପତ୍ୟେ

ଯମର ଚିହ୍ନ ବହଇ ତାହର ବାମହାଥେ ।୨୬।

ୟେସନେକ ମହିମାଂ ତାର ଦେଖିଣ ଦରଦସେନ

ଭାଖା ମଣ୍ଡଳ ରେ ସେହୁ ଅଟଇ ରାଜନ ।୨୭।

ସନ୍ଧାନ ମାଗିଲା ସେ ଦରଦସେନ ନୃପତି

ଚାରିଗଣ ପେଷିଲା ସେ ଭାଖାମଣ୍ଡଳ ଆଧିପତି ।୨୮।

ଦରଦସେନ ଆଗ୍ୟାଂୟେ ସେ ଚଳିଲେ ମୁନିହିଂ

ଯାମାଗୋଷ୍ଠ ରାଜା ଛାମୁରେ ବାରତା ଯାଇ କହି ।୨୯।

ଦରଦସେନ ନୃପତି ଶ୍ରୀମୁଖ ଦେଇଅଛି ତୋତେ

ସନ୍ଧାନ ଦେବୁ ତୁ ପୂର୍ବେ ଦେଉଥିଲୁ ଯେତେ ।୩୦।

ୟେସନେକ ଆଗ୍ୟାଂ ସେ ଦେଲା ଦରଦସେନ

ଆମ୍ଭର ଗୋଚରେ ରାଜା ଦେବୁ ତୁ ସନ୍ଧାନମାନ ।୩୧।

ଯମାଗୋଷ୍ଠ ବୋଇଲା ରେ ଗ୍ୟାନ ତୋର ନାହିଂ

କେତେ ଦଣ୍ଡ ଘେନିଣ ସେ ଆସଇ କିନା ବାହି ।୩୨।

ବାହୁଡ଼ି ଦେଶାଉରେ ଚଳିଲେ ନିଜ ଦେଶେ

ବାରତା ଜଣାଇଲେ ଯାଇ ଦରଦସେନ ପାଶେ ।୩୩।

ଯାମଗୋଷ୍ଠ ରାଜା ତୋତେ କଲାନି ଅମାନି

ନ ଦିଅଇ ସନ୍ଧାନ ବୋଇଲା ତାର ବାହୁ ଯେତକ ସନ୍ୟ ଘେନି ।୩୪।

ଡଗର ମୁଖେ ବାରତା ପାଇଣ ମହାରାଜ

ମନ୍ତ୍ରୀକି ବୋଇଲା ହୋ ଦଣ୍ଡ ମୋହର ବେଗେ ସାଜ ।୩୫।

ସାଜରେ ସାଜରେ ବୋଲି ଶୁଭଇ ବିଜିଘୋଷ

ମଣ୍ଡନ୍ତି ରହୁବର ଗଜ ଅଶ୍ଵ ସଇନି ଅଶେଷ ।୩୬।

ତିନିପଦ୍ମ ରଥୀ ତାର ପାଞ୍ଚପଦ୍ମ ହାଥୀ

ଦଶପଦ୍ମ ହୟ ଯେ ଶତ କ୍ଷଉଣୀ ପାଦାନ୍ତି ।୩୭।

ସମଦଣ୍ଡ ଘେନି ବାହାର ହୋୟେ ମହାଶୟେ

ଆକାଶ ଦିଶଇ ଯେ ଘୋର ଅନ୍ଧକାର ପ୍ରାୟେ ।୩୮।

ପୃଥୀ ହେଳ ଘେନଇ ଦରଦସେନ ଯାଆନ୍ତେ

ଉତ୍ତର ଦିଗ ହାନ୍ଦୋଳ ହୋଇଲା ନୃପତି ପଲାଣନ୍ତେ ।୩୯।

ବନ ଡିଙ୍ଗର ପଶନ୍ତି ରାଜାୟେ ବାରତା ପାଇକରି

ନ ପୁଣ କେଉଂଣ ରାଜ୍ୟକୁ ପଡିଥାଇ ଧାଡି ।୪୦।

ସକଳ ଦେଶ ରାଜ୍ୟେ ପଡିଲା ଚମକ

ଆକାଶ ଉଛୁଳଇ ଘୋର ବାଦ୍ୟ ଡାକ ।୪୧।

ସମଦଣ୍ଡ ଘେନିଣ ସେ ଭାଖା ମଣ୍ଡଳ ର ଅଧିକାରୀ

ଶାଖାମଣ୍ଡଳ ରାଜ୍ୟକୁ ଅନମିତେ ଦିଲା ଧାଡ଼ି ।୪୨।

କାର୍ତ୍ତିକ ମାସ ଶୁକୁଳପକ୍ଷ ତିଥି ଯେ ଚଉଠୀ

ଅର୍କବାର ଜ୍ୟେଷ୍ଠା ନକ୍ଷତ୍ର ବେଳ ନବଘଟି ।୪୩।

ଶାଖାମଣ୍ଡଳ ରାଜ୍ୟ ଯାଇଂ ବେଢ଼ିଲା ଦରଦସେନ

ପୃଥୀ ଉଲୁକାପାତ ହେଉଅଛି କମ୍ପଇ ତ୍ରିଭୁବନ ।୪୪।

ଆସ୍ତାନେ ବିଜେ କରିଅଛି ନୃପତି ଯମାଗୋଷ୍ଠ

ମନ୍ତ୍ରୀକି ଦେଶାଉରେ କହିଲେ ଦେବ ପଡ଼ିଲା ବଡ଼ହିଂ ସଂକଟ ।୪୫।

ଦେବ ବଡ଼ାଇ ଥାଠେକ ଘେନି ବାହିଲା ଦରଦସେନ ନୃପତି

ସମରାଷ୍ଟ ତୋହୋର ବେଢିଲା ନିଶାରାତି ।୪୬।

ୟେକ ୟେକ ଯୋଦ୍ଧା ଦେବ ପୃଥ୍ଵୀ ପାରନ୍ତି ଜିଣି

ଦୁତୀ ସମୁଦ୍ର ଜାଣି ଶୁଭୁଅଛି ମୁଖରାବ ଧୁନି ।୪୭।

ଜଗତୀରେ ଥାଇଂ ରାଜା ଚାହିଂଲାକ ଥାଠ

ଚାରିଆଡେ ତିନି ତିନି ଯୋଜନ ଯିବାକୁ ନାହିଂ ବାଟ ।୪୮।

ଲଂକା ଭୂବନକଇଂ ଯେହ୍ନେ ବେଢ଼ିଛି ବାରାନିଧି

ଶୁକଳ ଅଶ୍ଵନ୍ତ ଚଢ଼ି ବିହଡ଼ନ୍ତି ସର୍ବଯୋଧି ।୪୯।

ଗଡ଼ର ବାହାରେଣ ଥିଲା ଯେତେକ ନଗ୍ର ଦେଶ

ଚୂରକରି ଭାଙ୍ଗିଲା ରାଜା ସମସ୍ତ କଲା ଧ୍ୱଂସ ।୫୦।

ଜନଜନ୍ତୁମାନନ୍ତ ପକାଇଲା ସର୍ବମାରି

ମୁଣ୍ଡମାନ ପକାଇଲା ପର୍ବତ ସମାନ କୂଢକରି ।୫୧।

ମନ୍ତ୍ରୀ ବର ବୋଇଲା ଦେବ ଶୁଣିମା ଯମାଗୋଷ୍ଠ

ସମରେ ସରି ନୋହିବୁ ଉହୋବଳ ଥାଠେ ଭେଟ ।୫୨।

ଅମାପତ ଯୋଦ୍ଧାୟେ ତାକୁ ସମରେ ସମ ନାହିଂ

ଯାହାର ଘାୟେ ନାଶ ଗଲା ପ୍ରଚଣ୍ଡ ବ୍ରହ୍ମଶାହୀ ।୫୩।

ଆଉର ରଜ୍ୟ ତାହାକୁ ସମ ନାହିଂ ରବିତଳେ

ଛତ୍ରୀବର ବୀରଧୂ ବୋଲାଇ ସେ ଉତ୍ତର କୋଶଳେ ।୫୪।

ଗୁପତେ ଚାରଗଣ ସହସ୍ରେକ ରାଇ ରାଜା

ଆଗ୍ୟାଂ ଦିଲା ତୁମ୍ଭେ ରେ ଦରଦସେନ ଥାଠକୁ ଯାଅ ଯା ।୫୫।

ଗୁପତେ ପଶିବ ତାହାର ଥାଠେ ଛଦ୍ରମ ରୂପ ଧରି

ରଥ ଗଜ ଅଶ୍ଵ ପାଦାନ୍ତି କେତେ ତାହାର ବୁଝିବ ତଥ୍ୟକରି ।୫୬।

ବହନ କରିଣ ତାହାର ସମଦଣ୍ଡ କଳି ଆସ

ଲିହି ପୋଛିବି ତାର ସମସ୍ତ ସନ୍ୟ ଯିବ ନାଶ ।୫୭।

ରାଜାର ବଚନେ ଗୁପତେ ଚଳିଲେ ଚାରଗଣେ

ଛଦ୍ରମ ରୂପ ଧରି ସେ ହୋଇଲେ ଭିକ୍ଷୁକ ବ୍ରାହ୍ମଣେ ।୫୮।

ଥାଠର ଭିତରେ ଯାଇ ପଶିଲେ ମହାନିଶି

ମାଗନ୍ତି ଛଦ୍ରମେଣ ସେ ବ୍ରାହ୍ମଣ ଭିକ୍ଷାଶୀ ।୫୯।

ରାତ୍ର ଦିବସେ ଖୋଜନ୍ତି ଅନୁବ୍ରତେ

କଳନା ନ ଯାଇ ତାର ରଥ ଗଜ ଅଶ୍ଵ ସଇନି ଛନ୍ତି କେତେ ।୬୦।

ଭିକ୍ଷା ଆଶ୍ରେ କରି ସେ ମାଗନ୍ତି ତଣ୍ଡୁଳ

ଦିବସେ ସେନା କଳନ୍ତି ଅନ୍ନ ରାନ୍ଧନ୍ତି ନିଶିକାଳ ।୬୧।

କଇଚ୍ଛାବନ୍ତ ରାଜା ଯେ ରହିଛି ସମ୍ଭରେ

ସହସ୍ରେ ପୁର କରି ବେଢି ରହିଛି କଟକ ବାହାରେ ।୬୨।

ଯମାଗୋଷ୍ଠ ସାଂଗ୍ରାମ ତାକୁ ନ ଦିଅଇ ଓହୋମୁଖେ

ଗଡ଼ରୁ ବାହାର ନୋହି ବାର୍ତ୍ତା ବୁଝେ ଚାରମୁଖେ ।୬୩।

ସାଂଗ୍ରାମ ନ ଦିଅଇ ତାକୁ ନ ଦିଅଇ ସନ୍ଧାନ

ଶରଣ ପଶୁ ବୋଲି ବୋଲଇ ଦରଦସେନ ।୬୪।

ଡଗର ମୁଖେ ବାରତା ପାଇବା ପରିଯନ୍ତେ

କଟକ ବେଢ଼ିଅଛି ରାଜା ଛଡ଼ ବରଷ ୟେହିମତେ ।୬୫।

ସହସ୍ର ଚାରଗଣ ପେଷି କଳନା କରଇ ଦିବାରାତି

କଳି ତ ନୁଆରିଲେ ତାହାର କେତେ ରଥ ଗଜ ଅଶ୍ଵ ପାଦାନ୍ତି ।୬୬।

ସାଂଗ୍ରାମ ନ ପାଇଲେ ସେ ନ ବାହୁଡଇ ନୃପମଣି

ଆପଣ ରାଜ୍ୟୁଂ ଅନ୍ନ ବହିଲାକ ବଳଦ ପଲାଣି ।୬୭।

ଜମାଗୋଷ୍ଠ ସାଂଗ୍ରାମ ନ ଦିଅଇ ସେ ନ ଯାଇ ରାଜ୍ୟୁଂ ଘୁଞ୍ଚି

ନବ ବରଷ ହେଲା ସେ ଗଡ଼ ବେଢ଼ିଅଛି ।୬୮।

ସନ୍ଧାନ ନ ଦିଅଇ ସେ ସନ୍ଧାନ ନ ପାଇଲେ ନ ଯାଇ

ଚାଷ କରି ଦରଦସେନ ରହିଲା କୃଷି ଉପୁଜାଇ ।୬୯।

ଆପଣା ରାଜ୍ୟ ପ୍ରାୟେକ ସେ କଲା ପରରାଷ୍ଟ

ଅବିକଳେ ରହିଲେ ସେ ଦରଦସେନ ର ଥାଠ ।୭୦।

ଦ୍ଵାଦଶ ବରଷେ ପରିଯନ୍ତେ କଟକ ବେଢ଼ିଲା ଦରଦସେନ ନୃପତି

ପୁଣ ପୁଣ ଜମାଗୋଷ୍ଠ ଗୁପତେ ଚାର ପେଷଇ ପ୍ରତି ପ୍ରତି ।୭୧।

ବାର ବରଷେ ତାର ସନ୍ୟ ନଗଲା କଳଣ

ରାଜା ଅଗେ ଯାଇ କହି ନୁଆରିଲେ ଚାରଗଣ ।୭୨।

ସାଧୁ ସାଧୁ ମହିଂମା ହୋ ଦରଦସେନ ନୃପତି

ସାଧୁ ସେ ଜମାଗୋଷ୍ଠ ଦରଦସେନକଇଂ ନ କରଂ କିଛି ଭ୍ରାନ୍ତି ।୭୩।

ଗଡର ଭିତରେ ରାଜା ସମସ୍ତେ ଥିଲେ ସଞ୍ଚି

ଦ୍ଵାଦଶ ବରଷ ପରିଯନ୍ତେ ରାଜା ସମ୍ଭରେ ରହିଅଛି ।୭୪।

ଦରଦସେନ ଜମାଗୋଷ୍ଠ ଦୁଇ ରାଜାଂକର ଉଚ୍ଚବାଚ ସମୟେ

ଶାଖାପୁର ନଗ୍ରେ ଯାଇ ବିଜୟେ ଧନୁର୍ଜୟେ ।୭୫।

ଅର୍ଜୁନ ଛାମୁରେ ଜଣାଇଲେ ଦେଶାଉରେ

ଦରଦସେନ ବେଢିଛି ଜମାଗୋଷ୍ଠ ରାଜ୍ୟରେ ।୭୬।

ସ୍ଵାମୀ ଦ୍ଵାଦଶ ବରଷ ହେଲା ଦରଦସେନ ଶାଖା ନଗ୍ର ଅଛି ବେଢ଼ି

ଜମାଗୋଷ୍ଠ ସାଂଗ୍ରାମ ନ ଦିଅଇ ହୋ ମୁଖକରି ।୭୭।

ଅମରକୂଟ ପର୍ବତେ ବଜୟେ କରିଛନ୍ତି ଫାଲଗୁନି

ଛାମୁରେ ଜଣାଇଲେ ଯାଇଂ ଜୟେ ବିଜୟେ ସେନାପତି ବେନି ।୭୮।

ଦୁଇ ରାଜାଂକର ବଡ଼ ଉଚ୍ଚବାଚ ସମର ହୋଇବ

ମଧ୍ୟରେ ଥାଠ ଆମ୍ଭେ ଦେଖାଇବା କି ଦେବ ।୭୯।

ଅର୍ଜୁନ ବୋଇଲେ ଆହୋ ନୁହଇ ୟେମନ୍ତ

ଅଗ୍ୟାନେ ପଶିଲେ ପ୍ରମାଦ ପଡ଼ଇ ବହୁତ ।୮୦।

ସୁରେଶ୍ଵର ପ୍ରୋହିତଂକୁ ଯେ ଆଗ୍ୟାଂ ଦିଲା ପାଥ

ଦରଦସେନ ରାଜାକଇଂ ଶ୍ରୀମୁଖ ଗୋଟିୟେ କରିବା ନିର୍ମିତ ।୮୧।

ଆଗ୍ୟାଂ ପ୍ରମାଣେ ସୁରେଶ୍ଵର ମହାମୁନି

ଅଲିହା ତାଳପତ୍ରେକ କରେ ଲେଖନକୁ ଘେନି ।୮୨।

ଚିଟାଉ ଲେଖନ ଶ୍ରୀ ଶ୍ରୀ ଶ୍ରୀ ଶ୍ରୀ ଅନାଦି ଦେବ ଚରଣେ ଶରଣ

ଶ୍ରୀ ନିଶାକର ନାଥ ଦେବଗଣ ।୮୩।

ଶ୍ରୀ ଚନ୍ଦ୍ର ଦେବତାଂକର ପୁତ୍ର ବୁଧଦେବା

ବୁଧଂକର ପୁତ୍ର ଯେ ଅଟଇ ପୁରୁରବା ।୮୪।

ପୁରୁରବାଂକ ପୁତ୍ର ଆୟୁର

ଆୟୁରଂକ ପୁତ୍ର ନ ଘୋଷ ଯେ ବୀର ।୮୫।

ନଘୋଷଂକ ପୁତ୍ର ଯଯାତି କ୍ଷତ୍ରୀବର

ଯଯାତି ଦେବଂକର ଆଗ୍ୟାଂ ଭରହ ମଣ୍ଡଳ ।୮୬।

ଯାଯାତି ଦେବଂକର ପୁତ୍ର ପୁରୁ ବୀର

ପୁରୁଂକର ପୁତ୍ର ଯେ ରାଜନ ପ୍ରବୀର ।୮୭।

ପ୍ରବୀର ନନ୍ଦନ ଯେ ମନସିବା ନୃପତି

ମନସିବା ପୁତ୍ର ଯେ ଅନୁପମା ଚକ୍ରବ୍ରତୀ ।୮୮।

ଅନୁପମାର ପୁତ୍ର ରାଜନ ଇଳିନର

ଇଳିନର ପୁତ୍ର ଦୁଷ୍ୟନ୍ତ, ଦୁଷ୍ୟନ୍ତଂକ ପୁତ୍ର ଯେ ଭ୍ରଥେଶ୍ଵର ।୮୯।

ଭ୍ରଥେଶ୍ଵର ଦେବ କୁଳ ପ୍ରଦୀପ

ଶ୍ରୀ ଭ୍ରଥେଶ୍ଵରଂକର ପୁତ୍ର ଭୂମନୁ ଭୂପ ।୯୦।

ଭୂମନୁଂକର ପୁତ୍ର ବିରଥ ଯେ ଦକ୍ଷ

ବିରଥଂକର ପୁତ୍ର ଅଟଇ ବିଭୁରୁକ୍ଷ ।୯୧।

ବିଭୁରୁକ୍ଷଂକର ପୁତ୍ର ଶମ୍ଭୁରାଣ

ଶମ୍ଭୁରାଣଂକର ପୁତ୍ର କୁରୁ ନୃପ ସୁଜାଣ ।୯୨।

ଶ୍ରୀ କୁରୁ ମହାରାଜା ବଂଶ ପ୍ରତିପାଳକ

କୁରୁଂକର ପୁତ୍ର ପାର୍ଥିବ ଗ୍ୟାନବନ୍ତ ବିବେକ ।୯୩।

ପାର୍ଥିବଂକର ପୁତ୍ର ଶାୟନ୍ତନୁ

ଶାୟନ୍ତନୁଂକର ଚିତ୍ରବୀର୍ଯ୍ୟ ଯେ ତନୁ ।୯୪।

ବିଚିତ୍ରବିର୍ଯ୍ୟ ଯେ ଅବଶେଷ

ଭୀଷ୍ମଦେବ ଗ୍ୟାନବନ୍ତ କନିଷ୍ଠ ଶିଷ ।୯୫।

ଭୀଷ୍ମଦେବ ପିତୃବଚନ ପ୍ରତିପାଳନ

ଶ୍ରୀ ବେଦବ୍ୟାସଂକର ଚରଣେ ଶରଣ ।୯୬।

ଶ୍ରୀ ବେଦବ୍ୟାସ ସମ୍ଭବୀ ଭବିଷ୍ୟ କୃତୁ

ଶ୍ରୀ ପଣ୍ଡୁ ମହାରାଜାଂକ ହେତୁ ।୯୭।

ଶ୍ରୀ ସୋମବଂଶ କୁଳ ଉଦ୍ଧାରଣ

ଶତଶୃଙ୍ଗ ଗିରି ମଣ୍ଡଣ ।୯୮।

ହସ୍ତିନା ଜଇନ୍ତା ବାରୁଣା ଇନ୍ଦ୍ରପ୍ରଶସ୍ତକ

ଯମପ୍ରଶସ୍ତ ୟେ ପଞ୍ଚୁରାଜ୍ୟ ରକ୍ଷା ପାଳକ ।୯୯।

ବନାନଳ ଦର୍ପ ଚୂଡ଼ଣ

ସମ୍ବର୍ତ୍ତକ ମେଘ ଧ୍ଵସଂନ ।୧୦୦।

ଶଇଳଜାର ବଲ୍ଲଭ ଚରଣେ ବନ୍ଦନ

କୁମ୍ଭେକ ଦତ୍ୟ ଦର୍ପ ଚୂଡ଼ଣ ।୧୦୧।

ଶବରୀ ବର ଶରଣେ ସଦାରେକ

ପାଣ୍ଡବାସୁର ଦର୍ପ ଧ୍ଵଂସକ ।୧୦୨।

ନାଶକର କାଳ କୃତାନ୍ତକ

ରାଧାଚକ୍ର ଶହସ୍ର ସଂଘାତକ ।୧୦୩।

ଲକ୍ଷେ ରାଜାଂକର ମଉଡ଼ମଣି ପ୍ରମାଣ

ପାଞ୍ଚାଳୀର ପ୍ରାଣଗୁରୁ ସୁଜାଣ ।୧୦୪।

କୃତକେଶୀର ଦର୍ପ ନିବାରଣ

ଭାରଦ୍ଵାବଶଂକର ନନ୍ଦନ ଚରଣେ ବନ୍ଦନ ।୧୦୫।

ଶତଧନୁ ଶରଣ ପଞ୍ଜର

କ୍ଷତ୍ରୀବର ସୋହଡ଼ ସୁନ୍ଦର ।୧୦୬।

ଗାଣ୍ଡିମ ଦୀକ୍ଷାଗୁରୁ ଅମର ସ୍ଵର୍ଗ ରାଣ

ଅମରାଧି ନାଥ ମନ ଉଚ୍ଚାଟନ ।୧୦୭।

ସଦାନନ୍ଦ ଧନୁ କୁଣ୍ଡଳୀ କୃତ

ପିଙ୍ଗଳ ଜାଳା କାଳାନଳ ପ୍ରାଣତ୍ୟାଜ କାଳ ଜାତ ।୧୦୮।

ବଶ୍ୟାନର ଅନଳ ଯେ ପଞ୍ଚଅଗ୍ନିକୁ ମଉଷଧି ନାଥ

ମନ୍ଦାଅଗ୍ନିକି ଆରୋଗ୍ୟ ଶରୀର କୃତ ।୧୦୯।

ଶୋଷେକ କାଳସର୍ପ ଅହିବଳ ମର୍ଦ୍ଦନ

ଦ୍ଵାରକା ରକ୍ଷା ପାଳନ ।୧୧୦।

ସୁଭଦ୍ରା ପ୍ରାଣଗୁରୁ ଶ୍ରୀ ରାମକୃଷ୍ଣ ହୃଦୟ ବାନ୍ଧବ

ଦିଗ ସାଗର ପ୍ରଦୀପ ନାଥ ଦେବ ।୧୧୧।

ଯଦୁବଂଶ ଭୋଜବଂଶ ବୃଷ୍ଣି ଅନ୍ଧେକ ବଂଶ

ହଇହୟ ବଂଶ, ହାଣବଂଶ, କୁକୁର ବଂଶ, କାଦମ୍ବ ବଂଶ ।୧୧୨।

ୟେ ସାତ ବଂଶର ଅଇଲି ବଳ ମର୍ଦ୍ଦନ

ସକଳ ଦତ୍ୟ ଦାନବ ଗର୍ବ ଗଞ୍ଜନ ।୧୧୩।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶକୁନି ଅଶସ୍ତମା ଶଲ୍ୟ

ବାଲ୍ମୀକ ସୋମଦତ୍ତ ଭୂରିସ୍ରବା କଉରବଳ ଭରସଲ ।୧୧୪।

ଧୃତିରାଷ୍ଟ ଭୟ ଭଙ୍ଗାଣ

କରୁଣାକର ଶରଣ ସାର୍ଥକ ପ୍ରମାଣ ।୧୧୫।

ଜୟ ବିଜୟ ପ୍ରାଣଗୁରୁ କଣୟ ଗିରି ଶରୀର ଫୁଟଣ

ଲୋହଗିରି ବଜ୍ର ପ୍ରହାରଣ ।୧୧୬।

ଅଙ୍ଗାରପନ୍ନଗ ସାଧାରଣ କରଣ

ମାଳତୀ ନଦୀ ମନ ସ୍ତମ୍ଭନ ।୧୧୭।

ମନଭେଦୀ, ବ୍ରହ୍ମ, ଶହସ୍ର, ପାଶୁପତ୍ର, ଅକ୍ଷୟ ତ୍ରୋଣ

ନୀଳବାଣ ଭୁଜବାଣ ନାରାୟଣ ଶହସ୍ର ସାଧନ ।୧୧୮।

ଅଇରି ବଳ ଦର୍ପ ଗଞ୍ଜନ

ଦୁଷ୍ଟ ବଳ ନିଶୋଧନ ।୧୧୯।

ଅନାଥ ଜନ ରକ୍ଷା ପାଳକ

ଜାରା ବିଧ୍ଵଂସ ନାୟେକ ।୧୨୦।

ଶରଣ ରକ୍ଷଣ କଇଚ୍ଛା ଜଗଜ୍ଜେଠୀ ରାଣ

ବସୁଧା ଭାରଭର ନିଶୋଧନ ।୧୨୧।

ଧାନୁକୀ ଯାଗ ରକ୍ଷା ପାଳକ

ମୋଢାସୁର ପ୍ରାଣ ହନ୍ତକ ।୧୨୨।

ଆର୍ଦ୍ରାବଳୀ ମୁଷ୍ଟିକ ଚୂଡଣ

ଶ୍ରୀ ଦୁର୍ଗାଂକର ବର ନନ୍ଦନ ।୧୨୩।

ତ୍ରଇଲୋକ୍ୟ ମଣ୍ଡଳାଧି ନାୟକ

ଜାରା ବିଧ୍ଵଂସ ଦାୟକ ।୧୨୪।

ରାଜାଧି ମୁରୁଧୁନା

ବସୁନ୍ଧରା ଧାରଣ ।୧୨୫।

ଶ୍ରୀରାମ ଅଳଙ୍କୃତ

ରାଜାଧି ରାଜେଶ୍ଵର ତ ।୧୨୬।

ଶ୍ରୀ ଅନାଦି ନିରଞ୍ଜନ ଶୁକ୍ଳାମ୍ବର

ୟେକଇଂ ବିଷ୍ଣୁ ବଇକୁଣ୍ଠପୁର ମଣ୍ଡନ ।୧୨୭।

ଶ୍ରୀ ଯୁଝେଷ୍ଠି ଦେବଂକର ପାଦପଦ୍ମେ ସତତ ବିନୋୟୀ ନମ ।୧୨୮।

ଶ୍ରୀ ପଞ୍ଚୁରାଜ୍ୟପୁର ମଣ୍ଡନ

ଉତ୍ତର ଦିଗ ବରଗଣ ।୧୨୯।

ଚାଳିଶି ସହସ୍ର ରାଜନ୍ତ ନିମନ୍ତ୍ରଣ

ଶୂଦ୍ର ବଶ୍ୟ କ୍ଷତ୍ରୀ ବ୍ରାହ୍ମଣ ।୧୩୦।

ପକ୍ଷ ପିଶାଚ ଅସୁର ଦାନବ ଦତ୍ୟ

ରାକ୍ଷାସ ନିଷାଦ କିରାତ ଅଷ୍ଟାଦଶ ବଂଶ ଅଧିକୃତ ।୧୩୧।

ତିନିଲୋକ ରାଜା ସିଂହାସନେ ଅଭିଷିକ୍ତ

ଅର୍ଜୁନ ଫାଲଗୁନ୍ୟ ଦୁତୀକୃଷ୍ଣ କିରୀଟୀ ଶ୍ଵେତବାହିନୀ ୟେ ।୧୩୨।

ବିବତ୍ସ ବିଜୟ ପାର୍ଥ ସର୍ବସାଚୀ ଧନୁର୍ଜୟେ

ଶ୍ରୀ ଭାରଥେ ଭାରୋଇମଲ୍ଲ ଧାନୁକି ଚକ୍ର ଚୂଡାମଣି ତ ।୧୩୩।

ଶ୍ରୀ ପରଶୁରାମର ମହାବିଦ୍ୟା ହୃଦଗତ

ଶହସ୍ର ଶାହାସ୍ରେ ଉତ୍ତମ ।୧୩୪।

ଶ୍ରୀ କ୍ଷେତ୍ରୀବର ମହାରଥା ଶ୍ରୀ ଅର୍ଜୁନ ଦେବ ଚରଣେ ବିନୟେ ନମ

ଭଖାମଣ୍ଡଳ ରାଜା ଦରଦସେନକୁ ଶ୍ରୀମୁଖ ପ୍ରସାଦ ୟେହୁ

ଶ୍ରୀମୁଖ ପଢ଼ିବା ମାତ୍ରେକ ତୋହର ଥାଠସନ୍ୟ ଯେହୁ ।୧୩୬।

ଦେଖା ଦରଶନି ଧନ ଘେନି

ରାଜୁସି ଯାଗ ସଭାକୁ ଉଠି ଆସିବା ବହନି। ୧୩୭।

ଶୂଦ୍ରମୁନି ସାରୋଳା ଦାସ ନମସ୍ତେ ନମସ୍ତେ

ଶ୍ରୀ ହିଙ୍ଗୁଳା ଦେବୀଂକୁ ମୁଂ ଭାବଇ ହୃଦଗତେ ।୧୩୮।

ଅରୁଣ ଚଞ୍ଚଳ ବୋଲି ବେନି ଦୂତପତି

ଶ୍ରୀମୁଦା ସନ୍ତକ ଦିଲେ ହୋଇଣ ଶାନ୍ତିମୃର୍ତ୍ତି ।୧୩୯।

ଶ୍ରୀମୁଖ ଘେନିଣ ସେ ଚଳିଲେ ବେନିଦୂତେ

ପ୍ରବେଶ ହୋଇଲେ ଯାଇଂ ଶାଖା ମଣ୍ଡଳ ପ୍ରଶସ୍ତେ ।୧୪୦।

ଜମାଗୋଷ୍ଠ ରାଜ୍ୟ ବେଢିଛନ୍ତି ଦରଦସେନ ନୃପତି

ସମ୍ଭରେ ରହିଛି ଭାଖା ମଣ୍ଡଳ ଅଧିପତି ।୧୪୧।

ଦରଦସେନ ରାଜା ବିଜେ କରିଛି ଆସ୍ତାନ ଜଗତୀ

ତହିଂ ଯାଇଂ ପ୍ରବେଶ ହୋଇଲେ ଦୂତପତି ।୧୪୨।

ସନ୍ନିଧ୍ୟେ ପଟୋଆରୀ ଅଛନ୍ତି ଅମନାତ୍ୟେ

ତହିଂ ପ୍ରବେଶ ହୋଇଲେ ଯାଇ ଅର୍ଜୁନ ବେନିଦୂତ ।୧୪୩।

ଶ୍ରୀମୁଖ ଘେନି ବୋଲିଣ ଯେ ଆଗ୍ୟଂ ଅବଧାରୀ

କାହାର ଶ୍ରୀମୁଖ ବୋଲି ନୃପତି ପଚାରି ।୧୪୪।

ରାଜାର ଆଗରେ କହିଲେ ଡଗର ଯାଇଂ

ଅର୍ଜୁନ ଠାକୁରେ ବିଜେକଲେ ଉତ୍ତର ଦିଗକଇଂ ।୧୪୫।

ଚାଳିଶ ସହସ୍ର ରାଜା କରିବେ ନିମନ୍ତ୍ରଣ

ପାୟୋଡ଼ା ପାଡ଼ି ରାଜା ଶ୍ରୀମୁଖ ଘେନସି ବହନ ।୧୪୬।

ଆଚମ୍ବିତ ବାରତା ପାଇଣ ଦରଦ

କାହାର ଶ୍ରୀମୁଖ ବୋଲି ଦିଅଇ ସମ୍ପାଦ ।୧୪୭।

ମନ୍ତ୍ରୀ ବୋଇଲା ଦେବ ଶୁଣିମା ସାବଧାନେ

ସ୍ତମ୍ଭୀଭୂତ ହୋଇ କିମ୍ପା ବସିଲ ମଉନେ ।୧୪୮।

ପାଣ୍ଡବ ସୁନ୍ଦର ସେ ଅଟଇ ବୀରମଣି

ତୁ ଦେବ ମହିଂମା ତାର ନ ଜାଣି ନ ଶୁଣି ।୧୪୯।

ସଜ୍ଜନ ପାଳକ ସେ ଦର୍ଜନ ଦର୍ପଭଞ୍ଜା

ସରଣ ଉଦ୍ଧାରଣ ସେ ନାଶକର ଦର୍ପଗଞ୍ଜା ।୧୫୦।

ଘେନ ଘେନ ଶ୍ରୀମୁଖ ରାୟ ନ କରି ତୁହି ହେଳା

ଜଗଦ୍ଦର୍ପ ନାଶନ ସେ ବାସବର ବଳା ।୧୫୧।

ଖାଣ୍ଡବ ବନ ଦହନେ ସେହୁ ବାସବ ବିବାଦେ

ବହନି ବ୍ୟାଧି ତୁଟିଲା ବାସବୀର ପ୍ରସାଦେ ।୧୫୨।

ଶ୍ରୀ ଜଗନ୍ନାଥେ ପୀରତି ବାସବେ ବିବାଦୀ

ପ୍ରସନ୍ନେ ନାରାୟଣ ଅଛଇ ସର୍ବସାଧି ।୧୫୩।

ମନ୍ତ୍ରୀ ର ବଚନେ ସେ ଭାଖା ମଣ୍ଡଳ ଆଧିପତି

ବାମ ଆଣ୍ଠୁ ମାଡ଼ିଣ ସେ ହୋଇଲା କୋପମୃର୍ତ୍ତି ।୧୫୪।

ଅଧର ପୁଷ୍ଠକରି ଅଧରେ ଦନ୍ତ ଚାପି

ଯେସନେ ନିଦ୍ରାଘ କାଳେ ଅସୁର କାମରୂପୀ ।୧୫୫।

ଉତ୍ତର କୋଶଳେ ମମ ପ୍ରତଗ୍ୟାଂ ପ୍ରସିଦ୍ଧି

ଦଇତ ଦାନବ ମୁଂ ନକଲି କାହା ସାଧି ।୧୫୬।

ଆଦିତ୍ୟ ଲୁଚାଣ ହୁଅଇ ଯାହାର ଗମନେ

ବାରାନିଧି ସନ୍ଧାନ ଯାକୁ ଦିଅଇ ରେ ନିତ୍ୟେ ।୧୫୭।

ଯେଉଂଣ ରାଜା ଦେବ ଦାନବେ ନୋହଇ ନାଶ

ହେଳେ ନାଶକଲି ମୁହିଂ ଅସୁର ମହୀଦାସ ।୧୫୮।

କେତେକ ଦୁଷ୍ଟ ମୁହିଂ ନାଶିଲି ୟେହି ମହୀସ୍ଥଳେ

ଅରୁଣ ଗିରିବର ମୁଂ ଭାଂଜିଲି କରତଳେ ।୧୫୯।

କ୍ଷତ୍ରୀବର ପଣ୍ଡିତ ମୁଂ ଭାଗ୍ୟବର ପରସାଦେ

ୟେ ଦ୍ଵାପର ଯୁଗ ଅନ୍ତକଲି ମୁହିଂ ବିରଞ୍ଚିନାରାୟଣ ମନ୍ତ୍ରେ
ସାଧେ ।୧୬୦।

ସ୍ଵର୍ଗେ ଦେବେ କଂପନ୍ତି ରେ ଯାହାର ପଳାଣନ୍ତେ

ଅସାଧ୍ୟ ସାଧ୍ୟ ହୋନ୍ତି ଯାହାର ନାମ ଧରନ୍ତେ ।୧୬୧।

ଇହଲୋକ ରାଜାନ୍ତ ମୁହିଂ କେତେ ନ ଦିଲଇଂ ଦୁଖ

କେଉଣ ପାମରେ ରେ ମୋତେ ଦିଅଇ ଶ୍ରୀମୁଖ ।୧୬୨।

ଆସଇ କିନା ତାର ସମଦଣ୍ଡ ସାଜି

ପ୍ରତଗ୍ୟାଂ କରିଣ ରାଜା ଉଠିଲା ଗଳଗାଜି ।୧୬୩।

ଦୁସହ ପ୍ରତଗ୍ୟାଂ ସେ କରଇ ପୁଣ ପୁଣି

ଆସୁ ତାହାର ଦଣ୍ଡ ସାଜି କେତେକ ଦର୍ପ ଜାଣି ।୧୬୪।

ସାଜ ସାଜ ସନ୍ୟ ବୋଲି ଆଗ୍ୟାଂ ଦିଲା ନୃପତି ଦରଦସେନ

ତ୍ରିଭୂବନ କମ୍ପିଲା ତାର ବୀରତୂର ଶବଦେଣ ।୧୬୫।

ଶ୍ରୀ ମୁଖ ନିନ୍ଦା ଶୁଣିଣ ଗଲେକ ଦେଶାଉରେ

ପ୍ରବେଶ ହୋଇଲେ ଯାଇଂ ଅର୍ଜୁନ ଛାମୁରେ ।୧୬୬।

ସ୍ଵାମୀ ଅତି ଦୁଷ୍ଟ ନୃପତି ସେ ଅଟଇ ଦୃଭାର ବଡ଼ ମନ୍ଦା

ନ ଘେନିଲା ଶ୍ରୀମୁଖ ଦେବ ବହୁତ କଲା ନିନ୍ଦା ।୧୬୭।

ଅନେକ ପ୍ରତଗ୍ୟାଂ କରିଣ ସେ କହିଲା ମହାରାଗୀ

ରଥ ଗଜ ଅଶ୍ଵ ସାଜି ବିଜେକଲା ବେଗି ।୧୬୮।

ବଡ଼ାଇ ଅସମ୍ଭବ ଦେବ ଅସଂଖ୍ୟ ତାର ଦଣ୍ଡ

ମୁଖରାବ ଶବଦେ କମ୍ପଇ ସପତ ବ୍ରହ୍ମାଣ୍ଡ ।୧୬୯।

ଆଦିତ୍ୟ ଭୟ କରଇ ଦେବ ସନ୍ଧାନ ଦିଅଇ ସିନ୍ଧୁ

ଉତ୍ତର କୋଶଳେ ଦେବ ପ୍ରତଗ୍ୟାଂ ତାହାର ସାଧୁ ।୧୭୦।

ଦେବ ଦାନବ ଗଣ ଗନ୍ଧର୍ବେ ସେ ଅଟଇ ନିର୍ଭୟା

ଅସୁର କୁଳ ନୃପତି ସେ କ୍ଷଣ କ୍ଷଣକେ ମାୟା ।୧୭୧।

ମୁନେହିର ମୁଖରୁ ୟେସନେକ ପ୍ରତଗ୍ୟାଂ ବାକ୍ୟ ଶୁଣି

ଅଧର କମ୍ପାଇ ଅର୍ଜୁନ ଉଠିଲା ଶିର ଝୁଣି ।୧୭୨।

ଶୂରବର ସୁନ୍ଦର ସେ ପ୍ରତଗ୍ୟାଂ ମହାରାଗୀ

ରଥର ପାର୍ଥିବ ଯାଇଂ ବିଜେକଲା ବେଗି ।୧୭୩।

ଅକ୍ଷୟ ତ୍ରୋଣ ବେନିକନ୍ଧେ କରେଣ ଗାଣ୍ଡିମ ଧନୁ

ପବନହୁଂ ବେଗେ ରଥ ଚଳାଇଲେ ସୁରବଇ ତନୁ ।୧୭୪।

ଗୁଣ ଟଂକାର କରିଣ ସେ ସୁଭଦ୍ରାର ନାହା

ମାତଳିକି ବୋଇଲେ ମୋ ରଥ ବେଗେ ବାହା ।୧୭୫।

ଆଗିଆଣ ଥାଠେ ସେନାପତି ଜୟେ ଯେ ବିଜୟେ

କ୍ଷେପନ୍ତି ତୁରଙ୍ଗମ ଯେ ଶ୍ୟାମଳ ପଚ୍ଛୀ ପ୍ରାୟେ ।୧୭୬।

ଦେବଦତ୍ତ ଶଙ୍ଖ ଯେ ବଜାଇ ସର୍ବସାଚୀ

ଲକ୍ଷେକ ବଳ ଗାଣ୍ଡିମ ଗୁଣ ଦେଇ ଆମଞ୍ଚି ।୧୭୭।

ପ୍ରତଗ୍ୟାଂ ସାମରଥ ଯେ ଅଟଇ ପାଣ୍ଡବ କିରୀଟୀ

ଅଳପ ସଇନି ଯେ ଦରଦସେନ ଥାଠ ଘୋଟି ।୧୭୮।

ଶଙ୍ଖ ଗୋକ୍ଷୀର ଶ୍ଵେତ କାମପାଳ ଚାରି ହୟେ

ଉଡ଼ନ୍ତି ଗଗନେ ଯେହ୍ନେ ଶେଣ ପଚ୍ଛୀ ପ୍ରାୟେ ।୧୭୯।

ଆସ୍ତାନେଣ ଥାଇଂ ତାହା ଦେଖଇ ଦରଦସେନ

ସୁରସାହି ମନ୍ତ୍ରୀକି ରାଜା ପୁଛଇ ବଚନ ।୧୮୦।

ଆହୋ ମନ୍ତ୍ରୀ ରଥେକ ଯେ ଭ୍ରମି ଆସଇ ଅନ୍ତରୀକ୍ଷେ

ଗଜ ଅଶ୍ଵ ସଇନି ତ ନାହିଂ ତାର ପଛେ ।୧୮୧।

ରାଜାକଇଂ ଜଣାଇଲା ସେ ମନ୍ତ୍ରୀ ସୁରସାହି

ଦୁତୀକୃଷ୍ଣ ଅବତାର ଅର୍ଜୁନ ଅଟଇ ୟେହି ।୧୮୨।

ବାସବର ନନ୍ଦନ ରଥେ ମାତଳି ବହିନୀ

କୋଟିକଳ୍ପ ଅଶ୍ଵ ଚାରି କ୍ଷେପନ୍ତି ଭୁବନ ତିନି ।୧୮୩।

ମନ୍ତ୍ରୀ ର ବଚନେ ଯେ ଦରଦସେନ ମହାରାଜା

ସୁରବର ସୁନ୍ଦର ବୋଲି ସାଜି ଚଢିଲା ମତ୍ତଗଜ ।୧୮୪।

ମଣ୍ଡିଲା ମହାନାଗ ଅନେକହିଂ ଆୟୁଧେ

ସାଂଗ୍ରାମେଣ ଅଭୟା ସେ ନ ଘୁଞ୍ଚନ୍ତି ମହାଯୁଦ୍ଧେ ।୧୮୫।

ଦକ୍ଷିଣ କରେ ପରିଘ ଆୟୁଧ କୁଠାର ବାମ କରେ

ଅନ୍ଧକ ବଧକାଳେ ଯେସନେକ ବିଜେକଲେ ହରେ ।୧୮୬।

ଲୁହାର ଦୁଇ ଲକ୍ଷ ନାରାଜ ଅଛି କଷି

ଅନ୍ତରୀକ୍ଷେ ତୀକ୍ଷମୁନା ଦିଶନ୍ତି ଆଗ୍ନି ରାଶି ।୧୮୭।

ଗଦା ମୁଦୁଗର ଧନୁ ଅସିପତ୍ର କୁନ୍ତଶରେ

ବିଜେକଲା ଅଛି ନରେନ୍ଦ୍ର ଯାଇଂ ମହାନାଗ ପିଠିରେ ।୧୮୮।

ବୀରତୂର ଢୋଲ ଟମକ ନିଶାଣ ବାଜେ

ରେ ରେ କାର ଶବଦେ ରାଜା ଆପଣେ କଲା ବିଜେ ।୧୮୯।

ତିନି ସାଗର ରଥ ବତିଶ ସାଗର ନାଗ

ପଞ୍ଚଷଠୀ ସାଗର ଯେ ଚୋଖାର ତୁରଙ୍ଗ ।୧୯୦।

ଆଲମ୍ବ ପାଞ୍ଚ ଲକ୍ଷ ୟେକଲକ୍ଷୀ ମୟୂର ଝାଲି ଛତା

ଆକାଶେ ଅଦୃଶ୍ୟ ହୋଇଲେ କରତାର ଦେବତା ।୧୯୧।

ରାଜାର ଆଗ୍ୟାଂ ପାଇ ଧାଇଂଲେ ତାହାର ବଳ

ମହାବାଦ୍ୟ ଶବଦେ ଉଛୁଳିଲା ମହାଗୋଳ ।୧୯୨।

ଡାକହାକ ଶବଦେ ଉଠିଲେ ଓହୋବଳ ସଇନି

ବିନ୍ଧନ୍ତି ନାରାଜ ଯେ ପବନୁଂ ବେଗ ଜାଣି ।୧୯୩।

ହାଥୀଂକର ଗର୍ଜନ ଯେ ଘଣ୍ଟାରାବ ଶବଦେ

ମହୀ ଉଛୁଳଇ ଯେହ୍ନେ ସିନ୍ଧୁ ଘୋଷ ନାଦେ ।୧୯୪।

କଣକଳ୍ପ ମାତ୍ର ସିନା ଅର୍ଜୁନ ଥାଠ ଗୋଟି

ଦରଦସେନ ଥାଠ ରେ ରେ କାର କରି ଉଠି ।୧୯୫।

ସର୍ବେ ଚାରି ଅହିବ୍ରତ ଅର୍ଜୁନ ର ସଇନି

ଦରଦସେନ ବେଢିଲା ସେ ବାଇଶି କ୍ଷଉଣି ବଳ ଘେନି ।୧୯୬।

ସମୋଦ୍ର ଭିତରେ ଯେହ୍ନେ ଦିଶନ୍ତି ମାଛମାନେ

ସେହି ସରୂପେ ଯେ ଦିଶନ୍ତି ପାଣ୍ଡବ ସଇନେ ।୧୯୭।

ବହୁତ ସନ୍ୟ ଦେଖି ଅର୍ଜୁନ ବଳ ହୋଇଲେକ ଲୋଚି

ଦଣ୍ଡଭଗ୍ନ ହୋଇଣ ଭାଜିଲେ ସର୍ବେ ଘୁଞ୍ଚି ।୧୯୮।

ଆରେ ରହ ରହ ଡାକଇ ବୀର ପାଥେ

ଯେସନେକ କେଶରୀ ନ ଲେଖଇ ଗଜଯୂଥ ।୧୯୯।

କରେଣ ଗାଣ୍ଡିମ ଧନୁ ଧରିଣ ସର୍ବସାଚୀ

ଅଗଣିତା ନାରାଜ ତେଣୁ ନେଇ ଗୁଣେ ଯୋଚି ।୨୦୦।

ଝଲକନ୍ତି ନାରାଜ ଯେ ସହସ୍ରେ ତୀକ୍ଷମୁନା

ବିନ୍ଧନ୍ତେ ନିକିଳିଲା ସେ ଛତ୍ରୀଂକର ବଜ୍ରସେହ୍ନା ।୨୦୧।

ଗିରିବର ଫୁଟଇ ଜାହାର ଶରଘାତେ

କକଡ଼ା ବୃଷ୍ଟି ପ୍ରାୟେ ଦିଶିଲା ରଣ ପଥେ ।୨୦୨।

ଅର୍ଜୁନକୁ ବେଢିଲେ ଆସି ବତିଶ ମର୍ଭୁତ ରଥୀ

ଅକମ୍ପେକ ଅର୍ଜୁନ ୟେକସରେ ଥାଠ ମନ୍ଥି ।୨୦୩।

ଦରଦର ସଇନି ନାରାଜ ବିନ୍ଧନ୍ତି ଅବିଚ୍ଛନ୍ନେ

ସହସ୍ରେ ସହସ୍ରେ ତୀକ୍ଷମୁନା ପଡ଼ଇ ଘନେ ଘନେ ।୨୦୪।

ବହୁତ ନାରାଜ ଦେଖି ଅର୍ଜୁନ କୋପାନଳ

ମନଭେଦୀ ନାରାଜ ଯେ ଧଇଲା ମହାବଳ ।୨୦୫।

ହାବୋଡ଼ା ଶରକେ ଯେ ପୂରୋଇ ଫଲଗୁନି

ଆଗ୍ୟାଂ ଦିଲା ଭେଦ ଯାଇଂ ଦରଦସେନ ର ଯେତେକ ସଇନି ।୨୦୬।

କୁତୂହୋଳ ଯୁଦ୍ଧକୁ ମୋର ବେଳ ଅଛି କାହିଂ

ନଉଦିନୁଂ ଦିନେ ଅଧିକ ହେଲେ ନ ବ୍ରତଇ ମୁହିଂ ।୨୦୭।

ବାସବିର ଆଗ୍ୟାଂୟେ ସେ ନାରାଜ ମନଭେଦୀ

ବାଇଶି କ୍ଷଉଣି ବଳ ସବୁରୀ ହୃଦେ ଭେଦି ।୨୦୮।

ହାବୋଡ଼ା ଶର ଯେ ହାବୁଡ଼ି ସର୍ବ କାୟେ

ପଡ଼ିଲେ ସର୍ବସନ୍ୟ ସେ ବ୍ରହ୍ମଶର ଘାୟେ ।୨୦୯।

ତିନି ଯୋଜନ ମାଡ଼ି ପଡ଼ିଲେ ବଳ ଲୋଟି

ପୃଥୀ ଉଲୁକାପାତ ହୋଇ ରୁଧିର ହେଲା ବୃଷ୍ଟି ।୨୧୦।

ଦରଦସେନ ରାଜା ର ସଇନି ଅସମ୍ଭବ ବନସ୍ତ

ତହିଂକି ପବନ ଯେ ଅଣଚାଶ ବୀର ପାଥ ।୨୧୧।

ଗଗନ ବନେ ଯେହ୍ନେ ସମସ୍ତ ବୃକ୍ଷ ଭାଞ୍ଜି

ଦଣ୍ଡ ଅସାଷ୍ଟମ ଦେଖି ଦରଦସେନ ଉଠିଲା ଗଳଗାଜି ।୨୧୨।

ସହସ୍ରେକ ନାରାଜ ପୂରୋଇଲା ଲୋହାର ଧନୁ

ଅର୍ଜୁନ ଆକ୍ରେଷି ବିନ୍ଧିଲା ସେ ବୃନ୍ଦାରକ ରାଜା ତନୁ ।୨୧୩।

ଅର୍ଜୁନ କୋପେ ବିନ୍ଧିଲେ ଦରଦସେନ କୁ ପଞ୍ଚୁ ଶର

ଲୋହାର ବଜ୍ରଘୋଟ ରଥଗୋଟି ଭାଜି ହୋଇଲା ଶତେ ଚୂର ।୨୧୪।

ଧନୁଶସ୍ର ଛାଡ଼ି ରାଜା ହୋଇଲା ପାଦଗତି

ଧାତିକାରେ ଆରୋହିଲା ରାଜା ସେ ଗଣ୍ଡାଧି ନାମେ ହାଥୀ ।୨୧୫।

ବଜ୍ର ପରିଘେକ ବୁଲାଇ ଯାବନାଧି

ଅର୍ଜୁନର ରଥେ ନେଇ ପ୍ରହାର କଲା ଖେଦୀ ।୨୧୬।

ବାବଲ ଶରେକ ଘେନି ପେଶିଲେ ଦୁତୀ ବନମାଳୀ

ହାଥି କୁମ୍ଭସ୍ଥଳେ ପଡ଼ି ପଛକତିକି ନିକିଳି ।୨୧୭।

ଘାୟେଣ ଘୁମାଇ ମହାନାଗ ପଡ଼ିଲା ଗଳଗାଜି

ପୁଣି ଆରୋହିଲା ମହା ବାରଣ ବାଜୀ ।୨୧୮।

ଆକ୍ରେଷି ଖେଦାଇ ରାଜା ମହା ବାରଣ ଅଶ୍ଵ ପିଠି

ଅର୍ଜୁନ ଉପରକୁ ରାଜା ମାଇଲା ନବନିଶି କୁନ୍ତ ଯାଠି ।୨୧୯।

ମାତଳି ସାରଥି ତାର ରଥେ ଥାଇଂ ବଞ୍ଚି

ପଶୁପତ୍ର ନାରାଜ ଯେ ବିନ୍ଧିଲେ ସର୍ବସାଚୀ ।୨୨୦।

ଶର ପଡ଼ିଣ ଅଶ୍ଵ ଯେ ହୋଇଲା ବେନିଖଣ୍ଡ

ଗୁଣ ଘୋଷ ଶବଦେ ଯେ କଂପଇ ବ୍ରହ୍ମାଣ୍ଡ ।୨୨୧।

ପାଦଗତି ହୋଇ ପଳାଇଲା ଦରଦସେନ ରାୟେ

ପଛକତି ଗୋଡ଼ାୟେ ପାଣ୍ଡବ ଧନୁର୍ଜୟେ ।୨୨୨।

ୟେଡ଼େକ ଆରମ୍ଭ ତୁରେ କଲୁସି ଦରଦ

କାଳେଣ ନିଷତ କିଂପା ହୋଇଲୁ ରେ ଦୁଷ୍ଟ ମନ୍ଦ ।୨୨୩।

ବିକ୍ରମ ସିଂଘ ଛାମୁରୁ ତୁ କେତେ ଦୂରୁ ଯାଉ

ନିଷତ ହୋଇ ରହିବୁ ନା କେତେ ଦୂର ପଳାଉ ।୨୨୪।

କମ୍ପାଇଣ ରଥ ଯେ ବାହିଲା ମାତଳି ସାରଥି

ଅର୍ଜୁନ ବୋଇଲା ନିଷତ ଲୋକକୁ ଗୋଡ଼ାଇଲେ ଆପଣା ଧର୍ମ ବିନଶ୍ଵତି ।୨୨୫।

ପଳାଇ ଦରଦସେନ ପଶିଲା ଶାଖା ମଣ୍ଡଳ ପୁରେ

ମୁନେହିଂ ଜାଣାଇଲା ଯାଇଂ ଜମାଗୋଷ୍ଠ ଛାମୁରେ ।୨୨୬।

ସ୍ଵାମୀ ଆମ୍ଭର କଟକେ ବେଢିଥିଲା ନୃପତି ଦରଦ

ଅଦଭୁତେ ଯୋଦ୍ଧାୟେ ଆସି ତାକୁ ଚିନ୍ତିଲା ପରମାଦ ।୨୨୭।

ୟେକା ରଥିକେ ଦେବ ନାରାଜ କଲା ବୃଷ୍ଟି

ବାଇଶି କ୍ଷଉଣି ବଳ ପଡ଼ିଲେ ମହୀ ଲୋଟି ।୨୨୮।

ୟେକା ଦରଦସେନ ନୃପତି ପଳାଇଲା ବିମୋହେ

ଆମ୍ଭର ରାଜ୍ୟରେ ପଶିଲା ଦେବ ଶରଣ ସନ୍ଦେହେ ।୨୨୯।

ଯମାଗୋଷ୍ଠ ବୋଇଲା ଯେବେ ଦରଦକୁ ପଡ଼ିଲା ଅପଚୟେ

ଗଉରୋବ କରି ଆଣରେ ଆସୁ ବେଗେ ରାୟେ ।୨୩୦।

ଯମାଗୋଷ୍ଠ ବିଜେ କରିଅଛି ଆସ୍ତାନ ଜଗତୀ

ସନ୍ନିଧ୍ୟେ ପ୍ରବେଶ ହେଲା ଦରଦସେନ ନୃପତି ।୨୩୧।

ଆସ୍ତାନୁଂ ଓହ୍ଲାଇ କରି ଆୟେ ନୃପତି ଯମାଗୋଷ୍ଠ

ପ୍ରଣପତ୍ୟ ହୋଇଲା ଦରଦସେନ ର ପାଦପୃଷ୍ଠ ।୨୩୨।

କୋଳାଗ୍ରତ କରିଣ ରାଜା ଦରଦସେନ

ଅନ୍ତେଶ୍ଵର ପୁରେ ବିଜୟ କଲେ ବେନି ଯେ ରାଜନ ।୨୩୩।

ଅନେକ ବଇକୁଲ୍ୟ ହୋଇ କହଇ ଦରଦ ନୃପମଣି

ବାବୁ ଅନମିତେ ହରାଇଲି ବଳ ବାଇଶି କ୍ଷଉଣୀ ।୨୩୪।

ୟେ ଭୁବି ଭୁବନର ମଧ୍ୟେ ତାର ଅନେକ ମହିଂମା

ପ୍ରତକ୍ଷେ ନାରାୟଣ କି ସେ ଅଟଇ ବେଦବ୍ରହ୍ମା ।୨୩୫।

ଅସ୍ର ଶସ୍ର ତାହାର ଶରୀରେ ନୋହେ ଭେଦୀ

ଅଲେଖ ପୁରୁଷ ସଙ୍ଗେ ମୁଂ ନ ଜାଣି ହୋଇଲି ବିବାଦୀ ।୨୩୬।

ୟେଡ଼େ ବଡ଼ ଥାଠ ମୋର ଅଖଡ଼େ ନାଶଗଲା

ରଣଯୋଗ କରିବାକୁ ମୋର ସତହିଂ ନ ବଳିଲା ।୨୩୭।

ଜଗତୀ ରେ ବସି କଥା ହ୍ଵନ୍ତେ ବେନିରାୟେ

ଋତୁଧ୍ଵଜ ପର୍ବତେ ବିଜୟେ ଧନୁର୍ଜୟେ ।୨୩୮।

ଯମାଗୋଷ୍ଠ ରାୟେ ହକାରିଲେ ୟେକାନ୍ତେ ମୁନିହେଂ

ଆରେ ଦେବ କି ଦାନବ ରେ ଗୁପତେ ବୁଝ ଯାଇଂ ।୨୩୯।

ରଥ ଗଜ ଅଶ୍ଵ ତାର କେତେକ ପାଦାନ୍ତି

ସଞ୍ଚପି ଆସିଣ ମୋତେ କହନି ନିଶା ରାତି ।୨୪୦।

ରାଜାର ଆଗ୍ୟାଂୟେ ଦୂତେ ଚଳିଲେ ଗୁପତେ

ରାତ୍ରକାଳେ ପଶିଲେ ଋତୁଧ୍ଵଜ ପର୍ବତେ ।୨୪୧।

ଗୁପତେ ପଶିଲେ ଯାଇଂ ଅର୍ଜୁନର ଥାଠେ

କଳନ୍ତି ସନ୍ୟ ତାହାର ବୁଲନ୍ତି କପଟେ ।୨୪୨।

ଅର୍ଜୁନ ଆଗ୍ୟାଂ ଦିଲେ ଦୂତପତିନ୍ତ ହକାରି

ଆରେ ଶ୍ରୀମୁଖ ଆଗ୍ୟାଂ ଘେନି ଯାଅ ଶାଖାନଗ୍ର ପୁରୀ ।୨୪୩।

ଦରଦସେନ କୁ ଘେନି ଯମାଗୋଷ୍ଠ ରାୟେ

ବହନ ହୋଇ ଛାମୁକୁ ଆସୁ ଆଗ୍ୟାଂଦିଲେ ଧନୁର୍ଜୟେ ।୨୪୪।

ଶ୍ରୀମୁଖ ଘେନିଣ ତହୁଂ ବେଗେ ଚଳିଲେ ଦୂତପତି

ଯମାଗୋଷ୍ଠ ରାଜ୍ୟେ ପ୍ରବେଶ ହୋଇଲେ ସାତରଥୀ ।୨୪୫।

ଶାଖାପୁର ନଗ୍ର ଜିଣି ପଶିଲେ ଯେ ଦୂତମାନେ

ଉଡ଼ନ୍ତି ତୁରଙ୍ଗମ ଯେ କ୍ଷେପନ୍ତି ପଥଶୂନ୍ୟେ ।୨୪୬।

ଜଗତୀରେ ଥାଇ ତାହା ଦରଦସେନ ଦେଖି

ବାବୁ ଯମାଗୋଷ୍ଠ ୟେତେ ଦୂତ ମାନେ ଆସୁଛନ୍ତି ତୋହର ତହିଂକି।୨୪୭।

ଦୁଷ୍ଟି ପ୍ରମାଣେ ଯାଇଂ ପ୍ରବେଶ ହୋଇଲେ ଦୂତେ

ଦେଖିଣ ଆଶ୍ରିଜ ହୋଇଲେ ଯମାଗୋଷ୍ଠ ପାତ୍ର ଅମାନତ୍ୟେ ।୨୪୮।

ରଥରୁ ଓହ୍ଲାଇ ହାକ ଦିଅନ୍ତି ଦୂତମାନେ

ଆହୋ ଯମାଗୋଷ୍ଠ ପାୟୋଡ଼ା ପାଡ଼ି ଶ୍ରୀମୁଖ ଘେନସ ବଦନେ ।୨୪୯।

ମନ୍ତ୍ରୀ ପଚାରଇ ଆହୋ ଶୁଣ ଦୁତକାରୀ

କାହାର ଶ୍ରୀମୁଖ ବୋଲି ମନ୍ତ୍ରୀବର ପୁଚ୍ଛାକରି ।୨୫୦।

ଦୂତ ଗଣେ କହନ୍ତି ହୋ ତୁ ନ ଜାଣୁ କି ନରେନ୍ଦ୍ର

ଅମରାଧି ନାଥ ଯେ ଦେବ ଅସକନ୍ଦ ।୨୫୧।

ବାସେବର ସୁତ ହୋ ସେ ପାଣ୍ଡବ ଫାଲଗୁନି

ଖାଣ୍ଡବ ବନ ଦହନ କରି ମଉଷଧି ଦିଲା ଅଗ୍ନି ।୨୫୨।

ଅଭୟେ ସୋମବଂଶୀ ଯେ ପାର୍ଥିବ ସର୍ବସାଚୀ

ଶରେ ଶରେ ସାଗର ବାନ୍ଧେ ସେତୁବନ୍ଧ ପ୍ରାଚୀ ।୨୫୩।

ହନୁମନ୍ତର ମାନ ଯେ ମର୍ଦ୍ଧିଲା କୂଟବୁଦ୍ଧି

ସୁଭଦ୍ରା ହରଣ ସେ ସାତବଂଶ ଯାଦବ ବଳ କଲା ସାଧି ।୨୫୪।

ଶ୍ରୀ ଜଗନ୍ନାଥ ଦେବ ଯାହାର ଚରଣେ ପରିଣାମି

ଅଭୟେ ନିରଞ୍ଜନ ସେ ଯୁଝେଷ୍ଠି ଦେବ ସ୍ଵାମୀ ।୨୫୫।

ତାହାଂକର ଅନୁଜ ଯେ କାଳେବର ଦଣ୍ଡପାଣି

ଭୀମସେନଂକ ଅନୁଜ ୟେ ଧାନୁକି ଚୂଡ଼ାମଣି ।୨୫୬।

ସୋମବଂଶ ଆଧିପତି ପଣ୍ଡୁ ମହାରାଜାଂକର କାର୍ଯ୍ୟେ

ଶ୍ରୀ ଅର୍ଜୁନ ଦେବ ସ୍ଵାମୀ ଉତ୍ତର ଦିଗବିଜେ ।୨୫୭।

ଚାଳିଶ ସହସ୍ର ରାଜା ସାଧିବେ ୟେକା ଜଣେ

ଦୁଷ୍ଟ ହେଲେ ନ ବ୍ରତନ୍ତି କେହୁ ରାଜାମାନେ ।୨୫୮।

ବହନ ହୋଇ ଶ୍ରୀମୁଖ ଘେନ ହୋ ଶାଖା ପୁର ଅଧିକାରୀ

ନିଉଛାଳି ହୋଇକରି ଘେନ ପ୍ରଣପତ୍ୟ ପାୟୋଡ଼ା ପାଡ଼ି ।୨୫୯।

ଶୁଣିଣ କୋପକଲା ନୃପତି ଯମାଗୋଷ୍ଠ

ୟେ ଉତ୍ତର କୋଶଳେ ମୁ ନୃପତି ପଣେ ଶ୍ରେଷ୍ଠ ।୨୬୦।

ମୁହିଂ ଆନକଇଂ ଶ୍ରୀମୁଖ ଦିଅଇ ଉତ୍ତର କୋଶଳେ

ୟେ ଉତ୍ତର ଦିଗ ରାଜା ସମ କେ ମୋତେ ରୋଳେ ।୨୬୧।

କହୁଂ କହୁଂ ନୃପତି ସେ ଉଠିଲା ମହାରାଗେ

କେଉଂଣ ପାମର ରେ ପ୍ରତଗ୍ୟାଂ କହୁ ମୋର ଆଗେ ।୨୬୨।

ଆସଇ କିନା ସେ ମୋହର ଛାମୁକୁ ଥାଠ ବାହୀ

ନିଅ ଯା ତାହାର ଶ୍ରୀମୁଖ ବାହୁଡ଼ାଇ ।୨୬୩।

ଅଧର କମ୍ପାଇଣ କହଇ ରାୟେ ଅତି କୋପେ

ଶ୍ରୀଭୂଜେ କୃପାଣ ସେ ଧଇଲା ପରିତାପେ ।୨୬୪।

ଯେତେକ ପ୍ରତଗ୍ୟାଂ ମୋ ଛାମୁରେ କହିଲୁ ରେ ବିଖଣ୍ଡ

ରାୟେବାର ନୋହିଲେ କାଟନ୍ତି ତୋର ମୁଣ୍ଡ ।୨୬୫।

ମୋହର ଛାମୁରୁ ବହନ ନହୋଇଣ ରେ ପଳା

କରୁ ଆସି ସାଂଗ୍ରାମ ସେ ବୋଲଇ ମହାବଳା ।୨୬୬।

ରାଜାର ବଚନେ କହନ୍ତି ଅରୁଣ ଉଲ୍ଲୋଳ ଦୂତପତି

ସଂପୋଡ଼େ ରାଜା ତୋହାର ବୁଡାଇବୁ ଯେତକ ବିଭୂତି ।୨୬୭।

ନଶନ୍ତ କାଳେ ପ୍ରାଣୀଂକି ଯେ ବୀପରିତ ବୁଦ୍ଧି

କିଞ୍ଚିତ ଦୋଷେ ରାୟେ ହରାଇଲୁ ୟେଡ଼େକ ସମ୍ପ୍ରଧି ।୨୬୮।

ୟେହିମନ୍ତେ ପ୍ରତଗ୍ୟାଂ କରିଥିଲା ଦରଦ

କିଞ୍ଚିତ ଦୋଷେ ନାଶଗଲା ତାହାର ୟେଡ଼େକ ସମ୍ପଦ ।୨୬୯।

ପ୍ରତଗ୍ୟାଂ ସାର୍ଥୁକ ସେ କଇଚ୍ଛା ଜଗଜ୍ଜେଠୀ

ତ୍ରିଭୁବନେ ଚମକ ପଡ଼ଇ ଯାହାର ନାମଗୋଟି ।୨୭୦।

ଦୁର୍ଲଭ ପ୍ରତଗ୍ୟାଂ ସେ ଦେଖିଣ ନୃପମଣି

ପାତ୍ରନ୍ତ ହକାରି ଆଗ୍ୟାଂଦିଲା ୟେହାନ୍ତ ପକାଅ ବେଗେ ହାଣି ।୨୭୧।

ରାଜାର ଆଗ୍ୟାଂ ଯେ ଉଠିଲେ କଟୁଆଳ

ଝାତିକାରେ ଧଇଲେ ସେହି ଦୂତପତିଂକ ବାଳ ।୨୭୨।

ନଗ୍ର ବାହରେ ତାହାନ୍ତ ନେଲେ ବାଳ ଧରି

ବିଜେକର୍ଣ୍ଣକଟାରୀ ଧରି ଶିର ତାଂକର ଉତ୍ତାରି ।୨୭୩।

ଅନନ୍ତ ଅନିରୁଦ୍ଧ ମଧୁକର ମଧୁବନ୍ତ

ସୁର ନର ଅଞ୍ଜନ କେତୁ ୟେ ସପତ ଦୂତ ।୨୭୪।

ୟେ ସାତଦୂତଂକୁ ନଗ୍ର ବାହାର ଦକ୍ଷିଣ ଦ୍ଵାରେ ଆଣି

ରାଜା ଆଗ୍ୟାଂ ପ୍ରମାଣେ ଦୂତଂକୁ ପକାଇଲେ ହାଣି ।୨୭୫।

ଗୁପତେ ଦୂତେ ଯେ ଯାଇଥିଲେ ଅର୍ଜୁନ ଥାଠ କୁ

ବାରତା ଜଣାଇଲେ ଆସି ଯମାଗୋଷ୍ଠ ରାଜାଂକୁ ।୨୭୬।

ସ୍ଵାମୀ ସହସ୍ରେକ ରଥ ଯେ ଚାରି ସହସ୍ର ହାଥୀ

ପାଞ୍ଚ ଅହିବ୍ରତ ତୁରଙ୍ଗମ ନବଲକ୍ଷ ପାଦାନ୍ତି ।୨୭୭।

ବୀର ତୂର ଢୋଲ ଦାଉଣ୍ଡି ଯେ ଟମକ ନିଶାଣ

ପାଟଛତ୍ର ବେନିଲକ୍ଷ ଉଦଣ୍ଡ ଲକ୍ଷେ ଜାଣ ।୨୭୮।

ଗୁପତେ ଦୂତେ କହନ୍ତେ ରାଜା ଲିହଇ ଭୂମିଗତେ

ପନ୍ତିରେ ଲେଖନ କଲା ଅର୍ଜୁନ ନାମ ସମେତେ ।୨୭୯।

ମନ୍ତ୍ରୀ କି ପଚାରଇ ଯମାଗୋଷ୍ଠ ନୃପବର

କେଉଂଣ ନାମ ସେ ଅଟଇ ଯୋଦ୍ଧାର ।୨୮୦।

ମନ୍ତ୍ରୀ ବୋଇଲା ସେ ଦଶନାମ ବହଇ

ପାଣ୍ଡବ ଅର୍ଜୁନ ସେ ମାନବେ ଜନ୍ମ ନୋହଇ ।୨୮୧।

ଶୁଣି ଚକିତ ଯେ ହୋଇଲା ମହାରାୟେ

କେଉଂଣ କେଉଂଣ ନାମ କହନି ଉପାୟେ ।୨୮୨।

ମନ୍ତ୍ରୀ ବୋଇଲା ଦେବ ଶୁଣିମା ସାବଧାନେ

ଦଶନାମ ତାହାର ଯେ କହିବା ଯାତୁଧାନେ ।୨୮୩।

ଅର୍ଜୁନ ଫାଲଗୁନି କୃଷ୍ଣ କିରୀଟି ଶ୍ଵେତବାହନ

ବିବତ୍ସ ବିଜୟ ପାଥ ସର୍ବସାଚୀ ଧନଞ୍ଜୟ ।୨୮୪।

ଶୁଣି ଆଶ୍ରିଜ ଯେ ଯମାଗୋଷ୍ଠ ହୋଇଲା

ୟେଡ଼େ ଛତ୍ରୀ କିଂପା ବିବତ୍ସ ନାମ ବହିଲା।୨୮୫।

ଯେଉଂଣ କ୍ଷତ୍ରୀମାନେ ସାଂଗ୍ରାମେ ଦିଅନ୍ତି ପିଠି

ତାହାକୁ ସେ ହୋଇବନା ବିବତ୍ସ ନାମ ଗୋଟି ।୨୮୬।

ମହାଯୋଦ୍ଧା ଅଟଇ ସେ ପଣ୍ଡୁ ରାଜାର ବତ୍ସ

କେମନ୍ତେ ୟେହାର ନାମ ହୋଇବ ବିବତ୍ସ ।୨୮୭।

ବିବତ୍ସ ନାମ ନୋହଇ ବୋଇଲା ଯମାଗୋଷ୍ଠ

ନବନାମ ପଂକ୍ତିରେ ଯେ ଲିହିଲା ମହାଦୁଷ୍ଟ ।୨୮୮।

କାଳଚକ୍ର ଚିହ୍ନ ଘେନି ଯେ ପୋଛିଲା ଦଣ୍ଡଧାରୀ

ରଥ ଗଜ ଅଶ୍ଵ ପାଦାନ୍ତି ସର୍ବେ ବେନିଖଣ୍ଡେ ଛିଡ଼ି ।୨୮୯।

ୟେକାମାତ୍ରକେ ରଥେ ରହିଲା ଫାଲଗୁନି

ଅର୍ଜୁନ ଦେଖନ୍ତେ ଛିଡ଼ିପଡ଼ିଲେ ତହାର ସମସ୍ତ ସଇନି ।୨୯୦।

ଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବସାଚୀ

ଥମ୍ଭୀଭୁତ ହୋଇ ରହିଲେ ନ ଫୁରଇ କିଛି ।୨୯୧।

ସୁମରଇ ବାସେବି ଯେ ତୁଳସୀର ପ୍ରାଣନାହା

କେଉଂଣ ଦୋଷେ ସ୍ଵାମୀ ମୋତେ ହୋଇଲୁ ଅସହା ।୨୯୨।

ସମସ୍ତ କାଳେ ହରି ଆମ୍ଭନ୍ତ ରକ୍ଷାକରୁ ତୁ

ସଂସାରେ ବଦନ୍ତି ଜଗନ୍ନାଥଂକ ପ୍ରସାଦେ ପାଣ୍ଡବଂକର ବର୍ତ୍ତ ହେତୁ ।୨୯୩।

ୟେଡ଼େ ବଡ଼ ସୁଲଭ କଥା ଦେବ ହୋଇଲା ଅନୀତି

ଅର୍ଜୁନ ବୋଇଲେ ମୋହର ରଥ ବାହା ମାତଳି ସାରଥି ।୨୯୪।

ମହାକୋପେ ଆଗ୍ୟାଂ ଦିଲେ ସୁଭଦ୍ରାର ନାହା

ଧିକ ଧିକ ପ୍ରତଗ୍ୟାଂ ମୋହର ଧିକ ବେନିବାହା ।୨୯୫।

ରୋବଇ ଜଗୁସୋଦର ସଇନ ହତଗତେ

ବାଂଛିଣ ଜଗନ୍ନାଥେ ୟେହାନ୍ତ ଦିଲେ ମୋତେ ।୨୯୬।

ହା ହା ସୋହୋଦ୍ର ରେ ମମ କାର୍ଯ୍ୟେ ଦୁଖି

ଶରୀର କିଂପା ନ ତୁଟଇ ତୁମ୍ଭର କଷ୍ଟ ଦେଖି ।୨୯୭।

ସୋହଡ଼ ସୁନ୍ଦର ରେ ଛତ୍ରୀଗୁଣ ଗୁଣବନ୍ତା

ଅଯୁଦ୍ଧେ ନାଶଗଲ ବାବୁରେ ଅଭୟେ ଶକତା ।୨୯୮।

ପର୍ବତ ଡିଙ୍ଗର ତୁମ୍ଭନ୍ତ ଘେନି ମୁଂ ସାଧିଲି ସର୍ବଭୂମି

ତୁମ୍ଭ ପୁଣ୍ୟବଳେ ଶକତା ପୁଣ ଆମି ।୨୯୯।

ମମ ପୁଣ୍ୟବଳେ ତୁମ୍ଭେ ସମରେ ଶକତା

ମମ ପ୍ରାକର୍ମେ ତୁମ୍ଭେ ରେ ହୋଇଲ ନାଶାଂଗତା ।୩୦୦।

ଜୟନ୍ତ ଜୟସେନ ଜୟ ବିଜୟସେନ ଚନ୍ଦ୍ରଧ୍ଵଜ

ହସ୍ତିନା ରଜ୍ୟରେ ତୁମ୍ଭେ ବରତ ଅଇଶୁର୍ଯ୍ୟ ।୩୦୧।

ଶକତା ବଳବନ୍ତା କରି ମୋତେ ଶ୍ରୀ ଜଗନ୍ନାଥେ ଦିଲେ ବାଛି

ମମ ପାପକର୍ମେ ତୁମ୍ଭନ୍ତ ପକାଇଲି ପୋଛି ।୩୦୨।

ଧିକ ଧିକ ଜୀବନ ମୋହର କ୍ଷତ୍ରୀକୁଳେ ଲାଜ

ଅନେକ ଉପହାସ କରିବେ ମୋତେ କଉରୋବ ରାଜ ।୩୦୩।

ଭୀଷ୍ମ ଦ୍ରୋଣ କର୍ଣ୍ଣ ମୁଖ ଚାହିଂବି କେମନ୍ତେ

ଅଶସ୍ତମା ଶୁଣିଲେଟି କି ବୋଲିବେ ମୋତେ ।୩୦୪।

ବୋଲିବେ ପାର୍ଥ ଗଲା ଉତ୍ତର ରାଜା ଆଣି

ଥାଠସନ୍ୟ ମରାଇ ଅଇଲା ଦେହ ଘେନି ।୩୦୫।

ହସ୍ତିନା ସଭାରେ ଯାଇଂ ଚାହିଂବଇ କାହାମୁଖ

ଧିକ ମୋହୋର ଜୀବନ ମରଣ ବଡ଼ ସୁଖ ।୩୦୬।

ସଇନି ଗୁଣ ସୁମରି ରୋବଇ କିରୀଟୀ

ରଥରୁ ପଡ଼ି ଭୂମିରେ ଦିଅଇ ଘୋଡ଼ାଲୋଟି ।୩୦୭।

ଆତ୍ମାର ସଖାଂକର ହତଜୀବନ ଦେଖି

କେଣିକି ଯିବଇଂ ମୁଂ ହୋଇଲି ନିରିମାଖି ।୩୦୮।

ରେ ରେ ଯମାଗୋଷ୍ଠ ମହିମାଂ ତୋର ଧନି

ମୋତେ କିଂପା ଥୋଇ ନାଶକଲୁ ମୋ ସଇନି ।୩୦୯।

ମାନହୀନେ ବ୍ରତିବା ଜୀବନେ କିସ କାର୍ଯ୍ୟ

କ୍ଷତ୍ରୀକୁଳ ମୁଖ ଚାହିଂବାକୁ ମୋର ବଡ଼ ଲାଜ ।୩୧୦।

ମୋହର ନାମ ଧରି କିମ୍ପେ ରେ ନ ପୋଛିଲୁ ଯମାଗୋଷ୍ଠ

ଜୀବନ ଥିବାଯାୟେ ମୋତେ ହୋଇଲା ବଡ଼କଷ୍ଟ ।୩୧୧।

ଜୀଇଂଣ କିସ କରିବି ମୁଂ ସଂଖ୍ୟା କର ଅଭାବେ

ସଞ୍ଚୟେ ଶରୀର ମୋର ବିସର୍ଜିବି ୟେହିଠାବେ ।୩୧୨।

ଦଶଦିଶ ମୋତେ ତ ଅନ୍ଧାର ଦିଶିଲା

ନିଲଜ୍ଜ ଆତ୍ମା ମୋର ନ ଯାଇ କେମନ୍ତ ରହିଲା ।୩୧୩।

ୟେତେକ ବିଚାରିଣ ସେ ବସିଲା ଜୀବନ ନିଆସି

ସୁମରଇ ମାଧବ ଯେ ଦେବ ହୃଷୀକେଶୀ ।୩୧୪।

ଭଗତ ମତ୍ସଳ ନାଥ ଦୟାର ସାଗର

ୟେ ଦୁସହ ସଂକଟୁ ମାତେ ଉଦ୍ଧାର ଦାମୋଦର ।୩୧୫।

ନୀଳେନ୍ଦୀ ଦଳ ନୟନ ନାଥ ଅଭୟ ପରଂବ୍ରହ୍ମ

ତବ ଲୟେ ଭାବି ମୋହର ନିଆସିଲି ପଞ୍ଚୁମନ ।୩୧୬।

ଜନମ ମରଣ କୁ ପ୍ରଭୁ ତୁହି ସେ ସଂପକ୍ଷ

କମଳାର ବଲ୍ଲଭ ମୋତେ ତ୍ରାହିକର ଶ୍ରୀବତ୍ସ ।୩୧୭।

ଜଗୁଜନ ଜୀବନ ନାଥ ତୁ ଜଗତ ଅଧିକାରୀ

ଆତ୍ମା ବିସର୍ଜୁଅଛି ଦେବ ତବ ନାମ ଲୟେକରି ।୩୧୮।

ଅର୍ଜୁନ ଚିନ୍ତାକଲା ଯହୁଂ କେଶବଂକୁ ହୃଦଗତେ

ଆସନ କଂପିଲା ସ୍ଵାମୀଂକର ସେ ଥିଲେ ନନ୍ଦନ ବନସ୍ତେ ।୩୧୯।

ପରିବା ଫଳ ମାନନ୍ତ ନାବରେ ପୂରୋଇ

ଗଙ୍ଗା ଧାରେ ଧାରେ ସେ ସମସ୍ତ ଦେଉଛନ୍ତି ଚଳାଇ ।୩୨୦।

ଜାଣିଲେ ନାରାୟଣ ଯେ ଅର୍ଜୁନ ଅବସ୍ଥା

ଅଭିମାନେ ପ୍ରାଣତ୍ୟାଜ ହୋଉଛି ଛତ୍ରୀ ବଳବନ୍ତା ।୩୨୧।

ଖଗେଶ୍ଵର ପିଠିରେ ବିଜୟେ ମଧୁରିପୁ

ଚଳନ୍ତି ନାରାୟଣ ବେଗେ ଶାଖାନଗ୍ର ପୁରକୁ ।୩୨୨।

ଆକାଶ ଭୁବନୁ ଦେବ ଅଇଲେ ୟେକଘଡ଼ି

ଅର୍ଜୁନ ଛାମୁରେ ଆସି ବିଜୟେ ଚକ୍ରଧାରୀ ।୩୨୩।

ଉଠିଣ ଧନୁର୍ଜୟେ ଜଗନ୍ନାଥଂକ ଚରଣେ ବନ୍ଦି

ସ୍ଵାମୀ ସଇନିଂକ ଅବସ୍ଥା ମୋର ଦେଖ ବୋଲି ଉଚ୍ଚସ୍ଵରେ କାନ୍ଦି ।୩୨୪।

ଗୋବିନ୍ଦ ବୋଇଲେ ପାର୍ଥ ତୁ କି ହୋଇଲୁ ଅଗ୍ୟାନ

ସାଂଗ୍ରାମେ ପଶିଲୁ ଯେବେ ତୋରେ ନାଶଗଲେ ସନ୍ୟ ।୩୨୫।

ହାରିବା ଜିଣିମା ୟେ ଅଟଇ ଛତ୍ରୀଂକର ମୂଳ ଧର୍ମ

ରାବଣର ସାଂଗ୍ରାମେ ଅନେକ ଅପ୍ରାଂଜୟେ ପାଇଲେ ଶ୍ରୀରାମ ।୩୨୬।

ସାଂଗ୍ରାମେ କଲେ ଅବଶ୍ୟ ପାଇଟି ଅପ୍ରାଂଜୟେ

ତହିଂକି ଅପମାନ କିମ୍ପା ହୋ ବହିଲୁ ଧନଞ୍ଜୟେ ।୩୨୭।

ଆପଣେ ବ୍ରତିଥିଲେ ହୋ ସକଳ କଥା ସୁଲଭ

ନିଷ୍ଠାପର ଯୋଦ୍ଧା ହୋଇଣ ଦେଖିଲୁ ତ ମନ୍ଦଭାବ ।୩୨୮।

କରପତ୍ର ଯୋଡ଼ିଣ ଯେ ବୋଲଇ ଫାଲଗୁନି

ସ୍ଵାମୀ ସାଂଗ୍ରାମେ ପଡ଼ିଲେ ହାଦେ ମୋହର ସଇନି ।୩୨୯।

ଅନମିତେ ସନ୍ୟ ମୋର ନାଶ ଗଲେ ବିନା ଯୁଦ୍ଧେ

ମୋହର ଶରୀର କିମ୍ପା ନ ତୁଟଇ ଅଭିମାନ କ୍ରୋଧେ ।୩୩୦।

ସ୍ଵାମୀ ୟେ ମୋହର ଶରୀର ରହିଅଛି କେବଣ ଧର୍ମେ

ୟେଥିର ଚରିତ ମୋତେ କହିବା ପୁରୁଷଂକ ଉତ୍ତମେ ।୩୩୧।

ଗୋବିନ୍ଦେ ବୋଇଲେ ସେ ଯମାଗୋଷ୍ଠ ବୋଲିଣ ଯେବଣ ରାଜା

ଅନେକ କାଳରୁ ସେ ଯମ ଦେବତାକଇଂ କରଇ ପୂଜା ।୩୩୨।

କରେଣ ଯବଚିହ୍ନ ଆଦିହୁଂ ଅଛଇ ତାହାର

କାଳଚକ୍ର ଚିହ୍ନଗୁଣ ବହଇ ବାମକର ।୩୩୩।

ଦକ୍ଷିଣ କରେ ଲିହି ଯେବେ ବାମ କରେ ପୋଛି

ଛିଡ଼ନ୍ତି ବେନିଖଣ୍ଡ ହୋଇ ଯେ ନ ରହନ୍ତି କିଛି ।୩୩୪।

ମାତଳି ସାରଥି ତ ମଂଚଲୋକନ୍ତ ଅଦୃଶ୍ୟ

ତେଣୁ କରି ରକ୍ଷା ହୋଇଲା ନ ଗଲା ସେହୁ ନାଶ ।୩୩୫।

ତୋହର ନାମ ଧରି ପୋଛିଲା ଧନଞ୍ଜୟେ

ତୋ ଦଶନାମ ନ ଜାଣଇ ଯମାଗୋଷ୍ଠ ରାୟେ ।୩୩୬।

ଦଶନାମ ଯାକ ଯେବେ ସେ ତୋହର ଜାଣନ୍ତା

ତେବେ ସେ ଅର୍ଜୁନ ହୋ ତୋହର ଶରୀର ଛିଡ଼ନ୍ତା ।୩୩୭।

କରପତ୍ର ଯୋଡ଼ିଣ ଯେ କହଇ ଫାଲଗୁନି

ତୋହର ଆଗ୍ୟାଂୟେ ହୋଇଲି ୟେତକ ମାନହାନି ।୩୩୮।

ସ୍ଵାମୀ ରାଜାନ୍ତ ନ ମାରିବି ବୋଲି ଯେ ଆପଣେ ଦିଲୁ ଆଗ୍ୟାଂ

ତୋହର ବଚନେ କେହ୍ନେ ମୁଂ କରିବି ଅବଗ୍ୟାଂ ।୩୩୯।

ତେଣୁକରି ତ୍ରାସ ସ୍ଵାମୀ ଲାଗିଲାକ ମୋତେ

ନୋହିଲେକ ଯମାଗୋଷ୍ଠ ବ୍ରତଇକି ୟେତେବେଳ ପରିଯନ୍ତେ ।୩୪୦।

ସ୍ଵାମୀ ମାରିବି ଯମାଗୋଷ୍ଠ ତୋତେ ଯେ ପଚାରି

ସୁବର୍ଣ୍ଣ ରାଜାୟେ ଦେବଇଂ ତୋର ଥାଠ ସନ୍ୟ ଆଦି କରି ।୩୪୧।

ଅର୍ଜୁନ ବଚନେ ଯେ ବଦୟନ୍ତି ଚକ୍ରପାଣି

କରନ୍ତି ଅନେକ ଦୋଷ ଅଗ୍ୟାନେ ନୃପମଣି ।୩୪୨।

ଦୋଷ ଧରି ଯେବେ ମାରିବୁ ଅନେକ ରାଜାଂକୁ

ବ୍ରହ୍ମହତ୍ୟା ଦୋଷ ପାର ଯିବ କି ପଣ୍ଡୁ ଯେ ରାଜାଂକୁ ।୩୪୩।

ବଦୟନ୍ତି ଜଗନ୍ନାଥ ଯମାଗୋଷ୍ଠେ ନ କର ତୁ କୋପ

ଆପାଣାର କାର୍ଯ୍ୟ ଅର୍ଥେ ତାହାକୁ ଛାଡ଼ିବୁ ନା ପରିତାପ ।୩୪୪।

ଯଦ୍ୟପି ଦୋଷ କଲା ହୋ ଯମାଗୋଷ୍ଠ ନୃପତି
ରାଜୁସି ଯାଗ ସରିଲେ ପଛେ ଦେବ ସିନା ଶାସ୍ତି ।୩୪୫।

ରାଜା ଗୋଟିୟେ ଯେବେ ମାରିବୁ ଦୋଷ ବିଚାରି

ସମସ୍ତ ରାଜାୟେ ପଳାଇବେ ତୋତେ ତ୍ରାସକରି ।୩୪୬।

ଅର୍ଜୁନ ବଚନେ ବଦୟନ୍ତି ପୁଣ ଚକ୍ରପାଣି

ଶୁଣ ହୋ ଧନୁର୍ଜୟେ ଧର୍ମଶାସ୍ର ବାଣୀ ।୩୪୭।

କାର୍ଯ୍ୟର ନିମନ୍ତେ ଦୋଷ ସହିବାର ଅଛି

ତୋହୋର କୋପକଲେ କାର୍ଯ୍ୟ ନୋହଇଟି କିଛି ।୩୪୮।

ସମସ୍ତେହେଂ ମୂର୍ଖ ବାବୁ ତୁହି ସେ ପଣ୍ଡିତ

ତୁ ଆପଣେ ରାଗି ହୋଇଲେ ନାଶଯିବ ସମସ୍ତ ଧର୍ମକୃତ ।୩୪୯।

କ୍ଷଣକେ ବିଶ୍ରାମ ତୁ ନ କର ଦିବା ଯେ ରୟଣୀ

ବହନ ପ୍ରବେଶ ହୁଅ ତୁ ଉତ୍ତର ଦିଗ ରାଜାମାନନ୍ତ ଘେନି ।୩୫୦।

ପଚ୍ଛିମ କୋଶଳରୁ ଅଇଲେନି ଅନେକ ଯୋଧୀ

ରାଜନ୍ତ ନିମନ୍ତ୍ରଣ କଲାନି ବ୍ରିକୋଦର ସର୍ବ ସାଧି ।୩୫୧।

ପଡ଼ିଲା ସଇନିଂକି କିଂପେ ତୁ ହୋଉ ବଇରାଗୀ

ପୃଥୀ ଭାରାଭର ନିବାରଣ କରିବା ନାହିଂକି ଆମ୍ଭେ ବେଗି ।୩୫୨।

ଆହୋ ଯମାଗୋଷ୍ଠ ରାଜାକୁ ତୁ କୋପେ ଶାନ୍ତିକର

ମୋହର ଶପଥ ତୋତେ ଆନ ଯୁଝେଷ୍ଠି ଠାକୁରଂକର ।୩୫୩।

ତୁ ବହନ ହୋଇ ଯାଅ ଆମ୍ଭେ ଯାଉଛୁଂ ୟେହିକ୍ଷଣ

ଦୁସହ ଭାରାୟେ ପଶିଲାଇଂ ସର୍ବେ ଛଡ଼ଜଣ ।୩୫୪।

ଅର୍ଜୁନ ବୋଇଲା ସ୍ଵାମୀ ଆମ୍ଭେ କି ତାହା ଜାଣୁ

ରାଜୁସି ଯଗ୍ୟଂ କେମନ୍ତଟି ତାହା ଆମ୍ଭେ ଶ୍ରବଣେ ନ ଶୁଣୁ ।୩୫୫।

ତୋହୋର ପ୍ରସାଦେ ଆମ୍ଭେ ଜଗତେ ପାଉଂ ପୂଜା

ଅଭଗତେ ଆମ୍ଭନ୍ତ ପ୍ରାପତ ହୋଇଲୁ ଦେବରାଜା ।୩୫୬।

ଅନେକ ତିଆରିଣ ତାକୁ କହିଲେ ଦେବ ଯେ ଅଚ୍ୟୁତେ

ଚଳିଲେ ଜଗୁସୋଦର କଟକ ବାରୁଣବନ୍ତେ ।୩୫୭।

ମାତଳିକି ହକାରି ବୋଇଲେ ଫାଲଗୁନି

ଯମାଗୋଷ୍ଠ ଛାମୁକୁ ଯାଅସି ମୋତେ ଘେନି ।୩୫୮।

ବାସେବିର ଆଗ୍ୟାଂୟେ ଯେ ମାତଳି ସାରଥୀ

ଉଡ଼ାନ୍ତି ତୁରଙ୍ଗମ ଯେ ପବନୁଂ ବେଗ ଗତି ।୩୫୯।

ଆସ୍ତାନେ ବିଜେ କରିଅଛି ଯମାଗୋଷ୍ଠ ରାୟେ

ଅର୍ଜୁନ ରଥ ଯାଇଂ ଭେଟିଲା ଅନ୍ତର୍ଦ୍ଧାୟେ ।୩୬୦।

ଝାତିକାରେ ଛାମୁରେ ଟେକିଲା ନେଇ ରଥ

ଦେଖିଣ ଆଶ୍ରିଜ ବଡ଼ ହୋଇଲା ନରନାଥ ।୩୬୧।

ଯମାଗୋଷ୍ଠ ପୁଛାକଲା ମକରନ୍ଦ ମନ୍ତ୍ରୀକି

ୟେ କେବଣ ଯୋଦ୍ଧା ବାହିଲା ମୋହର ତହିଂକି ।୩୬୨।

ରାଜାର ଆଗ୍ୟାଂୟେ ଯେ କହିଲା ମନ୍ତ୍ରୀମଣି

ତୋହର ତହିଂକି ବାହିଲା ଦେବ ଦୁତୀୟ ଚକ୍ରପାଣି ।୩୬୩।

ଯମାଗୋଷ୍ଠ ବୋଇଲା ମୁଂ ଲିହିଲି ତାହାର ନାମ ଧରି

ପୋଛିଲି ନ ମଲା ୟେ କେଉଣ ଚରିତ ୟେହାରି ।୩୬୪।

ମନ୍ତ୍ରୀ ବୋଇଲା ଯେ ନ ଜାଣିଲୁ ନାମ

ତେଣୁ ସେ ନ ମଲା ଯେ କ୍ଷେତ୍ରୀୟ ଉତ୍ତମ ।୩୬୫।

ଦଶନାମ ଲିହି ଯେବେ ପୋଛନ୍ତୁ ନରନାଥ

ନିଚୟେ ପାଣ୍ଡବ ହାଦେ ହୁଅନ୍ତେ ପ୍ରାଣେ ହତ ।୩୬୬।

ମୋହର ବଚନ ନ କଲେ ମହାରାୟେ

ନିଚୟେ ନାଶଗଲୁ ପାଣ୍ଡବର ଭୟେ ।୩୬୭।

ରାଜା ମନ୍ତ୍ରୀ ଦୁହେଂ କଥା ହୋଇବାର ସମୟେ

ସନ୍ନିଧ୍ୟରେ ରଥ ଟେକିଲା ବାସବର ତନୟେ ।୩୬୮।

ଅଦଭୁତେ ଦେଖି ତାକୁ ଯମାଗୋଷ୍ଠ ରାୟେ

ଆସ୍ତାନ ତେଜ୍ୟାକରି ପଳାଇଲା ମହାଭୟେ ।୩୬୯।

କୁମ୍ଭ ନିକୁମ୍ଭ ବୋଲି ବେନିପୁତ୍ର ଥିଲେ ତାର କତି

ଝାତିକାରେ କେଶ ଧଇଲେ ବିଚିତ୍ରବୀର୍ଯ୍ୟର ନାତି ।୩୭୦।

ବେନି କୁମରଂକ କେଶ ଧଇଲେ ବାମ କରେ

ବିଜେକର୍ଣ୍ଣକଟାର ପ୍ରହାର କଲାକ ଉପରେ ।୩୭୧।

ବେନି କୁମରଂକ ଶିର ପଡ଼ିଲାକ ଯେହୁଂ ଛିଡ଼ି

ପଳାଵନ୍ତେ ନୃପତି ଜଗତୀରୁ ପଡ଼ିଲା ମୁହଂ ମାଡ଼ି ।୩୭୨।

ରଥରୁ ଡେଇଂ ପଡ଼ିଲା ସେ ବାସବର ନାନ

ଯମାଗୋଷ୍ଠ କେଶ ଯାଇଂ ଧଇଲା ଅର୍ଜୁନ ।୩୭୩।

ବାମକରେ କେଶଧରି ରାଗେଣ ପରଚଣ୍ଡା

ଦକ୍ଷିଣ କରେ ଅର୍ଜୁନ ଧଇଲେ ବେଗେ ଖଣ୍ଡା ।୩୭୪।

ବୁଲାଇ ଅସିପତ୍ର ପ୍ରାହାର କରନ୍ତେ

ମାତଳି ସାରଥି ଧଇଲା ଅର୍ଜୁନର ବେନିହାଥେ ।୩୭୫।

ରହରହ ଅର୍ଜୁନ ତୁ କାହାକୁ ହେଉ ରାଗୀ

ନାରାୟଣଂକର ଆଗ୍ୟାଂ କିଂପା କରୁ ପରିତ୍ୟାଗୀ ।୩୭୬।

ଆଉର ବିଶେଷେ ତୁ ରାଜୁସି ଯାଗ ତୋହୋର ପିତା ପଣ୍ଡୁଂକର କାର୍ଯ୍ୟ

ଅନେକ ତିଆରି ତୋତେ କିହିଗଲେ ଦେବରାଜ ।୩୭୭।

ମାତଳି ସାରଥି ବଚନେ ଅର୍ଜୁନ ହୋଇଲାକ ପରମ ଶାନ୍ତି

ଯମାଗୋଷ୍ଠ କେଶଧରି ରଥେ ବସିଲା ତତକ୍ଷଣାନ୍ତି ।୩୭୮।

ପାଟଡୋରେକ ଘେନି ତାକୁ ବାନ୍ଧିଲାକ ରଥେ

ତ୍ରାସେ ପଳାଇଲେ ତାର ପାତ୍ର ଅମାନତ୍ୟେ ।୩୭୯।

ମକରନ୍ଦ ବୋଲି ଯମାଗୋଷ୍ଠର ମନ୍ତ୍ରୀୟେ

ପଳାବନ୍ତେ ସଇନିକି ସମାର୍ଜନା କୟେ ।୩୮୦।

ସମସ୍ତ ପାରିଦଣ୍ଡ ରାଜାୟେ ରୁଣ୍ଡକରି

ମନ୍ତ୍ରୀ ବର ପଚାରଇ ସବୁନ୍ତି ତିଆରି ।୩୮୧।

ଆହୋ ରାଜା ଯେବେ ବନ୍ଦୀ ପଡ଼ିଲା ଆମ୍ଭର

ଆମ୍ଭର ପଳାଇଯିବା ୟେ କେଉଣ ବେଭାର ।୩୮୨।

ଦୟା ଉପୁଜାଇ ପାରିଲେ ସେ ସମସ୍ତ ଉଦ୍ଧାରି

ନଉଚେତ କୋପକଲେ ସବୁନ୍ତି ନାଶକରି ।୩୮୩।

ରାଜ୍ୟର କାରଣି ରାଜାର ବେନି ପୁତ୍ର ନାଶଗଲା

ୟେତେ ବଡ଼ ରାଜାତ ଆପଣେ ବନ୍ଦି ହେଲା ।୩୮୪।

ମନ୍ତ୍ରୀର ବଚନେ ସମସ୍ତ ପାରିଦଣ୍ଡ ରାୟେ

ଗଳାରେ କୋଠାର ଦନ୍ତେଣ ତିରଣ ଲାୟେ ।୩୮୫।

ଦଶଲହ ମୁଖେ ଭରି ସମସ୍ତ ସଇନି

ସ୍ଵାମୀ ତ୍ରାହି ତ୍ରାହି ବୋଲି ଶୁଭଇ ମୁଖଧୁନି ।୩୮୬।

ତୁ ଦେବ ସକଳ ଭୁବନ ଅଧିକାରୀ

ୟେ ଯମାଗୋଷ୍ଠ ନୃପତି ତୋତେ ନ ଜାଣି ଦ୍ରୋହକରି ।୩୮୭।

ତୁ ଦେବ ଜଗତ ଇଶ୍ଵର ପରଲୋକ ବନ୍ଧୁ

ୟେ ଭୁବି ଭୁବନ ମଧ୍ୟେ ମହିଂମା ତୋହର ସାଧୁ ।୩୮୮।

ଶରଣ ପଞ୍ଜର ସ୍ଵାମୀ ଛତ୍ରିଂକର ଚୂଡ଼ାମଣି

ଅନେକ ଦ୍ରୋହ ତୋତେ ନ ଜାଣି କଲୁ ମୂଢପ୍ରାଣୀ ।୩୮୯।

କେଉଂଣ ଦେଶେ ବିଜେ କଲୁ ତୁହି ମହାତମା

ଦଶଦୋଷ ଅପ୍ରାଧ ଆମ୍ଭର କରିବାକ କ୍ଷମା ।୩୯୦।

ରୋବନ୍ତି ସଇନି ମୁଖେ ଅଙ୍ଗୁଳି ଲାଇ କ୍ରୋଧେ

ରାଜା ଆମ୍ଭର ନାଶ ଗଲା ଅଗ୍ୟାନ କରି ଯୁଦ୍ଧେ ।୩୯୧।

ସ୍ଵାମୀ ଦାନ ଆମ୍ଭନ୍ତ ଦେବାକ ଦେବ ସ୍ଵାମୀ

ଅନେକ କ୍ରୋଧ କରି ସଇନ୍ୟେ ଶୁତିଲେ ପରିଣାମି ।୩୯୨।

ସଇଂନକର କଷ୍ଟ ଦେଖି ଅର୍ଜୁନଂକର ତିଆରଇ ମାତଳି

ଶରଣ ପଞ୍ଜର ବୀରଧୁ ତୁ ଭଗତେ ପରିପାଳି ।୩୯୩।

ରାଗକରି କିଂପେ ଦେବ ମଉନବ୍ରତେ ବସି

ସଂସାର ଜନ କଷ୍ଟ ତୁ କରିବୁ ନା ସମ୍ଭାଷି ।୩୯୪।

ସାରଥିର ବଚନେ ଯେ ବୋଲଇ ଧନୁର୍ଜୟେ

ସୋମବଂଶର ଆଧିପତି ହୋ ପଣ୍ଡୁ ମହାରାୟେ ।୩୯୫।

ତାହାଂକର ନନ୍ଦନ ଧର୍ମ ଯୁଝେଷ୍ଠି ଦେବ ନୃପତି

ରାଜୁସି ଯାଗକଇଂ ସେ ବଳାଇଲେ ମତି ।୩୯୬।

ଲକ୍ଷେ ରାଜାନ୍ତ ନିମନ୍ତ୍ରମ କରିବା ନିମନ୍ତେ

ଜରାସନ୍ଧକୁ ବଧକଲୁ ମଗଧ ଦେଶ ପ୍ରଶସ୍ତେ ।୩୯୭।

ଛାୟାଣୋଇ ସହସ୍ର ରାଜା ଥିଲେ ବନ୍ଦୀ ହୋଇ

ଜରାସନ୍ଧକୁ ମାରି ତାହାନ୍ତ ବନ୍ଦୀରୁ ମୁକୁଳାଇ ।୩୯୮।

ୟେବେ ସମସ୍ତ ରାଜାନ୍ତ କରୁଛୁଂ ନିମନ୍ତ୍ରଣେ

ୟେ ମୋହର ସଇନି କିଂପା ନାଶକଲାକ ଅକାରଣେ ।୩୯୯।

କି ଅବା ଆମ୍ଭେ ୟେହାର ଅଟୁ ହୋ ବଇରି

ଅକ୍ଷତ ଭୋଜନ ଦେବୁ ରାଜୁସି ଯାଗ କରି ।୪୦୦।

ୟେଥକୁ ଆମ୍ଭର ତୁଲେ ହୋଇଲେ ବିବାଦୀ

ଅଦଭୁତେ ଯୁଦ୍ଧ କରନ୍ତି ଅକାରଣେ ହୋନ୍ତି ବନ୍ଦୀ ।୪୦୧।

ଦରଦସେନ ରାଜା ଯେ ମୋତେ ନୁଆରିଲେ ଚିହ୍ନି

ଅଦୋଷେ ନାଶଗଲା ତାହାର ସମସ୍ତ ସଇନି ।୪୦୨।

ୟେ ମୋହର ସଇନି ମାଇଲା ଅଦଭୁତେ

ଯମାଗୋଷ୍ଠ ରାଜାକୁ ମୁଂ ସହିବି କେମନ୍ତେ ।୪୦୩।

ଦରଦସେନ ରାଜା ଯେ ଅଇଲା ପଳାଇ

ତାହାକୁ ଛାମୁକୁ ଆଣ ସେ ଲୁଚିଅଛି କାହିଂ ।୪୦୪।

ଅର୍ଜୁନର ବଚନେ ସେ ବୋଇଲା ମନ୍ତ୍ରୀବର

ୟେହିକ୍ଷଣି ଦରଦସେନ ହୋଇବ ଛାମୁର ।୪୦୫।

ଅର୍ଜୁହନ ଆଗ୍ୟାଂ ଦିଲେ ଶୁଣ ହୋ ସର୍ବସିଦ୍ଧି

ଆଗହୁଂ ରାଜାଂକୁ କିମ୍ପେ ନ କହିଲେ ୟେ ବୁଦ୍ଧି ।୪୦୬।

ଆଗ୍ୟାଂ ପ୍ରମାଣେ ଚଳନ୍ତି ପାତ୍ର ଅମାନତ୍ୟେ

ଦରଦସେନ ରାଜାଂକୁ ଆଣିଲେ ଅର୍ଜୁନ ଅଗ୍ରତେ ।୪୦୭।

ରାଜା ଆସେ ଶତେକ ତାର ପାଣିଦ୍ରବ୍ୟ ଘେନି

ଛାମୁକୁ ଆଣିଲା ସେ ଯେ ଦେଖା ଦରଶନି ।୪୦୮।

ଅନେକ ଦୂରୁହୁଂ ସେ ଦରଦସେନ ନୃପତି

ନିଉଛାଳି ହୋଇ ପ୍ରଣପତ୍ୟ ହୋଇଲାକ ଝାତି ।୪୦୯।

ଦଶନହ ମୁଖେ ଭରି ଯେ ଶୁତିଲା ଦଣ୍ଡଲାଇ

ଜଗୁଜନ ସୋଦର ନାଥ କରିବା ମୋତେ ତ୍ରାହି ତ୍ରାହି ।୪୧୦।

ଅର୍ଜୁନ ବୋଇଲେ ତୋର କିଛିହିଂ ନାହିଂ ଦୋଷ

ବିନା ଅପରାଧେ ତୋର ଥାଠ କଲୁ ଧ୍ଵଂସ ।୪୧୧।

ଦରଦସେନ ବୋଇଲା ତୁ ସ୍ଵାମୀ କଇଚ୍ଛା ଜଗଜ୍ଜେଠୀ

ତୋର ଅନଗୃହେ ମୋର ଦୁର୍ଗତି ଯିବ ଫିଟି ।୪୧୨।

ପ୍ରତକ୍ଷେ ନାରାୟଣ ମୁଂ ଦେଖିଲି ନୟନେ

ସ୍ଵାମୀ ତୋତେ ଦ୍ରୋହ କଲି ନ ଜାଣି ଅଗ୍ୟାଂନେ ।୪୧୩।

ନିର୍ଦୟାକରି ସ୍ଵାମୀ ମୋହୋର ସନ୍ୟ କଲୁ ନାଶ

ଅନୁଗ୍ରହ କରି ନାଥ ମୋତେ କ୍ଷମା କର ଦୋଷ ।୪୧୪।

ଅର୍ଜୁନ ବୋଇଲେ ନିମନ୍ତ୍ରଣ ଯୋଗାଡ଼ନ୍ତ ଦେଇ

ରାଜୁସି ସଭା କୁ ତୁ ଯାଅସି ବେଗ ହୋଇ ।୪୧୫।

ଦରଦସେନ ବୋଇଲା ମୁଂ ବିବାଦୀ ଜଗତେ

ଥାଠ ସନ୍ୟ ନାହିଂ ମୋର ମୁଂ ଯିବଇଂ କେମନ୍ତେ ।୪୧୬।

ଅର୍ଜୁନ ବୋଇଲା ଯେ ଓଗାଳଇ ତୋତେ ପଥେ

ସମସ୍ତେ ତ୍ରାସିବେ ତୋତେ ତୁ ମୋର ନାମ ଧରନ୍ତେ ।୪୧୭।

ଯେ ଅବା ପଥରେ ତୋତେ ଲଂଘିବଟି ରାୟେ

ସେହିଠାରେ ଶିରଚ୍ଛେଦନ ହୋଇବ ମୋହୋର ଶର ଘାୟେ ।୪୧୮।

ଦରଦସେନ ବୋଇଲା ସ୍ଵାମୀ ମୋହର ଜୀବନ ସୁଫଳ

ଜଗବନ୍ଦନ ନାଥଂକୁ ମୁଂ ଭେଟିଲି ହୋଇବିକି ନିଷ୍ଫଳ ।୪୧୯।

ଯେତେକ ସଇନି ମୋର ମାଇଲୁ ଫାଲଗୁନ୍ୟ

ମୋହର ଭଗତେଣ ସମସ୍ତକୁ ଦେବୁ ଜୀବଦାନ ।୪୨୦।

ଅର୍ଜୁନ ବୋଇଲେ ତୋର ପଡ଼ିଲେ ସଇନି

କେ ତାହାନ୍ତ ଜିଆଂଇବ ମହାମନ୍ତ୍ର ଘେନି ।୪୨୧।

ଦରଦସେନ ବୋଇଲା ସ୍ଵାମୀ ବ୍ରତିବେ ତୁମ୍ଭର ବୋଇଲେ

ସମସ୍ତେ ବ୍ରତିବେ ତୋହୋର ମୋତେ ପ୍ରସନ୍ନ ହୋଇଲେ ।୪୨୨।

ୟେ ମଧ୍ୟସ୍ଵର୍ଗେ ଉପୁଜିବ ବହୁତ ସାଧୁ ଧୁନି

ଅମୃତ ଦୃଷ୍ଟିରେ ତୁ ଚାହାଂ ମୋର ବ୍ରତନ୍ତୁ ସଇନି ।୪୨୩।

ରାଜାର କଟାଳନ୍ତେ ପାଣ୍ଡବ ବିବତ୍ସ

ଅର୍ଜୁନ ଚାହିଂଲେ ସେ ମାତଳି ସାରଥୀ ର ମୁଖ ।୪୨୪।

ମାତଳି ବୋଇଲା ତୁ ହୋ ଜାଣୁ ସର୍ବବୁଦ୍ଧି

ଖାଣ୍ଡବ ବନ ଦହନେ ଅଗ୍ନି ଦେବତାୟେ ଦେଉଛନ୍ତି ମଉଷଧି ।୪୨୫।

ହାବୋଡ଼ା ଶରଘାୟେ ଯେ ପଡିଛନ୍ତି ସଇନି

ଦରଦସେନ ଅନେକ ବିକଳେ କରୁଛନ୍ତି ସଇନି ।୪୨୬।

ସାରଥିର ବଚନେ ଅର୍ଜୁନ ପରମ ଶାନ୍ତି

ଜୀବନ୍ୟାସ ଶର ତ୍ରୋଂଣୁ କାଢିଲେ ତତକ୍ଷଣାନ୍ତି ।୪୨୭।

ଦରଦସେନ ରାଜାର ସନ୍ୟକଇଂ ବିନ୍ଧି

ଅବିଚ୍ଛନ୍ନେ ଶରୁଂ ଧାରାବୃଷ୍ଟି ହୋଇଲାକ ଅମୃତ ମଉଷଧି ।୪୨୮।

ମୋହନ ଶରଘାୟେ ଯେ ପଡ଼ିଥିଲେ ସକଳ ସଇନି

ଚେତନା ପାଇଣ ସେ ଉଠିଲେ ନିଜ ପ୍ରାଣ ଘେନି ।୪୨୯।

ବାହାନାଦ କରିଣ ଯେ ଉଠିଲେ ସର୍ବବଳ

ମୁଖରାବ ଶବଦ ଯେ ଶୁଭଇ ମହାଗୋଳ ।୪୩୦।

ବାଇଶି କ୍ଷଉଣୀ ବଳ ତହିଂ ପଡ଼ିଥିଲେ

ଚେତନା ଶରେ ଅର୍ଜୁନ ସବୁନ୍ତି ଜୀଆଂଇଲେ ।୪୩୧।

ଦନ୍ତେ ତିରଣ ଘେନିଣ ସମସ୍ତ ପାତ୍ର ମନ୍ତ୍ରୀ

ତ୍ରାହି ତ୍ରାହି ବୋଲିଣ ଆସ୍ତାନର ତଳେ ସର୍ବେ ପ୍ରଣପତ୍ୟ ହୁଅନ୍ତି ।୪୩୨।

ଦୁର୍ଗତିତାରଣ ନାଥ ଗାଣ୍ଡିମ ଦିକ୍ଷା ଗୁରୁ

ଭଗତବତ୍ସଳ ନାଥ ଶରଣ ରକ୍ଷାକରୁ ।୪୩୩।

ଜୟ ଜୟ ମଙ୍ଗଳ ଯେ ଶୁଭିଲା ବହୁତର ଧୁନି

ଦରଦସେନ ନୃପତି ପ୍ରଣପତ୍ୟ ହୋଇଲା ଅମାନତ୍ୟନ୍ତ ଘେନି ।୪୩୪।

ଅନେକ ବିନୋୟୀ ବୋଲଇ ଭାଖାମଣ୍ଡଳ ଅଧିକାରୀ

ପୁଣ ପୁଣ ପଚାରଇ ବିନୟେ କରପତ୍ର ଯୋଡ଼ି ।୪୩୫।

ତୁ ଦେବ ଭଗତଜନ ମତ୍ସଳ ପ୍ରଚଣ୍ଡ ନାଥ ସ୍ଵାମୀ

ଯମାଗୋଷ୍ଠ ରାଜାକୁ ମାଗୁଛୁଂ ହୋଇଣ ପରିଣାମି ।୪୩୬।

ବନ୍ଧନ ଫେଡ଼ ସ୍ଵାମୀ ଯମାଗୋଷ୍ଠକୁ କରରକ୍ଷା

ୟେ ଭୁବି ଭୁବନ ମଧ୍ୟେ ରହୁ ତୁମ୍ଭ କକ୍ଷା ।୪୩୭।

ଅର୍ଜୁନ ବୋଇଲେ ତୁ ୟେହାପାଇଂ ନ ବୋଲ ଦରଦ

ୟେ ଭୁବି ଭୁବନ ମଧ୍ୟେ ମୋତେ ୟେ ଚିନ୍ତିଲା ପରମାଦ ।୪୩୮।

ପ୍ରାଣେ ନ ମାରି ୟେହାକୁ ବନ୍ଧନ କରି ନେବି

ରାଜୁସି ଯାଗ ସଭାରେ ଭୀମସେନ ଠାକୁରଂକ ଗୋଚରେ ନେଇ ଦେବି ।୪୩୯।

ସେ ୟେହାନ୍ତ ବିଚାରି ଯେ ଛାଡ଼ିବେ ସଭାୟେ

କୋପେ ଦଣ୍ଡନ୍ତୁ କି କରନ୍ତୁ ସଦୟେ ।୪୪୦।

ଅର୍ଜୁନର ବଚନେ ଯେ ଯମାଗୋଷ୍ଠ ପାତ୍ରମନ୍ତ୍ରୀ

ମକରନ୍ଦ ମାଗଇ ସ୍ଵାମୀ ରାଜା କୁ କୋପକର ଶାନ୍ତି ।୪୪୧।

ବିଚାରେ ବ୍ରିକୋଦର ଯେ ପ୍ରତଗ୍ୟାଂ କାଳେବର

ଜରାସନ୍ଧ ନାଶଗଲା ଯାହାର କୁତୂହୋଳ ସମର ।୪୪୨।

ତାହାର ବିଚାରନ୍ତେ କି ୟେ ବ୍ରତଇ ନୃପମଣି

ସ୍ଵାମୀ ଯେବେ ଦୟା ନ କରିବୁ ତାକୁ ନାଶକର ୟେହିକ୍ଷଣି ।୪୪୩।

ଅର୍ଜୁନ ବୋଇଲେ ମନ୍ତ୍ରୀ ନୋହଇ ୟେମନ୍ତ

ୟେ ଯେ ନାଶକଲା ମୋହର ସଇନି ସମସ୍ତ ।୪୪୪।

ମୁହିଂ ୟେହାଂକୁ ବାନ୍ଧିଥିବି ୟେ ମୋହର ରଥେ

ଲକ୍ଷେରାଜା ଦେଖିବେ ଯେ ସଭାର ମଧ୍ୟଗତେ ।୪୪୫।

ୟେହାକୁ ପ୍ରମାଦ ନାହିଂ ମୋହର ସତ୍ୟ ସତ୍ୟ ତିନିବାର

ସନ୍ୟ ଘେନି ଯାଅ ତୁମ୍ଭେ କିଛିହିଂ ନ ବିଚାର ।୪୪୬।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲାକ ଫାଲଗୁନି

ଦରଦସେନ ଘେନିଗଲା ଓହୋବଳ ସଇନି ।୪୪୭।

ଶାଖାପୁର ଭାଖାପୁର ଜିଣି ସର୍ବସାଚୀ

ହିରଣଗର୍ଭ ପୁରେ ପ୍ରବେଶ ହୋଇଲେ ଯହିଂ ବିଜୟେ ଦେବୀ ହିରଣାକ୍ଷୀ ।୪୪୮।

ଶୁମ୍ଭ ନିଶୁମ୍ଭ ବୋଲି ବେନି ପର୍ବତ ଗୋଟି

ସେ ଦୁଇ ପର୍ବତ ମଧ୍ୟୁଂ ବହଇ ସରସ୍ଵତୀ ଧାରା ଫୁଟି ।୪୪୯।

ସେ ନଦୀରେ ସ୍ରାହାନ ନିତ୍ୟକର୍ମ ସାରି

ବିଜୟେ ଫାଲଗୁନି ଯାଇଂ ଶୁମ୍ଭ ନାମେ ଗିରି ।୪୫୦।

ସେ ପର୍ବତ ଉପରେ ଯେ ବିଜୟେ ହିରଣାକ୍ଷୀ

ଦ୍ରଶନ କଲା ଅର୍ଜୁନ ଅଭୟେ କାମାକ୍ଷୀ ।୪୫୧।

ଚଣ୍ଡ ମୁଣ୍ଡ ବଧକଲୁ ଗୋ କଥାରେ ସଂପୋଡ଼େ

ଶୁମ୍ଭ ନିଶୁମ୍ଭ ନାଶିଲୁ ଗୋ ନୃତ୍ୟରଂଗ ଖେଡ଼େ ।୪୫୨।

ପଡ଼ିଲେ ଦାନବେ ମାଗୋ କଥାର କୁତୂହୋଳେ

କାମସେଣା ମୃର୍ତ୍ତି ଧରି ନାଶିଲୁ ତାଂକୁ ହେଳେ ।୪୫୩।

ଶୁମ୍ଭ ନିଶୁମ୍ଭ ନାଶିଲୁ ଗୋ ଅସୁରକୁଳ ଧ୍ଵଂସି

ମହିଷାସୁର ଦାନବେ ଗୋ ନାଶିଲୁ ବକ୍ଷସ୍ଥଳେ ମାଡ଼ିବସି ।୪୫୪।

ଶୁମ୍ଭ ନିଶୁମ୍ଭ ର ମୁଣ୍ଡ ୟେ ବେନି ପରବତ
ଅନେକ ଦୂର ବିସ୍ତାରି ସେ ଯୋଜନେ ଶତେଶତ ।୪୫୫।

ପୁଣ ପୁଣ ବ୍ରତନ୍ତି ବୋଲି ଅସୁର ମହାବଳୀ

ଦୁଇପାଦେ ଦୁଇମୁଣ୍ଡ ମାଡ଼ି ବସିଲୁ ମତ୍ତଭୋଳୀ ।୪୫୬।

ଆପଣେ ଦୁଖୀ ହୋଇଲୁ ଦେବତାଂକ କାର୍ଯ୍ୟେ

ତବ ନାମ ଧରନ୍ତେ ଭୟେ ପଳାନ୍ତି ଦନୁଯେ ।୪୫୭।

ଦେବତାଂକୁ ଅଭୟେ କଲୁ ଗୋ ଅସୁର ବଳ ଭାଂଜି

ଭଗତଜନ ମତ୍ସଳୀ ଗୋ କୃତାନ୍ତେକ ଦର୍ପ ଗଂଜି ।୪୫୮।

ପାତେକ ଦୁରାନ୍ତେକ ପଳାନ୍ତି ମାଗୋ ତୋ ନାମ ଧରନ୍ତେ

ଫିଟଇ ଦୁର୍ଗତି ମାଗୋ ତୋହର ନାମ ସୁମରନ୍ତେ ।୪୫୯।

ଡାକି ଡମ୍ବରୁ ଗୋ ଡିବି ଡିବି ବାଦ୍ୟ ବାଇ

ଶମଶାନ କ୍ଷେପଣୀ ଗୋ ଭରହରଷ ଗୀତ ଗାଇ ।୪୬୦।

କଣ୍ଠେ ମୁଣ୍ଡମାଳ ଗୋ ମନ୍ଦାର କୁସୁମେଣ ପୂଜା

ବିହଡ଼ ଦାଢି ବକ୍ରନୟନୀ ଗୋ ଅଭୟା ଶଇଳଜା ।୪୬୧।

ରକ୍ତ ବସ୍ର ପରିଧାପନୀ ଗୋ ପାଦକେ ଗଗନ କ୍ଷେପି

ଅଭୟେ ହିଙ୍ଗୁଳା ମାଗୋ ପ୍ରସନ୍ନେ କାମରୂପୀ ।୪୬୨।

ମର୍ଦ୍ଧଳ ତାଳ କଂସାଳ କମ କଢା କାହାଳି ବାଦ୍ୟେ

ଚଞ୍ଚପୁଟ ଚାଞ୍ଚପୁଟ ଉଦଘଟିତ ମଦିରା ରସ ଖାଦ୍ୟେ ।୪୬୩।

ରୁଧିର ବିଲେପନୀ ମାଗୋ ପୋଡ଼ା ମାୟେଂସ ଭୋଜି

ଶ୍ରୋଣେହା ପିଚାଶୁଣୀ ଗୋ ପ୍ରେତ ଭୂତ ତୁଲେ ମଜ୍ଜି ।୪୬୪।

ଲହ ଲହ ରସନା ରଟମଟ ଦଶନର ଅସ୍ଥିଖଣ୍ଡ

ସ୍ଵର୍ଗ ମଞ୍ଚ ବେନି ଭୁବନ ଘୋଟଇ ଯାହାର ତୁଣ୍ଡ ।୪୬୫।

ସୁରବର ସୁନ୍ଦରୀ ଗୋ ମଧୁ ପିଙ୍ଗଳାକ୍ଷୀ

ହୁଂକାର ଶବଦେଣ ଯେ ଗର୍ଜନ୍ତି ଘୋର ରାଖୀ ।୪୬୬।

ରେ ରେ କାର ଶବଦେଣ ଗୋ କହ କହ ଭାଷି

ଝମ ଝମ ଝମକ ଗୋ ଝୁମାଣ ପ୍ରକାଶି ।୪୬୭।

ଦଲ ଦଲିତ ମେଦିନି ଗୋ ଟଳ ଟଳିତ ଅଚଳା

ମତ୍ତାରଙ୍ଗ ନାଟେ ସେ ଖେଳଇ ମେଖଳା ମହାଖଳା ।୪୬୮।

ସରୂପ ସିଦ୍ଧାଙ୍ଗୀ ଗୋ କାମାକ୍ଷୀ ସଉଭାଗୀ

ଶିଷୁମୁନା ବେଦ ସାଧନୀ ଗୋ ସୁରସାଙ୍ଗୀ ମାତାଙ୍ଗୀ ।୪୬୯।

ବିଚତ୍ର କୁତୂହୋଳେ ଗୋ ଉର୍ଦ୍ଧପାଦ ଗତା

ଧବଳାଙ୍ଗୀ ପାଦୁକା ଅଭିଷେକ କଲା ପିତାମହ ଦେବତା ।୪୭୦।

ଯା ଯା ଧାଆଂ ଧାଆଂ ଧର ଧର ବୋଲି ଡାକି

ମାର ମାର ଭକ୍ଷ ଭକ୍ଷ ବୋଲି ଉଚ୍ଛଳନ୍ତି ଉଚ୍ଚବାକି ।୪୭୧।

ଶଂକର ଅର୍ଧାଙ୍ଗୀ ଗୋ ଶୁଭାଙ୍ଗୀ ଶୁଦ୍ଧମୁଦ୍ରା

ବିପୁଳ ପୁଲକ ବୃନ୍ଦାରିକା ଗୋ କାମାକ୍ଷୀ ମନ୍ତ୍ର ମୁଦ୍ରା ।୪୭୨।

ଭବାନୀ ଭଇରୋବୀ ଗୋ ଭୟଂକରୀ ଘୋରରୂପା

ଚାମୁଣ୍ଡା ଚଣ୍ଡ ମୁଣ୍ଡ ଚଣ୍ଡଘଣ୍ଟ ମହାତପା ।୪୭୩।

ପଟ୍ଟିଶ ଶକତି ମାଗୋ କୃପାଣ ଗଦା ମୁଦୁଗର

ଛେଲ ଚକ୍ର ଗୁରୁଜ କୋନ୍ତେ ବିଜେ କର୍ଣ୍ଣକଟାର ।୪୭୪।

ଅକ୍ଷୟେ ତୂଣ କଷଣୀ କୋଦଣ୍ଡ ପିନାକୀ

କ୍ଷଣକେ ତ୍ରଇଲୋକ୍ୟେ ମୋହିନୀ ଗୋ କ୍ଷଣକେ ସର୍ବବ୍ୟାପୀ ।୪୭୫।

ରଣରଙ୍ଗ କୁତୂହୋଳେ ଗୋ ବକ୍ଷେଣ ମୁଣ୍ଡମାଳୀ

ରୋଧିର ସ୍ରାହାନୀ ମାଗୋ ଶବଦ କିଳି କିଳି ।୪୭୬।

କମଳା ଚଞ୍ଚଳା ଗୋ ଡାକିନୀ ଡାକେଶ୍ଵରୀ

ଭଗତ ଜନ ମତ୍ସଳୀ ଗୋ ଦୁଷୁକୃତ ଅପହରି ।୪୭୭।

ମାଳତୀ ମାନିନୀ ମାଗୋ ମାଳିନୀ ମାୟା କୁଣ୍ଡଳୀ

ମହା ନିଶାୟେ ଭ୍ରମଣି ଗୋ ବହୁତ ହୁଳ ହୁଳି ।୪୭୮।

ଅଭୟେ ବରଦାୟିନୀ ଗୋ ଶ୍ରୀ ସର୍ବମଙ୍ଗଳେ

ଶରଣ ଉଦ୍ଧାରିଣୀ ମାଗୋ ତାରିଣୀ ସର୍ବକାଳେ ।୪୭୯।

ନାମୋ ଭୁବନେଶ୍ଵରୀ ଗୋ ୟେକାକ୍ଷର ମନ୍ତ୍ରେ ମାତ

ବ୍ରହ୍ମା ବିଷ୍ଣୁ ମହେଶ୍ଵର ଗୋ ତୋହର ଗର୍ଭରୁ ସମ୍ଭୁତ ।୪୮୦।

ପୃଥୀର ଭାରା ତୁ ଯେ ଖେଚରୀ ରୂପେ ଧଇଲୁ

ମହାଖଳା ଦେଖାଇ ତୁ ଅସୁରନ୍ତ ମାଇଲୁ ।୪୮୧।

ପରମ ସାଧବୀ ତୋତେ ସର୍ବଦା ଉଚ୍ଛବେ ପୂଜା

ଭଗତିଭାବ ଘେନି ଗୋ ଭଜିଲୁ ଦେବରାଜା ।୪୮୨।

ମଙ୍ଗଳେ ସର୍ବ ମଙ୍ଗଳେ ଗୋ ସର୍ବକାର୍ଯ୍ୟ କରୁ ସିଦ୍ଧି

ମଙ୍ଗଳ ସର୍ବେସ୍ଵରୀ ଗୋ ଭବାନୀ ଭାତରୁଦ୍ଧି ।୪୮୩।

ପ୍ରସନ୍ନେ ଯୋଗେଶ୍ଵରୀ ଗୋ କଳିକାଳ ଦର୍ପଧ୍ଵଂସି

ଲୋକିତ ଲୋକେଶ୍ଵରୀ ଗୋ ହିମଗିରି ବାସୀ ।୪୮୪।

ମଙ୍ଗଳ ପରମବ୍ରହ୍ମ ସ୍ଵରୂପା ଗୋ ସୟଳ ଜନ ଚିନ୍ତା

ଦୁଖୀଜନ ଉଦ୍ଧାରିଣୀ ସମସ୍ତ ସୁଖଦାତା ।୪୮୫।

ସଦା ସମ୍ପଦ ଦାୟିନୀ ଗୋ ସର୍ବମଙ୍ଗଳେ

ଚଣ୍ଡୀକାର ସ୍ତୋତ୍ର ମୁଂ ଭାବଇଂ ବକ୍ଷସ୍ଥଳେ ।୪୮୬।

ଅପର୍ଣ୍ଣା ଅନ୍ନପୂର୍ଣ୍ଣା ମାଗୋ ଅଟୁ ଜଗତଧାତ୍ରୀ

କାଳାନ୍ତକୀ କୃତାନ୍ତକା କାଳିକା କାଳରାତ୍ରି ।୪୮୭।

ଟହ ଟହ ହାସିନୀ ଗୋ ପ୍ରସନ୍ନେ ଚନ୍ଦ୍ରମୁଖି

ଦୁଷୁକୃତ ମେଣ୍ଟଣୀ କାନ୍ତାନୀ ଗୋ ଅଟୁ ସର୍ବସାକ୍ଷୀ ।୪୮୮।

ଅନୀତି ସଂସାର ୟେ ଲୋଭ ମୋହ ମହାଗୁରୁ

ଧନହାନୀ କ୍ରୋଧଚିନ୍ତା ମାଗୋ ସର୍ବମଙ୍ଗଳା ପାରି କରୁ ।୪୮୯।

ଇତିଶ୍ରୀ ମହାଭାରଥେ କାଳିକା ପୁରାଣ ମତେ

ମୁହିଂ ୟେହା ବାଞ୍ଛାଇଲି ସଂସାର ଜନ ହିତେ ।୪୯୦।

ସଦା ଭଗତି ମୋହୋର ଭ୍ରଥଖଣ୍ଡ ମଣ୍ଡଳେ

ମାନବରୂପେ ଜନ୍ମ ବଢିଲି ସର୍ବମେଳେ ।୪୯୧।

କିଛୁ ପ୍ରସନ୍ନ ମୋତେ ହୋଇଲେ ସର୍ବମଙ୍ଗଳା ଅଭୟା

ଜଙ୍ଖେରପୁର ବାସିନୀ ଗୋ କ୍ଷମାକର ବିଜୟା ।୪୯୨।

ପରଲୋକ ସୋଦର ଗୋ ଇହଲୋକ ବରଦାତ୍ରୀ

ଇହଲୋକେ ପରଲୋକକଇଂ ତୁହି ସେ ସର୍ବ ସ୍ଥିତି ।୪୯୩।

ଶ୍ରୀ ଚଣ୍ଡୀ ସାରୋଳା ଦେବୀ ଚରଣେ ବିନୟେ

ଶୂଦ୍ରମୁନି ସାରୋଳା ଦାସ ଭଗତି ୟେକଲୟେ ।୪୯୪- ୫୪୩୦।

 

Unknown

ଅର୍ଜୁନଙ୍କର ମୃତ ସୈନ୍ୟ ଜୀବିତ ଓ ସଂକଳ୍ପ, ଭୈରବ, ଉଦୟଗିରି , ଉତ୍ତର କୋଶଳ ଏବଂ ନନ୍ଦିଗ୍ରାମ ରାଜାମାନଙ୍କୁ ଓ କଳ୍ପ ରାଜା ସହିତ ଯୁଦ୍ଧ

ବଦୟନ୍ତି ଅଗସ୍ତି ଯେ କୁମ୍ଭ ଋଷିଂକର ବାଳେ

କ୍ଷୀରୋଦ୍ର ଗଣ୍ଡୁଷ କଲେ ବାଳୁତ କୁତୂହୋଳେ ।୧।

ସେ ମୁନି ପ୍ରସନ୍ନେ ବିଷ୍ଣୁ ପୁରାଣର ବାଣୀ

ଦୁରାନ୍ତକ ପାତକ ଖଣ୍ଡଇ ଯେଉଂଣ ଶାସ୍ର ଶୁଣି ।୨।

କଳିକାଳ ଧ୍ଵଂସିବାକୁ ଯେ ଅମୃତ କଲେ ବୃଷ୍ଟି

ସଂସାର ସାଗର ତରିବାକୁ ବୁହାଇଲେ ୟେ ଧର୍ମନାବ ଗୋଟି ।୩।

ଯମର ଅର୍ଗଳି ଭାଞ୍ଜିବାକୁ ଯେଉଂଣ ମହାତ୍ମା କଲା ଇଚ୍ଛା

ଖଣ୍ଡିଲା ଯମର ଅର୍ଗଳି ୟେ ଯୁଗାନ୍ତକ କାଳ ବଞ୍ଛା ।୪।

ଆହୋ ଅର୍ଜୁନ ସ୍ତୁତି କଲା ଅଭୟେ ହିରଣାକ୍ଷୀ

ପ୍ରସନ୍ନ ହୋଇ ବୋଇଲେ କିସ ତୋ ମନେ ଇଚ୍ଛି ।୫।

କେଶରୀ ବାହନେ ଯେ ବିଜୟେ ଶାକାମ୍ଭେରୀ

ଦେଖିଣ ଧନୁର୍ଜୟେ ଶତେ ସହସ୍ର ଦଣ୍ଡ ପ୍ରଳମ୍ବିତ କରି ।୬।

ତୁ ଯେବେ ପ୍ରସନ୍ନ ମୋତେ ହୋଇଲୁ ଗୋ ହିଙ୍ଗୁଳେ

ମମ ବାଞ୍ଛା ସିଦ୍ଧ ଯେହ୍ନେ ହୋଇବ ସର୍ବକାଳେ ।୭।

ମାଗୋ ଯମାଗୋଷ୍ଠ ବୋଲି ଶାଖାମଣ୍ଡଳ ଆଧିପତି

ସେ ମୋହୋର ସନ୍ୟସବୁ କଲାକ ବିନଶ୍ୟତି ।୮।

ଲିହି ପୋଛନ୍ତେ ମୋହର ସକଳ ସନ୍ୟ ଗଲେ ନାଶ

ୟେକସରେ ବୁଲାଇ ମାଗୋ ହୋଇଣ ନିରାଶ ।୯।

ବାଛିଣ ବାସୁଦେବ ଯେତେ ସନ୍ୟ ଦିଲେ ମୋତେ

ଭୀମସେନ ଠାକୁରଂକ କୋପ ମୁଂ ବଞ୍ଚାଇବି କେମନ୍ତେ ।୧୦।

ତିନିଭାଇ ଆସିବେ ଯେ ଯାହା ଥାଠ ଘେନି

ମୁହିଂ କେମନ୍ତେ ୟେକା ହୋଇ ରାଜ୍ୟକୁ ଯିବି ମରାଇ ସଇନି ।୧୧।

ଯେବେ ସର୍ବମଙ୍ଗଳେ ଗୋ ମହିମାଂ ତୋର ସତ

ମୃତୁ ସନ୍ୟଗୁଡିକ ମୋର ଜୀଆଇଂ ଦେବୁ ଜଗତ ମାତ ।୧୨।

ଶୁଣିଣ ଦୟା ଯେ ବସିଲା ହିରଣାକ୍ଷୀ

ଆହୋ ଅର୍ଜୁନ ତୁ ଦୁସହ ବର ବାଞ୍ଛି ।୧୩।

ଅର୍ଜୁନ ବୋଇଲା ମାଗୋ ତୋହୋରେ ହୋଇ ସିଦ୍ଧି

ମୃତୁ ଜୀବନ୍ୟାସୀ ତୁହି ଅକ୍ଷୟେ କଳ୍ପ ବୁଦ୍ଧି ।୧୪।

ଗୋସାମଣି ବୋଇଲେ ତୁ ଶୁଣ ଧନୁର୍ଜୟେ

ତୋହୋର ସନ୍ୟ ସାରିକ୍ଷେ ରଂଚ ଯେ ଚିତ୍ରପଟଳ ଗୋଟିୟେ ।୧୫।

କରେଣ ଲେଖନ ଯେ ଧଇଲା ଅର୍ଜୁନ

ଭୂମିରେ ଚିତ୍ରପଟ ସେ କରଇ ଲେଖନ ।୧୬।

ସହସ୍ରେକ ରଥ ଦୁଇ ଅହିବ୍ରତ ହାଥୀ

ଆଠ ଅହିବ୍ରତ ଅଶ୍ୱ ଯେ ବେନିଲକ୍ଷ ପାଦାନ୍ତି ।୧୭।

ଚିତ୍ର ଲେଖନ କରି ଲିହିଲା ସର୍ବସାଚୀ

ସେ ଚିତ୍ର ପିତୁଳି ଉପରେ ମଉଷଧି ନେଇ ଛିଞ୍ଚିଲେ ହିରଣାକ୍ଷୀ ।୧୮।

ଉଠରେ ବୋଲି ମହା ମନ୍ତ୍ରେଣ ଡାକ ଦିଲେ ଶାକାମ୍ଭେରୀ

ଜୀବନ ପାଇଣ ସନ୍ୟ ଉଠିଲେ ବାହାନାଦ କରି ।୧୯।

ଅର୍ଜୁନକୁ ଚିହ୍ନିଲେ ସେ ସକଳ ସଇନି

ପୂର୍ବରୁ ଭଗତିଭାବେ କରନ୍ତି ଯାଇଂ ମାନି ।୨୦।

ଅର୍ଜୁନ ଦେଖିଲେ ଯେ ଯାହାର ସରୂପ

ପ୍ରିୟଭାବ କୁଟୁମ୍ୱ ଯେ ଯାହାର ପୂର୍ବ ଅନୁରୂପ ।୨୧।

ତର୍ଜନ୍ତି ଗର୍ଜନ୍ତି ଯାନ ବାହାନ ଚଂପାଇ

ଯେ ଯାହାର ଶସ୍ର ଘେନି ଅଛନ୍ତି ବୀରେ ରହି ।୨୨।

ଆପଣାର ସଇନି ପାଇଣ ଧନୁର୍ଜୟେ

ଝାତିକାରେ ଗୋସାମଣି ତହୁଂ ହୋଇଲେ ଅନ୍ତର୍ଧ୍ୟାୟେ ।୨୩।

ଆପଣା ସଇନି ଘେନି ବିହଡ଼ଇ ବୀର ପାଥ

ବିଜୟେ ସର୍ବସାଚୀ ଶାକଲ୍ୟ ବନସ୍ତ ।୨୪।

ସର୍ବେଶ୍ୱର ବୋଲିକରି ୟେକଇଂ ପର୍ବତେ

ଶାକଲ୍ୟ ଦ୍ୱୀପ ବୋଲିକରି ସାରଗତି ବନସ୍ତେ ।୨୫।

ସେ ଶାକଲ୍ୟ ଦେଶେ ଯାଇଂ ବିଜୟେ ଫାଲଗୁନି

ରଥ ଗଜ ଅଶ୍ୱ ଚମ୍ପାଇ କଟକେ ପଶିଲେ ସଇନି ।୨୬।

ସେ ଦେଶର ରାଜା ଅଟଇ ଶାଲୁ ଯେ ନୃପତି

ଗଜ ଅଶ୍ୱ ନାହିଂ ତାର ସଇନି ପାଦାନ୍ତି ।୨୭।

କୋଟିୟେ ରଥ ଘେନି ଶାଲୁ ଚଳଇ ଅନ୍ତରୀକ୍ଷେ

ଗନ୍ଧର୍ବ ରାଜା ସାରିକ୍ଷେ ଅଟଇ ସେ ପ୍ରତକ୍ଷେ ।୨୮।

ଅର୍ଜୁନ ବିଜୟେ କଲେ ଶାଲୁ ରାଜାର ରାଜ୍ୟେ

ବୀରତୂର ଦମା ନିଶାଣ ଢୋଲ ଚମକ ଘୋର ବାଜେ ।୨୯।

କାହିଂରରେ ଶବଦ ଉଲୁକାପାତ ଜାଣି

ପରାୟୁଧ ନାମେ ମନ୍ତ୍ରୀ ପଚାରଇ ଶାଲୁ ନୃପମଣି ।୩୦।

ମନ୍ତ୍ରୀ ବୋଇଲା ସ୍ୱାମୀ ରାଜୁସି ଯାଗ କାର୍ଯ୍ୟେ

ପାଣ୍ଡ ଅର୍ଜୁନ ସେ ଉତ୍ତର ଦିଗବିଜେ ।୩୧।

ଆଗ୍ୟାଂ ଦେଇଛନ୍ତି ତାକୁ ଚଞ୍ଚଳା ବଲ୍ଲଭ

ମୁହିଂ ଜାଣଇ ସେ ଅର୍ଜୁନ ପ୍ରତକ୍ଷେ ବାସୁଦେବ ।୩୨।

ମନ୍ତ୍ରୀବର ବୋଇଲା ଦେବ ତାହାର ଅସଂଖ୍ୟ ମହିମା

ଧନୁର୍ଦ୍ଧର ଶିରୋମଣି ସେ ଅଭୟେ ମହାତ୍ମା ।୩୩।

ରାଜାଧି ରାଜେଶ୍ୱର ସେ ଉତ୍ତର ଦିଗ ମଧ୍ୟେ

ଯମାଗୋଷ୍ଠ ରାଜାକଇଂ କେହି ଜିଣନ୍ତା ନାହିଂ ଯୁଦ୍ଧେ ।୩୪।

ତାହାକଇଂ ବନ୍ଧନ ସେ କରିଛି ଦେବରଥେ

ଆବର ରାଜାୟେ କି ବ୍ରତିବେ ଅର୍ଜୁନର ଅଭଗତେ ।୩୫।

ସମଦଣ୍ଡ ଘେନି ଦେବ ପାଛୋଟି ଚାଲ ଯିବା

ବିନୟ ଭଗତି ହୋଇ ଅର୍ଜୁନକୁ ଆଣିବା ।୩୬।

ମନ୍ତ୍ରୀବର ବଚନେ ସେ ସାନନ୍ଦ ମହାରାୟେ

ସମଦଣ୍ଡ ଘେନିଣ ନୃପତି ପାଛୋଟି ବେଗେ ଆୟେ ।୩୭।

ବହୁତ ସମ୍ଭର୍ବେ ସେ ଶାଲୁ ମହାରାଜା

ଅର୍ଜୁନର ପାଦପଦ୍ମେ ସେ କରଇ ଦିବ୍ୟ ପୂଜା ।୩୮।

ପୁତ୍ର କୁଟୁମ୍ୱ ଘେନି ସେ ଶାଲୁ ଆଧିପତି

ପୁଣ ରପଣ ନିଉଛାଳି କରଇ ତୋଷ ମତି ।୩୯।

ରାଜାର ଭଗତିଭାବ ଦେଖିଣ ବୀର ପାଥ

ରଥୁଂ ଓହ୍ଲାଇ ଅର୍ଜୁନ ତାକୁ କଲାକ କୋଳାଗ୍ରତ ।୪୦।

ଅନେକ ଭାବେଣ ଯେ ବଢାଇଲେ ପୀରତି

ପୁରେକ ଉତ୍ସବ କରାଇଲା ଶାଲୁ ନରପତି ।୪୧।

ଅର୍ଜୁନ ବିଜୟେ କଲେ ଚନ୍ଦ୍ରଶାଳା ଭୁବନେ

ଶାଲୁକଇଂ ନିମନ୍ତ୍ରଣ ସେ କଲେକ ଫାଲଗୁନ୍ୟେ ।୪୨।

ବାରୁଣାବନ୍ତକୁ ଯାଅ ରାଜା ତୋର ଥାଠ ସନ୍ୟ ଘେନି

ବହନ ହୋଇ ଚଳ ଦିବା ଯେ ରୟଣୀ ।୪୩।

ଶାଲୁ ବୋଇଲା ତୁ ଅଭୟେ ନିରାକାର

ଆଜକ ରହିବା ସ୍ୱାମୀ ମୋହୋର ରାଜ୍ୟର ।୪୪।

ଅର୍ଜୁନ ବୋଇଲେ ନ ପାରୁଂ ଆମ୍ଭେ ରହି

ବିଳମ୍ୱ କରିବାକୁ ଆମ୍ଭର ଆଉ ଦିନ ନାହିଂ ।୪୫।

ପଞ୍ଚାଶ ଦିବସ ଆଉ ଅଛଇ ସର୍ବେ ପୁଣ

ଅନେକ ଛନ୍ତି ହୋ ଆଉ ଦୁଷ୍ଟ ରାଜାମାନ ।୪୬।

ଶାଲୁରାଜା ପ୍ରଣପତ୍ୟ ସେ ଅର୍ଜୁନର ପାଦ ତଳେ

ସ୍ୱାମୀ ଯମାଗୋଷ୍ଠ ବନ୍ଧନ ହୋଇଲା ମନ୍ଦବୁଦ୍ଧି ବଳେ ।୪୭।

ଯାହା ଅରଜିଲା ତାହା ସେ ପାଇଲା ଯୁଗତେ

ୟେହାକୁ ବନ୍ଧନରୁ ମୁକତ କର ମୋହୋର ଅଗ୍ରତେ ।୪୮।

ମୁଂ ୟେହାକୁ ଘେନିଯିବି ହସ୍ତିନା ରାଜ୍ୟକୁ

ୟେହାର ଅନୀତି ହୋ ଲାଗଇ ଦେବ ହାଦେ ମୁକୁ ।୪୯।

ଅର୍ଜୁନ ବୋଇଲେ ତୁ ମହାରାଜା ଅଟୁ ଶାଲୁ

ଯମାରୋଷ୍ଠି ରାଜା ପାଇଂ ତୁ ଆମ୍ଭନ୍ତ କିଂପେ ବୋଲୁ ।୫୦।

ୟେ ମୋହୋର ସନ୍ୟ ନାଶକଲା ଅନମିତେ

ମୁଂ ୟେହାର ବନ୍ଧନ ହୋ ଫେଇବି କେମନ୍ତେ ।୫୧।

ତୁ ୟେବେ ଚଳିଯାଅ ବାରୁଣାବନ୍ତକଇଂ

ଅବଶ୍ୟ ଯମାଗୋଷ୍ଠକୁ ବନ୍ଧନ କରିନେବି ହସ୍ତିନାକୁ ମୁହିଂ ।୫୨।

ଶାଲୁକୁ ଚଳାଇଣ ଯେ ୟେଣେ ଚଳଇ ଧନୁର୍ଜୟେ

ଦଣ୍ଡ ଘେନି ଶାଲୁରାଜା ହସ୍ତିନା ରାଜ୍ୟେ ଆୟେ ।୫୩।

ତହୁଂ ବୀର ଅରଜୁନ ଗଲେ ଥାଠ ଯେ ଚଳାଇ

ଭଇରୋବ ଦେଶରେ ବିଜୟେ କଲେ ଦେବ ଯାଇଂ ।୫୪।

ଭଇରୋବ ଦେଶରେ ମହାଭଇୋବ ନୃପତି

ରୁଦ୍ର ଦେବତାକଇଂ ଖଟି ସେ ଅଟଇ ମହାଯତି ।୫୫।

ଯେତେକ ଲୋକ ବସଇ ତାହାର ରାଜ୍ୟେ

ସବୁକୁହିଂ ୟେକପାଦେ ପ୍ରସନ୍ନ ଦେବରାଜେ ।୫୬।

ଶୁକ୍ଲାମ୍ୱର ଶରୀର ମାଥେ ଜଟା ଭାରି

ଭସ୍ମ ବିଲେପନ ସେ ଯେ କରେଣ ଶୂଳଧାରୀ ।୫୭।

କଟିରେ କାଛେଟି ଯେ କଣ୍ଠେଣ ଚିର୍କୁଟି

ସାଧନ୍ତି ଯୋଗରୁଦ୍ର ମନ୍ତ୍ର ସେ ପ୍ରକଟି ।୫୮।

ବିଶ୍ୱନାଥ ସ୍ୱରୂପଟି ସେ ଅଟନ୍ତି ମହାଯୋଗୀ

ଚତୁର୍ଭୁଜେ ଡମ୍ୱରୁ ଯେ ଘନ ଘନ ବାଜି ।୫୯।

ରଥ ଗଜ ଅଶ୍ୱ ତାହାର ବାହାନ ନାହିଂ କିଛି

ଯେକ ଚରଣେ ଗମନ୍ତି ସେ କନ୍ଦମୂଳ ଭକ୍ଷି ।୬୦।

ଅର୍ଜୁନ ବିଜୟେ କଲେ ଭଇରୋବ ଦେଶେ

ଦେଶାଉରେ ଜଣାଇଲେ ମହା ଭଇରୋବ ରାଜା ପାଶେ ।୬୧।

ଶୁଣ ଦେବ ସାବଧାନେ ସମ୍ଭାଳ ତୋର ରାଷ୍ଟ

କେଉଂଣ ଦେଶରୁ ଦେବ ପଶିଲା ଆସି ପର ଥାଠ ।୬୨।

ଦେଶାଉରେ ମୁଖୁଂ ଯହୁଂ ଶୁଣିଲା ବାରତ

ଦଣ୍ଡ ଘେନି ମହା ଭଇରୋବ କଟକୁଂ ଆଗତ ।୬୩।

ଆସନ୍ତେ ଅର୍ଜୁନକୁ ବାଟେ ଭେଟିଲା ଭଇରୋବେ

ଅର୍ଜୁନ ସଇନି କ୍ଷେପନ୍ତି ଅତି ବେଗେ ।୬୪।

ଭଇରୋବ ଡାକ ଦିଅନ୍ତି ନିଜ ରଥେ ବସି

ଅଦଭୁତେ କଟକେ ମୋହୋର ପଶିଲୁ କାହୁଂ ଆସି ।୬୫।

ପର ରାଷ୍ଟ ଥାଠ କି ପ୍ରୀତିପଣେ ଆସୁ

ଉତ୍ତହୋଳ ବାଦ୍ୟକରି କଟକେ କିଂପେ ମୋର ପଶୁ ।୬୬।

ଆଗିଆଣି ଥାଠେ ଠିଲେ ଜୟ ଯେ ବିଜୟେ

ଆହୋ ଭଇରୋବ ତୁ ଶୁଣ ମହାରାୟେ ।୬୭।

ପାଣ୍ଡବ ସୋମବଂଶେ ଯୁଝେଷ୍ଠି ଦେବରାୟେ

ତାହାଂକ ସୋହୋଦ୍ର ୟେ ବୀର ଧନୁର୍ଜୟେ ।୬୮।

ରାଜୁସିଯାଗ କରିବେ ପଣ୍ଡୁ ରାଜାଂକର କାର୍ଯ୍ୟେ

ରାଜାନ୍ତ ନିମନ୍ତ୍ରଣେ ପାଥେ ଉତ୍ତର ଦିଗବିଜେ ।୬୯।

ଶୁଣିଣ ଭଇରୋବ ଦୂରୁଂ ହୋଇଲା ପରିଣାମି

ତ୍ରାସେଣ ବୋଇଲା ନିସ୍ତରିଲି ନିସ୍ତରିଲି ଦେବସ୍ୱାମୀ ।୭୦।

ରଥରେ ଦେଖିଲା ଯମାଗୋଷ୍ଠ ରାଜା ବନ୍ଦି

ଦେଖିଣ ବିସ୍ମୟ ଯେ ହୋଇଲେ ସର୍ବଯୋଧୀ ।୭୧।

ତ୍ରାସେଣ ନୃପତି ଯମାଗୋଷ୍ଠ ମହାବଳୀ

ବନ୍ଧନ ହୋଇ ରାୟେ ମନେ ମନେ ଭାଳି ।୭୨।

ଭଇରୋବ ପ୍ରଣପତ୍ୟ ଅର୍ଜୁନର ପାଦତଳେ

ମୁହିଂ ତୋର ଚରଣେ ଶରଣ ପଶଇ ସର୍ବକାଳେ ।୭୩।

ସ୍ୱାମୀ ଅଗ୍ୟାନେ ଯମାଗୋଷ୍ଠ କଲାକ ଯେବେ ଦୋଷ

ଶରଣମତ୍ସଳ ତୋହୋର ନାମ ଯେ ବିବତ୍ସ ।୭୪।

ମୋହୋର ଗୋଚରେ ଦେବା ଯମାଗୋଷ୍ଠ ରାଜାକୁ

ମୁହିଂ ଘେନିଯିବି ୟେହାଂକୁ ବାରୁଣାବନ୍ତ ସଭାକୁ ।୭୫।

ଅର୍ଜୁନ ବୋଇଲେ ଶୁଣ ହୋ ଭଇରୋବ

ଉତ୍ତରଦିଗ ସାଧ୍ୟ ପରିଯନ୍ତେ ୟେ ମୋହୋର ରଥେ ବନ୍ଧନ
ହୋଇଥିବ ।୭୬।

ଭଇରୋବ ଭକ୍ତି ଦେଖି ଦୁଇ ସେନାପତି

କୋଳକରି ଛାମୁରେ ଭେଟାଇଲେ ତତକ୍ଷଣାନ୍ତି ।୭୭।

ଦେଖିକରି ଶ୍ରୀକରେ ବାସେବି ଯେ ଘେନିଣ ରତ୍ନମାଳା

ହୃଦେ ଲମ୍ୱାଇଲେ ନେଇ କୋଇନ୍ତା ଦେବୀର ବଳା ।୭୮।

ନିମନ୍ତ୍ରଣ ଯୋଗାଡମାନ ଦିଲେକ ସର୍ବସାଚୀ

ରାଜୁସିଯାଗ ସଭାକୁ ବହନ ତୋର ଦଣ୍ଡ ଘେନି ଯାଅସି ।୭୯।

ଭଇରୋବ ବୋଇଲା ଆଗ୍ୟାଂ ପ୍ରମାଣେ ମୁଂ ଯିବି ୟେହିକ୍ଷଣ

ସ୍ୱାମୀ ଆଜକ ରହିଯିବା ମୋହୋର ଭୁବନ ।୮୦।

ମୁଣୋହି ଯୋଗାଡ଼ ଦେବି ଯେତେମାନ ପାରଇ

ବନ୍ଧୁବର୍ଗ ଘେନି ତୋର ଚରଣେ ସେବଇ ।୮୧।

ଅର୍ଜୁନ ବୋଇଲେ ହୋ ଅନେକ ଦୁର୍ଗମ ଅଛି ମୋତେ

ଭୋଜନକଇଂ ଇଚ୍ଛାନାହିଂ ରାଜାନ୍ତ ନିମନ୍ତ୍ରଣ ପରିଯନ୍ତେ ।୮୨।

ଦଣ୍ଡ ଘେନି ଯାଅ ଯା ହସ୍ତିନା ଭୁବନକୁ

ଦଣ୍ତେକ ବିଶ୍ରାମ ନାହିଂ ତୋର ପୁରେ ରହିବାକୁ ।୮୩।

ଅର୍ଜୁନ ନିମନ୍ତ୍ରଣ ଯୋଗାଡ଼ନ୍ତ ଘେନି

ଅଶୀ ସହସ୍ର ବଳ ପୁରୋଇଲା ଦେଖା ଦରଶନି ।୮୪।

ଚଳଇ ଭଇରୋବ ନୃପତି ତାର ଥାଠ ଯେ ପଲାଣି

ଅନେକ ଶବଦେ ବାଜଇ ବୀରତୂର ଧୁନି ।୮୫।

ଭଇରୋବକୁ ଚଳାଇତହୁଂ ଚଳଇ ଅର୍ଜୁନ

ଉଦୟେ ମଣ୍ଡଳେ ପ୍ରବେଶ ହୋଇଲା ଯାଇଂ ବାସବର ନାନ ।୮୬।

ଉଦୟଗିରି ବୋଲିଣ ତହିଂ ୟେକଇଂ ପର୍ବତ ଗୋଟିୟେ

ସେ ପର୍ବତେ ବିଜେକଲେ ଯାଇଂ ଧନୁର୍ଜୟେ ।୮୭।

ବାଜଇ ବୀରତୂର ଦେବଗଣ ଦୁନ୍ଦୁଭି

ଆକାଶ କମ୍ପିଲା ଟଳମଳ ମହୀଦେବୀ ।୮୮।

ସେ ଉଦୟ ମଣ୍ଡଳ ରାଜା ସୁମନ୍ତକ ନୃପତି

ରାମ ବେଣ୍ଟବିନୋଦେ ସେ ବୁଲଇ ନିଶାରାତି ।୮୯।

ତାରେଣୀ ନଦୀକୂଳେ ସେ ଜଗିଣ ପାଣିଘାଟି

ଦେଖିଲେ ଯୋଦ୍ଧାୟେ ସେ ମାରନ୍ତି ଜୀବଗୋଟି ।୯୦।

ବୀରତୂର ଦାଉଣ୍ଡି ଶବଦ ଶୁଭିଲା ଉଦୟଗିରି ପର୍ବତେ

ଦେଖିଣ ନୃପତି ଯେ ରହିଲା ଥମ୍ଭୀଭୂତେ ।୯୧।

ମନ୍ତ୍ରୀକି ରାଇଣ ପଚାରଇ ନୃପମଣି

ବନସ୍ତେ କିସ ଶବଦ ଶୁଭଇ ଉଲୁକାପାତ ଜାଣି ।୯୨।

ରାଜାର ଆଗ୍ୟାଂୟେ ସେ ଧଆଇଂଲେ ଚାରଗଣେ

ଭେଟିଲେ ବନସ୍ତରେ ଯାଇଂ ପାଣ୍ଡବ ପଞ୍ଚାଣେ ।୯୩।

ଚାରଗଣେ ପଚାରିଲେ ତୁମ୍ଭେ କେଉଂଣ ଦେଶର ରାଜା

ପରରାଜ୍ୟେ ପଶି କିଂକେ ବୀରତୂର ବଜା ।୯୪।

ଶୁଣ ହୋ ଚାରଗଣେ ବଦୟନ୍ତି ସେନାପତି

ୟେ ସେ ବୀର ଧନୁର୍ଜୟେ ପାଣ୍ଡବ ମହାଛତ୍ରୀ ।୯୫।

ଉତ୍ତର ଦିଗ ବିଜୟେ ରାଜାନ୍ତ ନିମନ୍ତ୍ରଣେ

ଉତ୍ତର କୋଶଳର ଯେବେ ସମସ୍ତ ରାଜାଗଣମାନେ ।୯୬।

ରାଜୁସିଯାଗ ସଭାରେ ଥିବେ ଷୋଳହ ଦିବସ ପରିଯନ୍ତେ

ଉତ୍ସବ ସାରି ଆସିବେ ସକଳ ନରପତ୍ୟେ ।୯୭।

ସେନାପତିଂକର ମୁଖୁଂ ୟେସନେକ ବାକ୍ୟ ଶୁଣି

ବାରତା କହିଲେ ଯାଇଂ ସୁମନ୍ତକ ନୃପମଣି ।୯୮।

ଶୁଣ ହୋ ସାବଧାନେ ଉଦେମଣ୍ଡଳ ଅଧିକାରୀ

ଅର୍ଜୁନ ଠାକୁର ସେ ଉତ୍ତର ଦିଗ ରାଜାନ୍ତ ନିମନ୍ତ୍ରଣ କରି ।୯୯।

ଚାଳିଶ ସହସ୍ର ରାଜାନ୍ତ ନିମନ୍ତିବେ ରାଜୁସିଯାଗ ଅର୍ଥେ

ଯମାଗୋଷ୍ଠ ରାଜାକୁ ବନ୍ଧନ କରିଛନ୍ତି ରଥେ ।୧୦୦।

ୟେସନେକ ବାରତା ଶୁଣି ଉଦେମଣ୍ଡଳ ଅଧିକାରୀ

ବୋଇଲା ପରରାଷ୍ଟ ଭୂମିରେ ପଶିଲେ ସେ କେହ୍ନେକ ବିଚାରି ।୧୦୧।

ରାଜାର ବଚନେ ସେ କହଇ ମନ୍ତ୍ରୀବର

ସ୍ୱାମୀ ଦୁତୀକୃଷ୍ଟ ଅବତାର ସେ ପ୍ରତକ୍ଷେ ଦାମୋଦର ।୧୦୨।

ପ୍ରୀତି ହୋଇଲେ ତାକୁ ପାଇବା କାରଣ

ଦୁଷ୍ଟ ହୋଇଲେ ଦେବ ସେ ଅବଶ୍ୟ କରଇ ନିବାରଣ ।୧୦୩।

ସ୍ୱାମୀ ସନ୍ଧାନ ଯୋଗାଡନ୍ତି ଚାଲ ଘେନିଯିବା ମହୀପତ୍ୟେ

ୟେ ମହାରାଜ୍ୟ ଧ୍ୱଂସ ନ କରାଅ ଅର୍ଜୁନର ହାଥେ ।୧୦୪।

ଦ୍ରଶନେ ପ୍ରସନ୍ନ ହେଲେ ପାଇବା ପରମ ଗତି

ଅସାଧ୍ୟ ହୋଇଲେ ଅବଶ୍ୟ ସାଧିବ ସବୁନ୍ତି ।୧୦୫।

ମନ୍ତ୍ରୀର ବଚନେ ରାଜା ପରମ ସାନନ୍ଦେ

ଚଳଇ ନରେନ୍ଦ୍ର ସେ ଘେନିଣ ସନ୍ୟବୃନ୍ଦେ ।୧୦୬।

ସହସ୍ରେକ ଭାର ରାଜା ଘେନଇ ପାଣିଦ୍ରବ୍ୟ

ଅର୍ଜୁନର ଛାମୁକୁ ଆସଇ ନୃପଦେବ ।୧୦୭।

ଦ୍ରଶନ କଲା ଆସି ଉଦେଗିରି ପର୍ବତେ

ଆହାନିକ ସାରିବାବେଳେ ଆସି ହୋଇଲା ପ୍ରଣପତ୍ୟେ ।୧୦୮।

ଦୂତପତିମାନେ ବୋଇଲେ ତୁ ହୋ ଥାଅସି ଦଣ୍ଡଧରେ

ଦ୍ରଶନ କରାଇବା ପ୍ରସନ୍ନବେଳେ ମୁଣୋହି ଉତ୍ତାରେ ।୧୦୯।

ଅନ୍ତର ହୋଇଣ ସେ ରହିଲେ ନୃପମଣି

ଆହାନିକ ସାରି ଅର୍ଜୁନସୁମରଇ ଚକ୍ରପାଣି ।୧୧୦।

ମୁଣୋହିରେ ବିଜୟେ ବେଗେ କଲେକ ଅରଜୁନ

ବେଗେଣ ସାରିଲେ ସେ ଅମୃତ ରସ ଭୋଜନ ।୧୧୧।

ମୁଣୋହି ସାରିଣ ସେ ଆଂଚୋବନେ ବିଜେ

ବିଜିଘୋଷ ଦେବଦତ୍ତ ଶଙ୍ଖ ଛାମୁରେଣ ଘନ ଘନ ବାଜେ ।୧୧୨।

ଆଂଚୋବନ ସାରିଣ ବିଜୟେ ସିଂଘାସନେ

ଯମାଗୋଷ୍ଠ ମୁଣୋହି କଲା ତାହା ନିତ୍ୟକର୍ମ ବିଧାନେ ।୧୧୩।

ସନ୍ନିଧ୍ୟେ ବସାଇ ତାକୁ ବାସବର ସୁତ

କ୍ରପୂର ତାମ୍ୱୁଳ ଯେ ଭୁଂଜନ୍ତି ତୋଷଚିତ୍ତ ।୧୧୪।

ସୁଖାସନେ ବିଜୟେ କୃଷ୍ଣ ଅବତାରେ

ସୁମନ୍ତକ ନୃପତି ଆସି ଦ୍ରଶନ କଲାକ ଛାମୁରେ ।୧୧୫।

ଛାମୁରେ ଜଣାଇଲେ ଯାଇଂ ଜୟ ବିଜୟ ସେନାପତି

ଦ୍ରଶନ କରୁଅଛି ଦେବ ଉଦେମଣ୍ଡଳ ଆଧିପତି ।୧୧୬।

ଆସ୍ତାନେ ବସିଣ ପାଥ ଆଗ୍ୟାଂ ଅବଧାରି

ସନ୍ନିଧ୍ୟକୁ ଆସି ହୋ ଉଦୟମଣ୍ଡଳ ଅଧିକାରୀ ।୧୧୭।

ନିରାଧାର ବଚନ ସେ କହିଲେ ଫାଲଗୁନି

ରାଜୁସି ଯାଗକୁ ଚଳ ତୁ ଦିବା ଯେ ରୟଣୀ ।୧୧୮।

ଅକ୍ଷତ ଗୁଆ ତାକୁ ଦିଲେକ ଫାଲଗୁନି

ରାଜୁସି ଯାଗକୁ ଚଳ ହୋ ତୋହୋର ଥାଠ ସନ୍ୟ ଘେନି ।୧୧୯।

ରାଜାଂକର ମେଳେ ତୁ ଥାଅ ବାରୁଣାବନ୍ତେ

ରାଜାମାନନ୍ତ ଘେନି ମୁଂ ବାହୁଡ଼ିବା ପରିଯନ୍ତେ ।୧୨୦।

ସୁମନ୍ତେକ ବୋଇଲା ସ୍ୱାମୀ ମୋହୋର ବଡ଼ ଭାଗ୍ୟ

ଯେଉଂଣ ଯାଗ ଦେଖନ୍ତେ ହୋ ପ୍ରାପତ ହୋୟେ ସ୍ୱର୍ଗ ।୧୨୧।

ପୂର୍ବର ତପ ଯାହାର ଅଛଇ ଅରଜିଲା

ଦ୍ରଶନେ ଇହଜନ୍ମର ପାତେକ କ୍ଷୟଗଲା ।୧୨୨।

ଶୁଣନ୍ତେ ଅନେକ ଜନ୍ମ ପାତେକ ହୋଇ ହତ

ଦ୍ରଶନେ ବଇକୁଣ୍ଠ ଯେ ମିଳଇ ସରୂପ ।୧୨୩।

ଅନେକ ସାନନ୍ଦେଣ ସୁମନ୍ତେଣ ନରପତି

ବହୁତ ସମ୍ଭରେ ରାଜା ଚଳଇ ତଡତି ।୧୨୪।

ତହୁଂଣ ପୟାଣେ ଚଳଇ ଅର୍ଜୁନ ମହାବୀର

ବିଜୟମଣ୍ଡଳ ବୋଲି ୟେକଇଂ ନଗର ।୧୨୫।

ସେ ରାଜ୍ୟେ ଭିତରେ ଯାଇଂ ପଶିଲେ ସଇନି

ବାରତା ପାଇଣ ରାଜା ଆସଇ ସନ୍ୟ ଘେନି ।୧୨୬।

ବିଜୟକେତନ ବୋଲି ସେ ନୃପତିର ନାମ

ଅର୍ଜୁନ ଛାମୁରେ ଆସି କରଇ ପରଣାମ ।୧୨୭।

ରାଜା ହୋଇଲା ସ୍ୱାମୀ ଧନ୍ୟ ୟେହୁ ମୋହୋର ବେନି ଆଖି

ଶ୍ରବଣେ ଯାହା ଶୁଣିଥିଲି ତାହା ଚକ୍ଷୁରେଣ ମୁହିଂ ଦେଖି ।୧୨୮।

ଦୂତୀ ନିରଞ୍ଜନ ତୁ ହୋ ଆସି ବିଜୟ ମୋର ପୁରୀ

ଜନ୍ମର ପାତକ ଖଣ୍ଡନ୍ତୁ ଦେଖିଣ ମୋହୋର ନଗ୍ର ନରକାରୀ ।୧୨୯।

ଆପଣେ ଚାମର ଧରି ଢାଳଇ ନରପତି

ବହୁତର କୁତୂହୋଳେ ରାଜା ନଗରେ ପଶନ୍ତି ।୧୩୦।

ବିଜୟମଣ୍ଡଳ ରାଜ୍ୟରେ ପଶନ୍ତେଣ ଶୋହିଲା

ଆକାଶ ତେଜିଣ କି ବାସେବ ବିଜେକଲା ।୧୩୧।

କେଶବାସ ଅସମ୍ଭାଳେ ଧାମନ୍ତି ସର୍ବଜନେ

ଗୁରୁ ଗଉରୋବ ଉପେଖି ଧାମନ୍ତି ସର୍ବ ନାରୀଗଣମାନେ ।୧୩୨।

ମୋହେ ବଶ ହୋଇଲେ ଦୁତୀକୃଷ୍ଣ ମୁଖ ଚାହିଂ

ପ୍ରତକ୍ଷେ ଅନଙ୍ଗ ୟେହାକୁ ସରିସମ ନୋହଇ ।୧୩୩।

ଅର୍ଜୁନ ବିଜେକଲେ ଯାଇଂଣ ଜଗତୀ ଉପରେ

ଶତେକ ଭାରିଯା ଘେନିଣ ରାଜା ଖଟଇ ପୟରେ ।୧୩୪।

ଆଲଟ ଚାମର ଯେ ଢାଳଇ ନୃପତି

ସ୍ୱାମୀ ସଦା ଅନୁଗ୍ରହ ମୋତେ ହୋଇଥିବା ସୁତ କୋନ୍ତୀ ।୧୩୫।

ସୁବର୍ଣ୍ଣର କଳସ ସେ ପାତାଙ୍ଗ ଦିବ୍ୟ ଚିହ୍ନ

ଉତ୍ସବ କରାଇଲା ରାଜା ଆପଣା ଭୁବନ ।୧୩୬।

ନିମନ୍ତ୍ରଣ ଦିଲେ ତାହାକୁ ସୁଭଦ୍ରାର ନାହା

ହସ୍ତିନା ରାଜ୍ୟକୁ ରାଜା ଦଣ୍ଡ ଘେନି ବହନ ହୋଇ ଯା ଯା ।୧୩୭।

ସ୍ୱାମୀର ଆଗ୍ୟାଂ ନିରାଧାର ଶଇରେ ଘେନି

ତକ୍ଷଣେ ଅନକୂଳ ଘେନି ରାଜା ସାଜିଲା ସଇନି ।୧୩୮।

ଆପଣେ ଥାଇଂ ତାହାକୁ ଚଳାଇ ଅର୍ଜୁନ

ଦଣ୍ଡଘେନି ବିଜେକଲା ବିଜୟ କେତନ ।୧୩୯।

ଚଳଇ ବାସବି ଯେ ଘେନିଣ ନିଜ ଥାଠ

ସେ ରାଜ୍ୟ ଜିଣି ପ୍ରବେଶ ହୋଇଲେ ସଉରାଷ୍ଟ ।୧୪୦।

ସେ ରାଜ୍ୟର ରାଜା ନାମ ଅଟଇ କୃତ ଯେ କେଶରୀ

ଅନେକ ରାଜ୍ୟ ଜିଣି ସେ ପ୍ରତାପେ ରାଜ୍ୟକରି ।୧୪୧।

ଅନେକ ରାଜାଂକର ତୁଲେ ସେ ଅନୁବ୍ରତେ ବିବାଦୀ

ପ୍ରତାପକେଶରୀ ସେ ବହୁତ ଦେଶ ସାଧି ।୧୪୨।

ଅନୁବ୍ରତେ ସେ ନୃପତି ପଲାଣି ଥାଇ ଥାଠ

ଉତ୍ତର କୋଶଳେ ସେ ବୀର ଅଟଇ ମହା ଆଣ୍ଟ ।୧୪୩।

ଗଙ୍ଗା ଯମୁନା ନଦୀର ମଧ୍ୟେ ତାର ରାଜ୍ୟ

ବଡାଇ ଧାର୍ମିକ ନୃପତି ସେ ରାଜ୍ୟଲୋକେ ବ୍ରତନ୍ତି ଅଇଶୁର୍ଯ୍ୟ ।୧୪୪।

ପନ୍ଦର କ୍ଷଉଣୀ ତାକୁ ସନ୍ୟବଳ ଖଟଇ

ପଞ୍ଚୁଧାରା ପର୍ବତ ବେଢି ରାଜ୍ୟ ତାର ଅଟେ ।୧୪୫।

ପଞ୍ଚଦଶ ପାରିଦଣ୍ଡ ଖଟଇ ନୃପତି

ଉତ୍ତର କୋଶଳେ ସେ ଅଟଇ ବଡ଼ାଇ ବିଖ୍ୟାତି ।୧୪୬।

ବାସେବି ପ୍ରବେଶ ଯାଇଂ ହୋଇଲା ତାର ରାଜ୍ୟେ

ବୀରତୂର ଶବଦ ଯେ ଗହନ ଢୋଲ ବାଜେ ।୧୪୭।

ଦେଶାଉରେ ବାରତା ଜଣାଇଲେ କୃତକେଶୀ ନୃପମଣି

ଅର୍ଜୁନ ତୋହୋର ରାଜ୍ୟେ ପଶେ ଥାଠ ପଲାଣି ।୧୪୮।

ସକଳ ରାଜ୍ୟର ରାଜା ଦେବ ଆସୁଅଛି ସାଧି

ଯମାଗୋଷ୍ଠ ରାଜାକୁ ସେ ରଥରେ ଅଛି ବାନ୍ଧି ।୧୪୯।

ଛତ୍ରୀବର ସୋହତ ସେ ବଡାଇ ପ୍ରତାପୀ

ସାଂଗ୍ରାମେ ଜଗୁଜିତା ସେ ଅଟଇ ମହାକୋପୀ ।୧୫୦।

ଦେଶାଉର ବଚନେ ରାଜା କୋପେଣ ପରଚଣ୍ଡ

ସନ୍ନିଧ୍ୟେ ହକାରିଲା ରାଜା ଚାରିଶତ ପାରିଦଣ୍ଡ ।୧୫୧।

ଆରେ କେଟି ପଶିଲା ମୋର ରାଜ୍ୟେ ନ ବିଚାରି

ବେଗକରି ମୋ ଛାମୁକୁ ଆମ ତାକୁ ଧରି ।୧୫୨।

ପ୍ରାଣେ ନ ମାଗି ରେ ତାକୁ ବନ୍ଧନ କରି ଆଣ

କେବଣ ଦେଶୁଂ ଆସିଛି ତାହା ତଦନ୍ତ କରି ଜାଣ ।୧୫୩।

ରାଜାର ବଚନେ ପାରିଦଣ୍ଡ ରାଜାମାନେ

ସମଦଣ୍ଡ ସାଜିଣ ସେ ଧାମନ୍ତି କୋପମନେ ।୧୫୪।

ରଥ ଗଜ ଅଶ୍ୱ ପାଦାନ୍ତି ନ ଯାଇ କଳନ

ବେଢ଼ିଣ ସଇନି ଯାଇଂ ପ୍ରହାରିଲେ ବଜ୍ରବାଣ ।୧୫୫।

ଆଗିଆଣି ଥାଠେ ଅନେକ ବଳ ଦେଖି

ଗହଳ ସଇନି ଭାଜିଲେ ସାଂଗ୍ରାମ ଉପେଖି ।୧୫୬।

ଥାଠ ଭାଜନ୍ତେ ଜୟେ ବିଜୟେ ସେନାପତି

ଧନୁରେ ନାରାଜ ପୂରୋଇ ଉଗାଳିଲେ ଝାତି ।୧୫୭।

ଦେଖିଣ କୋପାନଳ ଯେ କୃତକେଶୀର ସଇନି

ଆକ୍ରେଷିଣ ନାରାଜ ଯେ ବିନ୍ଧନ୍ତି କୋପେ ଘେନି ।୧୫୮।

ଶହସ୍ର ବିଘାତେଣ ଗଗନ ଅନ୍ଧକାରମୟେ

ପଡ଼ନ୍ତି ନାରାଜମାନେ କକଡ଼ା ବୃଷ୍ଟି ପ୍ରାୟେ ।୧୫୯।

ଅବିଚ୍ଛନ୍ନେ ନାରାଜ ପଡ଼ନ୍ତେ କେହୁ ତା ପରିମାଣି

ଆକାଶେ ଅଦୃଶ୍ୟ ହୋଇଲେ ଗଗନ ଚୂଡ଼ାମଣି ।୧୬୦।

ଘୋର ଯୁଦ୍ଧ ଦେଖିଣ ଉଠିଲେ ବୀର ପାଥ

ଲକ୍ଷେ ଦଳ ଗାଣ୍ଡିମ ଧନୁ ଶୋଭିତ ବାମହାଥ ।୧୬୧।

ଅକ୍ଷୟ ତ୍ରୋଣୁଂ ନାରାଜ ଧନୁରେ ପୂରୋଇ

କୃତକେଶୀ ସଇନିଂକି ସେ ବିନ୍ଧଇଲେ ତୁହାଇ ।୧୬୨।

ଅବିଚ୍ଛନ୍ନେ ଥାଠେ ଶର ହୋଇଲା ଯେ ବୃଷ୍ଟି

କବଚ ମି କୁଣ୍ଡଳ ଛିଡ଼ି ପଡ଼ିଲା ବଜ୍ରଘୋଟି ।୧୬୩।

ଗଜ କୁମ୍ଭସ୍ଥଳେ ପଡ଼ି ନାରାଜ ନିକିଳି

ମହା ମହା ମତ୍ତହାଥୀମାନେ ଭୂମିରେଣ ପଡୁଛନ୍ତି ଢଳି ।୧୬୪।

କୃତକେଶୀର ସନ୍ୟ ମହା ବନସ୍ତର ପ୍ରାୟେ

କାଳ ଅନଳ ବହନି ତହିଂ ହୋଇଲା ଧନୁର୍ଜୟେ ।୧୬୫।

ପବନ ବିଘାତେ ଯେହ୍ନେ ବୃକ୍ଷେ ପଡନ୍ତି ଲୋଟି

କାଳନଳ ତେଜ ଯେ ଅର୍ଜୁନର ଶର ବୃଷ୍ଟି ।୧୬୬।

ସମ୍ଭର୍ବେ ନାରାଜ ଯେ ବିନ୍ଧଇ ସର୍ବସାଚୀ

ଯେସନେ ଅନଳ ଶୁଖିଲା ତରୁବର ଦହନ କରୁଅଛି ।୧୬୭।

ପଡ଼ିଲେ ସଇନି ଯେ ଅର୍ଜୁନ ଶରଘାତେ

ଭାଜିଣ ଚୂର ହୋଇଲେ ଗଜ ଅଶ୍ୱ ରଥେ ।୧୬୮।

ରାଜାର ଛାମୁରେ ଯାଇଂ କହିଲେ ଦୂତପତି

ସ୍ୱାମୀ ଅନେକ ସଇନି ତୋର ସାଂଗ୍ରାମେ ହୋଇଲେ ବିନଶ୍ୟତି ।୧୬୯।

ଦୂତପତିର ବଚନ ଶୁଣି କୃତକେଶୀ ମହାରାୟେ

କୋପେଣ ଗର୍ଜଇ ରାଜା କାଳସର୍ପ ପ୍ରାୟେ ।୧୭୦।

ଅଧର ପୁଷ୍ଟ କରି ଅଧରେ ଦନ୍ତ ଚାପି

ଆସ୍ତାନେ ତେଜିଣ ରାଜା ଭୂମିକି ପଡ଼ଇ କ୍ଷେପି ।୧୭୧।

ଲୋହସାର ବେନିଗଦା ଘେନିଣ ରାୟେ ହାଥେ

ରେ ରେ କାର କରି ରାଜା ଧାମଇଂ ପାଦଗତେ ।୧୭୨।

ମହା ବଳବନ୍ତା ସେ ପ୍ରତଗ୍ୟାଂ ମହାଗରୁ

କଟାଳେଣ କାଳସର୍ପ ଯେସନେକ ଗର୍ଜିଣ ଟେକଲ ଫେରୁ ।୧୭୩।

ରାଜାର ଧାମନ୍ତେ ଗୋଡାବନ୍ତି ସର୍ବଯୋଧୀ

ରେ ରେ କାର କରିଣ ନାରାଜ ବେଗେ ବିନ୍ଧି ।୧୭୪।

ରାଜାକୁ ଦେଖି ଜୟେ ବିଜୟେ ସେନାପତି

ରଥ ଚମ୍ପାଇଣ ସେ ଉଠିଲା କୋପମୃର୍ତ୍ତି ।୧୭୫।

ସେନାଂକର ଧାମନ୍ତେ ସମାର୍ଜଇ ଫାଲଗୁନି

ରହ ରହ ବୋଲିଣ ଯେ କରଇ ମଧୁର ଧୁନି ।୧୭୬।

ଅର୍ଜୁନ ବୋଇଲେ ରେ ୟେ ଅଗ୍ୟାନ ମୂର୍ଖ ନୃପିମଣି

ସମଦଣ୍ଡ ନାଶ କରାଇବୁ ବାରତା ନଜାଣି ।୧୭୭।

ମାତଳିକି ବୋଇଲେ ସେ ସୋହଦ୍ରାର ନାହା

କୃତକେଶୀ ଛାମୁକୁ ରଥ ମୋର ବେଗେ ବାହା ।୧୭୮।

ଅର୍ଜୁନର ବଚନେ ଅଶ୍ୱନ୍ତ ଚଳାଇଲା ସାରଥି

କୃତକେଶୀର ଛାମୁରେ ରଥ ଉଭାରିଲା ତତକ୍ଷଣାତି ।୧୭୯।

ରଥ ଦେଖି କୃତକେଶୀ ଗଦାବରକୁ ବୁଲାଇ

ଅର୍ଜୁନ ଉପରେ ଯେ ପ୍ରହାର କଲା ନେଇ ।୧୮୦।

ଅର୍ଜୁନ ବୋଇଲା ଆହୋ ଅଗ୍ୟାନ ତୁ ଭୂପ

କାହାର ଠାରେ ପ୍ରତଗ୍ୟାଂ କରୁ ତୁ ସରୂପ ।୧୮୧।

କାଳସର୍ପ ମୁଖେ ଯେହ୍ନେନ ବ୍ରତଇ ପ୍ରାଣୀ

ରାଜୁସି ଯାଗର ବାରତା ତୁ ନ ଜାଣି ନ ଶୁଣି ।୧୮୨।

ଚାଳିଶି ସହସ୍ର ରାଜା ନିମନ୍ତିବି ଉତ୍ତର କୋଶଳେ

ସମସ୍ତ ଦେଶରୁ ଯିବେ ଅନେକ ମହୀପାଳେ ।୧୮୩।

ଆମ୍ଭେତ ତୋହୋର ନୋହୁନା ବଇରି ବିବାଦୀ

କାହା ତୁଲେ ଆମ୍ଭେ କଦାଚିତେ ନୋହୁନା ଦ୍ୱନ୍ଦୀ ।୧୮୪।

ନିମନ୍ତ୍ରି ଅଇଲୁ ହୋ ଉତ୍ତର ଦିଗେ ଆମ୍ଭେ

ଅଗ୍ୟାନେ ସଇନି କିଂକେ ନାଶକର ତୁମ୍ଭେ ।୧୮୫।

ଆହୋ ଉତ୍ତର ଦିଗ ରାଜାମାନେ ତୁମ୍ଭେ ୟେତିକି ମୂର୍ଖ କି

ବିଚାର ନ କର କିଂପା ଯମାଗୋଷ୍ଠ ବନ୍ଧନ ଦେଖି ।୧୮୬।

ଆହୋ ଜରାସନ୍ଧ ବଧ ହେଲା ଯେଉଂଣ ଯାଗର ନିମନ୍ତେ

ତହିଂର ବାରତା କି ନ କହିଲେ ତୁମ୍ଭର ଦୂତେ ।୧୮୭।

ଆମ୍ଭର ତୁଲେ କିଂପାଇ ତୁ ସାଂଗ୍ରାମ କରିବୁ

ୟେତେବଡ ସମ୍ପଦ ବୁଡ଼ାଇ ସଂପୋଡ଼େ ମରିବୁ ।୧୮୮।

ଅର୍ଜୁନର ବଚନେ କୃତକେଶୀର ମନ୍ତ୍ରୀ

ରାଜାକୁ ପଛକରି ଆଗ ହୋଇଲା ତତକ୍ଷଣାନ୍ତି ।୧୮୯।

ଅର୍ଜୁନ ପାଦପଦ୍ମେ ମନ୍ତ୍ରୀ ହୋଇଲା ପରିଣାମି

ନ ଜାଣି ଦ୍ୱନ୍ଦକଲୁ ଆମ୍ଭେ ଉଦ୍ଧରିବା ଦେବ ସ୍ୱାମୀ ।୧୯୦।

କୃତକେଶୀ ଦେଖିଲା ଯେ ଅର୍ଜୁନର ତେଜ

ରଥେଣ ବସିଅଛି ଅର୍ଜୁନ ହୋଇଣ ଚତୁର୍ଭୁଜ।୧୯୧।

ଆପଣାର ରଥ ତେଜ୍ୟାକରି କୃତକେଶୀ ନୃପମଣି

ପାଥ ରଥତଳେ ଶତ ସହସ୍ର ଦଣ୍ଡ ପରିଣାମି ।୧୯୨।

ପ୍ରତକ୍ଷେ ନାରାୟଣ ତୁ ଯେ ଅଟୁ ଫାଲଗୁନି

ମୁଂ ହୀନ ପାମର ତୋତେ ନୁଆରିଲି ଚିହ୍ନି ।୧୯୩।

ସ୍ୱାମୀ ଅଗ୍ୟାନ ଲୋକର ଦୋଷ କରିବା ଉପେକ୍ଷା

ଦୋଷୀଲୋକ ଭଗତି ହୋଇଲେ ଅବଶ୍ୟ କରିବାକ ରକ୍ଷା ।୧୯୪।

ତୁ ଦେବ ଆନନ୍ଦେଶ୍ୱର ଯେ ଭଗତ ମତ୍ସଳା

ତୁ ଦେବ ମହାଦେବ ପ୍ରତକ୍ଷେ ବିଷ୍ଣୁକଳା ।୧୯୫।

ଅନେକ ବିନୋୟୀ କହଇ କୃତକେଶୀ ନୃପତି

ଆନନ୍ଦେ ଅଶ୍ରୁଜଳ ବେନି ନୟନୁଂ ବହନ୍ତି ।୧୯୬।

ନିଉଛାଳି କରି ପ୍ରଳମ୍ୱ ଶତେ ସହସ୍ର ଦଣ୍ଡ

ତୁ ଦେବ ଠାକୁର ଯେ ସୋମବଂଶ ଭ୍ରଥଖଣ୍ଡ ।୧୯୭।

ଅର୍ଜୁନ ବୋଇଲା ତୁ ଉଠ ଉଠ କୃତକେଶୀ ରାୟେ

ବାଞ୍ଚା ତୋହୋର ସିଦ୍ଧହୋଉ ସର୍ବଦାୟେ ।୧୯୮।

ତୁ ଅଟୁ ବିଜୟମଣ୍ଡଳର ଯେ ଆଧଇପତି

ଧର୍ମବନ୍ତ ରାଜା ତୁହି ଜଗତେ ବିଖ୍ୟାତି ।୧୯୯।

ଅଦୋଷେ ମରାଇଲୁ ତୁ ସଇନି ଲୋଚାୟେ

ସନ୍ନିଧ୍ୟେ ବସାଇ ତାଂକୁ ନିମନ୍ତ୍ରଣ କୟେ ଧନୁର୍ଜୟେ ।୨୦୦।

କଟକରେ ଉତ୍ସବ ଯେ କରାଇଲା ନରପତି

ଅର୍ଜୁନ ବିଜେକଲେ ଯେ ଉତ୍ତର ଜଗତୀ ।୨୦୧।

ଅକ୍ଷତ ଯୋଗାଡ଼ ତାକୁ ଦିଲେକ ଫାଲଗୁନି

ରାଜୁସି ଯାଗସଭାକୁ ଯାଅ ଯା ତୋର ଥାଠସନ୍ୟ ଘେନି ।୨୦୨।

ବହୁତ ଦ୍ରବ୍ୟ ଘେନି ରାଜା ଦେଖା ଦରଶନି

କଟକୁଂ ବାହାର ହୋଇଲା ରାୟେ ଶୁଭଲଗ୍ନ ଘେନି ।୨୦୩।

ତହୁଂଣ ଥାଠ ଚଳାଇ ଯେ ବୀରବର ପାଥ

ପଶିଲେ ଅର୍ଜୁନ ଯାଇ ଅସ୍କନ୍ଦ ବନସ୍ତ ।୨୦୪।

ଅସ୍କନ୍ଦ ବନେ ଅରୁଣ ଉଲ୍ଲୋଳ ବେନି ପରବତ

ନନ୍ଦୀଗ୍ରାମ ବୋଲି ତହିଂ ନଗ୍ରେକ ବଡ଼ ସୁସ୍ଥ ।୨୦୫।

ବେନିଶତ ଯୋଜନ ସେ ରାଜ୍ୟର ଆୟେତନ

କଟକ ମାଡ଼ି ବସି ଅଛଇ ସେ ଏକାଦଶ ଜୂଣ ।୨୦୬।

ସେ ରାଜ୍ୟର ରାଜା ନନ୍ଦୀକେଶ୍ୱର ବୋଲି ନାମ

ନନ୍ଦୀକେଶ୍ୱର ପ୍ରସାଦେ ତାକୁ ଜିଣନ୍ତା ନାହିଂ ସାଂଗ୍ରାମ ।୨୦୭।

ଅର୍ଜୁନ ବିଜେକଲେ ସେ ରାଜାର ଦେଶେ

କଣୟ ପାଚେରୀ ସେ ସମସ୍ତ ଗୃହବାସେ ।୨୦୮।

ଅଶି ସାଗର ଘର ବସଇ ସେ କଟକ ଭିତର

ସୁବର୍ଣ୍ଣର ନିରିମାଣ ସେ ସବୁଂକରି ଘର ।୨୦୯।

ସୁବର୍ଣ୍ଣର କଳସ ବସଇ ପୀଢାର ଉପରେ

ନେତର ପାତାଙ୍ଗ ଯେ ଉଡଇ ଫରହରେ ।୨୧୦।

ପରରାଷ୍ଟେ ବିବାଦୀ ସେ ନୋହଇ ମହାରାଜା

କୁବେର ସମାନେ ସେ ନନ୍ଦୀକେଶ୍ୱରଂକୁ କରଇ ପୂଜା ।୨୧୧।

ଶତ୍ରୁ ଉପବ୍ରତ ତାକୁ ନାହିଂ ଚତୁର୍ଦ୍ଦିଶେ

ସେ ରାଜାର ପଳାଣନ୍ତେ ଦେବ ତ୍ରାସନ୍ତି ଆକାଶେ ।୨୧୨।

ଦିଗବିଜେ କରିଣ ସେ ବାସେବର ଆତ୍ମଜେ

ସମଦଣ୍ଡ ଘେନି ପଶିଲେ ସେ ନନ୍ଦୀକେଶ୍ୱରୀ ରାଜ୍ୟେ ।୨୧୩।

ନନ୍ଦୀସଦନ ବୋଲି ଯେ ୟେକଇଂ ନଦୀ ଗୋଟିୟେ

ସେ କଟକ ଦକ୍ଷିଣ ଆଡ଼େ ବହଇ ସୁବର୍ଣ୍ଣ ରଜୋମୟେ ।୨୧୪।

ସେ ନଦୀରେ ସ୍ରାହାନେ ଯେ କରଇ ବୀର ଫାଲଗୁନି

ସୁବର୍ଣ୍ଣ କାନ୍ତି ପ୍ରାୟେ ଦିଶିଲେ ସମସ୍ତ ସଇନି ।୨୧୫।

ନିତ୍ୟକର୍ମ ସାରିଣ ସେ ରାଜ୍ୟେ ପରବେଶ

ବାଜଇ ଦୁନ୍ଦୁଭି ଯେ ଦାଉଣ୍ଡି ବିଜିଘୋଷ ।୨୧୬।

ରାଜାର ଆସ୍ତାନକୁ ଯେ ଶୁଭିଲା ଗରୁବାଦ୍ୟ

ନୃପତିକି ଜଣାଇଲା ସେ ମନ୍ତ୍ରୀ ଶିବପାଦ ।୨୧୭।

ସ୍ୱାମୀ ରଥ ଗଜ ଅଶ୍ୱ ପାଦାନ୍ତି ଅଳପ ସଇନି

ରାଜ୍ୟେଣ ପଶିଲେ ଆସି ଦେବ ମୋହର ଭୁବନ ତିନି ।୨୧୮।

ମନ୍ତ୍ରୀର ବଚନେ ବୋଇଲା ନନ୍ଦୀକେଶ୍ୱର

କେଉଂଣ ଦେଶର ରାଜା ହୋ ବୁଝିଣ ତଥ୍ୟକର ।୨୧୯।

ପରଥାଠ ହୋଇଲେ ଆଣ ମୋହୋର ଛାମୁକୁ ଧରି

ବନ୍ଧୁପଣେ ଅଇଲେ ଆଣସିରେ ଗଉରୋବ କରି ।୨୨୦।

ରାଜାର ବଚନେ ସେ ମନ୍ତ୍ରୀ ଶିବପାଦ

ଅର୍ଜୁନ ଛାମୁକୁ ଚଳଇ ସେ ମନର ସାନନ୍ଦ ।୨୨୧।

ଅର୍ଜୁନ ପଶି ଅଛନ୍ତି ଯେ ନନ୍ଦୀକେଶ୍ୱର ଦେଉଳେ

ବିନୟ ଭାବେ ସେବିଲେ ପ୍ରସନ୍ନ ସୁଢଳେ ।୨୨୨।

ଶୁଦ୍ଧ ସ୍ପଟିକ ପ୍ରାୟେ ଦିଶଇ ନନ୍ଦୀକେଶ୍ୱର ମୂରତି

ମର୍କତ ରସାଣ ପ୍ରାୟେ ଦିଶଇ ଲିଙ୍ଗର ଆକୃତି ।୨୨୩।

ଜୟ ଜୟ ଦୁତୀ ଈଶ୍ୱର ନନ୍ଦୀକେଶ ସ୍ୱାମୀ

ଦିଗାଙ୍ଗ ମୁରୁଧନା ଯାହାର ଚରଣେ ଭ୍ରମି ।୨୨୪।

କର୍ମଣ୍ୟ ପୁରୁଷ ତୁ ଜୟ ତୁ ଧବଳା

ସର୍ବଦା ପ୍ରସନ୍ନ ମୋତେ ହୁଅ ମତ୍ତଭୋଳା ।୨୨୫।

ଦକ୍ଷିଣେ ବିଜେକର୍ଣ୍ଣକଟାର ବାମକରେ ତ୍ରିଦଣ୍ଡ

ଉଦଣ୍ଡ ଲଲାଟ ପାଟି ଆସନ ତ୍ରିପୁଣ୍ଡ ।୨୨୬।

ଦୁସହ ଦୁରାନ୍ତକ ତୁ ହରନ୍ତା ଦେବ ଶୂଳୀ

ନୃତ୍ୟରଙ୍ଗ ଭୋଳେ ପ୍ରସନ୍ନ ତୋତେ ହୋଇଲେ କାପାଳୀ ।୨୨୭।

ଜଟାକୁଣ୍ଡଳ ଯେ ଶ୍ରୀକରେ ଅଧାଟି

ସପତସ୍ୱର ବୀଣାତାଳ ରସେଣ ଯେ ଖଟି ।୨୨୮।

କ୍ଷଣକେ ନୃତ୍ୟ କରିଣ କ୍ଷଣକେ ଗୀତ ଗାଇ

ପାଇଲୁ ଅଭୟେ ବର ଶିବଂକୁ ମନାଇ ।୨୨୯।

ବିଘ୍ନ ବିନାଶନ ନାଥ ସଦୟେ ବ୍ରହ୍ମବେତ୍ତା

ଭଗତଜନ ମତ୍ସଳ ପରଦୁଖେ କରୁ ଚିନ୍ତା ।୨୩୦।

କପିଳାସ କନ୍ଦରେ ତୁହି ସିଂଘଦ୍ୱାରେ ଦ୍ୱାରପାଳ

ତୋହୋର ଭୟେ ପଶିତ ନୁଆରନ୍ତି ଦଇତ ଦିଗପାଳ ।୨୩୧।

ଦଣ୍ଡେକ ରହ ଯେ ବୋଇଲୁ ଦେବତାଂକୁ

ସତ୍ୟଯୁଗେ ସତର ଲକ୍ଷ ବରଷ ଗଲା ଦଣ୍ଡେକ ତାହାଂକୁ ।୨୩୨।

ତୁ ଦେବ ପରମାନନ୍ଦ ଅଟୁ ପରମ ଯୋଗୀ

ଯାହାର ନାମ ଧରନ୍ତେ କୃତାନ୍ତେକ ଦର୍ପ ଭାଞ୍ଜି ।୨୩୩।

ତବ ଚରଣେ ଭଗତି ସର୍ବଦା ମୋର ସେବା

ଶ୍ରୀ ମହାଭଇରୋବ ନାଥ ମୋତେ ପ୍ରସନ୍ନ ହୋଇବା ।୨୩୪।

ତୁ ଦେବ ଶରଣ ଉଦ୍ଧାରଣ ସର୍ବକାଳେ

ଜନ୍ମେ ଜନ୍ମେ ସେବାଥାଉ ମୋର ନନ୍ଦୀକେଶ୍ୱର ପାଦତଳେ ।୨୩୫।

ସଦାଶିବର ନନ୍ଦନ ତୁ କଳ୍ପ କଳ୍ପ ଜିତା

ୟେ ଭବ ସାଗରୁ ମୋତେ ତୁହି ସେ ଉଦ୍ଧାରନ୍ତା ।୨୩୬।

ଶ୍ରୀ ନନ୍ଦୀକେଶ୍ୱର ସ୍ୱାମୀ ନମସ୍ତେ ନମସ୍ତେ

ଶୂଦ୍ରମୁନି ସାରୋଳା ଦାସ ଭଗତି ପ୍ରାପତେ ।୨୩୭।

ଆହୋ ଅନେକ ବିନୋୟୀ ଯେ ହୋଇଲେ ଫାଲଗୁନି

ଭଗତେ ପ୍ରସନ୍ନ ସ୍ୱାମୀ ତାକୁ ହୋଇଲେ ମହାଗ୍ୟାନୀ ।୨୩୮।

ବିଜୟେ ରୁଦ୍ରଗଣ ଘେନି ରୁଦ୍ର ଦେବତା

ଦେଖି ପାଦତଳେ ଅର୍ଜୁନ ହୋଇଲେ ପ୍ରଣମିତା ।୨୩୯।

ହାଥେ ମାଳାୟେକ ଘେନି ଗିରିଜାର ବଳା

ଅର୍ଜୁନର କଣ୍ଠେ ନେଇ ଲମ୍ୱାଇଲେ ଜୟମାଳା ।୨୪୦।

ପ୍ରସନ୍ନେ ଆଗ୍ୟାଂ ତାଂକୁ ଦିଲେକ ଦୁତୀ ବିଶ୍ୱବାସୀ

ବାଞ୍ଚା ସିଦ୍ଧହୋଉ ତୋର କଲ୍ୟାଣ ହୁଅସି ।୨୪୧।

ୟେ ନଦୀଗ୍ରାମରେ ନନ୍ଦୀକେଶ୍ୱର ନୃପତି

ତୋହୋର ପାଦପଦ୍ମେ ସର୍ବଦାୟେ ହୋଉଥାଉ ଭଗତି ।୨୪୨।

ନନ୍ଦୀକେଶ୍ୱର ପ୍ରସନ୍ନେ ନନ୍ଦୀକେଶ୍ୱର ରାଜା

ଅର୍ଜୁନର ପାଦପଦ୍ମେ ଯାଇଂ ସେ ବହନ କରଇ ପୂଜା ।୨୪୩।

ଦେଖିଣ ସାନନ୍ଦ ସେ ପାଣ୍ଡବ ଫାଲଗୁନି

ନିମନ୍ତ୍ରଣ କଲେ ତାହାକଇଂ କରେଣ ଅର୍ଘ୍ୟ ଘେନି ।୨୪୪।

ବାବୁ ସମଦଣ୍ଡ ଘେନିଣ ତୁ ଯାଅସି ପରମ ଯୋଗୀ

ବାରୁଣାବନ୍ତ ସଭାକଇଂ ତୁ ଚଳିଣ ଯାଅ ବେଗି ।୨୪୫।

ଅର୍ଜୁନର ପାଦତଳେ ନନ୍ଦୀକେଶ୍ୱର ନୃପତି ପରିଣାମି

ଆଗ୍ୟାଂ ପରମାଣେ ୟେହିକ୍ଷଣି ଯିବଇଂ ଦେବସ୍ୱାମୀ ।୨୪୬।

ଯଦ୍ୟପି ଅନୁଗ୍ରହ ମୋତେ କଲୁ ଦେବ ଫାଲଗୁନି

ଭଗତି ଭାବେ ମାଗିବି ଘେନିମା ଦଇନି ।୨୪୭।

ଅର୍ଜୁନ ବୋଇଲେ ମାଗ ଯେ ତୋହୋର ଇଚ୍ଛା

ଯମାଗୋଷ୍ଠକୁ ଛାଡି ମାଗ ଯେ ତୋହୋର ମନବାଞ୍ଚ୍ଥା ।୨୪୮।

ଶୁଣିଣ ନୃପତି ଯେ ହୋଇଲା ମଉନବ୍ରତ

ଦଣ୍ତଘେନି ବାହାର ହୋଇଲା ଆଗ୍ୟାଂ ନିବେଶିତ ମାଥ ।୨୪୯।

ଅର୍ଜୁନ ବୋଇଲା ହୋ ଚଳି ଯା ଦିବାରାତ୍ରେ

ମୋହୋର ଯିବା ଯାୟେ ତୁ ଥିବୁଟି ବାରୁଣାବନ୍ତେ ।୨୫୦।

ତହୁଂଣ ଧନୁର୍ଜୟେ ଚଳିଲେ ନନ୍ଦୀଗ୍ରାମ ଜିଣି

କଳପି ରାଜ୍ୟେ ଯାଇଂ ବିଜୟେ ବୀରମଣି ।୨୫୧।

ଚାଣୁରସେନ ବୋଲି ତହିଂର ନୃପଚି

ଛାମୁରେଣ ଡଗରା ଯାଇଂ ଜଣାଇଲା ଝାଡ଼ି ।୨୫୨।

ସ୍ୱାମୀ କେଉଂଣ ଦେଶର ରାଜା ଦଣ୍ଡ ଗୋଟିୟେକ ଘେନି

ରଥ ଗଜ ଅଶ୍ୱ ବହୁତ ନାହିଂନା ସଇନି ।୨୫୩।

ଦେବଗଣ ଦୁନ୍ଦୁଭି ଯେ ବାଜଇ ଅପ୍ରମିତା

ବହୁତ ରାଜ୍ୟ ଜିଣି ସେ ପ୍ରତଗ୍ୟାଂ ବଳବନ୍ତା ।୨୫୪।

ଅନେକ ପ୍ରତଗ୍ୟାଂ ଯହୁଂ କହିଲେ ଡଗରେ

ଶୁଣି କୋପାନଳେ ସେ ଚାଣୁର ନରବରେ ।୨୫୫।

ଯମର ଅର୍ଗଳ ଭାଂଜଇ ମୋହୋର କୋପକଲେ

ଆଦିତ୍ୟ ଲୁଚଇ ଯାହାର ଥାଠ ପଲାଣିରେ ।୨୫୬।

ବରୁଣର ତହୁଂ ମୁହିଂ ଆଣୁଅଛଇଂ ସନ୍ଧାନ

ଭୟେଣ ନାଗଲୋକେ ଦିଅନ୍ତି ପଞ୍ଚାଶ ଭାର ଧନ ।୨୫୭।

ୟେ ଉତ୍ତର କୋଶଳେ ମୁହିଂ ଅଟଇ ଜଗୁଜିତା

ସାଂଗ୍ରାମେ ଛତ୍ରୀ କେହି ମୋତେ ନାହିଂନା ଜିଣନ୍ତା ।୨୫୮।

ରାଜାର ପ୍ରତଗ୍ୟାଂ କରୁଂ ଅର୍ଜୁନର ସଇନି

କଟକେ ପଶିଲେ ଯାଇଂ କରିଣ ଘୋର ଧୁନି ।୨୫୯।

ଜଗତୀରେ ଥାଇଂ ରାଜା ଦେଖିଲେ ସମଦଣ୍ଡ

କୋପେଣ ନୃପତି କରେ ଘେନିଲା କୋଦଣ୍ଡ ।୨୬୦।

ଦଶ ଅହିବ୍ରତ ମାଲ ଘେନିଣ ମହାବୀରା

ପ୍ରତଗ୍ୟାଂ ବାହାନାଦେ କଂପିଲା ବସୁନ୍ଧରା ।୨୬୧।

ଧାମନ୍ତେ ଦୁର୍ଦ୍ଦଣ୍ଡ ବଳ ବାହାବନ୍ତ ତେଜି

ରେ ରେ କାର ଶବଦେ ଉଠିଲେ ଗଳଗାଜି ।୨୬୨।

ଯେସନେକେ ଗିରିବରେ ଆସନ୍ତି ଉପୁଡ଼ି

ଗିରିବର ସାଦୃଶ୍ୟେ ଶରୀର ଦିଶଇ ତାହାଂକରି ।୨୬୩।

କରେଣ ଘେନିଛନ୍ତି ବୀରେ ଲୋହାର ବେନି ଗଦାବର

ୟେକ ୟେକ ଗଦା ଅଟେ ଅଶୀ ଅଶୀ ଭାର ।୨୬୪।

ସନ୍ୟ ମଣ୍ଡଳ ଘୋଟିଅଛି ମାଲଂକର ବେନିବାହୁ

ଅଧର ବିକାଶନ୍ତେ ଦିଶଇ ଯେହ୍ନେ ରାହୁ ।୨୬୫।

ବୀରମର୍ଦ୍ଦଳ ବିଜିଘୋଷ ବୀରଦାଉଣ୍ଡି ବଜାଇ

ବୀରଘଣ୍ଟ ବୀରବାଦ୍ୟ ବୀରକାବାଳ ଘୋରନାଦେ ଫୁରଇ ।୨୬୬।

ଘୋର ବାଦ୍ୟନାଦ ଶବଦେ ଯେ କୁରୁମ ଚମକଇ ।୨୬୭।

ଆରେ ଆରେ ବୋଲିଣ ଧାଂଇଲେ ସର୍ବବୀରେ

ଅର୍ଜୁନର ଆଗିଆଣି ଥାଠରୁ ଓଗାଳିଲେ କଟଳ ବାହାର ଦ୍ୱାରେ ।୨୬୮।

ଗଦାନ୍ତ ବୁଲାଇଣ ଗରଜନ୍ତି ନୃପମଣି

ଭୁବି ଭୁବନ କମ୍ପିଲା ଉଲୁକାପାତ ଜାଣି ।୨୬୯।

ଦୃଭାର ବଳ ଦେଖି ଅର୍ଜୁନର ବେନି ସେନାପତି

ରଥ ଚଢି ବେନିବୀରେ ହୋଇଲେ କୋପମୃର୍ତ୍ତି ।୨୭୦।

ମହାଛତ୍ରୀ ବଳବନ୍ତା ସେ ଅଟନ୍ତି ଅଇରି ଦର୍ପ ଭଞ୍ଜା

ସମର ଅଭୟା ସେ ଦୁରାନ୍ତେକ ଦର୍ପ ଗଞ୍ଜା ।୨୭୧।

ସମର ସମ୍ଭର୍ବେ ଯେ ହୋଇଲେ ବେନି କଚ୍ଛ

ଓହୋବଳ ସାଂଗ୍ରାମେ ନୋହିଲେ କେହି ଓଚ୍ଛ ।୨୭୨।

ଧାଇଂଣ ପ୍ରହାର କଲେ ଚାଣୁର ବଳମାନେ

ରଣେ ଅନିର୍ବାରଣ ସେ ପାଣ୍ଡବେ ସଇନେ ।୨୭୩।

ମହାମଲ୍ଲମାନେ ଯେ ଦୁସହ ରୋଷେ ଉଠି

ଅର୍ଜୁନର ସଇନିକୁ ଗା‌ଢ଼େ‌ଣ ଆସି ଘୋଟି ।୨୭୪।

ସଇନିର ନିଊନ ଦେଖିଣ ପାର୍ଥିବ

ଗର୍ଜିଣ ସର୍ବସାଚୀ କରେ ଧଇଲାକ ଚାବ ।୨୭୫।

ବଜ୍ରମୁନା ନାରାଜ ଧଇଲେ ବୀର କରେ

ଆକ୍ରେଷି ପ୍ରହାର କଲେ ସେ ମାଲଂକ ଉପରେ ।୨୭୬।

ଆକ୍ରେଷି ଗାଢେ ବିନ୍ଧନ୍ତେ ତାହାଂକ ଶରୀରେଣ ପଡ଼ି

ନ ବହଇ ନାରାଜ ଭୂମିରେ ପଡ଼େ ଝଡ଼ି ।୨୭୭।

ଯହୁଂ ଶସ୍ର ନ ଭେଦିଲା ମାଲଂକର ବଜ୍ର ସେହ୍ନା

କୋପେଣ ବାସବି ଯେ ବିନ୍ଧିଲା ତୀକ୍ଷମୁନା ।୨୭୮।

ହୃଦରେ ନାରାଜମାନ ଯହୁଂ ବହୁତ ହୋଇଲା ବୃଷ୍ଟି

ରୋମେ ରୋମେ ନିକିଲି ଦେହେ ଯାଇଂ ଫୁଟି ।୨୭୯।

ରୋଧିରେ ତ୍ରିପଣ୍ଡ ହୋଇଲା ସବୁଂକରି କାୟେ

ଦିଶନ୍ତି ସମସ୍ତେ ସେ ଯେ ଯୋଗ୍ନୀବୃନ୍ଦ ପ୍ରାୟେ ।୨୮୦।

ୟେକ ପଡନ୍ତେଣ ଆରେକ ଉଠନ୍ତି ଗଳଗାଜି

କେ ନିସତ ହୋଇଣ ଯେ ପଳାବନ୍ତି ରଣୁଂ ଭାଞ୍ଜି ।୨୮୧।

ବହୁତ ନାରାଜ ଯହୁଂ ବିନ୍ଧଇଲେ ବିବତ୍ସ

ଦନ୍ତେଣ ତିରଣ ଘେନି ସେ ବୋଲନ୍ତି ରଖ ରଖ ।୨୮୨।

ପ୍ରଚଣ୍ଡ ମାଲ ବୋଲିଣ ସେ ୟେକ ମହାବୀରା

ମେଦିନୀ ନ ସହଇ ସେ ଦୃଷ୍ଟ ମାଲଂକର ଭାରା ।୨୮୩।

ବଜ୍ରାବଳୀ ବେନିଗଦା ବୁଲାଇଣ ବୀର ଉଠି

ଅର୍ଜୁନ ନାରାଜେ ତାର ଶରୀରୁ ହୋଅଇ ରୋଧିର ବୃଷ୍ଟି ।୨୮୪।

ରୋମ ରୋମକେ ନାରାଜ ଭେଦିଲା ତାର କାୟେ

ଯେସନେକ ଶରୀର ଦିଶଇ ଛିଂକପଚ୍ଛୀ ପ୍ରାୟେ ।୨୮୫।

ଲକ୍ଷ ଲକ୍ଷ ନାରାଜ ଯେ ବିନ୍ଧଇ ଫାଲଗୁନି

ଚଦ୍ୟାପି ନ କମ୍ପଇ ସେ ବୀରବର ଅମାନି ।୨୮୬।

କରେଣ ଚକ୍ର ବୁଲାଇ ମାଇଲେ ବୀର ପାଥ

ମୁଣ୍ଡ ଛିଡ଼ି ପଡ଼ିଲା ଯାଇଂ ଚାଣୁର ରାଜାର ଅଗ୍ରତ ।୨୮୭।

ଦେଖିଣ ମୃକ୍ଷାଗତ ହୋଇଲା ସେ ଚାଣୁର ମହାମଲ୍ଲ

ଅସାସଷ୍ଟ ହୋଇଣ ରାଜା ପଡ଼ିଲା ମହୀତଳ ।୨୮୮।

ପ୍ରଚଣ୍ଡ ମାଲ ପଡ଼ନ୍ତେ ଭାଙ୍ଗିଲା ସନ୍ୟବଳ

ରଥରୁ ଓହ୍ଲାଇ ସେ ବାସବର ବାଳ ।୨୮୯।

ପାଦଗତି ହୋଇ ଧଇଲା ସେ ଚାଣୁରର ବାଳ

ଆକ୍ରେଷି ମାରନ୍ତେ ଖଣ୍ଡା ବାସବ ଦୁଲାଳ ।୨୯୦।

ଦଶନହ ଚାଣୁର ସେନ ଭରିଲା ନେଇ ମୁଖ

କ୍ରୋଧେଣ ଡାକ ଦିଅଇ ଅର୍ଜୁନ ରଖ ରଖ ।୨୯୧।

ଅର୍ଜୁନ ଦୟାକଲେ ତାହାର ଅବସ୍ଥା ଦେଖି

ଛାଡ଼ିଲା କେଶ ପାଥ କୋପ ଡାକୁ ଉପେକ୍ଷି ।୨୯୨।

ଶରଣ ରକ୍ଷଣ ପାଣ୍ଡବ ସେ ପରଦୁଖେ ଦୁଖୀ

ବିରଥୀ ବିଶହସ୍ର ହୋଇଥିଲେ ଶରଣ ବୋଇଲେ ରଖି ।୨୯୩।

ଛାଡ଼ିଲା କେଶ ତାର ସଂହରିଲା ଅସିବର

ପ୍ରଣପତ୍ୟ ହୋଇ ଶୁତେ ଚାଣୁରସେନ ନୃପବର ।୨୯୪।

ଅର୍ଜୁନକୁ ବିନୟ ହୋଇଣ ସର୍ବଯୋଧୀ

ପଞ୍ଚ ଅହିବ୍ରତ ଯୋଦ୍ଧା ପଡ଼ିଲେ ରଣ ମଝି ।୨୯୫।

ଅର୍ଜୁନ ବୋଇଲା ମନ୍ତ୍ରୀ କି ନ କହିଲା ତୋତେ

ୟେତେ ବଡ଼ ପ୍ରମାଦ ରାଜା ଚିନ୍ତିଲୁ କେମନ୍ତେ ।୨୯୬।

ଚାଣୁର ବୋଇଲା ଦେବ ମୁଂ ଉତ୍ତରେଣ ମହାମଲ୍ଲ

ତୁହି ସେ ମର୍ଦ୍ଦିଲୁ ନା ମୋହୋର ଦର୍ପବଳ ।୨୯୭।

ମନ୍ତ୍ରୀ ଡଗର କହିଲେ ସବୁ କଥା ଜାଣି

ୟେଡେବଡ଼ ମହିଂମା ବୋଲି ସ୍ୱାମୀର ମୁଂ ନୁଆରିଲି ଚିହ୍ନି ।୨୯୮।

ମୁଂ ହୀନ ପାମର ହୋଇ ହରାଇଲି ସର୍ବବୁଦ୍ଧି

ଆପଣେ ନାଶକଲି ଦେବ ଅର୍ଜିଲା ସମ୍ପ୍ରଦ୍ଧି ।୨୯୯।

ସ୍ୱାମୀ ୟେବେ ସେ ଦେଖିଲି ଯମାଗୋଷ୍ଠ ବନ୍ଧନ ତୋର ରଥେ

ଇତର ରାଜାମାନେ ଆଉର ବ୍ରତିବେ କେମନ୍ତେ ।୩୦୦।

ଅର୍ଜୁନ ବୋଇଲା ତୁ ଆମ୍ଭ ହିତକାରୀ

ନାଶଗଲା ସଇନି ତୋତେ ଦେଇ ତ ନୁଆରି ।୩୦୧।

ଅନେକ ପୁରୁଷାର୍ଥ ତୋତେ କରିବା କରିବା ମହାଯଗ୍ୟେଂ

ତୋର ମହିମା ଅନେକ କହିବି ଭୀମସେନ ଠାକୁରଂକ ଆଗେ ।୩୦୨।

ଆହେ ଚାଣୁର ମଲ୍ଲ ତୋର ଯେତେକ ସଇନି

ବାରୁଣାବନ୍ତକୁ ଯାଅ ଯା ତୋର ପାରିଦଣ୍ଡ ରାଜାମାନନ୍ତି ଘେନି ।୩୦୩।

ସେ ଚାଣୁର ମହାମଲ୍ଲ କରଇ ବହୁତ ସେବା

ଆଜକ ସ୍ୱାମୀ ମୋର କଟକେ ରହିବା ।୩୦୪।

ସ୍ୱାମୀ ୟେ ମୋହୋର ରାଜ୍ୟେ ବୀରେ ଅଟନ୍ତି ମହାଯୋଧୀ

ଦେଖ ମୋହୋର ରାଜଭୁବନର ସମ୍ପ୍ରଧି ।୩୦୫।

ଦେଖ ମୋହୋର ରାଜ୍ୟ ସର୍ବ କଳପି

ଦ୍ରଶନ ମାତ୍ରେ ତରିବେ ସର୍ବ ମହାପାପୀ ।୩୦୬।

ଅର୍ଜୁନ ବୋଇଲେ ମୁଂ ଦେଖିଲି ତୋର ଦେଶ

ଅଳକାପୁର ଜାଣି ତୋର ଭୁବନ ବିକାଶ ।୩୦୭।

ଉତ୍ତର କୋଶଳେ ମହାପ୍ରସିଦ୍ଧ ତୁ ଅଟୁ ମହାରାଜା

ୟେବେ ବହନ ହୋଇ ବାରୁଣାବନ୍ତକଇଂ ଯା ଯା ।୩୦୮।

ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲେକ ସର୍ବସାଚୀ

ଦେଖା ଦରଶନି ତୋର ଯେତେ ଧନ ଅଛି ।୩୦୯।

ପଞ୍ଚଶତ ଭାର ରାଜା ଘେନିଣ ପାଣିଦ୍ରବ୍ୟ

ତିନିପଦ୍ମ ମହାମାଲ ଘେନିଣ ଚଳଇ ଚାଣୁର ରାଜଦେବ ।୩୧୦।୫୪୪୭।

 

Unknown

ରୁଦ୍ରପୁର, ନିଶ୍ଚଳପୁର, ସିନ୍ଧୁ ମହାଦେଶ ପ୍ରଭୃତି ରାଜାମାନଙ୍କୁ ନିମନ୍ତ୍ରଣ ଏବଂ ପଶୁପାଳ ରାଜ୍ୟେ ଅର୍ଜୁନଙ୍କର ଶିବ ଦର୍ଶନ

ଚଳଇ ଫାଲଗୁନି କଳପି ରାଜ୍ୟ ଜିଣି

ରୁଦ୍ରପୁଣ ନଗ୍ରେ ଯାଇଂ ପ୍ରବେଶ ପାଣ୍ଡବ ବୀରମଣି ।୧।

କପଟୀ ନଦୀ ତୀରେ ସେ ରାଜାର ରାଜ୍ୟ

ମହାବାତ ନାମେ ତହିଂ ପରବତ ବିରାଜ ।୨।

ପବନ ବହୁଅଛି ସେ ମହାବାତ ପରବତୁଂ

ବହଇ ମଳୟାନିଳ ଚଳଇ ମହାଧାତୁ ।୩।

ଆହୋ ଅର୍ଜୁନ ବିଜେକଲେ ସେ ମହାବାତ ପରବତେ

ବାଜିଲା ଦେବଗଣ ଦୁନ୍ଦୁଲି ଅପ୍ରମିତେ ।୪।

ସେ ରୁଦ୍ରପୁର ନଗ୍ର ରାଜା ଅଟଇ କର୍ଣ୍ଣକେଶୀ

ଦୃଷ୍ଟଦ୍ୟୁମନଂକର ଶ୍ୱଶୁର ସେ ଜଙ୍ଗମ ତପସ୍ୱୀ ।୫।

ପରରାଷ୍ଟ ବୀରତୂର ଶବଦ ଘୋର ଶୁଣି

ଧାଇଂଲେ ସଇନି ତାର ଯେ ଯାନନ୍ତ ପଲାଣି ।୬।

ଚୋଖାର ତୁରଙ୍ଗମ ଚଳାଇ ଅତି ବେଗେ

ସଇନି ଭେଟିଲେ ଆସି ଅର୍ଜୁନର ଆଗେ ।୭।

ଆରେ କାହିଂର ଥାଠରେ ତୁ ଅଟୁ କେଉଂଣ ଦେଶୀ

ନ ପୁଚ୍ଛି ନ ପଚାରିଣ ପର ରାଜ୍ୟେ କିଂପେ ପଶି ।୮।

ଆହୋ ପ୍ରାଣୀଂକି ବିପରୀତ ବୁଦ୍ଧି ନାଶ ଯିବାର ବେଳେ

ମରଣକଇଂ କଢାଇଲା ନିଜେ ବିପଦର କାଳେ ।୯।

ଅଗିଆନ ଭାବରେ କାଳସର୍ପ ଖଡ଼ିଆଳି

କାଟିଣ ମାଂସ ତୁମ୍ଭର ରେ ଦେବଇଂ ବିଶାବଳୀ ।୧୦।

ଆରେ ଶୁଣିଲା ନାହିଂ କିରେ ରୁଦ୍ରମଣ୍ଡଳ ନୃପତି କର୍ଣ୍ଣକେଶୀ

ପ୍ରତ୍ୟକ୍ଷେ ବିରୁପାକ୍ଷ ସେ ଯେ ଅଭୟେ ବ୍ରହ୍ମରାଶି ।୧୧।

ଅର୍ଜୁନ ବୋଇଲେ ସେ ସୁରେଶ୍ୱର ପ୍ରୋହିତଂକୁ

ଦ୍ରୋପଦୀ ପ୍ରଦାନ ବେଳେ ୟେ ରାଜ୍ୟ ଯଉତୁକ ଦେଇଛନ୍ତି ମୁକୁ ।୧୨।

ଦ୍ରୋପଦ ରାଜାର ୟେ ଅଟଇ ସମ୍ୱୋଧି

ଯାଅ ଯା ପ୍ରୋହିତେ ତୁମ୍ଭେ ପାରିଲେ ବେଗେ କର ସନ୍ଧି ।୧୩।

ଅର୍ଜୁନର ବଚନେ ଯେ ଚଳିଲା ପୁରୋହିତେ

ଗମନ୍ତା ଥାଠକୁ ଆସି କରନ୍ତି ସନମତେ ।୧୪।

ଆହୋ ରହ ରହ ସଇନି ବୋଲି କରନ୍ତି ସମ୍ୱୋଧନ

ପାତ୍ରକଇଂ ହକାରି ଆଣ ଆମ୍ଭର ସନ୍ନିଧ୍ୟାନ ।୧୫।

ନୋହୁ ଆମେ ପରରାଷ୍ଟ ନୋହୁ ଦ୍ୱନ୍ଦକାରୀ

ବାନ୍ଧବପଣ ଅଛଇଂ ତୁମ୍ଭରି ଆମ୍ଭରି ।୧୬।

ପାତ୍ର ପ୍ରବେଶ ହୋଇଲେ ପ୍ରୋହିତଂକ ଆଗେ

ପ୍ରୋହିତେ ବୋଇଲେ ପାତ୍ର ରାଜାକଇଂ ବାରତା ତୁମ୍ଭେ କହ କିନା
ବେଗେ ।୧୭।

ସୋମବଂଶେ ଉତପତ୍ତି ସେ ହସ୍ତିନା ଚକ୍ରବ୍ରତୀ

ପଣ୍ଡୁରାଜାଂକ ନନ୍ଦନ ଯେ ଯୁଧିଷ୍ଠିଦେବ ନୃପତି ।୧୯।

ତାହାଂକର ସାନୁଜ ଯେ ଅଟନ୍ତି ବିକ୍ରୋଦର

ରାଜୁସି ଯାଗର ନିମନ୍ତେ ରାଜକଇଂ କଲେକ ସଂହାର ।୨୦।

ଭୀମସେନ ଠାକୁରଂକର ୟେ ଅଟନ୍ତି ଅନୁଜ

ୟେ ସେ ଅର୍ଜୁନ ହୋ କୋଭନ୍ତା ଦେବୀଂକ ଆତ୍ମଜ ।୨୧।

ଉତ୍ତର ଦିଗେ ବିଜୟେ ପଣ୍ଡୁରାଜାଂକର କାର୍ଯ୍ୟେ

ରାଜାନ୍ତ ନିମନ୍ତ୍ରଣେ ପାଥ ଉତ୍ତର ଦିଗେ ବିଜେ ।୨୨।

ରାଧାଚକ୍ର ବିନ୍ଧିଲେ ୟେ ପଞ୍ଚାଳ ନଗ୍ରରେ

ଲକ୍ଷେକ ନୃପତିଂକି ଜିଣିଲେ ସେ ଦ୍ରୂପଦ ସୟମ୍ୱରେ ।୨୩।

ପ୍ରୋହିତଂକ ବଚନେ ସେ ମନ୍ତ୍ରୀ ଯେ ଜପାମାଳି

ଅର୍ଜୁନ ଅଗ୍ରତେ ଯାଇଂ ଭଗତି ପ୍ରତିପାଳି ।୨୪।

ସ୍ୱାମୀ ରାଧାଚକ୍ର ବିନ୍ଧି ବିଭା ହେଲେ ଜିଘ୍ନସେନୀ

ଆମ୍ଭେ ଗଲାଇଂ ଯେ ଅନେକ ଯଉତୁକ ଯୋଗାଡନ୍ତ ଘେନି ।୨୫।

ବାହୁଡ଼ି ଯାଇଣ ମନ୍ତ୍ରୀ ଯେ କହିଲା ରାଜାଂକୁ

ବିନୟ କରି ନରେନ୍ଦ୍ର ଆସି ନେଲାଯେ କଟକକୁ ।୨୬।

ବହୁତ ଉତ୍ସବ ଯେ କରାଇଲା କର୍ଣ୍ଣକେଶୀ

ରାଜ୍ୟରେ ଧନୁର୍ଜୟେ ପ୍ରବେଶ କରିଲେକ ଆସି ।୨୭।

ଅର୍ଜୁନକଇଂ ଭଗତି ସେ ହୋଇଲା ନରପତି

ବହୁତ ସାନନ୍ଦେ ରାଜା ଅନେକ ତ୍ରିପୁତି ।୨୮।

ସ୍ୱାମୀ ମୋହୋର ଦୋହିତାର ନାମ ଅଟଇ କମଳା

ଧୃଷ୍ଟଦ୍ୟୁମନକଇଂ ପ୍ରଦାନ କଲାଇଂ ଅବଳା ।୨୯।

ଦେବ ଧୃଷ୍ଟଦ୍ୟୁମନ ଯେ ମୋହୋର ଅଟଇ ଜୁଆଇଂ

ବନ୍ଧୁପଣ ପାଳି ରାଜା ଅନେକ ବିନୋୟୀ ।୩୦।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେକ ଫାଲଗୁନି

ବାରୁଣାବନ୍ତକଇଂ ଯାଅ ଯା ତୁମ୍ଭର ଥାଠସନ୍ୟ ଘେନି ।୩୧।

କର୍ଣ୍ଣକେଶୀ ବୋଇଲା ସ୍ୱାମୀ ଆଜକ ମୋହୋର ପୁରେ ରହି

ରାଜ୍ୟ ମୋହୋର ପ୍ରତିଷ୍ଠା ହୋଉ ଦେବ କରିବା ମୁଣୋହି ।୩୨।

ଅର୍ଜୁନ ବୋଇଲେ ପିତାର ପାତକ ନିମନ୍ତେ

ଆମ୍ଭେ ସେ ଅନ୍ନଦାନ ଦେବୁଂ ହୋ ଅପ୍ରମିତେ ।୩୩।

ତୁମ୍ଭର ରାଜ୍ୟ ଆମ୍ଭର ନାହିଂନା ଭୋଜନ

ଥାଠସନ୍ୟ ଘେନି ତୁମ୍ଭେ ଯାଅସି ବହନ ।୩୪।

ନିମନ୍ତ୍ରଣ କଲେ ସେ ବୀରବର ଚକ୍ରବ୍ରତୀ

ଦଣ୍ଡ ପଲାଣି ରାଜା ଚଳିଲା ଦିବାରାତି ।୩୫।

ସେ ରୁଦ୍ରପୁରୁଂ ବାହାର ଯେ ହୋଇଲେ ଧନୁର୍ଜୟେ

ପ୍ରବେଶ ଫାଲଗୁନି ଭେଟିଲା ରାଜ୍ୟୟେ ।୩୬।

ନୀଳଚକ୍ର ବୋଲିଣ ୟେକଇଂ ନଗ୍ରପୁରେ

ବସଇ ମହାନଗ୍ର ଯେ ପୁଷ୍ପା ନଦୀ ତୀରେ ।୩୭।

ନବଲକ୍ଷ ଘର ତାର ୟେକା ନଗ୍ରେଣ ବସଇ

ସୁରବ୍ରହ୍ମ ବୋଲିକରି ସେ ନୃପତି ଆଦେଶଇ ।୩୮।

ଅର୍ଜୁନ ବିଜୟେ କଲେ ସେ ନଦୀର କୂଳେ

ପ୍ରତସ୍ରାନ ନିତ୍ୟକର୍ମ ଯେ ସାରନ୍ତି ସର୍ବମେଳେ ।୩୯।

ବେଦବାଦ୍ୟ ଦୁନ୍ଦୁଭି ଯେ ବାଜଇ ଘୋରନାଦେ

ପୃଥିବୀ ଉଡସଲ୍ୟ ହୋଉଅଛି ମଧୁର ରସ ନାଦ୍ୟେ ।୪୦।

ଧନୁମାସ କୃଷ୍ମପକ୍ଷ ଦ୍ୱିତୀୟା ଚନ୍ଦ୍ରବାର

ପୁନର୍ବସୁ ନକ୍ଷତ୍ରକୁ ଭୋଗ୍ୟ ସେ ଦିନର ।୪୧।

ଗର ନାମେ କରଣ ଇନ୍ଦ୍ର ନାମେ ଯୋଗ

ବିଛା ସଂକରାନ୍ତିକି ଅଣତିରିଷ ଦିନ ଭୋଗ ।୪୨।

ସେ ଦିନ ଅର୍ଜୁନ ବିଜେ ନୀଳଚକ୍ର ଦେଶେ

ଜଳକ୍ରୀଡ଼ା କୁତୂହୋଳ ସେ ନଦୀରେ କରନ୍ତି ହରଷେ ।୪୩।

ଆହୋ ସମଦଣ୍ଡ ଘେନିଣ ସେ ସୁରବ୍ରହ୍ମ ନୃପତି

ସେହି ଜଳକ୍ରୀଡ଼ା କରଇ ସେ ନଦୀର ଭିତରେ ନିତି ।୪୪।

ଅର୍ଜୁନର ସ୍ରାହାନର ବହି ଆସୁଅଛି ପାଣି

ବହଇ ଗନ୍ଧନଦୀ ଯେ କସ୍ତୁରୀ ବାସ ଜାଣି ।୪୫।

ମନ୍ତ୍ରୀକି ପଚାରଇ ସେ ସୁରବ୍ରହ୍ମ ନୃପମଣି

ବଡ଼ ସୁସଞ୍ଚ ସୁଗନ୍ଧିତ ବହଇ ପୁଷ୍ୟା ନଦୀର ପାଣି ।୪୬।

କେବଣ ଆଶ୍ରିଜ ମନ୍ତ୍ରୀ ୟେକୁ ବଡାଇ ଦୁଲଭ

ଆର ଦିନେ ନ ହୋଇ ୟେସନେକ ସଭାବ ।୪୭।

ୟେସନେକ ସମୟରେ ଜଣାଇଲା ଦେଶାଉର

ସ୍ୱାମୀ ଉତ୍ତର ଦିଗେ ବିଜେକଲେ ପାଣ୍ଡବ ସୁନ୍ଦର ।୪୮।

ଦୂତୀକୃଷ୍ଣ ଅବତାର ସେ ପାଣ୍ଡବ ଫାଲଗୁନି

ଯମାଗୋଷ୍ଠକୁ ବନ୍ଧନ କରିଅଛି ସେ ପାଟଡୋରେକ ଘେନି ।୪୯।

ଦେବ ନ ଜାଣି ଯୁଦ୍ଧ ଯେ କରନ୍ତି ରାଜାଗଣେ

ବହୁତ ରାଜ୍ୟ ଧ୍ୱଂସନ ଗଲାନି ଉତ୍ତର ଦିଗ ବରଣେ ।୫୦।

ସକଳ ରାଜାମାନେ ଯାଉଅଛି ଦେଖା ଦରଶନିଧନ ଘେନି

ପ୍ରତାପୀ ପାଣ୍ଡବ ସେ କ୍ଷତ୍ରୀୟ ମହାଗ୍ୟାନୀ ।୫୧।

ଡଗର ମୁଖୁଂ ପାଇଣ ସେ ୟେସନେକ ବାରତ

ବୋଇଲା ଦଣ୍ଡସାଜ ରେ ମୋହୋର ସଇନି ସମସ୍ତ ।୫୨।

ପ୍ରସନ୍ନେ ନାରାୟଣ ସେ ବାସବ ତନୟେ

ଦ୍ରଶନେ ଦୁଷୁକୃତ ମୋହୋର ପାତକ ଯାଉ କ୍ଷୟେ ।୫୩।

ନଗ୍ରେଣ ଉତ୍ସବ ସେ କରାଇଲା ଦଣ୍ଡଧାରୀ

ଦାଣ୍ଡେଣ ପାୟେଡ଼ା ପାଡ଼ଇ ଝୀନବସ୍ର ଶାଢ଼ୀ ।୫୪।

ଶତେକ ଭାର ଯେ ହୀରାରତ୍ନ ଘେନି

ଶ୍ରିୟା ଶଉରୀ ତାହାର ଯେ ମହାଦେଈ ବେନି ।୫୫।

ଆପଣେ ପାଟଛତ୍ର ଯେ ଘେନିଣ ନରପତି

ବେନି ଭାରିଯାୟେ ତାର ଛାମୁରେ ଚାମର ଧରିଛନ୍ତି ।୫୬।

ଉଦଣ୍ଡ ଆଲମ୍ୱ ଯେ ଘେନିଣ ଅମନାତ୍ୟେ

ଅର୍ଜୁକଇଂ ଦ୍ରଶନ କଲେ ଯାଇଂ ତପୋଧନ ପର୍ବତେ ।୫୭।

ପାୟେ ଯାଇଂ ନିଉଛାଳି ଯେ କରଇ ନୃପସାଇଂ

ସାଷ୍ଟାଙ୍ଗେ ଗଡ଼ଘାଲି ଶୁତିଲା ଦଣ୍ଡଲାଇ ।୫୮।

ଅର୍ଜୁନକୁ ଜଣାଇଲେ ଜୟେ ବିଜୟେ ଦୁଇ ସେନାପତି

ସ୍ୱାମୀ ଦ୍ରଶନ କରୁଅଛି ସେ ସୁରବ୍ରହ୍ମ ନରପତି ।୫୯।

ଆଗ୍ୟାଂ ଦିଲେ ପାଣ୍ଡେବ ସୁନ୍ଦର ବୀରମଣି

ଆପଣେ ଶ୍ରୀଭୁଜେ କୋଳାଗ୍ରତ କଲେ ରାଜାକଇଂ ଆଣି ।୬୦।

କଟକେଣ ବିଜୟେ କଲେ ବୀରବର ପାଥ

ନିମନ୍ତ୍ରଣ ଦିଲେ ସୁରବ୍ରହ୍ମ ରାଜାଂକର ହାଥ ।୬୧।

ରାଜୁସି ଯଗ୍ୟଂ ଯେ ହୋଉଅଛି ଆମ୍ଭର

ତୋହୋର ଦଣ୍ଡସନ୍ୟ ଘେନି ଯାଅ ବାରୁଣାବନ୍ତର ।୬୨।

ଅର୍ଜୁନ ବଚନେଣ ସାନନ୍ଦ ନୃପମଣି

ସମଦଣ୍ଡ ଘେନି ସ୍ୱାମୀ ଯିବଇଂ ୟେହିକ୍ଷଣି ।୬୩।

ସାଜିଲେ ସଇନି ଯେ ରଥ ଗଜ ଅଶ୍ୱ

ସାତ କ୍ଷଇଣୀ ବଳ ତାର ସଇନି ଅଶେଶ ।୬୪।

ବାଜନ୍ତି ବୀରତୂର ଟମକ ଦାଉଣ୍ଡି

ଅନେକ ରତନେ ସେ ସବୁଂକରି ରଥ ମଣ୍ଡି ।୬୫।

ରଥର ଉପରେ ଡାଳିମ୍ୱା ଚାମରମୟେ

ଚଳନ୍ତି ତୁରଙ୍ଗମେ ଜଳେ ହଂସଯୂଥ ପ୍ରାୟେ ।୬୬।

ଆହୋ ସୁରବ୍ରହ୍ମେ ଚଳାଇ ତହୁଂ ଅର୍ଜୁନ ଚଳନ୍ତି ହରଷେ

ବିଜୟେ ବାସବି ଯାଇଂ ସିନ୍ଧୁ ମନ୍ଦାର ଦେଶେ ।୬୭।

ମନ୍ଦାରଭାଗୀ ବୋଲି ତହିଂ ବହଇ ୟେକ ନଦୀଗୋଟି

ମନ୍ଦର ପର୍ବତୁଂ ଆସଇ ସେ ଉତ୍ତର ଭାଗୁଂ ଫୁଟି ।୬୮।

ଅନନ୍ତା ବିଜୟା ୟେ ସଙ୍ଗମ ତିନିଧାର

ଉତ୍ତର ପୂର୍ବ ଦକ୍ଷିଣୁଂ ସେ ବହଇ ସାଗର ।୬୯।

ଅର୍ଜୁନ ବିଜୟେ କଲେ ସେ ତ୍ରିବେଣୀ ଗଙ୍ଗାକୂଳେ

କଉସ୍ତୁଭ ପର୍ବତେ ସେ କର୍ମଣ ବଟତଳେ ।୭୦।

ସିନ୍ଧୁମନ୍ଦାର ବୋଲି ଯେ ନଗ୍ର ସେଠାରେ ଅଛଇ

ଅନେକ ସନ୍ୟବଳ ସେ ରାଜାଂକୁ ଖଟଇ ।୭୧।

ସେ ସିନ୍ଧୁ ମନ୍ଦାର ଦେଶର ରାଜା ଜାନୁଘଣ୍ଟ ନାମେଣ ନୃପତି

ପାଞ୍ଚଶତ ପାରିଦଣ୍ଡ ସନ୍ୟ ସେ ରାଜାକୁ ଖଟଇ ଅନୁବ୍ରତି ।୭୨।

ପନ୍ଦର କ୍ଷଉଣୀ ବଳ ତାହାକୁ ଖଟଇ

ସିନ୍ଧୁ ମନ୍ଦାର ବେନିଦେଶେ ସେ ଠାକୁର ଅଟଇ ।୭୩।

ଦ୍ୱାପର ଯୁଗେ ଧ୍ୟାୟିଲା ସେ ଆଦିତ୍ୟ ଦେବତାଂକୁ

ନବ ସହସ୍ର ବରଷେଣ ସ୍ୱାମୀ ପ୍ରସନ୍ନ ହୋଇଲେ ତାହାକୁ ।୭୪।

ବରମାଗ ସିନ୍ଧୁରାଜା ହୋ ସତ୍ୟ ସତ୍ୟ ମୋହୋର

ଯହ୍ନେକ କାମ୍ୟକଲୁ ସେ ପ୍ରାପତ ହୋଉ ତୋହୋର ।୭୫।

ପ୍ରଣପତ୍ୟ ହୋଇ ସେ ପଚାରଇ ସିନ୍ଧୁର ନୃପତି

ସ୍ୱାମୀ ସତ୍ୟଯୁଗେ ଥିଲା ଯେ ଜାନୁଘଣ୍ଟ ଆଧିପତି ।୭୬।

ଧର୍ମେଣ ପାଳିଲା ସେ ରାଜ୍ୟ ପ୍ରସନ୍ନେ ପରମଯୋଗୀ

ଧାର୍ମିକ ପଣେ ସେ ରାଜା ସତ୍ୟଯୁଗ କଲା ଭୋଗୀ ।୭୭।

ମୁକୁଇଂ ପ୍ରସନ୍ନେ ସ୍ୱାମୀ ବର ଦେବାକ ଅଭୟେ

ଦ୍ୱାପର ଯୁଗ ମୁଂ ଭୋଗ କରିବି ତାହାର ପ୍ରାୟେ ୟେହିକାୟେ ।୭୮।

ବିରଞ୍ଚି ନାରାୟଣ ଯେ ହୋଇଲେ ପରସନ୍ନ

ସୁଖେଣ ଭୋଗକର ୟେ ଦ୍ୱାପର ତୋତେ ନ ପୀଡ଼ୁ ଜନ୍ତୁରାଣ ।୭୯।

ଜାନୁଘଣ୍ଟ ପଦକଇଂ ତୁ ଯେତେ କଲୁ ଇଚ୍ଛା

ତୋହୋର ନାମ ଜାନୁଘଣ୍ଟ ହେଉ ତୁ ମାଗି ଖାଅ ଭିକ୍ଷା ।୮୦।

ଦିନକର ବଚନେ ସେ ସିନ୍ଧୁ ରାଜାର ତନୁ

ସେହିଦିନୁ ଘଣ୍ଟେକ ବାନ୍ଧିଲା ଯେ ତାହାର ଜାନୁ ।୮୧।

ମହାକ୍ଷତ୍ରୀ ବିଦ୍ୟା ଜାଣଇଂ ସେ ସମରାଜ୍ୟ କରଇ ରକ୍ଷା

ଜନପ୍ରଜା ପାଳଇ ରାଜା ଆପଣେ ମାଗଇ ଭିକ୍ଷା ।୮୨।

ଘଣ୍ଟାରାବ ଶବଦ କରିଣ ସେ କରେଣ ଖପରେକ ଧରି

ସଂସାର ଜନହିତେ ରାଜା ବୁଲଇଂ ଦିଗମ୍ୱରୀ ।୮୩।

ସେ ସିନ୍ଧୁ ମନ୍ଦାର ଦେଶେଣ ଯାଇଂ ଅର୍ଜୁନ ପରବେଶ

କଟକେ ପଶନ୍ତେଣ ଶୁଭିଲା ମଧୁର ବାଦ୍ୟଘୋଷ ।୮୪।

ଆପଣେ ବିଜେକଲା ନୃପତି ଦେବବାଦ୍ୟ ଶୁଣି

ଆଗେ ଓଗାଳିଲା ଆସି ଘଣ୍ଟାରାବ ଘୋର ବାଣୀ ।୮୫।

ମାନବ ଜନ୍ମ ହୋଇ କିଂପେରେ ୟେଡ଼େ ଭରସୁ

କେଉଂଣ ଦର୍ପେରେ ମୋହେର ରାଜ୍ୟେ ପଶୁ ।୮୬।

ବିଦ୍ୟାଧର ପୁରୁଷନ୍ତ ମୁଂ ହେଳେଣ ସାଧିଲି

ନି ଜାଣୁଂ କି ମୋତେରେ ତୁ ଜାନୁଘଣ୍ଟ ବୋଲି ।୮୭।

ସିନ୍ଧୁକୁ ଛଡାଇଲି ୟେ ମୋହୋର ବାହୁ ବଳେ

ମନ୍ଦର ଉପାଡ଼ି ଆଣି ବସାଇଲି ସିନ୍ଧୁକୂଳେ ।୮୮।

ସିନ୍ଧୁ ମନ୍ଦାର ମୋହୋର ଅଟଇ ଦୁଇ ରାଜ୍ୟ

ତ୍ରଇଲୋକ୍ୟ ଭୁବନକୁ ବୋଲି ମୋହୋର ବିକାଶୁଅଛି ତେଜ ।୮୯।

ପରେ ହତ୍ୟା ନ କରଇ ମୁଂ ପରେଣ ନୋହଇ ବିବାଦୀ

ଦ୍ୱାପର ଯୁଗ ଭୋଗ କରଇ ମୁଂ ମହାଯୋଗ ସାଧି ।୯୦।

ଧର୍ମକଇଂ ଧର୍ମ ମୁହିଂ ଦୁର୍ଜନକଇଂ ଅନର୍ଗଳା

ପ୍ରାଣେ କାର୍ଯ୍ୟ ଥିଲେ ରେ ୟେଥୁଂ ସଇନି ଘେନି ପଳା ।୯୧।

ଅନେକ ପ୍ରତଗ୍ୟାଂ ଯହୁଂ କଲା ଜାନୁଘଣ୍ଟ

ଶୁଣିଣ ଅର୍ଜୁନର ଯେ କମ୍ପଇଂ ମୁକୁଟ ।୯୨।

ରାଗେଣ ପ୍ରଚଣ୍ଡ ହୋଇଲା ସେ ଯେ ଗାଣ୍ଡିବ ଦୀକ୍ଷାଗୁରୁ

ଯେସନେକେ କାଳସର୍ପ ଗର୍ଜଇଂ ଧରି ଫେରୁ ।୯୩।

ଅର୍ଜୁନ ବୋଇଲେ ତୁ ଯେ ବୀରଧୂ ଜାନୁଘଣ୍ଟଇ

ତୋହୋର ମୋହୋର କି ଅଇରିପଣ ଭାବ ଅଟଇ ।୯୪।

ପ୍ରତଗ୍ୟାଂ ସାମରଥେ ତୁ କି ବୋଲାଉ ମହାଯୋଧୀ

ତୋହୋର ପଦ ମୁଂ ଘେନିମାକୁ ଆସିନାହିଂ ସାଧି ।୯୫।

ରାଜୁସି ମହାଯାଗ ଯେ କରିବେ ଧର୍ମରାଜା ଯୁଝେଷ୍ଠି

ରାଜାନ୍ତ ନିମନ୍ତ୍ରଣେ ମୁହିଂ ଦିଗବିଜେ କଲିଟି ।୯୬।

ଚାରିଉଣା ଲକ୍ଷେ ରାଜା ହୋଇବେ ତହିଂ ରୁଣ୍ଡ

ଦେବତାମାନେ ଆସିବେ ତେଜିଣ ସ୍ୱର୍ଗଖଣ୍ଡ ।୯୭।

ଯେ ଯାହାର ସମ୍ପଦମାନ ଘେନିଣ ଯିବେ ରାଜାମାନେ

ଷୋଳଦିନ ପରିଯନ୍ତେ ଥିବେ ମହାଯଗ୍ୟଂ ସ୍ଥାନେ ।୯୮।

ଯେତେକ ତୋହୋର ଅଛି ସମଦଣ୍ଡ ସଇନି

ୟେହିକ୍ଷଣି ସଜହୁଅ ବାରୁଣାବନ୍ତକୁ ଅନକୂଳ ଘେନି ।୯୯।

ବାସେବି ବଚନେ ସେ ସିନ୍ଧୁ ମନ୍ଦାର ଆଧିପତି

ତୁହି ସେ ଅର୍ଜୁନର କି ବିଚିତ୍ରବୀର୍ଯ୍ୟର ନାତି ।୧୦୦।

ତୋହୋର ପିତା ରହିଥିଲେ ୟେହି ଶତଶିଙ୍ଗ ପର୍ବତେ

ତାହାର ମୋହୋର ୟେକଆତ୍ମା ବିହଡ଼ୁ ଦିବାରାତ୍ରେ ।୧୦୧।

ଯେଉଂ ଦିନେ ପଣ୍ଡୁ ବିନ୍ଧିଅଛି ଅଗ୍ନିକାର ମହୀଋଷିକି

ଶବଦକଇଂ ନାରାଜ ବିନ୍ଧିଲେ ଯେ ନ ଚାହିଂ ନ ଦେଖି ।୧୦୨।

ଦୁହେଂ ଆମ୍ଭେ ଧାଇଂଗଲୁ ଗଣ୍ଡାଘାତ ବୋଲି

ଅଗ୍ନିକାର ମହଋଷିଂକି ପ୍ରତକ୍ଷେ ମୁଂ ଦେଖିଲି ।୧୦୩।

ଋଷି ନାଶଗଲେ ଯେ ବକ୍ଷୁ ନାରାଜ କାଢିଲେ

ପଣ୍ଡୁରାଜା ସଙ୍ଗ ଛାଡିଲି ମୁଂ ଯହୁଂ ସେ ବ୍ରହ୍ମହତ୍ୟା କଲେ ।୧୦୪।

ରାଗେଣ ମହାତମା ଯେ ଦିଲେ ତାକୁ ଯେଉଂ ଶାପ

ତଦ୍ୟାପି ଶୋଚନା କଲା ପଣ୍ଡୁ ବ୍ରହ୍ମହତ୍ୟା ପାପ ।୧୦୫।

ବହୁତ କାଳେ ଅର୍ଜୁନ ହୋ ମୁଂ ତୋତେ ଦେଖିଲି

ଶ୍ରୀଭୁଜେ ଅର୍ଜୁନକୁ କୋଳକରି ବହୁତ ପ୍ରୀତି ବୋଲି ।୧୦୬।

ଅର୍ଜୁନକୁ ଘେନିଣ ସେ ଚଳଇ ମହାରାୟେ

ଆପଣାର ଜଗତୀରେ ଯାଇଂ କଲା ସେ ବିଜୟେ ।୧୦୭।

ମୁଣୋହିର ନିମନ୍ତେ ଅନେକ ଯହୁଂ କଟାଳିଲା ଜାନୁଘଣ୍ଟି

ଅର୍ଜୁନ ବୋଇଲେ ମୋତେ ରାଜୁସି ଯାଗ ହୋଇଲା ନିକଟ ।୧୦୮।

ଭୋଜନ ଶୟନ କଇଂ ନାହିଂ ନା ମୋର ଇଚ୍ଛା

ରାଜାନ୍ତ ଗଲେ ସେ ମୋହୋର ପୂରଇ ମନବାଞ୍ଚା ।୧୦୯।

ପଣ୍ଡିତ ଭାଗ୍ୟବନ୍ତ ତୁ ବିବେକୀ ମହାରାଜା

ସମଦଣ୍ଡ ଘେନିଣ ତୁ ରାଜୁସିପାଗକୁ ବହନ ହୋଇ ଯାଅ ଯା ।୧୧୦।

ଅର୍ଜୁନ ବଚନେ ସେ ସଜ ଜାନୁଘଣ୍ଟ

କଟକୁଂ ବାହାର ହୋଇଲା ସେ ଘେନିଣ ତାହାରି ଥାଠ ।୧୧୧।

ତହୁଂ ବିଜୟ କରିଣ ଗଲେକ ଫାଲଗୁନି

ବିଜୟା ବନସ୍ତେ ପଶିଲେ ଦିବା ଯେ ରୟଣୀ ।୧୧୨।

କୃପା ବଳାଙ୍ଗୀ ବୋଲି ୟେକଇଂ ନଦୀ ଗୋଟି

ମହୀଦାସ ପର୍ବତୁଂ ସେ ଉତ୍ତର ଦିଗୁଂ ଫୁଟି ।୧୧୩।

ଚାରୁମଣ୍ଡଳ ବୋଲି ୟେକକ ରାଜ୍ୟ ଗୋଟିୟେ

କୁଣ୍ଡଳବ୍ରହ୍ମ ବୋଲି ଅଟଇ ତହିଂର ସେ ରାୟେ ।୧୧୪।

ଅର୍ଜୁନର ବିଜୟ ବାରତା କହିଲେ ଡଗରେ

ଦଣ୍ଡଘେନି ନୃପତି ବିଜେ କରିଅଛଇ ବାହାର ପଟୋଆରେ ।୧୧୫।

କଟକ ଜିଣି ରାଜା ଅଇଲାଣି ଚଉଦିନ ପରିଯନ୍ତେ

ଅର୍ଜୁନକଇଂ ଦ୍ରଶନ କଲା ଆସି ମହୀଦାସ ପର୍ବତେ ।୧୧୬।

ଶତେକ ଭାର ପାଣିଦ୍ରବ୍ୟ ଯେ ଦେଖା ଦରଶନି

ଚଉଦ ଭାରିଯା ତୁଲେ ବତିଶ ପୁତ୍ରନ୍ତ ଘେନି ।୧୧୭।

ଦ୍ରଶନ କଲା ଆସି ଅର୍ଜୁନ ଆଗ୍ରତେ

ଶତେ ସହସ୍ର ଦଣ୍ଡ ପ୍ରଣପତ୍ୟ ହୋଇଶୁତିଲା ନରନାଥେ ।୧୧୮।

ସ୍ୱାମୀ ସାଧୁ ୟେ ମୋହୋର ପୁଣ୍ୟ ଧନ୍ୟ ମୋହୋର ବେନିଡୋଳେ

ପ୍ରତକ୍ଷ ନାରାୟଣ ଦେଖିଲି ମୋହୋର ଜୀବନ ସୁଫଳେ ।୧୧୯।

ଶ୍ରବଣେ ଶୁଣିଥିଲି ଯାହା ଦେଖଇଲି ପ୍ରତକ୍ଷେ

ତୁ ସେ ଖାଣ୍ଡବ ବନ ଦହନକରି ଜିଣିଲୁ ସହସ୍ରାକ୍ଷେ ।୧୨୦।

ଅନେକ ତୁସ୍ତି କରିଣ ସେ ବୋଲଇ କୁଣ୍ଡଳ ବ୍ରହ୍ମରାୟେ

ପୁଣ ପୁଣ ନିଉଛାଳି କରି କହଇଂ ରାଜା ବହୁତ ବିନୟେ ।୧୨୧।

ଶ୍ରୀହସ୍ତେ ଶାଢୀ ଘେନିଣ ସେ ଦିଲେ ସୁଭଦ୍ରାର ନାହା

ବୋଇଲେ ରାଜୁସିଯାଗ ସଭାକୁ ବାବୁ ବହନ ହୋଇ ଯାଅ ଯା ।୧୨୨।

ଅର୍ଜୁନର ବଚନ ସେ ନିବେଶିତ ଶିରେ

ଶୁଭ ଅନକୂଳେ କୁଣ୍ଡଳବ୍ରହ୍ମ ଦଣ୍ଡ ଘେନି ହୋଇଲା ବାହାରେ ।୧୨୩।

ଶତେକ ପାରିଦଣ୍ଡ ତିନି କ୍ଷଉଣୀ ସଇନି

ଚଚକ୍ଷଣେ ବାହାର ହୋଇଲା ରାଜା ଦେଖା ଦରଶନି ଧନ ଘେନି ।୧୨୪।

ତହୁଂଣ ଫାଲଗୁନି ଉତ୍ତର ଦିଗବିଜେ

ଦିବାରାତ୍ରେ ପ୍ରବେଶ ହୋଇଲା ଯାଇଂଣ କାଳିଞ୍ଜନ ରାଜ୍ୟେ ।୧୨୫।

କମଳସେନ ବୋଲିଣ ୟେକ ବ୍ରହ୍ମାଣ ନୃପତି

ତିନିଶତ ପାରିଦଣ୍ଡ ତାହାର ନବଲକ୍ଷ ପାଦାନ୍ତି ।୧୨୬।

ଚାରଗଣେ କହିଲେ ଦେବ ଶୁଣିମା ସାବଧାନେ

କେବଣ ରାଜା ୟେଟି ବିଜେକଲା କାଳେବର ବନେ ।୧୨୭।

ଦେଶାଉର ମୁଖୁଂ ୟେସନେକ ସନ୍ଦେଶ ବାରତା ଶୁଣି

ମନ୍ତ୍ରୀ ବୋଇଲା ଦେବ ଶୁଣିମା ରାଜେଶ୍ୱର

ରାଜୁସିଯାଗ କରୁଛନ୍ତି ଦେବ ଯୁଝେଷ୍ଠି ଠାକୁର ।୧୨୯।

ଚତୁର୍ଦିଗ ରାଜାନ୍ତ କରୁଛନ୍ତି ନିମନ୍ତ୍ରଣ

ପାଣ୍ଡବ ଅର୍ଜୁନ ୟେବେ ଉତ୍ତର ଦିଗଇ ବରଗଣ ।୧୩୦।

ସ୍ୱାମୀ ଯହିଂର ନିମନ୍ତେ ନାଶଗଲାଟି ଜାରା

ଯମାଗୋଷ୍ଠ ବନ୍ଧନ ହୋଇଲା ଦୃଭାର ମହାବୀରା ।୧୩୧।

ଅନେକ ରାଜ୍ୟ ଧ୍ୱଂସି ଦେବ ହୋଇଲେ ଅସାଧି

ଶରଣ ପଶିଲେ ରକ୍ଷା ହୋୟେ ସର୍ବ କାର୍ଯ୍ୟ ସିଦ୍ଧି ।୧୩୨।

ବହନ ଉତ୍ସବ ଦେବ କରିବନା ନିଜ ରାଜ୍ୟେ

କଟକେ ଆସି ପ୍ରବେଶ ହୋଇଲେ ଦେବ ଦୁନ୍ଦୁଭି ବାଦ୍ୟ ବାଜେ ।୧୩୩।

ମନ୍ତ୍ରୀବର ବଚନେ ସେ ନୃପତି ପରମ ଶାନ୍ତି

ଦଣ୍ଡ ସାଜ ସାଜ ବୋଲି ଆଗ୍ୟାଂ ଦିଲା ସେ ନୃପତି ।୧୩୪।

କଟକେ ପାୟେଡା ରାଜା ପାଡିଲା ହରଷେ

ପୁତ୍ର ବନ୍ଧୁ କୁଟୁମ୍ୱ ପାତ୍ର ଅମନାତ୍ୟ ଘେନି ସାନନ୍ଦେ ବେଗେ ଆସେ ।୧୩୫।

ଅର୍ଜୁନ ବିଜେ କରିଛନ୍ତି ବଳାଙ୍ଗୀ ନଦୀକୂଳେ

ଅନେକ ଧନରତ୍ନ ଘେନିଣ ମହୀପାଳେ ।୧୩୬।

ଦ୍ରଶନ କଲାକ ରାଜା ଆସି ବହୁତ ସମ୍ଭରେ

ନିଉଛାଳି କର ରାଜା ସ୍ତୁତିକଲା ବହୁତ ଅନ୍ତରେ ।୧୩୭।

ଶ୍ରୀମୁଖେ ଆଗ୍ୟାଂ ହୋଇଲା ଉଠ ମହାରାୟେ

କୋଳାଗ୍ରତ କରି ତାକୁ ସନ୍ନିଧ୍ୟେ ବସାଇଲେ ଧନୁର୍ଜୟେ ।୧୩୮।

ଅକ୍ଷତ ଗୁଆ ତାକୁ ଦିଲେକ ଶ୍ରୀହସ୍ତେ

ସନ୍ୟଘେନି ଯାଅ ଯା ତୁମ୍ଭେ ନଗ୍ର ବାରୁଣାବନ୍ତେ ।୧୩୯।

ଅର୍ଜୁନର ବଚନେ ସେ ବୋଇଲା ବିଦୁବର

ୟେ କାଳେବର ବନେ ଦେବ ନିଜ ରାଜ୍ୟଟି ମୋହୋର ।୧୪୦।

ଅନେକ ବିନୟୀତା ନୃପତି କରଇଂ ତହିଂ ସେବା

ସ୍ୱାମୀ ଆଜକ ମୋର ପୁରେ ରହି ମୁଣୋହି କରିବା ।୧୪୧।

ଅର୍ଜୁନ ବୋଇଲେ ତୁ ମୋତେ କାହୁଂ ଦେବୁ ଭୋଜି

ଚାଳିଶ ସହସ୍ର ରାଜା ନିମନ୍ତ୍ରିବି ନଉ ଦିବସର ମଝି ।୧୪୨।

ଭୋଜନେ ଶୟନେ ସୁଖଭୋଗେ ନାହିଂ ମୋର ଇଚ୍ଛା

ଯେମନ୍ତେ ପାଣ୍ଡୁ ରାଜାଂକର ପୂରୋଇବି ମନବାଞ୍ଚା ।୧୪୩।

ନିମନ୍ତ୍ରଣ କରିଣ ସେ ନୃପତିଂକି ପଠିଆଇ

ତହୁଂଣ ଅର୍ଜୁନ ଗଲେ ଯେ ଉତ୍ତର ମୂରତି ହୋଇ ।୧୪୪।

ଉତ୍ତର ପଛିମ କୋଣେ ଲକ୍ଷ୍ମୀପୁର ବୋଲି ୟେକ ନଗ୍ରେ

କମଳାସିନୀ ବୋଲି ନଦୀ ୟେକ ପୂର୍ବଭାଗେ ।୧୪୫।

ମହାସମ୍ଭରେ ସେ ଲକ୍ଷ୍ମୀପୁର ନଗ୍ର ବସଇ

ବିଷ୍ଣୁର ଭୁବନ ଜାଣି ଘର ଅଶିଲକ୍ଷ ପଞ୍ଚାଶଇ ।୧୪୬।

ବସନ୍ତି ପରମଳ ଯେ ରତ୍ନମୟ ଭୁବନ

ଘରେ ଘରେ ସୁବର୍ଣ୍ଣର ପାଚେରୀ ବିଦ୍ୟମାନ ।୧୪୭।

ବଡ଼ ସୁସଞ୍ଚ ହୋଇଣ ବସନ୍ତି ନଗ୍ର ପ୍ରଜା

ଭାଗ୍ୟବନ୍ତ ପଣେ ତୁଲ୍ୟ ନାହିଂ ଆନ ରାଜା ।୧୪୮।

ଯେ ଯାହାରେ ଚଷିକରି ଉପୁଜାନ୍ତି କୃଷି

ସୁଖେଣ ଆୟ କରିଣ ସେ ନିଅନ୍ତି ଦୁଇରାଶି ।୧୪୯।

ୟେସନେକ ସମ୍ପଦ ସେ ଲକ୍ଷ୍ମୀପୁର ଗ୍ରାମ

ଦେବତା ସମାନେ ଦିଶନ୍ତି ପୁରୁଷ ଯେହ୍ନେ ମକରଧ୍ୱଜ କାମ ।୧୫୦।

ପରରାଷ୍ଟେ ରାଜା ସର୍ବଥା ନୋହୋଇ ବିବାଦୀ

ଯାତ୍ରା ସୁବିଧାନେଣ ଧର୍ମେଣ ସର୍ବ ସାଧି ।୧୫୧।

ଯାଇ ପରରାଷ୍ଟେ କରଇ ରାଜହତ୍ୟା

ସବୁଂକରି ପୁରେ ପୁରେ ପୂଜନ୍ତି ଦଧିବାବନ ଦେବତା ।୧୫୨।

ଘରେ ଘରେ ବିଷ୍ଣୁ ପୁରାଣ ପଢନ୍ତି ପ୍ରତିଦିନେ

ଛାଡଇ ଶିରୀ ସମ୍ପଦ ସହସ୍ରି ବରଷ ଆଷ୍ୟ ପାବନ୍ତି ଜନେ ।୧୫୩।

ସେ ରାଜାର ରାଇଜେ ଯାଇଂ ବିଜୟେ ପାର୍ଥିବ

ଲକ୍ଷ୍ମୀବେଣୀ ନଦୀରେ ସ୍ରାହାନ କରଇ ଦ୍ୱିତୀୟ ବାସୁଦେବ ।୧୫୪।

ଦେବବାଦ୍ୟ ଦୁନ୍ଦୁଭି ଯେ ଶବଦ ଘୋଷଣେ

କମ୍ପଇ ମଞ୍ଚ ବ୍ରହ୍ମାଣ୍ଡ ଘୋର ବାଦ୍ୟ ଅତି ଟାଣେ ।୧୫୫।

ବଡାଇ ସମ୍ପଦେ ସେ ବ୍ରତଇ ମହାରାଜ

ନୃପତିର ନାମ ଯେ ଅଟଇ ଚକ୍ରଧ୍ୱଜ ।୧୫୬।

ସେ ରାଜାର ମନ୍ତ୍ରୀବର ରାଜାପାଶେ ଯାଇ

ଅର୍ଜୁନ ବିଜୟ ବାର୍ତ୍ତା କହିଲା ବୁଝାଇ ।୧୫୭।

ବହୁତ ମହିମାଂ ମନ୍ତ୍ରୀ କହିଲା ରାଜାର ଆଗେ

ଆସ୍ତାନ ତେଜି ନୃପତି ଆସଇ ଅତି ବେଗେ ।୧୫୮।

ଲକ୍ଷେକ ଭାର ହିରଣ୍ୟ ଘେନି ସୁଧାରସ

ଅର୍ଜୁନ ଛାମୁରେ ଯାଇଂ ହୋଇଲା ପରବେଶ ।୧୫୯।

ପାୟେଡ଼ା ପାରି ନୃପତି କରଇ ନିଉଛାଳି

ଛାମୁରେ ଉଭା ହୋଇଲା ନୃପତି ହୋଇଣ କୃତ ଯେ ଆଞ୍ଜୋଳି ।୧୬୦।

ଅର୍ଜୁନର ଚରଣେ ସେ ଆପଣେ ପଖାଳି ମହାରାଜା

ବହୁତ ରତ୍ନ ଘେନି କଲାକ ପାଦପୂଜା ।୧୬୧।

ସନ୍ନିଧ୍ୟେ ରହି ନୃପତି କରଇ କଣୟର ବୃଷ୍ଟି

ଚକ୍ରଧ୍ୱଜକଇଂ କୋଳକରି ଧଇଲେ ଆପଣେ କିରୀଟୀ ।୧୬୨।

ଅନେକ କୃତ କୃତ ହୋଇଣ ବିଦ୍ୟୁମାଳୀର ବଳା

ଅର୍ଜୁନର ସମସ୍ତ ସଇନିଂକି ଦିଲେକ ରତ୍ନମାଳା ।୧୬୩।

ଦେବାଙ୍ଗ ବସନ ଦିଅଇ ଅନେକ ଝୀନ ଯେ ପତନୀ

ବହୁତ ସମାର୍ଜନା କରି ଜଣେ ଜଣେ କରଇ ଦୟିନୀ ।୧୬୪।

ମୁହିଂ ନିରିମାଖୀ ଯେ ଅଟଇ ବିଦେଶୀ

ଗୁଣସାଗର ନାଥ ମୋତେ ଉଦ୍ଧର ହୃଷୀକେଶୀ ।୧୬୫।

ଯତନେ ଯାହା ଲୋଡୁଥିଲି ଦେଖିଲି ନୟନେ

ଖଣ୍ଡିଲି ପାତକ ମୋର ମୁକ୍ତି ହୋଇଲେ ପିତୃଲୋକମାନେ ।୧୬୬।

ସ୍ୱାମୀ ଉପର ବଂଶେ ମୋହୋର ଶ୍ୱେତ ନାମେ ମହାରାଜା

ସନକ ପୁରୁଷଂକର ସେ ଅଟଇ ଆତ୍ମଜା ।୧୬୭।

ସେ ଶ୍ୱେତ ସତ୍ୟଯୁଗେ ଦେବଯଗ୍ୟଂ କଲା

ୟେହି କମଳାସନୀ ନଦୀତୀରେ ମହାଯାଗ ଆରୋପିଲା ।୧୬୮।

ସ୍ୱାମୀ ବ୍ରହ୍ମାଂକୁ ମାଗିଲା ଯାଇଂ ପୁରୋହିତ ଜଣେ

ପିତାମହ ଆଗ୍ୟାଂ ଦିଲେ ବଶିଷ୍ଠ ବ୍ରହ୍ମଣେ ।୧୬୯।

ତୁମ୍ଭେ ଯାଗନିକ ହୁଅ ବଶିଷ୍ଠ ଶ୍ୱେତ ରାଜାର ଯାଗେ

ମହାଦେବ ଯାଗ କରିବ ୟେ ହୁତାଶନ ମନ୍ତ୍ରବାଗେ ।୧୭୦।

ବ୍ରହ୍ମାଂକ ଆଗ୍ୟାଂୟେ ସେ ଅଇଲେ ବଶିଷ୍ଠେ

ଶ୍ୱେତ ରାଜାକଇଂ ବସାଇଲେ ଆକାଶ ଗଙ୍ଗାର ତଟେ ।୧୭୧।

ତୁ ଯେ ଯାଗନିକ ପଣେ ଆମ୍ଭନ୍ତ କଲୁ ହୋ ବରଣ

ଯାଗକୁଣ୍ଡ ଆୟତନ କର ମୋର ହାଥେ ବାରଜୁଣ ।୧୭୨।

ଚାରିମେଘେ ମୋହୋର ମନ୍ତ୍ର ପାବକ ସୁରା

ଯାଗ ପରୀକ୍ଷା ମୋହୋର ପିଙ୍ଗଳ ଦୋହରା ।୧୭୩।

ମୋତେ ଯେବେ ବରଣ କଲୁ ହୋ ମହାରାଜା ଶ୍ୱେତ

ଅପାର କରି ନୃପତି ସଞ୍ଚି ଅଛୁନା ଘୃତ ।୧୭୪।

ଯେତେଦିନ ପରିଯନ୍ତେ ଯାଗ କରିବୁ ନୃପମଣି

ସମ୍ୱର୍ତ୍ତେକ ମେଘ ଘୃତ ବରଷିବ ମୂଷଳ ଧାରା ପ୍ରମାଣେ ଆଣି ।୧୭୫।

ୟେତେକ ଘୃତ ଯେବେ ତୁ ଅଣାଇଂପାରୁ ରାଜା

ଯଗ୍ୟଂକଇଂ ସଞ୍ଚାକର ହୋ ବହନ ହୋଇ ଯାଅ ଯା ।୧୭୬।

ଶୁଣ ଦେବ ଧନୁର୍ଜୟେ କହଇ ନୃପତି ଚକ୍ରଧ୍ୱଜ

ଘୃତ ସମୁଦ୍ରକୁ ବତିଶ ବରଷ ସେବାକଲା ସେ ଶ୍ୱେତ ମହାରାଜ ।୧୭୭।

ଘୃତ ସମୁଦ୍ର ପ୍ରସନ୍ନେ ବୋଇଲା ରେ କି ନିମନ୍ତେ ମୋତେ ସେବୁ

ରାଜା ବୋଇଲା ମୁହିଂ ଯଗ୍ୟଂ ଖଣ୍ଡିୟେ କରିବି ତୋହୋର
ଘୃତ ମୋତେ ଦେବୁ ।୧୭୮।

ଜାଣି ବଶିଷ୍ଠଂକୁ ମୁଂ ବରିଲି ଯଗ୍ୟଂକୃତେ

ସୁ ମୋତେ ପ୍ରସନ୍ନ ହୋଇ ଘୃତ ଦେବୁ ଚଉବିଂଶ ବରଷ
ପରିଯନ୍ତେ ।୧୭୯।

ରାଜାର ବଚନେ ସେ ପ୍ରସନ୍ନ ଘୃତସିନ୍ଧୁ

ଦେବି ଘୃତ ଯେତେକାଳ ପରିଯନ୍ତେ ଲୋଡ଼ା ତୋର ବାବୁ ।୧୮୦।

ମହାଯାଗ ରଞ୍ଚିଲା ସେ ୟେହି ନଦୀର କୂଳେ

ହିରଣ୍ୟଗର୍ଭ ପର୍ବତେ ବାଞ୍ଚାବଟ ତଳେ ।୧୮୧।

ଦେଖ ହାଦେ ୟେ ନଦୀର କୂଳରେ ଯଗ୍ୟଂକୁଣ୍ଡ ଦ୍ୱାଦଶ ଜୁଣ ସ୍ଥଳୀ

ଯାଗଶାଳ ଉଠିଲା କୋଡିୟେ ଚାରି ଯୋଜନା ଅଙ୍ଗୁଳି ।୧୮୨।

ଚଉବିଂଶ ଯୋଜନ ୟେ ଉପରକଇଂ ଉତ୍ସର୍ଗ

ଅଗ୍ନିର ତେଜ ଯେ ଲାଗିଲା ଯାଇଂ ଅଧାସ୍ୱର୍ଗ ।୧୮୩।

ସମ୍ୱର୍ତ୍ତକ ମେଘ ହୋଇଲା ଶ୍ରୋହା ଯେ ପ୍ରୋକ୍ଷଣୀ

ମୂଷଳଧାରା ପ୍ରମାଣେ ଘୃତ ବରଷିଲା ଯାଗକୁଣ୍ଡେ ଆଣି ।୧୮୪।

ଚଉବିଂଶ ବରଷ ପରିଯନ୍ତେ ସେ ବରଷିଲା ଘୃତ

ଲୋଭେ ଭକ୍ଷଣ କଲେ ପିଙ୍ଗଳ ଜାଳା ଦଇବତ ।୧୮୫।

ଲୋଭେଣ ବହୁତ ଘୃତ ଭକ୍ଷିଲେ ବହନି

ଲୁଦୁବୁଦୁ ବ୍ୟାଧି ହୋଇଲେ ପିଙ୍ଗଳଜାଳା ମନ୍ଦାଅଗ୍ନି ।୧୮୬।

ଅଗ୍ନି ଦେବତାରେ ସିନା ସଂସାର ସଂଚରେ

ନିସ୍ତେଜ ହୋଇ ବସିଲେ ସକଳ ସଚରାଚରେ ।୧୮୭।

ସ୍ୱାମୀ ମୁହିଂ ଯାଇଥିଲି ଯେ ମକରମାସ ପ୍ରାଗତୀର୍ଥେ

ବାରତା ପାଇଲି ମୁହିଂ ବଶିଷ୍ଠଂକ ଅଗ୍ରତେ ।୧୮୮।

ଗାଣ୍ଡିମ ଦୀକ୍ଷାଗୁରୁ ଛତ୍ରୀୟ ଚୂଡାମଣି

ଖାଣ୍ଡବ ବନ ଦହନ କରି ଅଗ୍ନିଦେବତାଂକୁ ବ୍ୟାଧିରୁ ପାରିକଲୁ
ପୁଣି ।୧୮୯।

ସ୍ୱାମୀ ଖାଣ୍ଡବ ବନ ଦହନେ ତୁ ବାସବେ ବିବାଦୀ

ଅମର ସଂପଦ ଧ୍ୱଂସିଲୁ ଅଗ୍ନିକି ତାରିଲୁ ଦେଇଣ ମଉଷଧି ।୧୯୦।

ସ୍ୱାମୀ ଶ୍ୱେତ ମହାରାଜାର ଉପୁଜିଲା ୟେକ ପୁତ୍ରେ

ଜଳନିଧି ନାମ ତାହାଂକର ବିଖ୍ୟାତ ଜଗତେ ।୧୯୧।

ସେ ଜଳନିଧିର ପୁତ୍ର ମଳୟବସନ୍ତ ମହାରାଜା

ୟମୟେକ ଅକ୍ଷୟେ ସ୍ୱରେଗେ ସେ ହୋଇଥିଲା ବିଡୋଜା ।୧୯୨।

ମଳୟବସନ୍ତ ପୁତ୍ର ହୋଇଲା ନୃପତି ବିଶ୍ୱାବସୁ

ତାହାର ପୁତ୍ର ନାମ ହୋଇଲା କୃତପ୍ରଶୁ ।୧୯୩।

କୃତପ୍ରଶୁର ନନ୍ଦନ ହୋଇଲା ନୃପତି ଅତିରଥୀ ।୧୯୪।

ଅତିରଥୀର ପୁତ୍ର ହୋଇଲା କଣୟକେଶରୀ

ମାହେନ୍ଦ୍ରସେନ ବୋଲିଣ ଯେ ପୁତ୍ରେକ ତାହାରି ।୧୯୫।

ମାହେନ୍ଦ୍ରର ନନ୍ଦନ ଯେ ନୃପତି ବିରୂପାକ୍ଷ

ବିରୂପାକ୍ଷର ନନ୍ଦନ ହୋଇଲା ଦଧିମୁଖ ।୧୯୬।

ଦଧିମୁଖ ସେବାକଲା ଦଧିବାବନି ପ୍ରତିମା

ଶାମଳାଙ୍ଗୀ ବୋଲିକରି ହୋଇଲା ତାହାର ବାମା ।୧୯୭।

ଦଧିମୁଖ ରାଜାର ଉପୁଜିଲା ଯେଉଂଣ ଆତ୍ମଜ

ମୋହୋର ନାମ ଗୋସାଇଂ ହୋଇଲା ଚକ୍ରଧ୍ୱଜ ।୧୯୮।

ବଂଶାବଳୀର ବାରତା କହିଲା ଦଧୀମୁଖର ବଳା

ସ୍ୱାମୀ ରାଜୁସି ଯାଗ ୟେବେ ଦେଖିବି ମହାଖଳା ।୧୯୯।

ଦେବଂକୁ ଅଶକ୍ୟ ଯେହୁ ସ୍ୱାମୀ ମାନବେ ଅଗୋଚର

ୟେ ରାଜୁସି ଯାଗ ସ୍ୱାମୀ ପୁଣ୍ୟର ସାଗର ।୨୦୦।

ଅର୍ଜୁନର କୋଳାଗ୍ରତ କଲେ ଚକ୍ରଧ୍ୱଜ ରାଜାକୁ

ବାବୁ ସମଦଣ୍ଡ ଘେନି ଯାଅ ବାରୁଣାବନ୍ତକୁ ।୨୦୧।

ତୁ ମହାବଂଶିକ ଯେ ନୃପତି ବ୍ରହ୍ମବେତ୍ତା

କୋଟିୟେ ପୁରୁଷେଣ ଅପାପୀ ପ୍ରସନ୍ନେ ଗତିଦାତା ।୨୦୨।

କରପତ୍ର ଯୋଡ଼ିଣ ଚକ୍ରଧ୍ୱଜ ବୋଇଲା

ଅନୁଗ୍ରହ ନାଥ ଯେବେ ମୋତେ ତୋହୋର ଦୟା ହେଲା ।୨୦୩।

ଆଜକ ମୋହୋର ପୁରେ ରହିବା ଉଠିବ ମଢ଼ଫୁଲି

ଭଗତ ମତ୍ସଳ ନାଥ ତୋତେ ମୁହିଂ ପ୍ରସାଦ ମାଗିଲି ।୨୦୪।

ୟେକ ଦିବସେକ ସ୍ୱାମୀ ମୋହୋର ରାଜ୍ୟେଣ ରହି

ପୁର ମୋର ପ୍ରତିଷ୍ଠା ହୋଇବ ଦେବ କରିବା ମୁଣୋହି ।୨୦୫।

ଅର୍ଜୁନ ବୋଇଲେ ହୋ ୟେ ସେ ପୂର୍ବରୁ ଯାଗସ୍ଥାନ

ବହଇ ଲକ୍ଷ୍ମୀବେଣୀ ୟେ ଅନ୍ତର୍ଦ୍ଧା ଭୁବନ ।୨୦୬।

ବିଚାରି ଅର୍ଜୁନ ମନେ ତାହାର ରାଜ୍ୟେ ରହି

ସୂପକାର ପରିଯୋଗେ ପଚନ ଯେ କରନ୍ତି ମୁଣୋହି ।୨୦୭।

ଆହାନିକ ସ୍ରହାନ ଯେ ସାରିଣ ସର୍ବସାଚୀ

ସୂର୍ଯ୍ୟବେଳେ ମୁଣୋହି ଯେହ୍ନେ ରାଜନୀତି ଅଛି ।୨୦୮।

ପାଦ ଶଉଚ ଆଂଚୋବନ ସାରିଣ ଫାଲଗୁନି

ବାଜଇ ବିଜିଘୋଷ ଶଙ୍ଖ ମହୁରୀ ଗହଳ ସେ ଧୁନି ।୨୦୯।

ପରଶନ୍ତି ସୂପକାରେ ସୁଲଭ ବ୍ରାହ୍ମଣେ

ସୁରେଶ୍ୱର ପ୍ରୋହିତେ ଛାମୁରେ କହନ୍ତି ଶ୍ରୀବିଷ୍ଣୁ ପୁରାଣେ ।୨୧୦।

ଷଡରସେ ଭୋଜନ ସାରିଣ ଅରଜୁନ

ତ୍ରିପୁତି ମୁଣୋହି ସାରି କରନ୍ତି ଆଂଚୋବନ ।୨୧୧।

କ୍ରପୂର ତାମ୍ୱୋଳ ଭୁଞ୍ଜି ବିଜୟେ ସିଂଘାସନେ

ଅମୃତ ପାକରସ ଭୁଞ୍ଜନ୍ତି ସନ୍ୟମାନେ।୨୧୨।

ତ୍ରିପୁତି ହୋଇ ଭୁଞ୍ଜନ୍ତି ସଇନ୍ୟେ ଯେ ଯାହାର ମନ ଇଚ୍ଛା

ଷଡ଼ରସେ ଭୋଜନ ପାଇଲେ ମନବାଞ୍ଚା।୨୧୩।

ତାଣ୍ଡବ ରସେ ଖଟନ୍ତି ବାବନ୍ତି ସପତସ୍ୱର ବେଣୀ

ତାଳ ଅଧାଟି ପଟା କୁଣ୍ଡଳୀ ଘେନି ଖଟନ୍ତି ଭରହଗାବନ୍ତି
ନାୟେକାଣୀ ।୨୧୪।

ଅମର ବିଳାସୁଣୀ ତାଣ୍ଡେବ ରସ ନୃତ୍ୟେ

ଦେଖନ୍ତି ପୁରଜନେ ତାଣ୍ଡବ ନୃତ୍ୟ ତୋଷଚିତ୍ତେ ।୨୧୫।

ଦିନକର ନାଥ ଗଲେ ମେରୁ ପ୍ରଦେଶେ

ଦଣ୍ଡସାଜ ବୋଲିଣ ବାଜିଲା ବିଜିଘୋଷେ ।୨୧୬।

ଲାଗିଲା ଦିହୁଡ଼ି ଅବିକ୍ଷଣେ ଜଗହୁଳା

ରଥରେ ବିଜେକଲା ସେ ବାସେବର ବଳା ।୨୧୭।

ଚକ୍ରଧ୍ୱଜ ନୃପତି ଚଳାଇ ଫାଲଗୁନି

ଚଳଇ ରାଜ୍ୟେଶ୍ୱର ଚଳାଇ ଥାଠ ସଇନି ।୨୧୮।

ସେହି ରାଜ୍ୟରେ ରହି ଅରଜୁନ ବରଗିଲେ ଦୂତ

ଚଉବିଂଶ ରାଜ୍ୟ ଅଛି ସନ୍ନିଧ୍ୟେ ହେମବନ୍ତ ।୨୧୯।

ନେପାଳ ପଶୁପାଳ ବୋଲି ଯେ ବେନିରାଜ୍ୟ ଅଛି

ସେ ରାଜ୍ୟକୁ ବିଜୟେ କରି ଚଳଇଂ ସର୍ବସାଚୀ ।୨୨୦।

ପଶୁପାଳ ବୋଲିଣ ଯେଉଂଣ ରାଜ୍ୟ ଗୋଟି

ପଶୁଜନ ନାଥ ବୋଲି ବିଜୟେ ଧୂର୍ଜଟୀ ।୨୨୧।

ସେ ରାଜାର ନାମ ଯେ ଅଟଇଂ ପଶୁପତି

ରୁଦ୍ରଚିହ୍ନ ବହଇ ସେ ପ୍ରସନ୍ନେ ମହାଯତି ।୨୨୨।

ମଥାରେ ଜଟାଭାର ପଶୁଚର୍ମ ପରିହରି

ବଇଲ ବାହାନେ ଚଳନ୍ତି ଦିଗବସନ ଆବୋରି ।୨୨୩।

ବାମକରେ ଖପର ଶୂଳ ଦକ୍ଷିଣ ଯେ ପାଣି

କର୍ଣ୍ଣେ ତାମ୍ୱ୍ର ମୁଦୁରା ନିଶାକାଳେଣ ଭ୍ରମଣି ।୨୨୪।

ଚଉଦ କୋଟି ଯୋଦ୍ଧା ବସନ୍ତି ଯେ ନେପାଳ ପଶୁପତେ

ତାହାଂକର ତୁଲେଣ ସ୍ୱାମୀ ବିହଡ଼ନ୍ତି ବିଶ୍ୱନାଥେ ।୨୨୫।

ଶରୀରେ ଆଭରଣ ସ୍ୱାମୀ ଉଡ଼ଙ୍ଗ ସର୍ପଫେରୁ

ଅନ୍ତରୀକ୍ଷେ ବାଜଇ ଯାହାର ନବଲକ୍ଷ ଡମ୍ୱରୁ ।୨୨୬।

ମାନବ ଅବତାରେଣ ତହିଂ ଖେଳନ୍ତି ଦେବ କାଶୀ

ସେ ପଶୁପତିର ରାଜ୍ୟେ ଯାଇଂ ଅର୍ଜୁନର ବେଗେ ପଶି ।୨୨୭।

ବାଜନ୍ତି ବୀରତୂର ଦୁନ୍ଦୁଭି ଦାଉଣ୍ଡି

ପ୍ରବାଳ ଆଦିତ୍ୟ ପ୍ରାୟେ ଅଷ୍ଟରତ୍ନେ ରଥ ମଣ୍ଡି ।୨୨୮।

ଅର୍ଜୁନର ପଶନ୍ତେଣ ସେ ଗଣନାୟକମାନେ

କରେଣ ତ୍ରିଶୂଳ ବୁଲାଇ ଓଗାଳିଲେ ଅର୍ଜୁନ ସନ୍ନିଧାନେ ।୨୨୯।

କାହିଂରରେ ବୋଲିକରି ଉର୍ଦ୍ଧ୍ୱମୁଖେଣ ହାକି

ସିଂଘନାଦ ଶବଦେ ବଜାନ୍ତି ଘୋର ଡାକି ।୨୩୦।

ଆରେ ମାନବ ଜନ୍ମ ହୋଇ କିଂପା ୟେଡ଼େକ ଭରସୁ

କାଳସର୍ପେ ଖଡିଆଳିରେ ବିମ୍ୱରେ କିଂପେ ଆସି ପଶୁ ।୨୩୧।

ଅର୍ଜୁନ ଦେଖିଲା ସେ ସମସ୍ତ ରୁଦ୍ର ବଳଇଂ

ମାରନ୍ତେ ନି ପୁଣ ଈଶ୍ୱରେ କୋପ କରନ୍ତି ବୋଲି ଭାଳଇ
ମନକଇଂ ।୨୩୨।

ସ୍ୱାମୀର ଚିହ୍ନ ୟେଡ଼ ବହନ୍ତି ନିଜ କାୟେ

ଅଙ୍ଗେଣ ରୁଦ୍ର ପବିତ୍ରା ବାହାନ ବଇଲ ଗୋଟାୟେ ଗୋଟାୟେ ।୨୩୩।

ତଳକୁ ନାରାଜ ମାଇଲେ ହୋଇବ ଗୋହତ୍ୟା

ଉପରକୁ ମାଇଲେ ଯତି ସମାନ ହୋଇବ ବ୍ରହ୍ମହତ୍ୟା ।୨୩୪।

କିଳିକିଳା ରାବ ଦେଇ ବେଢିଲେ ଶିବଗଣେ

ଅର୍ଜୁନ ସଇନି ଗୁଣେ ଯୋଚିଛନ୍ତି ବାଣେ ବାଣେ ।୨୩୫।

ଅନ୍ୟୋଅନ୍ୟି ସମର ଯହୁଂ ଲାଗିଲା ସନ୍ଦେହ

ଅର୍ଜୁନ ଡାକ ଦିଅଇ ବାବୁରେ ଦଣ୍ଡେକ ରହ ରହ ।୨୩୬।

ପାଥର ବଚନେ ଥମ୍ଭୀଭୁତ ସନ୍ୟମାନେ

ନାରାଜ ସଂଭରିଣ ବିଷାଦେ ଭାଳନ୍ତି ପଞ୍ଚୁମନେ ।୨୩୭।

ପଶୁପତି ରାଜାର ଗଣନାୟକମାନେ

ତ୍ରିଶୂଳନ୍ତ ବୁଲାଇ ସେ ପିଟିଲା କୋପମନେ ।୨୩୮।

ଦେଖିଣ ସଂକୋଚ ଯେ ବାସବ କୁମାର

ଧନୁରେ ବସାଇଲା ନେଇ ହାବୋଡ଼ା ମୋହନା ଶର ।୨୩୯।

କୋପେଣ ବିନ୍ଧିଲେ ସେ ପାଣ୍ଡବ ପଞ୍ଚାଳ

ଭୂମିରେ ଲୋଟିଲେ ସନ୍ୟ କେଶବାସ ଅତି ଅସମ୍ଭାଳ ।୨୪୦।

ଯେସନେକ କଦଳୀ ବନ ଲୋଟଇ ବାତଘାତେ

ୟେକର ଉପରେ ଆରେକ ପଡ଼ନ୍ତି ହାବୋଡ଼ା ଶରଘାତେ ।୨୪୧।

ଯେ ଅବା ଉବୁରି ପଳାଇଲେ ବିକଳେ

ପଶୁପତି ଛାମୁରେ ରୋବନ୍ତି କ୍ରୋଧଭରେ ।୨୪୨।

ତୁ ସ୍ୱାମୀ ପଶୁପତି ପ୍ରଭୁ ପ୍ରସନ୍ନେ ଦେବରାଜ

ତୋହୋର ପ୍ରସନ୍ନେ ଆମ୍ଭର ସିନା ନିଜ ରାଜ୍ୟ ।୨୪୩।

ସ୍ୱାମୀ କେବଣ ଦେଶୁଂ ଅଇଲା ସେ ରଥୀ

ଅଦୋଷେ ତୋହର ସନ୍ୟ ମଇଲା ବିକୋତି ।୨୪୪।

ଗଣନାୟକଂକ ବିକଳେ ବିଜୟେ ପଶୁପତି

ବୃଷଭ ବାହାନେ ବିଜେ ସ୍ୱାମୀ ଧରି ପିନାକୀ ପଶୁପତ୍ର ତ୍ରିଶୂଳ ଶକତି ।୨୪୫।

ଅର୍ଜୁନ ଛାମୁରେ ଯାଇଂ ବିଜୟେ କାପାଳୀ

ନାଚନ୍ତି ଶିବଗଣେ ଡମ୍ୱରୁ ହାଂପୋଳି ।୨୪୬।

ପଶୁପତି ନୃପତି ଅଛି ସଦାଶିବ ବାମ କାଛେ

ସଦାଶିବ ସ୍ୱାମୀଂକୁ ଚିହ୍ନି ନୁଆରିଲେ ପାଣ୍ଡବେ ବିବତ୍ସେ ।୨୪୭।

ଶିରେଣ ଜଟାଭାର ସବୁଂକରି ଧବଳ କାୟେ

ସରୂପ ଦିଶନ୍ତି ସଭିୟେ ରୁଦ୍ର ଦେବତାର ପ୍ରାୟେ ।୨୪୮।

ଗଣନାୟକ ପ୍ରାୟେକ ବୁଝିଣ ଫାଲଗୁନି

ସଦାଶିବ ଉପରକୁ ବିନ୍ଧିଲା ନାରାଜ ଗୋଟି ତିନି ।୨୪୯।

ନାରାଜ ପଡ଼ନ୍ତେଣ ଦେବ ଦେଖିଲେ କାପାଳୀ

ଆରେ ରହ ରହ ଅର୍ଜୁନରେ ବୋଲି ଡାକନ୍ତି ଦେବ ଶୂଳୀ ।୨୫୦।

ମୁହିଂ ସେ ପଶୁପତି ରେ ଶଇଳଜାର ବନ୍ଧୁ

ରହ ରହ ଅରଜୁନ ତୁ କାହାକଇଂ ଶର ବିନ୍ଧୁ ।୨୫୧।

ବାରତା ପାଇ ନାରାଜ ସଂହରିଲା ଧନୁର୍ଜୟେ

ସ୍ୱାମୀ ତୁମ୍ଭେ ଯେବେ ପଶୁପତି ଦେଖାଅନି ତୋହୋର
ନିଜ କାୟେ ।୨୫୨।

ଅର୍ଜୁନର ବଚନେ ନିଜ କାୟେ ତ୍ରିଲୋଚନ

ପ୍ରତକ୍ଷେ ବିକାଶିଲା ସ୍ୱାମୀର ପଞ୍ଚଇ ବଦନ ।୨୫୩।

ସଦ୍ୟ ବାମ ଘୋର ଈଶାନ ତତ୍ୱମୁଖ ଯାହାର

ଶଙ୍ଖ ମେଖଳି ପିନାକ ଖଡ଼ଗ ତ୍ରିଶୂଳ ଅଛି କର ।୨୫୪।

ସଦ୍ୟ ବାମ ପାରୁଶେ ବିଜୟେ ଗିରିଜା

ସର୍ବାଙ୍ଗ ଭସ୍ମ ବିଲେପନ ପିଙ୍ଗଳ ପଞ୍ଚଜଟା ଶୋହିତ ଦେବରାଜା ।୨୫୫।

ଆରକ୍ତ କୁମୁଦ ଜାଣି ଯାହାର ପଞ୍ଚଦଶ ନେତ୍ରା

ଜଳଦ ନୀଳଦ ସୋମସୂର୍ଯ୍ୟ ଲଲାଟ ପାଟି ଚିତା ।୨୫୬।

ଶିରେଣ ସୀମନ୍ଥନୀ କୁଣ୍ଡଳୀ ପନ୍ନଗ ହାରା

ଢଳହଳ କର୍ଣ୍ଣେ ଶୁଦ୍ଧ ସଷ୍ଟିକ ମୁଦୁରା ।୨୫୭।

ଶୁକ୍ଳାମ୍ୱର ଶରୀର ଯେ କଣ୍ଠେ ସେ ନୀଳକଣ୍ଠ

ବହଇ ତ୍ରିବେଣୀ ଧବଳାଙ୍ଗୀ ଯେ ଅମଳ ପିଙ୍ଗଳ ଜଟ ।୨୫୮।

ହୃଦେ ଶୋଭାବନ ଯେ ବାସୁକୀ ବଳା ମହାନାଗ

କଟିକି ପରିହରଣ ଯେ ଅନନ୍ତ ଉଡ଼ଙ୍ଗ ।୨୫୯।

ତ୍ରିଶୂଳ ପାଶୁପତ ବାମ କରେଣ ପିନାକୀ

ଅନ୍ତରୀକ୍ଷେ ହମ୍ପାଳିଣ ବାଜଇଂ ଯାହାର ନବଲକ୍ଷ ଡାକି ।୨୬୦।

ରୁଦ୍ର ଶହସ୍ରମାନ ଯେ ଦିବ୍ୟକରେ ଧରି

ନିଜରୂପ ବିକାଶିଲେ ଦେବ ତ୍ରିପୁରାରି ।୨୬୧।

ସଂସାର ସୁନ୍ଦର ୟେହୁ ଦହିଲାକ ମୟାଣ

ତାହାର ତହୁଂ ସୁନ୍ଦର ସ୍ୱାମୀ ଶୋଭା ସହସ୍ରେକ ଗୁଣ ।୨୬୨।

ଶିରେଣ ଧବଳାଙ୍ଗୀ ଯେ ହୃଦେଣ ଦେବୀ ଉମା

ନାଭିସ୍ଥାନେ ବାରାହୀ ଚରଣେ ବସୁଧା ଆଦିବାମା ।୨୬୩।

କର୍କୋଟକ କୁଳିକ ଯେ ମହାପଦ୍ମ ଶଙ୍ଖ

ବାହୁଟି କଂକଣ ସେ ଚରଣେ ନେପୂର ତ୍ରିଅମ୍ୱେକ ।୨୬୪।

ଡିବି ଡିବି ଡମ୍ୱରୁ ଘୋରବାଦ୍ୟେଣ ହମ୍ପାଳି

ଭରହର ତାଣ୍ଡବ ନୃତ୍ୟନାୟକ ବିଜୟେ କାପାଳୀ ।୨୬୫।

ଜଗୁଜନ ମୋହନ୍ତି ସ୍ୱାମୀ ରୂପେ ହରେ କନ୍ଦର୍ପ ଦର୍ପ

ବୃଷଭ ଆରୁଢେ ସ୍ୱାମୀ ଦେଖାଇଲେ ସରୂପ ।୨୬୬।

କର୍ଣ୍ଣରେ କୁଣ୍ଡଳମଣ୍ଡଳ ଯେ କେୟୁର ହାର ଲୋଟି

କରେଣ ଖପର ଯେ ବ୍ରହ୍ମ ଲଲାଟପାଟି ।୨୭୬।

କୁଶ ଭକ୍ଷନ୍ତେ ସ୍ୱାମୀ ବହିଲୁ ମହାରାଗ

କପିଳାର ଗଣ୍ଡସ୍ଥଳ ମୋଡ଼ିଲୁ ଦେବ ବେଗ ।୨୬୮।

ଭଇରୋବ ରୂପେଣ ପିତାର ଲଲାଟପାଟି

ତହିଂରେ ବସିଛି କପିଳାର ମୁଣ୍ଡଗୋଟି ।୨୬୯।

ସ୍ୱାମୀ ଉମାର ଝିଂଘାସେ ଦକ୍ଷର ଯଗଗଂଭଞ୍ଜା

ଅଭୟେ ବରଦାୟକ ପ୍ରସନ୍ନେ ଦେବରାଜା ।୨୭୦।

ନେପୂର କଂକଣ ଯେ ଉଡ଼ଙ୍ଗ ମଣିହାରା

ଗଚ୍ଛିତ ରୋମାବଳୀ ଯାହାର ଅନନ୍ତକୋଟି ଉଗ୍ରତାରା ।୨୭୧।

ବିଜୟେ ରୁଦ୍ର ପୁରୁଷ ଯେ ବିଜୟେ ବିଶ୍ୱବାସୀ

ଶ୍ରୀ ନେପାଳ ପଶୁପତି ବିଜୟେ ଦେବକାଶୀ ।୨୭୨।

ଶ୍ରୀ ନୋପାଳ ପଶୁପତି ଚରଣେ ମୁଂ ସେବି

ସଜ୍ଜନ ଜନ ହିତେ ମୁଂ ହୃଦଗତେ ଭାବି ।୨୭୩।

ପ୍ରସନ୍ନେ ବିଶ୍ୱବାସୀ ମୁଂ ଯା ଦେଖିଲି ପ୍ରତକ୍ଷେ

ଗିରିଜାର ପ୍ରସନ୍ନେ ବଞ୍ଚାଇଲି ବ୍ୟାସ ମୁଖେ ।୨୭୪।

ଅନୁଗ୍ରହ ବିଶ୍ୱବାସୀ ଶ୍ରୀ ନେପାଳ ପଶୁପତିର ଭାବିନୀ

ବିନୟେ ଭଗତେ ବଞ୍ଚାଇଲା ଶ୍ରୀ ସାରୋଳା ଦାସ ଶୁଦ୍ରମୁନି ।୨୭୫।-୬୦୨୨।

 

ପଶୁପତି ରାଜାର ସୈନ୍ୟମାନଙ୍କର ପୁନର୍ଜୀବନ ଏ ରଣସ୍ତମ୍ଭ ରାଜ୍ୟରେ ବୀରବର ରାଜା ସହିତ ଯୁଦ୍ଧ ଓ ଅର୍ଜୁନଙ୍କର ହିଙ୍ଗୁଳାଙ୍କଠାରୁ ବରପ୍ରାପ୍ତି

ବଦୟନ୍ତି ଅଗସ୍ତି ଯେ କୁମ୍ଭଋଷିର ବାଳେ

କ୍ଷୀରୋଦ୍ର ଗଣ୍ଡୁଷ କଲା ଯେଉଂଣ ମହାତ୍ମା ବାଳକାଳେ ।୧।

ସେ ମୁନି ମୁଖରୁ ଗଳିତ ସୁଧାରସ

ଶ୍ରୀ ବିଷ୍ଣୁପୁରାଣ ମହାଭାରଥ ସଭାପର୍ବ ହୃଦପଦ୍ମେ ଘୋଷ ।୨।

ମୁଂ ୟେହା ବଞ୍ଚ୍ଥାଇଲି ସୁଜନ ଜନହିତେ

ମୁକତିକଇଂ ଇଚ୍ଛା କରନ୍ତି ପରମ ପଣ୍ଡିତେ ।୩।

ରୁଦ୍ରଗଣ ଘେନିଣ ଦେବ ବୃଷଭ ପିଠିରେ ବିଜେ

ସରୂପ ଦେଖି ରଥ ତେଜ୍ୟାକଲା ପଣ୍ଡୁରାଜାର ଆତ୍ମଜେ ।୪।

ଶ୍ରୀ ପଶୁପତି ଦେବଂକ ଚରଣେ ନମାମି

ବୃଷଭ ପାଦତଳେ ଶତ ସହସ୍ର ଦଣ୍ଡ ପରିଣାମି ।୫।

ଭଗତ ମତ୍ସଳ ନାଥ ପ୍ରସନ୍ନ ଧୂର୍ଜଟୀ

ଭଗତ ନିଷ୍ଫଳ ନୋହୋଇ ଯେବେ ଚରଣ ତଳେ ଖଟି ।୬।

ଶ୍ରୀ ସଦାନନ୍ଦ ବୋଇଲେ ଉଠ ଉଠ ହୋ ଫାଲଗୁନି

କି ନିମନ୍ତେ ନାଶକଲୁ ମୋହୋର ଶିବଗଣ ସଇନି ।୭।

ନ ଜାଣୁ କି ନେପାଳ ପଶୁପତି ମହାତୀର୍ଥ

ରାବଣର ଭୟେ ଆସି ସତ୍ୟଯୁଗେ ଆମ୍ଭେ ୟେଥେ ହୋଇଲୁ
ଗୋପତ ।୮।

ଅର୍ଜୁନ ବୋଇଲେ ସ୍ୱାମୀ ନାହିଂ ମୋର ଗ୍ୟାନ

ଶିବ ବୋଇଲେ ୟେ ଗୋପ୍ୟାନ ତୀର୍ଥ ଅର୍ଜୁନ କର ତୁ ସ୍ରାହାନ ।୯।

ପ୍ରତକ୍ଷରେ ଶିବପୁର ତୋହୋରେ ପ୍ରାପତ ହୋଉ ବାବୁ

ୟେ କଳିକାଳ ଧ୍ୱଂସିବାକୁ ମୁକତ ୟେଥେଂ ସବୁ ।୧୦।

ଶ୍ରୀ ବିଶ୍ୱନାଥ ନେଇ ଦେଖାଇଲେ ଗୁପ୍ତ ଶିବପୁରୀ

ଗୋପ୍ୟାନ ଭାଗୀରଥିରେ ଅର୍ଜୁନ ସ୍ରାହାନ କରି ।୧୧।

ନିତ୍ୟକର୍ମ ସାରି ରୁଦ୍ରକୁଣ୍ଡେଣ ତର୍ପଣ

ବାକ୍ୟକାଳେ ଦୃଶ୍ୟ ହୋଇଲେ ସମସ୍ତ ପିତୃଗଣ ।୧୨।

ଅର୍ଜୁନ ପିଣ୍ଡ ଦିଅନ୍ତେ ପାତିଲେ ସର୍ବେ ହାଥ

ସମସ୍ତଂକ ହାଥେ ଯାଇଂ ପିଣ୍ଡ ହେଲା ଉପଗତ ।୧୩।

ଯେବଣ ଅକ୍ଷୟେ ପିଣ୍ଡ ଦିଲେ ସର୍ବସାଚୀ

ପଞ୍ଚତିରିଶ ପୁରୁଷ ବାଣ୍ଟିଣ ସର୍ବେ ତାହା ଭକ୍ଷି ।୧୪।

ଗତ ପାତକମାନ ଯେ ସମସ୍ତ ଗଲା ଧ୍ୱଂସ

ଲଭିଲେ ପିତୃଲୋକେ ଅକ୍ଷୟ ସ୍ୱର୍ଗବାସ ।୧୫।

ତହୁଂଣ ବିଶ୍ୱେଶ୍ୱର ଯେ ହୋଇଲେ ଅନ୍ତର୍ଦ୍ଧାନ

ପଶୁପତି ରାଜାକଇଂ ନିମନ୍ତ୍ରଣ କଲେକ ଅର୍ଜୁନ ।୧୬।

ଅକ୍ଷତ ଗୁଆ ଦେଇ କଲେକ ନିମନ୍ତ୍ରଣ

ପାରିଦଣ୍ଡ ରାଜାନ୍ତ ଘେନି ତୁ ଚଳ ୟେହିକ୍ଷଣ ।୧୭।

ବାରୁଣାବନ୍ତେ ଯାଇଂଣ ତୁ ପ୍ରବେଶ ହୋଇବୁ

ପାରିଦଣ୍ଡ ରାଜାନ୍ତ ସଙ୍ଗେ ଘେନି ବହନ ତୁ ଯିବୁ ।୧୮।

ଆହୋ ଅର୍ଜୁନର ହାବୋଡ଼ା ଶରେ ଯେତେ ସନ୍ୟ ପଡ଼ିଥିଲେ ଲୋଟି

ଜୀବନ୍ୟାସ ଶର ଯେ ଅର୍ଜୁନ କଲେକ ବୃଷ୍ଟି ।୧୯।

ଉଠିଲେ ଗଣନାୟକମାନେ ନିଜ ପ୍ରାଣ ପାଇ

ଅର୍ଜୁନକୁ ପ୍ରଣପତ୍ୟ ପଶୁପତି ରାଜସାଇଂ ।୨୦।

ସମଦଣ୍ଡ ସନ୍ୟ ରାଜା ସାଜିଣ ହରଷେ

କରଇ ପ୍ରୟାଣ ରାଜା ବାରୁଣାବନ୍ତ ପ୍ରତୋଷେ ।୨୧।

ତହୁଂଣ ଅର୍ଜୁନ ଗଲେ ବୀରତୂର ବାଦ୍ୟନାଦ କରି

ପଛିମ ମୂରତି କରି ସନ୍ୟ ଚଳାଇଲେ ବେଗକରି ।୨୨।

ରୁଦ୍ରପାଦ ଗଙ୍ଗାତୀରେ କୁଶ ମଣ୍ଡଳ ବୋଲି ନଗରୀ

ବିରଞ୍ଚିରୁଦ୍ର ବୋଲି ତହିଂ ରାଜାୟେ ରାଜ୍ୟ କରି ।୨୩।

ଛପନ କୋଟି ରଥୀ ବାଇଶ ଅର୍ବୁଦ ହାଥୀ

ୟେକାଦଶ ମେବଚ୍ଛ ଅଶ୍ୱ ଦଶ କ୍ଷଉଣୀ ପାଦାନ୍ତି ।୨୪।

ଅର୍ଜୁନ ବିଜେକଲେ ସେ କୁଶମଣ୍ଡଳର ରାଜ୍ୟେ

ରୁଦ୍ରପାଦ ଗଙ୍ଗାୟେ ସ୍ରାହାନ କରନ୍ତି ସେ ବାସେବର ଆତ୍ମଜେ ।୨୫।

ନିତ୍ୟକର୍ମ ସାରିଣ ସେ କଟକେ ପରବେଶ

ଦେଶାଉରେ ଜଣାଇଲେ ଯାଇ ବିରଞ୍ଚିରୁଦ୍ର ରାଜାର ପାଶ ।୨୬।

ସ୍ୱାମୀ କେଉଂଣ ଦେଶରଟି ୟେ ପ୍ରତାପୀ ମହାଯୋଧୀ

ଉତ୍ତର ଦିଗ ରାଜାନ୍ତ ଦେବ ଆସୁଛି ସର୍ବ ସାଧି ।୨୭।

ଦୃଭାର ହୋଇଲେ ଦେବ ନ ବ୍ରତନ୍ତି କେହି

ଶରଣ ପଶିଲେ ଶତ୍ରୁକୁ ରକ୍ଷା କରଇ ସେହି ।୨୮।

ଛତ୍ରୀ ଅଚାର୍ଗଳ ସେ ପ୍ରତଗ୍ୟାଂ ମହାଯୋଧୀ

ଯମାଗୋଷ୍ଠ ରାଜାକଇଂ ଦେବରଥେ ଆଣିଅଛି ବାନ୍ଧି ।୨୯।

ଯମାଗୋଷ୍ଠର ବନ୍ଧନ ଶୁଣି ସେ ବିରଞ୍ଚିରୁଦ୍ର ରାୟେ

ସମଦଣ୍ଡ ଘେନିକରି ପାଛୋଟି ବେଗେ ଆୟେ ।୩୦।

ଭାରିଯା ପୁତ୍ର ସହିତେ ତାର କୁଟୁମ୍ୱ ବନ୍ଧୁଜନ

ସମସ୍ତେ କରେ ଧରିଅଛନ୍ତି ପାଟ ଛତ୍ରମାନ ।୩୧।

ନଗ୍ରରେ ପାୟେଡ଼ା ପଡ଼ିଲା ନୃପତି ମଣ୍ଡଳାଧି

ଅର୍ଜୁନକଇଂ ପ୍ରଣପତ୍ୟହୋଇ ସେ ବିନୟ ବଚନ ସାଧଇ ।୩୨।

ବହୁତ ଭଗତ ହୋଇ ଅନେକ ତୁସ୍ତି ବୋଲି

ଶତେ ସହସ୍ର ଦଣ୍ଡେ ଲାଇଂ ଶୁତିଲା ଗତଘାଲି ।୩୩।

ସେ ରାଜାର ବିନୟଭାବ ଦେଖିଣ ଅର୍ଜୁନ

ରଥରୁ ଓହ୍ଲାଇ ତାକୁ କଲେକ ସମାଧାନ ।୩୪।

ଅର୍ଜୁନ ବୋଇଲେ ତୁ ଜାଣିଲୁ ସନ୍ଦେହ

ସୁଚିତ୍ତ ହୋଇଣ ୟେବେ ରାଜ୍ୟ ତୋର ରହ ।୩୫।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେକ ସର୍ବସାଚୀ

ରାଜୁସି ଯାଗକଇଂ ଯାଅ ତୋହୋର ଥାଠସନ୍ୟ ଯେତେ ଅଛି ।୩୬।

ଆଗ୍ୟାଂ ପ୍ରମାଣେ ସେ ବିରଞ୍ଚିରୁଦ୍ର ରାୟେ

ସମଦଣ୍ଡ ଘେନି ରାଜା ବାରୁଣାବନ୍ତକଇଂ ଯାୟେ ।୩୭।

ଚଳଇ ଧନୁର୍ଜୟେ ରୁଦ୍ରପାଦ ଗଙ୍ଗାତୀରେ

ପ୍ରବେଶ ଅର୍ଜୁନ ଯାଇଂ ରଣସ୍ତମ୍ଭ ରାଜ୍ୟରେ ।୩୮।

ବୀରତୂର ଶବଦ ବଜାଇ ଫାଲଗୁନି

ରଣସ୍ତମ୍ଭ ଗଡ଼େ ଯାଇଂ ପ୍ରବେଶ ରୟଣୀ ।୩୯।

ସେ ରାଜ୍ୟର ରାଜା ବୀରବର ଚକ୍ରବ୍ରତୀ

ବଡ଼ାଇ ପ୍ରତାପୀ ସେ ଉତ୍ତର କୋଶଳେ ମହାଛତ୍ରୀ ।୪୦।

ସେ ଗଡ଼ ଭିତରେ ଯେ ହିଜୟେ ହିଙ୍ଗୁଳା

ଯୋଗ୍ନୀ ମାତାଙ୍ଗୀ ସେ ପ୍ରସନ୍ନେ ମହାଖଳା ।୪୧।

ମନୁଷ୍ୟ ଅବତାରେ ବିଜୟେ ଜଗତମାତା

ତାହାର ପ୍ରସାଦକେ ରାଜ୍ୟକଇଂ ନାହିଂନା ଲଂଘନ୍ତା ।୪୨।

ଅଗ୍ନିଜ୍ୱାଳା କାଳାନଳ ମୃର୍ତ୍ତି ସେ ଅଭୟେ ପିଙ୍ଗଳାକ୍ଷୀ

କଉପଣ ବଳ ଧଂସିନୀ ସେ ଅଟଇ ବିରୂପାକ୍ଷୀ ।୪୩।

ଅର୍ଜୁନ ବିଜୟେ କଲେ ସେ ରଣଘୋଟ ପର୍ବତେ

ବହଇ କଉଶିକ ନଦୀ ସେ ପର୍ବତ ହେମବନ୍ତେ ।୪୪।

ଧନୁମାସ କୃଷ୍ଣପକ୍ଷ ଷଷ୍ଠୀ ଶଉରୀବାର

ପୂର୍ବା ଫାଲଗୁନି ନକ୍ଷତ୍ର ଭୋଗ୍ୟ ସେ ଦିନର ।୪୫।

ବାଣିଜ୍ୟ ନାମେ କରିଣ ପ୍ରୀତି ନାମେ ଯୋଗ

ଧନୁ ସଂକ୍ରାନ୍ତିରୁ ପାଞ୍ଚଦିନ ହେଲା ଭୋଗ ।୪୬।

ପଚ୍ଛିମ ଦିଗରେ ଯୋଗୀ ଥିଲା ସୁବିଧାନେ

ସକଳ ଶୁଭ ମାହେନ୍ଦ୍ର ବେଳ ବିଦ୍ୟମାନେ ।୪୭।

ଅମୃତ ଯୋଗ କରଣ ମାହେନ୍ଦ୍ରକୁ ଘେନି

କଉଶିକୀ ଗଙ୍ଗାକୂଳେ ବିଜୟେ ଫାଲଗୁନି ।୪୮।

ସେ ନଦୀକି ରକ୍ଷା କରନ୍ତି ଯୋଦ୍ଧା ପାଞ୍ଚଲକ୍ଷ

ଅର୍ଜୁନକୁ ଓଗାଳିଲା ଯାଇଂ ସମରେ ପ୍ରତିକଚ୍ଛ ।୪୯।

ଆହୋ କେବଣ ରାଜା ଚଳାଉ ପରଥାଠ

ୟେ ହାଦେ ମହାତୀର୍ଥ କ୍ଷେତ୍ରରେ ଅଟେ ମହାଶ୍ରେଷ୍ଠ ।୫୦।

ବିଜୟେ କାନ୍ତାନୀ ମାୟେ ପ୍ରତକ୍ଷେ ହେଙ୍ଗୁଳା

ଜନ୍ମାନ୍ତର ଦରିଦ୍ର ଫିଟଇ ଯେ ଦେଖେ ୟେକବେଳା ।୫୧।

ଜ୍ୱାଳା ମାହେଶ୍ୱରୀ ଦେବୀ ରାଜାକଇଂ କରଇ ରକ୍ଷା

ଅଭୟା ହିଙ୍ଗୁଳା ତାର ପୂରାଅ ମନବାଞ୍ଚା ।୫୨।

ତେଣୁକରି ୟେଥକୁ ନ ଆସନ୍ତି ଦଇତ ପିଚାଶାଦିମାନେ

ଶୁଭଲଗ୍ନ ବେଳରେ ଯେ ମାହୀନ୍ଦ୍ର ସୁବିଧାନେ ।୫୩।

ରହନ୍ତି ଯେ ଆଡ଼େ ହୋଇ ଭୟେକରି ମନେ

ଆମ୍ଭ ଯୋଗୁଂ ନ ପଶନ୍ତି ୟେ ଜଳ ଉଦ୍ୟାନେ ।୫୪।

ଅତିଅନ୍ତ ସୁନ୍ଦର ଗର୍ବେଶ୍ୱର ଅଟୁ ତୁ କେବଣ ଦେଶର ରାଜା

ପରମାଦକଇଂ ନ ପଶ ତୁ ବାହୁଡ଼ି ଯେଥୁଂ ବେଗେ ଯା ଯା ।୫୫।

ଯଦ୍ୟପି ଆସିବେ ୟେଥକଇଂ ଦେବଗଣ ଗନ୍ଧର୍ବ

କେହି ୟେଥି ସ୍ରାହାନ କରି ନୁଆରନ୍ତି ଆମ୍ଭର ଅଭାବେ ।୫୬।

ଅର୍ଜୁନ ବୋଇଲେ ହୋ ଆମ୍ଭର ମହାଯାଗେ

ରାଜାମାନନ୍ତ ନିମନ୍ତ୍ରଣ କରୁ ଆମ୍ଭେ ବେଗେ ବେଗେ ।୫୭।

ଉତ୍ତର ଦିଗେ ଛନ୍ତି ହୋ ଯେତେକ ନୃପତି

ସମସ୍ତ ରାଜାୟେ ଦଣ୍ଡ ଘେନିଣ ଯାଉଛନ୍ତି ।୫୮।

ରାଜାର ଅଗ୍ରତେ ତୁମ୍ଭେ ବାରତା କହ ଯାଇ ବେଗେ

ସମଦଣ୍ଡ ଘେନି ନୃପତି ଆସୁ ଆମ୍ଭର ଆଗେ ।୫୯।

ଅର୍ଜୁନ ବଚନ ଶୁଣି ସେ କଲେକ ଉପହାସି

ଜୀବନ ଘେନିଣ ତୁ ୟେଥୁ ବାହୁଡ଼ି ଯାଅସି ।୬୦।

ମହା ମହା ରାଜାୟେ ଆସିତ ନୁଆରନ୍ତି ୟେଥକୁ ଦଣ୍ଡ ଘେନି

ୟେହାକୁ ନଦୀ ପାର ହୋଇ ନୁଆରନ୍ତି ନାଶଯାନ୍ତି ସମସ୍ତ ସଇନି ।୬୧।

ଆଗିଆଣି ଥାଠେ ଅର୍ଜୁନର ଜୟେ ବିଜୟେ ବେନିବୀରେ

ଗୋଳକଲେ ପଶି ଯାଇ ସେ ରାଜାର ଥାଠରେ ।୬୨।

କିଳିକିଳା ନାଦ ଦେଇ ପଡ଼ିଲେ ବେଗେ ଯହୁଂ ମାଡ଼ି

ଅର୍ଜୁନର ସଇନିମାନେ ବିନ୍ଧିଲେ ଉପ୍ରୋଧମାନ ଛାଡ଼ି ।୬୩।

ପାଞ୍ଚଲକ୍ଷ ଯୋଦ୍ଧା ଯେ ବୀରବର ରାଜାର ଥିଲେ

ଲୋହସାର ଧନୁରେ ନାରାଜ ପୂରୋଇ ଅର୍ଜୁନ ସଇନିକି ବିନ୍ଧିଲେ ।୬୪।

ବାସବିର ସଇନି ଯେ ପ୍ରତଗ୍ୟାଂ ସାମରଥା

ପରରାଷ୍ଟ ଜିଣନ୍ତା ସେ ଶକତା ବଳବନ୍ତା ।୬୫।

ପୂରୋଇ ନାରାଜ ଯେ ବିନ୍ଧିଲେ ଆକ୍ରେଷି

ଯମନିକ ସନ୍ୟବଳ ଉପରେ ନାରାଜ ବରଷି ।୬୬।

ପଂକେଣ ଯେସନେକ ବସଇ ଯାଇ କୀଳା

ପଡ଼ିଲେ ତୀକ୍ଷମୁନା କୋନ୍ତା ଯାଠି ନାରାଜ ଅନର୍ଗଳା ।୬୭।

ଅଶ୍ୱ ଯୋଦ୍ଧାଂକର ଉପରେ ଯାଇଂ ପଡ଼ି ଅଭେଦ ସେହ୍ନା ଫୁଟି

ଆହୋ ଗଜ ଯୋଦ୍ଧାମାନେ ଫୁଟି ରୁଧିର ବହିଲା ବୃଷ୍ଟି ।୬୮।

ନଦୀର ଭିତରେ ଛନ୍ତି ବୀରବର ରାଜାର ସନ୍ୟମାନେ

ଉପରେ ଥାଇଂ ବିନ୍ଧନ୍ତି ଅର୍ଜୁନର ସଇନ୍ୟେ ।୬୯।

ରାଜାର ସଇନି ଉପରେ ସମସ୍ତ ଶର ଫୁଟି

ଘାୟେଣ ନିଦ୍ରାଘ ବଳ ପଡ଼ିଲେ ସର୍ବେ ମହୀଲୋଟି ।୭୦।

ରକତେ କର୍ଦ୍ଦନମୟେ ହୋଇଲା ସବୁଂକରି କାୟେ

କଉଶିକ ନଦୀରେ ପଡ଼ି ବହଇ ଶ୍ରୋଣିତ ମୟେ ।୭୧।

ଆପଣେ ଚାବ ଶର ଧରି ବିନ୍ଧଇ ଫାଲଗୁନି

ବେନି ବଳ ସନ୍ୟ ସମରେ ହୋଇଲେ ଅନ୍ୟୋଅନ୍ୟି ।୭୨।

ଆହୋ ପାଣ୍ଡବ ବଳ ଅଟନ୍ତି ଯେ ନାରାୟଣ ଭଗତା

ସାଂଗ୍ରାମେ ପଶନ୍ତେ ବିଷ୍ଣୁ ନାମ କରନ୍ତି ବକତା ।୭୩।

ନାରାୟଣ ନାମ ଯେ ଅଟଇ ଘଟଋଷି

ଅସୁର ବଳ ସାହେର ଯେ କୃଷ୍ଣ ଘଟଶିଷି ।୭୪।

ଯେତେକ ନାରାଜ ହୋ ଅର୍ଜୁନ ଥାଠେ ପଡ଼ି

ସମସ୍ତ ଶହସ୍ରମାନେ ପଡ଼ୁଛନ୍ତି ହାବୋଡ଼ି ।୭୫।

ଅର୍ଜୁନର ସଇନି ଯେତେକ ଆକ୍ରେଷି ଶର ବିନ୍ଧି

ଶହସ୍ର ଗୋଟିକେ ରାଉତ ଗୋଟିୟେ ଶିରଚ୍ଛେଦୀ ।୭୬।

ପଡ଼ିଲେ ସାଂଗ୍ରାମେ ବୀରବର ରାଜାର ସଇନି

ପାଞ୍ଚଲକ୍ଷ ବଉବିଂଶ ସେନା ଯୋଦ୍ଧା କେହି ନ ଗଲେ ପ୍ରାଣ ଘେନି ।୭୭।

କଉଶିକ ନଦୀରେ ଯାଇଂ ପଶିଲେ ସର୍ବସାଚୀ

କରନ୍ତି ସ୍ରାହାନ ଯେ ପୁଣ୍ୟତୋୟା ତୀର୍ଥେ ପଶି ।୭୮।

ଦେବ ତର୍ପଣ ପିତୃ ତର୍ପଣ ପିଣ୍ଡ ପରଦାନେ

ଇଚ୍ଛାୟେ ପାଣ୍ଡବ ବଳ ରହିଲେ ସେ ସ୍ଥାନେ ।୭୯।

ବାଲି ମାଡ଼ି ଶାଢୀଘର କରି ରହିଲେ ସଇନି

ରଣସ୍ତମ୍ଭ ଉତ୍ତର ଗଡ଼ ଅଛି ତିହଂକି ଜୁଣ ତିନି ।୮୦।

ଆସ୍ତାନେଣ ବିଜେ କରିଛନ୍ତି ବୀରବର ଚକ୍ରବ୍ରତୀ

ଛାମୁରେ ଉଭାରି ଅଛନ୍ତି ତିନି ଲକ୍ଷ ପାଦାନ୍ତି ।୮୧।

ପୁଣ୍ୟତୋୟା ନଦୀରେ ପାଞ୍ଚଲକ୍ଷ ଯୋଦ୍ଧା ପଡ଼ିଲେ

ଚଉବିଂଶ ଜଣ ମାତ୍ର ତହୁଂ ଉବୁରି ପଳାଇଲେ ।୮୨।

ପଞ୍ଜରାମାନଂକରେ ଅଛଇ ଶର ଫୁଟି

ଶରୀର ଯାକ ତାଂକ ଶ୍ରୋଣିତମୟେ ବୃଷ୍ଟି ।୮୩।

ଜୀବନ ଘେନି ତହୁଂ ପଳାଇଲେ ବେଗେ

ଯାଇଂଣ ଜଣାଇଲେ ବୀରବର ଚକ୍ରବ୍ରତୀର ଆଗେ ।୮୪।

ସ୍ୱାମୀ ମହେଶ୍ୱର ଦେବ ତୁମ୍ଭେ ଅବସ୍ତା ଆମ୍ଭର ଦେଖ

ପଡ଼ିଲେ ପାଞ୍ଚଲକ୍ଷ ଯୋଦ୍ଧା ସ୍ୱାମୀ ରାଜ୍ୟ ତୋହୋର ରଖ ।୮୫।

ଅଦଭୁତେ ଯୋଦ୍ଧାୟେକ ଅଇଲେ ଦେବ କାହୁଂ

ମାଇଲା ସମସ୍ତ ଯୋଦ୍ଧା ବାରତା କହୁଂ କହୁଂ ।୮୬।

ସ୍ୱାମୀ ବିଚାରିଣ ଆଗ୍ୟାଂ ଦେବା ବୀରବର ରାମରାୟ ବଳା

ପଡ଼ିଲା ଅପଚୟ ଦେବ ଗଡ଼ ଛାଡ଼ି ବେଗେ ପଳା ।୮୭।

ମହା ସାଂଗ୍ରାମେ ରଣଜିତା ସେ ଅଟନ୍ତି ଧନୁର୍ଦ୍ଧର

ଅଜୟ ଗଡ଼ ଭିତରୁ ଦେବ ନୁହସି ବାହାର ।୮୮।

ଚାରଗଣଂକ ମୁଖୁଂ ରାୟେ ୟେସନ ବାରତା ପାଇ

ରାଗେଣ ଉଠିଲା ରାଜା ବେନି ନୟନ ବୁଲାଇ ।୮୯।

ସାଜରେ ସାଜରେ ବୋଲି ଦିଲାକ ଘୋର ହାକ

ଜଗତୀ ଉପରେ ଉଠି ପିଟାଇଲା ଟମକ ।୯୦।

ଆହୋ ବିଜିଘୋଷ ବାଜଣା ସଜାଉ ବୀରତୂର ବାଣୀ

ଧାଂଇଲେ ମତ୍ତାର ବଳେ ଯେ ଯାହାର ବାହାନନ୍ତ ଚଢି ପଲାଣି ।୯୧।

ଭେରୀ କାହାଳୀ ଯେ ଉର୍ଦ୍ଧ୍ୱବାଦ୍ୟ ବାଣୀ

ପାରିଦଣ୍ଡମାନେ ଧାଇଂଲେ ସଜାଉ ଶବଦ ଶୁଣି ।୯୨।

ଗଡ଼ଦ୍ୱାରେ ଆଶି ସବୁ ଉଭାରିଲେ ରାଉତେ

ଅଶ୍ୱନ୍ତ ଖୁରିସାଣି କରି ବୁଲାବନ୍ତି ଲାଂକିଆ ଯେ କୁନ୍ତେ ।୯୩।

ବିନ୍ଧନ୍ତି ବଜ୍ରବାଣ ନିର୍ଘାତ ବଜ୍ରସୁଚୀ

ପୁଣ୍ୟତୋୟା ନଦୀତୀରେ ଥାଇ ତାହା ଶୁଣିଲେ ସର୍ବସାଚୀ ।୯୪।

ମୁଣୋହି ସାରିଣ ନାବେ ବିଜୟେ ଫାଲଗୁନି

ନାବରେ ପାରି ହୋଇଲେ ପାଣ୍ଡବ ବଳ ସଇନି ।୯୫।

ରଣସ୍ତମ୍ଭ ରାଜ୍ୟଲୋକେ ପର ଥାଠ ବାରତା ପାଇ

ଅନେକ ଦେଶର ରାଜାମାନେ ଦଣ୍ଡ ଘେନିଣ ଆସୁଛନ୍ତି ବାହୀ ।୯୬।

ପ୍ରବେଶ ହୋଉଛନ୍ତି ରଣସ୍ତମ୍ଭ ଗଡ଼ରେ

ମହା ମହା ଯୋଦ୍ଧାୟେ ଆସି ମିଳିଲେ ବହୁତ ସମ୍ଭରେ ।୯୭।

ବାଜଇ ବୀରତୂର ଟମକ ନିଶାଣ ଦାଉଣ୍ଡି

ବିଛରନ୍ତି କଣୟ ଯେ ମୁକୁତା ଚୂରି ଗୁଣ୍ଡି ।୯୮।

ରହିଛନ୍ତି ସମଦଣ୍ଡ ମହାସମ୍ଭର କରି

ଅର୍ଜୁନର ସଇନି ପୁଣ୍ୟତୋୟା ନଦୀ ହୋଇଲେକ ପାରି ।୯୯।

ବାହଇ ତୁରଙ୍ଗମ ଯେ ମାତଳି ସାରଥି

ଶଙ୍ଖ ଗୋକ୍ଷୀର କାମପାଳ ଶ୍ୱେତ ଚାରିଅଶ୍ୱେ ଉଡ଼ନ୍ତି ଗଗନଗତି ।୧୦୦।

ନେତର ଆଲମ୍ୱ ଉଡ଼ନ୍ତି ଫରହରେ ରଥର ଉପରେ

ହୀରାମଣି ମାଣିକ୍ୟ ଝଲକନ୍ତି ଯେହ୍ନେ ବିଜୟେ କରତାରେ ।୧୦୧।

ଆହୋ ସିଂହଦ୍ୱାର ଉପରେ ନବତାଳ ଉଚ୍ଛର୍ଗ ଜଗତୀ

ପାତ୍ର ଅମାନତ୍ୟ ଘେନି ବିଜେ କରିଅଛି ତହିଂ ବୀରବର ଚକ୍ରବ୍ରତୀ ।୧୦୨।

ଅଦଭୁତେ ରଥେକ ଯେ ଦେଖିଲେ ଆକାଶେ

ବିଚାରି ଇନ୍ଦ୍ର ଦେବତା ସିନା ଚଳଇ ଶୂନ୍ୟବାସେ ।୧୦୩।

ମନ୍ତ୍ରୀବର ବୋଇଲା ହୋ ସେ ନୁହଂଇ ସୁରନାଥ

ମଘବା ହୋଇଥିଲେ ଥାଆନ୍ତା ନା ହାଥୀ ଅଇରାବ୍ରତ ।୧୦୪।

କେ ବୋଲଇ ଅଳକାର ନାଥ କୁବେର ଦେବତା ଅବା

କେ ବୋଇଲା ଅଶ୍ୱିନୀକୁମାର ଅବା ମହାଦେବା ।୧୦୫।

ଆନ କାହାର ରଥ କି ଚଳଇ ଅନ୍ତରୀକ୍ଷେ

ଧାତୁବାଦ୍ୟ ପୁରୁଷ କି ପିତାମହ ଚତୁର୍ମୁଖେ ।୧୦୬।

ଆହୋ ୟେସନେକେ ବିଚାରନ୍ତେ ପାତ୍ର ଅମାନତ୍ୟ

ସନ୍ନିଧ୍ୟେ ପ୍ରବେଶ ହୋଇଲା ବାସବର ରଥ ।୧୦୭।

ଆହୋ ଗଡ଼ର ଚାରିକତିରେ ବେଢିଛି ପାଚେରୀ

ତିନିକୋଣ ବହଳ ସେ ଉତ୍ସର୍ଗ କୋଶ ଚାରି ।୧୦୮।

ସେ ପାଚେରୀ ଉପରେ ଅଶ୍ୱନ୍ତି ଚଢିଣ ମହାଯୋଧୀ

ବୁଲାବନ୍ତି ଅସିବର ଆକ୍ରେଷିଣ ବିନ୍ଧି ।୧୦୯।

ମେଢ ମଣ୍ଡପ ଦେଉଳ ଅଟ୍ଟାଳୀ ଜଗତୀ

ପାଚେରୀ ବୃକ୍ଷ ଉପରେ ଉଠି ଲୋକେ ଅନାବନ୍ତି ।୧୧୦।

ଆହୋ ଅର୍ଜୁନ ସଇନି ୟେଣେ ପଳାଣିତ ଥାଠ

ପଶିଲେ କଟକେ ଯାଇଂ ଗଡ଼ର ନିକଟ ।୧୧୧।

ଆହୋ ନ ଧରନ୍ତି ନ ମାରନ୍ତି ନ କରନ୍ତି ଉଜାଡ଼ି

ଯେ ଯାହାର ଠାବରେ ଥାଅ ବୋଲି ପାଥ ଆଗ୍ୟାଂ ଅବଧୀରି ।୧୧୨।

ଦେଖନ୍ତି ନଗ୍ର ଲୋକେ ମହା ଅପୂର୍ବ ପରାୟେ

ଆକାଶେ ଉତ୍ସବ ଯେହ୍ନେ ବିଜୟେ ଦେବରାୟେ ।୧୧୩।

ଆହୋ ନାରାୟଣ ବିଜେ କରିଛନ୍ତି ଯେବଣ ଥାଠରେ

ତ୍ରଇଲୋକ୍ୟ ମୋହନ୍ତି ଯେ ଜଗତ ସୁନ୍ଦରେ ।୧୧୪।

ୟେସନକ ସମ୍ପଦ ସେ ରଣସ୍ତମ୍ଭ ଗଡ଼ ଦେଶେ

ସଇନି ହାବୋଡ଼ିଲେ ଯାଇଂ ଗଡ଼ର ପୂର୍ବଦ୍ୱାର ପାଶେ ।୧୧୫।

ଆହୋ କୋଶେକ ଓସାର ଯେ ବେନିକୋଶ ଗଭୀର

ଗଡ଼ ବେଢିଣ ଖଣା ନବଯୋଜନ ବିସ୍ତାର ।୧୧୬।

ଆହୋ ଅର୍ଜୁନର ରଥ ଯେ ଗଲାକ ଅନ୍ତରୀକ୍ଷେ

ବାହାର ଗଡ଼ ଜଗତୀରେ ବିଜେ ବାସବର ବତ୍ସେ ।୧୧୭।

ଆହୋ ସଇନିକି ଆଗ୍ୟାଂ ଦିଲା ବୀରବର ଚକ୍ରବ୍ରତୀ

ବାହାର ଗଡ଼ ପାଚେରୀ ଛାଡ଼ିଆସ ହୋ ସର୍ବଛତ୍ରୀ ।୧୧୮।

ଆହେ ଜାଣିମାନା କୋବଣ ଦେଶର ସେ ଥାଠ

କାହୁଂ ଅଇଲା ସେ କେବଣ ଦେଶର ପରରାଷ୍ଟ ।୧୧୯।

ବାହାର ଗଡ଼ ପାଚେରୀ ଯେ ଆବୋରି ଥିଲେ ବୀରେ

ଛାଡ଼ିଲେ ବଡ଼ଖଣା ପଶିଲେ ଭିତରେ ।୧୨୦।

ୟେମନ୍ତେ ଖାଇ ଖଣା ତିନିପୁର ପାଚେରୀ

କୋଶେକ ବହଳ ଯେ ଉଚ୍ଛର୍ଗ କୋଶ ଚାରି ।୧୨୧।

ତହିଂର ତଳରେ ଯେ ଖଣାୟେକ ବିସ୍ତାର

ମହାନଦୀ ସମାନେ ଗଭୀର ତାଳ ଯେ ପନ୍ଦର ।୧୨୨।

ରହିଲେ ସମଦଣ୍ଡ ଦୁଜଗଡ଼ ଆବୋରି

ଅର୍ଜୁନ ସନ୍ୟ ଉଠିଲେ ବାହାନାଦ କରି ।୧୨୩।

ବାହାର ଗଡ଼ଖଣା ଯେ ବିସ୍ତାର କୋଶ ତିନି

ପାଦଗତି ଡେଇଂଲେ ରାଉତେ ବାହନନ୍ତ ଘେନି ।୧୨୪।

ବାହାର ଗଡ଼ ପାଚେରୀରେ ବିଜୟେ ସର୍ବସାଚୀ

ଚାରଗଣ ମୁଖେ ଯାଇଂ କହଇ ସେ ବାଚି ।୧୨୫।

ଅର୍ଜୁନେ ବୋଇଲେ ଆପଣା ପ୍ରୋହିତଂକୁ ହକାରି

ତୁମ୍ଭେ ଯାଅ ୟେ ପୁଷ୍ୟେକ ବିମାନ ଚଢିକରି ।୧୨୬।

ବୀରବର ରାଜାକଇଂ ତିଆରି ଅନେକ ମତେ

ଆମ୍ଭେ ଆସିଅଛୁଂ ରାଜୁସି ଯାଗର ନିମନ୍ତ୍ରଣ ନିମନ୍ତେ ।୧୨୭।

ଆହୋ ତାହାର ଆମ୍ଭର ତ ବିବାଦ ନାହିଂ ପୂର୍ବେ

ଆମ୍ଭର ତୁଲେ ଆସି ପ୍ରୀତି ହେଉ ୟେବେ ।୧୨୮।

ଆମ୍ଭେ ଯେ ଅନେକ ଦୁର୍ଗମୁଂ ଅଇଲୁ ଅନେକ ଦୂରୁଂ

ହିଙ୍ଗୁଳା ଦ୍ରଶନ କରିବୁ ଆମ୍ଭେ ଆମ୍ଭନ୍ତ ନିରୋଧ ନ କରୁ ।୧୨୯।

ଅର୍ଜୁନର ବଚନେ ଚଳିଲେ ସୁରେଶ୍ୱର ପ୍ରୋହିତେ

ଆପଣେ ବସିଲେ ଯାଇଂ ମାତଳି ପୁଷ୍ୟକ ରଥେ ।୧୩୦।

ଚଳିଲେ ଆକାଶରେ ସେ ରଣସ୍ତମ୍ଭ ଗଡ଼େ

ପ୍ରବେଶ ହୋଇଲେ ଯାଇ ବୀରବର ଆସ୍ତାନ ନିଆଡ଼େ ।୧୩୧।

ରାଜାର ଛାମୁରେ ଯାଇଂ ପ୍ରବେଶ ଦ୍ୱିଜବର

କଲ୍ୟାଣ ବାଞ୍ଛା କରନ୍ତି ସେ ପ୍ରୋହିତେ ସୁରେଶ୍ୱର ।୧୩୨।

ଆସ୍ତାନେ ବସିବାକଇଂ ନୃପତି ଆଗ୍ୟାଂ ଯେ ନ ଦିଲେ

କୁଶ ହାଥ ହୋଇଣ ପୁରୋହିତେ ବୋଇଲେ ।୧୩୩।

ଆହୋ ମହାରାଜା ଠାକୁର ଯୁଝେଷ୍ଠିଦେବ ସ୍ୱାମୀ

ଅଷ୍ଟାଦଶ ବଂଶିକ ରାଜାଂକର ସେ ଉତ୍ତମି ।୧୩୪।

ରାଜସୂୟ ଯଗ୍ୟଂ ହୋଇବ ମହାସଭା

ସମଦଣ୍ଡ ଘେନି ଚାଲ ବହନ ହୋଇ ଯିବା ।୧୩୫।

ପ୍ରୋହିତଂକ ବଚନେ ଯେ ଧୂମାକ୍ଷ ମହାମନ୍ତ୍ରୀ

ପ୍ରୋହିତଂକୁ ବାରତା ଜଣାଇଲେ ସେ ପଣ୍ଡିତ ମହାବୃତ୍ତି ।୧୩୬।

ଆହୋ ବିଦୁବର ତୁମ୍ଭେ ନ ବୋଲ ୟେମନ୍ତ

ରାଜାଧି ରାଜେଶ୍ୱର ୟେ ଯେ ଉତ୍ତର କୋଶଳେଣ ୟେକ ଛତ୍ର ।୧୩୭।

ଦେଖ ହାଦେ ମହାଦେବୀ ପ୍ରସନ୍ନେ ହିଙ୍ଗୁଳା

ଅକ୍ଷୟେ ଅଭୟେ ଦେବୀ ପ୍ରସନ୍ନେ ମହାଖଳା ।୧୩୮।

ଆକାଶେ ଲାଗିଅଛି ଯେଉଂଣ ଦେବୀର ମାଥ

ପାଦୁକା ମନ୍ତ୍ର ବାହିନୀ ସେ ଗମନ୍ତି କୋଟିତୀର୍ଥ ।୧୩୯।

ୟେ ରଣସ୍ତମ୍ଭ ଗଡ଼ ସେ ଦେବୀର ସଞ୍ଚିଲା

ଆମ୍ଭେ କ୍ଷେତ୍ର ଆଧିପତି ୟେ କ୍ଷେତ୍ର ଅଛୁଂ ରଖିଲା ।୧୪୦।

ୟେହାକୁ ମହାକ୍ଷେତ୍ର ଛାଡ଼ି କାହିଂକି ଯିବୁ ଆମ୍ଭେ

ଆବର ରାଜାମାନନ୍ତ ଘେନି ବେଗେ ଚଳିଯାଅ ତୁମ୍ଭେ ।୧୪୧।

ପ୍ରୋହିତେ ବୋଇଲେ ଆମ୍ଭେ ଅଇଲୁ ୟେ ଭୁବନେ

ୟେହାକଇଂ ନ ଗଲେ କି ଯାଆନ୍ତି ଆନ ରାଜାଗଣମାନେ ।୧୪୨।

ଧୁମ୍ରାକ୍ଷ ମନ୍ତ୍ରୀ କହଇ ରାଜାଂକୁ ପରିଣାମି

ଅର୍ଜୁନ ଛାମୁକୁ ଆମ୍ଭେ ବହନ ଯିବା ସ୍ୱାମୀ ।୧୪୩।

ପ୍ରୋହିତଂକ ବଚନେ ସେ ନୃପତି ବୀରବର

କାହାରିହିଂ ବଶ ମୁଂ ଯେ ନୋହୋଇ ୟେ ଦିଗର ।୧୪୪।

ନ ଜାଣଇ କି ରଣସ୍ତମଭ ଅଜୟେ ଗଡ଼ ବୋଲି

ୟେ ମହୀମଣ୍ଡଳେ କାହାକଇଂ ନ ସାଧିଲି ।୧୪୫।

ମୁହିଂ ଆନ ରାଜ୍ୟକୁ ନ ଯାଇଂ କେହୁଣସି ପୁରୁଷେ

ମୋହୋର ଭୁବନକଇଂ କେହି ପଶି ନୁଆରନ୍ତି ତ୍ରିଦଶେ ।୧୪୬।

ଆକାଶ ଦିଗବିଜେ ମୁଂ ତୁମ୍ଭନ୍ତ ଦେଖଇଲି

ଇନ୍ଦ୍ର ପ୍ରାୟେକ ମଣି ପ୍ରଥମ ଗଡ଼ ଛାଡ଼ିଦିଲି ।୧୪୭।

କେ ଜାଣଇଂ ତୁମ୍ଭର ଅର୍ଜୁନ ଯୁଝେଷ୍ଠି

କେ ଜାଣଇଂ ତୁମ୍ଭର କେଶବ ଧୂର୍ଜଟୀ ।୧୪୮।

କେ ଜାଣଇଂ ତୁମ୍ଭର ବ୍ରହ୍ମା ବଜ୍ରପାଣି

ୟେକମାତ୍ର ଜାଣଇଂ ମୁଂ ହିଙ୍ଗୁଳା ଗୋସାମଣି ।୧୪୯।

କେବଣ ଦେବତା ତୋହୋର କିସ କରଇ କାମ

ଇହ ହାଥେ ବର ଦେଇ ହିଙ୍ଗୁଳା ଯାହାର ନାମ ।୧୫୦।

ଆହୋ ତପୋଧନ ହୋଇଲେ ମାଡ଼ି ପାରଇ ୟେହୁ ତୀର୍ଥ

ବଳତ୍କାରେ ପଶିବାକଇଂ କାହାର ଛାତ୍ରୀବୃତ୍ତ ।୧୫୧।

ତୋହୋର ଯାଗ ସଭାରେ ମୋହର କିସ କାର୍ଯ୍ୟ

ବାହୁଡ଼ି ଜୀବନ ଘେନି ଯାଅ ଯା ପଶ ଆନ ରାଜ୍ୟ ।୧୫୨।

ପ୍ରୋହିତେ ବୋଇଲେ ହୋ ତୁ କହିଲୁନି ନା ଦର୍ପ

ତ୍ରଇଲୋକ୍ୟେ ବିକାଶୁ ଅଛି ଯାହାର ପରତାପ ।୧୫୩।

ଖାଣ୍ଡେବ ବନ ଦହନେ ଯେ ବାସବେ ବିବାଦୀ

ଅଗ୍ନି ଦେବତାଂକର ପାରକଲା ଲୁଦୁବୁଦୁ ବ୍ୟାଧି ।୧୫୪।

କିରାତ ରୂପେ ବନେ ହରିକଇଂ ଜିଣି

ପାଶୁପତ୍ର ଅକ୍ଷୟତ୍ରୋଣ ଦିଲେକ ଶୂଳପାଣି ।୧୫୫।

ଦ୍ୱାରିକାୟେ ପଶି ଯେ ହରିଲେ ସୁଭଦ୍ରେ

ବହୁତ ସମର କରି ହାରିଲେ ରାମଚନ୍ଦ୍ରେ ।୧୫୬।

ୟେଡ଼େବଡ଼ ନଗ୍ର କିଞ୍ଚିତେ ନ କର ତୁ ନାଶ

ଯାହାର ବାହାକୁ ଆଶ୍ରା କରିଛନ୍ତି ତ୍ରିଦଶ ।୧୫୭।

ତୋତେ ଅନେକ ଉପ୍ରୋଧ ହିଙ୍ଗୁଳାର ପ୍ରସାଦେ

ସମସ୍ତ ସଇନି ନାଶଯିବେ ତୋହୋର ବିନା ଯୁଦ୍ଧେ ।୧୫୮।

ଆହୋ ସମ୍ଭର ରାଜ୍ୟଗୋଟି ତୋହୋର ଅଟଇ ବଡ଼ାଇ ସୁସଞ୍ଚ

ବାରସ୍ୱତୀ ଭୁବନ କି ସଞ୍ଚିଲା ଅଛି ମଞ୍ଚ ।୧୫୯।

ତୁ ମାହେଶ୍ୱର ସମାନେ ରାଜା ତୋହୋର କିଛି ନାହିଂ ଦୋଷ

ୟେଡ଼େ ବଡ଼ ସମ୍ପଦ ରାଜା କିଞ୍ଚିତେ ନକର ତୁ ନାଶ ।୧୬୦।

ଶୁଣିଣ ନୃପତି ଯେ ଗର୍ଜିଣ ଉଠିଲା କୋପକରି

ୟେଥକୁ ଦୋଷ ତୋତେ ବିହିପାରିବେନି ତୁ ଯେ ବ୍ରହ୍ମଣ ଦୂତକାରୀ ।୧୬୧।

ଆହୋ ବ୍ରହ୍ମଣ ତୁ ନ ବୁଝୁ କିମ୍ପେ ନ ପାଉ ଲଜ୍ଜା

ୟେହିକ୍ଷଣି ପ୍ରାଣେ ନାଶଯିବୁଟି ୟେଥୁ ବହନ ହୋଇ ଯାଅ ଯା ।୧୬୨।

ପ୍ରସନ୍ନେ ହିଙ୍ଗୁଳା ଯାହାକଇଂ ହୋଇଛି ନିତ୍ୟେ ସାହା

ଆସୁ ତୋର ଅର୍ଜୁନ ମୁଂ ରଣେ ନ ଲେଖଇ ତାହା ।୧୬୩।

ବୀରବର ପ୍ରତଗ୍ୟାଂ କଲାକ ଅପ୍ରମିତେ

ତାହାର ଦୁଷ୍ଟପଣ ଦେଖିଣ ବାହୁଡ଼ିଲେ ପୁରୋହିତେ ।୧୬୪।

ଦଣ୍ଡ ସାଜ ବୋଲି ବୋଇଲା ବୀରବର ଚକ୍ରବ୍ରତୀ

ସାଜିଲେ ଯୋଦ୍ଧାୟେ ଯେ ପ୍ରଚଣ୍ଡ ମହାଛତ୍ରୀ ।୧୬୫।

ରଥ ଗଜ ନାହିଂ ତାର ଚୋଖାର ଅଶ୍ୱ ପିଠି

ଗତା ମୁଦୁଗରେ ପରିଘ ଛେଲ ଚକ୍ର କୁନ୍ତ ଯାଠି ।୧୬୬।

ପ୍ରୋହିତଂକ ପଛକତି ରାଜା ଦଣ୍ଡ ଯେ ପଲାଣି

ଜାବଡ଼େ ଉଠିଲେ ସଇନି କ୍ଷୀରୋଦ୍ର ଲହଡ଼ି ଜାଣି ।୧୬୭।

ଫରହର ନେତ ଉଡ଼ଇ ଶୁକଳ ପତନି

ବୁଲାବନ୍ତି ଛେଲ ଚକ୍ର ଯେ ଲାଂକିୟା କୁନ୍ତ ଘେନି ।୧୬୮।

ପୁରୋହିତେ ପ୍ରବେଶ ହୋଇଲେ ଯାଇଂ ଅର୍ଜୁନ ଅଗ୍ରତେ

ପଛକତି ଦଣ୍ଡ ସାଜିଲାର ଯେ ରଥେ ଥାଇଂ ଦେଖିଲେ ବୀରବର ପାଥେ ।୧୬୯।

ଛାମୁରେ କହନ୍ତି ତାର ସୁରେଶ୍ୱର ପ୍ରୋହିତ ଆଚାର୍ଯ୍ୟେ

ବାବୁ ବହୁତ ତିଆରିଲୁଂ ବୀରବର ମହାରାଜେ ।୧୭୦।

ଅନେକ ପ୍ରତଗ୍ୟାଂ କଲାକ ସେ ମହାଦୁଷ୍ଟ ରାୟେ

ବୋଇଲା ପ୍ରସନ୍ନେ ହିଙ୍ଗୁଳା ଯାହାକଇଂ ବରଦାୟେ ।୧୭୧।

ଦେଖ ହୋ ଦୃଭାର ବଳ ପ୍ରତଗ୍ୟାଂ ମହାବୀରା

ସାଂଗ୍ରାମେ ସଜ ହୋଇ ଆସଇ ଦୁଷ୍ଟ ଯେ ପାମରା ।୧୭୨।

ବୋଲଇ ନିହାଇ ନ ଜାଣନ୍ତି ସେ ସୁରବର ପ୍ରତଗ୍ୟାଂ

ମନ୍ଦବାକ୍ୟେ ଦୁଷ୍ଟେ କଲେକ ଅନେକ ଅବଗ୍ୟାଂ ।୧୭୩।

ସମର ନିମନ୍ତେ ସେ ଆସନ୍ତି ଦଣ୍ଡ ଚଢି

ପୁରୋହିତଂକର କହନ୍ତେ ଆସି ସନ୍ୟ ଉଭାରି ।୧୭୪।

ରେ ରେ କାର ଶବଦ ବାବନ୍ତି ସିଂଘନାଦ

ଶୂନ୍ୟ ଭୁବନ କମ୍ପିଲା ମହାଘୋର ଶବଦ ।୧୭୫।

ଦୁସହ ସନ୍ୟବଳ ଆସୁଛନ୍ତି ପଛକତି ଉଠି

ରଥେଣ ପାଣ୍ଡବ କିରୀଟି କଲେକ ତାହାନ୍ତ ଦୃଷ୍ଟି ।୧୭୬।

ସଇନି ମହାର୍ଣ୍ଣବ ଦେଖିଣ ବାସବର ବଳା

ଆଜ ସେ ରୁଧିର ମାୟେଂ ସେ ପ୍ରସନ୍ନ କରିବି ମାତାଙ୍ଗ ହିଙ୍ଗୁଳା ।୧୭୭।

ମାର ମାର ବୋଲିଣ ବୋଇଲେ ଅରଜୁନ

ଶୁଣିକରି ଧାଇଂଲେ ଯା ପାଣ୍ଡବ ସଇନ ।୧୭୮।

ଥାଠେ ସେନାପତି ଅଟନ୍ତି ଜୟେ ଯେ ବିଜୟେ

ଗଦାବର ବୁଲାବନ୍ତି ବିକ୍ରମ ସିଂଘ ପ୍ରାୟେ ।୧୭୯।

ବିଶେଷେ ଅନଳ ସେ ପାଣ୍ଡବ ସଇନି

ତିହିଂକି ପବନ ଜାଣି ପାଣ୍ଡବ ଫାଲଗୁନି ।୧୮୦।

ପବନ ବହନ୍ତେ ଯେହ୍ନେ ଉଠଇ ଅନଳ

ଦୁଜଦ୍ୱାରେ ଓଗାଳିଲେ ପାଣ୍ଡବର ବଳ ।୧୮୧।

ତମ୍ୱାର କବାଟ ଯେ କଣୟ ରସାଣି

ଆଦିତ୍ୟ ଉଦୟ ପ୍ରାୟେ ଝଲକନ୍ତି ରତ୍ନମଣି ।୧୮୨।

ଜୟେ ବିଜୟେ ବେନିବୀରେ ଗଦା କଲେକ ପ୍ରହାର

ଭାଙ୍ଗିଣ କବାଟ ଯେ ହୋଇଲା ଶତେ ଚୂର ।୧୮୩।

ପୁଣ ପୁଣ ପ୍ରହାର ସେ କଲେକ ଗଳଗାଜି

ଜଗତୀ ଅଟାଳୀ ଆଦି ସର୍ବ ପକାଇଲେ ଭାଞ୍ଜି ।୧୮୪।

ବୀରବର ସଇନି ଉଠିଲେ ତିଜ ଗଡ଼ଦ୍ୱାର ପାଚେରୀ

ବିନ୍ଧନ୍ତି ନାରାଜ ଯେ ଅବିଚ୍ଛନ୍ନେ ଦୃଷ୍ଟିକରି ।୧୮୫।

ଅର୍ଜୁନର ସଇନିଂକି ବିନ୍ଧିଲେ ନାରାଜ ତୀକ୍ଷମୁନା

ନିକିଳି ନାରାଜ ଯେ ଫୁଟିଲେ ବଜ୍ରସେହ୍ନା ।୧୮୬।

ମାତଳିକି ବୋଇଲେ ସେ ସୁଭଦ୍ରାର ନାହା

ତିଜଗଡ଼ ପାଚେରୀକି ରଥ ମୋର ବାହା ।୧୮୭।

ଆଗ୍ୟାଂ ପ୍ରାମାଣେ ତହୁଂ ମାତଳି ସାରଥି

ଉଡ଼ାନ୍ତି ବାରାସ ଯେ ପବନୁଂ ବେଗଗତି ।୧୮୮।

ତିଜ ଗଡ଼ ଦ୍ୱାରକୁ ରଥ ସାରଥି ଆଗକରି

ଦେବଦତ୍ତ ଶଙ୍ଖ ପାଥ ଘନ ଘନ ଫୁରି ।୧୮୯।

ଶଙ୍ଖଧୁନି ଶବଦ ଯେ ଉଲୁକାପାତ ଜାଣି

କ୍ଷତ୍ରୀଂକର ହୃଦୟ କମ୍ପଇ ତାହା ଶୁଣି ।୧୯୦।

ଅଦଭୁତେ ଶହସ୍ତ ଝଡ଼ି ପଡ଼ୁଛି ନିଜ ହାଥୁଂ

ବିଶହାଥ ହୋଇଣ ସଇନି ପଳାନ୍ତି କାକୁସ୍ଥୁଂ ।୧୯୧।

ମା ଗୋ ହିଙ୍ଗୁଳା ରଖ ରଖ ଦିଅନ୍ତି ଘୋର ଡ଼ାକ

ତୋହୋର ଥାଆନ୍ତେ କାତ୍ୟାୟନୀ ଗୋ ହୋଇଲୁ ନିରେଖ ।୧୯୨।

କରେ ଧନୁ ଧରିଣ କରନ୍ତି ଶରବୃଷ୍ଟି

ଅର୍ଜୁନର ନାରାଜେ ଶିର କମଳ ତୁଟି ।୧୯୩।

ଜଗତୀ ଛାଡ଼ିକରି ପଳାଇଲେ ସର୍ବବୀରେ

ଉଠିଲେ ଧାଇଂଯାଇ ଭିତର ଜଗତୀ ଉପରେ ।୧୯୪।

ଆକ୍ରେଷି ଶର ପୂରୋଇ ବିନ୍ଧନ୍ତି ସକଳ ସଇନି

ଆଦିତ୍ୟ ଉହାଡ଼ ହୋଇଲେ ଗଗନେ ବାଣଜାଳା ଘେନି ।୧୯୫।

ନିର୍ଘାତ ବଜ୍ରବାଣ ଯେ ଅଗ୍ନିମୁନା ଶର

ଆପଣେ କୋଦଣ୍ଡ ଘେନି ବିନ୍ଧଇ ବୀରବର ।୧୯୬।

ଝଲକନ୍ତି ରୁଧିର ଝର ଝର ଅବିଚ୍ଛନ୍ନେ ବହନ୍ତି

ଜୁଳୁଜୁଳା ପୋକ ଜାଣି ବିସରନ୍ତି ଚଉକତି ।୧୯୭।

ପାଚେରୀ ଉପରେ ଥାଇ କମଳ ଶିରାନ୍ତ ଉହାଡ଼ ଦେଇ

ବାସବିର ସଇନିକି ବିନ୍ଧିଲେ ବେଗେ ଯାଇ ।୧୯୮।

ଅର୍ଜୁନ ନାରାଜ ଯେ ବିନ୍ଧିଲେ ବେଗେ ଆଗ ବଢି

କନ୍ଧୁଂଣ ଛିଡ଼ିଣ ମୁଣ୍ଡମାନ ପଡ଼ୁଛନ୍ତି ଝଡ଼ି ।୧୯୯।

କାହାର ଭୁଜ ଛିଡ଼ିଲା କାହାର ଫୁଟିଲା ବକ୍ଷସ୍ଥଳ

ରୁଧିରେ ବିଲେପନ ଯେ ହୋଇଲେ ସର୍ବବଳ ।୨୦୦।

ତିଜ ଗଡ଼ ଦ୍ୱାରେ ସମର ହୋଇଲା ଅପ୍ରମିତା

ନବଲକ୍ଷ ମୁକୁଟ ବନ୍ଧା ପଡ଼ିଲେ ପାଦାନ୍ତି ଅଗଣିତା ।୨୦୧।

ଚକ୍ରବାତ ବିଘାତେ ଯେହ୍ନେ କଦଳୀ ବନ ପଡ଼ି

ୟେକଇଂ ଉପରେଣ ଆରେକ ପଡ଼ନ୍ତି ମୁହଂ ମାଡ଼ି ।୨୦୨।

ରୁଧିରେ କର୍ଦ୍ଦନ ଯେ ହୋଇଲା ବସୁନ୍ଧରା

ଲୁଳନ୍ତି ମାଣିମାଣିକ୍ୟ ମୁକୁଟ ଚଉସରା ।୨୦୩।

ଜଗତୀରେ ଥାଇଂ ଡାକଇ କ୍ଷତ୍ରିୟ ମହାବଳା

ସୁଖେଣ ବଳି ଭକ୍ଷଣ କରସି ଗୋ ପ୍ରସନ୍ନେ ହିଙ୍ଗୁଳା ।୨୦୪।

ବଜ୍ର ବିଘାତ ପ୍ରାୟେ ଅର୍ଜୁନର ଶର ପଡ଼ି

ପଡ଼ନ୍ତେ ସଇନି ନିପାତେ ବଜ୍ର ସେହ୍ନା ଛିଡ଼ି ।୨୦୫।

ତୃତୀୟ ଗଡ଼ ଦ୍ୱାର ପଳାଇଲେ ସର୍ବେ ଛାଡ଼ି ।୨୦୬।

ସିଂଘରଡ଼ି ଶବଦେ ଯେ ପଳାଇଲେ ସଇନି

ଗଡ଼ ଦ୍ୱାର ଭାଙ୍ଗି ଯେ ତିଜଗଡ଼ ଘେନି ।୨୦୭।

ଅର୍ଜୁନ ବିଜେକଲେ ତିଜପୁର ଜଗତୀ

ଭଗବଳ ଘେନି ପଳାଇଲା ବୀରବର ଚକ୍ରବ୍ରତୀ ।୨୦୮।

ମନୁଷ୍ୟ ଶରୀର ଧରି ବିଜୟେ ହିଙ୍ଗୁଳେ

ବୀରବର ପ୍ରଣପତ୍ୟ ହୋଇଲା ସେ ମହାଦେବୀଂକର
ପାଦତଳେ ।୨୦୯।

ଶତେ ସହସ୍ର ଦଣ୍ଡ ପ୍ରଲମ୍ୱ ହୋଇ ହିଙ୍ଗୁଳା ପାଦେ ବନ୍ଦି

ଦୁଖୀଜନ ଚିନ୍ତା ଛାଡ଼ିଲୁ କି ଗୋ ବୋଲି କ୍ରୋଧଭରେ ରାୟେ
କାନ୍ଦି ।୨୧୦।

ତବ ଚରଣେ ମୋହୋର ପଞ୍ଚଭୂତ, ଗୋ ପ୍ରସନ୍ନେ ହିଙ୍ଗୁଳେ

ମାଗୋ ତୁହି ସେ ଗଡ଼ ମୋର ରକ୍ଷାକରୁ ସର୍ବକାଳେ ।୨୧୧।

ତୋହୋର ପ୍ରସନ୍ନେ କେହି ଜିଣନ୍ତା ନାହିଂ ୟେ ରାଷ୍ଟ

ଅଦଭୁତେ କେଉଂଣ ଦେଶୁ ଆସି ପ୍ରବେଶ ହୋଇଲା ପରଥାଠ ।୨୧୨।

ରଥ ଗଜ ଅଶ୍ୱ ନାହିଂ ବହୁତ ପାଦାନ୍ତି

ଶ୍ରୀକାଳ ପ୍ରାକ୍ରମେ କାହିଂ ସିଂଘର ବଳ ମଛି ।୨୧୩।

ମୁହିଂ ଅବା ମାତା ଗୋ ତୋତେ ହୋଇଲି ଦୋଷକାରୀ

କେଉଂଣ ଅଭଗତେ ମାତା ଗୋ ତୋତେ ହୋଇଲି ଦ୍ରୋହକାରୀ ।୨୧୪।

ଅଜୟେ ଗଡ଼ ଜୟେ ହୋଇଲା କାହାର ବୋଲେ

ବଳୀବେଣୁ ମାନଧାତା ଜାନୁଘଣ୍ଟ ପ୍ରଶୁରାମ ପୁରରବାୟେ ଛଡ଼
ଚକ୍ରବ୍ରତୀ ଥିଲେ ।୨୧୫।

ୟେ ଅଜୟ ଗଡ଼ କେହି ଜୟେ କରି ନୁଆରିଲେ ।୨୧୬।

ମୁହିଂ ପାମର ଦୁଷ୍ଟ ମାତ୍ରକ ଗୋ ନ କଲି ତୋତେ ସେବା

ଅଭଗତ ଦେଖି ମାତ ମୋତେ କୋପକଲୁ ଅବା ।୨୧୭।

କି ଅବା ଗହଳ ତୋତେ ହୋଇଲା ମୋହୋର ବନ୍ଧୁବର୍ଗ

ସେ ନିମନ୍ତେ ଗୋସାମଣି କଲୁ କି ମୋତେ ବଇରାଗ ।୨୧୮।

କିବା ଖେଳ କଉତୁକ ଘର ତୋର ମହୀଆଳୀ

କୁତୂହୋଳେ ଉଲୁକାପାତ ଗୋ ରୁଧିରେ କରି କେଳି ।୨୧୯।

ବନ୍ଧୁବର୍ଗ କୁଟୁମ୍ୱ ଗୋ ମୋର ସମସ୍ତେ ଗଲେ ନାଶ

ନିସତେ ପଳାଇଲି ସମରୁଂ ୟେବେ ମୁଂ କରିବଇଂ କିସ ।୨୨୦।

କେବଣ ଭୁବନେ ମାଗୋ ମୁଂ ବଞ୍ଚିବଇଂ ଯାଇଂ

ତୋର ଥାନ୍ତେ ନିରେଖ ହୋଇଲି ୟେବେ ବ୍ରତିବାକୁ ଠାବ ନାହି ।୨୨୧।

ଦନ୍ତେ ତିରଣ ଘେନି ରାଜା ରୁବଇ ନିରନ୍ତରେ

ମହାଯୋଦ୍ଧା ପ୍ରଣପାତ୍ୟ କଲା ହିଙ୍ଗୁଳାର ପାଦତଳେ ।୨୨୨।

ଦଶନହ ମୁଖେ ଭରି ଦନ୍ତେ ତିରଣ ଘେନି

ମାଗୋ ହିଙ୍ଗୁଳା ତ୍ରାହି ତ୍ରାହି ବୋଲି ଶୁଭିଲା ମୁଖଧୁନି ।୨୨୩।

ପୁରଜନମାନେ ଯହୁଂ ରୋଦନ୍ତି ବିକଳେ

ରାଜାକୁ ପ୍ରତି ଆଦେଶ ଦିଲେକ ହିଙ୍ଗୁଳେ ।୨୨୪।

ବିଜୟ କଲେ କାତ୍ୟାୟନୀ ସେ ପରମ ମାହେଶ୍ୱରୀ

ପାଷାଣୁଂ ବାହାର ହୋଇଲେ ତେଜକୁ ବିସ୍ତାରି ।୨୨୫।

ହିଙ୍ଗୁଳା ବୋଇଲେ ତୁ କିଂପାଇଂ କରୁ କ୍ରୋଧ

ଆଗହୁଂ ନ ପୁଚ୍ଛିଲୁ ୟେବେ ପଡ଼ିଲା ବିରୋଧ ।୨୨୬।

ନିଚିନ୍ତ ହୋଇ ୟେବେ ଆସି ମୋହୋର ଆଳେ

ମୁଂ ଯାଇ ସମାଧାନ କରାଇବି ତୋହୋର ବିକଳେ ।୨୨୭।

ୟେତେକ ବୋଲିଣ ସେ ଜଗତଜନ ମାୟେ

ଖେଚରୀ ବିମାନେ ବସି କଲେକ ବିଜୟେ ।୨୨୮।

ଶ୍ରୀହାଥରେ ଅମଳାନ ପୁଷ୍ୟମାଳା ଗୋଟିୟେକ ଘେନି

ଜଗତୀ ଉପରେ ଯାଇଂ ବିଜୟେ କଲେକ କାନ୍ତାନୀ ।୨୨୯।

ନିର୍ଧୂମ ଅଗ୍ନି ଜାଣି ତେଜ ଯେ ବିକାଶି

ମହା ଅନଳ ସରୂପେ ସେ ବିଜୟେ ପୂର୍ଣ୍ଣମାସୀ ।୨୩୦।

ରଙ୍ଗବତ୍ସ୍ର ପରିହରଣ ଲୋହିତ ବର୍ଣ୍ଣ କାୟେ

ଆସ୍ତାନରେ ଥାଇ ତାହା ଦେଖନ୍ତି ଧନୁର୍ଜୟେ ।୨୩୧।

ବାସବର ନନ୍ଦନ କହଇ ରସବାଣୀ

କେଉଂଣ ଦେଶରୁ ଗୋ ବିଜୟେ ମହାତ୍ମାଣୀ ।୨୩୨।

ମାନିନୀ ମାନବତୀ ଗୋ ଲୋହିତ ବର୍ଣ୍ଣ ମୃର୍ତ୍ତି

ବିପୁଳ ପୁଲକ ଋଚିର ମା ଗୋ ଅଭୟେ ବରଦାତ୍ରୀ ।୨୩୩।

ଡାଳିମ୍ୱ ପୁଷ୍ୟ ଜାଣି ବିକାଶଇ ତୋର କାୟେ

ସରୂପ ଦିଶୁଅଛି ମଧ୍ୟଭୁବନ ଲୋକ ପ୍ରାୟେ ।୨୩୪।

ଅର୍ଜୁନର ବଚନେ ଯେ ଦେବୀ କହଇ ସମ୍ଭାଷୀ

ତୁ ରେ ଅର୍ଜୁନ ଉତ୍ତର ଦିଗେ ବିଜୟେ କଲୁ ଆସି ।୨୩୫।

ଅନେକ ରାଜ୍ୟ ସାଧି ୟେ ଭୁବନ ଉତ୍ତରେ

ୟେଡ଼େ ଉପଦ୍ରବ ନ କଲୁ କେହୁଣସି ପୁରେ ।୨୩୬।

ମୁହିଂ ୟେଥେ ବିଜୟେ କରିଅଛି ପ୍ରଳୟ ଅନ୍ତକାଳେ

ଅଭୟେ ମାହେଶ୍ୱରୀ ଆମ୍ଭର ନାମଟି ହିଙ୍ଗୁଳେ ।୨୩୭।

ଖଡ଼ଗ ବଂଶୀ ରାଜାୟେ ମୋତେ ଜନ୍ମେ ଜନ୍ମେ ଖଟି

ମୋହୋରେ ସଞ୍ଚିଲା ୟେ ରଣସ୍ତମ୍ଭ ଗଡ଼ ଗୋଟି ।୨୩୮।

ବନ୍ଧୁ କୁଟୁମ୍ୱ ଘେନି ମୋତେ ସେହି ସେ କରେ ସେବା

ଅଗ୍ୟାନେ ବୀରବର ରାଜା ତୋତେ ଦୋଷ କଲା ଅବା ।୨୩୯।

ୟେହାର ସଇନି ନାଶ କଲୁ କିଂପେ ଅନମିତେ

ରକ୍ଷା ନ କରିବୁ କି ପାଥ ମୋହୋର ଦେଖନ୍ତେ ।୨୪୦।

ତୁ ଯେ ଗଣ୍ଡାଗୋଟି ଅମ୍ଭର ମାଇଲୁ ବାଳକାଳେ

ସଦାନନ୍ଦ ସ୍ୱାମୀ ଶୋଇଥିଲେ ବିରୁପାକ୍ଷ ବଟ ତଳେ ।୨୪୧।

ଗଣ୍ଡାର ନିଧନେ ସ୍ୱାମୀ ହୋଇଲେ ବଇରାଗୀ

ତୋହୋର ତୁଲେଣ ସମର ଇଚ୍ଛିଲେ ପରମ ଯୋଗୀ ।୨୪୨।

ସଦାଶିବ କଣ୍ଠେ ଯେ ଲଗାଇଲୁ ଗାଣ୍ଡିମ ଧନୁ

ଅନ୍ତରୀକ୍ଷେ ବୁଲାନ୍ତେ ତୋତେ ପ୍ରସନ୍ନ ହେଲେ ପଞ୍ଚମନୁ ।୨୪୩।

ବିରୂପ ଯୁଦ୍ଧ ଦେଖି ତୋତେ ସଦାନନ୍ଦ ବର ଯାଚି

ମୁହିଂଟି ଭେଦ ତୋତେ କହିଲି ସର୍ବସାଚୀ ।୨୪୪।

ଈଶ୍ୱରକଇଂ ମାଗିଲୁ ଯେ ପଶୁପତ୍ର ବାଣ

ମୋତେ ମାଗିଲୁ ନେଇ ମୁଂ ଦେଲଇଂ ଅକ୍ଷୟେ ବେନି ତ୍ରୋଣ ।୨୪୫।

ସଦାନନ୍ଦର ବଚନେ ମୁଂ ହୋଇଲାଇଂ ବଇରାଗୀ

କୋଟିୟେ ଈଶ୍ୱର ସମ ନୋହିବେ ବାସବି ।୨୪୬।

ଯାହାକଇଂ ସାଂଗ୍ରାମେ ସମ ନୋହନ୍ତି ତ୍ରିଲୋଚନେ

ୟେ ଇହଲୋକେ ରାଜା କେ ତୋତେ ହୋଇବ ସମାନେ ।୨୪୭।

ଜଗୁଜିତା ପୁରୁଷ ହୋଇ କିଂକେ ୟେଡ଼େ ବଇରାଗୀ

କିଞ୍ଚିତ ଦୋଷେ କିଂପା ରାଜାମାନନ୍ତ ଦର୍ପ ଭାଞ୍ଜି ।୨୪୮।

ହିଙ୍ଗୁଳାଂକର ବଚନେ ସେ ବିଚିତ୍ରବୀର୍ଯ୍ୟ ନାତି

ଦେବୀଂକର ପଦ୍ମପାଦେ ପ୍ରଣପତ୍ୟ ତତକ୍ଷଣାତି ।୨୪୯।

ଅର୍ଜୁନକୁ କୋଳକରି ଧଇଲେ ମାହେଶ୍ୱରୀ

ଖେଚରୀ ବିମାନେ ନେଇ ବସାଇଲେ ବାସେବିର ଭୁଜ ଧରି ।୨୫୦।

ବିଜୟେ କାତ୍ୟାୟନୀ ଆପଣା ଭୁବନକୁ

ଅର୍ଜୁନକୁ ଘେନିଗଲେ ଦେବୀ ତ୍ରିପୁରାନ୍ତକ ପର୍ବତକୁ ।୨୫୧।

ଅର୍ଜୁନକୁ ଘେନି ଦେବୀ ବିଜୟେ ଆସ୍ତାନେ

ଶତ ସହସ୍ର ଦଣ୍ଡ ପ୍ରଣପତ୍ୟ ହୋଇଲେ ସମସ୍ତ ଜନମାନେ ।୨୫୨।

ଶ୍ରୀହାଥେ ଅର୍ଘ୍ୟ ଘେନିଣ ବୀରବର ଚକ୍ରବ୍ରତୀ

ଅର୍ଜୁନର ପାଦତଳେ ଶତେ ସହସ୍ର ଦଣ୍ଡ ପଣମିତି ।୨୫୩।

ହିଙ୍ଗୁଳା ବୋଇଲେ ବାବୁ ଶୁଣସି ଧନୁର୍ଜୟେ

ଦଣ୍ଡ ମରାଇଣ ରାଜା ହୋଉଛି ବିନୟେ ।୨୫୪।

ୟେହାକଇଂ ପ୍ରସନ୍ନ ତୁ ହୁଅସି ଫାଲଗୁନି

ୟେ ମୋହୋର ପୁତ୍ର ତୋତେ ହୋଉଛି ଭଗତି ମାନୀ ।୨୫୫।

ତୋହୋର ପ୍ରସନ୍ନେଣ ୟେ ପାଇବ କାରଣ

ସମସ୍ତ କୁଟୁମ୍ୱ ଘେନି ତୋହୋରେ ପଶିଲା ଶରଣ ।୨୫୬।

ହିଙ୍ଗୁଳାର ବଚନେ ସେ ପ୍ରଣପତ୍ୟ କିରୀଟୀ

ମାଗୋ ତ୍ରଇଲୋକେ ବିକାଶଇ ୟେ ତୋହୋର ନାମଗୋଟି ।୨୫୭।

ତୁ ଗୋ ପରମ ଯୋଗେଶ୍ୱରୀ ସରୂପେ ଲୋହିତାକ୍ଷୀ

ଅଭୟପୁର ମଣ୍ଡଳୀ ସରୂପ ପିଙ୍ଗଳାକ୍ଷୀ ।୨୫୮।

ମାଗୋ ବିକାଶଇ ଅନଳ ରୁଚିର ଲୋହିତ ଶ୍ୱେତବର୍ଣ୍ଣା

କୋଟିକଳ୍ପ ବାସିନୀ ଗୋ ଭବାନୀ ଅପର୍ଣ୍ଣା ।୨୫୯।

ମା ଗୋ ହିଙ୍ଗୁଳା ବୋଲି ଶବଦେଣ ଯାହା ଭାଷି

ସଞ୍ଚିତ ଯୋଗଲୟେ ବହନି ତେଜରାଶି ।୨୬୦।

ପ୍ରାଣତେଜ ବଇଶ୍ୟାନର କାଳାନଳ ପିଙ୍ଗଳ ଜାଳା

ଜାତ ଅନଳ ମାଗୋ ପଞ୍ଚୁଅଗ୍ନି ତୋହୋର ମେଖଳା ।୨୬୧।

ଶରୀରୁଂ ସମ୍ଭୁତ ମାଗୋ ତୋହୋର ବହତି

ତୁ ଯେ ଅନ୍ତ କରାଉ ସର୍ବ ଦେବ ମୂରତି ।୨୬୨।

ଜାତ କାଳେଣ ମାତା ରେତ କାଳେଣ ଭାରିଯା

ଅନ୍ତକାଳେ କାଳିକା ସେ କାଳେ ହିଙ୍ଗୁଳା ପ୍ରାଣତେଜ୍ୟା ।୨୬୩।

ଅଭୟ ବ୍ରହ୍ମ କାଳକଇଂ ତୋହୋର ତଜ ଉଗ୍ରତାରା

ଚାଚିକା ରୂପ ଧରି ନାଶକରୁ ମହୀଭରା ।୨୬୪।

ଆଦି ଅନ୍ତ ମଧ୍ୟେ ମାଗୋ ଅବସାନ ତୁହି

ଜାତ ଅନ୍ତ କରନ୍ତା ତୁ ତୋତହୁଂ ଆନ କେହି ନାହିଂ ।୨୬୫।

ତପନୀ ତାପନୀ ଗୋ ଦହନୀ ଶୋଷଣୀ ଭବାନୀ

ତବ ପାଦପଦ୍ମେ ଲୟେଣ ଭାବନ୍ତି ସିଦ୍ଧମୁନି ।୨୬୬।

ଯୁଗାନ୍ତକ ପ୍ରଳୟାନ୍ତକ ମହା ଭଇରୋବୀ

ମାହେଶ୍ୱରୀ ପଦକୁ ତୋହୋର ହିଙ୍ଗୁଳା ନାମ ଭାବି ।୨୬୭।

ପରମ ବଇଶ୍ଣବୀ ମାଗୋ ତୁ ସାଧନୀ ସିଦ୍ଧମୁଦ୍ରା

ଅଷ୍ଟାଙ୍ଗ ଲୟେ ଗୋ ହୃଦୟେ ଯୋଗରୁଦ୍ରା ।୨୬୮।

ଭଗତ ଜନ ମତ୍ସଳୀ ଗୋ ସୟଳ ଜନ ଚିନ୍ତା

ଦୁଖୀଜନ ଉଦ୍ଧାରିଣୀ ଗୋ ଭଗତ ଜନ ପାଳନ୍ତା ।୨୬୯।

ଦୁଷ୍କୃତ ଖଣ୍ଡଣୀ ଗୋ ଦୁର୍ଗତି ଦୁଖ ମେଣ୍ଟି

ୟେ ଭୁବି ଭୁବନରେ ତୋହୋର ହିଙ୍ଗୁଳା ନାମ ଗୋଟି ।୨୭୦।

ମାଗୋ ଅଗତିକି ଗତି ତୁ ଅକାରଣକଇଂ କାରେଣୀ

ଋଦ୍ଧି ସିଦ୍ଧି ବୁଦ୍ଧି ଗୋ ପ୍ରସନ୍ନେ ଦେଉ ଗୋସାମଣି ।୨୭୧।

ସଦାନନ୍ଦ ହୃଦଗତେ ତୋହୋର ପାଦୁକା

ଡାକିଣୀ ଶବଦ ମାଗୋ ତୋହୋର ଶୁଭଇ ୟେକା ।୨୭୨।

ଡାକୀ ଡମ୍ୱରୁ ଗୋ ଘୋର ଗହନ ବାଦ୍ୟେ

ଡିବି ଡିବି ଡାକେଣୀ କିଳିକିଳା ଶବଦେ ।୨୭୩।

ମାଗୋ ଯାବତ ଚନ୍ଦ୍ର ଦିବାକର ପ୍ରଳୟ ଯୁଗପତି

ସ୍ୱହା ସ୍ୱଧା ତୋହୋର ଗୋ ପାଦୁକା ରୂପ ଶାନ୍ତି ।୨୭୪।

ଆକାଶହିଂ ତୁହି ମଧ୍ୟ ଭୁବନହିଂ ତୁହି ପାତାଳହିଂ ତୁହି

ପୃଥୀ ତୁହି ଆପ ତୁହି ତେଜହିଂ ତୁହି ମହାମାଈ ।୨୭୫।

ମାଗୋ ଅଦୃଶକଇଂ ଦୃଶ ତୁ ତୋହୋର ନାହିଂ ଚିହ୍ନ ବର୍ଣ୍ଣା

ଶତକୋଟି ଅବତାର ରୁଦ୍ରର ତୁ ଅଭୟେ ଅପର୍ଣ୍ଣା ।୨୭୬।

ଭଗତ ଜନ ମତ୍ସଳା ସର୍ବ ପାପ ବିମୋଚନା

ଅନାସ୍ତ ଲୋକକୁ ମାଗୋ ତୁହି ସେ ବଜ୍ରସେହ୍ନା ।୨୭୭।

ମା ଗୋ ରୁଦ୍ରର ଅବସାନେ ତୁ ପରମ ବ୍ରହ୍ମ ସାଧି

ଅବସାନ କାଳେ ହେ ତୋତେ ପ୍ରସରଇ ଦିବ୍ୟ ବୁଦ୍ଧି ।୨୭୮।

ମା ଗୋ ଅଷ୍ଟୋତ୍ତର ଶତେ ବରଷ ଆଇଷ୍ୟ ମଣିଷକୁ

ୟେକ ଦିବସେକ ହୁଅଇ ସନକ ଲୋକୁ ।୨୭୯।

ୟେହି ଦିବସେ ତୋହୋକୁ ଆଷ୍ୟ ଅଷ୍ଟୋତ୍ତର ଶତେ ବରଷ

ୟେତେକ ପୂରିଲେ ୟେ ହୋଅନ୍ତି ପୁଣି ନାଶ ।୨୮୦।

ୟେହାଂକର ନିଧନେ ଦିବସେ ହୋୟେ ବିଶ୍ୱଦେବାଂକୁ

ୟେହି ଦିବସେ ଅଷ୍ଟୋତ୍ତର ଶତ ବରଷ ହୋୟେ ୟେହାଂକୁ ।୨୮୧।

ଅଷ୍ଟଉତ୍ତର ଶତ ବରଷ ପୂରିଲେ ବିଶ୍ୱଦେବାୟେ ହୋଅନ୍ତି ଅବସାନ

ବିଦ୍ୟାଧର ପୁରୁଷଂକୁ ହୋଇ ୟେକଦିନ ।୨୮୨।

ୟେହି ଦିନେ ଅଷ୍ଟଉତ୍ତର ଶତ ବରଷେ ନାଶଯାନ୍ତି ବିଦ୍ୟାଧର ପୁରୁଷେ

ୟେହାଂକର ନିଧନେ ଗ୍ରହମାନଂକୁ ହୁଅଇ ଦିବସେ ।୨୮୩।

ୟେହି ଦିବସେ ୟେହାଂକର ଆଷ୍ୟ ଅଷ୍ଟଉାତ୍ତର ଶତ ବରଷେ

ତେତେକ ପୂରନ୍ତେ ସେ ହୁଅନ୍ତି ଅବଶେଷେ ।୨୮୪।

ୟେତେକ ପୂରିଲେ ୟେହୁ ହୁଅନ୍ତି ନିଧନ

ୟେହାଂକର ନିଧନେ ଚନ୍ଦ୍ର ଦେବାତାକଇଂ ହୋଇ ୟେକଦିନ ।୨୮୫।

ୟେହି ଆଷ୍ୟ ବଞ୍ଚାଇଲା ରୋହିଣୀ ପ୍ରାଣଗୁରୁ

ୟେ ଅମାବଇ ଦିନରେ ଚନ୍ଦ୍ର ନଷ୍ଟ ହୋଇ ପୁଣି କଳା ଯେ ସଞ୍ଚରୁ ।୨୮୬।

ତତ୍ର ଦୋଷ ଖଣ୍ଡି ପୁଣ କରାଉ ଉଦୟେ

ନହ ରେହ ପ୍ରାୟେକ ପୁଣିହିଂ ବିକାଶଇ ତାର କାୟେ ।୨୮୭।

ମାଗୋ ଚନ୍ଦ୍ର ନିଧନ କଲେ ୟେହାକଇଂ ଚନ୍ଦ୍ରେକ ବୋଲି

ମୁକୁହିଂ ଅଗୋଚର ମାଗୋ ବ୍ୟାସଂକ ମୁଖରୁ ଶୁଣିଲି ।୨୮୮।

ଚନ୍ଦ୍ରଂକ ଅଷ୍ଟଉତ୍ତର ଶତେ ବରଷେ ପିତାମହଂକୁ ହୋଅଇ ୟେକଦିନ

ୟେ ଦିନେହିଂ ଅଷ୍ଟଉାତ୍ତର ଶତ ବରଷ ପୂରିଲେ ପିତାମହ ହୁଅନ୍ତି ନିଧନ ।୨୮୯।

ଧାତାର ଅଷ୍ଟଉାତ୍ତର ଶତ ବରଷ ପୂରିଲେ ବିଷ୍ଣୁଂକୁ ଦିବସେ

ୟେ ଲୟେ ଅନ୍ତର ହୋଇ ଅଷ୍ଟ ଉତ୍ତର ଶତ ବରଷେ ।୨୯୦।

ବିଷ୍ଣୁର ଅଷ୍ଟ ଉତ୍ତର ଶତେକ ବରଷେ ଦିନେକ ରୁଦ୍ର ଦେବତାଂକୁ

ୟେହିଦିନେ ଅଷ୍ଟ ଉତ୍ତର ଶତେ ବରଷେ ଆୟୁଷ ତାହାଂକୁ ।୨୯୧।

ମାଗୋ ରୁଦ୍ରହିଂ ଅବସାନ ହୁଅଇ ୟେତେ କାଳକଇଂ

ମାଗୋ ରୁଦ୍ରହିଂ ଅଭ୍ୟାଗତ କାଳ ପୁଣ ହୋଇ ।୨୯୨।

ମାଗୋ ରୁଦ୍ରହିଂ ପ୍ରାଣତ୍ୟାଜ ହ୍ୱନ୍ତି ଅଭ୍ୟାଗତ କାଳେ

ତୁ ତାହାର ଶାଖାଗୋଟି ଧରିଥାଉ କୋଳେ ।୨୯୩।

ଯେତେକାଳ ପରିଯନ୍ତେ ଆଷ୍ୟ ପାଅଇ ଧୂର୍ଜଟି

ତେତେକାଳ କୋଳେ ଧରିଥାଉ ତାର ମୃତୁପିଣ୍ଡଗୋଟି ।୨୯୪।

ମାତା ଆପଣାର ତହୁଂ ଆଷ୍ୟ କାଢିଣ ତୁ ଦେଉ

ତୋହୋର ପ୍ରାଣ ଦୁଇଭାଗ କରିଣ ରୁଦ୍ର ଦେବତାକଇଂ ଦେଇଣ ଜୀଆଉଂ ।୨୯୫।

ଶୟନ ଉଚ୍ଚାଟନ ମହାମନ୍ତ୍ରେ ବ୍ରତଇ ତ୍ରିପୁରାରି

ତେଣୁ ସେ ନାମ ତୋହୋର ଅଟଇ ଅର୍ଧନାରୀ ।୨୯୬।

ମାଗୋ ଯୁଗାନ୍ତକ କଳପୀ ତୁ ଯୁବା ସର୍ବକାଳେ

ସତର ବରଷ ବୟସ ନୋହୋଇ ତୋହୋର ପ୍ରଳୟ ଅନ୍ତେହେଂ ବାଳୁତ ରୂପେ ଖେଳେ ।୨୯୭।

ମାଗୋ ୟେକ ୟେକ ଲୟେକେ ୟେକ ମୁହୂର୍ତ୍ତେକ ବୋଲି

ଷାଠିୟେ ମୁହୂର୍ତ୍ତେ ଯେ ନିଶ୍ୱାସେ କହିଲି ।୨୯୮।

ମାଗୋ ଷାଠିୟେ ନିଶ୍ୱାସକେ ଲିତାୟେ କହିଲି

ଷାଠିୟେ ଲିତାୟେ ଯେ ଦଣ୍ଡେକ କହିଲି ।୨୯୯।

ବିଶାଶତ ଲିତାୟେ ଯେ ଘଢିୟେକ ବୋଲି

ଚାରିଶ ଅଶି ଲିତାୟେ ଯେ ପ୍ରହରେକ ବଞ୍ଚାଇଲି ।୩୦୦।

ନବଶତ ଷାଠିୟେ ଲିତାରେ ଅର୍ଧେକ ହୋଇ ଦିନ

କରତାର ମଧ୍ୟେ ୟେହାକୁ ବୋଲି ଯେ ମଧ୍ୟାହ୍ନ ।୩୦୧।

ମାଗୋ ଚଉଦ ଚାଳିଶ ଲିତାୟେ ଦ୍ୱାଦଶ ଘଡ଼ି ଲେଖା

ଆହାନ୍ନିକ କାଳେ ପୁରୁଷ ନବଶତ ରେଖା ।୩୦୨।

ମାଗୋ ସହସ୍ରେ ନବଶତ କୋଡ଼ିୟେ ଲିପିତେ

ଚଉ ପ୍ରହର ହୋଇଲା ଦିନକର ମେରୁ ଅନ୍ତେ ।୩୦୩।

ଦିବସ ଓହାଡ଼ିଲା ମାତା ଗୋ କାଳ ଯେ ପୁରିଷ

କଳାୟେ ଅନ୍ଧକାର ହୋଇଲା ରୟଣୀ ପ୍ରବେଶ ।୩୦୪।

ମାଗୋ ରାତ୍ରହିଂ ଚଳିବ ନାହିଂ ୟେହି ପରମାଣେ

ତୁ ୟେହା ନ ଜାଣୁ କି ରାତ୍ର ଦିବା ଗଲା କେଣେ ।୩୦୫।

ମାଗୋ ଦିନୁ ଜ୍ୱାଳାୟେ ତୁ ରାତ୍ର ଦିବସେ ହିଙ୍ଗୁଳା

ପ୍ରିୟ ଧବା ମାନିନୀ କୃତାନ୍ତ ସଂଗୀତମାଳା ।୩୦୬।

ମାଗୋ ଧରି ହରି ଉଦ୍ଧାରିଅଛୁ ତୁହି ଜନ୍ମେ ଜନ୍ମେ

ଅବିକାର ଧାତ୍ରୀ ତୁ ଅଟୁ ଯେ ଅପର୍ଣ୍ଣେ ।୩୦୭।

ଦିଗନ୍ତକ ଭୁଜଦଣ୍ଡ ପ୍ରଚଣ୍ଡ ଦୁର୍ଦ୍ଦଣ୍ଡୀ

ଆହାରେ ଉର୍ଦ୍ଧ୍ୱବାତା ଗୋ ବିନାଅର୍ଣ୍ଣେ ତାପ ଖଣ୍ଡି ।୩୦୮।

ଭୁରୁ ଭଙ୍ଗୀ ଭବାନୀ ଭରହରଷେ ରସି

କ୍ରୋଟ ଅନଳ ରୂପ ତୋହୋର ଅପୂର୍ଣ୍ଣା ପଦ୍ମଦାସୀ ।୩୦୯।

ଅନରୂପ ମଳୟା ତୁ ଜାତ ଅନଳ ରୂପୀ

ଦହନୀ ଶୋଷଣୀ ମାତା ଗୋ ମରୁତ ଗଗନ କ୍ଷେପୀ ।୩୧୦।

ନମୋ ହିଙ୍ଗୁଳା କାମାକ୍ଷୀ ହିରଣାକ୍ଷୀ

ଜାତ ଅନ୍ତକାଳକୁ ମାତ ଗୋ ତୁହି ସେ ରକ୍ଷ ଭକ୍ଷି ।୩୧୧।

ବାହାରେଣ ଦହନୀ ମାତ ଗୋ ଗର୍ଭେଣ ସର୍ବ ଭସ୍ମୀ

ନିରଞ୍ଜନୀ ମାତା ଗୋ କଉତୁକ ବ୍ରହ୍ମରାଶି ।୩୧୨।

ମାଗୋ ଆଉର ଜ୍ୟୋତିର ଧନୁର ସୁଷୁମୁନା ଚାରିବେଦ ଚଉମନ୍ତ୍ରେ

ଉଜାଣି ହେଠାଇଲୁ ମାତ ଗୋ ଅଜପା କୂଟଯନ୍‌ତରେ ।୩୧୩।

ନବ ନାଡ଼ି ବାସ୍ତୋରୀ କୋଟିୟେ ପ୍ରାଣର ପୁରୁଷକୁ

ସୁଷୁମୁନା ସାଧନାକୁ ଗୋ ବହନ୍ତି ମନ୍ତ୍ର ତୁକୁ ।୩୧୪।

ବ୍ରହ୍ମ କର୍ମ ସଂସ୍କାର ଅଷ୍ଟଚାଳିଶ ଥାପନେ

ଚାରି ଚଉଂରୀ ଚିଆଂଇଲା ତୋହୋର ମନ୍ତ୍ରପାନେ ।୩୧୫।

ବାଆସ୍ତରୀ ମୁଦ୍ରାକୁ ମାତା ଗୋ ତୁହି ସେ ଆଦିମୂଳ

ପାକଶୁଦ୍ଧି କାଳକୁ ତୁହି ସେ ସର୍ବ ମଙ୍ଗଳ ।୩୧୬।

ହେ ବୁଧଜନମାନେ ହିଙ୍ଗୁଳାର ନାମ ଧରି

ପ୍ରସନ୍ନ ହିଙ୍ଗୁଳା ବୋଲି ପଞ୍ଚୁଭୂତେଣ ସୁମରି ।୩୧୭।

ଆହୋ ବ୍ରହ୍ମ ଅସୁର ଯେ ବେନି ଆତାପି ବାତାପି

ଅନେକ ହତ୍ୟାକରି ସେ ଅଗତି ମହାପାପୀ ।୩୧୮।

ତାହାଂକର ମାୟେଂସ ଭକ୍ଷିଲେ ଅଗସ୍ତି ବ୍ରହ୍ମବେତ୍ତା

ହିଙ୍ଗୁଳାର ପ୍ରସନ୍ନେ ସେ ହୋଇଲା ଭସ୍ମଗତା ।୩୧୯।

ମାହେଶ୍ୱରୀ ପଦକୁ ନରେ ଯାହାର ଅଛି ଆଶ

ବଂଶେ ଦାରିଦ୍ର ନ ଥାଇଟି ସେହି ହିଙ୍ଗୁଳା ନାମ ଘୋଷ ।୩୨୦।

ଶ୍ରୀହିଙ୍ଗୁଳାର ତୁସ୍ତି ଯେ ଧରନ୍ତି ହୃଦଗତେ

ଧନ ସନ୍ତାନ ବର୍ଦ୍ଧୁତ ହୋଇ ହିଙ୍ଗୁଳା ନାମ ଧରନ୍ତେ ।୩୨୧।

ଅଜୀର୍ଣ୍ଣ ଭୋଜନ ଯାର ଜରା ମନ୍ଦବ୍ୟାଧି

ହିଙ୍ଗୁଳା ସ୍ତୁତି ସୁମରନ୍ତେ ସକଳ ପାପ ଛେଦୀ ।୩୨୨।

ଶ୍ରୀହିଙ୍ଗୁଳା ଦେବୀ ଗୋ ପ୍ରସନ୍ନେ ହୋଅ ମୋତେ ନିତ୍ୟେ

ଶୂଦ୍ରମୁନି ସାରୋଳାଦାସ ବୋଇଲେ ବାଞ୍ଚ୍ଥା ସିଦ୍ଧଅର୍ଥେ ।୩୨୩।

ଆହୋ ବଦନ୍ତି କୁମ୍ଭଋଷିର ନନ୍ଦନ ଅଗସ୍ତି

ଯେବଣ ମହାତ୍ମାର ମନ୍ତ୍ରେ ଉତସଲ୍ୟ ସପତଦୀପା ପୃଥୀ ।୩୨୪।

ଭୂତ ଭବିଷ୍ୟ ବର୍ତ୍ତମାନ ମହାତମାକୁ ଦୃଶ୍ୟ

ସେ ବ୍ରହ୍ମଋଷି ପାଦପଦ୍ମେ ମୁଂ ବଢାଇଲି ଆଶ ।୩୨୫।

ଶ୍ରୀ ମହାଭାରଥ ପୁରାଣ କଥିତେ

ତାହା ମୁଂ ଅଭ୍ୟାସ କଲି ମୂଢ ଅମୃତ ରସଗୀତେ ।୩୨୬।

ହିଙ୍ଗୁଳାକୁ ତୁସ୍ତି କଲେକ ଫାଲଗୁନି

ପ୍ରସନ୍ନେ ଅଭୟେ ବର ଦିଲେ ଦେବୀ ଯେ କାନ୍ତାନୀ ।୩୨୭।

କାନ୍ତାନୀ ଘେନିଲେ ଯେ ଅର୍ଜୁନର ଭଗତି

ପ୍ରସନ୍ନେ ମହାମନ୍ତ୍ରେ କହିଲେ ଶାନ୍ତିମୃର୍ତ୍ତି ।୩୨୮।

ତୁମ୍ଭେ ଯେ ରାଜୁସି ଯାଗ ଆରୋପଣ କଲ

ପୃଥିବୀ ରାଜାମାନନ୍ତ ସବୁନ୍ତି ନିମନ୍ତ୍ରିଲ ।୩୨୯।

ଅନ୍ନ ଯୋଗାଡ଼ କେମନ୍ତେ ମିଳିବ ୟେତେକ ସଇନିଂକି

ଆମ୍ଭେ ବିଜେକରି ଯାଉଅଛୁଂ ତୋହୋର ତହିଂକି ।୩୩୦।

ରାନ୍ଧଣା ଖନ୍ଦା ତୋହୋର ହୋଇବ ଯେତେ ଦୂରେ

ଆମ୍ଭର ନାମ ଧରି ରାନ୍ଧଣାରେ ପଶିବେ ସୂପକାରେ ।୩୩୧।

ଯେଉଂସିଲା ବାଗେଣ ପଞ୍ଚନ କରିବେ କିଞ୍ଚିତେ

ଅମୃତ ପାକ ଯେ ହେଉଥିବ ଅନୁବ୍ରତେ ।୩୩୨।

ସୁପଂକୁ ଅନ୍ନ ଯେ ଦୋଉଥିବ ରସପାକ

ଭୁଞ୍ଜନ୍ତେ ରାଜାୟେ ସୁମରୁ ଥିବେ ଜନ୍ମାନ୍ତେକ ।୩୩୩।

ଗଉରୀ ସଉରୀ ନଳ ବିଧି ତିନିପ୍ରତି

ଅଦଭୁତେ ରାନ୍ଧଣା ହୋଉଥିବଟି ସମ୍ପାଦି ।୩୩୪।

ପ୍ରସନ୍ନେ ଅଭୟେ ବର ଦିଲେଟି ହିଙ୍ଗୁଳା

କୁଡ଼ୋଇ ଗୋଟିକରୁ ଅନ୍ନ ଭୁଞ୍ଜିବେଟି ସହସ୍ରେକ ଅନର୍ଗଳା ।୩୩୫।

ଅନ୍ନ ଭୁଞ୍ଜିବେ ଯାହାର ଯେତେକ ଇଚ୍ଛା

ସଂଚୟେ ପ୍ରାପତ ହୋଇବ ତୁମ୍ଭର ମନବାଞ୍ଚ୍ଥା ।୩୩୬।

ଯେ ବୀରବର ନୃପତି ବହୁତ କାକୁସ୍ଥ ହୋଇଲା ହୋ ମହାତମା

ଦଶଦୋଷ ଅପ୍ରାଧ ପାଥ ୟେହାର ତୁ କରିବୁ ସର୍ବ କ୍ଷମା ।୩୩୭।

ଅନେକ ଭଗତି ହୋଇଲା ରଣସ୍ତମ୍ଭ ଗଡ଼ ଆଧିପତି

ପ୍ରସନ୍ନେ ନାରାୟଣ ସ୍ୱାମୀ ମୋହୋର ଫେଡ଼ିବା ଦୁର୍ଗତି ।୩୩୮।

ଅର୍ଜୁନ ବୋଇଲେ ବାବୁ ତୁ ଯେ ହୋଇଲୁ ମତିଭ୍ରଷ୍ଟ

କିଞ୍ଚିତ ଦୋଷେ ତୋତେ ହୋଇଲାନି ବଡ଼ କଷ୍ଟ ।୩୩୯।

ଅଜୟେ ଗଡ଼ ସାଧିଲି ତୋହୋର ମାଇଲି ବହୁତ ସଇନି

ସେ ଦୋଷ ଗଲା ମୋଚନ ତୁ ମୋତେ ଆବର କରିବୁ ଦଇନି ।୩୪୦।

ତୁ ମୋହୋର ବାନ୍ଧବ ଯେ ଅଟୁ ସର୍ବକାଳେ

ହିଙ୍ଗୁଳା ଭେଟିଲି ମୁଂ ତୋହୋର ପୁଣ୍ୟବଳେ ।୩୪୧।

ୟେ ପୃଥୀରେ ଥଆଇ ହୋ ଯେତେକ କାଳ ପରିଯନ୍ତେ

ତୁହି ସେ ମୋହୋର ବାନ୍ଧବ ହୋ ଅଟୁ ପଞ୍ଚୁଭୂତେ ।୩୪୨।

ଅକ୍ଷତ ଗୁଆ ଯେ ତାକୁ ଦିଲେ ଫାଲଗୁନି

ରାଜୁସି ଯାଗକୁ ଯାଅ ଯା ତୋହୋର ଥାଠ ସନ୍ୟ ଘେନି ।୩୪୩।

ବଡ଼ ସମ୍ଭର୍ବ ହୋଇ ତୁହିନି ଯିବୁଟି ସଭାକୁ

ରାଜାମାନଂକର ଶରଧା ଅଛି ତୋତେ ଦେଖିବାକୁ ।୩୪୪।

ମହାକ୍ଷେତ୍ର ମଣ୍ଡଳେ ତୁ ଅଟୁ କ୍ଷେତ୍ର ଅଧିକାରୀ

ୟେ ମଧ୍ୟ ଭୁବନକୁ ତୁ ତ ଦେବତା ସମାନେ ସରି ।୩୪୫।

ଅନେକ ପୁରସରି ଅର୍ଜୁନ କହେ ମନାଇଂ

ଶୁଣିଣ ରାଜା ବେନିକର ଯୋଡ଼ିଣ ବୋଲଇ ।୩୪୬।

ସମସ୍ତ ସଇନି ସ୍ୱାମୀ ମାଇଲୁ ମୋହୋର

କିସ ଘେନି ଯିବଇଂ ଆଉ ସଭାକୁ ତୋହୋର ।୩୪୭।

ରାଜାର ବଚନେ ଅର୍ଜୁନ ଦେବୀ ମୁଖ ଚାହିଂ

ହିଙ୍ଗୁଳା ବୋଇଲେ ବାବୁରେ ଦେଉକିନା ଜୀଆଇ ।୩୪୮।

ଅମର ମଉଷଧି ଅଛଇ ତୋର ତହିଂ

ତେଣୁକରି ବାବୁରେ ତୋତେ ମୁଂ ପ୍ରକାଶଇ ।୩୪୯।

ଜୀବନ୍ୟାସ ଶର ସେ ଅର୍ଜୁନ ପେଷେ ହିଙ୍ଗୁଳାର ବୋଲେ

ଅମୃତ ବୃଷ୍ଟି ହୋଇଲା ସେ ସମସ୍ତ ସଇନି ଜୀଇଂଲେ ।୩୫୦।

ହାଣ ହାଣ ମାର ମାର ବୋଲିଣ ବୋବି ଦେଇ

ବୀରବର ନୃପତି ଯେ ସମଦଣ୍ଡ ସାଜି ଚଳିଯାଇ ।୩୫୧।

ଆହୋ ଅର୍ଜୁନ ଛାମୁରେ ଯେ କହଇ ବୀରବର

ସ୍ୱାମୀ ଜୀବନର ସୁଫଳଟି ୟେତେକାଳେ ହୋଇଲା ମୋହୋର ।୩୫୨।

ତୁ ମହାଛତ୍ରୀବୃତ୍ତ ଯେ ଅଭୟେ ସୋମବଂଶେ

ପ୍ରତକ୍ଷେ ପାଟ ତୋତେ ଅଛିଟି ଆକାଶେ ।୩୫୩।

ଅନେକ ବିନୋୟୀ ଯେ କହିଲେ ରାଜସାଇଂ

ମାହେନ୍ଦ୍ର ଯୋଗ ଘେନିଣ ରାଜା ରଣସ୍ତମ୍ଭ ଗଡ଼ୁ ବାହାର ହୋଇ ।୩୫୪।

ଅର୍ଜୁନ ନମଇ ସେ ଦେବୀର ପାଦତଳେ

ଅନ୍ତର୍ଧ୍ୟାନ ହୋଇ ତହୁଂ ଗଲେକ ହିଙ୍ଗୁଳେ ।୩୫୫।

ତହୁଂଣ ଅର୍ଜୁନ ଗଲେ ଥାଠ ସନ୍ୟ ଚଳାଇ

କଉଶିକ ନଦୀରେ ପ୍ରବେଶ ହୋଇଲେକ ଯାଇଂ ।୩୫୬।

ପୁଣ୍ୟତୋୟା ଜିଣିଣ ଯେ ପଶିଲେ ଘୋର ବନେ

ତହୁଂଣ ଅର୍ଜୁନ ଚଳଇ ପ୍ରସନ୍ନେ କେଦାର ଭୁବନେ ।୩୫୭।

ହେମବନ୍ତ ସାନ୍ନିଧ୍ୟେ ମହୀନ୍ଦ୍ର ନାମେ ଗିରି

ଗିରିରାଜ ହେମବନ୍ତ ତହିଂ ପ୍ରତକ୍ଷେ ବିଜେକରି ।୩୫୮।

ଆଠ ଲକ୍ଷ ପର୍ବତ ଅଛି ରାଜ୍ୟକଇଂ ବେଢି

ସେ ହେମବନ୍ତ ହୋ ଗିରିରାଜ ଅଧିକାରୀ ।୩୫୯।

ମଇନାବତୀ ବୋଲିଣ ହେମବନ୍ତ ଭାରିଜା

ତାହାର ତହୁଂ ଉତପତ୍ତି ହୋଇଲେ ଗିରିଜା ।୩୬୦।

ସେହି ଗିରିଜାର ଅଟଇ ତପ ସ୍ଥାନ

ଗଉରୀ ପ୍ରଦାନ ତହିଂ ହୋଇଲେ ତ୍ରିଲୋଚନ ।୩୬୧।

ଦୁତୀୟ ସୟମ୍ୱର ଯେ ହେମବନ୍ତର ଭୁବନେ

ଭଗତି ଭାବେ ରହିଲେ ଦେବ ତ୍ରିଲୋଚନେ ।୩୬୨।

ବହଇ ଉତ୍ତରଭାଗୀ ହେମ ଯେ କେଦାରୀ

ଦ୍ୱାଦଶ ଯୋଜନ ପରିଯନ୍ତେ ତହିଂ ପଶିତେ ଭୟେକରି ।୩୬୩।

ମହାହିମେଣ ସଇନି ନୁଆରନ୍ତି ଚାଲି

ତ୍ରାହି ତ୍ରାହି ଅର୍ଜୁନ ବୋଲିଣ ସମସ୍ତେହେଂ ବୋଲି ।୩୬୪।

ସଇନିର ବିକଳ ଦେଖିଣ ସର୍ବସାଚୀ

ଅଗ୍ନି ନାରାଜ ଧରି ଅର୍ଜୁନ କରେଣ ଆମଞ୍ଚି ।୩୬୫।

ଆଗେଣ ଅଗ୍ନିଶର ପଛେଣ ଚଳଇ ସଇନି

ନନ୍ଦିଘୋଷ ଘେନି ଆଗୁସରେ ପାର୍ଥିବ ଫାଲଗୁନି ।୩୬୬।

ଅଗ୍ନିର ଶରତେଜେ ହିମଗିରି ଗଲା ଫାଟି

ମହୀନ୍ଦ୍ରମାଳ ପର୍ବତେ ଅର୍ଜୁନ ଯାଇଂ ଉଠି ।୩୬୭।

ତହିଂ ବହେ କୁରୁଶାଙ୍ଗୀ ହିମ ଯେ କେଦାରୀ

ତହିଂର ଭିତରେ ବିଜୟେ ଦେବରାୟେ ତ୍ରିପୁରାରି ।୩୬୮।

ପ୍ରସନ୍ନ ଲିଙ୍ଗ କେଦାର ସୟଳ ଜନ ଚିନ୍ତା

ଭଗତ ମଚ୍ଛଳ ନାଥ ପ୍ରସନ୍ନେ ବରଦାତା ।୩୬୯।

ଜୟ ତୁ କେଦାରେଶ୍ୱର ପ୍ରସନ୍ନ ମହାଭୋଳା

ଜୟ ତୁ କେଦାରେଶ୍ୱର ଭଗତ ମଚ୍ଛଳା ।୩୭୦।

ମଉଳି ଜଟାରୁ ଗଙ୍ଗା ବହଇ ତ୍ରିବେଣୀ

ପଞ୍ଚଦଶ ନେତ୍ର ସ୍ୱାମୀ ଅଭୟେ ଶୂଳପାଣି ।୩୭୧।

ୟେମନ୍ତେ ଅନେକ ତୁସ୍ତିକରି ପାଣ୍ଡବ ଧନୁର୍ଜୟେ

ପ୍ରଣିପତ୍ୟ ହୋଇ ଅର୍ଜୁନ ବହୁତ ବିନୟେ ।୩୭୨

ଅର୍ଜୁନର ଭଗତେ ବିଜୟେ ତ୍ରିପୁରାରି

ପ୍ରସନ୍ନେ ମହା କେଦାର ଦ୍ରଶନେ ପାପ ହରି ।୩୭୩।

ତୁ ଦେବ ପରମାନନ୍ଦ ଅଭୟେ ପରମଯୋଗୀ

ଆପଣେ ଦୁଖ ପଡ଼ିଣ ନାଥ ପରେଣ ସୁଖଭୋଗୀ ।୩୭୪।

ଅର୍ଜୁନକୁ ପ୍ରସନ୍ନେ ବଦନ୍ତି ବିଶ୍ୱବାସୀ

ଦେବତାଂକୁ ନିମନ୍ତ୍ରଣ କର ହୋ ଆକାଶରେ ପଶି ।୩୭୫।

ତ୍ରିଦଶ ଦେବେ ଯିବେଟି ସଭାକୁ

କୁଶଳେ ଦେବତାୟେ ପ୍ରସନ୍ନେ ବର ଦେବେଟି ତୁମ୍ଭଂକୁ ।୩୭୬।

ଅର୍ଜୁନକୁ ଅଭୟ ବର ଦିଲେ ପଞ୍ଚୁମୁଖେ

ବୃଷଭ ଆରୋହୀ ଦେବ ଗଲେ ଅନ୍ତରୀକ୍ଷେ ।୩୭୭।

 

ଦେବବାଦ୍ୟ ଦୁନ୍ଦୁଭି ବାଜଇ ଘନ ଘନ

ଆକାଶ ଦିଗ ବିଜୟେ କରଇ ଫାଲଗୁନ୍ୟ ।୩୭୮-୬୪୦୦।

 

ସଭାଗୃହ ନିର୍ମାଣ ଓ ଦୁର୍ଯ୍ୟୋଧନର ମନ ଦୁଃଖ

ବଇବସୁତ ମନୁ ପଚାରିଲେ ଅଗସ୍ତିଂକି

କହିବା ମହାତମା ମୋତେ ଅମୃତ ରସ ବାକି ।୧।

ୟେ ମହାରାଜାମାନେ ସମସ୍ତେ କରନ୍ତି ଗମନ

କେବଣ ଠାବରେ ବିଜେ କରିଛନ୍ତି ସର୍ବସନ୍ୟ ।୨।

ୟେଥିର ଚରିତ ମୋତେ କହିବା ତପନିଷ୍ଠି

ଶ୍ରୀ ବିଷ୍ଣୁ ପୁରାଣ ଶୁଣନ୍ତେ ଖଣ୍ଡିବି ଅରଷ୍ଟି ।୩।

ବଦନ୍ତି ଅଗସ୍ତି ଯେ କୁମ୍ଭଋଷିର ବତ୍ସି

ଶୁଣ ସାବଧାନେତୁ ରାଜା ବିଚାରି ଯାହା ପୁଚ୍ଛି ।୪।

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଚାରିଦିଗ

ଚାରିଉଣା ଲକ୍ଷେ ରାଜା ବସନ୍ତି ମଧ୍ୟ ଭୂଅଭାଗ ।୫।

ଜମ୍ୱୁଦ୍ୱୀପ ଲକ୍ଷେ ଯୋଜନ ସ୍ଥଳୀ

ଚାରିଉଣା ଲକ୍ଷେ ରାଜା ବସନ୍ତି ମହାବଳୀ ।୬।

ପାତ୍ର ଅମାନତ୍ୟ ଯେ ମୁକୁଟ ଯୋଦ୍ଧାମାନ

ସଂକ୍ଷେପ ନୋହଇ ୟେତ ଅସଂକ୍ଷେପ ସନ୍ୟ ।୭।

ବାଦ୍ୟଘୋଷ ଶବଦେ ସୁନ୍ଧୁଘୋଷ ଜାଣି

ବାରୁଣାବନ୍ତେ ରହିଲେ ଉତ୍ତର ଦିଗର ଯେତେକ ନୃପମଣି ।୮।

ବାରୁଣବନ୍ତ ବୋଲିଣ ଯେବଣ ବନସ୍ତ

ମାନବ କୋଶେ ଆୟତନ ଯୋଜନ ବେନିଶତ ।୯।

ତହିଂ ଆସି ପ୍ରବେଶ ସମସ୍ତ ରାଜାଗଣମାନେ

ରଥ ଗଜ ଅଶ୍ୱ ପାଦାନ୍ତି ଗହନେ ।୧୦।

ପଚ୍ଛିମ ଦିଗରୁ ଯେତେକ ନୃପତି ଅଇଲେ ରାଜ୍ୟ ଛାଡ଼ି

ଇନ୍ଦ୍ରପ୍ରଶସ୍ତେ ରହିଲେ ସେ ଯମୁନା କୂଳ ମାଡ଼ି ।୧୧।

ଆହୋ ଗଙ୍ଗା ଯମୁନା ଦୁଇ ନଦୀର ମଧ୍ୟେ

ପୂର୍ବ କୁରୁକ୍ଷେତ୍ର ମଣ୍ଡଳ ଭୂମି ସାଧ୍ୟେ ।୧୨।

ଆକାଶର ଛାୟା ମଣ୍ଡୋପ ସୁଧର୍ମା ସଭାସ୍ଥଳୀ

ଅମର ଭୁବନୁଂ ତାହାକଇଂ ଯେ ଆଣିଲେ ବନମାଳୀ ।୧୩।

ସେ ସଭାର ଆୟେତନ ଦ୍ୱାଦଶ ଯୋଜନ

ଅମର ଗଣନ୍ତ ଘେନି ବିଜୟେ ଭଗବାନ ।୧୪।

ସେ ସଭା ରଞ୍ଚିଣ ଅଛନ୍ତି ଦେବହରି

କନେକର ଘଟଣଯେ ତାହାରି ବେଢଣ ପାଚେରୀ ।୧୫।

ସୁବର୍ଣ୍ଣର ଲକ୍ଷେ ସ୍ତମ୍ଭ ସେ ସଭାର ଭିତରେ

ଲକ୍ଷେକ ସିଂଘାସନ ଯେ ଶୋଭିତ ବସିବାରେ ।୧୬।

ସ୍ତମ୍ଭକେ ପାକ ଗୋଟିୟେ ଗୋଟିୟେକ ଟାଣି

ମୁକୁତା ମାଳି ମାଳି ଲମ୍ୱନ୍ତି ରତ୍ନମଣି ।୧୭।

ନେତର ଚନ୍ଦ୍ରାତପ ଯେ ଗୋଟିୟେ ଗୋଟିୟେ

ଢଳନ୍ତି ଅଷ୍ଟରତ୍ନ ବାଳଅର୍କ ପ୍ରାୟେ ।୧୮।

ୟେସନେକ ଶୋଭାବନ ଲକ୍ଷେକ ରାଜାଂକୁ

ସୁବର୍ଣ୍ଣର ତେର ପାବଚ୍ଛ ଯେ ସଭାର ଉପରକୁ ଉଠିବାକୁ ।୧୯।

ୟେସନେକ ନିର୍ମିତ ଯେ ସଭାର ଆୟତନ

ବାଳଅର୍କ ଜାଣି ସେ ଦିଶଇ ଶୋଭାବନ ।୨୦।

ସଭାର ପଛିମ ଆଡ଼େ ତୋଳିଲେ ଯାଗଶାଳ

କୋଶେକ ବିସ୍ତାର ଯେ ଉଚ୍ଛର୍ଗ ଅଶିତାଳ ।୨୧।

ସୁବର୍ଣ୍ଣର ଚଉଂରା ଯେ ବସଇ ଚାରିଆଡ଼େ

ସଷ୍ଟିକର ପୀଢ ବସଇ ଚାରି ଚଉଂରୀ କଚ୍ଛାଡ଼େ ।୨୨।

ସଭାର ଚାରିଆଡ଼େ ଯେ କଣୟ ପାଚେରୀ

ବେନିତାଳ ଉଚ୍ଛର୍ଗ ସେ ବେନିତାଳ ବିସ୍ତାରୀ ।୨୩।

ତହିଂର ଉପରେ ନବତାଳ ଉଚ୍ଛର୍ଗ ଜଗତୀ

ସୁବର୍ଣ୍ଣ କଳସ ଅଷ୍ଟରତ୍ନେ ଝଟକନ୍ତି ।୨୪।

ସୁବର୍ଣ୍ଣର କୀଳା ମୁକୁତାର ଫେରେ

ନେତର ପାତାଙ୍ଗ ଗୋଟିୟେ ଗୋଟିୟେ ଉଡ଼ନ୍ତି ତହିଂର ଉପରେ ।୨୫।

ସହସ୍ରେ ସହସ୍ରେ ପାତାଙ୍ଗ ଉଡ଼ନ୍ତି କ୍ଷିତିକୁଳ

ଡାଳିମ୍ୱ ଚାମରମାନ ଧରନ୍ତି ତହିଂର ତଳ ।୨୬।

ଜଗତୀର ଆସ୍ତାନ ମୁଂ ବାଉନିବି କିସ

ସହସ୍ରେ ସହସ୍ରେ ପାବଚ୍ଛ ତହିଂ ଉଠିବାକୁ ମାରାଗରେ ତ୍ରାସ ।୨୭।

କରସ୍ଥଳ ବିସ୍ତାର ସେ ଚଉପଟ ହୀରା

ସହସ୍ରେ ସହସ୍ରେ ଲାଗିଛି ପାବଚ୍ଛକେ କମଳର ଶିରା ।୨୮।

ଲମ୍ୱନ୍ତି ଚଉସରା ଗଜ ଯେ ମୁକୁତା

ମାଣିକ୍ୟ ପୁଞ୍ଜି ପୁଞ୍ଜି ଗୁନ୍ଥିତ ପାଟସୂତା ।୨୯।

ଶୁଦ୍ଧ କଣୟ ଉପରେ ନୀଳା ବଇଡ଼ୁର୍ଯ୍ୟ

ପାବଚ୍ଛକେ ଶତେ ଶତେ ପନ୍ତିକରି କଲେ ଦେବରାଜ ।୩୦।

ଲକ୍ଷେକ ଶଗଡ଼ରେ ଆସଇ ଯେତେ ଧନ

ୟେକ ଜଗତୀରେ ଲାଗିଅଛି ତେତେକ ଆୟତନ ।୩୧।

ୟେମନ୍ତେ ବାହାର ପାଚେରୀରେ ଚଉବିଂଶ ଜଗତୀ

ସବୁନ୍ତି ଅଷ୍ଟରତ୍ନେ ନିର୍ବାଣ ପନ୍ତି ପନ୍ତି ।୩୨।

ଆହୋ ଦେଖନ୍ତେ ନ ଅଣ୍ଟଇ ଦିନ ନ ଲାଗିବ ତୃଷ୍ଣା ଯୁଧା

ରୋଗପୀଡ଼ା ଆଦିକରି ନ ଲାଗିବ କିଛି ବାଧା ।୩୩।

ଦେଖନ୍ତେ ନିର୍ମଳ ଯେ ହୋଇବ ବେନି ନେତ୍ର

ତହିଂ ବସନ୍ତେ ଶରୀର ହୋଇବାକ ସେ ପବିତ୍ର ।୩୪।

ମଳୟ ବସନ୍ତ ଧାତୁବାଦ୍ୟ ଜୀବନ୍ୟାସ

ବହନ୍ତି ସମୀର ନାନା ଗନ୍ଧ ଆମୋଦନ୍ତି ଚଉପାଶ ।୩୫।

ସଭାର ଆୟତନ କିହତେ କି ପାରି

ଆକାଶୁଂ କରି ଯାହା ଆଣିଲେ ଦେବ ମଧୁହାରୀ ।୩୬।

ଆପଣେ ବିଶ୍ୱକର୍ମା ରୂପ ଧରିଣ ଶ୍ରୀପତି

ସଭା ନିର୍ମାଣ ଦେବ କରନ୍ତି ଦିବାରାତି ।୩୭।

ଲଂକା ନିର୍ବାଣ କଲେ ଯେବଣ ରକ୍ଷ ଭକ୍ଷ ବିନ୍ଧାଣି

ସେ ସଭା ତାହାଂକ ହାଥେ ନିର୍ବାଣ କଲେ ଚକ୍ରପାଣି ।୩୮।

ଲଂକାସ୍ୱର୍ଗ ଯେସନେକେ ଦିଶଇ ଶୋଭାବନ

ତେସନେକ ଶୋଭାବନ ୟେ ସଭାର ଆୟେତନ ।୩୯।

ସୁବର୍ଣ୍ଣର ମେଢ ମଣ୍ଡୋପ ଦେଉଳ ଜଗତୀ

ସୁବର୍ଣ୍ଣର ବାମ୍ଫୀ ପୁଷ୍କରିଣୀମାନ ଘଟଣ ଚଉକତି ।୪୦।

ନିର୍ମିତ ଘରମାନ ଯମୁନା ନଦୀ କୂଳେ

ସୁବର୍ଣ୍ଣର ନିର୍ବାଣ ତହିଂ ଉଠିଲେ ଛତ୍ରଶାଳେ ।୪୧।

ପଞ୍ଚିଶ ହାଥେ ଯେ କାଠିୟେକ ବୋଲି

ପଞ୍ଚାଶ କାଠି ଆଡ଼ଦୀର୍ଘେ ବଖରାୟେ କହିଲି ।୪୨।

ୟେମନ୍ତେ ବଖରା ବଖରାକେ ଚାରିଚୁଲ୍ଲୀ ନିର୍ମିତ

ଚୁଲ୍ଲୀକେଣ ପଖା ଯେ ଅଷ୍ଟ ଉତ୍ତର ଶତ ।୪୩।

ଶତେକ ବଖରାୟେ ୟେକ ଘରଗୋଟି

ପାଞ୍ଚ ମର୍ଭୁତ ଚାରିଲକ୍ଷ ଘର ଚଉବିଂଶ କୋଟି ।୪୪।

ୟେମନ୍ତେ ଛତ୍ରଶାଳମାନନ୍ତ ନିର୍ମାଣି

ଅଷ୍ଟରତ୍ନେ ଘଟଣ ଯେ କଲେକ ଚକ୍ରପାଣି ।୪୫।

ଲକ୍ଷେକ ରାଜ୍ୟକୁ ସଭାର ଚାରିକତି ଲକ୍ଷେକ ଭୁବନ

ଜଳନ୍ତି ମଣିମାଣିକ୍ୟ ଯେ ଅଷ୍ଟରତ୍ନମାନ ।୪୬।

ତହିଂକି ବେଢାଇଲେ ସୁବର୍ଣ୍ଣର ପାଚେରୀ

ଚାରିଦ୍ୱାରେ ଘଟଣ କଲେ ଜଗତୀ ଚାରି ଚାରି ।୪୭।

ଚନ୍ଦ୍ରଶାଳା ପୁର ଯେ କ୍ରୀଡାରଙ୍ଗ ଭୁବନ

ୟେମନ୍ତେ ଲକ୍ଷେ ରାଜାକଇଂ ଲକ୍ଷେକ ଭୁବନ ଶୋଭାବନ ।୪୮।

ଯେସନେକ ଆୟତନ ଯେ କଲେ ଜଗନ୍ନାଥେ

ମୁହିଂ ତାହା ସଞ୍ଚପି ପାରିବି କି ମାନବ ହେତୁ ମାତ୍ରେ ।୪୯।

ଅଶ୍ୱଶାଳ ଗଜଶାଳମାନ ଉଠନ୍ତି ବାରୁଣାବନ୍ତେ

ୟେକା ଗଜଶାଳ ଆୟେତନ କାଠି ନଳ ଶତେ ।୫୦।

ଗଜଶାଳମାନ ଯେ କେ କରୁଂ ଗଣିତା

ତିନିଶତ ପରାୟୁଧ ଘର ଧାଡ଼ିକେ ନିର୍ମିତା ।୫୧।

ୟେମନ୍ତେ ଲକ୍ଷେକ ପନ୍ତି ଘର ଉଠିଲା ଗଜଶାଳ

ବାରୁଣାବନ୍ତ ମାଡ଼ୀ ଗଙ୍ଗାନଦୀ ଦକ୍ଷିଣ କୂଳ ।୫୨।

ୟେକା ପନ୍ତିକେ ଅଶ୍ୱଶାଳ ନବକୋଟି ପରାୟୁଧ

ଆବର ବତିଶ ମର୍ଭୁତ ନବଲକ୍ଷ ଅଶୀ ସହସ୍ର ସାଧ୍ୟ ।୫୩।

ବାଦ୍ୟକାରମାନଂକୁ ପଞ୍ଚାଉନ କୋଟି ଘର ଉଠି

ତମ୍ୱାର ଉପରେଣ ଜଡ଼ିତ ରତ୍ନପାଟି ।୫୪।

ଭଟଶାଳମାନ ଚାରି ସହସ୍ର ମେବକ୍ଷ

ତିନି ମର୍ଭୁତ ଯେ ଆବର ଅଶୀଲକ୍ଷ ।୫୫।

ସବୁ ଘର ସୁବର୍ଣ୍ଣର ଉପରେ ରସାଣି

ୟେକଘର ଗୋଟିୟେ ନାହିଂ ତିରଣ ଛାୟେଣୀ ।୫୬।

ସଭାର ଆୟତନ ଦେଖି ରାଜା ମାନଗୋବିନ୍ଦ

ବାହାର ମନେ ଆନନ୍ଦ ଭିତର ମନେ ବିଶାଦ ।୫୭।

ପାପ ବୁଦ୍ଧି ନୃପତି ଯେ ଧରଇ ହୃଦଗତେ

ଶତ୍ରୁର ସମ୍ପଦ ମୁଂ ଯେ ଦେଖିବି କେମନ୍ତେ ।୫୮।

ୟେସନେକ ବିଚାରଇ ରାଜା ପାଣ୍ଡବେ ଅଇରିତା

ଅନେକ ଦୁଷ୍ଟରାୟେ ଅଛନ୍ତି ୟେହା କେହି ନୋହିବେ ଭାଞ୍ଜନ୍ତା ।୫୯।

ଶକୁନିକି ଘେନି ରାଜା ଭାଳଇ ୟେକାନ୍ତେ

ଶକୁନି ବୋଇଲା ସମସ୍ତ ଯଶ ଘେନିଲିକି ଜରାସନ୍ଧ ନିବାରନ୍ତେ ।୬୦।

ସେ ଚାରିଭାଇ ଗଲେନି ଚାରିଦିଗ ବରଣେ

ଲକ୍ଷେ ରାଜା ସାଧ୍ୟକଲେ ସର୍ବେ ଚାରିଜଣେ ।୬୧।

ଧାର୍ମିକ ବିବେକ ସେ ଛତ୍ରିୟ ବଳବନ୍ତା

ବେଦଶାସ୍ର ମତେ ସେ ହୋଇଲେ ନିର୍ଜିତା ।୬୨।

ଯେବଣ ସାଖାଗୋଟି ପାଇଲେ ଜଗନ୍ମୟେ

ଆବର ତୁଲ୍ୟ ସେ ପାର୍ଥିବ ଧନଞ୍ଜୟେ ।୬୩।

ଚିତ୍ତେଣ କଳଂକ ତୁ ନ ଧର କୁରୁପତି

ପାଣ୍ଡବେ ଅଭାବ ହୋଇଲେ ବୁଡ଼ାଇବୁଟି ବିଭୂତି ।୬୪।

ଦେଖ ହାଦେ ଆକାଶର ସମସ୍ତ ବୃନ୍ଦାରକେ

ରତ୍ନ ଅଳଂକାର ବହି ଆଣୁଛନ୍ତି ସମସ୍ତ ଦେବଲୋକେ ।୬୫।

ବରୁଣ ନୃପତି ଯେ ବାରାନିଧି ରତ୍ନ ଆଣି ଦେଉଛନ୍ତି କୂଳେ

ତହୁଂ ଭାର ଭାର କରି ବହି ଆଣୁଛନ୍ତି ସମସ୍ତ ଗୋପାଳେ ।୬୬।

ଅମର ସ୍ୱର୍ଗ ଆୟତନ ଦେଖ ରାଜୁସି ଯାଗ ସଭା

ଭୃତ୍ୟପଣେ ଖଟିଛନ୍ତି ସମସ୍ତ ରାଜ ଦେବା ।୬୭।

ଶ୍ରବଣେ ବାବୁ ହାଦେ ନ ଥିଲୁ ଯାହା ଶୁଣି

ପ୍ରତକ୍ଷେ ଦେଖିଲୁ ତାହା ଆହେ ନୃପମଣି ।୬୮।

ତୁ କାହିଂକି ମାନଗୋବିନ୍ଦ ବିକୃତ କରୁ ଚିତ୍ତ

ପୁଣ୍ୟ ଥିଲେ ପ୍ରାଣୀକି ହାଦେ ସମସ୍ତ ହୋଇଥାଇ ଉପଗତ ।୬୯।

ରାଗ ମୋହ ଅହଂକାର ସମସ୍ତ ଦୂରକରି

ୟେ ସଭାୟେ ଯୁଝେଷ୍ଠିଂକି ଖଟିବା ହୋ ଯେତେମାନେ ପାରି ।୭୦।

ତାହାଂକର ସଞ୍ଚିତ ଯେ ତୋତେ ଅଛି ଭାଗ

ସୋହୋଦ୍ର ହୋଇ କିଂପା ହୋଉ ବଇରାଗ ।୭୧।

ଅନେକ ବାଗେ ମଣାଇ କହିଲା ମନ୍ତ୍ରୀବର ଶକୁନି

ଶୁଣିଣ ମାନଗୋବିନ୍ଦ ଯେ ହୋଇଲାକ ତୁନି ।୭୨-୬୪୭୨।

 

Unknown

ନକୁଳଙ୍କର ଦକ୍ଷିଣ କୋଶଳ ରାଜାମାନଙ୍କୁ ନିମନ୍ତ୍ରଣ ନିମନ୍ତେ ଗମନ, କଳିଙ୍ଗସେନ, ଯମନିକ ରାଜା ପ୍ରଭୃତିଙ୍କ ସହିତ ଖଣ୍ଡ ଯୁଦ୍ଧ

ଅଗସ୍ତିଂକି ପଚରିଲେ ବଇବସୁତ ମନୁ

ଦକ୍ଷିଣ ଦିଗେ ବିଜେକଲେ ମାଦ୍ରୀଦେବୀର ତନୁ ।୧।

କେମନ୍ତେ ରାଜାୟେ ସାଧ୍ୟ ହୋଇଲୋ ଦକ୍ଷିଣ କୋଶଳେ

ୟେଥିର ବାରତା ମୋତେ କହିବା କୁମ୍ଭଋଷିର ବାଳେ ।୨।

କହନ୍ତି ଅଗସ୍ତି ମୁନି ଯେ କୁମ୍ଭଋଷିର ବଳା

ନକୁଳ ମହିଂମା ଶୁଣ ହାଦେ ସବୁ ତହୁଂ ଅନର୍ଗଳା ।୩।

ପ୍ରଥମ ନିମନ୍ତ୍ରଣ କରି ଅଇଲା ନକୁଳ କୁମାର

ଅଶୀସହସ୍ର ରାଉତ ଯେ ଚୋଖାର କୁନ୍ତ ଘର ।୪।

ମଳୟାନିଳ ବୋଲି ୟେକଇଂ ପର୍ବତ

ତହିଂ ଯାଇଣ ପ୍ରବେଶ ହୋଇଲେ ମାଦ୍ରୀଦେବୀର ସୁତ ।୫।

ତୁଳ ମାସ କୃଷ୍ଣପକ୍ଷ ଚଉଠୀର ଦିନ

ଗୁରୁବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୬।

ବାଳକ ନାମେ କରଣ ବରୀୟାନ ନାମେ ଯୋଗ

ତୁଳ ସଂକରାନ୍ତିକି ଷୋଡ଼ଶ ଦିବସ ହେଲା ଭୋଗ ।୭।

ଅମୃତଯୋଗ ଘେନି ଶୁଭ ଅନକୂଳେ

ଦକ୍ଷିଣ ଦିଗେ ପଶିଲେ ସେ କୁମାର ନକୁଳେ ।୮।

ମଳୟ ବସନ୍ତ ପର୍ବତେ ବିଜୟେ ସଙ୍ଗେ ସର୍ବ ରଥୀ

ମଙ୍ଗଳ ଧୁନି ବାଦ୍ୟରେ ଦକ୍ଷିଣ ମୂରତି ।୯।

ଆକାଶ ଉଛୁଳିଲା ଯେ ଜୟ ଶଙ୍ଖ ଧୁନି

ଦିନକର ରଥେ ଥାଇ ତାହା ଦେଖିଲେ ସେ କୁମାର ଅଶ୍ୱିନୀ ।୧୦।

ରେହନ୍ତ ନାମେଣ ଯେ ତାହାଂକର ଅନୁଜ

ଡାକି ଆଗ୍ୟାଂ ଦିଲେ ସଂଗ୍ୟାଦେବୀର ଆତ୍ମଜ ।୧୧।

ନକୁଳ ତହିଂକି ତୁ ଯାଅରେ ରେହନ୍ତ

ସାରଥି ହୋଇଣ ବାହା ତୁ ନକୁଳ କୁମାର ରଥ ।୧୨।

ଦକ୍ଷିଣ ଦିଗକଇଂ ସେ ଅଇଲା ରାଜାନ୍ତ ବରଣେ

ସାତ ସହସ୍ର ରାଜାନ୍ତ ସେ ସାଧିବ ୟେକଜଣେ ।୧୩।

ତୁ ତାହାର ସାରଥି ହୋଇ କହିବୁ ଦିବ୍ୟବୁଦ୍ଧି

ଯେମନ୍ତେ ରାଜାମାନେ ନିର୍ଦ୍ୱନ୍ଦେ ହ୍ୱନ୍ତି ସାଧି ।୧୪।

ସ୍ୱାମୀର ଆଗ୍ୟାଂ ପ୍ରମାଣେ ଅଇଲେ ରେହନ୍ତି ସାରଥି

ଚାରିଅଶ୍ୱ ଆଣିଲେ ସେ ଆକାଶୁ ଅନଳ ଜ୍ୟୋତି କାନ୍ତି ।୧୫।

ଧନୁ ତ୍ରୋଣ ଚକ୍ର ଶକତି ଗଦା ମୁଦୁଗର

ପରିଘ ଭୁଷଣ୍ଡୀ କୋନ୍ତ ଛେଲ ଅସିବର ।୧୬।

ଅମର ବିମାନ ଯେ ଆଣିଲେ ଆକାଶୁଂ

ଅଶ୍ୱିନୀକୁମାର ଆଗ୍ୟାଂଦିଲେ ନକୁଳକୁମାର ୟେଥେ ବସୁ ।୧୭।

ଆଗ୍ୟାଂ ପ୍ରମାଣେ ଆକାଶୁଂ ସେ ଅଇଲେ ରେହନ୍ତ

ନକୁଳକଇଂ ଆସି ଭେଟିଲେ ମଳୟାନିଳ ପର୍ବତ ।୧୮।

ରେହନ୍ତକୁ ଦେଖିଣ ସେ କୁମାର ପରିଣାମି

କିସ ଅର୍ଥେ ଆକାଶୁଂ ବିଜୟେ କଲ ଦେବସ୍ୱାମୀ ।୧୯।

ନକୁଳବଇଂ କୋଳକରି ବଦୟନ୍ତି ରେହନ୍ତ

ଅଶ୍ୱିନୀକୁମାର ତୋତେ ଦିଲେ ୟେ ସୁସଞ୍ଚ ରଥ ।୨୦।

ଆମ୍ଭେ ତୋହୋର ରଥରେ ସାରଥି ହୋଇବୁ ରେ ବାବୁ

ଯେବଣ ଭୁବନକୁ ବୋଲିବୁ ଆମ୍ଭେ ତହିଂକି ରଥ ଯେ ବାହିବୁ ।୨୧।

ଶୁଣିଣ ନକୁଳ ଯେ ଅନେକ ପୂଜାକଲା ସେ ଚାରି ଅଶ୍ୱଂକୁ

ଆକାଶର କୁଣ୍ଡଳ ବୀରବେଶ ଅଳଂକାର ରେହନ୍ତ ଦିଲେ ନକୁଳକୁ ।୨୨।

ଶିରେଣ ମଣି ମୁକୁଟ ଯେ ଲଲାଟେ ସିମନ୍ଥିନୀ

ହୃଦେଣ ହୃଦ ଭୁଷଣ କର୍ଣ୍ଣାଞ୍ଚଳ ଅନେକ ରତ୍ନମଣି ।୨୩।

ସର୍ବ ଅଳଂକାର ଲାଇଂ ମାଦ୍ରୀଦେବୀର ଆତ୍ମଜେ

ମଙ୍ଗଳଧୁନି ତୋଳି ରଥେଣ ଯାଇଂ ବିଜେ ।୨୪।

ବାଜନ୍ତି ବିଜିଘୋଷ ଜୟଶଙ୍ଖ ମଙ୍ଗଳ ମହୁରୀ

କଳିଙ୍ଗ ଦେଶେ ପ୍ରବେଶ ହୋଇଲେ ଦଣ୍ଡ ଧରି ।୨୫।

ସେ ଦେଶର ରାଜା କଳିଙ୍ଗସେନ ନରପତି

ନବଲକ୍ଷ ଗୁଞ୍ଜର ଖଟଇ ୟେକାଦଶ କୋଟି ରଥୀ ।୨୬।

ସାଗରେକ ହୟ ଯେ ଚୋଖାର ତୁରଙ୍ଗମ

ସାତ କ୍ଷଉଣୀ ବଳ ତିନିଶତ ପାରିଦଣ୍ଡଗଣ ।୨୭।

ମହା ଧନବନ୍ତ ରାଜା ସେ କୁବେର ସମ ଜାଣି

ସେ ରାଇଜେ ପ୍ରବେଶ ସେ କୁମର ଚୂଡ଼ାମଣି ।୨୮।

ସମଦଣ୍ଡ ଘେନି ରାଜା ବିଜୟେ ଆସ୍ତାନେ

ଡଗରେ ବାରତା ଜଣାଇଲେ ସନ୍ନିଧ୍ୟାନେ ।୨୯।

ଶୁଣିମା ଦେବ ସାବଧାନେ କଳିଙ୍ଗସେନ ଚକ୍ରବ୍ରତୀ

ରାଜ୍ୟରେ ପଶିଲା ଆସି କେଉଂଣ ଦେଶର ମହାରଥୀ ।୩୦।

ଅହିବ୍ରତେକ ରଥ ଚାରି ଆହିବ୍ରତ ମତ୍ତନାଗ

ଦଶଲକ୍ଷ ଯେ ଚୋଖାର ତୁରଙ୍ଗ ।୩୧।

ରୂପ ଗୁଣେ ସୁନ୍ଦର ସେ ଅଭୟେ ପରକ୍ରମୀ

ସ୍ୱରାଷ୍ଟ ପ୍ରାୟେ ହୋଇ ରାଜ୍ୟେଣ ଆସେ ଭ୍ରମି ।୩୨।

ଡଗର ମୁଖୁଂ ରାୟେ ୟେସନ ବାରତା ଶୁଣି

ଧାଂଇଲା କଳିଙ୍ଗସେନ ଥାଠ ଯେ ପଲାଣି ।୩୩।

ପ୍ରଥମ ବାହାର ହୋଇଲେ ସମସ୍ତ ପାରିଦଣ୍ଡ

ଆରେ ରହ ରହ ବୋଲି ସେ ଡାକନ୍ତି ପରଚଣ୍ଡ ।୩୪।

କି ରେ ମୃତୁ ତୁମ୍ଭର ହୋଇଲା କି ନିୟତ

ମୋହୋର ରାଜ୍ୟେ ପଶି ଧର୍ମ କଲ ହତ ।୩୫।

ପାରିଦଣ୍ଡ ମୁଖୁଂ ଶୁଣିଣ ବହୁତ ପ୍ରତଗ୍ୟାଂ

ତୁମ୍ଭର ବଚନ ରେ ନ କରିବା ଅବଗ୍ୟାଂ ।୩୬।

ଜୟାନିକ ବାଳାନିକ ବୋଲି ନକୁଳର ବେନି ସେନାପତି

ବିନ୍ଧିଲେ ନାରାଜନ୍ତ ସେ କୋହାନଳ ମୃତ୍ତି ।୩୭।

କକଡ଼ା ମେଘ ଜାଣି ନାରାଜ କଲେ ବୃଷ୍ଟି

ସେହ୍ନା ଭେଦୀ ଯୋଦ୍ଧାଂକର ଶରୀରେଣ ଫୁଟି ।୩୮।

ରକତେ କର୍ଦ୍ଦନ ଯେ ସବୁଂକରି ଅଙ୍ଗ

କି ଜାଣି ପ୍ରଭାତକାଳେ ଦିଶଇ ଗଗନ ଲିଙ୍ଗ ।୩୯।

ନକୁଳର ସଇନି ଯହୁଂ ଉଠିଲେ ଗଳଗାଜି

କଳିଙ୍ଗସେନର ସଇନି ସବୁପଳାଇଲେ ଭାଞ୍ଜି ।୪୦।

ଦଣ୍ଡ ଭଗ୍ନ ଦେଖି ସେ କଳିଙ୍ଗସେନ ମହାବୀରା

ଆପଣେ ଉଠିଲା ରାଜା ସମରେ ମହାଭାରା ।୪୧।

ପଞ୍ଚାଶ କୋଟି ଅଛନ୍ତି ସଙ୍ଗେଣ ତାହାର ଯୋଧୀ

ସହସ୍ରେ ସହସ୍ରେ ନାରାଜ ଆକ୍ରେଷିଣ ବିନ୍ଧି ।୪୨।

ରାଜାକୁ ଦେଖିଣ ସେ କୁମାର ମହାରଥା

ନବନିଶି କୋନ୍ତ ବୁଲାଇ କରଇ ଥାଠ ମନ୍ଥା ।୪୩।

ରେ ରେ କାର ଶବଦେ ଉଠିଲେ କଳିଙ୍ଗର ବଳ

ସିନ୍ଧୁଘୋଷ ଜାଣି କି ଶୁଭିଲା ମୁଖଗୋଳ ।୪୪।

ବୁଲାଇଣ ନକୁଳ ମାଇଲେ ଧରି କୋନ୍ତେ

ହାଥୀଂକର କୁମ୍ଭସ୍ଥଳେ ପଡ଼ି ଢଳିଲେ ମାହୁନ୍ତେ ।୪୫।

ସେହ୍ନା ଟୋପର ଯେ ମୁକୁର ଶିର ଭୂଷା

ରକତେ କର୍ଦ୍ଦନ ସବୁ ହୋଇଲା ଧୂଳି ମିଶା ।୪୬।

ପର କେ ଆପଣା ବୋଲି ନୁଆରିଲେ ଚିହ୍ନି

ସମର ସମ୍ଭରେ ଆସି ହୋଇଲା ରୟେଣୀ ।୪୭।

ଅନ୍ଧାର ଘୋର ଦେଖି ରାୟେ ଗଲା ଘୁଞ୍ଚି

ନିଜ କଟକେ ପଶି ରାଜା ବିରସ ହୋଉଅଛି ।୪୮।

ବିରସେ ଚଳଇ ରାଜା ଭଗ୍ନବଳ ଘେନି

ଶ୍ରୀ ନୃସିଂହ ନାଥକଇଂ ରାଜା କରଇ ଦଇନି ।୪୯।

ସ୍ୱାମୀ ନମସ୍ତେ ନୃସିଂହ ପ୍ରଭୁ ଅଭୟେ ନାରାୟଣ

ପ୍ରହଲାଦ ଅଭିମାନେ ହିରଣ୍ୟ ବିଦାରଣ ।୫୦।

ମେରୁ ତୁଲ୍ୟ ମଉଳି ଯାର କାଳଚକ୍ର ବେନିଆଖି

ଦୁର୍ଜନ ନିବାରଣ ନାଥ ଭକ୍ତିଜନ ରଖି ।୫୧।

ନମୋ ଦେବ ଶଙ୍ଖ ଚକ୍ର ଗଦା ଚତୁର୍ଭୁଜ

ଭକତିରେ ମଣାଇଲ ତୋତେ ଭକତ ପ୍ରହଲାଦ ।୫୨।

ନମୋ ନମୋ ନରସିଂହ ରୂପ ଯେ ମୁରାରି

ନମୋ ନରସିଂହ ଦେବଯୋଗ ବଟରୂପ ଧରି ।୫୩।

ନମୋ ନରସିଂହ ତୁହି ଦକ୍ଷିଣ ମଣ୍ଡଳେ

ନମୋ ନମୋ ନରସିଂହ ଜିଅର କୋଶଳେ ।୫୪।

ନମୋ ନରସିଂହ ପ୍ରହଲାଦ ଯାହାର କୋଳେ

ନମୋ ନରସିଂହ ଜାନୁସ୍ଥଳେ ତୋ କମଳେ ।୫୫।

ନମୋ ନରସିଂହ ତୋତେ ନମୋ ଆଖଣ୍ଡଳେ

ନମୋ ନରସିଂହ ଦେବ ଅଟୁ କାଳାନଳେ ।୫୬।

ନମୋ ନରସିଂହ ତୋ ଚରଣେ ସର୍ବେ ଭୃତ୍ୟ

ନମୋ ନରସିଂହ କଉଣୋପବଳ କ୍ଷୟାନ୍ତ ।୫୭।

ସ୍ୱାମୀ ତବ ଆଶ୍ରା କରି ବ୍ରତଇ ସର୍ବକାଳେ

କେଉଂ ଅଭକତେ ଦୟା ଛାଡ଼ିଲୁ ୟେତେବେଳେ ।୫୮।

ଶ୍ରୀନୃସିଂହ ଚରଣରେ ମୁଂ ଭୃତ୍ୟର ଯେ ଭୃତ୍ୟ

ବଦନ୍ତି ସାରୋଳା ଦାସ ମୂର୍ଖ ଅପଣ୍ଡିତ ।୫୯।

ଅନେକ ଭଗତି ଯହୁଂ ହୋଇଲା କଳିଙ୍ଗ

ପ୍ରସନ୍ନେ ଅଭୟ ବର ଦିଲେ ନରସିଂହ ।୬୦।

ଚିନ୍ତାମଣି ନାଥ ତାହାକଇଂ ବାରତା ପ୍ରକାଶି

ଅଗ୍ୟାନେଣ ନୃପତି ଦ୍ୱନ୍ଦ ବାଦେ ପଶି ।୬୧।

ନ ଜାଣୁକି ସୋମବଂଶେ ନୃପତି ଯୁଝେଷ୍ଠି

ତାହାଂକର ପିତା ପଣ୍ଡୁ ବ୍ରହ୍ମହତ୍ୟା ଦୋଷେ କଷ୍ଟି ।୬୨।

ରାଜୁସି ଯାଗ ସେ କରୁଅଛନ୍ତି ତାହାଂକର ଅର୍ଥେ

ଲକ୍ଷେ ନୃପତି ରୁଣ୍ଡ ହୋଇବେ ଷୋହଳ ଦିବସ ପରିଯନ୍ତେ ।୬୩।

ପଛିମେଣ ଭୀମସେନ ଉତ୍ତରେ ଅର୍ଜୁନ

ଦକ୍ଷିଣେ ନକୁଳ ସହଦେବ ଅଇଶାନ୍ୟ ।୬୪।

ତେଣୁ ୟେ ନକୁଳ ବିଜେ ଦକ୍ଷିଣ ଦିଗକୁ

ସାତ ସହସ୍ର ରାଜାନ୍ତ ସାଧିଣ ନେମାକୁ ।୬୫।

ୟେହି ସେ ସଚରାଚର ପୃଥୀ ଯାହାର ଚରଣେ ବନ୍ଦି

ତୁ ହୋ କଳିଙ୍ଗସେନ ତାହାର ତୁଲେ ହୋଉ କିଂପେ ଦ୍ୱନ୍ଦି ।୬୬।

ମନ୍ତ୍ରୀ ପଠିଆଇ ୟେବେ କର ହୋ ସମାଧାନ

ବିବାଦେ ଆସି ନାହିଂ ତ ମାଦ୍ରୀଦେବୀର ନନ୍ଦନ ।୬୭।

ଶ୍ରୀନରସିଂହଂକ ବଚନେ କଳିଙ୍ଗସେନ ନୃପତି

ମନ୍ତ୍ରୀ ଅମାନତ୍ୟ ଘେନିଣ ଆସଇ ନିଶା ରାତି ।୬୮।

ଯହିଂ ବିଜେ କରିଛନ୍ତି ନକୁଳ କୁମାର

ସମଦଣ୍ଡ ଘେନି ରାଜା ଦିଲାକ ପଟୋଆର ।୬୯।

ମନ୍ତ୍ରୀବର ଚଳିଗଲା ଯେ ବୀର ନକୁଳ ଛାମୁକୁ

ଅନେକ ଉପହାର ଦିଲା ରାଜା ନକୁଳ କୁମାରକୁ ।୭୦।

ଅନେକ ବିନୋୟିଣ ସେ ଛାମୁରେ ପରିଣାମି

ନ ଜାଣି ଦ୍ରୋହ ତୋତେ କଲୁ ହୋ ଦେବସ୍ୱାମୀ ।୭୧।

ପାଦାଅର୍ଘ୍ୟ ଦେଇଣ ସେ ବିନୟ ଭଗତି

ଅନେକ ପ୍ରକାରେଣ ମନ୍ତ୍ରୀ କରଇ ବହୁ ସ୍ତୁତି ।୭୨।

ୟେମନ୍ତର ସମୟେ କଳିଙ୍ଗସେନ ନୃପତି

ନକୁଳଂକ ଚରଣେ ପ୍ରଣପତ୍ୟ ତତକ୍ଷଣାନ୍ତି ।୭୩।

ରାଜାର ବିନୟ ଦେଖିଣ ସେ ନକୁଳ କୁମାର

ଆଶ୍ୱାସନା କରିଣ ତାକୁ କହିଲା ଅପାର ।୭୪।

ଅକ୍ଷତ ଗୁଆ ତାହାକଇଂ ଦିଲେକ ନକୁଳ

ସମଦଣ୍ଡ ଘେନି ରାଜା ତୁ ହୋ ଯମପ୍ରଶସ୍ତକଇଂ ଚଳ ।୭୫।

ଅନେକ ଭଗତି ସେଯେ କଳିଙ୍ଗସେନ ନୃପତି

ସମଦଣ୍ଡ ଘେନି ରାଜା ବାହାର ହୋଇଲା ତତକ୍ଷଣାନ୍ତି ।୭୬।

ତହୁଂ ବିଜେ କରିଣ ଯେ ଚଳନ୍ତି ନକୁଳ

ପ୍ରବେଶ ହୋଇଲେ ଯାଇଂ ବୀର ମହେନ୍ଦ୍ର ଗିରିମାଳ ।୭୭।

ଶ୍ରୀ ଗୋକର୍ଣ୍ଣେଶ୍ୱରଂକୁ ବୀର କରଇ ଯାଇଂ ପୂଜା

ପ୍ରସନ୍ନେ ଅଭୟ ବର ଦିଲେକ ଦେବରାଜା ।୭୮।

କରୁଣାକର ନାମେ ୟକଇଂ ଶବର ନୃପତି

ସେ ରାଜାକଇଂ ନକୁଳ ଅକ୍ଷତ ଗୁଆ ଦେଇଣ ନିମନ୍ତି ।୭୯।

ଯମପ୍ରଶସ୍ତ ରାଜ୍ୟକୁ ହୋ ଦଣ୍ଡ ଘେନି ଚଳ

ଚଳଇ କିରାତେଶ୍ୱର ଘେନିଣ ସନ୍ୟବଳ ।୮୦।

ତହୁଂଣ କୁମର ଚଳଇ ଥାଠ ଘେନିଣ ପଲାଣି

ଗଉତମ ଆଶ୍ରମକଇଂ ଚଳଇ ବୀରମଣି ।୮୧।

ଚନ୍ଦ୍ରକିରଣ ବୋଲିକରି ୟକଇଂ ନୃପତି

ଚଣ୍ଡୀହର ଦେଶର ସେ ଅଟଇ ଆଧିପତି ।୮୨।

ବହଇ ଗଉତମୀ ଯେ ସିଂଘନିଙ୍ଗାଳ ବୋଲି

ରୁଦ୍ରବାହିନୀ ସେ କୃଶାଙ୍ଗୀ ଧବଳୀ ।୮୩।

ସଇନି ଘେନି ସ୍ରାନ ତହିଂ କରଇ ବୀରମଣି

ଦକ୍ଷିଣ କୋଶଳେ କମ୍ପିଲା ଯେ ଟମକ ବାଦ୍ୟଶୁଣି ।୮୪।

ଚନ୍ଦ୍ରକିରଣ ରାଜାକଇଂ ନିମନ୍ତ୍ରଣ ସେ ନକୁଳକୁମାର

ରାଜୁସି ଯାଗ ଚରିତ କହିଲା ତାହାର ଆଗର ।୮୫।

ଲକ୍ଷେକ ନୃପତି ସମସ୍ତେ ଯାଉଛନ୍ତି ବାହି

ସମଦଣ୍ଡ ଘେନିକରି ଚଳସି ବେଗେ ତୁହି ।୮୬।

ଅନେକ ସାନନ୍ଦେ ନୃପତି ଚନ୍ଦ୍ରକିରଣ

ଥାଠ ଘେନି ବାହାର ହୋଇଲା ତତକ୍ଷଣ ।୮୭।

ଗଉତମ ଋଷିଂକି ନିମନ୍ତ୍ରଇ ସେ କୁମରମଣି

ଶିଷ୍ୟ ପୁତ୍ରନ୍ତ ଘେନି ନିଜେ ତୁମ୍ଭେ ଚଳ ୟେହିକ୍ଷଣି ।୮୮।

ନକୁଳର ବଚନେ ସେ ଗଉତମ ମହାମୁନି

ତତକ୍ଷଣେ ବାହାର ହୋଇଲେ ଶିଷ୍ୟ ପୁତ୍ରନ୍ତ ଘେନି ।୮୯।

ସଙ୍ଗେଣ ମହାତମାର ନଉ ସହସ୍ର ଶିଷି

ରାଜୁସି ଯଗ୍ୟଂ ସଭାକଇଂ ଚଳିଲେ ଗଉତମ ମହଋଷି ।୯୦।

ମାଦ୍ରୀର ନନ୍ଦନ ଯେ ତହୁଂ ଚଳଇ ଅତିବେଗେ

ପଛିମ ମୂରତି ହୋଇ ଚଳଇ ଦକ୍ଷିଣ ଦିଗେ ।୯୧।

ଜମ୍ୱୁନଗ୍ର ବୋଲିକରି ୟେକଇଂ ନଗ୍ରଗୋଟି

ବହଇ କୃଷ୍ଣବେଣୀ ବିଷ୍ଣୁ ପାଦୁକାରୁ ଫୁଟି ।୯୨।

ପ୍ରସନ୍ନେ ନାରାୟଣ ତହିଂ ବିଜୟେ ଦେବରାଜା

କୃଷ୍ଣବେଣୀରେ ସ୍ରାହାନ କରି ସେ ସ୍ୱାମୀଂକି କରଇ ପୂଜା ।୯୩।

ଅନନ୍ତରୁଦ୍ର ବୋଲି କରିଣ ୟେକ ଜଙ୍ଗମ ନୃପତିୟେ

ରୁଦ୍ର ଚିହ୍ନ ବହଇ ସେ ପଶୁପତି ଦେବରାୟେ ।୯୪।

ଶିରେଣ ରତ୍ନମଣି ମୁକୁଟ ମାଥେଣ ଜଟା ଭାରି

ତାମ୍ୱ୍ରବସନ ପରିହରଣ ପଶୁଚର୍ମ ଉପହାରି ।୯୫।

ପାଞ୍ଚଲକ୍ଷ ଯୋଦ୍ଧା ଘେନି ସେ ଚଳଇ ଅଶ୍ୱ ପିଠି

ଯେଣେ ଯାଇ ନୃପତି ତେଣେ ହୋଅଇ କଣୟ ବୃଷ୍ଟି ।୯୬।

ମାଦ୍ରୀର ନନ୍ଦନ କୃଷ୍ଣବେଣୀରେ କରଇ ସ୍ରାହାନ

ଶ୍ରୀରାମ ପାଦୁକାୟେ ପିତୃଲୋକେ ଦିଅଇ ପିଣ୍ଡଦାନ ।୯୭।

ବାରତା ପାଇଣ ବିଷ୍ଣୁରୁଦ୍ର ନୃପତି

ନକୁଳ ଛାମୁକୁ ଆସଇ ଘନିଣ ପାତ୍ରମନ୍ତ୍ରୀ ।୯୮।

ନକୁଳ କୁମାରକୁ ସେ କଲାକ ଦରଶନ

ସହସ୍ରେକ ଭାର ପାଣିଦ୍ରବ୍ୟ ଦିଲା ଦେଖାଦରଶନି ଧନମାନ ।୯୯।

ସ୍ୱାମୀ ସାଧୁ ସାଧୁ ମୋହୋର ଜୀବନ ଆଜ ମୁଂ ନିସ୍ତରିଲି

ଦୂତୀ ନିରଞ୍ଜନ ଦେଖି ଦୁଷୁକୃତ ପାରକଲି ।୧୦୦।

କଣୟବିନ୍ଦୁ ନାଥ ସ୍ୱାମୀ ଭଗତମତ୍ସଳ

ସାଧୁ ଯେ ରାଜ୍ୟ ମୋହୋର ଜୀବନ ସୁଫଳ ।୧୦୧।

ଅନେକ ଗଉରୋବ କରିଣ ରାଜା ନିଲାକ ତାହାର ରାଜ୍ୟକୁ

ଜଗତୀରେ ନେଇ ବସାଇଲା ପାଣ୍ଡବ ନକୁଳକୁ ।୧୦୨।

ଆହୋ ଆଦିତ୍ୟ ଦିଲାର ଯେଉଂ କଉସ୍ତୁଭ ମଣି

ନକୁଳର ହୃଦୟେ ତାହା ଭୂଷଣ କଲା ଆଣି ।୧୦୩।

ମୁଣୋହିକି ଯୋଗାଡ଼ ଯେ ଦିଲାକ ନୃପତି

ସୂପକାରମାନେ ଅନ୍ନ ପଚନ କରନ୍ତି ।୧୦୪।

ରାନ୍ଧଣା ଯୋଗାଡ଼ ଯେ ହୋଇଲା ସୂର୍ଯ୍ୟବେଳ

ଆହାନିକ ସାରି ମୁଣୋହିକି ବିଜୟେ ନକୁଳ ।୧୦୫।

ଛଡ଼ରସ ଭୋଜନ କରନ୍ତି ମହାତୋଷେ

ସନ୍ୟମାନେ ଭୋଜନ ବସି କରନ୍ତି ଚଉପାଶେ ।୧୦୬।

ଭୋଜନ ସାରି ତହୁଂ କରନ୍ତି ଆଂଚୋବନ

କ୍ରପୁର ତାମ୍ୱୋଳ ଯେ କରନ୍ତି ଭୋଜନ ।୧୦୭।

ବିଜୟେ ନକୁଳକୁମାର ଯାଇଂ ଚନ୍ଦ୍ରଶାଳା ଭୁବନେ

ଭରହରଷେଣ ଖଟନ୍ତି ଗଣିକାଗଣମାନେ ।୧୦୮।

ରାଜାକଇଂ ନିମନ୍ତ୍ରିଣ ସେ ମାଦ୍ରୀଦେବୀର ବଳା

ସମଦଣ୍ଡ ଘେନିଣ ନୃପତି ତୁ ଚଳ ହୋଇଲା ହସ୍ତିନା ମହାଖଳା ।୧୦୯।

ଆହୋ ସ୍ୱାମୀର ଆଗ୍ୟାଂ ସେ ଯେ ନିବେଶିତ ଶିରେ

ଦଣ୍ଡ ଘେନି ଚଳଇ ରାଜା ଯମପ୍ରଶସ୍ତ ପୁରେ ।୧୧୦।

ତହୁଂ ସମଦଣ୍ଡ ଘେନି ଯେ ଚଳଇ ବୀରମଣି

ଭେଟଇ ତ୍ରିମଲ୍ଲିନାଥ ମଳୟା ଶୂଳପାଣି ।୧୧୧।

କାଶୀକୁଣ୍ଡେ ବୀରବର ସ୍ରାହାନ ସେ ନିତ୍ୟକର୍ମ ସାରି

ଶ୍ରୀ ମଳୟା ନାଥକୁ ଦ୍ରଶନ ଯାଇଂ କରି ।୧୧୨।

ତ୍ରିକେଶରୀ ବୋଲିଣ ତହିଂର ୟେକ ରାୟେ

ଭଗତି ଭାବେ ଖଟଇ ସେ ମଳୟା ନାଥ ପାୟେ ।୧୧୩।

ଅଶିଲକ୍ଷ ଯୋଦ୍ଧା ଘେନିଣ ତ୍ରିକେଶରୀ

ଯାଇଂଣ ଓଗାଳିଲା ସେ ପନ୍ଥ ନିରୋଧ କରି ।୧୧୪।

କେଉଂଣ ଦର୍ପରେ ତୁମ୍ଭର ଡ଼େୟେକ ସାହସ

ନ ଜାଣ କି ତ୍ରୟମ୍ୱକ ବୋଲି ୟେହି ତୀର୍ଥେଣ ପଶ ।୧୧୫।

ତ୍ରିୟମ୍ୱକ ନାଥ ଯେ ପଶୁଧ୍ୱଜ ମହାଦେବା

ଯତସତ କ୍ରିୟା ଜନେ ସେ ୟେହାନ୍ତ କରନ୍ତି ସେବା ।୧୧୬।

ଯାହାର ଆନ ପଡ଼ନ୍ତେ ଛିଡ଼ିପଡ଼ଇ କାୟା

ସେ ଭୁବନେ ପଶି ତୁମ୍ଭେରେ ୟେଡ଼େକ ନିର୍ଭୟା ।୧୧୭।

ରେ ରେ କାର ଶବଦେ ପର୍ବତ ପରେ ଉଠି

ନକୁଳର ଥାଠକଇଂ କଲେ ଶରବୃଷ୍ଟି ।୧୧୮।

ଉପରେ ଥାଇଂଣ ସେ ଯେ ବିନ୍ଧନ୍ତି ତୀକ୍ଷମୁନା

ନିକିଳନ୍ତି ନାରାଜ ଯେ ଫୁଟିଣ ବଜ୍ରସେହ୍ନା ।୧୧୯।

ଘାୟେଣ ଘୁମାଇଲେ ସେ ପାଣ୍ଡବ ସନ୍ୟବଳ

ରେହନ୍ତ ସାରଥିକି ପ୍ରଣିପତ୍ୟେ ବୋଇଲା ନକୁଳ ।୧୨୦।

ବଡ଼ାଇ ଦୂରାପଦ ମୋତେ ପଡ଼ିଲା ଦେବସ୍ୱାମୀ

ବାହା ମୋର ତୁରଙ୍ଗମ ଚମ୍ପାଇ ଶୂନ୍ୟଗାମୀ ।୧୨୧।

ନକୁଳର ବଚନେ ଅଶ୍ୱନ୍ତ ଚଳାଇଲା ରେହନ୍ତ

ପର୍ବତ ଉପର ଧାତିକାରେ ଟେକିଲା ନେଇ ରଥ ।୧୨୨।

କରେଣ ବଜ୍ର କୋନ୍ତ ଘେନିଣ ନକୁଳକୁମାର

ଆକ୍ରେଷି ମାଇଲା ନେଇ ସନ୍ୟଂ ଉପରେ ।୧୨୩।

ଗଜ ଅଶ୍ୱ ପାଦାନ୍ତି ଯେ କୋନ୍ତଘାୟେ ଫୁଟି

ଶ୍ରୋଣିତମୟେ ଶରୀର ଯେ ପଡ଼ିଲେ ମହୀଲୋଟି ।୧୨୪।

ସହସ୍ରେକ ଯୋଦ୍ଧା ଯହୁଂ ଗଡ଼ ବାହାରେ ପଡ଼ିଲେ

ଗଡ଼ଦ୍ୱାରେ ଛାଡ଼ିଣ ସେ ଅନ୍ତର ହୋଇଣ ରହିଲେ ।୧୨୫।

ରେହନ୍ତ ସାରଥି ରଥ ବାହଇ ଚମ୍ପାଇ

ଗଡ଼ର ଭିତରେ ରଥ ବେଗେ କଲା ନେଇ ।୧୨୬।

ଦେଖିଣ ପ୍ରତଗ୍ୟାଂ ସେ କରଇ ତ୍ରିୟକେଶରୀ

ପାଞ୍ଚଲକ୍ଷ ଯୋଦ୍ଧାଘେନି ହୋଇଲା ଆଗସରି ।୧୨୭।

ଖେଦନ୍ତି ତୁରଙ୍ଗମ ସେ ସିଂଘନାଦ ଶବଦଇ

ରେ ରେ କାର ଶବଦେଣ କୋନ୍ତ ସେ ବୁଲାଇ ।୧୨୮।

ତର୍ଜନ୍ତି ଗର୍ଜନ୍ତି କେ ଧାମନ୍ତି ଅଶ୍ୱ ଚଢ଼ି

ଗଜଯୂଥ ଦେଖି ଯେହ୍ନେ ଧାମନ୍ତି କେଶରୀ ।୧୨୯।

କୋପେଣ କାଳାନଳ ସେ ମାଦ୍ରୀଦେବୀର ବଳା

ଯେସନେକେ ମତ୍ତଗଜ ଧାମଇଂ ଅନର୍ଗଳା ।୧୩୦।

ସମର ସମ୍ଭର୍ବେ ସେ ପଶଇ ରଣରଙ୍ଗେ

ତିନି ଅହିବ୍ରତ ଯୋଦ୍ଧା ଘେନିଯାଇ ଓଗାଳିଲା ଆଗେ ।୧୩୧।

ତ୍ରିୟକେଶରୀ ରାଜାର ସଇନି ବୁଲାଇ କୋନ୍ତ ଯାଠି

କରନ୍ତି ପ୍ରହାର ସେ ସନ୍ୟ ସେହ୍ନା ଯାୟେ ଫୁଟି ।୧୩୨।

ନକୁଳର ସଇନି ଯେ ବଞ୍ଚାନ୍ତି ଧାତିକାରେ

ଗୋଡାଇ ପ୍ରହାର କରନ୍ତି ପାଡ଼ନ୍ତି ରଡ଼ି ଘୋର ।୧୩୩।

ପ୍ରତଗ୍ୟାଂ ଆରମ୍ଭେ ସେ କୃତାନ୍ତକ ତେଜ ଜାଣି

ଝାସି ପ୍ରହରା କରନ୍ତି ଶହସ୍ରକୁ ନ ଗଣି ।୧୩୪।

ରଣେ ବିମୁଖ ସେ ପାଇଲେ ସ୍ୱଦେଶୀ

ନକୁଳର ସଇନି ରଣେ ପଶିଲେକ ଝାସି ।୧୩୫।

ଅନ୍ତରୀକ୍ଷେ ମାର୍ଗେ ଉଡ଼ାଇ କରି ରଥ

ସନ୍ୟ ପଛକତି ରଥ ନେଇ ଟେକିଲା ସାରଥି ରେହନ୍ତ ।୧୩୬।

ହାଥେଣ କୋନ୍ତ ଘେନିମ ନକୁଳ ପ୍ରହାରି

ଫୁଟନ୍ତି ରଥ ଗଜ ଅଶ୍ୱ ଯୋଦ୍ଧା ଆଦିକରି ।୧୩୭।

କୋନ୍ତ ଯୁଦ୍ଧେ ତାହାକଇଂ କେ ସାମରଥ ମଧ୍ୟସ୍ୱର୍ଗେ

ବୁଲାଇ ପ୍ରହାର କରଇ ସେହୁ ପବନୁଂ ଅତି ବେଗେ ।୧୩୮।

ପୃଥୀ ଧରିତେ ସାମରଥଯେ ଛତ୍ରୀ କୋନ୍ତମୂଳେ

ଝଲକନ୍ତି ତୀକ୍ଷମୁନା ଅନଳ ତେଜ ପ୍ରାୟେ ଗଗନେ ।୧୩୯।

ଯେସନେକେ ଆକାଶୁଂ ପଡ଼ଇ ବଜ୍ର ବାଣ

କମ୍ପଇ ବ୍ରହ୍ମାଣ୍ଡ ଯେ ଗୁଣଘୃଷ୍ଟ ଶବଦେଣ ।୧୪୦।

ଅନେକ ସଇନି ଯେ ପଡ଼ିଲେ ଘୋର ଯୁଦ୍ଧେ

ତ୍ରିୟକେଶରୀ ନୃପତି ଭାଜିଲା ରଣମଧ୍ୟେ ।୧୪୧।

ଗୋଡ଼ାଇ ନକୁଳ ଯେ ମାଇଲା ବଜ୍ରକୋନ୍ତ

ଘାୟେଣ ଢଳିପଡ଼ିଲେ ରଥ ଗଜ ଅଶ୍ୱ ପାଦାନ୍ତି ସହିତ ।୧୪୨।

ବିରଥୀ ହୋଇଣ ସେ ପଳାଇଲା ମହୀପାଳ

ଗୋଡ଼ାଇଂ ନକୁଳ ସେ ଧଇଲା ତ୍ରିୟକେଶରୀ ବାଳ ।୧୪୩।

ରାଗେଣ କୋନ୍ତେ ଯେ କରନ୍ତେ ପ୍ରହାର

ରେହନ୍ତ ସାରଥି ଧଇଲା ଯାଇଂ ନକୁଳର ବେନିକର ।୧୪୪।

ରେହନ୍ତ ବୋଇଲା ୟେକଉଣା ସାତ ସହସ୍ର ରାଜାନ୍ତ ଆଗ୍ୟାଂ ଦେଇଛନ୍ତି ତୋତେ

ତୁହୋ ତ୍ରିୟକେଶରୀ ରାଜାକଇଂ ନାଶକରିବୁ କେମନ୍ତେ ।୧୪୫।

ସାରଥି ବଚନେ ଛାଡ଼ିଲା ତାର କେଶ

ଭୁଜ ଧରି ସନ୍ନିଧ୍ୟେ ଆଣି କଲାକ ଆଶ୍ୱାସ ।୧୪୬।

ରାଜାର ବନ୍ଦୀ ଦେଖି ସମସ୍ତ ସଇନି

ଦନ୍ତେ ତିରଣ ଘେନି ସମସ୍ତେ କରନ୍ତି ଦୟିନି ।୧୪୭।

ନ ଜାଣି ନୃପତି ଆମ୍ଭର ଯେବେ କଲାକ ଦୋଷ

ତୁହି ସେ ରକ୍ଷା କରିବୁନା ପରମ ପୁରୁଷ ।୧୪୮।

ନକୁଳ ଶାନ୍ତି ହୋଇଲା ସଇନିଂକର ବଚନେ

ୟେତେକ ସନ୍ୟ ଅନମିତେ ତୁମ୍ଭର ରାଜା ନାଶଗଲା ଅଗ୍ୟାନେ ।୧୪୯।

ମୋହୋର ଶତ୍ରୁ ତ ତୁମ୍ଭେ ନୋହ ଯେ ବଇରି

ରାଜୁସି ଯଗ୍ୟଂ ନିମନ୍ତେ ମୁଂ ଅଇଲି ଦକ୍ଷିଣ ଦିଗକଇଂ ବିଜେକରି ।୧୫୦।

ଆହୋ ତ୍ରିୟକେଶରୀ ଯେତେବେଳେ ଆମ୍ଭର ସଭାକୁ ଅନକୂଳ ହୋଇଲା

ତହିଂର ନିମନ୍ତେ ହାଦେ ଜରାସନ୍ଧ ବଧଗଲା ।୧୫୧।

ନକୁଳ ବଚନେ ତ୍ରିୟକେଶରୀ ପରିଣାମି

ଦଶଦୋଷ ଅପ୍ରାଧ ମୋର କ୍ଷମା କରିବା ଦେବସ୍ୱାମୀ ।୧୫୨।

ସ୍ୱାମୀ ତୋହୋର ଦକ୍ଷିଣ ଦିଗବିଜେ ନ ଜାଣି ନ ଶୁଣି

ପରରାଷ୍ଟ ପ୍ରାୟେ ବୁଝି ସାଂଗ୍ରାମ କଲାଇଂ ନ ଜାଣି ।୧୫୩।

ନିମନ୍ତ୍ରଣ ଯୋଗାଡ଼ ଦିଲେ ନକୁଳକୁମାର

ସମଦଣ୍ଡ ଘେନି ରାଜା ଯାଅ ଯା ଯମପ୍ରଶସ୍ତ ପୁର ।୧୫୪।

ରାଜାନ୍ତ ଘେନି ମୋର ବାହୁଡ଼ିବା ପରିଯନ୍ତେ

ଦକ୍ଷିଣ କୋଶଳ ରାଜାମାନେ ରହିଥିବେଟି କଟକ ଯମପ୍ରଶସ୍ତେ ।୧୫୫।

ନିରାଧାର ଆଗ୍ୟାଂ ପାଇ ହାଦେ ତ୍ରିୟକେଶରୀ

ଅମୃତ ଯୋଗବଳେ ରାଜ୍ୟୁଂ ବାହାର ହୋଇଲା ଦଣ୍ଡଧାରୀ ।୧୫୬।

ସେ ନଦୀରେ ସ୍ରାହାନ କରି ମାଦ୍ରୀଦେବୀଂକ ନନ୍ଦନ

ତ୍ରିୟମ୍ୱକେ ନାଥଂକୁ ଯାଇଂ କଲେକ ଦ୍ରଶନ ।୧୫୭।

ଜୟ ତୁ ସର୍ବ ସୁଢ଼ଳ ନାଥ ଭଗତ ଜନ ପ୍ରତିପାଳି

ସର୍ବଜନ ରଞ୍ଜନ ନାଥ ତୁ ପ୍ରସନ୍ନ କାପାଳୀ ।୧୫୮।

ତ୍ରେତୟା ଯୁଗ ଆଦିକରି ଶ୍ରୀରାମଚନ୍ଦ୍ର ପୂଜା

ସଦୟେ ଅଭୟେ ବରଦାତା ତୁ ପ୍ରସନ୍ନେ ଦେବରାଜା ।୧୫୯।

କିଞ୍ଚିତ ସାକାର ସ୍ୱାମୀ ପଞ୍ଚଧାରା ବେନିରୂପୀ

ଶରଣ ପଞ୍ଜର ନାଥ ତୁ ସାଧକେ ସିଦ୍ଧତପୀ ।୧୬୦।

ଆଗ୍ୟାଂ ଦିଲେ ସ୍ୱାମୀ ଲକ୍ଷ୍ମଣଂକୁ ରାଇ

ପାଷାଣ ଲୋଡ଼ିଆଣ ପୂଜିବା ବିଶ୍ୱନାଥ ଦେବଇଂ ।୧୬୧।

ସ୍ୱାମୀ ଶ୍ରୀରାମ ଆଗ୍ୟାଂୟେ ଯେ ଲକ୍ଷ୍ମଣ କଲେ କୁଟୀ

ଶ୍ରୀରାମଂକୁ ଭଣ୍ଡିଲେ ପୋତିଣ ତୀରଗୋଟି ।୧୬୨।

ସ୍ୱାମୀ କଣୟକୂଟ ଗିରି କନ୍ଦରେ କଣୟ ଶିଖରେ

ଲକ୍ଷ୍ମଣ ବସାଇଲେ ତୀର ଗୋଟିୟେ ଉପରେ ।୧୬୩।

ଅନେକ କୁସୁମ ମାଳ ଗଭାଇଣ ଯତନେ

ତ୍ରିୟମ୍ୱକ ଥମ୍ୱ ବୋଲି ଥାପିଲେ ଲକ୍ଷଣେ ।୧୬୪।

ଶ୍ରୀରାମଚନ୍ଦ୍ର ପ୍ରଣପତ୍ୟ ହୋଇ କଲେ ଅନେକ ତୁସ୍ତି

ପ୍ରସନ୍ନେ ନାଥ ବିଜୟେ କଲେ ତ୍ରିୟମ୍ୱକ ମୃର୍ତ୍ତି ।୧୬୫।

ମହାଶମ୍ଭୁ ହୋଇଲା ସେ କଣୟକୂଟ ଗିରି ଫୁଟି

ପାତାଳ ସ୍ୱର୍ଗେ ଯାଇଂ ଲକ୍ଷେଜୁଣେ କଣ୍ଟି ।୧୬୬।

ମହାଶମ୍ଭୁ ହୋଇ ତୁ ପ୍ରସନ୍ନେ ତ୍ରିୟମ୍ୱକ

ଶ୍ରୀ ମଳୟା ନାଥ ସ୍ୱାମୀ ସରୂପ ସଦାରେକ ।୧୬୭।

ଆପଣେ ମୃଗୟାର ବିନୋଦେ ତୁ ସଦା କୁତୂହୋଳି

ମାରିଣ ବନଜୀବନ୍ତ ନାଥ କଉତୁକ ଖେଡ଼ ଖେଡ଼ି ।୧୬୮।

ତବ ଚରଣେ ଶରଣ ସ୍ୱାମୀ ଖଣ୍ଡିଲା ଦୁଷୁକୃତ

ଅନେକ ତୁସ୍ତିକରି ନକୁଳ ହୋଇଲା ପ୍ରଣିପତ୍ୟ ।୧୬୯।

ମାଦ୍ରୀଦେବୀର ତନୟେ ହୋଇଲା ବହୁତ ବିନୟେ

ଭଗତି ଦେଖି ବିଜୟେ କଲେ ଦେବରାୟେ ।୧୭୦।

ବାମକରେ କମାୟେଣ ଦକ୍ଷିଣ କରେ ତୀରଗୋଟି

ପାଦେଣ ରତ୍ନକଠାଉ ଶିରେ ୟେକ ଜଟି ।୧୭୧।

ଧବଳବର୍ଣ୍ଣ ଶରୀର ହୃଦେ ମୁକୁତାର ମାଳୀ

କର୍ଣ୍ଣେଣ ଅମୃତ କୁଣ୍ଡଳ ହୃଦେଣ ଅଷ୍ଟରତ୍ନମାଳା ଲୁଳି ।୧୭୨।

ଶିରେଣ ସୀମନ୍ଥିନୀ ହୃଦୟେ ପୁଷ୍ୟମାଳା

କରେଣ କଂକଣ ବାହୁଟି ଯେ କଟିରେ ରତ୍ନମେଖଳା ।୧୭୩।

ୟେସନ ଶୋଭାବନ ନାଥ ଶ୍ରୀତ୍ରିୟ ମଳୟା

ସନ୍ନିଧ୍ୟେଣ କାତ୍ୟାୟନୀ ଗଉରୀ ବିଜୟା ।୧୭୪।

ନକୁଳ ଦେଖିଲା ଯହୁଂ ସ୍ୱାମୀର ନିଜ ରୂପଗୋଟି

ଅନେକ ବିନୋୟୀ ହୋଇ ପଦ୍ମପାଦ ତଳେ ଲୋଟି ।୧୭୫।

ଈଶ୍ୱର ବୋଇଲେ ନକୁଳ ହୋଇ ମହିମାଂ ତୋର ଧନି

କେଉଂଣ ପୁଣ୍ୟକ୍ଷଣେ ତୁମ୍ଭଂକୁ ଜାତକଲା ଜନନୀ ।୧୭୬।

ସାଂଗ୍ରାମେ ନିର୍ଭୟା ତୁମ୍ଭର କାହାକଇଂ ନାହିଂ ଶଂକା

ୟେଡ଼େବଡ଼ ଦିଗ ସାଧ୍ୟ କରୁଛ ଜଣେ ଜଣେ ୟେକା ।୧୭୭।

ଆମ୍ଭନ୍ତ ଭେଟିଲା ତୁମ୍ଭର ଜୀବନ ସୁଫଳ

ମହାମନ୍ତ୍ର ଗୋଟିୟେ ତୋତେ ଦେବୁରେ ନକୁଳ ।୧୭୮।

ସେ ମନ୍ତ୍ର ଗୋଟିକୁ ପଢିଲେ ତିନିକାଳେ

ଆହାର ମଇଥୁନ ନିଦ୍ରା ନ ପୀରତି ସର୍ବକାଳେ ।୧୭୯।

ୟେସନେକ ଆଗ୍ୟାଂ ଦିଲେକ କାପାଳୀ

ନକୁଳ କୁମାରକୁ ମନ୍ତ୍ର ଦିଲେ ତୋଳି ।୧୮୦।

ରାଜାମାନନ୍ତ ମାଧ୍ୟ କରିବା ପରିଯନ୍ତେ

ନିଦ୍ରା କ୍ଷୁଧା ତୃଷ୍ଣା ମଇଥୁନ କିଛି ନ ପୀଡ଼ିବ ରେ ବାବୁ ତୋତେ ।୧୮୧।

ଆହୁରି ଦେଉଅଛି ତୋତେ ତୀକ୍ଷଶର ଗୋଟିୟେ

ୟେ ଶର ଯୋଚିଥିଲେ ତୋତେ ସାଧ୍ୟ ହୋଇବ ସର୍ବରାୟେ ।୧୮୨।

ବାବୁ ଯଦ୍ୟପି ପର୍ବତ ହୋଇବ ଲୁହାର ବଜ୍ରଘୋଟି

ୟେ ଶହସ୍ର ପଡ଼ିଲେଣ ସମସ୍ତ ଯିବେ ଫୁଟି ।୧୮୩।

ୟେସନେକ ଆଗ୍ୟାଂ ସ୍ୱାମୀ ପ୍ରସନ୍ନେ ଅବଧାରି

ବର ଦେଇ ଅନ୍ତର୍ଦ୍ଧାନେ ଗଲେକ ତ୍ରିପୁରାରି ।୧୮୪।

ତହୁଂଣ ବିଜୟ କରିଣ ଚଳଇ ନକୁଳେ

ଭୀମାଓର ଦେଶେ ପ୍ରବେଶ ଘେନିଣ ମହାବଳେ ।୧୮୫।

ବାଜନ୍ତି ବୀରତୂର ଟମକ ନିଶାଣ

ଖେଦନ୍ତି ଖୁରୁସାଣି ରାଉତେ ଉଠନ୍ତି ଠିଆଠାଣ ।୧୮୬।

ସେ ଭୀମଓର ରାଜ୍ୟେ ରାଜା ଭୀମ ଚକ୍ରବ୍ରତୀ

ବିଜେ କରିଅଛି ରାଜା ବାହାର ଜଗତୀ ।୧୮୭।

ରାଜାର ଛାମୁରେ ଯାଇଂ କହନ୍ତି ଦେଶାଉରେ

ସ୍ୱାମୀ କେବଣ ରାଜାୟେ ପଲାସିଲା ତୋହୋର ରାଜ୍ୟରେ ।୧୮୮।

ବଡ଼ାଇ ପ୍ରତାପୀ ଦେବ ଅନେକ ସଇନି

ଧାମନ୍ତି ଉଚ୍ଚବାଚେ କରେଣ ଶସ୍ର ଘେନି ।୧୮୯।

ଶୁଣିଣ କୁହାବଇ ଭୀମେକ ଚକ୍ରବ୍ରତୀ

ସମଦଣ୍ଡ ଘେନି ରାଜା ଧାମଇଂ କୋପମୃର୍ତ୍ତି ।୧୯୦।

ମୟେମତ୍ତ ହାଥୀ ୟେକ ଚଢ଼ିଣ ନରସାଇଂ

ନକୁଳ ଥାଠକୁ ଓଗାଳିଲା ବୀର ବେଗେ ଯାଇଂ ।୧୯୧।

ପରିଘ ଶହସ୍ରେକ ଧରିଣ ନିଜ କରେ

ରୋଷଭରେ ହାକଇଂ ରାଜା କେ ରେ ପଶଇ ମୋହୋର ରାଜ୍ୟରେ ।୧୯୨।

ୟେ ଦକ୍ଷିଣ ରାଜ୍ୟରେ ମୁଂ ଛତ୍ରୀ ଯେ ଅଜୟା

ଜୀବନାଶ କରି ଆସୁଅଛୁ ହରାଇବୁ କାୟା ।୧୯୩।

ରାଜାର ପ୍ରତଗ୍ୟାଂ ଶୁଣି ନକୁଳ ବୋଇଲା ଆଗେ

ରାଜୁସି ଯଗ୍ୟଂ ନିମନ୍ତେ ଆମ୍ଭେ ବିଜେ ଦକ୍ଷିଣ ଦିଗେ ।୧୯୪।

ଆହୋ ସୋମବଂଶେ ରାଜା ଯେ ଯୁଝେଷ୍ଠି ନୃପବର

ତାହାଂକର ଅନୁଜ ଅଟଇ ଯେ ବୀର ବ୍ରିକୋଦର ।୧୯୫।

ଭୀମସେନର କନିଷ୍ଠ ଯେ ଅଟନ୍ତି ଅର୍ଜୁନ

ମୋହୋର ନାମ ନକୁଳ ମୁଂ ପାଥହୁଂ ଅଟଇ ସାନ ।୧୯୬।

ରାଜୁସି ଯାଗ ନିମନ୍ତେ ରାଜାଂକୁ ନିମନ୍ତ୍ରଣ

ଆଗ୍ୟାଂ ପ୍ରମାଣେ ମୁହିଂ ଦକ୍ଷିଣ ଦିଗେ ବରଗିଣ ।୧୯୭।

ନକୁଳ ବଚନେ ଯେ ଭୀମେକ ଚକ୍ରବ୍ରତୀ

ହାଥୀ ତେଜ୍ୟାକରି ରାଜା ଆସଇ ତତତି ।୧୯୮।

ମନ୍ତ୍ରୀକି ରାଇ ରାଜା ବୋଲଇ ୟେକାନ୍ତେ

ପୁର ମୋହୋର ମଣ୍ଡନ କର ଅତିଅନ୍ତ ଯତ୍ନେ ।୧୯୯।

ନଗ୍ରେଣ ଉତ୍ସବ କରାଅ ବୋଲି ନୃପତି ଆଗ୍ୟାଂ ଦିଲା

ପ୍ରତକ୍ଷେ ନାରାୟଣ ମୋହୋର ଭୁବନେ ବିଜେକଲା ।୨୦୦।

ଅନେକ ବିନୋୟୀ ସେ ନେଲାକ ଆସ୍ତାନକୁ

ସିଂଘାସନେ ନେଇ ବସାଇଲା ନକୁଳ ସୁମାରକୁ ।୨୦୧।

ଅନେକ ବିନୋୟୀ ହୋଇ ଖଟଇ ଆପଣେ ସନ୍ନିଧ୍ୟାନେ

ଆଲଟ ଚାମର ଯେ ଢ଼ାଳନ୍ତି ବନ୍ଧୁ କୁଟୁମ୍ୱମାନେ ।୨୦୨।

ଅକ୍ଷତ ଗୁଆ ତାକୁ ଦିଲେକ ନକୁଳ

ସମଦଣ୍ଡ ଘେନି ନୃପତି ଯମପ୍ରଶସ୍ତକୁଇଂ ଚଳ ।୨୦୩।

ନିମନ୍ତ୍ରଣ ଯୋଗାଡ଼ ଘେନିଲା ଭୀମେକ ଚକ୍ରବ୍ରତୀ

ସମଦଣ୍ଡ ଘେନି ରାଜା ଚଳିଲେ ତତକ୍ଷଣାନ୍ତି ।୨୦୪।

ତହୁଂଣ ଚଳଇ ନକୁଳ ବୀରତୂର ବାଦ୍ୟଘାତେ

ଉଡଙ୍ଗ ଦେଶେ ଯାଇଂ ବିଜୟେ ତୁରିତେ ।୨୦୫।

ମଳୟବସନ୍ତ ବୋଲି ସେ ଉଡଙ୍ଗ ଦେଶ ରାଜା

ତାହାର ଦେଶେ ଯାଇଂ ପ୍ରବେଶ ମାଦ୍ରୀଦେବୀର ଆତ୍ମଜା ।୨୦୬।

ନକୁଳ ଦିଗବିଜେ ବାରତା ରାୟେ ପାଇ

କଟକୁ ବାହାର ହୋଇଲା ଅନେକ ସାନନ୍ଦ ହୋଇ ।୨୦୭।

ହାଥେଣ ଚାମର ଧରି ସେ ବସନ୍ତସେନ

ନକୁଳ ଛାମୁରେ ଯାଇଂ କଲାକ ଦରଶନ ।୨୦୮।

ନିମନ୍ତ୍ରଣ ଯୋଗାଡ ତାକୁ ଦିଲେକ ନକୁଳ

ସମଦଣ୍ଡ ଘେନି ବାହାର ହୋଇ ଯମପ୍ରଶସ୍ତକୁଇଂ ବେଗେ ଚଳ ।୨୦୯।

ନକୁଳ ଆଗ୍ୟାଂରେ ସେ ବାହାର ହୋଇଲା ନୃପତି

ଅନକୂଳ ଘେନି ରାଜା ବାହାର ତତକ୍ଷଣାନ୍ତି ।୨୧୦।

ତହୁଂଣ ନକୁଳ ଚଳଇ ବୀରତୂର ବାଦ୍ୟ ବାଇ

ଚୂଡ଼ଙ୍ଗ ଦେଶେ ପ୍ରବେଶ ହୋଇଲା ବୀର ଯାଇଂ ।୨୧୧।

ସେ ଦେଶର ରାଜା ଯେ ଚୂଡଙ୍ଗ ଚକ୍ରବ୍ରତୀ

ତାହାର ଭୁବନେଣ ପ୍ରବେଶ ଯାଇଂ ଚକ୍ରବ୍ରତୀ

ତାହାର ଭୁବନେଣ ପ୍ରବେଶ ଯାଇଂ ଝାତି ।୨୧୨।

ମୁନେହିଂ ଜଣାଇଲେ ଯାଇଂ ରାଜାର ଅଗ୍ରତେ

ସ୍ୱାମୀ କଟକ ଭିତରେ ଯୋଦ୍ଧାୟେ ୟେକ ଆସି ପଶିଲା
ଅଦଭୁତେ ।୨୧୩।

ଉଲୁକାପାତ ପ୍ରାୟେକ ତାର ଦିଶନ୍ତି ସଇନି

ବୁଲାବନ୍ତି ଲାଂକିଆ କରେ ଶସ୍ର ଘେନି ।୨୧୪।

ଶୁଣିଣ କୋପକଲା ସେ ଚୂଡ଼ଙ୍ଗ ଚକ୍ରବ୍ରତୀ

କୃତାନ୍ତେକ ବଂଶେଣ ମୁଂ ଅଟଇ ଉତପତ୍ତି ।୨୧୫।

ମୁହଂ ଅନୁବ୍ରତେ ପର ରାଜ୍ୟେ ବାହେ ଥାଠ

ମୋହୋର ଉପରକୁ କେରେ ସାଜଇ ପରରାଷ୍ଟ ।୨୧୬।

ୟେ ଦକ୍ଷିଣ କୋଶଳେ ମୁହିଂ ଅଟଇ ୟେକ ଯୋଧୀ

ଜରାସନ୍ଧ ରାଜାକଇଂ ମୁଂ ହୋଇଲି ଅସାଧି ।୨୧୭।

ମୁହିଂ ସେ ରାଜାଂକ ଉପରେ ଭରସଲ

ମୋହୋର ଉପରକୁ କେରେ ଅଟଇ ମହାମଲ୍ଲ ।୨୧୮।

ପାରିଦଣ୍ଡ ଶତେ ରାଜା ସନ୍ନିଧ୍ୟେ ହକାରି

ରାଜ୍ୟକୁ ପଶି ନ ଦିଅଇ ଆଗ୍ୟାଂ ଅବଧାରୀ ।୨୧୯।

ରାଜାର ଆଗ୍ୟାଂରେ ସେ ଧାଇଂଲେ ପାରିଦଣ୍ଡ

ଲୋହସାର ଧନୁ ଧରି ସେ ଧାମନ୍ତି ପରଚଣ୍ଡ ।୨୨୦।

ଗର୍ଜନ୍ତେଣ କମ୍ପିଲା ଯେ ଦାବାନଳ ପୃଥୀ

ଦଇଦଲିତ ହୋଇଣ ଯେ କମ୍ପଇ ବସୁମତୀ ।୨୨୧।

ପାରିଦଣ୍ଡ ରାଜାମାନେ କରେଣ ଶସ୍ର ଧରି

ଆରେ ରହ ରହ ବୋଲି ଚୂଡଙ୍ଗ ଚକ୍ରବ୍ରତୀର ଆନ ପାଡ଼ି ।୨୨୨।

ଇହଲୋକେ ଜାତ ହୋଇଣ ୟେଡ଼େ କିମ୍ପା ଭରସୁ

ଜୀବନ ନିଆଶୀ କିମ୍ପା ରେ ଚୂଡଙ୍ଗ ଦେଶେ ପଶୁ ।୨୨୩।

ସଇନିର ତହୁଂ ପ୍ରତଗ୍ୟାଂ ଯହୁଂ ବହୁତ ପ୍ରତାପୀ

ଦୁସହ ପହିଜ ଶୁଣି ନକୁଳ ମହାକୋପୀ ।୨୨୪।

ଆପଣାର ଥାଠ ପଛକରି ଆଗେ କଲା ନେଇ ରଥ

ବୋଇଲା ୟେ ମହୀମଣ୍ଡଳେ କେ ରେ ୟେତେକ ସାମରଥ ।୨୨୫।

ବାହୁଡ଼ିଣ କହ ଯାଇଂ ତୁମ୍ଭ ନୃପତିର ଆଗେ

ବୋଲ ନକୁଳ ବିଜେ କରିଛନ୍ତି ୟେ ଦକ୍ଷିଣ ଦିଗ ଭାଗେ ।୨୨୬।

ଦ୍ୱନ୍ଦ ବିବାଦ ଯେ ଆମ୍ଭର ନାହିଂ କିଛି

ହସ୍ତିନା ରାଜ୍ୟକୁ ଯିବ ଅନେକ କାର୍ଯ୍ୟ ଅଛି ।୨୨୭।

ସେ କାର୍ଯ୍ୟକୁଟି ଆମ୍ଭର ଦିଗ ବିରଣେ

ରାଜୁସି ଯାଗକୁ ଯିବେଟି ଲକ୍ଷେ ରାଜାଗଣେ ।୨୨୮।

ସୋମବଂଶେ ରାଜା ଯୁଝେଷ୍ଠି ଦଣ୍ଡଧାରୀ

ପିତାର କାର୍ଯ୍ୟେ ସେ ରାଜୁସି ଯାଗ କରି ।୨୨୯।

ପାଣ୍ଡବ ସୁନ୍ଦର ବୀର ବ୍ରିକୋଦର

ତାହାଂକର ସାନୁଜ ଅର୍ଜୁନ ଧନୁର୍ଦ୍ଧର ।୨୩୦।

ମୋହୋର ନାମଗୋଟି ଅଟଇ ନକୁଳ

ସହଦେବ ବୋଲି ଯେ ସାନୁଜ ମୋହୋର ।୨୩୧।

ପିତାର କାର୍ଯ୍ୟ ଆମ୍ଭେ ଚାରିଦିଗକୁ ଆଗତ

ରାଜାମାନଂକୁ ବରିବୁ ଦେଇଣ ଦୁର୍ବାକ୍ଷତ ।୨୩୨।

ସମସ୍ତ ସଇନିମାନେ ଗଲେଣି ଚଳାଇ

ତୁମ୍ଭର ରାଜାକୁ କୁହ ଯା ମଣାଇ ।୨୩୩।

ଦ୍ୱନ୍ଦ ବାଦରେ ଆମ୍ଭର ନାହିଂ ପ୍ରୟୋଜନ

ସମଦଣ୍ଡ ଘେନି ଯାଅ ଯମପ୍ରଶସ୍ତ ଥାନେଣ ।୨୩୪।

ନକୁଳର ବଚନେ ହସିଲେ ସଇନି

କେବଣ ପାଣ୍ଡବ ବୋଲି ଆମ୍ଭେ ତ ନ ଜାଣି ।୨୩୫।

କେ ତୋହୋର ଯୁଝେଷ୍ଠି କେ ତୋହୋର ଭୀମସେନ

କାହାର ଆଗେ କହୁ ବଡ଼ିମା ବଡପଣ ।୨୩୬।

ୟେତେବୋଲି ସଇନି ବିନ୍ଧିଲେ ନାରାଜ

ଜଳଧାର ପ୍ରାୟେ ହୋଇ ବିନ୍ଧନ୍ତି ମହାତେଜ ।୨୩୭।

ଅବିଚ୍ଛନ୍ନେ ବାଣ ଯେ ବିନ୍ଧିଲେ ନ ବିଚାରି

ନକୁଳ ସୁମରଇ ସ୍ୱାମୀ ଦେବ ଚକ୍ରଧାରୀ ।୨୩୮।

ତୁମ୍ଭେ ଯେ ଆମ୍ଭନ୍ତ ଦେବ ତିଆରିଲ ଯତନେ

ବୋଇଲୁ ଯେ ଦ୍ୱନ୍ଦୀ ନୁହନ୍ତି ଦକ୍ଷିଣ ଗଦିଦ ରାଜାମାନେ ।୨୩୯।

ୟେତେକ ବିଚାରିଣ ସେ ବିନ୍ଧିଲେ ବେଗେ ବାଣ

ତୀକ୍ଷ ନାରାଜନ୍ତ ବିନ୍ଧିଲା ପାଣ୍ଡବ ପଞ୍ଚାଣ ।୨୪୦।

ଶର ବୃଷ୍ଟି କଲାକ ନିର୍ଘାତ ଶବଦ ଧଆତି

ହାଥୀଂକର କୁମ୍ଭସ୍ଥଳେ ନାରାଜ ଯାଇଂ ପତି ।୨୪୧।

ଲାଦି ଘରା ବାଟେ ପଛକତିକି ନିକିଳି

ହାଥୀ ଯୋଦ୍ଧା ସହିତେ ୟେକାବେଳେ ଢଳି ।୨୪୨।

ମାଦ୍ରିର ନନ୍ଦନ ଯେ ଅଶକ୍ୟ ବଳବନ୍ତା

ପବନହୁଂ ବେଗେ ନାରାଜ ବିନ୍ଧଇ ନ ଯାଇ ଗଣିତା ।୨୪୩।

ସହସ୍ରେକ ମୁକୁଟବନ୍ଧା ଯୋଦ୍ଧା ଥିଲେ ଆଗିଆଣି

ଗର୍ଜି ଭୂମିରେ ପଡ଼ିଲେ ଗଣ୍ଡିମୟେ ଜାଣି ।୨୪୪।

ସଇନି ହତ ଦେଖି ଧାଂଇଲେ ପାରିଦଣ୍ଡେ

କରେଣ ଧରିଛନ୍ତି ପଥର ଖଣ୍ଡେ ଖଣ୍ଡେ ।୨୪୫।

ଦାମକରେ ଧରିଣ ସେ ଅଛନ୍ତି ବୃକ୍ଷେ ବୃକ୍ଷେ

ବାନର ବଳ ପରାୟେ ଦିଶୁଛନ୍ତି ପ୍ରତକ୍ଷେ ।୨୪୬।

ଦେଖିଣ ନକୁଳ ଯେ କୋନ୍ତେକ ବୁଲାଇ

ଅବିକାର ସରୂପେ ତେଜେକ ଦେଖାଇ ।୨୪୭।

କୁମାର ନନ୍ଦନ ଯେ ଅଟଇ ମହାବଳୀ

ହାଥୀଂକ ଉପରେ ନେଇଂ ମାଇଲା କୁନ୍ତ ତୋଳି ।୨୪୮।

ହାଥୀ ମାହୁନ୍ତମାନଂକୁ ବୁଲାଇ ଅନ୍ତରୀକ୍ଷେ

ଗଡ଼ ଉପରକୁ ଫିଙ୍ଗି ଦିଲାକ ପ୍ରତକ୍ଷେ ।୨୪୯।

ପଡିଲେ ମହାବୀରେ ଅନ୍ତରୀକ୍ଷୁଂ ଉଲୁକାପାତ ଜାଣି

ଜଗତୀରେ ଥାଇ ଚୁଡ଼ଙ୍ଗ ରାୟ ନୃପମଣି ।୨୫୦।

ରାଜାର ଦେଖାନ୍ତେଣ ସନ୍ୟ ବଳ ଭାଜେ

ରଥେକ ସାଜି ରାଜା ଆପଣେ କଲା ବିଜେ ।୨୫୧।

ବାମେ ବାଜୁଆଣୀ ଦକ୍ଷିଣେ ଆଗିଆଣି

ସମ୍ଭରେ ବିଜେକଲା ସେ ଚୁଡଙ୍ଗ ନୃପମଣି ।୨୫୨।

ରାଜାକଇଂ ଦେଖିଣ ସେ ଉଠିଲା ସଇନି

ନକୁଳ ଉପରକୁ ଉଠିଲେ କରେଣ ଶସ୍ର ଘେନି ।୨୫୩।

ମାର ମାର ବୋଲିଣ କିଟିକିଟି ଭାଷେ

ଶାଳଶିଳ ଘେନିକରି ବୁଲାବନ୍ତି ମହାରୋଷେ ।୨୫୪।

ଆହୋ ସଇନିଂକ ବିକଟାଳ ନକୁଳ ଯହୁଂ ଦେଖି

ସନ୍ନିଧ୍ୟେ ପଚାରିଲେ ରେହନ୍ତ ସାରଥିକି ।୨୫୫।

ବହୁତ ପ୍ରତଗ୍ୟାଂ ମୋଢ଼ାୟେ ରଣରଙ୍ଗେ କରି

ରାଜାର ଛାମୁକୁ ରଥ ମୋହୋର ବାହା ବେଗକରି ।୨୫୬।

ନକୁଳର ବଚନେ ଦେବ ଦିନକର ସୁତ

ପବନ ଗତି କରି ବାହିଲା ଅନ୍ତରୀକ୍ଷେ ତାର ରଥ ।୨୫୭।

ଶେଣାପଚ୍ଛୀ ପ୍ରାୟେକ ଯେ ଉଡନ୍ତି ତୁରଙ୍ଗେ

ଝାତିକାରେ ରଥ ଟେକିଲା ନେଇ ଚୁଡଙ୍ଗ ଚକ୍ରବ୍ରତୀର ଆଗେ ।୨୫୮।

ଅଦଭୁତେ ଦେଖିଣ ପ୍ରତାପୀ ରାଜବଂଶୀ

କରେଣ କୃପାଣେକ ଘେନି ନକୁଳକଇଂ ଆକ୍ରେଷି ।୨୫୯।

ଦେଖିଣ ନକୁଳ ବୁଲାଇ ତୀକ୍ଷ କନ୍ତ

ଆକ୍ରେଷି ପ୍ରହାର କଲା ଚୁଡଙ୍ଗ ଚକ୍ରବ୍ରତୀ ରଥ ।୨୬୦।

ନକୁଳର କୁନ୍ତଘାୟେ ରଥ ଚୁରଗଲା

ମତ୍ତ ହାଥୀୟେ ଚଢ଼ି ରାଜା ବାହୁଡି ବିଜେକଲା ।୨୬୧।

ଲୋହସାର ବେନିଗଦା ଧରିଛି ବେନିହାଥେ

ବୁଲାଇ ପ୍ରହାର କଲା ନକୁଳର ରଥେ ।୨୬୨।

ରେହନ୍ତ ସାରଥି ରଥ ବଞ୍ଚାଇଲା ଅନ୍ତରୀକ୍ଷେ

ପୁଣିହିଂ ନକୁଳ ଯେ ତୀକ୍ଷକୋନ୍ତ ମାଇଲା ପ୍ରତକ୍ଷେ ।୨୬୩।

ନକୁଳର କୁନ୍ତ ହାଥୀ କୁମ୍ଭସ୍ଥଳେ ଫୁଟି

ଗର୍ଜନ କରିଣ ମହାଗଜ ପଡ଼ିଲା ମହୀଲୋଟି ।୨୬୪।

ତହୁଂ ବିରଥୀ ହୋଇ ପଳାଇଲା ସେ ଚୁଡ଼ଙ୍ଗ ମହାରାୟେ

ପଛରେ ଗୋଡ଼ାବଇ ତାର ମାଦ୍ରୀର ତନୟେ ।୨୬୫।

କୋନ୍ତ ନେଇଂ ପ୍ରହାର କରନ୍ତେ ଉପରେ

ମନ୍ତ୍ରୀବର ପ୍ରଣପତ୍ୟ ହୋଇଲା ନକୁଳ ପୟରେ ।୨୬୬।

ରେହନ୍ତ ବୋଇଲା ବାବୁ ଛାଟ କୋପ ମନ

ମନ୍ତ୍ରୀର ବଚନେ ୟେହାକୁ କରିବା ସମାଧାନ ।୨୬୭।

କିଞ୍ଚିତ ଦୋଷକୁ ତ ରାଜାନ୍ତ ନାଶକଲେ

ରାଜୁସି ଯାଗ ନୋହିବଟି ରାଜାୟେ ନ ଅଣ୍ଟିଲେ ।୨୬୮।

ରେହନ୍ତର ବଚନେ ସେ ନକୁଳ ପରମ ଶାନ୍ତି

ରାଜାକୁ ବାହୁଡାଇ ଆଣସି ହୋ ମନ୍ତ୍ରୀ ।୨୬୯।

ନକୁଳର ବଚନେ ମନ୍ତ୍ରୀ ଗଲାକ ତଡ଼ଡ଼ି

ରାଜାକୁ ସମାର୍ଜନା ଯାଇଂ କଲାକ ମହାମନ୍ତ୍ରୀ ।୨୭୦।

ରାଜାକୁ ଘେନି ବେଗେଣ ଚଳିଯାଇ

ନକୁଳ ଛାମୁରେ ବେଗେ ଦ୍ରଶନ କରାଇ ।୨୭୧।

କାକୁସ୍ଥ ହୋଇ ରାଜା ଦନ୍ତେଣ ତିରଣ ମୁଖେ ଦଶନହ ଭରି

ଶରଣ ଫୁକାରଇ ମୋତେ ଉଦ୍ଧର ଦଇତାରି ।୨୭୨।

ରାଜାର ବିକାଳ ଦେଖି ଯେ ମାଦ୍ରୀଦେବୀର ବଳା

ଚୁଡଙ୍ଗ ଚକ୍ରବ୍ରତୀ ହୃଦେ ନେଇ ଲମ୍ୱାଇଲା ରତ୍ନମାଳା ।୨୭୩।

ଅନେକ ସଇନି ରାଜା ନାଶ କଲୁ ହୋ ନ ଜାଣି

ଦଣ୍ଡ ଘେନି ରାଜୁସି ଯାଗକୁ ଯାଅ ଯା ୟେହିକ୍ଷଣି ।୨୭୪।

ନିମନ୍ତ୍ରଣ କଲେ ଯହୁଂ ନକୁଳ କୁମାର

ଚୂଡଙ୍ଗ ରାୟେ ବୋଇଲେ ସ୍ୱାମୀ ଆଜଇ ରହିବା ମୋର ପୁର ।୨୭୫।

ନକୁଳ ବୋଇଲା ଆମ୍ଭର ଭୋଜନେ କିସ ଅର୍ଥ

ତୁମ୍ଭର ଚଳିଲେ ସେ ଆମ୍ଭର ପୁରୁଷାର୍ଥ ।୨୭୬।

ତୁ ୟେବେ ବହନ ହୋ ଯାଅ ଯା ସମଦଣ୍ଡ ଘେନି ଦଣ୍ଡଧାରୀ

ଯମପ୍ରଶସ୍ତେ ରହିଥାଅ ତୋହୋର ଥାଠସନ୍ୟ ଘେନିକରି ।୨୭୭।

ନକୁଳର ଆଗ୍ୟାଂୟେ ସେ ଚୁଡଙ୍ଗ ଚକ୍ରବ୍ରତୀ

ବିନା ଅନକୂଳେ ସେ ବାହାର ହୋଇଲା ତତକ୍ଷଣାନ୍ତି ।୨୭୮।

ତହୁଂଣ ନକୁଳ ଯେ ଚଳାଇଣ ବେଗେ ଥାଠ

ଦଣ୍ଡ ଘେନି ତୁରିତେ ମିଳିଲା ଯାଇଂ ପାତାଳଗଞ୍ଜାର ତଟ ।୨୭୯।

ଚନ୍ଦ୍ରଚୂଡ଼ ବୋଲିକରି ତହିଂ ୟେକଇଂ ପର୍ବତେ

ମଣିଭଦ୍ରା ବୋଲିକରି ୟେକଇଂ ନୃପତ୍ୟେ ।୨୮୦।

ନକୁଳ ବିଜେକଲେ ସେ ଗିରିବରର ନିକଟେ

ପ୍ରତାପୀର ସନ୍ୟ ରହିଲେ ତହିଂ ରନ୍ଧନ ଭୋଜନର ପୃଷ୍ଠେ ।୨୮୨।

ଆପଣେ ସ୍ରାହାନ ଭୋଜନ କଲେ ନକୁଳ କୁମାର

ସନ୍ଧା ଅବକାଶେ ଦଣ୍ଡ ଘେନି ହୋଇଲେ ବାହାର ।୨୮୨।

ମଣିଭଦ୍ରା ରାଜା ବିଜୟେ ଚନ୍ଦ୍ରଚୂଡ଼ ପର୍ବତେ

ରାଜାର ଛାମୁରେ ବାରତା ଜଣାଇଲେ ଦୂତେ ।୨୮୩।

ଶୁଣ ଦେବ ଗିରିବର ଶିଖର ଅଧିକାରୀ

ନକୁଳ ବିଜେକଲେ ଦକ୍ଷିଣ ଦିଗ ରାଜାନ୍ତ ନିମନ୍ତ୍ରଣ କରି ।୨୮୪।

କଳିଙ୍ଗ ବଙ୍ଗ ଉଡ଼ଙ୍ଗ ତେଲଙ୍ଗ ଯେତେକ ନୃପତି

ଦେବ ବହୁତ ଧ୍ୱଂସି ହୋଇଲା ଚୂଡ଼ଙ୍ଗ ମଣ୍ଡଳ ଚକ୍ରବ୍ରତୀ ।୨୮୫।

ଅନେକ ସନ୍ୟ ପଡ଼ିଲେ ରାଜାର ରାଜ୍ୟ ହୋଇଲା ଉଜାଡ଼ି

ପ୍ରାଣେ ନାଶ କରୁଥିଲା ପୁଣ ତାହାକୁ ଶରଣେ ରକ୍ଷାକରି ।୨୮୬।

ଦଣ୍ଡଘେନି ପାଛୋଟି ଯିବା ଚାଲ ବେଗେ

ଦୟା ଉପୁଜୁଂ ତୋତେ ୟେବେ ଉପେକ୍ଷା କରୁ ରାଗେ ।୨୮୭।

ମନ୍ତ୍ରୀର ବଚନେ ଯେ ଉଠିଲା ମହାରାଜା

ଆଗ୍ୟାଂଦିଲା ସଇନି ସାଜ ବେଗେ ଯାଅ ଯା ।୨୮୮।

ରାଜାର ବଚନେ ମନ୍ତ୍ରୀ ଯେ ଉଭାରିଲେ ସଇନି

ଚଳଇ ନୃପତି ଯେ ନିଜର ବଳ ଘେନି।୨୮୯।

ମଣିନାଗ ନାମେ ଯେ ହାଥୀୟେକ ଆରୋହି

ପର୍ବତ ଉପରୁଂ ଓହ୍ଲାଇଲା ବେଗହୋଇ ରାଜସାଇଂ ।୨୯୦।

ନକୁଳ ଆସୁଅଛି ଗିରିବର ତଳେ

ଛାମୁରେ ଦ୍ରଶନ କଲା ଆସି ମଣିଭଦ୍ର ମହୀପାଳେ ।୨୯୧।

ବେନିକରେ ବେନି ଚାମର ଢାଳଇ ନୃପତି

ଦେଖିଣ ଦୟାକଲେ ନକୁଳ ମହାଛତ୍ରୀ ।୨୯୨।

ଅନେକ ବିନୋୟୀ ହୋଇ ସେ ଚନ୍ଦ୍ରଚୂଡ଼ ଦେଶର ରାୟେ

ମାଦ୍ରୀ ନନ୍ଦନର ଯେ ବସିଲା ବହୁତ ସଦୟେ ।୨୯୩।

ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେ ପାଣ୍ଡବ ପଞ୍ଚାଣ

ଥାଠସନ୍ୟ ଘେନି ଯାଅ ଯା ଯମପ୍ରଶସ୍ତ ରାଜ୍ୟେଣ ।୨୯୪।

ଆଗ୍ୟାଂ ପ୍ରମାଣେ ଯେ ଚଳଇ ଗିରିଇନ୍ଦ୍ର

ଶୁଭ ଅନକୂଳେ ବାହାର ରାଜା ସୁମରି ରାମଚନ୍ଦ୍ର ।୨୯୫।

ତହୁଂ ଚଳିଗଲେ ଯେ ମାଦ୍ରୀଦେବୀର ବଳା

ନିଶାକର ବଂଶୀ ଯାହାର ତେଜ ଅନର୍ଗଳା ।୨୯୬।

ମହାବଳବନ୍ତା ଯୋଦ୍ଧାୟେ ଚଳନ୍ତି ଅତି ଖରେ

ପ୍ରବେଶ ହୋଇଲେ ଯାଇଂ କାମପୁର ନଗ୍ରେ ।୨୯୭।

ସେ କାମପୁର ନଗ୍ର ରାଜା ରୁଦ୍ରପାଳ ନୃପତି

ଦଶ ଅହିବ୍ରତ ରଥ ଖଟଇ ବତିଶ ଅହିବ୍ରତ ହାଥୀ ।୨୯୮।

ଚଉବିଂଶ ଲକ୍ଷ ଅଟଇ ଯେ ଚୋଖାର ତୁରଙ୍ଗମ

ଦୁର୍ଜନ ନୃପତି ନୁହଇ ସେ ପାଳଇ ମହାଧର୍ମ ।୨୯୯।

ନକୁଳ ପ୍ରବେଶ ଆସି ହୋଇଲେ ସେହୁ ରାଜ୍ୟେ

ଅନେକ ବୀରତୂର ଯେ ଟମକ ଘୋର ବାଜେ ।୩୦୦।

ହାକନ୍ତି ଡାକନ୍ତି ଯେ କ୍ଷେପନ୍ତି ସଇନି

ଆକାଶ ଉଛୁଳୁଅଛି ମୁଖରାବ ଶବଦ ଧୁନି ।୩୦୧।

ମନ୍ତ୍ରୀ ଜଣାଇଲା ଶୁଣ ଦେବ ରୁଦ୍ରପାଳ ନୃପତି

ଦକ୍ଷିଣ ବିଜୟ କଲା ପାଣ୍ଡବ ମହାଛତ୍ରୀ ।୩୦୨।

ସାତ ସହସ୍ର ରାଜା କରିବ ଦେବ ସାଧି

ପାଣ୍ଡବଂକର ତୁଲେ ଆମ୍ଭେ ନୋହିବା ବିବାଦୀ ।୩୦୩।

ପାତ୍ର ଅମାନତ୍ୟ ଘେନି ରାଜା ଚାଲ ୟେବେ ଯିବା

ନକୁଳ ଚରଣେ ଆମ୍ଭେ କରିବା ଯାଇଂ ସେବା ।୩୦୪।

ମନ୍ତ୍ରୀର ବଚନେ ରାଜ୍ୟୁଂ ବାହାର ନୃପତି

ଶତେଭାର ପାଣି ଦ୍ରବ୍ୟ ଘେନି ଛାମୁକୁ ଆସଇ ତଡତି ।୩୦୫।

ମାଦ୍ରୀର ନନ୍ଦନ ଯେ ବିଜେ କରିଛନ୍ତି ରଥେ

ରୁଦ୍ରପାଳ ଦ୍ରଶନ କଲା ନକୁଳ କୁମାର ଅଗ୍ରତେ ।୩୦୬।

ଅନେକ ଗଉରୋବ କରି ତାକୁ ନେଲାକ ଆସ୍ତାନେ

ଛାମୁରେ ଖଟନ୍ତି ଅମାନତ୍ୟଗଣମାନେ ।୩୦୭।

କଣୟ ଜଗତୀକେ ନକୁଳ ଯାଇଂ ବସି

ଶିବପାଳ ନୃପତିକି ବହୁତ ପ୍ରଶଂସି ।୩୦୮।

ନିମନ୍ତ୍ରଣ ଯୋଗାଡନ୍ତ ଦିଲେକ ନକୁଳ

ଦଣ୍ଡସନ୍ୟ ଘେନି ରାଜୁସି ଯାଗକୁ ବେଗେ ଚଳ ।୩୦୯।

ବିଳମ୍ୱ ହୋଇଲେ ହୋ ନ ବ୍ରତିବ ଜାଣ କେହି

ଜଗନ୍ନାଥଂକର କୋପକୁ ଜୀବନ ମୋର କାହିଂ ।୩୧୦।

ବାଜଇ ବିଜିଘୋଷ ଟମକ ଦାଉଣ୍ଡି

ପ୍ରବାଳ ଆଦିତ୍ୟ ଜାଣି ଅଷ୍ଟରତ୍ନେ ରଥ ମଣ୍ଡି ।୩୧୧।

କାମପୁର ନଗ୍ରୁଂ ଶୁଭେ ହୋଇଲେ ବାହାର

ବିଜୟ ନଗ୍ରେ ପ୍ରବେଶ ଯାଇଂ ପାଣ୍ଡବ ସୁନ୍ଦର ।୩୧୨।

ପର ଥାଠ ଆଗତ ଯେ ବାରତା ରାୟେ ଶୁଣି

ଯମନିକ ନୃପତି ଅଇଲା ଥାଠ ଯେ ପଲାଣି ।୩୧୩।

ଅହିବ୍ରତେକ ରଥ ସାତ ଅହିବ୍ରତେକ ହାଥୀ

ଚାରି ମର୍ଭୁତ ଅଶ୍ୱ ପାଞ୍ଚ କ୍ଷଉଣୀ ପାଦାନ୍ତି ।୩୧୪।

ଯମନିକ ବୋଲିଣ ସେ ଯେବଣ ନୃପବର

ତେଲଙ୍ଗ ଭାଖା ନୃପତି ବ୍ରାହ୍ମଣ ଅବତାର ।୩୧୫।

ଆହୋ ବନସ୍ତ ଭିତରେଣ ତାହାର ରାଜ୍ୟଗୋଟି

କାହାରି ବଶ ନୋହଇ ରାଜା ମହତ ଜନ ସେଟି ।୩୧୬।

ନକୁଳ ପ୍ରବେଶ ହୋଇଲେ ତାହାର ରାଜ୍ୟରେ

ଅନେକ କୁତୂହୋଳେ ବାଜଇ ବୀରତୂରେ ।୩୧୭।

ସାଜରେ ସାଜିଲେ ମୋର ରହୁବର ମୟେମତ୍ତା

ଯମନିକ ନୃପତି ୟେ ସାଂଗ୍ରାମେ ଶକତା ।୩୧୮।

ତାହାଂକୁ ପ୍ରସନ୍ନ ହୋଇଲେ ସେ ୟେକବଳା ପାର୍ବତୀ ଦେବୀ

ପରଥାଠ ଦେଖି ରାଜା ରାଜା ଚରଣେ ତାର ସେବି ।୩୧୯।

ଅନେକ ବଳୀ ଦେଇ ରାଜା ବହୁତ ବିନୟେ

ପରଦେଶୀ ଯୋଦ୍ଧାୟେକ ଆସଇ କେମନ୍ତେ କରିବି ଗୋ
ମାୟେ ।୩୨୦।

ରାଜାକଇଂ ପ୍ରସନ୍ନ ହୋଇ ବୋଇଲେ ୟେକ ଲୟେ ଦେବୀ

ପରଥାଠ ହୋଇଲେ ମୁଂ ତାହାକଇଂ ନିବର୍ତ୍ତ କରିବି ।୩୨୧।

ପାଣ୍ଡବ ପଞ୍ଚାଣ ସେ ତ ନକୁଳ କୁମର

ଉଚ୍ଛବ ପଞ୍ଚାଣ ସେ ତ ତୁମ୍ଭର ପୁର ।୩୨୨।

ପୃଥୀର ମଧ୍ୟେ ଯେ ଲକ୍ଷେ ରାଜାଗଣ

ସକଳ ନୃପତିଂକି କରଇ ନିମନ୍ତ୍ରଣ ।୩୨୩।

ତୁ ୟେବେ ନୃପତି ହୋ ବହୁନ ହୋଇ ଯାଅ ଯା

ନକୁଳ କୁମାର ପାଦ ତଳେ କରସି ଯାଇଂ ପୂଜା ।୩୨୪।

ଶୁଣିଣ ସାନନ୍ଦ ଯେ ନୃପତି ଯମନିକ

ରାଜ୍ୟେଣ ଉଚ୍ଛବ ରାଜା କରାଇଲା ଅନେକ ।୩୨୫।

ପୃଥୀର ମଧ୍ୟେ ଛନ୍ତି ଲକ୍ଷେକ ରାଜା ଗୁଣ

ସମସ୍ତେ ପାଣ୍ଡବଂକର ହୋଇଲେ ସାହା ପୁଣ ।୩୨୬।

ଯାହାକୁ ସଖା ହୋଇଛନ୍ତି ଦେବ ଶ୍ରୀବତ୍ସି

ମୁହିଂ ଅବଗ୍ୟାଂ କଲେ ମୋତେ କାହିଂ ଭଲ ଅଛି ।୩୨୭।

ପୁତ୍ର ବନ୍ଧୁ କୁଟୁମ୍ୱ ସେ ଘେନିଣ ନରପତି

ନକୁଳ ଛାମୁକୁ ଆସଇ ବିନୟ ଭଗତି ।୩୨୮।

ଯମନିକ ନୃପତି ଦ୍ରଶନ କଲା ବାଟେ

ଦ୍ୱିଜଗିରି ନାମେ ୟେକ ପର୍ବତ ନିକଟେ ।୩୨୯।

ପୁତ୍ର ବନ୍ଧୁ ଭାରିଯାନ୍ତ ଘେନି ଦ୍ୱିଜନଗ୍ର ସ୍ୱାମୀ

ନକୁଳ ଛାମୁରେ ଶତ ସହସ୍ର ଦଣ୍ଡ ପରିଣାମି ।୩୩୦।

ଶ୍ରୀହସ୍ତେ ନକୁଳ ତାକୁ ଦିଲାକ ଅକ୍ଷତ ଗୁଆ

ସମଦଣ୍ଡ ଘେନି ରାଜା ଯମପ୍ରଶସ୍ତକଇଂ ଯାଆ ।୩୩୧।

ନକୁଳର ଆଗ୍ୟାଂ ସେ ନିବେଶିତ ଶିରେ

ସମଦଣ୍ଡ ଘେନି ରାଜା କଟକରୁ ହୋଇଲା ବାହାରେ ।୩୩୨।

ତହୁଂଣ ନକୁଳ ଯେ ଥାଠନ୍ତି ଚଳାଇ

ପଦ୍ମନାଭ ପର୍ବତେ ବିଜୟେ ବୀର ଯାଇଂ ।୩୩୩।

ସଇନି ଘେନି ଉଠିଲେ ସେ ଗିରିବର ଉପରେ

ଦେଖନ୍ତି ନାରାୟଣ ଶୟନ ଦାମୋଦରେ ।୩୩୪।

ଶିରେଣ ଅନନ୍ତ ନାଗ ସପତ ସୂର୍ଯ୍ୟମଣି

ଶୋଷଇ ବାରନିଧି ଗଗନ ଧାରା ଜାଣି ।୩୩୫।

ଶିରେଣ ଧବଳାଙ୍ଗୀ ଅନାଦି ଧବଳ ମୁଖୀ

ସପତସର ବୀଣା ଘେନି ଗାନ୍ଧାର ରାଗେ ଭାଖି ।୩୩୬।

ନାରାୟଣ ନିଦ୍ରା ବ୍ରହ୍ମଯୋଗ ଲୟେ

ଚରଣ ସନ୍ନିଧ୍ୟେ ଯେ ଖଟନ୍ତି ଦେବତାୟେ ।୩୩୭।

ପାଦେଣ ପାଦୁକା ଯେ ବହଇ କୃଷ୍ଣବେଣୀ

ଚରଣେ ଚଞ୍ଚଳା ଯେ ଖଟଇ କମଳିନୀ ।୩୩୮।

ଅନାଦି ନାଥ ତାହିଂ ଶୟନେ ଯୋଗନିଦ୍ରା

ପଦ୍ମନାଭ ମୃର୍ତ୍ତି ସ୍ୱାମୀ ଛନ୍ଦିଣ ସର୍ବମୁଦ୍ରା ।୩୩୯।

ବେଢିଣ ବୃନ୍ଦାଅର୍କେ ଅନେକ ଯୋଗଲୟେ

ଚରଣ ସନ୍ନିଧ୍ୟେ ଖଟି ଅନେକ ବିନୟେ ।୩୪୦।

ଆହୋ ନକୁଳ ଦେଖିଲେ ଯେ ପଦ୍ମନାଭ ମୂରତି

ତହିଂ ଆସି ଦ୍ରଶନ କଲେ ସଙ୍ଗେ ଘେନି ଚାରିଶତ ପାରିଦଣ଼୍ଡ
ନୃପତି ।୩୪୧।

ସମସ୍ତ ପାରିଦଣ୍ଡ ରାୟେ ପଦ୍ମନାଭ ନୃପତିକଇଂ ଖଟି

ଶୟନେ ନିଧଉର ନାଥ ଯାହାର ନାମଗୋଟି ।୩୪୨।

ରଜନୀ ନିବାରଣ ନାଥ ଅନଙ୍ଗ ପିତାମହ

କଉଶିକ ମନ୍ତ୍ରେ ସ୍ୱାମୀ ଶୟନ ସନ୍ଦେହ ।୩୪୩।

ସ୍ୱାମୀ ଭୋଜନ ଶୟନେ ଯାହାର ନାମ ହୃଦଗତେ

ବିଷାଦ ଖଣ୍ଡଇ ପଦ୍ମନାଭ ସୁମରନ୍ତେ ।୩୪୪।

ଜରା ଅବସ୍ଥା ସ୍ୱାମୀ କାଳଦର୍ପ ବ୍ୟାଧି

ଶ୍ରୀ ପଦ୍ମନାଭ ନାମ ତହିଂକି ନିଶାକର ମଉଷଧି ।୩୪୫।

ସକଳ ରୋଗ ଖଣ୍ଡିତ ଅମୃତ ରସ ବୃଷ୍ଟି

ଯମ ଦର୍ପ ନିବାରଣ ସ୍ୱାମୀ ତୋହୋର ପଦ୍ମନାଭ ନାମଗୋଟି ।୩୪୬।

ବିଘସିଂତ କମଳ ଯାହାର ପାଦପଦ୍ମ ସ୍ଥଳୀ

ଦିନକର କୋଟିୟେ ତେଜ ଯାହାର ପାଦେ ଝଳି ।୩୪୭।

ପଞ୍ଚାଶ ଅହିବ୍ରତ ଯେ ବହଇ ତୀର୍ଥବେଣୀ

ଶୁଦ୍ଧ ମନ୍ତ୍ରବାକ୍ୟେ ଅଭୟେ କାରେଣୀ ।୩୪୮।

କୋଟିୟେକ ତୀର୍ଥ କମଣ୍ଡଳେ ଧାତା ଭରି

ଯାହାର ଚରଣ ଉଦକେ ସଂଗମ ଆଣିକରି ।୩୪୯।

ନାଭିରୁ ଉତପତ୍ତି ଯାହାର କମଳ ନାଳ

କୋଟିୟେ ବ୍ରହ୍ମାଣ୍ଡ ଘୋଟିଲା ସେ ଆକାଶ ମଣ୍ଡଳ ।୩୫୦।

ଅଶୀ ଯୋଜନ ସେ ପଦ୍ମ କଢାର ଆୟେତନ

ତହୁଂ ସେ ପଦ୍ମଯୋନି ବ୍ରହ୍ମା ହୋଇଲେ ଉତପନ୍ନ ।୩୫୧।

ସେ ପଦ୍ମକଢାର ଯେ ବିଘଂସିତ ଯେବଣ ପାଖୁଡ଼ା

ତହୁଂ ସେ ସପତ ବ୍ରହ୍ମାଣ୍ଡ ହୋଇଲା ବିସ୍ତାରା ।୩୫୨।

କେଶ୍ୱରୁ ଉତପତ୍ତି ଯେ ସମସ୍ତ ବିବୁଧାଦି

ସଚରାଚର ସପତ ବ୍ରହ୍ମାଣ୍ଡ ତହୁଂ ସେ ସମ୍ପାଦି ।୩୫୩।

ନମସ୍ତେ ନମସ୍ତେ ଦେବ ଜୟ ତୁ ପଦ୍ମନାଭ

ନମସ୍ତେ ନମସ୍ତେ ଦେବ ପ୍ରସନ୍ନ ବାସୁଦେବ ।୩୫୪।

ନମସ୍ତେ ନମସ୍ତେ ଦେବ ତୁ ସେ ଦେବରାଜା

ନମସ୍ତେ ନମସ୍ତେ ଦେବ ଜୟ ତୁ ଅନନ୍ତ ଶଯ୍ୟା ।୩୫୫।

ଶ୍ରୀ ପଦ୍ମନାଭ ଚରଣେ ମୁହିଂଟି ନିଜ ଦାସ

ବଦନ୍ତି ଶୁଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୩୫୬-୬୮୨୮।

 

Unknown

ଶ୍ରୀଗିରି ପର୍ବତରେ ତ୍ରେତୟା ଯୁଗର ସୁଷେଣଙ୍କ ବିବରଣ, ନକୁଳର ଇଚ୍ଛାପୁର ରାଜା ସହିତ ଯୁଦ୍ଧ, ତାହାର ପଳାୟନ ଏବଂ ଅନ୍ୟାନ୍ୟ ରାଜାଙ୍କୁ ନିମନ୍ତ୍ରଣ

କୁମ୍ଭଋଷିର ନନ୍ଦନ ବଦନ୍ତି ଅଗସ୍ତି

ପଦ୍ନନାଭ ପର୍ବତେ ବିଜୟେ ଅଶ୍ୱନୀ କୁମାରଂକ ସନ୍ତତି ।୧।

ଚାରିଶତ ରାଜା ତହିଂ କଲେକ ଦରଶନ

ସେ ପଦ୍ମନାଭ ପର୍ବତେ ନକୁଳ ରହିଲେ ବେନିଦିନ ।୨।

ଚାରିଶତ ରାଜା ସବୁନ୍ତି ନିମନ୍ତ୍ରଣ କରି

ଚଳିଲେ ରାଜାମାନେ ହସ୍ତିନା ନଗ୍ରପୁରୀ ।୩।

ତହୁଂଣ ନକୁଳ ଯେ କଲେ ଦିଗବିଜେ

ଜୟଶଙ୍ଖ ଧୁନି ଗହନ ଶବଦ ବାଜେ ।୪।

ବିଜୟା ନଗ୍ର ବୋଲି ୟେକଇଂ ନଗ୍ରସ୍ଥାନ

ଶ୍ରୀରାମର ବଂଶେ ତହିଂ ନୃପତି ଋତୁପନ୍ନ ।୫।

ବଡ ପ୍ରତାପୀ ରାଜା ସେ ଅମଳାନ ସୂର୍ଯ୍ୟବଂଶୀ

ସେହି ରାଜ୍ୟେ ନକୁଳ ଯେ ବିଜେକଲେ ଆସି ।୬।

ବୀରତୂର ଶବଦେ ଉଛୁଳଇ ଆକାଶ

ମୁନେହିଂ ଜଣାଇଲେ ଯାଇଂ ରତୁପନ୍ନ ରାଜାର ପାଶ ।୭।

ଶୁଣିମା ସାବଧାନେ ରାଜାଧି ରାଜେଶ୍ୱର

ଲକ୍ଷ୍ମୀର କ୍ଷେତ୍ରେ ଯେବଣ ସ୍ୱାମୀ ଅବତାର ।୮।

ଦକ୍ଷିଣ କୋଶଳେ ସ୍ୱାମୀ ତୁହି ସେ ୟେକଛତ୍ରୀ

ସମସ୍ତ ନୃପତିମାନେ ତୋହୋର ବଶ୍ୟାବୃତ୍ତି ।୯।

ଶ୍ରୀରାମ ଅବତାରେ ତୁହି ପ୍ରସନ୍ନ ଆଦିନାଥ

ଦକ୍ଷିଣ କୋଶଳେ ଚମକ ପଡଇ ତୋହୋର କଲା କୃତ୍ୟ ।୧୦।

ଚାରିଉଣା ଲକ୍ଷେ ରାଜାଂକ ଉପରେ ତୁହି ସେ ମଉଡମଣି

କୋଟିୟେ ପାଦେ ଅବିଷେକ କରଇ ଅନୁବ୍ରତେ କମଳିନୀ ।୧୧।

ସ୍ୱାମୀ କେବଣ ରାଜା ୟେଟି ବିଜୟେ ପରଦେଶୀ

ରଥ ଗଜ ପାଦାନ୍ତି ଅଶ୍ୱ ଅଳ୍ପ ତୋହୋର ରାଜ୍ୟେ ପଶି ।୧୨।

ତୁ ଦେବ ବୀରବର ଛତ୍ରୀବର ଜଗବନ୍ଧୁ

ଯାହାକଇଂ ସନ୍ଧାନ ଦିଅଇ ରତ୍ନାକାର ସିନ୍ଧୁ ।୧୩।

ମୁନେହିଂର ମୁଖେ ନିଷ୍ଠୁର ବାକ୍ୟ ଶୁଣି

ମୁକୁଟବନ୍ଧା ଚାରିଲକ୍ଷ ଯୋଦ୍ଧା ହକାରିଲା ନୃପମଣି ।୧୪।

ସନ୍ନିଧ୍ୟେ ବସାଇ ରାଜା ଆଗ୍ୟାଂ ଅବଧଆରୀ

ଅନେକ ରତ୍ନ ଅଳଂକାର ଶ୍ରୀହସ୍ତେ ଦିଲା ଶାଢୀ ।୧୫।

ଆହୋ ଅଦଭୁତେ ରାଜ୍ୟେ ମୋର ପଶଇ କେବଣ ଯୋଧୀ

ମୋହୋର ଛାମୁକୁ ତାହାକଇଂ ରେ ଘେନିଆସ ବାନ୍ଧି ।୧୬।

ରାଜାର ଆଗ୍ୟାଂୟେ ପ୍ରତଗ୍ୟାଂ ସର୍ବ ବୀରେ

ସାଜିଲେ ଚୋଖାର ତୁରଙ୍ଗମ ଉଠିଲେ ଉପରେ ।୧୭।

ଅନେକ ମଣିଗଣ ଅନେକ ଗଜମୁକୁତା

ଚଉପାଶେ ଘଟଣ ଗଜ ପାଟସୂତା ।୧୮।

ୟେକ ଅଶ୍ୱଂକର ତେଜ ଆଦିତ୍ୟ ତେଜ ଜାଣି

ବିରାଜନ୍ତି ପ୍ରବାଳ ହୀରାୟେ ଝଲକନ୍ତି ରତ୍ନମଣି ।୧୯।

ସବୁ ଅଶ୍ୱ ଦିଶନ୍ତି କର୍ପୂର ତେଜ କାନ୍ତି

ଗତରୁ ବାହାର ହୋଇ ବିହଡନ୍ତି ସର୍ବରଥୀ ।୨୦।

ଚଉରାଶୀ ଗୁଣ ଲକ୍ଷଣ ସର୍ବବାଦୀ

ଘୋଟନ୍ତି ଗଗନାଧି ଅଭୟେ ମହାତେଜି ।୨୧।

ଗହ ଗହ ଗମ୍ଭୀରେ ଯେ ଜୟଶଙ୍ଖ ନାଦେ

ପୂରିତ ମେଦିନୀ ଯେ ସିଂଘନାଦ ଶବଦେ ।୨୨।

ଆସନ୍ତେଣ ନକୁଳକୁ ଆଗେଣ ଓଗାଳି

କାହିଂର ରେ ସଇନି ତୁମ୍ଭେ ପରରାଷ୍ଟେ ପଶ ପେଲି ।୨୩।

ଶୁଣିଲା ନାହିଂକି ରେ ତୁମ୍ଭରେ ବିଜୟନଗ୍ର ବୋଲି

କେବଣ ନୃପତି ଅବା ସାଧ୍ୟ ମୁଂ ନ କଲି ।୨୪।

ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗେ ସ୍ରିଜିଲେ ଯେବଣ ଗଡ଼

ଅଜୟ ଗତ ବୋଲିକରି ଶୁଣିଲା ନାହିଂକି ରେ ତୁମ୍ଭର ।୨୫।

ୟେବେହେଂ ଶ୍ରୀରାମଚନ୍ଦ୍ର ୟେଥେ ଅଛନ୍ତି ବିଜେକରି

ଲକ୍ଷ୍ମଣ ଅନୁଜ ଆବର ଜନକ କୁମାରୀ ।୨୬।

ଅଞ୍ଜନାର ନନ୍ଦନ ୟେଥି ବିଜୟେ ହନୁମନ୍ତେ

ୟେ ଗଡ଼ ସାଧ୍ୟ ନ ଯାଇ ହନୁମନ୍ତ ୟେଥେ ଥାନ୍ତେ ।୨୭।

ଆରେ ବହୁତ ଦୂର କି ତୋତେ ନ କହିଲେ କେହି

ଜୀବନକୁ ଆଶ ତୁମ୍ଭେରେ ନ କଲ କିଂପାଇଂ ।୨୮।

କାଳ ଅନ୍ତ ହୋଇଲେ ଯେହ୍ନେ ବିପଥେ ଯାନ୍ତି ପ୍ରାଣୀ

ଆଷ୍ୟ ଶେଷ ହୋଇଲା ତୁମ୍ଭର ସବୁରି ମନେ ଗୁଣି ।୨୯।

ନକୁଳର ଆଗିଆଣି ଯେ କେଶୀ ମହାକେଶୀ

ମାଦ୍ରୀର ସୋଦର ଭ୍ରାଥ ସେ ନକୁଳର ତୁଲେ ଆସି ।୩୦।

ପ୍ରତଗ୍ୟାଂ ଶୁଣି ସେ ନୁଆରିଲେ ସହି

ରେ ରେ କାର ଶବଦେ ଉଠଇଲେ ତୁହାଇ ।୩୧।

ପବନହୁଂ ବେଗେ ତୁରଙ୍ଗମ ସେ ଚଢ଼ିଣ ଅଛନ୍ତି

ତିନି ଅହିବ୍ରତ ଯୋଦ୍ଧା ଘେନି ଆଗିଆଣି ଥାଠେ ଚଳନ୍ତି ।୩୨।

ସମରେ ଅନିର୍ବାରଣ ସେ ଅଟନ୍ତି ରଣରଂକା

କେଶୀ ମହାକେଶୀ ଯେ ଧାଇଂଲେ ନିଶଂକା ।୩୩।

ବନେ ଦାବାନଳ ଜାଣି ସେ ବିକାଶନ୍ତି ମହାତେଜ

ଘୋର ଶବଦ କରି ଯେହ୍ନେ ବିଜୟେ ଦେବରାଜ ।୩୪।

ଗୁରୁଜ ବୁଲାଇଣ ସେ କେଶୀ ମହାକେଶୀ

ସାଂଗ୍ରାମେ ବେନି ବୀରେ ବିଜୟେ କଲେ ଆସି ।୩୫।

ଛତ୍ରୀବର ସୋହୋଡ ସେ ସାଂଗ୍ରାମେ ବଳବନ୍ତା

ଅଭୟେ ପ୍ରାକ୍ରମେ ଯେ ସାଂଗ୍ରାମେ ତାହାନ୍ତ କେହି ନାହିଂ ଜିଣନ୍ତା ।୩୬।

ଆରେ ଆରେ ଗର୍ଜିଣ ପ୍ରତଗ୍ୟାଂ ଶବଦେ ବୋଲି

ଝାସିଲେ ସମରେ ଯେ ପଶିଲେ ବୀରେ ପେଲି ।୩୭।

ଭଇରୋବ ରୂପ ଜାଣି ବିକାଶିଲା କାୟେ

ସଇନିଂକି ଆକ୍ରେଷିଲେ ବୀରେ ରାହୁର ତେଜପ୍ରାୟେ ।୩୮।

କୋପେ ବେନି ଗୁରୁଜନ୍ତ ବୁଲାଇ ବୁଲାଇ

ଋତୁପର୍ଣ୍ଣ ଥାଠରେ ପଶିଲେ ବୀରେ ଯାଇଂ ।୩୯।

ଗୁରୁଜନ୍ତ ବୁଲାଇ ସେ ପଶିଲେ ସମରେ

ଆକ୍ରେଷି ପିଟିଲେ ନେଇ ସନ୍ୟର ଉପରେ ।୪୦।

ଆହୋ ଚଣ୍ଡ ପ୍ରଚଣ୍ଡ ବୋଲିକରି ବିଜୟାନଗ୍ର ସେନାପତି

ଗୁରୁଜ ବିଘାତେ ସେ ମୋହେଣ ବିରଥୀ ।୪୧।

ପୁଣ ପ୍ରହାର ଯେ କଲେକ ବୀରେ ତୋଳି

ଅଶ୍ୱ ମନୁଷ୍ୟ ଯେ ହୋଇଲେ ସର୍ବେ ଧୂଳି ।୪୨।

ସମରେ ପଡ଼ିଲେ ସେ ଥାଠର ଅଧିକାରୀ

ନକୁଳ ସଇନି ବିନ୍ଧିଲେ ଶହସ୍ର ଆଗସରି ।୪୩।

ବିନ୍ଧନ୍ତି ନାରାଜ ଯେ ଅନଳ ତୀକ୍ଷମୁନା

ଫୁଟନ୍ତି ଅଭେଦ କପଚ ତାଡ଼େଣୀ ବଜ୍ରସେହ୍ନା ।୪୪।

ୟେକା ପ୍ରହାରକେ ପଡ଼ନ୍ତି ସଇନି

ଲୋଟନ୍ତି ଧରଣୀରେ ପଡ଼ନ୍ତି ଭୂମି ଘେନି ।୪୫।

ଆହୋ ନକୁଳର ସଇନି ଜାବେଡ଼ ସର୍ବେ ଉଠି

ଆକ୍ରେଷିଣ ନାରାଜ କରନ୍ତି ଘୋରବୃଷ୍ଟି ।୪୬।

ଯେସନେକେ କଦଳୀ ବନ ପଡ଼ଇ ବାତଘାତେ

ପଡ଼ିଲେ ସଇନି ବଳ ଲୋଟିଲେ ସେହିମତେ ।୪୭।

ଯୋଜନେକେ ବିସ୍ତାର ହୋଇ ପଡ଼ିଲେ ମହାଯୁଦ୍ଧେ

ଖେଚର ଭୂଚନ ହୋଇ ନାଚାନ୍ତି କବନ୍ଧେ ।୪୮।

ପଡ଼ିଲେ ନ ଘୁଞ୍ଚନ୍ତି ଯେ ଅମାପ ସଇନି

ୟେକ ପଡ଼ିଲେ ଆରେକ ବିନ୍ଧନ୍ତି ଶର ଘେନି ।୪୯।

ଗାଜାର ଆଗ୍ୟାଂ ସେ ଯେ ବଚନ ନିରାଧାର

ସମରେ ପିଠି ସେ ନ ଦିଅନ୍ତି ସର୍ବ ବୀର ।୫୦।

ରକତର ନଦୀ ଯେ ବହଇ ଖରତର

ପୂରିଲା ଶ୍ରୋଣିତ ଯେ ବେନିତାଳ ଗଭୀର ।୫୧।

ଶିର ଛିଡିଣ ରୁଧିରେ ଉପୁଜାଆଇଲେ କାୟେ

କର ଚରଣ ଛିଡ଼ି ଦିଶନ୍ତି କଦଳୀ ଭେଳା ପ୍ରାୟେ ।୫୨।

ବେନିତାଳ ଉଚ୍ଛର୍ଗ ଯେ ବହଇ ରୁଧିର ଲହତି

ପଡ଼ିଲେ ସାଂଗ୍ରାମେ ତାହାର ଯୋଦ୍ଧା ଲକ୍ଷ ଚାରି ।୫୩।

ରାଜାର ଛାମୁରେ ଯାଇଂ କହିଲେ ବାରତ

ସ୍ୱାମୀ ଚାରିଲକ୍ଷ ଯୋଦ୍ଧା ତୋହୋର ହୋଇଲେ ପ୍ରାଣେ ହତ ।୫୪।

ନିଜବଳ ସଇନି ହତଭଗ୍ନ ଶୁଣି

ଜଗତୀରୁ ପଡ଼ିଲା ରାଜା ବଜ୍ରଘାତ ଜାଣି ।୫୫।

ଆହୋ ଦଇବ ବୋଲି ରୋବଇ ମହୀପତ୍ୟେ

ୟେଡ଼େ ବଡ଼ ସଇନି ମୋର ନାଶ ଗଲା କେମନ୍ତେ ।୫୬।

ସତ୍ୟସେନ ବୋଲିଣ ସେ ଋତୁବର୍ଣ୍ଣ ରାଜାର ମନ୍ତ୍ରୀ

ତାହାକଇଂ ଘେନି ରାଜା ବାହାର ତତକ୍ଷଣାନ୍ତି ।୫୭।

ଆସ ହୋ ମନ୍ତ୍ରୀ ସେ ରଥୀ ତାହାର ତିହଂକି ଯିବା

କେବଣ ଦୋଷେ ମୋହୋର ସଇନି ନାଶଗଲା ତଦନ୍ତ ବୁଝିବା ।୫୮।

ସାଜରେ ସାଜରେ ମୋର ସମଦଣ୍ଡ ଥାଠ

ଜୀବନ ନିଆଶୀ ଆସ ରେ ମୋର ବୁଡ଼ିଲା ସମରାଷ୍ଟ ।୫୯।

ମନ୍ତ୍ରୀବର ବୋଇଲା ଦେବ ନ ସାଜ ସଇନି

ସାମାନ୍ୟ ଜନ ନୋହୋଇ ସେ ବୁଝିବା ପରିମାଣି ।୬୦।

ସ୍ୱାମୀ ଆମ୍ଭର ରାଜ୍ୟ ୟେଥେ କରିବାର ତ୍ରେତୟା ଯୁଗହୁଂ

ମାନବ କୁଳେ ଜନ୍ମ ହୋଇ ୟେଡ଼େକ ତାର ଦର୍ପ କାହୁଂ ।୬୧।

ୟେ ମହୀସ୍ଥଳର ମଧ୍ୟେ ଆମ୍ଭେ କାହାକଇଂ ନୋହୁ ବିବାଦୀ

ଅଦଭୁତେ ଅକାରଣେ କିମ୍ପା ୟେ ଆମ୍ଭର ସନ୍ୟ ଛେଦୀ ।୬୨।

କେବଣ ଦତ୍ୟ ଅବା କେବଣ ରାକ୍ଷସ ପିଶାଚ ଅସୁର

ୟେଡେ ନିର୍ଦ୍ଦୟା ସେ ସଇନି ନାଶିଲା ଆମ୍ଭର ।୬୩।

ସ୍ୱାମୀ ଦଣ୍ଡ ଘଏନି ତୁମ୍ଭେ ୟେଥେ ଯାଅସି ଦଣ୍ଡେ ରହି

ମୁଂ ୟେହା ସମାଧାନ କରିବି ଯାଇଂ ତାହାର ତହିଂ ।୬୪।

ସ୍ୱାମୀ ଆମ୍ଭର ୟେ ରାଜ୍ୟ ଅମର ସ୍ୱର୍ଗ ପଟାନ୍ତରି

ତେଣୁକରି ଗନ୍ଧର୍ବେ ଅବା ପେଷିଲେ ବଜ୍ରଧାରୀ ।୬୫।

ଆମ୍ଭକୁ ଜାଣିମାକୁ କେ ସାମରଥ ମାନବ ମାତ୍ରେ

ସଞ୍ଚୟେ ବିଦ୍ୟାଧର ଅଇଲା ଆମ୍ଭନ୍ତ କଷଣ ନିମନ୍ତେ ।୬୬।

ରାଜାକଇଂ ସମାର୍ଜିଣ ସେ ଚଳଇ ମନ୍ତ୍ରୀବର

ପାଣ୍ଡବ ସନ୍ୟ ଲାଗିଅଛନ୍ତି ପ୍ରଥମ ଗଡ଼ ଦ୍ୱାର ।୬୭।

ଭାଞ୍ଜନ୍ତି ପାଷାଣ ଯେ ବଜ୍ର ଗଡ଼ ପାଚେରୀ

ସତ୍ୟସେନ ମନ୍ତ୍ରୀ ବାହାର ହୋଇଲା ପଇଠ ବାକ୍ୟକରି ।୬୮।

ନକୁଳ ସଇନି ସମାର୍ଜଇ ସେ ମନ୍ତ୍ରୀର ଶରଣ ଦେଖି

ରହ ରହ ରାଜାର ମନ୍ତ୍ରୀ ଆସୁଛି ଆମ୍ଭର ତହିଂକି ।୬୯।

ଠାକୁରଂକ ବଚନେ ସେ ଛାଡ଼ିଲେ ସର୍ବେ ରାଗ

ସମ୍ଭାଳିଣ ପ୍ରତଗ୍ୟାଂ ସେ ହୋଇଲେ ବେନିଭାଗ ।୭୦।

ନକୁଳ ଛାମୁରେ ମନ୍ତ୍ରୀବର ପରିଣାମି

ଗଜ ମୁକୁତା ଛାମୁରେ ଥୋଇ ବୋଲଇ ଉଦ୍ଧର ଦେବସ୍ୱାମୀ ।୭୧।

ୟେ ଦ୍ୱାପର ଯୁଗେ ଆମ୍ଭନ୍ତ ନାହିଂ ୟେଡ଼େ ବିରୋଧନ୍ତା

ଅମଳାଣ ସୂର୍ଯ୍ୟବଂଶୀ ୟେ ମହୀତଳେ ଜଗୁଜିତା ।୭୨।

ସ୍ୱାମୀ ତ୍ରେତୟା ଯୁଗେ ଅଯୋଦ୍ଧା ନଗ୍ର ଆଧିପତି

ଇଚ୍ଛାକୁର ବଂଶେ ଜାତ ଦଶରଥ ନୃପତି ।୭୩।

ସହସ୍ରେ ତିନିଶତ ଅନେଶ୍ୱତ ଦଶରଥ ଭାରିଯା

ଦଶ ସହସ୍ର ବରଷ ପରିଯନ୍ତେ ପୁତ୍ରେ ନୋହିଲା ମହାରାଜା ।୭୪।

କପିଳାକୁ ସେବାକଲା ଦଶ ସହସ୍ର ବର୍ଷ ପରିଯନ୍ତେ

ଭଗତେ ସେ ଅନୁଗ୍ରହା କଲାକ ଦେବମାତେ ।୭୫।

ପ୍ରସନ୍ନେ ବର ଦିଲେ ସେ ଅନାଦି ଶକତି

ଯା ଯା ଦଶରଥ ହୋ ତୋହୋର ଚାରିପୁତ୍ର ହୋଉ ଉତପତ୍ତି ।୭୬।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଚାରି ଦିଗପାଳେ

ପୁତ୍ର ହୋଇ ଜାତହୋନ୍ତୁ ୟେ ତୋହୋର ତିନି ପାଟରାଣୀଂକର
କୋଳେ ।୭୭।

କଉଶଲ୍ୟା କଇକୟା ଯେ ସୁମଇତ୍ରା ତିନିପାଟ

ୟେ ଚାରି ଦିଗପାଳେ ଜାତ ହୋଅନ୍ତୁ ତୋର କଟକ ମୁରାଟ ।୭୮।

ଆହୋ କପିଳାର ବସେ ରାଜା ଋଷ୍ୟଶୃଙ୍ଗକଇଂ ଭଗତି

ସନ୍ତତି ଯାଗକଲା ସେ ବିଭାଣ୍ଡେକ ସନ୍ତତି ।୭୯।

ଋଷ୍ୟଶୃଙ୍ଗ ମହାମନ୍ତ୍ରେ ଚରୁ ଜାତକଲା

ତିନି ଭାରିଯାଂକୁ ରାଜା ଚରୁଅନ୍ନ ବାଣ୍ଟିଦିଲା ।୮୦।

ଶ୍ରୀ ରାମଚନ୍ଦ୍ର ଉପୁଜିଲେ କଉଶୁଲ୍ୟାର ଗର୍ଭେ

କୟେକୟାଂକଠାରୁ ଉତପତ୍ତି ହୋଇ ଭ୍ରଥ ବୀରବର ଦେବେ ।୮୧।

କଉଶୁଲ୍ୟା କଇକେୟା ସୁମିତ୍ରାଂକୁ ଦିଲେ ଯେ ଚରୁ ବେନିଭାଗ ମୁଠି

ସୁମିତ୍ରାଉଂ ଉପୁଜିଲେ ଲକ୍ଷ୍ମଣ ଶତୃଘନ ବେନିପୁତ୍ର ଗୋଟି ।୮୨।

ସଂସାରେ ଉଦିତ ଯେ ହୋଇଲେ ଶ୍ରୀରାମ

ଦଶରଥ ଟେକିଲେ ଯେ ରାଜ୍ୟକୁ ମହାଧର୍ମ ।୮୩।

ଶ୍ରୀରାମ ରାଜା ହୋଇବେ ରୟଣୀ ପ୍ରଭାତେ

ଆକାଶେ ଆକୁଳ ହୋଇଲେ ସମସ୍ତ ଦଇବତେ ।୮୪।

ଶ୍ରୀରାମ ରାଜା ହୋଇବେ ଯେ ଅଯୋଧ୍ୟ ଭୁବନେ

ସୀତା ଘେନି ପାଟେ ଯେବେ ବସିବେ ରଘୁନାନେ ।୮୫।

ସୀତା ନ ହରିଲେ ରାବଣ ନୋହୋଇ ପ୍ରାଣେ ନାଶ

କଇକେୟା ସୀତାଂକୁ ଯେ ଛାଡ଼ିଲେ ମୁହାଂସ ।୮୬।

କଇକୟାଂକୁ ବୋଇଲେ ଦେବେ ଖଳ ଦୁର୍ବଳକୁ ପଠିଆଇ

ଶ୍ରୀରାମଂକୁ ବନବାସ ଦେଉ କଇକେୟୀ ।୮୭।

ଦେବତାଂକ ବଚନେ କଇକେୟୀ ଛାଡ଼ିଲା ମୁହାଂସ

ଦଶରଥଂକୁ ସତ୍ୟ ମନାୟି ବୋଇଲେ ଶ୍ରୀରାମ ଯାଉ ବନବାସ ।୮୮।

ବୃଦ୍ଧକାଳେ ଦଶରଥଂକର କଇକେୟୀ ସୁଭାଗୀ ଭାରିଯା

ତେଣୁକରି ମୋହେ ବଶ୍ୟ ହୋଇଲେ ଦଶରଥ ମହାରାଜା ।୮୯।

ଭ୍ରଥେଣ ରାଜ୍ୟ ଦେଇ ଶ୍ରୀରାମ ବନଗାମୀ

ଲକ୍ଷ୍ମଣ ସୀତାକଇଂ ଘେନି ଶ୍ରୀରାମ ହେଲେ ବନଗାମୀ ।୯୦।

ଚଉଦ ବରଷକୁ ସ୍ୱାମୀ ଗଲେ ବନବାସ

ଦଣ୍ଡକା ଅରଣ୍ୟେ ଯାଇଂ ହୋଇଲେ ପରବେଶ ।୯୧।

ପର୍ଣ୍ଣକୁଟୀ କରି ରାମ ଯେ ବନସ୍ତରେ ରହି

ସୂର୍ପଣଖା ନାସା ଶ୍ରବଣ ଚ୍ଛେଦନ କଲେ ତହିଂ ।୯୨।

ଶୋକେଣ ଗୁହାରି କଲା ଯେ ରାବଣର ଆଗେ

ମାୟାମୃଗ ଘେନି ରାବଣ ଗଲା ବେଗେ ।୯୩।

କନେକ ମୃଗ ଦେଖି ବୋଇଲେ ଜନକ ଦୁହିତୀ

ମୃଗ ମାରି ମୋତେ ଦିଅସି ଆହେ ରଘୁପତି ।୯୪।

ମୃଗ ମାରିବାରେ ଯେ ଚଳିଲେ ରଘୁସାଇଂ

ତପୁସୀ ରୂପେ ରାବଣ ଭିକ୍ଷା ମାଗିଲାକ ଯାଇଂ ।୯୫।

ମୃଗରାବ ଦିଲା ରଖ ଲଇକ୍ଷଣ

ସୀତୟା ବୋଇଲେ ବାବୁ ଶୁଣସି ଲକ୍ଷ୍ମଣ ।୯୬।

ଶ୍ରୀରାମଂକୁ ବିପତ୍ତି ପଡ଼ିଲା ତୁମ୍ଭେ ଯାଅସି ବହନ ।୯୭।

ବେନିଭାଇ ଯହୁଂ ସେ ଗଲେ ମୃଗ ମାରି

ରାବଣ ହରି ନେଲା ୟେଣେ ଜନକ କୁମାରୀ ।୯୮।

ମୃଗମାରି ବେଗେ ଯେ ଅଇଲେ ବେନିଭାଇ

ଦେଖିଲେ ପର୍ଣ୍ଣକୁଟୀ ଭିତରେ ସୀତାୟା ଦେବୀ ନାହିଂ ।୯୯।

ମୃଚ୍ଛାଗତ ହୋଇ ରାମ ରୋବନ୍ତି ବିକଳେ

କେ ମୋହୋର ସୀତୟାକୁ ହରିନେଲା ବଳେ ।୧୦୦।

ଜଟାୟୁ ସମ୍ମୁଖରୁ ରାମ ବାରତା ସେ ପାଇ

ବାଳିକି ବଧକଲେ ସୁଗ୍ରୀବ ସଙ୍ଗେ ମଇତ୍ର ହୋଇ ।୧୦୧।

କପିବଳମାନେ ସଂପକ୍ଷ ହୋଇଲେ ଯାଇ ।୧୦୨।

ହନୁମନ୍ତର ବଚନେ ସେ ସପତଶାଳ ବିନ୍ଧି

ପର୍ବତ ଉପାଡ଼ି ରାମ ସେତୁବନ୍ଧ ବାନ୍ଧିଲେ ବାରାନିଧି ।୧୦୩।

ରାମ ରାବଣର ଯେ ହୋଇଲା ସାଂଗ୍ରାମ

ଅସୁରବଳ ଧ୍ୱଂସିଲେ ଦେବ ଯେ ଶ୍ରୀରାମ ।୧୦୪।

କୁମ୍ଭକର୍ଣ୍ଣ ଯମଘଣ୍ଟ ଅକ୍ଷୟ ଇନ୍ଦ୍ରଜିତ

ତେର ଦିବସ ସାଂଗ୍ରାମେ ପଡ଼ିଲେ ଅସୁର ଅପ୍ରମିତ ।୧୦୫।

ବତିଶ ଅଂକୁଶ ଯେ ରାବଣର ସଇନି

ଚଉଦ ଦିନେ ପଡ଼ିଲା ରାବଣ ୟେତେକ ସଇନି ଘେନି ।୧୦୬।

ବିଭୀଷଣ ବୋଲିକରି ରାବଣର ଅନୁଜ

ଶରଣ ରଖି ତାହାକଇଂ ରାମଚନ୍ଦ୍ର ଦିଲେ ଲଂକା ରାଜ୍ୟ ।୧୦୭।

ସୀତାଂକୁ ଅଗ୍ନିପରୀକ୍ଷା କଲେ ସଂସାର ଅପଖ୍ୟାତି

ବହୁ ଅନଳ ଭେଦୀ ଦେବୀ ହୋଇଲେ ଉତପତ୍ତି ।୧୦୮।

ଲଂକାରେ ରୁହାଇଲେ ରାଜ୍ୟ ସମର୍ପି ବିଭୀଷଣ

ଅଯୋଧ୍ୟାକଇଂ ଅନକୂଳ କଲେକ ଆପଣ ।୧୦୯।

ମକର ଶୁକଳପକ୍ଷ ଯେ ତ୍ରୟୋଦଶୀ ଦିନେ

ବୃହସ୍ପତି ବାରୁ ପୁଷ୍ୟା ନକ୍ଷତ୍ର ଅମୃତ ଯୋଗ ବିଦ୍ୟମାନେ ।୧୧୦।

ପୁଷ୍ୟେକ ଆରୋହିଣ ସେ ଆସନ୍ତି ଦେବ ବେଗେ

ବାହୁଣ ଶ୍ରୀରାମ ଆସନ୍ତି ଉତ୍ତର ଯେ ଦିଗେ ।୧୧୧।

ଶ୍ରୀରାମେଶ୍ୱର ଲିଙ୍ଗ ପୂଜିଲେ କଦଳୀ ବଣ ଜିଣି

ଶ୍ରୀଗିରି ପର୍ବତେ ବିଜେକଲେ ଶ୍ରୀରାମଚନ୍ଦ୍ର ରଘୁମଣି ।୧୧୨।

ପ୍ରବେଶ ହୋଇଲେ ସ୍ୱାମୀ ଆସି ଚଉଂରୀ ପର୍ବତେ

ଶୁଭଯୋଗେ ବିଜେକଲେ ରାମ ଆସି ୟେଥେ ।୧୧୩।

ପର୍ବତ ଉପାଡ଼ିଣ ହନୁମନ୍ତ କଲେ ୟେଥେ ଗଡ

ଶ୍ରୀରାମ ବିଜେକଲେ ସେ ବିଜୟା ନାମେ କଟକର ।୧୧୪।

ସୀତୟା ଗୋସାମଣି ୟେଥେ ହୋଇଲେ ପାକାସ୍ୱତୀ

ଶ୍ରୀରାମଚନ୍ଦ୍ର ୟେଥି ରହିଲେ ସପତ ଦିବସ ସପ୍ତରାତି ।୧୧୫।

ଶୁଦ୍ଧ ସ୍ରାହାନ ୟେଥେ ହୋଇଲେ ଜନକ କୁମାରୀ

ଶୃଙ୍ଗାର ଭଜିଲେ ୟେଥେ ଦେବ କୋଦଣ୍ଡ ଚାପଧାରୀ ।୧୧୬।

ରମଣେ ଧାତୁ ଯେ ଉପେଖିଲେ ରଘୁପତି

ତହୁଂ ସଇନ୍ଦୁ ପୁତ୍ରେକ ଯେ ହୋଇଲେ ଉତପତ୍ତି ।୧୧୭।

ଶ୍ରୀରାମଚନ୍ଦ୍ରଂକର ଯେ ଅମୋହ ଶୁଦ୍ଧ ଧାତୁ

ସଇନ୍ଦୁ ସମ୍ଭୁତ ହୋଇଲା ଯେବଣ ରେତୁ ।୧୧୮।

ସେ ପୁତ୍ରକଇଂ କୋଳେ ଧରିଣ ରଘୁନାଦ

ସେ କୁମାରର ନାମ ଦିଲେକ ଋତୁପର୍ଣ୍ଣ ।୧୧୯।

ମନ୍ତ୍ରୀବର ବୋଇଲା ଦେବ ଶୁଣିମା ସାବଧାନେ

ଋତୁପନ୍ନ ନୃପତି ଯେ ବିଜୟା ନଗ୍ରଥାନେ ।୧୨୦।

ଶ୍ରୀରାମୁଂ ଉତପତ୍ତି ଯେ ଅମଳାଣ ସୂର୍ଯ୍ୟବଂଶୀ

ୟେ ମଞ୍ଚ ସ୍ୱର୍ଗରେ ରାଜା ହୋଇ ୟେଥେ ନୁଆରନ୍ତି ପଶି ।୧୨୧।

ତୁ ଦେବ କେବଣ ଯେ ଆକାଶର ଦିଗପାଳ

ୟେ ରାଜ୍ୟ ଭାଞ୍ଜିଣ ଯେ ନାଶିଲୁ ବହୁତ ବଳ ।୧୨୨।

ନକୁଳ ବୋଇଲେ ସେ ମନ୍ତ୍ରୀବର ବଚନେ

ତୋହୋର ପରାୟେ ମନ୍ତ୍ରୀ ଥାଉଂ ରାଜ୍ୟ କିଂପା କରାଇଲୁ
ଧ୍ୱଂସନେ ।୧୨୩।

ମୁହିଂ ହାଦେ ସୋମବଂଶେ ଅଟଇ ଉତପତ୍ତି

ଯୁଧିଷ୍ଠିଦେବ ଠାକୁରେ ହସ୍ତିନାୟେ ଚକ୍ରବ୍ରତୀ ।୧୨୪।

ରାଜୁସି ଯାଗ ହୋ କରିବାର ନିମନ୍ତେ

ଦକ୍ଷିଣ ଦିଗେ ବିଜେକଲି ରାଜୁମାନନ୍ତ ନିମନ୍ତ୍ରିବା ଅର୍ଥେ ।୧୨୫।

ତେଣୁ ସେ ସାଂଗ୍ରାମ ତୁମ୍ଭେ କଲ ହୋ ନ ଜାଣି

ତୁମ୍ଭର ବୁଦ୍ଧିରେ ଧ୍ୱଂସ ନ କରାଇଲ କଥା ଅପ୍ରମାଣି ।୧୨୬।

ଯୁଝେଷ୍ଠି ଦେବଂକର ଯେ ଅନୁଜ ଭୀମସେନ

ସେ ପଚ୍ଛିମ ଦିଗରୁ ଆସୁଛନ୍ତି ଘେନି ରାଜାଗଣମାନ ।୧୨୭।

ଉତ୍ତର ଦିଗକୁ ଯେ ଗଲେ ଫାଲଗୁନି

ଚାଳିଶ ସହସ୍ର ରାଜା ଆସିବେ ସେହୁ ଘେନି ।୧୨୮।

ଅର୍ଜୁନର କନିଷ୍ଠ ମୁଂ ମୋହୋର ନାମ ନକୁଳ

ମୁହିଂ ନେମଇ ଦକ୍ଷିଣ ଦିଗର ସମସ୍ତ ମହୀପାଳ ।୧୨୯।

ନକୁଳର ବଚନେ ସେ ଚଳିଲା ମନ୍ତ୍ରୀବର

ବାରତା କହିଲା ଯାଇଂ ଋତୁପର୍ଣ୍ଣ ରାଜାର ଛାମୁର ।୧୩୦।

ବାରତା ଶୁଣିଣ ଯେ ଆପଣେ ନୃପତି

ଗଡରୁ ବାହାର ରାଜା ହୋଇଲା ତତକ୍ଷଣାନ୍ତି ।୧୩୧।

ସହସ୍ରେକ ଭାର ଯେ ପାଣି ଦ୍ରବ୍ୟ ଘେନି

ନକୁପଳ ଛାମୁରେ ଆସି ପ୍ରବେଶ ନୃପମଣି ।୧୩୨।

ନକୁଳ କୁମାର ଯେ ରଥ ତେଜ୍ୟାକରି

ଋତୁପନ୍ନକଇଂ ନମସ୍କାର କଲା ଭଗତି ବିଚାରି ।୧୩୩।

ଆହୋ ନକୁଳକୁ କୋଳେଣ ବସାଇଲା ସେ ଋତୁପନ୍ନ

ଅନେକ ରତ୍ନ ଆଭରଣ କରି କଲା କୋଳ ସମ୍ଭାଷଣ ।୧୩୪।

ଅନେକ ପୁରୁଷାର୍ଥେ ରାଜ୍ୟେ ଉଚ୍ଛବ କରାଇ

ବହୁତ ସମ୍ଭର୍ବେ ସମାର୍ଜଇ ରାଜାସାଇଂ ।୧୩୫।

ବାବୁ ମୁହିଂ ସୂର୍ଯ୍ୟବଂଶୀ ହୋ ଶ୍ରୀରାମଚନ୍ଦ୍ରଂକର ବାଳ

ଶ୍ରୀ ରାଘୁନାଥଂକ ପ୍ରସନ୍ନେ ମୁହିଂ ବଞ୍ଚିଲି ୟେତେ କାଳ ।୧୩୬।

ତୋହୋର ଗୁଣ ସରୂପ ମୁଂ ନୁଆରିଲି ଚିହ୍ନି

ଅଦୋଷେ ନାଶଗଲେ ୟେ ମୋହୋର ସଇନି ।୧୩୭।

ନକୁଳ ବୋଇଲେ ତୁମ୍ଭେ ଦଣ୍ଡଧାରୀ

ଯମପ୍ରଶସ୍ତକୁ ଯାଅ ଯା ତୋହୋର ସମଦଣ୍ଡ ସାଜିକରି ।୧୩୮।

ଯେତେ ପାରିଦଣ୍ଡ ଥାଠ ତୋହୋର ସଇନି

ସମ୍ଭର୍ବ ହୋଇଣ ଯାଅସି ତୋହୋର ଦେଖା ଦରଶନି ଧନ
ଘେନି ।୧୩୯।

ନିମନ୍ତ୍ରଣ ଯୋଗାଡ ଯେ ଦିଲେକ ନକୁଳ କୁମାର

ଋତୁପନ୍ନ ବୋଇଲା ବାବୁ ତୁମ୍ଭେ ମୋହୋର ବୋଲକର ।୧୪୦।

ଆଜକ ତୁମ୍ଭେ ମୋହୋର ଭୁବନରେ ରହି

ବାଞ୍ଚ୍ଥାସିଦ୍ଧ ହୋଉ ମୋହୋର ପୁରେ କରିବା ମୁଣୋହିଂ ।୧୪୧।

ନକୁଳ ବୋଇଲା ରାଜା ମୁଂ ବହନ ହୋଇ ଯିବି

ରାଜାମାନନ୍ତ ସବୁନ୍ତି ମୁହିଂ ଯେ ସାଧିବି ।୧୪୨।

ସାତ ସହସ୍ର ରାଜା ମୁଂ ସାଧିବି ନଉ ଦିନେ

ମହା ମହା ଦୁର୍ଦ୍ଦଣ୍ଡ ୟେଥେ ବସନ୍ତି ରାଜାମାନେ ।୧୪୩।

ନଉ ଦିବସେ ସାଧ୍ୟ ହୋଇବେ ଚାରିଉଣା ଲକ୍ଷେକ ନୃପତି

ୟେଥୁଂ ଦିନେକ ବିଳମ୍ୱ ହୋଇଲେ ବାସୁଦେବର କୋପେ ବ୍ରତି ।୧୪୪।

ଋତୁପନ୍ନ ରାଜାକଇଂ ଚଳାଇ ମାଦ୍ରୀଦେବୀର ବଳା

ପଚ୍ଛିମ ମୂରତି ହୋଇ ତହୁଂ ଚଳିଣ ଯେ ଗଲା ।୧୪୫।

ବଦୟନ୍ତି ଅଗସ୍ତି ହୋ ଶୁଣ ବଇବସୁତ ମନୁ

ବିଜୟା ନଗ୍ରୁଂ ବାହାର ହୋଇଲେ ରେହନ୍ତ ସାରଥିକୁ ଘେନି ଅଶ୍ୱିନୀ କୁମାରଂକ ତନୁ ।୧୪୬।

ତୁଳମାସ କୃଷ୍ଣପକ୍ଷ ଯେ ଅମାବଇ ଚନ୍ଦ୍ରବାର

ସ୍ୱାତୀ ନକ୍ଷତ୍ର ତୁଳାରାଶି ଯେ ଭୋଗ ସେ ଦିନର ।୧୪୭।

ଶକୁନି ନାମେ କରଣ ନାଗନାମେ ଯୋଗ

ତୁଳ ସଂକରାନ୍ତିକି ସପ୍ତବିଂଶ ଦିବସ ଭୋଗ ।୧୪୮।

ସେଦିନ ନକୁଳ କୁମାର ତହୁଂ ସମଦଣ୍ଡ ଚଳାଇ

ରୁଦ୍ରଗିରି ପର୍ବତେ ପ୍ରବେଶ ହୋଇଲେ ଯାଇଂ ।୧୪୯।

ବାଜନ୍ତି ବୀରତୂର ଯେ ଟମକ ନିଶାଣ

ମହୀ ହାନ୍ଦୋଳ ହୋଉଛି ପଡନ୍ତେଣ ବଜ୍ରବାଣ ।୧୫୦।

ମାନଧାତ୍ରୀ ବୋଲିକରି ୟେକଇଂ ନଦୀଗୋଟି

ବିଷ୍ଣୁଭଦ୍ରାଉଂ ସେ ଦକ୍ଷିଣ ଭାଗୁଂ ଫୁଟି ।୧୫୧।

ସାଗର ସଂଗମେ ସେ ଅଭୟେ ଧବଳାଙ୍ଗୀ

ତହିଂର କୂଳେ ଦେଖିଲେ ସେ ବିରୂପାକ୍ଷ ପରାମ ଯୋଗୀ ।୧୫୨।

ମଙ୍ଗଳ ମେଖଳ ନୀଳବର୍ଣ୍ଣ ନନ୍ଦେକ ଜନକ ପିଙ୍ଗଳ ଜଟ

ଗଙ୍ଗା ଯମୁନା ସରସ୍ୱତୀ ବହଇ ସେ ତିନିଧାର ରୁଦ୍ର ସଉକିଟ ।୧୫୩।

କରେଣ ଦ୍ରିଦଣ୍ଡ ଯେ ସୀତାଂଶୁ ମଉଳି

ଜଳଦ ନୀଳଦ ଦୀପିକା କାପାଳୀ ।୧୫୪।

ଅଜପା ଯୋଗ ହଟେ ପିତା ଶିର ମୋଡ଼ି

ଶିଶୁମୁନା ମନ୍ତ୍ର ସାଧୁ ବ୍ରହ୍ମହତ୍ୟା ପାରକରି ।୧୫୫।

କପିଳାର ମୁଣ୍ଡ ଯେ ମୋଡ଼ିଲେ ବାଳକାଳେ

ମାଇଲେ ଗାଇତୀରି ଯେ ଖେଡର କୁତୂହୋଳେ ।୧୫୬।

ଉଇରୋବୀ ରୂପେଣ ଗୋମାତାର ଚିହ୍ନ ବହି

ନିରାକୁଳ ନାଥ ପ୍ରସନ୍ନେ ରୂପ ସେହି ।୧୫୭।

ଦେଖିଣ ବିଚାରଇ ସେ ମାଦ୍ରୀଦେବୀର ବଚ୍ଛ

କେବଣ ପୁରୁଷ ନାଥ ଅଦଭୁତ ପ୍ରତକ୍ଷ ।୧୫୮।

ସରୂପେ ଯୋଗେଶ୍ୱର ଅଗ୍ୟାନକୁ ଗ୍ୟାନବନ୍ତ

ପରମାନନ୍ଦ ଯୋଗୀୟେ ପ୍ରତକ୍ଷେ ବିଶ୍ୱନାଥ ।୧୫୯।

ରଥରୁ ଓହ୍ଲାଇ ସେ ପାଣ୍ଡବ ବୀରମଣି

ଛାମୁରେ ଦ୍ରଶନ କଲା ପିନାକୀ ଶୂଳପାଣି ।୧୬୦।

ମଉନବ୍ରତେ ମହାତମା ସେ ନ ଦିଅଇ ସମ୍ଭାଷି

ବିନୟଭାବ ହୋଇ ଯେ ନକୁଳ ବୀର ଭାଷି ।୧୬୧।

ପ୍ରସନ୍ନେଣ ଆଗ୍ୟାଂ ଯେ ଦିଲେକ କାପାଳୀ

ସାଧୁରେ ନକୁଳ କୁମର ତୋର ପ୍ରାକ୍ରମ ମହାବଳୀ ।୧୬୨।

ଛତ୍ରୀବର ସୋହତ ତୁ ପ୍ରତଗ୍ୟାଂ ବଳବନ୍ତା

ମହୀଭାରା ଉଦ୍ଧାରେଣ ତୁ ପ୍ରଚଣ୍ଡ କୁନ୍ତହସ୍ତା ।୧୬୩।

ଅନେକ ପ୍ରଶଂସା ଯେ କଲେ ବିଶ୍ୱନାଥେ

ଜଗୁଜିତା ଖଡଗ ଦିଲେ ନକୁଳ କୁମାରର ହାଥେ ।୧୬୪।

ଅନେକ ସ୍ତୁତି ବୋଲି ନକୁଳ ପରିଣାମି

ପ୍ରସନ୍ନେ ଆଗ୍ୟାଂ ତାକୁ ଦିଲେ ଦେବସ୍ୱାମୀ ।୧୬୫।

ଯାଅସି ନକୁଳ ହୋ ତୋତେ ସମସ୍ତ ହେଉ ସାଧି

ଦକ୍ଷିଣ ଦିଗେ ଜିଣ ତୁ ସମସ୍ତ ମହାଯୋଧୀ ।୧୬୬।

ଉତ୍ତର ଦିଗ ସାଧ୍ୟ ସାଧ୍ୟ ହୋଇଲାନି ଅର୍ଜୁନ ବୁଦ୍ଧିବଳେ

ରାଜାମାନନ୍ତ ନିମନ୍ତ୍ରିଣ ୟେବେ ସେ ପ୍ରବେଶ ଅମର ମଣ୍ଡଳେ ।୧୬୭।

ନକୁଳ ଅକ୍ଷତ ଗୁଆ ଦିଲେ ସେ ବିରୂପାକ୍ଷ ଦେବସ୍ୱାମୀଂକି

ତୁମ୍ଭେ ବିଜେ କରିବା ରାଜୁସି ଯାଗ ଦେଖି ।୧୬୮।

ସାନନ୍ଦେ ପ୍ରସନ୍ନ ଯେ ହୋଇଲେ ବିରୂପାକ୍ଷ

ହେମବନ୍ତେ ବରିଲାନି ଆମ୍ଭନ୍ତ ତୋର ଜ୍ୟେଷ୍ଠଭ୍ରାଥ ବିବତ୍ସ ।୧୬୯।

ନକୁଳକୁ ଅନେକ କହିଲେ ଦେବ ଗ୍ୟାନ

ତହୁଂଣ ବିରୂପାକ୍ଷ ସ୍ୱାମୀ ହୋଇଲେ ଅନ୍ତର୍ଧାନ ।୧୭୦।

ତହୁଂଣ ସେ ବିଜେକଲେ ମାଦ୍ରୀଦେବୀର ନାନ

ରେହନ୍ତ ସାରଥି ବାହଇ ବେଗେ ଯାନ ।୧୭୧।

ବିଜୟେ ମାଦ୍ରୀ ନନ୍ଦନ ଯେ କାବେରୀ ପ୍ରଶସ୍ତେ

ବହଇ ପୁଣ୍ୟଜଳ ନିର୍ମଳ ସେହୁ ତୀର୍ଥେ ।୧୭୨।

ବହଇ କାବେରୀ ନଦୀ ଈଶାନ୍ୟ ଭାଗିନୀ

ସେ ନଦୀରେ ସ୍ରାହାନ କଲେ ପାଣ୍ଡବ ସଇନି ।୧୭୩।

ବୀରତୂର ଶବଦ ଯେ ଉଛୁଳଇ ଘୋରନାଦ

ଅନେକ ରାଜ୍ୟକୁ ଶୁଭଇ ପାଣ୍ଡବ ବୀରର ଟମକ ଶବଦ ।୧୭୪।

ବିଜୟନଗ୍ରେ ଯହୁଂ ଶୁଣିଲେ ସର୍ବସାଧି

ସମଦଣ୍ଡ ଘେନି ଆସନ୍ତି ସମସ୍ତ ମହାଯୋଧୀ ।୧୭୫।

ନକୁଳ ବିଜେ କରିଅଛନ୍ତି ଶ୍ରୀଗିରିବର ଉପରେ

ରାଜାୟେ ଦ୍ରଶନ ଆସି କରନ୍ତି ସମ୍ଭରେ ।୧୭୬।

କାଞ୍ଚିରାଜା ଯେ ଆଜାନୁ ଚକ୍ରବ୍ରତୀ

ସେ ରାଜାକୁ ଖଟଇ ବତିଶ ସହସ୍ର ହାଥୀ ।୧୭୭।

ଚାରି ମର୍ଭୁତ ପାଦାନ୍ତି ପାଞ୍ଚ କ୍ଷଉଣୀ ଖଟଇ

ବଡ ପୁଣ୍ୟବନ୍ତ ରାଜା ସେ କାବେରୀ ନଦୀତଟଇ ।୧୭୮।

କାଞ୍ଚି ନଗ୍ର ବୋଲି ଯେ ତାହା ଜାଣି

ବହଇ କାବେରୀ ଯେ ଭେଟଇ ଉଜାଣି ।୧୭୯।

ଦେଶାଉରେ ବାରତା କହିଲେ ରାଜାର ଅଗ୍ରତେ

ଶୁଣିମା ଦେବ ସାବଧାନେ ପରରାଷ୍ଟର ବାରତେ ।୧୮୦।

ସୋମବଂଶର ରାଜା ଯୁଝେଷ୍ଠି ନରପତି

ବ୍ରହ୍ମହତ୍ୟାକଲେ ତାହାଂକଇ ପିତା ପଣ୍ଡୁ ମହାଛତ୍ରୀ ।୧୮୧।

ତହିଂର ନିମନ୍ତେ ଦେବ ରାଜୁସି ଯାଗ ସଭା

ଲକ୍ଷେ ନୃପତି ଆସିବେ ସମସ୍ତ ରାଜଦେବା ।୨୮୨।

ଆକାଶୁଂ ଆସିବେ ସମସ୍ତ ବୃନ୍ଦାଅର୍କେ

ପାତାଳ ଜଗତୁଂ ଯେ ଆସିବେ ନାଗଲୋକେ ।୧୮୩।

ଆପଣେ ଯାଗ ସଞ୍ଚା କରନ୍ତି ଜଗନ୍ନାଥେ

ଯେବଣ ରାଜା ନ ଯିବେ ନାଶିବେ ଶସ୍ରଘାତେ ।୧୮୪।

ପଚ୍ଛିମେ ଭୀମସେନ ଉତ୍ତର ଅରଜୁନ

ଦକ୍ଷିଣେ ନକୁଳ କୁମାର ସହଦେବ ଈଶାନ ।୧୫୮।

ସ୍ୱାମୀ ଚାରିଉଣା ଲକ୍ଷେକ ରାଜାନ୍ତ ନିମନ୍ତ୍ରି

ବହୁତ ଶାସ୍ତି ପାଇଲା ଦେବ ବିଜୟା ନଗ୍ରର ଋତୁପୂର୍ଣ୍ଣ ନୃପତି ।୧୮୬।

ସମଦଣ୍ଡ ସାଜ ଦେବ ବେଗେ ରାଜୁସି ଯାଗକୁ ଯିବା

ତୁଙ୍ଗଭଦ୍ରା ନଦୀ କୂଳେ ଯାଇଂ ଦ୍ରଶନ କରବା ।୧୮୭।

ଚାରଗଣ ମୁଖୁଂ ବାରତା ପାଇ ମନ୍ତ୍ରୀକି ପଚାରି

ମନ୍ତ୍ରୀ କହଇ ରାଜାକୁ କରପତ୍ର ଯୋଡି ।୧୮୮।

ସ୍ୱାମୀ ସାମାନ୍ୟ ବଳ ଘେନି ଚାଲଯିବା ଶ୍ରୀଗିରି ପର୍ବତେ

ଆମ୍ଭ ରାଜ୍ୟକୁ ନକୁଳ ଘେନି ଆସିବା ବହୁତ ପୁରୁଷାର୍ଥେ ।୧୮୯।

ଦ୍ରଶନ ପ୍ରସନ୍ନ ଦେବ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି

ଯୁଗତେ ନ ଗଲେ ସ୍ୱାମୀ ହୋଇବା ମନ୍ଦବୁଦ୍ଧି ।୧୯୦।

ମନ୍ତ୍ରୀର ବଚନେ ରାୟେ ସାଜିଲା ସମଦଣ୍ଡ

ବହୁତ ବାଦ୍ୟ ଶବଦେ କମ୍ପିଲା ଭୂଅଖଣ୍ଡ ।୧୯୧।

ବେନିଶତ ଭାରିଯା ତୁଲେଣ କୁମର ଚାରି

ଶ୍ୱେତ ଅଶ୍ୱେତ ଆରୋହିଲା ସେ କାବେରୀ ଦଣ୍ଡଧାରୀ ।୧୯୨।

ବିଜୟେ ନୃପତି ଯାଇଂ ଶ୍ରୀଗିରିର ପର୍ବତେ

ନକୁଳକୁ ଦ୍ରଶନ କରଇ ସେ ପ୍ରସନ୍ନ ମଳୟନାଥେ ।୧୯୩।

ୟେମନ୍ତର ସମୟେ ସେ କାବେରୀ ଦେଶର ରାୟେ

ନକୁଳ ଛାମୁରେ ସେହୁ ଦ୍ରଶନ ଯାଇଂ କୟେ ।୧୯୪।

ନକୁଳ ବିଜେ କରିଛନ୍ତି ଦିବ୍ୟ ସିଂଘାସନେ

ପର୍ବତ ତଳେ ଦ୍ରଶନ କରୁଛନ୍ତି ସେ କାବେରୀ ଦେଶର
ରାଜାମାନେ ।୧୯୫।

ରେହନ୍ତ ସାରଥି ଜଣାଇଲେ ନକୁଳକୁ

ବାବୁ କାଞ୍ଚିନଗ୍ର ରାଜା ଯେ ଦର୍ଶନ କରଇ ତୁକୁ ।୧୯୬।

ବଡ ପୁଣ୍ୟବନ୍ତ ପାଜା ୟେ ଦକ୍ଷିଣ ପ୍ରଦେଶେ

ମହାଲକ୍ଷ୍ମୀ ବିଜେ କରିଥାଇ ନଗ୍ର ଚଉପାଶେ ।୧୯୭।

ସ୍ୱାମୀ ପୂର୍ବେ ରାଜ୍ୟ କରୁଥିଲା ୟେଥେଂ ମହୀନ୍ଦ୍ର ନୃପତି

ବିଷ୍ଣୁର ବଲ୍ଲଭୀକୁ ହୋଇଲା ଅନେକ ଭଗତି ।୧୯୮।

ସେ କମଳାର ପ୍ରସନ୍ନେ ତାହାର ଅତୁଟ ୟେ ରାଜ୍ୟ

ବ୍ରତନ୍ତି ଯାବତ କାଳେ ୟେ ସଂସାର ଅଇଶୁର୍ଯ୍ୟ ।୧୯୯।

ଘରେ ଘରେ କମଳା ୟେଥେଂ ଥାନ୍ତି ବିଜେକରି

ଅଳକା ଭୁବନ ଜାଣି ୟେ କାଞ୍ଚିନଗ୍ର ପୁରୀ ।୨୦୦।

ଜନେକରେ ଘଟଣ ସେ ସବୁଂକର ଗୃହବାସ

ସବୁଂକରି ପୀଢାରେ ବସଇ ସୁବର୍ଣ୍ଣ କଳସ ।୨୦୧।

ନେତର ପାତାଙ୍ଗ ଯେ ଉଡନ୍ତି ଫରହର

ବିଷ୍ଣୁ ଭୁବନ ଜାଣି ୟେ ରାଜାର ସମ୍ଭାର ।୨୦୨।

କଟକର ମଧ୍ୟେ ନବଲକ୍ଷ ଘର ବସଇ

ସୁବର୍ଣ୍ଣର ପାଚେରୀ ୟେକ ଯୋଜନ ପଞ୍ଚଦଶର ।୨୦୩।

ୟେ ଦକ୍ଷିଣ ଦିଗରେ ୟେ ମହାପୁଣ୍ୟ ଭୂମି

ସତ୍ୟଯୁଗେ ୟେଥେଂ ଯାଗକଲା ମାହେନ୍ଦ୍ର ରାଜସ୍ୱାମୀ ।୨୦୪।

ପ୍ରସନ୍ନେ କାବେରୀ ଦେବ ସର୍ବଦ୍ୱାରେଣ ଭେଟଇ

ଧନେଣ ରାଜ ସେ ରାୟେ କୁବେର ସମାନ ଅଟଇ ।୨୦୫।

ରେହନ୍ତର ବଚନେ ନକୁଳ ତୋଷମନେ

ରାଜାକୁ ଦୃଷ୍ଟିପାତ କଲେ ଅବଲୋକନ ନୟନେ ।୨୦୬।

ଉଠ ଉଠ ବୋଲି ଆଗ୍ୟାଂଦିଲେ ମାଦ୍ରୀଦେବୀର ବାଳେ

ପୁଣ ପୁଣ ପ୍ରଣପତ୍ୟ ରାଜା ନକୁଳ ପାଦତଳେ ।୨୦୮।

ସପତସରି ମାଳା ମୁକୁତା ରତ୍ନ ଘେନି

ସହସ୍ରେକ ମାଳା ଆଣି ଦିଲେ ରାଜାର ସଇନି ।୨୦୯।

ସପତସରି ମାଳା ଘେନି ଆଜାନୁ ଚକ୍ରବ୍ରତୀ

ନକୁଳର କଣ୍ଠେ ଭୂଷଣ କଲେକ ଶାନ୍ତିମୃର୍ତ୍ତି ।୨୧୦।

ମୁକୁଟ ସୀମନ୍ଥିନୀ ବାହୁଟି ଜଗଦଳା

ତାତ ପୁଷ୍ୟ ସରଳ ଯେ ଅଞ୍ଚଳ ହୃଦେ ମାଳା ।୨୧୧।

ଅନେକ ରତ୍ନ ଘେନି ସେ କାଞ୍ଚିନଗ୍ର ରାଜା

ନକୁଳ କୁମାର ପାଦେ କରଇ ଦିବ୍ୟ ପୂଜା ।୨୧୨।

ଶ୍ରୀ ମଲ୍ଲିକା ଅଞ୍ଜନ ନାଥ ଦ୍ରଶନ ନିମନ୍ତେ

ଶ୍ରୀରାମ ଜଙ୍ଗମ ବୋଲି ତହିଂର ୟେକ ନୃପତ୍ୟେ ।୨୧୩।

ରୁଦ୍ରଚିହ୍ନ ବହଇ ସେ କଷ୍ୟା ବସନ ଜଟାଧଆରୀ

ଶ୍ରୀଗିରି ପର୍ବତେ ସେ କ୍ଷେତ୍ର ଅଧିକାରୀ ।୨୧୪।

ଶ୍ରୀରୁଦ୍ର ମଳୟ ନାଥ ସ୍ୱାମିଂକି କରନ୍ତି ପୂଜା

ତିନିଲକ୍ଷ ଜଙ୍ଗମ ଖଟନ୍ତି ସେ ରାମରାଜା ।୨୧୫।

ଶ୍ରୀରାମ ଜଙ୍ଗମେ ଦେଖାଇଲେ ମଳୟନାଥ

ପ୍ରସନ୍ନେ ମଲ୍ଲିକା ଅଞ୍ଜନ ନାଥ ଶୂନ୍ୟେ ଯେ ଗୁପତ ।୨୧୬।

ଗୁପତ ସାଗର ଯେ ବଇତୁର୍ଯ୍ୟର ଢାଂକୁଣୀ

ଉପରେ ଶୋଭିତ ଯେହ୍ନେ ଇନ୍ଦ୍ରନୀଳମଣି ।୨୧୭।

ଶ୍ରୀରାମ ଜଙ୍ଗମକୁ ନକୁଳ କଲେ ପୂଚ୍ଛା

ଶ୍ରୀମଲ୍ଲିକା ଅଞ୍ଜନ ନାଥ ୟେ କେମନ୍ତେ ଆଦିଦୀକ୍ଷା ।୨୧୮।

ନକୁଳ ଛାମୁରେଣ କହଇ ଜଙ୍ଗମ

ରାବଣକୁ ବଧ କରି ୟେଥକୁ ଅଇଲେ ଶ୍ରୀରାମ ।୨୧୯।

ୟେହି ଶ୍ରୀଗିରି ପର୍ବତେ ବିଜୟେ ରାମ ଆସି

ୟେ ତୁଙ୍ଗଭଦ୍ରା ନଦୀକୂଳେ କଟେକ କଲେ ବସି ।୨୨୦।

ଶ୍ରୀରାମଚନ୍ଦ୍ର ବୋଇଲେ ସୁଷେଣ ବଦ୍ୟକୁ ରାଇ

ଯେ ଶ୍ରୀଗିରି ପର୍ବତେ ରାଜା କରିବା ତୁକୁର ।୨୨୧।

ସୁଷେଣେ ବୋଇଲା ମୋତେ ନ ରୁଚଇ ଅନ୍ୟ ଭୂମି

ଅନୁବ୍ରତେ ତୋର ଚରଣେ ଖଟିଥାସି ୟେଥେଂ

କାଲି ଅଭିଷେକ କରିବା ରୟଣୀ ପ୍ରଭାତେ ।୨୨୩।

ଶ୍ରୀଗିରି ପର୍ବତେ ରୁହାଇଲେ ସୁଷେଣ

ଶ୍ରୀରାମେ ବିଜେ କଲେ ବିଜୟା ନଗ୍ରେଣ ।୨୨୪।

ସ୍ୱାମୀ କଳପ ଆୟୁଷ ବୋଲି ୟେହି ନଦୀଗୋଟି

ୟେଥି ସ୍ରାହାନ କଲେ କଳପେ ପରିଯନ୍ତେ ଥାଇ ଆଷ୍ୟ
ଯେ ନ ତୁଟି ।୨୨୫।

ଆହୋ ସୀତାୟା ଶୁଣିଲେ ଯହୁଂ କଳପି ମହାତମ୍ୟେ

ୟେ ନଦୀରେ ସ୍ରାହାନ କରି ପଶିଲେ ସୀତୟା ଶ୍ରୀରାମେ ।୨୨୬।

ବ୍ରହ୍ମାୟେ ହକାରି ଆଗ୍ୟାଂ ଦିଲେ ସେ ନଦୀକି

ଶ୍ରୀରାମ ସୀତାୟା ସ୍ରାହାନ କରି ଆସୁଛନ୍ତି ତୋହୋର ତହିଂକି ।୨୨୭।

ତୋର ତହିଂ ସ୍ରାନ କଲେ ହୋଇବେ କଳ୍ପଜୀବୀ

ଭାରା ନିବାରଣ ପୁଣ କେ କରିବ ୟେ ପୃଥିବୀ ।୨୨୮।

ସେ ଲକ୍ଷ୍ମୀ ନାରାୟଣ ଯେବେ ୟେଥେ ଅବତରି ଥାନ୍ତେ ପୁଣ ପୁଣ

ତେବେ ସେ ଦୁଷ୍ଟ ଦାନବେ ହୁଅନ୍ତେ ନିବାରଣ ।୨୨୯।

ୟେସନେକ ଆଗ୍ୟାଂ ଯହୁଂ ଦିଲେ ଧାତା ଦେବସ୍ୱାମୀ

ସେ କଳପୀ ଧବଳାଙ୍ଗୀ ହୋଇଲା ପାତାଳଗାମୀ ।୨୩୦।

ଶ୍ରୀରାମଚନ୍ଦ୍ର ଜଙ୍ଗମ କହଇ ନକୁଳକୁ

ତେଣୁକରି ୟେ ଗଙ୍ଗା ଗଲା ପାତାଳକୁ ।୨୩୧।

ସୁସ୍ଥାନେ ଗୋପ୍ୟାନ ହୋଇଲେ ଜାହ୍ନବୀ

ରାଗେଣ ଶାପ ତାକୁ ଦିଲେ ଜାନକୀ ମହାଦେବୀ ।୨୩୨।

ମୋତେ ଦେଖି ତୁହି ଯେବେ ପଶିଲୁ ପାତାଳେ

ଗୋପ୍ୟାନ ଭାଗିନୀ ତୁହି ହୋଅସି ସର୍ବକାଳେ ।୨୩୩।

ଜାନକୀର ବଚନେ ସେ ହୋଇଲା ଅଗତି

ସୁଷେଣକୁ ପାଟଦେବାକୁ ଲୋଡ଼ିଲେ ରାମ ୟେଥି ।୨୩୪।

ଶ୍ରୀରାମ ଜଙ୍ଗମ ଯେ କହଇ ଉତ୍ତର

କୁମ୍ଭମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନର ।୨୩୫।

ବୃହସ୍ପତି ବାର କଉଳବ କରଣ ଯେ ପୁନର୍ବସୁ ନକ୍ଷତ୍ରେ

ସୁଷେଣ ପ୍ରାଣତ୍ୟାଗ ହୋଇଲା ଶ୍ରୀଗିରି ପର୍ବତେ ।୨୩୬।

ହନୁମନ୍ତକଇଂ ରାଇଣ ବୋଇଲେ ଦାଶରଥି

ତୁ ମହାବୀର ଯାଇ ଅଭିଷେକ ଯୋଗାଡ କରସି ତଡତି ।୨୩୭।

ସ୍ୱାମୀ ବଚନ ଯେ ଚଳଇ ପାବନି

ଶ୍ରୀଗିରି ପର୍ବତେ ହନୁମନ୍ତ ଲୋଡଇ ରୟଣୀ ।୨୩୮।

ସୁଷେଣ ବିଚାରଇ ୟେହୁ ପର୍ବତେଣ ବସି

ଶ୍ରୀରାମ ସଦୟେ ମୋତେ ନ କଲେ ଗୁଣରାଶି ।୨୩୯।

ମୁହିଂ ଯେ ଇସ୍କିନ୍ଦା ରାଜ୍ୟକୁ ସ୍ୱାମୀଂକି ଗୋଡାଇ ଅଇଲି

ଶ୍ରୀଚରଣେ ସେବା କରିବାକୁ ଭାଜନ ନୋହିଲି ।୨୪୦।

ମୋତେ ଆଗ୍ୟାଂ ଦିଲେ ତୁ ରାଜା ହୋଅସି ୟେଥେ

ସ୍ୱାମୀ ଶ୍ରୀଚରଣ ନ ଦେଖିଲେ ମୁଂ ବ୍ରତିବି କେମନ୍ତେ ।୨୪୧।

ୟେ ଶରୀରୁ ଛାଡ଼ ହୋ ମୋର ପଞ୍ଚୁଭୂତ ଆତ୍ମା

ୟେଡ଼େ ବୋଲି ନିରାଶେ ବସିଲା ମହାତମା ।୨୪୨।

ଶ୍ରୀରାମ ଶ୍ରୀରାମ ବୋଲି ଶବଦେ ଡାକ ଦିଲା

ଜୀବନ ନିଆଶୀ ପଞ୍ଚଭୂତ ଆତ୍ମା ତାହାର ଶରୀରୁ ଛାଡ଼ିଲା ।୨୪୩।

ୟେହି ପର୍ବତ ଉପରେ ପଡ଼ିଲା ନିଜ କାୟା ଗୋଟି

ଶ୍ରୀରାମ ସୁମରି ସେ ପଡିଲା ମହୀ ଲୋଟି ।୨୪୪।

ୟେସନେକ ସମୟେ ଆସି ପ୍ରବେଶ ହନୁମନ୍ତ

ଦେଖିଲା ସୁଷେଣ ଯେ ହୋଇଅଛି ପ୍ରାଣେ ହତ ।୨୪୫।

ହନୁମନ୍ତ ଡାକ ଦିଅଇ ଉଠ ହୋ କଞ୍ଚନ ରାଜାର ବଳା

କେତେ ନିଦ୍ରାଯାଉ ରୟଣୀ ପ୍ରସର ହୋଇଲା ।୨୪୬।

ରାମାୟାଣ ଯୁଦ୍ଧରେ ତୁ ଯେ ଅନିଦ୍ରା ହୋଇଥିଲୁ

ୟେଥେ ସୁସ୍ଥପାଇ ନିଚିନ୍ତେ ନିଦ୍ରା ଗଲୁ ।୨୪୭।

ପୁଣ ପୁଣ ପଚାରଇ ସନ୍ନିଧ୍ୟେଣ ବସି

ନ ଚଳଇ ବ୍ରହ୍ମଭେଦ ସେ ନ ଦିଅଇ ସମ୍ଭାଷି ।୨୪୮।

କୋଳକରି ହନୁମନ୍ତ ତୋଳଇ ସୁଷେଣକୁ

ଆତ୍ମା ଆତଯାତ ନାହିଂ ବାହୁଡ଼ାଇ ଥୋଇଲା ତାହାକୁ ।୨୪୯।

ହା ହା ସୁଷେଣ ବୋଲି ରୁବଇ ହନୁମନ୍ତ

ବାବୁ କେଉଂଣ ପାତକରେ ହୋଇଲୁ ମୃତୁଗତ ।୨୫୦।

ୟେହି ଶ୍ରୀଗିରି ପର୍ବତେ ଶ୍ରୀରାମଚନ୍ଦ୍ର ତୋତେ କରିବେ ଅଭିଷେକ

ହୋଇବୁ ରାଜ୍ୟପତି ତୋତେ ଖଟିବେ ସର୍ବଲୋକ ।୨୫୧।

ଅତିଅନ୍ତ ମନ୍ଦପଣ ତୋର କେଉଂଣ ଅଭାଗ୍ୟ

ସୁର ଇନ୍ଦ୍ରପଣ ଛାଡ଼ି ତୁ ହୋଇଲୁ ମୃତୁଯୋଗ ।୨୫୨।

ଅନେକ ବିନୋୟୀ ହୋଇ ସେ ପବନର ନାନ

ତାରକ ବ୍ରହ୍ମମନ୍ତ୍ର ଯେ କହିଲା ତାର କର୍ଣ୍ଣ ।୨୫୩।

ପର୍ବତ ଉପରେ ଗୋଇଠାୟେ ପ୍ରହାର କଲା ହନୁ

ତିନିତାଳ ଗଭୀରେ ପୋତିଲା ତାର ତନୁ ।୨୫୪।

ମଲ୍ଲିପୁଷ୍ପ ଗୁଡ଼ାୟେ ଘୋଡ଼ାଇଲା ଉପରେ

କୃଷ୍ଣାଜିନ ଛାଲ ଘୋଡ଼ାଇଲା ତାହାର ଉପରେ ।୨୫୫।

ତାରେକ ବ୍ରହ୍ମଗ୍ୟାନ ଯେ କହିଲା ପାବେନି

ଶ୍ରୀରାମଚନ୍ଦ୍ର ବିଜେକଲେ ଆସି ସମସ୍ତ ଦଣ୍ଡ ସଇନି ଘେନି ।୨୫୬।

ଝାତିକାରେ ଉଠିଲେ ପ୍ରଭୁ ଶ୍ରୀଗିରି ପର୍ବତ ଉପରେ

ପଦ୍ମ ଆସନେ ଦେବ ବସିଲେ କୃଷ୍ଣାଜିନ ଛାଲରେ ।୨୫୭।

ଶ୍ରୀରାମ ଆଗ୍ୟାଂଦିଲେ ସୁଷେଣକୁ ବେଗେ ଆଣ

ୟେ ଶ୍ରୀଗିରି ପର୍ବତେ ତାକୁ ଅଭିଷେକ କରିବା ୟେହିକ୍ଷଣ ।୨୫୮।

ହନୁମାନ କହିଲା ଯାଇ ଲକ୍ଷ୍ମଣ ଅଗ୍ରତେ

ସୁଷେଣ ପ୍ରାଣତ୍ୟାଜ ହୋଇଲା ୟେହି ପରବତେ ।୨୫୯।

ଲକ୍ଷ୍ମଣ ବୋଇଲେ ତାର କାହିଂ ଅଛି ଶବ

ହନୁ ବୋଇଲା ୟେ ପରବତେ ପୋତିଅଛି ଭୋ ଦେବ ।୨୬୦।

ସୁଷେଣକୁ ଆଣ ବୋଲି ରାମ ଆଗ୍ୟାଂ ଅବଧାରୀ

ଲକ୍ଷ୍ମଣ କହଇ ଛାମୁରେ କରପତ୍ର ଯୋଡ଼ିକରି ।୨୬୧।

ସ୍ୱାମୀ ସୁଷେଣ ୟେଥି ରାଜ୍ୟ କରିବାକୁ ନାହିଂ ଇଚ୍ଛା

ତୋହୋର ଚରଣେ ସେବା କରିବାକୁ କଲାକ ମନବାଞ୍ଚା ।୨୬୨।

ଶ୍ରୀଗିରି ପର୍ବତେ ଅଭିଷେକ ହୋଇବାକ ଜାଣି

ପ୍ରାଣ ବିସର୍ଜିଲା ସ୍ୱାମୀ ଆଜର ରୟଣୀ ।୨୬୩।

ଶ୍ରୀରାମଚନ୍ଦ୍ର ଶୁଣିଣ ହୋଇଲେ ଥମ୍ଭୀଭୂତ

ଆହୋ ସୁଷେଣରେ ମୋର ପ୍ରାଣର ସଂଗାତ ।୨୬୪।

ବାବୁ ଲଂକାଗଡ଼ ଜିଣିଲି ତୋହୋର ଦିବ୍ୟବୁଦ୍ଧି

ଲକ୍ଷ୍ମଣକଇଂ ପ୍ରାଣଦିଲୁ କହିଣ ମଉଷଧି ।୨୬୫।

ବାବୁ ଅନାସ୍ତର ବନ୍ଧୁ ମୋଇ କେଉଂକତି ଗଲୁ

ବିପଦକାଳେ ରହିଲୁ ସଂପଦ କାଳେଣ ଲେଛିଲୁ ।୨୬୬।

ହନୁମନ୍ତ ହକାରି ବୋଲନ୍ତି ରଘୁବତ୍ସି

ବାବୁ ସୁଷେଣ ମୃତୁ ପିଣ୍ଡଗୋଟି କେଉଂଣ ଠାବେ ଅଛି ।୨୬୭।

ହନୁମନ୍ତ ବୋଇଲା ସ୍ୱାମୀ ତୋହୋର ଆସନର ତଳେ

ମୁଂହି ତାହା ପର୍ବତେ ମାଡ଼ିଲି ଦେବ ପ୍ରାଣର ବିକଳେ ।୨୬୮।

ହନୁମନ୍ତର ବଚନେ ଶ୍ରୀରାମଚନ୍ଦ୍ରେ ଉଠି

ଲକ୍ଷ୍ମଣ କାଢିଲା କୃଷ୍ଣାଜିନ ଛାଲଗୋଟି ।୨୬୯।

ମଲ୍ଲୀପୁଷ୍ପ ଘୋଡ଼ା କାଢିଲା ହନୁମନ୍ତ

ପୁଣି ତାରେକ ମନ୍ତ୍ର ଯେ ପଢିଲେ ଶ୍ରୀରଘୁନାଥ ।୨୭୦।

ଲକ୍ଷ୍ମଣ ରଘୁନାଥ ଚାହିଂଲେ ଅମୃତ ଦୃଷ୍ଟି

ଲିଙ୍ଗେକ ସଂଭୂତ ହୋଇଲା ପର୍ବତ ଫୁଟି ।୨୭୧।

ଦେଖିଲେ ରଘୁନାଥ ବିଜୟେ ମହାଶମ୍ଭୁ

ହନୁମନ୍ତକୁ ବୋଇଲେ ପର୍ବତ ବେଢାଇ ଖୋଳ ବାବୁ ।୨୭୨।

ସ୍ୱାମୀର ଆଗ୍ୟାଂୟେ ପର୍ବତ ବେଢାଇ କାଟି

ପାତାଳ ଭୁବନକଇଂ ସେ ଲିଙ୍ଗ ଲକ୍ଷେ ଯୋଜନ କଣ୍ଟି ।୨୭୩।

ଦେଖିଣ ସାନନ୍ଦ ସେ ହୋଇଲେ ରଘୁନାଥ

ଶ୍ରୀରାମ ପୂଜିଲେ ସେ ମହାଶମ୍ଭୁ ଦେବତାନ୍ତ ।୨୭୪।

ହନୁମନ୍ତ ଘୋଡ଼ାଇଲେ ମଲ୍ଲୀଫୁଲ ଗୁଡ଼ାୟେ

ଉପରେ ଦିଲେ ସେ କୃଷ୍ଣାଜିନ ଛାଲ ଗୋଟିୟେ ।୨୭୫।

ମଲ୍ଲିକା ଅଞ୍ଜନ ସେ ଲିଙ୍ଗେକ ଉତପତ୍ତି

ମଲ୍ଲିକା ଅଞ୍ଜନ ନାଥ ନାମ ତାଂକୁ ଦିଲେକ ଦାଶରଥି ।୨୭୬।

ଶ୍ରୀରାମଚନ୍ଦ୍ର ଜଙ୍ଗମ ବୋଲି ଯେବଣ ନୃପତି

ନକୁଳକଇଂ କହିଲା ସେ ଶାହାସ୍ର ସଂଗତି ।୨୭୭।

ଶୁଣସି କୁମାର ତୁ ଅଶ୍ୱିନୀ କୁମାରଂକ ନାନ

ୟେ ସେ ମହାଲିଙ୍ଗ ମଲ୍ଲିକା ମଳୟ ଅଞ୍ଜନ ।୨୭୮।

ଶ୍ରୀରାମଚନ୍ଦ୍ରେ ତ୍ରେତୟା ଯୁଗେ ବୀର ପ୍ରସିଦ୍ଧି

ମୁହିଂ ସେ ବିଶ୍ରବାନନ୍ଦନ ରାବଣେଶ୍ୱର ବଧି ।୨୭୯।

ବ୍ରହ୍ମହତ୍ୟା ଦୋଷ ମୋତେ ଅଛି କେବଣ କଳ୍ପ

ଦ୍ରଶନ ମାତ୍ରକେ ଖଣ଼୍ଡଇ ସକଳ ମହାପାପ ।୨୮୦।

ଜଙ୍ଗମ କହିଲା ଯେ ନକୁଳ ଅଗ୍ରତେ

ଖଣ୍ଡଇ ମହାପାତେକ ବଂଶରେ ହତ୍ୟା ଥାଇଂ ଯେତେ ।୨୮୧।

ଜଙ୍ଗମ ବଚନେ ନକୁଳ ମହାରଥୀ

ଶ୍ରୀମଲ୍ଲିକା ଅଞ୍ଜନ ନାଥ ମୋହୋର ଫେଡ଼ିବା ଦୁର୍ଗତି ।୨୮୨।

ସ୍ୱାମୀ ପ୍ରସନ୍ନେ ପରମ ଯୋଗୀ ଶ୍ରୀରାମ ଅଭିଷେକୀ

କୋଟିୟେ ଜନ୍ମର ପାତକ ହରଇ ନାଥ ନୟନେ ତୋତେ ଦେଖି ।୨୮୩।

ଗଙ୍ଗା ଗୟା ଗୋଦାବରୀ ହରିପାଦ ବଇତରଣୀ

ନର୍ମଦା ସରସ୍ୱତୀ ଯେ ଆବର କୃଷ୍ଣବେଣୀ ।୨୮୪।

ସାଗର ସଙ୍ଗମ ଯେ ପ୍ରାଗରୁଦ୍ର ପ୍ରାଚୀ

କାଶୀ କଉଶିକ ଅନ୍ଧେକ ରୁଦ୍ରସାଛୀ ।୨୮୫।

ପୁଣ୍ୟଭଦ୍ରା ସର୍ବଭଦ୍ରା ସୁବର୍ଣ୍ଣଭଦ୍ରା ପିଙ୍ଗଳୀ

ଅନନ୍ତା ବିଜୟା ଚନ୍ଦ୍ରଭାଗା ଚତ୍ରୋତ୍ପଳା ଧବଳୀ ।୨୮୬।

କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ପ୍ରାତକାଳେ ଅଭିଷେକ କରିଅଛନ୍ତି ଯାହାର ପୟର ।୨୮୭।

ପାତାଳ ବାସେନୀ ଗୋ ଶବରୀ ଭଇରୋବୀ

ସ୍ୱାମୀ ମୁକତି ବାଞ୍ଚ୍ଥା ନିମନ୍ତେ ଯାହାର ଚରଣେ ସେବି ।୨୮୮।

ସ୍ୱାମୀ ମଳୟ ବସନ୍ତ ଯେ ଅମୃତାକ୍ଷ ଶୀତଳ

ସଚରାଚର ଦେବାଧିବୃନ୍ଦେ ଖଟନ୍ତି ଯାହାର ଚରଣ ତଳ ।୨୮୯।

ଭଗତ ବିଭବ ନାହିଂ ତାରକ ଗ୍ୟାନ ମନ୍ତ୍ରେ

ଭାବିଲି ସର୍ବଥା ମୁହିଂ ଶିବ ପୁରାଣମତେ ।୨୯୦।

ସଂସାର ତାରଣ ତୁ ପ୍ରସନ୍ନ ତ୍ରିଲୋଚନ

ନାନା ହତ୍ୟା ପାତକ ସ୍ୱାମୀ ଦ୍ରଶନ ବିମୋଚନ ।୨୯୧।

ହେ ଜନେ ଭକତି ମୁକତି ପ୍ରାପତି ଯେ ଯାହାର ଇଚ୍ଛା

ଆୟୁଷ ଧନ ପୁତ୍ର ଇଚ୍ଛା ଶ୍ରୀମଲ୍ଲିକା ଅଞ୍ଜନ ନାଥ ବାଞ୍ଚ୍ଥା ।୨୯୨।

ଜୀବନର ସୁଫଳ ଶ୍ରୁତି ଲଭିବ ସୁଖଭୋଗୀ

ତଳକୁ ସାତ ପୁରୁଷ ପରିଯନ୍ତେ ଧନଧାନ୍ୟ ସଂପଦ ହୋଇବ ନୋହିବ ସର୍ବେ ରୋଗୀ ।୨୯୩।

ଶ୍ରୀଗିରି ପର୍ବତ ଉପରେ ଶ୍ରୀମଲ୍ଲିକା ଅଞ୍ଜନ ନାଥ ସ୍ୱାମୀ

ଶୂଦ୍ରମୁନି ସାରୋଳ ଦାସ ଶତ ସହସ୍ର ଦଣ୍ଡ ପରିଣାମି ।୨୯୪।

ବଦୟନ୍ତି ଅଗସ୍ତି ଶୁଣିମା ଯୋଗେଶ୍ୱର

ନକୁଳ ତୁସ୍ତି ବଚନ ଶୁଣି ପ୍ରସନ୍ନେ ମଲ୍ଲିକା ଅଞ୍ଜନ ତୋଷେଣ ଦିଅନ୍ତି ଅଭୟେ ବର ।୨୯୫।

ଶୁନ୍ୟେଣ ଶବଦେକ ଯେ ଶୁଭିଲା ଅନ୍ତର୍ଦ୍ଧାନୁ

ତ୍ରିଭୁବନେ ବିଦିତ ହୁଅ ତୁ ଅଶ୍ୱିନୀ କୁମାରଂକର ତନୁ ।୨୯୬।

ଯିସ ଅବା ପାତେକ ଥିଲା ତୋହୋର ବଂଶେ

ଆଜହୁଂ ତୋହୋର ଦୂରିତ ସମସ୍ତ ଗଲା ଧ୍ୱଂସେ ।୨୯୭।

ୟେଥୁ ଅନନ୍ତରେ ଯେ ନକୁଳ କୁମାର

ନିମନ୍ତ୍ରଣ ଯୋଗାଡ଼ ଦିଲା ମଲ୍ଲିକା ଅଞ୍ଜନ ଛାମୁର ।୨୯୮।

ରାଜାଗଣମାନନ୍ତ ନିମନ୍ତ୍ରଣ କରଇ

ଦୁଇଶତ ଛୟାଣୋଇ ରାଜା ତହିଂ ଥିଲେ ରୁଣ୍ଡ ହୋଇ ।୨୯୯।

ସମସ୍ତଂକୁ ନିମନ୍ତ୍ରଣ କଲା ରତ୍ନମାଳମାନ ଦେଇ

ପୁରୁଷାର୍ଥ କଲେ ସେ ଅନେକ କଥା କହି ।୩୦୦।

ଅକ୍ଷତ ଗୁଆ ଦେଇ ନିମନ୍ତ୍ରଣ କଲେ

ରାଜୁସି ଯାଗକୁ ସର୍ବେ ଚଳ ହୋ ବୋଇଲେ ।୩୦୧।

ଆହୋ ରଥ ଗଜ ଅଶ୍ୱ ପାଦାନ୍ତି ଅଛନ୍ତି ଯାହାର ଯେତେ

ଭ୍ରାଥ ବନ୍ଧୁ କୁଟୁମ୍ୱ ଭାରିଯା ପୁତ୍ର ଯେ ସହିତେ ।୩୦୨।

ଦେଖା ଦରଶନି ଧନ ଯେତେ ରତ୍ନମାନ ପାଇ

ଯେମନ୍ତେ ପୁରୁଷାର୍ଥ ଉପୁଜଇ ତୁମ୍ଭର ରାଜୁସି ଯାଗ ସଭାର ।୩୦୩।

ନକୁଳର ବଚନେ ସେ ସମସ୍ତ ରାଜା ହୋଇଲେ ତୁଷ୍ଟ

ସାଜିଲେ ସମଦଣ୍ଡ ଯେ ଯାହାର ଥାଠ ।୩୦୪।

ବାଜିଲା ବୀରତୂର ଟମକ ନିଶାଣ ଗହନ ବାଦ୍ୟ

ଆକାଶ ଉଛୁଳଇ ବୀର ବାଦ୍ୟର ଶବଦ ।୩୦୫।

ଯେ ଯାହାର ଥାଠ ସନ୍ୟ ସମସ୍ତ ପଲାଣି

ଯମପ୍ରଶସ୍ତକଇଂ ଚଳିଲେ ସମସ୍ତ ନୃପମଣି ।୩୦୬।

ରାଜାନ୍ତ ଚଳାଇ ସେ ନକୁଳ ମହାଛତ୍ରୀ

ଦଣ୍ଡ ଘେନି ବାହାର ହୋଇଲା ପଚ୍ଛିମ ମୂରତି ।୩୦୭।

ଦୁରାନ୍ତେକ ବନେ ସେ ସୁମନ୍ତକ ନାମେ ପର୍ବତ

କୃଶାଙ୍ଗୀ ନାମେ ନଦୀ ବହଇ ପଚ୍ଛିମ ପ୍ରଶସ୍ତ ।୩୦୮।

ଇଚ୍ଛାପୁର ବୋଲି ତହିଂ ୟେକ ନଗ୍ର ଗୋଟିୟେ

ରାଜ୍ୟର ବିସ୍ତାର ଆୟେତନ ଯୋଜନା ଶୟେ ।୩୦୯।

ବାମଦେବ ବୋଲିକରି ତହିଂର ନୃପତି

ବତିଶ ମର୍ଭୂତ ଖଟଇ ତାହାକଇଂ ମତ୍ତହାଥୀ ।୩୧୦।

ଅଶ୍ୱ ଯୋଦ୍ଧା ପାଦାନ୍ତି ନାହିଂ ଆନ କିଛି

ଶତେ ପାରିଦଣ୍ଡ ତୁଲେ ରାଜା ତହିଂ ରାଜ୍ୟ କରୁଅଛି ।୩୧୧।

ବନସ୍ତ ଜିଣିକରି ତହୁଂ ଚଳଇ ନକୁଳ

ଦଣ୍ଡ ଘେନି ରହିଲେ ଯାଇଂ କୃଶାଙ୍ଗୀ ନଦୀକୂଳ ।୩୧୨।

ବୀରତୂର ଶବଦେ କମ୍ପଇ ମହୀସ୍ଥଳୀ

ରାଜାର କଟକେ ଯାଇଂ ବାଦ୍ୟ ଯେ ଉଛୁଳି ।୩୧୩।

ଆସ୍ତାନେ ବାରତା ଯାଇଂ ଜଣାଇଲା ମୁନେହି

ସ୍ୱାମୀ ଶୁଣ ଦେବ ଅବଧାରୀ ନୃପତି ବାମଦେବ ଶାହୀ ।୩୧୪।

ଆହୋ କେବଣ ଯୋଦ୍ଧା ୟେଟି ବହୁତ ନଗ୍ର ଜିଣି

ପର୍ବତ ଡିଙ୍ଗର ଜିଣି ଆସଇ କେଉଂଣ ଦେଶର ନୃପମଣି ।୩୧୫।

ରାଜ୍ୟର ଭିତରେ ଦେବ ପଶିଲା ତାର ଦଣ୍ଡ

ଗର୍ଜନ୍ତି ଯୋଦ୍ଧାୟେ ଯେ ମହା ପରଚଣ୍ଡ ।୩୧୬।

ଶଣିଣ ନୃପତି ଯେ କଲାକ ପ୍ରତଗ୍ୟାଂ

ଗର୍ଜିଣ ଉଠିଲା ରାଜା କହଇ ଅବଗ୍ୟାଂ ।୩୧୭।

ମନ୍ତ୍ରୀ ଜଣାଇଲା ଦେବ ଶୁଣିମା ବାମଦେବ

ବିଶ୍ରାମ କର ସ୍ୱାମୀ ୟେ ତୋହୋର ପ୍ରତଗ୍ୟାଂ ସ୍ୱଭାବ ।୩୧୮।

ୟେ ମହାଗହନ ଦେବ ଦକ୍ଷିଣ ଦିଗ ସ୍ଥଳୀ

ବସନ୍ତି ରାଜାୟେ ୟେଥେ ପ୍ରତଗ୍ୟାଂ ମହାବଳୀ ।୩୧୯।

ସମରେ ଅଭୟା ଦେବ ସେ ଅଟନ୍ତି ଅସାଧି

ତାହାର ଛାମୁରେ ଦେବ ମିଳନ୍ତା ନାହିଂ ଯୋଧୀ ।୩୨୦।

ମନ୍ତ୍ରୀବର ବଚନେ ସେ ନୃପତି ବଇରାଗୀ

ସାଜରେ ସଇନି ମୋର ସମଦଣ୍ଡ ବେଗି ବେଗି ।୩୨୧।

ଆକାଶ ଉଛୁଳଇ ଯେ ବୀରତୂର ଶବଦେ

ସମୁଦ୍ର ଘୋଷ ପ୍ରାୟେ ଶୁଭଇ ହାଥୀଂକର ଘଣ୍ଟନାଦ୍ୟେ ।୩୨୨।

ପର୍ବତ ସମାନେ ଯେ ଦିଶନ୍ତି ମହାଗଜ

ଆସ୍ତାନୁ ବାହାର ହୋଇ ହାଥୀୟେକ ଚଢିଲା ମହାରାଜ ।୩୨୩।

ଲକ୍ଷେ ଯୋଦ୍ଧା ସଙ୍ଗେ ଘେନିଣ ମହାରାୟେ

କଟକୁଂ ବାହାର ହୋଇ ନୃପତି ବେଗେ ଆୟେ ।୩୨୪।

ବାହର ଦୁଆରେ ଆସି ଓଗାଳିଲେ ସଇନି

ଲକ୍ଷେକ କୁନ୍ତ ନାରାଜ ଛେଲଚକ୍ର ପହୁରନ୍ତି କରେ ଘେନି ।୩୨୫।

ପ୍ରତଗ୍ୟାଂ କରିଣ ସେ ନୃପତି ବାମଦେବ

ରାଜ୍ୟକୁ ବାହାରଟି ହୋଇଲା ସଦାଶିବ ।୩୨୬।

ଦୁସହ ପ୍ରତଗ୍ୟାଂ ସେ କରନ୍ତି ସମରାଷ୍ଟ

ଗର୍ଜନ୍ତେ କମ୍ପିଲା ସେ ସମସ୍ତ ବଇରାଷ୍ଟ ।୩୨୭।

କଟକେ ପଶନ୍ତେ ବାମଦେବ ରାୟେ ସାଇଂ

କାନ୍ଥିର ତଳେ ବୀର ଓଗାଳିଲେ ସାଇଂ ।୩୨୮।

ନବନିଶି କୋନ୍ତ ରାଜା ଧରିଅଛି ହାଥେ

ମୁଖରାବ ଶବଦେ ଯେ ପ୍ରତଗ୍ୟାଂ ସାମରଥେ ।୩୨୯।

ବାମଦେବ ମୂରତି ଦେଖିଣ ବୋଲଇ ସୁରସେନ

କାରଣେ ନରେନ୍ଦ୍ର କୋପ କିଂପା କରୁ ଉଚ୍ଚବାଚ ସ୍ୱନ ।୩୩୦।

ସୋମବଂଶେ ନୃପତି ହୋ ଯୁଝେଷ୍ଠି ଦେବରାୟେ

ରାଜୁସି ଯାଗ ସଭା କରିବେ ଆସିବେ ସମସ୍ତ ଦେବତାୟେ ।୩୩୧।

ଦକ୍ଷିଣ ଦିଗ ବିଜେ ଯୁଝେଷ୍ଠିଦେବଂକ ଅନୁଜ

ନକୁଳ କୁମାର ୟେ ଅଶ୍ୱିନୀ କୁମାରଂକ ତନୁଜ ।୩୩୨।

ଦକ୍ଷିଣ ଦିଗକଇଂ ବୀର ଅଇଲେ ବରଣେ

ସମଦଣ୍ଡ ଘେନି ଯାଉଛନ୍ତି ସମସ୍ତ ରାଜାଗଣେ ।୩୩୩।

ତୁ ୟେବେ ସଇନି ଘେନି ଆସୁ କିସ ଅର୍ଥେ

ଭାବକୁ ଅଭାବ ତୁହି ହୋଉଅଛୁ କେଉଂମତେ ।୩୩୪।

ଆହୋ ବାମଦେବ ତୁ ଅଟୁ ବଡ଼ ମନ୍ଦ

ପ୍ରୀତି ଲୋକଠାରେ କିମ୍ପେ ଉପୁଜାଉ ତୁହି ଦ୍ୱନ୍ଦ ।୩୩୫।

ମୋହୋର ବିଚାରେ ମରିବାକୁ ତୋର ବୁଦ୍ଧି

ପାଦେଣ ପେଲାଉ କିଂପା ୟେଡ଼େ ବଡ଼ ସମ୍ପ୍ରଧି ।୩୩୬।

ଶୁଣିଣ ପ୍ରତଗ୍ୟାଂ କଲା ସେ ବାମଦେବ ମହାରାଜା

କୁନ୍ତେକ ବୁାଲଇ ସେ ଧାମଇଂ କରିଣ ତରିଜା ।୩୩୭।

ରାଜାର ଆଗ୍ୟାଂୟେ ଚଳିଲେ ସକଳ ସଇନି

ବିନ୍ଧିଲେ ନାରାଜମାନ କରେଣ ଶସ୍ର ଘେନି ।୩୩୮।

ଆଗିଆଣି ଥାଠେ ସେ ଲକ୍ଷେକ ମହାଯୋଧୀ

ଅବିଚ୍ଛନ୍ନେ ନାରାଜ ଯେ ସଇନି ତାର ବିନ୍ଧି ।୩୩୯।

ନାରାଜ ପଡ଼ନ୍ତେ ଯେ ଦେଖିଲେ ପାଣ୍ଡବ ବୀରେ

ସେହି ସମ୍ଭର୍ବେ ଶର ବିନ୍ଧିଲେ ସଇନିଂକି ଉପରେ ।୩୪୦।

ନକୁଳର ସଇନି ଯେ ପ୍ରତଗ୍ୟାଂ ବଳବନ୍ତା

ପରରାଷ୍ଟ ଥାଠକଇଂ ସେ ନ ଯାଇ ଗଣିତା ।୩୪୧।

ରେ ରେ କାର ଶବଦେ ଯେ ପାଡ଼ିଲେ ଘୋରରଡ଼ି

ବାମଦେବ ସଇନି ଉପରେ ପଡ଼ିଲେ ବୀରେ ମାଡ଼ି ।୩୪୨।

କୋନ୍ତ ଅସିବର ଗୁରୁଜ ତୀକ୍ଷ ଶରେ

ପଡ଼ି ନିକିଳିଲେ ସେ ଯୋଦ୍ଧାଂକ ଉପରେ ।୩୪୩।

ଘାୟେଣ ଘୁମାଇଲେ ସେ ପଡ଼ିଲେ ମୁହିଂ ମାଡ଼ି

କାହାର କନ୍ଧରୁ ଶିର ପଡ଼ିଲାକ ଛିଡ଼ି ।୩୪୪।

ପଡ଼ିଲେ ସଇନି ଅବିଚ୍ଛନ୍ନେ ବାଣ ଘାୟେ

ଦିଶନ୍ତି ଶରୀର ସେ ମନ୍ଦାର ପୁଷ୍ୟ ପ୍ରାୟେ ।୩୪୫।

ବାଜିଲା ରଣ ହାନ୍ଦୋଳ ଚୋଖାର ମତ୍ତହାଥୀ

ନିକିଳି ନାରାଜ ଯେ ଛଇଛାଡ଼େ ଗଲା ଫୁଟି ।୩୪୬।

ଭାଜିଲେ ସଇନି ଯେ ପାଇଣ ବିମୂଖ

ଦନ୍ତେଣ ତିରଣ ଘେନି ବୋଲନ୍ତି ରଖ ରଖ ।୩୪୭।

ସନ୍ୟଭଗ୍ନ ଦେଖିଣ ସେ ବାମଦେବ ନୃପତି

ଆପଣେ ଉଠିଲା ତୁଲେ ବେନିଲକ୍ଷ ହାଥୀ ।୩୪୮।

ବହୁତ ପ୍ରତଗ୍ୟାଂ ଦେଖି ସେ ବାମଦେବ ଶାହୀ

ଆରେ ଆରେ ବୋଲି ରାଜା ବାମଦେବ ଗଜନ୍ତ ଧୁଆଇଂ ।୩୪୯।

ନକୁଳର ସଇନି ଥାଠେ ଆଗିଆଣି

ମଳୟ ବସନ୍ତ ବେନି ସେନାପତି ରାଜାକୁ ବିନ୍ଧିଲେ ବେଗେ ଟାଣି ।୩୫୦।

ନବନିଶି କୋନ୍ତେକ ଘେନି ବସନ୍ତ ସେନାପତି

ବାମଦେବ ରାଜା ହାଥୀକି ମାଇଲା ତତକ୍ଷଣାନ୍ତି ।୩୫୧।

ଘାୟେଣ ଘୁମାଇଲା ସେ ମହାମତ୍ତ ନାଗ

ଆରେକ ହାଥୀରେ ରାଜା ଚଢିଲାକ ଯାଇଂ ଅତି ବେଗ ।୩୫୨।

ବଜ୍ର ମୁଦୁରରେକ ଯେ ନୃପତି ବୁଲାଇ

ବସନ୍ତ ସେନାପତି ଉପରେ ପ୍ରହାର କଲେ ନେଇ ।୩୫୩।

ଅଶ୍ୱ ଘୁଞ୍ଚାଇଣ ବସନ୍ତ ସେନ ତାହା ମେଣ୍ଟି

ପୁଣିହିଂ ବାମଦେବ ପ୍ରହାର କଲା ଯଷ୍ଠି ।୩୫୪।

ବସନ୍ତ ସେନ ବଞ୍ଚାଇଲା ପଟା ଆଡ଼ ଆବୋରି

ପରିଘେକ ଘେନି ବସନ୍ତ ସେନାପତି ରାଜାର ଉପରେ ପ୍ରହାରି ।୩୫୫।

ବାମଦେବ ହାଥୀର ପଡ଼ିଲା କୁମ୍ଭସ୍ଥଳେ

ଗର୍ଜିଣ ମହାମତ୍ତ ଗଜ ପଡ଼ିଲା ଅଚାର୍ଗଳେ ।୩୫୬।

ପୁଣିହିଂ ବିରଥୀ ହୋଇଲା ରାଜା ବାମଦେବ

ଆରେକ ହାଥୀୟେ ଚଢି ଧାଇଂଲା ଅତି ବେଗ ।୩୫୭।

ପୁଣିହିଂ ନବନିଶି କୁନ୍ତେକ ବୁଲାଇ

ବସନ୍ତସେନ ଉପରେ ପ୍ରହାର କଲା ନେଇ ।୩୫୮।

କୋନ୍ତ ଫେରାଇ ଗୁରୁଜେକ ବୁଲାଇ ପିଟିଲା ବସନ୍ତସେନ

ଘାୟେଣ ଘୁମାଇ ମହାନାଗ ହୋଇଲା ଅଚେତନ ।୩୫୯।

ବାହାନ ବିଅର୍ଥେ ସେ ବାମଦେବ ନୃପତି

ଥାଠ ଭିତରେ ଧାମଇଂ ପାଦଗତି ।୩୬୦।

ଅଶ୍ୱେ ଅଶ୍ୱେ ଡ଼ଢିଣ ସେ ମଳୟ ବସନ୍ତ ବେନି

ରେ ରେ କାର କରି ଉଠିଲେ କରେଣ ଲାଂକିଆ ଶର ଘେନି ।୩୬୧।

ରାଜାର ପଳାବନ୍ତେ ଯେ ଭାଜିଲେ ତାହାର ବଳ

ନକୁଳର ସଇନି ପଶି ଯେ କଲେ ମହାଗୋଳ ।୩୬୨।

ପରକେ ଆପଣା ବୋଲି ବାରିତ ନ ଯାଇ

ଆଦିତ୍ୟ ଅସ୍ତ ମେରୁ ଡାହାଣେଣ ହୋଇ ।୩୬୩।

ଅନ୍ଧକାର ବେଳେ ଭାଜିଲେ ରାଜାର ସଇନି

ଗଡ଼ରେ ପଶିଲା ରାଜା ଭାଗବଳ ଘେନି ।୩୬୪।

ନକୁଳ ସଇନି ରହିଲେ ବାହାର ଗଡ଼ଦ୍ୱାରେ

ବସନ୍ତ ସେନାପତି କହିଲା ନକୁଳ ଛାମୁରେ ।୩୬୫।

ସ୍ୱାମୀ ଗଡ଼ ବେଢିଲା ଚାଲ ଯିବା ରାତ୍ରକାଳେ

ନପୁଣ ପଳାଇ ରାଜା ପ୍ରାଣର ବିକଳେ ।୩୬୬।

ନକୁଳ ବୋଇଲା ସେ ରେ ପଳାଇବ କେତେ ଦୂର

ୟେ ଦକ୍ଷିଣ ଦିଗ ଯାକ ତ ଅଟଇ ମୋହେର ।୩୬୭।

ଯଦ୍ୟପି ରାଜା ୟେଦିଗୁଂ ପଳାଇବ ଦୂରହୋଇ

ଭୀମସେନ ଠାକୁରେ ଛନ୍ତି ପଚ୍ଛିମ ଦିଗେ ରହି ।୩୬୮।

ପୂର୍ବଦିଗ ଗଲେତ ଅଛଇ ସହଦେବ

ଉତ୍ତରକୁ ପଳାଇଲେ ଅଛଇ ପାର୍ଥିବ ।୩୬୯।

ପଳାଇଣ ଯିବା ଅବା କେଉଂଣ ଦିଗକୁ

ସର୍ବଦିଗ ରାଜାମାନେ ଯିବେତ ଯାଗକୁ ।୩୭୦।

ସେହି ନଗ୍ର ଭିତରେ ଯେ ରହିଲେ ନକୁଳେ

ବୀରତୂର ଶବଦେଣ ସମୁଦ୍ର ଜାଣି ଗୋଳ ।୩୭୧।

ତ୍ରାସ କରିଣ ଯେ ବାମଦେବ ନୃପତି

ସନ୍ୟବଳ ଘେନି ରାଜା ପଳାଇଲା ନିଶାରାତି ।୩୭୨।

ପୁତ୍ର ବନ୍ଧୁ କୁଟୁମ୍ୱନ୍ତ ଘେନିଣ ସମସ୍ତ

ପଳାବନ୍ତି ସଇନି ଯେ ହୋଇଣ ଭଗନସ୍ତ ।୩୭୩।

ଆହୋ କରବୀର ଦେଶର ଭୂମନୁ ନୃପତି

ତାହାର ଦୁହିତା ଯେ ଅଟଇ ଭାନୁମତୀ ।୩୭୪।

ଦ୍ରିଯୋଧନ ରାଜାର ସେ ଅଟଇ ପାଟରାଣୀ

ସଇନ ଖଟଇ ରାଜାକୁ ଚଉବିଂଶ କ୍ଷଉଣୀ ।୩୭୫।

ସାତ ମର୍ଭୁତ ରଥ ୟେ ବାଇଶି ମର୍ଭୁତ ହାଥୀ

ଚଉରାଶୀ ମର୍ଭୁତ ଅଶ୍ୱ ଚଉବିଂଶ କ୍ଷଉଣୀ ପାଦାନ୍ତି ।୩୭୬।

ପାଞ୍ଚଶତ ପାରିଦଣ୍ଡ ଉପରେଣ ଅଧିକାରୀ

ଦକ୍ଷିଣ କୋଶଳେ ତାହାକୁ ନୃପତି କେହି ନାହିଂ ସମସରି ।୩୭୭।

ବାମଦେବ ନୃପତି ରାତ୍ର କାଳେଣ ପଳାଇ

କରବୀର ପୂରେ ସେ ପଶିଲାକ ବେଗେ ଯାଇଂ ।୩୭୮।

ଆସ୍ତାନେ ବିଜୟେ କରିଛନ୍ତି ନୃପତି ଭୂମନୁ

ଭଗ୍ନବଳ ଘେନି ପ୍ରବେଶ ମହାଦେବ ରାଜାର ତନୁ ।୩୭୯।

ପ୍ରଣପତ୍ୟ ହୋଇ ଶୁତିଲା ଭୂମନୁର ଆସ୍ତାନ ତଳେ

ଶରଣ ଫୁକାରଇ ରାଜା ପ୍ରାଣର ବିକଳେ ।୩୮୦।

ବାମଦେବକଇଂ ପଚାରଇ ସେ ଭୂମନୁ ନୃପତି

କାହାର ଭୟେ ପଳାଇ ଅଇଲୁ ରାଜା କାହାକୁ ୟେଡ଼େ ଭୀତି ।୩୮୧।

କହଇ ବାମଦେବ ହୋଇଣ କୃତ ଆଞ୍ଜୋଳି

ସ୍ୱାମୀ କେଉଂଣ ଦେଶ ରାଜା ୟେଟି କ୍ଷତ୍ରିୟ ମହାବଳୀ ।୩୮୨।

ଅଳପ ସଇନି ଘେନିକରି କରଇ ଦିଗବିଜେ

ବରତା ନ କରି ସେ ପଶିଲା ଆମ୍ଭର ରାଜ୍ୟେ ।୩୮୩।

ଅନେକ ସାଂଗ୍ରାମ ମୁଂ କଲାଇଂ ତାର ତୁଲେ

ଶରୀର ବିଘାତ ନୁହଇ ନାରାଜ ପଡ଼ିଲେ ।୩୮୪।

ବହୁତ ସଇନି ମୋହେର ଦେବ ମରାଇଲି ରଣେ

ଅଗୋଚର ଯୁଦ୍ଧ ସେ କଲେ ବେନି ଜନେ ।୩୮୫।

ସଇନି ମରାଇ ଦେଇ ପଳାଇ ଅଇଲି ବିକଳେ

ଗଡରୁ ବାହାର ହୋଇଲି ମହା ନିଶାକାଳେ ।୩୮୬।

ଗଡ଼ ବେଢି ବାବୁ ସେ ରହିଲେ ନିଶାରାତି

ଧର୍ମେଣ ପଳାଇ ଅଇଲି ଦେବ ରକ୍ଷା କରି ଜୀବତି ।୩୮୭।

ତୁ ଶରଣ ପଞ୍ଜର ସ୍ୱାମୀ ଦକ୍ଷିଣ କୋଶଳେ

ବଡ଼ାଇ ଦୁରାପଦ ଦେବ ମୋତେ ପଡ଼ିଲା ୟେତେ କାଳେ ।୩୮୮।

ମନ୍ତ୍ରୀକି ରାଇଣ ଯେ ପଚାରଇ ଭୂମନୁ

ପଚାରି ନୁଆରିଲୁ କି ସେ ଅଟନ୍ତି କାହାର ତନୁ ।୩୮୯।

ମନ୍ତ୍ରୀ ବୋଇଲା ଦେବ ସାଂଗ୍ରାମର କାଳେ

ଉଚ୍ଚବାଚ ପ୍ରତଗ୍ୟାଂ ପଡ଼ିଲା ଯେତେବେଳେ ।୩୯୦।

ମଳୟ ବସନ୍ତ ବୋଲି ତାର ବେନି ସେନାପତି

ସେ ବୋଇଲା ତୁମ୍ଭେରେ ମୂର୍ଖ ପାମର ହୀନଜାତି ।୩୯୧।

ସୋମବଂଶେ ଠାକୁରେ ଯେ ଯୁଧିଷ୍ଠି ନୃପତ୍ୟେ

ନକୁଳ କୁମାର ୟେ ତାହାଂକର କନେଷ୍ଠ ଭ୍ରାଥେ ।୩୯୨।

ରାଜୁସି ଯାଗ କରିବେ ପଣ୍ଡୁ ବ୍ରହ୍ମହତ୍ୟା ଦୋଷ ହୋଇବ ଶାନ୍ତି

ଚଉଦିଗ ରାଜାନ୍ତ ଆମ୍ଭେ ନେମୁଂ ସେ ନିମନ୍ତି ।୩୯୩।

ୟେସନେକ ପ୍ରତଗ୍ୟାଂ କଲେ ଯେତେବେଳେ

ଅନେକ ସାଂଗ୍ରାମ ହୋଇଲା ମହାରୋଳେ ।୩୯୪।

ତାହାର ଆମ୍ଭର ଦେବ ହୋଇଲା ବଡ଼ ଦ୍ୱନ୍ଦ

ଭୂମନୁ କହିଲା ତୁମ୍ଭେ ନ ଜାଣି କଲ ମନ୍ଦ ।୩୯୫।

ରାଜୁସି ଯାଗ ଯେ କରିବେ ଧର୍ମସୁତେ

ଜାରାସନ୍ଧ ନାଶଗଲା ତହିଂର ନିମନ୍ତେ ।୩୯୬।

କିଂକେ ନ ଚେତିଲୁ ରାଜା ଗ୍ୟାନ କି ତୋର ନାହିଂ

ଅଇଲୁ ଯେ ଭଲକଲୁ ରହି ଥାଅସି ମୋର ତହିଂ ।୩୯୭।

ଆହୋ ମୋହୋର ନନ୍ଦିନୀର ନାମ ଅଟଇ ଭାନୁମତୀ

ତାହାକଇଂ ପ୍ରଦାନ ଯେ ହୋଇଲେ କୁରୁପତି ।୩୯୮।

ଯୁଝେଷ୍ଠିଦେବଂକର ଦ୍ରିଯୋଧନ ଅଟନ୍ତି ସାନୁଜ

ବଡ଼ାଇ ବିଚକ୍ଷଣ ସେ ପଞ୍ଚୁ କଟକେ ମହାରାଜା ।୩୯୯।

ଭୀମସେନ ବୋଲି ଯେ ଅଟଇ ତାହାଂକର ସାନ

ଭୀମସେନହୁଂ ସାନ ଯେ ପାଣ୍ଡବ ଫାଲଗୁନ୍ୟ ।୪୦୦।

ଅର୍ଜୁନର ଅନୁଜ ନକୁଳ ମହାଛତ୍ରୀ

ତାହାର ସାନୁଜ ଯେ ଅଟଇ ସହଦେବ ମନ୍ତ୍ରୀ ।୪୦୧।

ଆହୋ ବାମଦେବ ରାଜା ନ କର ତୁ ଭୀତି

ସେ ପଞ୍ଚୁ ପାଣ୍ଡବେ ସୋଦୋର ଜୁଆଇଂ ମୋହର ଅଟନ୍ତି ।୪୦୨।

ତାଂକ ଭରସାରେ ମୁଂ ଜଗତେ ଜଗୁଜ୍ଜିତା

ତୁହୋ ବାମଦେବ ମନେ ନ କରସି କିଛି ଚିନ୍ତା ।୪୦୩।

ଭ୍ରାନ୍ତି ନ କରି ଥାଅ ୟେଥି ନିଚିନ୍ତେ

ଯେତେ ଦୋଷକଲୁ ମାଗିବି ୟେ ତୋହୋର ନିମନ୍ତେ ।୪୦୪।

ମନ୍ତ୍ରୀକି ରାଇଣ ଆଗ୍ୟାଂ ଦିଲେ ନୃପବର

ବାମଦେବ ନୃପତିକି ସୁସ୍ତ ତୁ ବେଗେ କର ।୪୦୫।

ରାଜାର ଆଗ୍ୟାଂରେ ସେ ମନ୍ତ୍ରୀ ବାମଦେବ ରାଜାକଇଂ ନେଲେ

ଉତ୍ତମ ଗୃହ ଦେଇ ମୁଣୋହି ଭୋଜନ ଦିଲେ ।୪୦୬।

ନିଚିନ୍ତ ହୋଇ ରହେ ବାମଦେବ ନୃପତି

ୟେଥୁଂ ଅନନ୍ତରେ ପୁଣ ହୋଇଲା ରୟଣୀ ପ୍ରଭାତୀ ।୪୦୭।

ରୟଣୀ ପ୍ରଭାତେ ନକୁଳ ବିଜେକଲେ ଇଚ୍ଛାପୁର ଗଡ଼େ

ଦେଖିଲେ ଜନ ମଣିଷ ନାହିଂ କେହି ଗଡ଼ର ଭିତରେ ।୪୦୮।

ନକୁଳ ସଇନି ଯେ ବସିଲେ ଗଡ଼ ମାଡ଼ି

ବିଚାରିଲେ ତ୍ରାସେଣ ରାଜା ପଳାଇଲେ ରାଜ୍ୟ ଛାଡ଼ି ।୪୦୯।

ରାଜ୍ୟରୁ ବାହାର ହୋଇ ଦେଖନ୍ତି ନକୁଳର ସନ୍ୟମାନେ

ଲୋଡ଼ନ୍ତି ଗିରି କନ୍ଦରେଣ ଯେ ଗହନ ବିପିନେ ।୪୧୦।

ରାଜାର ବର୍ଣ୍ଣଚିହ୍ନ ସେ ନ ପାଇଲେ ଲୋଡ଼ି

ପଚାରନ୍ତି ଜନନ୍ତ ନୃପତି କାହିଂ ଅଛି ତୋହୋରି ।୪୧୧।

ପନ୍ଥ ଉପନେସି ରାଜାକୁ ଗୋଡ଼ାବନ୍ତି ସଇନି

କରବୀର ପୁରେ ଆସି ପ୍ରବେଶ ହୋଇଲେ ଦଣ୍ଡସନ୍ୟ ଘେନି ।୪୧୨।

ଡଗରେ ବାରତା ଜଣାଇଲେ ନୃପତି ଭୂମନୁ

ସ୍ୱାମୀ ରାଜ୍ୟରେ ପ୍ରବେଶ ଆସି ହୋଇଲେ ମାଦ୍ରୀଦେବୀର ତନୁ ।୪୧୩।

ନକୁଳ ଦିଗବିଜେ ବୋଲି ଯେ ବାରତା ଜଣାଇ

ଶୁଣିଣ ସାନନ୍ଦେ ରାଜା ନଗ୍ରେଣ ଉତ୍ସବ କରାଇ ।୪୧୪।

ସୁବର୍ଣ୍ଣର କଳସ ନେତର ପାତାଙ୍ଗ ଉଭାନ୍ତି

ଦ୍ୱାରେଣ ପୂର୍ଣ୍ଣକୁମ୍ଭ କଦଳୀ ଚୂତପତ୍ର ତୋରଣା ଲମ୍ୱାନ୍ତି ।୪୧୫।

ନଗ୍ରେଣ ଘୋଷଣ ଯେ ତ୍ରୋଣ ଉଭା ସଢା

ତିନିକୋଶ ପରିଯନ୍ତେ ରାଜା ପାଡ଼ିଲା ପାୟେଡ଼ା ।୪୧୬।

ନବ ମର୍ଭୁତ ରଥଗଜ ଅଶ୍ୱ ପାଞ୍ଚକୋଟି

ସମଦଣ୍ଡ ଘେନି ଭୂମନୁ ଆସଇ ପାଛୋଟି ।୪୧୭।

ସମଦଣ୍ଡ ଘେନିଣ ଯେ ପାଣ୍ଡବ ନକୁଳ

ପ୍ରାତସ୍ରାନ ସାରନ୍ତି ସେ କୃଷ୍ଣାବେଣୀ ନଦୀକୂଳେ ।୪୧୮।

କରପତ୍ର ଯୋଡ଼ିଣ ଯେ ଜଣାନ୍ତି ଡଗର

ଭୂମନୁ ନୃପତି କଟକୁ ଦେବ ହୋଇଲା ବାହାର ।୪୧୯।

ପାଣ୍ଡବ ସଇନିମାନେ ସ୍ରାନ କରୁଥିଲେ

ଝାତିକାରେ ଯେ ଯାହାର ଶହସ୍ରନ୍ତ ଧଇଲେ ।୪୨୦।

ରଣଝଣ ଶବଦ ଯେ କରନ୍ତି ସଇନି

ଚଢନ୍ତି ଯାନବାହାନ ବୀରେ କରେଣ ଶସ୍ର ଘେନି ।୪୨୧।

ନକୁଳର ସଇନି ଯେ ଉଚ୍ଚବାଚ ଦେଖି

ଝାତିକାରେ ଭୂମନୁ ରାଜା ବାହାନ ଉପେକ୍ଷୀ ।୪୨୨।

ବେନିକରେ ଚାମର ଯେ ଘେନିଣ ମହୀପତି

ସଇନି ଛାଡ଼ି ରାଜା ଆସଇ ପାଦଗତି ।୪୨୩।

ଥୋକାୟେକ ଦୂରେ ରାଜା ଶଳବୃକ୍ଷ ତଲେ ରହିଲେ

ଛାମୁକୁ ଆଶିପାରନ୍ତି କି ଆଗ୍ୟାଂ ନ ପାଇଲେ ।୪୨୪।

ରାଜାର ଥୋକାୟେକ ଦୂରେ ଯେ ପଞ୍ଚାଶ କୁମରେ

ଚାମରେ ଚାମରେ ଘେନି ହୋଇଲେ ଅନ୍ତରେ ।୪୨୫।

ପାତ୍ର ଅମନାତ୍ୟ ଯେ ରହିଲେ ଅପସରି

ଯେ ଯାହା ଅନରୂପେ କଲେ ପାଟୋଆରୀ ।୪୨୬।

ତାହାଂକର ପଛ ଅନ୍ତରେ ରହିଲେ ଶଇନି

ସମରାଷ୍ଟ ଦଣ୍ଡ ମାଡ଼ିଅଛି ଯୋଜନ ତିନି ।୪୨୭।

ପ୍ରାତସ୍ରାନ ସାରିକରି ଉଦେକ ଆଞ୍ଜୋଳି

ଈଶାନ୍ୟ ମୃର୍ତ୍ତି ନକୁଳ ପ୍ରଣପତ୍ୟ ଅଶୁଂମାଳୀ ।୪୨୮।

ଜପପୀଢା ମାଡ଼ି ବସିଲେ ଲୟ ଅର୍ଥେ

କୁଶହାଥ ହୋଇଲେ ସେ ନାମ ସଂକେତେ ।୪୨୯।

ମଳୟ ବସନ୍ତ ଜଣାଇଲେ ସ୍ୱାମୀ କରିବା ଲୟେ

ସ୍ୱାମୀ କୁଟୁମ୍ୱ ଘେନି ରହିଅଛି ଭୂମନୁ ଦେବରାୟେ ।୪୩୦।

ସ୍ୱାମୀ ଯଦ୍ୟପି ଅଟଇ ସେ ଦକ୍ଷିଣ ଚକ୍ରବ୍ରତୀ

ଆଗ୍ୟାଂ ନୋହିଲା ଶ୍ରୀ ଛାମୁକୁ ନୁଆସି ପାରଇ ଝାତି ।୪୩୧।

ସ୍ୱାମୀ ସୁରବର ସୁନ୍ଦର ନାଥ କଇଚ୍ଛା ଜଗଜ୍ଜେଠୀ

ଚତୁର୍ଦ୍ଦିଗେ ଚମକ ପଡ଼ୁଅଛି ଯାହାର ନାମ ଗୋଟି ।୪୩୨।

ନାମ ସଂକୀର୍ତ୍ତନ ସାରି ବସିଲେ କନକ ପୀଢାର ଉପରେ

ଦକ୍ଷିଣ ମୃତ୍ତି ଯେ ହୋଇ ବସିଲେ କୁମାରେ ।୪୩୩।

ଭୂମନୁ କତିକି ଚାହିଂଲେ ଅବଲୋକନେ

ନିଉଛାଳି କରିୁ ଶୁତିଲେ ପାରିଦଣ୍ଡ ରାଜାମାନେ ।୪୩୪।

ପୁତ୍ର କୁଟୁମ୍ୱନ୍ତ ଘେନି ଭୂମନୁ ନୃପତି

ନିଉଛାଳି କରି ରାଜା ଶୁତିଲା ତଡ଼ତି ।୪୩୫।

ପାୟେ ଆସି ନୃପତି କରଇ ନିଉଛାଳି

ଶ୍ରମେଣ କର୍ଦ୍ଦନ ଲାଗିଣ ଭୂମି ରଜଧୂଳି ।୪୩୬।

ସ୍ୱାମୀ ରାଜାଧି ରାଜେଶ୍ୱର ତୁ ଅଭୟେ ସୋମବଂଶୀ

ମହୀଭାରା ଉଦ୍ଧାରଣ ନାଥ ଗୁଣେ ଗୁଣରାଶି ।୪୩୭।

ତୁ ଦେବ ଶରଣ ଉଦ୍ଧରଣ ନାଥ ମନସିଜ

ଜଗୁଜନ ମୋହୋନ ନାଥ ମଣ୍ଡଳ ମକରଧ୍ୱଜ ।୪୩୮।

ତୁ ଦେବ ଶରଣ ରକ୍ଷଣ ଆଦିଗୁରୁ

ତୁ ଦେବ ପରମ ସାନନ୍ଦ ଭଗତ ଉଦ୍ଧାରୁ ।୪୩୯।

ସନ୍ନିଧ୍ୟେ ଆସି ଯୋଡ଼ିଲା ବେନି କରଗୋଟି

ସାଷ୍ଟାଙ୍ଗେ ଗଡ଼ଘାଲି ଶୁତିଲା ପରମେଷ୍ଠୀ ।୪୪୦।

ପୁଣ ଉଭା ହୋଇ ସେ ବୋଲଇ ନୃପମଣି

ପ୍ରତକ୍ଷେ ନାରାୟଣ ତୁ ପ୍ରସନ୍ନ ଚକ୍ରପାଣି ।୪୪୧।

ସ୍ୱାମୀ ଜୀବନ ମୋହୋର ପୁଣ୍ୟ ରାଜ୍ୟର ମୋର ଧନି

ଆଜ ସେ ସୁଫଳ ହୋଇଲା ମୋହୋର ମେଦିନୀ ।୪୪୨।

ଅନେକ ସ୍ତୁତି ବଚନ ବିନୟ ଭାବେ ବୋଲି

ସନ୍ନିଧ୍ୟେ ଆସି ରାଜା ଶୁତିଲା ଗଡ଼ଘାଲି ।୪୪୩।

ନକୁଳ ବୋଇଲା ହୋ ଅନନ୍ତ ଦୂତପତି

ଆରେ ଭୂମନୁ ରାଜାକଇଂ ତୋଳ କୋଳକରି ଝାତି ।୪୪୪।

ନକୁଳର ବଚନେ ସେ ଧାଇଂଲେ ଅନନ୍ତ

ଉଠ ହୋ ଭୂମନୁ ରାଜା ଆଗ୍ୟାଂ ହୋଇଲା ତୁମ୍ଭନ୍ତ ।୪୪୫।

ଆଗ୍ୟାଂ ପ୍ରମାଣେ ଯେ ଉଠିଲା ମହାରାୟେ

ମଥାରେ ହାଥ ଦେଇ ବହୁତ ବିନୟେ ।୪୪୬।

ନକୁଳ ବୋଇଲା କିଂପା ୟେଡ଼େକ ଭଗତ

ଭାନୁବତୀଂକର ପିଅର ତୁମ୍ଭେ ଆମ୍ଭ ଜ୍ୟେଷ୍ଠତାତ ।୪୪୭।

ସେ ସେ ମାହେଶ୍ୱର ଯେ ଅନାଦି ଅପର୍ଣ୍ଣା

ହସ୍ତିନାର ମଉଡ଼ମଣି ଆମ୍ଭର ପରମଗୁରୁ ସିନା ।୪୪୮।

ସେ ମାହେଶ୍ୱରୀର ତୁମ୍ଭେ ଅଟ ଯେ ପିଅର

ବେଭାରେ ପିତାର ସମାନେ ହୋଇବ ଆମ୍ଭର ।୪୪୯।

ଆସ ଆସ ମହାରାଜା ବସ ମୋହର କତି

ବାରତା ପାଇଲନି କି ଆମ୍ଭର ରାଜୁସି ଯାଗର ଗତି ।୪୫୦।

ନକୁଳର ବଚନେ ସେ ଭାନୁମତୀର ତାତ

ଶିରେ କର ଦେଇ ଯୋଡ଼ି ବିନୟେ ଭଗତ ।୪୫୧।

ସ୍ୱାମୀ ଦୂତୀ ନିରଞ୍ଜନ ଦେବ ଯାହାର ଆସ୍ତାନ

ତହିଂର ସନ୍ନିଧ୍ୟେ ବସିବାକଇଂ ମୁଂ ହୋଇବି ଭାଜନ ।୪୫୨।

ଯଦ୍ୟପି ସମର୍ପଣ ମୁଂ କଲାଇଂ କୁମାରୀ

ସ୍ୱାମୀ ସେବକ କି ହୋଇବ ସାମନ୍ତ ସମସରି ।୪୫୩।

ସ୍ୱାମୀ ଆସ୍ତାନର ତଳେ ଯାହାର ଲକ୍ଷେକ ରାଜା ଖଟି

ମୁହିଂ ତୋହୋର ଭୃତ୍ୟର ଭୃତ୍ୟ ଦାସର ଦାସ ହେଟି ।୪୫୪।

ମସ୍ତକରେ ହାଥଦେଇ ରାଜା ହୋଇଅଛି ଉଭା

ନକୁଳର ଶରୀର ବିକାଶଇ କି ଚନ୍ଦ୍ର କିରଣର ଆଭା ।୪୫୫।

ଆହୋ ଅନେକ ରତନ ଆଭରଣ ତାର ଅଙ୍ଗେ

ଝୀନବସନ ପରିହରଣ ଉଦୟେ ଦେବାଙ୍ଗେ ।୪୫୬।

ମାଛି ଗୋଟିୟେକ ତାର ଶରୀରେ ବସିଲେ

ଶତେ ପଳ ଚନ୍ଦନ ଲେପଇ ଯେ ମନେ ବିକୃତ ପାଇଲେ ।୪୫୭।

ଦ୍ୟାବା ପୃଥିବୀ ଯେ ଧରଇ କୁନ୍ତମୁନେ

ଜଗଦର୍ପ ଭଜା ସେ କେଶବ ପରସନ୍ନେ ।୪୫୮।

ସ୍ୱାମୀ ପରଶୁରାମଂକର ଦିଗବିଜେ ବୋଲି ଅଗସ୍ତିଂକର ପୁରାଣେ ଶୁଣିଥିଲୁ

ପାଣ୍ଡବଂକ ଦିଗବିଜେ ବୋଲି ୟେବେ ପ୍ରତକ୍ଷେ ଦେଖିଲୁ ।୪୫୯।

ଯେତେ ଜନର ଜୀବନ ସୁଫଳ ମହାଭାଗ୍ୟ

ସେ ସେ ଦେଖିବ ସିନା ରାଜୁସି ମହାଯାଗ ।୪୬୦।

ରାଜାର ପୁତ୍ରମାନେ ଚରଣେ ପରିଣାମି

ରାଜ୍ୟକୁ ବିଜୟେ ୟେବେ ଆମ୍ଭର କରିବା ଦେବସ୍ୱାମୀ ।୪୬୧।

ରାଜ୍ୟର ଜନେ ମୋହୋର ଦେଖିବେ ବେନିଡ଼ୋଳେ

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ହୋଇବ ସର୍ବକାଳେ ।୪୬୨।

ସ୍ୱାମୀ ୟେ ଜମ୍ୱୁଦୀପର ମଧ୍ୟେ ସୁଲଭ ଯେତେକ ରାଜ୍ୟ

ସବୁଂକରି ଭୁବନେ ପଡ଼ିବକି ତୁମ୍ଭର ପାଦରଜ ।୪୬୩।

ନକୁଳ ଆଗ୍ୟାଂ ଦିଲେ ଚଳ ହୋ ସନ୍ୟମାନେ

ଶଳାଂକର ବଚନ ଆମ୍ଭେ ଭାଙ୍ଗିବୁ କେସନେ ।୪୬୪।

ରଥ ଗଜ ଅଶ୍ୱମାନ ଯେ ବହୁତ ପାଦାନ୍ତି

ରାଜ୍ୟ ତେଜି କଟକରେ ସମ୍ଭରେ ପଶନ୍ତି ।୪୬୫।

ଦାଣ୍ଡରେଣ ପାୟେଡ଼ା ‌ରାୟେ ପାରିଲେ ତିନିକୋଶ

ଅନେକ ଉପହାର ଯେ ରାଜା ବାଢିଲା ରତ୍ନକୋଷ ।୪୬୬।

ମୁଗ ବ୍ରିହି ଚାଉଳ ଯେ ପରିବା ଅପ୍ରମିତ

ଦାଣ୍ଡେଣ କୁଢ କୁଢ କରି କୁଢାଇଛନ୍ତି ବହୁତ ।୪୬୭।

ଗହଳ ଧନ୍ଦୋଳ ଲୋକେ ପୂରିତ ଦାଣ୍ଡର

ପାଦ ପଡ଼ି ରତ୍ନମାନ ହୋଉଛନ୍ତି ଚୂର ।୪୬୮।

ଗହଳ ଧନ୍ଦୋଳେଣ ଯେ ଉଡ଼ୁଛନ୍ତି ଧୂଳି

ଆକାଶରେ ଅଦୃଶ୍ୟ ଯେ ହୋଇଲେ ଅଂଶୁମାଳୀ ।୪୬୯।

ଇନ୍ଦ୍ର ବିଜେକଲେ ଯେହ୍ନେ ମଞ୍ଚକଇଂ ଅପୂର୍ବ

ସେହିମତି ଦେଖନ୍ତି ଜନେ ରହିତେ ନାହିଂ ଠାବ ।୪୭୦।

ବିଜୟେ ଭୂମନୁ କରେଣ ଚାମର ଧରି

କୁମରଂକ ତୁଲେ ରାଜା ଢାଳଇ ଉଭାରି ।୪୭୧।

କରବୀର ନଗରେ ପଶନ୍ତେଣ ଶୋହଇ

ମାଦ୍ରୀର ନନ୍ଦନ ଯେ ତ୍ରଇଲୋକ୍ୟ ଭୁବନ ମୋହଇ ।୪୭୨।

ପ୍ରବେଶ ହୋଇଲେ ଯାଇଂ ଆସ୍ତାନ ଉପରେ

ଖଟନ୍ତି ବିଳାସୁଣୀ ତାଣ୍ଡେବ ସମ୍ଭରେ ।୪୭୩।

ଦେବତା ଆସ୍ତାନ ପ୍ରାୟେ ଦିଶଇ ଜଗତୀର ଆୟେତନ

ଅଳକା ଭୁବନ ଯେହ୍ନେ ଦିଶଇ ଶୋଭାବନ ।୪୭୪।

ପବିତ୍ର ବ୍ରାହ୍ମଣେ ଯେ କରନ୍ତି ରନ୍ଧନ

ଛଡ଼ରସେ ସଞ୍ଚିଲେ ପାକ ଅମୃତ ପଂକୁମାନ ।୪୭୫।

ଶୀତଳ ଯୋଗାଡ଼ ଯେ ଦ୍ରବ୍ୟ ନିତିପ୍ରତି

ମର୍ଦନେ ବିଜେକଲେ କୁମାର ମହାଛତ୍ରୀ ।୪୭୬।

ସୁବାସିତ ଶୀତଳ ପନିର ରସ ପାଣି

ବେଣିଭଦ୍ରା ନଦୀଉଂ ବେଗେ ଯୋଗାଉଛନ୍ତି ସର୍ବେ ଆଣି ।୪୭୭।

ସ୍ରାହାନ ସାରିଣ ଯେ ବିଜୟେ ଆସ୍ତାନେ

ଢାଳନ୍ତି ଚାମର ଯେ ଭୂମିକୁ ପୁତ୍ରମାନେ ।୪୭୮।

କେଶ ଶୁଖାଇଣ ଦ୍ୱାଦଶ ବର୍ଣ୍ଣ ଗଭା

ସାଞ୍ଜୋବନ୍ତି କେଶ ଯେ ପରମ ବଇଷ୍ଣବା ।୪୭୯।

ବିଜୟେ କୁମାର ଯାଇ ମୁଣୋହି ଭୁବନେ

ସମ୍ଭର୍ବେ ବସିଲେ ଯାଇ ସମସ୍ତ ସନ୍ୟମାନେ ।୪୮୦।

ସୁବର୍ଣ୍ଣର ପଇଲମ ନବତନ ଯୋଗେଡ଼େ

ସବୁ ସଇନିଂକି ଆସନ ସୁବର୍ଣ୍ଣ ପୀଢାରେ ।୪୮୧।

ସବୁ ସଇନିଂକି ସୁବର୍ଣ୍ଣର ଥାଳି ଗିନା ଖୁରୀ

ଜଣେ ଜଣେକେ ବସାଇଲେ ସୁବର୍ଣ୍ଣର ଝରୀ ।୪୮୨।

ପରଶନ୍ତି ବ୍ରାହ୍ମଣେ ଅମୃତ ରାସ ପାଗ

ଅନେକ ବରଷେ ସେ ସଇନି କରନ୍ତି ଯେ ଭୋଗ ।୪୮୩।

ଗୋରସ ଯୋଗାଡ଼ମାନ ଅପ୍ରମିତ ଫଳଦ୍ରବ୍ୟ

ତ୍ରିପୁତି ଭୋଜନ ସମସ୍ତ ସଇନି ୟେକଭାବ ।୪୮୪।

ଭୁଞ୍ଜନ୍ତେ ତ୍ରିପୁତି ଯେ ହୋଇଲେ ସମସ୍ତ ସଇନି

ଆଂଚୋବନ କରନ୍ତି କରେଣ ସୁବର୍ଣ୍ଣ ଝରୀ ଘେନି ।୪୮୫।

କର୍ପୂର ତାମ୍ୱୁଳ ଯେ ଭୁଞ୍ଜନ୍ତି କୁତୂହୋଳେ

ବିଜୟେ ବାହାର ବାଂକିଆରେ କୁମାର ନକୁଳେ ।୪୮୬।

ଆଲଟ ଚାମରମାନ ଢାଳନ୍ତି ଚଉକତି

ଭୂମନୁର କୁମାରେ ଯେ ବେଢିଣ ଖଟନ୍ତି ।୪୮୭।

ବୀଣା ବଂଇଶୀ ଯେ ସରଗୁଣା ଅଧାଟି

ପଟା କୁଣ୍ଡଳୀ ତାଳ ହରଷେ ଖଟି ।୪୮୮।

ବିଜୟ କୁମାର ଯେ ପ୍ରସନ୍ନର ବେଳେ

ବାମଦେବ ରାଜାକଇଂ ଦ୍ରଶନ କରାଇଲେ ମହୀପାଳେ ।୪୮୯।

ଭୂମନୁର ପୁତ୍ରମାନେ ଶୁତିଲେ ପରିଣାମି

ଇଚ୍ଛାପୁର ନୃପତିୟେ ବାମଦେବ ଦ୍ରଶନ କରଇଂ ଦେବସ୍ୱାମୀ ।୪୯୦।

ଜଗତୀର ତଳେ ବାମଦେବ ଦନ୍ତେ ତିରଣ ଘେନି

ସହସ୍ରେକ ଭାର ପାଣି ଦ୍ରବ୍ୟ ଦିଲା ଦେଖା ଦରଶନି ।୪୯୧।

ପହଣ୍ଡେକ ଦୂରେ ଯାଇ ବୋଲଇ ଭୂମନୁ

ସ୍ୱାମୀ ବାମଦେବ ରାଜା ପଳାଇ ଅଇଲା ଇଚ୍ଛାପୁର ନଗ୍ର ସ୍ଥାନୁଂ ।୪୯୨।

ଭୟେ ପଳାଇ ଅଇଲା ଦେବ ୟେବେ ସେ ଶରଣ ମାଗଇ ସ୍ୱାମୀ

ଅବଲୋକନେ ଚାହାନ୍ତେ ରାଜା ହୋଇଲେ ପରିଣାମି ।୪୯୩।

ନକୁଳ ଆଗ୍ୟାଂ ଦିଲେ ନୃପତି ଭୂମନୁକୁ

ବାମଦେବେ ଆସିବାକୁ ବୋଲ ଉପରକୁ ।୪୯୪।

ତୁହି ସିନା ସକଳ ନାଶ କଲୁ ବାମଦେବେ

ଆପଣାର ସଇନି ମରାଇଲୁ ତୁ ନ ଜାଣିଲୁ ତେବେ ।୪୯୫।

ବାସୁଦେବ ନୃପତିର ଚରଣେ ପରିଣାମି

ଅନେକ ଅପରାଧ ମୋହୋର କ୍ଷମା କରିବା ଦେବସ୍ୱାମୀ ।୪୯୬।

ନକୁଳ ବୋଇଲେ ହୋ ନ ଜାଣି ତୁମ୍ଭେ ଦୋଷୀ

ଆମ୍ଭେ ଆସିନାହୁଂ ତ ତୋହୋର ପ୍ରାଣ ନାଶି ।୪୯୭।

ଭୋଜନ ଦେବୁଂ ଅକ୍ଷତ ଦେବୁହିଂ ଅପାର

ଷୋଳ ଦିନ ପରିଯନ୍ତେ ହୋଇବ ସମ୍ଭାର ।୪୯୮।

ଯେ ଯାହାର ଅନରୂପେ କରିବୁ ଗଉରୋବ

ଅନେକ କଉତୁକ ଯେ ମହିଂମା ଦେଖିବ ।୪୯୯।

ଆକାଶୁଂ ଦେବତାମାନେ ସମସ୍ତେ ଆସିବେ

ଆବର ନାଗରାଜ ସହିତେ ସମସ୍ତେ ମିଳିବେ ।୫୦୦।

ୟେସନେକ ମହିଂମା ଦେଖିଲେ ହୋଇବ ପାପ କ୍ଷୟେ

ଲକ୍ଷେଜନ ଦେଖିଲେ ହୋ ବିଷ୍ଣୁଦ୍ରଶନ ହୋୟେ ।୫୦୧।

ୟେ ପୃଥୀର ମଧ୍ୟେ ଯେ ଅଛନ୍ତି ଲକ୍ଷେକ ନୃପତି

ଯେଉଂଣ ରାଜାର ଯେତେକ ରଥ ଗଜ ଅଶ୍ୱ ପାଦାନ୍ତି ।୫୦୨।

ଆହୋ ଉତ୍ସବ ଯାତ୍ରା ଯେ ବିଭା ମଙ୍ଗଳର କାଳେ

ପୁଣ୍ୟକ୍ଷେତ୍ର ତୀର୍ଥ ସ୍ରାହାନକୁ ଗଲେ ହୋଅଇ ସୁଫଳେ ।୫୦୩।

ୟେତେକ ସୁଫଳକୁ ନେଇ ଅଇଲୁ ଯେ ଆମ୍ଭ

କାଳେଣ ନ ଜାଣିକରି ଦ୍ୱନ୍ଦ କଲ ତୁମ୍ଭେ ।୫୦୪।

ଆହୋ ଜରାସନ୍ଧ ନେଇଥିଲା ତୁମ୍ଭନ୍ତ ବନ୍ଦୀକରି

ଆଶିନ୍ୟ ଶୁକ୍ଳ ଅଷ୍ଟମୀରେ ତୁମ୍ଭନ୍ତ ଆହୁତିରେ ଦ୍ୟନ୍ତା ମାରି ।୫୦୫।

ୟେମନ୍ତ ସମୟରେ କୃଷ୍ଣ ଫାଲଗୁନି ଭୀମସେନ ହୋଇଲେ ପରବେଶ

ସଂସାରର ହିତେ ଜରାସନ୍ଧକଇଂ କଲେ ପ୍ରାଣନାଶ ।୫୦୬।

ୟେବେ ସେ ଜାଣିଲୁ ରେ ତୁମ୍ଭର ଦୁଷ୍ଟ ମନ୍ଦପଣ

ମରଣୁ ଉଦ୍ଧରିଲୁ ଯେ ପାଶୋରିଲ ତହିଂର ଗୁଣ ।୫୦୭।

ବାମଦେବ ବୋଇଲା ସ୍ୱାମୀ ଯେତେ କଥା କହୁ

ଆମ୍ଭର ବୋଇଲେ କୋପ କରିବୁ ମହାପ୍ରହୁ ।୫୦୮।

ସ୍ୱାମୀ ବାଳୁତ ବୟସ ଯେ ଅଳ୍ପ ମାତ୍ର ବୁଦ୍ଧି

ବାରତା ନ କହି ଆମ୍ଭନ୍ତ କରୁଛ ଅବିଧି ।୫୦୯।

ବାରତା ନ ଦେଇ ରାଜ୍ୟେ ତୁମ୍ଭେ ପଶ ଅନମିତେ

ଅନେକ ବିବାଦେଣ ଆମ୍ଭ ପଶୁଂ ଯେ ସମସ୍ତେ ।୫୧୦।

କରୁ ମହାଯୁଦ୍ଧ ଆମ୍ଭେ ପର ଥାଠ ବୋଲି

ଅଗ୍ୟାନପଣେ ତେଣୁ ମୁହିଂ ନାଶ ଗଲି ।୫୧୧।

ନକୁଳ ବୋଇଲେ ତୁମ୍ଭେ ଅପାର କଥା କହି

ବିଳମ୍ୱେ ରହିବାକୁ ନୁଆରଇ ବାବୁ ମୁହିଂ ।୫୧୨।

ନିମନ୍ତ୍ରଣ ଯୋଗାଡ଼ ଦିଲେ ଭୂମନୁ ନୃପତିକି

ଭୋ ତାତ ଯତେନେ ଆଇଲି ତୁମ୍ଭର ତହିଂକି ।୫୧୩।

ୟେ ନିକଟେ ଅଛନ୍ତି ଯେତେକ ରାଜାଗଣମାନ

ସବୁନ୍ତିହିଂ ନିମନ୍ତ୍ରଣ କରି ଆଣସି ବହନ ।୫୧୪।

ନକୁଳର ବଚନେ ନୃପତି ଭାନୁମତ

ଶ୍ରୀମୁଖ ଦେଇ ଅଣାଇଲା ରାଜାଗଣମାନନ୍ତ ।୫୧୫।

ଉଡଙ୍ଗ ଚୂଡଙ୍ଗ ତେଲଙ୍ଗ ଯେ ନେପାଳ ଭୂପାଳ

ସଉନିକ କଉନିକ ତାହାଳ ବେଲାଳ ।୫୧୬।

କ୍ଷୀରଦେଶ ଚିରଦେଶ ଖେଚର ଦେଶ ମାନଭଙ୍ଗ ବିଷ୍ଣୁ ମଣ୍ଡଳ

ଶ୍ରୀମୁଖ ଦୋଇଣ ଯେ ଅଣାଇଲା ଯେତେ ଯେତେକ ଭୂପାଳ ।୫୧୭।

ଦକ୍ଷିଣ କୋଶଳରେ ଥିଲେ ଯେତେକ ନୃପତି

କାହାକୁ ଶତେ କାହାକୁ ଦୁଇ ଶତ ପାରିଦଣ୍ଡ ରାଜା ଖଟନ୍ତି ।୫୧୮।

ୟେସନେକ ସମଦଣ୍ଡ ଘେନି ସମସ୍ତ ମହୀପତ୍ୟେ

କରବୀର ପୁରେ ଆସି ମିଳିଲେ ତୁରିତେ ।୫୧୯।

ଦେଖା ଦରଶନି ପାଣି ଦ୍ରବ୍ୟ ଘେନିଣ ହାଥର

ପ୍ରଲମ୍ୱିତ ହୋଇଲେ ନକୁଳ ପୟର ।୫୨୦।

ଅକ୍ଷତ ଗୁଆ ଦିଲେ କୁମାର ନକୁଳ

ସମଦଣ୍ଡ ଘେନି ଚଳ ସମସ୍ତ ମହୀପାଳ ।୫୨୧।

ରାଜୁସି ଯାଗକଇଂ ସେ ନକୁଳ ନିମନ୍ତ୍ରଣେ

ଭୂମନୁ ନୃପତି ରାଜାନ୍ତ ଘେନି ଚଳିଲା ତତକ୍ଷଣେ ।୫୨୨।

ଦକ୍ଷିଣ କୋଶଳର ଯେତେକ ନୃପତି

ସିନ୍ଧୁ କୂଳ ପରିଯନ୍ତେ ଗୋଡାଇ ନକୁଳ ସବୁନ୍ତି ନିମନ୍ତି ।୫୨୩-୭୩୫୧।